ଭୁବନେଶ୍ବର: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ହୋଇଥିବା ଦୁର୍ନୀତି ମାମଲାର ତଦନ୍ତ କରିବ ଭିଜିଲାନ୍ସ। ମାମଲାର ତଦନ୍ତ ପାଇଁ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ରହିଛି। ଏବଂ ଆସନ୍ତା 2 ମାସ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଲୋକାୟୁକ୍ତ। ଆସନ୍ତା ଫେବୃୟାରୀ 12 ତାରିଖରେ ଏହି ମାମଲାର ପରବର୍ତ୍ତିୀ ଶୁଣାଣି ହେବ। ସୂଚନାଯୋଗ୍ୟ, ଗତ 7 ତାରିଖରେ ମୁଖ୍ୟମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ହୋଇଥିବା ଦୁର୍ନୀତି ମାମଲାର ତଦନ୍ତ ପାଇଁ ଲୋକାୟୁକ୍ତଙ୍କୁ ସୁପାରିଶ କରିଥିଲେ।
Author: Samikhsya Bureau
କଟକ : ଚାଲିଛି ବାହାଘର ସିଜିନ୍ । ବାହାଘରର ଶେଷ ଲଗ୍ନରେ ଏବେ ଚାରିଆଡେ ବିବାହ ଚାଲିଛି । ତେବେ ଆଜି କଟକର ଏକ ବିବାହ ମଣ୍ଡପରୁ ବରକୁ ପୋଲିସ୍ ଉଠାଇ ନେଇଛି । ମଧୁପାଟଣା ଥାନା ସାର୍ତ୍ତୋଳ ମନ୍ଦିରରୁ ବରକୁ ଉଠାଇନେଇଛି ପୋଲିସ୍ । ପ୍ରଥମ ସ୍ତ୍ରୀ ଥାଇ ଦ୍ବିତୀୟ ବିବାହ କରୁଥିବାରୁ ପୋଲିସ୍ ବରକୁ ଉଠାଇନେଇଛି । ପ୍ରଥମ ସ୍ତ୍ରୀଙ୍କ ଅଭିଯୋଗ କ୍ରମେ ମଧୁପାଟଣା ପୋଲିସ୍ ପହଞ୍ଚି ବାହାଘର ବନ୍ଦ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣକରିଛି ।
ବେଙ୍ଗାଲୁରୁ : ହିଟ୍ ମ୍ୟାନ୍ ରୋହିତ୍ ଶର୍ମା ନ୍ୟାସନାଲ୍ କ୍ରିକେଟ ଏକାଡେମୀର ଫିଟ୍ନେସ୍ ଟେଷ୍ଟ ପାସ୍ କରିଛନ୍ତି । ଏନସିଏ ପକ୍ଷରୁ ବିସିସିଆଇକୁ ଦିଆଯାଇଥିବା ରୋହିତଙ୍କ ଫିଟନେଓ ରିପୋର୍ଟରେ ତାଙ୍କୁ ଫିଟ ଘୋଷିତ କରାଯାଇଛି । ଆସନ୍ତା 12 ତାରିଖରେ ରୋହିତ୍ ଅଷ୍ଟ୍ର୍ରେଲିଆ ଯିବେ । ତେବେ ସେ ସେଠାରେ କେତୋଟି ଟେଷ୍ଟ ଖେଳିବେ ସେ ନେଇ କୌଣସି ସୂଚନା ମିଳିପାରିନାହିଁ । ଗତ 20 ଦିନ ଧରି ନ୍ୟାସନାଲ୍ କ୍ରିକେଟ୍ ଏକାଡେମୀରେ ନିଜ ଫିଟେନସ୍ ପାଇଁ କାମ କରୁଥିଲେ ରୋହିତ୍ । ଏହା ପୂର୍ବରୁ ନଭେମ୍ବର 20 ତାରିଖରେ ମଧ୍ୟ ଫିଟ୍ନେସ୍ ଟେଷ୍ଟର ସମ୍ମୁଖୀନ ହୋଇଥିଲେ । ଅପରପକ୍ଷରେ ଅଷ୍ଟ୍ରେଲିଆରେ କ୍ବାରେଣ୍ଟାଇନ୍ ନିୟମ ବେଶ୍ ଶକ୍ତ । ରୋହିତ୍ ଶର୍ମା ଅଷ୍ଟ୍ରେଲିଆ ପହଞ୍ଚିବା ପରେ 14 ଦିନ ପାଇଁ କ୍ବାରେଣ୍ଟାଇନ୍ରେ ରହିବେ । ଏପରିସ୍ଥିତିରେ ରୋହିତ୍ ଶେଷ ଦୁଇଟି ଟେଷ୍ଟ ଖେଳିପାରିବେ ବୋଲି ସମ୍ଭାବନା ରହୁଛି । ଇଣ୍ଡିଆ ଓ…
