Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

ବଦଳୁଛି ଚୀନର ସ୍ବର, କହିଲା ଭାରତ ଶତ୍ରୁ ନୁହେଁ ବରଂ ଅଂଶୀଦାର ରାଷ୍ଟ୍ର

ନୂଆଦିଲ୍ଲୀ : ପ୍ରକୃତ ନିୟନ୍ତ୍ରଣ ରେଖା LACରୁ ଭାରତ ଓ ଚୀନ୍ ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର କରିବେ। ସୀମା ବିବାଦର ଆପୋସ ସମାଧାନ କରାଯିବ ବୋଲି ଦୁଇ ଦେଶ ମଧ୍ୟରେ ଆଲୋଚନା ହେବା ପରେ ଏବେ ବଦଳିବାରେ ଲାଗିଛି ଚୀନର ମତିଗତି। ଅନ୍ତର୍ଜାତୀୟ ଚାପ ହେଉ, ଭାରତର ବାଣିଜ୍ୟିକ କଟକଣା ହେଉ ବା ଭାରତ ସହିତ ଆମେରିକା, ବ୍ରିଟେନ, ଜାପାନ ଭଳି ଏକାଧିକ ଶକ୍ତିଶାଳୀ ରାଷ୍ଟ୍ର ହାତ ମିଳାଇବା ହେଉ ଏପରି ଏକାଧିକ କାରଣ ରହିଛି, ଯେଉଁଥିପାଇଁ ଚୀନ ହୁଏତ ତାର ସ୍ବର ନରମ କରିବାରେ ଲାଗିଛି।

ବିଳମ୍ବରେ ହେଲେ ବି ଚୀନ୍‌ର ଚେତା ପଶିଛି। ରାଷ୍ଟ୍ରଦୂତ ସନ୍‌ ୱେଡଙ୍ଗ୍‌ଙ୍କ ଜରିଆରେ ଭାରତକୁ ଏକ ନୂଆ ବାର୍ତ୍ତା ଦେଇଛି ଚୀନ୍। ଚୀନ୍‌ କହିଛି ଭାରତ ଶତ୍ରୁ ନୁହେଁ ବରଂ ତାର ଅଂଶୀଦାର ରାଷ୍ଟ୍ର। ସନ୍‌ ୱେଡଙ୍ଗ୍‌ କହିଛନ୍ତି, ବିବାଦ ନୁହେଁ, ଭାରତ ଏବଂ ଚୀନ୍‌ ମଧ୍ୟରେ ଶାନ୍ତି ଆବଶ୍ୟକ। ଭାରତ ଏବଂ ଚୀନ୍‌ ମଧ୍ୟରେ ସୀମ ବିବାଦ ବହୁ ବର୍ଷ ହେଲା ଲାଗି ରହିଛି। କଥାବାର୍ତ୍ତା ଜରିଆରେ ଏହର ସମାଧାନ ପାଇଁ ବାଟ ନବାହାରିବା ଯାଏଁ ଉଭୟ ଦେଶ ବିଦାଦୀୟ ସୀମା ନିକଟରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ଉଚିତ୍‌।

ଗଲୱାନ ସଂଘର୍ଷ ପରେ ବିଭିନ୍ନ ମହଲରେ ଚୀନ୍‌ ସହ ଆର୍ଥିକ ଏବଂ ବାଣିଜ୍ୟିକ ସମ୍ପର୍କ ଚ୍ଛିନ୍ନ ପାଇଁ କୁହାଯାଉଛି। ଭାରତରେ ମେଡ୍‌ ଇନ୍‌ ଚାଇନା ସାମଗ୍ରୀ ବର୍ଜନ ପାଇଁ ଆହ୍ବାନ ଦିଆଯାଉଛି। ଏଭଳି ପଦକ୍ଷେପରେ ହୁଏତ ଚୀନର ଚିନ୍ତା ବଢାଇଥାଇ ପାରେ। ଯେଉଁଥିପାଇଁ ଚୀନ୍ ରାଷ୍ଟ୍ରଦୂତ ସନ୍‌ ୱେଡଙ୍ଗ୍‌ ଏବେ ଭାରତକୁ ଶତ୍ରୁ ନୁହେଁ ବରଂ ଅଂଶୀଦାର ରାଷ୍ଟ୍ର ବୋଲି କହିଛନ୍ତି। ଚୀନ୍‌ର ଉଦ୍ୟୋଗ ଏବଂ ଭାରତୀୟ ଗ୍ରାହକଙ୍କ ପାଇଁ ଆଦୌ ଠିକ୍‌ ହେବନାହିଁ ବୋଲି ସେ କହିଛନ୍ତି।

ପୂର୍ବ ଲଦାଖ୍‌ର ୩ଟି ଅଂଚଳରୁ ଚୀନ୍‌ ସେନା ପ୍ରତ୍ୟାହାର ପରେ ସନ୍‌ ଏଭଳି ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ ରଖିଛନ୍ତି। ଗତ ଜୁଲାଇ ୫ ତାରିଖରେ ଭାରତର ଜାତୀୟ ସୁରକ୍ଷା ଉପଦେଷ୍ଟା ଡୋଭାଲ୍‌ ଏବଂ ଚୀନ୍‌ ବିଦେଶ ମନ୍ତ୍ରୀ ୱାଙ୍ଗ୍ ଜି କଥାବାର୍ତ୍ତା ହୋଇ ଊଭୟ ପକ୍ଷ ଯୋଗାଯୋଗ ସୁଦୃଢ଼ କରିବେ ବୋଲି ରାଜି ହୋଇଥିଲେ। ତେବେ ଜୁନ୍‌ ୧୫ ତାରିଖରେ ଗଲ୍‌ୱାନ୍‌ ଘାଟିର ସଂଘର୍ଷ ଘଟଣା କେହି ଚାହିଁନଥିଲେ ବୋଲି ସେ କହିଛନ୍ତି। (ଏଜେନସି)

Categories
ଆଜିର ଖବର ବ୍ୟବସାୟ

ଦେଶର ଅର୍ଥନୀତିର କ୍ରମଶଃ ସୁଧାର ଆସୁଛି, କହିଲେ ରିଜର୍ଭ ବ୍ୟାଙ୍କ୍‌ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ

ନୂଆଦିଲ୍ଲୀ: କରୋନା ସଂକଟ କାରଣରୁ ଦେଶର ଅର୍ଥନୀତି ପ୍ରତି ଯେଉଁ ସଂକଟ ଦେଖାଦେଇଥିଲା, କଟକଣା କୋହଳ ହେବା ପରେ ତାହା କ୍ରମଶଃ ସୁଧୁରୁଛି। ଭାରତୀୟ ଅର୍ଥନୀତି ସ୍ବାଭାବିକ ହେବାର ଲକ୍ଷଣ ଦେଖା ଦେଉଛି। ଏହା କହିଛନ୍ତି ରିଜର୍ଭ ବ୍ୟାଙ୍କ୍‌ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ।

ଶନିବାର ଦିନ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଆୟୋଜିତ ‘ ସପ୍ତମ ବ୍ୟାଙ୍କିଙ୍ଗ୍ ଆଣ୍ଡ୍ ଇକୋନମିକ୍ସ କନ୍‌କ୍ଲେଭ୍’ରେ ଉଦ୍‌‌ବୋଧନ ଦେଇ ସେ କହିଲେ, ଲକ୍‌ଡାଉନ୍‌ ସମୟରେ ଦେଶର ଆର୍ଥନୈତିକ ଧାରାକୁ ଜାରି ରଖିବା ନିମନ୍ତେ ରିଜର୍ଭ ବ୍ୟାଙ୍କ୍ ଅନେକ ଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଥିଲା।

