ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମର ଅଂଶ ସ୍ବରୂପ ରାଜ୍ୟ ଶ୍ରମ ଓ କର୍ମଚାରୀ ବୀମା ବିଭାଗର ‘ପରିଶ୍ରମ’ ପୋର୍ଟାଲର ଲୋକାର୍ପଣ କରିବା ସହିତ ୨୨ ପ୍ରକାର ଅନ୍ଲାଇନ ସେବାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ୫-ଟି କାର୍ୟ୍ୟକ୍ରମର ମୁଖ୍ୟ ଆଧାର ହେଉଛି ବୈଷୟିକ କୌଶଳ। ଏହା ହିଁ ପରିବର୍ତ୍ତନର ମାର୍ଗକୁ ଅଧିକ ସୁଗମ କରିଥାଏ। ରାଜ୍ୟ ଶ୍ରମ ଓ ଇଏସ୍ଆଇ ବିଭାଗ ଦ୍ବାରା ଆରମ୍ଭ କରାଯାଇଥିବା ପରିଶ୍ରମ ପୋର୍ଟାଲ ଓ ୨୨ ପ୍ରକାର ସେବା ସ୍ବଚ୍ଛନ୍ଦ ବ୍ୟବସାୟ ((Ease of Doing Business)) ପାଇଁ ବିଶେଷ ସହାୟକ ହେବ ଏବଂ ଏହା ସହିତ ରାଜ୍ୟରେ ସାମଗ୍ରିକ ଶିଳ୍ପ ଅଭିବୃଦ୍ଧିରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରଖିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ପୋର୍ଟାଲରେ ଜନସାଧାରଣଙ୍କ ନିମନ୍ତେ ବିଭିନ୍ନ ଶ୍ରମ ଆଇନ ସଂପର୍କରେ ସୂଚନା…
Author: Samikhsya Bureau
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଆଜି ଅପରାହ୍ନରେ କେ. ନୂଆଗାଁ ଥାନା ଅନ୍ତର୍ଗତ ରାଧାମୋହନପୁର ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଆହତ ହୋଇଛନ୍ତି। ଘଟଣାରୁ ପ୍ରକାଶ ଯେ ନିମକୁଡ଼ିଆ ଗ୍ରାମର ପି. ନାରାୟଣ (୧୮), ପି. କାମରାଜୁ (୫୦) ଏବଂ ନାବାଳକ ପି. ଅଶାନ୍ତୁ (୧୩) ତିନିଜଣ ଗୋଟିଏ ବାଇକ୍ (ଓଡ଼ି ୦୭ ଜାଡ଼୍ ୯୩୦୫) ରେ ଯାଉଥିଲେ। ପି. ଅଶାନ୍ତୁକୁ କୁକୁର କାମୁଡ଼ି ଥିବାରୁ ତାକୁ ଚିିକିଟି ମେଡ଼ିକାଲ୍ ନେଉଥିବା ସମୟରେ ଚିକିଟିରୁ ବ୍ରହ୍ମପୁର ଯାଉଥିବା ଏକ ଟ୍ରକ (ଓଡ଼ି ୦୪ ଡ଼ି ୩୪୫୫) ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ସମସ୍ତେ ଦୂରକୁ ଛିଟିକି ପଡ଼ିଥିବାବେଳେ ପି. ନାରାୟଣଙ୍କ ଘଟଣାସ୍ଥଳର ମୃତ୍ୟୁ ଘଟିଛି। ଆହତ କାମରାଜୁ ଏବଂ ପି. ଅଶାନ୍ତୁକୁ ବ୍ରହ୍ମପୁର ଏମ୍କେସିଜି ମେଡ଼ିକାଲ୍ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଗ୍ରାମବାସୀ ଟ୍ରକଟିକୁ ଗୋଡ଼ାଇ ଗୋଡ଼ାଇ ଧରିଥିବାବେଳେ କେ. ନୂଆଗାଁ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସେହି ପୁରୁଣା ପ୍ଲାନ, ସେମିତି ଢ଼ଂଗରେ ଆଜି ଆଉ ଗୋଟିଏ ବଡ଼ ସୁନା ଦୋକାନକୁ ଲୁଟ୍ କରିଛନ୍ତି ଲୁଟେରାମାନେ। ଗତ ଅକ୍ଟୋବର ୩୦ ତାରିଖରେ ବଡ଼ବଜାର ବିକାଶ ଜୁଏଲର୍ସର ଲୁଟ୍ ଘଟଣାର କିଛି ଦିନ ବ୍ୟବଧାନ ପରେ ଆଜି ପୁଣି ଲୁଟେରାମାନେ ବଡ଼ବଜାର ଅଂଚଳର କେଶବ ଜୁଏଲର୍ସକୁ ଟାର୍ଗେଟ୍ କରି ଲୁଟ୍ କରିଛନ୍ତି। ଏହି ଘଟଣାରେ ପୋଲିସ୍ର ହାତ ଖାଲିଥିବାବେଳେ ଆଜିର ଘଟଣା ବ୍ରହ୍ମପୁର ପୋଲିସ୍ର ମୁଣ୍ଡବ୍ୟଥାକୁ ବଢ଼ାଇ ଦେଇଛି। ଘଟଣାରୁ ପ୍ରକାଶ ଯେ ଆଜି ସକାଳେ ଗଂଜାମ ଜୁଏଲର୍ସ ଏସୋସିଏସନ୍ର ସଭାପତି ତଥା କେଶବ ଜୁଏଲର୍ସ ମାଲିକ ପି. ସତ୍ୟନାରାୟଣ ସେନାପତି ତାଙ୍କ ବଡ଼ବଜାରରେ ଥିବା ଦୋକାନ ଖୋଲିବା ବେଳେ ଦୋକାନରୁ ସୁନା ଗହଣା ଲୁଟ୍ ହୋଇଥିବା ଜାଣିବାକୁ ପାଇଥିଲେ। ଦୋକାନ ମଧ୍ୟରେ ଥିବା ତିନୋଟି କାଉଣ୍ଟରର ଡ଼୍ର ଭଂଗା ଯାଇ ସେଥିରେ ଥିବା ୪୦୦ ଗ୍ରାମ ସୁନା ଅଳଙ୍କାର, ୧ଲକ୍ଷ ୩୦ ହଜାର…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ରାଜ୍ୟ ସରକାରଙ୍କ ଦୁର୍ଭାଗ୍ୟପୂର୍ଣ୍ଣ ସ୍କୁଲ ବନ୍ଦ ନିଷ୍ପତ୍ତିକୁ ଜୋର୍ଦାର ବିରୋଧ କରିବା ସହ ଏହାକୁ ତୁରନ୍ତ ସ୍ଥଗିତ ରଖିବାକୁ ଆଜି ସାମ୍ବାଦିକ ସମ୍ବଳିତ ମାଧ୍ୟମରେ ଓଡ଼ିଶା ଅଭିଭାବକ ମହାସଂଘ ସରକାରଙ୍କୁ ଜଣାଇଛି। ଏହାସହ ରାଜ୍ୟରେ ଚାଲିଥିବା ବେଆଇନ ବେସରକାରୀ ସ୍କୁଲକୁ ତୁରନ୍ତ ବନ୍ଦ କରିବାକୁ ଦାବି କରିଛନ୍ତି। ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଥିଲେ ଯେ ନିକଟ ଅତିତରେ ଏକ ସର୍ବଦଳୀୟ ବୈଠକ ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ୧୫ ଓ ୨୦ କମ୍ ଛାତ୍ରଛାତ୍ରୀ ଥିବା ୭୭୭୨ରୁ ଉର୍ଦ୍ଧ୍ୱ ବିଦ୍ୟାଳୟକୁ ବନ୍ଦ କରିବାକୁ ଘୋଷଣା କରିଛନ୍ତି। ସରକାରୀ ଓ ଜିଲ୍ଲାସ୍ତରୀୟ ଶିକ୍ଷାଧିକାରୀମାନେ ତୁରନ୍ତ ପ୍ରତ୍ୟେକ ସ୍କୁଲ ବନ୍ଦ ହେବାର କାରଣ ସହ ଏହାର ଏକ ରିପୋର୍ଟ ପ୍ରଦାନ କରନ୍ତୁ। ରାଜ୍ୟରେ ପ୍ରାୟ ୧୦ହଜାର ନକଲି ବା ବେଆଇନ ଭାବେ ଚାଲୁଥିବା ବିନା ସ୍ୱୀକୃତିପ୍ରାପ୍ତ ଘରୋଇ ବିଦ୍ୟାଳୟଗୁଡ଼ିକୁ ତୁରନ୍ତ ବନ୍ଦ କରନ୍ତୁ ଓ ନକଲି…
ଭୁବନେଶ୍ଵର: ଆଜି ରାଜ୍ୟରୁ ୩୭୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୫୦, ଅନୁଗୁଳରୁ ୪୮, ସୁନ୍ଦରଗଡରୁ ୪୩, ବାଲେଶ୍ବରରୁ ୨୩, କଟକରୁ ୨୩, ପୁରୀରୁ ୨୨, ବରଗଡରୁ ୧୯, ବଲାଙ୍ଗିରିରୁ ୧୯, କଳାହାଣ୍ଡିରୁ ୧୯, ମୟୂରଭଞ୍ଜରୁ ୧୮, ସମ୍ବଲପୁରରୁ ୧୪, ନୂଆପଡାରୁ ୧୧, ଝାରସୁଗୁଡାରୁ ୧୦, ଗଞ୍ଜାମରୁ ୯, ଯାଜପୁରରୁ ୮, ଜଗତସିଂହପୁରରୁ ୭, ଭଦ୍ରକରୁ ୫, କେନ୍ଦ୍ରାପଡାରୁ ୫, ଢେଙ୍କାନାଳରୁ ୩, ବୌଦ୍ଧରୁ ୨, ନବରଙ୍ଗପୁରରୁ ୨, ନୟାଗଡରୁ ୨, କନ୍ଧମାଳରୁ ୧, କୋରାପୁଟରୁ ୧ ଓ ଷ୍ଟେଟପୁଲରୁ ୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୦ ହଜାର ୫୮୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩…
