ଭୁବନେଶ୍ବର: ରାଜ୍ୟରେ ଆଜି ୩୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 5ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୨୨୩ ଜଣ ଚିହ୍ନଟ ହୋଇଥିବାବେଳେ ୧୬୩ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୨ହଜାର ୨୯୯କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୧୬ ହଜାର ୯୭୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩ ହଜାର ୪୮୭ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୭୮୯ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୮ ଟି ଜିଲ୍ଲାରୁ ମୋଟ୍ ୩୮୬ ଜଣ ଚିହ୍ନଟ ହୋଇଛନ୍ତି।…
Author: Samikhsya Bureau
ଅହମ୍ମଦାବାଦ: ଭାରତୀୟ କ୍ରିକେଟର ପାର୍ଥିବ ପଟେଲ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଭାରତ ପାଇଁ ମାତ୍ର ୧୭ ବର୍ଷରେ ପଦାର୍ପଣ କରିଥିବା ପାର୍ଥିବ ୩୫ ବର୍ଷ ବୟସରେ କ୍ରିକେଟକୁ ଅଲବିଦା ଜଣାଇଛନ୍ତି । ଟ୍ୱିଟ୍ଟର ଜରିଆରେ ନିଜର ଅବସର ସମ୍ପର୍କରେ ପାର୍ଥିବ ଘୋଷଣା କରିଛନ୍ତି। ୨୦୦୨ରେ ଇଂଲଣ୍ଡ ବିରୋଧରେ ଟେଷ୍ଟ କ୍ରିକେଟ୍ ଜରିଆରେ କ୍ରିକେଟ୍ରେ ଡେବ୍ୟୁ କରିଥିଲେ ପାର୍ଥିବ। ମାତ୍ର ୧୭ ବର୍ଷରେ ସର୍ବକନିଷ୍ଠ ୱିକେଟ କିପରର ମାନ୍ୟତା ହାସଲ କରିଥିଲେ ପାର୍ଥିବ। ୧୮ ବର୍ଷର ଲମ୍ବା କ୍ୟାରିୟରେ ପାର୍ଥି ଶେଷ ଥର ପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜର ଅନ୍ତିମ ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ। ତେବେ ଚଳିତ ବର୍ଷ ଆଇପିଏଲ୍ରେ ମଧ୍ୟ ପାର୍ଥିବ ଆରସିବିରେ ରହିଥିଲେ। କିନ୍ତୁ ତାଙ୍କୁ ଗୋଟିଏ ବି ଖେଳ ଖେଳିବାକୁ ସୁଯୋଗ ମିଳିନଥିଲା। ନିଜ ପରିବାରକୁ ସମୟ ଦେବା ପାଇଁ କ୍ରିକେଟରୁ ଅବସର ନେଇଥିବାର ଘୋଷଣା କରିଛନ୍ତି ପାର୍ଥିବ। ପାର୍ଥିବ ଭାରତ ପକ୍ଷରୁ ୨୫…
ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ବାୟୋକନ୍ର ସଂସ୍ଥାପକ କିରଣ ମଜୁମଦାର୍ ଶ’ ଓ ଏଚ୍ସିଏଲ୍ ଏଣ୍ଟରପ୍ରାଇଜେସ୍ର ସିଇଓ ରୋଶନୀ ନାଦର ମାଲହୋତ୍ରା ଦୁନିଆର ଶକ୍ତିଶାଳୀ 100 ମହିଳାଙ୍କ ମଧ୍ୟରେ ସାମିଲ୍ ହୋଇଛନ୍ତି । ଫୋବର୍ସ ତରଫରୁ ଜାରି ହୋଇଥିବା ବିଶ୍ବର ଶ୍ରେଷ୍ଠ ତଥା ଶକ୍ତିଶାଳୀ ମହିଳା ସୂଚୀରେ ଜର୍ମାନ୍ ଚାନ୍ସେଲର୍ ଏଞ୍ଜେଲା ମାର୍କଲ୍ ଲଗାତାର ଦଶମ ଥର ପାଇଁ ଶୀର୍ଷସ୍ଥାନ ବଜାୟ ରଖିଛନ୍ତି । ସେହିପରି ୟୁରୋପିଆନ୍ ସେଣ୍ଟ୍ରାଲ୍ ବ୍ୟାଙ୍କର ପ୍ରମୁଖ କ୍ରିଷ୍ଟେନ୍ ଲେଗାର୍ଡ ଦ୍ବିତୀୟ ଥର ପାଇଁ ଦ୍ବିତୀୟ ସ୍ଥାନରେ ରହିଥିବାବେଳେ ଆମେରିକାର