Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଶିଳ୍ପ, ଷ୍ଟାର୍ଟଅପ୍ସ ଏବଂ ମହାକାଶ କ୍ଷେତ୍ରରେ କାର୍ଯ୍ୟରତ ବୁଦ୍ଧିଜୀବୀଙ୍କ ସହ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ
ଜାତୀୟ ଖବର

ଶିଳ୍ପ, ଷ୍ଟାର୍ଟଅପ୍ସ ଏବଂ ମହାକାଶ କ୍ଷେତ୍ରରେ କାର୍ଯ୍ୟରତ ବୁଦ୍ଧିଜୀବୀଙ୍କ ସହ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ

December 14, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଶିଳ୍ପ, ଷ୍ଟାର୍ଟଅପ୍ସ ଏବଂ ମହାକାଶ କ୍ଷେତ୍ରରେ କାର୍ଯ୍ୟରତ ବୁଦ୍ଧିଜୀବୀଙ୍କ ସହ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଗତ ଜୁନ ମାସରେ ମହାକାଶ କ୍ଷେତ୍ର ପାଇଁ ଏକ ଐତିହାସିକ ନିଷ୍ପତ୍ତି ନେଇଥିଲେ । ମହାକାଶ କାର‌୍ୟ୍ୟକଳାପ କ୍ଷେତ୍ରରେ ଭାରତୀୟ ଘରୋଇ କ୍ଷେତ୍ରର ଅଂଶଗ୍ରହଣ ସମ୍ପର୍କରେ ସେଥିରେ ନିଷ୍ପତ୍ତି ନିଆଯାଇଥିଲା । ଭାରତୀୟ ଜାତୀୟ ମହାକାଶ କାର‌୍ୟ୍ୟକଳାପ ବୃଦ୍ଧି ଓ ଏହାର ତତ୍ଵାବଧାନ କେନ୍ଦ୍ର (ଆଇଏନ-ଏସପିଏସିଇ)ର ସ୍ଥାପନା ସହ ଏହି ସଂସ୍ଥାର ଏକ୍ଷେତ୍ରରେ ଘରୋଇ ଓ ଷ୍ଟାର୍ଟଅପ୍ସ କମ୍ପାନୀମାନଙ୍କ ଭାଗିଦାରୀତା ପାଇଁ ପଥ ସୁଗମ କଲା । ଏହି ପରିପ୍ରେକ୍ଷୀରେ ଆଇଏନ-ଏସପିଏସିଇ ଲାଗି ଅନେକ ପ୍ରସ୍ତାବ ଦିଆଯାଇଥିଲା । ପ୍ରସ୍ତାବଗୁଡିକ ମଧ୍ୟରେ କ୍ଷୁଦ୍ର ଉପଗ୍ରହ ଉତକ୍ଷେପଣ ଯାନ, ଗ୍ରାଉଣ୍ଡ ଷ୍ଟେସନ, ଇନ୍ଧନ ଉପଯୋଗ ପ୍ରକ୍ରିୟା ଇତ୍ୟାଦି ଅନ୍ତର୍ଭୁକ୍ତ ।

ମହାକାଶ କ୍ଷେତ୍ରରେ ଭାରତର ସାମର୍ଥ୍ୟ

ପ୍ରଧାନମନ୍ତ୍ରୀ ମହାକାଶ କ୍ଷେତ୍ରରେ ସେମାନଙ୍କ ଅଭିଜ୍ଞତା ବାଣ୍ଟି ଥିବାରୁ ଅଂଶଗ୍ରହଣକାରୀ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ସେ କହିଥିଲେ ଯେ, ମହାକାଶ କ୍ଷେତ୍ରରେ ଭାରତର ସାମର୍ଥ୍ୟ ପ୍ରଦର୍ଶନର ରାସ୍ତା ଉନ୍ମୋଚିତ ହେବା ଫଳରେ ଏହା ଘରୋଇ ଭାଗିଦାରୀତାର ଏକ ନୂତନ ଦିଗନ୍ତକୁ ଉନ୍ମୋଚନ କରିଛି । ନୀତିଗତ ସ୍ଵଚ୍ଛତା ଓ ପେଷାଦାର ମନୋବୃତ୍ତି ସହ ସରକାରଙ୍କ ନିଷ୍ପତ୍ତି କମ୍ପାନୀଗୁଡ଼ିକୁ ମହାକାଶ କ୍ଷେତ୍ରରେ କାର‌୍ୟ୍ୟ ପାଇଁ ପ୍ରୋତ୍ସାହିତ କରିବ ବୋଲି ସେ ଉଲ୍ଲେଖ କରିଥିଲେ ।

