Author: Samikhsya Bureau

ଭୁବନେଶ୍ଵର: ଆଜି ରାଜ୍ୟରୁ ୬୦୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ମୟୂରଭଞ୍ଜରୁ ୯୬, ନୂଆପଡ଼ାରୁ ୬୧, ସୁନ୍ଦରଗଡରୁ ୫୩, ଖୋର୍ଦ୍ଧାରୁ ୪୪, ଅନୁଗୁଳରୁ ୪୦, ସମ୍ବଲପୁରରୁ ୩୬, କଟକରୁ ୩୧, ବରଗଡରୁ ୨୫, କେନ୍ଦୁଝରରୁ ୨୫, ପୁରୀରୁ ୨୫, ବାଲେଶ୍ବରରୁ ୧୯, କଳାହାଣ୍ଡିରୁ ୧୯, ଯାଜପୁରୁରୁ ୧୭, କେନ୍ଦ୍ରାପଡାରୁ ୧୬, ବଲାଙ୍ଗିରିରୁ ୧୫, ଜଗତସିଂହପୁରରୁ ୧୫, ଗଞ୍ଜାମରୁ ୧୧, କୋରାପୁଟରୁ ୯, ଝାରସୁଗୁଡାରୁ ୧୫, ଭଦ୍ରକରୁ ୫, ମାଲକାନଗିରିରୁ ୫, ଢେଙ୍କାନାଳରୁ ୪, ସୋନପୁରରୁ ୪, ଦେବଗଡରୁ ୩, ରାୟଗଡାରୁ ୩, ବୌଦ୍ଧରୁ ୨, ଗଜପତିରୁ ୨, ନବରଙ୍ଗପୁରରୁ ୨, ନୟାଗଡରୁ ୨, କନ୍ଧମାଳରୁ ୧ ଏବଂ ଷ୍ଟେଟ୍ ପୁଲରୁ ୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୧୬…

Read More

ଭୁବନେଶ୍ବର: କୃଷକ ସଂଗଠନ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ପଞ୍ଚମ ପର୍ଯ୍ୟାୟର ଆଲୋଚନା ବିଫଳ ହୋଇଥିବା ବେଳେ ଆସନ୍ତା ୯ ତାରିଖରେ ଷଷ୍ଠ ପର୍ଯ୍ୟାୟର ଆଲୋଚନା ହେବ। କିନ୍ତୁ ତା’ପୂର୍ବରୁ ଆସନ୍ତା କାଲି ଭାରତ ବନ୍ଦ ଡାକରା ଦିଆଯାଇଛି। ଏପର୍ଯ୍ୟନ୍ତ ୨୨ ଟି ବିରୋଧୀ ଦଳ ଏହି ଭାରତ ବନ୍ଦ ଡାକରାକୁ ମଧ୍ୟ ସମର୍ଥନ କରିଛନ୍ତି। ତେବେ କରୋନା ମହାମାରୀର ପ୍ରକୋପ ସଂପୂର୍ଣ୍ଣ ଭାବେ ପ୍ରଶମିତ ହୋଇନଥିବା ଏବଂ ସାଧାରଣ ପରିବହନ ବ୍ୟବସ୍ଥା ସ୍ଵଭାବିକ ଅବସ୍ଥାକୁ ଫେରିନଥିବା ବେଳେ ଭାରତ ବନ୍ଦ ଡାକରା ଯୋଗୁଁ ଗମନାଗମନ ଓ ପରିବହନ ବ୍ୟବସ୍ଥା ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି। ଏହା କରୋନା ସଂକ୍ରମଣ ଉପରେ ପ୍ରତିକୂଳ ପ୍ରଭାବ ପକାଇବାର ଆଶଙ୍କା ମଧ୍ୟ ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତରଫରୁ ଆସନ୍ତାକାଲି ସବୁ ସରକାରୀ କାର୍ଯ୍ଯାଳୟ ବନ୍ଦ ରହିବା ନେଇ ନିଷ୍ପତି ନିଆଯାଇଛି। କିନ୍ତୁ ଏହି ସମୟରେ ସମସ୍ତ ଜରୁରୀ ସେବା…