ଉପରାଷ୍ଟ୍ରପତି କମଲା ହ୍ୟାରିସ୍ ତୃତୀୟ ସ୍ଥାନରେ ରହିଛନ୍ତି । ସେହିପରି ମୋଲିଣ୍ଡା ଗେଟସ୍ ପଞ୍ଚମ ସ୍ଥାନରେ ରହିଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ତାଲିକାର 41ତମ ସ୍ଥାନରେ ରହିଥିବାବେଳେ ରୋଶ୍ନୀ ନାଦର ମାଲହୋତ୍ରା 55 ସ୍ଥାନରେ କିରଣ ମଜମୁଦାର ଶ’ 68ତମ ସ୍ଥାନରେ, ଲେଣ୍ଡମ୍ୟାର୍କ ସମୂହର ଅଧ୍ୟକ୍ଷ ରେଣୁକା ଜଗତିଆନୀ 98…
ଭୁବନେଶ୍ୱର: ଆଜି ସନ୍ଧ୍ୟା 6ଟା 45 ମିନିଟରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ବୈଠକ ହେବ ବୋଲି ଜଣାପଡିଛି। ଏହି ବୈଠକରେ ମୋଟ 10ଟି ପ୍ରସ୍ତାବକୁ ମଂଜୁରୀ ମିଳିପାରେ । ସୂଚନାଯୋଗ୍ୟ, ଫୁଲବାଣୀ ଓ କୋରାପୁଟରେ ଗୋଟିଏ ଲେଖାଏଁ ମେଡିକାଲ କଲେଜ ସ୍ଥାପନ ପ୍ରସ୍ତାବ ନିମନ୍ତେ ମିଳିପାରେ ମଞ୍ଜୁରୀ । ଏହି ମେଡିକାଲ କଲେଜର ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ହଜାରେ କୋଟି ଟଙ୍କାର ବ୍ୟବସ୍ଥା କରାଯିବ ବୋଲି ସୂଚନାରୁ ଜଣାପଡ଼ିଛି। ସେହିପରି ବରଗଡ଼ ଜିଲ୍ଲାର 2ଟି ପାନୀୟ ଜଳ ପ୍ରକଳ୍ପକୁ କ୍ୟାବିନେଟ ଅନୁମୋଦନ କରିବାର ସମ୍ଭାବନା ଅଛି। ଏହାର ବଜେଟ ପ୍ରାୟ ହଜାରେ କୋଟି ଟଙ୍କା ହେବ ବୋଲି ଜଣାଯାଇଛି ।
ଚେନ୍ନାଇ : ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ ଭିଜେ ଚିତ୍ରା ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି । ମାତ୍ର 28 ବର୍ଷ ବୟସରେ ଅଭିନେତ୍ରୀ ଜଣକ ଚେନ୍ନାଇ ନସରପେଟ୍ଠାରେ ଏକ ହୋଟେଲ୍ରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବାର ସୂଚନା ରହିଛି । କିଛିଦିନ ପୂର୍ବେ ଜଣାଶୁଣା ବ୍ୟବସାୟୀ ହେମନ୍ତ ରବିଙ୍କ ସହିତ ତାଙ୍କର ନିର୍ବନ୍ଧ ହୋଇଥିବାବେଳେ ତାଙ୍କର ଆତ୍ମହତ୍ୟା ଖବରଟି ତାଙ୍କ ପ୍ରଶଂସକଙ୍କୁ ଝଟ୍କା ଦେଇଛି। ତେବେ ଚିତ୍ରାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ତାଙ୍କ ଭାବୀସ୍ବାମୀଙ୍କୁ ପୋଲିସ୍ ପଚରାଉଚୁରା କରୁଛି । ତାମିଲ୍ ଭାଷାର ଲୋକପ୍ରିୟ ଧାରାବାହିକ ‘ପାଣ୍ଡିଆନ୍ ଷ୍ଟୋର୍ସ’ରେ ମୁଲଇ ଚରିତ୍ରରେ ଅଭିନୟ କରି ଘରେ ଘରେ ବେଶ୍ ପରିଚିତ ହୋଇପାରିଥିଲେ । ତେବେ ସେ ଡିପ୍ରେସନ୍ରେ ଥିବାରୁ ଏପରି ଏକ ଚରମ ନିଷ୍ପତ୍ତି ନେଇଥିବାର ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ସେ ଶୁଟିଂ ସାରା ବିଳମ୍ବିତ ରାତ୍ରି ଅର୍ଥାତ୍ 2.30ରେ ହୋଟେଲ୍କୁ ଫେରିଥିଲେ । ତେବେ ସେହି…
