ପାରାଳାଖେମୁଣ୍ଡି: କାଶୀନଗର ଏନ୍ଏସି ଅଞ୍ଚଳରୁ 6 ବର୍ଷର ଶିଶୁପୁତ୍ର ନିଖୋଜ ହୋଇଯାଇଛି । କୁମୁଟିସାହିରୁ ଗତକାଲି ସନ୍ଧ୍ୟାରୁ ଶିଶୁପୁତ୍ର ନିଖୋଜ ହୋଇଥିବାର ଅଭିଯୋଗ ହୋଇଛି । ନିଖୋଜ ନେଇ ପରିବାର ପକ୍ଷରୁ କାଶୀନଗର ଥାନାରେ ଅଭିଯୋଗ କରାଯାଇଥିଲା । ଘର ସାମ୍ନାରେ ଖେଳୁଥିବାବେଳେ ଦୁଇଜଣ ନେଇଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ପରିବାର ଲୋକେ ଏ ନେଇ କାଶୀନଗର ଥାନାରେ ମାମଲା ରୁଜୁ କରିଛିନ୍ତି । ଗତ କିଛି ଦିନ ହେଲା ବିଭିନ୍ନ ସ୍ଥାନରେ ଶିଶୁ ନିଖୋଜ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି ।
Author: Samikhsya Bureau
ନୂଆଦିଲ୍ଲୀ, ଆଜି ତିନୋଟି ରାଶିର ବ୍ୟକ୍ତିମାନେ ସତର୍କ ରହିବା ପାଇଁ କୁହାଯାଇଛି। କାରଣ ସେମାନଙ୍କର ଶତ୍ରୁମାନେ ସକ୍ରିୟ ରହିବେ, ତେଣୁ ସତର୍କ ରୁହନ୍ତୁ। ଆଜି କୈଣସି ପ୍ରକାରର ବିତର୍କକୁ ଉତ୍ସାହିତ କରନ୍ତୁ ନାହିଁ । ବ୍ୟବସାୟରେ ଲାଭ ପାଇବା ସମ୍ଭାବନା ଅଛି । ଏହି ବ୍ୟକ୍ତିମାନେ କୈଣସି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନିଷ୍ପତ୍ତି ନେବାବେଳେ ତତ୍ପର ହୁଅନ୍ତି ନାହିଁ, ନଚେତ୍ କ୍ଷତି ହୋଇପାରେ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଇ ଗତି କରିବାକୁ ପଡିବ। ବ୍ୟବସାୟ ଭଲ ହେବ। ଯାନବାହାନ ଏବଂ ଯନ୍ତ୍ରପାତି ବ୍ୟବହାରରେ ଅବହେଳା କର ନାହିଁ, ନଚେତ୍ ଏହା ଅସମ୍ଭବ ହୋଇପାରେଏହି ତିନୋଟି ରାଶି ହେଲା ସିଂହ, ବିଛା, ଧନୁ ରାଶି। କିଛି ଲୋକ ଆପଣଙ୍କ ଭଲ ପ୍ରକୃତିର ଲାଭ ଉଠାଇବାକୁ ଚେଷ୍ଟା କରିପାରନ୍ତି। ଆପଣ ପିତାମାତାଙ୍କ ଆଶୀର୍ବାଦ ପାଇବେ। ଚାକିରୀ ଥିବା ଲୋକଙ୍କୁ ଅଫିସରେ ସଠିକ ପରିଚାଳନା କରିବାକୁ ପଡିବ କାରଣ ଗୁପ୍ତ ଶତ୍ରୁମାନେ ଆପଣଙ୍କୁ ହଇରାଣ କରିବାକୁ ଚେଷ୍ଟା…
ଭୁବନେଶ୍ବର: ୨୦୨୧ ଆସିବାକୁ ଆଉ ମାତ୍ର କିଛି ଦିନ ବାକିଅଛି। ୨୦୨୦ ର କରୋନା କାଳ ପରେ ନୂତନ ବର୍ଷ ପାଇଁ ସମସ୍ତଙ୍କ ମନରେ ନୂତନ ଆଶା ଓ ସମ୍ଭାବନା ଭରି ରହିଛି। ଏହି ସମୟରେ ସମସ୍ତେ ଚାହାନ୍ତି କି ନୂତନ ବର୍ଷ ସମସ୍ତଙ୍କ ପାଇଁ ସୁଖ ଓ ସମୃଦ୍ଧି ଆଣୁ। ସମସ୍ତେ ଚାହାନ୍ତି କି ଏହି ବର୍ଷରେ ନିଜ ଜୀବନରେ କେମିତି ଉନ୍ନତି ଆଣିବେ। ଯଦି ଆପଣ ବି ଏମିତି ହିଁ ଚାହୁଁଛନ୍ତି ତେବେ ଏହି ବର୍ଷ ଆରମ୍ଭରେ ନିଜ ଘରକୁ ଏମିତି କିଛି ଜିନିଷ ଆଣନ୍ତୁ ଯାହାର ସୁପ୍ରଭାବରେ ଆପଣଙ୍କ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହ ଘରେ ଶାନ୍ତିର ବାତାବରଣ ରହିବ। ତେବେ ଜାଣନ୍ତୁ କଣ କଣ ରହିଛି ସେହି ସବୁ ଜିନିଷ: ନଡିଆ: ନଡିଆ ଅର୍ଥାତ୍ ଶ୍ରୀଫଳରେ ତ୍ରିଦେବ ବାସ କରନ୍ତି। ଏଥିପାଇଁ ପ୍ରତ୍ୟେକ ଶୁଭକାର୍ଯ୍ୟରେ ନଡିଆକୁ ସାମିଲ୍ କରାଯାଇଥାଏ। ନୂଆ ବର୍ଷ ଅବସରରେ ଘରେ…
