Author: Samikhsya Bureau

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: କୁମ୍ଭଝରି, ବାଉଁସିଆପଲ୍ଲୀ, ଲୋଚାପଡ଼ା, ବେଲପଡ଼ା, ନୁଣିଘରା, କୁଣ୍ଡରିଗୁଡ଼ା ଆଦି ଗ୍ରାମର ପ୍ରାଥମିକ ବିଦ୍ୟାଳୟ ସମେତ କୁକୁଡ଼ାଖଣ୍ଡି ବ୍ଲକ୍‌ର ୨୨ଟି ସ୍କୁଲ, ରାଜ୍ୟର ୧୪୩୭୯ଟି, ଗଂଜାମ ଜିଲ୍ଲାର ୪୩୩ଟି ବିଦ୍ୟାଳୟ ବନ୍ଦ ନିଷ୍ପତ୍ତି ବିରୁଦ୍ଧରେ ଅଲ୍ ଇଣ୍ଡିଆ ଡ଼ିଏସ୍‌ଓ ଗଂଜାମ ଜିଲ୍ଲା କମିଟି ନେତୃତ୍ୱରେ ଉପରୋକ୍ତ ସ୍କୁଲଗୁଡ଼ିକର ସୁରକ୍ଷା କମିଟି ତରଫରୁ ବିକ୍ଷୋଭ ଅନୁଷ୍ଠିତ ହେବା ସହ ବିଇଓ ଜରିଆରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ସୂଚନଯୋଗ୍ୟ ସରକାରଙ୍କ ଦୁର୍ଭାଗ୍ୟପୂର୍ଣ୍ଣ ନିଷ୍ପତ୍ତିରେ କମ୍ ପିଲା ଥିବା ସ୍କୁଲଗୁଡ଼ିକ ବନ୍ଦ କରାଯାଉଛି। ରାଜ୍ୟ ସରକାର ବିପର୍ଯ୍ୟସ୍ତ ସ୍କୁଲ ଶିକ୍ଷାକୁ ନ ସଜାଡ଼ି ପ୍ରାୟ ସମସ୍ତ ସରକାରୀ ସ୍କୁଲ ବନ୍ଦ କରି ସ୍କୁଲ ଶିକ୍ଷାକୁ ସଂପୂର୍ଣ୍ଣ ଘରୋଇକରଣ କରିବାର ରାସ୍ତାରେ ଅଗ୍ରସର ହେଉଛନ୍ତି। ବାସ୍ତବରେ ଦେଖିବାକୁ ଗଲେ ସରକାର କ୍ରମାଗତ ଭାବେ ସରକାରୀ ସ୍କୁଲଗୁଡ଼ିକୁ ଅବହେଳା କରି ଘରୋଇ ଶିକ୍ଷାନୁଷ୍ଠାନକୁ ପ୍ରୋତ୍ସାହିତ କରିବା ହେତୁ ଆଜି ସରକାରୀ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଏକ କର୍ତ୍ତବ୍ୟନିଷ୍ଠ ଅବସରପ୍ରାପ୍ତ ସୈନ୍ୟବିଭାଗର କର୍ମଚାରୀ ତଥା ବ୍ରହ୍ମପୁର କୋର୍ଟର ଜଣେ ଆଇନଜୀବୀ ଲଳିତ ମଙ୍ଗରାଜଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ହୋଇଛି। ଜନୈକ ପୀଡ଼ିତା ଶ୍ରୀ ମଙ୍ଗରାଜଙ୍କ ବିରୋଧରେ ଅସଦାଚରଣଙ୍କ ଅଭିଯୋଗ ଆଣିବା ଯାହା ବର୍ତ୍ତମାନ ଅତି ସଂଗିନ ରୂପ ଧାରଣ କରିଛି। ଯାହାକୁ ନେଇ ସମଗ୍ର ସହରରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। କାରଣ ଏକ ଚାକରାଣୀ ଅଭିଯୋଗ ଆଣିବା ଯେତିକି ଯୁକ୍ତିସଂଗତ ତାଠାରୁ ବଳିପଡ଼ିଲା ଅସଦାଚରଣ ବ୍ୟବହାର ଅଭିଯୋଗ। ଏହା ଏକ ଉଦ୍ଦେଶ୍ୟମୂଳକ ଭାବରେ କୁଚକ୍ରାନ୍ତ କରି ତାଙ୍କୁ ଫସାଯାଉଛି ବୋଲି ଶ୍ରୀ ମଙ୍ଗରାଜ ତାଙ୍କ ସଫେଇ ଦେଇଛନ୍ତି। ସୂଚନାପାଇ ପ୍ରାଥମିକ ଅନୁସନ୍ଧାନରୁ ଏଫ୍‌ଆଇଆର୍ କପିକୁ ଭିତ୍ତିକରି ଅନୁସନ୍ଧାନକାରୀ ଅଧିକାରୀ ଜୟନାଥ ପ୍ରଧାନଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା। କିନ୍ତୁ ଏଫ୍‌ଆଇଆର୍ କପିରେ ଶ୍ରୀ ପ୍ରଧାନଙ୍କ ନାମରେ ଯେଉଁ ୯୪୩୮୨୧୨୩୪୫ ନମ୍ବରଟି ଦିଆଯାଇଛି ତାହା ସଂପୂର୍ଣ୍ଣ ଭୁଲ ଅଟେ। ସହରର ଏକ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନସ ବିଭାଗ ପକ୍ଷରୁ ବଡ଼ ବଡ଼ ଅଧିକାରୀଙ୍କ ଉପରେ ଚଢ଼ାଉ ହୋଇ କୋଟି କୋଟି ଟଙ୍କାର ସଂପତ୍ତି ଠାବ ହୋଇଥିବାବେଳେ ଆଜି ଜଣେ ଅଙ୍ଗନୱାଡ଼ି କର୍ମୀଙ୍କ ଘରୁ ଦୁଇକୋଟି ଟଙ୍କାର ସଂପତ୍ତି ଠାବ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି। ଆଜି ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନସ ବିଭାଗ ପକ୍ଷରୁ ପୁରୁଣା ବ୍ରହ୍ମପୁର ଗଣେଶନଗର ମଙ୍ଗଳାବରମ ପେଟା-୨ର ଅଙ୍ଗନୱାଡ଼ି କର୍ମୀ ନମିତା ଦଳାଇଙ୍କ ବାସଗୃହ ଏବଂ ଅନ୍ୟାନ୍ୟ ଘରେ ଚଢ଼ାଉ ହୋଇଥିଲା। ସକାଳୁ ସକାଳୁ ସେ ରହୁଥିବା ହରିଡ଼ାଖଣ୍ଡି ଲକ୍ଷ୍ମୀନୃସିଂହ ପ୍ରଥମ ଗଳି ସାହିର ତିନିମହଲା ଘର, ଏହି ସାହିରେ ଥିବା ଦୁଇମହଲା କୋଠାଘର, ଗଣେଶ ନଗରରେ ଥିବା ଘର, ଗୌତମ ନଗର ଶ୍ରୀ ଏନକେଭ୍‌ରେ ୨ ବିଏଚ୍‌କେ ପ୍ଲାଟ୍‌, ଭୁବନେଶ୍ୱର ସୁନ୍ଦରପଡ଼ା ହାଇଟେକ୍ ପ୍ଲାଜାର ଫ୍ଲାଟ୍‌, ସିଟି ହସ୍‌ପିଟାଲ୍ ପଛଭାଗ ଦଳୁଆ ସାହିରେ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସ ଜରିଆରେ ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ (ଏଏମୟୁ)ର ଶତବାର୍ଷିକୀ ସମାରୋହକୁ ସମ୍ବୋଧିତ କରିଛନ୍ତି। କାର୍ଯ୍ୟକ୍ରମର ସ୍ମାରକ ସ୍ୱରୂପ ସେ ଏକ ଡାକ ଟିକଟ ମଧ୍ୟ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ସାର ସୟଦଙ୍କ ମନ୍ତବ୍ୟକୁ ସ୍ମରଣ କରି କହିଥିଲେ ‘ନିଜ ଦେଶ କଥା ଚିନ୍ତା କରୁଥିବା ଲୋକଙ୍କ ପ୍ରଥମ ତଥା ସବୁଠୁ ଗୁରୁତ୍ୱପୂର୍ଣ୍ଣ କର୍ତ୍ତବ୍ୟ ହେଉଛି ସବୁ ଲୋକଙ୍କ ମଙ୍ଗଳ ପାଇଁ କାମ କରିବା। ଧର୍ମ, ଜାତି ଓ ବର୍ଣ୍ଣ ନିର୍ବିଶେଷରେ’। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶ ଆଜି ଏଭଳି ଏକ ମାର୍ଗରେ ଅଗ୍ରସର ହେଉଛି, ଯେଉଁଠି ପ୍ରତ୍ୟେକ ନାଗରିକଙ୍କୁ ସେମାନଙ୍କ ସମ୍ବିଧାନ ପ୍ରଦତ୍ତ ଅଧିକାର ଦିଆଯାଉଛି ଏବଂ ଧର୍ମ ଆଧାରରେ କାହାକୁ ବି ପଛକୁ ଛାଡ଼ି ଦିଆଯାଉ ନାହିଁ। ‘ସବକା ସାଥ, ସବକା ବିକାଶ ଏବଂ ସବକା ବିଶ୍ୱାସ’ର ଏହା ହିଁ ମୂଳ ସଂକଳ୍ପ। ଏହି ପରିପ୍ରେକ୍ଷୀରେ ମୋଦୀ କେନ୍ଦ୍ର…

