Author: Samikhsya Bureau

ଭୁବନେଶ୍ୱର : ଅପେକ୍ଷାର ଅନ୍ତ ଘଟିଛି ।ଓଡ଼ିଶାର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଭକ୍ତ ବ୍ୟସ୍ତ ଓ ବ୍ୟାକୁଳ । କରୋନା କାଳରେ ଦୀର୍ଘ 7/8 ମାସ ଧରି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରୀ ସଦୃଶ ଦର୍ଶନ ବନ୍ଦ ରହିଛି । କରୋନାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ଦର୍ଶନ ବାରଣ କରାଯାଇଛି । କିନ୍ତୁ ଏବେ ମହାପ୍ରଭୁଙ୍କ ଦର୍ଶନ କରିହେବ । ତେବେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ରହିଥିବା ଏହି ପାଚେରୀ ଖୁବ୍‌ ଶୀଘ୍ର ଭାଙ୍ଗିଯିବ । ବହୁତ ଶୀଘ୍ର ଭକ୍ତ ନିଜ ଭଗବାନଙ୍କୁ ଦର୍ଶନ କରିପାରିବେ । ଛତିଶା ନିଯୋଗ ବୈଠକରେ ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତି ନିଆଯାଇଛି । ଶ୍ରୀମନ୍ଦିର ଖୋଲିବା ନେଇ ରାଜ୍ୟ ସରକାରଙ୍କୁ ସୁପାରିସ୍‌ କରାଯିବା ନେଇ ସୂଚନା ରହିଛି । ଆସନ୍ତା ଦୁଇ ଦିନ ଭିତରେ ରାଜ୍ୟ ସରକାରଙ୍କୁ ସୁପାରିସ୍‌ କରାଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ…

Read More

ମୁରୈନା : ନାବାଳିକା କନ୍ୟାର ମଥାରେ ସିନ୍ଦୂର ଦେବା ବେଳକୁ ପୋଲିସ୍‌ ପହଞ୍ଚି ବାହାଘରକୁ ବନ୍ଦ କରି ଦେଲା, ଏହାପରେ ରାଗରେ ବର ଜଣକ କନ୍ୟାର ସାନ ଭଉଣୀକୁ ନେଇ ଫେରାର୍‌ ହେଲା । ମିଳିଥିବା ସୂଚନା ଅନୁସାରେ, ପୋଲିସ୍‌ ପ୍ରଶାସନ ଦ୍ବାରା ବାଲ୍ୟ ବିବାହ ରୋକାଯାଉଥିବାବେଳେ ବର ଜଣକ ନାବାଳିକା ବଧୂର ସାନଭଉଣୀକୁ ନେଇ ଫେରାର୍‌ ହୋଇଛି । ମୁରୈନା ଜିଲ୍ଲାର ପୋରସା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଦଳିତ ନାବାଳିକା ବିବାହର ଖବର ପାଇଁ ପୋଲିସ୍‌ ଏହାକୁ ଅଟକାଇବାରେ ସଫଳ ହୋଇଥିଲା କିନ୍ତୁ ବିବାହ କରିବାକୁ ଆସିବା ବର ଜଣକ ନିଜ ସମ୍ପର୍କୀୟଙ୍କ ସହାୟତାରେ କନ୍ୟାର ସାନଭଉଣୀକୁ ଧରି ଫେରାର୍‌ ହୋଇଛି । ପୋଲିସ୍‌ ଏହି ଘଟଣାରେ ସାହାଯ୍ୟ କରିଥିବା ବରର ସମ୍ପର୍କୀୟଙ୍କୁ ଗିରଫ କରିଛି । ତେବେ ଅପହୃତା ହୋଇଥିବା ନାବାଳିକାକୁ ପୋଲିସ୍‌ ଉଦ୍ଧାର କରିଥିବାବେଳେ ବରଜଣକ ଏବେବି ଫେରାର୍‌ ରହିଛି ।

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର : ବିବାହ ଦୁଇ ଆତ୍ମାର ପବିତ୍ର ମିଳନ । ସାଧାରଣତଃ ନବ ବିବାହିତା ଦମ୍ପତି ମାନେ ନିଜ ବିବାହରେ ଅନେକ କିଛି ଶୁଭ କାର୍ଯ୍ୟ କରିଥାନ୍ତି କିନ୍ତୁ ନିଜ ବିବାହରେ ରକ୍ତଦାନ ଶିବିର ଆୟୋଜନ ସହ ବୃକ୍ଷରୋପଣ କରିବା ସମ୍ପୂର୍ଣ୍ଣ ଭିନ୍ନ ଏବଂ ପ୍ରଶଂସନୀୟ । ଏପରି ନିଆରା କାର୍ଯ୍ୟ କରି ଅନେକ ପ୍ରଶଂସା ସାଉଣ୍ଟିଛନ୍ତି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ର ନବ ବିବାହିତା ଦମ୍ପତି ବିଘ୍ନରାଜ ବେହେରା ଏବଂ କଳ୍ପନା ବେହେରା । ବାଣପୁର ବ୍ଲକ ଅନ୍ତର୍ଗତ ପାଣ୍ଡିରିପଦର ଗ୍ରାମର ବିଘ୍ନରାଜ ଗତ ଦଶ ତାରିଖରେ କଳ୍ପନାଙ୍କୁ ବିବାହ କରିଥିଲେ । ବର୍ତ୍ତମାନ କୋଭିଡ ସମୟରେ ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ଥିବାରୁ ଉଭୟେ ନିଜ ବିବାହ ଉପଲକ୍ଷେ ଏକ ରକ୍ତଦାନ ଶିବିର ଓ ବୃକ୍ଷରୋପଣ କାର୍ଯ୍ୟ ପାଇଁ ମନସ୍ଥ କରିଥିଲେ । ଏହି ପରିପ୍ରେକ୍ଷୀରେ ଆଜି ବାଣପୁର ସ୍ଥିତ ଶୁଭମଙ୍ଗଳ କଲ୍ୟାଣ…