ନୂଆଦିଲ୍ଲୀ : ବିଶ୍ବରେ ଜନସଂଖ୍ୟାକୁ ନେଇ ସମେସ୍ତ ବ୍ୟସ୍ତ ଓ ବିବ୍ରତ । ଜନସଂଖ୍ୟା ବୃଦ୍ଧି ହେତୁ ଅନେକ ପ୍ରକାରର ସମସ୍ୟାମାନ ଦେଖାଦେଉଛି । ଜନସଂଖ୍ୟା ବୃଦ୍ଧି ହେତୁ ପ୍ରଦୂଷଣ ସ୍ତର ବୃଦ୍ଧି ପାଇବା ସହିତ ଗ୍ଲୋବାଲ୍ ଓ୍ବାର୍ଣ୍ଣିଂ ପରି ସମସ୍ୟମାନ ଉପୁଜିଛି । ପ୍ରାୟ ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ନେଇ କଡା ପଦକ୍ଷେପମାନ ନିଆଯାଉଛି । ବିଶେଷ କରି ଚୀନ୍ରେ ଜନସଂଖ୍ୟା ହ୍ରାସ ପାଇ କଡା ନିୟମ ପ୍ରଚଳନ ହୋଇଥିଲା । ଏଠାରେ ଏକରୁ ଅଧିକ ସନ୍ତାନ ଜନ୍ମ କଲେ କିଛି ସୁବିଧାରୁ ବଞ୍ଚିତ କରାଯାଉଥିଲା । କିନ୍ତୁ ଚୀନ୍ରେ ଏବେ ଏହି ନିୟମରେ କୋହଳ କରାଯାଇଛି। ତେବେ ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଅପିଲ୍ କରାଯାଇଛି । ସମ୍ପ୍ରତି ଜନସଂଖ୍ୟା ବୃଦ୍ଧି ବିଶ୍ବରେ ଗମ୍ଭୀର ସମସ୍ୟା ହୋଇଥିବାବେଳେ ଏହି ଦେଶରେ କିନ୍ତୁ ସନ୍ତାନ ଜନ୍ମକୁ ପ୍ରୋତ୍ସାହନ ଦିଆଯାଉଛି । ଏଠାରେ ସାତୋଟି ସନ୍ତାନ ଜନ୍ମ କରୁଥିବା ମହିଳାଙ୍କୁ ଗୋଲ୍ଡ…
ନୂଆଦିଲ୍ଲୀ: ଚଳିତ ବର୍ଷରେ ଟାଇମ ମାଗାଜିନର ଅନ୍ତିମ ସଂସ୍କରଣର କଭର ପେଜରେ ଏକ ରେଡ କ୍ରସ (ନାଲି ଛକି) ସ୍ଥାନ ପାଇଛି। କଭର ପେଜରେ 2020 ଲେଖାଯିବା ସହିତ ଏହା ଉପରେ ରେଡ କ୍ରସ ରହିଛି। ଟାଇମ ମାଗାଜିନର 100 ବର୍ଷର ଇତିହାସରେ ପଞ୍ଚମ ଥର ପାଇଁ ଏଭଳି ନାଲି ଛକିର କଭର ପେଜ ନଜର ଆସିଛି। ପ୍ରଥମ ଥର 75 ବର୍ଷ ପୂର୍ବ 1945 ମସିହାରେ ଜର୍ମନୀ ତାନ୍ଶାହୀ ଆଡଲଫ୍ ହିଟଲରଙ୍କ ମୃତ୍ୟୁପରେ ଟାଇମ୍ ମାଗାଜିନ୍ ତା’ ପ୍ରଚ୍ଛଦ ପୃଷ୍ଠାରେ ଏହି ରେଡ୍ କ୍ରସ୍ର ବ୍ୟବହାର କରିଥିଲା। ପ୍ରତିବର୍ଷ କିଛି ଅଘଟଣ ସମାପ୍ତ ହେଲେ ଟାଇମ ମାଗାଜିନ ପକ୍ଷରୁ ଏହି ନାଲି ଛକିର ବ୍ୟବହାର କରାଯାଇଥାଏ। 1945 ମସିହାରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ଅବସାନ ସହିତ ହିଟଲରଙ୍କ ମୃତ୍ୟୁ ପରେ ଏହି ଚିହ୍ନ ଦିଆଯାଇଥିବା ବେଳେ 2020ବର୍ଷରେ କରୋନା ଭାଇରସ ପାଇଁ ଏଭଳି ଚିହ୍ନର ପୁନର୍ବ୍ୟବହାର କରାଯାଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ବ୍ୟତିତ…
ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ତାଳଚେର ସାର କାରଖାନା(ଟିଏଫ୍ଏଲ୍) ଦ୍ୱାରା କାର୍ଯ୍ୟକାରୀ ହେଉଥିବା କୋଇଲା ଗ୍ୟାସିଫିକେସନ ଏବଂ ୟୁରିଆ ଉତ୍ପାଦନ ପ୍ରକଳ୍ପର ଅଗ୍ରଗତି ନେଇ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, କେନ୍ଦ୍ର ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ମନସୁଖଲାଲ ମାଣ୍ଡଭିୟ ଏବଂ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ତାଳଚେର ସାର କାରଖାନା କାର୍ଯ୍ୟକ୍ଷମ ହେଲେ ଏହା ପେଟକୋକ୍ ବ୍ଲେଣ୍ଡିଂ ସହ ଭାରତର ପ୍ରଥମ କୋଇଲା ଗ୍ୟାସିଫିକେସନ ଆଧାରିତ ସାର କାରଖାନା ହେବ। ଏହାସହ ଏହି କାରଖାନା ଓଡିଶା ଏବଂ ପୂର୍ବ ଭାରତର ବିଭିନ୍ନ ଅଂଚଳରେ ୟୁରିଆ ତଥା ସାରର ସହଜ ଯୋଗାଣ ଉପଲବ୍ଧିକୁ ସୁନିଶ୍ଚିତ କରିବ। ଉକ୍ତ ବୈଠକରେ ତାଳଚେର ସାର କାରଖାନା ପାଇଁ ଥିବା ଚ୍ୟାଲେଞ୍ଜ ଏବଂ ପ୍ରକଳ୍ପକୁ ଶୀଘ୍ର କାର୍ଯ୍ୟକାରୀ କରିବା ଉପାୟ ଉପରେ ବିଚାରବିମର୍ଷ କରାଯାଇଛି।…
ରାଜସ୍ଥାନ : ରାଜସ୍ଥାନ ସରକାରରେ ପୁଣି ହଲ୍ଚଲ୍ ଦେଖାଦେଇଛି । ପଞ୍ଚାୟତ ନିର୍ବାଚନରେ ହାର୍ ମିଳିବା ପରେ ରାଜସ୍ଥାନର କ୍ଷମତାସୀନ ସରକାର ଅଶୋକ ଗେହଲେଟ୍ଙ୍କ ସାମ୍ନାରେ ପୁଣିଥରେ ସଂକଟ ଠିଆ ହୋଇଛି । ଭାରତୀୟ ଟ୍ରାଇବଲ ପାର୍ଟିର ଦୁଇ ବିଧାୟକ ଏବେ ରାଜସ୍ଥାନ ସରକାରଙ୍କଠାରୁ ସମର୍ଥନ ପ୍ରତ୍ୟାହାର କରିଛନ୍ତି । ବିଟିପିର ଏହି ଦୁଇ ବିଧାୟକ ଲଗାତାର ଗେହେଲତ ସରକାରଙ୍କ ସମର୍ଥନ ଦେଉଥିଲେ । ଚଳିତ ବର୍ଷ ଆରମ୍ଭରୁ ବିଧାନସଭାରେ ଗେହେଲତ୍ ସରକାର ବହୁମତ ସାବ୍ୟଓ୍ତ କରିଥିଲେ । ଏହି ସମୟରେ ବିଟିପିର ଦୁଇ ବିଧାୟକ ଗେହେଲଟ୍ ସରକାରଙ୍କ ସମର୍ଥନ ଜଣାଇଥିଲେ। କିନ୍ତୁ ନିକଟରେ ରାଜ୍ୟରେ ହୋଇଥିବା ପଞ୍ଚାୟତ ସମିତି ନିର୍ବାଚନରେ କଂଗ୍ରେସ ବହୁ ଆସନରେ ବିଫଳ ହେବା ପରେ ଗେହେଲଟ୍ ସରକାରରେ ପୁଣିଥରେ ହଲ୍ଚଲ୍ ସୃଷ୍ଟି ହୋଇଛି । ଅପରପକ୍ଷରେ ଚଳିତ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ସେମାନଙ୍କୁ ସାଥ୍ ନ ଦେଇ ତାଙ୍କ ସହ ଧୋକ୍କା କରିଛି ବାଲି ଅଭିଯୋଗ…
ରାଜ୍ୟ ବିଜେପି ମୁଖ୍ୟାଳୟରେ ପ୍ରଭାରୀ ଶ୍ରୀମତୀ ପୁରନ୍ଦେଶ୍ବରୀ ଙ୍କ ଓଡ଼ିଶା ଗସ୍ତର ତୃତୀୟ ଦିନରେ ଜିଲ୍ଲା ସଭାପତି ଏବଂ ପ୍ରଭାରୀମାନଙ୍କ ବୈଠକରେ ଯୋଗଦେଇ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ସହ ଦଳୀୟ ସ°ଗଠନ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ ।
