ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ଦେଖାଦେଇଛି। ରାଜ୍ୟରେ ଆଉ ୩ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୮୩୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରେ ସୁନ୍ଦରଗଡ ଜିଲ୍ଲାରୁ ୨ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ କଳାହାଣ୍ଡି ଜିଲ୍ଲାରୁ ଜଣେ ଆକ୍ରାନ୍ତ ଙ୍କର ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ସୁନ୍ଦରଗଡର ୪୩ ବର୍ଷୀୟ ପୁରୁଷ ଓ ୪୫ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ କଳାହାଣ୍ଡି ରୁ ୨୦ ବର୍ଷୀୟା ଯୁବତୀଙ୍କର ମୃତ୍ୟୁ ହୋଇଛି ।
Author: Samikhsya Bureau
ଭୁବନେଶ୍ବର: ରାଜ୍ୟରେ ଆଜି ୩୭୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୨୦୮ ଜଣ ଚିହ୍ନଟ ହୋଇଥିବାବେଳେ ୧୫୫ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୬ହଜାର ୫୯୬କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୨୧ହଜାର ୬୪୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩ ହଜାର ୫୭ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୮୩୬ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୭ଟି ଜିଲ୍ଲାରୁ ମୋଟ୍ ୩୬୩ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଓ ସୁନ୍ଦରଗଡରୁ ସର୍ବାଧିକ ୫୦ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳ ରୁ…
ନୂଆଦିଲ୍ଲୀ: ଆଜି ଗୁଗୁଲ୍ ସ୍ବତନ୍ତ୍ର ଡୁଡୁଲ୍ ପ୍ରସ୍ତୁତ କରିଛି । ଆଜି ସୌରମଣ୍ଡଳରେ ଏକ ବଡ ଭୌଗୋଳିକ ଘଟଣା ଦେଖିବାକୁ ମିଳିବ।ସୌର ଜଗତର ଦୁଇ ବିଶାଳ ଗ୍ରହ ବୃହସ୍ପତି ଓ ଶନି ପରସ୍ପରର ଅତି ନିକଟତର ହେବେ। ଆଜି ଏଥିପାଇଁ ଗୁଗୁଲ ଆଜି ଏକ ସ୍ୱତନ୍ତ୍ର ଡୁଡଲ ତିଆରି କରିଛି। ଆମେରିକାର ସ୍ପେସ୍ ଏଜେନ୍ସି ନାସା ସହଯୋଗରେ ଗୁଗୁଲ ଏହି ଡୁଡଲ ତିଆରି କରିଛି।ପ୍ରାୟ 800 ବର୍ଷ ପରେ ପୁନର୍ବାର ଏପରି ଏକ ବିରଳ ଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ । ଏଥିପାଇଁ ଗୁଗୁଲ୍ ସ୍ବତନ୍ତ୍ର ଡୁଡୁଲ୍ ପ୍ରସ୍ତୁତ କରିଛି । ଏହି ଆନିମେଟେଡ୍ ଡୁଡୁଲ୍ରେ ଶୀତକାଳୀନ ଉତ୍ସବ ସହିତ ଦୁଇ ଗ୍ରହଙ୍କର ମହାମିଳନ ଦେଖାଯାଇଛି । ପ୍ରାୟ ଚାରିଶବର୍ଷ ପରେ ବୃହଷ୍ପତି ଓ ଶନିଙ୍କର ମହାମିଳନ ଆଜି ଘଟିବାକୁ ଯାଉଛି। ପ୍ରତି କୋଡିଏ ବର୍ଷ ଅନ୍ତରରେ ନିୟମିତ ବୃହସ୍ପତି ଓ ଶନି ଗ୍ରହ ପରସ୍ପରକୁ ଅତିକ୍ରମ କରନ୍ତି। ପୂର୍ବରୁ 17ଶ…
ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୨୪ ହଜାର ୩୩୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୩୩ ଜଣଙ୍କର ମୃତ୍ୟୁ ଘଟିଛି। ୨୪ ହଜାର ୩୩୭ ନୂତନ ଆକ୍ରାନ୍ତଙ୍କୁ ମିଶାଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୫୫ ହଜାର ୫୬୦ରେ ପହଞ୍ଚିଛି। ସେହିପରି ଦେଶରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୫ ହଜାର ୮୧୦ରେ ପହଞ୍ଚିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ୨୫ ହଜାର ୭୦୯ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଥିବା ବେଳେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୯୬ ଲକ୍ଷ ୬ ହଜାର ୧୧୧ରେ ପହଞ୍ଚିଛି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ଘଟି ୩ ଲକ୍ଷ ୩ ହଜାର ୬୩୯ରେ ପହଞ୍ଚିଛି।
ଭୁବନେଶ୍ବର: ନୂଆବର୍ଷର ପ୍ରଥମ ସପ୍ତାହରେ ଶୁକ୍ର ଗ୍ରହ ରାଶି ପରିବର୍ତ୍ତନ କରିବେ। ଜାନୁଆରୀ ଚାରି ତାରିଖରେ ଶୁକ୍ର ଗ୍ରହ ଧନୁ ରାଶିରେ ସକାଳ ୫ଟା ୧୬ ମିନିଟ୍ ସମୟରେ ଗୋଚର ରହିବେ। ଜ୍ୟୋତିଷଶାସ୍ତ୍ର ଅନୁସରେ ଏହି ସମୟରେ ଶୁକ୍ର ଗ୍ରହ ଉଚ୍ଚ ରାଶିରେ ଗୋର ଶୁଭ ଫଳ ପ୍ରଦାନ କରିବେ। ଯଦି ଆପଣଙ୍କ ଭାଗ୍ୟରେ ଶୁକ୍ର ଅଶୁଭ ଅବସ୍ଥାରେ ରହିଛନ୍ତି ତେବେ ଆପଣଙ୍କ ଦାମ୍ପତ୍ୟ ଜୀବନ ଓ ପ୍ରେମ ସମ୍ବନ୍ଧରେ ମଧ୍ୟ ବହୁ ଅସୁବିଧାର ସାମ୍ନା କରିବାକୁ ପଡିବ। ତେବେ ଶୁକ୍ର ରାଶି ପରିବର୍ତ୍ତନ କରିବା ପରେ କେଉଁ ରାଶି ବାଲା ଲାଭ ମିଳବ ଆସନ୍ତୁ ଜାଣିବା ମେଷ: ଏହି ଗୋଚର ମେଷ ରାଶିଙ୍କ ପାଇଁ ଶୁଭ ପରିଣାମ ଆଣିବ। ଶୁକ୍ର ଏହି ରାଶିର ଲୋକଙ୍କ ପାଇଁ ଅସୀମିତ ଲାଭ ଦେବ। ଏହି ରାଶିର ଲୋକମାନଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଆମଦାନୀ ବଢିବ। ତେବେ ନିବେଶ କରିବା ସମୟରେ ଟିକିଏ…
ଭୁବନେଶ୍ବର, ପରୀକୁ ନ୍ୟାୟ ଦେବା ପାଇଁ ବିଜେପି ଏକ ପ୍ରକାରର ଅଣ୍ଟା ଭିଡି ଆନ୍ଦୋଳନ କରିବାରେ ଲାଗିଛି। କେବଳ ରାଜ୍ୟ ବିଜେପି ନୁହେଁ ଦିଲ୍ଲୀରୁ ମଧ୍ୟ ନେତାମାନେ ଆସି ଏହି ଆନ୍ଦୋଳନରେ ସାମିଲ ହେବାରେ ଲାଗିଛନ୍ତି। ହେଲେ ଆଶ୍ଚର୍ଯ୍ୟର କଥା ଭୁବନେଶ୍ବରର ସାଂସଦ ଅପରାଜିତା ଷଡଙ୍ଗୀ କିନ୍ତୁ ଚୁପ। କେବଳ ଚୁପ ନୁହଁନ୍ତି ସେ ଏହି ଆନ୍ଦୋଳନରେ ନିଜକୁ ବିଲକୁଲ ସାମିଲ ମଧ୍ୟ କରାଉ ନାହାଁନ୍ତି। ତାଙ୍କର ନିର୍ବାଚନ ମଣ୍ଡଳୀ ଭୁବନେଶ୍ବରରୁ ପରୀକୁ ନ୍ୟାୟ ଦେବା ପାଇଁ ଏକ ଶୋଭାଯାତ୍ରା ବାହାର କରାଗଲା। ଏଥିରେ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଏବଂ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସଭାପତି ଭି. ଶ୍ରୀନିବାସନ ଦିଲ୍ଲୀରୁ ଆସି ଯୋଗ ଦେଲେ। ହେଲେ ଆଶ୍ଚର୍ଯ୍ୟର କଥା ଖୋଦ୍ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଏଥିରେ ଯୋଗ ଦେଲେ ନାହିଁ। କେବଳ ଭୁବନେଶ୍ବରର ଘଟଣା ନୁହେଁ। ନୟାଗଡ ଜିଲ୍ଲାରେ ବିଜେପି ଦୀର୍ଘଦିନ ଧରି ଧାରଣା ଦେଇଥିଲେ ମଧ୍ୟ ସେଥିରେ…
