Author: Samikhsya Bureau

ମୁମ୍ବାଇ : ବିଏମ୍‌ସି ନିର୍ବାଚନ ପୂର୍ବରୁ କଂଗ୍ରେସ ମରାଠା କାର୍ଡ ଖେଳିଛି । କଂଗ୍ରେସ ମୁମ୍ବାଇ କଂଗ୍ରେସର କମାଣର ଦାୟିତ୍ବ ଜଣେ ମରାଠାକୁ ଦେଇଛି । କଂଗ୍ରେସ ର ଭାଇ ଜଗତାପ ମୁମ୍ବାଇ କଂଗ୍ରେସର ଅଧ୍ୟକ୍ଷ ହୋଇଛନ୍ତି । ଏହାସ ହିତ ଚରଣ ସିଂ ସାପରା କାର୍ଯ୍ୟକାୀ ଅଧ୍ୟକ୍ଷ ରୂପେ ନିଯୁକ୍ତ ହୋଇଛନ୍ତି । ମହାସଚିବ କେସି ବେଣୁଗୋପାଳ ମୁମ୍ବାଇ କ୍ଷେତ୍ର କଂଗ୍ରେସର ଅନ୍ୟ ପଦବୀରେ ନିଯୁକ୍ତି ସମ୍ବନ୍ଧରେ ପ୍ରେସ୍‌ ବିଜ୍ଞପ୍ତି ଜାରି କରିଛନ୍ତି । ମୁମ୍ବାଇ କଂଗ୍ରେସର ଅଧ୍ୟକ୍ଷ ଓ କାର୍ଯ୍ୟକାରୀ ଅଧ୍ୟକ୍ଷ ବ୍ୟତୀତ ଅନ୍ୟ ପଦବୀଗୁଡିକରେ ମଧ୍ୟ ନିଯୁକ୍ତି କରାଯାଇଛି । ମହମ୍ମଦ ଆରିଫ୍‌ ନସୀମ୍‌ ଖାନ୍‌ଙ୍କୁ କ୍ୟାମ୍ପେନ କମିଟିର ଚେୟାରମ୍ୟାନ୍‌ ରୂପେ ନିଯୁକ୍ତି ମିଳିଥିବାବେଳେ ସୁରେଶ ଏଚ୍‌ ସେଟ୍ଟିଙ୍କୁ ମ୍ୟାନିଫାଷ୍ଟୋ ଓ ପବ୍ଲିକେଶନ କମିଟିର କମାଣ ଦାୟିତ୍ବ ଦିଆଯାଇଛି । ଚନ୍ଦ୍ରକାନ୍ତ ହଣ୍ଡୋରୋଙ୍କୁ ପ୍ରଭାରୀ ରୂପେ ନିଯୁକ୍ତି କରାଯାଇଥିବାବେଳେ ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷଙ୍କ ସ୍କ୍ରିନିଂ ଓ…

Read More

ରାଉରକେଲା : ରାଉରକେଲା କୋୟଲ ନଦୀରେ ଭାସିଯାଇ ତିନି ଯୁବକ ନିଖୋଜ ହୋଇଯାଇଛନ୍ତି । ସେମାନେ ଝିରିପାଣିକୁ ପିକିନିକ ମନାଇବାକୁ ଯାଇଥିବାବେଳେ ଏହି ଅଘଟଣ ଘଟିଛି । ତେବେ ନଦୀରେ ଗାଧୋଉଥିବା ସମୟରେ ଗୋଡ଼ ଖସିଯିବାରୁ ଭାସିଯାଇ ନିଖୋଜ ଅଛନ୍ତି । ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକେ ଖୋଜାଖୋଜି ଜାରି ରଖିଥିବାବେଳେ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ଦୁଇଜଣ ନିଖୋଜ ଅଛନ୍ତି ।

