Author: Samikhsya Bureau

ଜୟପୁର: ରାଜସ୍ଥାନର ରାଜସମନ୍ଦରୁ ବିଜେପି ବିଧାୟିକା କିରଣ ମାହେଶ୍ବରୀଙ୍କ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ପରଲୋକ ହୋଇଯାଇଛି। କିଛି ଦିନ ତଳେ ତାଙ୍କ ରିପୋର୍ଟ କରୋନା ରିପୋର୍ଟ ପଜିଟିଭ ଆସିଥିଲା,ଯାହା ପରେ ତାଙ୍କୁ ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏଠାରେ ତାଙ୍କ ଚିକିତ୍ସା ଚାଲିଥିଲା। ତାଙ୍କ ବିୟୋଗରେ ଶୋକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରି ଟୁଇଟ୍‌ କରିଛନ୍ତି । ସେହିପରି ବିଜେପି ବିଧାୟିକା କିରଣ ମାହେଶ୍ବରୀଙ୍କ ପରଲୋକରେ ଲୋକସଭା ଅଧ୍ୟକ୍ଷ ଓମ୍ ବିରଲା ଶୋକ ପ୍ରକାଶ କରିଛନ୍ତି।

Read More

ନୂଆଦିଲ୍ଳୀ : ବିବାହ ସମସ୍ତଙ୍କ ପାଇଁ ଖାସ୍‌ ହୋଇଥାଏ । ଏହି ଦିନ ସମେସ୍ତ ଦୁନିଆର ସବୁଠୁ ସୁନ୍ଦର ଦେଖାଯିବା ପାଇଁ ଚାହିଁଥାନ୍ତି । ବିବାହ ପୋଷାକ ହେଉ ଅବା ମେକଅପ୍‌ ସବୁଥିରେ କିଛି ନୂତନ ବା ଭିନ୍ନତା ଦେଖାଇବାକୁ ସମସ୍ତେ ଚେଷ୍ଟା କରିଥା’ନ୍ତି । ସେହିପରି ବିବାହ ପୋଷାକକୁ ନେଇ ସମେସ୍ତ ବେଶ୍‌ ଉତ୍ସାହିତ ରହିଥା’ନ୍ତି । ସୋସିଆଲ ମିଡିଆରେ ଏବେ ଏମିତି ଜଣେ ବଧୂଙ୍କ ବିବାହ ପୋଷାକ ଭାଇରାଲ୍‌ ହେଉଛି, ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଦିଲ୍ଳୀର ଏକ ବ୍ୟବସାୟୀ ସହିତ ବିବାହ କରିଥିବା ଏହି ବଧୂ ଜଣକ ହେଉଛନ୍ତି ମୂଳ ଭାରତୀୟ । ଭାରତୀୟ ଆମେରିକୀୟ ବ୍ୟବସାୟୀ ମହିଳା ତଥା 29 ବର୍ଷୀୟା ସଞ୍ଜନା ଋଷି ଭାରତ ଆସିବା ପୂର୍ବରୁ ଆମେରିକାର କର୍ପୋରେଟ୍‌ ଲୟର୍‌ ରୂପେ କାର୍ଯ୍ୟ କରୁଥିଲେ। ନିକଟରେ ସେ ଦିଲ୍ଲୀର ଜଣେ ବ୍ୟବସାୟ ଧ୍ରୁବ ମହାଜନଙ୍କୁ ବିବାହ କରିଛନ୍ତି ।…

Read More

ନୂଆଦିଲ୍ଲୀ : ବର୍ଷ ତମାମ ଚିନାବାଦାମ ମିଳେ । କିନ୍ତୁ ଶୀତ ଦିନେ ଲୋକେ ଅଧିକ ମାତ୍ରାରେ ଚିନାବାଦାମ ଖାଇଥାନ୍ତି । ଏହାର କାରଣ ହେଉଛି ଚିନାବାଦାମରେ ମାଙ୍ଗାନିଜ ଓ କ୍ୟାଲସିୟମ ଭରପୁର ମାତ୍ରାରେ ରହିଛି । ଏହି ତତ୍ତ୍ୱ ଯୋଗୁଁ ଚିନାବାଦାମ ଖାଇବା ଦ୍ୱାରା ଶରୀରକୁ ଦୁଇ ପ୍ରକାର ଲାଭ ମିଳେ । ମାଙ୍ଗାନିଜ ହାଡ଼ ଭିତରେ କ୍ୟାଲସିୟମ ଅବଶୋଷଣ ପ୍ରକି୍ରୟାକୁ ଦ୍ରୁତ କରିବାରେ ସହାୟତା କରେ । ଫଳରେ ହାତ ମଜବୁତ ହୁଏ । ମାଙ୍ଗାନିଜ ରକ୍ତରେ ଶର୍କରା ମାତ୍ରା ନିୟନ୍ତ୍ରଣ କରିଥାଏ। ଏହା ଦ୍ୱାରା ସୁଗାର ସ୍ତର ନିୟନ୍ତ୍ରଣରେ ରହିଥାଏ । ଶୀତ ଦିନେ ଚିନାବାଦାମ ଖାଇବା ଦ୍ୱାରା ଶରୀର ଉପରେ ଥଣ୍ଡା ପଡେ଼ ନାହିଁ । ଏହା ଦ୍ୱାରା ଆପଣ ଥଣ୍ଡା, ଜ୍ୱର ଓ ଫ୍ଲୁ ପ୍ରସାର କରୁଥିବା ଭାଇରସଠାରୁ ରକ୍ଷା ପାଇପାରିବେ । କାରଣ ଚିନାବାଦାମ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ…

