ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ପୁଣି ଜଣେ ଶିକ୍ଷକଙ୍କ ଘରେ ଏବଂ ବିଭିନ୍ନ ସ୍ଥାନରେ ବ୍ରହ୍ମପୁର ଭିଜିଲାନସ ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି। ସେ ହେଉଛନ୍ତି ଗଜପତି ଗୋଷାଣି ବ୍ଲକ୍ ରାଉତପେଟା ୟୁପି ସ୍କୁଲର ସହକାରୀ ଶିକ୍ଷକ ଦୁଶ୍ମନ୍ତ ନାୟକ। ଆଜି ୬/୨୦୨୦ ସର୍ଚ୍ଚ ୱାରେଣ୍ଟ ବଳରେ ସକାଳୁ ସକାଳୁ ତାଙ୍କର ପାରଳାଖେମୁଣ୍ଡି କୃଷ୍ଣଚନ୍ଦ୍ରପୁର ଏରଡ଼େଲା ସାହିର ତିନି ମହଲା ଘର, ପାଳାଖେମୁଣ୍ଡି ହସ୍ପିଟାଲ୍ରେ ରୋଡ଼୍ରେ ଥିବା ଦୁଇ ମହଲା ଘର, ପାରଳାଖେମୁଣ୍ଡ କାଞ୍ଚରା ସାହିରେ ଥିବା ଦୁଇ ମହଲା ଘର, ସେଣ୍ଟ ଜୋସେଫ୍ ସ୍କୁଲ ନିକଟରେ ଥିବା ଦୁଇ ମହଲା ଘର, ଆରୋଗ୍ୟ ସାହିରେ ଥିବା ଦୁଇମହଲା ଘର, ଜନଗମ ସାହିରେ ଥିବା ଦୁଇ ମହଲା ଘର, ଖାଜା ସାହିରେ ଥିବା ତିନି ମହଲା ଘର, ଖଞ୍ଜ ସାହିରେ ଥିବା ତିନି ମହଲା ଘର, ଗଜପତି ଷ୍ଟାଡ଼ିୟମ ଆଗରେ ଥିବା ତିନି ମହଲା…
Author: Samikhsya Bureau
ଭୁବନେଶ୍ଵର: ଆଜି ରାଜ୍ୟରୁ ୩୯୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସୁନ୍ଦରଗଡରୁ ୭୧, ଖୋର୍ଦ୍ଧାରୁ ୪୬, ଅନୁଗୁଳରୁ ୩୬, ମୟୂରଭଞ୍ଜରୁ ୨୯, କଳାହାଣ୍ଡିରୁ ୨୭, କଟକରୁ ୨୫, ଝାରସୁଗୁଡାରୁ ୧୮, ପୁରୀରୁ ୧୮, କେନ୍ଦ୍ରାପଡାରୁ ୧୨, ନୂଆପଡାରୁ ୧୧, ସମ୍ବଲପୁରରୁ ୧୧, ବାଲେଶ୍ବରରୁ ୧୦, ବରଗଡରୁ ୯, ଭଦ୍ରକରୁ ୯, ବଲାଙ୍ଗିରିରୁ ୬, ଜଗତସିଂହପୁରରୁ ୬, ଦେବଗଡ଼ରୁ ୫, ଯାଜପୁରରୁ ୫, ମାଲକାନଗିରିରୁ ୫, ନୟାଗଡରୁ ୫, କେନ୍ଦୁଝରରୁ ୪, କୋରାପୁଟରୁ ୪, ବୌଦ୍ଧରୁ ୩, ଗଞ୍ଜାମରୁ ୩, ଢେଙ୍କାନାଳରୁ ୨, ନବରଙ୍ଗପୁରରୁ ୧, ସୋନପୁରରୁ ୧, ଓ ଷ୍ଟେଟପୁଲରୁ ୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୧୯ ହଜାର ୮୫୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…
ଭୁବନେଶ୍ୱର: ପ୍ରଥମ ଥର ପାଇଁ ଭାରତୀୟ ରେଳବାଇରେ ପୂର୍ବ ତଟ ରେଳ ପକ୍ଷରୁ ତାଲଚର-ପାରାଦୀପ ବିଭାଗ ମଧ୍ୟରେ ଇଓଟିଟି ଦ୍ଵାରା ଏକ ମାଲବାହୀ ଟ୍ରେନରେ ସଫଳ ଫିଲ୍ଡ ଟ୍ରାଏଲ କରାଯାଇଛି। ଗାର୍ଡ଼ ଓ ବ୍ରେକ୍ ଭ୍ୟାନ୍ ବିହୀନ ଟ୍ରେନ୍ ପରିଚାଳନା ପାଇଁ ଭାରତୀୟ ରେଳପଥ ଦ୍ୱାରା ଗ୍ରହଣ କରାଯାଇଥିବା ଏହି ପରୀକ୍ଷାକୁ ସଫଳ କରିବା ପାଇଁ ଇଲେକ୍ଟ୍ରିକ୍ ଲୋକୋ ଶେଡ୍, ଅନୁଗୁଳ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଟ୍ରେନ୍ ଟେଲିମେଟ୍ରି ହେଉଛି ବ୍ରେକ୍ ଭ୍ୟାନ୍ ଏବଂ ଗାର୍ଡ ବିନା ଟ୍ରେନ୍ ଚଲାଇବା ପାଇଁ ସମଗ୍ର ବିଶ୍ୱରେ ଏକ ଅତ୍ୟାଧୁନିକ ଜ୍ଞାନକ କୌଶଳ ଯାହା ଭାରତୀୟ ରେଳବାଇ ଦ୍ୱାରା ଗ୍ରହଣ କରାଯାଉଛି। ଫାଷ୍ଟ୍ ଟ୍ରାକ୍ ମୋଡ୍ ରେ କାର୍ଯ୍ୟକାରୀ ଦ୍ୱାରା ଇଓଟିଟି ସହିତ ଟ୍ରେନ୍ ଗୁଡ଼ିକର ପରିଚାଳନା କରିବା ଭାରତୀୟ ରେଳପଥ ର ଏକ ମହତ୍ୱାକାଂକ୍ଷୀ ପ୍ରକଳ୍ପ। ଟ୍ରେନ୍ ଟେଲିମେଟ୍ରି (ଇଓଟିଟି) ସିଷ୍ଟମ ମୁଖ୍ୟତଃ ଟ୍ରେନ୍ ଇଞ୍ଜିନ୍ ରେ ଲାଗିଥିବା ହଟ୍…
କନ୍ଦର୍ପ ବେହେରା ରେଢାଖୋଲ: ନାକଟିଦେଉଳ ଥାନା ହିଞାମୁରା ନିକଟସ୍ଥ ଏକ ବୁଲାଣି ନିକଟରେ ଆଜି ଅପରାହ୍ନରେ ଏକ କାର୍ ଗଛରେ ପିଟିହୋଇ ସମ୍ମୁଖ ଭାଗ ଚୁର୍ ମାର୍ ହୋଇଥିବା ଖବର ହସ୍ତଗତ ହୋଇଛି। ସୂଚନା ଅନୁଯାୟୀ, ନାକଟିଦେଉଳ ବାଟଗାଁ ଗ୍ରାମର ଦିଲ୍ଲିପ କୁମାର ଅଗ୍ରଓାଲା ଆଜି ଅପରାହ୍ନ ପ୍ରାୟ ୨ ଘଟିକା ସମୟରେ ନିଜ ବଲେନୋ (ଓଡି ୧୯ ଟି-୨୦୫୪) କାର୍ରେ ନାକଟିଦେଉଳକୁ କୌଣସି କାମରେ ଯାଉଥିଲେ। ବାଟଗାଁ ହିଞାମୁରା ସିରିଗିଡା ନାଳ ନିକଟସ୍ଥ ଏକ ବୁଲାଣିରେ ଗାଡିଟି ଭାରସାମ୍ୟ ହରାଇ ଏକ ଗଛରେ ପିଟିଥିଲା। ହେଲେ ଗାଡି ମାଲିକ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଯାଇଥିବା ଜଣା ପଡିଛି। ପୋଲିସ୍ ଘଟଣା ସ୍ଥଳରେ ପହଂଚି ଅନୁସନ୍ଧାନ କରୁଛି।
ଭୁବନେଶ୍ବର: ଆଜି ଭୁବନେଶ୍ବରରୁ ୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୦ ଆକ୍ରାନ୍ତଙ୍କ ମଧ୍ୟରୁ କ୍ଵାରେଣ୍ଟିନରୁ ୭ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ମାମଲା ୧୩ ରହିଛି। ଆଜିର ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୧୯୯ କୁ ବୃଦ୍ଧି ହୋଇଛି। ତେବେ ଆଜି ଭୁବନେଶ୍ବରରୁ ୩୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜିର ସୁସ୍ଥ ଆକ୍ରାନ୍ତ ସଂଖ୍ୟାକୁ ମିଶାଇ ଭୁବନେଶ୍ବରରୁ ମୋଟ ୩୦ ହଜାର ୬୧୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ଭୁବନେଶ୍ବରରୁ ୩୩୨ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ବେଳେ ୨୩୦ ଜଣ କୋରୋନା ଯୁଦ୍ଧରେ ମୃତ୍ୟୁବରଣ କରିଛନ୍ତି। ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି।
ଭୁବନେଶ୍ବର : ଜାନୁଆରୀ 3ରୁ ଖୋଲିପାରିବ ଅନ୍ୟ ମନ୍ଦିର, ଧାର୍ମିକ ଅନୁଷ୍ଠାନ । ପ୍ରେସ୍ମିଟ୍ରେ ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି । ତେବେ ଯେଉଁମାନେ ଜାନୁଆରୀ 3 ତାରିଖରୁ ଧାର୍ମିକ ଅନୁଷ୍ଠାନ ଖୋଲିବାକୁ ଚାହିଁବେ, ପୂର୍ବରୁ ଅଣ୍ଡରେଟକିଂ ଦେବେ । ସମ୍ପୃକ୍ତ ଅନୁଷ୍ଠାନ ପରିଚାଳନାରେ ଥିବା କମିଟି