Read More

କାବୁଲ୍‌ : ଆଫଗାନିସ୍ତାନର ରାଜଧାନୀ କାବୁଲଠାରେ ରବିବାର ଦିନ ଏକ ବଡ ଧରଣର ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ଅତି କମରେ 9 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 20 ରୁ ଅଧିକ ଜଣ ଆହତ ହୋଇଛନ୍ତି। ସୁରକ୍ଷାକର୍ମୀମାନେ ଏହି ଅଞ୍ଚଳକୁ ଘେରାବନ୍ଦୀ କରି ରଖିଛନ୍ତି ।  ପୂର୍ବରୁ ମଙ୍ଗଳବାର ଦିନ ବମ୍‌ ବିସ୍ଫୋରଣ ଓ ଗୁଳି କାଣ୍ଡ ଯୋଗୁଁ ଜଣେ ଉପପ୍ରାନ୍ତୀୟ ଗର୍ଭର୍ଣ୍ଣରଙ୍କ ସମେତ ତିନିଜଣଙ୍କର ମୃତ୍ୟୁ ହୋଇଥିଲା ।

Read More

ଭୁବନେଶ୍ୱର : ବିଜେଡିର କାର୍ଯ୍ୟକାରିଣୀ ବୈଠକ ଶେଷ ହୋଇଛି । ଆଜି ବିଜେଡି ସୁପ୍ରିମୋଙ୍କ ଅଧ୍ୟକ୍ଷତାରେ ରାଜ୍ୟ କାର୍ଯ୍ୟାଳୟରେ କାର୍ଯ୍ୟକାରିଣୀ ବୈଠକ ବସିଥିଲା । ଏଥିରେ ଭର୍ଚୁଆଲ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିବା ବେଳେ 9ଟି ରାଜନୈତିକ ପ୍ରସ୍ତାବ ପାରିତ ହୋଇଛି । ଏଥିରେ ସ୍ୱାମୀନାଥନ କମିଟି ସୁପାରିଶ କ୍ରମେ ଚାଷୀଙ୍କୁ ଏମଏସପି ଦେବାକୁ ପ୍ରସ୍ତାବ ଦିଆଯାଇଛି।

Read More

ନୂଆଦିଲ୍ଲୀ :  ଯଦି ଆପଣ ଗାଡି କିଣିବା ପାଇଁ ପ୍ଲାନ୍‌ କରୁଛନ୍ତି ତେବେ ଟାଟା ଆପଣଙ୍କୁ ସୁବର୍ଣ୍ଣ ସୁଯୋଗ ଦେଉଛି । ଟାଟା ମୋଟର୍ସର ପପୁଲାର୍‌ ହ୍ୟାଚ୍‌ବେକ୍‌ କାର ଟିଆଗୋ ଉପରେ କମ୍ପାନୀ ନିଜ ଗ୍ରାହକଙ୍କୁ ବିଶେଷ ରିହାତି ଦେଉଛି । ଏବେ ଆପଣ ମାତ୍ର 52 ହଜାର ଟଙ୍କା ନେଇ ଏହି ଗାଡିକୁ ନିଜ ଘରକୁ ନିଅନ୍ତୁ । ଯୁଥ୍‌ଙ୍କର ସବୁଠୁ ପସନ୍ଦିତା ଗାଡି ଭାବେ ଟିଆଗୋ ବେଶ୍‌ ଲୋକପ୍ରିୟ । ନିକଟରେ ଟାଟା ଟିଆଗୋ, ଟିଗୋର, ନେକ୍ସନ୍‌, ଅଲ୍ଟରଜ୍‌ ଓ ହ୍ୟାରିଅର୍‌ ପରି ବହୁ କାର୍‌ ଲଞ୍ଚ କରିଛି । ଆପଣ ମାତ୍ର 52 ହଜାର ଟଙ୍କାର ଡାଉନ୍‌ପେମେଣ୍ଟ ଦେଇ ଏହି ଗାଡିକୁ କିଣିପାରିବେ।  ତେବେ ଏହି କାର୍‌ ପାଇଁ ଆପଣଙ୍କୁ ପାଞ୍ଚ ବର୍ଷର ଋଣ ନେବାକୁ ପଡିବ । ଏଥିପାଇଁ ଆପଣଙ୍କୁ 4 ଲକ୍ଷ 69 ହଜାର 239 ଟଙ୍କାର ଲୋନ୍‌ ନେବାକୁ ପଡିବ । ଏଥିପାଇଁ…

