Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଏଣିକି ରାଜ୍ୟରେ ଦିନକୁ ୧୦ ହଜାର କରୋନା ଟେଷ୍ଟ

ଭୁବନେଶ୍ବର, ଏଣିକି ରାଜ୍ୟରେ ଦିନକୁ ହେବ ୧୦ ହଜାର କରୋନା ଟେଷ୍ଟ ।  ୭ ହଜାର ଆରଟିପିସିଆର ଓ  ୩ ହଜାର ଆଂଟିଜେନ ଟେଷ୍ଟ କରାଯିବ । ଓଡିଶାକୁ ଆଉ ୨ ଲକ୍ଷ ଆଟିଂଜେନ କିଟ ଆସିବ ବୋଲି କହିଛନ୍ତି ଇନଷ୍ଟିଚ୍ୟୁଟ ଅଫ୍ ଲାଇଫ ସାଇନ୍ସେସ୍ (ଆଇଏଲଏସ) ନିର୍ଦ୍ଦେଶକ ଅଜୟ ପରିଡା। କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବା ଦୃଷ୍ଟିରୁ ଟେଷ୍ଟ ସଂଖ୍ୟା ବଢାଇବା ପାଇଁ ସ୍ଥିର କରାଯାଇଛି।

ସର୍ବାଧିକ ସଂକ୍ରମିତ  ଗଂଜାମ, ଖୋର୍ଦ୍ଧା, କଟକ, ଯାଜପୁର ଜିଲ୍ଲା ଓ ରାଉରକେଲା ସହରକୁ ଅଧିକ ଫୋକସ କରାଯାଉଛି । ଏହି ଜିଲ୍ଲାଗୁଡିକରୁ ଅଧିକ ପରିମାଣରେ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ଆଗାମୀ ଦିନରେ ଏହି ଜିଲ୍ଲାରେ ଟେଷ୍ଟିଂ ,ଟ୍ରେସିଂ, ସର୍ଭେଲାନ୍ସକୁ ଜୋରଦାର କରାଯିବ । ଆଜି ରାତି 9ଟାରୁ ଏହିସବୁ ଜିଲ୍ଲାରେ  ୧୪ ଦିନ ଲକ୍ ଡାଉନ ଆରମ୍ଭ ହେଉଛି।ଏହି ସମୟ ଆମ ସମସ୍ତଙ୍କ ପାଇଁ  ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଆଇଏଲଏସ୍ ଡାକ୍ତର ଅଜୟ ପରିଡା କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଜୁଲାଇ 31ଯାଏଁ ବନ୍ଦ ରହିବ ‘ମୋ ବସ୍’

ଭୁବନେଶ୍ବର, ଲକ ଡାଉନ ଘୋଷଣା ଯୋଗୁଁ ଜୁଲାଇ 31ଯାଏଁ ମୋ ବସ୍ ବନ୍ଦ ରହିବ । ଏୟାରପୋର୍ଟ, ଷ୍ଟେସନ ଯାତ୍ରୀଙ୍କ ପାଇଁ କାଲିଠାରୁ ସଟଲ୍ ସେବା ଚାଲିବ। ମୋ ବସ୍ ପରିଚାଳନାକାରୀ କୃଟ୍ ପକ୍ଷରୁ ଟୁଇଟ୍ ଯୋଗେ ଏହି ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଭୁବନେଶ୍ବରରେ ହଜାରେ ଟପିଲା, ଆଜି ଗୋଟିଏ ଦିନରେ ସର୍ବାଧିକ 124

ଭୁବନେଶ୍ବର, ଦିନକୁ ଦିନ ରାଜଧାନୀ ଭୁବନେଶ୍ବରରେ କରୋନା ସଂକ୍ରମଣଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି। ବିଶେଷ କରି ଲୋକାଲ କଣ୍ଚ୍ରାକ୍ଟ କେସ୍ ବଢୁଥିବାରୁ ରାଜଧାନୀବାସୀଙ୍କ ପାଇଁ ଚିନ୍ତା ବଢିଯାଇଛି। ଆଜି ଗୋଟିଏ ଦିନରେ ସର୍ବାଧିକ 124 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। 124 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 72 କ୍ବାରେଣ୍ଟିନ କେନ୍ଦ୍ରରୁ ପଜିଟିଭ ଚିହ୍ନଟ ହୋଇଥିବା ବେଳେ 52 ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି।

ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 1043କୁ ବୃ୍ଦ୍ଧି ପାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ 402 ସୁସ୍ଥ ହୋଇଥିବା ବେଳେ 504 ଆକ୍ରାନ୍ତ ଏବେ ଚିକିତ୍ସାଧିନ ଅଛନ୍ତି। ବର୍ତ୍ତମାନ ସୁଦ୍ଧା କରୋନାରେ 11 ଜଣଙ୍କ ମୃତ୍ୟୁ ହୋଇଛି।

Image

ଲକ୍ଷ୍ମୀବିହାର ବସ୍ତି,ଚିନ୍ତାମଣିଶ୍ବର, ବମିଖାଲରୁ ଜଣେ ଲେଖାଏଁ ଲୋକାଲ କେସ୍ ଚିଙ୍ନଟ ହୋଇଛନ୍ତି। ସେହିପରି ବିଶ୍ବଶ୍ବରୀ ବସ୍ତି, ଡୁମୁଡୁମା, ସହିଦ ନଗରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଇଷ୍ଟକୋଷ୍ଟ ରେଲୱେର ଜଣେ କର୍ମଚାରୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ଗଙ୍ଗନଗର, ନୟାପଲ୍ଲି ବେହେରା ସାହି, ଚକେଇସିଆଣିରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

Image

ଗଜପତି ନଗରରୁ ଜଣେ ଘରୋଇ ହସ୍ପିଟାଲର ମହିଳା କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି। ପୁରୁଣା ଭୁବନେଶ୍ବର, ଆଇଆରସି ଭିଲେଜ, ପଳାଶୁଣୀରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ରସୁଲଗଡ଼ ଓ ପାତ୍ରପଡାରୁ ମଧ୍ୟ ଆଜି କରୋନା ଆକ୍ରାନ୍ତ ବାହାରିଛନ୍ତି।