ଭୁବନେଶ୍ୱର: ଜୀବନଯାତ୍ରା କ୍ରମଶଃ ସ୍ୱାଭାବିକ ସ୍ଥିତିକୁ ଫେରୁଥିବାବେଳେ କ୍ଷୁଦ୍ର ବ୍ୟବସାୟ ସଂସ୍ଥା, ଶିକ୍ଷାନୂଷ୍ଠାନ, ବୃତ୍ତିଧାରୀଙ୍କୁ ନେଇ ଅନେକ କଥା ରହିଛି, ଯେଉଁମାନେ ଦେଶର ସବୁଠାରୁ ଲୋକପ୍ରିୟ ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡ୍ ସେବା ପ୍ରଦାନକାରୀ ଜିଓଫାଇବର ଜରିଆରେ ଆଶାର କିରଣ ଦେଖିପାରିଛନ୍ତି। ଜିଓଫାଇବର ତାହାର ସେବା ଦ୍ୱୈତ ମହାନଗରୀ ଭୁବନେଶ୍ୱର ଓ କଟକରେ ପ୍ରମୁଖ ଅଞ୍ଚଳଗୁଡିକୁ ଦ୍ରୁତଗତିରେ ସମ୍ପ୍ରସାରିତ କରବା ସହିତ ଓଡ଼ିଶାର ୧୯ରୁ ଅଧିକ ସହର ଓ ନଗରାଂଚଳରେ ଏହାର ଉପସ୍ଥିତିକୁ ପରିବ୍ୟାପ୍ତ କରିଛି। ଏହା ନିର୍ଭରଯୋଗ୍ୟ ଏବଂ ନିରବଚ୍ଛିନ୍ନ ହାଇ-ସ୍ପିଡ ବ୍ରଡବ୍ୟାଣ୍ଡ୍ ଇଂଟରନେଟରେ ସଂଯୋଗ ପ୍ରଦାନକରି ହଜାର ହଜାର ଛାତ୍ରଛାତ୍ରୀଙ୍କୁ ସହାୟତା କରିବା ସହିତ ବିଶେଷକରି ଆଇଟି ଓ ଅନ୍ୟାନ୍ୟ ସେବା କ୍ଷେତ୍ରରେ କାଯ୍ୟରତ ଶହ ଶହ ସଂଖ୍ୟାରେ ପ୍ରଫେସନାଲମାନଙ୍କୁ ରାଜ୍ୟକୁ ଫେରିଆସିବା ପରେ ନିଜ ଘରେ ରହି କାର୍ଯ୍ୟ ଅବ୍ୟାହତ ରଖିବାରେ ସମର୍ଥ କରାଇଛି। ଜିଓଫାଇବର ଓଡ଼ିଶାରେ ପର୍ଯ୍ୟାୟକ୍ରମେ ବିଭିନ୍ନ ସହର ଓ ନଗରଗୁଡିକରେ ନିଜର ସେବାର ଦ୍ରୁତ ସଂପ୍ରସାରଣ…
ଭୁବନେଶ୍ବର: ଆଜି ଭୁବନେଶ୍ବରରୁ ୩୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୭ ଆକ୍ରାନ୍ତଙ୍କ ମଧ୍ୟରୁ କ୍ଵାରେଣ୍ଟିନରୁ ୧୭ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ମାମଲା ୨୦ ରହିଛି। ଆଜିର ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୨୭୩ କୁ ବୃଦ୍ଧି ହୋଇଛି। ତେବେ ଆଜି ଭୁବନେଶ୍ବରରୁ ୨୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜିର ସୁସ୍ଥ ଆକ୍ରାନ୍ତ ସଂଖ୍ୟାକୁ ମିଶାଇ ଭୁବନେଶ୍ବରରୁ ମୋଟ ୩୦ ହଜାର ୬୬୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ଭୁବନେଶ୍ବରରୁ ୩୫୬ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ବେଳେ ୨୩୦ ଜଣ କୋରୋନା ଯୁଦ୍ଧରେ ମୃତ୍ୟୁବରଣ କରିଛନ୍ତି। ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ । ଦିଲ୍ଲୀ ବିଧାନସଭାରେ ନୂଆ କୃଷି ଆଇନକୁ ପ୍ରବଳ ବିରୋଧ କରି କୃଷି ଆଇନ କପିକୁ ଚିରିଦେଇଛନ୍ତି କେଜରୀଓ୍ବାଲା । ଏହା ସହିତ ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି କେଜରିଓ୍ବାଲ । ତିନୋଟି ଯାକ କୃଷି ବିଲ୍ ଆଇନକୁ ଫେରାଇନେବାକୁ କେନ୍ଦ୍ରକୁ ଅପିଲ୍ କଲେ କେଜରୀଓ୍ବାଲ । ସରକାର ଇଂରେଜ ସରକାରଙ୍କଠୁ ଅଧିକ କ୍ରୁର ନହୁଅନ୍ତୁ ବୋଲି କହିଛନ୍ତି କେଜରୀଓ୍ବାଲ । ଆଉ କେତେଜଣଙ୍କ ଜୀବନ ନେବେ ବୋଲି ପ୍ରଶ୍ନ କରିଛନ୍ତି କେଜରୀଓ୍ବାଲ । ତେବେ କୃଷି ଆଇନକୁ ଦିଲ୍ଲୀ ବିଧାନସଭାରେ ବିରୋଧ କରି ପ୍ରସ୍ତାବକୁ ପାରିତ କରାଯାଇଛି। ଦିଲ୍ଳୀ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନକୁ ଆପ୍ ସମର୍ଥନ କରୁଛି ବୋଲି କହିଛନ୍ତି କେଜରୀଓ୍ବାଲ ।
ଭୁବନେଶ୍ବର : ଠକେଇ କରିବା ଅଭିଯୋଗରେ ସର୍ବେଶ୍ବର ରାଓ ଗିରଫ ହୋଇଛନ୍ତି।ପ୍ରଦୀପ ପାଣିଗ୍ରାହୀଙ୍କ ମୁଖ୍ୟ ସହଯୋଗୀ ସର୍ବେଶ୍ୱର ରାଓଙ୍କୁ କ୍ରାଇମ୍ବ୍ରାଞ୍ଚ ଏସ୍ଆଇଟି ଗିରଫ କରିଛି। ଚାକିରି କରାଇଦେବା ପାଇଁ ଟଙ୍କା ଆଦାୟ ଅଭିଯୋଗରେ ଗିରଫ ହୋଇଛନ୍ତି ସର୍ବେଶ୍ବର । ଏ ନେଇ ଗତକାଲି ସର୍ବେଶ୍ୱର ଓ ପ୍ରଦୀପ ପାଣିଗ୍ରାହୀଙ୍କୁ ମୁହାଁ ମୁହିଁ ଜେରା କରିଥିଲା କ୍ରାଇମବ୍ରାଞ୍ଚ। ସୂଚନାଯୋଗ୍ୟ, ଟାଟା କମ୍ପାନୀରେ ଚାକିରି ଦେବାକୁ କହି ଆକାଶ କୋଟି କୋଟି ଟଙ୍କା ଠକିଥିବାର ପ୍ରମାଣ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି । ସର୍ବେଶ୍ୱରଙ୍କ ଜରିଆରେ ଲକ୍ଷାଧିକ ଟଙ୍କା ସଂଗ୍ରହ କରୁଥିଲେ ଆକାଶ ପାଠକ। ଆଜି ଆକାଶଙ୍କୁ ରିମାଣ୍ଡରେ ନିଆଯାଇଛି । ଅପରପକ୍ଷରେ ସେପଟେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଦୁଇ ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଛି। ରିମାଣ୍ଡ ସରିବା ପରେ ପ୍ରଦୀପ ପାଣିଗ୍ରାହୀଙ୍କୁ କୋର୍ଟରେ ହାଜର କରାଯାଇଥିଲା ।
ନୂଆ ଦିଲ୍ଲୀ, କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ନୂଆଦିଲ୍ଲୀରେ ଆଗାମୀ ୟୁନିୟନ ବଜେଟ୍ 2021-22 ସଂପର୍କରେ ଷଷ୍ଠ ପ୍ରାକ-ବଜେଟ୍ ବୈଠକରେ ସାମାଜିକ କ୍ଷେତ୍ରର ଅଂଶୀଦାରଙ୍କ ସହ ପରାମର୍ଶ କରିଛନ୍ତି।
ଫ୍ରାନ୍ସ: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ କରୋନା ପଜିଟିଭ ହୋଇଛନ୍ତି। ଏନେଇ ଗୁରୁବାର ଦିନ ରାଷ୍ଟ୍ରପତି ଅଫିସ୍ ଏଲିସ୍ ପ୍ୟାଲେସନ୍ ତରଫରୁ ସୂଚନା ଦିଆଯାଇଛି । କରୋନା ସଂକ୍ରମିତ ହେବାପରେ ସେ ନିଜକୁ ଆଇସୋଲେଟ କରିଛନ୍ତି। ଏହା ସହ ସେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ସଂଗରୋଧରେ ରହିବା ସହ କୋଭିଡ଼ ଟେଷ୍ଟ କରିବାକୁ କହିଛନ୍ତି। କରୋନା ସଂକ୍ରମିତ ହେବା ପରେ ସେ ନିଜକୁ 7 ଦିନ ଆଇସୋଲେଟ୍ରେ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଇମାନୁଏଲ୍ଙ୍କ ପୂର୍ବରୁ ବ୍ରାଜିଲ୍ ରାଷ୍ଟ୍ରପତି ଜାୟରେ ବୋଲସୋନାରୋ , ବ୍ରିଟେନ୍ର ରାଷ୍ଟ୍ରପତି ବୋରିସ୍ ଜନସନ୍ ଓ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମଧ୍ୟ ସଂକ୍ରମିତ ହୋଇଥିଲେ । ତେବେ ସମସ୍ତେ ସୁସ୍ଥ ଅଛନ୍ତି । ସମ୍ପ୍ରତି ଭାରତରେ କରୋନା ସଂକ୍ରମଣ ହାର କମୁଥିବାର ଦେଖାଯାଇଛି ।
ଥିରୁଅନ୍ତପୁରମ, ଆସନ୍ତା ମାର୍ଚ୍ଚା 17ରୁ ଆରମ୍ଭ ହେବ 10ମ ଏବଂ 12ଶ ପରୀକ୍ଷା। ଆଜି ଏ ନେଇ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଘୋଷଣା କରିଛନ୍ତି। ଆଜି ଛାତ୍ରଛାତ୍ରୀଙ୍କ ପରୀକ୍ଷାକୁ ନେଇ ରାଜ୍ୟ ସରକାରଙ୍କର ଏକ ବୈଠକ ବସିଥିଲା। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଶିକ୍ଷା ବିଭାଗ ସହିତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଯେହେତୁ ଚଳିତ ବର୍ଷ ଶିକ୍ଷା ବର୍ଷ ଶେଷ ହେବାକୁ ଆଉ ମାସ କେଇଟା ବାକି ଅଛି ସେଥିପାଇଁ ପିଲାଙ୍କ ଭବିଷ୍ୟତ ନେଇ ଚିନ୍ତା ପ୍ରକଟ କରାଯାଇଥିଲା। ଏହି ବୈଠକରେ ଜାନୁୟାରୀ ପହିଲାରେ ସ୍କୁଲ ଖୋଲିବା ପାଇଁ ନିଷ୍ପତି କରାଯାଇଛି। ପିଲାଙ୍କ ବୋର୍ଡ ପରୀକ୍ଷା ପାଇଁ ଆବଶ୍ୟକୀୟ ସନ୍ଦେହ ମୋଚନ ପାଇଁ ଏହି କ୍ଲାସ କରାଯିବ। ସେହିପରି ପ୍ରାଟିକାଲ ପାଇଁ ମଧ୍ୟ ସଂପୃକ୍ତ ସ୍କୁଲ ନିଷ୍ପତି ନେବ ବୋଲି କୁହାଯାଇଛି। ପିତାମାତାଙ୍କ ଅନୁମତି ନେଇ ଏହି କ୍ଲାସ କରାଯିବ ବୋଲି ନିଷ୍ପତି ହୋଇଛି। ସେହିପରି କୋଭିଡ19…
ନୂଆଦିଲ୍ଲୀ : କରୋନା କାଳରେ ବି ଧନୀଙ୍କ କମି ନାହି ଧନ, ବରଂ ଆହୁରି ବଢିଛି । ବିଶ୍ବ ମହାମାରୀ ଯୋଗୁଁ ଆଜି ବିଶ୍ବରେ ଖାଦ୍ୟ ସଂକଟ, ଗରିବ, ବେରୋଜଗାରୀ ସମସ୍ୟା ଉତ୍କଟ ସୀମାରେ ପହଞ୍ଚିଥିବାବେଳେ ବିଶ୍ବର ଧନୀମାନଙ୍କର ସମ୍ପତ୍ତି ବୃଦ୍ଧି ପାଇବାରେ ଲାଗିଛି । କରୋନା ଯୋଗୁଁ ବିଶ୍ବର ଅର୍ଥନୀତି ଭୁଷୁଡି ପଡିଥିବାବେଳେ ରୋଟି ପାଇଁ ଏଠାରେ ହାହାକାର ହୋଇଛି । ଦେଢ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଚାଲିଯାଇଥିବାବେଳେ କୋଟି କୋଟି ଲୋକେ ବେରୋଜଗାର ହୋଇଛନ୍ତି । ଅପରପକ୍ଷରେ ବିଶ୍ବର 2200ରୁ ଅଧିକ କୋଟିପତିମାନେ ସାମୂହିକ ରୂପେ 1.9ଟ୍ରିଲିଅନ୍ ଡଲାର୍ ଧନ କମାଇଛନ୍ତି । ଏହି ସବୁ ଧନୀମାନେ ପ୍ରାୟ ଦୁଇ ଖରବ ଡଲାର୍ କମାଇଛନ୍ତି । ଫୋବର୍ସ ମୁତାବକ ଚଳିତ ବର୍ଷ ମହାମାରୀ ଆସିଥିବା ସତ୍ତ୍ବେ ଏହି ସମସ୍ତ ଧନୀମାନଙ୍କ ଭାଗ୍ୟ ଚମକିଛି । ଟେସ୍ଲା ଇଙ୍କ୍ ସହ ସଂସ୍ଥାପକ ଏଲନ୍ ମସ୍କ ଦୁନିଆର ଦ୍ବିତୀୟ ସର୍ବୋଚ୍ଚ…