ଭୁବନେଶ୍ବର/ସମ୍ବଲପୁର, ଏକ ବଡ ଟ୍ରେନ ଦୁର୍ଘଟଣାରୁ ଅଳ୍ପକେ ବଞ୍ଚିଗଲା ପୁରୀ ସୁରଟ ଏକ୍ସପ୍ରେସ। ଆଜି ରାତି 2ଟାରେ ଏହି ଟ୍ରେନଟି ସମ୍ବଲପୁର ରେଲୱେ ଡିଭିଜନର ହାତୀବାରି ଓ ମାନେଶ୍ବର ଷ୍ଟେସନ ମଧ୍ୟରେ ଏକ ହାତୀ ଧକ୍କା ଦେଇଛି। ଫଳରେ ଟ୍ରେନର ଇଂଜିନରେ ଥିବା ଚକା ମଧ୍ୟରୁ ଛଅଟି ଚକା ଲାଇନଚ୍ୟୁତ ହୋଇଛି। ତେବେ ଏଥିରେ କୌଣସି କ୍ଷୟକ୍ଷତି ଘଟି ନାହିଁ। ଟ୍ରେନର ଡ୍ରାଇଭର ଏବଂ ଅନ୍ୟ କର୍ମଚାରୀ ସୁରକ୍ଷିତ ଅଛନ୍ତି। ଘଟଣାରୁ ଜଣାପଡିଛି ଯେ, ସମ୍ବଲପୁର ଡିଭିଜନର ହାତୀବାରି ଓ ମାନେଶ୍ବର ଷ୍ଟେସନ ଅଞ୍ଚଳଟି ହାତୀଙ୍କ ଚଳପ୍ରଚଳ ହୋଇଥିବାରୁ ଟ୍ରେନର ଗତି ଧୀର କରାଯାଇଛି। ସେହି ଅନୁସାରେ ଟ୍ରେନଟି ହାତୀବାରୀ ଷ୍ଟେସନରୁ ରାତି 1 ଟା 55 ମିନିଟରେ ଛାଡିଥିଲା। ସେତେବେଳେ ଟ୍ରେନର ଗତି ଘଣ୍ଟାକୁ 50 କିଲୋମିଟର ଥିଲା। ଶୀତରାତି ହୋଇଥିବାରୁ ହାତୀଙ୍କ ଚଳପ୍ରଚଳ ଟ୍ରେନ ଡ୍ରାଇଭର ବୋଧହୁଏ ଅବଗତ ହୋଇ ପାରିଲେ ନାହିଁ। ଫଳରେ ଏହି ଦୁର୍ଘଟଣା ହୋଇଥିବାର…
ଭୁବନେଶ୍ବର: କୁହାଯାଏ ଲୋକଙ୍କ ନାମର ପ୍ରଥମ ଅକ୍ଷରରୁ ଜଣଙ୍କର ବ୍ୟକ୍ତିତ୍ବ ସମ୍ପର୍କରେ ସୂଚନା ମିଳିପାରିଥାଏ। ସେହିପରି କିଛି ଅକ୍ଷର ମଧ୍ୟ ପ୍ରଭାବଶାଳୀ ହୋଇଥା’ନ୍ତି। ଅଙ୍କଜ୍ୟୋତିଷ ଅନୁସାରେ ଇଂରାଜୀ ଅକ୍ଷର ଏ, ଜେ, ଓ, ଏସ୍ ବେଶ୍ ପ୍ରଭାବଶାଳୀ। ଏସ୍ ଅକ୍ଷର ଅଙ୍କ ୧ ବରାବର ହୋଇଥାଏ। ଯେଉଁଲୋକମାନଙ୍କର ନାମ ଇଂରାଜୀ ଅକ୍ଷର ଏସ୍ରୁ ଆରମ୍ଭ ହୋଇଥାଏ, ସେମାନେ ଜନ୍ମରୁ ବେଶ୍ ପ୍ରଭାବଶାଳୀ ହୋଇଥାନ୍ତି। ଏମାନଙ୍କ ପାଖରେ ନେତୃତ୍ବ ନେବାର କ୍ଷମତା ବହୁ ଅଧିକ ରହିଥାଏ। ଏହି ନାମର ଲୋକମାନେ ଜୀବନର ସବୁ କ୍ଷେତ୍ରରେ ସଫଳତା ପାଇଥା’ନ୍ତି। ଏସ୍ ଅକ୍ଷରର ବ୍ୟକ୍ତିମାନେ ବିଶ୍ବାସୀ ମଧ୍ୟ ହୋଇଥା’ନ୍ତି। କେବଳ ରୋମାଣ୍ଟିକ୍ ନୁହେଁ ବରଂ ପ୍ରକୃତିପ୍ରେମୀ ହୋଇଥାନ୍ତି। ଏହି ନାମର ଲୋକମାନଙ୍କ ହୃଦୟ ସଫା ହୋଇଥାଏ। ଏହି ଲୋକମାନେ ଯାହା ସହିତ ସାଥ୍ ଦିଅନ୍ତି ମରିବା ପର୍ଯ୍ୟନ୍ତ ତା’ ହାତ ଛାଡନ୍ତି ନାହିଁ। ତେବେ ଏହି ନାମର ବ୍ୟକ୍ତିମାନେ ନିଜ ଫିଲିଙ୍ଗସ୍କୁ ସ୍ପଷ୍ଟ ଭାବରେ କହିପାରନ୍ତି ନାହିଁ।…
