Author: Samikhsya Bureau

ସୀତାରାମ ଅଗ୍ରଓ୍ବାଲ ଟାଙ୍ଗୀ: ହାଇଓ୍ବେରେ ଲୁଟେରା ମାତିଛନ୍ତି। ଟାଙ୍ଗୀ ଏନ୍‌ଏଚ୍‌-୧୬ ରେ ଲୁଟେରା ମାତିଥିବାର ସୂଚନା ମିଳିଛି। ଦୁଇଟି ପଲସର୍‌ ବାଇକରେ ୨ ମୁଖା ପିନ୍ଧା ଲୁଟେରା ଜଣେ ସ୍କୁଟିକୁ ଅଟକାଇ ଲୁଟ୍‌ କରିଛନ୍ତି। ସ୍କୁଟିରେ ସ୍ବାମୀ ସ୍ତ୍ରୀ ଦୁଇଜଣ ଯାଉଥିବାବେଳେ ଚାନ୍ଦପୁର ଥାନା ରୟାଲ୍‌ ଢାବା ନିକଟରେ ଏହି ଲୁଟେରାମାନେ ଲୁଟ୍‌ କରିଛନ୍ତି। ଲୁଟେରାମାନେ ମହିଳାଙ୍କଠାରୁ ସୁନା ଚେନ୍‌ ସହ ୬ ହଜାର ଟଙ୍କା ଲୁଟି ନେଇଛନ୍ତି। ଏହି ଲୁଟ୍‌ ସମୟରେ ମହିଳା ଜଣକ ଆହତ ହୋଇଛନ୍ତି। ମହିଳାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି।

Read More

ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ  ମଧ୍ୟ ହ୍ରାସ ଦେଖାଦେଇଛି। ରାଜ୍ୟରେ ଆଉ ୩ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା୧୮୩୨ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରେ ଜଗତସିଂପୁର, ପୁରୀ, ନୂଆପଦରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଜଗତସିଂପୁରରୁ ୮୨ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବା ବେଳେ ପୁରୀ ରୁ ୭୮ ବର୍ଷୀୟ ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବା ବେଳେ ନୂଆପଡା ରୁ ୭୫ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।

Read More

ଆଡିଲେଡ୍: ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟର ଦ୍ଵିତୀୟ ପାଳିରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ହୋଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ପ୍ରଥମ ପାଳିରେ ୨୪୪ ରନ କରି ସମସ୍ତ ୱିକେଟ ହରାଇଥିଲା। କିନ୍ତୁ ଅଷ୍ଟ୍ରେଲିଆ ଦଳ ପ୍ରଥମ ପାଳିରେ ମାତ୍ର ୧୯୧ ରନ କରିବାରେ ସକ୍ଷମ ହୋଇପାରିଥିଲା। ଏହାସହିତ ପ୍ରଥମ ପାଳିରେ ଭାରତୀୟ ଦଳ ୫୩ ରନରେ ଅଷ୍ଟ୍ରେଲିଆ ଠାରୁ ଆଗୁଆ ରହିଥିଲା। ଏହାକୁ ନେଇ ଭାରତୀୟ ଦଳ ଉତ୍ସାହିତ ଥିବା ବେଳେ ଦ୍ଵିତୀୟ ପାଳି ଆରମ୍ଭ କରିଥିଲା। ହେଲେ ପ୍ରଥମରୁ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଜାରି ରହି ୩୬ ରନରେ ୯ଟି  ୱିକେଟ ହରାଇବା ସହ ଅନ୍ତିମ ୱିକେଟ ଭାବେ ମହମ୍ମଦ ଶାମି ରିଟାୟର୍ଡ ହର୍ଟ ହୋଇଥିଲେ। ତେବେ ଅଷ୍ଟ୍ରେଲିଆ ଦଳକୁ ଜିତିବା ପାଇଁ ମାତ୍ର ୯୦ ରନର ଆବଶ୍ୟକ। ଯାହା କୌଣସି ବଡ ଟାର୍ଗେଟ ନୁହେଁ। ଦ୍ଵିତୀୟ ପାଳିରେ ଭାରତର କୌଣସି ଖେଳାଳି ଦୁଇ ଅଙ୍କରେ…

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୩୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୯୯ ଜଣ ଚିହ୍ନଟ ହୋଇଥିବାବେଳେ ୧୫୭ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୫ହଜାର ୮୬୧କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୨୦ହଜାର ୯୪୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩ ହଜାର ୨୯ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୮୨୯ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୬ଟି ଜିଲ୍ଲାରୁ ମୋଟ୍‌ ୩୫୬ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୪୧ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳ ଜିଲ୍ଲାରୁ ୨୯…