Read More

ଭୁବନେଶ୍ବର: ଆଜି ଭୁବନେଶ୍ବରରୁ ୨୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୮ ଆକ୍ରାନ୍ତଙ୍କ ମଧ୍ୟରୁ କ୍ଵାରେଣ୍ଟିନରୁ ୧୨ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ମାମଲା ୧୬ ରହିଛି। ଆଜିର ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ୯୫୪ କୁ ବୃଦ୍ଧି ହୋଇଛି। ତେବେ ଆଜି ଭୁବନେଶ୍ବରରୁ ୪୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜିର ସୁସ୍ଥ ଆକ୍ରାନ୍ତ ସଂଖ୍ୟାକୁ ମିଶାଇ ଭୁବନେଶ୍ବରରୁ ମୋଟ ୩୦ ହଜାର ୩୫୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ଭୁବନେଶ୍ବରରୁ ୩୪୯ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ବେଳେ ୨୨୫ ଜଣ କୋରୋନା ଯୁଦ୍ଧରେ ମୃତ୍ୟୁବରଣ କରିଛନ୍ତି। ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି।

Read More

ଭୁବନେଶ୍ଵର: ଏବେ ହେବନି ୟୁଜି ପିଜି ପରୀକ୍ଷା। ଏନେଇ ଉଚ୍ଚଶିକ୍ଷା ବିଭାଗ ସମସ୍ତ ବିଶ୍ଵବିଦ୍ୟାଳୟର କୁଳପତିଙ୍କୁ ଚିଠି ଲେଖିଛନ୍ତି।କରୋନା ମହାମାରୀ ଯୋଗୁ ପାଠପଢା ପ୍ରଭାବିତ ହୋଇଛି। ଶିକ୍ଷାଦାନ ଅନଲାଇନରେ ଚାଲିଛି। ଅନଲାଇନ ଶିକ୍ଷା ଆଧାରରେ ବର୍ତ୍ତମାନ ପରୀକ୍ଷା ସମ୍ଭବ ନୁହେଁ। କ୍ଲାସରୁମ ପାଠପଢା ଓ ସିଲାବସ ସରିବା ପରେ ପରୀକ୍ଷା ନେଇ ବିଚାର କରାଯିବ ବୋଲି କୁହାଯାଇଛି  ବୋଲି ଚିଠିରେ ଉଲ୍ଲେଖ ରହିଛି । ଦୀର୍ଘ ନଅ ମାସ ପରେ ରାଜ୍ୟରେ କରୋନା ସଂକ୍ରମଣ କମୁଥିଲେ ବି ଏ ପର୍ଯ୍ୟନ୍ତ କୌଣସି ସ୍ଥିତିର ସୁଧାର ଆସିନାହିଁ। ଯେହେତୁ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମକୁ ଶ୍ରେଣୀ ଗୃହରେ ପଢ଼ାଯାଇ ନାହିଁ ସେଥିଲାଗି ସରକାର ଏପରି ଏକ ନିଷ୍ପତ୍ତି ସରକାର ନେଇଛନ୍ତି। ଶ୍ରେଣୀଗୃହ ପାଠ୍ୟକ୍ରମ ଆରମ୍ଭ ହେବା ପରେ ପରୀକ୍ଷା ନେଇ ବିଚାର କରିବାକୁ ସମସ୍ତ କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଚିଠି ଲେଖି ଜଣାଇଛନ୍ତି।

Read More

ରେୱାଡି : ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଝିଅ କଂଗ୍ରେସ ଆସନରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି । ରେୱାଡି କାଉନସିଲ ନିର୍ବାଚନ ପାଇଁ ଲାଲୁଙ୍କ ଝିଅ ତଥା ପୂର୍ବତନ ମନ୍ତ୍ରୀ କ୍ୟାପଟେନ ଅଜୟ ସିଂ ଯାଦବଙ୍କ ବୋହୁ ଅନୁସ୍କା କଂଗ୍ରେସରୁ ପ୍ରାର୍ଥୀ ହେବେ ବୋଲି ଜଣାପଡିଛି । ଏନେଇ ବିଧିବଦ୍ଧ ଭାବରେ କୌଣସି ଘୋଷଣା ହୋଇ ନଥିଲେ ମଧ୍ୟ ଆରଜେଡି ପ୍ରଂଶସକ ମାନେ ସନ୍ତୋଷ ବ୍ୟକ୍ତ କରିଛନନ୍ତି । ଆସନ୍ତା 27 ତାରିଖରେ ରେୱାଡି କାଉନସିଲ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ନିର୍ବାଚନରେ ପ୍ରମୁଖ ଆସନଟି ଜଣେ ପଛୁଆ ବର୍ଗର ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି । ତେଣୁ ଅନୁଷ୍କାଙ୍କୁ ପ୍ରାର୍ଥୀ କରାଯିବା ନେଇ ଚର୍ଚ୍ଚା ହେଉଛି । ଅନୁଷ୍କାଙ୍କ ପତ୍ନୀ ଚିରଞ୍ଜିବୀ ରାଓ ରେୱାଡି ଆସନରୁ ବିଧାୟକ ରହିଥିବା ଜଣାପଡିଛି । ଉଭୟ ଆରଜେଡି ଏବଂ…

