Author: Samikhsya Bureau

ରମେଶ ମହାନ୍ତି ଜଗତସିଂହପୁର: ଘରେ ପଶି ଭଉଣୀକୁ ଟଣା ଓଟରା କରି ଦୁଷ୍କର୍ମ ଉଦ୍ୟମ କରାଯିବା ସହିତ ପ୍ରତିବାଦ କରିବାରୁ ଦୁର୍ବୃତ୍ତ ମାନେ ଭାଇକୁ ରାସ୍ତାରେ ଗୋଡାଇ ଗୋଡାଇ ହାଣିବା ଭଳି ଅଭାବନୀୟ ଘଟଣା ଗତ ୩୦ ତାରିଖରୁ ତିର୍ତ୍ତୋଲ ଥାନାରେ ଅଭିଯୋଗ ହୋଇଥିଲେ ସୁଦ୍ଧା ଆଜିକୁ ୧୮ ଦିନ ବିତିଯାଇଥିଲେ ମଧ୍ୟ କେଉଁ ଅଦୃଶ୍ୟ ଚାପରେ ତିର୍ତ୍ତୋଲ ପୋଲିସ୍ ହାତ ବାନ୍ଧି ବସିଥିବା ବେଳେ ଆଜି ୩ ଅଭିଯୁକ୍ତକୁ ତିର୍ତ୍ତୋଲ ପୋଲିସ୍ ଗିରଫ କରିଥିବା ଜଣାପଡିଛି। ଆଜି ଗିରଫ ହୋଇଥିବା ଉକ୍ତ ୩ଜଣ ଅଭିଯୁକ୍ତଙ୍କୁ ଥାନାରୁ ମୁକାଳିବା ପାଇଁ ଅଣ୍ଟା ଭିଡିଥିବା ଶାସକ ଦଳର କିଛି କୁଜିନେତା ଥାନାକୁ ଧାଁ ଧପଡ କରୁଥିବା ଦେଖିବାକୁ ମିଳିଛି। ନାରୀଙ୍କୁ ସମ୍ମାନ ଦିଆଯାଉଥିବା ଶାସକଦଳ ଡିଙ୍ଗୁରା ପିଟୁଥିବା ବେଳେ ଅନ୍ୟ ପକ୍ଷରେ ଏଭଳି ଏକ ସମ୍ବେଦନଶୀଳ ଘଟଣାର ଅଭିଯୁକ୍ତ ମାନଙ୍କୁ ଘଣ୍ଟ ଘୋଡ଼ାଇବା ପାଇଁ ଶାସକ ଦଳର କିଛି କୁଚକ୍ରୀ କୁଜିନେତା  ଯୋରଦାର…

Read More

ଲଣ୍ଡନ : ଦୁନିଆର ସବୁଠୁ ନିରାପଦ ସ୍ଥାନ ହେଉଛି ମା’ କୋଳ । ମା’ ପାଖରେ ହିଁ ଶିଶୁଟି ସୁରକ୍ଷିତ, କିନ୍ତୁ ଯଦି ସେହି ମା’ ପାଖରେ ଶିଶୁଟି ଅସୁରକ୍ଷିତ ହୋଇପଡେ, ତେବେ କାହାକୁ କହିବା । ଜଣେ ମା’ କୋକେନ ନିଶାରେ 19ମାସର କନ୍ୟା ସନ୍ତାନ ଉପରକୁ ଗରମ ପାଣି ଫୋପାଡି ଜାଳି ଦେଇଛି । ଶିଶୁଟି ଏକ ଘଣ୍ଟା ପର୍ଯ୍ୟନ୍ତ କଲବଲ ହୋଇ ଶେଷରେ ଜୀବନ ହାରିଛି । ତେବେ ଏହି ଘଟଣାରେ କୋର୍ଟ ମହିଳାଙ୍କୁ ସଶ୍ରମ ଆଜୀବନ ଦଣ୍ଡ ଶୁଣାଇଛି । ମିଳିଥିବା ସୂଚନା ଅନୁସାରେ, 26 ବର୍ଷୀୟା କେଟୀ କ୍ରାଉଡର  ନିଜ 19 ମାସର ଶିଶୁ କନ୍ୟାକୁ ଗରମ ପାଣିରେ ଜଳାଇମାରିଦେଇଛନ୍ତି । ସେ ଏହି କାଣ୍ଡ କରିବାବେଳେ କୋକୋନ ନିଶାରେ ଧୂର୍ତ୍ତ ଥିଲେ । କେବଳ ଗରମ ପାଣି ଶିଶୁ କନ୍ୟା ଉପରକୁ ପକାଇନଥିଲେ ବରଂ ମହିଳା ଜଣକ ଶିଶୁଟି ଏକ ଘଣ୍ଟା ଧରି…

