Author: Samikhsya Bureau

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ରାମପୁରରୁ ଏକ ଆଶ୍ଚର୍ଯ୍ୟ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ଯୁବକ ଅଧ ରାତ୍ରିରେ ଲୁଚି ଲୁଚି ନିଜ ପ୍ରେମିକାକୁ ଦେଖାକରିବାକୁ ଆସି ପ୍ରେମିକାରର ପରିବାର ହାତରେ ପଡି ନିର୍ଧୁମ ଛେଚା ଖାଇଥିଲେ । ଏପରିକି ତାଙ୍କ ପରିବାର ଲୋକେ ତାଙ୍କୁ ଏକ ବନ୍ଦ କୋଠରୀରେ ରଖିଥିଲେ । ରାତି ସାରା ନିସ୍ତୁକ ମାଡ ମାରିବା ପରେ ସକାଳୁ ସକାଳୁ ଯୁବକଙ୍କୁ ନିଜ ଘରର ଜ୍ବାଇଁ ରୂପେ ସ୍ବୀକାର କରିଥିଲେ ପରିବାର ଲୋକେ । ତେବେ ଯୁବକଙ୍କ ଜଣା ଧରାପଡିବା ପରେ ତାଙ୍କୁ ନିସ୍ତୁକ ମାଡ ମାରି ପୋଲିସ୍‌ ହାତରେ ଜିମା ଦେବାକୁ ଚାହୁଁଥିବା ଲୋକେ ହଠାତ୍‌ ଯୁବକକୁ ନିଜ ଜ୍ବାଇଁ ରୂପେ ସ୍ବୀକାର କରିବା କଥାଟା ବେଶ୍ ଆଶ୍ଚର୍ଯ୍ୟ କରିଛି ସମସ୍ତଙ୍କୁ । ମିଳିଥିବା ସୂଚନା ଅନୁସାରେ ଏପରି ଏକ ଅଜବ ଘଟଣା ରାମପୁରର ଅଜୀମନଗର ଥାନା ଅଞ୍ଚଳ ମେହନ୍ଦୀ ନଗରର ସୁମାଲୀ ଗ୍ରାମରୁ ଆସିଛି…

Read More

ମୁମ୍ବାଇ : ଅଭିନେତ୍ରୀ ସନା ଖାନ୍‌ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଗୁଡ୍‌ବାୟ କରି ସମସ୍ତଙ୍କୁ ଦ୍ବନ୍ଦ୍ବରେ ପକାଇଥିବାବେଳେ  ଏବେ ଆଉ ଏକ ନିର୍ଣ୍ଣୟ ନେଇ ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ସନା ଖାନ୍‌ ଗୁଜୁରାଟର ମୌଲାନା ମୁଫ୍‌ତି ଅନସ୍‌ଙ୍କୁ ସହ ବିବାହ କରିଛନ୍ତି ବୋଲି ସୂଚନା ରହିଛି । ସନା ଖାନ୍‌ଙ୍କ ବିବାହର ଫଟୋ ଓ ଭିଡିଓ ଇଣ୍ଟରନେଟ୍‌ରେ ଖୁବ୍‌ ଜୋରରେ ଭାଇରାଲ୍‌ ହେଉଛି । ଏହି ଭିଡିଓରେ ସନା ଓ ମୁଫ୍‌ତିଙ୍କୁ ହ୍ବାଇଟ୍‌ ଆଉଟ୍‌ଫିଟ୍‌ରେ ନଜର ଆସିଛନ୍ତି । ଏକ ଭିଡିଓରେ ସନା ଖାନ୍‌ କେକ୍‌ କାଟୁଛନ୍ତି । ହ୍ବାଇଟ୍‌ ବ୍ରାଇଡଲ୍‌ ଆଉଟଫିଟ୍‌ରେ ସନା ବେଶ୍‌ ଆକର୍ଷଣୀୟା ଲାଗୁଛନ୍ତି । https://www.instagram.com/p/CH2WQD8FhHr/?utm_source=ig_embed ସୂଚନାଯୋଗ୍ୟ, ବିବାଦୀୟ ସେଲିବ୍ରିଟି ଶୋ’ ‘ବିଗ୍‌ବସ୍‌’ର ରନର୍ସଅପ୍‌ ରହିଥିବା ସନା ଖାନ୍‌ ସଲମାନଙ୍କ ଫିଲ୍ମ ‘କିକ୍‌’ ଜରିଆରେ ବଲିଉଡ୍‌ ପ୍ରବେଶ କରିଥିଲେ । ତେବେ ହାତଗଣତି କେତୋଟି ଫିଲ୍ମରେ ନଜର ଆସିଥିବା ସନା କିନ୍ତୁ ବଲିଉଡ୍‌ରେ ସେତେ…