Read More

ନୂଆଦିଲ୍ଲୀ : ତେଲୁଗୁ ଫିଲ୍ମ ଅଭିନେତ୍ରୀ ବିଜୟା ଶାନ୍ତି ଆଜି ବିଜେପିରେ ସାମିଲ୍‌ ହୋଇଛନ୍ତି । ସୋମବାର ଦିନ ନୂଆଦିଲ୍ଲୀଠାରେ ବିଜେପି ଔପଚାରିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି ବିଜୟା ଶାନ୍ତି । ରବିବାର ଦିନ ବିଜୟାଶାନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍‌ ଶାହାଙ୍କୁ ସାକ୍ଷାତ କରିଥିଲେ । ତାମିଲ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ବିଜୟା ଶାନ୍ତି  ବିଜେପିରୁ ନିଜର ରାଜନୈତିକ କ୍ୟାରିଅର୍‌ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ଟିଆରଏସ୍‌ରେ ସାମିଲ୍‌ ହୋଇଥିଲେ । 2014 ମସିହାରେ ତେଲେଙ୍ଗାନା ନୂତନ ରାଜ୍ୟ ଗଠନ ହେବା ପରେ ସେ କଂଗ୍ରେସରେ ଯୋଗ ଦେଇଥିଲେ ।   ଏବେ ବିଜୟଶାନ୍ତି କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଛନ୍ତି । ବିଜେପି ଅଧ୍ୟକ୍ଷ ଜେପ୍ପି ନଡାଙ୍କ ଉପସ୍ଥିତିରେ ବିଜୟା ବିଧିବଦ୍ଧ ଭାବେ ବିଜେପିରେ ସାମିଲ୍‌ ହୋଇଛନ୍ତି । ସୂଚନାଯୋଗ୍ୟ, ବିଜେପି ହାଇଦ୍ରାବାଦ ମହାନଗର ପାଳିକା ନିର୍ବାଚନରେ ଉତ୍ତମ ପ୍ରଦର୍ଶନ କରିଛି । ସେହିପରି…

Read More

ନୂଆଦିଲ୍ଲୀ, ଶେଷରେ ଦୁର୍ଘଟଣା ହୋଇଥିବା ମିଗ-29କେ ବିମାନର ପାଇଲଟ ନିଶାନ୍ତ ସିଂଙ୍କ ମର ଶରୀର ଗଭୀର ସମୁଦ୍ର ଭିତରୁ ମିଳିଛି। ନାଭାଲ ଅଫିସରମାନେ ଦୀର୍ଘ 12 ଦିନ ଧରି ସମୁଦ୍ର ଭିତରେ ଖୋଜିବା ପରେ ନିଶାନ୍ତଙ୍କ ଶବ ମିଳିପାରିଛ। ନିଶାନ୍ତଙ୍କୁ ଗୋଆ ଉପକୂଳରୁ 30 ମାଇଲ ଦୂରରେ ଠାବ କରାଯାଇଛି। ବିମାନ ଦୁର୍ଘଟଣା ହେବା ପରେ ନିଶାନ୍ତଙ୍କ ଶରୀର ପ୍ରାୟ 70 ମିଟର ଗଭୀର ସମୁଦ୍ର ଭିତରକୁ ଚାଲିଯାଇଥିଲା। ନିଶାନ୍ତଙ୍କ ବିମାନ ଗତ ନଭେମ୍ବର 26 ତାରିଖରେ ଆରବିଆନ ସମୁଦ୍ର ଉପରେ ଦୁର୍ଘଟଣା ଗସ୍ତ ହୋଇଥିଲା। ଏଥିରେ ଦୁଇଜଣ ଥିବା ବେଳେ ଜଣଙ୍କୁ ଉଦ୍ଧାର କରାଯାଇଥିଲା।