Read More

ନୂଆଦିଲ୍ଲୀ : ନୂତନ କୃଷିବିଲ୍‌କୁ ବିରୋଧ କରି ଚାଷୀମାନେ ଆନ୍ଦୋଳନ କରୁଥିବାବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶ କୃଷକ କଲ୍ୟାଣ କାର୍ଯ୍ୟକ୍ରମରେ ଉଦ୍‌ବୋଧନ କରିଛନ୍ତି । ଏହି ଅବସରରେ କଂଗ୍ରେସକୁ ମଧ୍ୟ ଟାର୍ଗେଟ୍‌ କରିଛନ୍ତି ମୋଦି । ମୋଦି କହିଛନ୍ତି ଯେ, ଚାଷୀଙ୍କ ପାଇଁ ଆସିଥିବା ଆଇନ୍‌, ପ୍ରଥମେ ସେମାନେ ଚେଷ୍ଟା କରିଥିଲେ । ସେମାନେ ଘୋଷଣାପତ୍ରରେ ଏସମସ୍ତବିଷୟରେ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଆଜି ସେହି ସମାନ ବ୍ୟବସ୍ଥା କରାଯିବାରୁ ମୋଦିକୁ ଟାର୍ଗେଟ କରୁଛନ୍ତି । କେବଳ ସେମାନଙ୍କ ହାତରୁ କ୍ରେଡିଟ୍‌ ଚାଲିଯିବା ଭୟରେ ଟାର୍ଗେଟ୍‌ କରୁଛନ୍ତି ବୋଲି ମୋଦି କହିଛନ୍ତି । ସବୁ କ୍ରେଡିଟ୍‌ ସେମାନେ ନିଅନ୍ତୁ, ମୁଁ ଚାଷୀଙ୍କ ପାଇଁ କାମ କରୁଛି ବୋଲି କହିଛନ୍ତି ମୋଦି । ଚାଷୀଙ୍କ ପାଇଁ ସେମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ରାଜନୈତିକ ସ୍ବାର୍ଥ ସାଧନ ପାଇଁ ସେମାନେ ଚାଷୀଙ୍କୁ ବ୍ୟବହାର କରୁଛନ୍ତି ବୋଲଇ…

Read More

ଭୁବନେଶ୍ବର : କେନ୍ଦ୍ରକୁ ଟାର୍ଗେଟ୍‌ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯୁବ ବିଜେଡି କାର୍ଯ୍ୟକାରିଣୀରେ ନବୀନ କେନ୍ଦ୍ରକୁ ଟାର୍ଗେଟ୍‌ କରିଛନ୍ତି । କେନ୍ଦ୍ର ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ରଖୁଥିବାର କହିଛନ୍ତି ନବୀନ । ନିର୍ବାଚନ ବେଳେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟପାହ୍ୟ ଦେବା ନେଇ ଉଭୟ ବିଜେପି ଓ କଂଗ୍ରେସ ଇସ୍ତାହାରରେ ରଖିଥିଲେ ।  କିନ୍ତୁ ନିର୍ବାଚନ ପରେ ଉଭୟ ଦଳ ସେମାନଙ୍କ ପ୍ରତିଶ୍ରୁତି ଭୁଲିଗଲେ। ତେବେ ଓଡିଶାର ସ୍ବାର୍ଥ ପାଇଁ ବିଜେଡି ସର୍ବଦା ଲଢେଇ ଜାରି ରଖିବ ବୋଲି କହିଛନ୍ତି ନବୀନ । ଏକମାତ୍ର ଆଞ୍ଚଳିକ ଦଳ ଭାବେ ବିଜେଡି ଓଡ଼ିଶା ଲୋକଙ୍କ ପାଇଁ ଲଢେ । ବିଜେଡି ହିଁ ଓଡ଼ିଶାର ୟୁନିକ୍‌ ଆଇଡେଣ୍ଟିଟିକୁ ସୁରକ୍ଷା ଦେଇପାରିବ ବୋଲି କହିଛନ୍ତି ନବୀନ । ରାଜ୍ୟରେ କଂଗ୍ରେସ ଦଳ ଦିଲ୍ଲୀର ରିମୋଟ୍‌ କଣ୍ଟ୍ରୋଲ ଦ୍ବାରା ଚାଲେ । ବିଜେପି ମଧ୍ୟ ଦିଲ୍ଲୀ ନିର୍ଦ୍ଦେଶରେ କାମ କରୁଛି ବୋଲି କହିଛନ୍ତି ନବୀନ…

Read More

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଡୁଆ ବଢିବାରେ ଲାଗିଛି । ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତ ପୂର୍ବରୁ ଆଜି ଜଣେ ଟିଏମସି ବିଧାୟକ ଇସ୍ତଫା ପ୍ରଦାନ କରିଛନ୍ତି । ଗତକାଲି ଦୁଇ ଜଣ ବିଧାୟକ ଇସ୍ତଫା ପ୍ରଦାନ କରିଥିବା ବେଳେ ଆଜି ଆଉ ଜଣେ ବିଧାୟକ ଇସ୍ତଫା ପ୍ରଦାନ କରିଛନ୍ତି । ଗତକାଲି ଦୁଇ ବିଧାୟକ ଶୁଭେନ୍ଦୁ ଅଧିକାରୀ ଏବଂ ଜିତେନ୍ଦ୍ର ତିୱାରୀ ନିଜର ଇସ୍ତଫା ପ୍ରଦାନ କରିଥିଲେ । ଶୁକ୍ରବାର ସକାଳୁ ବିଧାୟକ ଶିବଭଦ୍ର ଦତ୍ତ ମଧ୍ୟ ନିଜର ଇସ୍ତଫା ପ୍ରଦାନ କରିଛନ୍ତି । ଅମିତ ଶାହାଙ୍କ ଗସ୍ତ ପୂର୍ବରୁ ଏହି ବିଧାୟକ ମାନେ ଇସ୍ତଫା ପ୍ରଦାନ କରିଥିବାରୁ ସମସ୍ତେ ବିଜେପିରେ ଯୋଗ ଦେଇ ପାରନ୍ତି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ 2021 ମସିହାରେ ହେବାକୁ ରହିଛି । ଏହି ସମୟରେ ଜଣକ ପରେ ଜଣେ ବିଧାୟକଙ୍କ ଇସ୍ତଫା ଦିଦିଙ୍କ ଚିନ୍ତା ବଢାଇଛି । 2016 ବିଧାନସଭାରେ…

