ପୁରୀ: ବାହାର ଭକ୍ତଙ୍କୁ ପୁରୀ ମନା । ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଅବସରରେ ବାହାର ଭକ୍ତଙ୍କୁ ପୁରୀ ନଆସିବାକୁ ଅନୁରୋଧ କରିଛି ଜିଲ୍ଲା ପ୍ରଶାସନ । ପୁରୀ ବାହାରର ସମସ୍ତ ଭକ୍ତ ଓ ଜଗନ୍ନାଥ ପ୍ରେମୀଙ୍କୁ ଜିଲ୍ଲା ପ୍ରଶାସନର ଏପରି ଅନୁରୋଧ କରିଛି । ଆସନ୍ତା 27ରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ । ଚଳିତ ବର୍ଷ କୋଭିଡ଼ କଟକଣା ମଧ୍ୟରେ ସମସ୍ତ ରୀତିନୀତି ସାରିବାକୁ ନିଷ୍ପତ୍ତି ନିଆଯାଇଛି । କରୋନାର ଭୟାବହତାକୁ ଦେଖି ପୁରୀ ବାହାରର ସମସ୍ତ ଭକ୍ତ ଓ ଜଗନ୍ନାଥ ପ୍ରେମୀଙ୍କୁ ଜିଲ୍ଲା ପ୍ରଶାସନ ପୁରୀ ଆସିବା ଉପରେ କଟକଣା ଜାରି କରିଛି । ଏହି ସମୟରେ ପୁରୀ ନଆସିବାକୁ ଅନୁରୋଧ କରିଛି ଜିଲ୍ଲା ପ୍ରଶାସନ । ସେହିପରି ମହାପ୍ରଭୁଙ୍କ ନାଗାର୍ଜୁନ ବେଶକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ଏଥିନିମନ୍ତେ ପୁରୀର ସମସ୍ତ ପ୍ରବେଶ ପଥକୁ ବନ୍ଦ କରି ଦିଆଯିବ । ପୁରୀ ଉପଜିଲ୍ଲାପାଳ ଭବତାରଣ…
Author: Samikhsya Bureau
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ପରିଚାଳନା ନେଇ ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି । କୋଭିଡ ସ୍ଥିତିରେ ଜାତୀୟ ସ୍ତରରେ ଗାଇଡଲାଇନ ପାଇଁ କହିଛନ୍ତି । ବୋର୍ଡ ପରୀକ୍ଷା ପାଇଁ ଟାଇମ ଫ୍ରେମ ପ୍ରସ୍ତୁତ କରିବାକୁ ସେ ଲେଖିଛନ୍ତି । ଏହା ଦ୍ୱାରା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଦ୍ୱନ୍ଦ୍ୱ ଦୂର ହୋଇପାରିବ । ସବୁ ଉଚ୍ଚତମ ଶିକ୍ଷା ଇଣ୍ଟରଲିଙ୍କ୍ ଥିବାରୁ ଜାତୀୟ ଗାଇଡଲାଇନ୍ ହେବା ଜରୁରୀ । 2020-21 ବୋର୍ଡ ଓ ଏଚଏସଇ ପରୀକ୍ଷା ନେଇ କେନ୍ଦ୍ର ସ୍ୱଷ୍ଟ କରୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠିରେ ଉଲ୍ଲେଖ କରିଛନ୍ତି ।
ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିଲେ ହେଁ ମୃତ୍ୟୁ ସଂଖ୍ୟା କମୁ ନାହିଁ। ଆଜି ରାଜ୍ୟରେ ୧୬ ଜଣ କାରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧୬୭୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ରହିଛି । ଆଜି ସୁନ୍ଦରଗଡରୁ ସର୍ବାଧିକ ୪ ଜଣ ମୃତ୍ୟୁବରଣ କରିଥିବା ବେଳେ ପୁରିରୁ ୩ ଜଣ, ଖୋରଧାରୁ ୨ ଜଣ କରୋନା ଆକ୍ରାନ୍ତ ଲେଖାଏଁ ମୃତ୍ୟୁବରଣ କରିଥିବାବେଳେ ଭଦ୍ରକ, କଟକ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଅନୁଗୁଳ ଓ ବରଗଡ ଆଦି ଜିଲ୍ଲାରୁ ଜଣେ ଲେଖାଏଁ କାରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
