ଭୁବନେଶ୍ବର: ଫିଟ୍ ରହିବା ପାଇଁ କିଏ ନ ଚାହାନ୍ତି। ସମେସ୍ତ ପତଳା ଓ ସୁଢଳ ରହିବାକୁ ଚାହାନ୍ତି। ମୋଟାପାକୁ ନେଇ ଏବେ ଯୁବପିଢି ବ୍ୟସ୍ତ ଓ ବିବ୍ରତ। ଆଜିକାଲିର ଖାଇବା ପିଇବା ଓ ଜୀବନଶୈଳୀ ଯୋଗୁଁ ଓଜନ ବୃଦ୍ଧି ହୋଇଛି। ଥରେ ମୋଟା ହୋଇଗଲେ ଏହାକୁ କମାଇବା ବହୁତ କଷ୍ଟ। ତେବେ ଆପଣ ଯଦି ମୋଟାପାକୁ ନେଇ ଚିନ୍ତିତ ଅଛନ୍ତି ତେବେ ଆପଣ କିଛି ପାନୀୟ ପିଇ ନିଜକୁ ମୋଟାରୁ ପତଳା କରିପାରିବେ। ଏହି ପାନୀୟ ଗୁଡିକ ଶରୀରର ମେଟାବଲିଜିମ୍କୁ ବଢାଇ ଓଜନ କମ୍ କରିବାରେ ସାହାଯ୍ୟ କରିଥାଏ। ତେବେ ଆସନ୍ତୁ ଜାଣିବା ସେହି ଡ୍ରିଙ୍କ୍ଗୁଡିକ ସମ୍ପର୍କରେ। ଗ୍ରୀନ୍ ଟି: ଗତ କିଛି ଦଶକ ଧରି ଗ୍ରୀନ୍ ଟି ବେଶ୍ ଲୋକପ୍ରିୟ ହୋଇପାରିଛି। ଏଥିରେ ଆଣ୍ଟିଅକ୍ସିଡେଣ୍ଟ ରହିଥାଏ। ଯାହା ଦ୍ବାରା ମେଟାବଲିଜିମ୍ କରାଇଥାଏ। ତେବେ ଏଥିରେ ଆପଣ ଚିନିର ଉପଯୋଗ ନ କରି ଏହାର ସ୍ବାଦ ବଢାଇବା ପାଇଁ ଲେମ୍ବୁ ରସ…
Author: Samikhsya Bureau
ନୂଆଦିଲ୍ଲୀ, କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇ ବିଦ୍ୟୁତ ଉପଭୋକ୍ତାଙ୍କ ଅଧିକାର ଅଗ୍ରାଧିକାରଭିତ୍ତିରେ ସାରା ଦେଶରେ ଲାଗୁ ହୋଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ନୂଆ ନିୟମର ପ୍ରବର୍ତ୍ତନ ବିଷୟ କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀ ଆର.କେ. ସିଂହ ଘୋଷଣା କରିଛନ୍ତି । ବର୍ତ୍ତମାନର ବିଜୁଳି ଗ୍ରାହକ ଏବଂ ଭବିଷ୍ୟତର ଉପଭୋକ୍ତାଙ୍କ ପାଇଁ ଏହା ଲାଗୁ ହୋଇଛି । ଉଭୟ ନୂଆ ଓ ଅଣପାରମ୍ପରିକ ଉର୍ଜ୍ଜା ସହିତ ସମଗ୍ର ଶକ୍ତି କ୍ଷେତ୍ରର ଉପଭୋକ୍ତାଙ୍କ ପାଇଁ ଏହି ନିୟମ ଉଦ୍ଦିଷ୍ଟ । ମନ୍ତ୍ରୀ ଆହୁରି କହିଛନ୍ତି ଯେ ଏହି ନୂଆ ନିୟମ ଦ୍ୱାରା ବର୍ତ୍ତମାନର ୩୦ କୋଟି ବିଜୁଳି ଉପଭୋକ୍ତା ଏବଂ ଭବିଷ୍ୟତର ଉପଭୋକ୍ତାମାନେ ଉପକୃତ ହେବେ । ଏଥିପାଇଁ ସବୁ ବିଜୁଳି ଉପଭୋକ୍ତା, ବିଶେଷକରି ଗ୍ରାମାଞ୍ଚଳର ବିଜୁଳି ଗ୍ରାହକଙ୍କ ମଧ୍ୟରେ ଆବଶ୍ୟକ ସଚେତନତା ସୃଷ୍ଟି ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ଅତ୍ୟନ୍ତ ଉପଭୋକ୍ତା ଅନୁକୂଳ ଏହି ନୂଆ ନିୟମକାନୁନ ସଂପର୍କରେ…
ଭୁବନେଶ୍ବର: ରତ୍ନଗୁଡିକ ସେମାନଙ୍କ ଚମତ୍କାରୀ ଗୁଣ ଦ୍ବାରା ବ୍ୟକ୍ତିର ବ୍ୟକ୍ତିତ୍ବ ଉପରେ ପ୍ରଭାବ ପକାଇଥାନ୍ତି। ଜ୍ୟୋତିଷଙ୍କ ରତ୍ନ ଶାଖାରେ ମାଣିକଙ୍କୁ ସୂର୍ଯ୍ୟଙ୍କ ରତ୍ନ ରୂପେ ଗଣାଯାଇଥାଏ। ଏହି ମାଣିକରେ ସୂର୍ଯ୍ୟଙ୍କ ଗୁଣ ବିଦ୍ୟମାନ ଥାଏ। ମାଣିକ ପୂରା ଗାଢ ଗୋଲାପି ରଙ୍ଗର ହୋଇଥିବାବେଳେ ଆଉ କେଉଁ ମାଣିକ ପୂରା