Author: Samikhsya Bureau

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଭିସି ଜରିଆରେ ଗଂଜାମ ଜିଲ୍ଲାର ରାଜସ୍ୱ ବିଭାଗୀୟ ସମୀକ୍ଷା ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ସମସ୍ତ ତହସିଲ୍‌ଦାରଙ୍କୁ ଜଣାଇଥିଲେ ଯେ ରାଜସ୍ୱ ବିଭାଗ ଦ୍ୱାରା ପ୍ରଦାନ କରାଯାଉଥିବା ସେବାମାନ ଅବିଳମ୍ବେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାଧାନ କରି ହିତାଧିକାରୀଙ୍କୁ ସେବା ଯୋଗାଇଦେଲେ ସରକାରଙ୍କ ଲକ୍ଷ୍ୟ ସାଧନ ହୋଇପାରିବ। ଏ ଦିଗରେ ସମସ୍ତ ତହସିଲ୍ କାର୍ଯ୍ୟାଳୟ ତତ୍ପରତା ସହ କାର୍ଯ୍ୟ କରନ୍ତୁ। ଗ୍ରାମକଣ୍ଟକ, ପରମଭୋଗ, ଓଡ଼ିଶା ଜନସେବା କାର୍ଯ୍ୟ ଅଧିକାରୀ, ବସୁନ୍ଧରା ଯୋଜନା ଇତ୍ୟାଦି ସଂପର୍କିତ ସୁବିସ୍ତୃତ ଆଲୋଚନା ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅମୀୟ କୁମାର ସାହୁ ସମୀକ୍ଷା ବୈଠକରେ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ। ଦେଖାଯାଉଥିବା ସମସ୍ୟାମାନ ସଂପୃକ୍ତ ସଂସ୍ଥାକୁ ଡ଼କାଯାଇ ଉପଜିଲ୍ଲାପାଳଙ୍କ ସୂତ୍ରରେ ସମାଧାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଖଣିଜ ପଦାର୍ଥର ରକ୍ଷଣାବେକ୍ଷଣ ପ୍ରଶାସନ ଦାୟିତ୍ୱ। ଖଣିଜ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବୁଗୁଡ଼ା ବାଲିପଦର ପଞ୍ଚାୟତ ଅନ୍ତର୍ଗତ ସଦାଶିବପୁର ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରି ଅନ୍ୟତ୍ର ସ୍ଥାନାନ୍ତର କରିବା ପ୍ରତିବାଦରେ ଆଜି ଗ୍ରାମ ପରିଚାଳନା କମିଟିର ସଦସ୍ୟମାନେ ତୁରନ୍ତ ଏହି ନିର୍ଦ୍ଦେଶକୁ ପ୍ରତ୍ୟାହାର କରିବା ପାଇଁ ବୁୁଗୁଡ଼ା ବିଇଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଚଳିତ ଶିକ୍ଷାବର୍ଷରେ ଏହି ବିଦ୍ୟାଳୟରେ ନାମ ନ ଲେଖାଇବାକୁ ବିଇଓ ରସାନନ୍ଦ କର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବାରଣ କରିଥିଲେ। ଫଳରେ ଏଯାବତ୍ ୨୫ ଜଣ ଛାତ୍ରଛାତ୍ରୀ ନାମଲେଖାରୁ ବଂଚିତ ହୋଇଛନ୍ତି। ପୂର୍ବରୁ ବିଦ୍ୟାଳୟରେ ଥିବା ୧୩ ଜଣ ଛାତ୍ରଛାତ୍ରୀଙ୍କ ଟିସିକୁ ଜବରଦସ୍ତ ନେଇ ନିକଟସ୍ଥ ଦଶିପୁର ବିଦ୍ୟାଳୟକୁ ନେଇଯାଇଛନ୍ତି। ସଦାଶିବପୁରରୁ ଦଶିପୁର ସ୍କୁଲ ଯିବାକୁ ବିଭିନ୍ନ ପ୍ରତିବନ୍ଧକ ରହିଛି ଯଥା-ରାସ୍ତାଟି ନିଛାଟିଆ ସହ କଚ୍ଚା, ବର୍ଷା ଦିନେ ପିଲାମାନେ ଯିବା ଅସମ୍ଭବ। ରାସ୍ତା ନିକଟରେ ଏକ ଶ୍ମଶାନ ଓ ଏକ ପୁଷ୍କରିଣୀ ରହିଛି ଯାହା ଛାତ୍ରଛାତ୍ରୀଙ୍କ ମନରେ ଭୟର କାରଣ, ରାସ୍ତା ପାଶ୍ୱର୍ରେ ଦୁଇଟି…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଦିଲ୍ଲୀରେ ସଂଘର୍ଷରତ କୃଷକମାନଙ୍କ ଆନ୍ଦୋଳନ ପ୍ରତି ସଂହତି ଜଣାଇ ବ୍ରହ୍ମପୁର ସ୍ଥିତ କମାପଲ୍ଲୀ ଛକ ଠାରେ ଓଡ଼ିଶା କୃଷକ ସଭା, ସିଟୁ, କ୍ଷେତ ମୁଲିଆ ସଂଗଠନ ପକ୍ଷରୁ ପ୍ରତିବାଦ ଆନ୍ଦୋଳନ ସଂଗଠିତ ହୋଇଥିଲା। ଦିଲ୍ଲୀରେ ସଂଘର୍ଷରତ କୃଷକ ମାନଙ୍କର ଆନ୍ଦୋଳନକୁ ଦମନ କରିବା ବନ୍ଦ କର, ମୋଦି ସରକାରଙ୍କ କୃଷି ଓ କୃଷକ ସର୍ବନାଶକାରୀ କୃଷି ଆଇନ ୨୦୨୦ ପ୍ରତ୍ୟାହାର, କୃଷକ ଓ ଜନବିରୋଧୀ ନୂତନ ବିଦ୍ୟୁତ ଆଇନ ରବ୍ଦ କର, କୃଷି କ୍ଷେତ୍ରରୁ କର୍ପୋରେଟ ହଟାଅ, ଅତ୍ୟାବଶ୍ୟକୀୟ ସାମଗ୍ରୀ ସଂଶୋଧନ ଆଇନ ବାତିଲ କର, ପ୍ରାଇଭେଟ୍ ମଣ୍ଡି ଆଇନ ରବ୍ଦ କରିବା, କୃଷକମାନଙ୍କ ଏକକାଳୀନ ଋଣ ଛାଡ଼ କରିବା ଇତ୍ୟାଦି ରହିଛି। କୃଷକମାନଙ୍କ ଦବାିକୁ ଗ୍ରହଣ କରିବା ପରିବର୍ତ୍ତେ କୃଷକ ଆନ୍ଦୋଳନକୁ ଦମନ କରିବା ପାଇଁ ଷଡ଼ଯନ୍ତ୍ର ଚଳାଇଛନ୍ତି ବୋଲି ନିନ୍ଦା କରାଯାଇଛି। ଏଥିରେ ବସନ୍ତ ନନ୍ଦ, ଗୋପାଳ ପାଣିଗ୍ରାହୀ, ଯୁଧିଷ୍ଠିର ବେହେରା, ପ୍ରତାପ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ରହିଥିବା ଆଦର୍ଶ ବିଦ୍ୟାଳୟଗୁଡ଼ିକ ଶିକ୍ଷାର ମାନ ବୃଦ୍ଧି ଏବଂ ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ ଏବଂ ସ୍ୱଚ୍ଛତା ଦିଗରେ ଅଧିକ ଧ୍ୟାନ ଦିଆଯିବ। ଏଥି ସକାଶେ ଆଜି ଜିଲ୍ଲାପାଳ ସଦ୍‌ଭାବନା ସମ୍ମଳିନୀ କକ୍ଷରେ ଜିଲ୍ଲାରେ ରହିଥିବା ସମସ୍ତ ୨୨ ଗୋଟି ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ୧୪ ଗୋଟି ଅପ୍‌ଗ୍ରେଡ଼େସନ ହୋଇଥିବା ବିଦ୍ୟାଳୟ ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ନିମନ୍ତେ କିଣାଯିବାକୁ ଥିବା ଆସବାବ ପତ୍ର ନେଇ କ୍ରୟ କରିବାକୁ ଥିବା କମିଟିଦ୍ୱାରା ଆଲୋଚନା ହୋଇଥିଲା। ହାତୀଓଟ ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ନିମନ୍ତେ ଛାତ୍ରାବାସରେ ରହିବା ବ୍ୟବସ୍ଥା କରାଯାଇ ଶତକଡ଼ା ୯୦ ପ୍ରତିଶତ କୋଚିଂ ବ୍ୟବସ୍ଥା କରାଯିବ। ସମସ୍ତ ଆଦର୍ଶ ବିଦ୍ୟାଳୟଗୁଡ଼ିକରେ କମ୍ପ୍ୟୁଟର ପ୍ରୋଜେକ୍ଟର ସ୍ଥାପନ କରି ସ୍ମାର୍ଟ କ୍ଲାସ ପ୍ରସ୍ତୁତ ହେବ। ବିଦ୍ୟାଳୟଗୁଡ଼ିକର ପାଠ୍ୟକ୍ରମ ଖସଡ଼ା ପ୍ରସ୍ତୁତ ହୋଉ ଉନ୍ନତମାନର…

