Categories
ଆଜିର ଖବର ଜାତୀୟ ଖବର ବ୍ୟକ୍ତିତ୍ୱ

ଚାଷୀର ପୁଅ ନ୍ୟୁୟର୍କ ୟୁନିଭର୍ସିଟିରେ ପଢିବେ, ମିଳିବ ଶହେ ପ୍ରତିଶତ ମେଧାବୃତ୍ତି

ଲକ୍ଷ୍ନୌ, ନିଷ୍ଠା ଓ ଦୃଢ ଇଚ୍ଛାଶକ୍ତି ଥିଲେ ସବୁ ସମ୍ଭବ। ଏହାକୁ ଅକ୍ଷରେ ଅକ୍ଷରେ ପ୍ରମାଣିତ କରି ଦେଖାଇଛନ୍ତି ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରିର ଜଣେ ନାମମାତ୍ର ଚାଷୀର ପୁଅ ଅନୁରାଗ ତିୱାରି। ସେ ସିବିଏସ୍‌ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ୯୮.୨% ନମ୍ବର ରଖିବା ସହ ୧୦୦% ବୃତ୍ତି ହାସଲ କରି ନ୍ୟୁୟର୍କସ୍ଥିତ କର୍ଣ୍ଣୱେଲ୍ ବିଶ୍ବବିଦ୍ୟାଳୟରେ ପଢ଼ିବା ପାଇଁ ସିଟ୍‌ ପାଇଛନ୍ତି।

ସେପ୍ଟେମ୍ବର ପହିଲା ଠାରୁ ଅନୁରାଗ କର୍ଣ୍ଣୱେଲ୍ ଅନ୍‌ଲାଇନ୍ କ୍ଲାସ୍‌ରେ ଯୋଗ ଦେବେ। ସମ୍ପ୍ରତି କରୋନାଭାଇରସ୍ ମହାମାରୀ ଯୋଗୁଁ ଯୁକ୍ତରାଷ୍ଟ୍ର ଆମେରିକାର ଅଧିକାଂଶ ବିଶ୍ବବିଦ୍ୟାଳୟ ଭର୍ଚ୍ୟୁଆଲ୍ କ୍ଲାସ୍ କରୁଛନ୍ତି। ‘ହ୍ୟୁମାନିଟିଜ୍‌’ର ଛାତ୍ର ଅନୁରାଗ ଅର୍ଥନୀତି ଏବଂ ଇତିହାସରେ ୧୦୦%, ରାଜନୀତି ବିଜ୍ଞାନ ଓ ଇଂରାଜୀରେ ୯୭% ହାସଲ କରିଛନ୍ତି। ସବୁଠୁ କମ୍ ୯୫% ରଖିଛନ୍ତି ଗଣିତରେ। କର୍ଣ୍ଣୱେଲ୍‌ରେ ଅନୁରାଗ ଅର୍ଥନୀତି ଅଧ୍ୟୟନ କରିବେ।

କୃଷକ କମଳପତି ତିୱାରି ଓ ଗୃହିଣୀ ସଙ୍ଗୀତାଙ୍କ ପୁଅ ଅନୁରାଗ ତାଙ୍କ ଗାଁ ସରାସନରେ ୫ମ ଶ୍ରେଣୀ ଯାଏଁ ପଢିଥିଲେ। ୨୦୧୩ରେ ଷଷ୍ଠ ଶ୍ରେଣୀରେ ‘ବିଦ୍ୟାଜ୍ଞାନ’ରେ ନାମ ଲେଖାଇବା ଲାଗି ସେ ପ୍ରବେଶିକା ପରୀକ୍ଷାରେ ସଫଳ ହୋଇଥିଲେ। ଏହି ପ୍ରତିଷ୍ଠାନ ଆର୍ଥିକ ଅନଗ୍ରସର ଗ୍ରାମୀଣ ମେଧାବୀ ପିଲାଙ୍କ ଉତ୍ଥାନ ପାଇଁ ଉଦ୍ୟମ କରିଥାଏ। ସେଥିରେ ଅନୁରାଗଙ୍କର ଜୀବନ ବଦଳି ଯାଇଥିଲା।

ଏକାଦଶ ଶ୍ରେଣୀରେ ଥିବା ବେଳେ ସେ ଏସ୍‌ଏଟି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ଓ ୧୬୦୦ ନମ୍ବରରୁ ୧୩୭୦ ନମ୍ବର ହାସଲ କରିଥିଲେ। ‘ଆର୍ଲି ଡିସିସନ୍ ଆପ୍ଲିକାଣ୍ଟ୍’ ଭାବେ ଅନୁରାଗ କର୍ଣ୍ଣୱେଲ୍‌କୁ ଆବେଦନ କରିଥିଲେ ଓ ଗତବର୍ଷ ଡିସେମ୍ବର ମାସରେ କଲ୍ ପାଇଥିଲେ।

ସଫଳତା ହାସଲ କରି ନିଜ ଗାଁରେ ପହଞ୍ଚିଥିବା ପରର ଅନୁଭୂତି ବଖାଣି ଅନୁରାଗ କହନ୍ତି, ଗାଁରେ ପହଞ୍ଚିବା ପରେ ତାଙ୍କୁ ସମସ୍ତେ ସମ୍ମାନଜନକ ଦୃଷ୍ଟିରେ ଦେଖିଲେ। ପୂର୍ବରୁ ତାଙ୍କୁ ଚିହ୍ନି ନ ଥିବା ଲୋକେ ଘରକୁ ଆସି ତାଙ୍କ ସହ କଥାବାର୍ତ୍ତା କଲେ। ଯାହାକି ତାଙ୍କୁ ଖୁସି ଦେଇଥିଲା।

Categories
ଆଜିର ଖବର ଜାତୀୟ ଖବର

ପାଇଲଟ୍‌ ଓ ତାଙ୍କ ସମର୍ଥକ ବିଧାୟକଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କଲା କଂଗ୍ରେସ

ଜୟପୁର : ରାଜସ୍ଥାନର ବିଧାୟକ ସଚିନ ପାଇଲଟ ଓ ତାଙ୍କର 18ଜଣ ସମର୍ଥକଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି କଂଗ୍ରେସ। ସେମାନଙ୍କର ବିଧାୟକ ପଦ ରଦ୍ଦ ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି । ସମସ୍ତଙ୍କୁ ନୋଟିସ୍ ଜାରି କରିଛନ୍ତି ବାଚସ୍ପତି ସିପି ଯୋଶୀ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଡାକିଥିବା ବିଧାୟକ ଦଳ ବୈଠକରେ ଏମାନେ ଯୋଗ ଦେଇନଥିବାରୁ ଏହି ନୋଟିସ୍ ଜାରି କରାଯାଇଛି । ହ୍ୱିପ୍ ଜାରି ସତ୍ତ୍ୱେ ସଚିନ ଓ ତାଙ୍କ ସମର୍ଥକମାନେ ବୈଠକରେ ଯୋଗ ଦେଇନଥିଲେ। ନୋଟିସ୍‌ରେ ଉତ୍ତର ଦେବାକୁ ଦୁଇ ଦିନ ସମୟ ଦିଆଯାଇଛି।

ଗତକାଲି ସଚିନ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ଓ ପିସିସି ସଭାପତି ପଦରୁ କଂଗ୍ରେସ ବିଦା କରିଥିଲା । ତାଙ୍କୁ କ୍ୟାବିନେଟରୁ ମଧ୍ୟ ହଟା ଯାଇଛି।  ଦଳ ବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସ ତାଙ୍କ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରିଛି । ଅପରପକ୍ଷରେ ସଚିନ୍‌ ବିଜେପିକୁ ଆସିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ସେ ନୂତନ ରଣନୀତି ପ୍ରସ୍ତୁତ କରିବେ ବୋଲି ସୂଚନା ଦେଇଛନ୍ତି ।ଅନ୍ୟପଟେ ବିଜେପି ଏବେ ଓ୍ବେଣ୍ଟ ଆଣ୍ଡ୍‌ ଓ୍ବାଚ୍‌ ନୀତି ଅବଲମ୍ବନ କରୁଛି ।

