Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ସୁସ୍ଥ ହେଲେ ସର୍ବାଧିକ 565 ଜଣ କରୋନା ଆକ୍ରାନ୍ତ, ପଢନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ବର, ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ, ଆଶ୍ବସ୍ତିର ଖବର ଯେ ଆରୋଗ୍ୟ ସଂଖ୍ୟା ମଧ୍ୟ ପ୍ରତିଦିନ ବଢିବାରେ ଲାଗିଛି। ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ 565 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଂଜାମ ଜିଲ୍ଲାରୁ ସର୍ବାଧିକ 185 ଜଣ ସୁସ୍ଥ ହୋଇଛନ୍ତି। ଏହା ପଛକୁ ରାୟଗଡ଼ାରୁ 85, ବଲାଙ୍ଗିର 45, କଟକରୁ 32 ସୁସ୍ଥ ହୋଇଛନ୍ତି।

ମାଲକାନଗିରିରୁ 30, ବରଗଡ଼ ଓ ସୁନ୍ଦରଗଡ଼ରୁ 24 ଲେଖାଏଁ, ଅନୁଗୁଳରୁ 23, ବାଲେଶ୍ବର ଓ ଜଗତସିଂହପୁରରୁ 17 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ 15, ଯାଜପୁରରୁ 13, କେନ୍ଦ୍ରାପଡ଼ାରୁ 10, ଗଜପତି, ଝାରସୁଗୁଡ଼ା ଓ ନବରଙ୍ଗପୁରରୁ 8 ଲେଖାଏଁ ସୁସ୍ଥ ହୋଇଛନ୍ତି। ମୟୂରଭଞ୍ଜରୁ 7, ଭଦ୍ରକରୁ 4, ପୁରୀରୁ 3, ଢେଙ୍କାନାଳ ଓ କେନ୍ଦୁଝରରୁ 2 ଲେଖାଏଁ ସୁସ୍ଥ ହୋଇଛନ୍ତି।

ଆଜି ରାଜ୍ୟରେ 25ଟି ଜିଲ୍ଲାରୁ 755 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗଂଜାମ ଜିଲ୍ଲାରେ ସଂଖ୍ୟା ଦିନକୁ ଦିନ ବଢୁଥିବାରୁ ସ୍ଥିିତି ସଂଗୀନ ହେବାରେ ଲାଗିଛି।

Categories
ଆଜିର ଖବର ଆଞ୍ଚଳିକ

ଆଇଏନଏସ ଚିଲିକାର ପ୍ରଶିକ୍ଷାର୍ଥୀଙ୍କ ପାଠ୍ୟକ୍ରମ ସମାପନ ସମାରୋହ,କର୍ତ୍ତବ୍ୟ ପରାୟଣ ହେବାକୁ ଆହ୍ବାନ

ସୀତାରାମ ଅଗ୍ରୱାଲ

ଚିଲିକା, ଆଇଏନଏସ ଚିଲିକାର ପ୍ରଶିକ୍ଷାର୍ଥୀ ମାନଙ୍କ ପାଠ୍ୟକ୍ରମ ସମାପନ ସମାରୋହ ଆଜି ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ନୌସେନା ତଟରକ୍ଷୀ ବାହିନୀ ପ୍ରଶିକ୍ଷାାର୍ଥୀମାନଙ୍କ ଏହି ପ୍ରଶିକ୍ଷଣ ସମାରୋହକୁ ଆଇଏନଏସ ଚିଲିକାର ଅଧିକାରୀ କମୋଡର ରୁତୁରାଜ ସାହୁ ନୀରିକ୍ଷକ ଅଧିକାରୀ ଭାବେ ନୀରିକ୍ଷଣ କରି ଯୋଗ୍ୟ ପ୍ରଶିକ୍ଷାର୍ଥୀମାନଙ୍କୁ ମେଡାଲ ଓ ଟ୍ରଫି ପ୍ରଦାନ କରିଥିଲେ। ନିରିକ୍ଷିତ ଅଧିକାରୀ ତାଙ୍କ ଭାଷଣରେ ସ୍ନାତ୍ତକ ପ୍ରଶିକ୍ଷାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଇ ଭାରତୀୟ ନୌସେନାର ମୂଳ କର୍ତ୍ତବ୍ୟ ବଜାୟ ରଖି ଆଗକୁ ସମ୍ମାନ ଓ ସାହସର ସହିତ କାମ କରିବାକୁ ଆହ୍ବାନ ଦେଇଥିଲେ। ଏହି ଅବସରରେ ସେ କରୋନା କାରଣରୁ ସମାରୋହରେ ଉପସ୍ଥିତ ହୋଇ ପାରିନଥିବା ପ୍ରଶିକ୍ଷାର୍ଥୀମାନଙ୍କର ପିତାମାତାଙ୍କୁ ବି ଅଭିନନ୍ଦନ ଜଣାଇଥିଲେ।

ଅଭିଷେକ ସିଂହ ବରିଷ୍ଠ ସେକେଣ୍ଡାରୀ ରିକୃଟ୍, ଏମ.ଡି.ରାଓ ନାବିକ (ସାଧାରଣ ଡ୍ୟୁଟି) ଭାରତୀୟ ନୌସେନା ଏବଂ ତଟରକ୍ଷୀ ବାହିନୀ ପକ୍ଷରୁ ଶ୍ରେଷ୍ଠ ବିବେଚିତ ହୋଇଥିଲେ। ପାଠ୍ୟକ୍ରମ ଉତ୍ସବ ଶେଷରେ ସମସ୍ତଙ୍କ ପାଇଁ ଏକ ଚା ଭୋଜିର ଆୟୋଜନ କରାଯାଇଥିଲା। ଏହି ଅବସରରେ ଆଇଏନଏସ ଚିଲିକାର ପତ୍ରିକା ଅଙ୍କୁର ଉନ୍ମୋଚିତ ହୋଇଥିଲା।

Categories
ଆଜିର ଖବର ଆଞ୍ଚଳିକ

ଜଗତସିଂହପୁରରେ କ୍ଷୁଦ୍ର ଲୋକ ଅଦାଲତ, ଧୀରଜଙ୍କ ଦୁର୍ଘଟଣା ଜନିତ ମୃତ୍ୟୁର କ୍ଷତିପୂରଣ ପାଇଲେ ପତ୍ନୀ ଓ କନ୍ୟା

ରମେଶ ମହାନ୍ତି

ଜଗତସିଂହପୁର :  ଜଗତସିଂହପୁର ଜିଲ୍ଲା କୋର୍ଟ ପ୍ରାଙ୍ଗଣରେ ଆଜି (ଶୁକ୍ରବାର) ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲାସ୍ତରୀୟ କ୍ଷୁଦ୍ର ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏହି ଲୋକ ଅଦାଲତରେ ଜିଲ୍ଲା ଓ ଦୌରାଜଜ୍ ଶ୍ରୀ ଆନନ୍ଦ ଚନ୍ଦ୍ର ବେହେରା ଓ ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀମତୀ ଇତିଶ୍ରୀ ମାଳବିକା ଭୂୟାଁ ଦୁର୍ଘଟଣା ଜନିତ ମୃତ୍ୟୁର ମକଦ୍ଦମାର ପରିଚାଳନା କରିଥିଲେ।

ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ କମଳାକାନ୍ତ ରାଉତ ଏହି ଲୋକ ଅଦାଲତରେ ସୁପରିଚାଳନା କରିଥିଲେ ଏବଂ ସରକାର ଦ୍ୱାରା ନିର୍ଦ୍ଧାରିତ କରୋନା ପାଇଁ ଥିବା ସାମାଜିକ ଦୂରତ୍ୱ ଓ ଅନ୍ୟାନ୍ୟ କଟକଣାର ସମ୍ପୂର୍ଣ୍ଣ ଭାବେ ଅନୁପାଳନ ପୂର୍ବକ ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଓ ଦୌରାଜଜ୍ ଶ୍ରୀ ଆନନ୍ଦ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଦୁର୍ଘଟଣା ଜନିତ ମୋକଦ୍ଦମାର ବିଚାର ପାଇଁ ଉଦ୍ଦିଷ୍ଟ ବେଞ୍ଚରେ ପବ୍ଲିକ୍ ପ୍ରସିକ୍ୟୁଟର୍ ନଳିନୀ ରଞ୍ଜନ ମହାରଣା ଓ ଶ୍ରୀମତୀ ଜ୍ୟୋତିର୍ମୟୀ ମହାନ୍ତି ବେଞ୍ଚ ସଭ୍ୟା ଭାବରେ ମୋକଦ୍ଦମା ପରିଚାଳନା କରିଥିଲେ।

ସେହିପରି ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀମତୀ ଭୂୟାଁଙ୍କ ଅଧ୍ୟକ୍ଷତାରେ ହୋଇଥିବା ଦୁର୍ଘଟଣା ଜନିତ ମୋକଦ୍ଦମାରେ ସମାଜସେବୀ ସୁଷମା ପ୍ରଧାନ ଓ ଆଇନଜୀବୀ ଧିରେନ୍ଦ୍ର ନାଥ ଆଚାର୍ଯ୍ୟ ବେଞ୍ଚ ସଭ୍ୟ ଭାବରେ ମୋକଦ୍ଦମାର ପରିଚାଳନା କରିଥିଲେ। ସମୁଦାୟ ୨୨ଟି ମାମଲାର ସଫଳତା ସହିତ ଫଇସଲା ହେବା ସହ ୯୭,୮୦,୦୦୦ ଟଙ୍କା ଆଦାୟ କରାଯାଇଛି।ଏଥିସହିତ ଆଜି ମୃତ ଧିରଜ ନାୟକଙ୍କ ଦୁର୍ଘଟଣା ଜନିତ କ୍ଷତିପୂରଣ କେସ୍ ରେ ରିଲାଏନ୍ସ ଜେନେରାଲ ବୀମା କମ୍ପାନୀ ଦ୍ଵାରା ୭ଲକ୍ଷ ୯୦ହଜାର ଟଙ୍କାର ଚେକ୍ ମୃତ ଧିରଜ ନାୟକଙ୍କ ପତ୍ନୀ ତୁଳସୀ ନାୟକ ଓ ଏକମାତ୍ର କନ୍ୟା ତନିସା ନାୟକ ପ୍ରତ୍ୟକ୍ଷ ଭାବରେ ଉପସ୍ଥିତ ହୋଇ ମାନ୍ୟବର ଜିଲ୍ଲାଜଜ୍ ଏବଂ ଅନ୍ୟ ବେଞ୍ଚ ସଦସ୍ୟମାନଙ୍କ ହସ୍ତରୁ ଗ୍ରହଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ଭୟ କରନ୍ତୁନି, ବଢୁଛି କରୋନା ସୁସ୍ଥ ହାର, କମୁଛି ମୃତ୍ୟୁ ହାର, କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ, କରୋନାକୁ ଭୟ ବଢୁଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଆଜି ଏକ ଭଲ ଖବର ଶୁଣାଇଛନ୍ତି। ଦେଶରେ ସାଂଘାତିକ ଭାବେ ବିଶେଷ କରି ଜୁଲାଇ ମାସରେ କରୋନା ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢୁଥିବାରୁ ଲୋକଙ୍କ ମନରେ ଭୟ ସୃଷ୍ଟି ହେବା ସହ ଏହାକୁ ନେଇ ନାନା ଆଶଙ୍କା ପ୍ରକାଶ ପାଉଛି। ହେଲେ ଆଜି (ଶୁକ୍ରବାର) କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଏକ ରିପୋର୍ଟ ନିଶ୍ଚିତ ଭାବେ ସମସ୍ତଙ୍କ ମନରୁ ଭୟ ଦୂର କରିଦେବ। କାରଣ ଏହି ରିପୋର୍ଟ ଅନଯାୟୀ ଦେଶରେ କୋଭିଡ-19 ସଂକ୍ରମିତଙ୍କ ସୁସ୍ଥ ହାରରେ ଯଥେଷ୍ଟ  ଉନ୍ନତି ଘଟୁଛି।  ଏହା 62.42 ପ୍ରତିଶତରେ ପହଞ୍ଚିଛି। ଅନ୍ୟପକ୍ଷରେ ମୃତ୍ୟୁ ହାର 2.72 ପ୍ରତିଶତକୁ ଖସିଛି।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଦେଶରେ ପଜିଟିଭ୍ ସଂଖ୍ୟା ବଢୁଛି କିନ୍ତୁ ଏହାଠୁ ଅଧିକ ମାତ୍ରାରେ ସୁସ୍ଥ ହେଉଛନ୍ତି । ଏପରିକି ବର୍ତ୍ତମାନ ଦେଶରେ ସୁସ୍ଥ ହାର ପାଖାପାଖି ୬୩ ପ୍ରତିଶତ ରହିଛି ବୋଲି ହର୍ଷବର୍ଦ୍ଧନ କହିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଆହୁରି ବି କହିଛନ୍ତି, ଭାରତରେ କରୋନା ରୋଗୀଙ୍କ ସୁସ୍ଥତା ହାର ପ୍ରାୟ ୬୩% ଥିବା ବେଳେ ମୃତ୍ୟୁ ହାର ମାତ୍ର ୨.୭2 ପ୍ରତିଶତ ରହିଛି।

ଭୟ କରନ୍ତୁ ନାହିଁ କାରଣ ଦେଶରେ କରୋନା ମୃତ୍ୟୁ ହାର ମାତ୍ର ୨.୭୨ ପ୍ରତିଶତ ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଗତକାଲି କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଥିଲେ ଯେ, ଭାରତରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ। ଆଜି ଦେଶବାସୀଙ୍କୁ ସୁସ୍ଥ ହାର ବଢିବା ସହ ମୃତ୍ୟୁ ହାର କମିବା ନେଇ ଏକ ବଡ଼ ଖବର ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ପରୀକ୍ଷାକୁ ତ୍ୱରାନ୍ୱିତ କରାଯାଇଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବ, ଏହା ଫଳରେ ଆକ୍ରାନ୍ତଙ୍କୁ ଠିକଣା ସମୟରେ ଚିହ୍ନଟ କରାଯାଇ ଉପଯୁକ୍ତ ଚିକିତ୍ସା ଦିଆଯାଇ ପାରିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି। (ଏଜେନସି)

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

2015 ଓ 2016 ମସିହା ପାଇଁ ଓଡି଼ଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା, ପଢନ୍ତୁ କେଉଁମାନେ ହେବେ ସମ୍ମାନିତ

ଭୁବନେଶ୍ବର, 2015 ଓ 2016 ମସିହା ପାଇଁ ଓଡି଼ଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି। ଆଜି ହରିହର ମିଶ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା କାର୍ଯ୍ୟକାରୀ ପରିଷଦ ବୈଠକରେ ଏକାଡେମୀର ପୁରସ୍କାର ଘୋଷଣା କରାଯାଇଛି।