ଗାଢ ଖଇରିଆ ରଙ୍ଗର ହୋଇଥାଏ। ମାଣିକ ଏକ ଶକ୍ତିଶାଳୀ ରତ୍ନ। ଏହାକୁ ଧାରଣକରିବା ଦ୍ବାରା କୁଣ୍ଡଳୀରେ ସୂର୍ଯ୍ୟଙ୍କ ସ୍ଥିତି ମଜବୁତ୍ ରହିଥାଏ। ଏହାଦ୍ବାରା ବ୍ୟକ୍ତିର ବ୍ୟକ୍ତିତ୍ବରେ ସକାରାତ୍ମକ ପରିବର୍ତ୍ତନ ହୋଇଥାଏ। ମାଣିକ ଧାରଣ କରିବା ଦ୍ବାରା ବ୍ୟକ୍ତିର ଇଚ୍ଛାଶକ୍ତି ଓ ଆତ୍ମବିଶ୍ବାସ ଦୃଢ ହୋଇଥାଏ। ଆନ୍ତରିକ ସକାରାତ୍ମକ ଶକ୍ତି ଓ ଇମ୍ୟନୁଟି ମଧ୍ୟ ବଢିଥାଏ। ଏହାଦ୍ବାରା ସାମାଜିକ ପ୍ରତିଷ୍ଠା, ଯଶ ଓ ସମ୍ମାନ ପ୍ରାପ୍ତି ହୋଇଥାଏ। ଏହି ରତ୍ନକୁ ଧାରଣ କରିବା ଦ୍ବାରା ନେତୃତ୍ବ ନେବାର ଶକ୍ତି ବୃଦ୍ଧି ହୋଇଥାଏ। ସବୁ ପରିସ୍ଥିତିକୁ କିପରି ଠିକ୍ ରୂପେ ସାମ୍ନା କରିବପାରିବେ ସେ…
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଏତନାମ ସମାଜବାଦୀ ସାଧାରଣତନ୍ତ୍ରର ପ୍ରଧାନମନ୍ତ୍ରୀ ମହାମହିମ ଗୁଏନ ଜୁଆନ ଫୁକଙ୍କ ସହିତ ଏକ ଭର୍ଚୁଆଲ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ। ଦୁଇ ପ୍ରଧାନମନ୍ତ୍ରୀ ଜାରି ରହିଥିବା ଦ୍ୱିପାକ୍ଷିକ ସହଯୋଗ ପଦକ୍ଷେପଗୁଡ଼ିକର ସମୀକ୍ଷା କରିଥିଲେ ଏବଂ ବୈଶ୍ୱିକ ଓ ଜାଗତିକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଭାରତ-ଭିଏତନାମ ବିସ୍ତୃତ ରଣନୈତିକ ଭାଗିଦାରୀର ଭବିଷ୍ୟତ ବିକାଶରେ ମାର୍ଗଦର୍ଶନ କରିବା ଲାଗି ଏକ ‘ମିଳିତ ଶାନ୍ତି, ସମୃଦ୍ଧି ଏବଂ ନାଗରିକ ସଂକଳ୍ପ’ ଦସ୍ତାବିଜ ଏହି ଶିଖର ସମ୍ମିଳନୀ ଅବସରରେ ଗ୍ରହଣ କରାଯାଇଥିଲା। ଏହି ମିଳିତ ସଂକଳ୍ପକୁ କାର୍ଯ୍ୟକାରୀ କରିବା ଲାଗି ୨୦୨୧-୨୦୨୩ ଅବଧି ଲାଗି ଏକ କାର୍ଯ୍ୟ ଯୋଜନାରେ ସ୍ୱାକ୍ଷର କରାଯିବାକୁ ଉଭୟ ନେତା ସ୍ୱାଗତ କରିଥିଲେ। ସମସ୍ତ ସମ୍ପର୍କ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ବଢ଼ାଇବା ଉପରେ ଜୋର ଦେବା ଲାଗି ଦୁଇ ନେତା ଦୋହରାଇଥିଲେ। ସେମାନେ ପାରସ୍ପରିକ ଜାତୀୟ ବିକାଶ ପ୍ରାଥମିକତାକୁ ସମର୍ଥନ କରିବା ଏବଂ ଶାନ୍ତିପୂର୍ଣ୍ଣ, ସ୍ଥିର,…
ପରୀକୁ ନ୍ୟାୟ ଦେବା ଦାବୀରେ ରାଜ୍ୟ ବିଜେପିର ନୟାଗଡ ଜିଲ୍ଲାକୁ ଯାଉଥିବା ଶୋଭାଯାତ୍ରା
ଭୁବନେଶ୍ବର, ଏଥର ସମସ୍ତ ନିର୍ବାଚିତ ପ୍ରତିନିଧୀ ସେମାନଙ୍କର ସଂପତ୍ତି ତାଲିକା ଦାଖଲ କରିବେ। ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସରପଞ୍ଚ ପର୍ଯ୍ୟନ୍ତ ସମସ୍ତେ ଏହା ମାନିବାକୁ ବାଧ୍ୟ। ଏପରି ରୋକଠୋକ ଭାବେ ଦଳୀୟ କର୍ମୀଙ୍କୁ କହିଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ପରିଷଦ ବୈଠକରେ ଅଧ୍ୟକ୍ଷତା କରି ଅପରାହ୍ନରେ ଏମିତି ଚରମ ବାଣୀ ଶୁଣାଇଛନ୍ତି ନବୀନ। ନିର୍ବାଚିତ ପ୍ରତିନିଧୀଙ୍କ ଏହି ସଂପତ୍ତି ତାଲିକା ଲୋକାୟୁକ୍ତଙ୍କ ନିକଟରେ ଦାଖଲ କରାଯିବ। କାହାରେ ସଂପତ୍ତି କେତେ ବୃଦ୍ଧି ପାଇଲା ତାହାର ହିସାବ କରାଯିବ। ଭୁଲ ସଂପତ୍ତି ତାଲିକା ଦେଲେ ତାଙ୍କ ବିରୋଧରେ ଦଳୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏପରି କିଛି ଚରମ ବାଣୀ ନେଇ ନିର୍ବାଚିତ ପ୍ରତିନିଧୀଙ୍କ ମଧ୍ୟରେ ଭୟ ସୃଷ୍ଟି ହେଲାଣି। ସରପଞ୍ଚ, ଜିଲ୍ଲାପରିଷଦ ସଭାପତି, ଉପସଭାପତି, ବ୍ଲକ ଅଧ୍ୟକ୍ଷ, ଏନଏସି ଅଧ୍ୟକ୍ଷଙ୍କ ସହିତ ବିଧାୟକ ସାଂସଦମାନେ ଏହି ସଂପତ୍ତି ତାଲିକା ଦେବେ। ଏହି ତାଲିକା ସାଧାରଣ ଲୋକେ ଜାଣିବା ପାଇଁ…
କନ୍ଦର୍ପ ବେହେରା ରେଢାଖୋଲ: କେନ୍ଦ୍ରସରକାର ପ୍ରତ୍ୟେକ ଗାଁ କୁ ଡିଜିଟାଲ୍ ଇଣ୍ଡିଆରେ ପରିଣତ କରିବା ପାଇଁ ପୂର୍ବରୁ ଘୋଷଣା କରିଛନ୍ତି। ହେଲେ ଏବେବି ବହୁ ଗାଁ ରେ ମୋବାଇଲ୍ ନେଟ୍ୱାର୍କ ଆସୁ ନ ଥିବାରୁ ଜନସାଧାରଣ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସମ୍ବଲପୁର ଜିଲ୍ଲାର ନାକ୍ଟିଦେଉଳ ବ୍ଲକ୍ର କେବଳ କିସିଣ୍ଡା ପଂଚାୟତରେ ୩୧ଟି ଗାଁ ଓ ନାକ୍ଟିଦେଉଳ ପଂଚାୟତରେ ୨୦ଟି ଗାଁ ରେ ନେଟ୍ ସଂଯୋଗ ନାହିଁ ବୋଲି ଏକ ରିପୋର୍ଟରୁ ଜଣାପଡିଛି। ହେଲେ ନାକ୍ଟିଦେଉଳ ବ୍ଲକ୍ର ଅନ୍ୟ ୧୨ ଟି ପଂଚାୟତର ବହୁ ଗାଁରେ ଏବେ ବି ଲୋକମାନେ ମୋବାଇଲରେ କଥାବାର୍ତ୍ତା କରିପାରୁ ନାହାନ୍ତି। ଠିକ୍ ସେମିତି ଏକ ଗାଁ ହେଲା ନାକ୍ଟିଦେଉଳ ବ୍ଲକର ନବଗଠିତ ଗୋଗୁଆ ଗ୍ରାମପଂଚାୟତର ଗୋଗୁଆ ଗାଁ ଓ ଡଇଁଚା ଗ୍ରାମପଂଚାୟତର, ରୁକୁଣୀପୁର, ଢୁଙ୍କଛାଲି, ଗୋପାଳପୁର ଏବଂ ଘୋଷରାମାଳ ପଂଚାୟତର ଲାଣ୍ଡିମାଳ, ରାଇଲ, କମଳାନାଳି ଗ୍ରାମ। ଏହି ଗାଁ ଗୁଡିକର ଲୋକମାନେ ବାଧ୍ୟ ହୋଇ ବିପଦସଙ୍କୁଳ…
ରମେଶ ମହାନ୍ତି ଜଗତସିଂହପୁର: କୋଭିଡ-୧୯ ମାର୍ଗଦର୍ଶିକା ପାଳନ ମାଧ୍ୟମରେ ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କ ମନ୍ଦିର ଓ ଗୋରେଖନାଥ ମନ୍ଦିର ଖୋଲାଯିବା ପାଇଁ ପ୍ରଶାସନିକ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ଜିଲ୍ଲାପାଳ ସରୋଜ କୁମାର ମିଶ୍ର ସୂଚନା ଦେଇଛନ୍ତି। ଆସନ୍ତା ୨୦୨୧ ଜାନୁଆରୀ ୩ତାରିଖ ଠାରୁ ମା’ ଶାରଳା ଓ ଗୋରେଖନାଥଙ୍କ ମନ୍ଦିର ଖୋଲା ରହିବ। ପ୍ରତ୍ୟେକ ଦିନ ସକାଳ ୮ଟାରୁ ୧୨ଟା ପର୍ଯ୍ୟନ୍ତ ସର୍ବାଧିକ ୫୦୦ ଭକ୍ତ ଦର୍ଶନ ସୁଯୋଗ ପାଇପାରିବେ। ୬୫ ବର୍ଷରୁ ଊର୍ଦ୍ଧ୍ବ ଓ ୧୦ ବର୍ଷରୁ କମ୍ ବୟସ୍କଙ୍କୁ ଦର୍ଶନ ସୁଯୋଗ ମିଳିବ ନାହିଁ। ପଣ୍ଡା ଓ ସେବାୟତଙ୍କ ପାଇଁ ମଧ୍ୟ ଏହି ନିୟମ ଲାଗୁହେବ। ପ୍ରତ୍ୟେକ ଦର୍ଶନାର୍ଥିଙ୍କ ଥର୍ମାଲ୍ ସ୍କାନିଙ୍ଗ୍, ହାତ ସାନିଟାଇଜ୍ କରାଯିବା ସହିତ ମାସ୍କ ପରିଧାନ ଓ ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ ହେବ। ପ୍ରତ୍ୟେକ ଭକ୍ତ ଦର୍ଶନ ପୂର୍ବରୁ ପରିଚୟପତ୍ର ଓ ବୟସ ପ୍ରମାଣପତ୍ର ଦେଖାଇବାକୁ ପଡିବ।…
