କନ୍ଦର୍ପ ବେହେରା ରେଢାଖୋଲ: ରାଜ୍ୟ ସରକାର ଗ୍ରାମାଂଚଳର ବିକାଶ ପାଇଁ ତଥା ଗରିବ ପରିବାର ଲୋକମାନଙ୍କୁ ବିଭିନ୍ନ ସମୟରେ କାମ ଯୋଗାଇ ଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଟଙ୍କା ସବୁ ସତ୍ ମାର୍ଗରେ ଖର୍ଚ୍ଚ ନ ହୋଇ ବ୍ୟାପକ ବାଟମାରଣା ହେଉଥିବା ଅଭିଯୋଗ ହେଉଛି। କରୋନା ମହାମାରୀରେ ଲୋକମାନେ ବାହାର ରାଜ୍ୟକୁ ନ ଯାଇ ନିଜ ରାଜ୍ୟରେ ରୋଜଗାର କରିବା ପାଇଁ ବହୁ ଯୋଜନା ମାଧ୍ୟମରେ କାମ ଯୋଗାଇ ଦେଉଛନ୍ତି। ଶ୍ରମିକ ମାନେ ନିଜ ଜବ୍ କାର୍ଡ ଦ୍ଵାରା ମନରେଗା ଯୋଜନା ମାଧ୍ୟମରେ ନିଜର ପାଉଣା ମଧ୍ୟ ପାଇବେ ବୋଲି ସରକାର ଆଇନ୍ ପ୍ରଣୟନ କରିଛନ୍ତି। ସରକାରୀ ଜଙ୍ଗଲ ହେଉ ବା ଗ୍ରାମ୍ୟ ଜଙ୍ଗଲ ହେଉ ସେଠାରେ ଜଳ ସଂରକ୍ଷଣ କିପରି କରାଯାଇ ପାରିବ ସେଥିପାଇଁ ମନରେଗା ଯୋଜନା ମାଧ୍ୟମରେ ନାକଟିଦେଉଳ ବ୍ଲକ୍ ର ୧୪ ଟି ପଂଚାୟତରେ ଟ୍ରେଂଚ୍ ଖୋଳାଯାଇଛି। ହେଲେ ସରକାରୀ ଉଦାସୀନତା ଯୋଗୁଁ…
Author: Samikhsya Bureau
ବରଗଡ : ଚଳିତ ବର୍ଷ ହେବନି ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା । ଚଳିତ ବର୍ଷ କଂସରାଜାଙ୍କ ଶାସନ ଚାଲିବନି । ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। କରୋନା କାଳରେ ଓଡ଼ିଶାର ବହୁ ପର୍ବ ପର୍ବାଣୀ ମାଡ ଖାଇଛି । ଚଳିତ ବର୍ଷ କରୋନାକୁ ଦୃଷ୍ଟିରେ ରଖି କଟକଣା ଭିତ୍ତିରେ କେବଳ ପରମ୍ପରା ରଖିବାକୁ ପର୍ବପର୍ବାଣୀକୁ ଅନୁମତି ମିଳିଛି । ଯଦିଓ ରାଜ୍ୟରେ ସଂକ୍ରମଣ ହାର କମିବାରେ ଲାଗିଛି, ତଥାପି କରୋନାକୁ ହେୟଜ୍ଞାନ କରି ହେବ ନାହିଁ । କରୋନାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବିଶ୍ବପ୍ରସିଦ୍ଧ ଧନୁଯାତ୍ରାକୁ ବନ୍ଦ ରଖିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । ପୃଥିବୀର ବିଶାଳତମ ଖୋଲା ରଙ୍ଗମଞ୍ଚ ଭାବେ ଧନୁଯାତ୍ରା ଅନ୍ୟତମ । 1947 ମସିହାରୁ ବରଗଡ ସହରରେ ଧନୁଯାତ୍ରା ପାଳିତ ହୋଇ ଆସୁଛି । ପୌଷ ଶୁକ୍ଳପଞ୍ଚମୀଠାରୁ ଆରମ୍ଭ ହୋଇ…
ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ଦେଖାଦେଇଛି। ରାଜ୍ୟରେ ଆଉ 5 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 1807କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଓ ମୟୂରଭଞ୍ଜ ଜିଲ୍ଲାରୁ 2 ଜଣ ଲେଖାଏଁ ଆକ୍ରାନ୍ତ ଥିବାବେଳେ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଭୁବନେଶ୍ବରରୁ 59 ବର୍ଷୀୟ ବ୍ୟକ୍ତି, ଖୋର୍ଦ୍ଧାରୁ 64 ବର୍ଷୀୟ ବ୍ୟକ୍ତି, ମୟୂରଭଞ୍ଜରୁ 58 ବର୍ଷୀୟ ବ୍ୟକ୍ତି ଓ 68 ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ସୁନ୍ଦରଗଡରୁ 59 ବର୍ଷୀୟ ପୁରୁଷଙ୍କ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।
