Author: Samikhsya Bureau

ବ୍ରିଟେନ, ଆସନ୍ତା ସପ୍ତାହରେ ଜନସାଧାରଣଙ୍କୁ କୋଭିଡ19 ଟୀକା ପ୍ରଦାନ କରାଯିବ। ଏ ନେଇ ବ୍ରିଟେନ ସରକାର ଆଜି ଘୋଷଣା କରିଛନ୍ତି। ଫଳରେ ବିଶ୍ବରେ ବ୍ରିଟେନ ହେବ ପ୍ରଥମ ଦେଶ ଯେ କି କୋଭିଡ 19 ଟୀକା ପ୍ରଦାନ କରିବ। କୋଭିଡ 19 ଟୀକା ବେଶ୍ ଫଳପ୍ରଦ ହୋଇଛି ବୋଲି ଫାଇଜର କଂପାନୀ ବ୍ରିଟେନ ସରକାରଙ୍କୁ ଆବେଦନ କରିଥିଲା। ମାସକ ତଳେ କରାଯାଇଥିବା ଏହି ଆବେଦନକୁ ସରକାର ଅନୁଧ୍ୟାନ କରିବା ପରେ ଆଜି ଲୋକଙ୍କୁ ଦେବା ପାଇଁ ଘୋଷଣା କରିଛନ୍ତି। ତେବେ ପ୍ରଥମ ପର୍ଯ୍ୟାୟରେ 40 ନିୟୁଟ ଡୋଜ ପ୍ରଦାନ କରିବା ପାଇଁ ବ୍ରିଟେନ ଏହି ଟୀକା କିଣିଛି। ବ୍ୟବହାର ପାଇଁ Pfizer-BioNTech ର COVID-19 ଟିକାକୁ ଅନୁମୋଦନ କରିବା ପାଇଁ ସରକାର ଆଜି ସ୍ବାଧୀନ ଔଷଧ ଏବଂ ସ୍ୱାସ୍ଥ୍ୟସେବା ଉତ୍ପାଦ ନିୟାମକ ଏଜେନ୍ସି (MHRA) ର ସୁପାରିଶକୁ ଗ୍ରହଣ କରିଛନ୍ତି। ଏହା ମାସେ ଧରି ଚାଲିଥିବା କ୍ଲିନିକାଲ୍ ପରୀକ୍ଷଣ ଏବଂ MHRA…

Read More

କୋଲକାତା:ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ପିଏମ୍- କେୟାର୍ସ ପାଣ୍ଠି ଟଙ୍କା କୁଆଡ଼େ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାର ଅଡିଟ୍ କରାଯାଇ ସତ୍ୟାସତ୍ୟ ଲୋକଲୋଚନକୁ ଅଣାଯିବା ଉଚିତ ବୋଲି ସେ କହିଛନ୍ତି। କୋଟି କୋଟି ଟଙ୍କା ଖର୍ଚ୍ଚ ନ ହୋଇ ପଡ଼ିରହିଥିବାବେଳେ କରୋନାରେ ଲକ୍ଷାଧିକ ଲୋକ ପ୍ରାଣ ହରାଇଲେଣି। ମହାମାରୀ କରୋନା କାରଣରୁ ଲୋକମାନେ ହନ୍ତସନ୍ତ ହୋଇ ମରୁଛନ୍ତି। ଟଙ୍କା କୁଆଡେ ଯାଉଛି କଣ ହେଉଛି ତାର ଉତ୍ତର ଦିଆଯାଉ ବୋଲି ସେ କହିଛନ୍ତି।କେନ୍ଦ୍ରୀୟ ସଂସ୍ଥାଗୁଡ଼ିକୁ ବ୍ୟବହାର କରି କେନ୍ଦ୍ର ସରକାର ଦେଶର ସଂଘୀୟ ବ୍ୟବସ୍ଥାକୁ ଭାଙ୍ଗୁଛନ୍ତି ବୋଲି ମମତା ଅଭିଯୋଗ କରିଛନ୍ତି। (ଏଜେନ୍ସି)

Read More

ଭୁବନେଶ୍ୱର :  ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ପାଇଁ ଖୁବ୍ ଶୀଘ୍ର ସ୍ୱତନ୍ତ୍ର ଆଇନ୍ ଆସିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ବୁଧବାର ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ଅନୁଧ୍ୟାନ କରି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପୁରୀ ଶ୍ରୀମନ୍ଦିର ଭଳି ଲିଙ୍ଗରାଜ ମନ୍ଦିର ସ୍ୱତନ୍ତ୍ର ଆଇନ୍ ଦ୍ୱାରା ପରିଚାଳିତ ହେବ । ଏହାସହ ମୁଖ୍ୟମନ୍ତ୍ରୀ ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ସନ୍ତୋଷ ପ୍ରକାଶ କରିବାସହ ଏଥିପାଇଁ ଜମି ଦେଇଥିବା ବ୍ୟକ୍ତିମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Read More

