Author: Samikhsya Bureau

ସିଡନୀ: ଆଜି ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ଵିତୀୟ ଟି-ଟ୍ୱେଣ୍ଟି ମ୍ୟାଚ ଖେଳାଯିବ। ଏହି ମ୍ୟାଚ ଭାରତୀୟ ସମୟ ଅନୁସାରେ ଅପରାହ୍ନ ୧ ଟା ୪୦ ମିନିଟ ରେ ଅନୁଷ୍ଠିତ ହେବ। ଭାରତୀୟ ଦଳ ପ୍ରଥମ ମ୍ୟାଚରେ ବିଜୟ ହୋଇ ୧-୦ରେ ଆଗୁଆ ରହିଥିବା ବେଳେ ଦ୍ଵିତୀୟ ମ୍ୟାଚ ଜିତି ସିରିଜ କବଜା କରିବାକୁ ଲକ୍ଷ୍ୟ ରଖିଛି। ସେପଟେ ଅଷ୍ଟ୍ରେଲିଆ ଦଳ ଏହି ମ୍ୟାଚ୍ ଜିତି ସିରିଜ୍ ବରାବର କରିବାକୁ ଚେଷ୍ଟା କରିବ। ତେଣୁ କଙ୍ଗାରୁ ଦଳ ପାଇଁ ଏହି ମ୍ୟାଚ୍ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଅନ୍ୟପଟେ ଟିମ୍ ଇଣ୍ଡିଆକୁ ଏହି ମ୍ୟାଚ ପୂର୍ବରୁ ଏକ ବଡ଼ ଝଟକା ଲାଗିଛି। ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଆହତ ହୋଇ ସିରିଜରୁ ବାଦ୍ ପଡ଼ିଛନ୍ତି। ତେଣୁ ଏଥର ଚୂଡ଼ାନ୍ତ ଏକାଦଶରେ ଟିମ୍ ଇଣ୍ଡିଆର ପରିବର୍ତ୍ତନ ହୋଇପାରେ ବୋଲି କୁହାଯାଉଛି। ସେହିପରି ଅଷ୍ଟ୍ରେଲିଆ ଦଳକୁ ମଧ୍ୟ ବଡ ଝଟକା ଲାଗିଛି।…

Read More

ନୂଆଦିଲ୍ଲୀ, ଧୀରେ ଧୀରେ କରୋନା ଭାଇରସ ଟୀକାର ପାଖାପାଖି ହେଲାଣି ଗବେଷକ ସଂସ୍ଥା। ବର୍ତ୍ତମାନ ଭାରତରେ ଏହି ଟୀକା ଦେବା ପାଇଁ ଆମେରିକୀୟ ଔଷଧ କଂପାନୀ ‘ଫାଇଜର’ ଆବେଦନ କରିଛି। ଡ୍ରଗ୍‌ସ୍‌ କଣ୍ଟ୍ରୋଲର୍‌ ଜେନେରାଲ୍‌ ଅଫ୍‌ ଇଣ୍ଡିଆ’ଙ୍କ ନିକଟରେ କଂପାନୀ ଆବେଦନ କରିଛି। କଂପାନୀ କହିଛି ଯେ. ଭାରତରେ ଏହି ଟୀକା ଜରୁରୀକାଳିନ ଭିତ୍ତିରେ ପ୍ରଦାନ କରିବା ପାଇଁ ଅନୁମତି ଦିଆଯାଉ। ଗତ 4 ତାରିଖରେ କଂପାନୀ ଏହି ଆବେଦନ କରିଛି। ଡିସିଜିଆଇ କୁ ଏପରି ଆବେଦନ ପ୍ରଥମ ବୋଲି ଜଣାପଡିଛି। କଂପାନୀ ଏକ ଚିଠିରେ ଦର୍ଶାଇଛି ଯେ, ଇଂଲଣ୍ଡ୍‌ ଏବଂ ବାହାରିନ୍‌ରେ ଏହି ଟିକା ବ୍ୟବହାର ପାଇଁ ଅନୁମତି ମିଳିସାରିଛି। ତେଣୁ ଭାରତ ସରକାର ମଧ୍ୟ ଏ ଦିଗରେ ପଦକ୍ଷେପ ନେବା ଦରକାର। ଏଥିସହ ୨୦୧୯ ‘ନିଉ ଡ୍ରଗ୍‌ ଆଣ୍ଡ୍‌ କ୍ଲିନିକାଲ୍‌ ଟ୍ରାଏଲ୍‌ସ୍‌ ରୁଲ୍‌ସ୍‌’ରେ ଥିବା ସ୍ୱତନ୍ତ୍ର ବ୍ୟବସ୍ଥା ଅନୁଯାୟୀ ଭାରତବାସୀଙ୍କ ଉପରେ ଏହି ଟିକାର କ୍ଲିନିକାଲ ପରୀକ୍ଷଣ ଛାଡ଼…