ଉତ୍ତରପ୍ରଦେଶ : ବରଯାତ୍ରୀରେ ସାମିଲ୍ ହେବା ପାଇଁ ବରଯାତ୍ରୀଙ୍କୁ ନେଇଆସିଥିବା ଏକ କାର୍ କୂଅ ଭିତରକୁ ଖସି ପଡିଥିଲା । ଏହି ଘଟଣାରେ ଡ୍ରାଇଭର ସମେତ 6ଜଣଙ୍କର ମୃତ୍ୟୁ ଘଟିଛି । ଉତ୍ତରପ୍ରଦେଶ ମହୋବାରେ ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ମଧ୍ୟପ୍ରଦୋର ଦିଓ୍ବାନ ଜି ପୁରଭା ଗାଁରେ ହୋଇଥିଲା। ସମସ୍ତ ମୃତକ ଚରଖାରି ଥାନା ଅନ୍ତର୍ଗତ ଖାସା ଗାଁର ବୋଲି ସୂଚନା ରହିଛି । ମଙ୍ଗଳବାର ରାତ୍ରିରେ ବରଯାତ୍ରୀରେ ସାମିଲ୍ ହେବା ପାଇଁ ଏକ ଇନୋଭା କାରରେ 9 ଜଣ ଯାତ୍ରୀ ଦିଓ୍ବାନ ଜି ପୁରଭା ଗ୍ରାମକୁ ଯାଇଥିଲେ । ତେବେ ରାତିରେ ଫେରିବା ବେଳେ ଗାଡି ଏକ ଖୋଲା କୂଅ ଭିତରେ ଖସି ପଡିଥିଲା। ଯାହାଫଳରେ ଡ୍ରାଇଭର ସହିତ 6 ଜଣଙ୍କର ମୃତ୍ୟୁ ହୋଇଛି। ତିନି ଜଣଙ୍କୁ ପୋଲିସ ଉଦ୍ଧାର କରିଛି। (ଏଜେନ୍ସି)
ନୂଆଦିଲ୍ଲୀ : ବିଗତ 24 ଘଣ୍ଟା ମଧ୍ୟରେ ଦେଶରେ 32ହଜାର 80 ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ 402 ଜଣଙ୍କର ମୃତ୍ୟୁ ଘଟିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 97 ଲକ୍ଷ 35 ହଜାର 850ରେ ପହଞ୍ଚିଛି । 402 ନୂତନ ମୃତ୍ୟୁ ସହିତ ଦେଶରେ ସମୁଦାୟ ମୃତ୍ୟୁ ସଂଖ୍ୟା 1 ଲକ୍ଷ 41 ହଜାର 360ରେ ପହଞ୍ଚିଛି । ବିଗତ 24 ଘଣ୍ଟା ମଧ୍ୟରେ ଦେଶରେ 36ହଜାର 635 ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ନୂତନ ଆରୋଗ୍ୟଙ୍କୁ ମିଶାଇ ଦେଶରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା 92ଲକ୍ଷ 15 ହଜାର 581ରେ ପହଞ୍ଚିଛି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟାରେ 4957 ହ୍ରାସ ଘଟିବା ସହିତ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 3 ଲକ୍ଷ 78 ହଜାର 909ରେ ପହଞ୍ଚିଛି । 24 ଘଣ୍ଟା ମଧ୍ୟରେ କେରଳରୁ ସର୍ବାଧିକ 5032 ଆକ୍ରାନ୍ତ ଚିହ୍ନଟ ହୋଇଥିବା…
ନୂଆଦିଲ୍ଲୀ, ସମସ୍ତଙ୍କୁ ଗ୍ରୀଷ୍ମ ଋତୁରେ ଥଣ୍ଡା ପାଣି ଦରକାର। ଫ୍ରିଜ୍ ପାଣି ପିଇବାରେ ଅନେକ ଅସୁବିଧା ଅଛି। କିନ୍ତୁ ଯଦି ଆପଣ ମାଠିଆ ପାଣି ପିଉଛନ୍ତି, ତେବେ ଆପଣଙ୍କୁ ଅନେକ ଲାଭ ମିଳିବ। ଗ୍ରୀଷ୍ମ ଋତୁରେ ଶରୀରକୁ ଥଣ୍ଡା ରଖିବା ପାଇଁ ଆପଣଙ୍କୁ ଅଧିକ ଜଳ ଦରକାର, ଯାହାକୁ ଆପଣ ଫଳ ଏବଂ ପନିପରିବା ମାଧ୍ୟମରେ ମଧ୍ୟ ପୂରଣ କରିପାରିବେ। କିନ୍ତୁ ମାଟି ହାଣ୍ଡିରୁ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ। ମାଠିଆ ଜଳ ପିଇବାର ଲାଭ: # ଅମ୍ଳତା ହେବାର ମୁଖ୍ୟ କାରଣ ହେଉଛି ସଠିକ୍ ହଜମ ନହେବା। କିନ୍ତୁ ମାଠିଆ ପାଣିରେ ଥିବା ପ୍ରାକୃତିକ ଖଣିଜ ପଦାର୍ଥ ଅମ୍ଳତାକୁ ରୋକିଥାଏ। # ପ୍ରାୟତଃ ଫ୍ରିଜ ପାଣି ଗଳା ଯନ୍ତ୍ରଣା କରେ। ଥଣ୍ଡା ପାଣି ପିଇବା ଦ୍ୱାରା ଗଳା କୋଷର ତାପମାତ୍ରା ହଠାତ୍ ହ୍ରାସ ପାଇ ସମସ୍ୟା ସୃଷ୍ଟି କରିଥାଏ। ସେଥିପାଇଁ ମାଠିଆ ପାଣି ସବୁଠାରୁ ଉପଯୁକ୍ତ। #…
ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କେଉଁମାନଙ୍କୁ ବିଶ୍ବାସ କରିବ ନାହିଁ ବୋଲି ବିଭିନ୍ନ ପ୍ରମାଣ ସହ ଉଲ୍ଲେଖ କରିଛନ୍ତି। ତାଙ୍କ ମତରେ ଯେଉଁ ଜନ୍ତୁର ନଖ ଥିବ, ଯେଉଁ ପଶୁର ଶିଙ୍ଗ ଥିବ, ଯେଉଁ ମଣିଷ ଅସ୍ତ୍ରଶସ୍ତ୍ର ଧରିଥିବ, ଯେଉଁ ନଦୀ ପ୍ରଖରରେ ପ୍ରବାହିତ ହେଉଥିବା ଏବଂ ରାଜକର୍ମଚାରୀ। ଏମାନଙ୍କଠାରୁ ଦୂରରେ ରହିବାକୁ ପରାମର୍ଷ ଦେଇଛନ୍ତି ଆଚାର୍ଯ୍ୟ ଚାଣକ୍ୟ। ଚାଣକ୍ୟଙ୍କ କହିବା କଥା ହେଲା ନଖଥିବା ପଶୁ ମାଙ୍କଡ ଯେତେ ପୋଷା ମାନିଥିଲେ ମଧ୍ୟ ସେ କୌଣସି ସମୟରେ ଆଘାତ ଦେଇପାରେ। ସେହିପରି ନଦୀର ଜଳ ଶାନ୍ତ ଭାବେ ପ୍ରବାହିତ ହେଉଥିଲେ ମଧ୍ୟ ସେ କେତେବେଳେ ତାହାର ଗତିପଥ ବଦଳାଇ ଦେବ କହିହେବ ନାହିଁ। ଏପରି ସ୍ଥିତିର ଧନହାନୀ, ଜନହାନୀ ହେବାର ସମ୍ଭାବନା ରହିଛି। ଶିଙ୍ଗ ଯୁକ୍ତ ପଶୁ ମଧ୍ୟରେ ଷଣ୍ଢ, ମଇଁଶି ଗାଈଗୋରୁ ପରି ଅନେକ ଅଛନ୍ତି ଯେଉଁମାନେ ଥିବେ ଥିବେ ହଠାତ ଆଘାତ କରିଦେବେ। ସେହିପରି…
ଭୁବନେଶ୍ବର, ଦିବଗଂତ ନେତା ପ୍ରଦୀପ ମହାରଥୀଙ୍କ ଝିଅ ଜୋଇଁ ଗତ 4 ତାରିଖରେ ଗୃହ ପ୍ରବେଶ କରିଛନ୍ତି। ଭୁବନେଶ୍ବରର ଧର୍ମ ବିହାରରେ ତାଙ୍କ ଜୋଇଁ ଅର୍ଦ୍ଧେନ୍ଦୁ ସାହୁ ନୂଆ ଘରର ପୂଜା କରିଛନ୍ତି। ସେହି ଘର ପ୍ରତିଷ୍ଠା ସମୟରେ ଦେଖିବାକୁ ମିଳିଥିଲା ଏକ ଦୁଃଖଦ ପରିବେଷ। ଘର ପ୍ରତିଷ୍ଠାରେ ଝିଅ ପଲ୍ଲବୀ ମହାରଥୀ ଏବଂ ଜୋଇଁ ଅର୍ଦ୍ଧେନ୍ଦୁ, ପ୍ରଦୀପ ମହାରଥୀଙ୍କର ଏକ ବଡ କଟଆଉଟ ଲଗାଇ ହୋମ କରିଥିଲେ। ଦୂରରୁ ଦେଖିଲେ ଲାଗୁଥିଲା ସତେ ଯେପରି ପ୍ରଦୀପ ମହାରଥୀ ହୋମ ପାଖରେ ଛିଡା ହୋଇଛନ୍ତି। ଶଶୂରଙ୍କ ଦେହାନ୍ତ ହୋଇଥିବାରୁ ଅର୍ଦ୍ଧେନ୍ଦୁ ଜାକଜମକରେ ଘର ପ୍ରତିଷ୍ଠା କରିପାରି ନ ଥିଲେ। ନିଜର ଅତି ନିକଟ ବନ୍ଧୁଙ୍କୁ ନେଇ ଏହି ଘର ପ୍ରବେଶ ପୂଜା କରିଥିଲେ। ହେଲେ ଯେଉଁମାନେ ଆସୁଥିଲେ ସେମାନେ ହଠାତ ମହାରଥୀ ଛିଡା ହେବାର ଦେଖି ଚମକି ଯାଉଥିଲେ। ପରେ ଜାଣିବା ପରେ ଦୁଃଖ ପ୍ରକାଶ କରୁଥିଲେ।
ମେଷ- ପରିବାରରେ କିଛି ସମସ୍ୟା ହୋଇପାରେ। ସାମାଜିକ ଜୀବନ ଭଲ ହେବ। ବାହାରେ କିଛି ଖାଇବାରେ ଧ୍ୟାନ ଦିଅନ୍ତୁ। ଛାତ୍ରମାନେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଅଫିସରେ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇପାରନ୍ତି । ଆଜି ଯୁବକମାନଙ୍କ ପାଇଁ ଏକ ଭଲ ଦିନ ହେବ। କାର୍ଯ୍ୟ ସଂପର୍କରେ ବାହାରକୁ ଯାଇପାରନ୍ତି । ବିବାହିତ ଲୋକମାନେ ନୂତନ ସୂଚନା ପାଇପାରିବେ। ଆପଣ ଆଜି ସଞ୍ଚୟ ଯୋଜନାରେ ବିନିଯୋଗ କରିବାକୁ ଚେଷ୍ଟା