ନୂଆଦିଲ୍ଲୀ, ଆଜିକାଲି ପ୍ରତ୍ୟେକ ଘରେ ତୁଳସୀ ଗଛ ଦେଖିବାକୁ ମିଳେ। ପରିବାରରେ ସୁଖ ଏବଂ ସମୃଦ୍ଧତା ଆଣିବା ପାଇଁ ତୁଲସୀଙ୍କୁ ପୂଜା କରାଯାଏ। ସେହିପରି ତୁଲସୀ ମାଳା ପିନ୍ଧିବା ଭଲ ବୋଲି ବିବେଚନା କରାଯାଏ। କୁହାଯାଏ ଯେ ଯଦି ଭଗବାନ ବିଷ୍ଣୁ ଏବଂ କୃଷ୍ଣଙ୍କ ଭକ୍ତମାନେ ତୁଳସୀ ମାଳ ପିନ୍ଧନ୍ତି, ତେବେ ସେମାନେ ବହୁତ ଲାଭ ପାଆନ୍ତି। ତୁଳସୀ ମାଳ ପିନ୍ଧିବାର ଲାଭ: ବେକରେ ତୁଳସୀ ମାଳ ପିନ୍ଧିବା ଦ୍ୱାରା ଜୀବଶକ୍ତି ବୃଦ୍ଧି ପାଇଥାଏ, ଅନେକ ରୋଗରୁ ମୁକ୍ତି ମଧ୍ୟ ମିଳିଥାଏ। ଏହାକୁ ବେକରେ ପିନ୍ଧିବା ଦ୍ୱାରା ଶରୀରକୁ ସଫା, ରୋଗମୁକ୍ତ ଏବଂ ସ୍ବାତିକ ହୋଇଥାଏ। ତୁଳସୀ ମାଳ ସହିତ ଭଗବାନଙ୍କ ନାମ ଜପ କରିବା ଏବଂ ଏହାକୁ ବେକରେ ପିନ୍ଧିବା ଆବଶ୍ୟକୀୟ ଆକ୍ୟୁପ୍ରେସର ପଏଣ୍ଟ ଉପରେ ଚାପ ପକାଇଥାଏ, ଯାହା ମାନସିକ ଉତ୍ତେଜନାକୁ ଉପକାର କରିଥାଏ, ସଂକ୍ରାମକ ରୋଗରୁ ରକ୍ଷା କରିଥାଏ। ଶରୀର-ସ୍ୱାସ୍ଥ୍ୟରେ ଉନ୍ନତି ଆଣେ ଏବଂ ଦୀର୍ଘାୟୁ କରିବାରେ…
ମେଷ ରାଶି- ଏହି ରାଶିର ବ୍ୟକ୍ତିମାନେ ସମ୍ପତ୍ତି ସହିତ ଜଡିତ କୈଣସି ବଡ଼ ଲାଭ ପାଇପାରିବେ। ସମ୍ପତ୍ତି କାର୍ଯ୍ୟରେ ନିରନ୍ତର ସଫଳତା ହାସଲ ହେବ । ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ । ଆପଣ ଲଗାଇଥିବା ପ୍ରୟାସ ଏହାର ସଠିକ୍ ଫଳାଫଳ ପାଇବ । ରୋଜଗାର ବୃଦ୍ଧି ହେବାର ସମ୍ଭାବନା ଅଛି । ପରିବାରରେ ସମୃଦ୍ଧତା ରହିବ । ବୃଷ ରାଶି- ଏହି ରାଶି ଥିବା ବ୍ୟକ୍ତିମାନେ ଆଜି ସେମାନଙ୍କ କାର୍ଯ୍ୟରେ ନିୟୋଜିତ ହେବେ । ଛାତ୍ରମାନେ ଶିକ୍ଷା କ୍ଷେତ୍ରରେ ସଫଳ ହେବେ । ପ୍ରଭାବଶାଳୀ ଲୋକମାନେ ମାର୍ଗ ଦର୍ଶନ ପାଇ ପାରିବେ । ମସ୍ତିଷ୍କରେ ନୂତନ ଚିନ୍ତାଧାରା ସୃଷ୍ଟି ହୋଇପାରେ । ଆପଣ ସାମାଜିକ କ୍ଷେତ୍ରରେ ସମ୍ମାନ ପାଇବେ । ମନର ସମସ୍ତ ଅସୁବିଧା ଦୂର ହେବ । କୈଣସି ସ୍ଥାନରେ ସାଙ୍ଗମାନଙ୍କ ସହିତ ଭ୍ରମଣ କରିବାକୁ ଯୋଜନା କରିପାରନ୍ତି । ମିଥୁନ ରାଶି- ଏହି ରାଶିର ଲୋକମାନେ କେବଳ…