ଖୋର୍ଦ୍ଧା: ବାହାଘରରେ ବରଯାତ୍ରୀ ହୋଇ ଆସିଥିଲେ ଯୁବକ, କିନ୍ତୁ ଫେରିଲା ତାଙ୍କର ମୃତଦେହ। ଏପରି ଏକ ଅଘଟଣ ଖୋର୍ଦ୍ଧା ଜିଲ୍ଲାରେ ଘଟିଯାଇଛି। ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ରମାବିଲି ଗ୍ରାମର ଏକ କୂଅରୁ ଜଣେ ଯୁବକର ମୃତଦେହ ଉଦ୍ଧାର ହୋଇଛି। ଯୁବକ ଜଣକ ନିରାକପୁର ଥାନା ଅନ୍ତର୍ଗତ ଡିଆଗ୍ରାମର ବୋଲି ସୂଚନା ରହିଛି। ଯୁବକଙ୍କ ନାମ ହେଉଛି ବିକାଶ ସାହୁ। ତେବେ ବିକାଶ ଗତ ୯ ତାରିଖ ଦିନ ଡିଆ ଗ୍ରାମର ତ୍ରିନାଥ ବାରିକଙ୍କ ପୁଅ ବାହାଘରରେ ବରଯାତ୍ରୀ ହୋଇ ରମାବିଲି ଗ୍ରାମକୁ ଆସିଥିଲେ। ତେବେ ବରଯାତ୍ରୀ ଆସିବା ସମୟରେ ବାଟରେ ଗଣ୍ଡଗୋଳ ହୋଇଥିଲା। କନ୍ୟାଯାତ୍ରୀ ଓ ବରଯାତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ତେବେ ବାହାଘର ପରେ ବରଯାତ୍ରୀ ଫେରିଥିଲେ, କିନ୍ତୁ ବିକାଶ ଫେରିନଥିଲେ। ବହୁ ଖୋଜାଖୋଜି ପରେ ବିକାଶ ନ ଫେରିବାରୁ ସେ ନିଖୋଜ ହୋଇନଥିବା ନେଇ ତାଙ୍କ ବାପା ଥାନାରେ ଏତଲା ଦେଇଥିଲା। ତେବେ ଆଜି ସକାଳୁ…
ଭୁବନେଶ୍ବର, ରେଣ୍ଡୋ ମାଝି ହେଇଛନ୍ତି କଳାହାଣ୍ଡି ଜିଲ୍ଲାର ମୁକ୍ତି ସଂଗ୍ରାମୀ ଆଦିବାସୀ ସର୍ଦ୍ଦାର। ସେ ନିଜ ଭିଟାମାଟି ଏବଂ ଆଦିବାସୀମାନଙ୍କ ସୁରକ୍ଷା ତଥା ଡଙ୍ଗରିଆ ଓ ଝରଣିଆ କନ୍ଧ ଜୀବନଜୀବିକା ପାଇଁ ଇଂରେଜମାନଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରି ବ୍ରିଟିଶଙ୍କ ଗୁଳିମାଡ଼ରେ ୧୮୫୫ ମସିହା ଡିସେମ୍ବର ୧୦ ତାରିଖ ଦିନ ସହିଦ ହୋଇଥିଲେ ।
ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ଦେଖାଦେଇଛି। ରାଜ୍ୟରେ ଆଉ 4 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 1798କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ବରଗଡ, ଭୁବନେଶ୍ବର, ମୟୂରଭଞ୍ଜ ଓ ମାଲ୍କାନଗିରିରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ବରଗଡରୁ 35 ବର୍ଷୀୟ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଭୁବନେଶ୍ବରରୁ 73ବର୍ଷୀୟ ବ୍ୟକ୍ତି, ମୟୂରଭଞ୍ଜରୁ 70 ବର୍ଷୀୟ ପୁରୁଷ, ମାଲ୍କାନଗିରିରୁ 70 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ଘଟିଛି ।