2015 ମସିହା ପୁରସ୍କାର ପାଇଁ ଯେଉଁମାନେ ମନୋନିତ ହୋଇଛନ୍ତି ସେମାନେ ହେଲେ

ଉପନ୍ୟାସ – ଗୋଟିଏ ଯୋଡି ଗାଁର କାହାଣୀ ପାଇଁ ନିତ୍ୟାନନ୍ଦ ପଣ୍ଡା

କ୍ଷୁଦ୍ରଗଳ୍ପ- ଗପର ମୁହଁ ପାଇଁ ପବିତ୍ର ପାଣିଗ୍ରାହୀ

କାବ୍ୟ କବିତା- ଗୋଧୂଳି ଗୀତ ପାଇଁ ବୀଣାପାଣି ପଣ୍ଡା

ନାଟକ ଓ ଏକକିଙ୍କା- ମଞ୍ଚମାୟା ଓ ନାଚୁଆ ଓ ଅନ୍ୟାନ୍ୟ ନାଟକ ପାଇଁ ଯୁଗ୍ମ ଭାବେ ସଂଜୟ ହାତୀ ଓ ନବୀନ କୁମାର ପରିଡ଼ା

ପ୍ରବନ୍ଧ ଓ ସମାଲୋଚନା-ସାହିତ୍ୟ ସମୋଲୋଚନା ତାତ୍ବିକ ଓ ପ୍ରାୟୋଗିକ ପ୍ରସଂଗ ପାଇଁ ପଞ୍ଚାନନ ମିଶ୍ର

ଜୀବନୀ ଓ ଭ୍ରମଣ ସାହିତ୍ୟ- ଲୌହମାନବ ସର୍ଦ୍ଦାର ପଟେଲ ପାଇଁ ଧରଣୀଧର ପାଣିଗ୍ରାହୀ

ଅନୁବାଦ- ତଥାପି କିଛି ରହିଯିବ ପାଇଁ ବିଜୟ କୁମାର ମହାନ୍ତି

ଶିଶୁ ସାହିତ୍ୟ- ଗଛଟିଏ ଗୀତଟିଏ ପାଇଁ ରବୀନ୍ଦ୍ର ବିଶ୍ବାଳ

ଗୀତି କବିତା- ପ୍ରତି ପଲକରେ ତୁମେ ପାଇଁ ମନୋଜ ମହାନ୍ତି

2016 ମସିହା ପୁରସ୍କାର ପାଇଁ ଯେଉଁମାନେ ମନୋନିତ ହୋଇଛନ୍ତି

ଉପନ୍ୟାସ- ଅମ୍ବା ପାଇଁ ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ

କ୍ଷୁଦ୍ରଗଳ୍ପ- ରମାକୁ ମାରିବାର ପାଞ୍ଚଟି ଉପାୟ ପାଇଁ ଦେବଦାସ ଛୋଟରାୟ

କାବ୍ୟ କବିତା- ଫେରନ୍ତି ଘର ପାଇଁ ଭଗବାନ ଜୟସିଂହ

ନାଟକ ଓ ଏକାଙ୍କିକା- ଆତ୍ମଲିପି ଓ ଅନ୍ୟାନ୍ୟ ପାଇଁ ଫକୀର ସିଂହ

ପ୍ରବନ୍ଧ ଓ ସମାଲୋଚନା- ପ୍ରସନ୍ନ କୁମାର ସ୍ବାଇଁ

ଜୀବନୀ ଓ ଭ୍ରମଣ ସାହିତ୍ୟ- ଯୁଗ୍ମ ଭାବେ ସୁରେନ୍ଦ୍ର କୁମାର ମହାରଣା ଓ ପ୍ରଦୋଷ ପଟ୍ଟନାୟକ

ଅନୁବାଦ- ମେଘବାହାନ ପାଇଁ ଶାରଦା ରଥ,

ଶିଶୁ ସାହିତ୍ୟ- ଚୁଇଁ ଚଢେଇ ପାଇଁ ଦେବେନ୍ଦ୍ର ଚୌଧୁରୀ

ଗୀତି କବିତା- ମିଶ୍ରରାଗ ପାଇଁ ମିଶ୍ର ସତ୍ୟ ନାରାୟଣ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।

ଏକ ସ୍ବତନ୍ତ୍ର ଉତ୍ସବରେ ପୁରସ୍କୃତ ଲେଖକମାନଙ୍କୁ ସମ୍ମାନିତ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଭୁବନେଶ୍ବରରେ ଆଉ 45 କରୋନା ପଜିଟିଭ ଚିହ୍ଟଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଭୁବନେଶ୍ବର, ଭୁବନେଶ୍ବର ସହରରେ ଆଜି ଆଉ 45 କରୋନା ପଜିଟିଭ ଚିହ୍ଟଟ ହୋଇଛନ୍ତି । 45ରୁ 35 କ୍ବାରେଣ୍ଟିନ କେନ୍ଦ୍ରରୁ ଚିହ୍ଚଟ ହୋଇଥିବା ବେଳେ 10 ଜଣ ଲୋକାଲ କଣ୍ଟ୍ରାକ୍ଟ କେସ୍ ଥିବା ଭୁବନେଶ୍ବର ମହାନଗର ନିଗମ ଦେଇଥିବା ସୂଚନାରୁ ଜଣାପଡ଼ିଛି। ବରଗଡ଼ ବ୍ରିଟ କଲୋନିରୁ ଜଣେ, ପଟିଆ ଅଞ୍ଚଳରୁ ଜଣେ, ଶୈଳଶ୍ରୀ ବିହାରରୁ ଜଣେ, ଶୁକ ବିହାରରୁ 2 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂର୍ଯ୍ୟନଗରରୁ ଜଣେ ଦାନ୍ତ ଡାକ୍ତର, ନୀଳାଦ୍ରି ବିହାରରୁ ଜଣେ ଆକ୍ରାନ୍ତ, ବିଜେବି ନଗରରୁ ଜଣେ, ପଳାଶୁଣିରୁ ଜଣେ, ଘାଟିକିଆରୁ ଜଣେ ଚିହ୍ଟଟ ହୋଇଛନ୍ତି।

ଆଜିର 45 ଜଣଙ୍କୁ ମିଶାଇ ଭୁବନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା 602 ହୋଇଛି। ଭୁବନେଶ୍ବରରୁ ଆଜି 6 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବିଏମସି ସୂଚନା ଦେଇଛି। ଏଯାବତ ଭୁବନେଶ୍ବରରେ 308 ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ କେସ୍ 287 ଥିବା ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ପ୍ରକାଶ ପାଇଲା ICSE ଦଶମ ଓ ISC ଦ୍ବାଦଶ ରେଜଲ୍ଟ

ଭୁବନେଶ୍ବର, ପ୍ରକାଶ ପାଇଲା ICSE ଦଶମ ଓ ISC ଦ୍ବାଦଶ ରେଜଲ୍ଟ। ICSE ଦଶମ ପାସ୍ ହାର 99.33 ପ୍ରତିଶତ ରହିଥିବା ବେଳେ ISC ଦ୍ବାଦଶ ପାସହାର 96.84 ପ୍ରତିଶତ ରହିଛି। ଆଭେରେଜ ମାର୍କିଂ ଆଧାରରେ ଏହି ରେଜଲଟ ପ୍ରକାଶ ପାଇଛି। ଛାତ୍ରଛାତ୍ରୀ ICSE ଓ ISC ୱେବସାଇଟରେ ରେଜଲ୍ଟ ଦେଖିପାରିବେ । ମୋବାଇଲ ଏସଏମଏସ ମାଧ୍ୟମରେ ମଧ୍ୟ ରେଜଲ୍ଟ ମିଳିପାରିବ ବୋଲି ସୂଚନା ଦିଆଯାଇଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