Read More

ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କେରଳରେ ନିର୍ମାଣ କରିଛନ୍ତି ବାଲୁକା କଳାରେ କୋଣାର୍କ ଚକ

Read More

ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ନେତୃତ୍ୱରେ ୫ଟି ସଚିବ ଭି.କେ ପାଣ୍ଡିଆନ ଏବଂ ବାଣିଜ୍ୟ ଓ ପରିବହନ ସ୍ୱତନ୍ତ୍ର ସଚିବ ମନୋଜ ମିଶ୍ରଙ୍କ ଏକ ଉଚ୍ଚସ୍ତରୀୟ ଟିମ ପ୍ରସ୍ତାବିତ ମହାନଦୀ ବନ୍ଦର ଅଞ୍ଚଳ ପରିଦର୍ଶନ କରିଛନ୍ତି। ଏହି ବରିଷ୍ଠ ଅଧିକାରୀଙ୍କ ସମେତ ପାରାଦୀପ ପୋର୍ଟ ଟ୍ରଷ୍ଟର ଅଧ୍ୟକ୍ଷ ରିଙ୍କେଶ ରାୟ ଏବଂ ଅନ୍ୟ ଅଧିକାରୀମାନେ ପ୍ରସ୍ତାବିତ ଅଞ୍ଚଳ ବୁଲି ଦେଖିଛନ୍ତି। ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ proposed port site ରେ ଉପସ୍ଥିତ ରହି project ବିଷୟରେ ବରିଷ୍ଠ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ । କେନ୍ଦ୍ରାପଡା ଜିଲ୍ଲାପାଳ  ସମର୍ଥ ବରମା ମଧ୍ୟ ଆଲୋଚନା ରେ ଭାଗ ନେଇଥିଲେ। ପାରାଦୀପ ବନ୍ଦର ଟ୍ରଷ୍ଟ ଦ୍ୱାରା ମହାନଦୀ ବନ୍ଦରର ନିର୍ମାଣ ପାଇଁ ରାଜ୍ୟ ସରକାର ଦେଇଥିବା ପ୍ରସ୍ତାବରେ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରାଳୟ ସହମତି ପ୍ରକାଶ…

Read More

ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ  ମଧ୍ୟ ହ୍ରାସ ଦେଖାଦେଇଛି। ରାଜ୍ୟରେ ଆଉ 4 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 1836କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରେ ଭୁବନେଶ୍ବର, ମୟୂରଭଞ୍ଜ, ସମ୍ବଲପୁର, ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଭୁବନେଶ୍ବରରୁ 75 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ମୟୂରଭଞ୍ଜରୁ 86 ବର୍ଷୀୟ ପୁରୁଷ,ସମ୍ବଲପୁରରୁ 62 ବର୍ଷୀୟ ମହିଳା, 53 ବର୍ଷୀୟ 53 ବର୍ଷୀୟ ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୩୭୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୨୧୪ ଜଣ ଚିହ୍ନଟ ହୋଇଥିବାବେଳେ ୧୫୮ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୬ହଜାର ୨୩୩କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୨୧ହଜାର ୩୦୯ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩ ହଜାର ୩୫ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୮୩୬ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୭ଟି ଜିଲ୍ଲାରୁ ମୋଟ୍‌ ୩୭୨ ଜଣ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ସର୍ବାଧିକ ୫୦ଜଣ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱର ଜିଲ୍ଲାରୁ ୧୫ଜଣ, ବରଗଡ଼…