ଏକ ସରକାରୀ ହସ୍ପିଟାଲର ଡ୍ରାଇଭର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ନୟାପଲ୍ଲି ଆଇଡି ମାର୍କେଟ, ଲକ୍ଷ୍ମୀସାଗରରୁ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଥିବା ବେଳେ ଏକ ଗଣମାଧ୍ୟମ ସଂସ୍ଥାର 5 କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ପୋଖରୀପୁଟରୁ ଜଣେ, ଲକ୍ଷ୍ମୀସାଗରରୁ ଜଣେ ଗଣମାଧ୍ୟମ କର୍ମଚାରୀ ପଜିଟିଭ ହୋଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଗଞ୍ଜାମ ଜିଲାରେ ଆଜି ରାତି ୯ ଟାରୁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌, ନିୟମ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ବ୍ରହ୍ମପୁର, ଗଞ୍ଜାମ ଜିଲାରେ ଆଜି(ଶୁକ୍ରବାର) ରାତି ୯ ଟାରୁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ହେବ। ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ଲକ୍‌ଡାଉନ୍‌ ପ୍ରକ୍ରିୟା ଜାରି ରହିବ। ଅପରପକ୍ଷରେ ଗଞ୍ଜାମ ଜିଲ୍ଲାର ୯ଟି ସହରରେ ୨୧ ତାରିଖ ପର୍ଯ୍ୟନ୍ତ ଜାରି ହୋଇଥିବା ସଟ୍‌ଡାଉନ୍‌କୁ ଉଠାଇ ଦିଆଯାଇଛି । ଏଠାରେ କେବଳ ଲକ୍‌ଡାଉନ୍ ବଳବତ୍ତର‌ ରହିବ। ଜିଲାର ଯେଉଁଠି ଯେଉଁଠି କରୋନା ସଂକ୍ରମଣ ବଢ଼ୁଛି ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ସେଠାରେ ପୂର୍ବ ଭଳି କଣ୍ଟେନମେଣ୍ଟ ନିୟମ ବଳବତ୍ତର ରହିବ ।

ଜିଲାରେ ଆରମ୍ଭ ହେବାକୁ ଥିବା ଲକ୍‌ଡାଉନ୍‌କୁ ସମ୍ପୂର୍ଣ୍ଣ ଭାବେ କଡ଼ାକଡ଼ି କରାଯିବ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି । ଦୋକାନୀମାନେ କୋଭିଡ ନିୟମ ପାଳନ କରି ନିର୍ଦ୍ଧାରିତ ସମୟ ଭିତରେ ବ୍ୟବସାୟ କରିବେ, ଯଦି କେହି ନିୟମ ଉଲ୍ଲଘଂନ କରନ୍ତି ତେବେ ଦୋକାନ ବନ୍ଦ ସହ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଆଜି ରାଜ୍ୟରେ ୭୧୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬,୧୧୦କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୪୭୯ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୨୩୯ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ସବୁଦିନ ଭଳି ଆଜି ମଧ୍ୟ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୩୧ ଜଣ ଆକ୍ର‌ାନ୍ତ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଗଞ୍ଜାମ ଜିଲ୍ଲାରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫,୦୯୮ରେ ପହଞ୍ଚିଛି।

Categories
ଆଜିର ଖବର ରାଜ୍ୟ ଖବର

ଅଙ୍ଗନୱାଡି ଓ ଆଶାକର୍ମୀଙ୍କ ପରିବାରକୁ ମିଳିବ ଭତ୍ତା

ଭୁବନେଶ୍ବର : କୋଭିଡ୍‌ ଯୋଦ୍ଧା ଅଙ୍ଗନଓ୍ବାଡି ଓ ଆଶା କର୍ମୀଙ୍କ ପରିବାର ପାଇଁ ସରକାର ଆଜି ଏକ ବଡ ଘୋଷଣା କରିଛନ୍ତି । ଡ୍ୟୁଟିରେ ଥାଇ ଅଙ୍ଗନଓ୍ବାଡି, ଆଶା କର୍ମୀଙ୍କ ମୃତ୍ୟୁ ଘଟିଲେ ପରିବାରକୁ ଭତ୍ତା ମିଳିବ ବୋଲି ସୂଚନା ରହିଛି । ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ 60 ବର୍ଷ ହେବା ଯାଏ ମିଳିବ ଭତ୍ତା  । ମୃତ ଅଙ୍ଗନଓ୍ବାଡି କର୍ମୀଙ୍କ ନିକଟ ସମ୍ପର୍କୀୟଙ୍କୁ ମାସିକ 7500ଟଙ୍କା ମିଳିବ ବୋଲି ସୂଚନା ରହିଛି ।ସେହିପରି ମୃତ ଆଶା କର୍ମୀଙ୍କ ନିକଟ ସମ୍ପର୍କୀୟଙ୍କୁ ମିଳିବ ମାସିକ 5 ହଜାର ଟଙ୍କା । ଅଙ୍ଗନଓ୍ବାଡି ଓ ଆଶାଙ୍କସମ୍ପର୍କୀୟଙ୍କୁ ଭତ୍ତା ନେଇ ସ୍ବତନ୍ତ୍ର ରିଲିଫ୍‌ କମିଶନରଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ଭାରତୀୟ ଯବାନଙ୍କ ପାଇଁ 12 ହଜାରରୁ ଅଧିକ ରାକ୍ଷୀ ସଂଗ୍ରହ କଲେ ଭଦୋଦରାର ମହିଳା ଗୋଷ୍ଠୀ

ଭଦୋଦରା, ସୀମାରେ ଅହରାତ୍ର ପହରା ଦେଉଥିବା ବୀର ଭାରତୀୟ ଯବାନଙ୍କ ପାଇଁ 12 ହଜାରରୁ ଅଧିକ ରାକ୍ଷୀ ସଂଗ୍ରହ କରିଛନ୍ତି ଗୁଜରାଟ ଭଦୋଦରାର ଏକ ମହିଳା ଗୋଷ୍ଠୀ। ଦେଶ ବିଦେଶର ବିଭିନ୍ନ ସ୍ଥାନରୁ ଏହି ସବୁ ରାକ୍ଷୀ ଆସି ପହଞ୍ଚିଛି ସେମାନଙ୍କ ପାଖରେ। ରକ୍ଷା ବନ୍ଧନରେ ବନ୍ଧନ ଆଗକୁ ଥିବାରୁ ଏସବୁ ରାକ୍ଷୀ ସେମାନଙ୍କୁ ପଠାଇବାକୁ ଯୋଜନା ରଖିଛନ୍ତି ଏହି ମହିଳା ଗୋଷ୍ଠୀ।

