ସୋରଣରେ ପହଁରା ଅଭ୍ୟାସ କରୁଥିବା ବେଳେ ପାଣିରେ ବୁଡ଼ି ଯୁବକଙ୍କ ଗଲା ଜୀବନ

Published: Dec 20, 2020, 9:29 pm IST

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ପହଁରା ଅଭ୍ୟାସ କରୁଥିବା ସମୟରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ସୋରଣ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।

ସୂଚନାଯୋଗ୍ୟ ଯେ, ସୋରଣ ଗ୍ରାମର ଅଶ୍ୱନୀ ବେହେରା (୧୮) ସୈନ୍ୟ ବାହୀନୀରେ ଭର୍ତ୍ତି ହେବା ପାଇଁ ଦିର୍ଘ ଦିନ ହେଲା ଅଭ୍ୟାସ କରି ଆସୁଥିଲେ। ପ୍ରତି ଦିନ ଭଳି ଆଜି ସକାଳେ ଅଶ୍ୱନୀ ଦୌଡା ଦୌଡି ଅଭ୍ୟାସ ସାରି ନିଜର ସାଥୀମାନଙ୍କ ସହ ସୋରଣ ଗ୍ରାମର କୋଇଲି ଖିଆ ପୋଖରୀରେ ପହଁରା  ଅଭ୍ୟାସ କରିଵା ପାଇଁ ପୋଖରୀକୁ ଯାଇଥିଲେ। ପହଁରିବା ସମୟରେ ତାଙ୍କର ଦୁଇ ସାଥି ପହଁରି ପହଁରି କୂଳକୁ ଫେରିଆସିଥିବା ବେଳେ ସେ ପାଣିରେ ବୁଡ଼ି ଯାଇଥିଲେ। ଅତ୍ୟଧିକ ଥଣ୍ଡା ଯୋଗୁଁ ସେ ପାଣିରେ ବୁଡ଼ି ଯାଇଥିଲେ ବୋଲି କୁହାଯାଉଛି।

ତେବେ ଅଶ୍ୱନୀକୁ ଉଦ୍ଧାର କରି ସ୍ଥାନୀୟ ଲୋକେ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ୍ୟୁ ଘୋଷଣା କରିଥିଲେ। ଟାଙ୍ଗୀ ପୋଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Related posts