Author: Samikhsya Bureau

ମେରଟ୍‌ : ଉତ୍ତରପ୍ରଦେଶର ଜଣେ ଗହଣା କାରିଗର ଗିନିଜ୍‌ ବୁକ୍‌ରେ ନିଜ ନାମ ଲେଖାଇଛନ୍ତି । ଗହଣା କାରିଗର ହର୍ଷିତ୍‌ 12638ହୀରାର ଏକ ମୁଦି ତିଆରି ଏକ ରେକର୍ଡ କରିଛନ୍ତି । ଯୁବ ହର୍ଷିତ୍‌ 10ହଜାରରୁ ଉର୍ଦ୍ଧ୍ବ ହୀରାର ବ୍ୟବହାର କରି ଏକ ଅନନ୍ୟ ମୁଦି ପ୍ରସ୍ତୁତ କରିଛନ୍ତି । ମେରଟ୍‌ର ଗହଣା ବ୍ୟବସାୟୀ ତଥା ଡିଜାଇରନ୍‌ ହର୍ଷିତ୍‌ ବଂଶଲ୍‌ 12638 ହୀରାକୁ ଯୋଡି ଏକ ସୁନ୍ଦର ମୁଦି ପ୍ରସ୍ତୁତ କରିଛନ୍ତି । ମୁଦିଟି ପୂରା ଗେଣ୍ଡୁ ଫୁଲ ପରି ଦେଖିବାକୁ ହୋଇଛି । ଏହି ମୁଦିଟିକୁ ପ୍ରସ୍ତୁତ କରିବାକୁ ତିନି ବର୍ଷ ସମୟ ଲାଗିଛି ବୋଲି କହିଛନ୍ତି ହର୍ଷିତ୍‌ । ଦୁନିଆର ପ୍ରଥମ ବ୍ୟକ୍ତି ଭାବେ ହର୍ଷିତ୍‌ ଏକ ମୁଦିରେ ଏତେ ସଂଖ୍ୟାରେ ହୀରାକୁ ଯୋଡି ରଖିବାରେସଫଳ ହୋଇଛନ୍ତି ।  ହର୍ଷିତ୍‌ ଏହି ମୁଦି ପ୍ରସ୍ତୁତ କରି ପୂର୍ବରୁ ରେକର୍ଡ କରିଥିବା ହାଇଦ୍ରାବାଦର ଶ୍ରୀକାନ୍ତଙ୍କ ରେକର୍ଡକୁ ଭାଙ୍ଗିଛନ୍ତି । ଶ୍ରୀକାନ୍ତ…

Read More

କେନବରା: ଆଜି ଭାରତ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଟି–୨୦ ସିରିଜ୍‌ଆରମ୍ଭ ହେବ। ତେବେ ଆଜିର ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଖେଳାଳୀମାନେ ଏକ ସ୍ବତନ୍ତ୍ର ଜର୍ସିରେ ଦେଖିବାକୁ ମିଳିବେ। ସ୍ବଦେଶୀ ଜର୍ସିକୁ ନେଇ ବେଶ୍‌ ଉତ୍ସାହିତ ରହିଛନ୍ତି ଅଷ୍ଟ୍ରେଲିଆା ଖେଳାଳି। ତିନି ମ୍ୟାଚ୍‌ ବିଶିଷ୍ଟ ଟି–୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ କେନବରାରେ ଆଜି ଦ୍ବିପ୍ରହର ୧.୪୦ ସମୟରେ ଅନୁଷ୍ଠିତ ହେବ। ସେହିପରି ଅନ୍ୟ ଦୁଇଟି ମ୍ୟାଚ୍‌ ଯଥାକ୍ରମେ ଡିସେମ୍ବର ୬ ଓ ଡିସେମ୍ବର ୮ ରେ ସିଡ୍‌ନୀଠାରେ ଅନୁଷ୍ଠିତ ହେବ। ତେବେ ଆଜିର ମ୍ୟାଚ୍‌ରେ ଅଷ୍ଟ୍ରେଲିଅ ଖେଳାଳୀମାନେ ପିନ୍ଧିଥିବା ଜର୍ସିଟି ବେଶ୍‌ ସ୍ବତନ୍ତ୍ର ରହିଛି। ସ୍ବଦେଶୀ ଜର୍ସିଟିକୁ ପ୍ରସ୍ତୁତ କରିଛନ୍ତି ତାଙ୍କ ଦେଶର ଦୁଇ ମହିଳା। ଏକୁ ସୁନ୍ଦର ବାର୍ତ୍ତା ନେଇ ଏହି ଜର୍ସିଟି ପ୍ରସ୍ତୁତ କରାଯାଇଛି। ଏହିଜର୍ସିଟିକୁ ସିଏମ୍‌ ଅକ୍ଟୋବର ମାସରେ ଅନାବରଣ କରିଥିଲା। ଅଷ୍ଟ୍ରେଲିଆର ଏହି ସ୍ବଦେଶୀ ଜର୍ସିଟି ମହାନ୍‌ ପୂର୍ବ ପୁରୁଷଙ୍କ ପ୍ରତିନିଧିତ୍ବ କରୁଛି। ଏହି ଜର୍ସିଟି ଷାଠିଏ ହଜାର…

Read More

ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ  ମଧ୍ୟ ହ୍ରାସ ଦେଖାଦେଇଛି। ରାଜ୍ଯରେ  ଆଉ ପାଞ୍ଚଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୭୬୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆଜି କେଉଁଝରରୁ ସର୍ବାଧିକ ଦୁଇଜଣ କରୋନା ରୋଗୀ ଆଖି ବୁଜିଥିବାବେଳେ ମୟୂରଭଞ୍ଜ, ମାଲକାନଗିରି, ନୂଆପଡାରୁ  ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। କେଉଁଝରରୁ ୬୫ ବର୍ଷିୟାମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ୬୪ ବର୍ଷୀୟ ପୁରୁଷ ଆକ୍ରାନ୍ତ ରହିଛନ୍ତି । ସେହିପରି ମୟୂରଭଞ୍ଜରୁ ୭୫ ବର୍ଷୀୟା ଆକ୍ରାନ୍ତ, ମାଲକାନଗିରିରୁ ୪୦ ବର୍ଷୀୟା ମହିଳା ଆକ୍ରାନ୍ତ  ଓ ନୂଆପଡା ରୁ ୪୦ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର  ମୃତ୍ୟୁ ହୋଇଛି।

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୩୭୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୨୧୫ଜଣ ଚିହ୍ନଟ ହୋଇଥିବାବେଳେ ୧୬୨ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୦ହଜାର ୩୯୪କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୧୪ ହଜାର ୦୨୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪ ହଜାର  ୫୫୮ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୭୫୫ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୭ ଟି ଜିଲ୍ଲାରୁ ମୋଟ୍‌ ୩୭୭ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୫୬ ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରୁ ୨୮, ବାଲେଶ୍ଵରରୁ ୧୬, ବରଗଡରୁ…

Read More

ଇସ୍ରାଏଲ୍‌ : ଇସ୍ରାଏଲରେ ପୁଣିଥରେ ଦେଖିବାକୁ ମିଳିଛି ରାଜନୈତିକ ସଙ୍କଟ। ପୁଣିଥରେ ଇସ୍ରାଏଲରେ ନିର୍ବାଚନ ହୋଇପାରେ।  ଦେଶର ସଂସଦରେ ସଂସଦ ଭାଙ୍ଗିବା ପାଇଁ ବୁଧବାର ଦିନ ପ୍ରାଥମିକ ମତଦାନ ପାରିତ ହୋଇଛି। ଯାହାଫଳରେ ଦେଶବାସୀ ଦୁଇବର୍ଷରେ ଚାରିଥର ନିର୍ବାଚନର ସାମ୍ନା କରି ପାରନ୍ତି। ସେହିପରି ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁଙ୍କ ଆସନ ଟଳମଳ ହୋଇଛି । ଏପରିକି ତାଙ୍କ ଚୌକି ଛାଡିବାର ସମ୍ଭାବନା ବହୁ ଅଧିକ ରହିଛି । 120 ସଦସ୍ୟ ବିଶିଷ୍ଟ ସଂସଦ ଭଙ୍ଗ କରିବା ସପକ୍ଷରେ 61ଟି ମତଦାନ ରହିଛି। ବିପକ୍ଷରେ 54 ଭୋଟ ପଡ଼ିଛି। ଏହି ପ୍ରସ୍ତାବ ସଂସଦରେ ଆଗତ ହେବା ପରେ ଏହି ବିଷୟ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ଗଠବନ୍ଧନର ସହଯୋଗୀ ବେନି ଗାଣ୍ଟଜ୍‌ ନେତନ୍ୟାହୁଙ୍କ ଉପରେ ପ୍ରତିଶ୍ରୁତି ଭଙ୍ଗର ଆରୋପ ଲଗାଇଛନ୍ତି ।  ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁଙ୍କ ଉପରେ ଭ୍ରଷ୍ଟାଚାରର ସଙ୍ଗୀତ ଅଭିଯୋଗ ଲଗାଇ ପ୍ରଦର୍ଶନ ମଧ୍ୟ ଚାଲୁ ରହିଛି । ନେତନ୍ୟାହୁ ଲିକୁଡ୍‌…

