ନୂଆଦିଲ୍ଲୀ, ଆଜି କେନ୍ଦ୍ର ସରକାରଙ୍କ ମତ୍ସ୍ୟ ଓ ପଶୁ ସଂପଦ ବିଭାଗ ତରଫରୁ ରାଜ୍ୟ ମତ୍ସ୍ୟ ଓ ପଶୁ ସଂପଦ ବିଭାଗକୁ ଦୁଇଟି ପୁରସ୍କାର ପ୍ରଦାନ କରିଛି। ଏହି ପୁରସ୍କାର ହେଲା ଓଡିଶାକୁ ଶ୍ରେଷ୍ଠ ମେରାଇନ ରାଜ୍ୟ ପୁରସ୍କାର ଏବଂ କଳାହାଣ୍ଡିକୁ ଶ୍ରେଷ୍ଠ ମତ୍ସ୍ୟ ଜିଲ୍ଲା ପୁରସ୍କାର। ଶ୍ରେଷ୍ଠ ମେରାଇନ ରାଜ୍ୟ ଭାବେ ଦଶ ଲକ୍ଷ ଟଙ୍କା ଏବଂ କଳାହାଣ୍ଡିକୁ ତିନି ଲକ୍ଷ ଟଙ୍କା ପୁରସ୍କାର ମିଳିଛି। ଏହି ପୁରସ୍କାରକୁ ନୂଆଦିଲ୍ଲୀରେ ପ୍ରଦାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ। ଓଡିଶା ତରଫରୁ ବିଭାଗୀୟ ସଚିବ ଏମ ରଘୁ ପ୍ରସାଦ ଏହି ପୁରସ୍କାରକୁ ଗ୍ରହଣ କରିଛନ୍ତି। ଓଡିଶା ସରକାର ମେରାଇନ ବା ସାମୁଦ୍ରିକ ପଦାର୍ଥ ଉତ୍ପାଦନରେ ବେଶ ସଫଳତା ହାସଲ କରିଛି। ବିଶେଷ କରି ସମୁଦ୍ରରୁ ମାଛ ସହିତ ସାମୁଦ୍ରିକ ପଦାର୍ଥ ଉତ୍ପାଦନକୁ ସଫଳ ରୂପାୟନ କରିଥିବାରୁ କେନ୍ଦ୍ର ଏହି ପୁରସ୍କାର ପ୍ରଦାନ କରିଛି।
Author: Samikhsya Bureau
ଭୋପାଳ, ଇନ୍ଦୋରର ଏକ ହସ୍ପିଟାଲରୁ ଜଣେ ମହିଳା ନର୍ସ ବେଶରେ ଆସି ଏକ ପାଞ୍ଚଦିନର ଛୁଆକୁ ଚୋରୀ କରି ନେଇଛି। ହେଲେ ରାସ୍ତାରେ ଛୁଆକୁ ନେଲା ବେଳେ ଜୋରରେ କାନ୍ଦିବାରୁ ତାକୁ ତଳେ ଛାଡି ଦେଇ ଚୋରଣୀ ଫେରାର ହୋଇଯାଇଛି। ପରେ ମୁନସିପାଲିଟ ଲୋକେ ସଫା କରୁଥିବା ବେଳେ ଛୁଆ କାନ୍ଦ ଶୁଣି ଉଦ୍ଧାର କଲେ। ପୋଲିସକୁ ଖବର ଦେବା ପରେ ଶିଶୁକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କଲେ। ପରେ ଜଣାପଡିଲା ଯେ ଏହି ଶିଶୁଟି ଏକ ହସପିଟାଲରୁ ଚୋରୀ କରାଯାଇଛି। ସେହି ଅନୁସାରେ ହସପିଟାଲ କର୍ତ୍ତୁପକ୍ଷ ଏବଂ ଶିଶୁର ପିତାମାତାଙ୍କୁ ଯାଞ୍ଚ ପରେ ଛୁଆକୁ ପ୍ରଦାନ କରାଯାଇଛି। ତେବେ ଏହାକୁ ନେଇ ଇନ୍ଦୋର ସହରରେ ଚାଞ୍ଚଲ୍ୟ ଖେଳିଯାଇଛି। ପୋଲିସର କହିବା ଅନୁସାରେ ନଭେମ୍ବର 15 ତାରିଖରେ ଇନ୍ଦୋରର ମାଇଁ ହସ୍ପିଟାଲରେ ରାନୀ ବିୟାନି ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ସେ ଡାକ୍ତରଖାନାର ପଞ୍ଚମ ମହଲାରେ ରହୁଥିଲେ। ସନ୍ଧ୍ୟାରେ…