ନୂଆଦିଲ୍ଲୀ : ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ଭାରତୀୟ ଯୁବ କଂଗ୍ରେସର ନୂତନ ସଭାପତି ନିଯୁକ୍ତ କରାଯାଇଛି । ବିଭି ଶ୍ରୀନିବାସଙ୍କୁ ଯୁବ କଂଗ୍ରେସର ସଭାପତି ଭାବରେ ଘୋଷଣା କରାଯାଇଛି । ଏଆଇସିସିର ସାଧାରଣ ସମ୍ପାଦକ କେସି ଭେନୁଗୋପାଳ ଏ ସମ୍ପର୍କିତ ଏକ ବିଜ୍ଞପ୍ତି ଜାରି କରିଛନ୍ତି । ଏହା ସହିତ ସଙ୍ଗେ ସଙ୍ଗେ ତାଙ୍କୁ ସଭାପତି ଦାୟିତ୍ୱ ଗ୍ରହଣ କରିବା ପାଇଁ ନିଦେ୍ର୍ଧଶ ଦିଆଯାଇଛି । 2019ଜୁଲାଇରେ ପ୍ରଥମ ଥର ପାଇଁ ଶ୍ରୀନିବାସଙ୍କୁ ଯୁବ କଂଗ୍ରେସର ଅନ୍ତରୀଣ ସଭାପତି ଭାବରେ ନିଯୁକ୍ତ କରାଯାଇଥିଲା । 2019 ଲୋକସଭା ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ କେଶବ ଚାନ୍ଦ ଯାଦବ ନିଜ ପଦରୁ ଇସ୍ତଫା ଦେଇଥିଲେ । ଏହା ପରଠାରୁ ଅନ୍ତରୀଣ ସଭାପତି ଦାୟିତ୍ୱ ନିର୍ବାହ କରୁଛନ୍ତି ଶ୍ରୀନିବାସ । କର୍ଣ୍ଣାଟକର ଏହି 40 ବର୍ଷୀୟ ଯୁବନେତା ବ୍ଲକ ପ୍ରେସିଡେଣ୍ଟରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ…

Read More

ଭୁବନେଶ୍ବର : ଭୁବନେଶ୍ବରସ୍ଥିତ କିଟ୍‌ କ୍ୟାମ୍ପସ୍‌ରେ ନୂତନ ଓଡ଼ିଆ ଚଳ୍ଚିତ୍ର ‘ଏଇ ବୋଧେ ଭଲପାଇବା’ର ଶୁଭ ମହୁରତ ଅନୁଷ୍ଠିତ ହୋଇଛି । ଓଡିଶା ସଂସ୍କୃତି ସଚିବ ରଂଜନ କୁମାର ଦାସଙ୍କ ନିଜସ୍ବ କାହାଣୀକୁ ନେଇ କଳିଙ୍ଗ ସୂର୍ଯ୍ୟ ସିନେ ପ୍ରଡକ୍ସ ପ୍ରସ୍ତୁତ ଚଳଚ୍ଚିତ୍ରର ଶୀର୍ଷକ ରହିଛି ‘ଏଇ ବୋଧେ ଭଲ ପାଇବା’ । ଆଲେକଜାଣ୍ଡର ଦାସ ଓ ସିଦ୍ଧାର୍ଥ ପାତ୍ରଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଭାର ଗ୍ରହଣ କରିଛନ୍ତି ସୁଧାକର ବସନ୍ତ । ଏହି ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶକର ଦାୟିତ୍ବ ନିର୍ବାହ କରୁଛନ୍ତି ଅଭିଜିତ୍‌ ମଜୁମଦାର । ଫିଲ୍ମର କଳାକାର, ନିର୍ଦ୍ଦେଶକ, ପ୍ରଯୋଜକ, ସଙ୍ଗୀତ ନିର୍ଦ୍ଦେଶକ ଓ ଟେକ୍‌ନିସିଆନ୍‌ଙ୍କ ଉପସ୍ଥିତିରେ ଏହି ଫିଲ୍ମର ଶୁଭ ମହୁରତ ହୋଇଛି । ଏହି ଫିଲ୍ମକୁ ଶୁଭ ମହୁରତ୍‌ କରିଥିଲେ କାଦମ୍ବିନୀର ସମ୍ପାଦିକା ଡ. ଇତିରାଣୀ ସମାନ୍ତ ଓ ଓଡ଼ିଆ ଚଳଚ୍ଚିତ୍ର ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ । ଏହି ମହରୁତ୍‌ ଉତ୍ସବରେ ସମ୍ମାନିତ…