Read More

ନୂଆଦିଲ୍ଲୀ: ବିଶ୍ୱ ମହାମାରୀ ବିରୋଧି ଲଢେଇରେ ଆଜି ଭାରତ ଅନେକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଭାରତର ସକ୍ରିୟ ମାମଲା ଆଜି 3 ଲକ୍ଷ (2,92,518) ତଳକୁ ଖସି ଆସିଛି। ମୋଟ ପଜିଟିଭ ମାମଲା ମଧ୍ୟରୁ ସକ୍ରିୟ ମାମଲାର ହାର 3% କମ 2.90% କୁ ହ୍ରାସ ପାଇଛି। 163 ଦିନ ପରେ ଏହା ସର୍ବନିମ୍ନ ଥିବା ଜଣାପଡିଛି। 12 ଜୁଲାଇ, 2020 ରେ ମୋଟ ସକ୍ରିୟ ମାମଲା 2,92,258 ଥିଲା। ଗତ 24 ଘଣ୍ଟା ମଧ୍ୟରେ ମୋଟ ସକ୍ରିୟ ମାମଲା ମଧ୍ୟରୁ 11,121 ମାମଲା ହ୍ରାସ ପାଇଥିବା  ରେକର୍ଡ କରାଯାଇଛି। ଦୈନିକ ମାମଲା କ୍ଷେତ୍ରରେ ଭାରତ ଏକ ନୂତନ ସର୍ବନିମ୍ନ ମାଇଲଖୁଣ୍ଟ ହାସଲ କରିଛି। 173 ଦିନ ପରେ ଗତ 24 ଘଣ୍ଟା ମଧ୍ୟରେ 20,000 ରୁ କମ ଦୈନିକ ନୂତନ ମାମଲା (19,556) ଜାତୀୟ ସ୍ତରରେ ଚିହ୍ନଟ କରାଯାଇଛି। ଏଥିପୂର୍ବରୁ ଜୁଲାଇ 2, 2020 ରେ ଦୈନିକ ମାମଲା…

Read More

ଭୁବନେଶ୍ଵର: ଆଜି ରାଜ୍ୟରୁ ୩୮୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସୁନ୍ଦରଗଡରୁ ୭୧, ଖୋର୍ଦ୍ଧାରୁ ୩୮, ଅନୁଗୁଳରୁ ୩୭, ସମ୍ବଲପୁରରୁ ୨୭, ବରଗଡରୁ ୨୬, ମୟୂରଭଞ୍ଜରୁ ୨୫, କଟକରୁ ୨୧, ବାଲେଶ୍ବରରୁ ୨୦, ଯାଜପୁରରୁ ୧୬, ନୂଆପଡ଼ାରୁ ୧୫, ପୁରୀରୁ ୧୩, ବଲାଙ୍ଗିରିରୁ ୧୧, କେନ୍ଦୁଝରରୁ ୧୦, ଜଗତସିଂହପୁରରୁ ୮, ଗଞ୍ଜାମରୁ ୭, ଝାରସୁଗୁଡାରୁ ୬, କଳାହାଣ୍ଡିରୁ ୬, କେନ୍ଦ୍ରାପଡାରୁ ୬, ଭଦ୍ରକରୁ ୩, କୋରାପୁଟରୁ ୩, ନବରଙ୍ଗପୁରରୁ ୩, ବୌଦ୍ଧରୁ ୨, ଢେଙ୍କାନାଳରୁ ୨, ନୟାଗଡରୁ ୨, ଦେବଗଡ଼ରୁ ୧, ମାଲକାନଗିରିରୁ ୧ ଏବଂ ଷ୍ଟେଟପୁଲରୁ ୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୨ ହଜାର ୩୪୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ…

Read More

ନୂଆଦିଲ୍ଲୀ: ସିବିଏସଇ ଦଶମ ଓ ଦ୍ଵାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ନେଇ କେନ୍ଦ୍ର ସରକାର ପକ୍ଷରୁ ବଡ ଘୋଷଣା ହୋଇଛି। ଆସନ୍ତା ଜାନୁଆରୀ ଏବଂ ଫେବୃୟାରୀ ମାସରେ ପରୀକ୍ଷା ହେବାକୁ ନେଇ ଯେଉଁ ସନ୍ଦେହ ଲାଗିରହିଥିଲା, ତାହା ଏବେ ସ୍ପଷ୍ଟ ହୋଇଯାଇଛି। ଆସନ୍ତା ଫେବୃୟାରୀ ମାସରେ ପରୀକ୍ଷା ହେବ ନାହିଁ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ସ୍ପଷ୍ଟ କରିଛନ୍ତି। ବୋର୍ଡ ପରୀକ୍ଷା ଘୁଞ୍ଚାଇବାକୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଅନୁରୋଧ କରୁଛନ୍ତି। ଦେଶରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ଫେବ୍ରୁଆରିରେ ପରୀକ୍ଷା କରାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି। ତେବେ ଏ ସମ୍ପର୍କରେ ପରବର୍ତ୍ତି ସମୟରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି। ଅନେକ ପରୀକ୍ଷା କେନ୍ଦ୍ର ଗ୍ରାମାଞ୍ଚଳରେ ଥିବାରୁ ସିବିଏସଇ ଦଶମ ଓ ଦ୍ଵାଦଶ ବୋର୍ଡ ପରୀକ୍ଷା ଅଫଲାଇନରେ ହେବ। କରୋନା ଯୋଗୁଁ ପାଠ ପଢାରେ ଅସୁବିଧା ହୋଇଥିବାରୁ ଛାତ୍ରଛାତ୍ରୀଙ୍କ ସିଲାବସକୁ ପ୍ରାୟ ୩୦ ପ୍ରତିଶତ ହ୍ରାସ…