Read More

ନୂଆଦିଲ୍ଲୀ : ନୟାଗଡ଼ ପରୀ ହତ୍ୟା ମାମଲା ଦିଲ୍ଲୀରେ ପହଞ୍ଚିଛି। ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିସନ (ଏନସିପିସିଆର୍‌)ଙ୍କୁ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଭେଟିଛନ୍ତି। ପରୀକୁ ନ୍ୟାୟ ଦେବା ଲାଗି ସମ୍ବିତ ପାତ୍ର ଏକ ସ୍ମାରକ ପତ୍ର ଦେଇ ଦାବି ଜଣାଇଛନ୍ତି। ଏନସିପିସିଆର୍‌ ଘଟଣା ସ୍ଥଳକୁ ଯାଇ ତଦନ୍ତ କରୁ ଓ ହତ୍ୟାରେ ଅଙ୍ଗ ତସ୍କରୀ ହୋଇଛି କି ନାହିଁ ତଦନ୍ତ କରୁ ବୋଲି ଦାବି କରିଛନ୍ତି ସମ୍ବିତ। ପରୀକୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଏହି ଲଢେଇ ଜାରି ରହିବ ବୋଲି କହିଛନ୍ତି ସମ୍ବିତ ପାତ୍ର। ଅପରପକ୍ଷରେ ରାଜ୍ୟରେ ମଧ୍ୟ ପରୀକୁ ନ୍ୟାୟ ଦେବା ଲାଗି ଦାବି ଜୋର ଧରିଛି।

Read More

ନୂଆଦିଲ୍ଲୀ :   ଚଳିତ ବର୍ଷ ଶେଷଭାଗ ଆଡକୁ ମହାକାଶରେ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ ।  ଦୀର୍ଘ ବର୍ଷ ପରେ ମହାକାଶରେ ଏକ ବିରଳ ଘଟଣା ଦେଖିବାକୁ ମିଳିଛି। ପାଖାପାଖି ଚାରିଶହ ବର୍ଷ ପରେ ମହାକାଶରେ ଶନି ଓ ବୃହସ୍ପତିଙ୍କ ମହାମିଳନର ଦୃଶ୍ୟ ଦେଖିବାର ସୁଯୋଗ ମିଳିବ । ଡିସେମ୍ବର 21 ତାରିଖରେ ଏକ ବିରଳ ଚିତ୍ର ଦୃଶ୍ୟମାନ ହେବ । ଉଭୟ ଗ୍ରହ ମଧ୍ୟରେ ଦୂରତା ମାତ୍ର 0.1ଡିଗ୍ରୀ ରହିବ।  ଉକ୍ତ ଦିନ ସୂର୍ଯେ୍ୟାଦୟ ହେବାର 1 ଘଣ୍ଟା ପରେ ଉତ୍ତର ପଶ୍ଚିମ ଦିଗବଳୟରେ ଟିକେ ଉପରେ ଏହା ଏକତ୍ର ଯୋଡ଼ି ହେବା ଭଳି ଦେଖାଯିବ । ଏହି ଦୃଶ୍ୟକୁ ଖାଲି ଆଖିରେ ଦେଖି ହେବ । ତେବେ ଛୋଟ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଦେଖିଲେ ବୃହସ୍ପତି ଓ ଶନିର ମହାମିଳନ ସହ ଉଭୟ ଗ୍ରହର ଉପଗ୍ରହ ଇଓ, ୟୁରୋପା, ଗାଲିମେଡ଼, କାଲିଷ୍ଟୋ ଓ ଟାଇଟନ ମଧ୍ୟ ଦୃଶ୍ୟମାନ ହେବ…