ମୁମ୍ବାଇ: ବ୍ରିଟେନରେ କରୋନା ଭାଇରସ୍ର ଏକ ନୂଆ ଷ୍ଟ୍ରେନ୍ ସାରା ବିଶ୍ବ ପାଇଁ ଚିନ୍ତାର କାରଣ ପାଲଟିଛି। ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ପରିସ୍ଥିତି ଏବେ ଅଣାୟତ୍ତ ହୋଇପଡିଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାରଙ୍କ ମଙ୍ଗଳବାରଠୁ ନାଇଟ୍ କର୍ଫ୍ୟୁ ଜାରି କରାଯିବା ନେଇ ନିଷ୍ପତ୍ତି ନେଇଛନ୍ତି। ମହାରାଷ୍ଟ୍ର ନଗର ନିଗମ ନାଇଟ କର୍ଫ୍ୟୁ ଜାରି କରିଛନ୍ତି। ଏହା ରାଜ୍ୟର କିଛି ଅଂଶରେ ଜାରି କରାଯାଇଛି। ରାତି ୧୧ ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ ଲାଗୁ ହେବାକୁ ଥିବା ବେଳେ ୫ ଜାନୁଆରୀ ପର୍ଯ୍ୟନ୍ତ ଏହା ଚାଲିବ ବୋଲି ସୂଚନା ରହିଛି। ଆଜି ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ ପରେ ଏହି ନିଷ୍ପତ୍ତି ନେଇଛନ୍ତି। ବ୍ରିଟେନ୍ରେ ଦେଖିବାକୁ ମିଳୁଥିବା କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍କୁ ନଜରରେ ରଖି ମହାରାଷ୍ଟ୍ର ସରକାର ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଭାରତ ସରକାର ବ୍ରିଟେନ୍ରୁ ଆସିବାକୁ ଥିବା ସମସ୍ତ…
କନ୍ଦର୍ପ ବେହେରା ରେଢାଖୋଲ: ଗତକାଲି ରାତିରେ କିସିଣ୍ଡା ଥାନା ମଙ୍ଗଳପୁର ଗ୍ରାମରେ ଜନୈକ ବୃଦ୍ଧ କୌଣସି କାରଣକୁ ନେଇ ଜଣେ ବୃଦ୍ଧକୁ ଶାବଳରେ ପିଟି ପିଟି ହତ୍ୟା କରିଥିବା କିସିଣ୍ଡା ପୋଲିସ୍ କହିଛି। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ଗତକାଲି ରାତି ପ୍ରାୟ ୮ ଟା ସମୟରେ କିସିଣ୍ଡା ଥାନା ଗୋଗୁଆ ପଂଚାୟତର ମଙ୍ଗଳପୁର ଗ୍ରାମର ଭୀମ ନାଏକ (୬୫), ସେଇ ଗ୍ରାମର ଜେଣ୍ଡାର କୁଜୁର (୬୯) ଶୋଇଥିବା ସମୟରେ ଏକ ଶାବଳରେ ଅତି ନୃଶଂସ ଭାବରେ ମୁଣ୍ଡରେ ପିଟି ପିଟି ହତ୍ୟା କରିଥିବା ଜଣା ପଡିଛି। ମୃତ ବୃଦ୍ଧର ଦାନ୍ତ ଭାଙ୍ଗି ଯାଇଥିବା ବେଳେ ମୁଣ୍ଡରେ ଆଘାତ ଲାଗିଥିବା ଜଣା ପଡିଛି। ଅତି ନୃଶଂସ ଭାବରେ ବୃଦ୍ଧ ଜଣଙ୍କ ବୃଦ୍ଧକୁ ହତ୍ୟା କରିବା ଘଟଣା ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି। ବୃଦ୍ଧ ଜଣଙ୍କୁ ଶାବଳରେ ପିଟି ହତ୍ୟା କରିବା ପରେ ଗୁରୁତର ବୃଦ୍ଧକୁ ପ୍ରଥମେ ରେଢାଖୋଲ ଡାକ୍ତରଖାନାକୁ ଚିକିତ୍ସାପାଇଁ ଭର୍ତ୍ତି…