ଅଣ୍ଡେଟକିଂ ଦେବେ । କୋଭିଡ୍ ଗାଇଡଲାଇନ୍ ପାଳନ ନେଇ ଅଣ୍ଡେଟକିଂ ଦେବ କମିଟି । ପରିସରରେ ସ୍ଥାନ ଦେଖି କେତେ ଲୋକ ରହିପାରିବେ ଲେଖିକି ଦେବେ । ସେହିପରି ଆସନ୍ତା ଡିସେମ୍ବର 25 ବା ବଡଦିନ ଉପଲକ୍ଷେ ଚର୍ଚ୍ଚକୁ ସ୍ବତନ୍ତ୍ର ଅନୁମତି ମିଳିବା ନେଇ ସୂଚନା ରହିଛି । ସ୍ବତନ୍ତ୍ର ଅନୁମତି ପୂର୍ବରୁ ଆବେଦନ କରିବାକୁ ପଡିବ। ଚର୍ଚ୍ଚରେ କେତେ ସଂଖ୍ୟାରେ ଅତିଥି ଏକାଠି ହେବେ, ଦର୍ଶାଇଲେ ଅନୁମତି ମିଳିବ। ଚର୍ଚ୍ଚର ପରିସୀମା କେତେ ଏହା ସମ୍ପର୍କରେ ସୂଚନା ଦେବାକୁ ପଡିବ । ଜିରୋ ନାଇଟ୍ ସେଲିବ୍ରେସନ୍କୁ ବାରଣ କରାଯାଇଛି…
ଭୁବନେଶ୍ୱର : ଆସନ୍ତା 27 ତାରିଖରୁ ଖୋଲିବ ଲିଙ୍ଗରାଜ ମନ୍ଦିର । ଆଜି ଲିଙ୍ଗରାଜ ମନ୍ଦିରର ପ୍ରଶାସନିକ କମିଟିର ବୈଠକ ପରେ ଏହି ଘୋଷଣା କରାଯାଇଛି । ତେବେ 27ତାରିଖରୁ 31ତାରିଖ ପର୍ଯ୍ୟନ୍ତ କେବଳ ସେବାୟତ ପରିବାରଙ୍କୁ ଦର୍ଶନର ସୁଯୋଗ ମିଳିବ । ନୂଆବର୍ଷକୁ ଆଖି ଆଗରେ ରଖି ଜାନୁଆରୀ 1 ଏବଂ 2 ତାରିଖରେ ମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି । 3ରୁ 5ତାରିଖ ଯାଏଁ କେବଳ ଭୁବନେଶ୍ୱର ବାସିନ୍ଦାଙ୍କୁ ଦର୍ଶନର ସୁଯୋଗ ମିଳିବ । ଏହା ସହିତ ଆସନ୍ତା 6 ତାରିଖରୁ ସାଧାରଣ ଦର୍ଶନ ଆରମ୍ଭ କରାଯିବ ବୋଲି ସୂଚନା ରହିଛି । ତେବେ ମନ୍ଦିର ପରିସରରେ 500ରୁ ଅଧିକ ଲୋକ ରହିପାରିବେ ନାହିଁ । ଏହା ସହିତ ମନ୍ଦିର ମଧ୍ୟରେ କରୋନା ଗାଇଡଲାଇନର କଡାକଡି ପାଳନ କରାଯିବ । କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇବା ପରେ ଦର୍ଶନ ଅନୁମତି ମିଳିବ ବୋଲି ସୂଚନା ଦେଇଛନ୍ତି ବିଏମ୍ସି…
ଭୁବନେଶ୍ବର : ମଧ୍ୟମ, କ୍ଷୁଦ୍ର ଓ ଅଣୁ ଶିଳ୍ପ ପାଇଁ ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ଏମଏସଏମଇ ପାଇଁ 289 କୋଟି 41 ଲକ୍ଷର ପ୍ୟାକେଜ ଘୋଷଣା କରାଯାଇଛି। କୋଭିଡ 19 ପାଇଁ ମଧ୍ୟମ, କ୍ଷୁଦ୍ର ଓ ଅଣୁ କ୍ଷୁଦ୍ର ଶିଳ୍ପଗୁଡିକୁ ଆର୍ଥିକ ପ୍ରୋତ୍ସାହନ ଦେବାକୁ ରାଜ୍ୟ ସରକାର ଏହି ପ୍ୟାକେଜ ଘୋଷଣା କରିଛନ୍ତି। ପ୍ୟାକେଜ ଭିତରେ ସୁଧ ରିହାତି, ସବସିଡ୍ ବ୍ୟବସ୍ଥା ଅନ୍ତର୍ଭୁକ୍ତ ରହିଛି । ମୁଖ୍ୟତଃ ମହିଳା ଓ ଦୁର୍ବଳ ଶ୍ରେଣୀର ଶିଳ୍ପୋଦ୍ୟାଗୀଙ୍କୁ ପ୍ରୋତ୍ସାହନ ବ୍ୟବସ୍ଥା ରହିଛି। ପ୍ୟାକେଜରେ ମହିଳାମାନଙ୍କ ଦ୍ବାରା ଚାଲୁଥିବା 40 ପ୍ରତିଶତ ଏମଏସଏମଇ ପାଇଁ 108 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ପ୍ୟାକେଜ ଭିତରେ ସୁଧ ରିହାତି, ଟପ୍ଅପ୍ ସବସିଡି ଆଦି ଅନ୍ତର୍ଭୁକ୍ତ ରହିଛି। 2020-21 ଆର୍ଥିକ ବର୍ଷ ପାଇଁ ପିଏମ୍ଇଜିପ ଅଧୀନରେ ଥିବା ଆର୍ଥିକ ଦୁର୍ବଳ ବିଭାଗ ଗୁଡିକ ପାଇଁ ଟପ୍ଅପ୍ ସବ୍ସିଡି ପ୍ରଦାନ କରାଯାଇଛି । ଏହି ସମସ୍ତ ବିଭାଗ ପାଇଁ 5…