Read More

ଭୁବନେଶ୍ୱର: ନୟାଗଡ଼ର ପରୀ ହତ୍ୟା ମାମଲାକୁ ନେଇ ଏବେ ଓଡ଼ିଶା ରାଜନୀତିର ପାଣିପାଗ ସରଗରମ ହୋଇଛି । ଏସଆଇଟି ଏହାର ତଦନ୍ତ କରୁଛି ।  ପରୀକୁ କିଏ ହତ୍ୟା କରିଛି, କାହିଁକି ହତ୍ୟା କରିଛି ଓ ଏହା ପଛର ମୁଖ୍ୟ ଖଳନାୟକ  କିଏ, ତାକୁ ଜାଣିବା ପାଇଁ ସମସ୍ତେ ଉକ୍ରଣ୍ଠାର ସହ ଚାହିଁବସିଛନ୍ତି ।   ତେବେ ଏହାରି ଭିତରେ ଏସଆଇଟି ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ଡିଜିପି ତଥା ବିଜେପି ନେତା ପ୍ରକାଶ ମିଶ୍ର । ସେ କହିଛନ୍ତି ଯେ, ଏସଆଇଟି ତଦନ୍ତର କୌଣସି ଅସ୍ତିତ୍ୱ ନାହିଁ ।  ସିଆରପିସି ଅନୁସାରେ ଅନୁସନ୍ଧାନ କେବଳ ଥାନା ଓ ପୁଲିସ କରିବ ।  ଅରୁଣ ବୋଥ୍ରା ଏବେ ଓଏସଆରଟିସିର ଏମଡି ଅଛନ୍ତି ।  ତାଙ୍କର କୌଣସି ପୁଲିସ ପାୱାର ନାହିଁ । ସେ ତଦନ୍ତ କେମିତି କରିବେ ।  ଏ ତଦନ୍ତ ପ୍ରତି ଆମେ ପ୍ରଶ୍ନ କରୁଛୁ । ଏହି ମାମଲାର…

Read More

ଭୁବନେଶ୍ବର : ପ୍ରଦୀପ ପାଣିଗ୍ରାହୀଙ୍କ ତଦନ୍ତ କରିବେ ଲୋକାୟୁକ୍ତ । ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଦୁର୍ନୀତି ମାମଲା ପ୍ରସଙ୍ଗରେ ଲୋକାୟୁକ୍ତ ତଦନ୍ତ ପାଇଁ ସୁପାରି୍ସ୍‌ ହୋଇଛି । ତଦନ୍ତ ପାଇଁ ଲୋକାୟୁକ୍ତଙ୍କୁ ସୁପାରିସ୍‌ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକାୟୁକ୍ତ ଗଠନ ପରେ ପ୍ରଥମ ମାମଲା ଭାବେ ସରକାର ସୁପାରିସ୍‌ କରିଛନ୍ତି । ସୂଚନାଯୋଗ୍ୟ, ଲୋକବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଗୋପାଳପୁର ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳରୁ ବହିଷ୍କୃତ କରାଯିବା ପରେ ତାଙ୍କୁ ଗିରଫ ହୋଇ ଜେଲ୍‌ରେ ରହିଛନ୍ତି ପ୍ରଦୀପ । ଆକାଶ ପାଠକ ଲିଙ୍କ୍‌ରେ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା ।

Read More

ଏଲୁରୁ: ଆନ୍ଧ୍ରପ୍ରଦେଶର ଏଲୁରୁ ଜିଲ୍ଲାରେ ଅଜଣା ରୋଗର ଆତଙ୍କ ଦେଖାଦେଇଛି । ଅଜଣା ରୋଗରେ 200ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେଠାରେ 150ରୁ ଅଧିକ ରୋଗୀ ବାନ୍ତି ଓ ଅପସ୍ମାରରେ ପୀଡିତ ହୋଇ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ସ୍ୱାସ୍ଥ୍ୟ ଅଧିକାରୀମାନେ ରୋଗର କାରଣ ଜାଣିବା ପାଇଁ ଚେଷ୍ଟା କରୁଛନ୍ତି। ଉକ୍ତ ଅଞ୍ଚଳର ଲୋକଙ୍କ ମଧ୍ୟରେ ହଠାତ୍ ଅସୁସ୍ଥ ହେବାର କାରଣ ଖୋଜିବା ପାଇଁ ଡାକ୍ତରମାନେ ରୋଗୀମାନଙ୍କ ଉପରେ ପରୀକ୍ଷା କରାଯାଇଛି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ହଏଲୁରୁ ସରକାରୀ ଡାକ୍ତରଖାନା ପରିଦର୍ଶନ କରିବା ସହ ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି ।

