Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ପାଣିରେ ବୁଡ଼ି ୩୫ ଦିନର ଶିଶୁ ମୃତ

ବାଲୁଗାଁ: ପାଣିରେ ବୁଡ଼ି ୩୫ ଦିନର ଶିଶୁର ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ସୂଚନା ମୁତାବକ ବାଲୁଗାଁ ଏନଏସି ସୂର୍ଯ୍ୟନଗର ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିବା ମହିଳା ପ୍ରୀତି ନାୟକ ତାଙ୍କର ୩୫ ଦିନର ଶିଶୁପୁତ୍ର କୁଳମଣି ନାୟକଙ୍କ ସହ ଗତକାଲି ରାତିରେ ଶୋଇଥିବାବେଳେ ଲଗାଣ ବର୍ଷା ଲାଗି ଘରେ ବର୍ଷାଜଳ ପ୍ରବେଶ କରି ଫୁଟେ ଫୁଟେ ପାଣି ଜମିଥିଲା।

ତେବେ ରାତିରେ ଶିଶୁ ପୁତ୍ର ଟି ଲେଉଟି ତଳେ ପଡିଯିବାରୁ ପାଣି ଭିତରେ ବୁଡ଼ି ଯାଇଥିଲା। ପ୍ରୀତିଙ୍କ ନିଦ ଭାଙ୍ଗିବାରୁ ତାଙ୍କ ଶିଶୁ ପୁତ୍ରଙ୍କ ମୃତ ଶରୀର ପାଣିରେ ଭାସୁଥିବାର ଦେଖିବାକୁ ପାଇଥିଲେ। ଏ ନେଇ ବାଲୁଗାଁ ଥାନାରେ ଏକ ଲିଖିତ ଅଭିଯୋଗ ହେବାରୁ ପୋଲିସ ୨୦/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

Categories
ଆଜିର ଖବର ରାଜ୍ୟ ଖବର

କୁଡାନାଳିରେ ଅଘଟଣ: ପୋଖରୀରେ ବୁଡି ନାବାଳିକାର ମୃତ୍ୟୁ

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ନାକଟିଦେଉଳ ଥାନା କୁଡାନାଳି ଗ୍ରାମରେ ଜନୈକା ନାବାଳିକା ପୋଖରୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ମୃତ୍ୟୁବରଣ କରିଥିବା ଖବର ହସ୍ତଗତ ହୋଇଛି।

ପ୍ରକାଶ ଯେ, ନାକଟିଦେଉଳ ଥାନା କୁଡାନାଳି ଗ୍ରାମର ନବିନ ମାଝୀଙ୍କ ଝିଅ ପଦ୍ମିନୀ ମାଝୀ(୮) ଗତକାଲି ଅପରାହ୍ନ ୪ ଟାରେ ପୋଖରୀକୁ ଏକଲା ଗାଧୋଇବା ପାଇଁ ଯାଇଥିଲା। ନୂତନ ଭାବରେ ଖୋଳାଯାଇଥିବା କୂଅରେ ଗାଧୋଉଥିବା ବେଳେ ନାବାଳିକା ଝିଅଟିର ମୃତ୍ୟୁବରଣ ହୋଇଥିବା ଜଣା ପଡିଛି।

ନାକଟିଦେଉଳ ପୋଲିସ୍ କୁଡାନାଳି ଗ୍ରାମରେ ପହଂଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରେଢାଖୋଲ ଡାକ୍ତରଖାନାକୁ ପଠାଇଥିବା ଥାନାଧିକାରୀ ବିଧୂଭୂଷଣ ମିଶ୍ର ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁରରେ ଅଘଟଣ: ପାଣିରେ ବୁଡି ୧୫ ବର୍ଷ ନାବାଳକଙ୍କ ଗଲା ଜୀବନ

ସୀତାରାମ ଅଗ୍ରୱାଲ

ବାଣପୁର: ପାଣିରେ ବୁଡି ୧୫ ବର୍ଷ ନାବାଳକର ମୃତ୍ୟୁ ହୋଇଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ବାଣପୁର ଥାନା ଅନ୍ତର୍ଗତ ନୀଳାଦ୍ରିପ୍ରସାଦ ପଞ୍ଚାୟତର ଖଇରାପଲି ଗ୍ରାମରେ।