ଭୁବନେଶ୍ବର : ରାଜ୍ୟରେ କରୋନା ଟିକାକରଣ ନେଇ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଟିକାକରଣର ପ୍ରଥମ ପର୍ଯ୍ୟାୟରେ ତିନି ଲକ୍ଷ 20 ହଜାର ଲୋକଙ୍କୁ ଟିକା ଦିଆଯିବ। ଟିକାକରଣ ପାଇଁ 29,, 276 ଟିକାକରଣ ସ୍ଥାନ ଚିହ୍ନଟ ହୋଇଛି। ଏହାସହିତ 8276 ଟିକାକର୍ମୀ ଏଥିପାଇଁ ନିୟୋଜିତ ହେବେ ବୋଲି ସେ କହିଛନ୍ତି। ସମସ୍ତଙ୍କ ଡାଟା ଅପଲୋଡ଼ ସରିଛି। ଟିକା ସଂରକ୍ଷଣ ପାଇଁ 1222 କୋଲ୍ଡ ଚେନ ରହିଛି । ଟୀକା ନେବା ଆଣିବା ପାଇଁ 1796 ଆଇଏଲଆର, 1771 ଫ୍ରିଜର ରହିଛି। ଗୋଟିଏ ରାଜ୍ୟସ୍ତରୀୟ ଟୀକାକରଣ ଷ୍ଟୋର ଥିବା ବେଳେ 9 ଟି ଆଞ୍ଚଳିକ ଓ 32 ଟି ଜିଲ୍ଲା ସ୍ତରୀୟ ଟିକା ଷ୍ଟୋର ରହିଛି। ପ୍ରତି ଟିକାକରଣ କେନ୍ଦ୍ରରେ 5 ଜଣଙ୍କୁ ନିୟୋଜିତ କରାଯିବ। ଟିକାକରଣ ସରିବା ପରେ 30 ମିନିଟ ନିରୀକ୍ଷଣରେ ରଖାଯିବ। ଟୀକାକରଣ ପରେ ସାର୍ଟିଫିକେଟ ଦିଆଯିବ ବୋଲି କୋଭିଡ଼ ଭାକ୍ସିନ୍ ଇନ୍ଚାର୍ଜ ବିଜୟ…
ନୂଆଦିଲ୍ଲୀ : ଆଗାମୀ ଜାନୁଆରୀ 26 ଅର୍ଥାତ୍ ଗଣତନ୍ତ୍ର ଦିବସରେ ଭାରତର ମୁଖ୍ୟ ଅତିଥି ହେବେ ବୋରିସ୍ ଜନସନ୍ । ଭାରତ ପକ୍ଷରୁ କରାଯାଇଥିବା ଆମନ୍ତ୍ରଣକୁ ବ୍ରିଟେନ ପ୍ରଧାନମନ୍ତ୍ରୀ ସ୍ୱୀକାର କରିବା ସହିତ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ ବୋଲି ଜଣାପଡିଛି । ୟୁକେର ବୈଦେଶିକ ବିଭାଗ ଏହାକୁ ସ୍ପଷ୍ଟ କରିଛି । ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତରଫରୁ ଜନସନଙ୍କୁ ଆମନ୍ତ୍ରଣ ପ୍ରଦାନ କରାଯାଇଥିଲା । ଏହା ସହିତ ଦୀର୍ଘ 27 ବର୍ଷ ପରେ ଜଣେ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ପରେଡ କାର୍ୟ୍ୟକ୍ରମରେ ଯୋଗ ଦେବେ । ଶେଷ ଥର ପାଇଁ 1993 ମସିହାରେ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ଜନ ମେୟର ସାଧାରଣତନ୍ତ୍ର ଦିବସ ପରେଡରେ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ, ନଭେମ୍ବର 27ରେ ଟେଲିଫୋନ୍ ଯୋଗେ ମୋଦି ଜନସନ୍ଙ୍କୁ ଗଣତନ୍ତ୍ର ଦିବସର ଅତିଥି ଭାବେ ନିମନ୍ତ୍ରଣ ଜଣାଇଥିଲେ ।