Read More

ରମେଶ ମହାନ୍ତି ଜଗତସିଂହପୁର : ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତ ସ୍ଥିତ ୩ ନଂ ୱାର୍ଡର ୱାର୍ଡ଼ ସଭ୍ୟ ଭୁଲ୍ ତଥ୍ୟ ଦେଇ ୱାର୍ଡ଼ ସଭ୍ୟ ହୋଇଛନ୍ତି ବୋଲି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ସୂଚନାନୁଯାୟୀ ଓଡିଶା ଗ୍ରାମପଞ୍ଚାୟତ ଆଇନି ୧୯୬୪ ଧାରା ୨୫ ଅନୁଯାୟୀ ଯଦି କୌଣସି ବ୍ୟକ୍ତିଙ୍କର ୨ଟିରୁ ଅଧିକ ସନ୍ତାନ ଥାନ୍ତି ତେବେ ସେ ସଭ୍ଯ ପଦରେ ରହିପାରିବେ ନାହିଁ ବୋଲି ଉଲ୍ଲେଖ ରହିଛି। କିନ୍ତୁ ଗତ ପଞ୍ଚାୟତ ନିର୍ବାଚନରେ ଗୋପାଳପୁର ପଞ୍ଚାୟତ ୩ନଂ ୱାର୍ଡରୁ ନିର୍ବାଚିତ ହୋଇଥିବା ୱାର୍ଡସଭ୍ୟ ମଧୁସୂଦନ ପୃଷ୍ଟିଙ୍କର ୩ଟି ସନ୍ତାନ ରହିଥିବା ଜଣାପଡ଼ିଛି। ଶ୍ରୀ ପୃଷ୍ଟିଙ୍କର ୩ୟ ସନ୍ତାନର ଜନ୍ମ ତାରିଖ ୧୭.୦୬.୨୦୧୦ ଏବଂ ତାଙ୍କ ଜନ୍ମ ପଞ୍ଜିକରଣ ନଂ ୧୮୦୦/୨୦୧୦ ବୋଲି ଜଗତସିଂହପୁର ପୌର କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ଏଥିସହିତ ସାମାଜିକ ଅର୍ଥନୈତିକ ଜାତିଗତ ଜନଗଣନା ସର୍ଭେ (ଏସ୍. ଇ.ସି.ସି) ୨୦୧୧ ଲିଷ୍ଟରେ ମଧ୍ୟ ସମସ୍ତ ସନ୍ତାନଙ୍କ ତଥ୍ୟ…

Read More

ମୁମ୍ବାଇ : ମେଗାଷ୍ଟାର୍‌ ରଜନୀକାନ୍ତ ଆଜି 70 ବର୍ଷ ବୟସରେ ପାଦ ଦେଇଛନ୍ତି । 1950 ଡିସେମ୍ବର 12 ତାରିଖରେ ବେଙ୍ଗାଲୁରୁଠାରେ ଜନ୍ମଗ୍ରହଣ କରିଥିଲେ ରଜନୀକାନ୍ତ। ରଜନୀକାନ୍ତଙ୍କର ପ୍ରକୃତ ନାମ ହେଉଛି ଶିବାଜୀ ରାଓ ଗାଏକ୍ବାଡ। ପ୍ରାରମ୍ଭିକ ଜୀବନରେ ସହକଳାକାର ରୂପେ ଅଭିନୟ ଆରମ୍ଭ କରିଥିବା ରଜନୀକାନ୍ତ ଦକ୍ଷିଣ ଭାରତୀୟ ଫିଲ୍ମର ଜଣେ ଲିଜେଣ୍ଡାରୀ ଆକ୍ଟରର ମାନ୍ୟତା ପାଇଛନ୍ତି । କେବଳ ତାମିଲ୍‌ ସିନେମାର ମହାନାୟକ ଭାବରେ ନୁହଁନ୍ତି ବରଂ  ଭାରତର ଲୋକପ୍ରିୟ ସଂସ୍କୃତିର ଏକ ପ୍ରତିମାନ ରୁପେ ବେଶ୍‌ ପରିଚିତ ରଜୀନକାନ୍ତ। ଏକ ଭିନ୍ନ ଶୈଳୀର ଅଭିନୟ ତଥା ସଂଳାପ କହିବା, ତାଙ୍କ ଲୋକପ୍ରିୟତାଙ୍କର ପ୍ରମୁଖ କାରଣ ଅଟେ। ତାମିଲନାଡୁ ରାଜନୀତିରେ ତାଙ୍କର ସକ୍ରିୟତା, ତାଙ୍କୁ ଚଳଚ୍ଚିତ୍ର ଜଗତର ଜଣେ ପ୍ରଭାବଶାଳୀ ଅଭିନେତା ଭାବେ ପରିଚିତ କରେଇ ପାରିଥିଲା । ସତୁରୀବର୍ଷ ବୟସରେ ମଧ୍ୟ ସେ ଫିଲ୍ମରେ ସକ୍ରିୟ ଅଛନ୍ତି ଏବଂ ବ୍ଲକବଷ୍ଟର ଫିଲ୍ମ ଦେଉଛନ୍ତି। ତାଙ୍କର କିଛି ସୁପରହିଟ୍…