Read More

ପୁରୀ : ଭକ୍ତଙ୍କ ଅପେକ୍ଷା ଶେଷ ହୋଇଛି । ଆସନ୍ତା 23ରୁ ଶ୍ରୀମନ୍ଦିର ଖୋଲିବା ନେଇ ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ତେବେ ପ୍ରଥମ ଦୁଇଦିନ ସେବାୟତ ପରିବାରକୁ ଦର୍ଶନ ଅନୁମତି ରହିଛି । ତା’ପରେ ପୁରୀ ସହରବାସୀଙ୍କୁ ଦର୍ଶନ ସୁବିଧା ମିଳିବ। ସକାଳୁ ସନ୍ଧ୍ୟା ଯାଏ ବିଭିନ୍ନ ଓ୍ବାର୍ଡ ବାସିନ୍ଦାଙ୍କୁ ପର୍ଯ୍ୟାୟକ୍ରମେ ଅନୁମତି ମିଳିବ। ଓ୍ବାର୍ଡଓ୍ବାରୀ ଦର୍ଶନ ପାଇଁ ସମୟ ଆବଣ୍ଟନ କରାଯିବ ବୋଲି ସୂଚନା ରହିଛି ।  ଡିସେମ୍ବର 31 ତାରିଖ ପର୍ଯ୍ୟନ୍ତ ପୁରୀ ବାସୀ ଶ୍ରୀଜୀଉଙ୍କର ଦର୍ଶନ କରିପାରିବେ । ସେହିପରି ଜାନୁଆରୀ ତିନି ତାରିଖରୁ ସମସ୍ତ ଦର୍ଶନାର୍ଥୀଙ୍କୁ ଦର୍ଶନ ସୁବିଧା ମିଳିବ । ଜାନୁଆରୀ 1 ଓ 2 ତାରିଖ ଦର୍ଶନକୁ ବାରଣ କରାଯାଇଛି ।  କୋଭିଡ୍‌ ଗାଇଡଲାଇନ୍‌ରେ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି । ଦର୍ଶନପାଇଁ ଆସୁଥିବା ପୁରୀ ସହରବାସୀ ଭୋଟର ଓ ଆଧାର କାର୍ଡ ଆଣିବାକୁ ବାଧ୍ୟତାମୂଳକ ରଖାଯାଇଛି। ତେବେ ଦର୍ଶନ…

Read More

ଅହମଦାବାଦ: ସାନ ସିନା ଦାନ ତା’ ମହାନ୍‌ କଥାଟିକୁ ପ୍ରମାଣ କରିଛନ୍ତି ଗୁଜୁରାଟର ଅଢେଇ ବର୍ଷର ଶିଶୁ ୟଶ୍‌ ଓଝା । ନିଜ ଜୀବନ ବଦଳରେ 7ଟି ଜୀବନକୁ ବଞ୍ଚାଇଛନ୍ତି ୟଶ୍‌ । ଅଢେଇ ବର୍ଷର ଶିଶୁ ପୁତ୍ର ୟଶ୍‌ ଦ୍ବିତୀୟ ମହଲାର ବାଲ୍‌କୋନୀର ଖସି ପଡିଯାଇଥିଲେ । ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କର ବ୍ରେନ୍‌ ଡେଡ୍‌ ହୋଇଥିଲା ।  ୟଶ୍‌ଙ୍କର ଅଙ୍ଗଦାନ କରିଛନ୍ତି ତାଙ୍କ ବାପ-ମା’ । ୟଶଙ୍କର ହୃତପିଣ୍ଡ, ଲିଭର, ଫୁସଫୁସ୍, କିଡନୀ ଓ ଆଖି ଦାନ କରାଯାଇଛି। ଏହାଫଳରେ ସାତ ଜଣ ଶିଶୁ ନୂଆ ଜୀବନ ପାଇଛନ୍ତି । ସର୍ବକନିଷ୍ଠ ଶିଶୁ ଭାବେ ୟଶ୍‌ ଅଙ୍ଗଦାନ କରିଛି । ୟଶର ହୃତ୍‌ପିଣ୍ଡ ଓ ଫୁସ୍‌ଫୁସ୍ ବିମାନରେ ଚେନ୍ନାଇ ପଠାଯାଇଥିଲା । ଋଷର ଜଣେ ଚାରି ବର୍ଷର ଶିଶୁ ଶରୀରରେ ୟଶ୍‌ର ହୃତ୍‌ପିଣ୍ଡ ପ୍ରତିରୋପଣ କରାଯାଇଥିଲା ।ସେହିପରି  ୟୁକ୍ରେନ୍ର ଜଣେ ଚାରି ବର୍ଷର ଶିଶୁ ଶରୀରରେ ୟଶ୍‌ର…