Read More

ହଙ୍ଗେରୀ : ହଙ୍ଗେରୀର ୟୁରୋପିଆନ୍‌ ସାଂସଦ ଯୋଶେଫ୍‌ଙ୍କୁ ସେକ୍ସ ପାର୍ଟି କରି ମଜା କରିବା ବେଶ୍‌ ମହଙ୍ଗା ପଡିଛି ।  ବେଲ୍‌ଜିୟମ ରାଜଧାନୀ ବ୍ରୁସେଲ୍‌ରେ ହଙ୍ଗେରୀ ୟୁରୋପିୟନ୍‌ ଏମ୍‌ପି ଯୋଶେଫ ଜାଜେର ସେକ୍ସ ପାର୍ଟି କରୁଥିବାବେଳେ ଧରାପଡିଛନ୍ତି। ପ କରୋନା ଗାଇଡଲାଇନ୍‌ ଉଲଂଘନ କରୁଥିବା ଅଭିଯୋଗରେ ପୋଲିସ ଏହି ପାର୍ଟି ଉପରେ ଚଢାଉ କରିଥିଲା। ଯୋଶେଫ‌ ଏହି ଘଟଣା ପରେ ବ୍ୟକ୍ତିଗତ କାରଣ ଦର୍ଶାଇ ନିଜ ପଦରୁ ଇସ୍ତଫା ଦେଇଛନ୍ତି। 59 ବର୍ଷୀୟ ଯୋଶେଫ୍‌ ହଙ୍ଗେରୀର ପ୍ରଧାନମନ୍ତ୍ରୀ ଭିକ୍ଟର ଅର୍ବାନଙ୍କ ଦକ୍ଷିଣପନ୍ଥୀ ଫିଦେସ୍ (Fidesz) ପାର୍ଟିର ଫାଉଣ୍ଡିଙ୍ଗ୍‌ ମେମ୍ବର ଥିଲେ। ପୋଲିସ ସେକ୍ସ ପାର୍ଟି ଉପରେ ଚଢାଉବେଳେ ଯୋଶେଫ୍‌ ବାହାର କବାଟ ବାଟ ଦେଇ ତଳକୁ ଡେଇଁଥିଲେ। ସିଟି ସେଣ୍ଟରରେ ହେଉଥିବା ଏହି ପାର୍ଟିରେ ପୋଲିସ୍‌ 20ରୁ ଉର୍ଦ୍ଧ୍ବ ଲୋକଙ୍କୁ ଗିରଫ କରିଛି । ଏହି ପାର୍ଟିରେ  ୟୁରୋପିଆନ୍‌ ଡିପ୍ଲୋମେଟସ୍‌ ମଧ୍ୟ ସାମିଲ୍‌ ଥିଲେ । ସମସ୍ତଙ୍କ ଉପରେ ପ୍ରାୟ 23…

Read More

ଭୁବନେଶ୍ୱର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିବା କୋଟିପତି ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ ଓ  ତାଙ୍କ ପୁଅ ଆକାଶ  ତିନିଦିନିଆ ରିମାଣ୍ଡରେ ଯିବେ । ରିମାଣ୍ଡ ନେଇ ଅନୁମତି ଦେଇଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ତେବେ ଅଭୟଙ୍କୁ ରିମାଣ୍ଡରେ ନେବାକୁ ଏସଆଇଟି ଅନୁମତି ମଗାଯାଇଥିଲା । ଆସନ୍ତାକାଲିଠାରୁ ସେ ତିନିଦିନିଆ ରିମାଣ୍ଡରେ ଯିବେ ବୋଲି ସୂଚନା ରହିଛି। ଅଭୟଙ୍କୁ ରିମାଣ୍ଡରେ ନେଇ ଏସ୍ଆଇଟି ଆୟ ବର୍ହିଭୂତ ସଂପତ୍ତି ନେଇ ଅଧିକ ପଚରାଉଚରା କରିବ । ଏପଟେ ଅଭୟ ପାଠକଙ୍କ ଘରୁ ସିସିଟିଭି ଫୁଟେଜ୍ ଜବତ ହୋଇଛି। କିଏ କିଏ ତାଙ୍କ ଘରକୁ ଯାଇଥିଲେ ସେ ନେଇ ଛାନଭିନ୍‌ ଆରମ୍ଭ ହୋଇଛି। ଅଭୟଙ୍କୁ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରିବ ଏସଆଇଟି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଓ ଠକେଇ ଅଭିଯୋଗରେ ଜେଲରେ ଥିବା ବାପ-ପୁଅ ଅଭୟକାନ୍ତ ପାଠକ ଓ ଆକାଶଙ୍କୁ ରିମାଣ୍ଡରେ ଆଣିବାକୁ…