Read More

ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ  ମଧ୍ୟ ହ୍ରାସ ଦେଖାଦେଇଛି। ରାଜ୍ୟରେ ଆଉ ୬ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୭୭୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଦୁଇଜଣ କରୋନା ରୋଗୀ ଆଖି ବୁଜିଥିବାବେଳେ ବାଲେଶ୍ଵର, ବଲାଙ୍ଗିରି, କଳାହାଣ୍ଡି, ଓ ନୂଆପଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୩୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୨୨୯ ଜଣ ଚିହ୍ନଟ ହୋଇଥିବାବେଳେ ୧୬୪ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୧ ହଜାର ୧୯୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୧୫ ହଜାର ୨୭୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪ ହଜାର ୧୦୨ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୭୬୫ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୮ ଟି ଜିଲ୍ଲାରୁ ମୋଟ୍‌ ୪୦୯ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୪୯ ଜଣ ଚିହ୍ନଟ…

Read More

ଖୋର୍ଦ୍ଧା: ରେଲ୍‌ୱେ ଟ୍ରାକ୍‌ରୁ ମା ଆଉ ଝିଅର ମୃତ ଦେହ ଉଦ୍ଧାର କରାଯାଇଛି। ଜଣେ ମହିଳା ଓ ତାଙ୍କ ବର୍ଷକର ଶିଶୁକନ୍ୟାର ମୃତଦେହ ଉଦ୍ଧାର କରିଛି ଟାଙ୍ଗୀ ପୋଲିସ। ଉଭୟଙ୍କ ମୃତଦେହ ଟାଙ୍ଗୀ ଥାନା ଅନ୍ତର୍ଗତ ଅଭିମାନପୁର ଗାଁ ନିକଟରେ ଥିବା ରେଲ୍‌ୱେ ଟ୍ରାକ୍‌ରୁ ପଡ଼ିଥିଲା। ଟ୍ରେନ୍‌ରେ କଟି ଉଭୟଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ଏହା ହତ୍ୟା କି ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇପାରି ନାହିଁ। ତେବେ ପାରିବାରିକ କଳହ କାରଣରୁ ମହିଳା ଜଣଙ୍କ ଆତ୍ମହତ୍ୟା କରିଥିବା ତାଙ୍କ ଶ୍ଵଶୁର କହିଛନ୍ତି। ସେପଟେ ମହିଳାଙ୍କ ବାପା ତାଙ୍କ ଝିଅକୁ ହତ୍ୟା କରି ରେଲ୍‌ୱେ ଟ୍ରାକ୍‌ ରେ ଫିଙ୍ଗି ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି। ବର୍ତ୍ତମାନ ମୃତ ମହିଳାଙ୍କ ପରିବାର ଲୋକଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି ବୋଲି ଜଣାପଡିଛି।

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ସାରା ଦେଶରୁ ୩୬ ହଜାର ୧୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୮୨ ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ ମୋଟ୍‌ କରୋନା ପଜିଟିଭ୍ ସଂଖ୍ୟା ୯୬ ଲକ୍ଷ ୪୪ ହଜାର ୨୨୨କୁ ବୃଦ୍ଧି ପାଇଛି। ସେହିପରି ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୦ ହଜାର ୧୮୨କୁ ଛୁଇଁଛି। ତେବେ ଦେଶରେ ସୁସ୍ଥ ହାର ବଢିଛି। ଆକ୍ଟିଭ୍‌ କେସ୍‌ କମୁଛି। ଦେଶରେ ଏବେ ସୁଦ୍ଧା ୯୧ ଲକ୍ଷ ୭୯୨ ଜଣ ସୁସ୍ଥ ହୋଇଛନ୍ତି। ତେବେ ଦେଶରେ ଏବେ ସୁଦ୍ଧା ୪ ଲକ୍ଷ ୩ ହଜାର ୨୪୮ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