Read More

ଭୁବନେଶ୍ବର : ରାଜ୍ୟରେ ପାରଦ ଖସୁଛି । 13 ଡିଗ୍ରୀ ତଳେ ରାଜ୍ୟର 10ଟି ସହର । ଝାରସୁଗୁଡା ରାଜ୍ୟର ସବୁଠୁ ଥଣ୍ଡା ସହର ହୋଇଥିବବେଳ ସେଠାରେ ସର୍ବନିମ୍ନ ତାପମାତ୍ରା 8.2 ଡିଗ୍ରୀ ରହିଛି । ସେହିପରି ଫୁଲବାଣୀରେ 9.5 ଡିଗ୍ରୀ ତାପମାତ୍ରା ରହିଥିବାବେଳେ ଦାରିଙ୍ଗିବାଡିରେ 10 ଡିଗ୍ରୀ, ବାରିପଦା 10.5 ଡିଗ୍ରୀ, କୋରାପୁଟରେ 11 ଡିଗ୍ରୀ, କେନ୍ଦୁଝରରେ 11.7 ଡିଗ୍ରୀ, ସୁନ୍ଦରଗଡରେ 12 ଡିଗ୍ରୀ, ବଲାଙ୍ଗିରରେ 12.4 ଡିଗ୍ରୀ ଓ ବୌଦ୍ଧରେ 12. 5 ଡିଗ୍ରୀ ସେଲିସିୟସ୍‌ ତାପମାତ୍ରା ରେକର୍ଡ ହୋଇଛି । ସେହିପରି କଟକ ରେ 13.8 ଡିଗ୍ରୀ ଏବଂ ଭୁବନେଶ୍ବରରେ 16.5 ଡିଗ୍ରୀ ତାପାମାତ୍ରା ରହିଥିବାର ସୂଚନା ରହିଛି ।

Read More

ମହାରାଷ୍ଟ୍ର : ବିବାହରେ ନିମନ୍ତ୍ରଣ କାର୍ଡ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ବାହାଘରକୁ ଆମନ୍ତ୍ରଣ ଜଣାଇବା ପାଇଁ ପତ୍ର ଦ୍ବାରା ନିମନ୍ତ୍ରଣ ଜଣାଯାଇଥାଏ । ଆଜିକାଲି ବିବାହ କାର୍ଡ ମଧ୍ୟ ଏକ ଫେସନ୍‌ ଭାବରେ ଚାଲିଲାଣି । ବିବାହ କାର୍ଡରେ ବହୁ ପ୍ରକାରର ପରୀକ୍ଷାନିରୀକ୍ଷା କରାଯାଉଛି । କିଏ କିଏ କାର୍ଡ ସହିତ ଗୁଆ, ଡ୍ରାଇଫୁଟ୍‌ସ୍‌, ସିନ୍ଦୂର, ଚାଉଳ ଆଦି ଦେଉଥିବାବେଳେ କିଏ ବିବାହ କାର୍ଡ ସହିତ ଗିପ୍ଟ ମଧ୍ୟ ପଠାଉଛନ୍ତି । ତେବେ ମହାରାଷ୍ଟ୍ରରେ ଏବେ ଏକ ବିବାହ କାର୍ଡକୁ ନେଇ ଚର୍ଚ୍ଚା ଚାଲିଛି । ଏହି କାର୍ଡସହ ମଦ, ମିନେରାଲ୍‌ ଓ୍ବାଟର ଓ ଚାଖଣା ପଠାଯାଇଛି । ମହାରାଷ୍ଟ୍ରର ଚନ୍ଦ୍ରପୁର ଅଞ୍ଚଳରେ ଏହି କାର୍ଡଟିକୁ ସୁନ୍ଦର ବାକ୍ସରେ ଗିପ୍ଟ ପରି ପ୍ୟାକ୍‌ କରାଯାଇଛି । କାର୍ଡର ଉପରେ ଗଣେଶଜୀଙ୍କ ଫଟୋ ରହିଥିବାବେଳେ ଏହାର ପୃଷ୍ଠା ଖୋଲିଲେ ବିବାହ ତାରିଖ ଓ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ରହିଛି ।…

Read More

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଥିବା ବେଳେ ଏହା ମଧ୍ୟରେ ୧ କୋଟି ଅତିକ୍ରମ କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବିଗତ ୨୪ ଘଣ୍ଟା ମଧ୍ୟରେ ୨୫ ହଜାର ୧୫୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୪୭ ଜଣଙ୍କର ମୃତ୍ୟୁ ଘଟିଛି । ୨୫୧୫୨ନୂତନ ଆକ୍ରାନ୍ତଙ୍କୁ ମିଶାଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୪ ହଜାର ୫୯୯ରେ ପହଞ୍ଚିଛି । ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୫ ହଜାର ୧୩୬ରେ ପହଞ୍ଚିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ୨୯ ହଜାର ୮୮୫ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଥିବା ବେଳେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୯୫ ଲକ୍ଷ ୫୦ ହଜାର ୭୧୨ରେ ପହଞ୍ଚିଛି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟାରେ ୫୦୮୦ ହ୍ରାସ ଘଟି ୩ ଲକ୍ଷ ୮ ହଜାର ୭୫୧ରେ ପହଞ୍ଚିଛି । କେରଳରେ ବିଗତ ୨୪ ଘଣ୍ଟା…