ମୁଣ୍ଡ ଟେକୁଥିବା ବିପଦକୁ ଚିହ୍ନଟ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ତା’ର ‘ଅଫ୍‌ସାଇଟ୍ ସର୍ଭିଲେନ୍‌ସ୍ ମେକାନିଜମ୍’ ସୁଦୃଢ଼ କରିଥିବା ଶ୍ରୀ ଦାସ କହିଛନ୍ତି। ଅର୍ଥନୀତିରେ ସୃଷ୍ଟି ମାନ୍ଦାବସ୍ଥା ଦୂର କରିବା ପାଇଁ କରୋନା ମହାମାରୀ ପୂର୍ବରୁ ହିଁ ରୋପୋ ରେଟ ହ୍ରାସ କରାଯାଇଛି ବୋଲି ରିଜର୍ଭ ବ୍ୟାଙ୍କ୍‌ର ଗଭର୍ଣ୍ଣର କହିଛନ୍ତି। ଅର୍ଥନୈତିକ ଧାରାକୁ ବିପଦରୁ ଉଦ୍ଧାର କରିବାକୁ ପାଣ୍ଠି ବୃଦ୍ଧି ନିମନ୍ତେ ରିଜର୍ଭ ବ୍ୟାଙ୍କ୍ କ୍ରେଡିଟ୍ ଫ୍ଲୋ ସୁନିଶ୍ଚିତ କରିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର ସ୍ବାସ୍ଥ୍ୟ

ଗଂଜାମରୁ ଆଜି 43 ଜଣ କରୋନା ଯୋଦ୍ଧା ପଜିଟିଭ ଚିହ୍ନଟ, ଜାଣନ୍ତୁ ଜିଲ୍ଲାର କେଉଁଠୁ କେତେ

ବ୍ରହ୍ମପୁର, ଗଂଜାମରେ ଆଜି ମୋଟ 218 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ 43 ଜଣ କରୋନା ଯୋଦ୍ଧା ଅଛନ୍ତି। ଏହି 43 ଜଣଙ୍କ ମଧ୍ୟରେ ଆସିକାରୁ 12, ବେଗୁନିଆପଡାରୁ 2, ବେଲଗୁଣ୍ଠାରୁ 3 ଯୋଦ୍ଧା ଆକ୍ରାନ୍ତ ହୋଇଛନ୍ତି। ସେହିପରି କେବଳ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରୁ 7 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଭଞ୍ଜନଗର, ବୁଗୁଡା, ଜଗନ୍ନାଥପ୍ରସାଦ, କୁକୁଡାଖଣ୍ଡି, ରଙ୍ଗେଇଲୁଣ୍ଡା, ସାନଖେମୁଣ୍ଡିରୁ ଜଣେ ଲେଖାଏଁ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଛନ୍ତି। ଚିକିଟିରୁ 2, ପୋଲସରାରରୁ 7, ସୋରଡାରୁ 3 ଜଣ କରୋନା ଯୋଦ୍ଧା ପଜିଟିଭ ଜଣାପଡ଼ିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ସୁନା ପରେ ଏବେ ହୀରା ଖଚିତ ମାସ୍କ, ଦାମ୍ 2 ଲକ୍ଷ, ଜାଣନ୍ତୁ କିଏ ସେ କିଣିଲା ହୀରା ମାସ୍କ

ସୁରଟ, କୋଭିଡ ସାରା ବିଶ୍ବବାସୀଙ୍କ ନିଦ ହଜାଇ ଦେଇଥିବା ବେଳେ କିଛି ଲୋକ ନିଜ ନିଜ ସଉକ ପାଇଁ ଏଥିରୁ ବେଶ ମଜା ଉଠାଉଛନ୍ତି। ମଜା ବି ଏମିତି ସେମିତି ନୁହେଁ। ଏ ବାବଦରେ ଖର୍ଚ୍ଚ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଆମେ କହୁଛୁ କରୋନା ଭୂତାଣୁ ରୋକିବା ପାଇଁ ଲୋକେ ପିନ୍ଧୁଥିବା ମାସ୍କ କଥା। କେହି କେବେ ଭାବି ନଥିଲେ ଯେ ଲୋକଙ୍କ ଆଲମିରାରେ ସ୍ଥାନ ପାଇବ ସୁନା ଅଳଙ୍କାର ପରି ସୁନାରୂପା ଓ ହୀରରେ ତିଆରି ମାସ୍କ।

ଆପଣ ବଜାରରେ କେତେ ଟଙ୍କା ଦେଇ ମାସ୍କ କିଣି ପାରିବେ। ଅତି ବେଶୀ ହେଲେ ଶହେ କିମ୍ବା ଦୁଇଶହ ଟଙ୍କା ହେଲେ ଅଧିକ ହୋଇଯିବ । କିନ୍ତୁ ଳୋକ ଏମିତି ବି ଅଛି ତାହା ଜାଣିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ। କିଛି ଦିନ ତଳେ ଜଣେ ପୁଣେର ଜଣେ ଲୋକ ସୁନା ମାସ୍କ ପିନ୍ଧି ବେଶ୍ ଚର୍ଚ୍ଚାକୁ ଆସିଥିଲେ। ଏବେ ପୁଣେ ପରେ ସୁରଟ।

କରୋନା ମହାମାରୀ ସମସ୍ତଙ୍କୁ ବିଚଳିତ କରି ରଖିଥିବା ବେଳେ ସୁରଟର ଜଣେ ହୀରା ବ୍ୟବସାୟୀଙ୍କ ନିକଟକୁ ଆସିଥିଲେ ବିବାହ କରିବାକୁ ଯାଉଥିବା ଦମ୍ପତି। ବରାଦ ଦେଇଥିଲେ ହୀରାରେ ତିଆରି ମାସ୍କ ପାଇଁ। ପରେ ଆସି ତାଙ୍କଠାରୁ କିଣିଥିଲେ ହୀରା ଖଚିତ ମାସ୍କ । ଯାହାର ଦାମ ରହିଛି ପ୍ରାୟ ଏକ ଲକ୍ଷ ୪୦ ହଜାରରୁ ୨ ଲକ୍ଷ ଟଙ୍କା । ଦମ୍ପତିଙ୍କ ଚାହିଦା ଅନୁସାରେ ସୁରଟର ହୀରା ବ୍ୟବସାୟୀ ତିଆରି କରିଛନ୍ତି ହୀରା ଖଚିତ ମାସ୍କ । ଏହା ଦେଖିବାକୁ ଠିକ୍ ମାସ୍କ ଭଳି । କିନ୍ତୁ ତା’ ଉପରେ ସଜେଇ ହୋଇଛି ହୀରା ।