ଭୁବନେଶ୍ବର: ରାଜ୍ୟରେ ଆଜି ୭୩୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୪୧୯ ଜଣ ଚିହ୍ନଟ ହୋଇଥିବାବେଳେ ୩୧୧ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୬ହଜାର୧କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୭ହଜାର ୩୭୪ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬ ହଜାର ୮୮୭ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୬୪୦ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍ ୭୩୦ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୬୫ ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରୁ ୪୪, ବାଲେଶ୍ଵରରୁ ୫୩, ବରଗଡରୁ ୨୧,…
ଭୁବନେଶ୍ୱର : ଓଡିଶାରେ ସ୍ଥାପନ ହୋଇପାରେ ଦ୍ୱିତୀୟ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ(ଏମ୍ସ) ହସ୍ପିଟାଲ । ଦ୍ୱିତୀୟ ଏମ୍ସ ସ୍ଥାପନ ନେଇ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୁଷଣଙ୍କୁ ଚିଠି ଲେଖିଛନ୍ତି । ଦ୍ୱିତୀୟ ଏମ୍ସ ନିର୍ମାଣ ପାଇଁ ସୁନ୍ଦରଗଡରେ ଉପଯୁକ୍ତ ଭିତ୍ତିଭୂମି ରହିଥିବା ନେଇ ମୁଖ୍ୟ ଶାସନ ସଚିବ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି । ରାଜ୍ୟରେ 2012 ମସିହାରରେ ସ୍ଥାପିତ ହୋଇଥିବା ଏମ୍ସରେ ସ୍ୱାସ୍ଥ୍ୟସେବା ଉନ୍ନତ । ମାତ୍ର ସମଗ୍ର ଓଡିଶାକୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବା ନିମନ୍ତେ ଆଉ ଏକ୍ ଏମ୍ସର ଆବଶ୍ୟକତା ରହିଛି । ଉଲ୍ଲେଖଯୋଗ୍ୟ ଯେ, ଭାରତରେ ସମୁଦାୟ 17ଟି ଏମ୍ସ ରହିଥିବା ବେଳେ ଏକମାତ୍ର ରାଜ୍ୟ ଭାବରେ ବିହାରରେ ଦୁଇଟି ଏମ୍ସ ନିର୍ମାଣ ହେବାକୁ ଯାଉଛି । ବିହାର ପରି ଓଡିଶାରେ ଆବଶ୍ୟକତା ଏବଂ ଭିତ୍ତି ଭୂମି ରହିଥିବାରୁ ସୁନ୍ଦରଗଡରେ ଦ୍ୱିତୀୟ ଏମ୍ସ ସ୍ଥାପନ ପାଇଁ ଚିଠିରେ…
ଭୁବନେଶ୍ବର : ରାଜ୍ୟରେ ଶୀତ ବଢୁଛି । 15 ଡିଗ୍ରୀ ତଳେ ରାଜ୍ୟର 13ଟି ଜିଲ୍ଲା ରହିଛି । ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପାମାତ୍ରା ରେକର୍ଡ କରାଯାଇଛି । ଏଠାରେ ତାପମାତ୍ରା 9 ଡିଗ୍ରୀ ତଳକୁ ଖସିଛି । ସେଠାରେ 8.5ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେହିପରି 9.4ଡିଗ୍ରୀ ସହ ଦ୍ୱିତୀୟ ସର୍ବାଧିକ ଥଣ୍ଡା ସହର ହୋଇଛି ସୋନପୁର । ସେହିପରି ଫୁଲବାଣୀରେ 10.5 ଡିଗ୍ରୀ, ବାରିପଦା ଓ କେନ୍ଦୁଝରରେ 12 ଡିଗ୍ରୀ, ଝାରସୁଗୁଡାରେ 12.2 ଡିଗ୍ରୀ, ଭବାନୀପାଟଣାରେ 12,2 ଡିଗ୍ରୀ, ତାଳଚେରର 12.3 ଡିଗ୍ରୀ, କୋରାପୁଟରେ 12,6 ଡିଗ୍ରୀ, ବେୌଦ୍ଧ ଓ କଟକରେ ତାପାମତ୍ରା 14 ଡିଗ୍ରୀ ସେଲ୍ସିୟସ୍ ଥିବାର ସୂଚନା ରହିଛି । ବଲାଙ୍ଗିରରେ 14,8 ଡିଗ୍ରୀ, ଭୁବନେଶ୍ବରରେ 16 ଡିଗ୍ରୀ ତାପମାତ୍ରା ରହିଥିଲା । ଆଗକୁ ତାପମାତ୍ରା ଆହୁରି ଖସିବାର ସମ୍ଭାବନା ରହିଛି ।
