ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଧମକପୂର୍ଣ୍ଣ ବାର୍ତ୍ତା ପଠାଇଥିବା ଅଭିଯୋଗରେ ଜଣେ ନାବାଳକଙ୍କୁ ଗିରଫ କରାଯାଇଛି। ତାଙ୍କ ନିକଟରୁ ଏକ ମୋବାଇଲ୍ ଫୋନ୍ ଏବଂ ଗୋଟିଏ ସିମ୍ କାର୍ଡ ଜବତ କରାଯାଇଛି। ପୋଲିସର ମୁଖପାତ୍ରଙ୍କ ଅନୁଯାୟୀ, ଜରୁରୀକାଳୀନ ହେଲ୍ପଡେସ୍କ ହ୍ବାଟ୍ସଆପ୍ ନମ୍ବରରେ ଏହି ବାର୍ତ୍ତା ପଠାଯାଇଛି ଏବଂ ଅଭିଯୁକ୍ତ ଜଣକ ମୁଖ୍ୟମନ୍ତ୍ରୀଙ୍କୁ ଧମକ ଦେବା ବ୍ୟତୀତ ଅଶାଳୀନ ଭାଷା ବ୍ୟବହାର କରିଛନ୍ତି। ନାବାଳିକାଙ୍କୁ ସୁଶାନ୍ତ ଗଲ୍ଫ ସିଟି ଅଞ୍ଚଳରୁ ଗିରଫ କରାଯାଇଛି। ଉଲ୍ଲେଖ ଯୋଗ୍ୟ ଯେ, ଚଳିତ ବର୍ଷ ମେ ମାସରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଧମକ ଦିଆଯାଇଥିଲା ଏବଂ କିଛି ଘଣ୍ଟା ମଧ୍ୟରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା।
Author: Samikhsya Bureau
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଝରିଆଟାଙ୍ଗୀ ଗ୍ରାମରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ। ଜଣେ ମହିଳାଙ୍କୁ କଟୁରୀରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ନିଜେ ସ୍ଵାମୀ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନ ୩ ଘଟିକାରେ ଗମ୍ଭାରୀମୁଣ୍ଡା ଝରିଆଟାଙ୍ଗୀ ଗ୍ରାମର ବିଭୁଦତ୍ତ ରାୟ ତାଙ୍କ ସ୍ତ୍ରୀ ଙ୍କ ବେକକୁ କଟୁରୀରେ ହାଣି ଦେଇଛନ୍ତି। ଫଳରେ ସ୍ତ୍ରୀଙ୍କ ଘଟଣା ସ୍ଥଳରେ ମୁଣ୍ଡଗଣ୍ଡି ଅଲଗା ହୋଇଯାଇଛି। ଖବର ପାଇ ବାଣପୁର ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିବା ସହ ବିଭୁଙ୍କୁ ଅଟକ ରଖିଛି। ତେବେ ଏ ଘଟଣା ସମଗ୍ର ବାଣପୁର ତଥା ଖୋର୍ଦ୍ଧା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
କାନବେରା: ଗତକାଲି ପଶ୍ଚିମ ଅଷ୍ଟ୍ରେଲିଆର ଏକ ଲୋକପ୍ରିୟ ସମୁଦ୍ର କୂଳରେ ସାର୍କ ଆକ୍ରମଣ ଯୋଗୁଁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଚଳିତ ବର୍ଷ ଦେଶରେ ସାର୍କ ଆକ୍ରମଣରେ ୨୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଏହି ଘଟଣା ବ୍ରୁମ ସହର ନିକଟ କେବୁଲ ବିଚ ନିକଟରେ ଘଟିଛି। ଗୁରୁତର ଅବସ୍ଥାରେ ବ୍ୟକ୍ତି ଜଣଙ୍କୁ ପାଣିରୁ ଉଦ୍ଧାର କରାଯାଇଥିଲେ ମଧ୍ୟ କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ସମୁଦ୍ରକୂଳକୁ ବର୍ତ୍ତମାନ ପାଇଁ ବନ୍ଦ ରଖାଯାଇଛି ଏବଂ ଲୋକଙ୍କୁ କୂଳଠାରୁ ଦୂରେଇ ରହିବାକୁ ଅନୁରୋଧ କରାଯାଉଛି।
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ନିୟମଗିରି ବଣପାହାଡ ଘେରା ଅଂଚଳରେ ବସବାସ କରୁଥିବା ଜନଜାତି ଆଦିବାସୀ ସଂପ୍ରଦାୟର ଚାଲିଚଳଣି ତଥା ବାଲ୍ୟ ବିବାହ ପ୍ରଥା ଆଦି ସାମାଜିକ ଚଳଣି ସଂପର୍କରେ ପ୍ରକାଶିତ ତଥ୍ୟ ଭିତ୍ତିକ ସମ୍ବାଦ ପାଇଁ କଳାହାଣ୍ଡି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ବିଜୟ ଦ୍ୱିବେଦୀ ‘ଲାଡଲି’ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଗତ ୨୨ ସେପ୍ଟେମ୍ବର ୨୦୧୯ ସଂସ୍କରଣ ଦୈନିକ ସମାଜରେ ପ୍ରକାଶିତ ଅନୁସଂଧାନ ମୂଳକ ସମ୍ବାଦ – ବିଶ୍ୱାସ ଓ ପରଂପରା ଜାଲରେ ଡଙ୍ଗରିଆ ଯୁବତୀ, ଭାବିସ୍ୱାମୀର ଫେରିବା ବାଟକୁ ଚାହିଁ ରହିବାକୁ ପଡୁଛି ଅବିବାହିତ- ଶୀର୍ଷକ ରିପୋର୍ଟ ପାଇଁ ସମା ର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଜୟ ଦ୍ୱିବେଦୀଙ୍କୁ ସମ୍ମାନ ଜନକ ଲାଡଲି ସମ୍ମାନ ପ୍ରଦାନ କରାଯାଇଛି। ମୁମ୍ବାଇର ଲବ୍ଧ ପ୍ରତିଷ୍ଠିତ ସାମାଜିକ ଅନୁଷ୍ଠାନ ପପୁଲେସନ ଫାଷ୍ଟ, ୟୁନାଇଟେଡ ନେସନ ପପୁଲେସନ ଫାଷ୍ଟ, ନରୱେ ସରକାର, ଆନ୍ତର୍ଜାତିକ ବିଜ୍ଞାପନ ଏଜେନ୍ସି ର ମିଳିତ ଆନୁକୂଲ୍ୟରେ ଗତ ୨୦ ତାରିଖ…
ଭୁବନେଶ୍ବର, ଆଜି ବିଜୁ ଯୁବ ଜନତା ଦଳ ଏବଂ ବିଜୁ ଛାତ୍ର ଜନତା ଦଳ ପାଇଁ ଦଳ ତରଫରୁ ନୁଆ ନିଯୁକ୍ତି ପ୍ରଦାନ କରାଯାଇଛି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ସ୍ବୀକୃତି କ୍ରମେ ଏହି ନିଯୁକ୍ତି ପ୍ରଦାନ କରାଯାଇଛି। ଯାହାଙ୍କୁ ନୂଆ ନିଯୁକ୍ତି ମିଳିଲା ତାହା ହେଲା
ଭୁବନେଶ୍ବର, ବିଭିନ୍ନ ସମୟରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତିସଂହାରଙ୍କ ଯେପରି ବୟାନ ଦେଉଛନ୍ତି ତାହା ବିଜେପିର ଲୋକପ୍ରିୟତା ବଢାଇବା ପାଇଁ ସାହାର୍ଯ୍ୟ କରୁଛି କି ? ଏହିପରି ଏକ ପ୍ରଶ୍ନବାଚୀ ଓଡିଶା ବୁଦ୍ଧିଜୀବି ମହଲରେ ବର୍ତ୍ତମାନ ସୃଷ୍ଟି ହୋଇଛି। ସେତିକି ନୁହେଁ ଏହା ଦ୍ବାରା ନିଜେ ଲେଖାଶ୍ରୀ ଲୋକପ୍ରିୟତା ହାସଲ କରୁଛନ୍ତି କି? ଏହି ପ୍ରଶ୍ନ ମଧ୍ୟ ସାଧାରଣରେ ଆଲୋଚନା ଚାଲିଛି। କାରଣ ତାଙ୍କର ବୟାନ କେବେ ବି ସାଧାରଣ ଲୋକଙ୍କର ଗ୍ରହଣୀୟ ନୁହେଁ। ନିକଟରେ ପୁରୀକୁ ନେଇ ସେ ଯେପରି ବିଭ୍ରାନ୍ତିକର ମନ୍ତବ୍ୟ ଦେଲେ ତାହାକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଗଲା। ପାୱାରଫୁଲ ନେତାଙ୍କର ପାଖ ହେବା ବା ତାଙ୍କର ଆର୍ଶିବାଦ ହାସଲ କରିବା ପାଇଁ ବିଭିନ୍ନ ତରିକା ରହିଛି। ହେଲେ ପୁରୀ ପରି ପବିତ୍ର ସ୍ଥାନକୁ ତଳେ ପକାଇ ସମ୍ବିତ ପାତ୍ରଙ୍କୁ ପ୍ରଶଂସା କରିବା ଠିକ ନୁହେଁ। ଯଦି ଲେଖାଶ୍ରୀ ସମ୍ବିତ ପାତ୍ରଙ୍କୁ ଖୁସି କରି ଉପରକୁ…