Read More

ନୂଆଦିଲ୍ଲୀ,  ଜୀବନରେ କିପରି ମଣିଷ ସଫଳତା ହାସଲ କରିପାରିବ ତାହାର ସୁତ୍ର ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ଉଲ୍ଲେଖ କରିଛନ୍ତି। ଚାଣକ୍ୟଙ୍କ ହିସାବରେ ଆପଣ ପ୍ରତିଦିନ ଶାସ୍ତ୍ରର ଗୋଟିଏ ଶ୍ଲୋକ ପାଠ କରନ୍ତୁ। ନ ପଢିପାରିଲେ ଅର୍ଦ୍ଧ ଶ୍ଲୋକ କିମ୍ବା ଅନ୍ତତଃ ପକ୍ଷେ ଗୋଟିଏ ପଦ ପଢନ୍ତୁ। ଯେଉଁମାନେ ଆଦୌ ଶାସ୍ତ୍ର ପାଠ କରୁ ନ ଥିବେ ସେମାନଙ୍କୁ ହୁଏତ ଅଡୁଆ ହୋଇପାରେ। ହେଲେ ପ୍ରତିଦିନ ପଢିବାର ଅଭ୍ୟାସ ଜାରୀ ରଖନ୍ତୁ। ଏହା ଦ୍ବାରା ଆପଣଙ୍କର ଅଗୋଚରରେ ଜୀବନରେ ନିଶ୍ଚିତ ସଫଳତା ମିଳିବ। ସମସ୍ତେ ଭାବନ୍ତି ଗୀତା ପାଠ କରିବା ଦ୍ବାରା ଧର୍ମ ଅର୍ଜ୍ଜନ ହୁଏ। ହେଲେ ଜାଣି ରଖିବା ଉଚିତ ଯେ, କେବଳ ଗୀତାରୁ ଧର୍ମ ନୁହେଁ ଜୀବନର କର୍ମ ମଧ୍ୟ ସେଥିରୁ ମିଳିଥାଏ। ଧର୍ମ ଶାସ୍ତ୍ର କେବଳ ଧର୍ମ ଅର୍ଜନ ପାଇଁ ବୋଲି ଭାବିବା ଉଚିତ ନୁହେଁ। ଅଳସୁଆ କିମ୍ବା ମଉଜ କରି ସମୟ କାଟିବା ଅପେକ୍ଷା…

Read More

ଭୁବନେଶ୍ବର: ସୂର୍ଯ୍ୟଦେବ ଅଗ୍ନି ଦେବଙ୍କ ସ୍ବରୂପ ଏବଂ ପ୍ରତ୍ୟକ୍ଷ ଦେବତା ରୂପେ ମନାଯାଇଥାଏ। ବାସ୍ତୁ ଶାସ୍ତ୍ରରେ ସୂର୍ଯ୍ୟଙ୍କର ବିଶେଷ ମହତ୍ତବ ରହିଛି। ଶକ୍ତିର ଅସୀମ ଭଣ୍ଡାର ସୂର୍ଯ୍ୟଦେବଙ୍କୁ ନେଇ ବାସ୍ତୁ ଶାସ୍ତ୍ରରେ ବହୁ ରୋଚକ ଉପାୟ ରହିଛି, ଯାହାର ଉପଯୋଗରେ ଆମ ଜୀବନରେ ବେଶ୍‌ ଉନ୍ନତି ହୋଇଥାଏ। ସୂର୍ଯ୍ୟୋଦୟର ପୂର୍ବରୁ ବ୍ରହ୍ମମୁହୂର୍ତ୍ତ ସମୟଟି ଅଧ୍ୟୟନ ପାଇଁ ସର୍ବଶ୍ରେଷ୍ଠ। ବିଦ୍ୟାର୍ଥୀମାନେ ଏହି ସମୟକୁ ସଦୁପଯୋଗ କରିବା ଉଚିତ୍‌। ସୂର୍ଯ୍ୟୋଦୟ ସମୟରେ ଘରର ସମସ୍ତ ଝରକା କବାଟ ଖୋଲିବା ଉଚିତ୍‌। ଯଦି କୌଣସି ଘରେ ସୂର୍ଯ୍ୟ କିରଣ ଠିକ୍‌ ଭାବରେ ପଡିପାରୁନାହିଁ, ତେବେ ସେହି ଘରେ ସୂର୍ଯ୍ୟ ଦେବଙ୍କ ତମ୍ବାର ପ୍ରତିମା ଲଗାଇବା ଉଚିତ୍‌। ସେହିପରି ରୋଷେଇ ଘର ଓ ସ୍ନାନ ଘରେ ସୂର୍ଯ୍ୟର ପ୍ରକାଶ ପହଞ୍ଚିବା ଅତ୍ୟନ୍ତ ଆବଶ୍ୟକ।  ସେହିପରି ଯେଉଁ ଘରେ ଧନ ସମ୍ପତ୍ତି ରଖୁଛନ୍ତି ,ସେହି ଘରେ ସୂର୍ଯ୍ୟଦେବଙ୍କ ପ୍ରତିମା ଲଗାଇଲେ ଘରେ କେବେ ଆର୍ଥିକ ସମସ୍ୟା ଉପୁଜିବ ନାହିଁ।…