ତେବେ ଏହା ଆଗରୁ ପୁନେର ଜଣେ ବ୍ୟକ୍ତି ସୁନାର ଏକ ମାସ୍କ ତିଆରି କରି ପିନ୍ଧିଥିଳେ, ଯାହାର ଦାମ୍ ଏହି ହୀରା ଖଚିତ ମାସ୍କ ଠାରୁ ଅଧିକ ରହିଥିଲା । ସୁନା ମାସ୍କର ଦାମ୍ ଥିଲା ୨ ଲକ୍ଷ ୮୯ ହଜାର ଟଙ୍କା । ଦିନକୁ ଦିନ କରୋନା ମହାମାରୀ ବ୍ୟାପିଥିବା ବେଳେ ସମସ୍ତଙ୍କ ମଧ୍ୟରେ ମାସ୍କ ବ୍ୟବହାର ନେଇ ସଚେତନତା ମଧ୍ୟ ବଢୁଛି । ଏହାରି ମଧ୍ୟରେ ଦିନକୁ ଦିନ ବିଭିନ୍ନ ଡିଜାଇନର ଦାମୀ ମାସ୍କ ସବୁ ବଜାରକୁ ଆସୁଛି । ଏହାକୁ ଦୃଷ୍ଟିରେ ରଖି ଫାସନ୍ ଡିଜାଇନରମ‌ାନେ ଆକର୍ଷଣୀୟ ଡିଜାଇନର ମ‌ାସ୍କ ପିନ୍ଧିବାରେ ଲାଗି ପଡ଼ିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

କରୋନା ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ, ଦେଲେ ଅନେକ ପରାମର୍ଶ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉଚ୍ଚସ୍ତରୀୟ ବୈଠକରେ ଦେଶର କରୋନା ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ବ୍ୟକ୍ତିଗତ ଭାବେ ସଫାସୁତୁରା ରହିବା ସହ କରୋନା ନିୟମ ମାନିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସାଧାରଣ ସ୍ଥାନରେ ସାମାଜିକ ଦୂରତ୍ବ ରଖିବା ସହ ମାସ୍କ ପିନ୍ଧିବା ଅତି ଜରୁରୀ ବୋଲି ସେ କହିଛନ୍ତି।

କରୋନା ମହାମାରୀରୁ ରକ୍ଷା ପାଇବାକୁ ହେଲେ ଏ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ଅଫିସରମାନଙ୍କୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। କରୋନା ସଂକ୍ରମଣକୁ ପ୍ରତିହତ ପାଇଁ ଯଥାସମ୍ଭବ ପ୍ରୟାସ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ବୈଠକରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନୀଳଗିରି ଓ ସାଲେପୁର ବିଧାୟକଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ସଂକ୍ରମିତ ରାଜ୍ୟର ଦୁଇ ବିଧାୟକ ସହ ଟେଲିଫୋନ୍‌ ଯୋଗେ କଥା ହୋଇ ସେମାନଙ୍କ ସ୍ବାସ୍ଥ୍ୟ ସଂପର୍କରେ ପଚାରି ବୁଝିଛନ୍ତି। କରୋନା ପଜିଟିଭ୍‌ ଚିହ୍ନଟ ନୀଳଗିରି ଓ ସାଲେପୁର ବିଧାୟକଙ୍କ ସହ କଥା ହୋଇ ମୁଖ୍ୟମନ୍ତ୍ରୀ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ।

ଏଥିସହ ରାଜ୍ୟର ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହୋଇଥିବା କୋଭିଡ୍‌‌ ଯୋଦ୍ଧାଙ୍କ ସହ ମଧ୍ୟ କଥା ହୋଇଥିଲେ। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ଅବଗତ ହେବା ସହ ମୁଖ୍ୟମନ୍ତ୍ରୀ ସୁସ୍ଥତା କାମନା କରିଥିଲେ।

ଏହି ସମୟରେ ମୁଖ୍ୟମନ୍ତ୍ରୀ ବିପନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ମିଳୁଥିବା ସେବା ସଂପର୍କରେ ପଚାରି ବୁଝିଥିଲେ। ଡାକ୍ତରଖାନାଗୁଡ଼ିକରେ ଠିକ ଭାବେ ସ୍ବାସ୍ଥ୍ୟ ସେବା ମିଳୁଛି କି ନାହିଁ ତାହା ପଚାରି ବୁଝିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଛିଡୁନି ମହାନଦୀ ଜଳ ବିବାଦ, ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ସହମତି ନହେବାରୁ ଇସ୍ୟୁ ଫ୍ରେମ୍ କଲେ ଟ୍ରିବ୍ୟୁନାଲ

ନୂଆଦିଲ୍ଲୀ : ଛିଡୁନି ମହାନଦୀ ଜଳ ବିବାଦ। ଆପୋସ ଆଲୋଚନାରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ସହମତି ନହେବାରୁ ଇସ୍ୟୁ ଫ୍ରେମ୍ କରିଛନ୍ତି ଟ୍ରିବ୍ୟୁନାଲ। ସବୁ ପକ୍ଷରୁ ଦାବି ଶୁଣିବା ପରେ 40ରୁ 45ଟି ଇସ୍ୟୁ ଫ୍ରେମ୍ କରାଯାଇଛି। ଓଡ଼ିଶା, ଛତିଶଗଡ଼, ଝାଡଖଣ୍ଡ ଓ ମହାରାଷ୍ଚ୍ର ଏ ନେଇ ଟ୍ରିବ୍ୟୁନାଲରେ ଆଜି ନିଜ ନିଜର ପକ୍ଷ ରଖିଛନ୍ତି। ଓଡ଼ିଶା ସରକାରଙ୍କ ପକ୍ଷରୁ ଆଜି ଆଉ କିଛି ଅତିରିକ୍ତ ଦସ୍ତାବିଜ ଟ୍ରିବ୍ୟୁନାଲରେ ଦାଖଲ କରାଯାଇଛି।

ଛତିଶଗଡ଼ କେନ୍ଦ୍ରଠାରୁ କିଛି ଡକ୍ୟୁମେଣ୍ଟ ଚାହିଁବାରୁ କେନ୍ଦ୍ର ସରକାରଙ୍କୁ ଟ୍ରିବ୍ୟୁନାଲ ନୋଟିସ ଜାରି କରିଛନ୍ତି। ଓଡ଼ିଶା ଓ ଛତିଶଗଡ଼କୁ ପରସ୍ପରର ଡକ୍ୟୁମେଣ୍ଟ ଯାଞ୍ଚ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଶୁଣାଣୀ ବେଳେ ଯଦି କିଛି ଇସ୍ୟୁ ଆସିବ ତାହା ମଧ୍ୟ ଫ୍ରେମ୍ କରାଯିବ। ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଆସନ୍ତା ଅଗଷ୍ଟ 8 ତାରିଖ ଧାର୍ଯ୍ୟ ହୋଇଛି।

Mahanadi Water Dispute: Odisha, Chhattisgarh To Conduct Second ...