ଭୁବନେଶ୍ବର: କରୋନା ମହାମାରୀ ଯୋଗୁଁ ଜୀବନ ଜୀବିକା ବାଧାପ୍ରାପ୍ତ ହୋଇଛି। ଏହି ମହାମାରୀ ସମୟରେ ଅଧିକାଂଶ ଅଭିଭାବକ ପିଲାଙ୍କ ସ୍କୁଲ ଫି ଦେବାରେ ଅସମର୍ଥ ହୋଇପଡିଛନ୍ତି। ସ୍କୁଲ ଦରମା ହ୍ରାସ କରିବା ପାଇଁ ବାରମ୍ବାର ଅଭିଭାବକଙ୍କ ପକ୍ଷରୁ ଦାବି ହେଉଥିଲା। ଏନେଇ ଉଚ୍ଚନ୍ୟାୟଳୟରେ ଏକ ମାମଲା ମଧ୍ୟ ଆବେଦନ କରାଯାଇଥିଲା। ତେବେ ସ୍କୁଲ ଫି’ ହ୍ରାସ ଆବେଦନ ମାମଲାରେ ଉଚ୍ଚନ୍ୟାୟଳୟ ଆଜି ଶୁଣାଣି କରିଛନ୍ତି। ଏହି ପ୍ରସଙ୍ଗରେ ଉଚ୍ଚ ନ୍ୟାୟଳୟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି। ରାଜ୍ୟ ସରକାର ସ୍କୁଲ ଫି କେତେ ହ୍ରାସ କରି ପାରିବେ ସେ ସମ୍ପର୍କରେ ଜଣାଇବାକୁ ଉଚ୍ଚ ନ୍ୟାୟଳୟ ନିର୍ଦ୍ଦେଶ ଦେଇଛନ୍ତି। ସରକାର ଏହି ବିଷୟରେ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆସନ୍ତା ଡିସେମ୍ବର ୨ ତାରିଖ ଦିନ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି।
ମାଲକାନଗିରି: ଆଜି ଛତିଶଗଡ଼ ସୀମାରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହି ଗୁଳିବିନିମୟରେ ତିନି ଜଣ ନକ୍ସଲ ନିହତ ହୋଇଥିବା ବେଳେ ଜଣେ ଯବାନ ଆହତ ହୋଇଛନ୍ତ। ମାଲକାନଗିରି-ଛତିଶଗଡ଼ ସୀମାନ୍ତ କାଙ୍କେଇ ଜିଲ୍ଲାରେ ଏହି ଏନକାଉଣ୍ଟର ହୋଇଛି। ମୃତକ ତିନି ଜଣ ମାଓବାଦୀଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ବସ୍ତର ଆଇଜି ପି. ସୁନ୍ଦରରାଜଙ୍କ ସୂଚନା ଅନୁସାରେ ମାଲକାନଗିରି-ଛତିଶଗଡ଼ ସୀମାନ୍ତ କାଙ୍କେଇ ଜିଲ୍ଲାରେ ରେଲଓ୍ୱେ ଲାଇନ୍ ମରାମତି କାମରେ ଏସଟିଏଫ ଯବାନଙ୍କୁ ମୁତୟନ କରାଯାଇଛି। ଉକ୍ତ କାମ ଚାଲିଥିବା ବେଳେ ହଠାତ ଯବାନଙ୍କ ଉପରକୁ ମାଓବାଦୀ ଗୁଳି ଚଳାଇଥିଲେ। ଫଳରେ ଜବାନମାନଙ୍କ ଦ୍ଵାରା ପାଲଟା ଆକ୍ରମଣ କରାଯାଇଥିଲା। ଜବାନମାନଙ୍କ ପାଲଟା ଆକ୍ରମଣରେ ୩ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ୬ଟି ଅତ୍ୟାଧୁନିକ ବନ୍ଧୁକ ଜବତ କରାଯାଇଛି। ଏହି ଘଟଣା ପରେ ସଂପୃକ୍ତ ଅଞ୍ଚଳରେ କମ୍ବିଙ୍ଗ ଅପରେସନକୁ ଜୋରଦାର କରାଯାଇଛି।