Read More

ଲକ୍ଷ୍ନୌ : ଚୀନ୍‌କୁ ଝଟକା ଦେଇଛି ସାମସଙ୍ଗ୍‌ ।  ଦକ୍ଷିଣ କୋରିଆର ବହୁ ପ୍ରତିଷ୍ଠିତ ସ୍ମାର୍ଟଫୋନ୍‌ କମ୍ପାନୀ ସାମସଙ୍ଗ୍‌  ନିଜ ମୋବାଇଲ୍‌ ଓ ଆଇଟି ଡିସ୍‌ପ୍ଲେ ୟୁନିଟ୍‌କୁ ଚୀନ୍‌ରୁ ଭାରତକୁ ସ୍ଥାନାନ୍ତର କରିଛି । କରୋନା ଭାଇରସ ପରବର୍ତ୍ତୀ ପରସ୍ଥିତିରେ ଚୀନକୁ ଆଉ ଏକ ଅର୍ଥନୈତିକ ଝଟକା ଲାଗିଛି । ଦକ୍ଷିଣ କୋରିଆ କମ୍ପାନୀ ସାମସଙ୍ଗ ଭାରତରେ 4825 କୋଟିର ନିବେଶ କରିବାକୁ ଯାଉଛି ।  ଉତ୍ତର ପ୍ରଦେଶର ନୋଇଡାରେ ସାମସଙ୍ଗ ପକ୍ଷରୁ ଏହାର ଏହି ନୂତନ ନିବେଶ କରାଯିବ ବୋଲି ଜଣାପଡିଛି ।  ଶୁକ୍ରବାର ଉତ୍ତରପ୍ରଦେଶ ସରକାରଙ୍କ କ୍ୟାବିନେଟ ପକ୍ଷରୁ ଅନୁମୋଦନ ମିଳିଛି । ଉତ୍ତର ପ୍ରଦେଶର ନୋଇଡାରେ କମ୍ପାନୀ ପକ୍ଷରୁ ଏକ ନୂତନ ଉତ୍ପାଦନ ୟୁନିଟ୍‌ ସ୍ଥାପନ କରାଯିବ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମଞ୍ଜୁରୀ ପ୍ରଦାନ କରାଯାଇଥିଲା । ଭାରତରେ ସାମସଙ୍ଗ୍‌ର ଏହା ପ୍ରଥମ ହାଇ-ଟେକ୍‌ନିକ୍‌ ପ୍ରୋଜେକ୍ଟ । 2018ରେ ସାମସଙ୍ଗ ପକ୍ଷରୁ…

Read More

କଟକ : ଡି’ ବ୍ରଦର୍ସଙ୍କ ଅପରାଧ ସାମ୍ରଜ୍ୟର ଖୋଳତାଡ କରି ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଓ ପ୍ରମାଣ ପାଇଛି କମିଶନରେଟ୍‌ ପୋଲିସ୍‌ କମିଶନରେଟ ପୋଲିସର ଏକ ସ୍ୱତନ୍ତ୍ର ଦଳ ଏକ ଅସ୍ତ୍ରଶସ୍ତ୍ର ଚୋରା ବେପାର କରୁଥିବା ଏକ ଦଳର ସାତ ଜଣ ସଦସ୍ୟ ଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି।କୁଖ୍ୟାତ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭାଇ ମାନଙ୍କ ଦ୍ୱାରା ପରିଚାଳିତ ଏହି ଦଳର ଗିରଫ ହୋଇଥିବା  ସଦସ୍ୟ ମାନଙ୍କ ସୂଚନା ଅନୁଯାୟୀ ପୋଲିସ ଧଳସାମନ୍ତ ଘରୁ ବିପୁଳ ପରିମାଣରେ ବନ୍ଧୁକ ଓ ଗୁଳିଗୋଳା ଜବତ କରିଛି।ଏହି ଗୁଳି ଗୋଳା ମଧ୍ୟରେ ୧୬ ଟି ଅତ୍ୟାଧୁନିକ ପିସ୍ତଲ, ୨୪ଟି ମ୍ୟାଗାଜିନ, ୧୦୯୫ ଟି ଜୀବନ୍ତ ଗୁଳି ଇତ୍ୟାଦି ରହିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି। ଏହି ମାମଲାରେ ଧଳସାମନ୍ତ ଦୁଇ ଭାଇଙ୍କୁ ରିମାଣ୍ଡରେ ଆଣି ତଦନ୍ତ କରାଯିବ ବୋଲି ସୂଚନା ରହିଛି ।