Read More

ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ  ମଧ୍ୟ ହ୍ରାସ ଦେଖାଦେଇଛି। ରାଜ୍ୟରେ ଆଉ ୪ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା୧୮୨୯ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରେ ଭୁବନେଶ୍ବର, ଜଗତସିଂହପୁର, କେନ୍ଦ୍ରାପଡା ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଭୁବନେଶ୍ବରରୁ 63 ବର୍ଷୀୟ ଆକ୍ରାନ୍ତ ରହିଥିବାବେଳେ ଜଗତସିଂହପୁରରୁ 71 ବର୍ଷୀୟ ପୁରୁଷ, କେନ୍ଦ୍ରାପଡାରୁ 61 ବର୍ଷୀୟ ପୁରୁଷ ଓ ପୁରୀରୁ 60 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୩୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୨୦୮ ଜଣ ଚିହ୍ନଟ ହୋଇଥିବାବେଳେ ୧୫୦ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୫ହଜାର ୫୦୫କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୨୦ହଜାର ୫୮୪ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩ ହଜାର ୩୯ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୮୨୫ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୭ଟି ଜିଲ୍ଲାରୁ ମୋଟ୍‌ ୩୫୮ ଜଣ ଚିହ୍ନଟ ହୋଇଛନ୍ତି। ଅନୁଗୁଳ ରୁ ସର୍ବାଧିକ ୫୨ ଜଣ ଚିହ୍ନଟ ହୋଇଥିବାବେଳେ…

Read More

ମୁମ୍ବାଇ : ଲୋକପ୍ରିୟ ଗାୟିକା ନେହା କକ୍କରଙ୍କ ଏକ ଫଟୋକୁ ନେଇ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚା ସୃଷ୍ଟି ହେବା ସହିତ ତାଙ୍କ ଫ୍ୟାନ୍ସମାନେ ମଧ୍ୟ ଏହି ଫଟୋକୁ ଦେଖି ଚକିତ ହୋଇଛନ୍ତି । ନେହା-ରୋହନପ୍ରୀତ୍‌ଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋକୁ ଦେଖି ତାଙ୍କ ଫ୍ୟାନ୍ସାନେ ଆଶ୍ଚର୍ଯ୍ୟ ହେବା ସହିତ ନେହା ପ୍ରେଗେନେଣ୍ଟ ହୋଇଥିବା ନେଇ ପ୍ରଶ୍ନ କରିଛନ୍ତି । ଏହି ଫଟାରେ ନେହା ବେବି ବମ୍ପ୍‌ ଦେଖାଇ ପୋଜ୍‌ ଦେଖାଇଛନ୍ତି । ନେହା ସୋସିଆଲ ମିଡିଆରେ ଏହି ଫଟୋକୁ ସେୟାର କରିବା ସହିତ ହ୍ୟାଜ୍‌ଟ୍ୟାଗ୍‌ଖୟାଲ୍‌ରକ୍ଷାକରର ହ୍ୟାଜଟାଗ୍‌ ଦେଇଛନ୍ତି । ଏହି ଫଟୋ ଉପରେ ତାଙ୍କ ସ୍ବାମୀ ତଥା ଗାୟକ ରୋହନପ୍ରୀତ୍‌ କମେଣ୍ଟ କରି ଲେଖିଛନ୍ତି ଯେ,  – ଏବେ ତ ବହୁତ ଧ୍ୟାନ‌ ରଖିବାକୁ ପଡିବ । ତେବେ 45 ଦିନ ପୂର୍ବରୁ ନେହା ରୋହନ୍‌ପ୍ରୀତ୍‌ଙ୍କୁ ବିବାହ କରିଥିବାବେଳେ ନେହା-ରୋହନଙ୍କର ଏହି ଫଟୋକୁ ଦେଖି…

Read More

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଖଙ୍କିରା ଗାଁରେ ଏକ କୂଅରୁ ଶିଶୁ ପୁତ୍ରର ମୃତଦେହ ମିଳିଥିବା ଘଟଣାରେ ଜଣେ ମହିଳା ଗିରଫ ହୋଇଛନ୍ତି। ଉକ୍ତ ମହିଳା ଜଣଙ୍କ ତାଙ୍କ ପଡ଼ୋଶୀ ବୋଲି ଜଣାପଡ଼ିଛି। ହତ୍ୟା ସନ୍ଦେହରେ ପଡ଼ୋଶୀ ଦମ୍ପତି କାଲିଠୁ ଥାନାରେ ଆଟକ ଥିଲେ। ଆଜି ପଡୋଶୀ ମହିଳାଙ୍କୁ ପୁଲିସ ଗିରଫ କରିଛି । ଗିରଫ ମହିଳା ଶିଶୁକୁ ହତ୍ୟା କରିଥିବା ପୁଲିସ ଆଗରେ ମାନିଛନ୍ତି। ପଡୋଶୀ ମହିଳା ଜଣଙ୍କ ଶିଶୁପୁତ୍ରକୁ ଶ୍ବାସରୁଦ୍ଧ କରି କୂଅରେ ଫିଙ୍ଗି ଦେଇଥିବା ସୂଚନା। ପାରିବାରିକ ଶତ୍ରୁତାରୁ ମହିଳା ଏଭଳି କାଣ୍ଡ କରିଥିବା ଜଣାପଡ଼ିଛି ।