Read More

ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ  ମଧ୍ୟ ହ୍ରାସ ଦେଖାଦେଇଛି ।  ରାଜ୍ଯରେ  ଆଉ ପାଞ୍ଚ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 1739କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ 3 ଜଣ କରୋନା ରୋଗୀ ଆଖି ବୁଜିଥିବାବେଳେ  ନୂଆପଡାରୁ 2 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।  ଆଜି ଖୋର୍ଦ୍ଧା ଜିଲ୍ଲାରୁ 35 ବର୍ଷୀୟ ପୁରୁଷ, 60 ବର୍ଷୀୟ ପୁରୁଷ ଓ 55 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ନୂଆପଡାରୁ 60 ବର୍ଷୀୟ ବ୍ୟକ୍ତି ଓ 50 ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି ।

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୪୧୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୨୪୧ ଜଣ ଚିହ୍ନଟ ହୋଇଥିବାବେଳେ ୧୭୭ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୮ହଜାର ୭୨୫ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୧୧ ହଜାର ୨୫୬ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫ ହଜାର ୬୭୭ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୭୩୪ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୮ ଟି ଜିଲ୍ଲାରୁ ମୋଟ୍‌ ୪୧୮ଜଣ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡରୁ ସର୍ବାଧିକ ୪୧ ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରୁ ୩୪,…

Read More

ଭୁବନେଶ୍ଵର: ରାଜ୍ୟରେ ଧୀରେ ଧୀରେ ଶୀତ ବଢିବାରେ ଲାଗିଛି। ୧୧ଟି ସହରରେ ତାପମାତ୍ରା ୧୫ଡିଗ୍ରୀ ତଳେ ରହିଛି। ସୋନପୁରର ତାପମାତ୍ରା ସର୍ବନିମ୍ନ ୯ ଡିଗ୍ରୀ ଥିବାବେଳେ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ୯.୫ ଡିଗ୍ରୀ, ଅନୁଗୁଳ ୧୦.୬, ଫୁଲବାଣୀ ୧୧.୩, କେନ୍ଦୁଝର ୧୨.୦, ବାରିପଦା ୧୨.୪ ଡିଗ୍ରୀ ସେଲସିୟସ୍ ରହିଛି। ଭବାନୀପାଟଣା ୧୨.୮, କୋରାପୁଟ ୧୩.୦, ଝାରସୁଗୁଡା ୧୩.୨, ବଲାଙ୍ଗିରରେ ୧୪ ଓ କଟକରେ ୧୪.୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ତେବେ ଭୁବନେଶ୍ୱରର ଟପାମାତ୍ର ୧୬ ଡିଗ୍ରୀ ସେଲସିୟସ୍ ରହିଛି।

Read More

ନୂଆଦିଲ୍ଲୀ: ଦେଶରେ ଗତ ୨୪  ଘଣ୍ଟାରେ ୩୮ ହଜାର ୭୭୨ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪୪୩ ଜଣଙ୍କର ମୃତ୍ୟୁ ଘଟିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୪ଲକ୍ଷ ୩୧ହଜାର ୬୯୨କୁ ବୃଦ୍ଧି ପାଇ ଥିବାବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩୭ ହଜାର ୧୩୯ ରେ ପହଞ୍ଚିଛି। ସେହିପରି ଏବେ ସୁଦ୍ଧା ଦେଶରେ ୪ଲକ୍ଷ ୪୬ହଜାର ୯୫୨ଜଣ ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ ସୁସ୍ଥ ହୋଇଛନ୍ତି ୮୮ଲକ୍ଷ ୪୭ ହଜାର ୬୦୦ ଜଣ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