Read More

ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ  ମଧ୍ୟ ହ୍ରାସ ଦେଖାଦେଇଛି। ରାଜ୍ୟରେ ଆଉ 4 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 1802କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରେ ସୁନ୍ଦରଗଡରୁ 2 ଜଣ ଥିବାବେଳେ ବାଲେଶ୍ବର, ମାଲ୍‌କାନଗିରିରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ସୁନ୍ଦରଗଡରୁ 55 ବର୍ଷୀୟା ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ 65 ବର୍ଷୀୟ ପୁରୁଷ ରହିଛନ୍ତି । ସେହିପରି ବାଲେଶ୍ବରରୁ 70 ବର୍ଷୀୟ ପୁରୁଷ, ମାଲ୍‌କାନଗିରିରୁ 70 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୩୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୯୩ ଜଣ ଚିହ୍ନଟ ହୋଇଥିବାବେଳେ ୧୪୨ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୩ହଜାର ୩୬୪କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୧୮ହଜାର ୨୭୮ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩ ହଜାର ୨୩୧ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୭୯୮ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୭ଟି ଜିଲ୍ଲାରୁ ମୋଟ୍‌ ୩୩୫ ଜଣ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡରୁ ସର୍ବାଧିକ ୫୨ ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳ…

Read More

ଭୁବନେଶ୍ୱର: ଆଜି ରାଜ୍ୟର ସମସ୍ତ କୋର୍ଟ ଗୁଡିକରେ ଓକିଲ ସଙ୍ଘ ନିର୍ବାଚନ ଅନୁଷ୍ଠିତ ହୋଇଛି । ଷ୍ଟେଟ୍‌ ବାର୍‌ କାଉନ୍‌ସିଲ୍‌ ନିର୍ଦ୍ଦେଶରେ ଗୋଟିଏ ଦିନରେ ହେଉଛି ମତଦାନ । ଗତ ମାର୍ଚ୍ଚ 28 ହେବାକୁ ଥିବା ନିର୍ବାଚନ କରୋନା ପାଇଁ ଏପ୍ରିଲ୍‌ 25କୁ ଘୁଞ୍ଚିଥିଲା । ନିର୍ବାଚନ ବିଳମ୍ବ ହେବାରୁ ହାଇକୋର୍ଟରେ ଏକାଧିକ ପିଟିସନ୍‌ ହୋଇଥିଲା । ଡିସେମ୍ବର 15 ଭିତରେ ନିର୍ବାଚନ ଶେଷ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।  ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ତିନି ମାସରେ ଶେଷ ହେବ । କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ନିର୍ବାଚନର ସମସ୍ତ ପ୍ରକ୍ରିୟା ସମ୍ପନ୍ନ ହେବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ପର୍ଯ୍ୟାପ୍ତ ପରିମାଣରେ ମାସ୍କ, ସାନିଟାଇଜର ବ୍ୟବସ୍ଥା ସହ ସାମାଜିକ ଦୂରତା ରଖିବା ଓ ଅଧିକ ଗହଳି କମାଇବା ପାଇଁ ଅଧିକ ବୁଥର ବ୍ୟବସ୍ଥା ମଧ୍ୟ କରାଯାଇଛି । ଆଜି ସକାଳ 8ଟାରୁ ଭୋଟ ଗ୍ରହଣ କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଛି …

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ପାଠ ପଢ଼ିବା, ଖେଳକୁଦ ବୟସରେ ଦାଉ ସାଧିଛି ରୋଗ। ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ ଷଣ୍ଢମୁଳ ଗ୍ରାମର ଭୁଜବଳ ସାହିର ପାଞ୍ଚବର୍ଷର ଝଅ ମାମା ନାୟକ। ଦୁର୍ବଳ ଶରୀର ସହିତ ତା’ର ପେଟକୁ ଲାଗି ବାହାରେ ବଢ଼ୁଛି ଏକ ମାଂସ ପିଣ୍ଡୁଳା। ନିଜେ କଷ୍ଟ ସହି ସହି ପଥର ହୋଇଗଲାଣି ସିନା ଦୁଃଖକୁ ନିଜ ମନ ଭିତରେ ଚାପି ରଖିଛି ସେ। ମାମାର ବାପା ନିରଞ୍ଜନ ନାୟକ ୧୦ ବର୍ଷ ପୂର୍ବ ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ କେ. ବରିଡ଼ା ପଞ୍ଚାୟତର ଝୁମୁରି ନାୟକଙ୍କୁ ବିବାହ କରିଥିଲେ। ବଡ଼ ଝିଅ ଶିବାନୀ ପରେ ମାମା ଜନ୍ମ ହୋଇଥିଲା। ତୃତୀୟ ସନ୍ତାନ ଭାବେ ରୂପମ ଜନ୍ମ ନେଇଥିଲା। ମାମା ଜନ୍ମ ବେଳେ ତା’ର ପେଟରେ ଏକ ଛୋଟ ଆବୁ ଦେଖାଦେଇଥିଲା। କାଳକ୍ରମେ ତାହା ବଡ଼ ହୋଇ ଚାଲିଥିଲା ଅର୍ଥ ଅଭାବରୁ ମାମାର ଚିକିତ୍ସା ହୋଇପାରିନଥିଲା। ବର୍ଷ ପରେ…