Read More

ନୂଆଦିଲ୍ଲୀ: ଫାଇଜର ପ୍ରସ୍ତୁତ କରୋନା ଟିକାକୁ ବ୍ରିଟେନ ପକ୍ଷରୁ ଲାଇସେନ୍ସ ଦିଆଯାଇଛି ।  ପ୍ରଥମ ୟୁରୋପୀୟ ଦେଶ ଭାବେ ବ୍ରିଟେନ ଫାଇଜର ପ୍ରସ୍ତୁତ କରୋନା ଟିକାକୁ  ଲାଇସେନ୍ସ ଦେଇଛି ।  ଲୋକଙ୍କୁ ଟିକାକରଣ ପାଇଁ ବ୍ରିଟେନ 40 ନିୟୁତ ଡୋଜ କିଣିଥିବା ଜଣାଯାଇଛି । ଫାଇଜର ଟିକା କରୋନା ଭୁତାଣୁ ବିରୋଧରେ 95  ପ୍ରତିଶତରୁ ଅଧିକ ସୁରକ୍ଷା ପ୍ରଦାନ କରିବାକୁ ସକ୍ଷମ ହେଉଥିବା କୁହାଯାଉଛି। ବ୍ରିଟେନ୍‌ର ମେଡିସିନ୍‌ ଏବଂ ହେଲଥ୍‌ କେୟାର ପ୍ରଡକ୍ଟ ରେଗୁଲେଟାରୀ ଏଜେନ୍ସି ଏହି ଟିକାର ଗୁଣବତ୍ତା ଆକଳନ ଲାଗି ମଞ୍ଜୁରୀ ଦେଇଛନ୍ତି।

Read More

ଭୁବନେଶ୍ୱର: ହାଇକୋର୍ଟରେ ସ୍କୁଲ ଫି’ ଛାଡ଼ ଆବେଦନ ମାମଲାରେ ଏକ ବଡ଼ ଖବର ସାମାନାକୁ ଆସିଛି ।  ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାର ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି । ସବୁଠୁ ବଡ଼ କଥା ହେଲା ସ୍କୁଲ ଫି’ ଉପରେ ରାଜ୍ୟ ସରକାରଙ୍କ କୌଣସି କର୍ତ୍ତୃତ୍ୱ ନଥିବା ସରକାର ଉକ୍ତ ସତ୍ୟପାଠରେ ଦର୍ଶାଇଛନ୍ତି ।  ଅନ୍ୟପକ୍ଷରେ ହାଇକୋର୍ଟ ଆସନ୍ତା ସୋମବାର ଦିନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ।

Read More

ଭୁବନେଶ୍ବର : ପୋଲିସ୍‌ ବିଭାଗର ସବୁ ଜରୁରୀ ସହାୟତା ପାଇଁ ଏଣିକି ଗୋଟିଏ ନମ୍ବର 112 ।  ପୋଲିସ୍‌, ଆମ୍ବୁଲାନ୍ସ, ଦମକଳ ପାଇଁ ଭିନ୍ନ ଭିନ୍ନ ନମ୍ବର ଡାଏଲ୍‌ ଏବେ ଆଉ ଆବଶ୍ୟକ ନାହିଁ । ଜରୁରୀ ସେବା ପାଇଁ ଏଣିକି ଗୋଟିଏ ହେଲପ୍‌ ଲାଇନ୍‌ ନମ୍ବର 112ରେ ଡାଏଲ୍‌ କରାଯିବ ।  112 ସେବା ପାଇଁ 1098 ପଦବୀକୁ ମଂଜୁର କଲେ ମୁଖ୍ୟମନ୍ତ୍ରୀ । ଜନସାଧାରଣଙ୍କ ସୁବିଧା ତଥା ତ୍ବରିତ ସେବା ଯୋଗାଣକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ବିଭିନ୍ନ ସହାୟତା ନମ୍ବର ଯଥା 100, 101, 102, 104, 108, ୧୮୧ ଏସବୁକୁ ଏକୀଭୂତ କରି ଗୋଟିଏ ନମ୍ବର ଯଥା 112କୁ ଜାରି କରାଯାଇଛି । 112 ଜରିଆରେ ସାଧାରଣ ଲୋକଙ୍କୁ ଦକ୍ଷତାର ସହ ତ୍ବରିତ ସେବା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ପୋଲିସ ବିଭାଗର 1098ଟି ବିଭିନ୍ନ ପଦବୀ ସୃଷ୍ଟିକୁ ମଧ୍ୟ ଅନୁମୋଦନ କରିଛନ୍ତି। 112 ସେବା ପାଇଁ…