Read More

ଭୁବନେଶ୍ୱର: କରୋନା ଭିତରେ ବଢିଛି ବସ ଭଡ଼ା ।  ତେଲ ଦର ବଢିବାରୁ ବସ ଭଡ଼ାକୁ ବୃଦ୍ଧି କରାଯାଇଛି । ଅର୍ଡିନାରୀ ବସ ଭଡ଼ା  କିମି ପିଛା  72ରୁ ବଢି 73 ପଇସାକୁ ବୃଦ୍ଧି ପାଇଛି । ସେହିପରି ଏକ୍ସପ୍ରେସ ଭଡ଼ା କିମି ପ୍ରତି 75 ପଇସାରୁ ବଢି 76 ପଇସା ବଢିଛି ।  ଡିଲକ୍ସ ବସ ଭଡ଼ା 1ଟଙ୍କା 05ରୁ ବଢି 1 ଟଙ୍କା 07 ହୋଇଥିବା ବେଳେ ଏସି ଡିଲକ୍ସ କିମି ପିଛା 1 ଟଙ୍କା 27ରୁ ବଢି 1 ଟଙ୍କା 29 ହେଲା ପ୍ରକାଶ ଯେ, ଦେଶରେ କିଛି ଦିନ ହେଲା ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ହୋଇ ବଢିବାରେ ଲାଗିଛି । 2018 ସେପ୍ଟେମ୍ବର ଠାରୁ ଅର୍ଥାତ ଗତ ପ୍ରାୟ 2 ବର୍ଷ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ଦେଶରେ ସର୍ବୋଚ୍ଚ ସ୍ତର ଛୁଇଁଛି ।

Read More

ଭୁବନେଶ୍ୱର:  କୃଷି ଆଇନକୁ ବିରୋଧ କରି କୃଷକ ସଂଗଠନଗୁଡିକ ଚଳାଇଥିବା ଆନ୍ଦୋଳନ ବ୍ୟାପକ ହେବାରେ ଲାଗିଛି। ସରକାରଙ୍କ ସହିତ ବାରମ୍ବାର ଆଲୋଚନା ପରେ ସମାଧାନର ବାଟ ବାହାରି ପାରୁ ନଥିବାବେଳେ ଏହି ଆନ୍ଦୋଳନ ବ୍ୟାପକ ଓ ତୀବ୍ର ହେବାରେ ଲାଗିଛି। ଦିନକୁ ଦିନ କୃଷକ ସଂଗଠନଗୁଡିକ ପ୍ରତି ସମର୍ଥନ ବଢିବାରେ ଲାଗିଛି। ଏହି କ୍ରମରେ କୃଷକ ସଂଗଠନ ପକ୍ଷରୁ ଡିସେମ୍ବର 8 ତାରିଖ (ମଙ୍ଗଳବାର)କୁ ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ବିରୋଧୀ  ରାଜନୈତିକ ଦଳ, ବିଭିନ୍ନ ଟ୍ରେଡ ୟୁନିୟନ, ବ୍ୟାଙ୍କ ସଂଗଠନ ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷଙ୍କ ସମର୍ଥନ ଜଣାଇଛନ୍ତି। ତେବେ ଭାରତ ବନ୍ଦକୁ କଂଗ୍ରେସ ପକ୍ଷରୁ ପୂର୍ଣ୍ଣ ସମର୍ଥନ ରହିଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ସେ କହିଛନ୍ତି,  କଂଗ୍ରେସ ଚାଷୀଙ୍କ ସହ ଅଛି । ବନ୍ଦକୁ କଂଗ୍ରେସ ପୂର୍ଣ୍ଣ ମାତ୍ରାରେ ସମର୍ଥନ କରୁଛି । ଜିଲ୍ଲାସ୍ତରରେ ପ୍ରତିବାଦ ସହ ପ୍ରମୁଖ ସ୍ଥାନରେ ବନ୍ଦ କରାଯିବ ।…