କମ୍ପାନୀମାନଙ୍କ ଦ୍ଵାରା ରକେଟ ଓ ଉପଗ୍ରହ ନିର୍ମାଣ ଯୋଜନା ଭାରତର ମହାକାଶ କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ଆଣିବ ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ । ଘରୋଇ କ୍ଷେତ୍ରର ପୁଞ୍ଜି ନିବେଶ ଯୋଗୁଁ କର୍ମନିଯୁକ୍ତି ସୃଷ୍ଟି ସହ ଆଇଆଇଟି, ଏନଆଇଟି ଓ ଅନ୍ୟାନ୍ୟ ପ୍ରଯୁକ୍ତି ପ୍ରତିଷ୍ଠାନ ପାଇଁ ଶିକ୍ଷା ଓ ଗବେଷଣାର ଅନେକ ସମ୍ଭାବନା ସୃଷ୍ଟି କରିବ । ଯେପରି ଭାରତୀୟ ଆଇଟି ବିଶେଷଜ୍ଞମାନେ ବିଶ୍ଵସ୍ତରରେ ପ୍ରତିଷ୍ଠା ଲାଭ କରିଛନ୍ତି, ସେମାନେ ମହାକାଶ କ୍ଷେତ୍ରରେ ମଧ୍ୟ ଅନୁରୂପ ପ୍ରଦର୍ଶନ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ବ୍ୟବସାୟରେ ସୁଗମତା ଠାରୁ ଆଗକୁ ବଢ଼ିବା

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମହାକାଶ କ୍ଷେତ୍ରରେ ସଂସ୍କାର ଯୋଗୁଁ କେବଳ ବ୍ୟବସାୟରେ ସୁଗମତା ଆସିବ ନାହିଁ ବରଂ ଏହା ପ୍ରତ୍ୟେକ କ୍ଷେତ୍ରରେ ଅଂଶୀଦାରମାନଙ୍କୁ ଅଧିକ ସୁବିଧା ସୁଯୋଗ ଯୋଗାଇଦେବ । ଏଥିରେ ଉତକ୍ଷେପଣସ୍ଥଳୀ ନିର୍ମାଣ ଏବଂ ମହାକାଶ ଯାନ ପରୀକ୍ଷା ନିରୀକ୍ଷା ଅନ୍ତର୍ଭୁକ୍ତ । ଏହି ସଂସ୍କାରଗୁଡିକ ଯୋଗୁଁ ଭାରତ କେବଳ ବିଶ୍ଵ ଉପଗ୍ରହ ପ୍ରତିଯୋଗିତାରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ତା’ନୁହେଁ, ବରଂ ଏହି କାର‌୍ୟ୍ୟକ୍ରମର ସୁବିଧା ଗରିବ ଲୋକଙ୍କ ପାଖରେ ପହଞ୍ଚିପାରିବ ବୋଲି ଶ୍ରୀ ମୋଦୀ କହିଛନ୍ତି । ପ୍ରଧାନମନ୍ତ୍ରୀ ଅଂଶଗ୍ରହଣକାରୀ ମାନଙ୍କୁ ସାହସିକତାର ସହିତ କାର‌୍ୟ୍ୟ କରି ସମାଜ ଓ ଦେଶର ହିତସାଧନ କରିବାକୁ ନିବେଦନ କରିଛନ୍ତି ।