Read More

ଭୁବନେଶ୍ବର: ଆଜି ଭୁବନେଶ୍ବରରୁ ୨୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୧ ଆକ୍ରାନ୍ତଙ୍କ ମଧ୍ୟରୁ କ୍ଵାରେଣ୍ଟିନରୁ ୭ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ମାମଲା ୧୪ ରହିଛି। ଆଜିର ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୪୩୫ କୁ ବୃଦ୍ଧି ହୋଇଛି। ତେବେ ଆଜି ଭୁବନେଶ୍ବରରୁ ୨୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜିର ସୁସ୍ଥ ଆକ୍ରାନ୍ତ ସଂଖ୍ୟାକୁ ମିଶାଇ ଭୁବନେଶ୍ବରରୁ ମୋଟ ୩୦ ହଜାର ୮୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ଭୁବନେଶ୍ବରରୁ ୩୬୭ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ବେଳେ ୨୩୩ ଜଣ କୋରୋନା ଯୁଦ୍ଧରେ ମୃତ୍ୟୁବରଣ କରିଛନ୍ତି। ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି।

Read More

ରାଇରଙ୍ଗପୁର: ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କଲା ସ୍ୱାମୀ । ଏଭଳି ଘଟଣା ଘଟିଛି ମୟୂରଭଂଜ ଜିଲ୍ଲାର ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଲକ୍ଷ୍ମଣଛତ୍ର ଗାଁରେ । ଏହି ଘଟଣାରେ ଅଭିୟୁକ୍ତ ସ୍ୱାମୀକୁ ଗିରଫ କରିଛି ପୋଲିସ । ମିଳିଥିବା ସୂଚନା ଅନୁସାରେ ପାରିବାରିକ କଳହକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଛି । ମୃତ ମହିଳାଙ୍କ ନାମ ଛିତା ମୁର୍ମୁ  । ତାଙ୍କ ସ୍ୱାମୀଙ୍କ ମଧ୍ୟରେ କୌଣସି କଥାକୁ କେନ୍ଦ୍ର କରି ଝଗଡା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଛିତାଙ୍କ ସ୍ୱାମୀ ତାଙ୍କୁ ପଥରରେ ଛେଚି ହତ୍ୟା କରିଥିଲେ । ଏ ନେଇ ଖବର ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି ।

Read More

ପାନୀପତ : ହରିୟାଣାର ପାନୀପତରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ମଡେଲ୍‌ ଟାଉନ୍‌ ଥାନା କ୍ଷେତ୍ରର କଶ୍ୟପ୍‌ କଲୋନୀର ଜଣେ ସ୍ବାମୀ ନିଜ ସ୍ତ୍ରୀଙ୍କୁ କପଡା ଧୋଇବାକୁ କହିବାରୁ ସ୍ତ୍ରୀ ଜଣକ ରାଗରେ ସ୍ବାମୀ ଉପରେ ଗରମ ପାଣି ଫୋପାଡି ଥିଲେ । ଏହା ପରେ ଫ୍ରାଇଙ୍ଗ୍‌ ପ୍ୟାନ୍‌ରେ ମାଡ ମଧ୍ୟ ମାରିଛନ୍ତି । ସ୍ବାମୀ ଜଣକ ଗୁରୁତର ଅବସ୍ଥାରେ ସିଭିଲ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ହରିୟାଣା ପୋଲିସ୍‌ ଏହି ମାମଲାର ଯାଞ୍ଚ କରୁଛି । ମିଳିଥିବା ସୂଚନା ଅନୁସାରେ ଗୁରୁତର ହୋଇଥିବା ସ୍ବାମୀଜଣକ ହେଉଛନ୍ତି ଜସବୀର ସିଂ । ସେ ମାତା ଜାଗରଣ ଟୋଲିର ଜଣେ ସଦସ୍ୟ ରୂପେ କାର୍ଯ୍ୟ କରୁଥିଲେ । ଲକ୍‌ଡାଉନ୍‌ କାରଣରୁ ଜାଗରଣ ପାର୍ଟି ବନ୍ଦ ହୋଇଯାଇଛି । ସେ ଏବେ ମୂଲ ମଜୁରୀ ଲାଗୁଛନ୍ତି । ତାଙ୍କର ପାଞ୍ଚ ଝିଅ ଓଗୋଟିଏ ପୁଅ । ତିନି ଝିଅଙ୍କର ବାହାଘର ହୋଇଯାଇଥିବାବେଳେ…