ନୂଆ ଦିଲ୍ଲୀ, ଆଜି ଡିସେମ୍ବର 17 ତାରିଖରେ ତିନୋଟି ରାଶିର ବ୍ୟକ୍ତିମାନେ ସମ୍ପତ୍ତି ସହିତ ଜଡିତ କୈଣସି ବଡ଼ ଲାଭ ପାଇପାରିବେ। ସମ୍ପତ୍ତି କାର୍ଯ୍ୟରେ ନିରନ୍ତର ସଫଳତା ହାସଲ ହେବ । ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ। ଆପଣ ଲଗାଇଥିବା ପ୍ରୟାସ ଏହାର ସଠିକ୍ ଫଳାଫଳ ପାଇବ। ରୋଜଗାର ବୃଦ୍ଧି ହେବାର ସମ୍ଭାବନା ଅଛି । ପରିବାରରେ ସମୃଦ୍ଧତା ରହିବ । ଏହି ବ୍ୟକ୍ତିମାନେ ଭାଇମାନଙ୍କର ସମ୍ପୂର୍ଣ୍ଣ ସମର୍ଥନ ପାଇବେ। ଏହି ତିନୋଟି ରାଶି ହେଲା କର୍କଟ, ମେଷ ଏବଂ ତୂଳା ରାଶି। ଏହି ରାଶିର ବ୍ୟକ୍ତିଙ୍କ ବ୍ୟବସାୟ ଗତିଶୀଳ ହୋଇପାରିବ। ପୁଞ୍ଜି ବିନିଯୋଗ ସମ୍ବନ୍ଧୀୟ କାର୍ଯ୍ୟରେ ଆବଶ୍ୟକୀୟ ଲାଭ ପାଇବା ସମ୍ଭାବନା ଅଛି । ପୁରୁଣା ସାଙ୍ଗମାନଙ୍କୁ ଭେଟିବାର ସମ୍ଭାବନା ଅଛି । ଆପଣଙ୍କର ହାତରେ କୈଣସି ବିପଦ ନେବାକୁ ସାହସ କରିବେ, ଆପଣ ଏଥିରୁ ଭଲ ଲାଭ ପାଇବେ । ଚାକିରୀରେ ଆପଣଙ୍କୁ ଟିକେ ଦଉଡା ଦଉଡି କରିବାକୁ…
ଭୁବନେଶ୍ବର, ଆଜି ବିଜେଡି ତରଫରୁ ଦୁଇଟି ଜିଲ୍ଲାର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ଏହି ଦୁଇଟି ଜିଲ୍ଲା ହେଲା କଟକ ଏବଂ ପୁରୀ। ଏହି ଦୁଇ ଜିଲ୍ଲାରେ ପ୍ରାୟ 102 ଜଣଙ୍କ ନାମ ପ୍ରକାଶ ପାଇଛି। ଜାଣନ୍ତୁ କେଉଁମାନଙ୍କୁ ଦଳ ବିଭିନ୍ନ ପଦପଦବୀରେ ନିଯୁକ୍ତ ଦେଇଛି।
କନ୍ଦର୍ପ ବେହେରା ରେଢାଖୋଲ: ଆଜି ଅପରାହ୍ନ ୪ ଟାରେ ରେଢାଖୋଲରେ ଏକ ଅଜଣା ଗାଡି ଧକ୍କାରେ ଗୋଟିଏ ବଳଦର ଅନ୍ତଃବୁଜୁଳା ବାହାରି ପଡିବା ଭଳି ଏକ ଅଭାବନୀୟ ଘଟନା ଘଟିଛି। ପ୍ରକାଶ ଯେ, ରେଢାଖୋଲ ସହରର ଜାତୀୟ ରାଜପଥ ୫୫ ର ବବି ସାରଭିସ୍ ସେଂଟର ନିକଟରେ ଅପରାହ୍ନ ପାଖାପାଖି ୪ ଟାରେ ରାସ୍ତା ଉପରେ ଠିଆ ହୋଇଥିବା ଏକ ବଳଦକୁ ଜୋରରେ ଏକ ଅଜଣା ଗାଡି ଧକ୍କା ଦେବା ଫଳରେ ବଳଦଟି ଗୁରୁତର ହୋଇ ପଡିବା ସହ ଅନ୍ତଃବୁଜୁଳା ବାହାରି ପଡିଥିଲା। ରେଢାଖୋଲରୁ ପ୍ରାଣୀଧନ ଚିକିତ୍ସକ ଆସି ବଳଦକୁ ଚିକିତ୍ସା କରିଥିଲେ। ଘଟଣା ସ୍ଥଳରେ ପୋଲିସ୍ ବିଭାଗ ମଧ୍ୟ ଉପସ୍ଥିତ ଥିଲେ। ଦୁର୍ଘଟଣା ଘଟାଇ ଟ୍ରକ୍ଟି ଫେରାର ମାରିଥିଲା।
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଦେଶର ଆଖୁଚାଷୀଙ୍କ ପାଇଁ ୩,୫୦୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ ପ୍ରସ୍ତାବକୁ ସବୁଜ ସଂକେତ ମିଳିଛି। ଏହା ଫଳରେ ୫ କୋଟିରୁ ଅଧିକ ଆଖୁଚାଷୀ ଓ ସେମାନଙ୍କ ଉପରେ ନିର୍ଭରଶୀଳ ବ୍ୟକ୍ତି ଏବଂ ୫ ଲକ୍ଷ ଚିନିକଳ ଶ୍ରମିକ ଉପକୃତ ହେବେ। ସେମାନଙ୍କ ବ୍ୟାଙ୍କଖାତାକୁ ସିଧାସଳଖ ଏହି ଅର୍ଥରାଶି ପଠାଯିବ। ଏବେ ଦେଶରେ ପ୍ରାୟ ୫ କୋଟି ଆଖୁଚାଷୀ ଏବଂ ସେମାନଙ୍କ ଉପରେ ନିର୍ଭରଶୀଳ ବ୍ୟକ୍ତି ରହିଛନ୍ତି। ଏହାଛଡା ଦେଶର ଚିନିକଳ ଓ ଅନୁସାରୀ ଶିଳ୍ପରେ ପ୍ରାୟ ୫ ଲକ୍ଷ ଶ୍ରମିକ କାର୍ୟ୍ୟରତ। ସେମାନଙ୍କର ଜୀବନଜୀବିକା ଚିନି ଶିଳ୍ପ ଉପରେ ନିର୍ଭର କରେ। ଚାଷୀମାନେ ଚିନିକଳକୁ ନିଜର ଆଖୁ ବିକି ଦେଇସାରିଲା ପରେ ଏବେ ନିଜର ପ୍ରାପ୍ୟ ପାଉନାହାନ୍ତି; କାରଣ ଚିନିକଳ ମାଲିକଙ୍କ ପାଖରେ ବଳକା ଚିନି ମହଜୁଦ ରହିଛି। ଫଳରେ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: କିଛିଦିନର ନୀରବତା ପରେ ପୁଣି ସ୍କୁଲ ବନ୍ଦ ଆଦେଶ ପ୍ରତ୍ୟାହାର ପାଇଁ ତେଜିଛି ଆନ୍ଦୋଳନ। ପୂର୍ବରୁ ଏ ନେଇ ବହୁବାର ଆନ୍ଦୋଳନ ହୋଇଥିବାବେଳେ ସରକାର କେବଳ ଭୁଆଁ ବୁଲାଇ ଦେଇ ନିଜର ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ଜୋର୍ସୋର୍ରେ ଲାଗିପଡ଼ିଲେଣି। ଏହା ଦେଖି ଆଜି ଗଂଜାମ ଜିଲ୍ଲାର ୪୩୩ ଏବଂ ରାଜ୍ୟର ୧୪୩୭୯ ସ୍କୁଲ ବନ୍ଦ ନିର୍ଦ୍ଦେଶ ପ୍ରତ୍ୟାହାର ଦାବି କରି ଏସ୍ୟୁସିଆଇ(ସି) ଏବଂ ଏଆଇଡ଼ିଏସ୍ଓ ଗଂଜାମ ଜିଲ୍ଲା କମିଟି ଅନୁକୂଲ୍ୟରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ତୁରନ୍ତ ନିର୍ଦ୍ଦେଶକୁ ବାତିଲ କରିବାକୁ ଡ଼ିଇଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଏହାପୂର୍ବରୁ ଶତାଧିକ ମହିଳା ଏବଂ ପୁରୁଷ ସଦସ୍ୟ ଖଲିକୋଟ କଲେଜ ନିକଟରୁ ଏକ ରାଲିରେ ବାହାରି ସରକାର ବିରୋଧୀ ସ୍ଲୋଗାନମାନ ଦେଇ ଡ଼ିଇଓ କାର୍ଯ୍ୟାଳୟରେ ପହଞ୍ଚିଥିଲେ ସେମାନଙ୍କ କହିବା କଥା ସରକାରୀ ସ୍କୁଲରେ କାହିଁକି ପିଲା ହେଉନାହାନ୍ତି ତାହା ତର୍ଜମା ନ…
ବ୍ରହ୍ମପୁର: ସଂପ୍ରତି ପ୍ରାଣୀମାନଙ୍କ ସୁରକ୍ଷା, ଚିକିତ୍ସା ଓ ଲାଳନପାଳନ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ସ୍କିମ୍ ଥିଲେ ମଧ୍ୟ ବ୍ରହ୍ମପୁର ମହାନଗର ନିଗମ ଅଂଚଳରେ ତାହା କାର୍ଯ୍ୟକାରୀ ହେଉନାହିଁ। ୨୦୧୬-୧୭ ମସିହାରେ ସରକାର ପ୍ରାଣୀ ଚିକିତ୍ସା ପାଇଁ ହେଲପଲାଇନ୍ ପ୍ରଚଳନ କରିଥିଲେ ଯାହାକି କେବଳ ସକାଳ ୮ ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ। ରାତିରେ ଘଟୁଥିବା ଦୁର୍ଘଟଣାରେ କୌଣସି ପଶୁପକ୍ଷୀ ଗୁରୁତର ହେଲେ ସେମାନଙ୍କ ଜରୁରୀ ଚିକିତ୍ସା କିମ୍ବା ରକ୍ଷଣାବେକ୍ଷଣ ହୋଇପାରୁନାହିଁ। ଟ୍ୟାଗ ଲାଗିଥିବା ଗୋରୁଗାଈଙ୍କୁ ମାଲିକମାନେ ଖିର ବାହାର କରିବା ପରେ ରାଜରାସ୍ତାକୁ ଛାଡ଼ି ଦେବା ଦ୍ୱାରା ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେବା ସହ ଗୋରୁଗାଈମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ତେଣୁ ଏ ସମସ୍ୟାଗୁଡ଼ିକର ସମାଧାନ ପାଇଁ ପିପୁଲସ ଫର ଦି ପବ୍ଲିକ୍ ଅନୁଷ୍ଠାନର କର୍ମକର୍ତ୍ତାମାନେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଏବଂ ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କ ସହ ଆଲୋଚନା କରି ସମାଧାନ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି।…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଜିଲ୍ଲା ବିଜେଡ଼ି ଆନୁକୂଲ୍ୟରେ ଆଜି ବିଜେଡ଼ି କାର୍ଯ୍ୟାଳୟ ନିକଟରେ ଜିଲ୍ଲା ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବହୁ କଂଗ୍ରେସ ଏବଂ ବିଜେପିର ନେତା ଓ କର୍ମୀ ବିଜେଡ଼ିରେ ଯୋଗ ଦେଇଥିଲେ। ଏଥିରେ ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ସମ୍ମାନିତ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ରାଜ୍ୟ ବିଜେଡ଼ି ସଂପାଦକ ସୁବାସ ଚନ୍ଦ୍ର ମହାରଣା ଓ ସଂଘମିତ୍ରା ଦଳେଇ ଯୋଗଦେଇଥିଲେ। ବିଜେଡ଼ି ଜଗନ୍ନାଥ ସାବତ, ଟି. ତିରୁପତି, ଯୋଗେନ୍ଦ୍ର ସ୍ୱାଇଁ, ରାଜ୍ୟ ଯୁବ ବିଜେଡ଼ି ସଂପାଦକ ମୁକୁନ୍ଦ ଗୌଡ଼, ଆର୍. ମୂରଲୀ ମୋହନ, ମମତା ବିଷୋୟୀ, ଜ୍ୟୋତ୍ସ୍ନା ପାଢ଼ୀ, ଯୁବ ବିଜେଡ଼ି ଜିଲ୍ଲା ସଭାପତି ଲକ୍ଷ୍ମଣ ଚୌଧୁରୀ, ଛାତ୍ର ବିଜେଡ଼ି ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ମହାନଗର ବିଜେଡ଼ି ସଭାପତି ବିଜୟ ସାମଲ,…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସ୍ପର୍ଶକାତର ଘଟଣା କ୍ରମେ ମନୋଜାଇଟ୍ କଂପାନୀ ବିରୋଧରେ ଲଢ଼ୁଥିବା ନେତା ବଡ଼ପୁଟି ଗ୍ରାମର ଗୁରୁଦେବ ବେହେରାଙ୍କ ସହ ଏହି ଅଂଚଳରେ ଥିବା ୨୭ ଗ୍ରାମବାସୀଙ୍କ ଚମାଖଣ୍ଡି ପୋଲିସ୍ ଗିରଫ କରିବା ପ୍ରତିବାଦରେ ଆଜି ବହୁ ଗ୍ରାମବାସୀ ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ଖବର ଲେଖା ହେବା ସୁଦ୍ଧା ଏସ୍ପିଙ୍କ ସହ ଆଲୋଚନା ହୋଇନଥିବା ଏବଂ ଆନ୍ଦୋଳନ ଜାରି ରହିଥିବା ଜଣାପଡ଼ିଛି। ସେମାନଙ୍କ କହିବା କଥା ଆଇଆର୍ଇଏଲ୍ କପାନୀ ବଳପୂର୍ବକ ଦଳିତ ଗ୍ରାମବାସୀଙ୍କ ଜମିକୁ ଜବରଦଖଲ କରି ନେଇଯାଇଛି। ଏହା ସହ ମନୋଜାଇଟ୍ ପ୍ଲାଣ୍ଟ ଦ୍ୱାରା ନିକଟସ୍ଥ କାଳିପଲ୍ଲୀ, କଣମଣା ପଞ୍ଚାୟତ ସମେତ ୩୦ କିମି ପରିଧି ଅଂଚଳରେ ବହୁ ଗ୍ରାମବାସୀ କିଡ଼୍ନୀ ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କଲେଣି। ତେଣୁ ଏହି ଦାବି ନେଇ ଲଢ଼ୁଥିବା ନେତା ଗୁରୁଦେବ ବେହେରା ଏବଂ ଅନ୍ୟ ୨୭ ଜଣକୁ ଚମାଖଣ୍ଡି ପୋଲିସ୍ ବେଆଇନ ଭାବେ ଗିରଫ କରିଛି।