Read More

ମୁମ୍ବାଇ :  ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଗିରଫ ହେବା ପରେ ଏନସିବି ତାଙ୍କ ସ୍ବାମୀ ତଥା ଆଙ୍କର୍ ହର୍ଷ ଲିମ୍ବୋଚିଆଙ୍କୁ ଗିରଫ କରିଛି । ଘରୁ 86.5 ଗ୍ରାମର ଗଞ୍ଜେଇ ମିଳିବା ପରେ ହର୍ଷଙ୍କୁ ଗିରଫ କରାଯାଇଛି । ଉଭୟ ପତି ଓ ପତ୍ନୀ ଏନସିବି ଆଗରେ ନିଶାଦ୍ରବ୍ୟ ସେବନ କରୁଥିବା ସ୍ୱୀକାର କରିଥିଲେ । ଭାରତୀ ସିଂଙ୍କ ସ୍ବାମୀ ହର୍ଷଙ୍କୁ ଏନସିବି 18ଘଣ୍ଟା ଧରି ଜେରା କରିବା ପରେ ଗିରଫ କରିଥିଲା । ପୂର୍ବରୁ ଶନିବାର ଦିନ ଭାରତୀଙ୍କୁ ଗିରଫ କରାଯାଇଥିଲା । ରବିବାର ତାଙ୍କୁ ଏନଡିପିଏସ କୋର୍ଟରେ ହାଜର କରାଯିବ । ଏନ୍‌ସିବି ଭାରତୀ ସିଂ ଓ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିଆଙ୍କ ମୁମ୍ବାଇ ସ୍ଥିତ ଫ୍ଲାଟ୍‌ରେ ଚଢାଉ କରିଥିଲା ।

Read More

ମିରଟ, ଜଣେ 100 ବର୍ଷ ବୟସ୍କା ମହିଳାଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ କୋର୍ଟ ଜଣେ ଯୁବକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦୀର୍ଘ ତିନି ବର୍ଷର ଶୁଣାଣି ପରେ ସ୍ୱତନ୍ତ୍ର ବିଚାରପତି ଅଭିଯୁକ୍ତଙ୍କୁ 25 ହଜାର ଟଙ୍କା ଜରିମାନା ସହିତ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। 2017 ମସିହାରେ ଏହି ଘଟଣାରେ ବୃଦ୍ଧାଙ୍କ ପରିବାର ଲୋକେ ଅଭିଯୁକ୍ତ ଯୁବକଙ୍କୁ ଘଟଣାସ୍ଥଳରେ ଧରିବା ପରେ ପୋଲିସକୁ ହସ୍ତାନ୍ତର କରିଥିଲେ। ଏହି ଘଟଣାଟି ମିରଟ ଥାନାର ଜାନି ଅଞ୍ଚଳରେ ଘଟିଥିଲା। ଯୁବକଙ୍କ ନାମ ହେଉଛି ଅଙ୍କିତ ପୁନିଆ। ଏହି ମାମଲାରେ ବୃଦ୍ଧାଙ୍କ ନାତି ଏଫ୍ଆଇଆର୍ ଦାଖଲ କରିଥିଲେ। କୁହାଯାଉଛି ଯେ ଘଟଣା ସମୟରେ ଅଭିଯୁକ୍ତଙ୍କ ବୟସ 28 ବର୍ଷ ହୋଇଥିଲା। ପୋଲିସ ହେପାଜତରେ ଥିବା ଅଭିଯୁକ୍ତ, ବୃଦ୍ଧାଙ୍କ ସହ ବଳାତ୍କାର ଘଟଣାକୁ ସ୍ୱୀକାର କରିଛି। ସେ କହିଛନ୍ତି ଯେ ବଳାତ୍କାର ପରେ ସେ ବୃଦ୍ଧ ମହିଳାଙ୍କୁ ମଧ୍ୟ ମାଡ଼ ମାରିଥିଲେ। ସେତେବେଳେ ବୃଦ୍ଧଙ୍କୁ ଚିକିତ୍ସା…

Read More

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୩ ତାରିଖ ଦିନ ସାଂସଦମାନଙ୍କ ପାଇଁ ନିର୍ମିତ ବହୁତଳ କୋଠାର ଉଦଘାଟନ କରିବେ। ଭିଡିଓ କନଫରେନ୍ସ ଜରିଆରେ ପୂର୍ବାହ୍ନ ୧୧ଟାବେଳେ ଅନୁଷ୍ଠିତ ହେବାକୁ ଥିବା ଏହି ସମାରୋହରେ ଲୋକସଭା ବାଚସ୍ପତି ଓମ ବିର୍ଲା ମଧ୍ୟ ଯୋଗ ଦେବାର କାର‌୍ୟ୍ୟକ୍ରମ ରହିଛି। ଏହି ଫ୍ଲାଟଗୁଡିକ ନୂଆଦିଲ୍ଲୀର ଡକ୍ଟର ବି.ଡି. ମାର୍ଗରେ ନିର୍ମିତ ହୋଇଛି। ୮୦ ବର୍ଷରୁ ଅଧିକ ପୁରୁଣା ୮ଟି ବଙ୍ଗଳାକୁ ଭାଙ୍ଗି ୭୬ଟି ଫ୍ଲାଟ ନିର୍ମାଣ କରାଯାଇଛି। ଏହି ଫ୍ଲାଟଗୁଡିକ ନିର୍ମାଣ ନିମନ୍ତେ ମଞ୍ଜୁର ହୋଇଥିବା ଅର୍ଥରୁ ଶତକଡା ୧୪ ଭାଗ ଅର୍ଥ ବଞ୍ଚାଯାଇ ପାରିଛି । କୋଭିଡ-୧୯ର ପ୍ରଭାବ ସତ୍ଵେ ଯଥା ସମୟରେ କାର‌୍ୟ୍ୟ ସଂପୂର୍ଣ୍ଣ ହୋଇଛି। ନିର୍ମାଣ କାର‌୍ୟ୍ୟରେ କେତେକ ବିଶେଷ ପଦକ୍ଷେପ ନିଆଯାଇଛି । ପାଉଁଶ, ପୁରୁଣା ବଙ୍ଗଳାର ଭଗ୍ନାବଶେଷରୁ ଇଟା ପୁନଃବ୍ୟବହାର କରାଯିବା ସହ ଶକ୍ତି ସଞ୍ଚୟକାରୀ ଏଲଇଡି ବିଜୁଳି ବତୀର ବ୍ୟବସ୍ଥା କରାଯାଇଛି । ବିଜୁଳି…