Read More

ଭୁବନେଶ୍ବର, ଆଜି ହେଉଛି କାର୍ତ୍ତିକ ପୂର୍ଣ୍ଣିମା। ଚଳିତ ବର୍ଷର କାର୍ତ୍ତିକ ପୂର୍ଣ୍ଣିମା ବେଶ ଗୁରୁତ୍ବ ବହନ କରେ। କାରଣ ଚଳିତ ପୂର୍ଣ୍ଣିମାରେ ସର୍ବସିଦ୍ଧି ଯୋଗ ଏବଂ ବର୍ଦ୍ଧମାନ ଯୋଗ ରହିଛି। ଏହି ଯୋଗ ଯୋଗୁଁ କାର୍ତ୍ତିକ ପୂର୍ଣ୍ଣିମାଙ୍କର ମହତ୍ତ୍ୱ ଅନେକ ଗୁଣରେ ବୃଦ୍ଧି ପାଇଛି। ସେଥିପାଇଁ ଏହି ଦିନ ସ୍ନାନ ସହିତ ଦାନ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ କାର୍ତ୍ତିକ ପୂର୍ଣ୍ଣିମା ଦିନ ତୁଳସୀ ଗଛ ନିକଟରେ ଦୀପ ଜାଳିବା ଉଚିତ। ଆସନ୍ତୁ ଜାଣିବା କାର୍ତ୍ତକ ପୂର୍ଣ୍ଣିମାର ଲୁକ୍କାୟିତ କାରଣ ଏବଂ ଧାର୍ମିକ ମହତ୍ତ୍ବ 1-କାର୍ତ୍ତିକ ପୂର୍ଣ୍ଣିମା ଦିନ ତୁଲସୀ ପୂଜନର ଧାର୍ମିକ ମହତ୍ତ୍ୱ ରହିଛି। ହିନ୍ଦୁ ଧର୍ମ ଅନୁଯାୟୀ କାର୍ତ୍ତିକ ମାସ ବିଷ୍ଣୁଙ୍କ ପାଇଁ ଅତ୍ୟନ୍ତ ପ୍ରିୟ ଅଟେ। 2-କାର୍ତ୍ତିକ ମାସର ଏକାଦଶୀ ଦିନ ତୁଳସୀ, ଭଗବାନ ବିଷ୍ଣୁଙ୍କ ଶାଳଗ୍ରାମ ରୂପରେ ବିବାହ କରିଥିଲେ। 3-କାର୍ତ୍ତିକ ପୂର୍ଣ୍ଣିମା ଦିନ ତୁଳସୀ ପୂଜା ମଧ୍ୟ କରାଯାଇଥାଏ…

Read More

ମେଷ : ଏହି ରାଶିର ଲୋକମାନେ ସେମାନଙ୍କର ପ୍ରେମ ଜୀବନରେ ଆନନ୍ଦ ଏବଂ ସୁଖ ପାଇବେ। ବ୍ୟବସାୟୀମାନେ ଉପକୃତ ହୋଇପାରିବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ହେବ। ଆପଣ ଖୁସିରେ ପରିବାର ସଦସ୍ୟଙ୍କ ସହିତ ସମୟ ଅତିବାହିତ କରିବେ। ଯଦି କୋର୍ଟର କୈଣସି ଏକ ପୁରୁଣା ମାମଲା ଅଛି ତେବେ ଆପଣ ଏଥିରେ ବିଜୟ ହାସଲ କରିପାରିବେ। ସାମାଜିକ କ୍ଷେତ୍ରରେ ସମ୍ମାନ ହାସଲ କରାଯିବ । ବୃଷ : ଏହି ରାଶିର ଲୋକମାନେ କିଛି ବିଷୟରେ ଗଭୀର ଭାବରେ ଚିନ୍ତିତ ହେବେ । ମାନସିକ ଚାପକୁ ନେଇ ବିବ୍ରତ ହୁଅନ୍ତୁ ନାହିଁ । ଆର୍ଥିକ ଲାଭର ସମ୍ଭାବନା ଅଛି । ଆପଣ ଏକ ମୂଲ୍ୟବାନ ଜିନିଷ କିଣିପାରିବେ। କଠିନ ପରିଶ୍ରମର ଉପଯୁକ୍ତ ଫଳାଫଳ ହାସଲ ହେବ । ଆପଣ ଗୃହ ଶତ୍ରୁମାନଙ୍କୁ ସାବଧାନ ହେବା ଉଚିତ କାରଣ ସେମାନେ ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିପାରନ୍ତି । ଜମି…