ନୂଆଦିଲ୍ଲୀ, ବର୍ତ୍ତମାନ ଦେଶର ଅନେକ ରାଜ୍ୟରେ କରୋନା ସ୍ଥିତି ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟାରେ ଦେଶରେ ୪୪ ହଜାର ୫୯ ଜଣ ନୂତନ ସଂକ୍ରାମକ ଚିହ୍ନଟ ହୋଇଛନ୍ତି। ସେହିପରି ୫୧୧ ଜଣ କରୋନା ପଜେଟିଭ ମଧ୍ୟ ଏହି ସମୟରେ ମୃତ୍ୟୁବରଣ କରିଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ଯେ, ବର୍ତ୍ତମାନ ଆଠମାସ ପରେ ମଧ୍ୟ ଅନେକ ରାଜ୍ୟରେ ସ୍ଥିତି ଚରମ ସୀମାରେ ପହଁଚିଛି। କରୋନାକୁ ରୋକିବା ପାଇଁ କେନ୍ଦ୍ର ସରକାର ରାଜ୍ୟକୁ ସଂପୂର୍ଣ୍ଣ ସ୍ବାଧୀନତା ପ୍ରଦାନ କରିଛନ୍ତି। ସେହି ଅନୁସାରେ ବିଭିନ୍ନ ରାଜ୍ୟ ତାଙ୍କର ପରିସ୍ଥିତିକୁ ନଜରରେ ରଖି ବିଭିନ୍ନ କଟକଣା ଲାଗୁ କରିଛନ୍ତି। ହେଲେ ତାହା ମଧ୍ୟ ରୋକିବା ଦିଗରେ କାମ ଦେଉ ନାହିଁ। ସ୍ବାସ୍ଥ୍ୟ ବିଭାଗ ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟାରେ ଦେଶର ୧୦ଟି ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳରେ ଏହାର ସ୍ଥିତି ସର୍ବାଧିକ…
ଭୁବନେଶ୍ବର: ରାଜ୍ୟରେ ଆଉ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୬୫୭କୁ ବୃଦ୍ଧି ହୋଇଛି। ଆଜି ଭୁବନେଶ୍ବର ଏବଂ ସୁନ୍ଦରଗଡରୁ ୪ ଜଣ ଲେଖାଏଁ ମୃତ୍ୟୁବରଣ କରିଥିବା ବେଳେ ସମ୍ବଲପୁରରୁ ୩ ଜଣ, ଝାରସୁଗୁଡାରୁ ୨ ଜଣ, ବରଗଡରୁ ୨ଜଣ, ବଲାଙ୍ଗିରିରୁ ଜଣେ ଏବଂ କେନ୍ଦ୍ରାପଡାରୁ ଜଣେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଭୁବନେଶ୍ବରରୁ ଚାରି ମୃତକଙ୍କ ମଧ୍ୟରୁ ଜଣେ ୮୪ ବର୍ଷୀୟ ପୁରୁଷ, ଜଣେ ୩୪ ବର୍ଷୀୟ ପୁରୁଷ, ଜଣେ ୬୫ ବର୍ଷୀୟ ପୁରୁଷ ଏବଂ ଆଉ ଜଣେ ୫୫ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି। ସେହିପରି ସୁନ୍ଦରଗଡରୁ ଚାରି ମୃତକଙ୍କ ମଧ୍ୟରୁ ଜଣେ ୮୪ ବର୍ଷୀୟ ପୁରୁଷ, ଜଣେ ୫୩ ବର୍ଷୀୟ ପୁରୁଷ, ଜଣେ ୫୦ ବର୍ଷୀୟ ମହିଳା ଏବଂ ଆଉ ଜଣେ ୭୦ ବର୍ଷୀୟ ମହିଳାଙ୍କ କରୋନାରେ ମୃତ୍ୟୁ ହୋଇଛି। ସମ୍ବଲପୁରରୁ ୩ ଜଣ ମୃତକଙ୍କ ମଧ୍ୟରୁ…
ଭୁବନେଶ୍ବର: ରାଜ୍ୟରେ ଆଜି ୬୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୩୮୫ ଜଣ ଚିହ୍ନଟ ହୋଇଥିବାବେଳେ ୨୮୩ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୪ହଜାର ୬୨୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୫ ହଜାର ୮୧୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭ ହଜାର ୧୦୬ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୬୪୦ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୮ଟି ଜିଲ୍ଲାରୁ ମୋଟ୍ ୬୬୮ ଜଣ ଚିହ୍ନଟ ହୋଇଛନ୍ତି। ନୂଆପଡାରୁ ସର୍ବାଧିକ ୭୦ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରୁ ୪୬,…