Read More

ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । କରୋନା ସଂକ୍ରମଣ ହ୍ରାସ ପାଉଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗିବାର ନାମ ନେଉନାହିଁ । ବିଗତ ୨୪ ଘଣ୍ଟା ମଧ୍ୟରେ ୨୨୮୯୦ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ୩୩୮ ଜଣଙ୍କର ମୃତ୍ୟୁ ଘଟିଛି । ୨୨୮୯୦ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ମୃତ୍ୟୁ ସଂଖ୍ୟା ୯୯ ଲକ୍ଷ ୭୯ ହଜାର ୪୪୭ରେ ପହଞ୍ଚିଛି । ଏହା ସହିତ ୩୩୮ ନୂତନ ମୃତ୍ୟୁକୁ  ମିଶାଇ ଦେଶରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୪ ହଜାର ୭୮୯ରେ ପହଞ୍ଚିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୧ ହଜାର ୦୮୭ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରଛନ୍ତି । ଏହାକୁ ମିଶାଇ ସମୁଦାୟ ଆରୋଗ୍ୟଙ୍କ  ସଂଖ୍ୟା  ୯୫ ଲକ୍ଷ ୨୦ ହଜାର ୮୨୭ରେ ପହଞ୍ଚିଛି ।  ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟାରେ ୮୫୩୫ ହ୍ରାସ…

Read More

କନ୍ଧମାଳ : କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ଗାଡିଆପଡା ଘାଟିରେ ଭାରସାମ୍ୟ ହରାଇ ଓଲଟିଛି ଏକ ଯାତ୍ରୀବାହୀ ବସ୍‌।  ‘ରାଜା’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟି ପଡିବା ଫଳରେ ଏଥିରେ 25 ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ଆହତ ଯାତ୍ରୀଙ୍କୁ ଖଜୁରୀପଡା ଓ ଫୁଲବାଣୀ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଆହତ ଯାତ୍ରୀମାନଙ୍କ ମଧ୍ୟରୁ 6ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଘାଟିର ଶେଷ ମୁଣ୍ଡରେ ଏହି ଘରୋଇ ବସଟି ଓଲଟି ପଡିଥିଲା। ବସଟି ଟିକାବାଲିରୁ ଭୁବନେଶ୍ୱର ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

Read More

ଭୁବନେଶ୍ବର: ଘରେ ସୁଖ ଶାନ୍ତି ଓ ସମୃଦ୍ଧି ରଖିବ ପାଇଁ ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କର ପୂଜା କରାଯାଇଥାଏ। ଲକ୍ଷ୍ମୀଙ୍କର ବିଧିବଦ୍ଧ ଭାବେ ପୂଜା କରିବା ଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇ ଆଶୀର୍ବାଦ ପ୍ରଦାନ କରିଥା’ନ୍ତି। ଏହା ଦ୍ବାରେ ଘରେ ଧନ,ସମ୍ପତ୍ତି ଓ ସୁଖ ସର୍ବଦା ରହିଥାଏ। ତେବେ କେବେ କେବେ ଘରେ ବହୁ ପୂଜା ଅର୍ଚ୍ଚନା କରିବା ପରେ ମଧ୍ୟ ଘରେ ସବୁବେଳେ ଅଭାବ ଅନାଟନ ଲାଗିରହିଥାଏ। ତେବେ ଏହି ସମସ୍ୟାରୁ ମୁକ୍ତି ପାଇଁ ଆପଣ ଶୁକ୍ରବାରଦିନ ବିଶେଷ ପ୍ରକାରର ପୂଜା କରିପାରିବେ। ଯଦି ଆପଣଙ୍କ ପାଖରେ ଟଙ୍କାର ଅଭାବ ପରିଲକ୍ଷିତ ହେଉଛି, ଅଧିକ ଖର୍ଚ୍ଚ ହେଉଛି, ତେବେ ଆପଣ ପୂଜାସ୍ଥଳରେ ମା’ଲକ୍ଷ୍ମୀଙ୍କର ଧନ ବର୍ଷା କରୁଥିବାର ଫଟୋ ଲଗାନ୍ତୁ। ଏହା ପରେ ମାଙ୍କ ସାମ୍ନାରେ ଏକ ଶୁଦ୍ଧ ଘିଅର ଦୀପ ଲଗାଇ ଅତର ଲଗାନ୍ତୁ। ଏହି ଅତରକୁ ସର୍ବଦା ଉପଯୋଗ କରନ୍ତୁ। ଏହାଦ୍ବାରା ଆପଣ ଆର୍ଥିକ ସମସ୍ୟାରୁ…