ନୂଆଦିଲ୍ଲୀ: ଆସନ୍ତା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଲଢିବ ଆମ୍ ଆଦମୀ ପାର୍ଟି । 2022 ମସିହାରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଲଢିବା ନେଇ ଆମ୍ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି। ମଙ୍ଗଳବାର ଅରବିନ୍ଦ କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ସମୟ ମଧ୍ୟରେ ସେ ଉତ୍ତରପ୍ରଦେଶର କରୋନା ସଙ୍କଟ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ପ୍ରଶ୍ନ ଉଠାଇଥିଲେ। ଯଦି ଦିଲ୍ଲୀରେ ସବୁ ପ୍ରକାରର ସୁବିଧାର ବ୍ୟବସ୍ଥା ହୋଇପାରିବ, ତେବେ ୟୁପିରେ ଏହା କାହିଁକି ହୋଇପାରିବ ନାହିଁ ବୋଲି କେଜ୍ରିୱାଲ ପ୍ରଶ୍ନ କରିଛନ୍ତି। ୟୁପି ଏପର୍ଯ୍ୟନ୍ତ ସଠିକ୍ ରାଜନୀତି ଦେଖିନାହିଁ, ଏବେ ଏହାକୁ ଏକ ନୂଆ ସୁଯୋଗ ମିଳିବା ଉଚିତ୍ ବୋଲି କହିଛନ୍ତି । ଆମ୍ ଆଦ୍ମୀ ପାର୍ଟି ଲଗାତାର ଭାବରେ ତୃତୀୟ ଥର ପାଇଁ ଦିଲ୍ଲୀରେ ସରକାର ଗଢିଛି । ଦିଲ୍ଲୀରେ କାମ କରିକି ଦେଖାଇଛୁ ବୋଲି କହିଛନ୍ତି ଆମ୍ ଆଦ୍ମୀ…
ଭୁବନେଶ୍ବର: ରାଜଧାନୀରେ ଏଣିକି ଟ୍ରାଫିକ୍ ନିୟମ ଆହୁରି କଡାକଡି ହେବ । ଦୁଇ ଚକିଆ ଯାନ ପାଇଁ ଡବଲ୍ ହେଲମେଟ୍କୁ ବାଧ୍ୟତାମୂଳକ କରାଯାଇଛି । ସେହିପରି ଏକ୍ସଟ୍ରା ହେଲମେଟ୍ ନଥିଲେ ଲିଫ୍ଟ୍ ମାଗୁଥିବା ଲୋକଙ୍କୁ ଲିଫ୍ଟ୍ ଦିଆଯିବନି । ଏଭଳି କ୍ଷେତ୍ରରେ ଗାଡି ଚାଳକର ଲାଇସେନ୍ସ ବାତିଲ୍ ହେବ ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଜାନୁଆରୀ ପହିଲାରୁ ଟ୍ରାଫିକ୍ ନିୟମ କଡାକଡି ହେବ ବୋଲି ସୂଚନା ରହିଛି । । ଏହି ନୂଆ ନିୟମ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟି ନିଆଯାଉଥିବା କୁହାଯାଉଛି । ପୂର୍ବରୁ ମୋଟର ସାଇକେଲ ଚଳାଉଥିବା ଚାଳକ ହିଁ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ ଥିଲା । ତେବେ ଜାନୁଆରୀ ମହିଲାରୁ ଉଭୟ ଚାଳକ ଏବଂ ସହଯାତ୍ରୀଙ୍କୁ ହେଲମେଟ୍ ପିନ୍ଧିବାକୁ ପଡ଼ିବ ।
ଭୁବନେଶ୍ୱର: ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ନିକଟ ଧାରଣାସ୍ଥଳରେ ଧାରଣାରେ ବସିଥିବା ଜଣେ ଏଏନଏମ ଆତ୍ମାହୁତି ଉଦ୍ୟମ କରିଛନ୍ତି । ତେବେ କିରାସିନି ଢାଳି ନିଆଁ ଲଗାଇବାକୁ ଉଦ୍ୟମ କରୁଥିବା ଏଏନଏମଙ୍କୁ ଉଦ୍ଧାର କରାଯାଇଛି । ଧାରଣା ଦେଉଥିବା ଅନ୍ୟ ସହଯୋଗୀ ସମ୍ପୃକ୍ତ ଏଏନଏମଙ୍କୁ ଉଦ୍ଧାର କରିଛନ୍ତି । ଏନେଇ ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚିଥିବା ଜଣାଯାଇଛି । ଛଟେଇ ପ୍ରତିବାଦ କରି ଶତାଧିକ ଏଏନଏମମାନେ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ନିକଟ ଧାରଣାସ୍ଥଳରେ ଧାରଣାରେ ବସିଛନ୍ତି। ଧାରଣା ସହ ଗଲା ସାତ ଦିନ ହେଲା ସେମାନେ ଅନଶନରେ ବସିଛନ୍ତି। କୋଭିଡ କେୟାର ହସ୍ପିଟାଲରେ ସମ୍ପୃକ୍ତ ଏଏନଏମମାନେ କାର୍ଯ୍ୟ କରିଥିଲେ।