Read More

ନୂଆଦିଲ୍ଲୀ, ଡିସେମ୍ବର 6 ରେ ଶନି ଦେବ ଓଲଟା ଗତି କରିବାକୁ ଯାଉଛନ୍ତି, ତାଙ୍କର 6 ଟି ରାଶିଫଳର ଏକ ବଡ଼ ସୁବିଧା ଅଛି। ଶନି ଦେବଙ୍କ ଅନୁଗ୍ରହ ଅତି ଶୀଘ୍ର କୋଟିପତି କରିଥାଏ ଏବଂ ଏହି ରାଶିର ବ୍ୟକ୍ତିଙ୍କୁ କେହି କୋଟିପତି ହେବାକୁ ଅଟକାଇ ପାରିବ ନାହିଁ । ଶନି ଦେବଙ୍କ କୃପାରୁ ଟଙ୍କା ସହିତ, ତାଙ୍କର ଭାଗ୍ୟ ମଧ୍ୟ ଉଜ୍ଜ୍ୱଳ ହୁଏ ଏବଂ ଖରାପ କାର୍ଯ୍ୟଗୁଡ଼ିକ ଅପଣଙ୍କର ପୂର୍ବ ଜନ୍ମରୁ ଅପସାରିତ ହୋଇଯାଅ। ତୁମେ ବହୁତ ସୁନ୍ଦର ଜୀବନ ବିତାଇବ। ବିଦେଶରେ ରହୁଥିବା ସମ୍ପର୍କୀୟଙ୍କଠାରୁ ଉପହାର ଆପଣଙ୍କୁ ଖୁସି ଦେଇପାରେ। ଅପ୍ରତ୍ୟାଶିତ ରୋମାଣ୍ଟିକ ଆକର୍ଷଣର ସମ୍ଭାବନା ଅଛି। ଆପଣଙ୍କର କଳା ଏବଂ ସୃଜନଶୀଳ ଦକ୍ଷତାକୁ ଉଚ୍ଚ ପ୍ରଶଂସା କରାଯିବ ଏବଂ ହଠାତ୍ ଲାଭର ସମ୍ଭାବନା ମଧ୍ୟ ଅଛି। ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ଆପଣଙ୍କର ସମୟ ଏବଂ ଶକ୍ତି ରହିବ। କିନ୍ତୁ ଆପଣଙ୍କ ସହିତ କୈଣସି ସମ୍ପର୍କ ନଥିବା…

Read More

ମେଷ- ଆଜି ଶତ୍ରୁମାନଙ୍କ ପ୍ରତି ସାବଧାନ ରୁହନ୍ତୁ। କୈଣସି ବିଚାରାଧୀନ କାର୍ଯ୍ୟ ଉପରେ ଅଧିକ ଚାପ ନିଅନ୍ତୁ ନାହିଁ, ଏହା ସମାପ୍ତ ହେବ। ଛାତ୍ରମାନଙ୍କୁ ଆଜି ଅଧିକ ପରିଶ୍ରମ କରିବାକୁ ପଡିବ। କାରବାର ସମୟରେ ସତର୍କ ରହିବାକୁ ପଡିବ। ଗାଡି ଚଳାଇବା ସମୟରେ ସତର୍କତା ବ୍ୟବହାର କରନ୍ତୁ। ଏହାକୁ ବିଚାର ନକରି କାହା ଉପରେ ବିଶ୍ୱାସ କର ନାହିଁ । ବୃଷ- ଆୟ ବୃଦ୍ଧି ପାଇବ। ଛାତ୍ରମାନେ ଅତୁଳନୀୟ ସଫଳତା ପାଇବେ। ପରିବାର ସଦସ୍ୟମାନେ ସହାୟତା ପାଇବେ। ବ୍ୟବସାୟ ପାଇଁ ଭଲ ସମୟ । ଆଜି ସ୍ୱାସ୍ଥ୍ୟ ଭଲ ରହିବ ଚାକିରି ପାଇପାରିବେ । ରିସ୍କ ଏବଂ ଚାପ ନିଅ ନାହିଁ । ନିଜ ଜୀବନସାଥୀଙ୍କ ପ୍ରତି ଭଲ ହୁଅନ୍ତୁ। ମିଥୁନ- ସମୟ ଆପଣଙ୍କ ପାଇଁ ଅନୁକୂଳ ଅଟେ। ଆର୍ଥିକ ବିନିଯୋଗ ବିଷୟରେ ଚିନ୍ତା କରିପାରନ୍ତି। ସମାଜରେ ମାନବିକ ସମ୍ମାନ ବୃଦ୍ଧି ପାଇବ। ଅଜ୍ଞାତ ଲୋକଙ୍କ ଠାରୁ ସାବଧାନ ରୁହନ୍ତୁ। ବ୍ୟବସାୟୀମାନେ…