Read More

ତାମିଲନାଡୁ : ରାସନ କାର୍ଡଧାରୀଙ୍କୁ 2500ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ । ରାସନ କାର୍ଡଧାରୀଙ୍କୁ ଚାଉଳ ସହିତ ଏକ କିଲୋ ଚିନି ଓ ଆଖୁ ବି ମାଗଣାରେ ଦିଆଯିବ । ଆସନ୍ତା ଜାନୁଆରୀ 4 ତାରିଖରୁ ଏହା ଦିଆଯିବା ନେଇ ସୂଚନା ରହିଛି । ତେବେ ଏହା ତାମିଲନାଡୁରେ ଦିଆଯିବ । ଆସନ୍ତା ବର୍ଷ ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ପ୍ରତ୍ୟେକ ଦଳର ପ୍ରସ୍ତୁତି ମଧ୍ୟ ଜୋର୍‌ଦାର୍‌ ଚାଲିଛି। ତାମିଲନାଡୁରେ 2021 ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀ ମଧ୍ୟ ପ୍ରଚାର ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀ ମନ୍ଦିର ପରିଦର୍ଶନ କରିବା ପରେ ତାଙ୍କ ନିର୍ବାଚନମଣ୍ଡଳୀ ଇଡାପଡ୍ଡୀରୁ ପ୍ରଚାର ଆରମ୍ଭ କରିଥିଲେ। ପ୍ରଚାର ସମୟରେ ସେ ପୋଙ୍ଗଲ ପର୍ବକୁ ଦୃଷ୍ଟିରେ ରଖି ରାସନ ଚାଉଳ କାର୍ଡଧାରୀଙ୍କୁ 2500ଟଙ୍କା ନଗଦ ଦେବାକୁ ଘୋଷଣା କରିଛନ୍ତି।  2.06 କୋଟି ରାସନ ଚାଉଳ କାର୍ଡଧାରୀଙ୍କୁ ଏହି ସମସ୍ତ ସୁବିଧା ମିଳିବ…

Read More

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୨୬ ହଜାର ୬୨୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୪୧ ଜଣଙ୍କର ମୃତ୍ୟୁ ଘଟିଛି । ୨୬ ହଜାର ୬୯୦ ନୂତନ ଆକ୍ରାନ୍ତଙ୍କୁ ମିଶାଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩୧ ହଜାରରେ ପହଞ୍ଚିଛି । ସେହିପରି ଦେଶରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୫ ହଜାର ୪୭୭ରେ ପହଞ୍ଚିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ୨୯ ହଜାର ୬୯୦ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଥିବା ବେଳେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୯୫ ଲକ୍ଷ ୮୦ ହଜାରରେ ପହଞ୍ଚିଛି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ଘଟି ୩ ଲକ୍ଷ ୫ ହଜାର ୭୫୧ରେ ପହଞ୍ଚିଛି । ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ  ଓ କେରଳରେ ସର୍ବାଧିକ ଆ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗତ 23 ଦିନ ଧରି କରୋନା…

Read More

ଭୁବନେଶ୍ବର : ରାଜ୍ୟରେ ପାରଦ ଖସୁଛି । 11 ଡିଗ୍ରୀ ତଳେ ରାଜ୍ୟର 11ଟି ସହର । ସବୁଠୁ ସହର ଭାବେ ଫୁଲବାଣୀଠାରେ ସର୍ବନିମ୍ନ 5.5 ଡିଗ୍ରୀ ସେଲିସିୟସ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଝାରସୁଗୁଡାରେ 7.6 ଡିଗ୍ରୀ, ବାରିପଦାରେ 8.5 ଡିଗ୍ରୀ, ଅନୁଗୁଳୁ ଓ କୋରାପୁଟରେ 8.6 ଡିଗ୍ରୀ, ଦାରିଙ୍ଗିବାଡିରେ 9 ଡିଗ୍ରୀ, କେନ୍ଦୁଝରରେ 9.5 ଡିଗ୍ରୀ, ଭବାନୀପାଟଣାରେ 9.2 ଡିଗ୍ରୀ, ବଲାଙ୍ଗିରରେ 9.4 ଡିଗ୍ରୀ ଓ ବୌଦ୍ଧରେ 10.5 ଡିଗ୍ରୀ, କଟକରେ 11 ଡିଗ୍ରୀ ଓ ଭୁବନେଶ୍ବରରରେ 13.9 ଡିଗ୍ରୀ ତାପାମାତ୍ରା ରହିଥିବାର ସୂଚନା ରହିଛି ।