Read More

ଭୁବନେଶ୍ଵର: ଆଜି ରାଜ୍ୟରୁ ୬୨୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ଅନୁଗୁଳରୁ ସର୍ବାଧିକ ୭୩ ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡରୁ ୬୫, ଖୋର୍ଦ୍ଧାରୁ ୬୦, ମୟୂରଭଞ୍ଜରୁ ୪୪, ନୂଆପଡାରୁ ୩୯, ଝାରସୁଗୁଡାରୁ ୩୬, ବଲାଙ୍ଗିରିରୁ ୩୧, କଟକରୁ ୨୯, ଜଗତସିଂହପୁରରୁ ୩୬, କେନ୍ଦୁଝରରୁ ୨୬, ବାଲେଶ୍ବରରୁ ୨୫, ଭଦ୍ରକରୁ ୨୦, ସମ୍ବଲପୁରରୁ ୧୯, ଗଞ୍ଜାମରୁ ୧୭, କେନ୍ଦ୍ରାପଡାରୁ ୧୭, ପୁରୀରୁ ୧୭, ବରଗଡରୁ ୧୪, ଯାଜପୁରରୁ ୧୪, କଳାହାଣ୍ଡିରୁ ୭, ନୟାଗଡରୁ ୭, ଢେଙ୍କାନାଳରୁ ୬, କୋରାପୁଟରୁ ୬, ଗଜପତିରୁ ୪, ନବରଙ୍ଗପୁରରୁ ୪, ରାୟଗଡରୁ ୪, ବୌଦ୍ଧରୁ ୩, ଦେବଗଡରୁ ୩, କନ୍ଧମାଳରୂ ୨, ସୋନପୁରରୁ ୧ ଏବଂ ଏବଂ ଷ୍ଟେଟ୍ ପୁଲରୁ ୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ…