Read More

କୋଲକାତା : 2020 ମସିହାରେ ବହୁ ନାମୀଦାମୀ କଳାକାରମାନେ ଆମକୁ ଛାଡିଯାଇଛନ୍ତି । ଆଜି ମଧ୍ୟ ଜଣେ କଳାକାରଙ୍କର ମୃତ୍ୟୁ ଖବର ଶୁଣିବାକୁ ମିଳିଛି । ବିଦ୍ୟା ବଲାନ୍‌, ଇମ୍ରାନ୍‌ ହାସ୍‌ମୀ ଓ ନସିରୁଦ୍ଦିନ ଷ୍ଟାର୍‌ର ସୁପରହିଟ୍‌ ଫିଲ୍ମ ’ଦ ଡାର୍ଟି ପିକ୍ଚର’ରେ କାମ କରିଥିବା ଅଭିନେତ୍ରୀ ଆର୍ଯ୍ୟା ବାନାର୍ଜୀଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ଦକ୍ଷିଣ କୋଲକାତାର ଯୋଧୁପର ପାର୍କ ସ୍ଥିତ ଘରୁ ସନ୍ଦିଗ୍ଧ ଅବସ୍ଥାରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ତେବେ ମୃତ୍ୟୁର ଅସଲ କାରଣ ଜଣାପଡିନାହିଁ । ଆର୍ଯ୍ୟା ‘ଲଭ୍‌ ସେକ୍ସ ଧୋକ୍କା’ରେ ମଧ୍ୟ କାମ କରିଥିଲେ । ଆର୍ଯ୍ୟା ଲୋକପ୍ରିୟ ସିତାରବାଦକ ନିଖିଲ୍‌ ବାନାର୍ଜୀଙ୍କ ଝିଅ ଅଟନ୍ତି । ମିଳିଥିବା ସୂନା ଅନୁସାରେ ଶୁକ୍ରବାର ସକାଳ 10 ଘଟିକା ସମୟରେ ଆର୍ଯ୍ୟାଙ୍କ ଘରେ କାମ କରୁଥିବା ଚାକରାଣୀ ଆର୍ଯ୍ୟାଙ୍କ ଘରେ ପହଞ୍ଚି ଦୁଆରର ଘଣ୍ଟି ବଜେଇଥିଲେ । ମାତ୍ର କେହି କବାଟ…

Read More

ନୂଆଦିଲ୍ଲୀ :ଦେଶରେ କରୋନା ସଂକ୍ରମଣ ହାର ଖସିବାରେ ଲାଗିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୦ ହଜାର ୬ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ୪୪୨ ଜଣଙ୍କର ମୃତ୍ୟୁ ଘଟିଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଭାରତରେ କରୋନାର ସର୍ବମୋଟ ମାମଲା ୯୮ ଲକ୍ଷ ୨୬ ହଜାର ୭୭୫ରେ ପହଞ୍ଚିଥିବାବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଏକ ଲକ୍ଷ ୪୨ ହଜାର ୬୨୮ରେ ପହଞ୍ଚିଛି । ସେହିପରି ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ହାର ହ୍ରାସ ପାଇବାରେ ଲାଗିଛି । ଦେଶରେ ଏବେସୁଦ୍ଧା ୩ ଲକ୍ଷ ୫୯ ହଜାର ୮୧୯ ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ ୯୩ ଲକ୍ଷ ୨୪ ହଜାର ୩୨୮ ଜଣ ଲୋକ ସୁସ୍ଥ ହୋଇଛନ୍ତି । ସମଗ୍ର ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ କୋଟି ୧ ଲକ୍ଷ ୭୪ ହଜାର ୩୨୧ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୪ କୋଟି…

Read More

ଚେନ୍ନାଇ, ତାମିଲନାଡୁରେ ଥିବା ସିବିଆଇ ପାଇଁ ଏକ ଅପମାନ ଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଏକ କଂପାନୀରେ ଚଢାଉ କରି ସିବିଆଇ ଜବତ କରିଥିବା ସୁନାରୁ ଏବେ 103 କେଜି ସୁନା କୁଆଡା ଗାଏବ ହୋଇଯାଇଛି। ଜବତ ସୁନାକୁ ନେଇ ତନାଘନା ହେବା ପରେ ଘଟଣାଟି ଏବେ ପଦାକୁ ଆସିଛି। ଗାଏବ ହୋଇଥିବା ସୁନାର ମୂଲ୍ୟ ପ୍ରାୟ 45 କୋଟି ଟଙ୍କା ହେବ ବୋଲି ଜଣାପଡିଛି। ଏହି ଘଟଣାଟି ଜଣାପଡିବା ପରେ ଚେନ୍ନାଇ କୋର୍ଟ ସିଆଇଡି କୁ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାରୁ ଜଣପଡିଛି ଯେ, 2012 ମସିହାରେ ସିବିଆଇ ଚେନ୍ନାଇର ସୁରନା କର୍ପୋରେସନ ଲିମିଡେଟଡ ଅଫିସ ଉପରେ ଚଢାଉ କରିଥିଲା। ଏହି ଚଢାଉ ବେଳେ ସେଠାରୁ ସିବିଆଇ 400.5 କେଜି ସୁନା ଜବତ କରିଥିଲା। ଏଥିରେ ସୁନା ବିସ୍କୁଟ, ସୁନା ଅଳଙ୍କାର ପ୍ରଭୃତି ଥିଲା। ସେସବୁ ସୁନାକୁ ଆଣି ସିବିଆଇ ନିଜ ହେପାଜତରେ ରଖିଥିଲା। ହେଲେ ବର୍ତ୍ତମାନ…