ମେଷ- ଜୀବନସାଥୀ ସହିତ ସଂପର୍କ ଅଧିକ ମିଠା ହେବ। ସାଙ୍ଗମାନଙ୍କ ସହିତ ଏକ ଭ୍ରମଣର ଆୟୋଜନ କରିବାକୁ ସମର୍ଥ ହେବେ। ଭାଇ ଏବଂ ପ୍ରିୟଜନଙ୍କ ସହିତ ସମ୍ପର୍କ ଭଲ ହେବ। ସମ୍ମାନ ବୃଦ୍ଧି ପାଇବ। ପ୍ରତିଯୋଗୀମାନେ ଜିତିବେ। ମଧ୍ୟମ ଅବଧି ପରେ, ଦୁର୍ଘଟଣା ଜନିତ ଖବର ଆପଣଙ୍କ ମାନସିକ ସୁସ୍ଥତାକୁ ଅସ୍ୱାସ୍ଥ୍ୟକରରେ ପରିଣତ କରିବ। ବୃଷ- ଆଜି ଭ୍ରମଣ କିମ୍ବା ସ୍ଥାନାନ୍ତରଣ ସମ୍ଭାବନା ଅଛି। ବ୍ୟବହାରିକ କାର୍ଯ୍ୟଗୁଡିକ ପରିଚାଳନା କରିବା ଶୁଭ ଅଟେ। ଘରର ପରିବେଶ ସୁଖଦ ଏବଂ ଶାନ୍ତିପୂର୍ଣ୍ଣ ରହିବ । କଳାକାରମାନଙ୍କ ପାଇଁ ଶୁଭ, ସେମାନଙ୍କର କାର୍ଯ୍ୟ ଦକ୍ଷତା ଏବଂ କଳା ପ୍ରଦର୍ଶନ କରିବାର ସୁଯୋଗ ମିଳିବ। ପିଲାମାନଙ୍କର ଅଗ୍ରଗତି ଦ୍ୱାରା ମନ ଉଡ଼ିଯିବ। ମିଥୁନ- ଆପଣଙ୍କ ଖର୍ଚ୍ଚରେ ଆପଣକୁ ସଂଯମ ରହିବାକୁ ପଡିବ। ଏହା ସହିତ କ୍ରୋଧ ଏବଂ ଜିଭରେ ସଂଯମତା ରଖିବାକୁ ପଡିବ। ଯାହାଦ୍ୱାରା କାହା ସହିତ ବିତର୍କରେ କୈଣସି କ୍ରୋଧ ନ ଆସେ ଏବଂ…
ନୂଆଦିଲ୍ଲୀ, ଆଜି ଦୁଇଟି ରାଶି ପ୍ରତି ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିବ। ଉଚ୍ଚ ଅଧିକାରୀଙ୍କ କଲ୍ୟାଣ ଆପଣଙ୍କ ବ୍ୟବସାୟକୁ ସଫଳ କରିବ ଏବଂ ଲାଭ କରିବ। ବାଣିଜ୍ୟ ପାଇଁ ଶୁଭ ଅଟେ। ବ୍ୟବସାୟ ବଢିବା ସହିତ ବ୍ୟବସାୟୀମାନେ ମଧ୍ୟ ସଫଳତା ଏବଂ ସଂଗ୍ରହ ଟଙ୍କା ପାଇବେ। ପିତା ଏବଂ ବୃଦ୍ଧମାନେ ଉପକୃତ ହେବେ। ସମ୍ମାନ ବୃଦ୍ଧି ପାଇବ। ଏହି ଦୁଇଟି ରାଶି ହେଉଛି ସିଂହ ଏବଂ କନ୍ୟା। ଏହି ଦୁଇ ରାଶିର ବ୍ୟକ୍ତିମାନେ ଦୃଢ ମନୋବଳ ଏବଂ ଆତ୍ମବିଶ୍ୱାସ ସହିତ ଯେ କୈଣସି କାର୍ଯ୍ୟ କରିବାକୁ ସମର୍ଥ ହେବେ। ନିଜ ମନକୁ ଶାନ୍ତି ରଖନ୍ତୁ କୌଣସି ଭଲ ଖବର ଶୁଣିବାକୁ ପାଇବେ। ଘରର ପରିବେଶ ସୁଖଦ ଏବଂ ଶାନ୍ତିପୂର୍ଣ୍ଣ ହେବ। କଳାକାରମାନଙ୍କ ପାଇଁ ଶୁଭ, ସେମାନଙ୍କର କାର୍ଯ୍ୟ ଦକ୍ଷତା ଏବଂ କଳା ପ୍ରଦର୍ଶନ କରିବାର ସୁଯୋଗ ମିଳିବ।
ଭୁବନେଶ୍ୱର, ଆଜି ବିଜୁ ଜନତା ଦଳର ରାଜ୍ୟ ମୁଖ୍ୟକାର୍ଯ୍ୟାଳୟଠାରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୯ଟି ପ୍ରସ୍ତାବ ପାରିତ ହୋଇଯାଇଛି । ବୈଠକରେ ୮୦ କାର୍ଯ୍ୟକାରିଣୀ ସଦସ୍ୟ, ନିମନ୍ତ୍ରିତ ଉପସଭାପତି ଓ ବରିଷ୍ଠ ନେତା ଉପସ୍ଥିତ ଥିଲେ । ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ବୈଠକ ଆରମ୍ଭ ହୋଇଥିଲା । ଦିବଙ୍ଗତ ନେତାଙ୍କ ପାଇଁ ୧ ମିନିଟ ନିରବ ପ୍ରାର୍ଥନା ହୋଇଥିଲା । ବିଜେଡି ହେଉଛି ଲୋକଙ୍କ ଦଳ; ଲୋକଙ୍କ ସେବାରେ ସମର୍ପିତ । ପ୍ରତିଦିନ ଲୋକଙ୍କ କାମ କରିବାକୁ କାର୍ଯ୍ୟକାରିଣୀରେ କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଇଥିଲେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାଙ୍ଗଠନିକ ସଂପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ଦ୍ୱାରା ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ତୃଣମୂଳସ୍ତରରେ ବିଜେଡିକୁ ଅଧିକ ସଂଗଠିତ କରାଯିବା ସହ ଦଳର ସଦସ୍ୟଙ୍କ ସଂଖ୍ୟା ୧…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଥିବା ସମସ୍ତ ମେଡ଼ିସିନ୍ ସେଲସ୍ ରିପ୍ରେଜେଣ୍ଟେଟିଭ୍ମାନଙ୍କୁ ନେଇ ଆଜିଠାରୁ କେସି ହାଇସ୍କୁଲ ପଡ଼ିଆରେ ଶୀତଦିନିଆ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ବ୍ରହ୍ମପୁର ବିଧାୟକ ବ୍ରିକମ କୁମାର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟିତ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ବିଜେଡ଼ି ସଂପାଦକ ସୁବାସ ମହାରଣା ଯୋଗ ଦେଇଥିଲେ। ମ୍ୟାଚଗୁଡ଼ିକ କେବଳ ଚାରୋଟି ରବିବାର ଯଥା ୨୦.୧୨.୨୦୨୦ ଠାରୁ ୭.୧.୨୦୨୧ ମଧ୍ୟରେ ଅନୁଷ୍ଠିତ ହେବ। ଏଥିରେ ସମୁଦାୟ ୪ଟି ଦଳ(ଚମ୍ପିୟାନ ୧୧, ରାଇଜିଂ ଷ୍ଟାର, ରୟାଲ ୧୧, କୁଲ କିଙ୍ଗ) ଭାଗ ନେଉଛନ୍ତି। ଆଜି ପ୍ରଥମ ରବିବାରରେ ଦୁଇଟି ମ୍ୟାଚ ଖେଳାଯାଇଥିଲା। ପ୍ରଥମ ମ୍ୟାଚ ଚମ୍ପିୟାନ-୧୧ ସହ ରାଇଜିଂ-୧୧ ମଧ୍ୟରେ ଅନୁଷ୍ଠିତ ହୋଇଥିବାବେଳେ ରାଇଜିଂ ଟସ୍ ଜିତି ନିର୍ଦ୍ଧାରିତ ୧୫ ଓଭର୍ରେ ୧୫୦ କରିଥିବାବେଳେ ଚମ୍ପିୟାନ-୧୧, ୧୫୪ ରନ୍ କରି ବିଜୟୀ ହୋଇଥିଲେ। ଦଳ ପକ୍ଷରୁ ବିଶ୍ୱ ପଣ୍ଡା ସର୍ବାଧିକ ୧୧୦ ରନ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବର୍ତ୍ତମାନ କଟକ ଅଂଚଳର ରାଜ୍ୟର ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଥିବାବେଳେ ଗଂଜାମ ଜିଲ୍ଲା ମଧ୍ୟ ଏହାର ପଛରେ ରହିଛି। ନକଲି ଗୁଟ୍ଖା, ନକଲି ମଦ, ନକଲି ମସଲା, ନକଲି ଘିଅ ଇତ୍ୟାଦି କେଉଁଠି ନା କେଉଁଠି ଲୁଚାଛପା ତିଆରି ହେଉଥିବା ନେଇ ବହୁବାର ଅଭିଯୋଗ ହେଉଛି। ପୂର୍ବରୁ କୋଟି କୋଟି ଟଙ୍କାର ନକଲି ଜର୍ଦ୍ଦା ଏବଂ ମଦ ଜବତ ହୋଇଥିବାବେଳେ ଆଜି ନକଲି ଲୁବ୍ରିକାଣ୍ଟ କାରଖାନାକୁ ଟାଉନ୍ ଥାନା ଠାବ କରି ଜଣକୁ ଗିରଫ କରିଛି। ଘଟଣାରୁ ପ୍ରକାଶ ଯେ, ସହରରେ ନକଲି ଲୁବ୍ରିକାଣ୍ଟ କାରଖାନା ଚାଲିଥିବା ନେଇ ଅଭିଯୋଗ ହେଉଥିବାବେଳେ ଆଜି କୌଣସି ବିଶେଷ ସୂତ୍ରରୁ ଖବର ପାଇ ଟାଉନ୍ଥାନା ପୋଲିସ୍ ଏକ ସୁଇଫ୍ଟ ଡ଼ିଜାଇର୍ (ଓଡ଼ି ୦୭ ଡ଼ବ୍ଲ୍ୟୁ ୭୯୬୯)କାରକୁ ଅଟକାଇଥିଲା। ଯାଞ୍ଚ ବେଳେ ଗାଡ଼ି ଡ଼ିକିରୁ ପେଟିରେ ଭର୍ତ୍ତି ହୋଇଥିବା ୨୦୦ ଲିଟର ନକଲି ଲୁବ୍ରିକାଣ୍ଟ ଜବତ ହୋଇଥିଲା। ପୋଲିସ୍ ଗାଡ଼ି…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: କିଛିଦିନ ହେଲା ବ୍ରହ୍ମପୁର ପୋଲିସ୍ ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ ଚୋରି, ଡ଼କାୟତି ବଢ଼ିବାରେ ଲାଗିଛି। ଅଧିକ ମାତ୍ରାରେ ଲୁଟେରାମାନେ ବଡ଼ ବଡ଼ ଦୋକାନକୁ ଟାର୍ଗେଟ କରୁଥିବା ଦେଖିବାକୁ ମିଳିଛି। ଗତକିଛି ଦିନ ମଧ୍ୟରେ ଦୁଇଦୁଇଟି ବଡ଼ ବଡ଼ ସୁନା ଦୋକାନକୁ ଲୁଟ୍ କରିବା