Read More

ନୂଆଦିଲ୍ଲୀ, ପଇଡ ପାଣି ପିଇବା ଦ୍ବାରା ଶରୀର ପ୍ରତି ବେଶ ଭଲ ବୋଲି ବହୁ ଆଗରୁ ସମସ୍ତେ ଜାଣିଛନ୍ତି। ଏପରିକି ଆୟୁର୍ବେଦରେ ମଧ୍ୟ ପଇଡ ପାଣି ପିଇଲେ ଶରୀର ପ୍ରତି ଭଲ ବୋଲି ପ୍ରମାଣିତ ହୋଇଛି। ତେବେ ଏ ସବୁ ଭିତରେ ମଧ୍ୟ ପଇଡ ପାଣିକୁ ନେଇ କିଛି ନା କିଛି ବିଶ୍ବ ଗବେଷଣାଗାରରେ ପରୀକ୍ଷା ନିରୀକ୍ଷା ଚାଲିଛି। ସେହିପରି ପାଇଡ ପାଣିକୁ ନେଇ ଏକ ଚମତ୍କାର ଗବେଷଣା ରିପୋର୍ଟ ଆସିଛି। ତାହା ହେଲା ପଇଡ ପାଣି ନିୟମିତ ପିଇଲେ ଏହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ। ଲଣ୍ଡନରର କେତେକ ଗବେଷକ ଏହା ଉପରେ ଗବେଷଣା କରି ଏହା ନିଶ୍ଚିତ ହୋଇଛନ୍ତି। ଏ ସଂପର୍କରେ ମେଡିକାଲ ଜର୍ଣ୍ଣାଲରେ ଏକ ରିପୋର୍ଟ ମଧ୍ୟ ପ୍ରକାଶିତ ହୋଇଛି। ଏହି ଗବେଷକମାନେ ପଇଡ ପାଣି ବ୍ୟବହାର କରି କେତେକ ଉଚ୍ଚ ରକ୍ତଚାପ ବ୍ୟକ୍ତିଙ୍କୁ ପରୀକ୍ଷା କରିଥିଲେ। ଆଶ୍ଚର୍ଯ୍ୟ ଭାବେ ସେମାନଙ୍କର ରକ୍ତଚାପ ନିୟନ୍ତ୍ରଣ ଭିତରକୁ ଆସି…

Read More

ନୂଆଦିଲ୍ଲୀ, ମଣିଷ ଜୀବନରେ ଅନେକ ସମସ୍ୟା ଅଛି। ଏହି ସମସ୍ତ ସମସ୍ୟାରୁ ରକ୍ଷା ପାଇବା ପାଇଁ ଉପାୟ କେବଳ ଆଧ୍ୟାତ୍ମିକତାରେ ହିଁ ଲୁଚି ରହିଛି। ଆଧ୍ୟାତ୍ମିକତା ମାଧ୍ୟମରେ ଆମ ସମ୍ମୁଖକୁ ଆସୁଥିବା ସମସ୍ୟାଗୁଡ଼ିକ ବିଷୟରେ ସୂଚନା ପାଇପାରିବା ଏବଂ ସେଗୁଡିକର ଉପାଚାର ପାଇଁ କାମ କରିପାରିବା। ଆମେ ଏପରି ପରିସ୍ଥିତିରେ ଆପଣଙ୍କ ପାଇଁ ପ୍ରସ୍ତୁତ କରୁଛୁ ଏହି ରାଶିଫଳ। ଆସନ୍ତୁ ଆଜି ଆପଣଙ୍କ  ରାଶିଫଳରେ କଣ ରହିଛି ଭାଗ୍ୟ ଓ ଭବିଷ୍ୟତ। ମେଷ ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ। ଅଫିସ୍ କାର୍ଯ୍ୟକୁ ସହଜରେ ମୁକାବିଲା କରିପାରିବେ। କିନ୍ତୁ ସହକର୍ମୀଙ୍କ ସହ କିଛି ବିଷୟରେ ବିତର୍କ ହୋଇପାରେ। ସେଥିପାଇଁ ଆପଣ ସାବଧାନ ହେବା ଉଚିତ୍। ଜୀବନସାଥୀ ଏକ କାମ କରିବାକୁ ଇଚ୍ଛା କରିପାରନ୍ତି | ପ୍ରେମରେ ଆଜି ଆପଣ ଆପଣଙ୍କ ପ୍ରିୟଙ୍କ ସହିତ ଭଲ ସମୟ ଅତିବାହିତ କରିବେ। ବୃଷ: – ଆଜି ଆପଣଙ୍କର ସାଧାରଣ ଦିନ ହେବ।…