ଦୂରାସଞ୍ଚାର ଓ ଦିଗନିର୍ଣ୍ଣୟ କ୍ଷେତ୍ରରେ ମହାକାଶ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ଅଂଶଗ୍ରହଣକାରୀମାନେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ସହ ସମନ୍ଵୟ ରକ୍ଷା କରି ଖୁବ ଶୀଘ୍ର ଦେଶରେ ମହାକାଶ ସମ୍ପଦର ବିକାଶ ସାଧନ କରିବେ ବୋଲି ପ୍ରଧାନମନ୍ତ୍ରୀ ଆଶା ପୋଷଣ କରିଛନ୍ତି ।

ଆତ୍ମନିର୍ଭର ଭାରତ ଅଭିଯାନରେ ସକ୍ରିୟ ଭୂମିକା

ମହାକାଶ ବିଭାଗ ସଚିବ ତଥା ଇସ୍ରୋର ଅଧ୍ୟକ୍ଷ ଡଃ କେ.ଶିବନ ଶିଳ୍ପ ପ୍ରତିଷ୍ଠାନଗୁଡିକ ପକ୍ଷରୁ କରାଯାଇଥିବା ବିଭିନ୍ନ ସମର୍ଥନ ଓ ଆଇଏନ-ଏସପିଏସିଇର ଅନୁମତି ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ । ଏପର‌୍ୟ୍ୟନ୍ତ ୨୫ରୁ ଅଧିକ ଶିଳ୍ପ ପ୍ରତିଷ୍ଠାନ ମହାକାଶ କାର‌୍ୟ୍ୟକଳାପ ପାଇଁ ଇଚ୍ଛା ପ୍ରକଟ କରିଥିବା ସେ ସୂଚନା ଦେଇଥିଲେ ।

ମତ ବିନିମୟ କାଳରେ ଅଂଶଗ୍ରହଣକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ମହାକାଶ କ୍ଷେତ୍ରରେ ସଂସ୍କାର ନେଇ ବିଭିନ୍ନ ତଥ୍ୟ ଦେଇଥିଲେ । ଭାରତୀ ଏଣ୍ଟରପ୍ରାଇଜର ଶ୍ରୀ ସୁନୀଲ ଭାରତୀ ମିତ୍ତଲ, ଲାରସନ ଏଣ୍ଡ ଟର୍ବୋ ଲିମିଟେଡର ଶ୍ରୀ ଜୟନ୍ତ ପାଟିଲ, ଅଗ୍ନିକୁଲ କସମସ ପ୍ରାଇଭେଟ ଲିମିଟେଡର ଶ୍ରୀ ଶ୍ରୀନାଥ ରବିଚନ୍ଦ୍ରନ, ସ୍କାଇରୁଟ ଏରୋସ୍ପେସ ଲିମିଟେଡର ଶ୍ରୀ ପବନ କୁମାର ଚନ୍ଦନା, ଆଲ୍ଫା ଡିଜାଇନ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡର କର୍ଣ୍ଣେଲ ଏଚ ଏସ ଶଙ୍କର, ମାପ୍ମି ଇଣ୍ଡିଆର ଶ୍ରୀ ରାକେଶ ବର୍ମା, ପିଆଇଏକ୍ସଏକ୍ସଇଏଲ ଇଣ୍ଡିଆର ଶ୍ରୀ ଆୱେସ ଅହମଦ ଏବଂ ସ୍ପେସ କିଡ୍ଜ ଇଣ୍ଡିଆର ଶ୍ରୀମତୀ କେସନ ଅଧିବେଶନରେ ସେମାନଙ୍କ ମତାମତ ରଖିଥିଲେ ।