Read More

ନୂଆଦିଲ୍ଲୀ, ଚାଣକ୍ୟ ନୀତିର ଚତୁର୍ଦ୍ଦଶ ଅଧ୍ୟାୟର 17 ତମ ପଦରେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଜଣେ ଜ୍ଞାନୀ ବ୍ୟକ୍ତି କାହାକୁ କଣ କହିବା ଉଚିତ୍ ନୁହେଁ। ଯଦି ଆପଣ ସେହି ଜିନିଷଗୁଡ଼ିକୁ ଅନ୍ୟମାନଙ୍କ ସହିତ ଅଂଶୀଦାର କରିବେ, ତେବେ ଆପଣଙ୍କୁ ଅପମାନର ସାମ୍ନା କରିବାକୁ ପଡିପାରେ। ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଜୀବନକୁ ସରଳ ଏବଂ ସଫଳ କରିବା ସହ ଜଡିତ ଅନେକ ବିଷୟ ଉଲ୍ଲେଖ କରିଛନ୍ତି, ଯେପରିକି ଚାଣକ୍ୟ ନୀତି। 1-ଔଷଧ କିମ୍ବା ଔଷଧ ବିଷୟରେ- ଚାଣକ୍ୟ ନୀତି ଅନୁଯାୟୀ, ସେମାନଙ୍କର ଔଷଧ ବିଷୟରେ କାହାକୁ କହିବା ଉଚିତ୍ ନୁହେଁ । ଆପଣ କେଉଁ ଅସୁସ୍ଥତା ଏବଂ କେଉଁ ଔଷଧ ସେବନ କରୁଛନ୍ତି ତାହା କେହି କହିବା ଉଚିତ୍ ନୁହେଁ।ଆପଣଙ୍କର ଔଷଧ ବିଷୟରେ ଅନ୍ୟମାନଙ୍କୁ କହିବା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ। 2-ଘରର ତ୍ରୁଟି – ଚାଣକ୍ୟଙ୍କ ଅନୁଯାୟୀ, ଆପଣଙ୍କ ଘରର ରହସ୍ୟ ବା ମତଭେଦ ବା ତ୍ରୁଟିକୁ…

Read More

ନୂଆଦିଲ୍ଲୀ, ଆଜି ଶନିଦେବ ଦୁଇଟି ରାଶି ପ୍ରତି ଆର୍ଶିବାଦ ପ୍ରକଟ କରିଛନ୍ତି। ଏହି ଦୁଇ ରାଶିର ବ୍ୟକ୍ତିମାନଙ୍କର ଭାଗ୍ୟ 6 ତାରିଖ ସକାଳେ ସଫଳତା ହାସଲ କରିବେ। ଆସନ୍ତା ସମୟ ଆପଣଙ୍କ ପାଇଁ ଖୁସି ଆଣିବାକୁ ଯାଉଛି। ଆପଣ ନିଜ ସାଥୀଙ୍କ ସହିତ ଶାନ୍ତିର କିଛି ଖୁସିର ମୁହୂର୍ତ୍ତ ବିତାଇବାକୁ ସକ୍ଷମ ହେବେ। ଆପଣ ସରକାରୀ କ୍ଷେତ୍ରରେ ସଫଳତା ପାଇବେ, ଆପଣ କିଛି ବଡ କାମ ପାଇଁ ଯୋଜନା ପାଇପାରିବେ, ଯାହା ଭବିଷ୍ୟତରେ ବହୁତ ଲାଭଦାୟକ ହେବ, ଆପଣ ଆୟର ଉତ୍ସ ପାଇବେ। ଆପଣ ଚାକିରିରେ ପଦୋନ୍ନତି ପାଇବେ। ଏହାର ଏକ ସମ୍ଭାବନା ଅଛି, ଆପଣ ଯେ କୈଣସି ନୂତନ କାର୍ଯ୍ୟ ପାଇଁ ଯୋଜନା କରିପାରିବେ, ପ୍ରଗତିର ନୂତନ ଉପାୟ ମିଳିବ ଏବଂ ପରିବାରରେ ପ୍ରେମ ବୃଦ୍ଧି ପାଇବ। କୁବେର ଦେବଙ୍କ କୃପା ସହିତ ଆପଣଙ୍କ ଜୀବନର ସମସ୍ତ ଚିନ୍ତା ଦୂର ହେବ। ଏହି ଦୁଇଟି ରାଶି ହେଲା ବୃଷ ଏବଂ…