ପାଇଲଟ୍‌ ଦଳରୁ ବିଦା ହେବା ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶାେକ ଗେହଲଟ୍‌  ସିଧାସଳଖ ଭାବେ ପାଇଲଟ୍‌ ଓ ବିଜେପିକୁ ଟାର୍ଗେଟ୍‌ କରୁଛନ୍ତି ।  ବିଜେପି ଉପରେ ବିଧାୟକ କିଣାବିକାର ଅଭିଯୋଗ କରିଛନ୍ତି  ଅଶୋକ ଗେହଲଟ୍‌। ଅଶୋକ ଆହୁରି ମଧ୍ୟ କହିଛନ୍ତି ଯେ, ଖୋଦ୍‌ ସଚିନ୍‌ ରାଜସ୍ଥାନ ସରକାର ଭାଙ୍ଗିବାକୁ ଡିଲ୍‌ କରିଥିଲେ । ବିଧାୟକଙ୍କୁ ପଇସାର ଲୋଭ ଦେଖାଉଥିଲେ । ଏହାର ପ୍ରମାଣ ତାଙ୍କ ପାଖରେ ରହିଛି ବୋଲି କହିଛନ୍ତି ଅଶାେକ ଗେହଲଟ୍‌ ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ବ୍ଲକ ପ୍ରଶାସନର ଖାମଖିଆଲୀ ନୀତି : ବ୍ଲକ କାର୍ଯ୍ୟାଳୟର ଅଳିଆ ଗଦାରେ ଆବାସ ଯୋଜନା ଫର୍ମ

ସୀତାରାମ ଅଗ୍ରଓ୍ବାଲ

ଚିଲିକା : ଗରିବ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ସରକାର ଅନେକଗୁଡିଏ ଯୋଜନା ପ୍ରଣୟନ କରିଛନ୍ତି । ଗରିବଙ୍କ ପାଇଁ ରାସନ କାର୍ଡ ସହ ଆବାସ ଯୋଜନା ପରି ଅନେକଗୁଡିଏ ଯୋଜନା ଆଦି କରାଯାଇଛି । ଯୋଗ୍ୟ ହିତାଧିକାରୀ ଆବେଦନ କରି ଏହି ଯୋଜନା ପାଇବାକୁ ହକଦାର ହେଉଛନ୍ତି । କିନ୍ତୁ ଅନେକ ସମୟରେ ସରକାରୀ ଯୋଜନାରେ ଦୁର୍ନୀତି ଦେଖିବାକୁ ମିଳୁଛି । କେଉଁଠି ଅଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାମାନ ମିଳୁଥିବାବେଳେ ଯୋଗ୍ୟ ହିତାଧିକାରୀମାନେ ବ୍ଲକ ଅଫିସ୍‌ ଧାଇଁ ଧାଇଁ ନୟାନ୍ତ ହେଉଛନ୍ତି । ଆଉ କେଉଁଠି ହିତାଧିକାରୀଙ୍କ ଫର୍ମଗୁଡିକୁ ଅଳିଆଗଦାରେ ପକାଉ ଦେଉଛନ୍ତି ।  ଠିକ୍‌ ଏହିପରି ଏକ ଘଟଣା ଚିଲିକା ବ୍ଲକରେ ଦେଖିବାକୁ ମିଳିଛି । ଏଠାରେ ବ୍ଳକ କାର୍ଯ୍ୟାଳୟରେ ହିତାଧିକାରୀଙ୍କ  ଆବେଦନ ପତ୍ରଗୁଡିକ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିଲା ।

ମିଳିଥିବା ସୂଚନା ଅନୁସାରେ କୌଣସି ଏକ କାମ ପାଇଁ 4 ନମ୍ବର ଜୋନ୍‌ର ଜିଲ୍ଲା ପରିଷଦ ସଭ୍ୟ ସୁମନ୍ତ ପଟ୍ଟନାୟକ ଓ କୁମାଣ୍ଡଳ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ବ୍ଲକକୁ ଯାଇଥିବାବେଳେ ସେଠାରେ ପରିତ୍ୟକ୍ତ ଅବସ୍ଥାରେ 40ରୁ ଉର୍ଦ୍ଧ୍ବ ଆବାସ ଯୋଜନା ଫର୍ମ ଓ ରାସନ କାର୍ଡ ଫର୍ମଗୁଡିକ ପଡିଥିବାର ଦେଖିଥିଲେ । ପାଖରେ ନିଆଁ ଲଗାଯାଇଥିବାବେଳେ ଏହି ଫର୍ମଗୁଡିକ ଏପରି ପରିତ୍ୟକ୍ତ ଅବସ୍ଥାରେ ପଡିଥିବାର ଦେଖି ସେମାନେ ବ୍ଲକର ଏକ କର୍ମଚାରୀଙ୍କୁ ଏନେଇ ଅବଗତ କରାଇଥିଲେ । ଏହାପରେ କର୍ମଚାରୀ ଜଣକ ଉକ୍ତ ଫର୍ମଗୁଡିକୁ ଗୋଟାଇ ସଂଗ୍ରହ କରିଥିଲେ । କିଛି ଫର୍ମ ନିଆଁରେ ପୋଡି ହୋଇଯାଇଥିବାର ମଧ୍ୟ ଅନୁମାନ କରାଯାଉଛି । ତେବେ ବ୍ଲକ ପ୍ରଶାସନର ଏପରି ଖାମଖିଆଲି ନୀତିକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହେଉଛି ।

ଯୋଗ୍ୟ ହିତାଧିକାରୀଙ୍କୁ ସମସ୍ତ ସୁବିଧା ସୁଯୋଗ ଦେବା ପାଇଁ ସରକାର ବଦ୍ଧ ପରିକର ଥିବାବେଳେ ସ୍ଥାନୀୟ ପ୍ରଶାସନର ଏପରି ଉଦାସୀନତାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହେଉଛି । ବ୍ଲକ ପ୍ରଶାସନ ହିତାଧିକାରୀଙ୍କଠାରୁ ଫର୍ମ ତ ଗ୍ରହଣ କରୁଛନ୍ତି, କିନ୍ତୁ ଧର୍ମକୁ ଆଖିଠାର ପରି ସେଗୁଡିକୁ ଅଳିଆ ଗଦାରେ ପକାଇ ଦେଉଛନ୍ତି । ବ୍ଲକ ପ୍ରଶାସନରେ ଏଭଳି କାର୍ଯ୍ୟ ଅନେକ ଯୋଗ୍ୟ ହିତାଧିକାରୀଙ୍କୁ ତାଙ୍କ ଅଧିକାରରୁ ବଞ୍ଚିତ କରୁଛି । ତେବେ ଏହି ଫର୍ମଗୁଡିକୁ କିଏ କାହିଁକି ସେଠାରେ ପକାଇଥିଲେ, ତାହାର ତଦନ୍ତ ହେବା ନିତାନ୍ତ ଜରୁରୀ । ସେହିପରି ବ୍ଲକ କାର୍ଯ୍ୟାଳୟରେ ଏପରି ବେଖିଆଲ କାର୍ଯ୍ୟକୁ ନେଇ ବ୍ଲକ ପ୍ରଶାସନ ନିଜର ଜବାବ ରଖିବା ଆଜିର ସମୟରେ ବଡ ଆବଶ୍ୟକତା ହୋଇଛି ।

Categories
ଆଜିର ଖବର ଜାତୀୟ ଖବର

ଆତ୍ମନିର୍ଭରତାର ମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ ଦକ୍ଷତା

ନୂଆଦିଲ୍ଲୀ, ବିଶ୍ବବାସୀଙ୍କ ପାଇଁ କରୋନା ମହାମାରୀ ଆଣିଥିବା ନୂଆ ନୂଆ ଆହ୍ବାନର ମୁକାବିଲା ପାଇଁ ଦକ୍ଷତା ବଢାଇବା ଅତ୍ୟନ୍ତ ଜରୁରୀ। ଏଥିପାଇଁ ପ୍ରତ୍ୟେକ ପ୍ରସ୍ତୁତ ହେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।‘ୱାଲର୍ଡ ୟୋଥ୍ ସ୍କିଲ୍‌ସ୍‌ ଡେ’ ଅବସରରେ ଆୟୋଜିତ ଡିଜିଟାଲ୍ କନ୍‌କ୍ଲେଭ୍‌ରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦି ଯୁବବର୍ଗଙ୍କୁ ଦକ୍ଷତା ହାସଲର ନୂଆ ମନ୍ତ୍ରଟିଏ ଦେଇଛନ୍ତି ଯାହା ସେମାନଙ୍କୁ ସଙ୍କଟ ମଧ୍ୟରେ ସମୟ ଉପଯୋଗୀ ଏବଂ ସଶକ୍ତ ରଖିବାରେ ସହାୟକ ହେବ।