ନୟାଗଡ଼: ପାଞ୍ଚଦିନ ପରେ ମିଳିଲା ନିଖୋଜ ସ୍ବାତୀର ମୃତଦେହ । ବଧିପାଟଣା ଗାଁ ପୋଖରୀରୁ ସ୍ୱାତୀର ମୃତଦେହ ଉଦ୍ଧାର କରାଯାଇଛି । ଗାଁର ଆଦିବାସୀ ସାହିରେ ଥିବା ଏକ ପୋଖରୀରୁ ମୃତଦେହ ଉଦ୍ଧାର କରାଯାଇଛି। ଗତ ଶୁକ୍ରବାର ଠାରୁ ତିନି ବର୍ଷର ଝିଅ ସ୍ୱାତୀ ନିଖୋଜ ଥିଲା। ଗାଁ ଦାଣ୍ଡରେ ଖେଳୁଥିବାବେଳେ ସ୍ୱାତୀ ହଠାତ ନିଖୋଜ ହୋଇଯାଇଥିଲା। ଏନେଇ ଥାନାରେ ଅଭିଯୋଗ ପରେ ଖୋଜାଖୋଜି ଚାଲିଥିଲା।ପୁଲିସ ଓ ଅଗ୍ନିଶମ କର୍ମଚାରୀ ସ୍ୱାତୀକୁ ଖୋଜାଖୋଜି ଜାରି ରଖିଥିବାବେଳେ ଆଜି ଘର ନିକଟରେ ଏକ ପୋଖରୀ କୂଳରୁ ମୃତଦେହ ଉଦ୍ଧାର କରାଯାଇଛି ।
ସୀତାରାମ ଅଗ୍ରଓ୍ବାଲ ଟାଙ୍ଗୀ: ଧନୁ ସଂକ୍ରାନ୍ତିରେ ଟାଙ୍ଗୀଠାରେ ଅଘଟଣ ଘଟିଯାଇଛି। ପୋଖରୀରେ ବୁଡି ୩ ବର୍ଷର ଶିଶୁ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ମୃତ ଶିଶୁର ନାମ ହାପି ଦାସ ଓ ବୟସ ମାତ୍ର ୩ ଵର୍ଷ ବୋଲି ଜଣାପଡିଛି। ହାପିଙ୍କ ପିତାଙ୍କ ନାମ ଆନନ୍ଦ ଦାସ ଓ ତାଙ୍କ ଘର ଟାଙ୍ଗୀ ଥାନା ହରିପୁର ପଂଚାୟତ ନିମୁନା ଗ୍ରାମରେ ବୋଲି ଜଣା ପଡିଛି। ଜେଜେ ମା ସହ ନାତି ପୋଖରୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି। ଜେଜେ ମା ନାତି ହାପିକୁ ପୋଖରୀର ଗାଧୁଆ ତୁଠ ପାହାଚରେ ବସାଇ ଶୌଚ ହେବାକୁ ଯାଇଥିବାବେଳେ ନାତି ହାପି ଦାସ ପୋଖରି ପାହାଚରେ ଵସି ଖେଳୁଥିଲା। ହଠାତ୍ ତାର ଚପଲ ପାଣି ଭିତରକୁ ଖସିଯିବାରୁ ଶିଶୁ ମଧ୍ୟ୍ୟ ଚପଲ ଆଣିବାକୁ ପୋଖରୀକୁ ପଳାଇ ଯାଇଥିଲା। ପୋଖରୀର ଜଳ ଗଭୀର ଥିବାରୁ ସେ ବାହାରି ପାରିନଥିଲା। ତେବେ ପିଲାଟି ପୋଖରୀ…
ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ଦେଖାଦେଇଛି। ରାଜ୍ୟରେ ଆଉ 4 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 1815କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରେ ମୟୂରଭଞ୍ଜରୁ 2 ଜଣ ଥିବାବେଳେ ଜଗତସିଂହପୁର ଓ ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୟୂରଭଞ୍ଜର ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 64 ବର୍ଷୀୟ ପୁରୁଷ ରହିଥିବାବେଳେ ଜଗତସିଂହପୁରରୁ 59 ବର୍ଷୀୟ ପୁରୁଷ, ସମ୍ବଲପୁରରୁ 40 ବର୍ଷୀୟ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।