Read More

ଭୁବନେଶ୍ଵର: ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି  ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ଦଳୀୟ କାର୍ଯ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହେଉଥିବାବେଳେ ଭର୍ଚୁଆଲ୍‌ରେ ଉପସ୍ଥିତ ରହିଛନ୍ତି ନବୀନ ପଟ୍ଟନାୟକ ।  ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇପାରେ। ଏହାପରେ ସଦସ୍ୟମାନଙ୍କର ମତାମତ ଲୋଡ଼ାଯିବ। ଏଥିସହ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ଧାନର ଏମଏସପି ବୃଦ୍ଧି, ମହାନଦୀର ପାଣିପ୍ରସଙ୍ଗକୁ ନେଇ ବିଜେଡି ପକ୍ଷରୁ ଆଲୋଚନା ହେବାର ସମ୍ଭାବନା ରହିଛି। ବିଜେଡିର ନୂଆ ଟିମ୍ ଗଠନ ହେବା ପରେ ଆଜି ପ୍ରଥମ କାର୍ଯ୍ୟକାରିଣୀ ବୈଠକ ବସୁଛି।

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କେସିଙ୍ଗା ପୋଲିସ ପଂଝାରେ ମାଲକାନଗିରି ଡିଏସପି ଗିରଫ ହୋଇ କୋର୍ଟ ଚାଲାଣ ଘଟଣା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ଘଟଣାରୁ ପ୍ରକାଶ ଯେ, ଜନୈକା ମହିଳା କନେଷ୍ଟବଳଙ୍କ ଦ୍ୱାରା କଳାହାଣ୍ଡି ଏସପିଙ୍କ ପାଖରେ  ଅଭିଯୋଗ କ୍ରମେ କେସିଙ୍ଗା ଥାନାରେ କେଶ ନଂ.୧୮୮ ତା.୨୧.୦୮.୨୦୨୦ ରେ ଏକ ମାମଲା ରୁଜ୍ଜୁ ହୋଇ ଅଭିଯୁକ୍ତ ମାଲକାନଗିରି ସଦର ଡିଏସପି ଅକ୍ଷୟ ନାୟକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି। ଗତ ପାଂଚ ବର୍ଷ ତଳେ ବିବାହ କରି ପରବର୍ତ୍ତୀ ସମୟରେ ନିର୍ଯ୍ୟାତନା ଦେବା ସହିତ ଫେସବୁକରେ ନାନାପ୍ରକାର ମେସଜ ପୋଷ୍ଟ କରି ମାନସିକ ସ୍ତରରେ ଆଘାତ ଦେଉଥିବା ଏବଂ ପ୍ରତିବାଦ କଲେ ଶାରିରୀକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଥିବା ପ୍ରକାଶ। ଅଭିଯୁକ୍ତ ଅକ୍ଷୟ ନାୟକ ପୂର୍ବରୁ କଳାହାଣ୍ଡିରେ ପୋଲିସ ଇନିସ୍ପେକ୍ଟର ତଥା କେସିଙ୍ଗାରେ ଏସଡିପିଓ ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ।