ଭୁବନେଶ୍ଵର: ଆଜି ରାଜ୍ୟରୁ ୩୦୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଅନୁଗୁଳରୁ ୪୪, ସୁନ୍ଦରଗଡରୁ ୨୮, ଖୋର୍ଦ୍ଧାରୁ ୨୭, ବାଲେଶ୍ବରରୁ ୨୬, ମୟୂରଭଞ୍ଜରୁ ୨୬, କଟକରୁ ୨୦, ପୁରୀରୁ ୧୮, ନୂଆପଡ଼ାରୁ ୧୫, ଝାରସୁଗୁଡାରୁ ୧୪, ବଲାଙ୍ଗିରିରୁ ୧୨, ସମ୍ବଲପୁରରୁ ୧୦, ଭଦ୍ରକରୁ ୮, ବରଗଡରୁ ୯, ଯାଜପୁରରୁ ୭, କେନ୍ଦୁଝରରୁ ୭, କେନ୍ଦ୍ରାପଡାରୁ ୬, ନୟାଗଡରୁ ୬, ଗଞ୍ଜାମରୁ ୪, କଳାହାଣ୍ଡିରୁ ୪, ଗଜପତିରୁ ୩, ନବରଙ୍ଗପୁରରୁ ୨, ରାୟଗଡାରୁ ୨, ଢେଙ୍କାନାଳରୁ ୧, କୋରାପୁଟରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟପୁଲରୁ ୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୧ ହଜାର ୯୫୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ…
ଭୁବନେଶ୍ବର : ବଲିଉଡ୍ ଅଭିନେତା କାର୍ତ୍ତିକ୍ ଆର୍ଯ୍ୟନ୍ଙ୍କୁ ଏବେ ଗମ୍ଭୀର ଲୁକ୍ରେ ଦେଖିବାକୁ ମିଳିବ। କାର୍ତ୍ତିକଙ୍କୁ ଏକ ନୂଆ ଫିଲ୍ମରେ ବେଶ୍ ଭାବ ଗାମ୍ଭୀର୍ଯ୍ୟ ଲୁକ୍ରେ ନଜର ଆସିଛନ୍ତି । ଏହି ଫିଲ୍ମରେ ତାଙ୍କର ଫାଷ୍ଟ ଲୁକ୍ ରିଲିଜ୍ ହୋଇଛି। ଫିଲ୍ମରେ କାର୍ତ୍ତିକ ଜଣେ ସାମ୍ବାଦିକ ଭାବରେ ନଜର ଆସୁଛନ୍ତି । ଫିଲ୍ମରେ ଅର୍ଜୁନ ପାଠକଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି। ଏହି ଫିଲ୍ମ ଟି ଆସନ୍ତା ବର୍ଷ ରିଲିଜ୍ ହେବ ବୋଲି ସୂଚନ ରହିଛି। ନଭେମ୍ବର 22 ତାରିଖରେ ନିଜ ଜନ୍ମଦିବସ ଅବସରରେ କାର୍ତ୍ତିକ ଏହି ଫିଲ୍ମର ଘୋଷଣା କରିଥିଲେ । କାର୍ତ୍ତିକ ଏହି ଫିଲ୍ମରେ ବେଶ୍ ଅଲଗା ଅନ୍ଦାଜରେ ଦେଖିବାକୁ ମିଳିବେ । ଲମ୍ବା ବାଳ ସହିତ ଚଷମା ଓ ସୁଟ୍ ପିନ୍ଧିଥିବାବେଳେ ତାଙ୍କ ସୁଟ୍ରେ ରକ୍ତର ଛିଟା ମଧ୍ୟ ଦେଖିବାକୁ ମିଳିବ । ରୋନି ସ୍କ୍ରିଓଓ୍ବାଲାଙ୍କ ଆରଏସ୍ବିପି ଓ ରାମ ମାଧବାନୀଙ୍କ ଦ୍ବାରା ଏହି ଫିଲ୍ମ ନିର୍ମିତ ହେଉଛି…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ପୋଲିସକୁ ମିଳିଛି ବଡ଼ ସଫଳତା। ବାଇକ୍ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ୍ କରି ୨୦ ଟି ବାଇକ୍ ଜବତ ସହ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ବାଣପୁର ପୋଲିସ। ଏ ନେଇ ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଜେୟ ପ୍ରତାପ ସ୍ୱାଇଁ ନାଚୁଣୀ ଫାଣ୍ଡି ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ସୂଚନା ଦେଇଛନ୍ତି। ସୂଚନା ମୁତାବକ ଗତକାଲି ସଂଧ୍ୟାରେ ନାଚୁଣୀ ଫାଣ୍ଡି ଏ.