ଭୁବନେଶ୍ବର, ଯାତ୍ରୀମାନଙ୍କ ସୁବିଧା ସହ ଟ୍ରେନ ପରିଚାଳନା ସହଜ କରିବାପାଇଁ ରେଳ ମନ୍ତ୍ରଣାଳୟ ନିମ୍ନଲିଖିତ ଅନୁଯାୟୀ ପୂର୍ବତଟ ରେଳପଥରୁ ଏବଂ ଏହାର ପରିସୀମା ମଧ୍ୟରେ ଚଳାଚଳ କରୁଥିବା ବିଶେଷ ଟ୍ରେନ ଗୁଡିକର ସମୟ ସାରଣୀକୁ ବିଭିନ୍ନ ଷ୍ଟେସନ ମାନଙ୍କଠାରେ ପରିବର୍ତନ କରିଅଛି। ଯାତ୍ରୀମାନେ ବିଭିନ୍ନ ଷ୍ଟେସନ ଠାରେ ସେମାନଙ୍କ ଯାତ୍ରାକରିବାକୁଥିବା ଟ୍ରେନ ଗୁଡିକର ସମୟ ସାରଣୀ ପ୍ରତି ଯଥେଷ୍ଟ ଧ୍ୟାନଦେଇ ଯାତ୍ରା ପୂର୍ବରୁ ଅବଗତ ହେବାପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଅନୁରୋଧ କରାଯାଇଅଛି । ବିଭିନ୍ନ ଷ୍ଟେସନ ମାନଙ୍କଠାରେ ଥିବା ଅନୁସନ୍ଧାନ କେନ୍ଦ୍ର ଅଥବା ସ୍ୱତନ୍ତ୍ର ଟ୍ରେନର ସଂଶୋଧିତ ସମୟ ବିଷୟରେ ଜାଣିବା ପାଇଁ ଟ୍ରେନ୍ ସମ୍ବନ୍ଧୀୟ ସର୍ବଭାରତୀୟ ହେଲ୍ପଲାଇନ ନମ୍ବର -139 ସହିତ ଯୋଗାଯୋଗ କରିପାରନ୍ତି | ଏହି ଟ୍ରେନ୍ ଗୁଡିକ ହେଲା _ 01. 02819/02820 (ଭୁବନେଶ୍ୱର-ଆନନ୍ଦ ବିହାର (ଟର୍ମିନାଲ)-ଭୁବନେଶ୍ୱର) ଦ୍ୱି-ସାପ୍ତାହିକ ବିଶେଷ ଟ୍ରେନ 02819/02820 ଭୁବନେଶ୍ୱର-ଆନନ୍ଦ ବିହାର (ଟ) – ଭୁବନେଶ୍ୱର ଦ୍ୱି-ସାପ୍ତାହିକ ବିଶେଷ ଟ୍ରେନ 13…
ଭୁବନେଶ୍ବର : ଭୁବନେଶ୍ବର ଉପକଣ୍ଠ କଳିଙ୍ଗବିହାରରେ ଗୁଳିକାଣ୍ଡ ଘଟିଛି । ଜେଲ୍ରୁ ଜାମିନ୍ରେ ଆସିଥିବା ଜଣେ ଯୁବକଙ୍କୁ ଟାର୍ଗେଟ୍ କରି ଗୁଳିମାଡ ହୋଇଛି । ତେବେ ଗୁଳିମାଡର ଅଳ୍ପକେ ବର୍ତ୍ତିଯାଇଛନ୍ତି ଯୁବକ । ତମାଣ୍ଡୋ ଥାନା କଳିଙ୍ଗ ବିହାର କେ-4 ଅଞ୍ଚଳରେ ଗୁଳିକାଣ୍ଡ ହୋଇଛି । ଏକ ବାଇକ୍ରେ ଆସି ତିନିଜଣ ଯୁବକ ଗୁଳିମାଡ କରି ଚମ୍ପଟ ମାରିଛନ୍ତି । ପୂର୍ବ ଶତ୍ରୁତାରୁ ଗୁଳିମାଡ ହୋଇଥିବାର ସନ୍ଦେହ ହୋଇଛି । ତେବେ କିଏ ଓ କାହିଁକି ଗୁଳିମାଡ କରିଛି, ସେନେଇ କୌଣସି ସୂଚନା ମିଳିପାରି ନାହିଁ।
ଭୁବନେଶ୍ବର: ରାଜ୍ୟରେ ଆଜି ୩୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୨୨୦ ଜଣ ଚିହ୍ନଟ ହୋଇଥିବାବେଳେ ୧୬୭ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୩ ହଜାର ୨୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୧୭ ହଜାର ୮୭୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩ ହଜାର ୩୦୮ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୭୯୪ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୩୦ ଟି ଜିଲ୍ଲାରୁ ମୋଟ୍ ୩୮୭ ଜଣ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡରୁ ସର୍ବାଧିକ ୫୮…