Read More

ଉତ୍ତରପ୍ରଦେଶ :  ଉତ୍ତରପ୍ରଦେଶ ଆଗ୍ରାଠାରେ ମଙ୍ଗଳବାର ସକାଳେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଯମୁନା ଏକ୍ସପ୍ରେସ୍‌ ଓ୍ବରେ ଏକ କଣ୍ଟେନର ସହ କାର୍‌ ଧକ୍କା ହେବା ଫଳରେ ଏହି କାର୍‌ରେ ଥିବା 5 ଜଣ ଯାତ୍ରୀ ଜୀଅନ୍ତା ଜଳିଯାଇଛନ୍ତି । ଧକ୍କା ଖାଇବା ପରେ କାରରେ ତତକ୍ଷଣାତ ନିଆଁ ଲାଗିଯାଇଥିଲା । ନିଆଁ ଏତେ ଭୟଙ୍କର ରୂପ ନେଇଥିଲାଯେ ସେଥିରେ ଥିବା ସମସ୍ତ ଯାତ୍ରୀ ଜଳି ଯାଇଥିବା ବେଳେ ଦୁର୍ଘଟଣା ସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ତିନି ଜଣ ପୁରୁଷ, ଜଣେ ମହିଳା ଓ ଜଣେ ଶିଶୁ ଥିବା ଜଣାଯାଇଛି । ଯମୁନା ଏକ୍ସପ୍ରେସ ୱେର ଖଣ୍ଡଲି ଅଞ୍ଚଳରେ ହିଁ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି ।

Read More

ମୁମ୍ବାଇ : କୋଭିଡ୍‌ କଟକଣା ଉଲ୍ଲଂଘନ ଅଭିଯୋଗରେ ଭାରତୀୟ କ୍ରିକେଟର ସୁରେଶ ରୈନାଙ୍କୁ ପୋଲିସ ପୋଲିସ୍‌ ଗିରଫ କରିଛି ।  ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ରାତ୍ରକାଳୀନ କର୍ଫ୍ୟୁ ଜାରି ରହିଥିବାବେଳେ ରୈନା ଏହାକୁ ଉଲ୍ଳଂଘନ କରି ଏକ କ୍ଲବ୍‌ରେ ନାଚଗୀତରେ ସାମିଲ୍‌ ରହିଥିଲେ । ରୈନାଙ୍କ ବ୍ୟତୀତ ଗୁରୁ ରନ୍ଧଓ୍ବା, ସୁଜେନ୍‌ ଖାନ୍‌ ପ୍ରମୁଖଙ୍କୁ ମଧ୍ୟ ଗିରଫ କରାଯାଇଥିଲା ।  ରୈନାଙ୍କ ସମେତ 34 ଜଣ ସେଲିବ୍ରିଟି ଏକ କ୍ଲବ୍‌ରେ ନାଚଗୀତରେ ମାତିଥିଲେ। ମୁମ୍ବାଇ ବିମାନବନ୍ଦର ନିକଟରେ ଥିବା ଡ୍ରାଗନ ଫ୍ଲାଏ କ୍ଲବ୍‌ରେ ସ୍ଥାନୀୟ ସହର ପୋଲିସ ଷ୍ଟେଶନ ପକ୍ଷରୁ ଚଢ଼ାଉ କରାଯାଇଥିଲା। ରାତ୍ରକାଳୀନ କର୍ଫ୍ୟୁ ଉଲ୍ଲଂଘନ ଅଭିଯୋଗରେ ସେମାନଙ୍କୁ ଧାରା 188 ଅନୁସାରେ ଗିରଫ କରାଯାଇ ଥିଲା। ଅବଶ୍ୟ ରୈନା, ଗୁରୁ ରନ୍ଧଓ୍ବାଙ୍କୁ ପୋଲିସ୍‌ ନୋଟିସ୍‌ ଦେଇ ଛାଡି ଦେଇଛି ।