Read More

ଭୁବନେଶ୍ବର, ବର୍ତ୍ତମାନ ଓଡିଶା ରାଜନୀତିରେ ଗୋଟିଏ ଚର୍ଚ୍ଚା ଚାଲିଛି। ତାହା ହେଲା ଅଭୟ ଓ ଆକାଶ। ତାଙ୍କ ସହିତ ଯୋଡି ହେଲେ ପ୍ରଦୀପ ପାଣିଗ୍ରାହୀ। ଏବେ ସେହି ଭିତରେ ଆଉ ଏକ ଚରିତ୍ରର ପ୍ରବେଶ ଘଟିଛି। ସେ ହେଉଛନ୍ତି ଅରୂପ ପଟ୍ଟନାୟକ। ବିଜେଡିର ଭୁବନେଶ୍ବର ଲୋକସଭା ପାଇଁ ପ୍ରାର୍ଥୀ ହୋଇଥିଲେ। ବର୍ତ୍ତମାନ ସୋସିଆଲ ମିଡିଆ ଖୋଲିଲେ ଏହି କେତୋଟି ଚରିତ୍ର ମୁଖ୍ୟ ପ୍ରସଂଗ ପାଲଟିଛନ୍ତି। ଜେଲରେ ଥିବା ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏହି ଚକ୍ରବ୍ୟୁହ ଭିତରେ ପଶିବା ଠିକ ଅଛି। ହେଲେ ବର୍ତ୍ତମାନ ସେ ଭିତରେ ବିଚରା ଅରୂପ ପଟ୍ଟନାୟକ ବର୍ତ୍ତମାନ ପେଶି ହେବାରେ ଲାଗିଛନ୍ତି। ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତାଙ୍କ ବୟାନ ହିଁ ଅରୂପ ପଟ୍ଟନାୟକଙ୍କ ଚରିତ୍ରକୁ ଟାଣି ଆଣଛି। ସୁଜାତାଙ୍କ କହିବା କଥା ଯେ ଆକାଶଙ୍କ ଚାର୍ଟର ଫ୍ଲାଇଟରେ ଅରୂପ ପଟ୍ଟନାୟକ ମଧ୍ୟ ଗସ୍ତ କରିଥିଲେ। କୋଭିଡ ସମୟରେ ସେ କିପରି ଆକାଶଙ୍କ ଚାର୍ଟର ଫ୍ଲାଇଟରେ ଗଲେ, ଏହା…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁରରେ ପୋଲିସ ପକ୍ଷରୁ ହେଲମେଟ ଚେକିଂ କୁ ଜୋରଦାର କରାଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ତରଫରୁ ଡିସେମ୍ବର ୧ ତାରିଖରୁ ଉକ୍ତ ଚେକିଂ ଆରମ୍ଭ କରାଯାଇଅଛି। ଗାଇଡଲାଇନ ଅନୁଯାୟୀ ଗାଡ଼ି ଚାଳକଙ୍କ ପାଇଁ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ ହେବାସହ ଚାଳକଙ୍କ ପଛରେ ବସି ଯାତ୍ରା କରୁଥିବା ବ୍ୟକ୍ତି ମଧ୍ୟ ହେଲମେଟ ପିନ୍ଧିବା ଜରୁରୀ ହୋଇଛି। ଏହା ସହିତ ଟ୍ରିପଲ ରାଇଡିଙ୍ଗକୁ ମଧ୍ୟ ବେଆଇନ ବୋଲି ଘୋଷଣା କରାଯାଇଛି।  ଯଦି ଏହି ସବୁ ନିୟମକୁ ଉଲ୍ଲଘଂନ କରାଯାଏ, ତେବେ ବାଇକ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ତିନି ମାସ ଯାଏଁ ବାତିଲ କରାଯିବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବାଣପୁର ଆଇ.ଆଇ.ସି ସଞ୍ଜୟ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି। ତେବେ ବିଗତ ପାଞ୍ଚ ଦିନ ମଧ୍ୟରେ ବାଣପୁର ପୋଲିସ ଦଶ ଗୋଟି ଡ୍ରାଇଭିଂ ଲାଇସେନ୍ସ ବାତିଲ କରିଥିବାର ସୂଚନା ଦେବାସହ ଗାଡିଚାଳକ…