Read More

ନୂଆଦିଲ୍ଲୀ, ଆମର ଜ୍ୟୋତିଷ ଶାସ୍ତ୍ରରେ ଏପରି ଅନେକ ଜିନିଷ ଉଲ୍ଲେଖ କରାଯାଇଛି, ଯାହା ଆମ ଜୀବନରେ ବରଦାନ ସଦୃଶ୍ୟ ହୋଇଥାଏ। ଆମ ଜୀବନ ସୁଖ ସମୃଦ୍ଧିରେ ଭରପୂର ହୋଇଯାଏ। ଯଦି ଆପଣ ଆପଣଙ୍କ ଦିନକୁ ସଠିକ୍ ଭାବରେ ଆରମ୍ଭ କରିଛନ୍ତି, ତେବେ ଆପଣଙ୍କର ପୁରା ଦିନ ଭଲରେ ଚାଲିଥାଏ। କିନ୍ତୁ ଯଦି ଆପଣ କିଛି ଭୁଲ୍ ଜିନିଷ ଦେଖନ୍ତି ତେବେ ଦିନଟି ଖରାପ ହୋଇଯାଏ। ସକାଳେ କେଉଁ ଜିନିଷ ଦେଖିବେ, କେଉଁ ଜିନିଷ ଦେଖିବେ ନାହିଁ 1-ଜଣେ ସକାଳେ ଉଠିବା ଏବଂ ଦର୍ପଣ ଦେଖିବା ଉଚିତ୍ ନୁହେଁ। ଯଦି ଆପଣ ଏହା କରନ୍ତି ତେବେ ଦିନସାରା ଆପଣଙ୍କ ସହିତ ନକାରାତ୍ମକ କାମ ଦେଖାଦେବ। ଯାହା ଆପଣଙ୍କୁ ଦୁଃଖ ଦେବ। 2-ଆପଣଙ୍କ ଦିନ ଆପଣଙ୍କ ଦେବୀଙ୍କ ଉପରେ ଧ୍ୟାନ କରି ଆରମ୍ଭ କରନ୍ତୁ। ଯଦି ସୁବିଧା ଅଛି ତେବେ ଦେବୀ ଦର୍ଶନ କରନ୍ତୁ। ଏହା ଆପଣଙ୍କୁ ସକରାତ୍ମକ ଭାବରେ ପ୍ରଭାବିତ କରିବ। ଆହୁରି…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତକାଲିଠାରୁ ଆରମ୍ଭ ହୋଇଥିବା ଆହାର କେନ୍ଦ୍ର ଛଟେଇ କର୍ମଚାରୀଙ୍କ ଧାରଣା ଅହୋରାତ୍ର ଜାରି ରହିଛି। ନାର୍ଯ୍ୟ ଦାବି ପୂରଣ ନହେବା ପର୍ଯ୍ୟନ୍ତ ସେମାନେ ସେଠାରୁ ଉଠିବେ ନାହିଁ ବୋଲି ଚେତାବନୀ ଦେଇଥିବା ଜଣାପଡ଼ିଛି। ସୂଚନାଥାଉକି ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ଥିବା ୬ଟି ଆହାର କେନ୍ଦ୍ରର ୨୧ ଜଣ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରି କିଛି ସଂଗଠନକୁ ଏହାର ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଫଳରେ କରୋନା ସମୟରେ ନିଜର ୮ ମାସର ଦରମା ନପାଇଥିବା ଏବଂ କାର୍ଯ୍ୟରୁ ଅନ୍ତର କରାଯାଇଥିବାରୁ ଏହି ୨୧ ଜଣ କର୍ମଚାରୀ ଜିଲ୍ଲାପାଳ, ଆର୍‌ଡ଼ିସି ଏବଂ ଅନ୍ୟାନ୍ୟ ଉର୍ଚ୍ଚ କର୍ତ୍ତୃପକ୍ଷଙ୍କୁ ସେମାନଙ୍କ ଦାବି ଜଣାଇବା ପରେ ନିରାଶ ହୋଇ ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କୁ ଦାବିପତ୍ର ପ୍ରଦାନ କରିବା ସହ ଅହୋରାତ୍ର ଧାରଣା ଦେବା ଆରମ୍ଭ କରିଛନ୍ତି। ଧାରଣା ସ୍ଥଳରେ ବୟସର ଅପରାହ୍ନରେ ପହଞ୍ଚିଥିବା କିଛି ବୃଦ୍ଧା ମଧ୍ୟ ସାମିଲ ଅଛନ୍ତି।…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମରେ ଗତ ଦୁଇଦିନ ହେଲା ସଂକ୍ରମିତ ସଂଖ୍ୟା କମ ରହିଥିଲେ ମଧ୍ୟ ଦୁଇଦିନ ମଧ୍ୟରେ ତିନିଜଣଙ୍କ ମୃତ୍ୟୁ ହୋଇଥିବା ପୁଣିଥରେ କରୋନାର ଦ୍ୱିତୀୟ ପ୍ରବାହ ଆଡ଼କୁ ଲୋକଙ୍କୁ ସଂକିତ କରିଛି। ଗତକାଲି ୩୪୨୯ ନମୁନା ପରୀକ୍ଷା ପାଇଁ ପଠାଯାଇଥିବାବେଳେ ଆଜି ୧୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ଜଣେ ୫୮ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ୧୮ ଜଣ ସ୍ଥାନୀୟ ସଂକମ୍ରିତ ମଧ୍ୟରୁ ସର୍ବାଧିକ ବ୍ରହ୍ମପୁରରୁ ୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ବେଲଗୁଣ୍ଠା ବ୍ଲକ୍‌ରୁ ୧, ଭଂଜନଗରରୁ ୧, ଛତ୍ରପୁରରୁ ୧, ଦିଗପହଣ୍ଡିରୁ ୨, ଖଲିକୋଟରୁ ୪, କୁକୁଡ଼ାଖଣ୍ଡିରୁ ୧ ଅଛନ୍ତି। ଆଜି ମଧ୍ୟ ୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ଆକ୍ଟିଭ୍ ସଂଖ୍ୟା ୬୭ରେ ପହଞ୍ଚିଛି । ସମୁଦାୟ ମୃତ୍ୟୁ ସଂଖ୍ୟା ୨୩୮ ରହିଛି।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁର ସହରର ମୁଖ୍ୟ ସମସ୍ୟାଗୁଡ଼ିକ ହେଲା ରାସ୍ତାଘାଟ, ଡ଼୍ରେନେଜ ଏବଂ ପାଣି ସମସ୍ୟା। ଯାହାକି ଏହି ତିନୋଟି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ମଂଜୁର କରନ୍ତି। ଯାହାକି କିଛି ଅସାଧୁ ଅଫିସର ଏବଂ କଣ୍ଟ୍ରାକ୍ଟରମାନଙ୍କର ମଧୁଚନ୍ଦ୍ରିକାରେ ଅତି ନିମ୍ନମାନର କାର୍ଯ୍ୟ ଦେଖିବାକୁ ମିଳୁଛି। ଦୀର୍ଘ ୨୦ ବର୍ଷରୁ ଅଧିକ ହେଲା ନା’ ପାଣି ସମସ୍ୟାର ସମାଧାନ ହେଲା ନା’ ଡ଼୍ରେନେଜ। ସାମାନ୍ୟ ବର୍ଷା ହେଲେ ବ୍ରହ୍ମପୁର ସହରର ପ୍ରତ୍ୟେକ ୱାର୍ଡ଼ରେ ପାଣି ଉବୁଟୁବୁ। ଅନେକ ଜାଗାରେ ଦେଖିବାକୁ ମିଳୁଛି ରାସ୍ତାର ପାଣି ଘର ଭିତରେ ମଧ୍ୟ ପ୍ରବେଶ କଲାଣି। ସହରବାସୀ ଅଭିଯୋଗ କରିବେ କାହାକୁ? କାରଣ ବର୍ତ୍ତମାନ କୌଣସି ଲୋକପ୍ରତିନିଧି ନାହାନ୍ତି। ପୌର ନିର୍ବାଚନ କେବେ ହେବ ତାହାର ମଧ୍ୟ ସଠିକ୍ ଉତ୍ତର କାହା ପାଖରେ ନାହିଁ। ଅଫିସରଙ୍କ ପାଖରେ ଲୋକଙ୍କର ଅସୁବିଧା ଶୁଣିବାକୁ ସମୟ ହିଁ ନାହିଁ। ବର୍ତ୍ତମାନ…