ନୂଆଦିଲ୍ଲୀ : ବିଗତ 24 ଘଣ୍ଟା ମଧ୍ୟରେ ଦେଶରେ 44 ହଜାର ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 480 ଜଣଙ୍କର ମୃତ୍ୟୁ ଘଟିଛି । 44 ହଜାର 376 ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 92ଲକ୍ଷ 22 ହଜାର 216ରେ ପହଞ୍ଚିଛି । ଏହା ସହିତ 481 ନୂତନ ମୃତ୍ୟୁ ଘଟି ସମୁଦାୟ ମୃତ୍ୟୁ ସଂଖ୍ୟା 1ଲକ୍ଷ 34 ହଜାର 699ରେ ପହଞ୍ଚିଛି । ଏହି ସମୟ ମଧ୍ୟରେ 37 ହଜାର 816 ଜଣ ସୁସ୍ଥ ହୋଇଥିବା ବେଳେ ଆରୋଗ୍ୟଙ୍କ ସଂଖ୍ୟା 86 ଲକ୍ଷ 42 ହଜାର 771ରେ ପହଞ୍ଚିଛି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 4 ଲକ୍ଷ 44 ହଜାର 746ରେ ପହଞ୍ଚିଛି । ଆଜି ରାଜଧାନୀ ଦିଲ୍ଲୀରୁ 109ଜଣଙ୍କର ଜୀବନ ଯାଇଛି । ଦିଲ୍ଲୀରେ ବିଗତ ଏକ ସପ୍ତାହ ମଧ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ବିଗତ 24 ଘଣ୍ଟା ମଧ୍ୟରେ…
ଭୁବନେଶ୍ବର, ଭୟଙ୍କର ହେବାରେ ଲାଗିଛି ବଙ୍ଗୋବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ନିଭାର। ଆଜି ବଡି ଭୋରରୁ ଅର୍ଥାତ ପ୍ରାୟ ୨.୦୫ ସମୟରେ ନିଭାର ତୀବ୍ର ରୂପ ଧାରଣ କରିଛି। ପୂର୍ବରୁ ପାଣିପାଗ ବିଭାଗ ଏ ନେଇ ସୂଚନା ଦେଇଥିଲା। ଏହାପରେ ଆସନ୍ତା 12 ଘଣ୍ଟା ପରେ ଏହି ବାତ୍ୟା ପୁଣି ଅତିତୀବ୍ର ରୂପ ଧାରଣ କରିବ। ଆଜି ରାତିରେ ଏହା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ସେତେବେଳେ ପବନର ଗତି ପ୍ରବଳ ହେବ ବୋଲି ଅନୁମାନ କରାଯାଇଛି। ଏହି ସମୟରେ ପବନର ଗତି ଘଣ୍ଟା ପ୍ରତି ୧୩୦ ରୁ ୧୪୦ କିଲୋମିଟର ଏବଂ ଝଟକା ପବନ ୧୫୫ କିମି ବେଗରେ ରହିବାର ସମ୍ଭାବନା ରହିଛି।
ନୂଆଦିଲ୍ଲୀ, କଂଗ୍ରେସର ବରିଷ୍ଠ ନେତା ଅହମ୍ମଦ ପଟେଲଙ୍କ ଆଜି ବଡିଭୋରରୁ ଦେହାନ୍ତ ହୋଇଯାଇଛି। ଏକ ମାସ ପୂର୍ବରୁ ଅହମ୍ମଦ ପଟେଲ କରୋନାରେ ସଂକ୍ରମିତ ହୋଇଥିଲେ। ଏହା ପରେ ସେ ଚିକିତ୍ସିତ ହେଉଥିଲେ। ଅହମ୍ମଦ ପଟେଲଙ୍କ ପୁଅ ଫୈଜଲ ପଟେଲ ଟ୍ୱିଟ୍ କରି କହିଛନ୍ତି ଯେ ତାଙ୍କ ପିତା ଅହମ୍ମଦ ପଟେଲଙ୍କ ଆଜି ସକାଳ 3.30 ସମୟରେ ମୃତ୍ୟୁ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ 71 ବର୍ଷ ବୟସ ହୋଇଥିଲା। ଅହମ୍ମଦ ପଟେଲ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଅହମ୍ମଦ ପଟେଲଙ୍କ ମର ଶରୀର ତାଙ୍କ ଜନ୍ମସ୍ଥାନ ଗୁଜୁରାଟର ଭାରୁଚିସ୍ଥିତ ପିରାମନରେ ନିଆଯିବ। ଅହମ୍ମଦ ପଟେଲଙ୍କ ଇଚ୍ଛା ଥିଲା ଯେ ତାଙ୍କୁ ତାଙ୍କ ପିତାମାତାଙ୍କ ସହ ସମାଧି ଦିଆଯାଉ, ଯାହା ସେ ତାଙ୍କ ପୁଅକୁ କହିଥିଲେ। ଫୈଜଲ ପଟେଲ ଟ୍ୱିଟ୍ କରି କହିଛନ୍ତି ଯେ ସେ ତାଙ୍କ ପିତା ଅହମ୍ମଦ ପଟେଲଙ୍କ ଦୁଃଖଦ ତଥା ଅକାଳ ମୃତ୍ୟୁ…