Read More

ନୂଆଦିଲ୍ଲୀ: ଆସନ୍ତା ୨୦୨୧ ଆଇପିଏଲ୍‌ରେ ୧୦ଟି ଟିମ୍‌ ମଧ୍ୟରେ ମୁକାବିଲା ଦେଖିବାକୁ ମିଳିପାରେ। ବସିସିଆଇ ଦୁଇଟି ନୂଆ ଟିମ୍‌ ଯୋଡ଼ିବାକୁ ଯୋଜନା କରିଥିବା ଜଣାପଡ଼ିଛି। ଆସନ୍ତା ୨୪ ତାରିଖରେ ଏହି ପ୍ରସଙ୍ଗ ଉପରେ ଆଲୋଚନା ମୁମ୍ବାଇରେ ହେବାର ସମ୍ଭାବନା ରହିଛି। ତେବେ ଆଇପିଏଲ୍‌-୧୪ରେ ନୂତନ ଦୁଇଟି ଦଳକୁ କିଣିବା ପାଇଁ ଆଦାନୀ ଗ୍ରୁପ୍‌ ଓ ସଂଜୀବ ଗୋୟଂକାଙ୍କ ଆରପିଏସ୍‌ଜି ଗ୍ରୁପ୍‌ ଆଗ୍ରହୀ ଥିବା ଜଣାପଡିଛି। ହେଲେ କେଉଁ ଦୁଇଟି ଦଳ ଆସନ୍ତା ଆଇପିଏଲରେ ଖେଳିବା ପାଇଁ ସୁଯୋଗ ପାଇବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି। କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଅହମ୍ମଦାବାଦ, ଲକ୍ଷ୍ନୌ, କାନପୁର ଏବଂ ପୁନେ ମଧ୍ୟରୁ ଦୁଇଟି ଦଳ ସାମିଲ ହେବା ନେଇ ସମ୍ଭାବନା ରହିଛି।

Read More

ଭୁବନେଶ୍ଵର: ଆଜି ରାଜ୍ୟରୁ ୬୦୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି କଟକ, ଖୋର୍ଦ୍ଧା ଏବଂ ସୁନ୍ଦରଗଡରୁ ୬୭ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ଅନୁଗୁଳରୁ ୬୩, ମୟୂରଭଞ୍ଜରୁ ୩୭, କଳାହାଣ୍ଡିରୁ ୩୫, କେନ୍ଦ୍ରାପଡାରୁ ୨୬, କେନ୍ଦୁଝରରୁ ୨୪, ବରଗଡରୁ ୨୦, ବଲାଙ୍ଗିରିରୁ ୨୦, ନୂଆପଡ଼ାରୁ ୨୦, ଯାଜପୁରରୁ ୧୭, ପୁରୀରୁ ୧୫, ଝାରସୁଗୁଡାରୁ ୧୪, ସମ୍ବଲପୁରରୁ ୧୪, ବାଲେଶ୍ବରରୁ ୧୨, ଜଗତସିଂହପୁରରୁ ୧୨, ଭଦ୍ରକରୁ ୧୧, କନ୍ଧମାଳରୁ ୯, ଢେଙ୍କାନାଳରୁ ୬, ଗଞ୍ଜାମରୁ ୫, ନୟାଗଡରୁ ୪, ରାୟଗଡାରୁ ୪, ବୌଦ୍ଧରୁ ୩, ଗଜପତିରୁ ୩, କୋରାପୁଟରୁ ୩, ମାଲକାନଗିରିରୁ ୩, ନବରଙ୍ଗପୁରରୁ ୩, ଦେବଗଡରୁ ୨, ସୋନପୁରରୁ ୨ ଏବଂ ଷ୍ଟେଟ୍ ପୁଲରୁ ୧୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: କେନ୍ଦ୍ର ସରକାର ଆଣିଥିବା କୃଷି ବିଲକୁ ବିରୋଧ କରି ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ଆହ୍ୱାନରେ ଆଜି ବ୍ରହ୍ମପୁର ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ କୃଷକ ସଂଗଠନ ପକ୍ଷରୁ ମୋଦୀ-ଅମ୍ବାନୀ-ଆଦାନୀଙ୍କର କୂଶପୁତ୍ତଳିକା ଦାହ କରାଯାଇଥିଲା। କର୍ପୋରେଟ କମ୍ପାନୀ ସପକ୍ଷରେ ଏହି ବିଲ ଆଣିଥିବାରୁ ତାକୁ ରଦ୍ଦ କରିବା ପାଇଁଁ କୃଷକମାନେ ଦୀର୍ଘ ୮ ଦିନ ଧରି ପ୍ରବଳ ଥଣ୍ଡା କାକରରେ ସାହସିକ ସଂଘର୍ଷ କରିଆସୁଛନ୍ତି। ହେଲେ ଏହି ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ମୋଦି ସରକାର ସମସ୍ତ ପ୍ରକାର ଦମନ ପଦକ୍ଷେପ ଏବଂ ଆଲୋଚନାକୁ ଡାକି ଭୁଆଁ ବୁଲାଇବା ନୀତି ଆପଣାଉଛନ୍ତି ବୋଲି ସଂଗଠନ ଅଭିଯୋଗ କରିଛି। ଏହି ଭୁଆଁ ବୁଲା ନୀତି ବିରୁଦ୍ଧରେ ଆଜି ୫ ଡିସେମ୍ବର ପ୍ରତ୍ୟେକ ଗାଁରେ କର୍ପୋରେଟ୍ ଆମ୍ବାନୀ, ଆଦାନୀ ସହିତ ମୋଦୀ ସରକାରଙ୍କ କୂଶପୁତ୍ତଳିକା ଦାହ କରିବା ପାଇଁ ଆହ୍ବାନ…