Read More

କଟକ : କଟକ ଟାଙ୍ଗି ପୁଲିସ ଷ୍ଟେସନ ଅଧିନ ଦଳଯୋଡି ଜଙ୍ଗଲରୁ ବିପୁଳ ପରିମାଣର ଚୋରା ଚନ୍ଦନ କାଠ ଜବତ ହୋଇଛି। କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଚଢ଼ାଉ କରି ଚାରି କ୍ୱିଣ୍ଟାଲ 60କେଜି ଚନ୍ଦନ କାଠ ଜବତ କରିଛି । ଏଥିରେ ସମ୍ପୃକ୍ତି ଥିବା ତିନିଜଣକୁ ଗିରଫ କରାଯାଇଛି । ଜବତ ଚନ୍ଦନ କାଠର ମୂଲ୍ୟ ଆନୁମାନିକ ସୁତୁରୀ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ସୂଚନା ମୁତାବକ, ଦଳଯୋଡି ଜଙ୍ଗଲରେ ଚୋରା ଚନ୍ଦନ କାଠ ବେପାର ଚାଲିଥିବା ଖବର ପାଇ କ୍ରଇମବ୍ରାଂଚ ଏସଟିଏଫ ଚଢ଼ାଉ କରି ତିନି ଜଣଙ୍କୁ ଗିରଫ କରିଥିଲା । ଏନେଇ ଟାଙ୍ଗି ପୁଲିସ ମାମଲା ରୁଜୁ କରିବା ସହ ଏହି ଚନ୍ଦନ କାଠ ଚୋରା ମାମଲାରେ ଆଉ କାହାର ସମ୍ପୃକ୍ତି ରହିଛି ସେ ନେଇ ତଦନ୍ତ ଜାରି ରଖିଛି ।

Read More

ହାଇଦ୍ରାବାଦ :  ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ ପାଇଁ ଭୋଟ ଗଣନା ଜାରି ରହିଛି । ଏଠାରେ ପ୍ରାରମ୍ଭିକ ସ୍ତରରେ ବିଜେପି ଆଗରେ ରହିଛି ।  ସକାଳ 10 ଟା ପର୍ଯ୍ୟନ୍ତ ଭାଜପା 74ଟି ଆସନରେ ଆଗୁଆ ଥିବାବେଳେ ଟିଆରଏସ 31 ଟି ସିଟରେ ଆଗରେ ଅଛି। ଏଥି ସହିତ ଏଆଇଏମଆଇଏମ 13ଟି ସିଟ ଆଗରେ ଅଛି ଏବଂ ଗୋଟିଏ ସିଟ ଜିତିଛି। କେବଳ ଗୋଟିଏ ଆସନରେ କଂଗ୍ରେସ ଆଗରେ ରହିଛି।ମୋଟ୍‌ 150ଟି ଆସନ ପାଇଁ ନିର୍ବାଚନ ହୋଇଥିଲା । ତେଲେଙ୍ଗାନାରେ ଟିଆରଏସଙ୍କ ସରକାର ରହିଥିବାବେଳେ ଓ୍ବଓ୍ବେସୀଙ୍କ ଦବଦବା ରହିଛି । ଚଳିତ ମହାନଗର ନିର୍ବାଚନ ପାଇଁ ବିଜେପି ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ।  ଏପରିକି ଗୃହମନ୍ତ୍ରୀ ଅମିତ ଶାହ ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏଠାରେ ପ୍ରଚାର କରିଥିଲେ ।  ଭାରତୀୟ ଜନତା ପାର୍ଟି, ଟିଆରଏସ ଓ ଅସଦ୍ଦୁଦୀନ ଓଓ୍ୱେସୀଙ୍କ ଏଆଇଏମଆଇଏମ ମଧ୍ୟରେ ଏଠାରେ କଡା ମୁକାବିଲା…

Read More

ନୂଆଦିଲ୍ଲୀ: ଗତ 24 ଘଣ୍ଟାରେ ସାରା ଦେଶରୁ 36ହଜାର 594ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 540ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ମୋଟ୍‌ କରୋନା ପଜିଟିଭ୍ ସଂଖ୍ୟା 95ଲକ୍ଷ 71ହଜାର 559କୁ ବୃଦ୍ଧି ପାଇଛି । ସେହିପରି ଦେଶରେ କରୋନା ମୃତ୍ୟୁ ସଂଖ୍ୟା 1 ଲକ୍ଷ 39 ହଜାର 188କୁ ଛୁଇଁଛି । ତେବେ ଦେଶରେ ସୁସ୍ଥ ହାର ବଢିଛି । ଆକ୍ଟିଭ୍‌ କେସ୍‌ କମୁଛି । ଦେଶରେ ଏବେ ସୁଦ୍ଧା 90 ଲକ୍ଷ 16 ହଜାର 289ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥ ହାର 94.20%ପ୍ରତିଶତ ରହିଛି । ସେହିପରି ଦେଶରେ ମୃତ୍ୟୁ ହାର 1.45ପ୍ରତିଶତ ରହିଛି । ତେବେ ଦେଶରେ ଏବେ ସୁଦ୍ଧା 4 ଲକ୍ଷ 16 ହଜାର 82 ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।