…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଜିଲ୍ଲାପାଳ ଏବଂ ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ଆଜି ସକାଳୁ ଅବକାରୀ ବିଭାଗ ଏବଂ ପୋଲିସ୍ ବିଭାଗ ପକ୍ଷରୁ ଯୁଗ୍ମ ଅବକାରୀ ଚଢ଼ାଉ ହୋଇଥିଲା। ଡ଼େପୁଟି ସୁପରିଟେଣ୍ଡେଣ୍ଟ ଗଂଜାମ, ତହସିଲ୍ଦାର ସୋରଡ଼ାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବଡ଼ଗଡ଼ ଥାନା ଅନ୍ତର୍ଗତ ଗଉଡ଼ଗୋଠ ଏବଂ ସାଇପୁର ଅଂଚଳରେ ଅବକାରୀ ଚଢ଼ାଉ ହୋଇ ୧୩ଟି ମାମଲା ରୁଜୁ ହୋଇଛି। ଚଢ଼ାଉରେ ୯୪୫ ଲିଟର ବେଆଇନ ମଦ, ୮୦୦୦ ଲିଟର ପୋଚ ଏବଂ ୩୦ କେଜି ଭଙ୍ଗ, ଗୋଟିଏ ଏକ୍ସଲ ବାଇକ୍ ଜବତ ସହ ୧୦ ଜଣଙ୍କୁ ଗିରଫ କରାଯାଇଛି। ଏଥିରେ ଆସିକା ଅବକାରୀ ବିଭାଗ, ଛତ୍ରପୁର ଷ୍ଟାଇକିଂ ଫୋର୍ସ, ବଡ଼ଗଡ଼ ଥାନା ଏସ୍ଆଇ, ସୋରଡ଼ା ଅବକାରୀ ବିଭାଗ, ବ୍ରହ୍ମପୁର ଷ୍ଟାଇକିଂ ଫୋର୍ସ ଏବଂ ଇଆଇଇବି ୟୁନିଟ ଯୋଗ ଦେଇଥିବା ଗଂଜାମ ସୁପରିଟେଣ୍ଡେଣ୍ଟ ସୂଚନା ଦେଇଛନ୍ତି।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତକାଲି ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନସ ବିଭାଗ ପକ୍ଷରୁ ଗଜପତି ଜିଲ୍ଲା ଗୋଷାଣି ବ୍ଲକ୍ ରାଉତପେଟା ୟୁପି ସ୍କୁଲର ସହକାରୀ ଶିକ୍ଷକ ଦୁଶ୍ମନ୍ତ ନାୟକଙ୍କ ଘର ଏବଂ ଅନ୍ୟାନ୍ୟ ଅଂଚଳରେ ଥିବା ବିଭିନ୍ନ ଘର ଉପରେ ଏକକାଳୀନ ଚଢ଼ାଉ ହୋଇଥିଲା। ଆଜି ତାଙ୍କ ସଂପତ୍ତି ମୋଟ ପରିମାଣ ବ୍ୟୟକୁ ବାଦ୍ ଦେଇ ବେଆଇନ ଭାବେ ୨୫୬.୯% ପ୍ରତିଶତ ଅଧିକା ଆୟ କରିଥିବାରୁ ତାଙ୍କୁ ଆଜି ଭିଜିଲାନସ ବିଭାଗ ଗିରଫ କରି କୋର୍ଟଚାଲଣ କରିଛି। ଦୁଶ୍ମନ୍ତ ନାୟକ ସହକାରୀ ଶିକ୍ଷକ ଭାବେ ଏସ୍. ରାଉତପେଟା ସରକାରୀ ୟୁପି ସ୍କୁଲରେ କାର୍ଯ୍ୟରତ ଥିଲେ। ଗତ ୧.୫.୧୯୯୨ ରୁ ୧୫.୧୨.୨୦୨୦ ମଧ୍ୟରେ ଦରମା ଏବଂ ଅନ୍ୟାନ୍ୟ ବାବଦରେ ୧ କୋଟି ୨୭ ଲକ୍ଷ ୩୮ହଜାର ୨୭୦ ଟଙ୍କା ଆୟ କରିଥିବାବେଳେ ଏହି ସମୟ ମଧ୍ୟରେ ତାଙ୍କର ୫୧ଲକ୍ଷ ୮୧ହଜାର ୨୫୫ ଟଙ୍କା ଖର୍ଚ୍ଚ ହୋଇଛି। କିନ୍ତୁ…
ସୀତାରାମ ଅଗ୍ରୱାଲ ବାଲୁଗାଁ: ବାଲୁଗାଁ ପୋଲିସ ଜଣେ ନାବାଳିକା ଝିଅକୁ ଅପହରଣକାରୀକୁ ଧରିବାରେ ବିଫଳ ହୋଇଥିବାରୁ ଓକିଲ ସଂଘ ଅସନ୍ତୋଷ ପ୍ରକାଶ କରିଛି। ଏପରି ଅତି ସମ୍ବେଦନଶୀଳ ଘଟଣାକୁ ନେଇ ପୋଲିସର ତଦନ୍ତ ଉପରେ ଓକିଲ ସଙ୍ଘ ସନ୍ଦେହ କରିଛି। ଏନେଇ ଆଜି ବାଲୁଗାଁ ପୋଲିସ ବିରୋଧରେ ବାଣପୁର ଓକିଲ ସଂଘ ଧର୍ମଘଟରେ ବସିଛି। ଘଟଣାରୁ ପ୍ରକାଶ ଯେ, ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ସାମନ୍ତସିଂହାରପୁର