ଭୁବନେଶ୍ୱର: ନଭେମ୍ବର ଶେଷ ସୁଦ୍ଧା ରାଜ୍ୟରେ ପ୍ରବଳ ଥଣ୍ଡା ଅନୁଭୂତ ହେବ । ଉଭୟ ରାତି ଓ ଦିନର ତାପମାତ୍ରା ଆଖିଦୃଶିଆ ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁମାନ କରିଛି । କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ଦୁଇ ଦିନ ରାଜ୍ୟରେ କିଛି କିଛି ସ୍ଥାନରେ ବର୍ଷା ସମ୍ଭାବନା ଥିବାରୁ ସର୍ବନିମ୍ନ ତାପମାତ୍ରାରେ ହ୍ରାସ ଘଟିବ ନାହିଁ । ଦୁଇ ଦିନ ପରେ ଅର୍ଥାତ 22 ତାରିଖଠାରୁ ତାପମାତ୍ରା ହ୍ରାସ ଘଟିବ । 3 ରୁ 4 ଦିନରେ ପାରଦ 4 ଓ 5 ଡିଗ୍ରୀ ଖସିବା ସହ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ। ପଞ୍ଚୁକ ଓ କାର୍ତ୍ତିକ ପୂର୍ଣ୍ଣିମା ବେଳକୁ ପ୍ରବଳ ଶୀତ ଅନୁଭୂତ ହେବ । ଅପରପକ୍ଷେ କେନ୍ଦ୍ରର ପୂର୍ବ ଆକଳନ ଅନୁଯାୟୀ ସକାଳେ କଟକ, ଅନୁଗୁଳ, ଢେ଼ଙ୍କାନାଳ ଜିଲ୍ଲାର କେତେକ ସ୍ଥାନରେ ଘନ କୁହୁଡ଼ି ଦେଖାଯାଇଥିଲା । ବଙ୍ଗୋପସାଗର ଉପରେ ଥିବା ଗୁରୁଚାପର ପ୍ରଭାବ…
ମୁମ୍ବାଇ : ଟେଲି ଜଗତର ଜଣାଶୁଣା ହାସ୍ୟାଭିନେତ୍ରୀ ଭାରତୀ ସିଂହଙ୍କ ଘରେ ଚଢ଼ାଉ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)। ବଲିଉଡରେ ଡ୍ରଗ୍ସ କାରବାର ଘଟଣାକୁ ନେଇ ଏନସିବି ଭାରତୀଙ୍କ ଘରେ ଚଢ଼ାଉ କରିଥିବା ସୂଚନା ମିଳିଛି। ଏହି ଚଢ଼ାଉରେ ଏନସିବିକୁ ଭାରତୀଙ୍କ ଘରୁ ଅଳ୍ପ ପରିମାଣର ଡ୍ରଗ୍ସ ମିଳିଛି। ଏହାପରେ ଏନସିବି ଭାରତୀ ଓ ତାଙ୍କ ସ୍ୱାମୀଙ୍କ ସମନ ଜାରି କରିଛି।। ତେବେ ଭାରତୀଙ୍କ ଘରୁ ଜବତ ହୋଇଥିବା ଏହି ଡ୍ରଗ୍ସର ସଠିକ୍ ପରିମାଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ। ଅଭିନେତା ସୁଶାନ୍ତ ସିଂହ ମୃତ୍ୟୁ ମାମଲାର ତଦନ୍ତ କରୁଥିବାବେଳେ ସିବିଆଇକୁ ଏଥିରେ ଡ୍ରଗ୍ସ କାରବାର ସମ୍ପୃକ୍ତି ଥିବା ଜଣାପଡ଼ିଥିଲା। ଏହାପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଏହାର ତଦନ୍ତ ଭାର ଗ୍ରହଣ କରିଥିଲା। ଏନସିବି ଏହାର ଛାନଭିନ୍ କରିବା ସହିତ ବଲିଉଡର ବହୁ କଳାକାରଙ୍କୁ ସମନ ଜାରି କରି ପଚରାଉଚୁରା କରିଥିଲା। ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍, ସାରା ଅଲୀ ଖାନ୍, ରାକୁଲ୍…