ଭୁବନେଶ୍ବର, ଆସନ୍ତା 24 ଘଣ୍ଟା ମଧ୍ୟରେ ବଙ୍ଗୋପ ସାଗରରେ ସୃଷ୍ଟି ହୋଇପାରେ ବାତ୍ୟା। ଏ ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରୀ କରିଛି। ବିଭାଗର କହିବା ଅନୁସାରେ ବଙ୍ଗୋବ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିଲା। ବର୍ତ୍ତମାନ ତାହା ଲଘୁଚାପରେ ପରିଣତ ହୋଇ ଆହୁରି ଘନିଭୂତ ହେବାରେ ଲାଗିଛି। ଫଳରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଏହା ବାତ୍ୟା ରୂପ ନେବାର ସମ୍ଭାବନା ରହିଛି। ଏଥିପାଇଁ ପାଣିପାଗ ବିଭାଗ ତାମିଲନାଡୁ ଏବଂ ପୁଡୁଚେରୀ ସରକାରଙ୍କୁ ସତର୍କ ରହିବା ପାଇଁ ସୂଚନା ଜାରୀ କରିଛି। ନାଭାଲ ସାମୁଦ୍ରିକ ବିଭାଗ ମଧ୍ୟ ଏ ନେଇ ସୂଚନା ଜାରୀ କରିଛି।
ଭୁବନେଶ୍ଵର: ଆଜି ଓଡିଶା ରାଜ୍ୟପାଳ ଗଣେଶି ଲାଲଙ୍କ ଧର୍ମପତ୍ନୀଙ୍କ ପରଲୋକ ହୋଇଯାଇଛି। ଏନେଇ ଆଜି ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳି ଯାଇଛି। ତେବେ ଆଜି ବିଧାନସଭାର ଶୀତକାଳୀନ ଅଧିବେଶନରେ ଶୁଶିଳା ଦେବୀଙ୍କ ବିୟୋଗରେ ଗୃହରେ ଶୋକ ପ୍ରସ୍ତାବ ଆଗତ ହୋଇଛି। ଗୃହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଶୋକ ପ୍ରସ୍ତାବ ଆଗତ କରିଛନ୍ତି। ଏହା ସହିତ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଦ୍ଵାରା ଗୃହକୁ ମୁଲତବୀ କରାଯାଇଛି। ରାଜ୍ୟର ପ୍ରଥମ ମହିଳାକୁ ସମ୍ମାନ ଜଣାଇ ଗୃହ ମୁଲତବୀ କରାଯାଇଛି। ଅପରାହ୍ନ ୩ ଟା ଯାଏଁ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି।
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଗଣିତ ଅଧ୍ୟାପକ। ଘାଟିକିଆ ସ୍ଥିତ ସିଇଟି ଇଞ୍ଜିନିୟରିଂ କଲେଜର ଗଣିତ ଅଧ୍ୟାପକ ପ୍ରସନ୍ନ କୁମାର ମିଶ୍ର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବର ଭିଜିଲାନ୍ସ ଟିମ୍ ପକ୍ଷରୁ ତାଙ୍କ ବାସଭବନରେ ଚଢାଉ କରାଯାଇଛି। ଭୁବନେଶ୍ବର ଖଣ୍ଡଗିରି ବାରି ସ୍ଥିତ ବାସଭବନରେ ଭିଜିଲାନ୍ସ ଟିମ୍ ପକ୍ଷରୁ ରେଡ୍ ଚାଲିଛି। ଭିଜିଲାନ୍ସ ବିଭାଗର ଏକ ଟିମ୍ ପ୍ରସନ୍ନଙ୍କ ଘର ଛାନଭିନ୍ ଚଳାଇଛି। ଛାନଭିନ୍ ବେଳେ କିଛି ଜମି କାଗଜପତ୍ର ମିଳିଥିବା ବେଳେ ତାଙ୍କର ୮ଟି ବ୍ୟାଙ୍କରେ ଆକାଉଣ୍ଟ ରହିଥିବା ଜଣାପଡିଛି। ତେବେ ତାଙ୍କର ମୋଟ୍ କେତେ ସମ୍ପତ୍ତି ରହିଛି ତାହାକୁ ନେଇ ଭିଜିଲାନ୍ସ ବିଭାଗ ଆକଳନ କରୁଛି।