Read More

ସାଲେପୁର : ସ୍ବାମୀର ଆତ୍ମହତ୍ୟା ପରେ ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଏମିତି ଏକ ଦୁଃଖଦ ଘଟଣା ଘଟିଛି ମାହାଙ୍ଗା ଥାନା ପୋତରା-ପ୍ରହରାଜପୁର ଗାଁରେ। ଆଜି ସକାଳେ ଜଣେ ବ୍ୟକ୍ତି ନିଜ ଦୋକାନରେ ଆତ୍ମହତ୍ୟା କରିଛନ୍ତି। ତେବେ ସ୍ୱାମୀର ମୃତ୍ୟୁ ଖବର ପାଇ ଦୁଃଖରେ ଭାଙ୍ଗି ପଡ଼ିଥିବା ସ୍ତ୍ରୀ ନିଜ ଘରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛି। ମହିଳାଙ୍କୁ ଗୁରୁତର ଅବସ୍ଥାରେ କଟକ ଏସସିବିରେ ଭର୍ତ୍ତି କରାଯାଇଛି। ମାର୍ଚ୍ଚ ମାସରେ ଦୁହେଁ ବିବାହ କରିଥିବା ଜଣାପଡ଼ିଛି। ତେବେ ଦୁହେଁ ମାର୍ଚ୍ଚ ମାସରେ ବିବାହ କରିଥିଲେ ବୋଲି ସୂଚନା ରହିଛି।

Read More

ଭୁବନେଶ୍ବର : ଘରୋଇ ଲ୍ୟାବ୍‌ରେ କରୋନା ଟେଷ୍ଟ ଫି’ ନିର୍ଦ୍ଧାରଣ କଲେ ସରକାର। ରାଜ୍ୟ ସରକାର ଏବେ ମାଗଣାରେ କରୋନା ଟେଷ୍ଟ କରାଉଛନ୍ତି; ତଥାପି କିଛି ଲୋକ ଘରୋଇ ଲ୍ୟାବରେ ଟେଷ୍ଟିଂ କରିବାକୁ ଇଚ୍ଛା ରଖୁଛନ୍ତି। ଏହାକୁ ଆଖି ଆଗରେ ରଖି ରାଜ୍ୟ ସରକାର ଘରୋଇ ଲ୍ୟାବରେ ଆରଟି-ପିସିଆର ଟେଷ୍ଟିଂର ଦାମ କମାଇଛନ୍ତି। ଘରୋଇ ଲ୍ୟାବ୍‌ରେ ଆର୍‌ଟିପିସିଆର୍‌ ଟେଷ୍ଟ ପାଇଁ ସର୍ବାଧିକ ଫି‘ 400ଟଙ୍କା ଧାର୍ଯ୍ୟ କରାଯାଇଛି । ଜିଏସ୍‌ଟି ସହ ଟେଷ୍ଟ ଫି’ ଚାରିଶହ ଟଙ୍କା ଧାର୍ଯ୍ୟ କଲେ ରାଜ୍ୟ ସରକାର । ଫି’ ନିର୍ଦ୍ଧାରଣ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ଏହା 22ଶହଟଙ୍କା ଥିଲା । ପୂର୍ବରୁ ଦିଲ୍ଲୀ ସରକାର ମଧ୍ୟ ଘରୋଇ ଲ୍ୟାବରେ କରୋନା ଟେଷ୍ଟିଂ ଫି’ କମାଇଛନ୍ତି। ସେଠାରେ ଘରୋଇ ଲ୍ୟାବ୍‌ରେ କରୋନା ଟେଷ୍ଟ ଫି’ 800ଟଙ୍କା ରହିଛି ।

Read More

ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ  ମଧ୍ୟ ହ୍ରାସ ଦେଖାଦେଇଛି ।  ରାଜ୍ଯରେ  ଆଉ ଛଅଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 1750କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ଗଞ୍ଜାମରୁ ସର୍ବାଧିକ ଦୁଇ ଜଣ କରୋନା ରୋଗୀ ଆଖି ବୁଜିଥିବାବେଳେ ଭୁବନେଶ୍ବର, ମୟୂରଭଞ୍ଜ. ଝାରସୁଗୁଡା ଓ ବାଲେଶ୍ବରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମରୁ 58  ବର୍ଷୀୟ ପୁରୁଷ ଓ 68 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ବାଲେଶ୍ବରରୁ 82 ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ଭୁବନେଶ୍ବରରୁ 74 ବର୍ଷୀୟ ପୁରୁଷ, ଝାରସୁଗୁଡାରୁ 68 ବର୍ଷୀୟ ପୁରୁଷ ଓ ମୟୂରଭଞ୍ଜରୁ 71 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