କେମିତି ଥିଲା ବିକାଶ ଦୁବେ ସହ ପୋଲିସର ଏନକାଉଣ୍ଟର,ପଢନ୍ତୁ ପୋଲିସର ରିପୋର୍ଚ

କାନପୁର, କାନପୁର ସୁଟ୍ ଆଉଟ୍ ଘଟଣାର ମାଷ୍ଟରମାଇଣ୍ଡ ସହ ଏନକାଉଣ୍ଟର ପରେ ଘଟଣା କିପରି ଥିଲା ତାହାର ବିସ୍ତୃତ ସୂଚନା ଦେଇଛନ୍ତି ଉତ୍ତର ପ୍ରଦେଶ ଅତିରିକ୍ତ ପୋଲିସ ମହା ନିର୍ଦେଶକ ଏଡିଜେ (ଆଇନ ଏବଂ ଶୃଙ୍ଖଳା) ପ୍ରଶାନ୍ତ କୁମାର। ଆଜି ସକାଳୁ ଘଟଣା ଘଟିବା ପରଠାରୁ ବିଭିନ୍ନ ପୋଲିସ ଅଧିକାରୀ ଯାହା କହି ଆସୁଥିଲେ, ପ୍ରଶାନ୍ତ କୁମାର ତାହାକୁ ହିଁ ଦୋହରାଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସେ କିଛି ବି ନୂଆ ତଥ୍ୟ ଦେଇନାହାନ୍ତି।

ସଡ଼କ ଦୁର୍ଘଟଣା ପରେ ବିକାଶ ଦୁବେ କିପରି ଖସିବାକୁ ଉଦ୍ୟମ କରିଥିଲା ଏବଂ ସେ କିପରି ପୋଲିସ ଗୁଳିର ଶିକାର ହୋଇଥିଲା ତାହା ହିଁ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ ଏଡିଜେ ପ୍ରଶାନ୍ତ କୁମାର। ଏଥିସହିତ ବିକେରୁ ସୁଟ୍ ଆଉଟ୍ ଘଟଣାରେ ଏବେ ବି ଆଉ କେତେଜଣ ଫେରାର ଅଛନ୍ତି ଏବଂ କେତେ ଜଣ ଜେଲରେ ଅଛନ୍ତି ସେ ନେଇ ସୂଚନା ଦେଇଥିଲେ।

ଆଜି ସକାଳୁ ହିଁ ସମସ୍ତଙ୍କର ଅପେକ୍ଷା ଥିଲା ଉତ୍ତର ପ୍ରଦେଶ ପୋଲିସର ସାମ୍ବାଦିକ ସମ୍ମିଳନୀ। ହେଲେ ଏଡିଜେ ପ୍ରଶାନ୍ତ କୁମାରଙ୍କ ପିସିରେ କିଛି ନୂଆ କଥା ନଥିଲା। କାନପୁର ପୋଲିସ ପୂର୍ବରୁ ଯାହା କହିଥିଲା, ତାକୁ ଦୋହରାଇଥିଲେ ପ୍ରଶାନ୍ତ କୁମାର। ବିକାଶ ଦୁବେକୁ ଗତକାଲି ଉଜ୍ଜୟନୀରୁ ଗିରଫ କରିବା ପରେ ଉତ୍ତର ପ୍ରଦେଶ ଏସଟିଏଫ ଶୁକ୍ରବାର ସକାଳେ କାନପୁରକୁ ଆଣୁଥିବା ବେଳେ କାନପୁର ନଗର ଭାଉନ୍ତି ନିକଟରେ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ସୁଯୋଗରେ ଗ୍ୟାଙ୍ଗଷ୍ଟର ବିକାଶ ପୋଲିସଠାରୁ ରାଇଫଲ ଛଡ଼ାଇ ସେଠାରୁ ଦୌଡି ଖସି ପଳାଇ ଯିବାକୁ ଉଦ୍ୟମ କରିଥିଲା। ଆତ୍ମସମର୍ପଣ କରିବାକୁ ପୋଲିସର ଅନୁରୋଧ ନ ଶୁଣିବାରୁ ପୋଲିସ ଆତ୍ମରକ୍ଷା ପାଇଁ ଗୁଳି ଚଳାଇବାକୁ ବାଧ୍ୟ ହୋଇଥିଲା। ଏଥିରେ ଆହତ ବିକାଶକୁ ହସ୍ପିଟାଲ ନିଆଯାଇଥିଲା। ହେଲେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

ଆଜିର ଏହି ଏନକାଉଣ୍ଟରରେ 3 ଜଣ ପୋଲିସ ଏସ.ଆଇ ଓ ଜଣେ କନେଷ୍ଟବଳ ଆହତ ହୋଇଛନ୍ତି। ଏସଟିଏଫର 2 ଜଣ କମାଣ୍ଡୋ ମଧ୍ୟ ଆହତ ହୋଇଛନ୍ତି। ବିକେରୁ ସୁଟ୍ ଆଉଟ୍ ଘଟଣାରେ ବିକାଶ ଦୁବେ ସମେତ ମୋଟ 21 ଜଣଙ୍କ ନାଁରେ ମାମଲା ରହିଥିଲା। ଏଥିସହିତ ଆହୁରି 60ରୁ 70 ଜଣ ଅଜଣା ଲୋକ ବି ଅଭିଯୁକ୍ତ ଅଛନ୍ତି। ଏମାନଙ୍କ ମଧ୍ୟରୁ ବିକାଶର 6 ସହଯୋଗୀ ଏନକାଉଣ୍ଟରରେ ନିହତ ହୋଇଥିବା ବେଳେ 3 ଜଣ ଗିରଫ ହୋଇଛନ୍ତି। ଆହୁରି 12 ଜଣଙ୍କୁ ପୋଲିସ ଖୋଜୁଛି।

ଏହା ପୂର୍ବରୁ ବିକାଶ ଦୁବେର ଦୁଇ ସହଯୋଗୀ ପ୍ରଭାତ ମିଶ୍ର ଫରିଦାବାଦରେ ଏବଂ ବଉଆ ଦୁବେର ଏଚୱାରେ ପୋଲିସ ଏନକାଉଣ୍ଚରରେ ମୃତ୍ୟୁ ହୋଇଥିଲା। (ଏଜେନସି)

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଗଜପତିବାସୀଙ୍କୁ ଗଞ୍ଜାମ ଓ ଶ୍ରୀକାକୁଲମ ଜିଲ୍ଲା ମନା

ପାରଳାଖେମୁଣ୍ଡି, ଗଜପତି ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବାରୁ ଗଜପତିବାସୀଙ୍କୁ ପଡ଼ୋଶୀ ଗଞ୍ଜାମ ଓ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାକୁ ଯିବାକୁ ବାରଣ କରାଯାଇଛି। କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଗଜପତି ଜିଲ୍ଲାପାଳ ଏପରି ନିଷ୍ପତ୍ତି ନେଇଛନ୍ତି। ଏହି ସମୟରେ ଗଞ୍ଜାମ ଓ ଶ୍ରୀକାକୁଲମ ଜିଲ୍ଲାରୁ କେହି ଗଜପତି ଜିଲ୍ଲାକୁ ମଧ୍ୟ ଆସିପାରିବେନାହିଁ।

ଏପରିକି ଗଞ୍ଜାମ ଜିଲ୍ଲାରେ ଚାକିରି କରୁଥିବା ଗଜପତି ଲୋକଙ୍କୁ ମଧ୍ୟ ଜିଲ୍ଲା ବାହାରକୁ ଯିବାକୁ ମନା କରାଯାଇଛି। ଦୈନିକ ଯିବା ଆସିବା କରୁଥିବା ଲୋକଙ୍କୁ ମଧ୍ୟ ଜିଲ୍ଲା ବାହାରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ପଡ଼ୋଶୀ ଗଞ୍ଜାମ ଓ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାକୁ ଯାତାୟତ ଉପରେ ରୋକ୍ ଲଗାଯିବା ନେଇ ଜିଲ୍ଲାପାଳ ଅନୁପମ ଶାହା ସୂଚନା ଦେଇଛନ୍ତି। ହେଲେ ମାଲ ପରିବହନ ଓ ଅତ୍ୟାବଶ୍ୟକ ସେବା ବାବଦ ପରିବହନକୁ ଅନୁମତି ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ବ୍ଲକ ଡୁଙ୍ଗମାଳ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧିଙ୍କୁ କରୋନା: ସୂଚନା ଦେବାରେ ପ୍ରଶାସନର ବିଳମ୍ବତା