ପ୍ରଧାନମନ୍ତ୍ରୀ କହିଲେ, ଆଜିର ଦିନଟି ତୁମ୍ଭମାନଙ୍କ ଦକ୍ଷତା ପ୍ରତି ଉତ୍ସର୍ଗୀକୃତ। ସହସ୍ରାବ୍ଦୀ ଯୁବାର ସବୁଠୁ ବଡ଼ ସାମର୍ଥ୍ୟ ହେଉଛି ନୂତନ ଦକ୍ଷତା ହାସଲ କରିବା। କୋଭିଡ୍-୧୯ କାର୍ଯ୍ୟର ସ୍ବରୂପ ବଦଳାଇ ଦେଇଛି। ନୂଆ ପ୍ରଯୁକ୍ତିବିଦ୍ୟା ମଧ୍ୟ ଆମ ଜୀବନକୁ ପ୍ରଭାବିତ କରିଛି। ଆମ ଯୁବବର୍ଗଙ୍କୁ ନୂତନ ଦକ୍ଷତା ଆପଣାଇବାକୁ ପଡ଼ିବ।

ଏହାକୁ ବୁଝାଇ ଦେଇ ସେ କହିଲେ, ତୁମ୍ଭମାନଙ୍କୁ ଦକ୍ଷତା ଶିକ୍ଷା କରିବାକୁ ପଡ଼େ। ଦୃଷ୍ଟାନ୍ତସ୍ବରୂପ ଖଣ୍ଡେ କାଠରୁ ଚେଆର୍‌ଟିଏ ଗଢ଼ିବା। ଅର୍ଥାତ୍ ଅଧିକ କିଛି ଆବଶ୍ୟକତା ଯୋଗ କରି ତୁମେ ସେ କାଠ ଖଣ୍ଡକର ମୂଲ୍ୟ ବଢ଼ାଇ ଦେଲ। ସମୟ ଉପଯୋଗୀ ରହିବା ପାଇଁ ତୁମକୁ ଯେଉଁ ଥିରେ ହେଉ ନା କାହିଁକି, କିଛି ନା କିଛି ଯୋଗ କରିବାକୁ ପଡ଼ିବ।

କିନ୍ତୁ, ଗୁରୁତ୍ବପୂର୍ଣ୍ଣ କଥା ହେଲା ଆମର ଦକ୍ଷତାକୁ ଆହୁରି ପ୍ରଶସ୍ତ କରିବାକୁ ପଡ଼ିବ। ଏହା ହେଉଛି ଅତିରିକ୍ତ ଦକ୍ଷତା। ସେ ପୁଣି କହିଲେ କି, କେବଳ ଯୁବବର୍ଗ ନୁହନ୍ତି, ଯେକୌଣସି ବ୍ୟକ୍ତିବିଶେଷ ଏ ପଥରେ ଆଗେଇ ପାରିବେ। ନୂଆ ଜିନିଷ ଶିଖ ଓ ଦକ୍ଷତା ବଢ଼ାଇ ଚାଲ। ଏହା ଆମକୁ ଆତ୍ମନିର୍ଭର କରିବ।

Categories
ଆଜିର ଖବର ରାଜ୍ୟ ଖବର

କରୋନା ପାଇଁ ବଢିଲା ସ୍କୁଲ ଆଡମିଶନ ତାରିଖ

ଭୁବନେଶ୍ବର : କରୋନା ପାଇଁ ସ୍କୁଲରେ ଆଡମିଶନ ତାରିଖ ବଢାଇଲେ ସରକାର । ଆଡମିଶନ ତାରିଖ ଅଗଷ୍ଟ 14 ଯାଏଁ ବୃଦ୍ଧି କରିଛି ଗଣଶିକ୍ଷା ବିଭାଗ । ପୂର୍ବରୁ ଜୁ୍ନ୍‌ 8ରୁ ଆଡମିଶନ୍‌ ଆରମ୍ଭ ହୋଇ ଜୁଲାଇ 15 ତାରିଖ ଭିତରେ ସାରିବାକୁ ନିର୍ଦ୍ଦେଶ ଥିଲା । ସେହିପରି ଆସନ୍ତା ଜୁଲାଇ 31 ଭିତରେ ମାଟ୍ରିକ୍‌ ପରୀକ୍ଷା ଫଳ ବାହାରିବ ବୋଲି ସୂଚନା ରହିଛି ।

କରୋନା ସଂକ୍ରମଣ ରୋକିବାକୁ ସରକାରଙ୍କ ସମସ୍ତ ଗାଇଡଲାଇନ୍ ପାଳନ ସହ ସାମାଜିକ ଦୂରତା, ମାସ୍କ ବ୍ୟବହାର ଓ ସାନିଟାଇଜ୍ ଆଦି ନିଶ୍ଚିତ କରିବା ଲାଗି ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ତିନି ଦିନ ପାଇଁ ସଟ୍‌ଡାଉନ୍‌ ହେବ ବୀରମିତ୍ରପୁର ପୌରାଞ୍ଚଳ, ଜାଣନ୍ତୁ କେବେଠୁ ଲାଗୁ ହେବ ସଟ୍‌ଡାଉନ୍‌

ରାଉରକେଲା :ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରକୁ 3 ଦିନ ପାଇଁ ଶଟଡାଉନ ଘୋଷଣା କରାଯାଇଛି। ଏହି ଶଟଡାଉନ୍ ‌17 ତାରିଖ ସକାଳ 6ଟାରୁ ଆରମ୍ଭ ହୋଇ ରବିବାର ମଧ୍ୟରାତ୍ର ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ପାନପୋଷ ଉପଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର କହିଛନ୍ତି। କୋଭିଡ 19ର ସଂକ୍ରମଣ ବୀରମିତ୍ରପୁରରେ ଥମି ନଥିବାରୁ ପୌରାଞ୍ଚଳରେ ଶଟଡାଉନ୍‌ ନିଷ୍ପତ୍ତି ନିଆଯାଇଛି।

ସୂଚନାଯୋଗ୍ୟ, ପୂର୍ବରୁ କୋଭିଡ ସଂକ୍ରମଣ ରୋକିବାକୁ 10 ତାରିଖ ସନ୍ଧ୍ୟା 6ଟାରୁ 13 ତାରିଖ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ୩ ଦିନ ବୀରମିତ୍ରପୁର ପୌରାଞ୍ଚଳକୁ ଶଟଡାଉନ୍‌ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଔଷଧ ବାଣ୍ଟିଲାବେଳେ ଟଳି ପଡିଲେ ଆଶା କର୍ମୀ

ଖୋର୍ଦ୍ଧା : ଔଷଧ ବିତରଣ ବେଳେ ଜଣେ ଆଶା କର୍ମୀଙ୍କ ମୃତ୍ୟୁ ହୋଇଛି ।  ମିଳିଥିବା ସୂଚନା ଅନୁସାରେ ଓରବରସିଂ ପଞ୍ଚାୟତ ଡିହଖଳା ଗ୍ରାମରେ ଔଷଧ ବାଣ୍ଟିଲା ବେଳେ ଜଣେ ଆଶା କର୍ମୀ ଟଳି ପଡିଥିଲେ । ତାଙ୍କୁ ଖୋର୍ଦ୍ଧା ମେଡ଼ିକାଲ ନିଆଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା  କରିଛନ୍ତି । ତେବେ ଆଶା କର୍ମୀ ଜଣକ କ’ଣ ପାଇଁ ମୃତ୍ୟୁବରଣ କଲେ, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସ୍ଥିତି ଗମ୍ଭୀର ଥିବାବେଳେ ଏବେ କରୋନ ଯୋଦ୍ଧାମାନେ ଆକ୍ରାନ୍ତ ହେଉଛନ୍ତି । ଆଜି ଭୀମ୍‌ସାରର 7 ଜଣ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

କଟକ ସହରରୁ ଆଉ 4 ପଜିଟିଭ୍‌

କଟକ : କଟକ ସହରରେ ଆଉ 4 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଚାରି ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇ ଜଣ ଇନ୍‌ଷ୍ଟିଚ୍ୟୁସନାଲ୍‌ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ଜଣେ ହୋମ୍‌ କ୍ବାରେଣ୍ଟିନ୍‌ ଓ ଅନ୍ୟ ଜଣେ ଲୋକାଲ୍‌ କେସ୍‌ ବୋଲି ସୂଚନା ରହିଛି ।

ଲୋକାଲ୍‌ କେସ୍‌ ଜଣକ ସୂତାହାଟର ଜଣେ 36 ବର୍ଷୀୟା ମହିଳା ବୋଲି ସୂଚନା ରହିଛି । ସେହିପରି ହୋମ୍‌ କ୍ବାରେଣ୍ଟିନ୍‌ର ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ 46 ବର୍ଷୀୟ ପୁରୁଷ ହୋଇଥିବାବେଳେ ତାଙ୍କ ଘର ସିଡିଏ ସେକ୍ଟର -6 ବୋଲି ସୂଚନା ରହିଛି ।