Read More

ବଣାଇ : ସୁନ୍ଦରଗଡ ଜିଲା ବଣାଇର କୋଇଡା ଥାନା ଅନ୍ତର୍ଗତ ପୋଡାଡ଼ିହି ବସ୍ତିରେ ଏକ ଅଭାବନୀୟ ଘଟଣା ଘଟିଛି । ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି। ଘରୋଇ କଳିରୁ ଏହି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖାଯିବା ସହ ଘଟଣାରେ ବ୍ୟବହୃତ ଟାଙ୍ଗିଆ ମଧ୍ୟ ଜବତ ହୋଇଥିବା ନେଇ ସୂଚନା ମିଳିଛି।

Read More

ଉତ୍ତରପ୍ରଦେଶ :  ଉତ୍ତର ପ୍ରଦେଶର ବାନ୍ଦା ଜିଲ୍ଲାର ଗ୍ରାମାଂଚଳ କୋତୱାଲି ଅଂଚଳରେ ଗୁରୁବାର ରାତିରେ ଯାତ୍ରୀବାହୀ ବସ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ 6 ଜଣଙ୍କର ମୃତ୍ୟୁ ହୋଇଥିବବେଳେ 3 ଜଣ ଗୁରୁତର ରହିଛନ୍ତି  । ଜମାଲପୁର ଗାଁର ପେଟ୍ରୋଲପମ୍ପ ନିକଟରେ ଚିଲ୍ଲାରୁ ଆସୁଥିବା ଯାତ୍ରୀବାହୀ ବସ ଓ ବିପରୀତ ଦିଗରୁ ଆସୁଥିବା ଅଟୋ ମଧ୍ୟ ଧକ୍କା ହୋଇଥିଲା । ଦୁର୍ଘଟଣା ସଂପର୍କିତ ସୂଚନା ମିଳିବା ପରେ ସ୍ଥାନୀୟ ଥାନାରୁ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଂଚି ଥିଲେ ।  ସମସ୍ତ ଗୁରୁତରଙ୍କ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Read More

ହାଇଦ୍ରାବାଦ: ଗ୍ରେଟର ହାଇଦ୍ରାବାଦ ମହାନଗର ନିଗମ ନିର୍ବାଚନର ଫଳାଫଳ ଆଜି ଆସିବ । ଏଥିପାଇଁ ଆଜି ସକାଳ 8ଟାରୁ ଭୋଟଗଣତି ଆରମ୍ଭ ହୋଇଯାଇଛି । କଡା ସୁରକ୍ଷା ମଧ୍ୟରେ ଭୋଟ ଗଣତି ଜାରି ରହିଥିବା ବେଳେ ସନ୍ଧ୍ୟା ପୂର୍ବରୁ ଫଳାଫଳ ଆସିଯିବ । ଏଠାରେ 150ଟି ଆସନରେ 1ହଜାର 122ଜଣ ପ୍ରାର୍ଥୀ ଲଢିଥିଲେ । ଏହି ନିର୍ବାଚନରେ କେନ୍ଦ୍ରରେ କ୍ଷମତାସୀନ ବିଜେପିର ସମସ୍ତ ନେତୃବୃନ୍ଦ ପ୍ରଚାରରେ ସମସ୍ତ ଦମ୍‌ ଲଗାଇଥିଲେ । ତେବେ ଏହି ନିର୍ବାଚନରେ କ୍ଷମତାସୀନ ତେଲେଙ୍ଗାନା ରାଷ୍ଟ୍ର ସମିତି, ଭାରତୀୟ ଜନତା ପାର୍ଟି ଓ ଅସୁଦୁଦ୍ଦୀନ ଓୱେସୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ନିର୍ବାଚନରେ ଟିଆରଏସ, ବିରୋଧୀ ଦଳ ବିଜେପି ଓ ଏଆଇଏମଆଇଏମ ମଧ୍ୟରେ ହେବ । ନିର୍ବାଚନ ପାଇଁ ସମସ୍ତ ଦଳ ଜୋରଦାର ପ୍ରଚାର କରିଛନ୍ତି । କିନ୍ତୁ ମତଦାନ ପ୍ରତିଶତ ଅପେକ୍ଷାକୃତ କମ ହୋଇଥିବା ଜଣାଯାଇଛି ।  ଚଳିତଥର ଭୋଟ୍‌ ଗଣନା ପାଇଁ 30ଟି ସେଣ୍ଟର ପ୍ରସ୍ତୁତ…