Read More

ଭୁବନେଶ୍ବର: ଭକ୍ତ ଓ ଭଗବାନଙ୍କ ମଧ୍ୟରେ କରୋନା ଏକ ପାଚେରୀ ହୋଇ ଠିଆ ହୋଇଛି। କରୋନା ଯୋଗୁଁ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିଛି। ଯଦିଓ ଭକ୍ତ ଓ ଭଗବାନଙ୍କ ସମ୍ପର୍କ ଆବେଗିକ କିନ୍ତୁ ଦେବାଳୟକୁ ଯାଇ ପ୍ରଭୁଙ୍କ ନିକଟରେ ଭକ୍ତଟିଏ ପ୍ରାର୍ଥନା କରିବାକୁ ସବୁବେଳେ ଆତୁର। କରୋନା ଯୋଗୁଁ ଦୀର୍ଘ ୧୦ ମାସ ହେଲା ଭକ୍ତଟିଏ ମନ୍ଦିର ଯାଇପାରୁନାହିଁ। ଏପରି ସ୍ଥିତିରେ ଭକ୍ତର ମାନସିକ ନଡିଆ ମଧ୍ୟ ବାଦ୍‌ ପଡିଛି। ନା ଭକ୍ତ ଯାଇପାରୁଛି ମନ୍ଦିରକୁ ନା ଯାଇପାରୁଛି ତା’ର ମାନସିକ ନଡିଆ। ଭକ୍ତଟିଏ ନଡିଆଟିଏ ବାନ୍ଧି ଦେଇ ମା’ଙ୍କୁ ନିଜର ସମସ୍ତ ଅଳି ଅର୍ଦ୍ଦଳି ଜଣାଇଥାଏ। ପ୍ରତି ମାନସିକ ନଡିଆ ସହିତ ଜଡି ହୋଇ ରହି ଥାଏ ଦୁଃଖୀ ମଣିଷମାନଙ୍କର ବିକଳ ପ୍ରାର୍ଥନା। କୋଉଠି ମାଆ, ମୃତ୍ୟୁମୁହଁରେ ପଡ଼ିଥିବା ନିଜ ଛୁଆଟିର ଜୀବନ ପାଇଁ ଠାକୁରାଣୀ ମାଆ ପାଖେ ନଡିଆଟିଏ ଯାଚିଦେଇଥାଏ ତ କେଉଁଠି ଯନ୍ତ୍ରଣାରେ ଛଟପଟ ହେଉଥିବା ସ୍ବାମୀଙ୍କୁ ରକ୍ଷା…

Read More

ଭୁବନେଶ୍ୱର : ଭାରତୀୟ ବଜାରରେ ଲଗାତର ସୁନା ଓ ରୂପା ଦାମ କମିବାରେ ଲାଗିଛି  । ଗତ ଚାରି ମାସ ତଳେ ସୁନା ଦର ଯେତିକି ଥିଲା, ସେଥିରେ ଆଜି ସାତ ହଜାର ଟଙ୍କା କମିଯାଇଛି  । ଗତ ତିନି ସପ୍ତାହ ଧରି ସୁନା ଦାମ ପ୍ରାୟ ଚାରି ହଜାର ହ୍ରାସ ପାଇଛି  । ଅଗଷ୍ଟ 10 ତାରିଖରେ 24 କ୍ୟାରେଟ ସୁନା ଦର 56 ହଜାର ଟଙ୍କା ହୋଇଥିବାବେଳେ ଏବେ ତାହାର ମୂଲ୍ୟ 48 ହଜାର 900ଟଙ୍କା ହୋଇଛି  । ଦୀପାବଳି ଓ ଧନତେରସ ଯିବା ପରେ ସୁନାର ଚାହିଦା ହଠାତ କମିଯାଇଛି  । ଇଣ୍ଡିଆ ବୁଲିୟନ ଆଣ୍ଡ ଜ୍ୱେଲରୀ ସଂଘର ୱେବସାଇଟରେ ଥିବା ତଥ୍ୟ ଅନୁଯାୟୀ, ଗତ ସପ୍ତାହରେ ସୁନାର ମୂଲ୍ୟ 10 ଗ୍ରାମ ପିଛା 1475 ଟଙ୍କା ହ୍ରାସ ପାଇଛି  । ଅପରପକ୍ଷରେ ରୂପା ଦର 1417 ଟଙ୍କା କମିଯାଇଛି  । ସୂଚନାଯୋଗ୍ୟଯେ, କରୋନା ଯୋଗୁଁ ବିଶ୍ୱର…

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୪୮୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୨୭୬ ଜଣ ଚିହ୍ନଟ ହୋଇଥିବାବେଳେ ୨୦୪ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୯ହଜାର ୫୮୩କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୧୨ ହଜାର ୭୩୪ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫ ହଜାର  ୪୬ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୭୩୪ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୮ ଟି ଜିଲ୍ଲାରୁ ମୋଟ୍‌ ୪୮୦ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୫୧ ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରୁ ୪୧, ବାଲେଶ୍ଵରରୁ…