ଏମାନେ ପ୍ରତିବର୍ଷ ସୀଆଚେନ, କାରଗିଲ ଆଦି ସୀମାରେ ମୁତୟନ ହୋଇଥିବା ଭାରତୀୟ ଯବାନଙ୍କୁ ଭାଇ-ଭଉଣୀର ସମ୍ପର୍କର ଡୋରିରେ ବାନ୍ଧିବା ଏବଂ ସେମାନଙ୍କ ମନୋବଳ ବଢାଇବା ପାଇଁ ରାକ୍ଷୀ ପଠାଇଥାନ୍ତି। ଏବର୍ଷ କାରଗିଲ, ସିଆଚେନ ସମେତ ଗଲୱାନକୁ ମଧ୍ୟ ରାକ୍ଷୀ ପଠାଇବା ଲାଗି ସେମାନଙ୍କର ଯୋଜନା ରହିଛି। ଏଥିପାଇଁ ବିଭିନ୍ନ ସ୍ଥାନରୁ ରାକ୍ଷୀ ବି ଆସି ପହଞ୍ଚିଗଲାଣି।

ହେଲେ ଏବର୍ଷ କରୋନା କଟକଣା ଥିବାରୁ ରାକ୍ଷୀ ପଠାଇବା ନେଇ ସେମାନେ ଦ୍ବନ୍ଦ୍ବରେ ଅଛନ୍ତି। ତଥାପି ରାକ୍ଷୀ ପଠାଇବାର ବ୍ୟବସ୍ଥା କରିବେ ବୋଲି ଆଶା ରଖିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ସିନେମା

ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିବାରେ କେତେ ଦୂର ସଫଳ ହେବେ ନଓ୍ବାଜ୍‌ : ‘ରାତ୍‌ ଅକେଲୀ’’ର ଟ୍ରେଲର୍‌ ରିଲିଜ୍‌

ମୁମ୍ବାଇ : ନଓ୍ବାଜଉଦ୍ଦିନ ସିଦ୍ଧିକି ଓ ରାଧିକା ଆପ୍ତେଙ୍କ ଅଭିନୀତ ଫିଲ୍ମ ‘ରାତ୍‌ ଅକେଲୀ ହୈ’ର ଟ୍ରେଲର୍‌ ରିଲିଜ୍‌ ହୋଇଛି । ମର୍ଡର ମିଷ୍ଟ୍ରିର ଏହି ଫିଲ୍ମରେ ନଓ୍ବାଜଉଦ୍ଦିନ୍‌ ଜଣେ ପୋଲିସ୍‌ ଭୂମିକାରେ ନଜର ଆସିଛନ୍ତି । ସସ୍‌ପେନ୍ସର ଭରପୂର ଏହି ଟ୍ରେଲରଟିରେ ଫିଲ୍ମର କାହାଣୀ ଏକ ହତ୍ୟାକାଣ୍ଡକୁ ନେଇ ଗତିଶୀଳ ହୋଇଛି । ଟ୍ରେଲର୍‌ରେ ନଜର ଆସିଥିବା ସମସ୍ତ ଚରିତ୍ର କିଛି ନା କିଛି ଲୁଚାଉଥିବାର ନଜର ଆସୁଛନ୍ତି । ଏହି ଫିଲ୍ମଟି ହଲିଉଡ୍‌ ଫିଲ୍ମ ’ନାଇବସ୍‌ ଆଉଟ୍‌’ ସହ ମେଳ ଖାଉଛି ।ଏହି ଫିଲ୍ମରେ ନଓ୍ବାଜ ଉଦ୍ଦିନ୍‌ ଓ ରାଧିକା ଆପ୍ତେଙ୍କ ସମେତ ସୁଧୀର ମିଶ୍ର ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି ।

ଫିଲ୍ମର କାହାଣୀ ଅନୁସାରେ ଘରର ମାଲିକ ଠାକୁର ରଘୁବୀର ସିଂଙ୍କ ମୃତ୍ୟୁ ହୋଇ ଯାଉଛି । ତେବେ ପରବର୍ତ୍ତୀ ସମୟରେ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡୁଛି । ଏହି ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରୁଛନ୍ତି ଇନ୍ସପେକ୍ଟର ଜଟିଲ୍‌ ଯାଦବ । ତେବେ ସତରେ କ’ଣ ନଓ୍ବାଜ୍‌ ଏହି କାମରେ ସଫଳତା ପାଉଛନ୍ତି, ତାହା ଦେଖିବାକୁ ଫିଲ୍ମର ରିଲିଜ୍‌ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ।

ଏହି ଫିଲ୍ମଟି ନେଟଫିଲକ୍ସରେ ରିଲିଜ୍‌ ହେବ । ଦେଶରେ କରୋନା ପାଇଁ ଲକ୍‌ଡାଉନ୍‌ ଜାରି ରହିଥିବାବା ଥିଏଟର ଆଦି ବନ୍ଦ ରହିଛି । ଏହି ସମୟରେ ଫିଲ୍ମଗୁଡିକ ଏବେ ଓ୍ବେବ୍‌ ପ୍ଲାଟଫର୍ମରେ ରିଳିଜ୍‌ କରାଯାଉଛି । ତେବେ ନେଟଫିଲକ୍ସରେ ଅନ୍ୟ 15ଟି ଫିଲ୍ମ ରିଲିଜ୍‌ ହେବ ବୋଲି ସୂଚନା ରହିଛି। ଏହି ସୂଚୀରେ ଗୁଞ୍ଜନ ସକ୍ସେସନା : ଦ କାର୍ଗିଲ୍‌ ଗାର୍ଲ, ତୋରବାଜ୍‌, ଏକେ ଭର୍ସେସ୍‌ ଏକେ, ତ୍ରିଭଙ୍ଗା-ତେଢୀ ମେଢୀ କ୍ରେଜୀ, ଲୁଡୋ ସଙ୍ଗ ଅନ୍‌ ସାମିଲ୍‌ ରହିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦେଖନ୍ତୁ, ପାଣି ବୋତଲକୁ ଦେଖି କେମିତି ହାତ ଉଠାଇ ପାଣି ମାଗୁଛି ଗୁଣ୍ଡୁଚି ମୂଷା

ନୂଆଦିଲ୍ଲୀ : କେବେ କେବେ ସୋସିଆଲ ମିଡିଆରେ ଏପରି କିଛି ଭିଡିଓ ଭାଇରାଲ୍‌ ହୋଇଥାଏ, ଯାହାକୁ ଦେଖି ମନ ଖୁସିରେ ଝୁମି ଯାଇଥାଏ। ନିକଟରେ ଏମିତି ଏକ ଭିଡିଓ ଭାଇରାଲ୍‌ ହୋଇଛି, ଯାହାକୁ ଦେଖିଲେ ଆପଣମାନଙ୍କର ମନ ବି ଖୁସିରେ ନାଚି ଉଠିବ । ଏହି ଭିଡିଓରେ ଏକ ଗୁଣ୍ଡୁଚି ମୂଷା ପାଣି ବୋତଲକୁ ଦେଖି ପାଣି ମାଗୁଥିବାର ନଜର ଆସିଛି ।