ନୂଆଦିଲ୍ଲୀ, ବର୍ତ୍ତମାନ ଦେଶରେ କରୋନା ସ୍ଥିତି ଦିନକୁ ଦିନ ଅଣଆୟତ ହେବାରେ ଲାଗିଛି। ଫଳରେ ଏହାକୁ ନେଇ ଆକ୍ରାନ୍ତ ଏବଂ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି.। ମୁଖ୍ୟତଃ ଦିଲ୍ଲୀ, ମୁମ୍ବାଇ ଏବଂ ଅହମଦାବାଦ ପରି ସହରରେ ଏହା ସ୍ଥିତ ଆହୁର ଗମ୍ଭୀର ହେବାରେ ଲାଗିଛି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଆସନ୍ତା ଡିସେମ୍ବରରେ ଏହାର ସ୍ଥିତି ଆହୁରି ଖରାପ ହେବ। ସେତେବେଳେ କରୋନା ଦ୍ବିତୀୟ ପର୍ଯ୍ୟାୟ ଆସିବ ବୋଲି କୁହାଯାଉଛି। ଫଳରେ ପୁଣିଥରେ ବିଭିନ୍ନ ସ୍ଥାନରେ ଲକଡାଉନ ପରି ଆଇନ ଲାଗୁ କରାଯିବ। ବର୍ତ୍ତମାନ ଦିଲ୍ଲୀର ସ୍ଥିତି ଯାହା ତାହା ସବୁଠାରୁ ବ୍ୟତିବ୍ୟସ୍ତ କରିଦେଇଛି। ଦିଲ୍ଲୀରେ ପ୍ରତି ଘଣ୍ଟାରେ ଜଣେ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଥିବାର ଜଣାପଡିଛି। ଦିଲ୍ଲୀ ସରକାର ବିଭିନ୍ନ କଟକଣା ହଟାଇ ଦେବା ପରେ ଏହି ସ୍ଥିତ ବିଗିଡି ଯାଇଛି ବୋଲି କୁହାଯାଉଛି। ମୁଖ୍ୟ କଥା ହେଲା ଦିଲ୍ଲୀ ପାଇଁ ଦେଶର ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଏହି କରୋନା…
ଭୁବନେଶ୍ବର, ଧିରେ ଧିରେ ଘନିଭୂତ ହେବାରେ ଲାଗିଛି ବାତ୍ୟା ନିଭାର୍। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଆସନ୍ତା 12 ଘଣ୍ଟା ପରେ ଏହା ତୀବ୍ର ରୂପ ଧାରଣ କରିବ। ଏହାପରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଏହା ଅତି ତୀବ୍ର ରୂପ ଧାରଣ କରିବ। ଏସବୁ ହେବା ପୂର୍ବରୁ ବର୍ତ୍ତମାନ ତାମିଲନାଡୁ ସମୁଦ୍ର ଉପକୂଳ ଭୟଙ୍କର ହେବାରେ ଲାଗିଲାଣି। ତେବେ ପାଣିପାଗ ବିଭାଗ ଅନୁସାରେ ବାତ୍ୟା ନିଭାର ବୁଧୁବାର ସଂଧ୍ୟାରେ ଅତିତୀବ୍ର ଧାରଣ କରି ତାମିଲନାଡୁ ଏବଂ ପୁଡୁଚେରୀ ମଧ୍ୟରେ ଗତି କରିବ। ମୁଖ୍ୟତଃ କାରାଇକେଲା ଏବଂ ମାମଲାଲାପୁରମ ମଧ୍ୟରେ ସ୍ଥଳ ଭାଗ ଛୁଇଁବ ବୋଲ ଜଣାପଡିଛି। ଏହା ପୁଡୁଚେରୀର ଦେଇ ଗତି କରିବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି 120ରୁ 130 କିଲୋମିଟର ରହିବ। ହେଲେ ଝଟକା ପବନର ଗତି 145 କିଲୋମିଟର ଘଣ୍ଟା ପ୍ରତି ରହିବ। ବର୍ତ୍ତମାନ ମଙ୍ଗଳବାର…
ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ପୁସ୍ତକ ଚାଣକ୍ୟ ନୀତିରେ ଜଣେ ବ୍ୟକ୍ତିଙ୍କ ଜୀବନକୁ ସଫଳ କରିବା ପାଇଁ ଅନେକ କଥା ବର୍ଣ୍ଣନା କରିଛନ୍ତି। ସେ ଅପମାନର ପ୍ରତିଶୋଧ ନେବା ଏବଂ ଏକ ପଦ ମାଧ୍ୟମରେ ଶତ୍ରୁକୁ ପରାସ୍ତ କରିବା ବିଷୟରେ ବହୁ କଥା କହିଛନ୍ତି। ଚାଣକ୍ୟ କହିଛନ୍ତି ଅନୁଲୋମେନ୍ ବିଲନଂମ୍ ପ୍ରତିଲୋମେନ୍ ଦୁର୍ଜନମ୍ ଆତ୍ମତୁଲ୍ୟବଳଂ ଶତ୍ରୁ, ବିନୟେନ ବିଳନେ ବା ଏହି ପଦରେ ଆଚାର୍ଯ୍ୟ କହିଛନ୍ତି ଯେ ଜଣେ ବ୍ୟକ୍ତି ନିଜ ଶତ୍ରୁ ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ହାସଲ କରିବା ଅତ୍ୟନ୍ତ ଜରୁରୀ ଅଟେ। ଶତ୍ରୁ ଦୁର୍ବଳ କିମ୍ବା ଏହା ବିଷୟରେ ଅବଗତ ନ ରହିଲେ ଏହା ବିରୁଦ୍ଧରେ ଏକ ନୀତି ପ୍ରସ୍ତୁତ କରାଯାଇ ପାରିବ ନାହିଁ । ସେ କହିଛନ୍ତି ଯେ ଯଦି ଶତ୍ରୁ ତୁମଠାରୁ ଅଧିକ ଶକ୍ତିଶାଳୀ, ତେବେ ତାଙ୍କୁ ପରାସ୍ତ କରିବାକୁ ହେଲେ ଜଣେ ବ୍ୟକ୍ତି ତାଙ୍କୁ ଅନୁକୂଳ ଆଚରଣ କରିବା ଉଚିତ୍ । ସେହି ସମୟରେ,…
ମେଷ ଆଜି ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଜଣେ ସମ୍ପର୍କୀୟଙ୍କ ସହ ବିବାଦ ହେବାର ସମ୍ଭାବନା ଅଛି। ବରିଷ୍ଠମାନଙ୍କ ପରାମର୍ଶରେ କାମ କରନ୍ତୁ। ପରିବାର ସହିତ ବୁଲିବାକୁ ଯାଆନ୍ତୁ। ଚାକିରୀରେ ଥିବା ଲୋକମାନେ ଭଲ ଖବର ପାଇ ପାରିବେ। ତୁମର ବ୍ୟବସାୟ ଭଲ ରହିବ। ଦାମ୍ପତ୍ୟ ଜୀବନରେ ମଧୁର ସଂପର୍କ ରହିବ। ତୁମର ଅଧିକାଂଶ କାର୍ଯ୍ୟ ସମାପ୍ତ ହେବ। ବୃଷ ଆଜି ଆପଣ ମାନସିକ ସ୍ତରରେ ଶକ୍ତିଶାଳୀ ହେବେ। ଆର୍ଥିକ କାରବାର ସମ୍ବନ୍ଧୀୟ କାର୍ଯ୍ୟ ସମାପ୍ତ ହେବ। ଆପଣ କୌଣସି ସ୍ଥାନରୁ ଆର୍ଥିକ ସାହାର୍ଯ୍ୟ ପାଇବେ। ସାଙ୍ଗମାନଙ୍କୁ ଭେଟିବେ। ଆପଣଙ୍କଠାରୁ ଋଣ ନେବାକୁ ଆସିବେ। ଆଜି ଘରେ କିଛି ବିଷୟରେ ମତଭେଦ ହେବାର ସମ୍ଭାବନା ଅଛି। ଆପଣଙ୍କୁ ଚାପରୁ ଦୂରେଇ ରହିବାକୁ ପଡିବ। ସ୍ୱାସ୍ଥ୍ୟ ପ୍ରଭାବିତ ହୋଇପାରେ। ଛାତ୍ରମାନେ ସଫଳତା ପାଇବେ। ମିଥୁନ ଆଜି ଆପଣ ମାନସିକ ସ୍ତରରେ ଶକ୍ତିଶାଳୀ ହେବେ। ସକରାତ୍ମକତା ଅଧିକ ହେବ। ଅର୍ଥନୈତିକ ପ୍ରଗତି ପାଇଁ…
ମେଷ କାରବାରରେ ସତର୍କତା ଭାବେ କାର୍ଯ୍ୟ କରନ୍ତୁ । ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ। ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ଆସିପାରେ। ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବୃଦ୍ଧି ପାଇପାରେ। ଟଙ୍କା ମାମଲାରେ ଯତ୍ନବାନ ହେବାକୁ ପଡିବ। ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ । ଅଫିସ୍ କିମ୍ବା କାର୍ଯ୍ୟକ୍ଷେତ୍ରରେ ଏକ ଚାପଗ୍ରସ୍ତ ପରିସ୍ଥିତି ସୃଷ୍ଟି ହୋଇପାରେ। ଆପଣ ବନ୍ଧୁ ଏବଂ ପରିବାରର କୈଣସି କାର୍ଯ୍ୟରେ ଫସି ଯାଇପାରନ୍ତି । ପେଟ ସମ୍ବନ୍ଧୀୟ ରୋଗ ହେବାର ସମ୍ଭାବନା ଅଛି। ବୃଷ ଶୀଘ୍ର କୈଣସି କାମ କରନ୍ତୁ ନାହିଁ । ଆଜି ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଭାଗ ନେଇପାରନ୍ତି। ପ୍ରାର୍ଥନାରେ ଟିକିଏ ମନଯୋଗ ଦିଅନ୍ତୁ। ବ୍ୟବସାୟ ଭଲ କରିବେ । ଅଫିସ ଚାକିରିରେ ସନ୍ତୁଷ୍ଟ ରହିବ। ବିନିଯୋଗ ଇତ୍ୟାଦି କାର୍ଯ୍ୟରେ ଲାଭବାନ ହେବ । ଘର ବାହାରେ ଜୀବନ ଖୁସି ହେବ । ଆର୍ଥିକ ଦିଗ ବୃଦ୍ଧି ହେବ…
ନୂଆଦିଲ୍ଲୀ, ଆଜି ଆମେ ତିନୋଟି ରାଶି ବିଷୟରେ କହିବୁ ଯାହାଙ୍କର ପୂର୍ବରୁ ଅର୍ଥାତ ନଭେମ୍ବର 3 ତାରିଖରୁ ଖରାପ ସମୟ ଚାଲିଥିଲା। ହେଲେ ଆଜିଠାରୁ ଆପଣଙ୍କର ଏହି ଭାଗ୍ୟରେ କିଛି ଭିନ୍ନ ପରିବର୍ତ୍ତନ ହେବାକୁ ଯାଉଛି। ଆପଣ ଖୁସି ଓ ସୁଖ ପାଇବେ, ଆପଣଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଆଗାମୀ ସମୟ ଆପଣଙ୍କ ପାଇଁ ବହୁତ ଲାଭଦାୟକ ହେବାକୁ ଯାଉଛି। ସମାଜରେ ଆପଣଙ୍କର ସମ୍ମାନ ବୃଦ୍ଧି ପାଇବ, ବ୍ୟବସାୟ ବୃଦ୍ଧି ହେବାର ସମ୍ଭାବନା ଅଛି। ସେହି ରାଶି ତିନୋଟି ହେଉଛି ବୃଷ, କୁମ୍ଭ ଏବଂ ମୀନ ରାଶି। ଏହି ରାଶି ବ୍ୟକ୍ତିମାନେ ଆଗାମୀ ଦିନରେ ସମ୍ପତ୍ତି କାର୍ଯ୍ୟରେ ବଡ଼ ଲାଭ ପାଇବେ। ରୋଜଗାର ପ୍ରୟାସ ସଫଳ ହୋଇପାରେ। ଆପଣ ଯେ କୈଣସି ନୂତନ କାର୍ଯ୍ୟ ବିଷୟରେ ଅତ୍ୟଧିକ ଉତ୍ସାହିତ ହେବେ। ଆପଣ ଗ୍ରହଣ କରୁଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଲାଭଦାୟକ ପ୍ରମାଣିତ ହୋଇପାରେ। ଯାହା ସହିତ ଆପଣ ସମାଜରେ ନିଜର ପରିଚୟ…
ଭୁବନେଶ୍ବର, ଚଳିତ ବର୍ଷ ଶୁଭିବ ନାହିଁ ଆ କା ମା ବୈ । କାରଣ କରୋନା ପାଇଁ ଏଥର କୌଣସି ନଦୀ ପଠାରେ ଭକ୍ତମାନେ ଏକାଠି ହୋଇପାରିବେ ନାହିଁ। ଏ ନେଇ ରାଜ୍ୟ ସରକାର ଜାରୀ କରିଛନ୍ତି କଟକଣା। କରୋନା ଭାଇରସ ସଂକ୍ରାମଣ ଆଶଙ୍କା କରି ଏହି ନିଷ୍ପତି ନିଆଯାଇଛି। ଏପରିକି ପାରାଦ୍ବୀପ, କଟକ ପରି ବିଭିନ୍ନ ସ୍ଥାନରେ ହେଉଥିବା ବାଲିଯାତ୍ରା ମଧ୍ୟ ବନ୍ଦ କରି ଦିଆଯାଇଛି। ସେହିପରି ବୋଇତ ବନ୍ଦାଣ ଉତ୍ସବ, ବଡଓଷା ପରି ବିଭିନ୍ନ ସାମୁହିକ ଯାନିଯାତ୍ରା ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି। ଏସବୁ କାର୍ଯ୍ୟକ୍ରମରେ କେହି ଏକାଠି ହୋଇପାରିବେ ନାହିଁ। ଆସନ୍ତା 30 ତାରିଖରେ ପଡୁଥିବା କାର୍ତ୍ତିକ ପୂର୍ଣ୍ଣିମାରେ ଏହି ଡଙ୍ଗା ଭସା ଉତ୍ସବ ଏବଂ ବୋଇତ ବନ୍ଦାଣ ଆୟୋଜିତ ହୋଇ ଥାଆନ୍ତା।