ସରକାରୀ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ଦୁଇ ଆକ୍ରାନ୍ତଙ୍କ ମଧ୍ୟରୁ ଜ ଣେ 60 ବର୍ଷ ବୟସ୍କା ବୃଦ୍ଧା ଜଣାପଡିଥିବାବେଳେ ଅନ୍ୟ ଜଣେ 34 ବର୍ଷୀୟ ପୁରୁଷ ବୋଲି ସୂଚନା ରହିଛି ।

Image

ନୂତନ 4 ଆକ୍ରାନ୍ତଙ୍କୁ ମିଶାଇ କଟକ ସହରରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 295ରେ ପହଞ୍ଚିଥିବାବେଳେ  ସୁସ୍ଥ ହୋଇଛନ୍ତି 134 ଜଣ । ସେହିପରି କଟକ ସହରରୁ କରୋନାରେ 7ଜଣ ମୃତ୍ୟୁ ବରଣ କରିଥିବାବେଳେ ଏବେ ସୁଦ୍ଧା କଟକ ସହରରେ 154ଟି ସକ୍ରିୟ ମାମଲା ରହିଛି ।

Categories
ଆଜିର ଖବର ଜାତୀୟ ଖବର

ପ୍ରକାଶ ପାଇଲା ସିବିଏସ୍‌ଇ ଦଶମ ଶ୍ରେଣୀ ରେଜଲ୍ଟ

ନୂଆଦିଲ୍ଲୀ: ସିବିଏସଇ ଦଶମ ଶ୍ରେଣୀ ରେଜଲ୍ଟ ଆଜି ପ୍ରକାଶ ପାଇଛି। ଏ ନେଇ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ସୂଚନା ଦେଇଛନ୍ତି। www.cbse.nic.in ଓ cbseresults.nic.in ୱେବ୍‌ସାଇଟ୍‌ରେ ରେଜଲ୍ଟ ଉପଲବ୍ଧ ହୋଇଛି ।

ଚଳିତ ବର୍ଷ ପ୍ରାୟ 16 ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଚଳିତ ବର୍ଷ ଫେବୃଆରୀ 15ରୁ ମାର୍ଚ୍ଚ 20 ଯାଏ ପରୀକ୍ଷା ହୋଇଥିଲା। କରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ୍ କଟକଣା ଲାଗୁ ହେବା‌ପରେ 6ଟି ବିଷୟରେ ପରୀକ୍ଷା ହୋଇପାରିନଥିଲା ଓ ଏହାକୁ ପରେ ବାତିଲ କରାଯାଇଥିଲା। ତେବେ ଆଭରେଜ୍ ମାର୍କିଂ ଦ୍ୱାରା ରେଜଲ୍ଟ ପ୍ରକାଶ ପାଇଛି।

Categories
ଆଜିର ଖବର ରାଜ୍ୟ ଖବର

କୋଭିଡ୍‌ କେୟାର ହୋମ୍‌ ପାଇଁ ନିଯୁକ୍ତି : ପ୍ରତି ହୋମ୍‌ ପାଇଁ ଜଣେ ଏଏନ୍‌ଏମ୍‌ଙ୍କୁ ଅସ୍ଥାୟୀ ଭାବେ ଦିଆଯିବ ନିଯୁକ୍ତି

ଭୁବନେଶ୍ବର : ପ୍ରତି ପଞ୍ଚାୟତରେ ହେବାକୁ ଥିବା କୋଭିଡ୍‌ କେୟାର ହୋମ୍‌ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରତି ହୋମ୍‌ ପାଇଁ ଜଣେ ଏଏନ୍‌ଏମ୍‌ଙ୍କୁ ଅସ୍ଥାୟୀ ଭାବେ ନିଯୁକ୍ତି ଦିଆଯିବ । ପ୍ରାୟ 7 ହଜାର ଏଏନ୍‌ଏମ୍‌ଙ୍କୁ ନିଯୁକ୍ତି ଦେବାକୁ ସ୍ବାସ୍ଥ୍ୟ ବିଭାଗର ବିଜ୍ଞପ୍ତି ପ୍ରକାଶ ହୋଇଛି । ଯଦି ଆବଶ୍ୟକ ତାଲିମପ୍ରାପ୍ତ ଏଏନ୍‌ଏମ୍‌  ନ ମିଳିବେ, ନର୍ସ, ଫାର୍ମାସିଷ୍ଟ ନିଯୁକ୍ତ ହେବେ । ଏନେଇ ଏଏନ୍‌ଏମ୍‌, ନର୍ସ ଓ ଫାର୍ମାସିଷ୍ଟଙ୍କ ପାରିତୋଷିକ ମଧ୍ୟ ପ୍ରକାଶ ପାଇଲା । ଏଏନ୍‌ଏମ୍‌ଙ୍କୁ ଦୈନିକ 850ଟଙ୍କା ମିଳିବ, ସେହିପରି ନର୍ସ ଓ ଫାର୍ମାସିଷ୍ଟଙ୍କୁ 1 ହଜାର ଟଙ୍କା ମିଳିବ ବୋଲି ସୂଚନା ରହିଛି । ଏଏନ୍‌ଏମ୍‌, ନର୍ସ ଓ ଫାର୍ମାସିଷ୍ଟମାନଙ୍କୁ ତିନି ମାସ ପାଇଁ ନିଯୁକ୍ତି ଦିଆଯିବ ବୋଲି ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

7 କରୋନା ଯୋଦ୍ଧାଙ୍କୁ କରୋନା

ବୁର୍ଲା : ବୁର୍ଲା ଭୀମସା୍‌ରରେ 7 କରୋନା ଯୋଦ୍ଧାଙ୍କୁ କରୋନା । ହସ୍ପିଟାଲର ତିନିଜଣ ଡାକ୍ତର ଓ ଚାରି ଜଣ ନର୍ସ କରୋନାରେ ସଂକ୍ରମିତ ହୋଇଥିବାର ସୂଚନା ରହିଛି । ଏନେଇ ସୂଚନା ଦେଇଛନ୍ତି ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ଲଳିତ ମେହେର । 7 କର୍ମଚାରୀ ପଜିଟିଭ୍‌ ଜଣାପଡିବା ପରେ ହସ୍ପିଟାଲ ସାନିଟାଇଜ୍‌ କରାଯାଇଛି ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠାରୁ 19ତାରିଖ ଯାଏ ବୀର ସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ୍ ରିସର୍ଚ୍ଚ(ଭିମ୍‌ସାର୍‌)ର ସମସ୍ତ ବିଭାଗର ଓପିଡି ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଅନୁଯାୟୀ, ମେଡିକାଲରେ କେବଳ କାଜୁଆଲିଟି ଓ ଏମର୍ଜେନ୍ସି ବିଭାଗ ଖୋଲା ରହିବ। ରୁଟିନ୍ ସର୍ଜରୀ ବନ୍ଦ ରହିବ। ରେଫେରାଲ ରୋଗୀଙ୍କୁ ଅନୁମତି ମିଳିବ।

Categories
ଆଜିର ଖବର ଜାତୀୟ ଖବର

ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର : ବର୍ତ୍ତମାନ ସୁଦ୍ଧା 85 ଜଣଙ୍କର ମୃତ୍ୟୁ, 33 ଲକ୍ଷ ଲୋକ ପ୍ରଭାବିତ

ଆସାମ: ଆସାମରେ ସୃଷ୍ଟି ହୋଇଥିବା ପ୍ରଳୟଙ୍କାରୀ ବନ୍ୟାରେ ମଙ୍ଗଳବାର ଦିନ ଆଉ 9 ଜଣଙ୍କର ମୃତ୍ୟୁ ଘଟିଛି । ଏହା ବ୍ୟତୀତ ରାଜ୍ୟର 28 ଟି ଜିଲ୍ଲାର 33 ଲକ୍ଷରୁ ଅଧିକ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ନେଇ ସରକାର ସୂଚନା ଦେଇଛନ୍ତି । ଦିବ୍ରୁଗଡ଼ ଜିଲ୍ଲାରେ ତିନି ଜଣ, ଟିନସୁକିଆ ଏବଂ ବାରପେଟା ଜିଲ୍ଲାରେ ଦୁଇଜଣ ଏବଂ ବିଶ୍ୱନାଥ ଏବଂ ଗୋଲାଘାଟ ଜିଲ୍ଲାରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ରାଜ୍ୟରେ ଏପର୍ଯ୍ୟନ୍ତ ବନ୍ୟା ପରିସ୍ଥିତି ଘଟଣାରେ 85 ଜଣଙ୍କର ମୃତ୍ୟୁ ହୋଇଛି ।