ନୂଆଦିଲ୍ଲୀ, ଆଜି ଅପରାହ୍ନରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରୀୟାଲ ନିଶଙ୍କ ସିବିଏସଇର 10 ଏବଂ 12ଶ ବୋର୍ଡ ପରୀକ୍ଷା ସଂପର୍କରେ ଘୋଷଣା କରିପାରନ୍ତି। ଆଜି ନିଶଙ୍କ ଦେଶର ସିବିଏସଇ ଶିକ୍ଷକଙ୍କ ସହିତ ଭିଡିଓ କନଫ୍ରେସିମୃଂ ମାଧ୍ୟମରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବାପାଇଁ କେତେ ପ୍ରସ୍ତୁତ ସେ ନେଇ ବିସ୍ତୁତ ଆଲୋଚନା କରାଯିବ। ଏହା ପୂର୍ବରୁ ସିବିଏସଇ ଶିକ୍ଷକମାନଙ୍କର ଶିକ୍ଷା ବିଭାଗ ମତ ସଂଗ୍ରହ କରିଥିଲା। ସେହି ମତାମତକୁ ତର୍ଜମା କରାଯିବା ପରେ ଆଜି ଶିକ୍ଷାମନ୍ତ୍ରୀ ଶିକ୍ଷକଙ୍କ ସହିତ ସିଧା ଆଲୋଚନା କରିବେ। ଏହାପରେ ବୋର୍ଡ ପରୀକ୍ଷା ନେଇ ମନ୍ତ୍ରୀ ଘୋଷଣା କରିପାରନ୍ତି ବୋଲି ଅନୁମାନ କରାଯାଉଛି। କାରଣ ସିବିଏସଇ ପରୀକ୍ଷା ହେବ କି ନାହିଁ ସେ ନେଇ ବିଭିନ୍ନ ଗୁଜବ ପ୍ରଚାର ହେଉଛି।
ଭୁବନେଶ୍ବର: ଦୁର୍ନୀତି ଅଭିଯୋଗରେ ନିଲମ୍ବିତ ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ପାଇଁ କେନ୍ଦ୍ରକୁ ସୁପାରିସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମ ଥର ପାଇଁ ଦୁର୍ନୀତି ଅଭିଯୋଗରେ ଜଣେ ସର୍ବଭାରତୀୟ ସେବା ଅଧିକାରୀଙ୍କୁ ଅବସର ଦେବାକୁ ଓଡ଼ିଶା ସରକାର ସୁପାରିସ କରିଛନ୍ତି। ଆୟ ବହିର୍ଭୁତ ସଂପତ୍ତି ଠୁଳ କରିଥିବା ଅଭିଯୋଗ ହେବା ପରେ ଭିଜିଲାନ୍ସ ଓ କ୍ରାଇମବ୍ରାଞ୍ଚ ପକ୍ଷରୁ ବିଭିନ୍ନ ସ୍ଥାନରେ ରେଡ୍ କରାଯାଇଥିଲା। 20କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଜମା କରିବାର ପ୍ରମାଣ ପାଇବା ପରେ ରାଜ୍ୟ ଭିଜିଲାନ୍ସ ବିଭାଗ ଅଭୟକାନ୍ତ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକଙ୍କୁ ଗିରଫ କରିଛି। ଉଭୟ ଅଭୟ ଓ ଆକାଶ ଜେଲ୍ରେ ରହିଛନ୍ତି ।
ମୁମ୍ବାଇ : କ୍ଷମତାର ରାଜନୀତିରେ କିଏ କେତେବେଳେ କେଉଁଆଡେ ଢଳିପଡେ ତାହା ଜଣାପଡେ ନାହିଁ । କେନ୍ଦ୍ରର ସତ୍ତାଧାରୀ ବିଜେପି ଅଧୁନା ସବୁ ରାଜ୍ୟରେ ନିଜର ଦବ୍ଦବା ଜାରି ରଖିଥିବାବେଳେ ମହାରାଷ୍ଟ୍ରରେ ଦୁର୍ବଳ ହେଉଥିବା ଭଳି ପ୍ରତୀତ ହେଉଛି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ବାଜି ଜିତିଥିବା ସତ୍ତ୍ବେ କ୍ଷମତାରୁ ଦୂରେଇ ରହିବାକୁ ପଡିଲା । ମିଳିଥିବା ସୂଚନା ଅନୁସାରେ ମହାରାଷ୍ଟ୍ର ବିଜେପିର 10ରୁ ଅଧିକ ବିଧାୟକ ଦଳ ଉପରେ ନାରାଜ ହୋଇ ଦଳ ଛାଡିବାକୁ ଚାହୁଁଛନ୍ତି । ଏନେଇ ସୂଚନା ଦେଇଛନ୍ତି ଏନ୍ସିପି ମୁଖ୍ୟ ତଥା ଉଦ୍ଧବ ଠାକ୍ରେ ସରକାରଙ୍କ ମନ୍ତ୍ରୀ ଜୟନ୍ତ ପାଟିଲ୍ । ବିଜେପିରେ ଅସନ୍ତୋଷ ବୃଦ୍ଧି ପାଉଛି । ଏବଂ ଏହି ବିଧାୟକମାନଙ୍କୁ ଭବିଷ୍ୟତରେ ଏନ୍ସିପିରେ ସାମିଲ୍ କରିବା ନେଇ ନିଷ୍ପତ୍ତି ନିଆଯାଇପାରେ ବୋଲି କହିଛନ୍ତି ଜୟନ୍ତ ପାଟିଲ୍ । ମହାରାଷ୍ଟ୍ରରେ କ୍ଷମତାସୀନ ସରକାର ମହାବିକାଶ ଅଘାଡି ଦଳର ଅନ୍ୟତମ ଅଂଶ ହେଉଛି ଏନ୍ସିପି । ମହାରାଷ୍ଟ୍ରରେ…