Read More

ଥିରୁଅନନ୍ତପୁରମ: ଆଜି ଅପରାହ୍ନରେ ସାମୁଦ୍ରିକ ଝଡ଼ ‘ବୁରେଭି’ ସ୍ଥଳ ଭାଗ ଛୁଇଁବ। ଏଥିପାଇଁ କେରଳ ଏବଂ ତାମିଲନାଡୁ ହାଇ ଆଲର୍ଟରେ ରହିଛି। କେରଳର ଥିରୁଅନନ୍ତପୁରମରେ ବୁରେଭି ସ୍ଥଳ ଭାଗ ଛୁଇଁବ ବୋଲି ଜଣାପଡ଼ିଛି। ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ଏହାକୁ ନଜରରେ ରଖି ତାମିଲନାଡୁର 6ଟି ଜିଲ୍ଲା ଏବଂ କେରଳର 5 ଜିଲ୍ଲାକୁ ଛୁଟି ଘୋଷଣା କରିଛନ୍ତି ସଂପୃକ୍ତ ରାଜ୍ୟ ସରକାର। ସମ୍ବେଦନଶୀଳ ସ୍ଥାନରେ ରହୁଥିବା ଲୋକ ମାନଙ୍କୁ ସରକାର ରିଲିଫ୍ କ୍ୟାମ୍ପକୁ ସ୍ଥାନାନ୍ତର କରିଛନ୍ତି। ସେହିପରି ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି।ଏତଦ୍‌ବ୍ୟତୀତ ତିରଅନନ୍ତପୁରମ୍‌ର ବିମାନବନ୍ଦର, ମଦୁରୈ ତୁତିକୋରିନ୍‌ ବିମାନ ବନ୍ଦର ଆଜି ଦ୍ବିପ୍ରହର ପର୍ଯ୍ୟନ୍ତ ବନ୍ଦ ରହିବା ନେଇ ସୂଚନା ରହିଛି । ବାତ୍ୟାର ପ୍ରଭାବରେ କେରଳରେ ପ୍ରବଳ ବର୍ଷା ହେବା ନେଇ ଆଲର୍ଟ ଜାରି କରାଯାଇଛି । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି । ପରିସ୍ଥିତିର…

Read More

ଭୁବନେଶ୍ବର: ଓଡିଶାରେ ମୃଦୁ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ମୟୁରଭଞ୍ଜ ଓ ବାଲେଶ୍ବର ଜିଲ୍ଲାରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି ।ମିଳିଥିବା ସୂଚନା ଅନୁସାରେ ରାତି ପ୍ରାୟ2ଟା 13 ମିନିଟ୍‌ରେ ଏହି ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.9 ରହିଥିଲା । ମଧ୍ୟରାତ୍ରିରେ ଏହି ଭୂକମ୍ପର ଝଟ୍‌କା ଅନୁଭୂତ ହେଉଥିବାରୁ କେହି କେହି ଏହାକୁ ଜାଣି ପାରିନଥିବାବେଳେ  ଅନ୍ୟପଟେ ଆଉ କିଛି ଲୋକ ଏହା ଅନୁଭୂତ କରିବା ସହ ଆଉ କିଛି ଘରୁ ବାହାରକୁ ପଳାଇ ଆସିଥିଲେ । କେବଳ ଓଡ଼ିଶା ନୁହେଁ ଉତ୍ତରାଖଣ୍ଡରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି । ଓଡ଼ିଶାର ଭୂକମ୍ପ୍‌ ଝଟ୍‌କାର 57 ମିନିଟ୍‌ ପରେ ଉତ୍ତରାଖଣ୍ଡର ପିଥୋରଗଡଠାରେ ଭୂକମ୍ପ ଅନୁଭୂତ ହୋଇଥିଲା । ଏଠାରେ ଭୋର୍‌ 3.10 ମିନିଟ୍‌ରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା 2,6 ରହିଥିଲା ।