ରାଜ୍ୟସରକାରଙ୍କ ସୂଚନା ଅନୁସାରେ ସବୁଠାରୁ ଅଧିକ ପ୍ରଭାବିତ ଜିଲ୍ଲା ହେଉଛି ବାରପେଟା ଯେଉଁଠାରେ 5.50 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଏହା ବ୍ୟତୀତ ଧୁବ୍ରିରେ 4.11 ଲକ୍ଷ ଲୋକ, ମୋରିଗାଓଁରେ 4.08 ଲକ୍ଷ ଏବଂ ଦକ୍ଷିଣ ସଲମାଡା ଜିଲ୍ଲାର 2.25 ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟା ଯୋଗୁଁ ସୋମବାର 27 ଟି ଜିଲ୍ଲାରେ ପ୍ରାୟ 22 ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ। ବ୍ରହ୍ମପୁତ୍ର ଏବଂ ଏହାର ଉପନଦୀଗୁଡିକରେ ପ୍ରବାହିତ ହେଉଥିବା ବନ୍ୟା ଜଳ କାଜିରଙ୍ଗା ଜାତୀୟ ଉଦ୍ୟାନକୁ ମଧ୍ୟ ପ୍ରଭାବିତ କରିଥିବା ଜଣାପଡିଛି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ପୁଣି ତିନିଜଣଙ୍କର ଜୀବନ ନେଲା କରୋନା : ରାଜ୍ୟରେ ମୃତ୍ୟୁ ସଂଖ୍ୟା 77କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ଆଉ ତିନିଜଣଙ୍କ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରୁ 2 ଜଣ ଗଞ୍ଜାମରୁ ହୋଇଥିବାବେଳେ ଜଣେ ଭୁବନେଶ୍ବରର ବୋଲି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଗଞ୍ଜାମରୁ ଦୁଇ ମୃତକଙ୍କ ପୁରୁଷ ହୋଇଥିବାବେଳେ ବୟସ 65 ଓ 86 ବୋଲି ସୂଚନା ରହିଛି । ଭୁବନେଶ୍ବରର ମୃତକ ଜଣକ 72 ବର୍ଷୀୟ ପୁରୁଷ ।

ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା 77କୁ ବୃଦ୍ଧି ହୋଇଥିବାବେଳେ ଗଞ୍ଜାମରେ କରୋନା ମୃତ୍ୟୁ ଜନିତ 46କୁ ବୃଦ୍ଧି ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ମୃତ୍ୟୁ ସଂଖ୍ୟା 13କୁ ବୃଦ୍ଧି ହୋଇଛି ।

ସେହିପରି ଆଜି ଦୁଇଜଣ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ସତ୍ତ୍ବେ ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି । ଏହି ଦୁଇ ମୃତକଙ୍କ ମଧ୍ୟରୁ ଜଣେ ଗଞ୍ଜାମ ଜିଲ୍ଲାର 72 ବର୍ଷରହୋଇଥିବାବେଳେ ଅନ୍ୟ ଜଣେ 52 ବର୍ଷୀୟ ଖୋରଦ୍ଧା ଜିଲ୍ଲାର ବୋଲି ସୂଚନା ରହିଛି । ସେହିପରି କରୋନାରେ ଆକ୍ରାନ୍ତ ହୋଇଥିବା ସତ୍ତ୍ବେ ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବା ମୃତକଙ୍କ ସଂଖ୍ୟା 24ରେ ପହଞ୍ଚିଛି ।

Categories
ଆଜିର ଖବର ରାଜ୍ୟ ଖବର

22ଟି ଜିଲ୍ଲାରୁ ଆଜି 618 ପଜିଟିଭ୍‌, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ହୋଇଛନ୍ତି ଆକ୍ରାନ୍ତ

ଭୁବନେଶ୍ବର : ଆଜି ରାଜ୍ୟରୁ 618 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 22ଟି ଜିଲ୍ଲାରୁ ଆଜି 618ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ 286 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ  ଖୋର୍ଦ୍ଧାରୁ 107, ବାଲେଶ୍ବରରୁ 61, ଜଗତସିଂହପୁରରୁ 26, ମୟୂରଭଞ୍ଜରୁ 21, କଟକରୁ 16, ନୟାଗଡ ଓ ସୁନ୍ଦରଗଡରୁ 15 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ 14, ମାଲ୍‌କାନଗିରିରୁ 13, ସମ୍ବଲପୁରରୁ 10, କେନ୍ଦ୍ରାପଡାରୁ 9,  ଯାଜପୁରର, ପୁରୀ ଓ କେଉଁଝରରୁ 5ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ।  ବଲାଙ୍ଗିର, ଢେଙ୍କାନାଳ ଓ ବୌଦ୍ଧରୁ 2 ଜଣ ଚିହ୍ନଟ ହୋଇଥିବାବେଳେ ରାୟଗଡା, ଝାରସୁଗୁଡା, କୋରାପୁଟ, ଭଦ୍ରକରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରୁ 618 ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଆଜି 618 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା । ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 411 ଜଣ ଚିହ୍ନଟ ହୋଇଥିବାବେଳେ 207ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 14ହଜାର 898ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 4ହଜାର 933ଜଣ । ସେହିପରି ସୁସ୍ଥ ହୋଇଛନ୍ତି 9ହଜାର864ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 74ଜଣ । ସେହିପରି 22ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ଆଜିଠୁ ରାଜ୍ୟରେ ଆରମ୍ଭ ହେବ ପ୍ଳାଜମା ଥେରାପି

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ମୁକାବିଲା ପାଇଁ ଆଜି ଠାରୁ ରାଜ୍ୟରେ ଆରମ୍ଭ ହେବ ପ୍ଲାଜମା ଥେରାପି । ଭୁବନେଶ୍ୱରର ସମ୍, କିମସ୍ ଓ କଟକର ଅଶ୍ୱିନୀ ହସ୍ପିଟାଲରେ ଆଜିଠାରୁ ପ୍ଲାଜମା ଥେରାପି ଆରମ୍ଭ କରାଯିବ। କଟକ ଏସସିବି ମେଡିକାଲକୁ ପ୍ଲାଜମା ଥେରାପିର ନୋଡାଲ ସେଣ୍ଟର ଭାବେ କାମ କରିବ ।

ରାଜ୍ୟରେ ଦୈନିକ ପରୀକ୍ଷଣ 9 ହଜାରକୁ ବୃଦ୍ଧି କରାଯିବା ନେଇ ନିଷ୍ପତ୍ତି ନିଆଟାଇଛି। କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ରକ୍ତ ସଂଗ୍ରହ କରାଯାଇ ଗୁରୁତର କରୋନା ରୋଗୀଙ୍କୁ ଯୋଗାଇ ଦିଆଯିବ। ଫଳରେ ଅନେକ ଜୀବନ ବଞ୍ଚିପାରିବ।  ଲୋକମାନେ ଯେପରି ସୁବିଧାରେ ଟେଷ୍ଟ କରିପାରିବେ ସେଥିପାଇଁ ଅଧିକ ଘରୋଇ ଚିକିତ୍ସାଳୟକୁ ମଧ୍ୟ ଅନୁମତି ଦିଆଯିବ । କୋଭିଡ୍‌ ରୋଗୀଙ୍କ ସୁବିଧା, ନିରାପତ୍ତା ଉପରେ ବିଶେଷ ଗୁରୁତ୍ବ ଦିଆଯିବ। ସେହିପରି 5ଟି ଫୋକସ୍‌ ଜିଲ୍ଲାର ତଦାରଖ ବ୍ୟବସ୍ଥା ସୁଦୃଢ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Categories
ଆଜିର ଖବର ଜାତୀୟ ଖବର

ଦେଶରେ 24 ଘଣ୍ଟାରେ 29 ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ, 582 ମୃତ

ନୂଆଦିଲ୍ଲୀ : ଦେଶରେ କରୋନା ସ୍ଥିତି ବେଶ୍‌ ଗମ୍ଭୀର ହେଉଛି । ଦେଶରେ ଆଜି ପୁଣି 29 ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 9 ଲକ୍ଷ 36 ହଜାରରୁ ଅଧିକ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 24 ହଜାର ପାର ହେଲାଣି  । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ 29 ହଜାର 429 ନୂତନ ମାମଲା ସାମ୍ନାକୁ ଆସିଥିବାବେଳେ 582ଜଣଙ୍କର ମୃତ୍ୟୁ ଘଟିଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 9 ଲକ୍ଷ 36 ହଜାର 181ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 24 ହଜାର 309କୁ ପହଞ୍ଚିଛି । ମୋଟ୍ ସଂକ୍ରମିତ ମଧ୍ୟରୁ 5 ଲକ୍ଷ 92 ହଜାର 332ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 3 ଲକ୍ଷ 19ହଜାର 240 ସକ୍ରିୟ ଅଛନ୍ତି।

ମହାରାଷ୍ଟ୍ରରେ 2 ଲକ୍ଷ 67ହଜାର 665ଜଣ ଆକ୍ରାନ୍ତ ରହିଥିବାବେଳେ ମୃତ୍ୟୁ ସଂଖ୍ୟା 10 ହଜାର 695ରେ ପହଞ୍ଚିଛି । ସେହିପରି ଦିଲ୍ଲୀରେ 3ହଜାର 446ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୁଜୁରାଟରେ 2 ହଜାର 69, ତାମିଲନାଡୁରେ 2ହଜାର99ଜଣଙ୍କର ମୃତ୍ୟୁ ହୋଇଛି । (ଏଜେନ୍ସି)

Categories
ବିଶେଷ ଖବର

ରାଜସ୍ଥାନ କ୍ଷମତା କନ୍ଦଳ- କରୋନା ଭୂତାଣୁ ଠାରୁ ବେଶୀ ଭୟଙ୍କର କ୍ଷମତା ରାଜନୀତିର ଏ ପାଗଳ ମହାମାରୀ!!