Read More

ମେଷ- ବ୍ୟବସାୟ ଆଶା କରାଯାଉଥିବା ସଫଳତା ହାସଲ କରିବାର ସମ୍ଭାବନା ଅଧିକ। ଆୟ ବୃଦ୍ଧି ପାଇବ। ମଜା ଏବଂ ମଜାଦାର ଧାରା ଦିନସାରା ଜାରି ରହିବ। ଆଜି ଆପଣ ଘର ସାଜସଜ୍ଜାରେ ନୂତନତା ଆଣିବେ । ଆଜି ଘର ସଜାଇବା ପାଇଁ ବ୍ୟବସ୍ଥା ମଧ୍ୟ ପରିବର୍ତ୍ତନ ହେବ। ଯାନବାହାନର ଆନନ୍ଦ ମଧ୍ୟ ମିଳିବ। ସାମାଜିକ ପ୍ରସଙ୍ଗରେ ବାହାରକୁ ଯିବାର ସମ୍ଭାବନା ରହିବ। ଏକ ମନୋରମ ସ୍ଥାନରେ ରହିବାକୁ ଉପଭୋଗ କରନ୍ତୁ । ବୃଷ- ଆଜି ଆପଣ ବ୍ୟବସାୟର ବିକାଶ ପାଇଁ ଅଧିକ ଧ୍ୟାନ ଦେବେ। ନୂତନ ଯୋଜନା ଏବଂ ଚିନ୍ତାଧାରାର ନୂତନତ୍ୱ ସହିତ ବ୍ୟବସାୟ ପ୍ରଗତି ଆଡକୁ ଗତି କରିବ। ତଥାପି, ସଫଳତା ବିଳମ୍ବ ହୋଇପାରେ । ମଧ୍ୟାହ୍ନ ଭୋଜନ ପରେ ଏକ ବ୍ୟବସାୟ ଅନୁକୂଳ ପରିବେଶ ସୃଷ୍ଟି ହେବ। ସମାନ କାମ ପାଇଁ ବାହାରକୁ ଯିବାର ସମ୍ଭାବନା ମଧ୍ୟ ଥାଇପାରେ । ପଦୋନ୍ନତି ହୋଇପାରେ । ଆପଣଙ୍କ କାର୍ଯ୍ୟରେ ଉଚ୍ଚ…

Read More

ଭୁବନେଶ୍ବର: ବଗିଚା କାହାକୁ ବା ଭଲ ନ ଲାଗେ। ଯଦିଓ ଆମ ସହରୀ ଜୀବନରେ ଜାଗାର ଅଭାବ ହେତୁ ଆମେ ବଗିଚା କରିପାରୁନାହିଁ, କିନ୍ତୁ କିଚେନ୍‌ ଗାର୍ଡେନ୍‌ କରୁଛୁ। ବାଲ୍‌କୋନୀ ହେଉ ଅଥବା ଟେରେସ୍‌ ସବୁଠି କୁଣ୍ଡ କିମ୍ବା ଅନ୍ୟ ଉପାୟରେ ଗଛ ଲଗାଉଛୁ। ଆଜିକାଲି ଘର ଭିତରେ ଗଛ ଲଗାଇ ତାକୁ ଏକ ସୁନ୍ଦର ସାଜସଜ୍ଜା ଦିଆଯାଇପାରୁଛି। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଗଛ ଲଗାଇବା ଦ୍ବାରା ଘରେ ସୁଖ ସମୃଦ୍ଧି ରହିଥାଏ। ମାତାଲକ୍ଷ୍ମୀଙ୍କର ଆଶୀର୍ବାଦ ରହିଥାଏ। ଯଦି ଆପଣ ଘରେ ବଗିଚା ପାଇଁ ପ୍ରସ୍ତୁତ କରୁଛନ୍ତି ତେବେ ଆପଣ ପ୍ରଥମେ କଦଳୀଗଛ ହିଁ ଲଗାନ୍ତୁ। କଦଳୀ ଗଛ ବହୁତ ଉପକାରୀ। ଏହାର  ଯେତିକି ଉପକାରୀ ଏହି ଗଛ ଲଗାଇବା ଦ୍ବାରା ଘରେ ସୁଖ ଶାନ୍ତି ରହିଥାଏ। ତୁଳସୀ ଗଛ ପବିତ୍ର ଓ ପୂଜନୀୟ। ସମସ୍ତେ ଘରେ ଘରେ ତୁଳସୀ ଗଛ ଲଗାଇଥାନ୍ତି। ତୁଳସୀ ପୂଜନ ତ ସମେସ୍ତ…