Read More

ଖଲ୍ଲିକୋଟ : ବାହାଘର ପୂର୍ବରୁ ବୋମାମାଡର ଶିକାର ହେଲେ ଯୁବକ । ଦୁର୍ବୃତ୍ତଙ୍କ ବୋମାମାଡରେ ଯୁବକ ଗୁରୁତର ହୋଇ ବ୍ରହ୍ମପୁର ଏମ୍‌କେସିଜିରେ ଭର୍ତ୍ତି ହୋଇଛନ୍ତି। ସମ୍ପର୍କୀୟଙ୍କ ଘର ମାଣିକପୁର ଗାଁକୁ ଆସିଥିବାବେଳେ ବୋମାମାଡର ଶିକାର ହୋଇଛନ୍ତି ଯୁବକ । ବିଳମ୍ବିତ ରାତିରେ 2ରୁ ତିନିଜଣ ଦୁର୍ବୃତ୍ତ ବୋମା ଫିଙ୍ଗିଥିବା ଅଭିଯୋଗ ହୋଇଛି । ଆଜି ଯୁବକଙ୍କ ବାହାଘର ଥିବାବେଳେ ଯୁବକ ଜଣକ ବୋମାମାଡର ଶିକାର ହୋଇଛନ୍ତି । ତେବେ କ’ଣ ପାଇଁ ଓ କାହିଁକି ବୋମାମାଡ କରାଗଲା ତାହା ଏବେବି ଅସ୍ପଷ୍ଟ ରହିଛି । ପୋଲିସ୍‌ ତଦନ୍ତ ପରେ ଏହି ଘଟଣା ଉପରୁ ପରଦା ଉଠିବ ।

Read More

ନୂଆଦିଲ୍ଲୀ : ଦେଶରେ ଗତ ୨୪  ଘଣ୍ଟାରେ ୩୬ ହଜାର ୬୦୪ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫୦୧ ଜଣଙ୍କର ମୃତ୍ୟୁ ଘଟିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୪ ଲକ୍ଷ ୯୯ ହଜାର ୪୧୩କୁ ବୃଦ୍ଧି ପାଇ ଥିବାବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୩୮ ହଜାର ୧୨୨ରେ ପହଞ୍ଚିଛି। ସେହିପରି ଏବେ ସୁଦ୍ଧା ଦେଶରେ ୪ ଲକ୍ଷ ୩୫ ହଜାର ୬୦୩ ଜଣ ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ ସୁସ୍ଥ ହୋଇଛନ୍ତି ୮୯ ଲକ୍ଷ ୩୨ ହଜାର ୬୪୭ ଜଣ। ବିଗତ ୨୪ ଘଣ୍ଟା ମଧ୍ୟରେ ୪୩ ହଜାର ୬୨ ଜଣ  ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରୁ ସର୍ବାଧିକ ୪୯୩୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସର୍ବାଧିକ ୯୫…

Read More

ମୁମ୍ବାଇ : ଫିଲ୍ମ ଅଭିନେତା ଏବଂ ଭାରତୀୟ ଜନତା ପାର୍ଟି (ବିଜେପି)ର ଗୁରଦାସପୁର ସାଂସଦ ସନି ଦେଓଲ କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି । ହିମାଚଳ ପ୍ରଦେଶର ସ୍ବାସ୍ଥ୍ୟ ସଚିବ ମଙ୍ଗଳବାର ସନି ଦେଓଲ୍ କରୋନାରେ ସଂକ୍ରମିତ ହେବା କଥା ଜଣାଇଛନ୍ତି। ହିମାଚଳ ପ୍ରଦେଶର ସ୍ବାସ୍ଥ୍ୟ ସଚିବ ଅମିତାଭ ଅଓ୍ବସ୍ଥି କହିଛନ୍ତି ଯେ, ଅଭିନେତାରୁ ନେତା ହୋଇଥିବା ସନି ଦେଓଲ ଗତ କିଛି ଦିନ ହେବ କୁଲ୍ଲୁରେ ରହୁଥିଲେ। କୁଲ୍ଲୁର ମୁଖ୍ୟ ଚିକିତ୍ସା ଅଧିକାରୀ ଦ୍ବାରା ଦିଆଯାଇଥିବା ସୂଚନା ଅନୁସାରେ, ସନି ଦେଓଲ ଏବଂ ତାଙ୍କ ବନ୍ଧୁ ମୁମ୍ବାଇ ବାହାରିବାକୁ ଯିବା ପାଇଁ ଯୋଜନା କରିଥିଲେ। କିନ୍ତୁ ମଙ୍ଗଳବାର ସେ କରୋନାରେ ସଂକ୍ରମିତ ହୋଇଯାଇଥିଲେ। 64ବର୍ଷୀୟ ବଲିଉଡ ଅଭିନେତା ସନି ଦେଓଲ କିଛି ଦିନ ତଳେ ମୁମ୍ବାଇରେ କାନ୍ଧର ସର୍ଜରୀ କରିଥିଲେ ଏବଂ ସେ କୁଲ୍ଲୁ ଜିଲ୍ଲାର ମନାଲି ପାଖରେ ଏକ ଫାର୍ମହାଉସରେ ଥିଲେ। ସେହିପରି ଗୁଜୁରାଟର ବିଜେପି ରାଜ୍ୟସଭା ସାଂସଦ…