Read More

ପୁରୀ, ଖୁବ ଶିଘ୍ର ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର। ଯେତେଦୂର ସମ୍ଭବ ଚଳିତ ମାସ ତୃତୀୟ ସପ୍ତାହରେ ମନ୍ଦିର ଖୋଲିବ ବୋଲି ଆଶା କରାଯାଉଛି। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଘନଘନ ବୈଠକ ଆରମ୍ଭ ହୋଇଛି। ସେହିପରି ପୁରୀ ପ୍ରଶାସନ ମଧ୍ୟ ଏ ନେଇ ବୈଠକ ଜାରୀ ରଖିଛି। ଶ୍ରୀମନ୍ଦିର ପ୍ରଶାସନ ତିନୋଟି ବୈଠକ କରି ସେବାୟତଙ୍କ ମତାମତ ଲୋଡିଛି। ମନ୍ଦିର ଖୋଲାଗଲେ କିପରି ଭକ୍ତମାନେ ଦର୍ଶନ କରିବେ ସେ ନେଇ ବହୁ ଆଲୋଚନା ଚାଲିଛି। ଗତ ଶୁକ୍ରବାର ଦିନ ପୁରୀ ଜିଲ୍ଲାପାଳ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ବୈଠକ କରିଥିଲେ। ସେଥିରେ ବାହାର ରାଜ୍ୟରେ କିପରି ମନ୍ଦିର ପରିଚାଳନା କରାଯାଉଛି ତା ଉପରେ ଆଲୋଚନା କରିଥିଲେ। ବିଭିନ୍ନ ରାଜ୍ୟରେ କଣ ନୀତିନିୟମ ଭିତରେ ଭକ୍ତମାନେ ଯାଉଛନ୍ତି ସେ ତଥ୍ୟ ସଂଗ୍ରହ ପାଇଁ ମଧ୍ୟ କେତେକ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। ଉଭୟ ଶ୍ରୀମନ୍ଦିର ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ମିଳିତ…

Read More

ନୂଆଦିଲ୍ଲୀ, ଚାଣକ୍ୟ ନୀତିରେ ଏପରି ଅନେକ କଥା ଉଲ୍ଲେଖ କରାଯାଇଛି ଯାହା ଆମର ଦୈନ୍ୟନ୍ଦିନ ଜୀବନରେ ବେଶ୍ ଗୁରୁତ୍ବ ବହନ କରେ। ଆଉ ଆଚାର୍ଯ୍ୟ ଚାଣକ୍ୟଙ୍କ କଥା ସତ ବୋଲି ମଧ୍ୟ ପ୍ରମାଣିତ ହୋଇଥାଏ। ଏହି ପରିପ୍ରେକ୍ଷୀରେ ଆଚର୍ଯ୍ୟ କହିଛନ୍ତି ଯେ, ଜଣେ ମଣିଷ ତାହାର କାମକୁ କଣ କଲେ ସେ ସଫଳତା ହାସଲ କରିପାରି। ଚାଣକ୍ୟ ନୀତିରେ ରହିଛି ଯେ , ଯଦି ଆପଣ କୌଣସି ଗୁରୁତ୍ବ ପୂର୍ଣ୍ଣ କାମଟିଏ କରିବାକୁ ଯାଉଛନ୍ତି ତେବେ ତାହାକୁ ବାହାରେ ପ୍ରଘଟ କରନ୍ତୁ ନାହିଁ। ଯଦି ଆପଣ ଏକ ଭଲ କାମ ବା ଚାକିରୀ ପାଇଁ ଚେଷ୍ଠା କରୁଛନ୍ତି, ତେବେ ତାହା ସଫଳ ହେବା ପରେ କୁହନ୍ତୁ। ଆପଣଙ୍କ କାମ ଶେଷ ନ ହେବା ପୂର୍ବରୁ ଯଦି ପ୍ରଘଟ କଲେ ତେବେ ତାହା ଆଉ ହେବ ନାହିଁ। ସେଥିପାଇଁ ଚାଣକ୍ୟ କହିଛନ୍ତି ଆପଣଙ୍କ କାମ ଗୋପନରେ କରନ୍ତୁ। ଏହି କାମରେ ଯଦି କାହାର…