କରିପାରିବେ। ବୃଷ- ଆଜି ବଡ ଦାୟିତ୍ବ ମିଳିପାରେ। କାହା ସହିତ ବିବାଦ ହୋଇପାରେ। ନୂତନ କାର୍ଯ୍ୟ ଯୋଜନା କରିବେ। ଆପଣଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ପଡ଼ିବ, ପରିବାରର କୈଣସି କାର୍ଯ୍ୟ ଚାପ ସୃଷ୍ଟି କରିପାରେ। ଆଜି ଆପଣ ଆବଶ୍ୟକ ସୂଚନା ପାଇପାରିବେ, ଯାହା ଆପଣଙ୍କ କ୍ୟାରିୟର ଦିଗ ବଦଳାଇବ। ବୃଦ୍ଧମାନଙ୍କର ଯତ୍ନ ନିଅନ୍ତୁ। ବିବାହିତ ଜୀବନ ସୁଖୀ ହେବ । ମିଥୁନ- ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ। ଅବଶିଷ୍ଟ ପରିମାଣ…
ନୂଆଦିଲ୍ଲୀ, ପ୍ରତିଯୋଗିତା ନିୟମ, ୨୦୦୨ ର ଧାରା ୩୧ (୧) ଅନୁଯାୟୀ ଓଡିଶା ହାଇଡ୍ରୋ ପାୱାର କର୍ପୋରେସନ୍ ଲିମିଟେଡ୍ (ଓଏଚ୍ପିସି) ଦ୍ୱାରା ଓଡିଶା ପାୱାର୍ ଜେନେରେସନ୍ କର୍ପୋରେସନ୍ ଲିମିଟେଡ୍ (ଓପିଜିସି) ର ସେୟାର ଅଧିଗ୍ରହଣକୁ ଭାରତୀୟ ପ୍ରତିଯୋଗିତା ଆୟୋଗ ବା ସିସିଆଇ ଅନୁମୋଦନ ପ୍ରଦାନ କରିଛି। ଓଏଚ୍ପିସି ହେଉଛି ଏକ ପିଏସ୍ୟୁ ଯାହାର ସମ୍ପୁର୍ଣ୍ଣ ମାଲିକାନା ଏବଂ ନିୟନ୍ତ୍ରଣ ଅଧିକାର ଓଡିଶା ସରକାରଙ୍କ ପାଖରେ ରହିଛି। ଏହା ଅକ୍ଷୟ ଉତ୍ସରୁ ଜଳ ବିଦ୍ୟୁତ୍ ଏବଂ ସୌର ଶକ୍ତି ଯୁକ୍ତ ବିଦ୍ୟୁତ୍ ଉତ୍ପାଦନ ବ୍ୟବସାୟରେ ନିୟୋଜିତ ଅଛି। ଓପିଜିସି ହେଉଛି ଏକ ରାଷ୍ଟ୍ରାୟତ୍ତ ମିଳିତ ଉଦ୍ୟୋଗ ଯାହାର ୫୧% ସେୟାର ଓଡିଶା ସରକାର ଏବଂ ଅବଶିଷ୍ଟ ୪୯% ସେୟାର ଏଇଏସ୍ ଓପିଜିସି ହୋଲଡିଂ ଏବଂ ଏଇଏସ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ମାଧ୍ୟମରେ ଆମେରିକୀୟ କମ୍ପାନି ଏଇଏସ୍ କର୍ପୋରେସନ ପାଖରେ ରହିଛି। ଏହା କୋଇଲା ଭିତ୍ତିକ ତାପଜ ବିଦ୍ୟୁତ୍ ଉତ୍ପାଦନ ଏବଂ ମିନି ହାଇଡ୍ରୋ…
ଭୁବନେଶ୍ବର: ଆଜି ଭୁବନେଶ୍ବରରୁ ୨୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୭ ଆକ୍ରାନ୍ତଙ୍କ ମଧ୍ୟରୁ କ୍ଵାରେଣ୍ଟିନରୁ ୯ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ମାମଲା ୧୮ ରହିଛି। ଆଜିର ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ୯୮୧ କୁ ବୃଦ୍ଧି ହୋଇଛି। ତେବେ ଆଜି ଭୁବନେଶ୍ବରରୁ ୪୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜିର ସୁସ୍ଥ ଆକ୍ରାନ୍ତ ସଂଖ୍ୟାକୁ ମିଶାଇ ଭୁବନେଶ୍ବରରୁ ମୋଟ ୩୦ ହଜାର ୪୦୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ଭୁବନେଶ୍ବରରୁ ୩୪୯ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ବେଳେ ୨୨୫ ଜଣ କୋରୋନା ଯୁଦ୍ଧରେ ମୃତ୍ୟୁବରଣ କରିଛନ୍ତି। ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି।