ଏହି ଘଟଣାକୁ ସ୍ପଷ୍ଟ ପ୍ରମାଣିତ କରିଦେଉଛି। କରୋନା କଟକଣା ସମୟରେ ପେଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି ଥିବାରୁ ଚୋରମାନେ ସକ୍ରିୟ ନଥିଲେ। ବର୍ତ୍ତମାନ କରୋନା କଟକଣା ହ୍ରାସ ପାଇଥିବାରୁ ପେଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି ନାହିଁ। ତେଣୁ ଲୁଟେରାମାନେ ନିର୍ଭୟରେ ଚୋରି କରୁଛନ୍ତି। ଗତକାଲି ଲୁଟେରାଙ୍କ ଟାର୍ଗେଟ୍ରେ ଖୋଡ଼ାସିଂ ଅଂଚଳର ଭେସ୍ପା ସୋ ରୁମ୍ ଥିବାବେଳେ ସେମାନେ ତାଲା ଭାଙ୍ଗି ଟଙ୍କା ଲୁଟ୍ କରିଛନ୍ତି। ଘଟଣାରୁ ପ୍ରକାଶ ଯେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଖୋଡ଼ାସିଂ ଅଂଚଳରେ ଥିବା ଭେସ୍ପା ରେ ଲୁଟେରାମାନେ ଶନିବାର ବିଳମ୍ବିତ ରାତ୍ରିରେ ସୋ ରୁମ୍ର ପଛପଟ କବାଟ ତାଲା…
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ପହଁରା ଅଭ୍ୟାସ କରୁଥିବା ସମୟରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ସୋରଣ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି। ସୂଚନାଯୋଗ୍ୟ ଯେ, ସୋରଣ ଗ୍ରାମର ଅଶ୍ୱନୀ ବେହେରା (୧୮) ସୈନ୍ୟ ବାହୀନୀରେ ଭର୍ତ୍ତି ହେବା ପାଇଁ ଦିର୍ଘ ଦିନ ହେଲା ଅଭ୍ୟାସ କରି ଆସୁଥିଲେ। ପ୍ରତି ଦିନ ଭଳି ଆଜି ସକାଳେ ଅଶ୍ୱନୀ ଦୌଡା ଦୌଡି ଅଭ୍ୟାସ ସାରି ନିଜର ସାଥୀମାନଙ୍କ ସହ ସୋରଣ ଗ୍ରାମର କୋଇଲି ଖିଆ ପୋଖରୀରେ ପହଁରା ଅଭ୍ୟାସ କରିଵା ପାଇଁ ପୋଖରୀକୁ ଯାଇଥିଲେ। ପହଁରିବା ସମୟରେ ତାଙ୍କର ଦୁଇ ସାଥି ପହଁରି ପହଁରି କୂଳକୁ ଫେରିଆସିଥିବା ବେଳେ ସେ ପାଣିରେ ବୁଡ଼ି ଯାଇଥିଲେ। ଅତ୍ୟଧିକ ଥଣ୍ଡା ଯୋଗୁଁ ସେ ପାଣିରେ ବୁଡ଼ି ଯାଇଥିଲେ ବୋଲି କୁହାଯାଉଛି। ତେବେ ଅଶ୍ୱନୀକୁ ଉଦ୍ଧାର କରି ସ୍ଥାନୀୟ ଲୋକେ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର…
ସୀତାରାମ ଅଗ୍ରୱାଲ ଚିଲିକା: ୧୯୭୧ ମସିହା ଭାରତ-ପାକ୍ ଯୁଦ୍ଧର ୫୦ବର୍ଷର ସ୍ମୃତି ଉଦ୍ଦେଶ୍ୟରେ ଦେଶ ଚଳିତବର୍ଷ ‘ସ୍ୱର୍ଣ୍ଣିମ ବିଜୟ ବର୍ଷ’ ପାଳନ କରୁଥିବା ବେଳେ ପୂର୍ବତଟ ନୌସେନା କମାଣ୍ଡ ଅଧୀନରେ ଥିବା ଭାରତୀୟ ନୌସେନା ଦିନିକିଆ ସାଗରର ଆୟୋଜନ କରିଛି। ୨୨ ଡିସେମ୍ବରରେ ଭାରତୀୟ ନୌସେନାର ସାମୁଦ୍ରିକ କାର୍ଯ୍ୟର ସାକ୍ଷୀ ହେବାକୁ ଓଡ଼ିଶା ବିଧାନସଭାର ସଦସ୍ୟମାନେ ପାରାଦ୍ୱୀପ ଯାଇଛନ୍ତି। ଏହା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ, କାରଣ ଏହା ସଦସ୍ୟମାନଙ୍କୁ ଏକ ସାମୁଦ୍ରିକ ବ୍ୟାପାର ତଥା ଦେଶର ଉପକୂଳ ସୁରକ୍ଷା ଉପରେ ଏକ ଅନନ୍ୟ ଜ୍ଞାନ ପ୍ରଦାନ କରିବ। ଏହା ଭାରତୀୟ ନୌସେନାର ବିଭିନ୍ନ ସାମୁଦ୍ରିକ କାର୍ଯ୍ୟକ୍ରମ ମଧ୍ୟ ସଦସ୍ୟମାନଙ୍କୁ ଅବଗତ କରାଇବ। ଏହା ସେମାନଙ୍କ ସାମୁଦ୍ରିକ ଜ୍ଞାନକୁ ପ୍ରଶଂସା କରିବା ତଥା ଆମ ଦେଶର ତଥା ବିଶେଷ ଭାବେ ଓଡ଼ିଶା ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକର ସ୍ୱାର୍ଥରେ ନୀତି ଉପରେ ପ୍ରଭାବ ପକାଇବ। ପୂର୍ବ ଫ୍ଲିଟର ଭାରତୀୟ ନୌସେନା ଜାହାଜ ଓ ନୌସେନା ବ୍ୟାୟାମରେ ଅଂଶଗ୍ରହଣ…