ଏସ.ଆଇ ହାଡିବନ୍ଧୁ ନାୟକ ଏବଂ ସି.ଏସ.ଆଇ ଜ୍ୟୋତ୍ସ୍ନାରାଣୀ ଖୁଣ୍ଟିଆ ପାଟ୍ରୋଲିଂ କରୁଥିବା ସମୟରେ ସନ୍ଦେହଜନକ ଭାବେ ନାଲି ରଙ୍ଗର ହିରୋ ହଣ୍ଡା ବାଇକ ସହ ଜଣେ ଯୁବକଙ୍କୁ ଅଟକ ରଖି ବାଇକର କାଗଜପତ୍ର ମାଗିଥିଲେ। ଯୁବକ ଜଣକ ହେଲେ ବାଣପୁର ଥାନା କୁଲେଇ ଗ୍ରାମର ୨୯ ବର୍ଷୀୟ ସନ୍ତୋଷ ଜଗଦ୍ଦେବ। ପରବର୍ତ୍ତୀ ସମୟରେ ଯୁବକ ଜଣକ ବାଇକର କାଗଜପତ୍ର ଦେବାକୁ ଅସମର୍ଥ ହେବାରୁ ପୋଲିସର ସନ୍ଦେହ…
ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ମୋତିଲାଲ ଭୋରାଙ୍କ ପରଲୋକ ହୋଇଯାଇଛି । 93 ବର୍ଷ ବୟସରେ ସୋମବାର ଦିନ ତାଙ୍କର ମୃତ୍ୟୁ ହୋଇଛି । ଦିଲ୍ଲୀ ଫୋର୍ଟିସ୍ ଏସକର୍ଟ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ମୋତିଲାଲ । କାଲି ତାଙ୍କର ଜନ୍ମଦିନ ଥିବାବେଳେ ଆଜି ସମସ୍ତଙ୍କୁ ଛାଡି ଚାଲିଯାଇଛନ୍ତି ମୋତିଲାଲ୍ । ଦୁଇ ଦିନ ପୂର୍ବରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ପୂର୍ବରୁ ସେ କୋଭିଡ୍ରେ ସଂକ୍ରମିତ ହୋଇଥିଲେ । ତେବେ ସେ କରୋନାରୁ ସୁସ୍ଥ ହୋଇଯାଇଥିଲେ । ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ରୂପେ ରହିଥିବା ମୋତିଲାଲ୍ ଉତ୍ତରପ୍ରଦେଶର ରାଜ୍ୟପାଳ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ଗାନ୍ଧି ପରିବାରର ନିକଟତର ଥିବା ମୋତିଲାଲ୍ ଦୀର୍ଘ ସମୟ ଧରି କଂଗ୍ରେସର କୋଷାଧ୍ୟକ୍ଷ ଦାୟିତ୍ବ ସମ୍ଭାଳି ଥିଲେ । 2018 ମସିହାରେ ମୋତିଲାଲଙ୍କ ବୟସକୁ ଦେଖି ରାହୁଲ୍ ଗାନ୍ଧି କୋଷାଧ୍ୟକ୍ଷର ଦାୟିତ୍ବ ଅହମ୍ମଦ ପଟେଲ୍ଙ୍କୁ ଦେଇଥିଲେ । ନିକଟରେ…
ନୂଆଦିଲ୍ଲୀ : ବ୍ରିଟେନ୍ରେ କରୋନାର ନୂଆ ଷ୍ଟ୍ରେନ୍ ମିଳିବା ପରେ ଭାରତ ପଦକ୍ଷେପ ଗ୍ରହଣ କରିଛି । ବ୍ରିଟେନ୍ରେ କରୋନାର ନୂଆଷ୍ଟ୍ରେନ୍ ଦେଖିବାକୁ ମିଳିବା ପରେ ସେଠାକାରେ ସ୍ଥିତି ଏବେ ସଙ୍ଗୀନ ରହିଛି । ୟୁରୋପୀୟ ଦେଶମାନେ ବ୍ରିଟେନ୍କୁ ଉଡାଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହି କ୍ରମରେ ଭାରତ ସରକାର ମଧ୍ୟ ବ୍ରିଟେନ୍ ରୁ ଆସୁଥିବା ବିମାନ ଉପରେ ସାମୟିକ ରୂପେ ବନ୍ଦ କରିଛନ୍ତି । ଆସନ୍ତା ଡିସେମ୍ବର 31 ତାରିଖ ପର୍ଯ୍ୟନ୍ତ ବ୍ରିଟେନ୍କୁ ବିମାନସେବା ବନ୍ଦ କରିଛି ଭାରତ । 22 ତାରିଖ ମଧ୍ୟରାତ୍ରରୁ ବିମାନସବାକୁ ସାମୟିକ ବନ୍ଦ ଘୋଷଣା କଲା ଏମ୍ସିଏ । ଏହି କଟକଣା ଡିସେମ୍ବର 31 ମଧ୍ୟରାତ୍ର ପର୍ଯ୍ୟନ୍ତ ବଳବତ୍ତର ରହିବ। ସୂଚନାଯୋଗ୍ୟ, ବ୍ରିଟେନ୍ରେ କରୋନାର ନୂତନ ସଂକ୍ରମଣ ରୂପକୁ ଦେଖି ୟୁରୋପୀୟ ଦେଶମାନେ ବ୍ରିଟେନରୁ ଆସୁଥିବା ବିମାନ ସେବା ବନ୍ଦ କରିଛନ୍ତି । ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ଓ ରାଜସ୍ଥାନ…