ଭୁବନେଶ୍ଵର: ଆଜି ରାଜ୍ୟରୁ ୫୨୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ବଲାଙ୍ଗିର ରୁ ୫୫, ମୟୂରଭଞ୍ଜରୁ ୫୨, ଖୋରଧାରୁ ୫୧, ସୁନ୍ଦରଗଦାରୁ ୪୭, କଟକ ରୁ ୪୫, ଅନୁଗୁଳ ରୁ ୩୨, ଯାଜପୁର ରୁ ୨୯, ବାଲେଶ୍ବରରୁ ୨୬, ବରଗଡ ରୁ ୨୪, ନୂଆପଦରୁ ୨୪, ଜଗତସିଂପୁରରୁ ୨୧, ସମ୍ବଲପୁର ରୁ ୧୬, କେନ୍ଦ୍ରାପଡାରୁ ୧୪, ପୁରୀ ରୁ ୧୩, ଗଞ୍ଜାମ, କେଉଁଝର ଓ ରାୟଗଡାରୁ ୯ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ସେହିପରି କୋରାପୁଟ ରୁ ୮, ନୟାଗଡ ରୁ ୭, ଭଦ୍ରକ ରୁ ୬, କଳାହାଣ୍ଡି ରୁ ୬, ଝାରସୁଗୁଡାରୁ ୩, ମାଲକାନଗିରିରୁ ୩, ଢେଙ୍କାନାଳରୁ ୨, ନବରଙ୍ଗପୁରରୁ ୨ ଜଣ, ଦେବଗଡରୁ ଜଣେ ଓ ଷ୍ଟେଟପୁଲରୁ ୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏହି ସୁସ୍ଥ…
ସତାନା : ମଧ୍ୟପ୍ରଦେଶର ସତାନାରେ ବାହାଘରର ବିଦାୟୀ ପର୍ବ ପୂର୍ବରୁ ଜଣେ କନ୍ୟାର କରୋନା ରିପୋର୍ଟ ପଜିଟିଭ୍ ଆସିଲା । ଏହାପରେ ଏହି ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଥିଲା ।ଏହାପରେ ବରଜଣକ ନିଜ ବରଯାତ୍ରୀ ନେଇ ବିଦା ହୋଇଥିଲେ । ମାତ୍ର ବଧୂ ଜଣକ ବାପଘରେ କ୍ବାରେଣ୍ଟାଇନ୍ରେ ରହିଥିଲେ । ଏହିପରି ଏକ ଘଟଣା ସତନା ଜିଲ୍ଲାର 55 କିଲୋମିଟର ଦୂର ରାମନଗରରେ ଘଟିଛି। ସତନା ଜିଲ୍ଲା ବାବ୍ରୁପର ଗ୍ରାମରେ ରହୁଥିବା ପଟେଲ ପରିବାରରେ ବିବାହ ଥିଲା । ବିବାହ ପୂର୍ବରୁ କନ୍ୟାର କରୋନା ନମୁନା ପରୀକ୍ଷା ପାଇଁ ଯାଇଥିଲା । ତେବେ ବିବାହ କରୋନା କଟକଣା ଭିତରେ ଆୟୋଜନ କରାଯାଇଥିଲା । ରବିବାର ରାତ୍ରିରେ ବରଯାତ୍ରୀ ଓ ବର ଆସିବା ପରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ସକାଳୁ ସକାଳୁ ବିଦାୟୀ ପର୍ବ ଅନୁଷ୍ଠିତ ହେବା ପୂର୍ବରୁ ସ୍ବାସ୍ଥ୍ୟ କର୍ମୀମାନେ କନ୍ୟାର କରୋନା ରିପୋର୍ଟ ପଜିଟିଭ୍ ଥିବା ନେଇ…
ସିଡ୍ନୀ: କ୍ରମାଗତ ୧୦ ଟି ମ୍ୟାଚ ଜିତିବା ରେକର୍ଡରେ ଭାରତକୁ ବ୍ରେକ ଲାଗିଛି। ଅନ୍ତିମ ଟି-୨୦ରେ ଅଷ୍ଟ୍ରେଲିଆ ଠାରୁ ୧୨ ରନରେ ପରାସ୍ତ ହୋଇ ସିରିଜ ୨-୧ ରେ ଜିତି ସନ୍ତୁଷ୍ଟ ହୋଇଛି ଭାରତୀୟ ଦଳ। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ୱିକେଟ ହରାଇ ୧୮୬ ରନ୍ ସଂଗ୍ରହ କରିଥିଲା। ଏହାସହ ଭାରତକୁ ୧୮୭ ରନର ଟାର୍ଗେଟ୍ ଦେଇଥିଲା। ଭାରତୀୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ଟି ୱିକେଟ ହରାଇ ମାତ୍ର ୧୭୪ ରନ କରିବାରେ ସକ୍ଷମ ହୋଇଥିଲା। ଅଧିନାୟକ ବିରାଟ କୋହଲୀଙ୍କ ଲଢୁଆ ବ୍ୟାଟିଂ ସତ୍ତ୍ୱେ ଅଷ୍ଟ୍ରେଲିଆକୁ କ୍ଳିନ ସୁଇପ କରିବାର ଆଶା ପୂରଣ ହୋଇପାରି ନାହିଁ। ଅଧିନାୟକ କୋହଲୀ ୬୧ ବଲରେ ୮୫ ରନ କରିଥିବା ବେଳେ ଶିଖର ଧାବନ ୨୧ ବଲରେ ୨୮ ରନ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୧୩ ଟି ବଲରେ ୨୦ ରନ ସଂଗ୍ରହ କରିପାରିଥିଲେ। ଭାରତୀୟ ଦଳର ସଫଳ…