Read More

ରମେଶ ମହାନ୍ତି ଜଗତସିଂହପୁର: ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହ ଠାରେ ଜଗତସିଂହପୁର ଜିଲ୍ଲା ପରାମର୍ଶଦାତା କମିଟି ଏବଂ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ମହାମାରୀ କରୋନା ସମୟରେ ଜୀବନ ଓ ଜୀବିକାକୁ ଦୃଷ୍ଟିରେ ରଖି ହିତାଧିକାରୀମାନଙ୍କୁ ବ୍ୟାଙ୍କ ଋଣ ପ୍ରଦାନ କରିବାକୁ ସମସ୍ତ ବ୍ୟାଙ୍କର ଅଧିକାରୀମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଏତଦ୍‌ବ୍ୟତୀତ ମିଶନଶକ୍ତି, ସ୍ୱୟଂ ସହାୟକ ଗୋଷ୍ଠୀ, ଯୁବ ଉଦ୍ୟୋଗୀ ଚାଷୀଙ୍କୁ ଋଣ ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଥିଲେ। ଜଗତସିଂହପୁର ଏକ କୃଷି ପ୍ରଧାନ ଜିଲ୍ଲା। ଜିଲ୍ଲାର ଲୋକମାନେ ଚାଷ, ମତ୍ସ୍ୟଚାଷ, ପାନଚାଷ ଗୋପାଳନ, କୁକୁଡା ଫାର୍ମ ଆଦି କରି ଚଳନ୍ତି। ସରକାରଙ୍କ ଜନକଲ୍ୟାଣ ଯୋଜନାରେ ହିତାଧିକାରୀମାନଙ୍କୁ ଆବଶ୍ୟକ ଋଣ ଓ ସବ୍‌ସିଡ୍ ପ୍ରଦାନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ବ୍ୟାଙ୍କରମାନଙ୍କୁ ପରାମର୍ଶ ଦେଇଥିଲେ। ଆସନ୍ତା ୨୦ ତାରିଖ ପୂର୍ବରୁ ବ୍ଲକ୍ ସ୍ତରରେ ବି.ଏଲ.ବି.ସି ବୈଠକ କରାଇ ଋଣ ପ୍ରଦାନର…

Read More

ଭୁବନେଶ୍ବର: ଆଜି ସନ୍ଧ୍ୟାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମ ବ୍ରାଞ୍ଚ ଉଠେଇନେଇଥିବାର ତାଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ ଅଭିଯୋଗ କରିଛନ୍ତି। ବିଧାୟକଙ୍କ ପତ୍ନୀ ସୁଜାତାଙ୍କ ଅଭିଯୋଗ ଅନୁଯାୟୀ, ସନ୍ଧ୍ୟାରେ ଚାରୋଟି ଗାଡିରେ କିଛି ଲୋକ କ୍ରାମ ବ୍ରାଞ୍ଚର କର୍ମଚାରୀର ପରିଚୟ ଦେଇ ତାଙ୍କ ବାସଭବନକୁ ଯାଇଥିଲେ। ସେଠାରେ ତାଙ୍କୁ କିଛି ତଦନ୍ତ କରିବା ପାଇଁ ଇଓଡବ୍ଲୁ କାର୍ଯ୍ଯାଳୟକୁ ଆସିବା ପାଇଁ ନିବେଦନ କରିଥିଲେ। ହେଲେ ତାଙ୍କ ଘରଠାରୁ ଇଓଡବ୍ଲୁ କାର୍ଯ୍ଯାଳୟ ମାତ୍ର ୮ ମିନିଟର ରାସ୍ତା। କିନ୍ତୁ ଘଣ୍ଟେ ବିତିଯାଇଥିଲେ ମଧ୍ୟ ପ୍ରଦୀପ ଏପର୍ଯ୍ଯନ୍ତ କାର୍ଯ୍ଯାଳୟରେ ପହଞ୍ଚି ନଥିବା ସୁଜାତା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏନେଇ ସୁଜାତା ଦୁଃଖପ୍ରକାଶ କରିବା ସହିତ ତାଙ୍କ ସ୍ବାମୀଙ୍କର କିଛି କ୍ଷତି ହେଲେ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ମୋ ସ୍ବାମୀଙ୍କ ବିରୋଧରେ ଥାନାରେ ଏଯାବତ କୌଣସି ଏତଲା ନଥିଲେ ମଧ୍ୟ ସେମାନେ କେଉଁ କରାଣରୁ ତାଙ୍କୁ ଉଠାଇନିଆଗଲା…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ରାଣୀପଡ଼ା ଗ୍ରାମରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ଜଣେ ଚାଷୀଙ୍କ ଧାନ ବିଲରେ ନିଆଁ ଲାଗି ହଜାର ହଜାର ଟଙ୍କା ମୂଲ୍ୟର ଧାନ ନଷ୍ଟ ହୋଇଯାଇଛି। ସୂଚନା ମୁତାବକ ତୁମୁରାପୁଟ ପଞ୍ଚାୟତ ଅନ୍ତର୍ଗତ ରାଣୀପଡ଼ା ଗ୍ରାମର ରବୀନ୍ଦ୍ର ସାହୁ ଆଜି ଦିବା ୧୧ ଘଟିକାରେ ତାଙ୍କର ଦୁଇ ଏକର ବିଲର ପାଖାପାଖି ୫୦୦ କଳେଇ ଧାନ ରଖି ଘରକୁ ଖାଇବାକୁ ଯାଇଥିଲେ। ହଠାତ କୌଣସି କାରଣବଶତଃ ଧାନ କଳେଇ ଗଦାରେ ନିଆଁ ଲାଗିଯିବାରୁ ଗାଁ ଲୋକ ସଙ୍ଗେ ସଙ୍ଗେ ଏ ନେଇ ରବୀନ୍ଦ୍ରଙ୍କୁ ଖବର ଦେଇଥିଲେ। ରବୀନ୍ଦ୍ର ଏବଂ ଗ୍ରାମବାସୀ ନିଆଁକୁ ଆୟତ୍ତ କରିବାରେ ବିଫଳ ହେବାରୁ ବାଣପୁର ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଶେଷରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିବାବେଳେ ସମସ୍ତ ୫୦୦ ଧାନ କଳେଇ ଜଳି ପୋଡି ପାଉଁଶ ହୋଇଯାଇଛି। ନଷ୍ଟ ହୋଇଯାଇଥିବା…