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି ନୟାଗଡର କୁନି ଝିଅ ପରୀର ମୃତ୍ୟୁ ଘଟଣା। ଏହି ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ନେଇ ସାରା ରାଜ୍ୟରେ ଆଲୋଚନା ସମାଲୋଚନା ହେଉଥିବା ବେଳେ ବିଧାନସଭାରେ ମଧ୍ୟ ଏହି ଘଟଣାରେ ସୃଷ୍ଟି ହେଇଥିଲା ତୁମ୍ଭିତୋଫାନ। ବିରୋଧୀ କଂଗ୍ରେସ ଓ ବିଜେପି ତରଫରୁ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ସହ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଥିଲା। ତେବେ ଏ ନେଇ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନ ନେବାରୁ ବିଜେପି ତରଫରୁ କଳାହାଣ୍ଡି ଜିଲ୍ଲା ବିଜେପି ତରଫରୁ ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେେ ଭବାନୀପାଟଣା ଠାରେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ଏହି ପଦଯାତ୍ରାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏବଂ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ମଧ୍ୟ ଯୋଗ ଦେଇଥିଲେ। ବିଜେପିର ଦଳୀୟ କାର୍ଯ୍ୟକର୍ତ୍ତାମାନେ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରୁ ଏକ…

Read More

ଭୁବନେଶ୍ବର, ଆଜି ବିଜୁ ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ରାଜ୍ୟ କାର୍ଯ୍ୟାଳୟରେ ବସିବ। ଭିଡିଓ କନଫ୍ରେସିଂ ମାଧ୍ୟମରେ ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେବେ। ଏଙି ବୈଠକରେ କାର୍ଯ୍ୟକାରିଣୀରେ ଥିବା 80 ଜଣ କର୍ମକର୍ତ୍ତା ଯୋଗଦେବେ। ଏହି ବୈଠକରେ ବିଜେଡିର ଆଗାମୀ ରଣନୀତି ଉପରେ ଆଲୋଚନା ହେବ। ଏଥିସହିତ ଆଗାମୀ ପଞ୍ଚାୟତ ଏବଂ ନଗର ନିର୍ବାଚନ ଉପରେ ମଧ୍ୟ ରଣନୀତି ପ୍ରସ୍ତୁତ କରାଯିବ। ଆସନ୍ତା 26 ତାରିଖରେ ବିଜେଡିର ପ୍ରତିଷ୍ଠା ଦିବସ ପାଇଁ ମଧ୍ୟ ଏହି ବୈଠକରେ ଆଲୋଚନା କରାଯିବ। ଏହି ବୈଠକରେ ଦଳକୁ କିପରି ସୁଦୃଢ କରାଯିବ ସେ ନେଇ ନେତାମାନଙ୍କୁ ନବୀନ ପଟ୍ଟନାୟକ ଗୁରୁମନ୍ତ୍ର ଦେବେ।