Read More

ଭୁବନେଶ୍ବର, ଲୋକମାନେ ଘରର ସୌନ୍ଦର୍ଯ୍ୟ ବଢାଇବା ପାଇଁ ଅନେକ ସମୟରେ ଗଛ ଲଗାନ୍ତି। କିନ୍ତୁ ବାସ୍ତୁ ବିଜ୍ଞାନ ଅନୁଯାୟୀ, ଏପରି କିଛି ଉଦ୍ଭିଦ ଅଛି, ଯାହା ଘରେ ଲଗାଇଲେ ଜୀବନରେ ସୁଖ ଏବଂ ସମୃଦ୍ଧି ଆଣିଥାଏ। ଏହାର ସକରାତ୍ମକ ପ୍ରଭାବ ଘରେ ପଡିଥାଏ। କିନ୍ତୁ ଏପରି ଅନେକ ଗଛ ଅଛି ଯାହା ଘରେ ଲଗାଇବା ଦ୍ୱାରା ଲାଭ ହୁଏ ନାହିଁ କିନ୍ତୁ ବହୁ କ୍ଷତି ଘଟିଥାଏ। ଆସନ୍ତୁ ଆପଣଙ୍କୁ ସେହି ଉଦ୍ଭିଦଗୁଡ଼ିକ ବିଷୟରେ କହିବୁ ଯାହା ଘରେ ଲଗାଯିବା ଉଚିତ୍ ନୁହେଁ। କୋଳି ଗଛ ଘରେ କୌଣସି କୋଳି ଗଛ ଲଗାଇବା ଉଚିତ୍ ନୁହେଁ। ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଏହି ଗଛ ଲଗାଇବା ଠିକ୍ ବିବେଚନା କରାଯାଏ ନାହିଁ। ଘରେ ଏହି ଗଛ ଲଗାଇବା ଦ୍ୱାରା ନକାରାତ୍ମକତା ବଢିଥାଏ, ଏହା ସହିତ ଏହା ସମସ୍ତ ପ୍ରକାରର ସମସ୍ୟା ବା କଳି ସୃଷ୍ଟି କରିଥାଏ । ଏହା ମଧ୍ୟ କୁହାଯାଏ ଯେ…

Read More

ନୂଆଦିଲ୍ଲୀ, ଆଜି ତିନୋଟି ରାଶିର ବ୍ୟକ୍ତିମାନଙ୍କର ବ୍ୟବସାୟ ଆଶାତିତ ସଫଳତା ହାସଲ କରିବାର ସମ୍ଭାବନା ଅଧିକ। ଆୟ ବୃଦ୍ଧି ପାଇବ । ମଜା ଏବଂ ମଜାଦାର ଧାରା ଦିନସାରା ଜାରି ରହିବ । ଆଜି ଆପଣ ଘର ସାଜସଜ୍ଜାରେ ନୂତନତା ଆଣିବେ । ଆଜି ଘର ସଜାଇବା ପାଇଁ ବ୍ୟବସ୍ଥା ମଧ୍ୟ ପରିବର୍ତ୍ତନ ହେବ। ଯାନବାହାନର ଆନନ୍ଦ ମଧ୍ୟ ମିଳିବ । ସାମାଜିକ ପ୍ରସଙ୍ଗରେ ବାହାରକୁ ଯିବାର ସମ୍ଭାବନା ରହିବ । ଏକ ମନୋରମ ସ୍ଥାନରେ ରହିବାକୁ ଉପଭୋଗ କରନ୍ତୁ । ସେହି ତିନୋଟି ରାଶି ହେଉଛି ମେଷ, ବୃଷ, ମୀନ।  ନୂତନ ଯୋଜନା ଏବଂ ଚିନ୍ତାଧାରାର ନୂତନତ୍ୱ ସହିତ ବ୍ୟବସାୟ ପ୍ରଗତି ଆଡକୁ ଗତି କରିବ । ମଧ୍ୟାହ୍ନ ଭୋଜନ ପରେ ଏକ ବ୍ୟବସାୟ ଅନୁକୂଳ ପରିବେଶ ସୃଷ୍ଟି ହେବ । ସମାନ କାମ ପାଇଁ ବାହାରକୁ ଯିବାର ସମ୍ଭାବନା ମଧ୍ୟ ଥାଇପାରେ । ପଦୋନ୍ନତି ହୋଇପାରେ । ଆପଣଙ୍କ…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଆଜି ଭାରତୀୟ ଜନତା ପାର୍ଟି ଓଡିଶା ପ୍ରଦେଶ ପ୍ରଶିକ୍ଷଣ ବିଭାଗ ତରଫରୁ ଚିଲିକା ବିଧାନସଭା ନିର୍ବାଚନ ମଣ୍ଡଳୀରେ ପୃଥକ ପୃଥକ ଭାବେ ଦୁଇ ଗୋଟି ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଡ଼. ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ବାଣପୁର ଏନ.ଏ.ସି ଏବଂ ଚିଲିକା ବ୍ଲକ ନିମାଇଁମଲ୍ଲ ଗାଁରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପ୍ରଶିକ୍ଷଣ ଶିବିରରେ ଡ଼. ପାତ୍ର ସମସ୍ତ କର୍ମୀଙ୍କୁ ଏକତା, ଏକାଗ୍ରତା ଓ ଏକାତ୍ମ ଭାବ ସହକାରେ କିପରି ଦଳକୁ ସୁଦୃଢ଼ କରାଯାଇପାରିବ ଓ ସମସ୍ତେ କିପରି ନିଜର ଦକ୍ଷତା ପ୍ରତିପାଦନ କରିପାରିବେ ତାହା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକାଭିମୁଖୀ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଇବା ସହ ସେଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଇବା ମୂଳଲକ୍ଷ୍ୟ ବୋଲି ସମସ୍ତଙ୍କୁ ସୂଚିତ କରାଇଥିଲେ। ଏହି ଶିବିରରେ ରାଜ୍ୟ ବିଜେପି ସାଧରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ…