ସୀତାରାମ ଅଗ୍ରଓ୍ବାଲ

ଚିଲିକା : ରାଜ୍ୟରେ କରୋନା ସ୍ଥିତି ବେଶ୍‌ ଜଟିଳ ରହିଥିବାବେଳେ କରୋନା ଯୋଦ୍ଧାମାନେ ଏବେ କରୋନାରେ ଆକ୍ରାନ୍ତ ହେଉଛନ୍ତି । ତେବେ କରୋନା ଯୋଦ୍ଧାଙ୍କୁ ନେଇ ସ୍ଥାନୀୟ ପ୍ରଶାସନ କେତେ ଦୂର ଯତ୍ନଶୀଳ, ତାହା ପ୍ରଶ୍ନର ବିଷୟ ପାଲଟିଛି ।  ଖୋର୍ଦ୍ଧା ଜିଲ୍ଲାର ଜଣେ କରୋନା ଯୋଦ୍ଧା ତଥା ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି କରୋନାରେ ଆକ୍ରାନ୍ତ ହୋଇ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ଏହାର ସୂଚନା  ସ୍ଥାନୀୟ ଓ ଜିଲ୍ଲା ପ୍ରଶାସନ ପାଖରେ ନାହିଁ ।

ମିଳିଥିବା ସୂଚନା ଅନୁସାରେ ଚିଲିକା ବ୍ଲକ  ଡୁଙ୍ଗମାଳ ପଞ୍ଚାୟତର ସରପଞ୍ଚ ପ୍ରତିନିଧି ଟିଏମ୍ସିରେ କାର୍ଯ୍ୟରତ ଥିଲେ । ଗତ ଜୁଲାଇ 6 ତାରିଖରେ ସେ ଜ୍ବର ଥଣ୍ଡାରେ ପୀଡ଼ିତ ହେବା ପରେ ଏମ୍‌ସ ହସ୍ପିଟାଲକୁ ଚିକିତ୍ସା ନିମେନ୍ତ ଆସିଥିଲେ । କିନ୍ତୁ ତାଙ୍କୁ ସେଠାରୁ କୋଭିଡ୍‌ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଥିବାବେଳେ ତାଙ୍କର ରିପୋର୍ଟ ପଜିଟିଭ୍‌ ଆସିଥିବାର ସୂଚନା ଦେଇଛନ୍ତି ସରପଞ୍ଚ । ସରପଞ୍ଚ ଜଣକ ବ୍ୟକ୍ତିଗତ ସୂତ୍ରରୁ ସମ୍ପୃକ୍ତ କୋଭିଡ୍‌ ଯୋଦ୍ଧା ଜଣକ କରୋନାରେ  ଆକ୍ରାନ୍ତ ହୋଇଥିବାର ସୂଚନା ଜାଣିବା ପରେ ସ୍ଥାନୀୟ ପ୍ରଶାସନ ଏହି ତଥ୍ୟକୁ ସ୍ବୀକାର କରିଛି । ତେବେ କୋଭିଡ୍‌ ଯୋଦ୍ଧାଙ୍କ ସମ୍ପର୍କରେ ସ୍ଥାନୀୟ ପ୍ରଶାସନ ଡେରିରେ ତଥ୍ୟ ଦେବାକୁ ନେଇ ସରପଞ୍ଚଜଣକ ଅସନ୍ତୋଷ ପ୍ରକାଶ କରିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ବିଗୁଡିଛି କରୋନା ସ୍ଥିତି : ପୁଣି ଥରେ ଏହି ରାଜ୍ୟଗୁଡିକ ଜାରି କଲେ ଲକ୍‌ଡାଉନ୍‌

ନୂଆଦିଲ୍ଲୀ :  ଆମେରିକା ଓ ବ୍ରାଜିଲ୍‌ ପରେ ଭାରତ ପ୍ରଭାବିତ ଦେଶ ତାଲିକାରେ ତୃତୀୟ ସ୍ଥାନରେ ରହିଛି । ଆଜି ଦେଶରେ ରେକର୍ଡ ସଂଖ୍ୟକ 26 ହଜାରରୁ ଉର୍ଦ୍ଧ୍ବ କରୋନା ମାମଲା ଚିହ୍ନଟ ହୋଇଛି ।

ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ଏପର୍ଯ୍ୟନ୍ତ 21 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ଘଟିଲାଣି । ସେହିପରି ପ୍ରାୟ ଆଠ ଲକ୍ଷ ଲୋକେ କରୋନା ସଂକ୍ରମିତ ହୋଇଛନ୍ତି । ତେବେ କରୋନାର ପ୍ରକୋପକୁ ଦେଖି କିଛି ରାଜ୍ୟ ନିଜ ପ୍ରଦେଶରେ ପୁନର୍ବାର ଲକ୍‌ଡାଉନ୍‌ ଜାରି କରିବା ନେଇ ଘୋଷଣା କରିଛନ୍ତି ।

ତେବେ ପୁନର୍ବାର ଲକ୍‌ଡାଉନ୍‌ ଜାରି ହୋଇଥିବା ରାଜ୍ୟଗୁଡିକ ମଧ୍ୟରେ ରହିଛି ଉତ୍ତର ପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗ । ତେବେ ଆସନ୍ତୁ ଜାଣିବା ଏହି ରାଜ୍ୟରେ ଲକ୍‌ଡାଉନ୍‌କୁ ନେଇ କ’ଣ ସବୁ ନିୟମ କରାଯାଇଛି ।

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ ଜୁଲାଇ 10 ତାରିଖ ରାତ୍ରି 10ଟାରୁ ଜୁଲାଇ 13 ତାରିଖ କାଳ ପାଞ୍ଚ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକ୍‌ ଡାଉନ୍‌ ଜାରି ରହିବ । ତେବେ ଏହି ସମୟରେ କେବଳ ଅତି ଆବଶ୍ୟକୀୟ ସେବା ଉପଲବ୍ଧ ରହିବ ।  ସମସ୍ତ ଅଫିସ୍‌, ବ୍ୟବସାୟିକ ପ୍ରତିଷ୍ଠାନ, ହାଟ, ବଜାର ଆଦି ବନ୍ଦ ରହିବ । ସେହିପରି ଆବଶ୍ୟକୀୟ ସେବା ଯୋଗାଉଥିବା ବ୍ୟକ୍ତିବିଶେଷ ଯେପରିକି କରୋନା ଯୋଦ୍ଧା, ସ୍ବଚ୍ଛତାକର୍ମୀ ଓ ହୋମ୍‌ ଡେଲଭରୀ କରୁଥିବା ବ୍ୟକ୍ତିମାନେ ଯିବା ଆସିବା କରିପାରିବେ । ସେହିପରି ଏହି ସମୟରେ ରେଳ ସୁବିଧା ବନ୍ଦ ରଖିବାର ନିଷ୍ପତ୍ତି ନିଆଯାଇଛି । ଏହି ସମୟରେ ରେଳରେ ଯିବା ଆସିବା କରୁଥିବା ବ୍ୟକ୍ତିଙ୍କ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ସୁବିଧା କରିବେ । ସେହିପରି ପେଟ୍ରୋଲ୍‌ ପମ୍ପ ଓ ଢାବା ଖୋଲା ରହିବ ।