Read More

ନୂଆଦିଲ୍ଲୀ: ଭାରତର ଜାତୀୟ ସଙ୍ଗୀତ “ଜନଗଣ ମନ” ରେ ସଂଶୋଧନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ । ସଙ୍ଗୀତର ପ୍ରଥମ ତିନିଟି ଶବ୍ଦ (ଜନ-ଗଣ-ମନ) କୁ ପରିବର୍ତ୍ତନ କରିବାକୁ ସେ ଅନୁରୋଧ କରିଛନ୍ତି । ଏହି ଚିଠିର ଏକ ନକଲ ସେ ସାମାଜିକ ଗଣମାଧ୍ୟମରେ ପ୍ରସାରିତ କରିଛନ୍ତି । ସ୍ୱାମୀ ଏଥିରେ ଲେଖିଛନ୍ତି ଯେ 1943 ଅକ୍ଟୋବର 21 ତାରିଖରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନେତୃତ୍ୱରେ ଇଣ୍ଡିଆନ ନ୍ୟାସନାଲ ଆର୍ମି ମଣିପୁର ଦଖଲ କରିବା ପରେ ‘ଜନଗଣମନ’କୁ ରାଷ୍ଟ୍ରୀୟ ଗାନ ବା ଜାତୀୟ ସଙ୍ଗୀତ ମାନ୍ୟତା ଦେଇ ଗାନ କରିଥିଲା । https://twitter.com/Swamy39/status/1333724063697575937?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1333724063697575937%7Ctwgr%5E%7Ctwcon%5Es1_&ref_url=https%3A%2F%2Fwww.freepressjournal.in%2Findia%2Fremove-inappropriate-words-subramanian-swamy-urges-pm-modi-to-amend-tagores-version-of-jana-gana-mana-national-anthem ସେତେବେଳେ ନେତାଜୀ ମୂଳ କବିତାରେ ସାମାନ୍ୟ ପରିବର୍ତ୍ତନ କରିଥିଲେ । ସାମ୍ପ୍ରତିକ ପରିପ୍ରେକ୍ଷୀରେ ନେତାଜୀ ଓ ଆଇଏନଏ ଦ୍ୱାରା ଗାନ କରାଯାଇଥିବା ସଂଶୋଧିକ ଗୀତଟି ଅଧିକ ପ୍ରଯୁଜ୍ୟ ମନେ ହୁଏ । ତା ଛଡ଼ା…

Read More

ଗାନ୍ଧିନଗର  : କରୋନା ମାମଲା ହ୍ରାସ ପାଇବା ପରେ ଗତ କିଛି ଦିନ ହେଲା ପୁଣି ବଢ଼ିବାରେ ଲାଗିଛି। ପୁଣି କରୋନା ମାମଲା ବୃଦ୍ଧି ପାଉଥିବା ଦେଖି ଅନେକ ରାଜ୍ୟରେ ରାତ୍ରି କର୍ଫ୍ୟୁ ଜାରି କରାଯାଇଛି। କିଛି ରାଜ୍ୟରେ କୋଭିଡ ନିୟମ କଡାକଡି କରାଯାଇଛି। କରୋନା ନିୟମ ଉଲ୍ଲଂଘନ କଲେ କଡା ଜରିମାନା ଆଦାୟ ସହ ଦଣ୍ଡ ମଧ୍ୟ ଦିଆଯାଉଛି । ଗୁଜୁରାଟର ଜଣେ ବିଜେପି ନେତା କୋଭିଡ୍‌ ନିୟମ ଭାଙ୍ଗି ଗିରଫ ହୋଇଛନ୍ତି । ଗୁଜୁରାଟ ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା କାନ୍ତି ଗାମିତ୍‌ କରୋନା କଟକଣା ଭାଙ୍ଗିଛନ୍ତି । ତାଙ୍କ ନାତୁଣୀଙ୍କ ନିର୍ବନ୍ଧରେ 6 ହଜାରରୁ ଅଧିକ ଲୋକ ସାମିଲ୍‌ ରହିଥିଲେ । ତାଙ୍କନାତୁଣୀଙ୍କ ନିର୍ବନ୍ଧର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।  ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜ୍ଜୁ ହେବାପରେ ସେ ମଧ୍ୟ ନିଜ ଦୋଷ…