କେଦାର ମିଶ୍ର

କଂଗ୍ରେସର ଦୁଇଜଣ ପ୍ରଭାବଶାଳୀ ଯୁବ ନେତା ହଠାତ ବିଜେପିମୁହାଁ ହେବା, କରୋନା ମହାମାରୀ ସମୟର ସବୁଠୁ ବଡ ଖବର। କଂଗ୍ରେସ କ୍ଷମତାରେ ଥିବା ବେଳେ ରାହୁଲ ଗାନ୍ଧୀଙ୍କର ଅତ୍ୟନ୍ତ ଘନିଷ୍ଠ ରହିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ମାର୍ଚ୍ଚ ମାସରେ ଅକସ୍ମାତ ବିଜେପିରେ ଯୋଗଦେଲେ ଓ କଂଗ୍ରେସରୁ ତାଙ୍କର ବିଦାୟ ସହିତ ମଧ୍ୟ ପ୍ରଦେଶରେ କଂଗ୍ରେସ ସରକାରର ପତନ ଘଟିଲା। ତାର ଠିକ ତିନିମାସ ପରେ ରାଜସ୍ଥାନରେ କଂଗ୍ରେସର ଅନ୍ୟ ଜଣେ ପ୍ରଭାବଶାଳୀ ଯୁବନେତା ତଥା ରାଜସ୍ଥାନ କଂଗ୍ରେସ ସଭାପତି ଓ ଉପ ମୁଖ୍ୟମନ୍ତ୍ରୀ  ସଚିନ ପାଇଲଟ ଏବେ ବିଦ୍ରୋହୀ ସାଜିଛନ୍ତି। ତାଙ୍କର ବିଦ୍ରୋହ ସହିତ ରାଜସ୍ଥାନରେ କଂଗ୍ରେସ ସରକାରର ପତନ ଘଟିବ କି ନାହିଁ, ତାକୁ ନେଇ ଏବେ ଜୋର ଚର୍ଚ୍ଚା ଚାଲିଛି।

ଉଭୟ ସିନ୍ଧିଆ ଓ ପାଇଲଟ, କଂଗ୍ରେସର କ୍ଷମତା କେନ୍ଦ୍ର ସହିତ ଅନ୍ତରଙ୍ଗ ଥିଲେ। ପାରିବାରିକ ଭାବରେ ଏମାନେ ଗାନ୍ଧୀ ପରିବାର ସହିତ ପିଢୀ ପରେ ପରେ ପିଢୀ ସମ୍ପୃକ୍ତ। କଂଗ୍ରେସ କ୍ଷମତାରେ ଥିବା ବେଳେ ଏମାନଙ୍କୁ ସବୁଠୁ ଅଳ୍ପ ବୟସରୁ ବହୁତ ବଡ ନେତା ଭାବେ ଉପସ୍ଥାପନ କରା ଯାଇଛି। ତେବେ ଜାତୀୟ ସ୍ତରର କିଛି ସାମ୍ବାଦିକ ଏହି ଦୁଇ ନେତାଙ୍କୁ କଂଗ୍ରେସର ସବୁଠୁ ପ୍ରତିଭାଶାଳୀ ବୋଲି କୁହା ଯାଉଛି। ତେବେ କଂଗ୍ରେସରେ ସେମାନଙ୍କ ପ୍ରତିଭାର ଉପଯୋଗ ହେଉନଥିବାରୁ ଏବେ ବାବୁମାନେ ବିଜେପିରେ ଯୋଗଦେବା ବ୍ଯତୀତ ତାଙ୍କର ଅନ୍ୟ ବାଟ କଣ ବୋଲି ପଚରା ହେଉଛି। ତେବେ ରାଜନୀତିରେ ପ୍ରତିଭା କହିଲେ କେବଳ କ୍ଷମତା ବୋଲି ଆମେ ଏବେ ବୁଝୁଛୁ। କଂଗ୍ରେସ ରାଜନୀତିରେ ସବୁ ଗାଳି ସୋନିଆଁ-ରାହୁଲ-ପ୍ରିୟାଙ୍କା ଖାଇବେ, ହେଲେ ସବୁ କ୍ଷମତା ସିନ୍ଧିଆ-ପାଇଲଟମାନେ ଭୋଗ କରିବେ। ଏଇଟା ଗୋଟେ ନୂଆ ନିୟମ।

ତେବେ କଂଗ୍ରେସର କଣ ହେବ, ରାଜସ୍ଥାନରେ ଅଶୋକ ଗେହେଲୋଟ ସରକାର ରହିବ ନା ଭାଙ୍ଗିବ, ସଚିନ ପାଇଲଟ ବିଜେପିରେ ମିଶିବେ ନା ଏକ ନୂଆ ଦଳ ଗଢି ବିଜେପି ସମର୍ଥନରେ ସରକାର ଗଢିବେ, ଏହା ଆଜିର ପ୍ରଶ୍ନ ନା ଲକ୍ଷ ଲକ୍ଷ କରୋନା ଆକ୍ରାନ୍ତଙ୍କୁ ବଞ୍ଚାଇବା, ସବୁଠୁ ବଡ ଆହ୍ଵାନ। ମହାମାରୀ ବ୍ୟାପୁଥିବା ସମୟରେ ସିନ୍ଧିଆ ଓ ପାଇଲଟଙ୍କ ଉଚ୍ଚାଭିଳାଷ ଏତେ ବଡ ପ୍ରସଙ୍ଗ ହୋଇଛି କାହିଁକି? ଗୋଟେ ପକ୍ଷରେ କରୋନା ସଂକ୍ରମଣ ଆଜିର ସବୁଠୁ ବଡ ସଙ୍କଟ ହୋଇ ଠିଆ ହୋଇଛି, ଅନ୍ୟ ପକ୍ଷରେ ଆମ ରାଜନୀତିର ସବୁଠୁ କ୍ଷମତା-ବିକଳ ଚେହେରାଟି ଜଳ ଜଳ ଦିଶୁଛି।

ବିଜେପି କହିବା ଅନୁସାରେ ପାରିବାରିକ ରାଜନୀତି ବିରୋଧରେ କୁଆଡେ ତାଙ୍କର ଲଢେଇ ଚାଲିଛି। ହେଲେ କଂଗ୍ରେସର ସବୁ ରାଜକୁମାର ଓ ରାଜକୁମାରୀ ଏବେ ବିଜେପିର ଆଗଧାଡିର ନେତା। ମଧ୍ୟ ପ୍ରଦେଶରେ ଏବେ ଶିବରାଜ ସିଂ ଚୌହାନ କେବଳ ନାମକୁ ମାତ୍ର ମୁଖ୍ୟମନ୍ତ୍ରୀ। ସେଠାରେ ଗ୍ଵାଲିଆର ମହାରାଜା ନିଜକୁ “ଟାଇଗର” ବୋଲି କହୁଛନ୍ତି। ରାଜସ୍ଥାନରେ ମଧ୍ୟ ବିଜେପି ନିଜ ଲାଗି ନୂଆ “ପାଇଲଟ” ଖୋଜୁଛି। ସରକାର ଗଢିବା ଲାଗି ଭାରତରେ ନିର୍ବାଚନ ଆଉ ଜରୁରୀ ନୁହେଁ ବୋଲି ବିଜେପି ସ୍ପଷ୍ଟ ପ୍ରମାଣିତ କରି ଦେଇଛି। ନିର୍ବାଚନରେ ହାରିଲେ ମଧ୍ୟ ସରକାର ଗଢିବାରେ ବିଜେପିର ହିଁ ଅଧିକାର ରହିଛି ବୋଲି ଅନେକ ରାଜ୍ୟରେ ଆମେ ପ୍ରମାଣ ପାଇ ସାରିଛେ। ବିଧାୟକଙ୍କୁ ଇସ୍ତଫା ଦିଆଇ ସରକାର ଭାଙ୍ଗିବାର ନୂଆ “ଚାଣକ୍ୟନୀତି” ଏବେ ଚାଲିଛି। ଏ ପ୍ରକାର ରାଜନୀତି ଯେ ଆମ ଗଣତନ୍ତ୍ରର ବଡ ଶତ୍ରୁ ସେ କଥା ମାନିବାକୁ କେହି ପ୍ରସ୍ତୁତ ନୁହନ୍ତି।