ମହାନଦୀ ଜଳ ବିବାଦ ମାମଲାରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବୈଠକ ହୋଇଥିଲେ ବି କୌଣସି ପ୍ରକାର ସହମତି ହୋଇପାରି ନାହିଁ। ଗତ ଜାନୁଆରିରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଓଡ଼ିଶା ଦ୍ବାରା ୨୬ଟି ପ୍ରସଙ୍ଗରେ ବିଚାର କରିବାକୁ ନିବେଦନ କରାଯାଇଥିଲା। ଅପରପକ୍ଷେ ଛତିଶଗଡ଼ ପକ୍ଷରୁ ମଧ୍ୟ ୧୩ଟି ପ୍ରସଙ୍ଗ ନେଇ ଟ୍ରିବ୍ୟୁନାଲ‌ର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତେବେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଯୁଗ୍ମ ବୈଠକ କରାଯାଇ ଏହାର ସମାଧାନ ବାଟ ବାହାର କରିବା ଲାଗି ଟ୍ରିବ୍ୟୁନାଲ ପରାମର୍ଶ ଦେଇଥିଲେ। ଆବଶ୍ୟକ ପଡ଼ିଲେ ଦୁଇ ପକ୍ଷ କୌଣସି କେନ୍ଦ୍ରୀୟ ଏଜେନ୍ସିର ସହାୟତା ନେଇପାରିବେ ବୋଲି ଟ୍ରିବ୍ୟୁନାଲ ମତ ଦେଇଥିଲେ।

ଇତିମଧ୍ୟରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଓଡ଼ିଶା ଦ୍ବାରା ଅତିରିକ୍ତ ଦସ୍ତାବିଜ ଦାଖଲ କରାଯାଇଥିବା ବେଳେ ଛତିଶଗଡ଼ ପକ୍ଷରୁ କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି), କେନ୍ଦ୍ରୀୟ ଭୂତଳ ଜଳ ଆୟୋଗ (ସିଜିଡବ୍ଲ୍ୟୁବି) ଓ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ଠାରୁ ତଥ୍ୟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେବା ପାଇଁ ଟ୍ରିବୁନାଲରେ ଆବେଦନ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ ବର୍ତ୍ତମାନ ସୁଦ୍ଧା ୧୨ଟି ଶୁଣାଣି କରିସାରିଛନ୍ତି। ହେଲେ ଟ୍ରିବ୍ୟୁନାଲଙ୍କ ଦ୍ବାରା କୌଣସି ଅନ୍ତରୀଣ ଆଦେଶ ଜାରି କରାଯାଇନାହିଁ। ଗତବର୍ଷ ମାର୍ଚ୍ଚରୁ ଓଡ଼ିଶାର ମଧ୍ୟବର୍ତ୍ତୀକାଳୀନ ଆବେଦନର ଶୁଣାଣି କରି ଟ୍ରିବ୍ୟୁନାଲ ରାୟକୁ ସଂରକ୍ଷିତ ରଖିଛନ୍ତି। ଆପୋସ ବୁଝାମଣା ଦ୍ବାରା ମାମଲାର ସମାଧାନ ପାଇଁ ଟ୍ରିବ୍ୟୁନାଲ ପ୍ରସ୍ତାବ ଦେବା ପରେ ଦୁଇ ରାଜ୍ୟ ବିଚାର ବିମର୍ଶ ଓ ଆଲୋଚନା କରିଥିଲେ ମଧ୍ୟ ସମାଧାନର ବାଟ ବାହାରିପାରି ନାହିଁ।

Categories
ଆଞ୍ଚଳିକ

ମିଳିତ ସାମ୍ବାଦିକ ସଙ୍ଘ ମହାମଞ୍ଚରେ ସାମ୍ବାଦିକମାନଙ୍କ ସମସ୍ୟାକୁ ନେଇ ଆଲୋଚନା

ରମେଶ ମହାନ୍ତି :

ଜଗତସିଂହପୁର : ଶୁକ୍ରବାର ଭୁବନେଶ୍ବର ଠାରେ ରାଜ୍ୟର ଦଶଗୋଟି ପ୍ରମୁଖ ସାମ୍ବାଦିକ ସଙ୍ଗଠନକୁ ନେଇ ଏକ ମିଳିତ ସାମ୍ବାଦିକ ସଙ୍ଘ ମହାମଞ୍ଚ ରେ ସମ୍ମିଳିତ ହୋଇ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା ହୋଇଯାଇଛି । ଏଥିରେ ରାଜ୍ୟର ଦଶଟି ରାଜ୍ୟସ୍ତର ସଙ୍ଗଠନର ୧୯ ଜଣ ସକ୍ରିୟ କର୍ମକର୍ତ୍ତା ଯୋଗଦାନ କରିଥିଲେ । ଓ.ଜେ.ୟୁ. ତରଫରୁ ରାଜ୍ୟ ସଙ୍ଗଠନ ସମ୍ପାଦକ ସଞ୍ଜିବ କୁମାର ନାୟକ ଯୋଗଦାନ କରିଥିଲେ।

ଉକ୍ତ ବୈଠକରେ ଓ.ଜେ.ୟୁ ର ରାଜ୍ୟ ସାଧାରଣ ସମ୍ପାଦକ ଶଶୀଭୁଷଣ ପ୍ରହରାଜଙ୍କ ଦ୍ବାରା ପ୍ରେରିତ ସାତ ଦଫା ସମ୍ମିଳିତ ଦାବି ପତ୍ର ଉପସ୍ଥାପନ କରାଯାଇଥିଲା। କେବଳ ଓ.ଜେ.ୟୁ ଦ୍ବାରା ଉକ୍ତ ବୈଠକରେ ଦାବିପତ୍ର ସଦସ୍ୟ ମାନଙ୍କ ସମ୍ମୁଖରେ ଉପସ୍ଥାପିତ ହୋଇଥିବା ବେଳେ ଅନ୍ୟ ସନସ୍ୟଙ୍କ ଦ୍ବାରା ମୌଖିକ ଦାବି ଉପସ୍ଥାପିତ ହୋଇଥିଲା। ବିଭିନ୍ନ ପ୍ରସ୍ତାବମାନ ଆଲୋଚନା ହୋଇ ଆଗାମୀ ଦିନରେ ମହାମଞ୍ଚରେ ସମ୍ମିଳିତ ସଙ୍ଗଠନ ମାନଙ୍କର ଜଣେ ଲେଖାଏଁ ସଦସ୍ୟଙ୍କୁ ନେଇ ଏକ ଗୋଷ୍ଠୀ ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କୁ ସାଖ୍ୟାତ ପୁର୍ବକ ଦାବିପତ୍ର ପ୍ରଦାନ କରିବା ପାଇଁ ଚୁଡାନ୍ତ ନିସ୍ପତି ନିଆଯାଇଥିଲା। ଏନେଇ ଓ.ଜେ.ୟୁ ତରଫରୁ ମହାମଞ୍ଚ ସଦସ୍ୟମାନଙ୍କୁ ଧନ୍ୟବାଦ ଗ୍ୟାପନ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ସରପଞ୍ଚ : ଏସ.ଛଚିନା ପଞ୍ଚାୟତ 7 ଦିନ ଯାଏଁ ସଟ ଡାଉନ

ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ ବେଗୁନିଆପଡା ବ୍ଲକରେ ମଧ୍ୟ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି । ତେବେ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଏସ.ଛଚିନା ପଞ୍ଚାୟତରେ 4 ଜଣ କରୋନା ପଜେଟିଭ ଥିବା ରିପୋର୍ଟ ଆସିବା ପରେ ଏସ. ଛଚିନା ସରପଞ୍ଚ ବିନୋଦିନୀ ନାୟକ ବିଡ଼ିଓ,ତହସିଲଦାର ଓ ଥାନା ଅଧିକାରୀଙ୍କୁ ଜଣାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ମୁକାବିଲା ପାଇଁ ସରପଞ୍ଚମାନଙ୍କୁ ପ୍ରଦାନ କରିଥିବା ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଏସ.ଛଚିନା ପଞ୍ଚାୟତକୁ 7 ଦିନିଆ ସଟଡାଉନ ଘୋଷଣା କରିଛନ୍ତି। ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରି ପଞ୍ଚାୟତରେ ଜନସାଧାରଣଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ କି ସୋମବାର ଠାରୁ ଏହି ସଟ ଡାଉନ ଜାରି କରାଯାଇଛି।