ଭାରତୀୟ ପ୍ରଶାସିନକ ସେବା ଅଧିକାରୀ ଅବିନାଶ ଶରନ୍‌ ନିଜ ଟୁଇଟର ହ୍ୟାଣ୍ଡେଲ୍‌ରେ ଏହି ଭିଡିଓକୁ ସେୟାର କରିଛନ୍ତି । ଏହି ଭିଡିଓଙ୍କୁ ସେୟାର କରି ଅବିନାଶ ଲେଖିଛନ୍ତି ଯେ, ଏପରି ଏକ ସୁନ୍ଦର ଭିଡିଓ କେବେ ଦେଖିନଥିଲା, ଏହା ହ୍ବାଟସ୍‌ଆପ୍‌ ଜରିଆରେ ମିଳିଛି ।’

ଭିଡିଓରେ ଏକ ଗୁଣ୍ଡୁଚି ମୂଷା ଏକ ବୋତଲ ଦ୍ବାରା ପାଣି ପିଆଯାଉଥିବାର ଦେଖାଯାଇଛି । ସେ ବଡ ଆଗ୍ରହରେ ସହିତ ପାଣି ପିଉଥିବାର ଦେଖାଯାଇଛି । ଭିଡିଓରେ ଗୁଣ୍ଡୁଚି ମୂଷାର କ୍ୟୁଟ୍‌ନେସ୍‌ ଦେଖି କେହି ନିଜ ହସକୁ ରୋକିପାରିବେ ନାହିଁ ।  କେହି କେହି ଏହି ଭିଡିଓକୁ ଦେଖି ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି । କେହି କେହି କହୁଛନ୍ତି ଦେଖ, ତୃଷ୍ଣାର୍ତ୍ତ ଗୁଣ୍ଡୁଚି ମୂଷାଟି କିପରି ପାଣି ମାଗୁଛି ।  ତେବେ ସୋସିଆଲ ମିଡିଆରେ ଏହି ଭିଡିଓକୁ ସମେସ୍ତ ବେଶ୍‌ ପସନ୍ଦ କରିଥିବାବେଳେ ଖୁବ୍‌ ଭାଇରାଲ୍‌ ହୋଇଛି ।

Categories
ଆଜିର ଖବର ଆଞ୍ଚଳିକ

ସିବିଏସଇ ଦଶମ ପରୀକ୍ଷା ଫଳ ଟପ୍ ଟେନରେ ସନ୍ଧ୍ୟା ପ୍ରିୟଦର୍ଶିନୀ, ଶୁଭେଚ୍ଛା ଜଣାଇଲେ 5T ସଚିବ ଏବଂ ବିଧାୟିକା ଲତିକା

ପିଣ୍ଟୁ ବିଷୋୟୀ

ବେଗୁନିଆପଡ଼ା, ଏବର୍ଷ ସିବିଏସ୍ଇ ଦଶମ ପରୀକ୍ଷାରେ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ରାଜପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ସନ୍ଧ୍ୟା ପ୍ରିୟଦର୍ଶିନୀ ପଟ୍ଟନାୟକ ୯୭ ଦଶମିକ ୨ ପ୍ରତିଶତ ମାର୍କ ରଖି ରାଜ୍ୟର ଟପ୍ ଟେନ୍ ତାଲିକାର ସପ୍ତମ ସ୍ଥାନ ଅଧିକାର କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି l ତେବେ ଆଜି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5T ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ ଭିଡିଓ କନଫେରସିଂରେ ସନ୍ଧ୍ୟା ପ୍ରିୟଦର୍ଶିନୀ ପଟ୍ଟନାୟକଙ୍କ ସହିତ କଥା ହୋଇଛନ୍ତି |

ତାଙ୍କର ଏହି ସଫଳତା ପାଇଁ 5T ସଚିବ ସନ୍ଧ୍ୟା ପ୍ରିୟଦର୍ଶିନୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ତାଙ୍କର ଆଗାମୀ ଭବିଷ୍ୟତ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି |ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ ବ୍ୟକ୍ତିଗତ ଭାବରେ ଭେଟିବା ସମ୍ଭବ ହୋଇପାରୁ ନଥିବା ବେଳେ ଭିଡିଓ କନଫେରସିଂ ମାଧ୍ୟମରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି |

ଏଥିସହ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ମଧ୍ୟ ଭିଡିଓ କନଫେରସିଂ ମାଧ୍ୟମରେ ଛାତ୍ରୀ ସନ୍ଧ୍ୟା ପ୍ରିୟଦର୍ଶିନୀଙ୍କ ସହିତ ଆଲୋଚନା କରି ତାଙ୍କର ଏହି ସଫଳତା ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି |ତାଙ୍କର ଏହି ସଫଳତା ବେଗୁନିଆପଡା ବ୍ଲକ ଓ ସ୍କୁଲ ପାଇଁ ଗର୍ବ ଓ ଗୌରବ ବୋଲି କହିଛନ୍ତି ବିଧାୟିକା |

ଏଥିସହ ତାଙ୍କର ଉଜ୍ଜଳ ଭବିଷ୍ୟତର କାମନା କରିବା ସହ ଉଚ୍ଚ ଶିକ୍ଷା ପାଇଁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି ବିଧାୟିକା |ସନ୍ଧ୍ୟା ପ୍ରିୟଦର୍ଶିନୀ ଏହି ବ୍ଲକ୍ ଅନ୍ତର୍ଗତ ପାଇକପଡ଼ା ସ୍ଥିତ ଶ୍ରୀ ବଟେଶ୍ଵର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନୃସିଂହ ଚରଣ ପଟ୍ଟନାୟକ ଓ ସ୍ଵପ୍ନାଞ୍ଜଳି ପଟ୍ଟନାୟକଙ୍କ ଏକମାତ୍ର ଝିଅ l

ରାଜପୁର ଆଦର୍ଶ ବିଦ୍ୟାଳୟରେ ଚଳିତ ବର୍ଷ ଶତ ପ୍ରତିଶତ ଫଳ ହୋଇଥିବା ବେଳେ ୫୪ ଜଣ ପାସ୍ କରିଛନ୍ତି ଓ ସେମାନଙ୍କ ମଧ୍ୟରୁ ୫୦ ଜଣ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଆଉ ୪ ଜଣ ୫୦ ପ୍ରତିଶତ ରୁ ୬୦ ପ୍ରତିଶତ ମଧ୍ୟରେ ମାର୍କ ରଖିଛନ୍ତି l