ଗ୍ରାମର ଜନୈକ ଓକିଲ ସୁକାନ୍ତ ପ୍ରଧାନଙ୍କ ନାବାଳିକା ଝିଅକୁ ନିକଟସ୍ଥ ଆଙ୍କୁଲାଚଟି ଗ୍ରାମର ଆକାଶ ସୁନ୍ଦରାୟ ନାମକ ବ୍ୟକ୍ତି ଅପହରଣ କରିଥିବା ଅଭିଯୋଗ ହୋଇଥିଲା। ବାପା ସୁକାନ୍ତଙ୍କ ଅଭିଯୋଗ ଅନୁଯାୟୀ, ଗତ ମାସ ୩ ତାରିଖ ରାତି ୮ ଟା ସମୟରେ ଏକ ନୀଳ ରଙ୍ଗର ମୋଟର ସାଇକେଲରେ ଆକାଶ ଆସି ତାଙ୍କ ଝିଅକୁ ଅପହରଣ କରିନେଇଥିଲା। ସୁକାନ୍ତ ଏନେଇ ବାଲୁଗାଁ ଥାନାରେ ଲିଖିତ ଅଭିଯୋଗ କରି ସିଡିପିଓ ଓ ଏସପିଙ୍କୁ ଅବଗତ…
ଭୁବନେଶ୍ଵର: ଆଜି ରାଜ୍ୟରୁ ୩୫୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୪୩, ସୁନ୍ଦରଗଡରୁ ୩୬, ଅନୁଗୁଳରୁ ୨୯, କଟକରୁ ୨୬, ମୟୂରଭଞ୍ଜରୁ ୨୩, ବରଗଡରୁ ୧୯, ଭଦ୍ରକରୁ ୧୯, ବଲାଙ୍ଗିରିରୁ ୧୯, ପୁରୀରୁ ୧୮, ନୂଆପଡାରୁ ୧୬, ବାଲେଶ୍ବରରୁ ୧୫, କେନ୍ଦୁଝରରୁ ୧୩, ଝାରସୁଗୁଡାରୁ ୯, ଜଗତସିଂହପୁରରୁ ୮, ଯାଜପୁରରୁ ୭, କଳାହାଣ୍ଡିରୁ ୬, କେନ୍ଦ୍ରାପଡାରୁ ୬, ଗଞ୍ଜାମରୁ ୫, ନବରଙ୍ଗପୁରରୁ ୫, ମାଲକାନଗିରିରୁ ୪, ଦେବଗଡ଼ରୁ ୩, ଢେଙ୍କାନାଳରୁ ୨, ଗଜପତିରୁ ୨, କୋରାପୁଟରୁ ୨, ନୟାଗଡରୁ ୧, ରାୟଗଡାରୁ ୧ ଓ ଷ୍ଟେଟପୁଲରୁ ୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୦ ହଜାର ୨୦୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ…
ଭୁବନେଶ୍ବର: ଆଜି ଭୁବନେଶ୍ବରରୁ ୩୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୭ ଆକ୍ରାନ୍ତଙ୍କ ମଧ୍ୟରୁ କ୍ଵାରେଣ୍ଟିନରୁ ୧୫ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ମାମଲା ୨୨ ରହିଛି। ଆଜିର ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୨୩୬ କୁ ବୃଦ୍ଧି ହୋଇଛି। ତେବେ ଆଜି ଭୁବନେଶ୍ବରରୁ ୨୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜିର ସୁସ୍ଥ ଆକ୍ରାନ୍ତ ସଂଖ୍ୟାକୁ ମିଶାଇ ଭୁବନେଶ୍ବରରୁ ମୋଟ ୩୦ ହଜାର ୬୪୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ଭୁବନେଶ୍ବରରୁ ୩୪୦ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ବେଳେ ୨୩୦ ଜଣ କୋରୋନା ଯୁଦ୍ଧରେ ମୃତ୍ୟୁବରଣ କରିଛନ୍ତି। ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି।