Read More

ଦିଲ୍ଲୀ: ବ୍ରିଟେନ୍‌ରେ ଦେଖାଦେଇଥିବା କରୋନାର ନୂଆ ଷ୍ଟ୍ରେନ୍‌ ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଏବେ ବ୍ରିଟେନରୁ ଭାରତ ଫେରିଥିବା 5ଜଣ ଯାତ୍ରୀଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍ ଆସିଥିବା ଜଣାପଡ଼ିଛି। ବ୍ରିଟେନ୍‌ରୁ ନୂଆଦିଲ୍ଲୀର ବିମାନବନ୍ଦରରେ ଆସି ପହଞ୍ଚିଥିବା 266 ଯାତ୍ରୀଙ୍କର ନମୁନା ଯାଞ୍ଚ୍ କରାଯାଇଥିଲା। 5ଜଣଙ୍କ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ତେବେ ଅଧିକ ପରୀକ୍ଷା ପାଇଁ ସମ୍ପୃକ୍ତ ପାଞ୍ଚ ଜଣଙ୍କ ନମୁନାକୁ ନ୍ୟାଶନାଲ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲକୁ ପଠାଇ ଦିଆଯାଇଛି। ବ୍ରିଟେନରେ ଦେଖାଦେଇଥିବା କରୋନାର ନୂଆ ଷ୍ଟ୍ରେନ୍‌ ଅଧିକ ଶକ୍ତିଶାଳୀ ହେବା ସହିତ ଦ୍ରୁତ ଗତିରେ ସଂକ୍ରମିତ ହେଉଥିବାରୁ ୟୁରୋପୀୟ ରାଷ୍ଟ୍ରମାନେ ବ୍ରିଟେନ୍‌ ସହିତ ବିମାନ ସେବା ବନ୍ଦ ରଖିଛନ୍ତି । ସାଉଦୀ ଆରବ ଏକସପ୍ତାହ ପାଇଁ ଦେଶର ସୀମାକୁ ସିଲ୍‌ କରିଛି । ସେହିପରି ଭାରତ ମଧ୍ୟ ବ୍ରିଟେନ୍‌କୁ ବିମାନସେବା ଉପରେ କଟକଣା ଜାରି ରଖିଛି । ବ୍ରିଟେନ୍‌ରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ଆର୍‌ଟିପିସିଆର…

Read More

ଭୁବନେଶ୍ୱର : ନୟାଗଡ଼ ପରୀ ହତ୍ୟା ମାମଲାକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତିଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା  । ପରୀ ହତ୍ୟା ଘଟଣା ଉପରୁ ପରଦା ଉଠାଇଛନ୍ତି ଅରୁଣ ବୋଥ୍ରା । ଏବେ ଯାଏଁ ଏହି ଘଟଣାରେ କେହି ପ୍ରତକ୍ଷ୍ୟଦର୍ଶୀ ନାହାନ୍ତି । ବୈଜ୍ଞାନିକ ପ୍ରମାଣ ହିଁ ଏକାଠି କରାଯାଉଛି । ଅଶ୍ଲୀଳ ଫିଲ୍ମ ଦେଖି ଅଭିଯୁକ୍ତ ଜଣକ ଏପରି କାଣ୍ଡ ଘଟାଇଛି ବୋଲି କହିଛନ୍ତି ବୋଥ୍ରା । ଦୁଷ୍କର୍ମରେ ବାଧା ଦେବାରୁ ହତ୍ୟା କରିଛି ଅଭିଯୁକ୍ତ । ମୃତ୍ୟୁପରେ ନାବାଳିକାର ମୃତଦେହ ସହ ଦୁଷ୍କର୍ମ  କରିଛି ଅଭିଯୁକ୍ତ । ଏହାପରେ ସେ ନାବାଳିକାର ମୃତଦେହକୁ ଏକ ଝୋଟ ବସ୍ତାରେ ଶବ ପୂରେଇଥିଲା । ବସ୍ତାରେ ମୃତଦେହ ଓ ଫ୍ରକ୍‌ ପୂରାଇ ପୋଖରୀ କଡକୁ ଫିଙ୍ଗିଦେଇଥିଲା । ବସ୍ତାରେ ପୂରାଇ ଫିଙ୍ଗି ତା’ ଉପରେ ଡାଳପତ୍ର ଲଦି ଦେଇଥିଲା । ତେବେ ଝିଅଟି ପିନ୍ଧିଥିବା ଲେଗିଙ୍ଗସ୍‌କୁ ସେ ନେବ ଭୁଲି…

Read More

ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ  ମଧ୍ୟ ହ୍ରାସ ଦେଖାଦେଇଛି। ରାଜ୍ୟରେ ଆଉ 4 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 1843କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରେ ଭୁବନେଶ୍ବର, ଯାଜପୁର, କଳାହାଣ୍ଡି, ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଭୁବନେଶ୍ବରରୁ 70 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ କଳାହାଣ୍ଡିରୁ 77 ବର୍ଷୀୟ ପୁରୁଷ, ଯାଜପୁରରୁ 72 ବର୍ଷୀୟ ପୁରୁଷ, ପୁରୀରୁ 52 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୩୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୮୪ ଜଣ ଚିହ୍ନଟ ହୋଇଥିବାବେଳେ ୧୩୫ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୬ହଜାର ୯୧୫ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୨୧ହଜାର ୯୫୬ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩ ହଜାର ୬୩ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୮୩୯ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୬ଟି ଜିଲ୍ଲାରୁ ମୋଟ୍‌ ୩୧୯ ଜଣ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୭୨ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରୁ ୩୫…