Read More

ଭୁବନେଶ୍ବର, ଆଜି ସଂଧ୍ୟାରେ ପ୍ରକାଶ ପାଇଛି ଏକକ ପିଜି ପରୀକ୍ଷାର ମେଧା ତାଲିକା। ଏଥର ପ୍ରଥମ ଥର ପାଇଁ ପିଜି ପାଠ୍ୟକ୍ରମରେ ନାମଲେଖାଇବା ନିମନ୍ତେ ପରୀକ୍ଷା କରାଯାଇଥିଲା। ଏଥିରେ 70 ଟି ବିଶ୍ବବିଦ୍ୟାଳୟ ଏବଂ ସ୍ବାୟଂଶାସିତ ମହାବିଦ୍ୟାଳୟକୁ ସାମିଲ କରାଯାଇଥିଲା। ଏଥିରେ ବିଭିନ୍ନ ବିଷୟରେ 14 ଶହ 401 ଟି ସିଟି ପାଇଁ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇଥିଲେ। ଏଥିରେ ବିଭିନ୍ନ ବିଷୟ ପାଇଁ 62 ହଜାର 941 ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ 52 ହଜାର 781 ଜଣ ନାମଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଯେଉଁମାନେ ସେମାନଙ୍କର ନାମ ତାଲିକାରେ ଅଛି କି ନାହିଁ ଜାଣିବା ପାଇଁ ଆପଣ ତଳେ ଥିବା ଲିଙ୍କକୁ କ୍ଲିକ କରନ୍ତୁ। ଏହାପରେ ପୋଷ୍ଟ ଗ୍ରାଜୁଏଟ ଲେଖାଥିବା ସ୍ଥାନରେ କ୍ଲିକ କରନ୍ତୁ। ଏହାପରେ ମେଧା ତାଲିକା ଉପଲବ୍ଧ ହେବ। www.samsodisha.gov.in