Read More

ଭୁବନେଶ୍ବର, 1973 ମସିହାର ଭାରତୀୟ ସୂଚନା ସେବା ଅଧିକାରୀ ଉମାକାନ୍ତ ମିଶ୍ର ଦୈନିକ ‘ସକାଳ’ ଖବରକାଗଜର ସଂପାଦକ ଭାବେ ଯୋଗଦେଇଛନ୍ତି। ସେ ଭାରତୀୟ ସୂଚନା ସେବାରୁ ଅବସର ନେବା ପରେ ଇଣ୍ଡିଆ ନ୍ୟୁଜ ଗ୍ରୁପର ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ। 26 ବର୍ଷ ସରକାରୀ ଚାକିରୀ କାଳରେ ଉମାକାନ୍ତ ପିଆବିର ନିର୍ଦ୍ଦେଶକ, ପ୍ରମୁଖ ମହାନିର୍ଦ୍ଦେଶକ, ଡିଏଭିପିର ମହାନିର୍ଦ୍ଦେଶକ, ରେଳବାଇର ମିଡିଆ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି। ବର୍ତ୍ତମାନ ଭୁବନେଶ୍ବରରୁ ପ୍ରକାଶ ପାଉଥିବା ସକାଳ ଦୈନିକ ଖବରକାଗଜର ସଂପାଦକ ଭାବେ ଯୋଗଦେଇଛନ୍ତି। ଆସନ୍ତା ଡିସେମ୍ବର 1 ତାରିଖରେ ‘ସକାଳ’ ଖବର କାଗଜ  ନବକଳେବର ହୋଇ ପ୍ରକାଶିତ ହେବାକୁ ଯାଉଛି।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ପୁରୁଣା ବ୍ରହ୍ମପୁର ମଣ୍ଡଳ ତରଫରୁ ମଣ୍ଡଳ ସଭାପତି ବିନାୟକ ରଥଙ୍କ ପୌରୋହିତ୍ୟରେ ଗଂଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ଓ ବରିଷ୍ଠ ନେତା କାହ୍ନୁଚରଣ ପତିଙ୍କ ଉପସ୍ଥିତିରେ ମଣ୍ଡଳସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜେପିର ଇତିହାସ ସଂପର୍କରେ ବାଳକୃଷ୍ଣ ସାମନ୍ତରାୟ, ଆମର ଦାୟିତ୍ୱ ସମ୍ବନ୍ଧରେ ରାଜେଶ ସାହୁ, ଭାରତର ବୈଚାରିକ ମୁଖ୍ୟଧାରା ସମ୍ବନ୍ଧରେ ମହନ୍ତ ଚିନ୍ମୟାନନ୍ଦ, ବ୍ୟକ୍ତିତ୍ୱ ବିକାଶ ସମ୍ବନ୍ଧରେ ଗଙ୍ଗାଧର ଶତପଥୀ, ଅନ୍ତ୍ୟୋଦୟ ସମ୍ବନ୍ଧରେ ମଦନ ମୋହନ ପାତ୍ର, ସାମାଜିକ ଗଣମାଧ୍ୟମର ପ୍ରଭାବୀ ଉପଯୋଗ ସଂପର୍କରେ ସିଦ୍ଧାନ୍ତ ଗଙ୍ଗଦେବ, ଆତ୍ମନିର୍ଭରଶୀଳତା ଉପରେ ନିରଞ୍ଜନ ପାଣିଗ୍ରାହୀ ପ୍ରଶିକ୍ଷାର୍ଥୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ। କାର୍ଯ୍ୟକ୍ରମକୁ ପ୍ରଭାତ କିରଣ ଷଡ଼ଙ୍ଗୀ ସଂଯୋଜନା କରିଥିବାବେଳେ ଶିବ ଶଙ୍କର ଶତପଥୀ ମଂଚ ପରିଚାଳନା କରିଥିଲେ।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସ୍ୱାସ୍ଥ୍ୟସେବା ଭଳି ଜରୁରୀ ଏବଂ ଗୁରୁତ୍ୱପୂର୍ଣ୍ଣ ବିଭାଗରୁ ଆଉଟସୋର୍ସିଂ ବ୍ୟବସ୍ଥା ସମ୍ପୂର୍ଣ୍ଣ ଉଚ୍ଛେଦ ନେଇ ଦାବି ଉଠାଇଛି ଓଡ଼ିଶା ମେଡିକାଲ କର୍ମଚାରୀ ସଂଘ। ସ୍ଥାନୀୟ ଏମକେସିଜି ମେଡିକାଲ କଲେଜ ହସ୍ପିଟାଲ ପରିସରରେ ଥିବା ବିଶ୍ୱନାଥ ପଣ୍ଡିତ ଭବନ ପରିସରରେ ଗଞ୍ଜାମ ଜିଲ୍ଲା ମେଡିକାଲ କର୍ମଚାରୀ ସଂଘର ସମ୍ମିଳନୀରେ ଓଡ଼ିଶା ମେଡିକାଲ କର୍ମଚାରୀ ସଂଘର ରାଜ୍ୟ ସଭାପତି କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ଉତ୍କଟ ହୋଇଥିବା ବେଳେ ରାଜ୍ୟ ସରକାର ଏ ଦିଗରେ ଦୃଷ୍ଟି ଦେଉନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ। କେନ୍ଦ୍ର ଓ ରାଜ୍ୟ ସରକାର ଶ୍ରମିକ ଓ ଚାଷୀ ବିରୋଧୀ ବିଲ ଆଗତ କରିଥିବାରୁ ଉଦବେଗ ପ୍ରକାଶ କରିବା ସହ ଏହା ବିରୋଧରେ ସମସ୍ତ ଶ୍ରମିକ, କର୍ମଚାରୀ ଓ ଚାଷୀମାନେ ସଂଗଠିତ ଆନ୍ଦୋଳନ କରିବାକୁ ରାଜ୍ୟ ସଭାପତି ଶ୍ରୀ ପାତ୍ର ଆହ୍ୱାନ ଦେଇଥିଲେ। ସମ୍ମିଳନୀରେ ମୁଖ୍ୟତଃ ଡ଼ାକ୍ତରଙ୍କ ଭଳି ମେଡିକାଲ…