ତେବେ ପ୍ରସଙ୍ଗ ସେଟା ନୁହେଁ, ଅସଲ ପ୍ରସଙ୍ଗ ହେଉଛି, କ୍ଷମତା ପାଇଁ ସରକାର ଭାଙ୍ଗିବା ଓ ଗଢିବା ଲାଗି ମହାମାରୀ ଏକ ପ୍ରକୃଷ୍ଟ ସମୟ କି? ଯେତେବେଳେ ଦୈନିକ ୨୮ ହଜାର ଲୋକ ଏହି ମହାମାରୀର ଶିକାର ହେଉଛନ୍ତି, ସେତେବେଳେ ଦେଶର ଶାସକ ବର୍ଗ ସରକାର ଗଢିବା ଓ ଭାଙ୍ଗିବାର ଖେଳ ଖେଳୁଛନ୍ତି। ଯୁବ ନେତାମାନଙ୍କର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ହେବାର ଅଭିଳାଷ ମଣିଷ ଜୀବନ ଅପେକ୍ଷା ବେଶ ଗୁରୁତ୍ୱପୂର୍ଣ୍ଣ ବୋଧହୁଏ। କରୋନା କାଳକୁ ଗୋଟେ ପରେ ଗୋଟେ ନିର୍ବାଚିତ ସରକାରକୁ ଭାଙ୍ଗିବାର ପ୍ରକୃଷ୍ଟ ସୁଯୋଗ ବୋଲି ବିଜେପି ବିଚାର କରୁଛି। ସବୁଠୁ ମଜା କଥା ହେଲା, ଯେଉଁ ରାଜ୍ୟରେ ସରକାର ଭାଙ୍ଗିବା ଭଳି ସ୍ଥିତି ଉପୁଜୁଛି ସେଠାରେ ତୁରନ୍ତ କେନ୍ଦ୍ର ସରକାରଙ୍କର ଆୟକର ବିଭାଗ, ଇଡି, ସିବିଆଇ ଓ ଏନଆଇଏ ପହଞ୍ଚି ଯାଉଛନ୍ତି। ଏହି ସଂସ୍ଥାଗୁଡ଼ିକର ରାଜନୈତିକ ଅପପ୍ରୟୋଗ ଏବେ ଏକ ସାଧାରଣ ଘଟନା ପାଲଟି ଯାଇଛି।

ଅନ୍ଯାନ୍ଯ ରାଜ୍ୟ ତୁଳନାରେ ରାଜସ୍ଥାନ ସରକାର କରୋନା ମୁକାବିଲାରେ ଅତ୍ୟନ୍ତ ପ୍ରଶଂସନୀୟ କାମ କରୁଛନ୍ତି। ଗତ କିଛି ଦିନ ଭିତରେ ରାଜସ୍ଥାନରେ ନୂତନ ସଂକ୍ରମିତଙ୍କ ସଂଖ୍ୟା କମୁଛି। ପ୍ରତି ଦଶ ଲକ୍ଷରେ ୧୩,୮୨୬ ଜଣଙ୍କର ପରୀକ୍ଷା କରିବା ସତ୍ତ୍ୱେ ରାଜ୍ୟରେ ସଂକ୍ରମଣ ହାର ମାତ୍ର ୨% ବଢୁଛି। ଆପାତତଃ କରୋନା ମୁକାବିଲାରେ ରାଜସ୍ଥାନ ସରକାରଙ୍କର ଆନ୍ତରିକତା କୁ ପ୍ରଶ୍ନ କରା ଯାଇପାରିବ ନାହିଁ। ସେମିତି ଏକ ସମୟରେ ରାଜସ୍ଥାନ ସରକାର ଭାଙ୍ଗିବା ଲାଗି ଇଉପିଏ ମୁଖ୍ୟମନ୍ତ୍ରୀଙ୍କ ବିଦ୍ରୋହକୁ ଆମେ ଆଦର୍ଶଗତ ବିଦ୍ରୋହ ବୋଲି କେମିତି କହିବା? କ୍ଷମତା ହାସଲ କରିବା ଲାଗି ମହାମାରୀର ସମୟ ହିଁ ଉପଯୁକ୍ତ ବୋଲି ସଚିନ ପାଇଲଟଙ୍କ ଚିନ୍ତା ପଛରେ ତାଙ୍କର ଆଦର୍ଶ ବା ସତ୍ୟନିଷ୍ଠା ସତରେ ରହିଛି କି?

Categories
ଆଜିର ଖବର ରାଜ୍ୟ ଖବର

କରୋନା ପାଇଁ ରାହାମା ବଜାର ବନ୍ଦ

ପାରାଦୀପ : କରୋନା ସଂକ୍ରମଣ ଭୟ ଯୋଗୁଁ ରାହାମା ବଜାର ବନ୍ଦ । ଆସନ୍ତା 17 ତାରିଖ ଯାଏଁ ରାହାମା ବଜାରକୁ ବନ୍ଦ କଲା ପ୍ରଶାସନ । କୁଜଙ୍ଗ ବ୍ଲକର ସାଇଲୋ ଓ ତାଳପଡା ପଞ୍ଚାୟତକୁ ଆସନ୍ତା 17 ତାରିଖ ଯାଏଁ ସଟ୍‌ଡାଉନ୍‌ କରାଯାଇଛି । କରୋନା ଆକ୍ରାନ୍ତ ଚିହ୍ନଟ ପରେ ଦୁଇ ପଞ୍ଚାୟତକୁ ସଟ୍‌ଡାଉନ୍‌ କରିଛନ୍ତି ଦୁଇ ସରପଞ୍ଚ ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଆସିବ କୋଭିଡ19 ବିରୋଧୀ ସ୍ବତନ୍ତ୍ର କୋଚ୍, ରେଳ ବିଭାଗ ଦ୍ବାର ପ୍ରସ୍ତୁତ ଏହି ଟ୍ରେନରେ କଣ ରହିଛି ଜାଣନ୍ତୁ

ଭୁବନେଶ୍ବର, କୋଭିଡ-୧୯ ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଭାରତୀୟ ରେଳବାଇ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି । କପୁରତଲା ସ୍ଥିତ ଭାରତୀୟ ରେଳଡବା କାରଖାନା ପକ୍ଷରୁ କୋଭିଡ ପରବର୍ତ୍ତୀ କୋଚ୍ ନିର୍ମାଣ ପାଇଁ ସ୍ୱତନ୍ତ୍ର ଧରଣର ନିରାପଦ କୋଚ ଡିଜାଇନ୍ ପ୍ରସ୍ତୁତ ହୋଇଛି । ଏଥିରେ ରେଳଡବା ଭିତରେ ଯେଉଁସବୁ ସୁବିଧା ସୁଯୋଗ ରହିଛି ତାହାକୁ ନ ଛୁଇଁ ସେସବୁର ବ୍ୟବହାର କରାଯାଇପାରିବ।

ଏହି କୋଚରେ ହ୍ୟାଣ୍ଡ ରେଲ୍ ଓ ଲ୍ୟାଚେସ୍ ଉପରେ ତମ୍ବାର ଆବରଣ ଦିଆଯାଇଛି । ଡବା ଭିତରେ ପ୍ଲାଜାମା ବାୟୁ ବିଶୋଧକ ବ୍ୟବସ୍ଥା ଓ ଟାଇଟାନିଅମ ଡାଇଅକ୍ସାଇଡ କଲେଇ (କୋଟିଂ) କରାଯାଇଛି, ଯାହା କରୋନା ଭୂତାଣୁକୁ ନଷ୍ଟ କରିବା ସହିତ ଯାତ୍ରୀମାନଙ୍କୁ ନିରାପଦ ରଖିପାରିବ ।