Read More

ତେଲଙ୍ଗାନା, ଲକଡାଉନ ଥିଲା ବେଳେ ଶିକ୍ଷକ ଅନ ଲାଇନରେ କ୍ଲାସ କରୁଥିଲେ। ହେଲେ ଯେଉଁମାନଙ୍କର ସ୍ମାଟ ଫୋନ ନ ଥିଲା ସେମାନଙ୍କୁ ଏକୁଟିଆ ସ୍କୁଲକୁ ଡାକି କରିଛନ୍ତି ବଳତ୍କାର। ଏପରି ଏକ ଘଟଣା ତେଲଙ୍ଗାନା ପ୍ରାଥମିକ ବିଦ୍ୟାଳୟରେ ଘଟିଛି। ଚାଳିଷ ବର୍ଷିୟ ଜଣେ ଶିକ୍ଷକ ଲକଡାଉନ ସମୟରେ  9 ଜଣ ଛାତ୍ରୀଙ୍କୁ ବଳତ୍କାର କରିଥିବାର ଜଣାପଡିଛି। ମାମଲା ଋଜୁ ହେବା ପରେ ପୋଲିସ ପକ୍ସୋ ଆଇନ ବଳରେ ଶିକ୍ଷକଙ୍କୁ ଗିରଫ କରି ଜେଲ ପଠାଇ ଦେଇଛନ୍ତି। ଘଟଣାରୁ ଜଣାପଡିଛି ଯେ, ଶିକ୍ଷକ ଜଣଙ୍କ ଅନ ଲାଇନରେ କ୍ସାସ କରୁଥିଲେ। ହେଲେ ଯେଉଁମାନଙ୍କର ସ୍ମାର୍ଟଫୋନ ନ ଥିଲା ସେମାନଙ୍କୁ ସ୍କୁଲକୁ ଡାକି କ୍ଲାସ କରୁଥିଲେ। ସାରଙ୍କର ଏପରି ବଦାନ୍ୟତା ନେଇ ସମସ୍ତେ ବାହାଃ ବାହାଃ କରୁଥିଲେ। ହେଲେ ତା ଭିତରେ ଯେ କାମୁକ ଗୁଣ ଲୁଚି ରହିଛି କେହି ଜାଣିପାରିଲେ ନାହିଁ। ତେବେ ଜଣେ ଛାତ୍ରୀ ବଳତ୍କାର ପରେ ଅସୁସ୍ଥ୍ୟ ହୋଇପଡି ହସପିଟାଲରେ…

Read More

ଭୁବନେଶ୍ବର: ହିନ୍ଦୁ ଧର୍ମରେ ସାମୁଦ୍ରିକ ଶାସ୍ତ୍ରର ବିଷେଶ ମହତ୍ବ ରହିଛି। ସାମୁଦ୍ରିକ ଶାସ୍ତ୍ରରେ ମଣିଷ ଶରୀରର କିଛି ଅଙ୍ଗ ଓ ଚିହ୍ନ ଆଧାରରେ ଭବିଷ୍ୟତ ସମ୍ପର୍କରେ ଅନେକ ଜିନିଷ ଜାଣିହୁଏ। ଏହା ଦ୍ବାରା ମଣିଷର ଆର୍ଥିକ ଓ ସାମାଜିକ ସ୍ଥିତର ମଧ୍ୟ ଅନୁମାନ କରାଯାଇପାରିବ। ସାମୁଦ୍ରିକ ଶାସ୍ତ୍ରର ରଚନା ଋଷି ସମୁଦ୍ର କରିଥିଲେ। ତାଙ୍କ ନାମାନୁସାରେ ଏହି ଶାସ୍ତ୍ରର ନାମ ସାମୁଦ୍ରିକ ଶାସ୍ତ୍ର ରଖାଯାଇଛି। ଏହି ଶାସ୍ତ୍ରରେ ଶରୀରର ଅଙ୍ଗରେ ଆକୃତି ତଥା ଅଙ୍ଗରେ ବର୍ଣ୍ଣିତ ଚିହ୍ନ ଦ୍ବାରା ବ୍ୟକ୍ତିର ସ୍ବଭାବ, ବ୍ୟବହାର ଓ ଭବିଷ୍ୟ ସମ୍ପର୍କରେ ସୂଚନା ମିଳିଥାଏ। କୁହାଯାଏ ଶରୀରର ଅଙ୍ଗ ବ୍ୟକ୍ତିର ବ୍ୟକ୍ତିତ୍ବ ସମ୍ପର୍କରେ ସୂଚନା ଦେଇଥାଏ। ସେହିପରି ହାତ ପାପୁଲିରେ ଥିବା ଚିହ୍ନ ତଥା ରେଖା ଦ୍ବାରା ଆର୍ଥିକ ସ୍ଥିତି ସମ୍ପର୍କରେ ମଧ୍ୟ ସୂଚନା ମିଳିଥାଏ। ସମୁଦ୍ର ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତିଙ୍କର ପାପୁଲିର ତ୍ରିଭୁଜ ପରି ଚିହ୍ନ ରହିଛି ତେବେ ସେହି ବ୍ୟକ୍ତି…