ଅତ୍ୟାବଶ୍ୟକ ସାମଗ୍ରୀ ସରକାରଙ୍କ ନିୟମ ମାନି ଦ୍ୱାର ଦ୍ଵାର ବୁଲି ବିକ୍ରି କରିପାରିବେ।ଅନ୍ୟତ୍ର କୌଣସି ଦୋକାନ ବଜାର,ସାମାଜିକ କାର୍ଯ୍ୟ, ଗାଡି ଚଳାଚଳ, ବନ୍ଦ ରହିବ।ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ଅବଲମ୍ବନ କରିବା ପାଇଁ ସମସ୍ତଙ୍କୁ ସରପଞ୍ଚ ନିବେଦନ କରିଛନ୍ତି |

Categories
ଆଜିର ଖବର ରାଜ୍ୟ ଖବର

ଦୁର୍ଘଟଣାଗସ୍ତ ହେଲା କୋଭିଡ-19ଗାଡ଼ି

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ରେ କାର୍ଯ୍ୟରତ କୋଭିଡ-19 ଗାଡ଼ି ଦୁର୍ଘଟଣା ଗସ୍ତ ହୋଇଛି । ଘଟଣାରୁ ପ୍ରକାଶ ପ୍ରବାସୀ ଓ କୋଭିଡ ପଜିଟିଭି ବ୍ୟକ୍ତି ମାନଙ୍କୁ ନେବାଆଣିବା କରିବା ପାଇଁ ଟାଟା ମ୍ୟାଜିକ ଗାଡ଼ି ନିଯୁକ୍ତି ହୋଇଥିଲା।

ଆଜି କୌଣସି କାମରେ ଯିବା ବେଳେ ବ୍ଲକ ନିକଟସ୍ଥ ପଟାଝରି ପୋଲ ନିକଟରେ ଥିବା ଏକ ଗଛକୁ ଭାରସାମ୍ୟ ହରାଇ ଧକ୍କା ଦେଇଥିଲା ।ଫଳରେ ଡ୍ରାଇଭର ଗଣେଶ ଶତପଥୀ ଅନାମ ଆହତ ହୋଇଥିଲେ।ସ୍ଥାନୀୟ ଲୋକମାନେ ତାଙ୍କୁ108 ଆମ୍ବୁଲାନ୍ସ ରେ କୋଦଳା ମେଡିକାଲକୁ ପଠାଇଥିଲେ। ତେବେ ଚାଳକ ଜଣକ ଅତ୍ୟଧିକ ମଦ୍ୟପାନ କରି ଦୁର୍ଘଟଣା ଘଟାଇ ଥିବା ଆଲୋଚନା ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

କଟକ ସହରରୁ ଆଉ 10 ପଜିଟିଭ୍‌ ଚିହ୍ନଟ

କଟକ : କଟକ ମହାନଗର ଅଞ୍ଚଳରୁ ଆଉ 10 ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ 10 ମଧ୍ୟରୁ ସରକାରୀ କ୍ବାରେଣ୍ଟାଇନ୍‌ରୁ 4 ଜଣ ରହିଥିବାବେଳେ 5ଜଣ ହୋମ୍‌ କ୍ବାରେଣ୍ଟାଇନ୍‌ ଓ ଲୋକାଲ୍‌ କେସ୍‌ ଜଣେ ରହିଛି ବୋଲି ସିଏମସି ସୂଚନା ଦେଇଛି ।

ଆକ୍ରାନ୍ତଙ୍କ ମଧ୍ୟରୁ 4 ଜଣ କରୋନା ଯୋଦ୍ଧା ଥିବାବେଳେ ସମେସ୍ତ ଏସ୍‌ସିବି ଆଇସୋଲେସନରେ ରହିଥିବାବେଳେ ଲୋକଲ୍‌ ଆକ୍ରାନ୍ତ ଜଣକ ଦିଓ୍ବାନ ବଜାରର ବୋଲି ସୂଚନା ରହିଛି ।

ସେହିପରି ହୋମ୍‌ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା 5 ଜଣଙ୍କ ମଧ୍ୟରେ ବେହେରା କଲୋନୀ, ମଙ୍ଗଳବାଗରୁ ଜଣେ 40 ବର୍ଷୀୟ ପୁରୁଷ ରହିଥିବାବେଳେ ମାଣିକଘୋଷ ବଜାରରୁ ଜଣେ 50 ବର୍ଷୀୟା ମହିଳା ରହିଛନ୍ତି ।

ଖ୍ରୀଷ୍ଟିଆନ୍‌ ସାହିରୁ ଜଣେ 40 ବର୍ଷୀୟ ପୁରୁଷ ରହିଥିବାବେଳେ ପୁରୀଘାଟ ଅଞ୍ଚଳରୁ 45 ବର୍ଷୀୟ ବ୍ୟକ୍ତି ରହିଛନ୍ତି । ଦୋଳମୁଣ୍ଡାଇ ଅଞ୍ଚଳରୁ ଜଣେ 26 ବର୍ଷୀୟା ଯୁବତୀ ରହିଛନ୍ତି ।

Image

ନୂତନ 10 ଆକ୍ରାନ୍ତଙ୍କୁ ମିଶାଇ କଟକ ସହରରେ ମୋଟ୍‌ ପଜିଟିଭଙ୍କ ସଂଖ୍ୟା 299େର ପହଞ୍ଚିଛି । କଟକରେ 2 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 32 ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଏବେ ସୁଦ୍ଧା କଟକରେ 205ଟି ସକ୍ରିୟ ମାମଲା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଭୁବନେଶ୍ବରରୁ 38 ପଜିଟିଭ୍‌

ଭୁବନେଶ୍ବର : ଆଜି ଭୁବନେଶ୍ବରର 38 ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ମୋଟ୍‌ 38 ପଜିଟିଭ୍‌ଙ୍କ ମଧ୍ୟରୁ 26ଜଣ କ୍ବାରେଣ୍ଟାଇନ୍‌ କେସ୍‌ ଥିବାବେଳେ 12 ଜଣ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ବୋଲି ସୂଚନା ଦେଇଛି ବିଏମ୍‌ସି ।