Read More

କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ଅଂଚଳର ଜନୈକ ଡ୍ରାଇଭର ବସ୍ ଛାତ ଉପରୁ ପଡି ମୃତ୍ୟୁ ବରଣ କରିଥିବା ଖବର ମିଳିଛି। ପ୍ରକାଶ ଯେ, ରେଢାଖୋଲ ଥାନା ଲୁହାପଙ୍କ ପଂଚାୟତ ମଉଳାଭଣଜା ଗ୍ରାମର ନବିନ କୁମାର ପ୍ରଧାନ ଶିବମ୍ ବସ୍‌ରେ ଡ୍ରାଇଭର ଭାବରେ କାମ କରୁଥିଲେ। ହେଲପର ନ ଥିବାରୁ ସେ କିଛି ଲଗେଜ୍ ବସ୍ ଉପରେ ବାନ୍ଧୁଥିବା ସମୟରେ ଅଜାଣତରେ ନିଜର ଗୋଡ ଖସି ଯିବାରୁ ତଳେ ପଡି ଗୁରୁତର ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ସମ୍ବଲପୁର ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଆଜି ତାଙ୍କର ମର ଶରୀର ନିଜ ଗାଁ ମଉଳାଭଣଜାକୁ ଆଣି ଶବସତ୍କାର କରିଥିଲେ ପରିବାର ଲୋକେ। ତାଙ୍କର ପତ୍ନୀ ଏବଂ ଛୋଟ ଛୋଟ ଜଣେ ପୁଅ ଓ ଜଣେ ଝିଅ ଅଛନ୍ତି। ତାଙ୍କର ମୃତ୍ୟୁରେ ରେଢାଖୋଲ ସ୍ଥିତ ପଂଚଖଣ୍ଡା ଘରୋଇ ବସ୍ ମାଲିକ ସଂଘର ସମସ୍ତ ସଦସ୍ୟମାନେ ଶୋକ ପ୍ରକାଶ…

Read More

ଭୁବନେଶ୍ଵର: ଆଜି ରାଜ୍ୟରୁ ୭୦୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ଖୋର୍ଦ୍ଧା ଏବଂ କଟକରୁ ସର୍ବାଧିକ ୧୦୪ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ କେନ୍ଦୁଝରରୁ ୫୮, ମୟୂରଭଞ୍ଜରୁ ୪୮, ଅନୁଗୁଳରୁ ୪୬, ଜଗତସିଂହପୁରରୁ ୪୨, କଳାହାଣ୍ଡିରୁ ୩୭, ନୂଆପଡାରୁ ୩୭, ସମ୍ବଲପୁରରୁ ୩୫, ସୁନ୍ଦରଗଡରୁ ୩୫, ବାଲେଶ୍ଵରରୁ ୩୩, କେନ୍ଦ୍ରାପଡାରୁ ୨୯, ବଲାଙ୍ଗିରିରୁ ୨୧, ଯାଜପୁରରୁ ୨୧, ଭଦ୍ରକରୁ ୧୯, ଝାରସୁଗୁଡାରୁ ୧୪, ଢେଙ୍କାନାଳରୁ ୧୩, ବରଗଡରୁ ୧୨, ଗଞ୍ଜାମରୁ ୧୧, କୋରାପୁଟରୁ ୧୦, ପୁରୀରୁ ୯, ଦେବଗଡରୁ ୮, କନ୍ଧମାଳରୁ ୬, ନବରଙ୍ଗପୁରରୁ ୫, ମାଲକାନଗିରିରୁ ୩, ନୟାଗଡରୁ ୩, ସୋନପୁରରୁ ୩, ବୌଦ୍ଧରୁ ୨, ରାୟଗଡାରୁ ୨ ଓ ଷ୍ଟେଟ୍ ପୁଲରୁ ୧୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ଠାରେ ପାରାଦ୍ବୀପ ବନ୍ଦର ନ୍ୟାସ ଦ୍ବାରା ମତ୍ସଜୀବୀ ଦକ୍ଷତା ବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ନେଟଫିସ୍‌ ଓ ଏମ୍‌ପିଇଡିଏର ରାଜ୍ୟ ସଂଯୋଜକ ଶୁଭ୍ରକାନ୍ତ ମହାପାତ୍ର ଏବଂ କ୍ଷେତ୍ର  ସଂଯୋଜକ ଜିତେନ୍ଦ୍ରିୟ ନାୟକଙ୍କ ଦ୍ବାରା କୋଭିଡ୍‌ କଟକଣା ଉପରେ ଗୁରୁତ୍ବ ପ୍ରଦାନ କରି ସାମାଜିକ ଦୂରତ୍ବା ରକ୍ଷା କରି ଗତ ନଭେମ୍ବର ୨୦ ତାରିଖ ଦିନ ଅଶୋକ ନଗର ପ୍ରାଥମିକ ମତ୍ସ୍ୟ ସମବାୟ ସମିତି ଲିଃ, ବାଲୁଗାଁ, ୨୪ ତାରିଖ ଦିନ ଘଡେଇ ସାହି (ହାଟବରଡିହ) ପ୍ରାଥମିକ ମତ୍ସ୍ୟ ସମବାୟ ସମିତି ଲିଃ ଏବଂ ୨୫ ତାରିଖ ଦିନ ଗଙ୍ଗାମାତା ପ୍ରାଥମିକ ମହିଳା ମତ୍ସ୍ୟ ସମବାୟ ସମିତି ଲିଃ ଜୟନ୍ତିପୁରଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଚିଲିକାର ମତ୍ସ୍ୟ ସମ୍ବଳର ବୃଦ୍ଧି ତତ୍‌ ସହିତ ଡଙ୍ଗା, ଜାଲ ଏବଂ ବରଫ ବାକ୍ସ ସଫା ସୁତୁରା ଉପରେ ବିଶେଷ ଗୁରୁତ୍ବ ଆରୋପ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ…