ରମେଶ ମହାନ୍ତି ଜଗତସିଂହପୁର: ଝଙ୍କଡ଼ ଶାରଳା ପୀଠକୁ ଆସିଥିବା ଜଣେ ଶ୍ରଦ୍ଧାଳୁଙ୍କୁ ମାଡ ହୋଇଥିବା ନେଇ ତିର୍ତ୍ତୋଲ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି। ସୂଚନାନୁଯାୟୀ ଝଙ୍କଡର ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କୁ ଦର୍ଶନ ନିମନ୍ତେ କେନ୍ଦ୍ରାପଡ଼ା ଜିଲ୍ଲା କେରାଣ୍ଡିଆ ପାଟଣା ଗ୍ରାମର ଶୁଭେନ୍ଦୁ ନାୟକ ନିଜ ପରିବାର ସହିତ ଆସିଥିବା ବେଳେ ଗତକାଲି ମଧ୍ୟାହ୍ନ ସମୟରେ ସେଠାରେ ଥିବା ଏକ ଖେଳନା ଦୋକାନରେ ତାଙ୍କ ପୁଅ ଖେଳନା ଦେଖୁଥିବା ବେଳେ ଏକ ଖେଳନାକୁ ଚିରି ଦେଇଥିଲେ। ଏହି ଘଟଣାକୁ ନେଇ ଶୁଭେନ୍ଦୁଙ୍କ ସହ ଦୋକାନିଙ୍କର ବଚସା ହେବା ସହିତ ତାଙ୍କୁ ମାଡ ମରା ଯାଇଥିବା ନେଇ ଶୁଭେନ୍ଦୁ ତିର୍ତ୍ତୋଲ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି।
ନୂଆଦିଲ୍ଲୀ: ଦେଶରେ ପୁଣି କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୪ ହଜାର ୫୯ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୫୧୧ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୧ ଲକ୍ଷ ୩୯ ହଜାର ୮୬୬କୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩୩ ହଜାର ୭୩୮ରେ ପହଞ୍ଚିଛି। ସେହିପରି ଦେଶରେ ସୁସ୍ଥଙ୍କ ସଂଖ୍ୟା ୮୫ ଲକ୍ଷ ୬୨ ହଜାର ୬୪୧ ଲୋକେ ସୁସ୍ଥ ହୋଇଛନ୍ତି। ସେହିପରି ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୪୩ ହଜାର ୪୮୬ରେ ପହଞ୍ଚିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।
ଭୁବନେଶ୍ବର, ଗତକାଲି ବିଳମ୍ବିତ ରାତିରେ ରାଜ୍ୟପାଳଙ୍କ ଧର୍ମପତ୍ନୀ ପ୍ରଫେସର ଗଣେଶୀ ଲାଲଙ୍କ ଧର୍ମପତ୍ନୀ ସୁଶୀଳା ଦେବୀଙ୍କ ପରଲୋକ ଘଟିଛି। ସେ ନଭେମ୍ବର 1 ତାରିଖରେ କରୋନା ପଜେଟିଭ ଚିହ୍ନଟ ହୋଇଥିଲେ। ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ସେ ସେହିଦିନଠାରୁ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। କରୋନା ଭାଇରସରେ ଖୋଦ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ତାଙ୍କର ପରିବାରର ଅନ୍ୟ 4 ସଦସ୍ୟଙ୍କୁ ମଧ୍ୟ କରୋନା ଆକ୍ରାନ୍ତ ହୋଇଛି। ସେତେବେଳେ ଉଭୟ ରାଜ୍ୟପାଳ ଏବଂ ତାଙ୍କ ପତ୍ନୀ ହସପିଟାଲରେ ଭର୍ତ୍ତି ହୋଇଥିଲେ। ରାଜ୍ୟର ପ୍ରଥମ ମହିଳା ସୁଶୀଳା ଦେବୀଙ୍କର ପରଲୋକରେ ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କୁ ଜଣେ ଅମାୟିକ ଏବଂ ଧର୍ମପରାୟଣା ମହିଳା ବୋଲି କହିଛନ୍ତି।
ନୂଆଦିଲ୍ଲୀ, ଆଜି 4 ଟି ରାଶିର ବ୍ୟକ୍ତିଙ୍କ ପାଇଁ ଧନଧାନ୍ୟ ମିଳିବାର ଶୁଭ ସଙ୍କେତ ଦେଖାଦେଇଛି। ବ୍ୟବସାୟ କ୍ଷେତ୍ରରେ ଚତୁର୍ଦ୍ଦିଗରୁ ବୃଦ୍ଧି ଦେଖାଯିବ। ଆପଣ ଘରେ ପିତାମାତାଙ୍କଠାରୁ ସର୍ବାଧିକ ସହାୟତା ପାଇବେ। ଆପଣ ସମାଜରେ ନିଜର ପରିଚୟ ପ୍ରତିଷ୍ଠା କରିବାକୁ ସମର୍ଥ ହେବେ। ଅନେକ ବର୍ଷ ଧରି ଆପଣଙ୍କ ମନରେ ଥିବା ଯୋଜନା ବର୍ତ୍ତମାନ ବାସ୍ତବତାକୁ ପରିବର୍ତ୍ତନ ହେବାକୁ ଆସିଛି। ଯଦି ଆପଣ ଜଣେ ବ୍ୟବସାୟୀ, ତେବେ ଆପଣ ବ୍ୟବସାୟ କ୍ଷେତ୍ରରେ ହଠାତ୍ ଲାଭର ସମସ୍ତ ସମ୍ଭାବନା ଦେଖାଯାଇଛି। ଯାହା ଆପଣଙ୍କୁ ଧନୀ କରିବ। ଆପଣଙ୍କ ଘରେ ଏକ ନୂଆ ଅତିଥିଙ୍କ ଆଗମନ ହେବ, ଯାହା ଆପଣଙ୍କ ଘରେ ଖୁସିର ବାତାବରଣ ସୃଷ୍ଟି କରିବ। ସମ୍ପତ୍ତି ସୁଧରୁ ଆପଣ ଅଧିକ ଟଙ୍କା ରୋଜଗାର କରିବେ। ଯାହାଫଳରେ ଆପଣଙ୍କ ପରିବାର ଆପଣଙ୍କ ପାଇଁ ଗର୍ବିତ ହେବେ। ସୃଜନଶୀଳ କାର୍ଯ୍ୟଗୁଡ଼ିକ ମଧ୍ୟ ପୂରଣ ହେବ। ଜୀବନ ସୁଖରେ ପରିପୂର୍ଣ୍ଣ ହେବ। କିଛି ନୂଆ ଶିଖିବା…
ଚେନ୍ନାଇ, ଆସନ୍ତା ବର୍ଷ ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବ। ଗୃହମନ୍ତ୍ରୀ ଅମିତ ଶାହା ଶନିବାର ଚେନ୍ନାଇରେ ଅଛନ୍ତି। କେବଳ ଏତିକି ନୁହେଁ, ସେମାନେ ଆଗାମୀ ନିର୍ବାଚନ ପାଇଁ ଶାସକ AIADMK ସହିତ ମିଳିତ ଭାବେ ନିର୍ବାଚନ ଲଢିବା ପାଇଁ ମଧ୍ୟ ନିଶ୍ଚିତ କରିଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ଯେ ଏଥର ତାମିଲନାଡୁରେ ବିଜେପିର ରଣନୀତି ଆକ୍ରମଣାତ୍ମକ ହେବାକୁ ଯାଉଛି। ଜାଣିବାକୁ ମିଳିଛି ଯେ ଶନିବାର ରାତିରେ ଗୃହମନ୍ତ୍ରୀ ଶାହ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଗଠନ (ଆରଏସଏସ) ଚିନ୍ତକ ଏସ ଗୁରୁମୂର୍ତ୍ତିଙ୍କୁ ଭେଟିଛନ୍ତି। ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ, କାରଣ ଗୁରୁମୂର୍ତ୍ତି ନିକଟରେ ଫିଲ୍ମ ସୁପରଷ୍ଟାର ରଜନୀକାନ୍ତଙ୍କୁ ଭେଟିଥିଲେ। ସୂଚନାନୁସାରେ, ଅମିତ ଶାହା ଏବଂ ଆରଏସଏସ ନେତାଙ୍କ ମଧ୍ୟରେ ହୋଇଥିବା ବୈଠକରେ ରଜନୀକାନ୍ତଙ୍କ ରାଜନୈତିକ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହୋଇଛି। ଅମିତ ଶାହା ଚଳଚ୍ଚିତ୍ର ଅଭିନେତା ରଜନୀକାନ୍ତଙ୍କୁ ଭେଟିବେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।…