Read More

କନ୍ଦର୍ପ ବେହେରା ରେଢାଖୋଲ: ଅତୀତରେ ପ୍ରଶାସନ, ପୁଲିସ୍ ଓ ଅବକାରୀ ବିଭାଗ ବାରମ୍ବାର ଗଞ୍ଜେଇ ଗଛ ନଷ୍ଟ କରୁଥିବା ବେଳେ ପୁଣି ଦୀର୍ଘ ବର୍ଷର ବ୍ୟବଧାନ ପରେ ନାକଟିଦେଉଳ ବ୍ଲକ୍ ଅଂଚଳରୁ ଲକ୍ଷାଧିକ ମୂଲ୍ୟର ଗଞ୍ଜେଇ ଗଛ ଅବକାରୀ ବିଭାଗ ନଷ୍ଟ କରିବା ଘଟଣା ଲୋକଲୋଚନକୁ ଆସିଛି। ଗଞ୍ଜେଇ ଚାଷୀ ଓ ଚୋରା ବେପାରୀ ମାନଙ୍କ ମଧ୍ୟରେ କୋକୁଆଭୟ ଦେଖାଦେଇଛି। ସୂଚନା ଯୋଗ୍ୟ ଯେ, ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ର ଜାମୁଜୋରି ପଂଚାୟତ ରାଇଲ ଜଙ୍ଗଲର କୁଡାନାଳି ଗ୍ରାମରେ ଅବକାରୀ, ପୋଲିସ୍ ଓ ଫରେଷ୍ଟ ବିଭାଗର ମିଳିତ ଚଢଉ କରି ଲକ୍ଷାଧିକ ମୂଲ୍ୟର ଗଞ୍ଜେଇ ଗଛ ନଷ୍ଟ କରିବାରେ ସଫଳ ହୋଇଛନ୍ତି। ପୋଲିସ୍ ଓ ଅବକାରୀ ବିଭାଗ ପ୍ରତି ବ୍ଲକ୍‌ର ପଂଚାୟତ ଓ ବ୍ଲକ୍ ପରିସରରେ ଗଞ୍ଜେଇ ଚାଷ ନ କରିବା ପାଇଁ ବାରମ୍ବାର ଜନ ସଚେତନତା ସୃଷ୍ଟି କରୁଥିବା ବେଳେ ପୁଣି ଗଞ୍ଜେଇ ବେପାରୀମାନେ ଚାଷ କରିବାରେ ସଫଳ…

Read More

ରମେଶ ମହାନ୍ତି ଜଗତସିଂହପୁର: ମୋବାଇଲ ଫୋନ୍ ମରାମତି ପାଇଁ ବାପାଙ୍କୁ ଟଙ୍କା ମାଗି ନ ପାଇବାରୁ ମହାନଦୀକୁ ଡେଁଇ ଯୁବକ ଆତ୍ମହତ୍ୟା ଉଦ୍ୟମ କରି ନିଖୋଜ ଥିବା କୁହାଯାଉଛି। ଏମିତି ଏକ ଅଭାବନୀୟ ଘଟଣା ଘଟିଛି କୁଜଙ୍ଗ ବ୍ଲକ ଅନ୍ତର୍ଗତ ପାଟପୁର ପଞ୍ଚାୟତର କରତୁଠା ଗ୍ରାମରେ। ସୂଚନାନୁଯାୟୀ ଉକ୍ତ ଗ୍ରାମର ଉମେଶ ଚନ୍ଦ୍ର ନାୟକଙ୍କ ଏକମାତ୍ର ୨୧ ବର୍ଷୀୟ ପୁଅ ଲକ୍ଷ୍ମୀକାନ୍ତ ନାୟକ ନିଜ ମୋବାଇଲ ଫୋନରେ ଡିସପ୍ଲେ ପକାଇବାକୁ ବାପାଙ୍କୁ ୫ ହଜାର ଟଙ୍କା ମାଗିଥିଲେ। ବାପା ଉମେଶ ଟଙ୍କା ଦେବାକୁ କହି ପରେ ନଦେବାରୁ ପୁଅ ଲକ୍ଷ୍ମୀକାନ୍ତ ଭଉଣୀ ସହ ଝଗଡ଼ା କରି ନିଜ ବାଇକରେ କୁଜଙ୍ଗ କୃଷି ଫାର୍ମକୁ ଯାଇ ପଥର ବନ୍ଧ ନିକଟରେ ଗାଡି ଓ ମୋବାଇଲକୁ ରଖି ଦେଇ ମହାନଦୀକୁ ଡେଁଇ ପଡିଥିଲା ବୋଲି ଶୁଣିବାକୁ ମିଳୁଛି। ନଦୀରେ ମାଛ ଧରୁଥିବା କେତେକ ମତ୍ସ୍ୟଜୀବୀ ଏପରି ଅଭାବନୀୟ ଘଟଣା ଦେଖି କୁଜଙ୍ଗ ଥାନାକୁ ଜଣାଇଥିଲେ।…