ପାଟନା : ବିହାରରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଦେଖି ଜିଲ୍ଲା ପ୍ରଶାସନ ରାଜଧାନୀ ପାଟନାକୁ ପୁନର୍ବାର 7 ଦିନ ପାଇଁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି । ପାଟନାରେ ଜୁଲାଇ 10ରୁ ଜୁଲାଇ 16 ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଜାରି ରହିବ । ତେବେ ଏହି ସମୟରେ ଅତ୍ୟାବଶ୍ୟକ ସେବା ଜାରି ରହିବ । ସେହିପରି ଜିଲ୍ଲା ବର୍ଡରରେ ଯାନବାହନ ଚେକିଂକୁ ମଧ୍ୟ କଡାକଡି କରାଯାଇଛି । ସେହିପରି ପାଟନାରେ ଅତ୍ୟାବଶ୍ୟକ ଦୋକାନଗୁଡିକୁ ସକାଳ 6ରୁ ଦିନ 10 ଓ ସନ୍ଧ୍ୟା 4ରୁ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ସୂଚନା ରହିଛି ।

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗରେ ମମତା ସରକାର ଆଜି ସନ୍ଧ୍ୟା 5 ଘଟିକାଠାରୁ ଲକଡାଉନ୍‌ ଜାରି କରିବା ନେଇ ଘୋଷଣା କରିଛନ୍ତି । ତେବେ ଏହି ଘୋଷଣା ରାଜ୍ୟର କଣ୍ଟେନେମେଣ୍ଟ ଜୋନ ଓ ବଫର ଜୋନ୍‌ରେ ଶକ୍ତ ରୂପେ ପାଳନ କରାଯିବ। ପଶ୍ଚିମ ବଙ୍ଗର ସରକାରର ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ କହିଛନ୍ତି ଯେ, ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ଆଦେଶ ଅନୁାଯାୟୀ କଣ୍ଟନେମେଣ୍ଟ ଜୋନ୍‌ରେ ଶକ୍ତ କଟକଣା ଲାଗୁ କରାଯାଇଥିବାବେଳେ ସମସ୍ତ ସରକାରୀ ଏବଂ ଘରୋଇ କାର୍ଯ୍ୟାଳୟ, ସମାରୋହ, ବଜାର ଓ ବ୍ୟାବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ । ସେହିପରି ସ୍ଥାନୀୟ ପ୍ରଶାସନ ଅଞ୍ଚଳଗୁଡିକରେ  ଅତ୍ୟାବଶ୍ୟକ ସେବା ପହଞ୍ଚାଇବେ ବୋଲି ସୂଚନା ରହିଛି ।

ସେହିପରି ମହାରାଷ୍ଟ୍ରରେ ମଧ୍ୟ ଉଦ୍ଧବ ସରକାର ଜୁଲାଇ 31 ପର୍ଯ୍ୟନ୍ତ ଲକ୍‌ଡାଉନ୍‌କୁ ବଢାଇଥିବାବେଳେ, କେରଳ, ମଧ୍ୟପ୍ରଦେଶ ପରି ରାଜ୍ୟଗୁଡିକ ମଧ୍ୟ ଲକ୍‌ଡାଉନ୍‌ କରିଛନ୍ତି । ଓଡ଼ିଶାରେ ମଧ୍ୟ  ସଂକ୍ରମିତ ଜିଲ୍ଲାଗୁଡିକରେ ସପ୍ତାହାନ୍ତ ଲକ୍‌ଡାଉନ୍‌ ଜାରି ରହିଛି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

କଟକରୁ ଆଉ 16 ପଜିଟିଭ ଚିହ୍ନଟ

କଟକ : କଟକ ମହାନଗର ଅଞ୍ଚଳରୁ ଆଉ 16 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ସୂଚନା ଦେଇଛି ସିଏମ୍‌ସି । ଚିହ୍ନଟ 16ରୁ 13 ସରକାରୀ କ୍ବାରେଣ୍ଟିନ୍‌ରୁ ଚିହ୍ନଟ ହୋଇଥିବାବେଳେ 2 ଜଣ ଲୋକାଲ୍‌ କଣ୍ଟାକ୍ଟ କେସ ରହିଥିବାବେଳେ ଜଣେ ପେଡ୍‌ କ୍ବାରେଣ୍ଟାଇନ୍‌ରୁ ରହିଛନ୍ତି ।

ଏସ୍‌ସିବି ଆଇସୋଲେସନରୁ ତିନି ଜଣ ରହିଥିବାବେଳେ ସମ୍‌ ହସ୍ପିଟାଲ ଆଇସୋଲେସନ୍‌ରୁ 2. କ୍ୟାନସର ହସ୍ପିଟାଲ ଲିଙ୍କ୍‌ରୁ ଆଉ 4 ଜଣ ଚିହ୍ନଟ ହୋଇଥିବାବେଳେ କଟକ ସଦରରୁ ଆଉ ତିନି ଚିହ୍ନଟ ହୋଇଛନ୍ତି । ଏମ୍‌ସ୍‌ ଆଇସୋଲେସନ୍‌ ଓ୍ବାର୍ଡରୁ ଜଣେ ଚିହ୍ନଟ ହୋଇଛି ।

ସିଡିଏ ସେକ୍ଟର 11ରୁ ଜଣେ ପୋଲିସ୍‌ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବାବେଳେ ମଙ୍ଗଳାବାଗ ବଢେଇ ସାହି ଅଞ୍ଚଳରୁ ଜଣେ ମହିଳା କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି ।

 

Image

Categories
ଆଜିର ଖବର ରାଜ୍ୟ ଖବର

ଜଗତସିଂହପୁର ଜିଲ୍ଲାରୁ 5 ପଜିଟିଭ୍‌ ଚିହ୍ନଟ, ଆକ୍ରାନ୍ତଙ୍କ ତଥ୍ୟ ଜାରି କଲା ଜିଲ୍ଲା ପ୍ରଶାସନ

ରମେଶ ମହାନ୍ତି

ଜଗତସିଂହପୁର: ଆଜି ଜଗତସିଂହପୁରରୁ 5 ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ତଥ୍ୟ ଜାରି କରିଛନ୍ତି ଜିଲ୍ଲା ପ୍ରଶାସନ। ଆଜି ଚିହ୍ନଟ 5 ପଜିଟିଭ୍‌ଙ୍କ ମଧ୍ୟରେ ବାଲିକୁଦାରୁ 3 ଜଣ, ତିର୍ତ୍ତୋଲରୁ ଦୁଇଜଣ‌ ଚିହ୍ନଟ ହୋଇଛନ୍ତି। ସମସ୍ତ ପାଞ୍ଚ ପଜିଟିଭ୍‌ ପ୍ରବାସ ଫେରନ୍ତା ବୋଲି ସୂଚନା ରହିଛି। ସମସ୍ତ 5 ପଜିଟିଭ୍‌ ଟିଏମ୍‌ସିର ଚିହ୍ନଟ ହୋଇଛନ୍ତି।

ନୂତନ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 373ରେ ପହଞ୍ଚିଛି। ସେହିପରି 281 ଜଣ ସୁସ୍ଥ ହୋଇଥିବାବେଳେ ଏବେ ସୁଦ୍ଧା 92ଟି ସକ୍ରିୟ ମାମଲା ରହିଛି।

Image

Categories
ଆଜିର ଖବର ରାଜ୍ୟ ଖବର

ହାତୀଛୁଆ ମୃତ୍ୟୁ : ଦୁଇ ନିଲମ୍ବିତ

କେନ୍ଦୁଝର : ହାତୀଛୁଆ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବଡବିଲ ଫରେଷ୍ଟର, ଗୁଆଲୀ ଫରେଷ୍ଟ ଗାର୍ଡ ନିଲମ୍ବିତ ହୋଇଛନ୍ତି । ଦାୟିତ୍ବରେ ଅବହେଳା ପାଇଁ ଉଭୟଙ୍କୁ ନିଲମ୍ବନ କଲେ କେନ୍ଦୁଝର ଡିଏଫ୍‌ଓ ।