ଭୁବନେଶ୍ଵର: ଆଜି ରାଜ୍ୟରୁ ୩୩୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୪୯, ସୁନ୍ଦରଗଡରୁ ୩୬, ଭଦ୍ରକରୁ ୨୧, କଟକରୁ ୨୧, ବାଲେଶ୍ବରରୁ ୨୦, ଅନୁଗୁଳରୁ ୧୮, ମୟୂରଭଞ୍ଜରୁ ୧୮, ବରଗଡରୁ ୧୭, କଳାହାଣ୍ଡିରୁ ୧୫, ପୁରୀରୁ ୧୫, ଝାରସୁଗୁଡାରୁ ୧୪, ନୂଆପଡ଼ାରୁ ୧୨, ସମ୍ବଲପୁରରୁ ୧୦, ଯାଜପୁରରୁ ୯, କେନ୍ଦୁଝରରୁ ୯, ଜଗତସିଂହପୁରରୁ ୮, ବଲାଙ୍ଗିରିରୁ ୬, ଗଞ୍ଜାମରୁ ୬, କେନ୍ଦ୍ରାପଡାରୁ ୫, ଦେବଗଡରୁ ୩, ଢେଙ୍କାନାଳରୁ ୩, ରାୟଗଡ଼ାରୁ ୩, କୋରାପୁଟରୁ ୨, ନବରଙ୍ଗପୁରରୁ ୨, ନୟାଗଡରୁ ୨, ସୋନପୁରରୁ ୧ ଏବଂ ଷ୍ଟେଟପୁଲରୁ ୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୧ ହଜାର ୬୪୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ…
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଜଗାବଳିଆ ଲଜ୍ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତିଜଣକଙ୍କ ପରିଚୟ ମିଳିଥିବାବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିିଛି। ମୃତ ବ୍ୟକ୍ତି ଜଣକ ଆନ୍ଧ୍ର ପ୍ରଦେଶ ରାଜ୍ୟର ଶ୍ରୀକାକୁଲମ୍ ଜିଲ୍ଲାର କୋଣ୍ଡିଭେଦି , ଆର୍-ବେଲଗାମ୍ ଅଞ୍ଚଳର ଦୁପାନା ତୁଲସିଦାସ୍ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲା ଟାଂଗୀ ଥାନା କାଳୁପଡାଘାଟରେ ରହିଛି ଏହି ଜଗା-ବଳିଆ ଲଜ୍। ଆଜକୁ ୫ ଦିନ ଧରି ଏହି ବ୍ୟକ୍ତି ଜଣକ ଏଠାରେ ରୁମ୍ ଭଡା ନେଇ ରହୁଥିଲେ। ତେବେ ଟାଂଗୀ ଥାନା ପୋଲିସ ଏବଂ ଚିଲିକା ତହସିଲଦାରଙ୍କ ଉପସ୍ଥିତି ରେ ରୁମ୍ କବାଟ ଭଂଗାଯାଇ ମୃତଦେହ ଉଦ୍ଧାର କରାଯାଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଅପରପକ୍ଷରେ ଏହି ଲଜ୍କୁ ନେଇ ମଧ୍ୟ ବହୁ ପ୍ରଶ୍ନ ଉଠିଛି। ବେଆଇନ ଭାବେ ଦୀର୍ଘ ୮/୧୦ ବର୍ଷ ଧରି ଏହି ଲଜ୍ ଚାଲିଥିଲା। ଲଜ୍ଟି ପଞ୍ଜୀକୃତ ହୋଇନଥିବାବେଳେ ଏହି ଲଜ୍ରୁ ଯୁବକଙ୍କ…