ଭୁବନେଶ୍ବର: ରାଜ୍ୟରେ ଆଜି ୩୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୨୨୮ ଜଣ ଚିହ୍ନଟ ହୋଇଥିବାବେଳେ ୧୬୫ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୩ହଜାର ୭୫୭କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୮ହଜାର ୬୮୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩ ହଜାର ୨୧୪ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୮୦୨ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୭ଟି ଜିଲ୍ଲାରୁ ମୋଟ୍ ୩୯୩ ଜଣ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ସର୍ବାଧିକ ୪୭ ଜଣ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱର…
ମୁମ୍ବାଇ : ଫେକ ରେଟିଂ ମାମଲାରେ ମୁମ୍ବାଇ ପୋଲିସ ଆଜି ରିପବ୍ଲିକ ଟିଭିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଗିରଫ କରାଯାଇଛି । ରିପବ୍ଲିକ ଟିଭିର ସିଇଓ ବିକାଶ ଖାନଚନ୍ଦାନିଙ୍କୁ ପୋଲିସ ଗିରଫ କରିଛି । ଏହି ମାମଲାରେ ବିକାଶଙ୍କ ଗିରଫଦାରୀକୁ ମିଶାଇ ପୋଲିସ ସମୁଦାୟ 13 ଜଣଙ୍କୁ ଗିରଫ କରିଛି । ସୁପ୍ରିମକୋର୍ଟରେ ଏଜିଆର ମିଡିଆ ଆଉଟଲାୟରର ଯାଚିକା ଖାରଜ ହେବାର ଏକ ସପ୍ତାହ ମଧ୍ୟରେ ରିପବ୍ଲିକ ସିଇଓଙ୍କୁ ଗିରଫ କରିଛି ପୋଲିସ । ରିପବ୍ଲିକ ଟିଭିର ମୂଳ କମ୍ପାନୀ ଏଜିଆର ମିଡିଆ ଆଉଟଲାୟର ପକ୍ଷରୁ ଦାଖଲ କରାଯାଇଥିବା ଯାଚିକାରେ ମୁମ୍ବାଇ ପୋଲିସର କାର୍ଯ୍ୟ ଉପରେ ରୋକ ଲଗାଇବା ପାଇଁ ଅନୁରୋଧ କରାଯାଇଥିଲା । କମ୍ପାନୀର କର୍ମଚାରୀଙ୍କୁ ଅଯଥାରେ ହଇରାଣ ନକରାଯାଇ ମାମଲାକୁ ସିବିଆଇକୁ ସ୍ଥାନାନ୍ତର କରିବା ପାଇଁ ଏଜିଆର ମିଡିଆ ଆଉଟଲାୟର ପକ୍ଷରୁ ଅନୁରୋଧ କରାଯାଇଥିଲା। ତେବେ ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ ଏପରି ଅନୁରୋଧକୁ ସମାଲୋଚନା କରିବା ସହିତ…
ମହାରାଷ୍ଟ୍ର : ମହାରାଷ୍ଟ୍ରର ପୈଠନଠାରେ ଜଣେ 25 ବର୍ଷୀୟ ଯୁବକ ଏକ ମନ୍ଦିରରେ ନିଜର ଗଳା କାଟି ଶିବଲିଙ୍ଗରେ ରକ୍ତ ଚଢାଇଛି । ଯୁବକ ଜଣ ମନ୍ଦିରରୁ ମୃତ୍ୟୁବସ୍ଥାରେ ମିଳିଛନ୍ତି । ତେବେ ଅଘୋରୀ ପ୍ରଥା ପୂର୍ବକ ଯୁବକ ଜଣକ ଏପରି କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ପୋଲିସ୍ ସନ୍ଦେହ କରିଛି । ଯୁବକ ଜଣକ ନନ୍ଦୁ ଘୁଙ୍ଗାସେ ବୋଲି ପରିଚୟ ମିଳିଛି । ନନ୍ଦୁ କହାରଓ୍ବାଡ ଗ୍ରାମର ଜଣେ ମତ୍ସ୍ୟଜୀବୀ ବୋଲି ସୂଚନା ରହିଛି । ଏପରି ଘଟଣାକୁ ଚାରିଜଣ ଲୋକେ ଦେଖିଥିବାର ସୂଚନା ରହିଛି । ପୈଠନ୍ ସହରର ଗଗଭଟ୍ଟ ଚୌକ୍ଠାରେ ଥିବା ସିଦ୍ଧି ଅଲ୍ଲୀ ଦର୍ଗା ନିକଟରେ ଏକ ଶିବ ମନ୍ଦିରରେ ଏହି ଘଟଣାଟି ଘଟିଛି । ବିହାରୀ ପରଦେଶୀ ନାମକ ଜଣେ ବ୍ୟକ୍ତି ପୂଜା କରିବାକୁ ଯିବା ସମୟରେ ମନ୍ଦିରରେ ଉକ୍ତ ଯୁବକକୁ ଦେଖିଥିଲେ । ଏହାପରେ ସେ ପୋଲିସ୍କୁ ଏହି ଘଟଣା ସମ୍ପର୍କରେ…