ଭୁବନେଶ୍ବର, ବର୍ତ୍ତମାନ ଏକ ଅଡୁଆ ପରିସ୍ଥିତିରେ ପଡିଛନ୍ତି ମନ୍ତ୍ରୀ ଅରୁଣ ସାହୁ। ନୟାଗଡରେ ଜଣେ 5 ବର୍ଷର ଝିଅର ମୃତ୍ୟୁରେ ମନ୍ତ୍ରୀ ପରୋକ୍ଷରେ ସଂପୃକ୍ତ ଅଛନ୍ତି ବୋଲି ଆସିଛି ଅଭିଯୋଗ। ବିଧାନସଭା ଆଗରେ ମୃତ ଝିଅର ବାପାମା ଆତ୍ମହୁତି ଦେବାବେଳେ ଏହି ଘଟଣା ପଦାକୁ ଆସିଛି। ବିଧାନସଭା ଆଗରେ ଏପରି ଘଟଣା ଘଟିବା ପରେ ବିରୋଧୀ ଦଳ ଏହାକୁ ନେଇ ଗୃହରେ ହାଙ୍ଗାମା କରିଥିଲେ। ଫଳରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଏହା ଉପରେ ଉତ୍ତର ରଖିବା ପାଇଁ ବାଚସ୍ପତି ରୁଲିଂ ଜାରି କରିଛନ୍ତି। ସେହି ଅନୁସାରେ ବୁଧୁବାର ଦିନ ଗୃହରେ ବିବୃତି ରଖିବେ ଦିବ୍ୟଶଙ୍କର। ଗତ ଜୁଲାଇ ୧୪ ତାରିଖରେ ନୟାଗଡ ସଦର ଥାନା ଯଦୁପୁର ଗାଁରେ ଘଟିଛି ଏହି ଘଟଣା। ଅଶୋକ ସାହୁ ଏବଂ ସୌଦାମିନୀ ସାହୁଙ୍କ ୫ ବର୍ଷର ଝିଅ ପରୀ ଗାଁ ଦାଣ୍ଡରେ ଖେଳୁଥିବା ବେଳେ କେହି ତାକୁ ଅପହରଣ କରି ନେଇଥିଲା । ଏ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଓଡ଼ିଶା ରାଜ୍ୟ ବାର୍ କାଉନ୍ସିଲର ପକ୍ଷରୁ ନିର୍ଦ୍ଦେଶ ତଥା ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଜି ଗଂଜାମ ଜିଲ୍ଲା ଓକିଲ ସଂଘ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଜ୍ଞପ୍ତି ଅନୁଯାୟୀ ୨୪ ଏବଂ ୨୫ ତାରିଖ ଦୁଇଦିନ ନାମାଙ୍କନ ପତ୍ର ଦାଖଲ ହେବ। ୨୬ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ, ୨୭ ତାରିଖରେ ପ୍ରାର୍ଥୀଙ୍କ ନାମ ପ୍ରକାଶ କରାଯିବ। ୨୮ ତାରିଖ ୩ଟା ସୁଦ୍ଧା ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ। ୨୮ ତାରିଖ ସନ୍ଧ୍ୟା ସୁଦ୍ଧା ସମସ୍ତ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ। ଡ଼ିସେମ୍ବର ୧୨ ତାରିଖରେ ସକାଳ ୮ ଘଣ୍ଟାରୁ ଅପରାହ୍ନ ୪ ଘଣ୍ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ହୋଇ ସନ୍ଧ୍ୟାରେ ଭୋଟଗଣନା କରାଯାଇ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ। ଏହିକ୍ରମରେ ଆଜି ପ୍ରଥମ ଦିନରେ ସଭାପତି ପଦବୀ ପାଇଁ କପିଳେଶ୍ୱର ପଟ୍ଟନାୟକ ଏବଂ ବଂଶୀଧର ପାଳ ନାମାଙ୍କନ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଜନୈକ ବ୍ୟକ୍ତିଙ୍କ ବାପାଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ରକୁ ଥଇଥାନ କରିବା ନେଇ ଶିକ୍ଷାବିଭାଗର ଜଣେ କିରାଣୀ ଲାଞ୍ଚ ନେଇ ଭିିଜିଲାନସ ହାତରେ ଧରାପଡ଼ିଛନ୍ତି। ଅଭିଯୁକ୍ତ ଜଣକ ହେଲେ କନ୍ଧମାଳ ବାଲିଗୁଡ଼ା ଥାନା ବାଲିଗୁଡ଼ା ନୂଆ ସାହି ତଥା ଦାରିଙ୍ଗିବାଡ଼ି ବ୍ଲକ୍ ଶିକ୍ଷାଧିକାରୀ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଚିତ୍ତରଂଜନ ସିଂହ। ଘଟଣାରୁ ପ୍ରକାଶ ଯେ ଦାରିଙ୍ଗିବାଡ଼ି ଗୌଡ଼ ସାହିର ନିବାସୀ ଶିବ ଶଙ୍କର ପଟ୍ଟନାୟକ ତାଙ୍କ ବାପା ଶିକ୍ଷକ ସ୍ୱର୍ଗତ ପ୍ରଫୁଲ ଚନ୍ଦ୍ର ପଟ୍ଟନାୟକଙ୍କ ୨୦୧୫ରେ ମୃତ୍ୟୁପରେ ଥଇଥାନ ବାବଦରେ ସେ ବିଇଓ କାର୍ଯ୍ୟାଳୟରେ ଯୋଗାଯୋଗ କରିଥିଲେ। ବିଇଓ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଚିତ୍ତରଂଜନ ସିଂ ଥଇଥାନ କାଗଜ ପୋସେସିଂ କରିବା ପାଇଁ ଶିବଶଙ୍କରୁ ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଶିବଶଙ୍କର ବ୍ରହ୍ମପୁର ଭିଜିଲାନସ ବିଭାଗ ସହ ଯୋଗାଯୋଗ କରିବା ପରେ ଲାଞ୍ଚୁଆ କିରାଣୀଙ୍କୁ ଧରିବା ପାଇଁ ଭିଜିଲାନସ ବିଭାଗ ପକ୍ଷରୁ ଜାଲ ବିଛାଯାଇଥିଲା।…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: କୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ବେଆଇନ ମଦ ବିକ୍ରୀ ତଥା ପ୍ରସ୍ତୁତ ହେଉଥିବାବେଳେ ତହସିଲ୍ଦାର ଡ. ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଏହାକୁ ରୋକିବା ପାଇଁ ଠୋସ୍ ପଦକ୍ଷେପ ନେବାରେ ଲାଗିଛନ୍ତି। ଏହି ଯୋଗାଣ ଚେନ୍କୁ ଭାଙ୍ଗିବା ପାଇଁ ବିଭିନ୍ନ ମଦ ତିଆରି କାରଖାନା ଲୁଚା ଛପା ବେଆଇନ ମଦ ନେଉଥିବା ଅଂଚଳରେ ଚଢ଼ାଉ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ୮୦ ହଜାର ଲିଟର ପୋଚକୁ ନଷ୍ଟ କରାଯାଇ ମଦ ବେପାରୀଙ୍କ ମେରୁଦଣ୍ଡ ଭାଙ୍ଗିବା ସହ ଯୋଗାଣ ଚେନ୍ଙ୍କୁ ଭଙ୍ଗାଯାଇଛି। ଆଜି ସକାଳ ଏହି ବ୍ଲକ୍ର ବାଉଁସିଆପଲ୍ଲୀ ଅଂଚଳରେ ବେଆଇନ ମଦ ପ୍ରସ୍ତୁତ ହେଉଥିବା ନେଇ କୁକୁଡ଼ାଖଣ୍ଡି ତହସିଲ୍ଦାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅବକାରୀ ଅଧିକାରୀ, ଦିଗପହଣ୍ଡି ଥାନା କର୍ମଚାରୀ ଏବଂ ଏପିଆର୍ ଫୋସ୍ ମିଳିତ ଭାବେ ଏକ ବେଆଇନ ମଦ ତିଆରି କାରଖାନା ଉପରେ ଚଢ଼ାଉ କରିଥିଲେ। ଚଢ଼ାଉରେ ୬ହଜାର ଲିଟର ପୋଚକୁ ନଷ୍ଟ କରାଯିବା…
ଭୁବନେଶ୍ବର, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫ୍ରେନସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀମାନଙ୍କ ସହିତ କରୋନା ସମୀକ୍ଷା ବୈଠକ କରିଥିଲେ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ ଭିଡିଓ କନଫ୍ରେସିଂରେ ଯୋଗଦେଇଥିଲେ। ମୁଖ୍ୟତଃ କୋଭିଡ19 ଟୀକା ଆସିଲେ ଏହାର ବିତରଣ କିପରି ହେବ ସେ ନେଇ ଆଲୋଚନା ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାରେ ଟୀକା ବଣ୍ଟନ ପାଇଁ ସମସ୍ତ ପ୍ରସ୍ତତି କରାଯାଇଛି ବୋଲି କହିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ସ୍ବାସ୍ଥ୍ୟ କର୍ମି, ବୟସ୍କ ବ୍ୟକ୍ତିମାନଙ୍କୁ ପ୍ରଦାନ କରାଯିବ ବୋଲି କହିଥିଲେ। ଏହି ବୈଠକରେ ଓଡିଶା ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇଥିଲେ।