Categories
ଆଜିର ଖବର ଖେଳ ରାଜ୍ୟ ଖବର

କରୋନାରେ ମୃତ୍ୟୁବରଣ କଲେ ପୂର୍ବତନ ପାରା ବ୍ୟାଡ୍‌ମିଣ୍ଟନ ଖେଳାଳି ରମେଶ ଟୀକାରାମ

ବେଙ୍ଗାଲୁରୁ : ଭାରତର ପୂର୍ବତନ ପାରା ବ୍ୟାଡ଼ମିଣ୍ଟନ ଖେଳାଳି ତଥା ପୂର୍ବତନ ବ୍ୟାଡ଼ମିଣ୍ଟନ କୋଚ ରମେଶ ଟୀକାରାମ କରୋନାରେ ମୃତ୍ୟୁ ବରଣ କରିଛନ୍ତି । ସେ ବେଙ୍ଗାଲୁରୁ ଏକ ହସ୍ପିଟାଲରେ ମୃତ୍ୟୁ ବରଣ କରିଛନ୍ତି ଏବଂ ମୃତ୍ୟୁ ବରଣ କରିବା ବେଳକୁ ତାଙ୍କୁ 51 ବର୍ଷ ବୟସ ହୋଇଥିଲା । ଅର୍ଜୁନ ପୁରସ୍କାର ବିଜେତା ଏହି ଖେଳାଳିଙ୍କ ମୃତ୍ୟୁକୁ ନେଇ ଖେଳ ଜଗତରେ ଏକ ଶୋକର ଛାୟା ଖେଳିଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଟୀକାରମ ଜୁନ 29 ତାରିଖରେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଏକ ହସ୍ପିଟାଲକୁ ନିଆଯାଇଥିଲା ପରେ ତାଙ୍କର କରୋନା ପଜିଟିଭ ବାହାରିଥିଲା । ଭାରତର ପ୍ରଥମ ପାରା ବ୍ୟାଡ୍‌ମିଣ୍ଟନ ଖେଳାଳି ଟୀକାରାମଙ୍କ ଏହି ଅକାଳ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ପିସିଆଇର ଜେନେରାଲ ସେକ୍ରେଟେରୀ ଗୁରସରଣ ସିଂ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଅଯୋଧ୍ୟାରେ ଖୁବଶୀଘ୍ର ଆରମ୍ଭ ହେବ ରାମ ମନ୍ଦିର ନିର୍ମାଣ, ଯୋଗଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ଅଯୋଧ୍ୟାରେ ଖୁବଶୀଘ୍ର ରାମ ମନ୍ଦିର ନିର୍ମାଣ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ଦିର ନିର୍ମାଣର ଶୁଭାରମ୍ଭ ଅବସରରେ ଯୋଗ ଦେବେ। ଏ ସମ୍ପର୍କରେ ଆଲୋଚନା ପାଇଁ ଶ୍ରୀ ରାମଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସଦସ୍ୟମାନଙ୍କର ଏକ ବୈଠକ ଶନିବାର ଦିନ ବସିବ। ମନ୍ଦିର ନିର୍ମାଣ ଶୁଭାରମ୍ଭ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ ପତ୍ର ପଠାଯାଇ ସାରିଛି। ଆସନ୍ତାକାଲି ବୈଠକରେ ନିର୍ଦ୍ଦିଷ୍ଟ ତାରିଖ ସ୍ଥିର କରାଯିବ।

ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର କାଲି ହେବାକୁ ଥିବା ବୈଠକରେ ଯୋଗଦେବେ। ପ୍ରଧାନମନ୍ତ୍ରୀ କେଉଁ ତାରିଖରେ ଯୋଗ ଦେଇ ପାରିବେ ତାହା ଶ୍ରୀ ମିଶ୍ର ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରି କମିଟିକୁ ଜଣାଇବେ। ମୋଦିଙ୍କ ସହ ଆର.ଏସ.ଏସ ମୁଖ୍ୟ ମୋହନ ଭାଗବତ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏବଂ କିଛି ମନ୍ତ୍ରୀ ତଥା ସ୍ଥାନୀୟ ସାଂସଦ ସମାରୋହରେ ଉପସ୍ଥିତ ରହିବେ। କୋଭିଡ କଟକଣା ଦୃଷ୍ଟିରୁ ସୀମିତ ଅତିଥିଙ୍କୁ ନେଇ ସମାରୋହ ଆୟୋଜନ କରାଯିବ।

ମନ୍ଦିର ନିର୍ମାଣ ଆରମ୍ଭ କରିବା ପାଇଁ ଗର୍ଭ ଗୃହରେ ଭୂମି ପୂଜା ଅନୁଷ୍ଠିତ ହେବ। ଗତବର୍ଷ ନଭେମ୍ବର 9 ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ପରେ କେନ୍ଦ୍ର ସରକାର ରାମଜନ୍ମଭୂମି ଟ୍ରଷ୍ଟ ଗଠନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୋଲିସ୍‌ କର୍ମଚାରୀଙ୍କୁ ଫିଟ୍‌ନେସ୍‌ ଟାର୍ଗେଟ୍‌ ଦେଲେ କମିଶନର