ଆଜି ଚିହ୍ନଟ ହୋଇଥିବା 12 ଲୋକାଲ୍‌ଙ୍କ ମଧ୍ୟରୁ  କଳିଙ୍ଗନଗର କୋଳଥିଆରୁ ଜଣେ ରହିଥିବାବେଳେ ପୋଖରୀପୁଟ କାର୍ଗିଲ୍‌ ବସ୍ତିରୁ ଜଣେ 40 ବର୍ଷୀୟ ପୁରୁଷ ରହିଛନ୍ତି । ଭୀମଟାଙ୍ଗି ହାଉସିଂ ବୋର୍ଡ କଲୋନୀରୁ ଜଣେ 57 ବର୍ଷୀୟ ପୁରୁଷ ଚିହ୍ନଟ ହୋଇଛନ୍ତି । ସେହିପରି ଚନ୍ଦ୍ରଶେଖରପୁର ବିଡିଏ କଲୋନୀରୁ ଦୁଇଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଗଙ୍ଗନଗରରୁ ତିନି ଜଣ ଚିହ୍ନଟ ହୋଇଛନ୍ତି ।  ନୀଳାଦ୍ରିବିହାର ଅଞ୍ଚଳର ମଧ୍ୟ ତିନିଜଣ ଚିହ୍ନଟ ହୋଇଥିବାବେଳେ ନୟାପଲ୍ଲୀରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ହୋମ୍‌ କ୍ବାରେଣ୍ଟିନ୍‌ରୁ ରହିଥିବା 26 ଜଣଙ୍କ ମଧ୍ୟରୁ ବରମୁଣ୍ଡାରୁ ଜଣେ 66 ବର୍ଷୀୟ ବ୍ୟକ୍ତି ଥିବାବେଳେ ଶାସ୍ତ୍ରୀନଗରରୁ  50 ବର୍ଷୀୟ ପୁରୁଷ,  କ୍ବାରେଣ୍ଟାଇନ୍‌ ସେଣ୍ଟରରୁ ଜଣେ 40 ବର୍ଷୀୟା ମହିଳା, ବିଜେବି ନଗରରୁ ତିନିଜଣ ରହିଥିବାବେଳେ ଶୈଳୀଶ୍ରୀବିହାରର ଜଣେ 29 ବର୍ଷୀୟା ମହିଳା ରହିଛନ୍ତି । ସେହିପରି ଘରୋଇ ହସ୍ପିଟାଲର ତିନିଜଣ ମହିଳା କର୍ମଚାରୀ ରହିଛନ୍ତି ।

ସେହିପରି ଶିଖରଚଣ୍ଡୀ ବସ୍ତିରୁ ଜଣେ 33 ବର୍ଷୀୟ ପୁରୁଷ ଥିବାବେଳେ ମଞ୍ଚେଶ୍ବର ଅଞ୍ଚଳରୁ 70 ବର୍ଷୀୟ ବୃଦ୍ଧ, କେଦାରଗୌରୀ ବିହାରରୁ ଜଣେ 19 ବର୍ଷୀୟ ଯୁବକ, ଚନ୍ଦ୍ରଶେଖରପୁର ବିଡିଏ କଲୋନୀରୁ 49 ବର୍ଷୀୟ ପୁରୁଷ , ଆଉ ଜଣେ ଚନ୍ଦ୍ରଶେଖରପୁରରୁ 62 ବର୍ଷୀୟ ବ୍ୟକ୍ତି ଥିବାବେଳେ ସେଣ୍ଟ୍ରାଲ୍‌ ସରକାରୀ ହସ୍ପିଟାଲରୁ ଜଣେ 27 ବର୍ଷୀୟା ମହିଳା କର୍ମଚାରୀ ରହିଛନ୍ତି । ଅନ୍ୟ ଜଣେ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରହୁଥିବା 35 ବର୍ଷୀୟ ଯୁବକ  ଥିବାବେଳେ ରସୁଲଗଡ ପାଲାମଣ୍ଡପ ନିକଟରୁ 23 ବର୍ଷୀୟା ଯୁବତୀ, କଳିଙ୍ଗବିହାର ଅଞ୍ଚଳରୁ 23 ବର୍ଷୀୟା ଯୁବତୀ ଚିହ୍ନଟ ହୋଇଥିବାବେଳେ କଳିଙ୍ଗନଗର, ସମ୍‌ ହସ୍ପିଟାଲ ନିକଟରୁ ତିନିଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ପଳାଶୁଣୀରୁ ଜଣେ 53 ବର୍ଷୀୟ ପୁରୁଷ ରହିଥିବାବେଳେ ନୟାପଲ୍ଲୀରୁ 23 ବର୍ଷୀୟ ଯୁବକ ରହିଛନ୍ତି। ସେହିପରି କ୍ବାରେଣ୍ଟାଇନ୍‌ ସେଣ୍ଟରରୁ 48 ବର୍ଷୀୟା ପୁରୁଷ ରହିଥିବାବେଳେ  ଆଚାର୍ଯ୍ୟବିହାରୁ ଜଣେ 25 ବର୍ଷୀୟା ଯୁବତୀ ରହିଛନ୍ତି ।

Image

ସେହିପରି ଆଜି ଭୁବନେଶ୍ବରରୁ 6 ଜଣ ସୁସ୍ଥ ହୋଇଥିବାର ସୂଚନା ରହିଛି । ନୂତନ 38ଟି ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରରରେ ମୋଟ୍‌ ପଜିଟିଭ୍‌ଙ୍କ ସଂଖ୍ୟା 640ରେ ପହଞ୍ଚିଛି । ସେହିପରି ଭୁବନେଶ୍ବରରରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 8କୁବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 314 ଜଣ । ସେହିପରି ଭୁବନେଶ୍ବରର ସହରରେ ଏବେ ସୁଦ୍ଧା 317ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଜଗତସିଂହପୁରବାସୀଙ୍କୁ କଟକ-ଭୁବନେଶ୍ବର ବାରଣ

ଜଗତସିଂହପୁର : ଜଗତସିଂହପୁରବାସୀଙ୍କୁ ବାହାର ଜିଲ୍ଲାକୁ ଯିବା ମନା। ବିଶେଷକରି କଟକ ଓ ଭୁବନେଶ୍ବର ଯିବାଆସିବା ନ କରିବାକୁ ଜିଲ୍ଲାବାସୀଙ୍କୁ ଅପିଲ୍‌ କରିଛନ୍ତି ଜଗତସିଂହପୁର ଜିଲ୍ଲାପାଳ। ଦୁଇ ସହରରେ ସ୍ଥାନୀୟ ସଂକ୍ରମଣ ବଢୁଥିବାରୁ ବାରଣ କରିଛନ୍ତି ଜିଲ୍ଲାପାଳ। ଜରୁରୀ କାମ ଥିଲେ ପ୍ରଶାସନର ଅନୁମତି ନେବାକୁ କହିଲେ ଜିଲ୍ଲାପାଳ। ଜିଲ୍ଲାବାସୀଙ୍କୁ ଜିଲ୍ଲାର ସରକାରୀ ଅଫିସ୍‌ ଯିବାକୁ ମଧ୍ୟ ବାରଣ କରିଛନ୍ତି ଜିଲ୍ଲାପାଳ। ଜରୁରୀ କାମ ନଥିଲେ ସରକାରୀ ଅଫିସ୍‌ ଆସିବାକୁ ବାରଣ କରାଯାଇଛି। ସେହିପରି ନିର୍ଦ୍ଦିଷ୍ଟ ପୋର୍ଟାଲ୍‌ରେ ଲୋକେ ଆପତ୍ତି ଅଭିଯୋଗ ଜଣାଇପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି।

ସେହିପରି ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲୁଥିବା ବେଳେ କଟକରେ ମଧ୍ୟ ସ୍ଥିତି ଅଣାୟତ ହେଉଛି। ଏହାକୁ ଦୃଷ୍ଟିରେ ରଖି କଡା ଆଭିମୁଖ୍ୟ ଗ୍ରହଣ କରିଛି କଟକ ମହାନଗର ନିଗମ। କୌଣସି ହଟ୍‌ସ୍ପଟ୍‌ ଜିଲ୍ଲାରୁ ଯଦି କୌଣସି ବ୍ୟକ୍ତି କଟକ ସହରକୁ ଆସିବେ ତେବେ ସେମାନେ 14 ଦିନିଆ କ୍ୱାରେଣ୍ଟିନ୍‌ରେ ରହିବା ବାଧ୍ୟତାମୂଳକ କରିଛନ୍ତି ସିଏମ୍‌ସି କମିଶନର।

Categories
ଫଟୋ ଖବର

‘ଇନଭେଷ୍ଟ ଓଡିଶା’: ବୟନ ଶିଳ୍ପରେ ପୁଂଜି ନିବେଶ ନେଇ ଆଲୋଚନାରେ ବ୍ୟସ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର

Capt. Dibya Sankar Mishra, Hon’ble Minister, Industries, MSME, Energy & Home (MoS), Shri Hemant Sharma, Principal Secretary, Industries & Shri Nitin Jawale, MD, IPICOL took part in Invest India Exclusive Investment Forum for Textiles & Apparel Sector

Categories
ଆଜିର ଖବର ରାଜ୍ୟ ଖବର

ମାଲକାନଗିରିକୁ ଆସିବା ପାଇଁ ଏହି 13 ଜିଲ୍ଳାବାସୀଙ୍କୁ ମନା

ମାଲ୍‌କାନଗିରି : କରୋନା ସଂକ୍ରମଣ ବୃଦ୍ଧି ଦେଖି ଜିଲ୍ଲା ପ୍ରଶାସନ ତରଫରୁ କଡା ପଦକ୍ଷେପମାନ ଗ୍ରହଣ କରାଯାଉଛି । ଅଧିକ ସଂକ୍ରମିତ ଅଞ୍ଚଳଗୁଡିକରୁ ଜିଲ୍ଲାବାସୀଙ୍କୁ ବାରଣ କରାଯାଉଛି । ପୂର୍ବରୁ ରାଉରକେଲା, ଅନୁଗୁଳ, କୋରାପୁଟ ଜିଲ୍ଳା ତରଫରୁ ଏନେଇ ସୂଚନା ଜାରି କରାଯାଇଥିବାବେଳେ ଏବେ ମାଲ୍‌କାନଗିରି ଜିଲ୍ଲା ତରଫରୁ ମଧ୍ୟ 13ଟି ଜିଲ୍ଲାବାସୀଙ୍କୁ ବାରଣ କରାଯାଇଛି ।

13 ଜିଲ୍ଲାର ଲୋକଙ୍କୁ ମାଲ୍‌କାନଗିରି ଜିଲ୍ଲା ଆସିବାକୁ ମନା । ଗଞ୍ଜାମ, କଟକ, ଭଦ୍ରକ, ଖୋର୍ଦ୍ଧା, ଯାଜପୁର, ନୟାଗଡ, ପୁରୀ, ଢେଙ୍କାନାଳ, ସୁନ୍ଦରଗଡ, କେନ୍ଦ୍ରାପଡା, ଗଜପତି, ବାଲେଶ୍ବର ଓ ଜଗତସିଂହପୁର ଜିଲ୍ଲାବାସୀଙ୍କୁ  ବାରଣ କରାଯାଇଛି । ଜରୁରୀ କାମରେ ଏସବୁ ଜିଲ୍ଲାରୁ ଆସିଲେ 14 ଦିନିଆ କ୍ବାରେଣ୍ଟିନ୍‌ରେ ରହିବେ ବୋଲି ସୂଚନା ରହିଛି । କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ଗ୍ରହଣ କରିଛି ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବର ଆରମ୍ଭ ହେଲା ସେରୋ ସର୍ଭିଲାନ୍ସ ସର୍ଭେ

ଭୁବନେଶ୍ବର : ଭୁବନେଶ୍ବରରେ ଆରମ୍ଭ ହେଲା ସେରୋ ସର୍ଭିଲାନ୍ସ ସର୍ଭେ । ଆରଏମ୍‌ଆରସି ଓ ବିଏମ୍‌ସିର ମିଳିତ ସହଯୋଗରେ ଚାଲିଛି ସର୍ଭେ । ରାଜଧାନୀରେ ଦୁଇଟି ପର୍ଯ୍ୟାୟରେ ସର୍ଭିଲାନ୍ସ ସର୍ଭେ କରାଯିବ।ପ୍ରଥମ ପର୍ଯ୍ୟାୟରେ କମ୍ୟୁନିଟି ଓ 2ୟ ପର୍ଯ୍ୟାୟେର ହାଇରିସ୍କ ଜୋନ୍‌ରେ ହେବ ସର୍ଭେ ।

ବିଭିନ୍ନ ଓ୍ବାର୍ଡରେ ବୁଲି ବୁଲି ନମୁନା ସଂଗ୍ରହ କରୁଛନ୍ତି ଲ୍ୟାବ୍‌ ଅଧିକାରୀ । ପ୍ରଥମ ପର୍ଯ୍ୟାୟରେ 2500 ଲୋକଙ୍କ ଟେଷ୍ଟ କରିବାକୁ ଲକ୍ଷ୍ୟ । 4 ସପ୍ତାହ ପରେ ଦ୍ବିତୀୟ ପର୍ଯ୍ୟାୟରେ ଆଉ 2500 ଲୋକଙ୍କ ହେବ ଟେଷ୍ଟ । 5ଟି କ୍ଲଷ୍ଟରରେ ଆରମ୍ଭ ହୋଇଛି ସେରୋ ସର୍ଭିଲାନ୍ସ। ଏନେଇ ସୂଚନା ଦେଇଛନ୍ତି ଆରଏମ୍‌ଆରସିର ନିର୍ଦ୍ଦେଶିକା ସଂଘମିତ୍ରା ପତି ।

Categories
ଫଟୋ ଖବର

ଆଜି ପୁଣି ଆରମ୍ଭ ହେଲା ସାପ୍ତାହିକ ସଟ ଡାଉନ, ଯାଜପୁର ସହରରେ ଚାଲିଛି କଡାକଡି ପାଳନ

ଆଜି ପୁଣି ଆରମ୍ଭ ହେଲା ସାପ୍ତାହିକ ସଟ ଡାଉନ, ଯାଜପୁର ସହରରେ ଚାଲିଛି କଡାକଡି ପାଳନ

Categories
ଫଟୋ ଖବର

କୋଭିଡ ନିୟନ୍ତ୍ରଣ ପାଇଁ ଗଂଜାମ ସୀମା ସିଲକୁ ତଦାରଖ କରୁଛନ୍ତି ଏସପି ବ୍ରିଜେଶ କୁମାର ରାଏ

ଭୁବନେଶ୍ବର, ଦିନକୁ ଦିନ ଗଂଜାମ ଜିଲ୍ଲାରେ କୋଭିଡ19 ପଜେଟିଭ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଗଂଜାମ ଜିଲ୍ଲାର ସୀମା ସିଲ କରାଯାଇଛି। ଏହାପରେ ସ୍ଥିତି କିପରି ରହିଛି ତାହାର ତଦାରଖ କରୁଛନ୍ତି ଜିଲ୍ଲା ଏସପି ବ୍ରିଜେଶ ରାଏ ।