ଘରୋଇ ଭାଗିଦାରୀତା ନେଇ ପଦକ୍ଷେପ ନେଇଥିବାରୁ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହା ଭାରତକୁ ମହାକାଶ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଏକ ମହାଶକ୍ତି ଭାବେ ଗଢି ତୋଳିବ ବୋଲି ମତ ବ୍ୟକ୍ତ କରିଥିଲେ । ଆତ୍ମନିର୍ଭର ଭାରତ ଅଭିଯାନରେ ସେମାନେ ପ୍ରତ୍ୟକ୍ଷ ଅଂଶଗ୍ରହଣ କରିବେ ବୋଲି ନିଜ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଥିଲେ । ଇସ୍ରୋ ଦ୍ଵାରା ସେମାନଙ୍କ ପ୍ରକଳ୍ପ ପାଇଁ ଦିଆଯାଉଥିବା ସାହାଯ୍ୟ ଓ ସହଯୋଗକୁ ସେମାନେ ପ୍ରଶଂସା କରିଥିଲେ ।

ଘରୋଇ ସଂସ୍ଥାଗୁଡ଼ିକ ସହ ଇସ୍ରୋର ଏଭଳି ସହଯୋଗ ଯୋଗୁଁ ଦେଶରେ ଅଧିକରୁ ଅଧିକ ରକେଟ ଉତକ୍ଷେପଣ ସହ ରକେଟ ଇଞ୍ଜିନ କ୍ଷେତ୍ରରେ ମଧ୍ୟ ବୈପ୍ଳବିକ ପରିବର୍ତ୍ତନ ଆସିପାରିବ ବୋଲି ମତ ବ୍ୟକ୍ତ କରିଥିଲେ । ଏକ୍ଷେତ୍ରରେ ଶିଶୁମାନଙ୍କୁ ଆକୃଷ୍ଟ କରିବା ପାଇଁ ଇସ୍ରୋର ସାହାଯ୍ୟ କରିବାକୁ ସେମାନେ ପ୍ରସ୍ତାବ ମଧ୍ୟ ଦେଇଥିଲେ ।

ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାକାଶ ଗବେଷଣା ଶିଳ୍ପ ଷ୍ଟାର୍ଟଅପ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ମମତା ବାନାର୍ଜୀଙ୍କୁ ସୁପ୍ରିମକୋର୍ଟଙ୍କ କଡା ଭର୍ତ୍ସନା: ବଙ୍ଗଳାରେ ବିଚାରପତିମାନେ ମଧ୍ୟ ସୁରକ୍ଷିତ ନୁହଁନ୍ତି

April 22, 2026

ବଙ୍ଗଳା ନିର୍ବାଚନ ଉପରେ ECIଙ୍କ କଡ଼ା ପଦକ୍ଷେପ, ୨୦ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଆକାଶ ମାର୍ଗରୁ କଲେ ସର୍ଭେ

April 22, 2026

ପ୍ରେମିକକୁ ଜୀଅନ୍ତା ଜାଳିଲା ପ୍ରେମିକା

April 22, 2026

ପଶ୍ଚିମ ଏସିଆର ପରିସ୍ଥିତିକୁ ସାମ୍ବାଦିକ ସମ୍ମିଳନୀ

April 21, 2026
Latest News

୮ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ

April 22, 2026

ସ୍ଵର୍ଗତ ପଣ୍ଡିତ ନୃସିଂହ ପ୍ରସାଦ ମିଶ୍ରଙ୍କ ଦ୍ଵାଦଶାହ ସ୍ମୃତିସଭା

April 22, 2026

ବନାନ ସଂଶୋଧନ : ମତାମତ ମାଗିଲେ ସରକାର

April 22, 2026

ଝାରସୁଗୁଡା ଦେଶର ସବୁଠୁ ଉତ୍ତପ୍ତ ସହର

April 22, 2026

ଇଥାନଲ୍ ଉପରେ ନିୟମ ପରିବର୍ତ୍ତନ କଲେ ସରକାର, ମହଙ୍ଗା ବିମାନ ଯାତ୍ରା ହେବ ଶସ୍ତା !

April 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.