ବାଲେଶ୍ୱର: ବାଇକକୁ ଧକ୍କା ଦେଲା ଡମ୍ପର । ଦୁର୍ଘଟଣାରେ ଜଣେ ନାବାଳକ ସମେତ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ବାଲେଶ୍ୱର ଜିଲ୍ଲା ଦେଇ ଯାଇଥିବା ରାଜ୍ୟ ରାଜପଥ-57ର ସାତଶୁଳିଆ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏହି ଘଟଣା ପରେ ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିଛନ୍ତି । ଦୁ୍ର୍ଘଟଣାସ୍ଥାନରେ ଉତ୍ତେଜନା ଲାଗି ରହିଥିଲା । ରାସ୍ତା ଅବରୋଧ ଯୋଗୁ ସଂପୃକ୍ତ ରାସ୍ତାରେ ବାଧାପ୍ରାପ୍ତ ହୋଇଛି ଗାଡ଼ି ମୋଟର ଚଳାଚଳ । ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।
ନୂଆଦିଲ୍ଲୀ : ବିଗତ କିଛି ଦିନ ଧରି ବଢି ଚାଲିଥିବା କରୋନା ମୃତ୍ୟୁ ସଂଖ୍ୟା ୪୦୦ ତଳକୁ ଖସିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୦ ହଜାର ୨୫୪ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ୩୯୧ ଜଣଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ୩୦୨୫୪ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯୮ ଲକ୍ଷ ୫୭ ହଜାର ୦୨୯ରେ ପହଞ୍ଚିଛି । ୫୨୬ ନୂତନ ମୃତ୍ୟୁ ସହିତ ଦେଶରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୩ ହଜାର ୦୧୯ରେ ପହଞ୍ଚିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୩ ହଜାର ୧୩୬ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ନୂତନ ଆରୋଗ୍ୟଙ୍କୁ ମିଶାଇ ଦେଶରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୯୩ ଲକ୍ଷ ୫୭ ହଜାର ୪୬୪ରେ ପହଞ୍ଚିଛି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟାରେ ୩୨୭୩ ହ୍ରାସ ଘଟିବା…
ନୂଆଦିଲ୍ଲୀ, ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଶେଷ ହୋଇଛି। ବର୍ତ୍ତମାନ ଆସନ୍ତାକାଲି ଅର୍ଥାତ 14 ଡିସେମ୍ବରରେ ଏକ ସୂର୍ଯ୍ୟ ଗ୍ରହଣ ମଧ୍ୟ ହେବ। ଏହା ପୂର୍ଣ୍ଣ ସୂର୍ଯ୍ୟ ଗ୍ରହଣ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ସୂର୍ଯ୍ୟପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ। ସୂର୍ଯ୍ୟ ଗ୍ରହଣର