Read More

ଭୁବନେଶ୍ବର, ମନ୍ତ୍ରୀ ଅରୁଣ ସାହୁଙ୍କ ପରୀ ହତ୍ୟାକାଣ୍ଡ ମାମଲା ପିଛା ଛାଡୁ ନାହିଁ। ମନ୍ତ୍ରୀ ଇସ୍ତଫା ନ ଦେବା ପର୍ଯ୍ୟନ୍ତ ରାଜ୍ୟ ବିଜେପି ଆନ୍ଦୋଳନକୁ ତୀବ୍ରରୁ ତୀବ୍ରତର କରିବାରେ ଲାଗିଛି। ନୟାଗଡ ଜିଲ୍ଲାପାଳ ଅଫିସ ଆଗରେ ଦୀର୍ଘଦିନ ଧରି ଧାରଣା ପରେ ବର୍ତ୍ତମାନ ପଦଯାତ୍ରା କରିବାକୁ ନିଷ୍ପତି କରିଛି। ସେହି ଅନୁସାରେ ୨୦ ତାରିଖ ସକାଳ ୯ଟାରେ ଭୁବନେଶ୍ୱରରୁଏକ ପଦଯାତ୍ରା ପରୀର ଗାଁ ନୟାଗଡ ଜିଲ୍ଲା ଯଦୁପୁରକୁ ପଦଯାତ୍ରା କରିବ। ଏହି ପଦଯାତ୍ରା ଲିଙ୍ଗରାଜ ମନ୍ଦିରରୁ ଆରମ୍ଭ ହୋଇ ଆଗାମୀ ୫ ଦିନରେ ୯୮କିଲୋମିଟର ଯାତ୍ରା କରି ଯଦୁପୁର ଠାରେ ପହଂଚିବ ବୋଲି ଦଳ କହିଛି। ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇ ମୁଖପାତ୍ର ଡ.ଯତୀନ ମହାନ୍ତି କହିଛନ୍ତି ଯେ, ଏହି ପଦଯାତ୍ରା ଦିନକୁ ପାଖାପାଖି ୨୦କିଲୋମିଟର ହେବ ଏବଂ ଏଥିରେ ଭାରତୀୟ ଜନତାପାର୍ଟିର ସମସ୍ତ ଶୀର୍ଷ ନେତୃତ୍ୱ ବିଭିନ୍ନ ପର୍ଯ୍ୟାୟରେ ଭାଗ ନେବେ। ପ୍ରଥମ ଦିନ ଏହି…

Read More

ଭୁବନେଶ୍ବର: ୨୦୨୦ ସରିବାକୁ ଆଉ ମାତ୍ର ୧୨ ଦିନ ରହିଛି। ୨୦୨୦ ବିଦାୟ ନେବ ଆଉ ଆସିବ ୨୦୨୧ ମସିହା। ନୂଆ ବର୍ଷକୁ ନେଇ ସମେସ୍ତ ଉତ୍ସାହିତ ରହିଛନ୍ତି। ନୂଆ ବର୍ଷ କେମିତି କଟିବ ସେନେଇ ମଧ୍ୟ ସମେସ୍ତ ଉଦ୍‌ବିଗ୍ନ ରହିଛନ୍ତି। ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ସମସ୍ତଙ୍କଚାକିରି ତଥା କ୍ୟାରିଅର ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି। ସମେସ୍ତ ନୂତନ ବର୍ଷକୁ ଆଗ୍ରହର ସହ ଅପେକ୍ଷା କରିଛନ୍ତି। ତେବେ ଆସନ୍ତୁ ଜାଣିବା ୨୦୨୧ ବର୍ଷରେ କେଉଁ ରାଶିମାନଙ୍କ ଚାକିରି ଅଥବା କ୍ୟାରିଅରରେ ଉନ୍ନତି ଆଣିବ। ମେଷ: ନୂଆ ବର୍ଷ ଅର୍ଥାତ୍‌ ୨୦୨୧ ମସିହା ମେଷ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ବହୁତ ଶୁଭ ରହିବ। ଏହି ବର୍ଷ ଏହି ରାଶିର ବ୍ୟକ୍ତିମାନଙ୍କର ମନୋକାମନା ପୂର୍ଣ୍ଣ ହେବ। ମେଷ ରାଶିବାଲା ନିଜର ଲକ୍ଷ୍ୟ ପୂରଣ କରିପାରିବେ। ନୂଆ ବର୍ଷରେ ଆପଣଙ୍କ ସିନିଅରମାନେ ଆପଣଙ୍କ କାମର ପ୍ରଶଂସା କରିବେ। ଏହି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଜାନୁଆରୀ,…