Read More

ନୂଆଦିଲ୍ଲୀ :ସୀମାରେ ଦେଶର ସୁରକ୍ଷା କରୁଥିବା ବୀର ଯବାନମାନଙ୍କୁ ସମ୍ମାନିତ କରିବା ପାଇଁ ପ୍ରତିବର୍ଷ ଡିସେମ୍ବର7 ରେ ସଶସ୍ତ୍ର ବାହିନୀ ପତକା ଦିବସ ପାଳନ କରାଯାଏ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାରତୀୟ ସଶସ୍ତ୍ର ବାହିନୀର ସୈନ୍ୟଙ୍କ ସାହସିକତାକୁ ଅଭିବାଦନ ଜଣାଇଛନ୍ତି। ସେନାବାହିନୀଙ୍କ କାର୍ୟ୍ୟକୁ ସମ୍ମାନ ଜଣାଇ ପ୍ରଧାନମନ୍ତ୍ରୀ କହିଛନ୍ତି, “ସଶସ୍ତ୍ର ବାହିନୀ ପତାକା ଦିବସ ଆମର ସଶସ୍ତ୍ର ବାହିନୀ ଏବଂ ସେମାନଙ୍କ ପରିବାର ପ୍ରତି କୃତଜ୍ଞତା ଜଣାଇବାର ଦିନ। ଭାରତ ମଧ୍ୟ ତାଙ୍କର ବୀରତ୍ୱ, ସେବା ଏବଂ ନିସ୍ୱାର୍ଥପର ବଳିଦାନ ପାଇଁ ଗର୍ବିତ। ଆମର ସୈନ୍ୟ ବାହିନୀଙ୍କ ଶକ୍ତିର କଲ୍ୟାଣରେ ସହଯୋଗ କରନ୍ତୁ। ଏହି କାର୍ୟ୍ୟ ଆମର ଅନେକ ସାହସୀ ସୈନ୍ୟ ଏବଂ ସେମାନଙ୍କ ପରିବାରକୁ ସହଯୋଗ କରିବ”। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ଟ୍ୱିଟ୍ କରି କହିଛନ୍ତି, “ସଶସ୍ତ୍ର ବାହିନୀ ପତାକା ଦିବସରେ ମୁଁ ଭାରତର ସଶସ୍ତ୍ର ବାହିନୀର ବୀରତ୍ୱ ଏବଂ…

Read More

ଭୁବନେଶ୍ୱର:  କେନ୍ଦ୍ର ଲାଗୁ କରିଥିବା ନୂଆ କୃଷି ଆଇନକୁ ବିରୋଧ କରି କୃଷକମାନେ ଡିସେମ୍ବର 8 ତାରିଖ ଭାରତ ବନ୍ଦ ଡାକରା ଦେଇଛନ୍ତି। କୃଷି ଆଇନ ପ୍ରତ୍ୟାହାର ଦାବିରେ ଦୀର୍ଘ 11 ଦିନ ଧରି ଚାଷୀ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି। ଆଲୋଚନା ପରେ ବି କୌଣସି ନିଷ୍କର୍ସ ବାହାରି ପାରିନାହିଁ। ଦିନକୁ ଦିନ କୃଷକ ସଂଗଠନଗୁଡିକ ପ୍ରତି ସମର୍ଥନ ବଢିବାରେ ଲାଗିଛି। ଏହି କ୍ରମରେ କୃଷକ ସଂଗଠନ ପକ୍ଷରୁ ମଙ୍ଗଳବାର  ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ବିରୋଧୀ ରାଜନୈତିକ ଦଳ, ବିଭିନ୍ନ ଟ୍ରେଡ ୟୁନିୟନ, ବ୍ୟାଙ୍କ ସଂଗଠନ ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷଙ୍କ ସମର୍ଥନ ଜଣାଇଛନ୍ତି। ଆପ୍‌ ମଧ୍ୟ ଏହି ବନ୍ଦକୁ ସମର୍ଥନ କରିଛି । ଆପ୍‌ ସହିତ 11ଟି ରାଜନୈତିକ ଦଳ ଏହି ବନ୍ଦକୁ ସମର୍ଥନ ଜଣାଇଛନ୍ତି । ତେବେ ଭାରତ ବନ୍ଦକୁ ବିଜେଡି ସମର୍ଥନ ଦେବ କି ନାହିଁ ସେ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