Read More

ଗୁରୁଗ୍ରାମ:  ବିବାହର ପ୍ରଲୋଭନ ଦେଖାଇ ଜଣେ ୨୨ ବର୍ଷିୟା ଯୁବତୀକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଏନେଇ ଗୁରୁଗ୍ରାମ ପୋଲିସ ଜଣେ ଯୁବକକୁ ଗିରଫ କରିଛି। ରାଜସ୍ଥାନର ଝୁନଝୁନ ନିବାସୀ ଏହି ଯୁବତୀ  ଜଣେ କଲେଜ ଛାତ୍ରୀ। ଏହା ସହିତ ସେ ଉଚ୍ଚ ଶିକ୍ଷା ପାଇଁ ଏକ ଘରୋଇ କମ୍ପାନୀରେ ମଧ୍ୟ କାମ କରନ୍ତି। ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ପ୍ରାୟ ୧୦ ମାସ ପୂର୍ବେ ଗୁରୁଗ୍ରାମର ପାଲାସୋଲି ଗାଁର ବାସିନ୍ଦା ଅମନ ଶାହା (୨୩) ଙ୍କୁ ତାଙ୍କ ବନ୍ଧୁଙ୍କ ମାଧ୍ୟମରେ ଭେଟିଥିଲେ। ସେମାନଙ୍କର ବନ୍ଧୁତା ପ୍ରେମ ସମ୍ପର୍କରେ ପରିଣତ ହୋଇଥିଲା ଏବଂ ସେ ଦୁହେଁ ସେକ୍ଟର-୪୦ ପୋଲିସ ଷ୍ଟେସନ ଏକାଠି ରହିବାକୁ ଲାଗିଲେ। ପୀଡିତା ପୋଲିସକୁ କହିଛନ୍ତି ଯେ, ବିବାହର ଆଶା ଦେଖାଇ ସେ ମୋ ସହ ଶାରୀରିକ ସମ୍ପର୍କ ରଖିଥିଲେ। ସ୍ୱାସ୍ଥ୍ୟ ସମସ୍ୟା ହେବାରୁ ପୀଡିତା ନିଜ ଜନ୍ମସ୍ଥାନକୁ ଯାଇ ଡାକ୍ତରଙ୍କ ପରାମର୍ଶ ନେଇଥିଲେ। ସେଠାରେ ସେ ଗର୍ଭବତୀ ହୋଇଥିବାର ଜାଣିପାରିଥିଲେ।…

Read More

ଭୁବନେଶ୍ଵର: ଆଜି ରାଜ୍ୟରୁ ୧ ହଜାର ୧୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଅନୁଗୁଳରୁ ସର୍ବାଧିକ ୧୩୮ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୧୪, ବଲାଙ୍ଗିରିରୁ ୮୧, କଟକରୁ ୭୮, ମୟୂରଭଞ୍ଜରୁ ୭୬, ବାଲେଶ୍ବରରୁ ୪୫, ଜଗତସିଂହପୁରରୁ ୪୫, କେନ୍ଦ୍ରାପଡାରୁ ୪୩, କଳାହାଣ୍ଡିରୁ ୪୦, ନବରଙ୍ଗପୁରରୁ ୧୯, ଝାରସୁଗୁଡାରୁ ୧୮, ସମ୍ବଲପୁରରୁ ୧୬, ଗଞ୍ଜାମରୁ ୧୨, ନୟାଗଡରୁ ୧୨, ଭଦ୍ରକରୁ ୧୦, କନ୍ଧାମଳରୁ ୧୦, କୋରାପୁଟରୁ ୯, ସୋନପୁରରୁ ୯, ମାଲକାନଗିରିରୁ ୫, ଦେବଗଡରୁ ୩, ଗଜପତିରୁ ୨, ଏବଂ ଷ୍ଟେଟ ପୁଲରୁ ୨୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୪ ହଜାର ୯୦୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ…

Read More

ମୁମ୍ବାଇ: ଡ୍ରଗ୍ସ ଲିଙ୍କ ମାମଲାରେ କମେଡିଆନ ଭାରତୀଙ୍କୁ ଗିରଫ କରିଛି ଏନସିବି। ଆଉ ତାଙ୍କ ସ୍ୱାମୀ ହର୍ଷଙ୍କ ଠାରୁ ପଚରାଉଚୁରା ଜାରି ରଖିଛି। ଆଜି ଏନସିବି ମୁମ୍ବାଇରେ ୩ଟି ସ୍ଥାନରେ ରେଡ କରିଥିଲା। ଆଉ ଭାରତୀ ଏବଂ ତାଙ୍କ ସ୍ୱାମୀଙ୍କ ଘର ଉପରେ ବି ଏନସିବି ରେଡ ହୋଇଥିଲା। ରେଡ୍‌ ବେଳେ ତାଙ୍କ ଘରୁ ୮୬ ଗ୍ରାମରୁ ଅଧିକ ପରିମାଣର ଗଞ୍ଜେଇ ମିଳିଥିବା ସୂଚନା ମିଳିଛି। ଏହି କାରଣରୁ ଉଭୟ ଭାରତୀ ଓ ତାଙ୍କ ସ୍ୱାମୀ ହର୍ଷଙ୍କୁ ଏନସିବି ମୁଖ୍ୟାଳୟରେ ଜେରା କରାଯାଇଥିଲା। ପଚରାଉଚରା ବେଳେ ଭାରତୀ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ତାଙ୍କୁ ଗିରଫ କରାଯାଇଛି। ତେବେ ଜେରା ବେଳେ ଗଞ୍ଜେଇ ସେବନ କରୁଥିବା ଏନସିବି ଆଗରେ ଉଭୟ ସ୍ୱୀକାର କରିଛନ୍ତି। ( ଏଜେନ୍ସି)