କୋଲକାତା : ନିର୍ବାଚନ ସମୟ ଆସିଲେ ଦଳ ବଦଳ ରାଜନୀତି ଆରମ୍ଭ ହୋଇଯାଏ। ପଶ୍ଚିମବଙ୍ଗରେ ଏବେ ଦଳ ବଦଳ ଚାଲିଛି। ନିକଟରେ ଟିଏମ୍ସିର ବହୁ ନେତା ବିଜେପିରେ ମିଶିଥିବାବେଳେ ଏବେ ବିଜେପିକୁ ଝଟ୍କା ଲାଗିଛି। ଦଳର ସାଂସଦ ସୌମିତ୍ର ଖାନ୍ଙ୍କ ପତ୍ନୀ ସୁଜାତା ମଣ୍ଡଳ ବିଜେପି ଛାଡି ଟିଏମ୍ସିର ହାତ ଧରିଛନ୍ତି। ସୌମିତ୍ର ପଶ୍ଚିମବଙ୍ଗ ବିଜେପି ଯୁବା ମୋର୍ଚ୍ଚାର ଅଧ୍ୟକ୍ଷ ରହିଛନ୍ତି। ସୁଜାତାଙ୍କ ମିଶ୍ରଣ ପର୍ବରେ ଟିଏମସିର ବରିଷ୍ଠ ନେତା ସୌଗତ ରୟ ଓ ମୁଖପାତ୍ର କୁନାଲ ଘୋଷ ପ୍ରମୁଖ ଉପସ୍ଥିତ ରହିଥିଲେ। ଟିଏମ୍ସିର ଶୁଭେନ୍ଦୁ ଅଧିକାରୀ ବିଜେପିରେ ମିଶିଥିବାବେଳେ ଆଜି ସୁଜାତା ଟିଏମ୍ସିରେ ମିଶିଛନ୍ତି। ବିଜେପିର ଉପଯୁକ୍ତ ସମ୍ମାନ ମିଳୁନଥିବାର ଅଭିଯୋଗ କରିଛନ୍ତି ସୁଜାତା। ପଶ୍ଚିମବଙ୍ଗ ରାଜନୀତିରେ ସୁଜାତାଙ୍କ ବେଶ ଦବଦବା ରହିଛି। ଅପରପକ୍ଷରେ ଶାହାଙ୍କ ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତକୁ ନେଇ ରାଜନୀତି ଏବେ ପୂରା ସରଗରମ ରହିଛି। ଶାହା ଦିଦିଙ୍କୁ ଟାର୍ଗେଟ୍ କରୁଥିବାବେଳେ ମମତା ବାନାର୍ଜୀଙ୍କ ନିର୍ବାଚନୀ ରଣନୀତିକାର…
ନୂଆଦିଲ୍ଲୀ, ଆଜି ସଂଧ୍ୟାରେ ମହାକାଶ ଜଗତରେ ଏକ ବିରଳ ଘଟଣା ଘଟିବାକୁ ଯାଉଛି। ଆପଣ ଆଶ୍ଚର୍ଯ୍ୟ ହେବେ ଏହି ଘଟଣା ଚାରି ଶହ ବର୍ଷ ପରେ ଦେଖାଦେଇଛି। ତାହା ହେଲା ଆଜି ସଂଧ୍ୟାରେ ଆକାଶର ବୃହସ୍ପତି ଏବଂ ଶନି ଗ୍ରହ ଖାଲି ଆଖିରେ ଦେଖାଯିବ। କାରଣ ଏହି ଦୁଇଟି ଗ୍ରହ ପୃଥିବୀର ନିକଟତର ହେଉଥିବାରୁ ଏପରି ଦୃଶ୍ୟ ଦେଖାଦେବ। ଆପଣ ଆଜି ସଂଧ୍ୟା 6ଟା 30 ମିନିଟରୁ 8ଟା 30 ମିନିଟ ମଧ୍ୟରେ ଏହି ଦୁଇ ଗ୍ରହକୁ ଦେଖିପାରିବେ। ମହାକାଶ ବିଜ୍ଞାନୀଙ୍କ ଅନୁସାରେ 1623 ମସିହା ଜୁଲାଇ 16 ତାରିଖରେ ବୃହସ୍ପତି ଏବଂ ଶନି ଗ୍ରହ ପୃଥିବୀର ନିକଟତର ହୋଇଥିଲେ। ଅର୍ଥାତ ଆଜକୁ ପ୍ରାୟ 400 ବର୍ଷ ତଳେ ଏପରି ଘଟଣା ସଂଗଠିତ ହୋଇଥିଲା। ସେତେବେଳେ ଏହି ଦୁଇଟି ଗ୍ରହ ମାତ୍ର 5 ମିନିଟ 10 ସେକେଣ୍ଡ ପାଇଁ ଦେଖାଦେଇଥିଲେ ବା ନିକଟତର ହୋଇଥିଲେ। ବୃହସ୍ପତି ଏବଂ ଶନି ଗ୍ରହ ନିକଟତର…