Read More

ମେଷ ରାଶି- ଏହି ରାଶିର ଲୋକମାନେ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ବନ୍ଧୁ ଏବଂ ସମ୍ପର୍କୀୟଙ୍କ ସାହାଯ୍ୟ ନେବେ । ଆଜି ଅତିଥିମାନେ ଆପଣଙ୍କ ଘରେ ପହଞ୍ଚିବେ, ଯାହା ଘରକୁ ଚଳଚଞ୍ଚଳ କରିବ । ଆଜି କୈଣସି ପ୍ରକାରର ବିତର୍କକୁ ଉତ୍ସାହିତ କରନ୍ତୁ ନାହିଁ । ଚାକିରି କ୍ଷେତ୍ରରେ ଆପଣଙ୍କର ପ୍ରଭାବ ବୃଦ୍ଧି ପାଇବ । ହଠାତ୍ ଆପଣ କିଛି ବଡ କାମ ପାଇଁ ଯୋଜନା ପାଇପାରିବେ। କଠିନ ପରିଶ୍ରମ ପରେ ସଫଳତା ହାସଲ ହେବ । ବୃଷ ରାଶି- ଏହି ରାଶିର ଲୋକଙ୍କୁ ସେମାନଙ୍କର ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖିବାକୁ ପଡିବ। କୈଣସି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ନିଷ୍ପତ୍ତି ନେବା ପୂର୍ବରୁ, ଦୟାକରି ଧ୍ୟାନ ଦିଅନ୍ତୁ । ଘନିଷ୍ଠ ସମ୍ପର୍କୀୟଙ୍କ ସହିତ ସାକ୍ଷାତ ହୋଇପାରେ । ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ପାଣିପାଗରେ ପରିବର୍ତ୍ତନ ହେତୁ ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ଅଛି । ଆୟ ସ୍ୱାଭାବିକ…

Read More

ନୂଆଦିଲ୍ଲୀ, ଆଚର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କହିଛନ୍ତି ଯେ, ଯଦି ଯେକେହି ଅନ୍ୟ ଉପରେ ନିର୍ଭର କରି ରହିବେ ତେବେ ସେ କେବେବି ସଫଳତା ହାସଲ କରିବେ ନାହିଁ। ଯେତେ ବାଧାବିଘ୍ନ ଆସୁ ଆପଣ ନିଜେ ନିଜର ଶକ୍ତି ପ୍ରୟୋଗ କରିବା ଆବଶ୍ୟକ। ଆପଣ ଯେତେ ବଡ ଶକ୍ତିଶାଳୀ ହେଉଥାନ୍ତୁ ନା କାହିଁକି ଅନ୍ୟ ଉପରେ ନିର୍ଭର କଲେ କଥା ସରିଲା। କାରଣ ଯେତେବେଳେ ନିର୍ଭର କରୁଥିବା ବ୍ୟକ୍ତି ବା ଯାହାକିଛି , ସେ ଛାଡିଦେଇ ଗଲେ ଆପଣ ସଂପୂର୍ଣ୍ଣ ଅଚଳ ହୋଇଯିବେ। ଦୁଇଟି ଉଦାହରଣ ଦେଇ ଚାଣକ୍ୟ କହିଛନ୍ତି ଯେ, ନଦୀ କୂଳରେ ବୃକ୍ଷଟିଏ ଥିଲେ ସେ ଯେତେ ଶକ୍ତିଶାଳୀ ହୋଇଥିଲେ ମଧ୍ୟ କୂଳଖାଇଲେ ଗଛଟି ପଡିଯିବ। ସେହିପରି ରାଜା ସବୁବେଳେ ମନ୍ତ୍ରୀ ପରିଷଦଙ୍କ ଉପରେ ନିର୍ଭର କରନ୍ତି। ଯଦି କୌଣସି କାରଣରୁ ମନ୍ତ୍ରୀ ପରିଷଦଙ୍କର ଅନୁପସ୍ଥିତ ରହିବ ତେବେ ରଜା କୈଣସି ନିଷ୍ପତି ନେଇପାରିବେ ନାହିଁ। ସେଥିପାଇଁ…

Read More