ତାରିଖ ଏବଂ ସମୟ 14 ଡିସେମ୍ବର 2020ରେ ସୂର୍ଯ୍ୟ ଗ୍ରହଣ ହେବ। ଏହି ସୂର୍ଯ୍ୟ ଗ୍ରହଣ ମାର୍ଗାଶୀର ଅମାବାସ୍ୟା ତିଥିରେ ହେଉଛି। ଏହା ଚଳିତ ବର୍ଷର ଦ୍ୱିତୀୟ ଏବଂ ଶେଷ ସୂର୍ଯ୍ୟ ଗ୍ରହଣ ହେବ। ଏହା ପୂର୍ବରୁ ଜୁନ୍ 21 ରେ ଏକ ସୂର୍ଯ୍ୟ ଗ୍ରହଣ ହୋଇଥିଲା। ଡିସେମ୍ବର 14 ରେ ସନ୍ଧ୍ୟା 7:00 ରୁ ଆରମ୍ଭ ହେବ ଏବଂ ଡିସେମ୍ବର 15 ରେ ରାତି ପ୍ରାୟ 12 ଟା ମଧ୍ୟରେ ଶେଷ ହେବ। ଏହି ସୂର୍ଯ୍ୟ ଗ୍ରହଣ ଦକ୍ଷିଣ ଆମେରିକା, ଆଟଲାଣ୍ଟିକ୍ ମହାସାଗର, ଆଫ୍ରିକା ଇତ୍ୟାଦି ଦେଶରେ ଦେଖିବାକୁ ମିଳିବ। ସୂର୍ଯ୍ୟ ଗ୍ରହଣର…
ମାଲାକାନାଗିରି, ଆଜି ବଡି ଭୋରରୁ ସୁରକ୍ଷା କର୍ମି ଏକ ମାଓ ଆଡ୍ଡା ଉପରେ ଅତିକ୍ରିତ ଆକ୍ରମଣ କରିଛନ୍ତି। ସେପଟୁ ମାଓବାଦୀମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ। ତେବେ ସୁରକ୍ଷା କର୍ମଙ୍କ ଗୁଳିମାଡରେ ଦୁଇ ମାଓବାଦୀ ମୃତ୍ୟୁବରଣ କରିଛନ୍ତି। ଏହି ଏନକାଉଣ୍ଟର ମାଲାକାନାଗିରି ସ୍ବାଭିମାନ ଅଞ୍ଚଳର ଗାଜଲମାମୁଡି ଅଞ୍ଚଳରେ ଘଟିଛି। ଏଥିରେ ବିଏସଏଫ, ସଓଜି ଏବଂ ଡିଭିଏଫ ଜବାନ ସମାଲି ଥିଲେ। ଘଟଣାରୁ ଜଣାପଡିଛି ଯେ, ମାଓବାଦୀମାନେ ଏକ ବୈଠକ କରିବେ ବୋଲି ପୋଲିସ ପାଖରେ ଖବର ଥିଲା। ସେହି ଅନୁସାରେ ପୋଲିସ ତରଫରୁ ଏହା ଉପରେ ନଜର ରଖାଯାଇଥିଲା। ବୈଠକ ସଂପର୍କରେ ନିଶ୍ଚିତ ହେବାପରେ ରାତି ଅଧରେ ଆରମ୍ଭ ହେଲା ସର୍ଚ୍ଚ ଅପରେସନ। ମାଓବାଦୀମାନେ ଯବାନଙ୍କୁ ଦେଖି ଗୁଳି ଚାଳନା ଆରମ୍ଭ କରିଥିଲେ। ଏହାପରେ ସୁରକ୍ଷା କର୍ମି ପକ୍ଷରୁ ଆଖିବୁଜା ଗୁଳି ଚାଳନା କରାଯାଇଥିଲା। ଏଥିରେ ଅନ୍ୟମାନେ ଛତ୍ରଭଙ୍ଗ କରି ପଳାଇଯାଇଥିବା ବେଳେ ଦୁଇଜଣ ମରିଛନ୍ତି। ଏହି ମୃତ ଦୁଇ ମାଓବାଦୀଙ୍କ…
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଏରସମା ମେଡିକାଲରେ ପରିବାର ନିୟୋଜନ ଅସ୍ତ୍ରୋପଚାର ବେଳେ ତୃଟିପୁର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ଶୁକ୍ରବାର ଦିନ ମହିଳାଙ୍କ ମୃତ୍ୟୁ ଘଟଣାର ପ୍ରତିବାଦରେ ଦୀର୍ଘ ୨୦ଘଣ୍ଟା ଧରି ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ତୃଟିପୁର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ଏରସମା ବ୍ଲକ ବଳେଇପୁର ପଞ୍ଚାୟତ ନଳକଣୀ ଗ୍ରାମର ଟୁଟୁ ଓରଫ ତ୍ରିଲୋଚନ ରାଉତଙ୍କ ପତ୍ନୀ ବିନ୍ଦୁଲତାଙ୍କର ଶୁକ୍ରବାର ଦିନ ଏରସମା ମେଡିକାଲରେ ମୃତ୍ୟୁ ହୋଇଥିଲା। ଘଟଣାକୁ ଚପାଇଦେବାକୁ ଉଦ୍ୟମ କରାଯାଉଥିବା ବେଳେ ପରିବାର ଲୋକ ଓ ସ୍ଥାନୀୟ ଜନସାଧାରଣ ପ୍ରତିବାଦ କରିଥିଲେ। ଅସ୍ତ୍ରୋପଚାର ପରେ ବିନ୍ଦୁଲତାଙ୍କ ମୃତ୍ୟୁ ଯୋଗୁଁ ଅସ୍ତ୍ରୋପଚାର କରିଥିବା ଡାକ୍ତର ପ୍ରତାପ କୁମାର ଦାସ ମେଡିକାଲରୁ ଚମ୍ପଟ ମାରିଥିଲେ ବୋଲି କୁହାଯାଉଛି। ମହିଳାଙ୍କୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଓ ସମ୍ପୃକ୍ତ ଡାକ୍ତରଙ୍କୁ ଗିରଫ ଦାବିରେ ଗତକାଲି ଏରସମା ମେଡିକାଲ ସମ୍ମୁଖ ୫୫ନଂ ଜାତୀୟ ରାଜପଥକୁ ଉତ୍ୟକ୍ତ ଲୋକମାନେ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦୀର୍ଘ ୨୦ଘଣ୍ଟା ଧରି…
ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ସ୍ବର୍ଗ ସୁଖ ଲାଭ କରୁଥିବା ବ୍ୟକ୍ତିଙ୍କ ସଂପର୍କରେ ଉଲ୍ଲେଖ କରିଛନ୍ତି। ତାଙ୍କ ମତରେ ପୃଥିବୀରେ ବାସ କରୁଥିବା ଲୋକେ ସ୍ବର୍ଗ ସୁଖ ମଧ୍ୟ ପାଇଥାନ୍ତି। ତେବେ ସମସ୍ତେ ନୁହଁନ୍ତି। କିଛି ଲୋକ ଅଛନ୍ତି ଯେଉଁମାନେ ଏହି ଭାଗ୍ୟଶାଳୀ ଗୋଷ୍ଠୀରେ ଆସୁଛନ୍ତି। ଚାଣକ୍ୟ ନୀତିରେ ରହିଛି ଯେ ଯାହାଙ୍କ ସନ୍ତାନର ପିତୃଭକ୍ତି ରହିଛି, ଯାହାର ଦାମ୍ପତ୍ୟ ଜୀବନ ମଧୁର ଅଛି, ଯିଏ ନିଜ ଧନସଂପତ୍ତିରେ ସନ୍ତୁଷ୍ଠ ଅଛି ସେ ସ୍ବର୍ଗ ସୁଖ ଲାଭ କରିପାରିବ। ଅର୍ଥାତ ଆପଣଙ୍କର ପିଲାମାନେ ଯଦି ଦୁଷ୍ଟ ନ ହୋଇ ପିତୃଭକ୍ତ ହେବେ ତେବେ ଆପଣଙ୍କର କୌଣସି ଚିନ୍ତା ରହିବ ନାହିଁ। ସେହିପରି ଆପଣଙ୍କ ଧର୍ମପତ୍ନୀଙ୍କ ସହିତ ଯଦି ଭଲ ସଂପର୍କ ଅଛି ତେବେ ସୁଖରେ ରହିବେ। କାରଣ ପତିପତ୍ନୀ ମଧ୍ୟରେ ଯଦି ଅପଡ ହେଲା ତେବେ ସେହି ଘରେ ସବୁବେଳେ କଳିଝଗଡା ଲାଗି ରହିବ। ସେହିପରି ସଂପତ୍ତି ପ୍ରତି…
ମେଷ- ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ସମର୍ଥନ କରିବାକୁ ସମର୍ଥ ହେବେ। ଆପଣ ସାମାଜିକ ସ୍ତରରେ ସମ୍ମାନ ପାଇବ । ବନ୍ଦ ହୋଇଥିବା କାର୍ଯ୍ୟ ସମାପ୍ତ ହେବ। ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ଅର୍ଥନୈତିକ କ୍ଷେତ୍ରରେ ଉନ୍ନତି ହେବ। ନୂତନ କାମ ପାଇବେ। ଆୟ ବୃଦ୍ଧି ପାଇବ, ଖୁସି ହେବ । ନୂତନ ଲୋକ ପରିଚିତ ହେବେ। ସାଙ୍ଗମାନଙ୍କଠାରୁ ସମର୍ଥନ ପାଇବେ। ପରିବାର ପାଇଁ ଚିନ୍ତା ହେବ । ବୃଷ- ବରିଷ୍ଠମାନଙ୍କ ପରାମର୍ଶକୁ ଅନୁସରଣ କରନ୍ତୁ, ସେଠାରେ ଲାଭ ହେବ। ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ଆଇନଗତ ପ୍ରତିବନ୍ଧକ ସାମ୍ନା କରି ପାରନ୍ତି, ବ୍ୟସ୍ତ ହୁଅନାହିଁ। ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ। ଚିନ୍ତା ରହିବ। ବ୍ୟବସାୟ ଭଲ କରିବ। ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ। ଏକ ଅପଚୟ ହେବ। ଅସଂଗଠିତତା କ୍ଷତି ଘଟାଇବ। ମିଥୁନ- ଭ୍ରମଣ ଲାଭଦାୟକ ହେବ। ଅଟକି ରହିଥିବା ଟଙ୍କା…