Read More

ଭୁବନେଶ୍ୱର: ନୟାଗଡ଼ ପରୀ ହତ୍ୟା ଘଟଣାରେ ବିଜେପି ପକ୍ଷରୁ ଆନେ୍ଦାଳନକୁ ତୀବ୍ର କରାଯାଇଛି ।  ରାଜଭବନ ଆଗରେ ବିଜେପି ନେତା ଓ କର୍ମୀମାନେ ଧାରଣା ଦେଇଛନ୍ତି ।  ବିଜେପି ସଭାପତି ସମୀର ମହାନ୍ତିଙ୍କ ସମେତ  ବହୁ ଦଳୀୟ ନେତା ସାମିଲ ଅଛନ୍ତି ।  ପରୀ ହତ୍ୟାଘଟଣାର ସିବିଆଇ ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବିରେ ଏହି ଧାରଣା ଦିଆଯାଇଛି ।  ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ବିଜେପି ପକ୍ଷରୁ ଘୋଷଣା କରାଯାଇଛି । ନୟାଗଡ଼ର ପରୀ ହତ୍ୟା ମାମଲାକୁ ନେଇ ଏବେ ଓଡ଼ିଶା ରାଜନୀତିର ପାଣିପାଗ ସରଗରମ ହୋଇଛି । ଏସଆଇଟି ଏହାର ତଦନ୍ତ କରୁଛି ।  ପରୀକୁ କିଏ ହତ୍ୟା କରିଛି, କାହିଁକି ହତ୍ୟା କରିଛି ଓ ଏହା ପଛର ମୁଖ୍ୟ ଖଳନାୟକ  କିଏ, ତାକୁ ଜାଣିବା ପାଇଁ ସମସ୍ତେ ଉକ୍ରଣ୍ଠାର ସହ ଚାହିଁବସିଛନ୍ତି ।

Read More

ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ  ମଧ୍ୟ ହ୍ରାସ ଦେଖାଦେଇଛି। ରାଜ୍ୟରେ ଆଉ ୭ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୭୭୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆଜି କଟକ ଜିଲ୍ଲାରୁ ସର୍ବାଧିକ ତିନିଜଣ କରୋନା ରୋଗୀ ଆଖି ବୁଜିଥିବାବେଳେ ବାଲେଶ୍ଵର, ପୁରୀ, ସୁନ୍ଦରଗଡ ଓ ଜଗତସିଂପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୩୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୨୧୨ ଜଣ ଚିହ୍ନଟ ହୋଇଥିବାବେଳେ ୧୫୬ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୧ ହଜାର ୫୬୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୧୫ ହଜାର ୮୪୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩ ହଜାର ୮୯୩ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୭୬୫ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୬ ଟି ଜିଲ୍ଲାରୁ ମୋଟ୍‌ ୩୬୮ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୪୯ ଜଣ…

Read More

ଭୁବନେଶ୍ୱର :ମାସ୍କ ଓ ପିପିଇ କିଟ କିଣାରେ ଦୁର୍ନୀତି ଅଭିଯୋଗ ପ୍ରସଙ୍ଗରେଏକ ବଡ଼ ଖବର ସାମାନାକୁ ଆସିଛି ।  ଲୋକାୟୁକ୍ତଙ୍କ ନିକଟରେ ଦୁଇଜଣ ବରିଷ୍ଠ ଆଇଏଏସ ପୁଣି ଥରେ ହାଜର ହୋଇଛନ୍ତି । ଦୁଇ ଜଣ ବରିଷ୍ଠ ଆଇଏଏସ ହାଜର ହୋଇଥିବା ଏନେଇ ମାମଲାର ଆବେଦନକାରୀ କଂଗ୍ରେସ ନେତା ସୁଦର୍ଶନ ଦାସଙ୍କ ପକ୍ଷରୁ ସୂଚନା ମିଳିଛି । କରୋନା ମହାମାରୀ ସମୟରେ ଓଡ଼ିଶା ଔଷଧ ନିଗମ ଦ୍ୱାରା ମାକ୍ସ, ଟେଷ୍ଟିଂ କିଟ, ରିଅଲଟାଇମ ପିସିଆର, ରାପିଡ୍ ଟେଷ୍ଟିଂ ମେସିନ, ପିପିଇ, ନେବୁଲାଇଜର, ବାଇପାସ ମେସିନ୍ ଇତ୍ୟାଦି କିଣାରେ ଦୁର୍ନୀତିର ତଦନ୍ତ ସହିତ ଦୃଢ଼ କାର୍ୟ୍ୟାନୁଷ୍ଠାନ ପାଇଁ ଗତ ଜୁନ 17 ତାରିଖ ଦିନ ସୁଦର୍ଶନ ଦାସ ଲୋକାୟୁକ୍ତଙ୍କ ପାଖରେ ଏକ ମାମଲା ଦାୟର କରିଥିଲେ । ପରବର୍ତ୍ତୀ ସମୟରେ ସେପ୍ଟେମ୍ବର 14 ଏବଂ ନଭେମ୍ବର 4 ତାରିଖ ଦିନ  ଲୋକାୟୁକ୍ତଙ୍କ ପାଖରେ ହାଜର ହୋଇଥିଲେ ହେମନ୍ତ ଶର୍ମା ଓ ଯାମିନୀ ଷଡ଼ଙ୍ଗୀ…