ଭୁବନେଶ୍ବର : ରାଜ୍ୟର କରୋନା ଯୋଦ୍ଧାଙ୍କୁ ମିଳିବ ମାଗଣାରେ ଟିକା । ମାଗଣା ଟିକା ମିଳିବା ନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି । ରାଜ୍ୟରେ ତିନୋଟି ପର୍ଯ୍ୟାୟଭୁକ୍ତ ବ୍ୟକ୍ତିବିଶେଷଙ୍କୁ ମାଗଣା ଟିକା ମିଳିବ । ଡାକ୍ତର, ସ୍ବାସ୍ଥ୍ୟ କର୍ମୀ ଆଦି ଯୋଦ୍ଧାଙ୍କୁ ମାଗଣା ଟିକା ମିଳିବା ନେଇ ସୂଚନା ରହିଛି ।ପୌର ସ୍ବାସ୍ଥ୍ୟ ଓ ପାନୀୟ ଜଳ ଯୋଗାଣ କର୍ମଚାରୀଙ୍କୁ ମାଗଣା ଟିକା । ସେହିପରି ବୟସ୍କ ବ୍ୟକ୍ତିଙ୍କୁ ମଧ୍ୟ ମାଗଣାରେ ଟିକା ଦେବାକୁ ମନ୍ତ୍ରୀ ସୂଚନା ଦେଇଛନ୍ତି । ଦେଶର ତିରିଶ କୋଟି ଲୋକଙ୍କୁ ଟିକା ଦିଆଯିବାକୁ କେନ୍ଦ୍ର ଯୋଜନା ପ୍ରସ୍ତୁତ କରିଛି । ଜାନୁଆରୀ ଭିତରେ ଟିକାକରଣ ଆରମ୍ଭ ହେବା ନେଇ ଆଶା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ।
ଭୁବନେଶ୍ବର: ରାଜ୍ୟରେ ଆଜି ୩୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୨୦୩ ଜଣ ଚିହ୍ନଟ ହୋଇଥିବାବେଳେ ୧୪୮ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୫ହଜାର ୧୪୭କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୨୦ହଜାର ୨୦୮ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩ ହଜାର ୬୧ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୮୨୦ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୭ଟି ଜିଲ୍ଲାରୁ ମୋଟ୍ ୩୫୧ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୫୨ ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳ…
ଆଲିଗଡ : ନିଜ ବାହାଘରରେ ବନ୍ଧୁମାନଙ୍କୁ ମଦ ନ ଦେବା ବେଶ୍ ମହଙ୍ଗା ପଡିଲା ବରକୁ । ଉତ୍ତରମପ୍ରଦେଶର ଆଲିଗଡଠାରେ ଏକ ବିବାହ ଉତ୍ସବରେ ବର ନିଜ ବନ୍ଧୁମାନଙ୍କୁ ମଦ ଦେଇନଥିବାରୁ ବରର ସାଙ୍ଗମାନେ ଛରୁୀ ଭୁସି ହତ୍ୟା କରିଛନ୍ତି । ଏହି ଘଟଣାଟି ପାଲିମୁକିମପୁର ଗ୍ରାମରେ ଘଟିଥିବାର ସୂଚନା ରହିଛି । ଏଠାରେ 28 ବର୍ଷୀୟ ବବୁଲ୍ ନିଜ ବାହାଘର ଉତ୍ସବରେ ମଦ ପିଇବାକୁ ମନା କରିବାରୁ ଏପରି କାଣ୍ଡ ଘଟିଥିଲା । ତେବେ ପୋଲିସ୍ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ବରର ସାଙ୍ଗମାନେ ପୂର୍ବରୁ ନିଶାରେ ଥିବାବେଳେ ଆହୁରି ମଦ ପିଇବା ପାଇଁ ମାଗିଥିଲେ ବର ଜଣକ ଏଥିରେ ଅସହମତି ଜଣାଇବାରୁ ଏହି କଥାକୁ ନେଇ ବର ଓ ସାଙ୍ଗ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଏହି ଘଟଣାରର ବରର ଜଣେ ସାଙ୍ଗ ଏତେ ରାଗି ଯାଇଥିଲା ଯେ, ଛୁରୀ ଭୁସି ଦେଇଥିଲେ ।…
ନୂଆଦିଲ୍ଲୀ : ଭାରତରେ ଲଗାତାର ଚତୁର୍ଥ ଦିନ ପାଇଁ 30 ହଜାରରୁ କମ୍ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ 24 ଘଣ୍ଟା ମଧ୍ୟରେ 24 ହଜାର 010ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ 355ଜଣଙ୍କର ମୃତ୍ୟୁ ହୋଇଛି । ଲଗାତାର 18 ଦିନ ଧରି ଦେଶରେ 40 ହଜାରରୁ କମ୍ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ତେବେ ଏହି ଦଶ ଦିନ ମଧ୍ୟରେ ପଞ୍ଚମ ଥର ପାଇଁ ଦେଶରେ 30 ହଜାରରୁ କମ୍ ମାମଲା ଚିହ୍ନଟ ହୋଇଛି । ସ୍ବାସ୍ଥ୍ୟମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଭାରତରେ ସର୍ବମୋଟ କରୋନା ମାମଲା 99ଲକ୍ଷ 56 ହଜାର ହୋଇଛି । ସେହିପରି କରୋନା ଜନିତ ମୃତ୍ୟୁ ସଂଖ୍ୟା 1 ଲକ୍ଷ 44 ହଜାର 451ରେ ପହଞ୍ଚିଛି । ମୋଟ୍ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 3 ଲକ୍ଷ 22 ହଜାର ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 94 ଲକ୍ଷ 89 ହଜାର…
ଆମେରିକା : ଯେବେ ଆମେ ହୋଟେଲ୍ କି ରେଷ୍ଟୁରାଣ୍ଟ ଖାଇବାକୁ ଯାଇଥାଉ ତେବେ ସେଠାକାର ସର୍ଭିସ୍ ଆମ ପାଇଁ ବହୁତ ମହତ୍ତ୍ବପୂର୍ଣ୍ଣ ହୋଇଥାଏ । ଉତ୍ତମ ଆତିଥ୍ୟେୟତା ପାଇ ଗ୍ରାହକ ବହୁତ୍ ବଡ ଟିପ୍ସ ଦେଇଥାନ୍ତି, ଯାହା ଚର୍ଚ୍ଚାକୁ ଆସିଥାଏ । ଏପରି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ଡିସେମ୍ବର 12 ତାରିଖରେ ଆମେରିକାର ପେନସେ୍ଲଭିଆର ଏକ ଇଟାଲିଅନ୍ ରେଷ୍ଟୁରାଣ୍ଟରେ ଜଣେ ଗ୍ରାହକ ଏତେ ରକମର ଟିପ୍ସ ଦେଇଛନ୍ତି ଯେ, ସୋସିଆଲ ମିଡରେ ବେଶ୍ ଚର୍ଚ୍ଚା ସୃଷ୍ଟି କରିଛି। ଏଠାରେ ଜଣେ ଗ୍ରାହକ ରେଷ୍ଟୁରାଣ୍ଟର ଆତିଥ୍ୟେୟତାରେ ଖୁସି ହୋଇ ପାଞ୍ଚ ହଜାର ଡଲାର୍ ଟିପ୍ସ ରୂପେ ଦେଇଛନ୍ତି । ଗ୍ରାହକଙ୍କ ଖାଦ୍ୟର ବିଲ୍ ମାତ୍ର 205 ଡଲାର୍ ଆସିଥିବାବେଳେ ସେ ଟିପ୍ସ ଦେଇଛନ୍ତି ପାଞ୍ଚ ହଜାର ଡଲାର୍ । ପେନ୍ସ୍ଲେଭିଆର ଆନ୍ଥୋନୀରସ ଆଟ୍ ପ୍ୟାକ୍ସନ ରେଷ୍ଟୁରାଣ୍ଟରେ ଜଣେ ଗ୍ରାହକ ଏଠାକାର ଆତିଥ୍ୟେୟତାରେ ପ୍ରୀତ ହୋଇ ଏପରି ଟିପ୍ସ ଦେଇଛନ୍ତି…