Read More

ଭୁବନେଶ୍ୱର : ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଜାତୀୟ ରାଜନୀତିରେ ଶକ୍ତିଶାଳୀ ହେବାରେ ଲାଗିଛନ୍ତି । ପ୍ରଶାସନିକ ସେବାରୁ ରାଜନୀତିରେ ପାଦ ଥାପିଥିବା ଅପରାଜିତା ବିଜେପିର ସାଂସଦ ରହିଥିବା ବେଳେ ଜାତୀୟ ରାଜନୀତିରେ ନିଜର ଦବ୍‌ଦବା ଜାହିର୍‌ କରୁଛନ୍ତି ।  ଗତ ସେପ୍ଟେମ୍ବର 26 ତାରିଖରେ ତାଙ୍କୁ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଭାବରେ ଘୋଷଣା କରାଯାଇଥିଲା । ଏବେ ତାଙ୍କୁ ନୂତନ ଦାୟିତ୍ବ ଦିଆଯାଇଛି । ଆଜି ତାଙ୍କୁ ତିନି ରାଜ୍ୟର ମିଡିଆ ପ୍ରଭାରୀ ଭାବରେ ଘୋଷଣା କରାଯାଇଛି । ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଗୋଟିଏ ରାଜ୍ୟର ଦାୟିତ୍ୱ ଅପରାଜିତାଙ୍କୁ ପ୍ରଦାନ କରାଯାଇଛି । ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ପୁଡୁଚେରୀ ଏବଂ ଓଡିଶାର ମିଡିଆ ପ୍ରଭାରୀ ଭାବରେ ଘୋଷଣା କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଓଡିଶାର ବିଭିନ୍ନ ନେତାଙ୍କୁ ରାଷ୍ଟ୍ରୀୟ ଦାୟିତ୍ୱ ପ୍ରଦାନ କରାଯାଇଛି । ସେପ୍ଟେମ୍ବର 26 ତାରିଖରେ ଅପରାଜିତାଙ୍କ ସମେତ ସମ୍ବିତ ପାତ୍ରଙ୍କୁ ରାଷ୍ଟ୍ରୀୟ ପ୍ରବକ୍ତା…

Read More

ଚେନ୍ନାଇ:  ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇଛନ୍ତି ସୁପରଷ୍ଟାର୍‌ ରଜନୀକାନ୍ତ । ଦକ୍ଷିଣ ଭାରତର ସୁପରଷ୍ଟାର ରଜନୀକାନ୍ତ ନୂତନ ରାଜନୈତିକ ପାର୍ଟି କରିବେ ବୋଲି ଗୁରୁବାର ଘୋଷଣା କରିଛନ୍ତି । ଚଳିତବର୍ଷ ଡିସେମ୍ବର 31 ତାରିଖରେ ରଜନୀକାନ୍ତ ନିଜ ରାଜନୈତିକ ଦଳର ଘୋଷଣା କରିବେ ଓ ଆସନ୍ତା ବର୍ଷ ଜାନୁଆରୀରେ ଏହାକୁ ଲଞ୍ଚ କରିବେ ବୋଲି ରଜନୀକାନ୍ତ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ରାଜ୍ୟ ଓ ଜନତାଙ୍କ ପାଇଁ ସବୁ କିଛି ପରିବର୍ତନ କରାଯିବ ବୋଲି ରଜନୀକାନ୍ତ ଘୋଷଣା କରିଛନ୍ତି।2021ରେ ତାମିଲନାଡୁରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ତେବେ ଏହି ବିଧାନସଭା ନିର୍ବାଚନରେ ନିଷ୍ଠାବାନ, ଦାୟିତ୍ବସମ୍ପନ୍ନ, ପାରଦର୍ଶୀ ତଥା ଭ୍ରଷ୍ଟାଚାରମୁକ୍ତ ରାଜନୀତି କରିବା ନେଇ ଆଶାବାଦୀ ରହିଛନ୍ତି ରଜନୀକାନ୍ତ । ବର୍ଷେ ତଳେ କମଲ୍‌ ହାସନଙ୍କ ସହ ମିଶି ରାଜନୈତିକ ଦଳ ଗଠନ କରିବା ନେଇ ରଜନୀକାନ୍ତ ରାଜି ହୋଇଥିଲେ । ମାତ୍ର ଏହା ସମ୍ଭବପର ହୋଇପାରି ନ…

Read More

ଦୁଷ୍ମନ୍ତ କୁମାର ପଣ୍ଡା  କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଜୟପାଟଣା ତହସିଲ କାର୍ଯ୍ୟାଲୟରେ ସାଧାରଣ କପି ମିଳିବାରେ ଟାଳଟୁଳ କରୁଥିବା ନେଇ ଅଭିଯୋଗ ହେଉଛି । ବିଭାଗୀୟ ଅବହେଲା ଯୋଗୁଁ  କପି ଯୋଗାଇ ଦେବାରେ ଅହେତୁକ ବିଲମ୍ବ ଯୋଗୁଁ ସାଧାରଣରେ ବ୍ୟାପକ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । ଏପରିକି ସୂଚନା ଆଇନ ଅନୁସାରେ ମଧ୍ୟ ଜୟପାଟଣା ତହସିଲ ତରଫରୁ କୌଣସି ସୂଚନା ଯୋଗଇ ଦିଆଯାଉନଥିବାର ଅଭିଯୋଗ ହେଉଛି । ଜୟପାଟଣା ତହସିଲ ଅଧିନସ୍ଥ ପଥର ଖାଦାନ ଲିଜ ସଂକ୍ରାନ୍ତୀୟ ଏବଂ ବେଆଇନ ପଥର ବ୍ଲାଷ୍ଟିଂ ସଂପର୍କରେ ସୂଚନା ଆଇନ ଅନୁସାରେ ଗତ ୨୮.୧୦.୨୦୧୯ ରେ ଆବେଦନ କରାଯାଇଥିବା ବେଳେ ଦୀର୍ଘ ଏକ ବର୍ଷ ହେବ କୌଣସି ସୂଚନା ଯୋଗାଇ ଦିଆନଯିବାରୁ ଆବେଦନକାରୀ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳଙ୍କ ପାଖରେ ଆବେଦନ କରିଥିଲେ । କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ପତ୍ର ସଂଖ୍ୟା ୧୧୦୧ ତା.୦୬.୧୦.୨୦୨୦ ରେ ଜୟପାଟଣା ତହସିଲ କାର୍ଯ୍ୟାଳୟକୁ ତୁରନ୍ତ ଉକ୍ତ…