ନ୍ୟୁୟର୍କ : ଲୋକପ୍ରିୟ ଟାଇମ ପତ୍ରିକା ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବିାଇଡ଼େନ ଏବଂ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ‘ ପର୍ସନ୍ସ ଅଫ୍ ଦି ଇୟର 2020 ‘ ଭାବରେ ଚୟନ କରିଛି। ଦୁହେଁ ଆମେରିକାର କାହାଣୀ କୁ ପରିବର୍ତ୍ତନ କରିବା ସହ ସାରା ଦୁନିଆକୁ ସହାନୁଭୂତିର ଶକ୍ତି ବିଭାଜନ ଠାରୁ ବହୁ ଅଧିକ ବୋଲି ଦେଖାଇଛନ୍ତି ବୋଲଇ କହିଛନ୍ତି ଟାଇମ୍ର ସମ୍ପାଦକ ଏଡଓ୍ବାର୍ଡ । ଫ୍ରେଙ୍କଲିନ୍ ଡି ରୁଜୁଭେଲ୍ଟଙ୍କ ପରଠାରୁ ପ୍ରତ୍ୟେକ ନିର୍ବାଚିତ ରାଷ୍ଟ୍ରପତି ତାଙ୍କ କାର୍ଯ୍ୟକାଳ ମଧ୍ୟରେ କୌଣସି କାରଣରୁ ପର୍ସନ୍ ଅଫ୍ ଦି ଇୟର ହୋଇଛନ୍ତି । ତେବେ ପ୍ରଥମ ଥର ପାଇଁ ଟାଇମ୍ ଉପରାଷ୍ଟ୍ରପତିଙ୍କୁ ପର୍ସନ ଅଫ୍ ଦ ଇଅରରେ ଅନ୍ତର୍ଭୁକ୍ତ କରିଥିବାର କହିଛନ୍ତି ଟାଇମର ସମ୍ପାଦକ । ଗୁରୁବାର ଟାଇମ୍ କୋରିଆନ୍ ବାଳକ ବ୍ୟାଣ୍ଡ ବିଟିଏସକୁ ଏଣ୍ଟରଟେନର ଅଫ ଦି ଇୟର ଏବଂ ଲସ୍ ଆଞ୍ଜେଲସ୍ ଲେକ୍ସର୍ ତାରକା ଲେବ୍ରନ୍ ଜେମ୍ସଙ୍କୁ ଏହାର ଆଥଲେଟ୍…
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ବିଜେପି ଜିଲ୍ଲା ସମ୍ପାଦକ ଭାବେ ବିଦ୍ୟୁତ୍ କୁମାର କାଣ୍ଡିକୁ ଦାୟିତ୍ବ ପ୍ରଦାନ କରାଯାଇଛି। ଖୋର୍ଦ୍ଧା ଜିଲ୍ଲାର ସାଙ୍ଗଠନିକ ସ୍ଥିତିକୁ ସୁଦୃଢ କରିବା ପାଇଁ ତାଙ୍କୁ ଏହି ଦାୟିତ୍ବ ପ୍ରଦାନ କରାଯାଇଥିବାର ସୂଚନା ରହିଛି। ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଣପୁର ବ୍ଲକର ସାନହନ୍ତୁଆଡ ଗ୍ରାମର ବିଦ୍ୟୁତ୍ କୁମାର କାଣ୍ଡି ଆରଏସ୍ଏସ୍ ସହିତ ଜଡିତ ରହିଛନ୍ତି। ଛାତ୍ର ଜୀବନରୁ ଏବିଭିପି ସହିତ ଜଡିତ ଥିବା ବିଦ୍ୟୁତ୍ ବିଏସସି ପାସ୍ କରି ଏକ ଔଷଧ କମ୍ପାନୀରେ ମ୍ୟାନେଜର୍ ରୂପେ କାର୍ଯ୍ୟରତ ଥିଲେ। ତାଙ୍କ ଉପରେ ଦଳ ଭରସା କରି ତାଙ୍କୁ ଜିଲ୍ଲାର ସମ୍ପାଦକ ଦାୟିତ୍ବ ଦେଇଛି। ଆଶାନୁରୂପେ ସେ ତାଙ୍କ କାର୍ଯ୍ୟ ତୁଲାଇବା ସହିତ ଖୋର୍ଦ୍ଧା ଜିଲ୍ଲାରେ ଦଳର ସ୍ଥିତିକୁ ମଜବୁତ୍ କରିବା ପାଇଁ ପ୍ରତିବଦ୍ଧ ରହିବେ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଚିଲିକା ନିର୍ବାଚନ ମଣ୍ଡଳୀର ଯୁବ ନେତାଙ୍କୁ ଖୋର୍ଦ୍ଧା ଜିଲ୍ଲାର ବିଜେପି ଜିଲ୍ଲା ସମ୍ପାଦକ ଦାୟିତ୍ବ…