ଭୁବନେଶ୍ୱର: କରୋନା ପାଇଁ ଦୀର୍ଘ 10 ମାସ ହେବ ବନ୍ଦ ରହିଥିବା ଶ୍ରୀମନ୍ଦିର ପୁଣି ଥରେ ଭକ୍ତଙ୍କ ପାଇଁ ଖୋଲିବ । ଆସନ୍ତା 23 ତାରିଖରୁ ଖୋଲିବ ପୁରୀ ଶ୍ରୀ ମନ୍ଦିର । ପ୍ରଥମ ତିନି ଦିନ ଅର୍ଥାତ୍ 23ରୁ 25 ତାରିଖ ପର୍ଯ୍ୟନ୍ତ ସେବାୟତ ପରିବାର ଦର୍ଶନ କରିବେ। ଏହାପରେ 26ରୁ 31 ତାରିଖ ପର୍ଯ୍ୟନ୍ତ ପୁରୀ ସହରବାସୀଙ୍କୁ ଦର୍ଶନ ସୁଯୋଗ ମିଳିବ । ସହରବାସୀଙ୍କୁ ଦର୍ଶନ ପାଇଁ ୱାର୍ଡୱାରୀ ବ୍ୟବସ୍ଥା କରାଯିବ । ଲୋକସଂଖ୍ୟା ଦେଖି କେଉଁଦିନ କେଉଁ ୱାର୍ଡ ନିର୍ଦ୍ଧାରଣ ହେବ । ଯେଉଁ ୱାର୍ଡ ଯେଉଁଦିନ ଦର୍ଶନ କରିବେ, ସେମାନଙ୍କୁ ଟୋକନ ମିଳିବ । ଦୈନିକ ଚାରି ଘଣ୍ଟା ଦର୍ଶନ ପାଇଁ ସୁଯୋଗ ଦିଆଯିବ ବୋଲି ସୂଚନା ଦେଇ କହିଛନ୍ତି ଜିଲ୍ଲାପାଳ । ଆଧାର କାର୍ଡ ଏବଂ ଟୋକନ ଦେଖାଇଲା ପରେ ପ୍ରବେଶ ପାଇଁ ଅନୁମତି ଦିଆଯିବ । ତିନି ତାରିଖ ଠାରୁ ସାଧାରଣ ଦର୍ଶାନାର୍ଥୀଙ୍କୁ…
ଲଣ୍ଡନ: ପୁଣି କରୋନା ଭାଇରସ୍ ଆତଙ୍କ ଖେଳାଇଛି । ଚୀନ୍ର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ସାରା ବିଶ୍ବରେ ଭୟର ବାତାବରଣ ସୃଷ୍ଟି କରିଥିବାବେଳେ ବ୍ରିଟେନରେ କରୋନା ଭାଇରସ୍ର ଏକ ନୂଆ ଷ୍ଟ୍ରେନ୍ ସାରା ବିଶ୍ବ ପାଇଁ ଚିନ୍ତାର କାରଣ ପାଲଟିଛି । ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ପରିସ୍ଥିତି ଏବେ ଅଣାୟତ୍ତ ହୋଇପଡିଛି । କରୋନାର ଏହି ନୂତନ ଷ୍ଟ୍ରେନ୍ ଯୋଗୁଁ ୟୁରୋପ ବ୍ରିଟେନ୍ ସହ ଯୋଗାଯୋଗ ବିଚ୍ଛିନ୍ନ କରିଛି । ଏବେ ଭାରତରେ ମଧ୍ୟ ଏହି ଦାବି ଉଠିଛି । ସୋମବାର ଦିନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ୍ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ଏହି ପ୍ରସଙ୍ଗକୁ ନେଇ ଟୁଇଟ୍ କରିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓବାଲ କହିଛନ୍ତି ଯେ, ୟୁକେରେ କରୋନାର ନୂଆ ଷ୍ଟ୍ରେନ୍ ଯୋଗୁଁ ହଲ୍ଚଲ୍ ସୃଷ୍ଟି ହୋଇଛି । ଏହା ସୁପରସ୍ପ୍ରେଡର ପରି କାମ କରୁଛି । ଏପରି ସମୟରେ…
ନୂଆଦିଲ୍ଲୀର ରକବାଗଂଜ ଗୁରୁଦ୍ବାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଭୁବନେଶ୍ୱର: ଚାରିଦିନିଆ ରିମାଣ୍ଡ ଅବଧି ସରିବା ପରେ ଜେଲ୍ ଗଲେ ଆକାଶ ପାଠକ । ରିମାଣ୍ଡ ଅବଧି ସରିବା ପରେ ଆକାଶ ପାଠକ ଝାରପଡ଼ା ଜେଲ ଫେରିଛନ୍ତି । ଆଜି ତାଙ୍କୁ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ହାଜର କରାଇଥିଲା କମିଶନରେଟ ପୋଲିସ । ଗଣମାଧ୍ୟମ ଆଗରେ ଆକାଶ ପ୍ରତିକ୍ରିୟାରେ କହିଛନ୍ତି, ସେ କୌଣସି କଥା ମାନି ନାହାନ୍ତି । ଆକାଶଙ୍କୁ କମିଶନରେଟ ପୋଲିସ ଚାରି ଦିନିଆ ରିମାଣ୍ଡରେ ନେଇଥିଲା। ସ୍କାଏ କିଙ୍ଗ ଟ୍ରାଭେଲ ଏଜେନ୍ସୀ ଖାରବେଳେନଗର ଥାନାରେ କରିଥିବା ଅଭିଯୋଗ ନେଇ ତାଙ୍କୁ ଜେରା କରିଥିଲା ସ୍ୱତନ୍ତ୍ର ଟିମ୍ ।