Read More

ଭୁବନେଶ୍ଵର: ଆଜି ରାଜ୍ୟରୁ ୩୬୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସୁନ୍ଦରଗଡରୁ ୬୬, ଖୋର୍ଦ୍ଧାରୁ ୪୬, ମୟୂରଭଞ୍ଜରୁ ୨୮, ଅନୁଗୁଳରୁ ୨୧, ବରଗଡରୁ ୨୧, ବାଲେଶ୍ବରରୁ ୨୦, କଟକରୁ ୨୦, ପୁରୀରୁ ୨୦, ସମ୍ବଲପୁରରୁ ୧୭, ବଲାଙ୍ଗିରିରୁ ୧୪,  କଳାହାଣ୍ଡିରୁ ୧୩, କେନ୍ଦ୍ରାପଡାରୁ ୧୧, ଜଗତସିଂହପୁରରୁ ୯, ଗଞ୍ଜାମରୁ ୭,  ନୂଆପଡାରୁ ୭, ଝାରସୁଗୁଡାରୁ ୬, କେନ୍ଦୁଝରରୁ ୬, ଢେଙ୍କାନାଳରୁ ୫, କୋରାପୁଟରୁ ୪, ଭଦ୍ରକରୁ ୩, ମାଲକାନଗିରିରୁ ୩, ରାୟଗଡାରୁ ୨, ଯାଜପୁରରୁ ୧, ନବରଙ୍ଗପୁରରୁ ୧, ନୟାଗଡରୁ ୧ ଓ ଷ୍ଟେଟପୁଲରୁ ୧୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୦ ହଜାର ୯୪୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ…

Read More

ମେକ୍ସିେକା : ଆଜିକାଲି ନିଜର ସୌନ୍ଦର୍ଯ୍ୟକୁ ଆହୁରି ଆକର୍ଷିତ କରିବାପାଇଁ ପ୍ଲାଷ୍ଟିକ୍‌ ସର୍ଜରୀ କରୁଛନ୍ତି । ଏହି ପ୍ଲାଷ୍ଟିକ୍‌ ସର୍ଜରୀ କେବେ କେବେ  ଓଲଟା ଫଳ ଦେଉଛି । ପୂର୍ବ ଚେହେରାକୁ ବିକଟ କରିଦେଉଥିବାବେଳେ କେବେ କେବେ ଏହା ଅଧିକ ଘାତକ ହୋଇ ପ୍ରାଣ ମଧ୍ୟ ନେଉଛି । ଏହିପରି ଏକ ଘଟଣା ମେକ୍ସିକୋରୁ ଆସିଛି । ମେକ୍ସିକୋର ଜଣେ ମଡେଲ୍‌ ପ୍ଲାଷ୍ଟିକ୍‌ ସର୍ଜରୀ କରି ମୃତ୍ୟୁବରଣ କରିଥିବାର ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ 30 ବର୍ଷୀୟା ଜସଲିନ୍‌ କୈନୋଙ୍କୁ ମେକ୍ସିକୋର କିମ୍‌ କାର୍ଦରିସିଆନ୍‌ କୁହାଯାଏ । କୈନୋ ମଡେଲ ହେବା ସହିତ ଜଣେ ସ୍ବିମ୍‌ସୁଟ୍‌ ଡିଜାଇନର ମଧ୍ୟ ଥିଲେ । କୈନୋଙ୍କ ଇନ୍‌ଷ୍ଟାଗ୍ରାମରେ ପ୍ରାୟ 13 ମିଲିଅନ୍‌ ଫୋଲର୍ସ ରହିଛନ୍ତି । ତାଙ୍କ ଆକର୍ଷଣୀୟ ଫିଗର୍‌ ପାଇଁ ପ୍ରାୟ ଦିଓ୍ବାନା ହୋଇଥାନ୍ତି । ଚଳିତ ମାସ ପ୍ରାରମ୍ଭରେ କୈନୋ କାର୍ଲିଫର୍ଣ୍ଣିଆଠାରେ ପ୍ଲାଷ୍ଟିକ୍‌ ସର୍ଜରୀ କରିଥିଲେ । କୈନୋ…