Read More

ନୂଆଦିଲ୍ଲୀ, ଆଜି ପାଞ୍ଚୋଟି ରାଶିର ଭାଗ୍ୟ ବେଶ୍ ପ୍ରଖର ରହିଛି। ମାତା ଲକ୍ଷ୍ମୀଙ୍କ କୃପା ତାଙ୍କ ଉପରେ ରହିବ, ଦାମ୍ପତ୍ୟ ଜୀବନରେ ଚାପ ଦୂର ହେବ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବେ। ଆପଣଙ୍କର ପ୍ରିୟ ଖାଦ୍ୟ, ପରିବାରରେ ଉପଭୋଗ କରିପାରିବ। ଏହି ରାଶିର ଲୋକମାନେ ଯେକୈଣସି ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ପାଇପାରିବେ। ଏହି ରାଶିଗୁଡିକ ହେଲା କନ୍ୟା, ମେଷ ଏବଂ ମିଥୁନ। ଏହି ରାଶିର ବ୍ୟବସାୟୀମାନେ ସେମାନଙ୍କ ବ୍ୟବସାୟରେ କିଛି ପରିବର୍ତ୍ତନ କରିବେ। ଯାହା ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ। ମାତା ଲକ୍ଷ୍ମୀଙ୍କ ନାମ ନେଇ ଆପଣ ଯାହା କରିବେ, ସେହି କାର୍ଯ୍ୟ ଆପଣଙ୍କୁ ସଫଳ ହେବାରେ କେହି ଅଟକାଇ ପାରିବେ ନାହିଁ। ଆପଣ ଜୀବନ ସାଥୀଙ୍କ ସମର୍ଥନ ପାଇବେ, ଆପଣଙ୍କ ବିବାହରେ ଅସୁବିଧା ଦୂର ହେବ, ଅଫିସ୍ କାର୍ଯ୍ୟର ସମସ୍ୟା ସମାପ୍ତ ହେବ।

Read More

ମେଷ- ଆଜି ଆପଣଙ୍କ ପାଇଁ ଅନୁକୂଳ ହେବାକୁ ଯାଉଛି। ବ୍ୟବସାୟରେ ଆପଣ ଭଲ ସଫଳତା ପାଇବ ଏବଂ ତୁମେ କଠିନ ପରିଶ୍ରମ କରିବେ। ବିବାହିତ ଲୋକମାନେ ପାରିବାରିକ ଜୀବନକୁ ଉପଭୋଗ କରିବେ ଏବଂ ଜୀବନ ସାଥୀ ସହିତ ଆପଣଙ୍କର ସମ୍ପର୍କକୁ ସୁଦୃଢ ହେବ। ଆଜି କାମ ପାଇଁ ଏକ ଭଲ ଦିନ ହେବ। ଆପଣ ମଧ୍ୟ ନିଜ ହାତରେ କିଛି ନୂଆ କାମ ନେବେ ଏବଂ ଏହାକୁ ବହୁତ ଭଲ ଭାବରେ ଆରମ୍ଭ କରିବେ। ପ୍ରେମ ଜୀବନ ବିତାଉଥିବା ଲୋକମାନେ ଚାପର ସମ୍ମୁଖୀନ ହୋଇପାରନ୍ତି । ସ୍ୱାସ୍ଥ୍ୟ ଭଲ ରହିବ, ଯାହା ଆପଣଙ୍କ ଶକ୍ତି ଏବଂ ପରିବାର ସଦସ୍ୟଙ୍କ ସମର୍ଥନ ବଢାଇବ। କିନ୍ତୁ ପରିବାରର କାହାର ସ୍ୱାସ୍ଥ୍ୟ ଖରାପ ହୋଇପାରେ, ଯେଉଁଥିପାଇଁ ଆପଣ ଚିନ୍ତିତ ହେବେ। ଆଜି କୈଣସି ନୂଆ ଘରୋଇ ଜିନିଷ କିଣିବେ । ବୃଷ- ଆଜି ଆପଣଙ୍କ ପାଇଁ ମଧ୍ୟମ ଫଳପ୍ରଦ ହେବ। ମାନସିକ ସମସ୍ୟା ହେତୁ ସବୁଠାରୁ…