Read More

ସୀତାରାମ ଅଗ୍ରୱାଲ ନାଚୁଣୀ: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ  ବାଣପୁର-ବାଲୁଗାଁ ନଗର ଅଧିନସ୍ଥ ନାଚୁଣୀ ଶାଖା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ପକ୍ଷରୁ ନୟାଗଡ଼ର ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡର ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ଘଟଣାରେ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ସଂପୃକ୍ତି ଥିବା ଅଭିଯୋଗ କରି ତାଙ୍କ ଇସ୍ତଫା ଦାବି ସହ ପରିଷଦ ପକ୍ଷରୁ ହାତ ରେ ପ୍ଲାକାର୍ଡ଼ ଧରି ବିରୋଧ କରାଯାଇଥିଲା। ବିଦ୍ୟାର୍ଥୀ ପରିଷଦର କାର୍ଯ୍ୟକର୍ତ୍ତା ମାନେ ପେଟ୍ରୋଲ ପମ୍ପ ସମ୍ମୁଖରେ ଏକତ୍ରିତ ହୋଇ ମନ୍ତ୍ରୀ ଅରୁଣ ସାହୁ ଓ ଓଡ଼ିଶା ସରକାରଙ୍କ ବିରୋଧରେ ନାରାବାଜି ପ୍ରଦର୍ଶନ କରି କୁନି ଝିଅ ‘ପରୀ’ କୁ ନ୍ୟାୟ ଦେବା ନିମନ୍ତେ ସି.ବି.ଆଇ ତଦନ୍ତ ପାଇଁ ଦାବି କରିଥିଲେ। ନଚେତ୍ ଏହାକୁ ନେଇ ଆଗାମୀ ଦିନରେ ସମଗ୍ର ଛାତ୍ର ସମାଜର ଆନ୍ଦୋଳନ ତୀବ୍ରତର ହେବ ବୋଲି ନଗର ସହ-ସମ୍ପାଦକ ଶୁଭମ୍ ତ୍ରିପାଠୀ ଚେତାବନୀ ଦେଇଥିଲେ। ଏହି…

Read More

ଭୁବନେଶ୍ୱର: କୋଭିଡ୍‌-୧୯ ସଂକ୍ରମିତ ହେଲେ ଅନେକ କ୍ଷେତ୍ରରେ ସଂକ୍ରମିତଙ୍କ ଫୁସ୍‌ଫୁସ୍ ଅଧିକ ମାତ୍ରାରେ ଆକ୍ରାନ୍ତ ହେଉଛି। କେତେକ କ୍ଷେତ୍ରରେ ଫୁସ୍‌ଫୁସ୍ ନଷ୍ଟ ହେବା ଦ୍ୱାରା ସଂକ୍ରମିତଙ୍କ ମୃତ୍ୟୁ ମଧ୍ୟ ଘଟୁଛି। ତେବେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଏଭଳି ଜଣେ କରୋନା ସଂକ୍ରମିତଙ୍କର ଚିକିତ୍ସା ଇକ୍‌ମୋ ସର୍ଭାଇଭର୍ ପଦ୍ଧତିରେ କରାଯାଇ ତାଙ୍କୁ ସଂପୂର୍ଣ୍ଣ ସୁସ୍ଥ କରାଯାଇପାରିଛି। ଏକ୍ସଟ୍ରାକର୍ପୋରିଅଲ୍ ମେମ୍ବ୍ରେମ୍ ଅକ୍ସିଜେନେସନ୍ ଅର୍ଥାତ୍ ଇକ୍‌ମୋ ସାହାଯ୍ୟରେ ସଂକ୍ରମିତଙ୍କୁ ସୁସ୍ଥ କରିବାରେ ସଫଳ ହୋଇଛନ୍ତି ସମ୍ ଡାକ୍ତର। ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଓଡ଼ିଶାର ପ୍ରଥମ ଥର ପାଇଁ ଏହି ଇକ୍‌ମୋ ସର୍ଭାଇଭର ମାଧ୍ୟମରେ ସଫଳତା ମିଳି ପାରିଛି। ଏହି ଇକ୍‌ମୋ ସର୍ଭାଇଭରକୁ କୃତ୍ରିମ ଫୁସଫୁସ୍ ବୋଲି ମଧ୍ୟ ଡାକ୍ତରୀ ଭାଷାରେ କୁହାଯାଉଛି। ୪୯ ବର୍ଷୀୟ ସୁଜିତ କୁମାର ସିଂହ ଗତ ସେପ୍ଟେମ୍ବର ୧୫ ତାରିଖରେ କରୋନା ସଂକ୍ରମିତ…