Read More

ଭୁବନେଶ୍ବର: ଆଜି ଭୁବନେଶ୍ବରରୁ ୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୯ ଆକ୍ରାନ୍ତଙ୍କ ମଧ୍ୟରୁ କ୍ଵାରେଣ୍ଟିନରୁ ୧୪ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ମାମଲା ୧୫ ରହିଛି। ଆଜିର ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୩୦୨ କୁ ବୃଦ୍ଧି ହୋଇଛି। ତେବେ ଆଜି ଭୁବନେଶ୍ବରରୁ ୨୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜିର ସୁସ୍ଥ ଆକ୍ରାନ୍ତ ସଂଖ୍ୟାକୁ ମିଶାଇ ଭୁବନେଶ୍ବରରୁ ମୋଟ ୩୦ ହଜାର ୬୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ଭୁବନେଶ୍ବରରୁ ୩୬୦ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ବେଳ୧ ୨୩୦ ଜଣ କୋରୋନା ଯୁଦ୍ଧରେ ମୃତ୍ୟୁବରଣ କରିଛନ୍ତି। ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି।

Read More

ନୂଆଦିଲ୍ଲୀ : ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ୍ଚ (ଆଇସିଏମ୍ଆର)ର ଡାଇରେକ୍ଟର ଡା. ବଳରାମ ଭାର୍ଗବ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।  ଆଇସିଏମ୍‌ଆରର ସୂଚନା ଅନୁସାରେ 59 ବର୍ଷୀୟ ଡାକ୍ତର ଭାର୍ଗବଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ତାଙ୍କୁ ଏମ୍ସର ଟ୍ରମା କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ, ବିଗତ ୨୪ ଘଣ୍ଟା ମଧ୍ୟରେ ୨୨୮୯୦ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ୩୩୮ ଜଣଙ୍କର ମୃତ୍ୟୁ ଘଟିଛି । ୨୨୮୯୦ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ମୃତ୍ୟୁ ସଂଖ୍ୟା ୯୯ ଲକ୍ଷ ୭୯ ହଜାର ୪୪୭ରେ ପହଞ୍ଚିଛି । ଏହା ସହିତ ୩୩୮ ନୂତନ ମୃତ୍ୟୁକୁ  ମିଶାଇ ଦେଶରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୪ ହଜାର ୭୮୯ରେ ପହଞ୍ଚିଛି । (ଏଜେନ୍ସି)

Read More

ନୂଆଦିଲ୍ଲୀ : କରୋନାକୁ ନେଇ ପ୍ରତିଦିନ କିଛି ନା କିଛି ନୂଆ ତଥ୍ୟ ସାମ୍‌ନାକୁ ଆସୁଛି। କରୋନା ସଂକ୍ରମିତ ସୁସ୍ଥ ହେବା ପରେ ମଧ୍ୟ ସେମାନଙ୍କ ଠାରେ ଅନ୍ୟ ରୋଗ ଦେଖିବାକୁ ମିଳୁଛି । ପୂର୍ବରୁ କରୋନାରୁ ସୁସ୍ଥଙ୍କଠାରେ ଫଙ୍ଗଲ୍‌ ଇନ୍‌ଫେକ୍ସନ ଦେଖିବାକୁ ମିଳୁଥିବାବେଳେ ଏବେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍‌ନାକୁ ଆସିଛି । ଏବେ କରୋନା ସଂକ୍ରମିତ ଶିଶୁ ଭଲ ହେବା ପରେ ମଧ୍ୟ ତାଙ୍କ ଠାରେ ପାରାଲିସିସ୍‌ ଆଟାକ୍‌ ଭଳି ସମସ୍ୟା ଦେଖାଯାଉଥିବା ଜଣାପଡ଼ିଛି। ମେଞ୍ଚଷ୍ଟର ୟୁନିଭର୍ସିଟିର ଗବେଷଣା ଅନୁସାରେ ଏହି ତଥ୍ୟ ସାମ୍ନାକୁ ଆସିଛି। 8ଟି ଦେଶର 98 ଶିଶୁଙ୍କ ଉପରେ ହୋଇଥିବା ଏହି ଗବେଷଣାରୁ ଏହି ସୂଚନା ମିଳିଛି। 18 ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କ ଠାରେ ୟୁରୋଲୋଜିକାଲ ଷ୍ଟଡି କରିଥିଲେ। ଏଥିରେ ଫ୍ରାନ୍ସ, ଆମେରିକା, ୟୁକେ, ବ୍ରାଜିଲ୍‌, ଆର୍ଜେଣ୍ଟିନା, ଭାରତ, ପେରୁ ଓ ସାଉଦଆରବ ଭଳି ଦେଶର ପିଲାଙ୍କ ଉପରେ ଗବେଷଣା କରାଯାଇଥିଲା। 38…

Read More