Read More

ମେଷ- ଆଜି ଆପଣଙ୍କ ପାଇଁ ଏକ ଖୁସିର ଦିନ ହେବ । ଆପଣ ଦିନକୁ ଭଲ କରିବା ପାଇଁ ସର୍ବୋତ୍ତମ ଚେଷ୍ଟା କରିବେ । ଏଥିରୁ ଆପଣ ଭଲ ଫଳାଫଳ ମଧ୍ୟ ପାଇବେ । ପ୍ରଗତିର ଦ୍ୱାର ଖୋଲିବ । ବ୍ୟବସାୟୀମାନଙ୍କ ପାଇଁ ଦିନଟି ଭଲ ହେବ । ଆର୍ଥିକ ଦୃଷ୍ଟିରୁ ବହୁତ ଲାଭଦାୟକ ହେବ । ଅନ୍ୟମାନଙ୍କ ସହିତ ବିବାଦ କରନ୍ତୁ ନାହିଁ । ଯାତ୍ରା ଭଲ ହେବ । ବିବାହିତ ଜୀବନରେ ସୁସଙ୍ଗତତା ରହିବ । ଆପଣ ପରିବାର ସହିତ ବହୁତ ଖୁସି ହେବ । ବୃଷ- ଆଜି ଆପଣ କାହାର ଆଚରଣ ଦ୍ୱାରା ବିରକ୍ତ ଅନୁଭବ କରିପାରନ୍ତି । ଚାପ ଅଧିକ ହେବ । ଆପଣଙ୍କର କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିପାରେ । ଜରୁରୀ କାର୍ଯ୍ୟ ପାଇଁ ଏକ ଯାତ୍ରାକୁ ଯାଇପାରନ୍ତି । ଅଜ୍ଞାତ ଲୋକଙ୍କ ସହିତ ଆପଣଙ୍କୁ ବହୁତ ସତର୍କ ରହିବାକୁ ପଡିବ । ବିରୋଧୀମାନେ ସକ୍ରିୟ…

Read More

ନୂଆଦିଲ୍ଲୀ, ଆଜି ଆପଣଙ୍କର ଅର୍ଥନୈତିକ ଲାଭ ଅଛି । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଖର୍ଚ୍ଚ ହୋଇପାରେ। କାହାକୁ ଋଣ ଦେବାକୁ ପଡିପାରେ । ବହୁ ପରିଶ୍ରମ ପରେ ମଧ୍ୟ ସଠିକ୍ ଫଳାଫଳ ନ ପାଇ ନିରାଶ ହେବ । ଭ୍ରମଣ କରନ୍ତୁ ନାହିଁ । ଆପଣ ନିଜ ସାଥୀ ସହିତ ଏକ ଆରାମଦାୟକ ମୁହୂର୍ତ୍ତ ବିତାଇବାକୁ ସକ୍ଷମ ହେବେ । ଅପରିଚିତ ବ୍ୟକ୍ତିଙ୍କ ଠାରୁ ସାବଧାନ ରୁହନ୍ତୁ । ଆପଣ ଏକ ଯୁବ ବୃତ୍ତି ପାଇଁ ଏକ ସୁଯୋଗ ପାଇପାରିବେ । ଏହି ଚାରୋଟି ରାଶି ହେଲା ମକର, କୁମ୍ଭ, ମୀନ, ତୂଳା ଆପଣ ବ୍ୟବସାୟ ସହିତ ଜଡିତ କିଛି ଭଲ ଖବର ପାଇବେ । ଛାତ୍ରମାନେ ଭଲ ଦିନ ପାଇବେ । ଆପଣ ପରିବାର ସହାୟତା ପାଇବେ । ଆର୍ଥିକ ପରିସ୍ଥିତି ଭଲ ରହିବ । ପରିବାର ସହିତ ଧାର୍ମିକ ସ୍ଥାନ ପରିଦର୍ଶନ କରିବେ । ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି…

Read More

ନୂଆଦିଲ୍ଲୀ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସମେତ କେନ୍ଦ୍ର ସରକାରଙ୍କ କେନ୍ଦ୍ରୀଭୂତ ରଣନୀତି ଓ ସକ୍ରିୟ ତଥା ଉଚିତ ପଦକ୍ଷେପ ଯୋଗୁ ଭାରତର କରୋନା ଆରୋଗ୍ୟ ହାର ବେଶ ଅଧିକ ରହିବା ସହ ସକ୍ରିୟ ମାମଲା ଦ୍ରୁତ ଗତିରେ ହ୍ରାସ ପାଉଛି ଏବଂ ମୃତ୍ୟୁ ହାର ବି କମୁଛି । କରୋନା ସଂପର୍କରେ ଜାଣନ୍ତୁ ଏହି ୧୨ ଟି ତଥ୍ୟ ୧-ପ୍ରତ୍ୟେକ ଦିନ ନୂଆ ମାମଲା ତୁଳନାରେ ସୁସ୍ଥ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି, ଯାହା କି ଆକ୍ରାନ୍ତଙ୍କ ମଧ୍ୟରେ ଆରୋଗ୍ୟ ହାର ବୃଦ୍ଧିକୁ ସୁନିଶ୍ଚିତ କରିପାରିଛି । ମୋଟ କରୋନା ଆରୋଗ୍ୟ ମାମଲା ପାଖାପାଖି ୯୫ ଲକ୍ଷ (୯୪,୮୯,୭୪୦)ରେ ପହଞ୍ଚିଛି। ଆଜିକା ଦିନରେ ଆରୋଗ୍ୟ ହାର ୯୫.୩୧%କୁ ବୃଦ୍ଧି ପାଇଛି। ଏଥିସହ ଆରୋଗ୍ୟ ମାମଲା ଏବଂ ସକ୍ରିୟ ମାମଲା ମଧ୍ୟରେ ଥିବା ବ୍ୟବଧାନ କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ଏବେ ଏହା ୯୧,୬୭,୩୭୪ ରହିଛି। ୨-ସୁସ୍ଥ ସଂଖ୍ୟା କ୍ରମାଗତ…