Read More

ଭୁବନେଶ୍ଵର: ଆଜି ବିଜୁ ଜନତା ଦଳ ଢେଙ୍କାନାଳ ଜିଲ୍ଲା କମିଟି ପାଇଁ ଉପସଭାପତି, ସାଧାରଣ ସମ୍ପାଦକ, ସମ୍ପାଦକ ଏବଂ କୋଷାଧ୍ୟକ୍ଷ ନିଯୁକ୍ତ କରାଯାଇଛି। ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଏହି ସବୁ ପଦବୀ  ନିଯୁକ୍ତ କରାଯାଇଛି। ଉପସଭାପତି ପଦବୀରେ ୫ ଜଣ ନିଯୁକ୍ତି ପାଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ ୬ ଜଣ, ସମ୍ପାଦକ ଭାବେ ୧୬ ଜଣ ଏବଂ ଜଣେ କୋଷାଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ଏନେଇ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ତଥା ରାଜ୍ୟ ମିଡିଆ ପ୍ରଭାରୀ ମାନସ ରଞ୍ଜନ ମଙ୍ଗରାଜ ସୂଚନା ଦେଇଛନ୍ତି।

Read More

ଭୁବନେଶ୍ବର: ଆଜି ଭୁବନେଶ୍ବରରୁ ୩୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୪ ଆକ୍ରାନ୍ତଙ୍କ ମଧ୍ୟରୁ କ୍ଵାରେଣ୍ଟିନରୁ ୬ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ମାମଲା ୨୮ ରହିଛି। ଆଜିର ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ୮୬୮କୁ ବୃଦ୍ଧି ହୋଇଛି। ତେବେ ଆଜି ଭୁବନେଶ୍ବରରୁ ୪୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜିର ସୁସ୍ଥ ଆକ୍ରାନ୍ତ ସଂଖ୍ୟାକୁ ମିଶାଇ ଭୁବନେଶ୍ବରରୁ ମୋଟ ୩୦ ହଜାର ୨୪୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ଭୁବନେଶ୍ବରରୁ ୩୮୩ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ବେଳେ ୨୨୩ ଜଣ କୋରୋନା ଯୁଦ୍ଧରେ ମୃତ୍ୟୁବରଣ କରିଛନ୍ତି। ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି।

Read More

ଭୁବନେଶ୍ବର: ଆପଣ ବାଇକ ଚଲାଉଛନ୍ତି କି ? ତେବେ ସାବଧାନ ହୋଇଯାନ୍ତୁ!! ଏଣିକି ବାଇକ ଚାଳକ ପାଇଁ ହେଲମେଟ ବାଧ୍ୟତାମୂଳକ ହୋଇଯାଇଛି। କେବଳ ବାଇକ ଚାଳକଙ୍କ ପାଇଁ ହେଲମେଟ ବାଧ୍ୟତାମୂଳକ ନୁହଁ, ଚାଳକଙ୍କ ପଛରେ ବସି ଯାତ୍ରା କରୁଥିବା ବ୍ୟକ୍ତି ମଧ୍ୟ ହେଲମେଟ ପିନ୍ଧିବା ଜରୁରୀ। ଯଦି ଏହି ନିୟମକୁ ଉଲ୍ଲଘଂନ କରାଯାଏ, ତେବେ ବାଇକ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯିବ। ଏନେଇ ଏସଟିଏ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷେ ଗତକାଲି କଟକ ଆରଟିଓ ଏବଂ ଓଲଟପୁର ପୋଲିସର ମିଳିତ ଚେକିଂରେ ୯୨ ଜଣ ମୋଟର ସାଇକେଲ ଚାଳକଙ୍କୁ ଜରିମାନା କରାଯାଇଛି। ଯେଉଁମାନେ ବିନା ହେଲମେଟରେ ଯାତ୍ରା କରୁଥିଲେ। ଏଥିରେ ୪୨ ଟି ଡିଏଲ ବାତିଲ ହୋଇଥିବା ବେଳେ ୧ ଲକ୍ଷ ୩୪ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଏନେଇ କଟକ ଆରଟିଓ ଟୁଇଟ ଯୋଗେ ସୂଚନା ଦେଇଛି।

Read More