ଭୁବନେଶ୍ୱର, ଶିମିଳିପାଳ ଜାତୀୟ ଉଦ୍ୟାନର ଏକ ବୃକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିଛବି ଆଙ୍କି ଅଭିନବ ଉପାୟରେ ବେଆଇନ ଗଛକଟା ସମସ୍ୟା ଉପରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ମୟୂରଭଞ୍ଜ ଜିଲ୍ଲାରଯୁବ ଚିତ୍ରଶିଳ୍ପୀ ସମରେନ୍ଦ୍ର ବେହେରା। ସେ ଅଭିନବ ଉପାୟରେ ବେଆଇନ ଗଛ କଟା ବିରୁଦ୍ଧରେ ସଚେତନତାର ବାର୍ତ୍ତା ଦେବା ପାଇଁ ଏହି ପ୍ରତିଛବି କରିଛନ୍ତି ସମରେନ୍ଦ୍ର। ତାଙ୍କର ଏପରି ଉଦ୍ୟମକୁ ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଟୁଇଟ୍ ଯୋଗେ ସେ ସମରେନ୍ଦ୍ରଙ୍କୁ ଏପରି ଉପାୟରେ ଜଙ୍ଗଲ ସଂରକ୍ଷଣ ବାର୍ତ୍ତା ଦେଇଥିବାରୁ ତାଙ୍କୁ ଧନ୍ୟବାଦ ଦେଇଛନ୍ତି।
ଥାନେ, ମହାରାଷ୍ଟ୍ର ଥାନେ ଅଞ୍ଚଳରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା। ସେହି ଅଞ୍ଚଳର ଏକ ଜଙ୍ଗଲ ଭିତରୁ ମିଳିଛି 4 ଜଣଙ୍କ ଶବ। ସେହି ଚାରିଜଣଙ୍କ ମଧ୍ୟରୁ ଜଣେ ମହିଳା ହୋଇଥିବା ବେଳେ ଆଉ ତିନିଜଣ ଶିଶୁ ଅଛନ୍ତି। ଜଙ୍ଗଲରେ ଲୋକେ କାଠ କାଟିବାକୁ ଯାଇଥିବା ବେଳେ ସେଠାରେ ପ୍ରବଳ ଦୁର୍ଗନ୍ଧ ହୋଇଥିଲା। କେଉଁଠି ଏପରି ତୀବ୍ର ଦୁର୍ଗନ୍ଧ ହୋଇଛି ବୋଲି ସେମାନେ ଖୋଜିବାକୁ ଲାଗିଲେ। ପରେ ଦେଖିଲେ ଯେ, ଏକ ଗଛରେ ଚାରିଜଣଙ୍କ ଶବ ଝୁଲୁଛି। ଏହି ଘଟଣା ପ୍ରଘଟ ହେବା ପରେ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ଶବ ଚାରୋଟି ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛନ୍ତି। ପରେ ଏମାନେ ଥାନେ ନିକଟସ୍ଥ ପଦବା ଗ୍ରାମର ବୋଲି ଜଣାପଡିଲା। ସେମାନେ ହେଲେ 30 ବର୍ଷିୟ ମହିଳା ରଂଜନା, 12 ବର୍ଷର ଝିଅ ଦର୍ଶନା, 6 ବର୍ଷର ଝିଅ ରୋହିଣୀ ଏବଂ 9 ବର୍ଷର ପୁଅ ରୋହିତ। ଘଟଣାରୁ ଜଣାପଡିଛି…
ନୂଆଦିଲ୍ଲୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସଚିବ ରାଜେଶ ଭୂଷଣ ଏବଂ ଯୁଗ୍ମ ସଚିବ ଲବ ଅଗ୍ରୱାଲ ଉପ ରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରି ଏଲୁରୁର ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ଅବଗତ କରିଛନ୍ତି । ଏକ ଅଜ୍ଞାତ ରୋଗରେ ଆକ୍ରାନ୍ତ ହୋଇ ଆନ୍ଧ୍ରପ୍ରଦେଶ ଏଲୁରୁ ଅଞ୍ଚଳର ଅନେକ ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହି ଅଜ୍ଞାତ ରୋଗରେ ଆକ୍ରାନ୍ତ ହେଉଥିବା ଲୋକମାନଙ୍କ ମୁଣ୍ଡ ବିନ୍ଧିବା ଏବଂ ବାନ୍ତି ହେଉଥିବା ଲକ୍ଷଣ ଥିବା ଜଣାଯାଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା ହର୍ଷ ବର୍ଦ୍ଧନଙ୍କ ସହ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ଉପରାଷ୍ଟ୍ରପତି ଆଲୋଚନା କରିବା ପରେ କେନ୍ଦ୍ର ସରକାର ଡିସେମ୍ବର ୮, ୨୦୨୦ରେ ଏକ ମେଡିକାଲ ବିଶେଷଜ୍ଞ ଦଳକୁ ଏଲୁରୁ ପଠାଇଥିଲେ। ଏଲୁରୁ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିବା କେନ୍ଦ୍ରୀୟ କମିଟିର ପ୍ରାଥମିକ ଅନୁସନ୍ଧାନ ବିଷୟରେ ସ୍ୱାସ୍ଥ୍ୟ ସଚିବ ନାଇଡୁଙ୍କୁ ସୂଚନା ଦେଇଛନ୍ତି । ସଚିବ କହିଛନ୍ତି…