Read More

ଭୁବନେଶ୍ବରରେ : ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି । ରାଜ୍ୟର 12ଟି ସହରର ତାପମାତ୍ରା 10 ଡିଗ୍ରୀ ତଳେ ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଫୁଲବାଣୀ ରାଜ୍ୟର ଥଣ୍ଡା ସହର ଭାବେ ଚିହ୍ନଟ ହୋଇଛି । ଏଠାରେ  ସର୍ବନିମ୍ନ ତାପମାତ୍ରା 4 ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ଏସେହିପରି ଦାରିଙ୍ଗବାଡ଼ିରେ 5.5 ଡିଗ୍ରୀ, ଅନୁଗୁଳରେ 6 ଡିଗ୍ରୀ, କୋରାପୁଟରେ 6.6 ଡିଗ୍ରୀ, ଝାରସୁଗୁଡ଼ାରେ 7.5 ଡିଗ୍ରୀ, ଭବାନୀପାଟଣାରେ 7.2 ଡିଗ୍ରୀ, ବାରିପଦାରେ 8.5 ଡିଗ୍ରୀ, ବଲାଙ୍ଗିରରେ 8.8 ଡିଗ୍ରୀ, ଟିଟଲାଗଡ଼ରେ 9 ଡିଗ୍ରୀ, ସୋନପୁରରେ 9.2 ଡିଗ୍ରୀ, କେନ୍ଦୁଝରରେ 9.3 ଡିଗ୍ରୀ ଓ ବୌଦ୍ଧରେ 9.5 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। କଟକରେ 10.5 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଭୁବନେଶ୍ୱରରେ 11.7 ଡିଗ୍ରୀ ରେକର୍ଡ ହୋଇଛି।

Read More

ୱାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମାନଜନକ ଲେଜିଅନ ଅଫ୍ ମେରିଟ ସମ୍ମାନରେ ସମ୍ମାନିତ ହୋଇଛନ୍ତି।  ମୋଦିଙ୍କ ଦକ୍ଷ ନେତୃତ୍ୱ ଯୋଗୁଁ ଆମେରିକା ଓ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କ ମଜଭୁତ ହେବା ସହ ସହିତ ଭାରତ ବିଶ୍ୱ ଶକ୍ତି ଭାବେ ପରିଗଣିତ ହୋଇଛି । ଆମେରିକାର ଏହି ସର୍ବୋଚ୍ଚ ସମ୍ମାନ ମୋଦୀଙ୍କ ନେତୃତ୍ୱ ଓ ଭାରତକୁ ବିଶ୍ୱଶକ୍ତି ଭାବରେ ପରିଚୟ ଦେବାର ଉଦ୍ୟମ ପାଇଁ ପ୍ରଦାନ କରାଯାଇଛି । ମୋଦିଙ୍କ ବ୍ୟତୀତ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମାରିସନ, ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ମଧ୍ୟ ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ପକ୍ଷରୁ ଆମେରିକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ତରନଜିତ ସିଂ ସାନ୍ଧୁ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ରବର୍ଟ ଓ ବ୍ରିଏନଙ୍କଠାରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି। ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ରବର୍ଟ ଓ ବ୍ରିଏନ ପ୍ରଧାନମନ୍ତ୍ରୀ ମୋଦିଙ୍କର ପ୍ରଶଂସା କରିଛନ୍ତି । (ଏଜେନ୍ସି)

Read More

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ କମିବାରେ ଲାଗିଛି । ଏହା ଦେଶବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୯ ହଜାର ୫୫୬ କୋରନା ରୋଗୀ ଚିହ୍ନଟ ହୋଇଥିବାବେଳେ 301ଜଣଙ୍କର ମୃତ୍ୟୁ ହୋଇଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୭୫ ହଜାରକୁ ୧୧୬ କୁ ବୃଦ୍ଧି ହୋଇଛି । ସେହିପରି ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୬ ହଜାର ୧୧୧ ରେ ପହଞ୍ଚିଛି । ତୋବେ ଦେଶରେ ୨ ଲକ୍ଷ ୯୨ ହଜାର ୫୧୮ ଟି ଆକ୍ଟିଭ କେସ ରହିଥିବା ବେଳେ ସୁସ୍ଥ ହୋଇଛନ୍ତି ୯୬ ଲକ୍ଷ ୩୬ ହଜାର ୪୮୭ ଜଣ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଳାୟ ପକ୍ଷରୁ ସୁଚନା ମିଳିଛି ।