ଏହି କୋଚ୍‌ର ବିଭିନ୍ନ ସୁବିଧା ସୁଯୋଗ ଯାହା ରଖାଯାଇଛି ସେଗୁଡିକ ହେଲା

୧. ହ୍ୟାଣ୍ଡ୍ ଫ୍ରି ସୁବିଧା- ଏହି ନୂଆ କୋଚ୍‌ରେ ଏଣିକି ଆଉ ହାତରେ ପାଣି ଟ୍ୟାପ ଖୋଲିବାକୁ କିମ୍ବା ସାବୁନ ଉଠାଇବାକୁ ପଡିବ ନାହିଁ। ନୂଆ ବ୍ୟବସ୍ଥାରେ ଗୋଡ଼ରେ ଚାପିଦେଲେ ପାଣି ଟ୍ୟାପ ଖୋଲିବ ଏବଂ ସାବୁନ ବ୍ୟବହାରର ସୁବିଧା ମିଳିପାରିବ। ଶୌଚାଳୟର ଦ୍ୱାରଗୁଡିକୁ ଯାତ୍ରୀମାନେ ସହଜରେ ଗୋଡଦ୍ୱାରା ଖୋଲିପାରିବେ । ସେହିଭଳି ପାଇଖାନାର ଫ୍ଲସ ଭାଲ୍‌ବ ଗୋଡଦ୍ୱାରା ଚାଳିତ ହେବ। ପ୍ରତ୍ୟେକ କମ୍ପାର୍ଟମେଣ୍ଟର ଦ୍ୱାରକୁ ଆଉ ହାତରେ ନ ଖୋଲି କହୁଣି ସାହାଯ୍ୟରେ ଖୋଲାଯାଇପାରିବ।

୨. ହ୍ୟାଣ୍ଡରେଲ୍ ଓ ଲ୍ୟାଚ ଉପରେ ତମ୍ବା ଆବରଣ- ପୋଷ୍ଟ କୋଭିଡ କୋଚରେ ଥିବା ହ୍ୟାଣ୍ଡରେଲ୍ ଓ ଲ୍ୟାଚଗୁଡିକ ଉପରେ ତମ୍ବାର ଆବରଣ ଦିଆଯାଇଛି । କାରଣ ତମ୍ବାର ଜୀବାଣୁନାଶକ ଗୁଣ ଥିବାରୁ ତାହା ସଂସ୍ପର୍ଶରେ ଆସିଲେ କରୋନା ଭୂତାଣୁ ଶୀଘ୍ର ମରିଯାଇଥାନ୍ତି । ଏହା ଉପରେ ଭାଇରସ୍ ଲାଗିବା କ୍ଷଣି ତମ୍ବାର ଆୟନ ପ୍ରଭାବରେ ଜୀବାଣୁର ପାଥୋଜେନ୍ ବିସ୍ଫୋରିତ ହୋଇ ଏହାର ଡିଏନ୍‌ଏ ଓ ଆରଏନ୍‌ଓକୁ ନଷ୍ଟ କରିଥାଏ।

୩. ପ୍ଲାଜାମା ବାୟୁ ବିଶୋଧକ- ନୂଆ କୋଚ୍‌ରେ ବ୍ୟବହୃତ ଶୀତତାପ ନିୟନ୍ତ୍ରିତ ଯନ୍ତ୍ରରେ ପ୍ଲାଜାମା ବିଶୋଧକ ବ୍ୟବସ୍ଥା କରାଯାଇଛି । ଏହାଦ୍ୱାରା ଶୀତତାପ ଯନ୍ତ୍ରରୁ ବାହାରୁଥିବା ପବନ ଭୂତାଣୁ ଓ ଜୀବାଣୁମୁକ୍ତ ହେବା ସହିତ ଡବା ଭିତରର ପରିବେଶକୁ ନିରାପଦ ରଖିଥାଏ। ଏସବୁ ଶୀତତାପ ନିୟନ୍ତ୍ରକର ଭିତରେ ଆୟନଯୁକ୍ତ ପବନ ବ୍ୟବହାର କରାଯାଉଛି।ଏହା ଫଳରେ ଡବା ଭିତରେ ଆୟନର ଉପସ୍ଥିତି ୧୦୦ ଗୁଣରୁ ୬ ହଜାର ଗୁଣ ବଢିପାରିବ। ଫଳରେ ସଂକ୍ରମଣର ଆଂଶକା ରହିବ ନାହିଁ ।

୪. ଟାଇଟାନିଅମ ଡାଇଅକ୍‌ସାଇଡ ପ୍ରଲେପ-ପୋଷ୍ଟ କୋଭିଡ କୋଚ୍‌ରେ ଟାଇଟାନଅୟମ ଡାଇଅକ୍‌ସାଇଡ ପ୍ରଲେପର ବ୍ୟବହାର କରାଯାଇଛି । ଏହି ପ୍ରଲେପରେ ଥିବା କ୍ଷୁଦ୍ରାତି କ୍ଷୁଦ୍ର ଟାଇଟାନିଅମ ଡାଇଅକ୍‌ସାଇଡ ଏକ ବିଶୋଧକଭାବେ କାର‌୍ୟ୍ୟକରେ । ଏହା ପରିବେଶ ଅନୁକୂଳ । ଏହା ଜୀବାଣୁ, ଭୂତାଣୁ, ଫଙ୍ଗସ୍ ଏବଂ ଅନ୍ୟାନ୍ୟ କ୍ଷତିକାରକ କୀଟାଣୁକୁ ନିପାତ କରିଥାଏ । ଏହି ପ୍ରଲେପ ମଣିଷ ପାଇଁ ବିଷାକ୍ତ ନୁହେଁ ।

୫.-ଏହାର ବ୍ୟବହାର ଆମେରିକାର ଖାଦ୍ୟ ଓ ଭେଷଜ ପ୍ରତିଷ୍ଠାନ ଏଫ୍‌ଡିଏ ଦ୍ୱାରା ଅନୁମୋଦିତ ହୋଇଛି । ଏହା ମଣିଷର କୌଣସି କ୍ଷତି କରିନଥାଏ । ଏହି ଟାଇଟାନିଅମ ଡାଇଅକ୍‌ସାଇଡ ପ୍ରଲେପ ୱାଶ ବେସିନ, ଶୌଚାଳୟ, ସିଟ୍ ଓ ବର୍ଥ, ସ୍ନାକ ଟେବୁଲ, ଗ୍ଲାସ ୱିଣ୍ଡୋ, ଚଟାଣ ତଥା ଡବା ମଧ୍ୟରେ ଯାତ୍ରୀ ସଂସ୍ପର୍ଶରେ ଆସୁଥିବା ପ୍ରତ୍ୟେକ ସ୍ଥାନରେ ଦିଆଯିବ। ଏହି ପ୍ରଲେପ ଏକବର୍ଷ ପର‌୍ୟ୍ୟନ୍ତ କାମ କରିବ । ଏହାଦ୍ୱାରା ରେଳଯାତ୍ରା ସଂପୂର୍ଣ୍ଣ ରୋଗ ନିରୋଧକ ଏବଂ ନିରାପଦ ହୋଇପାରିବ।

Categories
ଆଜିର ଖବର ଜାତୀୟ ଖବର

କଂଗ୍ରେସରୁ ସସ୍‌ପେଣ୍ଡ୍ ହେଲେ ସଞ୍ଜୟ ଝା

ମୁମ୍ବାଇ: ରାଜସ୍ଥାନରେ ସଚିନ୍ ପାଇଲଟ୍ ଓ ତାଙ୍କ ସମର୍ଥକଙ୍କ ପରେ କଂଗ୍ରେସ ଆଉ ଏକ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି। କଂଗ୍ରେସ ଏବେ ମହାରାଷ୍ଟ୍ରରେ ପାର୍ଟିର ନେତା ଥିବା ସଞ୍ଜୟ ଝା’ଙ୍କୁ ସସପେଣ୍ଡ କରିଛି।  ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିବା ନେଇ କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି।  ତତ୍କାଳ ଭାବେ ଏହି ଆଦେଶ କାର୍ଯ୍ୟକାରୀ ହେବ ବୋଲି ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ମହାରାଷ୍ଟ୍ର ସରକାରରେ ଥିବା ବାଲାସାହେବ ଥେରାଟ୍‌ ଟୁଇଟ୍‌ ଜରିଆରେ ନିଲମ୍ବନ ପତ୍ରର ପ୍ରେସରିଲିଜ୍‌ ଜାରି କରିଛନ୍ତି ।

छवि

ଦଳର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଥିବାରୁ ସଞ୍ଜୟ ଝାଙ୍କୁ ଦଳର ରାଷ୍ଟ୍ରୀୟ ପ୍ରବକ୍ତା ପଦରୁ ହଟିବାକୁ ପଡିଥିଲା ।  ଗତ କିଛି ଦିନ ତଳେ ଏକ ସ୍ତମ୍ବରେ ଦଳର କାର୍ଯ୍ୟଶୈଳୀକୁ ସମାଲୋଚନା କରିଥିଲେ ସଞ୍ଜୟ । ଏହା ପରେ କଂଗ୍ରେସ ଓ ଝାଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା । ପରିଶେଷରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ସଞ୍ଜୟ ଝାଙ୍କୁ ନିଲମ୍ବିତ କରାଯାଇଛି ।