ଦିଲ୍ଲୀ : କରୋନା ସଙ୍କଟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ୟ ପାଇଁ ଦୀପ ଜଳାଇବା ପାଇଁ ଏକ ଟୁଇଟ୍ କରିଥିଲେ, ଯାହା ରେକର୍ଡ କରିଛି । ଏପ୍ରିଲ୍ ମାସରେ, କରୋନା ଯୋଦ୍ଧାଙ୍କୁ ଅଭିବାଦନ ତଥା କରୋନା ମହାମାରୀରୁ ବର୍ତ୍ତିବା ଓ ଉତ୍ତମ ସ୍ବାସ୍ଥ୍ୟ ପାଇଁ ରାତି 9ଟାରେ 9 ମିନିଟ୍ ପାଇଁ ଦୀପ ଜଳାଇବାକୁ ସାରା ଦେଶବାସୀଙ୍କୁ ନିବେଦନ କରି ଏକ ଟୁଇଟ୍ କରିଥିଲେ । ଯାହା ଚଳିତ ବର୍ଷ ଟୁଇଟରରେ ରେକର୍ଡ କରିଛି ବୋଲଇ ଟୁଇଟର ସୂଚନା ଦେଇଛି । ଅପ୍ରେଲ 5 ତାରିଖ ରାତ୍ରି 9ଟା ସମୟରେ 9 ମିନିଟ୍ ପାଇଁ ଦୀପ ଜଳାଇବାକୁ ନିବେଦନ କରିଥିବା ଟୁଇଟରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ତାଙ୍କ ଫଟୋ ପୋଷ୍ଟ କରିଥିଲେ ଯାହା ବର୍ତ୍ତମାନ ସେହି ଟୁଇଟ୍ ରେକର୍ଡ ସୃଷ୍ଟି କରିଛି। ସେହିପରି ମୋଦିଙ୍କ ନିବେଦନଙ୍କୁ ରକ୍ଷା କରି ସାରା ଦେଶ ରାତି 9ଟାରେ 9 ମିନିଟ୍…
ନୂଆଦିଲ୍ଲୀ : ଇଏସଆଇ ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ଏଣିକି ଘରୋଇ ହସ୍ପିଟାଲରେ ମଧ୍ୟ ଚିକିତ୍ସିତ ହୋଇ ପାରିବେ ଇଏସଆଇ ଉପଭୋକ୍ତା । ସୋମବାର ଇଏସଆଇ ନିୟମରେ ସଂଶୋଧନ କରିବା ସହିତ ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି । କୌଣସି ଜରୁରୀକାଳୀନ ପରସ୍ଥିତିରେ ଏହି ସୁବିଧାର ଲାଭ ଉଠାଯାଇପାରିବ ବୋଲି ଜଣାପଡିଛି । ପୂର୍ବରୁ ରହିଥିବା ନିୟମ ଅନୁଯାୟୀ ଇଏସଆଇ ଉପଭୋକ୍ତା କେବଳ ଇଏସଆଇ ହସ୍ପିଟାଲରେ ଚିକିତ୍ସିତ ହେଇ ପାରୁଥିଲେ । ତେବେ କେବଳ ଜରୁରୀ କାଳୀନ ସ୍ୱାସ୍ଥ୍ୟ ସେବାର ଲାଭ ଉଠାଇବା ପାଇଁ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇପାରିବେ । ହୃଦଘାତ ଅଥବା କୌଣସି ଦୁର୍ଘଟଣାର ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇ ହେବ । ଏହି ସମୟର ସମ୍ପୂର୍ଣ୍ଣ ଚିକିତ୍ସା ମାଗଣା ରହିବ ଏବଂ ସରକାର ଏହି ଖର୍ଚ୍ଚ ବହନ କରିବେ । ଏହା ସହିତ ଚିକିତ୍ସିତ ହେଉଥିବା ହସ୍ପିଟାଲର 10 କିମି ପରିସୀମା…