Read More

ନୂଆଦିଲ୍ଲୀ, ମାର୍ଗଶିର ମାସ ହେଉଛି ହିନ୍ଦୁ ଧର୍ମର ଏକ ମହତପୂର୍ଣ୍ଣ ମାସ। ଏହାକୁ ମାର୍ଗଶିର କିମ୍ବା ମଗୁଶିର ମାସ ବୋଲି ମଧ୍ୟ କୁହାଯାଏ । ହିନ୍ଦୁ ଶାସ୍ତ୍ରରେ ଏହା ସବୁଠାରୁ ପବିତ୍ର ମାସ ବୋଲି ବିବେଚନା କରାଯାଏ। ଏହି ମାସରେ ପ୍ରତି ଗୁରୁବାରରେ ମା ଲକ୍ଷ୍ମୀଙ୍କ ପୂଜା ବା ମାଣବସା କରାଯାଇଥାଏ। ଏହା ଏତେ ପବିତ୍ର ମାସ ଯେ ଗୀତା ରେ ସ୍ବୟଂ ଭଗବାନ କହିଛନ୍ତି ଯେ ମାସ ମଧ୍ୟରେ ମୁଁ ନିଜେ ହେଉଛି ମାର୍ଗାଶିର ମାସ। ଏହି ମାସରୁ ସତ୍ୟଯୁଗର ଆରମ୍ଭ ହୁଏ ବୋଲି ବିବେଚନା କରାଯାଏ। କାଶ୍ୟପ ଋଷି ଏହି ମାସରେ କାଶ୍ମୀର ରଚନା କରିଥିଲେ। ଜପ, ତପ ଏବଂ ଧ୍ୟାନ ପାଇଁ ମାର୍ଗଶିର ମାସ ସର୍ବୋତ୍ତମ ବୋଲି ବିବେଚନା କରାଯାଏ। ଏହି ମାସରେ, ପବିତ୍ର ନଦୀରେ ଗାଧୋଇବା ବିଶେଷ ଫଳପ୍ରଦ ହୋଇଥାଏ। ଏଥର ମାର୍ଗଶିର ମାସ 01 ଡିସେମ୍ବରରୁ 30 ଡିସେମ୍ବର ପର୍ଯ୍ୟନ୍ତ ରହୁଛି। ମାର୍ଗାଶୀର ମାସର…

Read More

ଭୁବନେଶ୍ବର, ଓଡିଶାରେ ଜଣେ ମହିଳା ମୁଖ୍ୟମନ୍ତ୍ରୀ ହେବେ ବୋଲି ପ୍ରଦୀପ ପାଣିଗ୍ରାହୀଙ୍କ ବୟାନକୁ ପୁଣି ନୂଆ ବିବାଦ ସୃଷ୍ଟି କରିଛି। ନିଜେ ବିବାଦରେ ଛନ୍ଦି ହୋଇ ପ୍ରଦୀପ ଦଳରୁ ବହିଷ୍କୃତ ହେବା ପରେ ଏଭଳି ବୟାନ ଦେବା ପଛରେ କଣ ରହସ୍ୟ ରହିଛି, ତାହା ତାଙ୍କୁ ଜଣା। ହେଲେ ଯେଉଁ ବିବାଦରେ ପ୍ରଦୀପ ପାଣିଗ୍ରାହୀ ଫସିଛନ୍ତି, ତାହା ସାଙ୍ଘାତିକ। ଜନବିରୋଧୀ କାର୍ଯ୍ୟରେ ଲିପ୍ତ ରହିବା ଯୋଗୁ ତାଙ୍କୁ ଦଳରୁ ବିଦା କରାଯାଇଛି। ଏଥିସହ ଅର୍ଥ ହଡପ ଓ ଦଳ ବିରୋଧୀ କାର୍ଯ୍ୟର ଅଭିଯୋଗ ପ୍ରଦୀପଙ୍କ ନାଁରେ ଆସୁଛି। କରୋନା କାଳରେ ଗଂଜାମ ଜିଲ୍ଲାବାସୀ ଜୀବନ ଜୀବିକାକୁ ନେଇ ଚିନ୍ତାରେ ଥିଲା ବେଳେ ପ୍ରଦୀପ ଚାର୍ଟର ଫ୍ଲାଇଟରେ ବସି ଜୀବନକୁ ଉପଭୋଗ କରୁଥିଲେ, ଅୟସ କରୁଥିଲେ, ସ୍ୱପ୍ନରେ ଭାସୁଥିଲେ। ଜଣେ ବରିଷ୍ଠ ରାଜନେତାଙ୍କ ଏତାଦୃଶ କାର୍ଯ୍ୟକଳାପକୁ ଜନବିରୋଧୀ କୁହାଯିବନି ତ ଆଉ କଣ? ଯେଉଁ ବିଜେଡି ତାଙ୍କୁ ତିନିଥର ବିଧାୟକ ଓ ମନ୍ତ୍ରୀ…

Read More