ଭୁବନେଶ୍ବର : କମିଶନରେଟ୍‌ ପୋଲିସ୍‌ର ସମସ୍ତ କର୍ମଚାରୀଙ୍କୁ ଫିଟ୍‌ନେସ୍‌ ଟାର୍ଗେଟ୍‌ ଦିଆଯାଇଛି । ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି କମିଶନର ସୁଧାଂଶୁ ଷଡଙ୍ଗୀ । ଏକ ସପ୍ତାହ ମଧ୍ୟରେ ସବୁ କର୍ମଚାରୀଙ୍କ ଉଚ୍ଚତା, ଓଜନ ମାପ ହେବ । ସବୁ କର୍ମଚାରୀଙ୍କୁ ସେମାନଙ୍କ ବଡି ମାସ୍‌ ଇଣ୍ଡେକ୍ସ ଲିଖିତ ଦିଆଯିବ । ବୟସ, ଉଚ୍ଚତା ଅନୁସାରେ ଓଜନ କେତେ ହେବା କଥା କୁହାଯିବ । 19-24 ଯାଏ ବିଏମ୍‌ଆଇ ସ୍ବାଭାବିକ । 30 ହେଲେ ମେଦବହୁଳତା ବୋଲି ବିବେଚନା କରାଯିବ । ଓଜନ, ବିଏମ୍‌ଆଇ ପ୍ରଦାନ କାର୍ଯ୍ୟ ଜୁଲାଇ 30 ମଧ୍ୟରେ ଶେଷ କରାଯିବ । ତିନିମାସ ପରେ ନଭେମ୍ବର ମାସରେ ପୁଣି ସମସ୍ତଙ୍କ ଓଜନ ନିଆଯିବ । ସେମାନେ ଓଜନ କମାଇବାକୁ କେତେ ଚେଷ୍ଟିତ, ପରଖାଯିବ । ଯାହାର ବିଏମଆଇ 30 ଉପରେ ଥିବ, ବାଧ୍ୟତାମୂଳକ ବ୍ୟାୟାମ କରିବେ । ବାଧ୍ୟତାମୂଳକ ବ୍ୟାୟାମ ସହ 6 ସପ୍ତାହ ରିଫ୍ରେସର କୋର୍ସ କରିବେ । ଯେଉଁମାନେ ଆଦେଶକୁ ଗୁରୁତ୍ବ ଦେବେନି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି କହିଛନ୍ତି କମିଶନର । ସେମାନଙ୍କ ଇନକ୍ରିମେଣ୍ଟ ବନ୍ଦ କରାଯାଇପାରେ ବୋଲି କହିଛନ୍ତି କମିଶନର । ସ୍ବାସ୍ଥ୍ୟଗତ କାରଣରୁ ବାଧ୍ୟତାମୂଳକ ଅବସର ବି ଦିଆଯାଇପାରେ ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ନରମିଲେ ଟ୍ରମ୍ପ, କହିଲେ ଭାରତ ଓ ଚୀନ ଲୋକମାନଙ୍କୁ ସେ ଶ୍ରଦ୍ଧା କରନ୍ତି

ୱାସିଂଟନ୍, ଭାରତ ଓ ଚୀନ୍‌ ମଧ୍ୟରେ ଶାନ୍ତି ରକ୍ଷା ପାଇଁ ଯାହା ସମ୍ଭବ ସବୁ କରିବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ୍ ଟ୍ରମ୍ପ୍ ତାହା କରିବାକୁ ଆଗ୍ରହୀ। ହ୍ବାଇଟ୍ ହାଉସ୍ ପ୍ରେସ୍ ସଚିବ କେଲିଗ୍ ମ୍ୟାକ୍‌ଇନାନି ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି

ଟ୍ରମ୍ପ୍‌ କହିଛନ୍ତି, ସେ ଭାରତ ଓ ଚୀନ୍ ଲୋକଙ୍କୁ ଶ୍ରଦ୍ଧା କରନ୍ତି। ସେମାନଙ୍କ ଶାନ୍ତି ରକ୍ଷା ପାଇଁ ଯାହା କିଛି ସମ୍ଭବ ସବୁ କରିବାକୁ ସେ ଆଗ୍ରହୀ। କିନ୍ତୁ, ଗତ କେତେ ସପ୍ତାହ ହେବ ଟ୍ରମ୍ପ୍ ପ୍ରଶାସନ ଚୀନ୍ ବିରୋଧରେ ଭାରତକୁ ସମର୍ଥନ କରିବାକୁ ଆଗଭର ହୋଇଥିଲା।

ଭାରତ ଲାଗି ଟ୍ରମ୍ପ୍‌ଙ୍କ ବାର୍ତ୍ତା କ’ଣ ବୋଲି ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ ଏଭଳି କହିଛନ୍ତି। ଗୁରୁବାର ସକାଳେ ହ୍ବାଇଟ୍‌ ହାଉସ୍‌ ଆର୍ଥିକ ଉପଦେଷ୍ଟା ଲେରି କୁଡ୍‌ଲୋ ଭାରତକୁ ଉତ୍ତମ ବନ୍ଧୁ ଭାବେ ବର୍ଣ୍ଣନା କରି କହି‌ଥିଲେ ଯେ, ରାଷ୍ଟ୍ରପତି ଟ୍ରମ୍ପ୍‌ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରମ ବନ୍ଧୁ।

ବୁଧବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ମାଇକ୍ ପମ୍ପିଓ ମଧ୍ୟ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ଭାରତ ଯୁକ୍ତରାଷ୍ଟ୍ର ଆମେରିକାର ମହାନ ବନ୍ଧୁ।

Categories
ଆଜିର ଖବର ଜାତୀୟ ଖବର

ଅଣାୟତ୍ତ କରୋନା : ଦେଶରେ 10 ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଅଣାୟତ୍ତ ହୋଇପଡ଼ିଲାଣି କରୋନା ସ୍ଥିତି। ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନୂଆ ରେକର୍ଡ କରୁଛି।  ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 10 ଲକ୍ଷ ପାର କରିଛି। ଦେଶରେ ମୃତକଙ୍କ ସଂଖ୍ୟା 25 ହଜାର 602କୁ ବୃଦ୍ଧି ପାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ ଦେଶରେ ସର୍ବାଧିକ 34 ହଜାର 956 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 687ଜଣଙ୍କର ମୃତ୍ୟୁ ହୋଇଛି।ଦେଶରେ  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 10 ଲକ୍ଷ 3 ହଜାର 832କୁ ବୃଦ୍ଧି ପାଇଛି ।

ଦେଶରେ ବର୍ତ୍ତମାନ ଆକ୍ଟିଭ୍ କେସ୍ 3 ଲକ୍ଷ 42 ହଜାର 473 ଥିବା ବେଳେ ସୁସ୍ଥ ହେଲେଣି 6 ଲକ୍ଷ 35 ହଜାର 757 । ସେହିପରି ମହାରାଷ୍ଟ୍ରରେ 2 ଲକ୍ଷ 84 ହଜାର 281 ଆକ୍ରାନ୍ତ ହୋଇଥିବା ବେଳେ 11 ହଜାର 194 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଦିଲ୍ଲୀରେ 3 ହଜାର 545, ଗୁଜରାଟରେ 2 ହଜାର 89, ତାମିଲନାଡୁରେ 2ହଜାର 236 ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି 4 ଜଣଙ୍କ ଜୀବନ ନେଲା କରୋନା : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 83କୁ ବୃଦ୍ଧି

ଭୁବନେଶ୍ବର : ଆଜି ପୁଣି 4 ଜଣଙ୍କ ମୁଣ୍ଡ ନେଇଛି କରୋନା ।  ମୃତକଙ୍କ ମଧ୍ୟରେ ଗଞ୍ଜାମରୁ 2 ଜଣ ଥିବାବେଳେ ଗଜପତି ଓ ଅନୁଗୁଳରୁ ଜଣେ ଲେଖାଏଁ ରହିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଦେଇଛି ।