ସୂଚନାଯୋଗ୍ୟ,  କେନ୍ଦୁଝର ଜିଲ୍ଲା ବଡବିଲ୍ ରେଞ୍ଜ ସିଦ୍ଧମଠ ସଂରକ୍ଷିତ ଜଙ୍ଗଲ ଚୋରମାଲଦା ନିକଟରୁ 2 ଦିନ ପୂର୍ବେ ଏକ  4 ବର୍ଷର ହାତୀଛୁଆର ଗଳିତ ମୃତଦେହ ଉଦ୍ଧାର ହୋଇଥିଲା । ଏହି ଘଟଣାରେ କାର୍ଯ୍ୟରେ ଅବହେଳା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ କରାଯାଇଛି ।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ସଂସ୍କୃତି ସିନେମା

ପ୍ରଭାସ ଓ ପୂଜାଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ରାଧେଶ୍ୟାମ୍’ର ପୋଷ୍ଟର ରିଲିଜ୍‌

ନୂଆଦିଲ୍ଲୀ : ବାହୁବଳୀ ସୁପରଷ୍ଟାର୍‌ ପ୍ରଭାସଙ୍କ ଅପକମିଙ୍ଗ ଫିଲ୍ମର ଟାଇଟଲ୍‌ ସହ ପୋଷ୍ଟର ମଧ୍ୟ ରିଲିଜ୍ ହୋଇଛି । ଏହି ଫିଲ୍ମର ନାମ ‘ରାଧେ ଶ୍ୟାମ୍‌’ ରହିଛି । ଏହି ଫିଲ୍ମରେ ପ୍ରଭାସ ଓ ପୂଜା ହେଗେଡଙ୍କ ଜବରଦସ୍ତ ରୋମାଣ୍ଟିକ୍‌ କେମେଷ୍ଟ୍ରି ଦେଖିବାକୁ ମିଳିଛି ।

ଭିନ୍ନ ଭିନ୍ନ ଭାଷାରେ ରିଲିଜ୍‌ ହେବାକୁ ଥିବା ଏହି ଫିଲ୍ମର ପୋଷ୍ଟର ରିଲିଜ୍‌ କରାଯାଇଛି । ’ରାଧେଶ୍ୟାମ୍’‘ ଚାରୋଟି ଭାଷାରେ ରିଲିଜ୍‌ ହେବାକୁ ରହିଛି । ଏହା 2021 ମସିହାରେ ରିଲିଜ୍‌ ହେବ ବୋଲି ସୂଚନା ରହିଛି । ପ୍ରଭାସ ଏହି ଫିଲ୍ମରେ ପୋଷ୍ଟରକୁ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରୁଛି ।

ରିଲିଜ୍‌ ହୋଇଥିବା ପୋଷ୍ଟରରେ ପ୍ରଭାସ ବେଶ୍‌ ହ୍ୟାଣ୍ଡସମ୍‌ ଲାଗୁଥିବାବେଳେ ପୂଜା ରେଡ୍‌ ଗାଉନ୍‌ରେ ବେଶ୍‌ ଗ୍ଲାମର୍ସ ଲାଗୁଛନ୍ତି । ଏହି ପୋଷ୍ଟରରେ ପୂଜା ଓ ପ୍ରଭାସ ରୋମାଣ୍ଟିକ୍‌ ଡ୍ୟାନ୍ସ କରୁଥିବାର ପୋଜ୍‌ ଦେଇଛନ୍ତି । ସେହିପରି ରିଲିଜ୍‌ ହୋଇଥିବା ପୋଷ୍ଟରର ବ୍ରାକ୍‌ଗ୍ରାଉଣ୍ଡରେ ବନ୍ୟା ଓ ଜଳ ପ୍ଲାବନ ଦେଖିବାକୁ ମିଳିଛି ।

ତେବେ ପ୍ରଥମଥର ପାଇଁ ପ୍ରଭାସ ଓ ପୂଜାଙ୍କ ଯୋଡିଙ୍କ ଦର୍ଶକେ ବଡ ପରଦାରେ ଦେଖିବାକୁ ପାଇେବ । ଏହି ଫିଲ୍ମରେ ପୂଜା ଓ ପ୍ରଭାସଙ୍କ ବ୍ୟତୀତ ପ୍ରିୟଦର୍ଶ, ଭାଗଶ୍ୟଙ୍କୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ଦେଖିବାକୁ ମିଳିବ । (ଏଜେନ୍ସି)

Categories
ଅପରାଧ ଆଜିର ଖବର ଜାତୀୟ ଖବର

 ଏନକାଉଣ୍ଟର ନେଇ ଅନେକ ପ୍ରଶ୍ନ, କାର ଓଲଟିଲା ? ନା ଓଲଟାଇ ଦିଆଗଲା ?

କାନପୁର:  କୁଖ୍ୟାତ ଅପରାଧୀ ବିକାଶ ଦୁବେ ପ୍ରକୃତରେ ଏନକାଉଣ୍ଟରରେ ମଲା ନା ତାକୁ ମାରି ଦିଆଗଲା, ସେ ନେଇ ଏବେ ଉଠିଲାଣି ଅନେକ ପ୍ରଶ୍ନ। ଉତ୍ତର ପ୍ରଦେଶର ଯୋଗୀ ସରକାର ଏବେ କାଠଗଡ଼ାରେ। ବିରୋଧୀ ଏହାକୁ ମୁଖ୍ୟ ପ୍ରସଙ୍ଗ କରି ବିଜେପି ସରକାରଙ୍କୁ ଘେରିବା ଆରମ୍ଭ କରିଦେଲେଣି।
STF କମାଣ୍ଡୋଙ୍କ କବଜାରୁ କିପରି ଖସିଗଲା ବିକାଶ ତାହା ସମସ୍ତଙ୍କୁ ବିସ୍ମିତ କରିଛି। ବିକାଶ ଭଳି କୁଖ୍ୟାତ ଅପରାଧୀ ହାତରେ ହାତକଡୀ ଥିଲା କି ନାହିଁ ତାହା ବି ଏବେ ତଦନ୍ତ ସାପେକ୍ଷ। ଯଦି ହାତକଡୀ ଥିଲା ତେବେ ସେ କିପରି କମାଣ୍ଡୋଙ୍କ ବନ୍ଧୁକ ଛଡାଇ ନେଇ ପାରିଲା ? କାରଟି ଓଲଟି ଯିବା ପରେ 3 ଜଣ ସୁରକ୍ଷା କର୍ମୀଙ୍କୁ ଚକମା ଦେଇ ବିକାଶ ଖସିଗଲା କେମିତି?

ବିକାଶକୁ ରାଜନୈତିକ ଆଶ୍ରୟ ଦିଆଯାଉଥିଲା କି? ଏଥିପାଇଁ ପ୍ରମାଣ ନଷ୍ଟ କରିବା ସକାଶେ ତାକୁ ମାରିଦେଇ ଏନକାଉଣ୍ଟରର ରୂପ ଦିଆଗଲା କି ? ଏମିତି ଅନେକ ପ୍ରଶ୍ନର ଉତ୍ତର ଆସିଲେ ସ୍ପଷ୍ଟ ହୋଇଯିବ ବିକାଶ ସତରେ ପାଉଥିଲା କି ରାଜନୈତିକ ଆଶ୍ରୟ।