Read More

ଭୁବନେଶ୍ୱର: ଦୁର୍ନୀତି, ଠକେଇ ଓ ଅର୍ଥ ଅନିୟମିତତା ଅଭିଯୋଗରେ ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଶେଷରେ ଜେଲ ଗଲେ। ସଂଧ୍ୟାରେ ତାଙ୍କୁ କ୍ରାଇମବ୍ରାଞ୍ଚ ଉଠାଇ ନେଇ ଗିରଫ କରିଥିଲା। ପରେ କୋର୍ଟରେ ତାଙ୍କର ଜାମିନ ଆବେଦନ ଖାରଜ ହୋଇଯାଇଥିଲା। ଫଳରେ ସେ 14 ଦିନିଆ ବିଚାର ବିଭାଗୀୟ ହାଜତରେ ରହିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏବେ ସାଧାରଣରେ ପ୍ରଶ୍ନ ଉଠିଛି ଯେ, ପ୍ରଦୀପ ପାଣିଗ୍ରାହୀ କଣ ଥିଲେ ବର୍ତ୍ତମାନ କଣ ହେଲେ। ଏକଦା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜୁ ଜନତା ଦଳ ପରିବାରର ଜଣେ ବିଶ୍ୱସ୍ତ ସଦସ୍ୟ ଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଖାସ ଲୋକ ଭାବେ ଜଣଶୁଣା ଥିଲେ। ଏକଦା ଓଡିଶା ରାଜନୀତିର ଚାଣକ୍ୟ ପ୍ୟାରୀମୋହନ ମହାପାତ୍ରଙ୍କ ମଧ୍ୟ ବିଶ୍ବସ୍ଥ ଥିଲେ। ହେଲେ ସେହି ପ୍ରଦୀପ ଯେ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିଲେ ଏହା ଅଜଣା ଥିଲା। ଯେବେଠାରୁ ପ୍ରଦୀପ ଦଳ ବିରୋଧରେ…

Read More

ମେଷ:- କୈଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ସକାଳ ସମୟ ଅନୁକୂଳ ହେବ। ଆଜି ସରକାରୀ ସୁବିଧା ହେବାର ସମ୍ଭାବନା ଅଛି। ବ୍ୟବସାୟ ଏବଂ ବ୍ୟବସାୟିକ ଲାଭ ହେବ। ବୃତ୍ତିଗତମାନଙ୍କର ଉଚ୍ଚ ଅଧିକାରୀମାନେ ସେମାନଙ୍କ ଉପରେ ସନ୍ତୁଷ୍ଟ ହେବେ। ଚିନ୍ତାଧାରାରେ ଶୀଘ୍ର ପରିବର୍ତ୍ତନ ଆସିବ। କିନ୍ତୁ ମଧ୍ୟାହ୍ନ ପରେ ମନର ଶକ୍ତି ଖାଲି ହୋଇଯିବ ଏବଂ ମନ ଚିନ୍ତାରେ ହଜିଯିବ। ମାନସିକ ସ୍ତରରେ ଆରାମଦାୟକ। ତରଳ ପଦାର୍ଥଠାରୁ ଦୂରରେ ରୁହନ୍ତୁ । ବୃଷ:- ଆଜି ଆପଣଙ୍କ ପାଇଁ ଏକ ମଧ୍ୟମ ଫଳପ୍ରଦ ଦିନ । ଆଜି ବନ୍ଧୁ ଏବଂ ପ୍ରିୟଜନଙ୍କ ସହ ସାକ୍ଷାତ ଆନନ୍ଦଦାୟକ ହେବ। ଆପଣ ଟଙ୍କା ସମ୍ବନ୍ଧୀୟ ଯୋଜନା ପ୍ରସ୍ତୁତ କରିବାରେ ଦିନର ଅଧିକାଂଶ ସମୟ ଅତିବାହିତ କରିବେ । କ୍ରୋଧର ପରିମାଣ ମଧ୍ୟ ବଢିପାରେ। ପରିବାର ଏବଂ ସହକର୍ମୀମାନଙ୍କ ସହିତ ଅଧିକ ବିତର୍କ କରନ୍ତୁ ନାହିଁ । ଆଧ୍ୟାତ୍ମିକତା ଆପଣଙ୍କୁ ଶାନ୍ତି ଦେବ। ମିଥୁନ:- ଆର୍ଥିକ…