Read More

ନୂଆଦିଲ୍ଲୀ, ବଜାରରେ ପିଆଜ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ସର୍ତ୍ତମୂଳକ ଭାବେ ଏହାର ଆମଦାନୀ ମିଆଦ ବୃଦ୍ଧି କରିଛନ୍ତି। ପ୍ଳାଣ୍ଟ କ୍ଵାରେନଟାଇନ ଅର୍ଡର ୨୦୦୩ ଓ ଫିଟୋ ସାନିଟାଇଜ ପ୍ରମାଣପତ୍ର ବଳରେ ଏହି ରପ୍ତାନୀକୁ ୨୦୨୧ ଜାନୁଆରୀ ୩୧ ତାରିଖ ପର‌୍ୟ୍ୟନ୍ତ ବୃଦ୍ଧି କରାଯାଇଛି । ଭାରତୀୟ ବନ୍ଦରଗୁଡିକୁ ବିଶୋଧିତ ନହୋଇ ଆସୁଥିବା ପିଆଜ ଭାରତରେ ପହଞ୍ଚିବା ପରେ ସ୍ଵୀକୃତପ୍ରାପ୍ତ ବିଶୋଧନକାରୀ ସଂସ୍ଥା ଦ୍ଵାରା ଆମଦାନୀକାରୀମାନେ ବିଶୋଧନ କରିବାକୁ ପଡିବ । ବାହାରୁ ଆମଦାନୀ ହୋଇ ଆସୁଥିବା ପିଆଜକୁ ସଙ୍ଗରୋଧ ଅଧିକାରୀମାନେ ଟିକିନିଖି କରି ପରୀକ୍ଷା ନିରୀକ୍ଷା କରିବା ପରେ ଏହା ଜୀବାଣୁ ମୁକ୍ତ ହୋଇଥିଲେ ହିଁ ବଜାରକୁ ଛଡାଯିବ । ଆସିଥିବା ପିଆଜ ପରୀକ୍ଷା କାଳରେ ପଚାସଢା ବାହାରିଲେ ତାହାକୁ ଅଗ୍ରାହ୍ୟ କରି ଫେରାଇ ଦିଆଯିବ । ଯଦି ପିଆଜରେ କୌଣସି ପୋକ ବା ଶଣ୍ଢା ବାହାରିଥାଏ ତାହାକୁ ବିଶୋଧନକାଳରେ ବାଦ…

Read More

ନୂଆଦିଲ୍ଲୀ, ଭାରତର ପ୍ରଧାନମନ୍ତ୍ରୀ ମହାମହିମ ନରେନ୍ଦ୍ର ମୋଦୀ ଏବଂ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଭର୍ଚୁଆଲ ବ୍ୟବସ୍ଥାରେ ୨୦୨୦ ଡିସେମ୍ବର ୧୭ ତାରିଖରେ ଏକ ଶିଖର ସମ୍ମିଳନୀରେ ଭାଗ ନେଇଥିଲେ। ଏହି ଅବସରରେ ଉଭୟ ପକ୍ଷ ଦ୍ୱିପାକ୍ଷିକ ସଂପର୍କର ସମସ୍ତ ଦିଗ ଉପରେ ପୂର୍ଣ୍ଣାଙ୍ଗ ଓ ସବିଶେଷ ଆଲୋଚନା କରିଥିଲେ । ଏହାଛଡା ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ଉଭୟ ପକ୍ଷ ମଧ୍ୟରେ ମତ ବିନିମୟ ହୋଇଥିଲା। ଉଭୟ ପ୍ରଧାନମନ୍ତ୍ରୀ ଦୁଇଦେଶ ମଧ୍ୟରେ ଥିବା ବର୍ତ୍ତମାନର ଦ୍ୱିପାକ୍ଷିକ ସଂପର୍କ ନେଇ ସନ୍ତୋଷ ପ୍ରକାଶ କରିଥିଲେ । ଏହି ସଂପର୍କ ଐତିହାସିକ, ସାଂସ୍କୃତିକ, ଭାଷାଗତ ଏବଂ ଅନ୍ୟାନ୍ୟ ଅଦ୍ୱିତୀୟ ସମାନତା ଉପରେ ଗଢି ଉଠି ଅଂଶୀଦାରୀର ବିଶେଷତ୍ୱ ପାଲଟିଛି । ଭାରତ-ବାଂଲାଦେଶ ମଧ୍ୟରେ ଥିବା ସଂପର୍କ ଭ୍ରାତୃତ୍ୱ ଉପରେ ଗଢି ଉଠି ସାର୍ବଭୌମତ୍ୱ, ସମାନତା, ବିଶ୍ୱାସ, ବୁଝାମଣା ଏବଂ ରଣକୌଶଳାତ୍ମକ କ୍ଷେତ୍ରରେ ପ୍ରତିଫଳିତ ହୋଇଛି ବୋଲି ଉଭୟ ନେତା କହିଛନ୍ତି ।…

Read More