Read More

ଦୁଷ୍ମନ୍ତ କୁମାର ପଣ୍ଡା  କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାରେ ବେଆଇନ ପଥର ଓ ବାଲି ଚୋରାଚାଲାଣ କାରବାର ଯୋରଦାର ଚାଲିଥିବା ଅଭିଯୋଗ ହେଉଛି । ଧର୍ମଗଡ ଉପଖଣ୍ଡର ପ୍ରାୟ ସମସ୍ତ ତହସିଲ ଅଂଚଳରେ ଲଗାମଛଡା ଭାବରେ ଅନେକ ପଥର ଖାଦାନରେ ସରକାରୀ ପଦାଧିକାରୀଙ୍କ ଆଖିରେ ଧୂଳି ଦେଇ ପଥର ଓ ବାଲି ଚୋରା ଚାଲାଣ ହେଉଥିବା ପ୍ରାୟତଃ ପ୍ରତ୍ୟହ ଅଭିଯୋଗମାନ ହେଉଛି । ହାତୀନଦୀ ଓ ତେଲ ନଦୀ ରୁ ପ୍ରାୟତଃ ବାଲି ମାଫିଆମାନେ ପୋକଲିନ ମେସିନ ଲଗାଇ ବ୍ରିଜ ପାଶ୍ୱର୍ରେ ବାଲି ଡିପୋ କରି ଚାଲାଣ କରୁଥିବା ଦେଖିବାକୁ ମିଳୁଛି । ସେହିପରି ବିଭିନ୍ନ ପଥର ଖାଦାନରୁ ବେଆଇନ ଭାବେ ପଥର ଉତୋଳନ କରାଯାଇ ଚାଲାଣ କରାଯାଉଥିବା ବେଳେ ସରକାରୀ ବିଭାଗ କେବଳ ନୀରବଦ୍ରଷ୍ଟା ସାଜିଥିବା ସାଧାରଣରେ ଆଲେଚନା ହେଉଛି । ଗତ ମାସେ ମଧ୍ୟରେ ଜିଲ୍ଲାପ୍ରଶାସନ ପକ୍ଷରୁ କଡା ତାଗିଦ ପରେ ସମସ୍ତ ତହସିଲରେ ବିଭିନ୍ନ ପଥର ଖାଦାନ…

Read More

ଭୁବନେଶ୍ୱର: ବହୁଚର୍ଚ୍ଚିତ ନୟାଗଡର ପରୀ ହତ୍ୟା ମାମଲା ଦିନକୁଦିନ ନୂଆ ମୋଡ ନେବାରେ ଲାଗିଛି। ତେବେ ଆଜି ପରୀ ପରିବାରକୁ ସୁରକ୍ଷା ଦେବାକୁ ଏସ୍ପପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ମାମଲାରେ ଅପଡେଟ ଷ୍ଟାଟସ ରିପୋର୍ଟ ଦେବାକୁ କୋର୍ଟ ସରକାରଙ୍କୁ କହିଛନ୍ତି । ଆସନ୍ତା 16ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ  । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ପ୍ରସଙ୍ଗରେ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ସିବିଆଇ ତଦନ୍ତ ଏବଂ ତାଙ୍କ ପରିବାରକୁ 25 ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ ପରିଷଦ ପକ୍ଷରୁ ଦାବି କରିଥିଲା ।  ଆଜି ଏହି ମାମଲାରେ ହାଇକୋର୍ଟରେ ଶୁଣାଣି ହୋଇଛି । ପରିବାରକୁ ସୁରକ୍ଷା ଦେବାକୁ ଏସ୍‌ପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Read More

ନୂଆଦିଲ୍ଲୀ: ଦେଶର ସମସ୍ତ ଥାନା, ହାଜତ, ସିବିଆଇ, ଏନଆଇଏ, ପ୍ରବର୍ତ୍ତନ ନିଦେ୍ର୍ଧଶାଳୟ ଭଳି ତଦନ୍ତକାରୀ ସଂସ୍ଥା ଜେରା କରିବା ବେଳେ ନାଇଟ ଭିଜନଯୁକ୍ତ ସିସିଟିଭି କ୍ୟାମେରା, ଅଡିଓ ରେକର୍ଡିଂ ବାଧ୍ୟତାମୂଳକ କରିବାକୁ ସୁପ୍ରିମ୍‌କୋର୍ଟ ଏକ ଐତିହାସିକ ରାୟ ପ୍ରଦାନ କରିଛନ୍ତି । ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଥାନାମାନଙ୍କରେ ସିସିଟିଭି କ୍ୟାମେରା ସହ ଅଡିଓ ରେକର୍ଡିଂ ସିଷ୍ଟମ ଲଗାଯିବାକୁ ସୁପି୍ରମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୁକ୍ତଙ୍କୁ ଜେରା ପାଇଁ ବ୍ୟବହାର କରାଯାଉଥିବା କୋଠରୀ ଓ ହାଜତର ଉଭୟ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାରମାନଙ୍କରେ ସିସିଟିଭି କ୍ୟାମେରା ଲଗାଇବା ବାଧ୍ୟତାମୂଳକ । କେବଳ ଏତିକି ନୁହେଁ ଲବି, ରିସେପସନ ଅଞ୍ଚଳ, ଇନ୍ସପେକ୍ଟର ଏସଆଇ କୋଠରୀ ଏବଂ ବାଥରୁମ ବାହାରେ ମଧ୍ୟ ସିସିଟିଭି କ୍ୟାମେରା ଲଗାଯିବା ଦରକାର । ଛଅ ମାସ ମଧ୍ୟରେ ଏହି ଆଦେଶକୁ କାର୍ଯ୍ୟକାରୀ କରିବା ସହିତ ଏ ସଂକ୍ରାନ୍ତ ରିପୋର୍ଟ ଦାଖଲ କରିବା ଲାଗି ସରକାରଙ୍କୁ କୁହାଯାଇଛି ।…

Read More

ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ : ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ସମ୍ମୁଖରେ ଚିଲିକା ବ୍ଲକ ରଘୁନାଥପୁର ଗ୍ରାମର ଶତାଧିକ ଗ୍ରାମବାସୀ ମାନେ  ଧାରଣା ଦେବାସହ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ଗତ ମାସ ୨୧ ତାରିଖରେ ସୀଙ୍ଗେଶ୍ୱର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର  ଗ୍ରାମର ପିନୁ ପ୍ରଧାନ  ନାମକ ନାବାଳକଙ୍କ ରହସ୍ୟମୟ ମୃତ୍ୟୁର କାରଣ ଏଯାବତ ପୋଲିସ ସ୍ପଷ୍ଟୀକରଣ କରିପାରିନଥିବାରୁ ଉକ୍ତ ଧାରଣା ଗ୍ରାମବାସୀଙ୍କ ତରଫରୁ ଦିଆଯାଇଥିଲା। ଆଜି ସକାଳୁ ପାଖାପାଖି ଦୀର୍ଘ ଚାରି  ଘଣ୍ଟା ଧରି ଗ୍ରାମବାସୀମାନେ ବାଲୁଗାଁ ଥାନା ସମ୍ମୁଖରେ ଧାରଣାରେ ବସିବା ସହ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ପରବର୍ତ୍ତୀ ସମୟରେ ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୁରେଶ କୁମାର ଦାସ ଘଟଣାସ୍ଥଳରେ ପହଁଚି ଉତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହ ଆସନ୍ତା ଶନିବାର ସୁଦ୍ଧା ମୃତ ପିନୁଙ୍କ  ଶବ ବ୍ୟବଛେଦ ରିପୋର୍ଟ  ଆସିଲାପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ସୂଚନା ଦେବାପରେ ଉତ୍ୟକ୍ତ ଗ୍ରାମବାସୀ…

Read More

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନକୁ ନେଇ ଅକାଳି ଦଳର ନେତା ପ୍ରକାଶ ସିଂହ କଡାପଦକ୍ଷେପ ଗ୍ରହଣ କରିଛନ୍ତି ।ବରିଷ୍ଠ ଅକାଳୀ ନେତା ପ୍ରକାଶ ସିଂ ବାଦଲ ପଦ୍ମ ବିଭୁଷଣ ଫେରାଇ ଦେଇଥିବା ଜଣାଯାଇଛି । ଚାଷୀଙ୍କୁ ପ୍ରତାରଣା ଅଭିଯୋଗ କରି ପ୍ରକାଶ ସିଂ ବାଦଲ ପଦ୍ମ ବିଭୁଷଣ ଫେରାଇ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ପ୍ରତାରଣା ପ୍ରତିବାଦରେ ସେ ପୁରସ୍କାର ଫେରାଇ ଦେଇଥିବା ଜଣାଯାଇଛି । ପଞ୍ଜାବର 4ଥର ମୁଖ୍ୟମନ୍ତ୍ରୀଭାବେ କାମ କରିଥିବା ପ୍ରକାଶ ସିଂ ବାଦଲ ଙ୍କ ଏଭଳି କାର୍ଯ୍ୟକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।ପୂର୍ବରୁ   କୃଷି ଆଇନ୍‌କୁ ନେଇ ଏନ୍‌ଡିଏରୁ ଅଲଗା ହୋଇଛି ଅକାଳି ଦଳ । ପ୍ରକାଶ ଯେ, କୃଷି ଆଇନ ବିରୋଧୀ ଆନ୍ଦୋଳନ ତେଜିବାରେ ଲାଗିଛି। ଗୁରୁବାର 8ମ ଦିନ ପାଇଁ ଚାଷୀମାନେ ଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଚଳାଇଛନ୍ତି। ସରକାର ଏବଂ ଚାଷୀ ପ୍ରତିନିଧିମାନଙ୍କ ମଧ୍ୟରେ ଗତ ଥର ହୋଇଥିବା…

Read More

ଭୁବନେଶ୍ବର :  ଅଫ୍‌ଲାଇନ୍‌ରେ ହେବ ମାଟ୍ରିକ୍‌ ଓ ଯୁକ୍ତ ଦୁଇ ପରୀକ୍ଷା । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ରାଜ୍ୟରେ ଯେତେବେଳେ ବି ପରୀକ୍ଷା ହେବ ଅଫଲାଇନ୍‌ରେ ହିଁ ହେବ ବୋଲି କହିଛନ୍ତି ମନ୍ତ୍ରୀ ସମୀର ଦାଶ । ତେବେ ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା ବିଳମ୍ବରେ ହେବ ବୋଲି ମଧ୍ୟ କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଅଫଲାଇନ୍‌ରେ ପରୀକ୍ଷା ପାଇଁ ସିବିଏସ୍ଇ ନିଷ୍ପତ୍ତି ନେଇଛି। ସେହି ଆଧାରରେ ରାଜ୍ୟରେ ବି ଅଫଲାଇନ୍‌ରେ ପରୀକ୍ଷା ହେବ । ପରୀକ୍ଷା ନିହାତି ବିଳମ୍ବରେ ହେବ। ଆଉ ତା ପୂର୍ବରୁ ଶିକ୍ଷାଦାନ ଦିଆଯିବ ।ନବମରୁ ଦ୍ୱାଦଶ ଶ୍ରେଣୀ ଖୋଲିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ସ୍କୁଲ୍ ଖୋଲିବା ନେଇ ସବୁ ପକ୍ଷଙ୍କ ସହ ବିଚାରବିମର୍ଶ ଚାଲିଛି । ଖୁବଶୀଘ୍ର ନିଷ୍ପତ୍ତି ଜଣାଯିବ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।