ସୂଚନା ମୁତାବକ ଗଞ୍ଜାମ ଜିଲ୍ଲା ଖଲିକୋଟ ବ୍ଲକ ଅନ୍ତର୍ଗତ ଖଣ୍ଡିଆନାଳ ଗ୍ରାମର ସହଦେଵ ଶବରଙ୍କ ପୁତ୍ର ପ୍ରଦୀପ ଶବର (୧୫) ତାଙ୍କ ମାଉସୀ ଘର ଖଇରାପଲି ଗ୍ରାମକୁ କିଛି ଦିନ ହେଲା ଆସିଥିଲେ। ଆଜି ଅପରାହ୍ନ ପ୍ରାୟ ୧.୩୦ ସମୟରେ ଗାଁର ଦୁଇ ଜଣ ନାବାଳକଙ୍କ ସହ ପ୍ରଦୀପ ନିକଟସ୍ଥ ଏକ ବଡ ନାଳରେ ଗାଧେଇବାକୁ ଯାଉଥିଲେ।

ତେବେ ଗାଧେଇଲା ବେଳେ ଅସାବଧାନତାବଶତଃ ପ୍ରଦୀପଙ୍କ ଗୋଡ ଖସିଯିବାରୁ ସେ ପାଣିରେ ବୁଡି ଯାଇଥିଲେ। ଏହା ଦେଖି ସେଠାରେ ଉପସ୍ଥିତ ଥିବା ଅନ୍ୟ ପିଲାମାନେ ଚିତ୍କାର କରିବା ସହ ସଙ୍ଗେ ସଙ୍ଗେ ତାଙ୍କ ମାଉସୀଙ୍କ ଘରେ ଖବର ଦେଇଥିଲେ। ହେଲେ ସମ୍ପର୍କୀୟ ଲୋକ  ଘଟଣାସ୍ଥଳରେ ପହଁଚିଲାବେଳକୁ ସବୁକିଛି ଶେଷ ହୋଇଯାଇଥିଲା। ପାଣିରେ ବୁଡି ପ୍ରଦୀପଙ୍କ ମୃତ୍ୟୁ ହୋଇଯାଇଥିଲା।

ଖବର ପାଇ ସଙ୍ଗେ ସଙ୍ଗେ ବାଣପୁର ଅଗ୍ନିଶମ ଅଧିକାରୀ ବିବେକାନନ୍ଦ ଦାସ ସଦଳବଳେ ଦୁର୍ଘଟଣାସ୍ଥଳରେ ପହଞ୍ଚି ପାଣିରୁ ପ୍ରଦୀପଙ୍କ ଶବକୁ ଉଦ୍ଧାର କରି ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ହସ୍ତାନ୍ତର କରିଛନ୍ତି। ତେବେ ପ୍ରଦୀପ ଅତ୍ୟନ୍ତ ଗରିବଘର ପିଲା ହୋଇଥିବାରୁ ସରକାରୀ ସାହାଯ୍ୟ ପାଇଁ ସାଧାରଣରେ ଦାବି ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ନିରାକରପୁରରେ ଅଘଟଣ: ପୋଖରୀରେ ବୁଡି ଜଣେ ମୃତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ନିରାକରପୁରରେ ଏକ ଅଘଟଣ ଘଟିଯାଇଛି। ପୋଖରୀରେ ବୁଡି ଜଣେ ୪୭ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ, ନିରାକରପୁର ଥାନା ଡ଼ିଆ ହରିଜନ ସାହିର ବିଜୟ ନାୟକ ଶୌଚ ପାଇଁ ପୋଖରୀ ମଧ୍ୟକୁ ଯାଇଥିଲେ। କିନ୍ତୁ ପାଣିରେ ବୁଡିଯିବା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ହେଲେ ଅପସ୍ମାର ବାତ ମାରିବାରୁ ବିଜୟ ପାଣିରେ ବୁଡିଯାଇଥିବା ଅନୁମାନ କରାଯାଉଛି। ସେ ଝାଡୁଦାର କାମ କରି ପେଟ ପୋଷୁଥିଲେ ବୋଲି ଜଣା ପଡିଛି।

ନିରାକାରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ପଠାଇଥିବା ବେଳେ ଏହି ଘଟଣା ଉପରେ ତଦନ୍ତ ଆରମ୍ଭ କରିଦେଇଛି।

Categories
ଆଜିର ଖବର ରାଜ୍ୟ ଖବର

ସୋରଣରେ ପହଁରା ଅଭ୍ୟାସ କରୁଥିବା ବେଳେ ପାଣିରେ ବୁଡ଼ି ଯୁବକଙ୍କ ଗଲା ଜୀବନ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ପହଁରା ଅଭ୍ୟାସ କରୁଥିବା ସମୟରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ସୋରଣ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।