Categories
ଆଜିର ଖବର ରାଜ୍ୟ ଖବର

ଅରୁଣାଚଳ ପ୍ରଦେଶରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ୬ ଆତଙ୍କୀ ସଫା

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି। ତିରାପ ଏନ୍‌ଗିନୁ ଗାଁରେ ଏନ୍‌କାଉଣ୍ଟର ହୋଇଛି। ଏହି ଏନ୍‌କାଉଣ୍ଟରରେ ୬ ଜଣ ଉଗ୍ରବାଦୀ  ନିହତ ହୋଇଛନ୍ତି। ଆସାମ ରାଇଫଲ୍ସ ଓ ଅରୁଣାଚଳ ପ୍ରଦେଶ ପୋଲିସର ମିଳିତ ଏନ୍‌କାଉଣ୍ଟରରେ ଏହି ସଫଳତା ମିଳିଛି। ଅରୁଣାଚଳ ପୋଲିସର ଏହି ମିଳିତ ଅପରେସନରେ ଜଣେ ଯବାନ ଆହତ ହୋଇଛନ୍ତି। ତାଙ୍କୁ  ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପୂର୍ବ ତିନ୍‌ସୁକିଆଠାରୁ ୫୦ କିମି ଦୂର ଏନ୍‌ଗିନୁ ଗାଁରେ କିଛି ଉଗ୍ରବାଦୀ ଲୁଚି ରହିଥିବାର ସୂଚନା ଆଧାରରେ  ଆସାମ ରାଇଫଲ୍ସ ଦୁଇଟି ଦଳ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ।

ଉଭୟ ଦଳ ସକାଳ ପ୍ରାୟ  ସାଢେ ଚାରିଟାରେ ମାଓବାଦୀଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ସମୟ ମଧ୍ୟରେ ୬ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ନିହତ ଉଗ୍ରବାଦୀ NSCN-IMର ବୋଲି ସୂଚନା ରହିଛି। (ଏଜେନ୍ସି)

Categories
ଆଞ୍ଚଳିକ

ଚିତ୍ରଶିଳ୍ପୀ ସୁଧୀର ସ୍ୱାଇଁ ଳଳିତ କଳା ଏକାଡେମୀର ଚିତ୍ରକଳା ପ୍ରତିଯୋଗୀତା ପୁରସ୍କାର ପାଇଁ ମନୋନୀତ

କନ୍ଦର୍ପ ବେହେରା
ରେଢାଖୋଲ: ଭୂବନେଶ୍ୱର ଲଳିତ କଳା ଏକାଡେମୀ ତରଫରୁ କୋଭିଡ୍ -୧୯ କୁ ନେଇ ଏକ ଚିତ୍ର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ପୁରସ୍କାର ପାଇବା ପାଇଁ ରେଢାଖୋଲ ମାଟିର ଯୁବ ଚିତ୍ରଶିଳ୍ପୀ ସୁଧୀର ସ୍ୱାଇଁ ମନୋନୀତ ହୋଇଛନ୍ତି। ବର୍ତ୍ତମାନ ସାରା ବିଶ୍ୱରେ ମହାମାରୀ କରୋନା ନରସଂହାର ଚଳାଇଛି। ଏହାକୁ ନେଇ ଲଳିତ କଳା ଏକାଡେମୀ ଅନ୍‌ଲାଇନ୍ ଚିତ୍ରକଳା ପ୍ରତିଯୋଗିତା ଆୟୋଜନ କରିଥିଲା। ଏଥିରେ ସୁଧୀରଙ୍କ କରୋନା ସଚେତନତା ସଂପର୍କିତ ଏକ ପେଂଟିଙ୍ଗ ଲଳିତ କଳା ଏକାଡେମୀ ତରଫରୁ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଥିବା ଜଣା ପଡିଛି। ସୁଧୀର ଜଣେ ଚିତ୍ରଶିଳ୍ପୀ ଭାବରେ ସାରା ଓଡିଶାରେ ବେଶ୍ ପରିଚିତ। ବିଭିନ୍ନ ସ୍ଥାନରେ ତାଙ୍କ ଚିତ୍ରକଳା ପ୍ରଦର୍ଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି। ଖଲ୍ଲୀକୋଟ ସ୍ଥିତ ଚାରୁ ଓ କାରୁ କଳା ମହାବିଦ୍ୟାଳରେ ସେ ଚିତ୍ରକଳାରେ ପାଠପଢିଛନ୍ତି। ସେ ବର୍ତ୍ତମାନ କେନ୍ଦୁଝର ଜିଲ୍ଲା ଯୋଡାରେ ଥିବା ଟାଟା ଡିଏଭି ପବ୍ଲିକ୍ ବିଦ୍ୟାଳୟରେ କଳା ଶିକ୍ଷକ ଭାବରେ କାର୍ଯ୍ୟରତ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ପୁଣି 5ଜଣଙ୍କ ଜୀବନ ନେଲା କରୋନା : ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 61କୁ ବୃଦ୍ଧି

ଭୁବନେଶ୍ବର : ଆଜି ରାଜ୍ୟରୁ ପୁଣି 5ଜଣଙ୍କ ମୁଣ୍ଡ ନେଇଛି କରୋନା । ଗଞ୍ଜାମରୁ ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଭୁବନେଶ୍ବର, ପୁରୀ ଓ କଟକରୁ ଜଣେ ଲେଖାଏଁ ରହିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

ଗଞ୍ଜାମରୁ ସର୍ବାଧିକ ଦୁଇଜଣଙ୍କର ମୃତ୍ୟୁ ହୋଇଛି ।  ଗଞ୍ଜାମ ଜିଲ୍ଲାରେ ମୃତ୍ୟୁବରଣ କରିଥିବା ଦୁଇ ମୃତକଙ୍କ ବୟସ ଯଥାକ୍ରମେ 55 ଓ 72 ବର୍ଷ ବୋଲି ଜଣାପଡିଛି । ସେହିପରି ପୁରୀ ଜିଲ୍ଲାରେ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 70 ବର୍ଷ ଥିବାବେଳେ  ସେ ଡାଇବେଟିସ୍‌ ଓ ହାଇପର୍ଟେନସନ୍‌ ପୀଡ଼ିତ ଥିଲେ । ସେହିପରି ଭୁବନେଶ୍ବରରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତ ଜଣକ 56 ବର୍ଷୀୟା ମହିଳା ବୋଲି ସୂଚନା ରହିଛି । ସେ ମଧ୍ୟ ଡାଇବେଟିସ୍‌ରେ ପୀଡ଼ିତ ଥିଲେ । କଟକରୁ ମୃତ୍ୟୁ ବରଣ କରିଥିବା ଆକାନ୍ତଙ୍କ ବୟସ 46 ବର୍ଷ ବୋଲି ଜଣାପଡିଛି ।

ଏବେ ସୁଦ୍ଧା ଗଞ୍ଜାମରୁ ସର୍ବାଧିକ 36ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ଭୁବନେଶ୍ବରରେ ମୃତକଙ୍କ ସଂଖ୍ୟା 8ରେ ପହଞ୍ଚିଛି । କଟକରେ ମୃତକଙ୍କ ସଂଖ୍ୟା 6ର ପହଞ୍ଚିଥିବାବେଳେ ପୁରୀ ଜିଲ୍ଲାରେ ଏହା 2କୁ ବୃଦ୍ଧି ହୋଇଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 61କୁ ବୃଦ୍ଧି ହୋଇଛି । ସେହିପରି ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇ ସୁଦ୍ଧା 18 ଜଣ ମୃତ୍ୟୁବରଣ କରିଥିବାର ସୂଚନା ରହିଛି।

ସେହିପରି ଆଜି ଅନ୍ୟ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ କେନ୍ଦ୍ରାପଡା ଜିଲ୍ଲାର ହୋଇଥିବାବେଳେ ସେ ବ୍ରେନ୍‌ ଟ୍ୟୁମରରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।