Read More

ଭୁବନେଶ୍ବର, ହୋଟେଲର ବୟସ ହେଲାଣି ୯୫ ବର୍ଷ। ଏହି ବୟସରେ ମଧ୍ୟ ସେହି ହୋଟେଲ ଦେଶର ଭିଭିଆଇପିଙ୍କୁ ସେବା ଯୋଗାଇ ଦେଇ ଆସୁଛି। ଏହି ହୋଟେଲର ବିଶେଷତ୍ବ ହେଉଛି ଯେ, ଏଥିରେ ଅନେକ କାଠର ସାଜସଜା ରହିଛି। ରହିଛି କାଠ ନିର୍ମିତ କାରୁକାର୍ଯ୍ୟ ଏବଂ ଚେୟାର। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏତେ ବର୍ଷ ପରେ ମଧ୍ୟ ସେଗୁଡିକ ସେମିତି ସୁନ୍ଦର ଭାବେ ଶୋଭା ପାଉଛି। ସେତିକି ନୁହେଁ ଏହି ହୋଟେଲରେ ଏପରି ସବୁ ମୂର୍ତ୍ତି ରହିଛି ଯେଉଁଗୁଡିକ ଏହି ବୟସରେ ମଧ୍ୟ ଚକମକ କରୁଛି। ସେହି ଐତିହ୍ୟ ସଂପର୍ଣ୍ଣ ହୋଟେଲଟି ହେଉଛି ପୁରୀରେ ଥିବା ବିଏନଆର ହୋଟେଲ। ଏହି ବିଏନଆର ହୋଟେଲରେ ଏକ ଭିକ୍ଟୋରିଆନ୍ ସ୍ଥାପତ୍ୟ ଅଛି। ଏହି ସ୍ଥାପତ୍ୟଟି ମଧ୍ୟ ସେହି ଯୁଗରୁ ସେମିତି ରହିଛି। କାଠ ପ୍ଲେଟରେ ନିର୍ମିତ ଆର୍କ ଆକୃତିର ଫ୍ରେମ୍ ଗୁଡିକ ଏତେ ବର୍ଷ ପରେ ମଧ୍ୟ କ୍ଷୟ ହେବାର କୌଣସି ଚିହ୍ନ ଦେଖା…

Read More

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ମତ୍ସ୍ୟ ଓ ପଶୁସଂପଦ ବିକାଶ ବିଭାଗର ୧୫ଟି ଅନ୍‌ଲାଇନ ସେବାର ଶୁଭାରମ୍ଭ କରିଛନ୍ତି। ଏହାସହିତ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ହୀରାକୁଦ ଜଳଭଣ୍ଡାର ମଧ୍ୟରେ ପଞ୍ଜୁରୀ ମାଛ ଚାଷ ବା Cage Culture ପାଇଁ ବିଭିନ୍ନ ଉଦ୍ୟୋଗୀ ମାନଙ୍କ ସହିତ ଚୁକ୍ତିପତ୍ର ମଧ୍ୟ ସ୍ବାକ୍ଷରିତ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଅନ୍‌ଲାଇନ ସେବା ଦ୍ବାରା ମାଛ ଚାଷୀ ଓ ଉଦ୍ୟୋଗୀ ମାନେ ଘରେ ରହି ଅନ୍‌ଲାଇନ ଜରିଆରେ ବିଭିନ୍ନ ସରକାରୀ ଯୋଜନାର ସୁବିଧା ପାଇପାରିବେ। ଡଙ୍ଗାର ପଞ୍ଜୀକରଣ ଓ ଲାଇସେନ୍‌ସ ପ୍ରାପ୍ତି, ଲବଣାତ୍କ ଜଳର ମାଛ ଚାଷର ପଞ୍ଜୀକରଣ, ବିଭିନ୍ନ ଯୋଜନାରେ ରିହାତି ଲାଭ ଆଦି ଅନେକ କାର୍ଯ୍ୟ ସୁବିଧାରେ ହୋଇପାରିବ। ବୃହତ ଓ ମଧ୍ୟମ ଧରଣର ହ୍ରଦରେ କେଜ୍‌ କଲ୍‌ଚର ଜରିଆରେ ମାଛ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାର ଚଳିତ ବର୍ଷ ମାର୍ଚ୍ଚ…

Read More

ଭୁବନେଶ୍ବର, ଆଜି କ୍ରାଇମ ବ୍ରାଞ୍ଚ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିବା ପରେ ଭୁବନେଶ୍ବର ଏସଡିଜିଏମ କୋର୍ଟରେ ହାଜର କରାଇଥିଲେ। ସେଠାରେ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରି 14 ଦିନିଆ ବିଚାର ବିଭାଗ ହାଜତକୁ ପଠାଇଛନ୍ତି। ଫଳରେ ତାଙ୍କୁ ଝାଡପଡା ଜେଲକୁ ନିଆଯାଇଛି। ତେବେ ଜାମିନ ଖାରଜ ପରେ ତାଙ୍କ ଓକିଲ ଜେଲରେ ଭଲ ଯତ୍ନ ନେବାକୁ ନିବେଦନ କରିଛନ୍ତି। ପ୍ରଦୀପଙ୍କ ଉଚ୍ଚ ରକ୍ତଚାପ ଏବଂ ମଧୁମେହ ରୋଗ ଥିବାରୁ ଡାକ୍ତର ହେପାଜତରେ ରଖିବା ପାଇଁ କୋର୍ଟକୁ ଜଣାଇଛନ୍ତି। ବେନାମୀ ଅର୍ଥ କାରବାର ମାମଲାରେ କ୍ରାଇମବ୍ରାଞ୍ଚ ଆଜି ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିଥିଲା । ଆକାଶ ପାଠକଙ୍କ କାରବାରରେ ପ୍ରଦୀପଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ହୋଇଥିଲା । ପ୍ରଦୀପଙ୍କ ବିରୋଧରେ ଆଇପିସିର ଧାରା ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧, ୧୨୦(ବି) ଲାଗିଛି । ଆଇଟି ଆକ୍ଟ ୨୦୦୦ ସେକ୍ସନ ୬୬ ସି ଓ ୬୬ ଡି…