ନୂଆଦିଲ୍ଲୀ, ଆଜି ଶନିବାର, ଏହି ଦିନ ଭଗବାନ ହନୁମାନ ଏବଂ ଶନି ଦେବଙ୍କ ଦିନ ବୋଲି ବିବେଚନା କରାଯାଏ। ଭଗବାନ ହନୁମାନ କଳି ଯୁଗର ଦେବତା ଭାବରେ ବିବେଚିତ ହୋଇଥିବାବେଳେ ଶନି ଦେବଙ୍କୁ ନ୍ୟାୟର ଦେବତା ଭାବରେ ବିବେଚନା କରାଯାଏ। ବିଶ୍ୱାସ କରାଯାଏ ଯେ ଯଦି କୈଣସି ବ୍ୟକ୍ତି ତାଙ୍କ ଜୀବନରେ ପାପ କରେ, ତେବେ ଶନି ଦେବ ନିଶ୍ଚିତ ଭାବରେ ତାଙ୍କୁ ଦଣ୍ଡ ଦିଅନ୍ତି। କେବଳ ଏତିକି ନୁହେଁ, ଏହା ମଧ୍ୟ କୁହାଯାଏ ଯେ ଯଦି କୈଣସି ବ୍ୟକ୍ତିଙ୍କର ରାଶି ଫଳରେ ଶନିଙ୍କର କୋପ ପ୍ରକଟ ହୁଏ, ତେବେ ତାଙ୍କ ଜୀବନରେ ଅନେକ ସମସ୍ୟା ଆରମ୍ଭ ହୋଇଯାଏ। ଏଭଳି ପରିସ୍ଥିତିରେ ଲୋକମାନେ ଶନି ଦେବଙ୍କ କ୍ରୋଧକୁ ଏଡ଼ାଇବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରନ୍ତି। ଆଜି ଆମେ ଆପଣଙ୍କୁ ଏକ ସମାଧାନ କହିବାକୁ ଯାଉଛୁ, ଯାହା ଆପଣ ଶନିବାର ରାତିରେ କରିବା ଉଚିତ୍। ଏହି ପ୍ରତିକାର କରିବା ପରେ ଦାରିଦ୍ରତା…
ଭୁବନେଶ୍ବର : ସ୍କୁଲ ବନ୍ଦ ପ୍ରସଙ୍ଗରେ ତାରା ବାହିନୀପତି ଆତ୍ମହତ୍ୟା ଧମକ ଦେଇଛନ୍ତି । ସ୍କୁଲ ବନ୍ଦ ନିଷ୍ପତ୍ତି ନ ବଦଳାଇଲେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି ତାରା । ସ୍କୁଲ ବନ୍ଦ ନିଷ୍ପତ୍ତି ପରିବର୍ତ୍ତନ ନ ହେଲେ ବାଚସ୍ପତିଙ୍କ ସମ୍ମୁଖରେ ବେକ କାଟି ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ସ୍କୁଲ ବନ୍ଦ ପ୍ରସଙ୍ଗରେ ରାଜ୍ୟସରକାରଙ୍କୁ ସମାଲୋଚନା କରିଥିଲେ ତାରା ବାହିନୀପତି । ପାହାଡ଼ିଆ ଅଞ୍ଚଳରେ ସ୍କୁଲ ବନ୍ଦ ହେଲେ ନଦୀ ପାହାଡ଼ ଡେଇଁ ଯିବାକୁ ପଡ଼ିବ । ଫଳରେ ଯେତିକି ପିଲା ଅଛନ୍ତି, ସେମାନେ ଡ୍ରପ ଆଉଟ ହେବେ । ଯିଏ ଏ ନିଷ୍ପତ୍ତି ନେଇଛନ୍ତି ପୁନର୍ବିଚାର କରନ୍ତୁ ବୋଲି ତାରା ବାହିନୀପତି କହିଛନ୍ତି । ସୂଚନାଯୋଗ୍ୟ, ସ୍କୁଲ ବନ୍ଦ ନିଷ୍ପତ୍ତିକୁ ନେଇ ଆଜି ବିଧାନସଭାରେ ହଟ୍ଟଗୋଳ ହୋଇଛି । ବିଧାନସଭାକୁ 3ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି ।
ଭୁବନେଶ୍ୱର: ସ୍କୁଲ ବନ୍ଦ ପ୍ରସଙ୍ଗକୁ ନେଇ ଆଜି ବିଧାନସଭାରେ ହଟ୍ଟଗୋଳ ହୋଇଛି । ଏହି ପରିପ୍ରେକ୍ଷୀରେ ବିରୋଧୀ ଦଳର ସଦସ୍ୟମାନେ ସ୍କୁଲ ବନ୍ଦ ପ୍ରସଙ୍ଗକୁ ନେଇ ସର୍ବଦଳୀୟ ବୈଠକ ଡାକିବାକୁ ଦାବି କରିଛନ୍ତି । ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟମାନେ ସର୍ବଦଳୀୟ ବୈଠକ ଡାକିବାକୁ ବାଚସ୍ପତିଙ୍କ ଠାରେ ଦାବି କରିଛନ୍ତି । ଏପରିକି ସର୍ବଦଳୀୟ ବୈଠକକୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କୁ ଡାକିବାକୁ ମଧ୍ୟ ବିରୋଧୀ ଦଳର ସଦସ୍ୟମାନେ ଦାବି କରିଛନ୍ତି । ଉକ୍ତ ସର୍ବଦଳୀୟ ବୈଠକରେ ସ୍କୁଲ ବନ୍ଦ ପ୍ରସଙ୍ଗରେ ଆଲୋଚନା କରିବାକୁ ବିରୋଧୀ ଦଳର ସଦସ୍ୟମାନେ ଦାବି କରିଛନ୍ତି । ତେବେ ଏନେଇ ହଟ୍ଟଗୋଳ ଲାଗି ରହିବାରୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ଅପରାହ୍ନ 3ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି । ସ୍କୁଲ ବନ୍ଦ ପ୍ରସଙ୍ଗରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସାନି ରୁଲିଂ ପ୍ରଦାନ କରିଛନ୍ତି। ଆସନ୍ତା କାଲି ସୁଦ୍ଧା ସ୍କୁଲ ବନ୍ଦ ପ୍ରସଙ୍ଗରେ …
ଭୁବନେଶ୍ବର: ରାଜ୍ୟରେ ଆଉ 17 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 1625କୁ ବୃଦ୍ଧି ହୋଇଛି। ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ 5 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ କେନ୍ଦୁଝରରୁ 3 ଜଣ ଓ କଟକ ଓ ଗଞ୍ଜାମରୁ 2 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ଦେବଗଡ, ଜଗତସିଂହପୁର, ଖୋର୍ଦ୍ଧା, ମୟୂରଭଞ୍ଜ ଓ ପୁରୀରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
ଭୁବନେଶ୍ୱର: ବିରସା ମୁଣ୍ଡା ଜୟନ୍ତୀ କମିଟି ପକ୍ଷରୁ ଜାତୀୟ ଗଣମାଧ୍ୟମ ଦିବସ ଅବସରରେ ‘ଏକମାତ୍ର’ ଖବର କାଗଜ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ, କବି ତାରକ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।ରାଜଧାନୀ ୟୁନିଟ-୨ରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ସମାଜସେବୀ ବିଶ୍ୱରଂଜନ ମହାନ୍ତି, ଓଲିଉଡ କ୍ରିଏଟିଭ ହେଡ ପ୍ରଣୟ ଜେଠି, ଅଣ୍ଡାମାନ-ନିକୋବରରେ ଥିବା ଓଡ଼ିଆ ଶିଳ୍ପପତି ଗଦାଧର ଦାସ ଓ ଫାସନ ଡିଜାଇନର ସୁଚରିତା ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ମହାନ୍ତିଙ୍କୁ ମାନପତ୍ର ଓ ବୃକ୍ଷଚାରା ଦେଇ ସମ୍ବର୍ଦ୍ଧିତ କରିଥିଲେ। ମୁଖ୍ୟ ଅତିଥି ପ୍ରଦ୍ୟୁମ୍ନ ଶତପଥୀ ତାରକଙ୍କ ସାମ୍ବାଦିକତା ଓ ଏକମାତ୍ର ଖବର କାଗଜର ସ୍ୱତନ୍ତ୍ରତା ସମ୍ପର୍କରେ କହିବା ସହ ସାମ୍ପ୍ରତିକ ସମୟରେ ସାମ୍ବାଦିକତା କରିବା ସହଜ ନୁହେଁ ବୋଲି କହିଥିଲେ। ଅନ୍ୟ ଅତିଥିମାନେ ସହିଦ ବିରସା ମୁଣ୍ଡାଙ୍କ ସଂଘର୍ଷ ଓ ପ୍ରେସ ଦିବସର ଗୁରୁତ୍ୱ ଉପରେ ବକ୍ତବ୍ୟ ରଖିଥିଲେ।ଏହି ଅବସରରେ ଅର୍ଗସ ସାମ୍ବାଦିକା ମାଧୁରୀ ମହାନ୍ତି, ଓଲିଉଡ…