ରୁସ୍ : ରୁସ୍ର ଭାସ୍କୋର୍ଟସ୍ଥାନ୍ର ଏକ ବୃଦ୍ଧାଶ୍ରମରେ 11 ଜଣ ବୟୋଜ୍ୟେଷ୍ଠଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁବରଣ କରିଥିବା ସମସ୍ତ ବୃଦ୍ଧମାନେ ଚାଲିବୁଲି ପାରୁନଥିବାରୁ ନିଆଁରେ ପୋଡି ହୋଇଯାଇଛନ୍ତି । ସେହିପରି ଏହି ବୃଦ୍ଧାଶ୍ରମର ଘର ବାହାରକୁ ବାହାରିବା ପାଇଁ କୌଣସି ବଡ କବାଟ ନଥିବାରୁ ସେମାନଙ୍କୁ ଝରକା ବାଟେ ବାହାର କରିବାକୁ ଚେଷ୍ଟା କରାଯାଇଥିଲା । ତେବେ ବ୍ୟୟୋଜ୍ୟେଷ୍ଠଙ୍କୁ ଝରକା ବାଟେ ବାହାର କରିବା ବହୁତ କଷ୍ଟକର ଥିଲା । ତେବେ ସେହି ଘରେ କେତେଜଣ ରହିଥିଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ତେବେ ଏନେଇ ଗଭର୍ଣ୍ଣର ଏହି ଘଟଣାସ୍ଥଳରେ ଉପସ୍ଥତି ରହି ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ମୃତ ବୃଦ୍ଧମାନଙ୍କର ପରିବାର ଲୋକଙ୍କ ସହ ଯୋଗାଯୋଗ କରାଯାଉଛି ।
କୋଲକାତା : ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀଙ୍କୁ ଝଟ୍କା ଲାଗିଛି । ଟିଏମ୍ସିରୁ ଇସ୍ତଫା ଦେଇଛନ୍ତି ଶୁଭେନ୍ଦୁ ଅଧିକାରୀ । ପୂର୍ବରୁ କ୍ୟାବିନେଟ୍ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବାବେଳେ ଆଜି ସେ ଦଳରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ବିଧାନସଭା ବାଚସ୍ପତି ନିକଟକୁ ପଠାଇଦେଇଛନ୍ତି । ସେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି । ତେବେ ଶୁଭେନ୍ଦୁ ଏନେଇ କୌଣସି ସୂଚନା ଦେଇନାହାନ୍ତି ।ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।
ଭୁବନେଶ୍ବର : ବହୁଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶଙ୍କ ପତ୍ନୀ ବିଦ୍ୟାଶ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିବାର ସୂଚନା ରହିଛି । ନିଦ ବଟିକା ଖାଇ ବିଦ୍ୟାଶ୍ରୀ ଆତ୍ମହତ୍ୟା କରିଥିବାର ଉଦ୍ୟମ କରିଥିବାର ସୂଚନା ରହିଛି । ଗୁରୁତର ଅବସ୍ଥାରେ ବିଦ୍ୟାଶ୍ରୀଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବାର ସୂଚନା ରହିଛି । ଫେସ୍ବୁକ୍ରେ ଲାଇଭ୍ କରି ନିଦ ବଟିକା ଖାଇଥିଲେ ବିଦ୍ୟାଶ୍ରୀ । ଆଦିତ୍ୟଙ୍କ ମୃତ୍ୟୁ ପାଇଁ ତାଙ୍କୁ ଦୋଷାରୋପ କରାଯାଉଥିବାରୁ ସେ ଏପରି ପଦକ୍ଷେପ ନେଇଥିବାର ସୂଚନା ରହିଛି। ମାନସିକ ଚାପଗ୍ରସ୍ତ କରାଯାଇଥିବାରୁ ଆତ୍ମହତ୍ୟା ଉଦ୍ୟମ କରିଥିବାର କହିଛନ୍ତି ବିଦ୍ୟାଶ୍ରୀ । ସୂଚନାଯୋଗ୍ୟ, ଚଳିତ ବର୍ଷ ଜୁଲାଇ 7 ତାରିଖରେ ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତଦେହ ରେଳଲାଇନ୍ରୁ ମିଳିଥିଲା । ଏହାପରେ ଏହି ମାମଲା କ୍ରାଇମ୍ବ୍ରାଞ୍ଚ ହାତକୁ ଯାଇଥିଲା ।