କଟକ: ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଡି’ ବ୍ରଦର୍ସ । ଦୁଇ ଭାଇ ସୁଶାନ୍ତ ଓ ସୁଶୀଲ୍ ଧଳସାମନ୍ତ ଜେଲ୍ରେ ଥାଇ ଅପରାଧିକ ଗ୍ୟାଙ୍ଗ୍ ପରିଚାଳନା କରୁଥିବା ତଥ୍ୟ ସାମନାକୁ ଆସିଛି । ଜେଲ୍ରୁ ଥାଇ ନେଟଓ୍ବାର୍କ ଚଳାଉଛନ୍ତି ଧଳସାମନ୍ତ ବଦ୍ରର୍ସ । ଏହା ସମ୍ପର୍କରେ ସୂଚନା ପାଇଁ ପୋଲିସ୍ ଅତର୍କିତ ଚଢାଉ କରିଛି । ଡି’ ବ୍ରଦର୍ସଙ୍କ ସିଡିଏ ସ୍ଥିତ ଘରେ ରେଡ୍ ବେଳେ ଘରର ଇଣ୍ଟରିଅର୍ ଡିଜାଇନ୍ର ଗୋଟିଏ ସିଲ୍ ବାକ୍ସ ଭିତରୁ ପୋଲିସ୍ 7ଟି ବନ୍ଧୁକ ସହ ପ୍ରାୟ 5ଶହ ରାଉଣ୍ଡ ଗୁଳି ଜବତ କରିଛି । କେବଳ ଗୁଳି ଓ ବନ୍ଧୁକ ନୁହେଁ କେତେଗୁଡିଏ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରିଛି ପୋଲିସ୍ । ଏହି ଘଟଣାରେ ପୋଲିସ ତିନିଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ପୋଲିସ୍ ରାତି ତମାମ୍ ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଡି…
କୋଟା : ରାଜସ୍ଥାନର କୋଟା ସହରର ଜେକେ ଲୋନ ହସ୍ପିଟାଲରେ ଶିଶୁ ମଡକ ଦେଖିବାକୁ ମିଳିଛି । 24 ଘଣ୍ଟା ମଧ୍ୟରେ 9 ଜଣ ଶିଶୁଙ୍କଙ୍କର ମୃତ୍ୟୁ ହୋଇଛି । 9 ଶିଶୁଙ୍କ ମଧ୍ୟରୁ 5 ଶିଶୁଙ୍କର ମୃତ୍ୟୁ ବୁଧବାର ରାତ୍ରିରେ ହୋଇଥିଲା । ଏହାପରେ ଶିଶୁଙ୍କ ପରିବାର ଲୋକେ ଡାକ୍ତରଖାନା ପରିସରରେ ହଙ୍ଗାମା କରିଛନ୍ତି । ଶିଶୁଙ୍କ ସମ୍ପର୍କୀୟମାନେ ଏନେଇ ଡାକ୍ତରଖାନାର ଚରମ ଅବେହଳାକୁ ଦାୟୀ କରିଛନ୍ତି ।ଏହାର ଗୋଟିଏ ବର୍ଷ ପୂର୍ବରୁ କୋଟାର ଏହି ହସ୍ପିଟାଲରେ ଅନେକ ନବଜାତ ପ୍ରାଣ ହରାଇଥିଲେ।ପ୍ରାଣ ହରାଇଥିବା ଶିଶୁଙ୍କ ବୟସ 1ରୁ 4 ଦିନର ବୋଲି ସୂଚନା ରହିଛି। ଘଟଣାକୁ ନେଇ ବିବାଦ ସୃଷ୍ଟି ହେବାରୁ ରାଜସ୍ଥାନ ସ୍ୱାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ରାଜ୍ୟରେ ସମସ୍ତ ମେଡିକାଲ କଲେଜ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ନବଜାତଙ୍କ ଚିକିତ୍ସା ବେଳେ ଅଧିକ ସତର୍କ ରହିବାକୁ କହିଛନ୍ତି। ମୃତ 9 ଶିଶୁଙ୍କ ମଧ୍ୟରୁ 3…
ନୂଆଦିଲ୍ଲୀ :ଦେଶରେ କରୋନା ସଂକ୍ରମଣ ହାର ଖସିବାରେ ଲାଗିଛି ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୯ ହଜାର ୩୯୮ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ୪୧୪ ଜଣଙ୍କର ମୃତ୍ୟୁ ଘଟିଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଭାରତରେ କରୋନାର ସର୍ବମୋଟ ମାମଲା ୯୭ ଲକ୍ଷ ୯୬ ହଜାର ୭୨୯ରେ ପହଞ୍ଚିଥିବାବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଏକ ଲକ୍ଷ ୪୨ ହଜାର ୧୮୬ରେ ପହଞ୍ଚିଛି । ସେହିପରି ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ହାର ହ୍ରାସ ପାଇବାରେ ଲାଗିଛି । ଦେଶରେ ଏବେସୁଦ୍ଧା ତିନିଲକ୍ଷ ୬୩ ହଜାର ୭୪୯ ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ ୯୨ ଲକ୍ଷ ୯୦ ହଜାର ୮୩୪ ଜଣ ଲୋକ ସୁସ୍ଥ ହୋଇଛନ୍ତି । ସମଗ୍ର ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ କୋଟି ୯୫ ଲକ୍ଷ ୬୧ ହଜାର ୨୧୦ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୪ କୋଟି ୪୮ ଲକ୍ଷ…
ନୂଆଦିଲ୍ଲୀ : 2021ରେ ଇଂଲଣ୍ଡ ଦଳ ଭାରତ ଗସ୍ତରେ ଆସୁଛି । ଦୀର୍ଘ 10 ମାସ ପରେ ଭାରତ ମାଟିରେ କ୍ରିକେଟ ଖେଳାଯିବ । ଏହି ଗସ୍ତରେ ଇଂଲଣ୍ଡ ଦଳ 4ଟି ଟେଷ୍ଟ ମ୍ୟାଚ, 3ଟି ଦିନିକିଆ ଏବଂ 5ଟି ଟି20 ମ୍ୟାଚ ଖେଳିବ । ଗୁରୁବାର ବିସିସିଆଇ ସମ୍ପାଦକ ଜୟ ଶାହା ଏହି ସୂଚନା ଦେଇଛନ୍ତି । ଜାନୁୟାରୀରୁ ମାର୍ଚ୍ଚ ମଧ୍ୟରେ ପ୍ରାୟ ଅଢେଇ ମାସର ଏହି ଗସ୍ତ ରହିବ । ଫେବୃୟାରୀ 7 ତାରିଖରୁ ଟେଷ୍ଟ ଶୃଙ୍ଖଳା ଆରମ୍ଭ ହେବ । ତେବେ ସିରିଜର ତୃତୀୟ ଟେଷ୍ଟ ମ୍ୟାଚ ଦିବରାତ୍ର ଖେଳାଯିବ । ଫେବୃୟାରୀ 24 ତାରିଖରେ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ଏହି ଟେଷ୍ଟ ମ୍ୟାଚ ଖେଳାଯିବ । ସେହିପରି ସମସ୍ତ 5ଟି ଯାକ ଟି20 ମ୍ୟାଚ ମୋଟେରାରେ ଖେଳାଯିବ । ସୂଚନାଯୋଗ୍ୟ, ଭାରତ ବର୍ତ୍ତମାନ ଭାରତ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ ଖେଳିବାକୁ ଯାଉଛି ।
କେନ୍ଦୁଝର : ସଦର ଥାନା କାଠବାଡି ଗ୍ରାମରେ ବିଳମ୍ବିତ ରାତ୍ରିରେ ଦୁଃଖଦ ଘଟଣା ଘଟିଛି । ଶ୍ବାସ ରୁଦ୍ଧ ହୋଇ 2ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇଜଣ ଗୁରୁତର ହୋଇଛନ୍ତି । ଜେନେରେଟର ଅନ୍ କରି ଘରେ ଶୋଇଥିବାବେଳେ ଏଭଳି ଅଘଟଣ ଘଟିଛି। ବିଳମ୍ବିତ ରାତ୍ରିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ 2 ଜଣଙ୍କୁ ମୃତ୍ୟୁ ଘୋଷଣା କରାଯାଇଛି । ଜଣେ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବାବେଳ ଅନ୍ୟ ଜଣେ କେନ୍ଦୁଝର ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