ସୂଚନାଯୋଗ୍ୟ ଯେ, ସୋରଣ ଗ୍ରାମର ଅଶ୍ୱନୀ ବେହେରା (୧୮) ସୈନ୍ୟ ବାହୀନୀରେ ଭର୍ତ୍ତି ହେବା ପାଇଁ ଦିର୍ଘ ଦିନ ହେଲା ଅଭ୍ୟାସ କରି ଆସୁଥିଲେ। ପ୍ରତି ଦିନ ଭଳି ଆଜି ସକାଳେ ଅଶ୍ୱନୀ ଦୌଡା ଦୌଡି ଅଭ୍ୟାସ ସାରି ନିଜର ସାଥୀମାନଙ୍କ ସହ ସୋରଣ ଗ୍ରାମର କୋଇଲି ଖିଆ ପୋଖରୀରେ ପହଁରା  ଅଭ୍ୟାସ କରିଵା ପାଇଁ ପୋଖରୀକୁ ଯାଇଥିଲେ। ପହଁରିବା ସମୟରେ ତାଙ୍କର ଦୁଇ ସାଥି ପହଁରି ପହଁରି କୂଳକୁ ଫେରିଆସିଥିବା ବେଳେ ସେ ପାଣିରେ ବୁଡ଼ି ଯାଇଥିଲେ। ଅତ୍ୟଧିକ ଥଣ୍ଡା ଯୋଗୁଁ ସେ ପାଣିରେ ବୁଡ଼ି ଯାଇଥିଲେ ବୋଲି କୁହାଯାଉଛି।

ତେବେ ଅଶ୍ୱନୀକୁ ଉଦ୍ଧାର କରି ସ୍ଥାନୀୟ ଲୋକେ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ୍ୟୁ ଘୋଷଣା କରିଥିଲେ। ଟାଙ୍ଗୀ ପୋଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Categories
ଆଜିର ଖବର ରାଜ୍ୟ ଖବର

ପୋଖରୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ବୃଦ୍ଧ ମୃତ

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ସକାଳେ ନାକଟିଦେଉଳ ବ୍ଲକ୍ କିସିଣ୍ଡା ଥାନା ବୁରୁବୁଡା ଗ୍ରାମରେ ଜନୈକ ବୃଦ୍ଧ ପୋଖରୀରେ ବୁଡି ମୃତ୍ୟୁବରଣ କରିବା ଭଳି ଘଟଣା ହସ୍ତଗତ ହୋଇଛି। କିସିଣ୍ଡା ପୁଲିସ୍ ସୂତ୍ରରୁ ପ୍ରକାଶ ଯେ ବୁରୁବୁଡା ଗ୍ରାମର ଶ୍ରୀନୀ ରଣବିଡା (୭୦)ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ସେ ଗାଧୋଉଥିବା ବେଳେ ପୋଖରୀରେ ବୁଡି ମୃତ୍ୟୁ ବରଣ କରିଥିବା ପୋଲିସ୍ ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛି। ଶବ ବ୍ୟବଛେଦ ପାଇଁ ରେଢାଖୋଲ ପଠାଯାଇଥିବା କିସିଣ୍ଡା ଥାନା ସୂତ୍ରରୁ ପ୍ରକାଶ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ମାଛ ମାରିବାକୁ ଯାଇ ଦୁଇ ଭାଇ ମୃତ

ଜଳେଶ୍ବର : ଜଳେଶ୍ବରଠାରେ ଏକ ଅଭାବନୀୟ ଘଟଣା ଘଟିଛି। ମାଛ ମାରିବାକୁ ଯାଇ ଦୁଇ ଭାଇଙ୍କ ମୃତ୍ୟୁ ହୋଇଛି। ସମୁଦ୍ର କୂଳରୁ ଦୁଇ ଭାଇଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବାଲିଆପାଳ ବ୍ଲକ ଡଗରା ବେଳାଭୂମିରୁ ଦୁଇ ଭାଇଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସମୁଦ୍ରକୁ ମାଛ ମାରିବାକୁ ଯାଇ ପାଣିରେ ବୁଡି ଦୁହିଁଙ୍କ ମୃତ ହୋଇଥିବାର ସୂଚନା ରହିଛି।