ନୂଆଦିଲ୍ଲୀ, ଭାରତରେ କରୋନା ସକ୍ରିୟ ମାମଲା ସଂଖ୍ୟା ଲଗାତର ହ୍ରାସ ପାଇବାରେ ଲାଗିଛି । ବର୍ତ୍ତମାନ ଦେଶରେ ମୋଟ ସକ୍ରିୟ ମାମଲା ୩.୬ ଲକ୍ଷ ତଳେ (୩,୫୯,୮୧୯) ରହିଛି । ଦୈନିକ ନୂଆ କରୋନା ମାମଲା ତୁଳନାରେ ଅଧିକ ରୋଗୀ ସୁସ୍ଥ ହେବା ଏବଂ ଦୈନିକ ମୃତ୍ୟୁ ସଂଖ୍ୟା କମ ହେବା ଦେଶର ମୋଟ କରୋନା ସକ୍ରିୟ ମାମଲା ହ୍ରାସରେ ସହାୟକ ହୋଇପାରିଛି। ଭାରତର ବର୍ତ୍ତମାନ ସକ୍ରିୟ ମାମଲା ମୋଟ ପଜିଟିଭ ମାମଲାର ମାତ୍ର ୩.୬୬% ରହିଛି । ଗତ ୨୪ ଘଣ୍ଟାରେ ଦେଶରେ ୩୩,୪୯୪ ରୋଗୀ ସୁସ୍ଥ ହେବା ପରେ ମୋଟ ସକ୍ରିୟ ମାମଲା ୩,୯୩୦ ହ୍ରାସ ପାଇଛି । ଚଟାପଟ କରୋନା ସଂପର୍କରେ ଜାଣନ୍ତୁ ଏହି ୧୨ଟି ତଥ୍ୟ ୧-ଗତ ସପ୍ତାହର ସ୍ଥିତିକୁ ଦେଖିଲେ ଜଣାପଡ଼ିଛି ଯେ ସର୍ବାଧିକ ପ୍ରଭାବିତ ୬ଟି ରାଜ୍ୟରେ ଦୈନିକ ନୂଆ କରୋନା ମାମଲା ହ୍ରାସ ପାଉଛି । ୨-ଗତ ୧୫ ଦିନ ହେଲା…
କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ଓକିଲସଂଘର ୨୦୨୦-୨୧ ବର୍ଷ ପାଇଁ ନିର୍ବାଚନ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ନିର୍ବାଚନରେ ଓକିଲ ଗଣେଶ୍ୱର ପ୍ରଧାନ ସଭାପତି ଭାବରେ ନିର୍ବାଚିତ ହୋଇଥିବା ବେଳେ ଅନ୍ୟ ପଦବୀ ଗୁଡିକରେ ସମସ୍ତେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି। ସଭାପତି ଭାବରେ ଗଣେଶ୍ୱର ପ୍ରଧାନ ନିର୍ବାଚିତ ହୋଇଥିବା ବେଳେ ଉପସଭାପତି ଭବାନୀ ଶଙ୍କର ପଣ୍ଡା, ସାଧାରଣ ସଂପାଦକ ଉମାକାନ୍ତ ମହାନନ୍ଦ, ଯୁଗ୍ମ ସଂପାଦକ ସୁଜିତ୍ କୁମାର ପ୍ରଧାନ, ସହ ସଂପାଦକ ଅନ୍ତର୍ଯ୍ୟାମି ସାହୁ, କୋଷାଧ୍ୟକ୍ଷ ଜନ୍ମେଜୟ ସାହୁ – ପାଠାଗାର ତୁଷାରକାନ୍ତ କର ଏବଂ କାର୍ଯ୍ୟକାରୀ ସଦସ୍ୟ ଭାବରେ ଶମ୍ଭୁପ୍ରସାଦ ପ୍ରଧାନ, ବିମଳ ଚନ୍ଦ୍ର ପ୍ରଧାନ, ସରଜକାନ୍ତ ପାଲ, ଜଗନ୍ନାଥ ବିଶ୍ୱାଳ, ଅଭୟ କୁମାର ବୀର, ହାରୁନ୍ ଖାନ୍, ସନ୍ତୋଷ କୁମାର ପୁରୋହିତ ଓ ବିରଂଚି ନାରାୟଣ ପ୍ରଧାନ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି।