ମଧ୍ୟପ୍ରଦେଶ : ଇଅରଫୋନ୍ ହେଲା କାଳ । ମଧ୍ୟପ୍ରଦେଶର ବୁରହାନ୍ପୁର ଜିଲ୍ଲା ଏକ ରେଲ୍ଓ୍ବେ ଟ୍ରାକ୍ରେ ଏକ ଅଭାବନୀୟ ଘଟଣା ଘଟିଛି । ରେଲ୍ଓ୍ବେ ଟ୍ରାକ୍ରେ ଦୁଇଜଣ ଯୁବକ ଟ୍ରେନ୍ରେ ଧକ୍କା ହୋଇ ମୃତ୍ରୁ ବରଣ କରିଛନ୍ତି । ଟ୍ରାକରେ ଦୁଇଜଣ ଯୁବକ କର୍ଣ୍ଣାଟକ ଏକ୍ସପ୍ରେସ ଧକ୍କା ଦେବା ଫଳରେ ପ୍ରାଣ ହରାଇଛନ୍ତି । ଏପରିକି ସେମାନଙ୍କ ଶରୀର ପ୍ରାୟ 50ରୁ 60 ଖଣ୍ଡ ହୋଇଯାଇଛି । ପ୍ରାୟ 100 ମିଟର ଦୂରକୁ ସେମାନଙ୍କ ଶରୀର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଛିଟକି ପଡିଥିବା ମଧ୍ୟ ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ ବୁରହାନପୁରରର ବିରୋଦାରେ ରହୁଥିବା 19 ବର୍ଷୀୟ ଇର୍ଫାନ୍ ଓ 16 ବର୍ଷୀୟ କଲୀମ୍ ଶୁକ୍ରବାର ସନ୍ଧ୍ୟା 6 ଘଟିକା ସମୟରେ ଟ୍ରାକ୍ରେ ବୁରହାନ୍ପୁର ଆଡକୁ ଯାଉଥିଲେ । ଟ୍ରେନ୍ ଟ୍ରାକ୍ରେ ଯିବା ସମୟରେ ଦୁହେଁ କାନରେ ଇଅର୍ଫୋନ୍ ଲଗାଇ ଗୀତ ଶୁଣି ଶୁଣି ଯାଉଥିଲେ । ଗୀତ ଯୋଗୁଁ…
ଭୁବନେଶ୍ବର: ରାଜ୍ୟରେ ଆଜି ୭୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୪୪୬ ଜଣ ଚିହ୍ନଟ ହୋଇଥିବାବେଳେ ୩୩୨ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୩ହଜାର ୩୨୩କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩ ହଜାର ୮୯୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭ ହଜାର ୭୪୮ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୬୦୮ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍ ୭୭୮ ଜଣ ଚିହ୍ନଟ ହୋଇଛନ୍ତି। ଅନୁଗୁଲୁର ସର୍ବାଧିକ ୬୮ଜଣ ଚିହ୍ନଟ ହୋଇଥିବାବେଳେ ବାଲେଶ୍ଵରରୁ ୬୧ ବରଗଡରୁ…
ୱାଶିଂଟନ : ଆମେରିକାର ଏକ ମଲରେ ଗୁଳିକାଣ୍ଡ ଘଟି 8 ଜଣ ଆହତ ହୋଇଛନ୍ତି। ଶୁକ୍ରବାର ୱିସକନସିନରେ ରହିଥିବା ଏକ ମଲରେ ଗୁଳିକାଣ୍ଡ ଘଟିବା ସହିତ 8 ଜଣ ଲୋକ ଆହତ ହୋଇଛନ୍ତି । ତେବେ ଆତତାୟୀ ଜଣକ ଗୁଳି ଚାଳନା ପରେ ଫେରାର ହୋଇ ଯାଇଥିବା ଜଣାପଡିଛି । ମେ ଫେୟାର ମଲରେ ହୋଇଥିବା ଏହି ଗୁଳିକାଣ୍ଡକୁ ନେଇ ଏଫବିଆଇ ଏବଂ ମିଲଉଆକି କଣ୍ଟ୍ରି ସେରିଫ ଟ୍ୱିଟ କରି ସୂଚନା ଦେଇଛନ୍ତି । ଆକ୍ରମଣ ପରେ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଆତତାୟୀ ଜଣକ ଫେରାର ହୋଇଯାଇଥିଲେ । ଆକ୍ରମଣକାରୀ ଜଣ 20ରୁ30 ବର୍ଷ ବୟସ୍କର ଜଣେ ଶ୍ବେତାଙ୍ଗ ବୋଲି ଜଣାପଡିଛି । ଆକ୍ରମଣରେ ଆହତ ହୋଇଥିବା ଲୋକଙ୍କ ମଧ୍ୟରେ 7 ଜଣ ବୟସ୍କ ରହିଥିବା ବେଳେ ଜଣେ ନାବାଳକ ରହିଥିବା ଜଣାପଡିଛି । ଆହତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ କେହିବି ଗୁରୁତର ନାହାନ୍ତି ବୋଲି ୱାଉଟସୋଆ ମେୟର…
ପ୍ରୟାଗରାଜ : ଉତ୍ତରପ୍ରଦେଶର ପ୍ରୟାଗରାଜରେ ଦେଶୀ ମଦ ପିଇ 5ଜଣଙ୍କର ଜୀବନ ଯାଇଥିବାବେଳେ ତିନିଜଣ ଗୁରୁତର ରହିଛନ୍ତି । ବିଷାକ୍ତ ମଦ ପିଇ ସେମାନଙ୍କର ମୃତ୍ୟୁହୋଇଥିବାର ଅଭିଯୋଗ ହୋଇଛି । ଫୁଲପୁର ଥାନା ଇମିଲିଆ ଗ୍ରାମରୁ ବିଷାକ୍ତ ମଦ ପିଇ ମୃତ୍ୟୁ ହୋଇଥିବର ଖବର ମିଳିଛି । ମଦ ମୃତ୍ୟୁ ଘଟଣାକୁ ନେଇ ପ୍ରଶାସନ ତଦନ୍ତ ଜାରି ରଖିଛି । ତେବେ ଗ୍ରାମରେ ମଦ ବିକ୍ରି କରୁଥିବା ଶ୍ୟାମବାବୁ ଓ ସଙ୍ଗୀତା ଦୁହେଁ ଫେରାର୍ ହୋଇଛନ୍ତି ।ଶ୍ୟାମବାବୁ ସ୍ଥାନୀୟ ପୋଲିସ୍ଙ୍କ ସହ ମିଶି ଅବୈଧ ଉପାୟରେ ବିଷାକ୍ତ ମଦ କାରବାର କରୁଥିବାର ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । (ଏଜେନ୍ସି)
ଭୁବନେଶ୍ୱର: ତିର୍ତ୍ତୋଲ ଓ ବାଲେଶ୍ୱର ସଦର ଉପ ନିର୍ବାଚନରେ ବିପୁଳ ଭୋଟ ପାଇ ଶାସକ ବିଜୁ ଜନତା ଦଳ ନିଜର ଦମ୍ଭ ଦେଖାଇସାରିଛି। ଏବେ ପିପିଲିର ପାଳି। କାରଣ ଦୀର୍ଘ ବର୍ଷରୁ ପିପିଲି ନିର୍ବାଚନ ମଣ୍ଡଳୀ ବିଜେଡି ହାତରେ ରହିଛି। ଏହି ନିର୍ବାଚନ ମଣ୍ଡଳୀ ଦିବଂଗତ ନେତା ପ୍ରଦୀପ ମହାରଥୀଙ୍କ ଗଡ଼ ଭାବେ ପରିଚିତ। ଗତ ସାଧାରଣ ନିର୍ବାଚନରେ କଂଗ୍ରେସ ଟିକଟ ପାଇ ନିର୍ବାଚନ ଲଢ଼ୁଥିବା କେଦାର ସାମନ୍ତରାୟ ଶେଷ ମୁହୂର୍ତ୍ତରେ ନିର୍ବାଚନ ମୈଦାନରୁ ଓହରି ଯାଇଥିଲେ। ଫଳରେ କଂଗ୍ରେସ ଏଠାରେ ଅଜିତ ମଙ୍ଗରାଜଙ୍କୁ ପ୍ରାର୍ଥୀ କରିଥିଲା।ଏଥର ଉପନିର୍ବାଚନରେ ଅଜିତ ମଙ୍ଗରାଜ କଂଗ୍ରେସ ଟିକେଟ ପାଇବା ପାଇଁ ପୁଣି ଆଶାବାଦୀ ଅଛନ୍ତି। ସେହିପରି ଗତ ସାଧାରଣ ନିର୍ବାଚନରେ ବିଜେପିରୁ ଆଶ୍ରିତ ପଟ୍ଟନାୟକ ନିର୍ବାଚନ ଲଢ଼ି ଦ୍ଵିତୀୟ ସ୍ଥାନରେ ରହିଥିଲେ। ସେ ମଧ୍ୟ ଆଶାବାଦୀ ଏଥର ବିଜେପି ତରଫରୁ ତାଙ୍କୁ ଟିକେଟ ମିଳିବ। ସେଥିପାଇଁ ପିପିଲି ଅଂଚଳରେ ଭୋଟରଙ୍କ ନିକଟରେ ପହଂଚିବା ପାଇଁ…
ଭୁବନେଶ୍ୱର: ଆଜି ପ୍ରକାଶ ପାଇଁ ଏକକ ପିଜି ମେରିଟ୍ ଲିଷ୍ଟ । ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ରାଜ୍ୟର ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟରେ ସ୍ନାତ୍ତକୋତ୍ତର(ପିଜି)ରେ ନାମଲେଖା ପାଇଁ ରାଜ୍ୟସ୍ତରୀୟ ମେଧା ତାଲିକା ପ୍ରକାଶ ପାଇବ । ଛାତ୍ରଛାତ୍ରୀମାନେ ଆଜି ସାମ୍ସ ୱେବସାଇଟ୍ରୁ ସେମାନଙ୍କ ପଞ୍ଜୀକରଣ ସଂଖ୍ୟା ଓ ରୋଲ୍ ନମ୍ବର୍ ଅନୁଯାୟୀ ଫଳ ଜାଣି ପାରିବେ । ରାଜ୍ୟର 68ଟି ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପିଜି ନାମ ଲେଖା ପାଇଁ ପ୍ରାୟ 60 ହଜାର ଛାତ୍ରଛାତ୍ରୀ ଏକକ ପ୍ରବେଶିକା ପରୀକ୍ଷା ଦେଇଥିଲେ । ଅକ୍ଟୋବର 12 ରୁ 22 ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ଅନଲାଇନ ପ୍ରବେଶିକା ପରୀକ୍ଷା ଦେଇଥିବା ବେଳେ ରାଜ୍ୟରେ ମୋଟ 28 କେନ୍ଦ୍ରରେ ପରୀକ୍ଷା ହୋଇଥିଲା । ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ଏକକ ପିଜି ପ୍ରବେଶିକା ପରୀକ୍ଷା ଆୟୋଜିତ ହୋଇଛି। ଡିସେମ୍ବର 21 ତାରିଖ ସୁଦ୍ଧା ନାମ ଲେଖା ପ୍ରକ୍ରିୟା ସାରିବା ପାଇଁ…
ନୂଆଦିଲ୍ଲୀ : ଦେଶରେ ପୁଣିଥରେ କରୋନା ମାମଲା ବୃଦ୍ଧି ପାଇଛି । ଗତ 24ଘଣ୍ଟାରେ 46 ହଜାର 232 ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 564ଜଣଙ୍କର ମୃତ୍ୟୁ ହୋଇଛି । ଦଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 90 ଲକ୍ଷ 50 ହଜାର 598ରେ ପହଞ୍ଚିଥିବବେଳେ ମୃତ୍ୟୁ ସଂଖ୍ୟା 1 ଲକ୍ଷ 32 ହଜାର 726ରେ ପହଞ୍ଚିଛି । ସେହିପରି ଏବେ ସୁଦ୍ଧା ଦେଶରେ ଆକ୍ଟିଭ୍ କେସ୍ 4 ଲକ୍ଷ 39 ହଜାର 747 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 84 ଲକ୍ଷ 78 ହଜାର 124 ଜଣ । ଦିଲ୍ଲୀରେ କରୋନା ସ୍ଥିତି ଅସମ୍ଭାଳ ରହିଛି । 24 ଘଣ୍ଟାରେ ଦିଲ୍ଲୀରେ 118ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 6 ହଜାର 608ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରେ କରୋନା ମୃତ୍ୟୁ ସଂଖ୍ୟା 8 ହଜାର 159କୁ ବୃଦ୍ଧି ହୋଇଛି ।