ୱାସିଂଟନ, କରୋନା ମହାମାରୀକୁ ନେଇ ବିଚଳିତ ହୋଇଥିବା ବିଶ୍ୱ ବର୍ତ୍ତମାନ ଏହାର ଟୀକା ଉପରେ ନଜର ରଖିଛି। ଏହି ଦିଗରେ ସମସ୍ତ ଦେଶ ଅତୁଳନୀୟ ଉଦ୍ୟମ କରିବାରେ ଲାଗିଛନ୍ତି। ଏହି ସମୟରେ ଟୀକା ବିଷୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକାରେ କରୋନା ଟୀକା କାର୍ଯ୍ୟକ୍ରମର ମୁଖ୍ୟ ମୋନସେଫ ସାଲୁଇ କହିଛନ୍ତି ଯେ କରୋନା ଭୂତାଣୁ ପାଇଁ ପ୍ରଥମ ଟୀକା 11 ଡିସେମ୍ବରରେ ଆମେରିକାରେ ଆରମ୍ଭ ହୋଇପାରେ। ବାସ୍ତବରେ, କରୋନା ଟୀକା ପ୍ରସ୍ତୁତ କରୁଥିବା ଆମେରିକାର ବଡ କଂପାନୀ ଫାଇଜର ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ ବା FDAକୁ ଏକ ଆବେଦନ କରିଛି। ଏଥିରେ କଂପାନୀ ଟିକାକୁ ଜରୁରୀକାଳୀନ ବ୍ୟବହାର କରିବା ପାଇଁ ଅନୁମତି ମାଗିଛି। ଏହାକୁ ନେଇ 10 ଡିସେମ୍ବରରେ FDAର ଭ୍ୟାକ୍ସିନ୍ ପରାମର୍ଶଦାତା କମିଟି ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି । ଆମେରିକୀୟ କମ୍ପାନୀ ଫାଇଜର କରୋନା ଭୂତାଣୁ ପାଇଁ 95% ପ୍ରଭାବଶାଳୀ ଟିକା ପ୍ରସ୍ତୁତ…
ନୂଆଦିଲ୍ଲୀ, ଆଜି ହେଉଛି କାର୍ତ୍ତିକ ସୋମବାର। ଏହି ଦିନ 6ଟି ରାଶି ପାଇଁ ରହିଛି ଶୁଭ ସଙ୍କେତ। ପ୍ରଭୃଙ୍କ କୃପା ଯୋଗୁଁ ସମସ୍ତ କାର୍ଯ୍ୟ ହେବ ଶୁଭକର। ମେଷ ଆଜି ଯୁବକମାନଙ୍କ ପାଇଁ ଏକ ଭଲ ଦିନ ହେବ। ବୃତ୍ତିଗତ ଗତି ଆଗକୁ ବଢିବ। କର୍ମ ନିୟୋଜିତ ଲୋକଙ୍କ ଦାୟିତ୍ବ ବୃଦ୍ଧି ପାଇବ। ସମ୍ପର୍କୀୟଙ୍କ ସହ ଆଲୋଚନା କରି ସମ୍ପତ୍ତି ବିବାଦର ସମାଧାନ ହୋଇପାରିବ। ଆଜି ଆପଣ ସକାରାତ୍ମକ ହେବେ। କାର୍ଯ୍ୟ ସଂପର୍କରେ ଏକ ଯାତ୍ରାକୁ ଯାଇପାରନ୍ତି। ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସିପାରେ। ଋଣ ରାଶି ଫେରସ୍ତ ହେବ। ବୃଷ ଆଜି ପରିବାର ସଦସ୍ୟଙ୍କ ସହିତ ଜଣେ ସମ୍ପର୍କୀୟଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି। ଅତ୍ୟଧିକ କାର୍ଯ୍ୟ ହେତୁ ଆପଣ କ୍ଳାନ୍ତ ଅନୁଭବ କରିବେ। ବିବାହିତ ଜୀବନ ସୁଖୀ ହେବ। କାର୍ଯ୍ୟାଳୟର ପରିବେଶ ଆପଣଙ୍କ ପାଇଁ ଅନୁକୂଳ ହେବ । ସ୍ୱାସ୍ଥ୍ୟ ଭଲ ରହିବ । ଗାଡି ଚଳାଇବା ସମୟରେ ସାବଧାନ ରୁହନ୍ତୁ। ବରିଷ୍ଠମାନଙ୍କ…