ନୂଆଦିଲ୍ଲୀ : ଭାରତ ସମେତ କିଛି ଦେଶରେ ମାତା ପିତା ବା ଶିକ୍ଷକମାନେ ଶିଶୁଙ୍କୁ ସୁଧାରିବା ପାଇଁ ମାଡର ସାହାଯ୍ୟ ନେଇଥା’ନ୍ତି। କିନ୍ତୁ ମେକ୍ସିକୋରେ ଏବେ ଭୁଲ୍ରେ ବି ମାତା ପିତାମାନେ ମଧ୍ୟ ସେମାନଙ୍କର ସନ୍ତାନକୁ ମାଡ ମାରିପାରିବେ ନାହିଁ । ଯଦି ଏମିତି କରନ୍ତି ତେବେ ଏଥିପାଇଁ ସେମାନଙ୍କୁ ଜରିମାନା ଦେବାକୁ ପଡିବ । ମେକ୍ସିକୋର ସଂସଦ ଶିଶୁଙ୍କୁ ମାଡ ଦେବା ଉପରେ ରୋକ୍ ଲଗାଇବା ନେଇ ଏକ ନୂତନ ଆଇନ୍କୁ ସର୍ବସମ୍ମତି କ୍ରମେ ମଞ୍ଜୁରୀ ଦେଇଛନ୍ତି। ଏହି ଆଇନ୍କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପାଇଁ ପଠାଯାଇଛି । ଏପରିକି ଏହି ଆଇନ୍ ଅନୁସାରେ ଶିଶୁଙ୍କୁ ପେଲିବା, ଟାଣିବା ବା କାନ କିମ୍ବା ବାଳ ମୋଡିବା, ଚିମୁଟିବା ଆଦିକୁ ମଧ୍ୟ ବେଆଇନ୍ ଘୋଷିତ କରାଯାଇଛି । ମେକ୍ସିକୋ ସଂସଦର ତଳ ସଦନ ମାତା-ପିତା ତଥା ଶିଶୁର ଅଭିଭାବକ ତଥା ଶିକ୍ଷକଙ୍କ ଦ୍ବାରା ଦିଆଯାଉଥିବା ସମସ୍ତ ପ୍ରକାରର ଶାରିରୀକ ଦଣ୍ଡ ଉପରେ ପ୍ରତିବନ୍ଧକ…
ନୂଆଦିଲ୍ଲୀ : ସାରା ଦେଶରେ ନୂତନ କୃଷି ବିଲ୍କୁ ନେଇ ଚାଷୀ ଆନ୍ଦୋଳନ ଜାରି ରହିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ କୃଷି ଆଇନକୁ ନେଇ ମତ ରଖିଛନ୍ତି । ଆଜି ଫିକିର 93 ତମ ବାର୍ଷିକ ବୈଠକ ଉଦ୍ଘାଟନ ଅବସରରେ ମୋଦି କୃଷକମାନଙ୍କୁ ବାର୍ତ୍ତା ଦେଇଛନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶର ବୃହତ୍ତମ ଶିଳ୍ପ ଏବଂ ବାଣିଜ୍ୟିକ ସଂଗଠନ ଫିକିର 93 ତମ ବାର୍ଷିକ ବୈଠକ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ କହିଛନ୍ତି ଯେ କରୋନା ମହାମାରୀ ପରେ ଅବସ୍ଥା ଯେଉଁଭଳି ଗତି କରୁଥିଲା ବର୍ତ୍ତମାନ ସେହିପରି ଦୃତ ଗତିରେ ଅବସ୍ଥା ସୁଧୁରୁଛି। ପରୋକ୍ଷରେ କୃଷକ ଆନ୍ଦୋଳନକୁ ସୂଚାଇ ସେ କହିଛନ୍ତି ଯେ ଭାରତର କୃଷକମାନେ ମଧ୍ୟ ସେମାନଙ୍କ ଫସଲ ମଣ୍ଡି ବାହାରେ ବିକ୍ରି କରିବାର ବିକଳ୍ପ ରହିଛି। ଏହାଦ୍ବାରା କୃଷକମାନେ ଉପକୃତ ହେବେ । ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର କୃଷି କ୍ଷେତ୍ରରେ…
ମଦୁରାଇ : ବିଶ୍ବରେ ସବୁଠୁ ଲୋକପ୍ରିୟ ପାନୀୟ ହେଉଛି ଚା’ । ଚା’ ଓ ବିସ୍କୁଟ୍ ପ୍ରାୟ ସମସ୍ତଙ୍କର ପସନ୍ଦ । ତାମିଲନାଡୁର ମଦୁରାଇରେ ଏକ ଟିଷ୍ଟଲ୍ରେ ଚା-ବିସ୍କୁଟ୍ର କମ୍ବିକେନସନ୍କୁ ଏକ ନୂତନ ରୂପ ଦେଇଛନ୍ତି । ଏହି ଚା’ପିଇ ଆପଣ କପ୍କୁ ମଧ୍ୟ ଖାଇପାରିବେ । ଆରଏସ୍ ପାଥୀ ନୀଲଗିରି ଟିଷ୍ଟଲ୍ରେ ଚକ୍ଲେଟ୍ ଫ୍ଲେଭର୍ବାଲା ବିସ୍କୁଟ୍ରୁ ନିର୍ମିତ ଏହି ଚା’ କପ୍ରେ ଚା’ ପରସା ଯାଇଥାଏ । ଏହି ଚା’କୁ ପିଇ ସାରିବା ପରେ ଚା’ କପ୍କୁ ଆପଣ ପିଇପାରିବେ । 1909 ମସିହାରୁ ଏହି ଟିଷ୍ଟଲ୍ଟି ଆରମ୍ଭ ତେବେ ଚା’କୁ ନେଇ ଭିନ୍ନ ଆଇଡିଆ ତାଙ୍କୁ ପ୍ଲାଷ୍ଟିକ୍ ବନ୍ଦ ହେବା କାରଣରୁ ମିଳିଛି ବୋଲି ସୂଚନା ରହିଛି । ଅକ୍ଟୋବର 2019 ମସିହାରେ ଭାରତ ସରକାର ପ୍ଲାଷ୍ଟିକ୍ କଟକଣା ଜାରି କରିଥିଲେ । ଏହାପରେ ଟିଷ୍ଟଲ୍ର ମାଲିକ୍ ଏହାର ଏକ ଅଜବ ଯୋଗାଡ ତିଆରି କରି ଏହି ନୂତନ…