Read More

ଭୁବନେଶ୍ବର, ବେନାମୀ ଅର୍ଥ କାରବାର ମାମଲାରେ କ୍ରାଇମବ୍ରାଞ୍ଚ ଆଜି ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିଛି । ଆକାଶ ପାଠକଙ୍କ କାରବାରରେ ପ୍ରଦୀପଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ହୋଇଥିଲା । ପ୍ରଦୀପଙ୍କ ବିରୋଧରେ ଆଇପିସିର ଧାରା ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧, ୧୨୦(ବି) ଲାଗିଛି । ଆଇଟି ଆକ୍ଟ ୨୦୦୦ ସେକ୍ସନ ୬୬ ସି ଓ ୬୬ ଡି ଧାରା ଲାଗିଛି । ଟାଟା ମୋଟର୍ସରେ ଚାକିରି ଲୋଭ ଦେଖାଇ ଭାବି ଜ୍ୱାଇଁଙ୍କ ସହ ମିଶି ପ୍ରଦୀପ ଠକିଥିବା ଅଭିଯୋଗ ହୋଇଥିଲା । ଗତ ଦୁଇଦିନ ଧରି ବ୍ରହ୍ମପୁରରେ କ୍ରାଇମ ବ୍ରାଞ୍ଚ ପ୍ରଦୀପଙ୍କ ଠକେଇ ନେଇ ତନାଘନା କରୁଥିଲା। ଆଜି ସଂଧ୍ୟାରେ କ୍ରାଇମ ବ୍ରାଞ୍ଚର ଆଇଟି ସେଲ ତାଙ୍କୁ ଥାନାକୁ ଉଠାଇ ନେଇଥିଲା। ସେଠାରେ ଦୀର୍ଘ ସମୟ ଧରି ପଚରାଉଚୁରା କରିବା ପରେ ତାଙ୍କୁ ଗିରଫ କରିଛି। ପୂର୍ବରୁ ଏହି ମାମଲାରେ ପ୍ରଦୀପଙ୍କ ଭାବି ଜ୍ବାଇଁ ଏବଂ ତାଙ୍କ ଭାବି…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ) ଜୟନ୍ତୀ ମହାନ୍ତି ନିଜ ଅଧିନସ୍ଥ ଜନୈକ ଅଙ୍ଗନୱାଡି କର୍ମୀଂକ ଠାରୁ ଲାଂଚ ନେବା ବେଳେ ଭିଜିଲାନ୍ସ ଦ୍ୱାରା ଧରା ପଡିଥିବା ଜଣାପଡିଛି। ମିଳିଥିବା ତଥ୍ୟ ଅନୁସାରେ କୋକସରା ବ୍ଲକର ସୁନାମାଲ ଗ୍ରାମର ଅଙ୍ଗନୱାଡି କର୍ମୀ ଆରତୀ ଧଙ୍ଗଡାମାଝୀଙ୍କର ବିଗତ ତିନି ମାସର ବକେୟା ଦରମା ମଂଜୁର କରିଦେବାକୁ ପାଂଚ ହଜାର ଟଂକା ଦାବୀ କରିଥିଲେ। ଏସଂପର୍କରେ ଭିଜିଲାନ୍ସ ବିଭାଗରେ ଅଭିଯୋଗ ହେବା ପରେ କୋରାପୁଟ ଭିଜିଲାନ୍ସ ଥାନା କେଶ ନଂ.୨୭ ତା.୦୨.୧୨.୨୦୨୦ ଦୁର୍ନୀତି ନିବାରଣ ଆଇନ୨୦୧୮ ଧାରା ୭ ଅନୁସାରେ ଏକ ମାମଲା ରୁଜ୍ଜୁ କରାଯାଇ ଥିଲା। ତଦନୁସାରେ ଅଙ୍ଗନୱାଡି କର୍ମୀ ଜଣକ ସିଡିପିଓଙ୍କୁ ଲାଂଚ ଟଙ୍କା ଦେବା ସମୟରେ ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ତଦନ୍ତ କରୁଥିବା ଭିଜିଲାନ୍ସ ଟିମ ଘଟଣାସ୍ଥଳରୁ ସିଡିପିଓ ଜୟନ୍ତୀ ମହାନ୍ତିଙ୍କୁ ଗିରଫ କରିଥିବା ଜଣାପଡିଛି।…

Read More