ସୀତାରାମ ଅଗ୍ରୱାଲ ଚିଲିକା: ଓଡ଼ିଶା ମାନଚିତ୍ରରେ ଚିଲିକା ନିର୍ବାଚନ ମଣ୍ଡଳୀ ଏକ ଅନନ୍ୟ ସ୍ଥାନ ଗ୍ରହଣ କରିଛି। ସାଂସ୍କୃତିକ, ରାଜନୈତିକ, ଧାର୍ମିକ ଦୃଷ୍ଟିକୋଣରୁ ବେଶ୍ ଗୁରୁତ୍ବ ବହନ କରୁଥିବା ଚିଲିକାର ପରିଚୟ ମଧ୍ୟ ଅନନ୍ୟ। ଏହି ନିର୍ବାଚନ ମଣ୍ଡଳୀର ବାଣପୁର ସହର ପର୍ଯ୍ୟଟନସ୍ଥଳୀରେ ପରିପୂର୍ଣ୍ଣ ହେବା ସହିତ ଐତିହ୍ୟପୂର୍ଣ୍ଣ ସହର ଭାବେ ପରିଚିତି ବହନ କରିଛି। ଫାଇବ ଟି ଏବଂ ସ୍ଥାନୀୟ ବିଧାୟକ ବିକାଶର ଡିଣ୍ଡିମ ପିଟୁଥିବା ବେଳେ ଖୋର୍ଦ୍ଧା ଜିଲ୍ଲାର ପ୍ରମୁଖ ସହର ବାଣପୁର ସହରର ବିକାଶର ଚିତ୍ର ଆଜି ପଦାରେ ପଡିଛି। ଡାକ୍ତରଙ୍କ ଘୋର ଅଭାବ ସାଙ୍ଗକୁ ଏହି ଅଞ୍ଚଳରେ ଥିବା ଏକମାତ୍ର ଶବ ବ୍ୟବଚ୍ଛେଦ ଗୃହକୁ ସ୍ଥାନାନ୍ତର କରାଯିବା ଅତ୍ୟନ୍ତ ଲଜ୍ୟାଜନକ। ଖୋର୍ଦ୍ଧା ଜିଲ୍ଳାରେ ଥିବା ଦୁଇଟି ଶବ ବ୍ୟବଚ୍ଛେଦ କେନ୍ଦ୍ର ମଧ୍ୟରୁ ବାଣପୁରରେ ଗୋଟିଏ ଅବସ୍ଥାପିତ ଥିଲା। ମାତ୍ର ଦୀର୍ଘ ଏକମାସ ହେବ ବାଣପୁରରେ ଶବ ବ୍ୟବଚ୍ଛେଦ ବ୍ୟବସ୍ଥା ବନ୍ଦ ହୋଇଯାଇଛି। ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତରଙ୍କ…
ଭୁବନେଶ୍ବର : ନୟାଗଡର ପରୀ ହତ୍ୟା ମାମଲା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଥିବାବେଳେ ଏବେ ଏହି ପ୍ରସଙ୍ଗକୁ ନେଇ ନିର୍ମିତ ହେବାକୁ ଯାଉଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ପରୀ। ଆଜି ଲିଙ୍ଗରାଜ ମନ୍ଦିରଠାରେ ଏହି ଫିଲ୍ମର ଶୁଭ ମହୁରତ୍ ଅନୁଷ୍ଠିତ ହୋଇଛି । ଅଭିନେତା ମିଟୁ ମିଥୁନଙ୍କ ପରିକଳ୍ପନା ଓ ନିର୍ଦ୍ଦେଶିତ ଏହି ଫିଲ୍ମରେ ରାଇମୋହନ ପରିଡା, ମୁନା ମୋଦି, ହାପି, ପ୍ରକାଶ, ପ୍ରଶାନ୍ତ ଓ ‘ପରୀ ‘ ଭୂମିକାରେ ଟୁମୀ ଅନନ୍ୟା ଅଭିନୟ କରୁଛନ୍ତି। ଏହି ଫିଲ୍ମରେ ସ୍ବର ସଂଯୋଜନା କରିଛନ୍ତି ପ୍ରେମ ଆନନ୍ଦ । ଜାନୁଆରୀ ପ୍ରଥମ ସପ୍ତାହରୁ ଏହାର ଶୁଟିଂ ଆରମ୍ଭ ହେବ ବୋଲି ସୂଚନା ରହିଛି ।
ମୁମ୍ବାଇ: ଦେଶରେ କରୋନା ମାମଲା ହ୍ରାସ ପାଇବାରେ ଲାଗିଛି । ମହାରାଷ୍ଟ୍ରରେ ମଧ୍ୟ ପୂର୍ବଠାରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ପରିଲକ୍ଷିତ ହୋଇଛି । ତଥାପି ଶୀତ ବଢ଼ୁଥିବାରୁ କରୋନା ସଂକ୍ରମଣ ଅଧିକ ହେବାର ଆଶଙ୍କା ମଧ୍ୟ ରହିଛି। ଏହାକୁ ନଜରରେ ରଖି ମହାରାଷ୍ଟ୍ର ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ଆସନ୍ତା 6 ମାସ ପର୍ଯ୍ୟନ୍ତ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ରାଜ୍ୟରେ ପୁନଃ ଲକ୍ଡାଉନ୍ କିମ୍ବା ରାତ୍ରିକାଳନୀ କର୍ଫ୍ୟୁ ଲାଗୁ କରିବା ସପକ୍ଷରେ ସରକାର ନାହାନ୍ତି । ଯଦିଓ ରାଜ୍ୟରେ କରୋନା ସ୍ଥିତି ସଙ୍ଗୀନ ଅଛି ତଥାପି ଏହା ନିୟନ୍ତ୍ରଣ ଭିତରେ ରହିଛି । ରବିବାର ଦିନ ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ଉଦ୍ଧବ ଠାକ୍ରେ କହିଛନ୍ତି ଯେ, ରାଜ୍ୟରେ ଆଗାମୀ ଛଅ ମାସ ପର୍ଯ୍ୟନ୍ତ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ବର୍ତ୍ତମାନ ସ୍ଥିତିରେ ସତର୍କ ରହିବା ହିଁ ବଡ଼ ଚିକିତ୍ସା। ଅତିକମରେ ଆଗାମୀ…