Read More

ସୀତାରାମ ଅଗ୍ରୱାଲ ବାଣପୁର: ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁରରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି। ବାଣପୁର ତଥା ଓଡ଼ିଶାର ପ୍ରମୁଖ ଐତିହାସିକ ମନ୍ଦିର ଶ୍ରୀ ଶ୍ରୀ ଦକ୍ଷେଶ୍ୱର ମନ୍ଦିର ପରିସରରୁ ଏକ ବଡ଼ ଧରଣର ଚୋରି ହୋଇଯାଇଛି। ମନ୍ଦିରରୁ ୨୨ଟି ମୂର୍ତ୍ତି ଦୁର୍ବୃତ୍ତ ଚୋରି କରିନେଇଛନ୍ତି। ସୂଚନା ମୁତାବକ ଆଜି ସକାଳ ୫:୪୫ ମିନିଟ ରେ ପୂଜକ ମନ୍ଦିର ମଧ୍ୟରେ ପ୍ରବେଶ କଲା ବେଳକୁ ମନ୍ଦିରର ମୁଖ୍ୟ କବାଟ ସହ ଗର୍ଭଗୃହର ଅନ୍ୟ ଦୁଇ କବାଟ ତାଲା ଭଙ୍ଗାଯାଇଥିବାର ଦେଖିବାକୁ ପାଇଥିଲେ। ୩୧ ଗୋଟି ମୂର୍ତ୍ତି ମଧ୍ୟରୁ ୨୨ ଗୋଟି ମୂର୍ତ୍ତି ଚୋରି ହୋଇଯାଇଥିବାର ପୂଜକ ଦେଖିଥିଲେ   ଯାହା ମଧ୍ୟରୁ ମା କନକଦୁର୍ଗା, ଗୋପୀନାଥ ଦେବ, କଳିଯୁଗେଶ୍ବର ଦେବ ଏବଂ ଚନ୍ଦ୍ରଶେଖର ଦେବ ଆଦି ପ୍ରମୁଖଙ୍କ ମୂର୍ତ୍ତି ରହିଛି। ପୂଜକ ସଙ୍ଗେ ସଙ୍ଗେ ଏ ଖବର ଦେବୋଦତ୍ତର କମିଟିକୁ ଜଣାଇବା ପରେ  ଦେବୋଦତ୍ତର କମିଟି ବାଣପୁର ପୋଲିସକୁ ତୁରନ୍ତ…

Read More

ନୂଆଦିଲ୍ଲୀ : ଆସନ୍ତା ଡିସେମ୍ବର 31 ତାରିଖ ପର୍ଯ୍ୟନ୍ତ ଇଂଲଣ୍ଡକୁ ବିମାନସେବା ବନ୍ଦ କରିଛି ଭାରତ। 22 ତାରିଖ ମଧ୍ୟରାତ୍ରରୁ ବିମାନସବାକୁ ସାମୟିକ ବନ୍ଦ ଘୋଷଣା କଲା ବେସାମରିକ ବିମାନ ଚଳାଚଳ ବିଭାଗ । ଏହି କଟକଣା ଡିସେମ୍ବର 31 ମଧ୍ୟରାତ୍ର ପର୍ଯ୍ୟନ୍ତ ବଳବତ୍ତର ରହିବ। ବ୍ରିଟେନ୍‌ରେ କରୋନାର ନୂଆ ଷ୍ଟ୍ରେନ୍‌ ମିଳିବା ପରେ ଭାରତ ଏହି ପଦକ୍ଷେପ ଗ୍ରହଣ କରିଛି । ବ୍ରିଟେନ୍‌ରେ କରୋନାର ନୂଆଷ୍ଟ୍ରେନ୍‌ ଦେଖିବାକୁ ମିଳିବା ପରେ ସେଠାକାରେ ସ୍ଥିତି ଏବେ ସଙ୍ଗୀନ ରହିଛି । ୟୁରୋପୀୟ ଦେଶମାନେ ବ୍ରିଟେନ୍‌କୁ ଉଡାଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହି କ୍ରମରେ ଭାରତ ସରକାର ମଧ୍ୟ ବ୍ରିଟେନ୍‌ ରୁ ଆସୁଥିବା ବିମାନ ଉପରେ ସାମୟିକ ରୂପେ ବନ୍ଦ କରିଛନ୍ତି। ସୂଚନାଯୋଗ୍ୟ, ବ୍ରିଟେନ୍‌ରେ କରୋନାର ନୂତନ ସଂକ୍ରମଣ ରୂପକୁ ଦେଖି ୟୁରୋପୀୟ ଦେଶମାନେ ବ୍ରିଟେନରୁ ଆସୁଥିବା ବିମାନ ସେବା ବନ୍ଦ କରିଛନ୍ତି । ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ…

Read More