Read More

ଭୁବନେଶ୍ବର, ଏକଦା ଜଣେ ବାବା ଭାବେ ପରିଚିତ ହେବା ଏବଂ ପରେ ବିବାଦୀୟ ହୋଇ ଗିରଫ ହୋଇଥିବା ସୁରବାବା ଆଉ ନାହାଁନ୍ତି। ରବିବାର ରାତିରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଜେଲରୁ ବାହାରିବା ପରେ ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ସ୍ବାସ୍ଥ୍ୟ ଅବସ୍ଥା ବେଶୀ ଖରାପ ହେବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଛି। ରାଜଧାନୀ ଉପକଣ୍ଠ ଝିଇଁଣ୍ଟି ଶାସନସ୍ଥିତ ତ୍ରାହି ଅଚ୍ୟୁତ ଆଶ୍ରମ ପ୍ରତିଷ୍ଠା କରିଥିଲେ ସୁର ବାବା ଓରଫ ସୁରେନ୍ଦ୍ର ମିଶ୍ର । ସେ ବିଭିନ୍ନ ସମୟରେ ବିବାଦୀୟ ହୋଇ ୨୦୧୫ ଅଗଷ୍ଟ ୩୧ ସେ ଗିରଫ ହୋଇଥିଲେ। ଅଢ଼େଇ ବର୍ଷ ପରେ ୨୦୧୭ରେ ସୁପ୍ରିମକୋର୍ଟରୁ ଜାମିନ୍ ପାଇ ସେ ଜେଲରୁ ମୁକୁଳିଥିଲେ।

Read More

ଭୁବନେଶ୍ୱର: ସୋମବାର ସକାଳେ ଫାଇଭ୍‌ – ଟି ସଚିବ ଭିକେ ପାଣ୍ଡିଆନ୍‌ ଏକାମ୍ର ଅଞ୍ଚଳ ପରିଦର୍ଶନ କରି ଏକାମ୍ର କ୍ଷେତ୍ର ପ୍ରକଳ୍ପର ସ୍ଥିତି ତଦାରଖ କରିବା ସହ ବରିଷ୍ଠ ଅଧିକାରୀମାନଙ୍କ ସହିତ ଏହାର ଅଗ୍ରଗତି ସଂକ୍ରାନ୍ତରେ ସମୀକ୍ଷା କରିଛନ୍ତି। ଏହି ଅଞ୍ଚଳର ସୌନ୍ଦର୍ଯ୍ୟକରଣ ନିମନ୍ତେ ଉଚ୍ଛେଦ ହୋଇଥିବା ଦୋକାନୀମାନଙ୍କ ଥଇଥାନ କାର୍ଯ୍ୟ ତ୍ୱରାନ୍ଵିତ କରିବା ଲାଗି ସମ୍ପୃକ୍ତ ସରକାରୀ ଅଧିକାରୀମାନଙ୍କୁ ମଧ୍ୟ ସେ ନିର୍ଦେଶ ଦେଇଛନ୍ତି। ଏହାଛଡ଼ା, ବିକଳ୍ପ ରାସ୍ତା ନିର୍ମାଣ ଓ ଭଙ୍ଗାରୁଜା ଆବର୍ଜନା ସଫେଇ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଏହି ଅବସରରେ ସଚିବ କାର୍ଯ୍ୟ କିଷନ କୁମାର ବିଏମ୍‌ସି କମିଶନର ପ୍ରେମନ୍ଦ୍ର ଚୌଧୁରୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Read More

ନୂଆଦିଲ୍ଲୀ : ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୨ ହଜାର ୯୮୧ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ୩୯୧ ଜଣଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ୩୨୯୮୧ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯୬ ଲକ୍ଷ ୭୭ ହଜାର ୨୦୩ରେ ପହଞ୍ଚିଛି । ୩୯୧ ନୂତନ ମୃତ୍ୟୁ ସହିତ ଦେଶରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୦ ହଜାର ୫୭୩ରେ ପହଞ୍ଚିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୯ ହଜାର ୧୦୯ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ନୂତନ ଆରୋଗ୍ୟଙ୍କୁ ମିଶାଇ ଦେଶରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୯୧ ଲକ୍ଷ ୩୯ ହଜାର ୯୦୧ରେ ପହଞ୍ଚିଛି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟାରେ ୬୫୧୯ ହ୍ରାସ ଘଟିବା ସହିତ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୯୬ ହଜାର ୭୨୯ରେ ପହଞ୍ଚିଛି । ଏହା ସହିତ…

Read More