ଭୁବନେଶ୍ବର: ରାଜ୍ୟରେ ଆଜି ୩୦୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୭୪ ଜଣ ଚିହ୍ନଟ ହୋଇଥିବାବେଳେ ୧୨୬ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୪ହଜାର ୩୮୯କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୧୯ହଜାର ୪୫୮ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩ ହଜାର ୬୩ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୮୧୫ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୬ଟି ଜିଲ୍ଲାରୁ ମୋଟ୍ ୩୦୦ ଜଣ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ସର୍ବାଧିକ ୪୪ ଜଣ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱର…
ଭୁବନେଶ୍ୱର : ପ୍ରଦୀପ ପାଣିଗ୍ରାହୀଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ରିମାଣ୍ଡରେ ନେବାକୁ ଭୁବନେଶ୍ବର ଏସ୍ଡିଜେଏମ୍ କୋର୍ଟ ଅନୁମତି ଦେଇଥିବା ଜଣାପଡିଛି। ଭାବୀ ଜ୍ବାଇଁ ଆକାଶଙ୍କ ସହ ସାମ୍ନାସାମ୍ନି ଜେରା କରିପାରେ କ୍ରାଇମ୍ବ୍ରାଞ୍ଚ୍। ଆଜିଠାରୁ ଦୁଇ ଦିନ ପାଇଁ ରିମାଣ୍ଡରେ ଯିବେ ପ୍ରଦୀପ ପାଣିଗ୍ରାହୀ । ଆକାଶଙ୍କ ଠକେଇ, ଜାଲିଆତି ମାମଲାରେ ପ୍ରଦୀପଙ୍କ ସମ୍ପୃକ୍ତି ସମ୍ପର୍କରେ ଖୋଳତାଡ କରିବ କ୍ରାଇମ୍ବ୍ରାଞ୍ଚ। ଏହି କ୍ରାଇମ୍ ବ୍ରାଞ୍ଚ ଟିମ୍ରେ 5ଜଣ ବରିଷ୍ଠ ଅଧିକାରୀ ରହିଛନ୍ତି । ସୂଚନାଯୋଗ୍ୟ ଯେ, ଜନ ବିରୋଧି କାର୍ଯ୍ୟ ଅଭିଯୋଗରେ ମୁଖ୍ୟମନ୍ତ୍ରୀ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କଙ୍କୁ ଦଳର ପ୍ରାଥମିକ ସଦସ୍ୟତା ପଦରୁ ବହିଷ୍କୃତ କରିଥିଲେ । ଏହାପରେ ଅଭୟ ପାଠକ ଓ ଆକାଶ ପାଠକ ଲିଙ୍କ, ବେଆଇନ ଅର୍ଥ କାରବାର ଓ ଚାକିରୀ ଜାଲିଆତି ନେଇ ପ୍ରଦୀପଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ।
ଲଣ୍ଡନ : ଦୁନିଆରେ କରୋନା ଭାଇରସର କାୟା ଥମିବାରେ ନାଁ ନେଉନାହିଁ । ପ୍ରତ୍ୟେକ ଦିନ ନୂତନ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହା ମଧ୍ୟରେ ବ୍ରିଟେନ୍ରେ ପୁଣି ଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଦେଖାଦେଇଛି । ବ୍ରିଟେନ୍ରେ ଏବେ ଦେଖାଦେଇଥିବା କରୋନାରେ ଶକ୍ତିଶାଳୀ ଷ୍ଟ୍ରେନ୍ ଦେଖିବାକୁ ମିଳିଛି । ବ୍ରିଟେନ୍ରେ ଚିହ୍ନଟ ହୋଇଥିବାର କରୋନା ମାମଲାରେ ଏବେ ନୂତନ ପ୍ରକାର ଦେଖଯାଉଛି ଅର୍ଥାତ୍ ଏହି ଭାଇରସ୍ ଏବେ ନୂତନ ପ୍ରକାରରେ ଚିହ୍ନଟ ହୋଇଛି । ଏହାକୁ ଦୃଷ୍ଟିରେ ରଖି ବ୍ରିଟେନ୍ ସରକାର ଶକ୍ତ ଲକ୍ଡାଉନ୍ ଜାରି କରିବା ନେଇ ନିଷ୍ପତ୍ତି ନେଇଛନ୍ତି । ଏହାପରେ ବ୍ରିଟେନ୍ରେ ଲକ୍ଡାଉନ୍ର ଘୋଷଣା କରାଯାଇଛି । କରୋନା ମାମଲାରେ ନୂତନ ପ୍ରକାରର ଚିହ୍ନଟ ହେବା ପରେ ଦେଶର ରାଜଧାନୀ ତଥା ଏହାର ଆଖପାଖ ଅଞ୍ଚଳରେ ବୁଧବାର ଦିନ କଡା ଲକ୍ଡାଉନ୍ ଲଗାଯିବା ନେଇ ସୂଚନା ରହିଛି । ଏହି ନୂତନ କରୋନା ଭାଇରସ୍…