ଏତେବଡ କୁଖ୍ୟାତ ଅପରାଧୀ ଯେତେବେଳେ 8 ଜଣ ପୋଲିସଙ୍କୁ ମାରିବା ପରେ ବି ସମସ୍ତଙ୍କୁ ଚକମା ଦେଇ କାନପୁରରୁ ଫରିଦବାଦ ଦେଇ ମଧ୍ୟ ପ୍ରଦେଶର ଉଜ୍ଜୟିନୀ ପହଞ୍ଚି ପାରୁଛି, ସେହି ଅପରାଧୀକୁ ଯେତିକି ସୁରକ୍ଷା ଦେଇ ଆଣିବା କଥା ତାହା ହୋଇଥିଲା କି ନାହିଁ, ତାହା ବି ତଦନ୍ତ ସାପେକ୍ଷ। ଗିରଫ ପରେ ବି ବିକାଶକୁ ଏନକାଉଣ୍ଟର କରାଯିବ ବୋଲି ଗତକାଲି ଠାରୁ ହିଁ ଆଶଙ୍କା ପ୍ରକାଶ ପାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଦିନକ ପାଇଁ ବିଧାନସଭା ସଟ୍‌ଡାଉନ୍‌

ଭୁବନେଶ୍ବର : ଆଜି ଦିନକ ପାଇଁ ବିଧାନସଭାକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଆଜି  ବିଧାନସଭାର ଜଣେ କର୍ମଚାରୀଙ୍କ ସମ୍ପର୍କୀୟ ପଜିଟିଭ୍‌ ଚିହ୍ନଟ ପରେ ପଦକ୍ଷେପ ନିଆଯାଇଛି । ଜଣେ କର୍ମଚାରୀଙ୍କ ସମ୍ପର୍କୀୟ ପଜିଟିଭ୍‌ ଚିହ୍ନଟ ପରେ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି ।ନୀଳଗିରି ବିଧାୟକ ପଜିଟିଭ୍‌ ପରେ ବୈଠକରେ ଉପସ୍ଥିତ କର୍ମଚାରୀଙ୍କୁ ଛୁଟି ଦିଆଯାଇଛି । ସଟ୍‌ଡାଉନ୍‌ ନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି । ସୋମବାର ସ୍ଥିତି ଦେଖି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

8 ଦିନରେ ସଫା କାନପୁର ହତ୍ୟାକାରୀ, ହିସାବ ବରାବର, ଏନକାଉଣ୍ଟରରୁ ଆରମ୍ଭ, ଏନକାଉଣ୍ଟରରେ ଶେଷ

କାନପୁର: ଆଠ ଦିନରେ ସଫା ହେଲା କାନପୁର ହତ୍ୟାକାରୀ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ। ଠିକ 8 ଦିନ ପୂର୍ବେ ଜୁଲାଇ 2 ଏବଂ 3 ତାରିଖ ରାତିରେ କାନପୁରରେ ବିକାଶ ଦୁବେ ଓ ତା’ର ସହଯୋଗୀମାନେ 8 ଜଣ ପୋଲିସ କର୍ମଚାରୀଙ୍କୁ ଘେରି ଅତର୍କିତ ଆକ୍ରମଣ କରି ନିର୍ମମ ହତ୍ୟା କରିଥିଲେ। ସେହି ଏନକାଉଣ୍ଟରରୁ ଆରମ୍ଭ କାହାଣୀ ଏନକାଉଣ୍ଟରରେ ଶେଷ ହୋଇଛି। ନିହତ ହୋଇଛି ଦେଶରେ ଚହଳ ପକାଇଥିବା ଅପରାଧ ସମ୍ରାଟ ଉତ୍ତର ପ୍ରଦେଶ କାନପୁରର ବିକାଶ ଦୁବେ।
ଗତକାଲି ମଧ୍ୟପ୍ରଦେଶ ଉଜ୍ଜୟିନୀର ମହାକାଳୀ ମନ୍ଦିରରୁ ଗିରଫ ହୋଇଥିଲା most wanted ଅପରାଧୀ ବିକାଶ। ଉତ୍ତର ପ୍ରଦେଶ ଏସ ଟି ଏଫ ତାକୁ ସେଠାରୁ କାନପୁର ଆଣୁଥିବା ବେଳେ ଆଜି ସକାଳୁ ହିନ୍ଦୀ ଫିଲ୍ମର କାହାଣୀ ଭଳି ଘଟିଥିବା ଘଟଣାରେ ପୋଲିସ ଗୁଳିରେ ନିହତ ହୋଇଛି କୁଖ୍ୟାତ ଅପରାଧୀ ବିକାଶ ଦୁବେ। ପୂର୍ବରୁ କାନପୁର ଘଟଣା ପରେ ପରେ ପୋଲିସ ଏନକାଉଣ୍ଟରରେ ତାର ସମସ୍ତ ସହଯୋଗୀ ନିହତ ହୋଇ ସାରିଛନ୍ତି। ଏଥିସହିତ ନିପାତ ହୋଇଛି ବିକାଶର କ୍ରାଇମ ଦୁନିଆ।

Categories
ଆଜିର ଖବର ରାଜ୍ୟ ଖବର

ପୁଣି କରୋନା ନେଲା ଚାରି ଜୀବନ : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 56କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ପୁଣି ଆଉ ଚାରୋଟି ମୁଣ୍ଡ ନେଇଛି କରୋନା । ଏହି ସମସ୍ତ ମୃତକ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ 34 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ  ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 56କୁ ବୃଦ୍ଧି ହୋଇଛି ।

ଚାରି ମୃତକ ଗଞ୍ଜାମ ଜିଲ୍ଲାର ହୋଇଥିବାବେଳେ ମୃତକଙ୍କ ବୟସ ଯଥାକ୍ରେମ 41, 58, 58 ଓ 32 ବର୍ଷ ବୋଲି ଜଣାପଡିଛି । ତେବେ ଚାରି ମୃତକଙ୍କ ମଧ୍ୟରୁ ଜଣଙ୍କୁ ଛାଡି ଅନ୍ୟ ଦୁଇଜଣଙ୍କର ଡାଇବେଟିସ୍‌ଥିବାବେଳେ ଜଣଙ୍କର ହାଇପର୍ଟେନସନ୍‌ ଥିଲା ବୋଲି ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

23 ଜିଲ୍ଲାରୁ 755, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ବର : ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । 23ଟି ଜିଲ୍ଲାରୁ 755 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଗଞ୍ଜାମରୁ ସର୍ବାଧିକ 320 ଜଣ ଚିହ୍ନଟ ହୋଇଥିବାବେଳେ ଯାଜପୁରରୁ 86, ସୁନ୍ଦରଗଡରୁ 62, ଖୋର୍ଦ୍ଧାରୁ 59, କଟକରୁ 55, କେଉଁଝରରୁ 32, ଗଜପତିରୁ 30, ମାଲ୍‌କାନଗିରିରୁ 18,  ନୟାଗଡରୁ 16, ବଲାଙ୍ଗିର ଓ ମୟୂରଭଞ୍ଜରୁ 12 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ପୁରୀରୁ 11, ବାଲେଶ୍ବରରୁ 9,  କୋରାପୁଟ, କେନ୍ଦ୍ରାପଡା ଓ ଜଗତସିଂହପୁରର 5 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ଦେବଗଡ, ଢେଙ୍କାନାଳରୁ 4 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରୁ ତିନି ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଭଦ୍ରକ, କନ୍ଧମାଳ ଓ ସମ୍ବଲପୁରରୁ 2 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ବରଗଡରୁ ଜଣେ ରହିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରୁ ରେକର୍ଡ ସଂଖ୍ୟକ କରୋନା ପଜିଟିଭ୍‌ : ଆଜି ସର୍ବାଧିକ 755 କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଆଜି  ରେକର୍ଡ ସଂଖ୍ୟକ  755 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା । ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 508 ଜଣ ଚିହ୍ନଟ ହୋଇଥିବାବେଳେ 247ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 11ହଜାର 956ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 4ହଜାର 476ଜଣ । ସେହିପରି ସୁସ୍ଥ ହୋଇଛନ୍ତି 7ହଜାର407ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 52ଜଣ । ସେହିପରି15ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।