Read More

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ଗବେଷକ ପ୍ରଫେସର ଲାଲା ବିହାରୀ ଶୁକ୍ଲାଙ୍କ ନାମ ଆମେରିକାର ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ବିଶ୍ୱର ଶ୍ରେଷ୍ଠ ଦୁଇ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସ୍ଥାନ ପାଇଛି। ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ବିଷୟବସ୍ତୁ ଆଧାରରେ ବିଶ୍ଳେଷଣ କରାଯାଇ ପ୍ରକାଶ କରାଯାଇଥିବା ତାଲିକାରେ ସୋଆର ବାୟୋଫୁଏଲ୍ ଆଣ୍ଡ ବାୟୋପ୍ରୋସେସିଂ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଥିବା ପ୍ରଫେସର ଶୁକ୍ଲା ମାଇନିଂ ଆଣ୍ଡ ମେଟାଲର୍ଜି ଗବେଷଣା କ୍ଷେତ୍ରରେ ବିଶ୍ୱରେ ୩୨୮ ତମ ସ୍ଥାନରେ ସ୍ଥାନୀତ ହାସଲ ହୋଇଛନ୍ତି। ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞ ମାନଙ୍କ ଦ୍ୱାରା ମାନଯୁକ୍ତ ସନ୍ଦର୍ଭ ଆଧାର ଯେପରିକି ସନ୍ଦର୍ଭ ସମ୍ପର୍କିତ ସୂଚନା, ଏଚ୍‌-ଇଣ୍ଡେକ୍ସ, କୋ-ଅଥରସିପ୍ ଏବଂ ସମଗ୍ର ସୂଚକକୁ ଆଧାର କରି ଏହି ବିଶ୍ଳେଷଣ କରାଯାଇ ବିଶ୍ୱର ୨ ପ୍ରତିଶତ ଶ୍ରେଷ୍ଠ ବୈଜ୍ଞାନିକଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ନେଚର୍ ପବ୍ଲିସିଙ୍ଗ୍ ଗ୍ରୁପ୍ ଦ୍ୱାରା ପ୍ରକାଶ ପାଉଥିବା ସାଇନ୍‌ଟିଫିକ୍ ରିପୋର୍ଟ ନାମକ ଏକ ଜର୍ନାଲ୍‌ର ସେ ସଂପାଦକୀୟ…

Read More

ଭୁବନେଶ୍ୱର: ତୃଣମୂଳ ସ୍ତରରୁ ଦଳକୁ ମଜବୁତ କରିବା ପାଇଁ ଓଡିଶା ପ୍ରଦେଶ କଂଗ୍ରେସ ପ୍ରୟାସ ଆରମ୍ଭ କରିଛି। କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବା ପାଇଁ ଜିଲ୍ଲା ସ୍ତରରେ ଜିଲ୍ଲା କଂଗ୍ରେସ କମିଟି ଏବଂ ବ୍ଲକ କଂଗ୍ରେସ କମିଟି ଗଠନ କରି ସମସ୍ତ ସାଂଗଠନିକ ଜିଲ୍ଲା ନିମନ୍ତେ ପିସିସି ପର୍ଯ୍ୟବେକ୍ଷକମାନଙ୍କୁ ଦାୟିତ୍ଵ ଦିଆଯାଇଛି। ଏନେଇ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ସେମାନଙ୍କର ଚୂଡ଼ାନ୍ତ ନାମ ତାଲିକା ଘୋଷଣା କରିଛନ୍ତି। ଏହି ପର୍ଯ୍ୟବେକ୍ଷକମାନେ ଖୁବ୍ ଶୀଘ୍ର ନିଜ ଦାୟିତ୍ୱରେ ଥିବା ଜିଲ୍ଲାର ପ୍ରତ୍ୟେକ ବ୍ଲକ ଓ ପୌରାଚଂଳ ଗ୍ରସ୍ତ କରିବେ। ଜିଲ୍ଲା କଂଗ୍ରେସ ସଭାପତି ନିଜ ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କ ସହିତ ଆଲୋଚନା କରି ସ୍ଥାନ, ତାରିଖ ଓ ସମୟ ସ୍ଥିର କରିବେ।  ଏବଂ ବୈଠକ ସମ୍ପର୍କରେ ନିଜ ଜିଲ୍ଳାର ନେତୃବୃନ୍ଦମାନଙ୍କୁ ବୈଠକରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିବେ। ବ୍ଲକ କମିଟି ଏବଂ ଜିଲ୍ଲା କମିଟିର ପ୍ରସ୍ତାବ ଆଧାରରେ ସମସ୍ତ ପର୍ଯ୍ୟବେକ୍ଷକ…

Read More

ଭୁବନେଶ୍ଵର: ଆଜି ରାଜ୍ୟରୁ ୪୦୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଅନୁଗୁଳରୁ ୩୨, ପୁରୀରୁ ୩୧, ବରଗଡରୁ ୩୦, କଳାହାଣ୍ଡିରୁ ୨୮, ବଲାଙ୍ଗିରିରୁ ୨୫, କେନ୍ଦ୍ରାପଡ଼ାରୁ ୧୮, ବାଲେଶ୍ବରରୁ ୧୭, ସୁନ୍ଦରଗଡରୁ ୧୬, ଜଗତସିଂହପୁରରୁ ୧୪, ନୂଆପଡ଼ାରୁ ୧୪, ସମ୍ବଲପୁରରୁ ୧୪, କେନ୍ଦୁଝରରୁ ୧୦, ଯାଜପୁରରୁ ୯, ଗଞ୍ଜାମରୁ ୭, ଢେଙ୍କାନାଳରୁ ୫, ଝାରସୁଗୁଡାରୁ ୫, କୋରାପୁଟରୁ ୫, ରାୟଗଡ଼ାରୁ ୪, ନବରଙ୍ଗପୁରରୁ ୩, ସୋନପୁରରୁ ୩, ଭଦ୍ରକରୁ ୨, ଦେବଗଡରୁ ୨, ମାଲକାନଗିରିରୁ ୧ ଓ ଷ୍ଟେଟପୁଲରୁ ୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୧୮ ହଜାର ୨୭୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୩…

Read More