ପିଣ୍ଟୁ ବିଷୋୟୀ ବେଗୁନିଆପଡା: ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଫାଶୀ ପଞ୍ଚାୟତର ବିଲିପଡା ଗ୍ରାମକୁ ଆଦର୍ଶ ଗ୍ରାମ କରିବା ପାଇଁ ଆରମ୍ଭ ହୋଇ ଯାଇଛି ପ୍ରସ୍ତୁତି। ପ୍ରସ୍ତୁତି ଆରମ୍ଭ କଲେ ବିଧାୟିକା। ଆଜି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ଉପସ୍ଥିତିରେ ବିଲିପଡା ଠାରେ ଏନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବେଗୁନିଆପଡ଼ା ବ୍ଳକ ଅଧ୍ୟକ୍ଷ ପ୍ରତିନିଧି ବିଜୟ କୁମାର ଦୋରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ, ଫାଶୀ ସରପଞ୍ଚ ନବୀନ ଦଳେଇ, ବ୍ଲକ ସ୍ତରୀୟ ଅଧିକାରୀ ମାନେ ବିଲିପଡା ଗ୍ରାମକୁ ଯାଇ ଗ୍ରାମର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ପରିମଳ ବ୍ୟବସ୍ଥା, ଡ୍ରେନେଜ୍ ବ୍ୟବସ୍ଥା ସମେତ ବହୁ ମୌଳିକ ସୁବିଧା ଗୁଡିକ କିଭଳି ଭାବେ ତୁରନ୍ତ ଲାଗୁ କରାଯିବ ସେ ନେଇ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ ବିଧାୟିକା। ଗ୍ରାମକୁ ଆଦର୍ଶ ଗ୍ରାମ କରିବା ପାଇଁ ସରକାରଙ୍କ…
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ହାର ଖସିବାରେ ଲାଗିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୨ ହଜାର ୬୫ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ୩୫୪ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହିତ ବିଗତ ୫ ମାସ ମଧ୍ୟରେ କରୋନା ସଂକ୍ରମଣ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଭାରତରେ କରୋନାର ସର୍ବମୋଟ ମାମଲା ୯୯ ଲକ୍ଷ ୬ ହଜାର ୧୬୫ରେ ପହଞ୍ଚିଥିବାବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଏକ ଲକ୍ଷ ୪୩ ହଜାର ୭୦୯ରେ ପହଞ୍ଚିଛି । ସେହିପରି ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ହାର ହ୍ରାସ ପାଇବାରେ ଲାଗିଛି । ଦେଶରେ ଏବେସୁଦ୍ଧା ୩ ଲକ୍ଷ ୩୯ ହଜାର ୮୨୦ ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ ୯୪ ଲକ୍ଷ ୨୨ ହଜାର ୬୩୬ ଜଣ ଲୋକ ସୁସ୍ଥ ହୋଇଛନ୍ତି। ବିଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରୁ ସର୍ବାଧିକ ୨୯୪୯ ଆକ୍ରାନ୍ତ ଚିହ୍ନଟ…