ଆଜି ଗଞ୍ଜାମରୁ ଦୁଇ ଜଣ ମୃତ୍ୟୁ ହୋଇଥିବାବେଳେ ଗଞ୍ଜାମରେ ମୃତକଙ୍କ ସଂଖ୍ୟା 50କୁ ବୃଦ୍ଧି ହୋଇଥିବାବେଳେ ରାଜ୍ୟରେ ମୃତକଙ୍କ ସଂଖ୍ୟା 83କୁ ବୃଦ୍ଧି ହୋଇଛି ।

ଗଞ୍ଜାମରେ ମୃତ୍ୟୁବରଣ କରିଥିବା ମୃତକଙ୍କ ମଧ୍ୟରେ ଜଣେ 57 ବର୍ଷୀୟ ପୁରୁଷ ଥିବାବେଳେ ସେ ଡାଇବେଟିସ୍‌ରେ ପୀଡ଼ିତ ଥିଲେ ବୋଲି ସୂଚନା ରହିଛି । ସେହିପରି ଅନ୍ୟ ଆକ୍ରାନ୍ତ ଜଣକ 60 ବର୍ଷୀୟ ପୁରୁଷ ହୋଇଥିବାବେଳେ ସେ କିଡ୍‌ନୀ ରୋଗରେ ପୀଡ଼ିତ ଥିଲେ ।

ଅନୁଗୁଳ ଜିଲ୍ଲାରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତ ଜଣକ ବୟସ 66 ବର୍ଷ ବୋଲି ଜଣାପଡିଥିବାବେଳେ ସେ ନ୍ୟୁରୋଏଣ୍ଡ୍ରୋକ୍ରାଇନ୍‌ ଟ୍ୟୁମୋରରେ ପୀଡ଼ିତ ଥିଲେ ।  ସେହିପରି ଗଜପତି ଜିଲ୍ଲାରୁ କରୋନାରେ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଜଣଙ୍କ ବୟସ 56 ବର୍ଷ । ସେ ଡାଇବେଟିସ୍‌ ସହିତ ହୃଦ୍‌ ରୋଗରେ ପୀଡ଼ିତଥିଲେ ।

ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବା ସଂଖ୍ୟା 26କୁ ବୃଦ୍ଧି ହୋଇଛି ।

ସେହିପରି ଆଜି ଆଉ ଦୁଇଜଣ କରୋନାରେ ଆକ୍ରାନ୍ତ ହୋଇ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏହି ଦୁଇ ମୃତକଙ୍କ ମଧ୍ୟରେ ଜଣେ ଯାଜପୁରର 62 ବର୍ଷୀୟା ମହିଳା ରହିଛନ୍ତି । ଅନ୍ୟ ଜଣେ ଭଦ୍ରକର 55 ବର୍ଷୀୟ ପୁରୁଷ ରହିଛନ୍ତି ।

 

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ ରତନପୁର ଗ୍ରାମରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ସୀତାରାମ ଅଗ୍ରଓ୍ବାଲ

ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗ୍ରାମ ପଂଚାୟତର  ରତନପୁର ପାଟଣା ସାହିରେ ଗତ କାଲି ରାତିରେ ଜଣେ ବିବାହିତ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି ।

ମୃତ୍ୟୁ ମହିଳାଙ୍କ ନାମ ସୁକାନ୍ତି ସାହୁ ବୋଲି ଜଣାପଡିଛି । ତାଙ୍କ ବୟସ 38 ବର୍ଷ ବୋଲି ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ ଗତକାଲି ରାତିରେ ସୁକାନ୍ତିଙ୍କୁ ଗୁରୁତର ଅବସ୍ଥାରେ ତାଙ୍କ ଶୋଇବା କକ୍ଷରୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

ଡାକ୍ତରଙ୍କ ଠାରୁ ଟାଙ୍ଗୀ ଥାନା ପୋଲିସ୍ ସୂଚନା ପାଇ ମେଡିକାଲରେ ପହଞ୍ଚି  ଶଵ ଜବତ କରି ତଦନ୍ତ ଚଳାଇଛି । ପରିବାର ଆତ୍ମୀୟ ପୋଲିସକୁ  ମହିଳାଙ୍କ ପୂର୍ବରୁ ଶ୍ୱାସ ରୋଗ ଥିଲା ଏବଂ ଏହା ଏକ ସ୍ୱାଭାବିକ ମୃତ୍ୟୁ ବୋଲି ସୂଚନା ଦେଇଛନ୍ତି । ତେବେ ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଟାଙ୍ଗୀ ପୋଲିସ ଏହାର ପୁଙ୍ଖାନୁପୁଙ୍ଖ  ତଦନ୍ତ ଚଳାଇଛି ବୋଲି ଟାଙ୍ଗୀ ଥାନାଧିକାରୀ ସରୋଜ ଉପାଧ୍ୟାୟ ସୂଚନା ଦେଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

24 ଜିଲ୍ଲାରୁ 718 : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ବର : ଆଜି ରାଜ୍ୟରୁ ସର୍ବାଧିକ 718 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  24 ଜିଲ୍ଲାରୁ 718 ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ 231 ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧା 150, ମାଲ୍‌କାନଗିରିରୁ 54, କଟକରୁ 32, କେଉଁଝରରୁ 28, କୋରାପୁଟରୁ 27, ଝାରସୁଗୁଡାରୁ 24, ମୟୂରଭଞ୍ଜରୁ 22,  ଗଜପତିରୁ 21, ରାୟଗଡାରୁ 19, ଜଗତସିଂହପୁରରୁ 16, ନୟାଗଡରୁ 13, ସୁନ୍ଦରଗଡ ଓ ଭଦ୍ରକରୁ 10ଜଣ ଲେଖାଏଁ ରହିଛନ୍ତି । ଅନୁଗୁଳୁ, ପୁରୀ ଓ ବାଲେଶ୍ବର 9 ଜଣ ଲେଖାଏଁ ରହିଥିବାବେଳେ କନ୍ଧମାଳ, ସମ୍ବଲପୁରରୁ 7ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଢେଙ୍କାନାଳରୁ 6, ସୋନପୁରରୁ 5, ବରଗଡରୁ ଓ କେନ୍ଦ୍ରାପଡାରୁ 4 ଜଣ ଚିହ୍ନଟ ହୋଇଛନ୍ତି ।ନବଙ୍ଗପୁରରୁ ଜଣେ ଚିହ୍ନଟ ହୋଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରୁ ଆଜି 718 ନୂଆ ପଜିଟିଭ୍‌ ଚିହ୍ନଟ, 16 ହଜାର ପାର୍‌ କଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଆଜି ରାଜ୍ୟରେ 718 ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି।  ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 479ଜଣ ଚିହ୍ନଟ ହୋଇଥିବାବେଳେ239ଟି ଲୋକାଲ କେସ୍‌ ରହିଛି । ଗଞ୍ଜାମରୁ ସର୍ବାଧିକ 231 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। 24ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।

ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 16 ହଜାର 610ରେ ପହଞ୍ଚିଛି।  ସେହିପରି ସୁସ୍ଥ ହୋଇଛନ୍ତି 10 ହଜାର 877 । ଏବେ ସୁଦ୍ଧା ରାଜ୍ୟରେ 5 ହଜାର 124 ଜଣ ଚିକିତ୍ସାଧୀନ ରହିଥିବାବେଳେ ମୃତ୍ୟୁବରଣ କରିଛନ୍ତି 79ଜଣ । ସେହିପରି 24 ଜଣ କରୋନାରେ ଆକ୍ରାନ୍ତ ହୋଇ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଛନ୍ତି ।

 

Categories
ଆଜିର ଖବର ଜାତୀୟ ଖବର

ଜମ୍ମୁ କାଶ୍ମୀରରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର : ତିନି ଆତଙ୍କୀ ନିହତ

ଜମ୍ମୁକାଶ୍ମୀର : ଗତ କିଛି ଦିନ ହେବ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି । ଶୁକ୍ରବାର ସକାଳେ ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଜାମ୍ମୁ-କାଶ୍ମୀରର କୁଲଗାମ ଜିଲ୍ଲାର ନାଗନାଦ ଚିମ୍ମେର ଅଞ୍ଚଳରେ ଗୁଳି ବିନିମୟ ହୋଇଥିବା ନେଇ ସୂଚନା ମିଳିଛି । ଏହି ଏନକାଉଣ୍ଟରରେ ତିନିଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଉକ୍ତ ଅଞ୍ଚଳରେ ସୁରକ୍ଷାକର୍ମୀମାନେ ଅପରେସନ୍‌ ଜାରି ରଖିବାର ସୂଚନା ରହିଛି । ତେବେ  ମୃତ ଆତଙ୍କବାଦୀମାନଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳି ପାରି ନାହିଁ । ମିଳିଥିବା ସୂଚନା ଅନୁସାରେ ଗୁଇନ୍ଦା ରିପୋର୍ଟ ତରଫରୁ ନାଗନାଦ ଚିମ୍ମେର ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବାର ସୂଚନା ମିଳିଥିଲା। ଏହାପରେ ସେନାବାହିନୀ ସମେତ ସିଆରପିଏଫ୍ ଯବାନ ସେହି ଅଞ୍ଚଳକୁ ଘେରି ଯାଇଥିଲେ। ଏହା ପରେ ସର୍ଚ୍ଚ ଅପରେସନ୍ ଚଳାଇଥିଲେ। ଲୁଚି ରହିଥିବା ଆତଙ୍କବାଦୀମାନେ ପ୍ରଥମେ ଗୁଳି ବର୍ଷଣ କରିଥିଲେ । ଜବାବରେ ସୁରକ୍ଷାକର୍ମୀମାନେ ମଧ୍ୟ ସେମାନଙ୍କ ଉପରକୁ ଗୁଳି ଚାଳନା କରିଥିଲେ। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଲଦାଖରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ନୂଆଦିଲ୍ଲୀ : ଦୁଇଦିନିଆ ଲଦାଖ ଓ ଜମ୍ମୁକାଶ୍ମୀର ଗସ୍ତ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏଲ୍‌ଏସି ସ୍ଥିତି ସମୀକ୍ଷା ପାଇଁ ଲଦାଖ ଯାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଲଦାଖ ପରେ ଜମ୍ମୁ-କାଶ୍ମୀର ଯିବେ ବୋଲି ସୂନା ରହିଛି । ସୀମାରେ ନିୟୋଜିତ ଯବାନଙ୍କୁଭେଟି ଆଲୋଚନା କରିବେ ବୋଲି ସୂଚନା ରହିଛି । ତେବେ ପ୍ରତିରକ୍ଷାମନ୍ତ୍ରୀଙ୍କ ଗସ୍ତ ଅବସରରେ ସିଡିଏସ୍‌ ବିପିନ ରାଓ୍ବତ୍‌ ଓ ସ୍ଥଳସେନା ମୁଖ୍ୟ ନର୍ଭାଣେ ଉପସ୍ଥିତ ରହିଛନ୍ତି ।  ମେ’ରେ ଏଲଏସି ରେ ଭାରତ ଏବଂ ଚୀନ୍ ସେନା ମଧ୍ୟରେ ହୋଇଥିବା ସଂଘର୍ଷ ପରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହା ପ୍ରଥମ ଲଦାଖ ଗସ୍ତ। (ଏଜେନ୍ସି)

 

Categories
ଆଜିର ଖବର ରାଜ୍ୟ ଖବର

ନୟାପଲ୍ଲୀର ସୀତାପୁର ଓ ତ୍ରିନାଥ ବସ୍ତିକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କଲା ବିଏମ୍‌ସି

ଭୁବନେଶ୍ବର : ନୟାପଲ୍ଲୀ ସୀତାପୁର ଓ ତ୍ରିନାଥ ବସ୍ତିକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ଅଧିକ କରୋନା  କରୋନା ସଂକ୍ରମିତ ଚିହ୍ନଟ ହେବାରୁ ଏହି ଅଞ୍ଚଳକୁ ବିଏମ୍‌ସି କଣ୍ଟେନମେଣ୍ଟ ଜୋନ୍‌ ଘୋଷିତ କରିଛି । ଆଜିଠୁ ଏହି ଅଞ୍ଚଳରେ କଟକଣା ଲାଗୁ ହୋଇଛି । ଏଠାରେ  ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ବିଏମ୍‌ସି ।ଏଠାରେ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେବାରୁ  ବିଏମ୍‌ସି ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 919ରେ ପହଞ୍ଚିଛି। ସେଥିମଧ୍ୟରୁ 403 ସୁସ୍ଥ ଘରକୁ ଫେରିଥିବାବେଳେ ମୃତ୍ୟୁ ସଂଖ୍ୟା 11କୁ ବୃଦ୍ଧି ହୋଇଛି। ସେହିପରି ଏବେସୁଦ୍ଧା 504 ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।