Read More

ମୁମ୍ବାଇ : ଦେଶର କନ୍ୟା ନିର୍ଯାତନା ଘଟଣା କମିବାରେ ନାଁ ନେଉନାହିଁ । ମୁମ୍ବାଇରୁ  ଆଉ ଏକ ଲଜ୍ଜାଜନକ ଏବଂ ଦୃଦୟ ବିଦାରକ ଘଟଣା ଘଟିଛ । ଏଠାରେ ଜଣେ ତିନି ବର୍ଷର ଶିଶୁ କନ୍ୟାକୁ ଗଣଦୁଷ୍କର୍ମ କରିଛନ୍ତି ଦୁଇ ଜଣ ନାବାଳକ । ଏହି ଘଟଣା ପରେ ପୋସ୍କୋ ଆଇନ ଅନୂଯାୟୀ ଦୁଇ ନାବାଳକଙ୍କୁ ସୁଧାର ଗୃହକୁ ପଠାଇବା ସହ ଘଟଣାର ଅଧିକ ତଦନ୍ତ ଚଲାଇଛି ପୋଲିସ୍‌। ମିଳିଥିବା ସୂଚନା ଅନୁସାରେ ତିନି ବର୍ଷର ଶିଶୁ କନ୍ୟାକୁ ଗଣଦୁଷ୍କର୍ମ କରିବାପରେ ନାବାଳକମାନେ ଫେରାର ହୋଇଯାଇଥିଲେ । ପରିବାର ଲୋକଙ୍କ ଅଭିଯୋଗ ଅନୂଯାୟୀ ତୁରନ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ ଛାନଭିନ ଆରମ୍ଭ କରିଥିଲା ପୋଲିସ । ଶେଷରେ ଅଭିଯୁକ୍ତଙ୍କୁ ଧରିବା ସହ ବାଳ ସୁଧାର ଗୃହକୁ ପଠାଇ ଘଟଣାର ଅଧିକ ତଦନ୍ତ ଚଳାଇଛି ପୋଲିସ । ସୂଚନାଯୋଗ୍ୟ, ସୋମବାର ଦିନ ମଧ୍ୟ ଏହିପରି ଏକ ମାମଲା ଶାହାଜାହାଁପୁରର ଅଞ୍ଚଳରୁ ସାମ୍ନାକୁ ଆସିଥିଲା…

Read More

ଭୁବନେଶ୍ଵର: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରଖାଇ ନଦୀ ଉପରେ ଇଚ୍ଛା ଡ୍ୟାମର କାମ ଶେଷ କରିବାକୁ ନବୀନ ପଟ୍ଟନାୟକ ଚିଠିରେ ଉଲ୍ଲେଖ କରିଛନ୍ତି। ଇଚ୍ଛା ଡ୍ୟାମ କାମ ସରିଲା ପରେ ହିଁ ସୁବର୍ଣ୍ଣରେଖା ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ । ଡ୍ୟାମ ନିର୍ମାଣ ବାବଦ ଓଡ଼ିଶା ଭାଗ ଖର୍ଚ୍ଚ ଓଡ଼ିଶା ବହନ କରିବ ବୋଲି ଉଲ୍ଲେଖ କରିଛନ୍ତି ନବୀନ । ସୁବର୍ଣ୍ଣରେଖା-ଖରାଖାଇ ଅବବାହିକାରେ ଖରିଫ ଫସଲ ପାଇଁ ଡ୍ୟାମ ନିର୍ମାଣ ହୋଇଛି ତେଣୁ ଡ୍ୟାମ ସମ୍ପୂର୍ଣ୍ଣ ହେଲେ ଜଳସେଚନ ପୂର୍ଣ୍ଣ ଭାବରେ କାର୍ଯ୍ୟ କରିବ। ସେହିପରି ଚାଣ୍ଡୀଲି ଡ୍ୟାମର ବନ୍ୟା ନିୟନ୍ତ୍ରଣ କାମ ସାରିବା ପାଇଁ ଅନୁରୋଧ କରିଛନ୍ତି ନବୀନ । ଏହି ଦୁଇଟି ଡ୍ୟାମ ସରିଲେ ଉଭୟ ରାଜ୍ୟର ଚାଷୀ ଉପକୃତ ହେବେ ବୋଲି କହିଛନ୍ତି ନବୀନ ।

Read More

ଯୋଧପୁର : ମୋବାଇଲ୍‌ ଓ ଇଣ୍ଟରନେଟ୍‌ ନିଶା ଏମିତି ଘାରିଛି ଯେ, ଆଜିକାଲିର ଯୁବପିଢି ମାନେ ଏହି ନିଶାରେ ବହୁ ବଡ ବଡ କାଣ୍ଡ ଘଟାଉଛନ୍ତି । ଏପରି ଏକ ଘଟଣା ରାଜସ୍ଥାନର ଯୋଧପୁରରୁ ସାମ୍ନାକୁ ଆସିଛି । ଏଠାରେ ଜଣେ 23 ବର୍ଷୀୟ ଯୁବକ ସାମାନ୍ୟ ମୋବାଇଲ୍‌ ଡାଟା ସାରି ଦେବାରୁ ସାନ ଭାଇକୁ ହତ୍ୟା କରିଛି । ଏକ ପରିବାରର ଦୁଇ ଭାଇଙ୍କ ମଧ୍ୟରେ ମୋବାଇଲ ଡାଟାକୁ ନେଇ ଝଗଡ଼ା ହୋଇଥିଲା । ବିବାଦ ଏତେ ତୀବ୍ର ରୂପ ନେଇଥିଲା ଯେ ବଡ଼ଭାଇ ସାନ ଭାଇକୁ ଛୁରୀ ଭୁସି ମାରି ଦେଲା । ତେବେ ପୋଲିସ୍‌ ବଡଭାଇକୁ ଗିରଫ କରିଥିବାର ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ ଯୋଧପୁରର ରମନ ଓ ରାୟ ଦୁଇ ଭାଇ । ଦୁଇ ଭାଇଙ୍କ ଭିତରେ ମୋବାଇଲ୍‌ ଡାଟାକୁ ନେଇ ଝଗଡା ହୋଇଥିଲା । ରୟ ବଡ ଭାଇ ରମନ୍‌ର ମୋବାଇଲ୍‌…