Read More

ଭୁବନେଶ୍ୱର : ନିର୍ଦ୍ଧାରିତ ସମୟର ମାସେ ପୁର୍ବରୁ ବନ୍ଦ ହେଲା ବିଧାନସଭା ଅଧିବେଶନ । ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କଲେ ବାଚସ୍ପତି । କୋଭିଡ୍‌ କଟକଣା ଭିତରେ ମାତ୍ର 10 ଦିନରେ ଅଧିବେଶନ ସରିଛି । ସରକାରୀ ଦଳର ମୁଖ୍ୟ ସଚେତକ ଅନିର୍ଦ୍ଦିଷ୍ଟ କାଳ ମୁଲତବୀ ପ୍ରସ୍ତାବ ଆଣିଥିଲେ । ପ୍ରସ୍ତାବକୁ ସମର୍ଥନ କରିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ । ବିଜେଡି ବିଧାୟକ ଅମର ଶତପଥୀ ମଧ୍ୟ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ । କଂଗ୍ରେସ ବିଧାୟକ ତାରା ବାହିନୀପତି ପ୍ରସ୍ତାବକୁ ବିରୋଧ କରିଥିଲେ । ଏହି ଶୀତକାଳୀନ ଅଧିବେଶନ ଡିସେମ୍ବର 30 ଯାଏଁ ହେବାକୁ ଥିଲା । ମାତ୍ର ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ବିଧାନସଭା ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି । ପରୀ ମାମଲାରେ ବିରୋଧୀଙ୍କ ପ୍ରବହ ହଟ୍ଟଗୋଳ ଜାରି ରହିଛି । ତେବେ ହଟ୍ଟଗୋଳ ମଧ୍ୟରେ 11 ହଜାର…

Read More

ଭୁବନେଶ୍ବର : ରାଜଧାନୀରୁ ଆଜି 32 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ ସେଣ୍ଟରରୁ 10ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଓ ସ୍ଥାନୀୟ ଅଞ୍ଚଳରୁ 22 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି ବିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି। https://twitter.com/bmcbbsr/status/1333003901742661633?s=20 ସେହିପରି ଆଜି 52 ଜଣ ସୁସ୍ଥ ହୋଇଛନ୍ତି । ନୂତନ 32 ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 30 ହଜାର 723ରେ ପହଞ୍ଚିଛି । ସେହିପରି ଏବେ ସୁଦ୍ଧା 30 ହଜାର 27ଜଣ ସୁସ୍ଥ ହୋଇଥିବାବେଳେ 219ଜଣଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ବର ମହାନଗରରେ ଏବେବି 456 ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।