Read More

ନୂଆଦିଲ୍ଳୀ : ଦେଶର ରାଜଧାନୀ ନୂଆଦିଲ୍ଲୀଠାରେ ନାବାଳକ ନିଜ ମା’କୁ ହତ୍ୟା କରିଛି । ମା’ ଛାଡପତ୍ର କାଗଜରେ ଦସ୍ତଖତ ନ କରିବାରୁ ରାଗରେ ନାବାଳକ ଜଣକ ଏପରି କାଣ୍ଡ ଘଟାଇଛି । ତେବେ ପୋଲିସ୍‌ ଅଭିଯୁକ୍ତ ନାବାଳକକୁ ଗିରଫ କରିଛି । ମିଳିଥିବା ସୂଚନା ଅନୁସାରେ ନାବାଳକର ପିତା ଜଣକ ତାଙ୍କ ମା’ଙ୍କଠାରୁ ଛାଡପତ୍ର ଚାହୁଁଥିଲେ । କିନ୍ତୁ ତାଙ୍କ ମା’ ଏହା ଦେବାକୁ ମନା କରିଥିଲେ । ଏହାକୁନେଇ ନାବାଳକଙ୍କ ସାଙ୍ଗମାନେ ତାଙ୍କର ମଜାକ୍‌ କରୁଥିଲେ । ଏହି ମଜାକ୍‌ରେ ନାବାଳାକ ଜଣକ ବ୍ୟତିବ୍ୟସ୍ତ ହୋଇ ନିଜମା’କୁ ନିର୍ମମ ଭାବରେ ହତ୍ୟା କରିଥିଲେ । ପୋଲିସ୍‌ ନାବାଳକକୁ ଗିରଫ କରି ଜୁଭେନାଇଲ୍‌ କୋର୍ଟରେ ହାଜ କରାଯାଇଛି । ଏଠାରେ ତାଙ୍କୁ ବାଳସୁଧାରଗୃହକୁ ପଠାଯିବ ।  ନାବାଳକ ଓ ତାଙ୍କ ପରିବାର ଦିଲ୍ଳୀରେ ରହୁଥିଲେ । ପ୍ରାୟ ସାଢ ତିନି ବର୍ଷ ହେବ ନାବାଳକ ମାତା ପିତା ଅଲଗା ଅଲଗା…

Read More

ନୂଆଦିଲ୍ଲୀ : ବାହୁବଲୀ ଷ୍ଟାର ପ୍ରଭାସ ନିଜର ଅପକମିଙ୍ଗ ଫିଲ୍ମ ସମ୍ପର୍କରେ ଘୋଷଣା କରିଛନ୍ତି । କେଜିଏଫ ନିର୍ଦ୍ଦେଶକ ପ୍ରଶାନ୍ତ ନୀଲଙ୍କ ସହିତ  ନିଜର ଅପକମିଙ୍ଗ ଫିଲ୍ମ ସମ୍ପର୍କରେ ଘୋଷଣା କରିବା ସହିତ ପୋଷ୍ଟର ମଧ୍ୟ ସେୟାର କରିଛନ୍ତି ।  ଫିଲ୍ମର ନାମ ସଲାର ରହିଛି । ଫିଲ୍ମଟି ସମ୍ପୂର୍ଣ୍ଣ ଭାବରେ ଆକ୍ସନ ଧମାକାରେ ଭର୍ତ୍ତି ହୋଇଥିବା ନେଇ ସମସ୍ତ ଫ୍ୟାନ ଅନୁମାନ ଲଗାଇଛନ୍ତି । https://twitter.com/hombalefilms/status/1334054529877254146?s=20 ଆସନ୍ତା ଜାନୁୟାରୀ 2021ରୁ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି ଜଣାପଡିଛି । ସୋସିଆଲ ସାଇଟ୍‌ରେ ସେୟାର ହୋଇଥିବା ସଲାରର୍‌ ପୋଷ୍ଟରରେ ପ୍ରଭାସ ଏକ ବନ୍ଧୁକ ଧରି ବସିଥିବା ବେଳେ ସମ୍ପୂର୍ଣ୍ଣ ଇଣ୍ଟେନ୍ସ ଲୁକରେ ନଜର ଆସିଛନ୍ତି । ଏହା ସହିତ ଫିଲ୍ମଟିକୁ ଭାରତୀୟ ଫିଲ୍ମ ବୋଲି ଲେଖାଯାଇଛି । ତେବେ ଫିଲ୍ମଟି ହିନ୍ଦୀ ଏବଂ ତେଲୁଗୁ ବ୍ୟତୀତ ଅନ୍ୟ କେଉଁ କେଉଁ ଭାଷାରେ ଫିଲ୍ମଟି ରିଲିଜ ହେବ ତାହା ସ୍ପଷ୍ଟ…

Read More