Read More

କାବୁଲ୍‌ : ଆଫଗାନିସ୍ଥାନର ରାଜଧାନୀ କାବୁଲ୍‌ରେ ରକେଟ୍‌ ଆକ୍ରମଣରେ ଆଠ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 30ଜଣରୁ ଉର୍ଦ୍ଧ୍ବ ଆହତ ହୋଇଥିବାର ସୂଚନା ରହିଛି । ଏହି ଆକ୍ରମଣରେ ବହୁ କୋଠା ଧ୍ବଂସ ହୋଇଥିବାର ସୂଚନା ରହିଛି । କାବୁଲ ସହରରେ ଆତଙ୍କବାଦୀମାନେ 23ଟି ରକେଟ୍‌ ନିକ୍ଷେପ କରିଛନ୍ତି।  ତେବେ ଏହି ଆକ୍ରମଣରେ ହାତ ନ ଥିବା କଥା ତାଲିବାନ କହିଥିବା ବେଳେ ଅନ୍ୟ କୌଣସି ସଂଗଠନ ଏଥିପାଇଁ ଦାୟୀ ବୋଲି ଦାବି କରିନାହାନ୍ତି। ମିଳିଥିବା ସୂଚନା ଅନୁସାରେ, କାବୁଲ୍‌ ସହରର ବଜାର ଅକବାର ଖାନ୍‌, ସହର-ଏ-ନ୍ୟୁ, ଚାହର କାଲା, ଗୁଲ୍‌-ଏ-ସୁର୍ଖ, ସ୍ପିଞ୍ଜର୍‌ ରୋଡ୍‌, ନେସନାଲ୍‌ ଆର୍ଚିବ୍‌ ରୋଡ୍‌ ଆଦି ଅଞ୍ଚଳରେ ରମେଟ୍‌ ମାଡ ହୋଇଛି । (ଏଜେନ୍ସି)

Read More

ଭୁବନେଶ୍ୱର: ଭାରତ ମହାସାଗର ଓ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ପରବର୍ତ୍ତୀ 48 ଘଣ୍ଟାରେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଏହା ଅବପାତ ରୂପ ନେବ । ଅବପାତ ରୂପ ନେବା ପରେ 48 ଘଣ୍ଟାରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, 25 ବେଳକୁ ପଶ୍ଚିମଉତ୍ତରକୁ ଗତି କରି ତାମିଲନାଡୁ ଓ ପୁଡୁଚେରୀ ଛୁଇଁବ । ପ୍ରଭାବରେ ଉତ୍ତର, ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶା, ଉତ୍ତରଉପକୂଳରେ ବର୍ଷା ହେବ । 24 ପର୍ଯ୍ୟନ୍ତ ଉପକୂଳ ଓ ଦକ୍ଷିଣ ଓଡିଶାର ଏକାଧିକ ଜିଲ୍ଲା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ମତ୍ସ୍ୟଜୀବୀ ସମୁଦ୍ରକୁ ନଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରିଦିଆଯାଇଛି।

Read More

ଚେନ୍ନାଇ : ଜଣେ ଯୁବକଙ୍କ ବିରୋଧରେ ମିଥ୍ୟା ଦୁଷ୍କର୍ମ ଅଭିଯୋଗ ଆଣିଥିବା ଅପରାଧରେ ଦୋଷୀ ସାବ୍ୟସ୍ତ୍ୟ ହୋଇଥିବା ଯୁବତୀଙ୍କୁ ଚେନ୍ନାଇର ଏକ କୋର୍ଟ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସନ୍ତୋଷ ନାମକ ଜନୈକ ଯୁବକଙ୍କ ବିରୋଧରେ ତାଙ୍କ ପଡ଼ିଶା ଘରେ ବାସ କରୁଥିବା ଯୁବତୀ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଏନେଇ ସନ୍ତୋଷଙ୍କୁ ପୋଲିସ ଗିରଫ କରିଥିଲେ। ସନ୍ତୋଷ 95 ଦିନ ଜେଲ୍‌ରେ ରହିବା ପରେ 2010 ଫେବୃୟାରୀ 12ରେ ଜାମିନରେ ମୁକୁଳିଥିଲେ। ଯୁବତୀ ଜଣକ ସନ୍ତୋଷଙ୍କ ପରିବାରକୁ 30 ଲକ୍ଷ ଟଙ୍କାର କ୍ଷତିପୂରଣ ମାଗିଥିଲେ। ଇତିମଧ୍ୟରେ ଗର୍ଭବତୀ ଥିବା ଯୁବତୀ ଜଣକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ଜନ୍ମିତ କନ୍ୟା ସନ୍ତୋଷଙ୍କର ବୋଲି ଯୁବତୀ ଜଣକ ଅଭିଯୋଗ କରିଥିଲେ। ତେବେ ଡିଏନ୍‌ଏ ପରୀକ୍ଷାରୁ ପ୍ରମାଣିତ ହୋଇଥିଲା ଯେ, ଶିଶୁକନ୍ୟାଟିର ପିତା ସନ୍ତୋଷ ନୁହଁନ୍ତି ବୋଲି ପ୍ରମାଣିତ ହୋଇଥିଲା । ରିପୋର୍ଟକୁ ଆଧାର କରି କୋର୍ଟ ଯୁବତୀ ମିଥ୍ୟା ଦୁଷ୍କର୍ମ ଅଭିଯୋଗ ଆଣିଥିବା…

Read More