Read More

ଭୋପାଳ : ଦେଶରେ କରୋନା ସଂକ୍ରମଣ ବଢୁଥିବାବେଳେ ମଧ୍ୟପ୍ରଦେଶ ଓ ଛତିଶଗଡରେ ଦେଖାଯାଉଥିବା ଏକ ବିଶେଷ ପ୍ରଜାତିର ଚିକେନ୍‌ କଡକନାଥର ଡିମାଣ୍ଡ ବେଶ୍‌ ବଢିଛି । ମଧ୍ୟପ୍ରଦେଶର ଆଦିବାସୀ ବାହୁଲ ଜାବୁଆ ଜିଲ୍ଲାରେ ମିଳୁଥିବା ଏକ ନିଆରା କଳାରଙ୍ଗର କୁକୁଡା ହେଉଛି କଡକନାଥ । ଏହି କୁକୁଡା ଏବେ ଖାସି ମାଂସଠାର ଅଧିକ ଦାମ୍‌ରେ ବିକ୍ରି ହେଉଛି । ଏବେ ଏହି କୁକୁଡା ପ୍ରାୟ 850ଟଙ୍କାରେ ବିକ୍ରି ହେଉଛି । ଏହି କୁକୁଡାକୁ ଦେଖିବାକୁ କଳା, ମାତ୍ର ଏହାର ମାଂସରେ ଇମ୍ୟୁନିଟ୍‌ ବୁଷ୍ଟ୍‌ ରହିଛି ।ଏହାସହିତ ଏହାର ମାଂସ ହାର୍ଟ, ଶ୍ବାସକ୍ରିୟା, ରକ୍ତହୀନତା ପୀଡ଼ିତଙ୍କ ପାଇଁ ବେଶ୍‌ ଲାଭଦାୟକ । ଏହାର ମାଂସରେ କମ୍‌ ଚର୍ବି ଓ ଅଧିକ ପ୍ରୋଟିନ୍‌ ରହିଥାଏ । ଏହି କୁକୁଡାର ଚାହିଦାକୁ ଦୃଷ୍ଟିରେ ରଖି କୁକୁଡ଼ା ଚାଷ ମାଲିକଙ୍କ ଆୟ ବୃଦ୍ଧି ନିଶ୍ଚିତ କରିବାକୁ ରାଜ୍ୟ ସରକାର ଏହାର ଉତ୍ପାଦନ ତଥା ବିକ୍ରୟ ବୃଦ୍ଧି ପାଇଁ…

Read More

ମିନ୍ସକ: ବେଲାରୁଷ ରାଷ୍ଟ୍ରପତି ଆଲେକଜାଣ୍ଡର ଲାକାଶୋକେ ନିକଟରେ ତାଙ୍କ ପଦ ଛାଡି ପାରନ୍ତି ବୋଲି ସଙ୍କେତ ଦେଇଛନ୍ତି । ସେ ଗତ 26 ବର୍ଷ ହେବ ବେଲାରୁଷର ଶାସନ ଭାର ସମ୍ଭାଳିଛନ୍ତି । ସେ ୟୁରୋପର ଶେଷ ଶାସକ ବୋଲି କୁହାଯାଏ । ଅଗଷ୍ଟ 9ରେ ହୋଇଥିବା ନିର୍ବାଚନରେ ଲୁକାଶୋକେ ବିବାଦୀୟ ବିଜୟଲାଭ କରିଥିଲେ । ଏହାପରେ ଏହାର ବିରୋଧ କରି ଜନତା ରାସ୍ତାକୁ ଓହ୍ଲାଇଥିଲେ ।  ପ୍ରାୟତଃ ପ୍ରତିଦିନ ରାଜଧାନୀ ମିନ୍ସକ ସହିତ ବିଭିନ୍ନ ସହରରେ ତାଙ୍କ ବିରୋଧରେ ପ୍ରଦର୍ଶନ ଜାରି ରହିଛି। 66 ବର୍ଷୀୟ ଲୁକାଶୋକେ ରାଷ୍ଟ୍ରପତି ପଦର ଭୂମିକାକୁ ଦୁର୍ବଳ କରିବାକୁ ଦେଶର ସମ୍ବିଧାନରେ ସୁଧାର ଆଣିବା ଜରୁରୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଏହା ବ୍ୟକ୍ତିଗତ ଭାବେ ତାଙ୍କ ପାଇଁ ନୁହେଁ । କାରଣ ନୂଆ ବ୍ୟବସ୍ଥା ଅନୁଯାୟୀ ସେ ରାଷ୍ଟ୍ରପତି ପଦରେ ନ ରହି ପାରନ୍ତି । ତେବେ ସେ କେବେ…

Read More