ଇଟାଲୀ : ଇଟାଲୀର ଏହି ଗ୍ରାମରେ ମାତ୍ର 90 ଟଙ୍କାରେ ଆପଣ ଘର ପାଇପାରିବେ। ଇଟାଲୀର ମୋଲିଝୋ କ୍ଷେତ୍ରର ମଧ୍ୟକାଳୀନ ଗ୍ରାମ କାଷ୍ଟ୍ରୋପିନାନୋର ଜନସଂଖ୍ୟା 900 ଅଟେ । ଏଠାରେ ରହିଥିବା ଖାଲି ଘର ପାଇଁ ପ୍ରଶାସନ ଏକ ଉତ୍ତମ ଯୋଜନା ବାହାର କରିଛନ୍ତି । ପ୍ରଶାସନ ଏହି ଗ୍ରାମରେ ଖାଲିଥିବା ଘରଗୁଡିକୁ ଏକ ୟୁରୋ ବା ମାତ୍ର 90 ଟଙ୍କା ରେ ବିକ୍ରି କରିବା ପାଇଁ ନିଷ୍ପତ୍ତି ନେଇଛି । ତେବେ ଏହି ଘରଗୁଡିକୁ ଆପଣ କିଣିସାରିବା ପରେ ଏହାର ମରାମତି କରି ରହିପାରିବେ । କାଷ୍ଟ୍ରୋପିନାନୋ ହେଉଛି ସବୁଠୁ ଶସ୍ତାରେ ଘର ଦେଉଥିବା ପ୍ରଥମ ଗ୍ରାମ । 1930 ମସିହାରେ ଏଠାରେ 2500 ଲୋକ ରହୁଥିଲେ। ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଏଠାରୁ କିଛି ଲୋକେ ବାହାରକୁ ଚାଲିଯାଇଥିଲେ । 1960 ପରେ ଅଧିକାଂଶ ଯୁବକ ରୋଜଗାର ଓ ଅନ୍ୟ କାର୍ଯ୍ୟ ପାଇଁ ଏହି ଗ୍ରାମକୁ ଛାଡି ଦେଇଥିଲେ ।…
ନୂଆଦିଲ୍ଲୀ: କରୋନାରେ ସଂକ୍ରମିତ ବ୍ୟକ୍ତିମାନଙ୍କ ଠାରେ ପରବର୍ତ୍ତୀ ପର୍ୟ୍ୟାୟରେ ବିଭିନ୍ନ ପ୍ରକାର ଜଟିଳ ସମସ୍ୟା ଦେଖାଦେଉଛି। ଏସବୁ ସମସ୍ୟା ଦୀର୍ଘଦିନ ପାଇଁ ମଧ୍ୟ ରହୁଛି । ଯଦିଓ କରୋନା ଚିକିତ୍ସା ଅନେକ ଅଗ୍ରଗତି ଘଟିଛି ଏବଂ ଟିକା ଆସିବା ଆଶା ଉଜ୍ଜ୍ୱଳ ହେବାରେ ଲାଗିଛି ତଥାପି ଲୋକମାନେ ଏହି ମହାମାରୀର ଜଟିଳତା ସମ୍ପର୍କରେ ସଚେତନ ହେବା ଆବଶ୍ୟକ । ଅନ୍ୟାନ୍ୟ ରୋଗ ସହିତ ପୁରୁଷମାନେ ସେମାନଙ୍କ ଯୌନ କ୍ଷମତା ମଧ୍ୟ ହରାଇ ପାରନ୍ତି। ଏହି ଭୂତାଣୁ ଆପଣଙ୍କ ଯୌନ କ୍ଷମତାରେ ଜଟିଳ ସମସ୍ୟା ସୃଷ୍ଟ କରିପାରେ ବୋଲି ଆମେରିକାର ସଂକ୍ରାମକ ରୋଗ ବିଶେଷଜ୍ଞ ଡାକ୍ତର ଡେନା ଗ୍ରେସନ ସତର୍କ କରାଇ ଦେଇଛନ୍ତି । ଗ୍ରେସନ କହିଛନ୍ତି, ଶରୀରରେ ଧମନୀରେ କରୋନା ମହାମାରୀ ବିଭିନ୍ନ ସମସ୍ୟା ସୃଷ୍ଟି କରିପାରେ । ଏହା ହିଁ ବାସ୍ତବ ଚିନ୍ତାର ବିଷୟ । କେବଳ କରୋନା ଭୂତାଣୁ ଆପଣଙ୍କୁ ମାରିପାରେ ନାହିଁ, ଶରୀରରେ ଆଜୀବନ ଅନେକ ଜଟିଳ…
ସିଡ୍ନୀ : ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ତୃତୀୟ ତଥା ଶେଷ ଦିନିକିଆରେ ଘରୋଇ ଦଳ ନିର୍ଦ୍ଧାରିତ 20 ଓଭରରେ 5 ଓ୍ୱିକେଟ ହରାଇ 186 ରନ୍ କରିଛି । ଏହାସହ ଭାରତକୁ 187 ରନର ଟାର୍ଗେଟ୍ ଦେଇଛି । ମାଥ୍ୟୁ ୱେଡ ଏବଂ ଗ୍ଲେନ ମ୍ୟାକ୍ସୱେଲଙ୍କ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ଓଭରରେ 5 ୱିକେଟହରାଇ 186 ରନ ସଂଗ୍ରହ କରିଛି । ଟସ ଜିତି ଭାରତୀୟ ଅଧିନାୟକ ବିରାଟ କୋହଲି ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଥିଲେ । ମାଥ୍ୟୁ ୱେଡ 53ଟି ବଲରୁ 80 ରନ ସଂଗ୍ରହ କରିଥିବା ବେଳେ ଗ୍ଲେନ ମ୍ୟାକ୍ସୱେଲ 36 ବଲରୁ 54 ରନ ସଂଗ୍ରହ କରିଥିଲେ । ଆରୋନ ପିଞ୍ଚ ବିନା କୌଣସି ରନରେ ଆଉଟ ହୋଇଥିଲେ । କିନ୍ତୁ ଅନ୍ୟତମ ଓପନର ଏମ୍ ଓ୍ୱାଡେ ବିସ୍ଫୋରକ ବ୍ୟାଟିଂ କରିଥିଲେ । ସେ 53 ବଲରୁ 80 ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ…