ମେଷ ମେଷ ରାଶିର ଲୋକମାନେ ଆଜି ପିଲାମାନଙ୍କଠାରୁ କୈଣସି ଭଲ ଖବର ପାଇପାରିବେ। ଚାକିରି କ୍ଷେତ୍ରରେ ଆପଣଙ୍କୁ ଟିକିଏ ଦୈଡ଼ିବାକୁ ପଡ଼ିବ, କିନ୍ତୁ ଉପଯୁକ୍ତ ଫଳାଫଳ ପାଇବେ। ବଡ଼ ଅଧିକାରୀଙ୍କ ସହିତ ଉତ୍ତମ ସମନ୍ୱୟ ରକ୍ଷା ହେବ। ପାରିବାରିକ ପରିବେଶ ଖୁସି ରହିବ। ଛାତ୍ରମାନେ ଅଧ୍ୟୟନ କରିବାକୁ ଇଚ୍ଛୁକ ଅନୁଭବ କରିବେ। ହଠାତ୍ ଅର୍ଥନୈତିକ ଲାଭର ସମ୍ଭାବନା ଅଛି। ଆପଣ ଋଣରୁ ମୁକ୍ତି ପାଇବେ। ପିତାମାତାଙ୍କ ଆଶୀର୍ବାଦ ପ୍ରାପ୍ତ ହେବ। ବୃଷ ଆଜି, ବୃଷ ରାଶିର ଲୋକମାନେ ସେମାନଙ୍କ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ, ଯେଉଁଥି ପାଇଁ ଆପଣ ବହୁତ ବିବ୍ରତ ହେବେ। ଭବିଷ୍ୟତ ପାଇଁ ଟଙ୍କା ସଂଗ୍ରହ କରିବାରେ ଆପଣ ସଫଳ ହୋଇପାରିବେ। ଆପଣ ନିଜ ଜୀବନସାଥୀଙ୍କ ସହିତ ସର୍ବୋତ୍ତମ ସମୟ ଅତିବାହିତ କରିବେ। ଆପଣ ସୋସିଆଲ ମିଡିଆ ମାଧ୍ୟମରେ କିଛି ଭଲ ଖବର ପାଇପାରିବେ। ରିଅଲ୍ ଇଷ୍ଟେଟ୍ କ୍ଷେତ୍ରରେ, କୈଣସି ଡକ୍ୟୁମେଣ୍ଟରେ ଦସ୍ତଖତ କରିବା ପୂର୍ବରୁ ଏହାକୁ ସଠିକ୍…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଓଡ଼ିଶା ବିପର୍ଯ୍ୟୟ ପରିଚାଳନା ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ କୁମାର ଜେନା ଗଂଜାମ ଜିଲ୍ଲା ଗସ୍ତ କରି ଗଂଜାମ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷଠାରେ ଖଲିକୋଟ, ଗଂଜାମ ଓ ରଙ୍ଗେଇଲୁଣ୍ଡା ବ୍ଲକ୍ରେ କାର୍ଯ୍ୟକାରିତା ହୋଇଥିବା ଓଡ଼ିଶା ବିପର୍ଯ୍ୟୟ ପୁନଃରୁଦ୍ଧାର ପ୍ରକଳ୍ପର କାର୍ଯ୍ୟକାରିତା ସଂପର୍କରେ ଆଲୋଚନା କରିଥିଲେ। ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ଆଲୋଚନା ବୈଠକରେ ଶ୍ରୀ ଜେନା ଯୋଜନା ସଂପର୍କିତ କାର୍ଯ୍ୟକାରିତା ସଂପର୍କରେ ପଚାରି ବୁଝି ଜଣାଇଥିଲେ ଯେ, ଯୋଜନାର ନିର୍ଦ୍ଦେଶନାମା ପ୍ରକାରେ ହିତାଧିକାରୀଙ୍କୁ ଅର୍ଥ ପ୍ରଦାନ କରନ୍ତୁ। ଯ’ଦ୍ୱାରା ସେମାନେ ଠିକ୍ ସମୟରେ ନିଜ ଗୃହ ନିର୍ମାଣ କାର୍ଯ୍ୟ ଶେଷ କରିପାରିବେ। ଅଧିକାରୀ ଗଣ ବ୍ୟକ୍ତିଗତ ଭାବେ ଏହାର ଅଗ୍ରଗତି ଓ ସହାୟକଗୁଡ଼ିକ ପରିଚାଳନା କରନ୍ତୁ ତେବେ ଯାଇ କୌଣସି ସମସ୍ୟା ଦେଖାଯିବ ନାହିଁ। ତିନିମାସ ମଧ୍ୟରେ ଘର କାମ ଶେଷ କରିବାକୁ ହିତାଧିକାରୀଙ୍କୁ ଯେଉଁ ପ୍ରୋତ୍ସାହନ ରାଶି…
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଆଜି ଟାଙ୍ଗୀ ପୋଲିସ୍ କୁହୁଡିରେ ଚଢାଉ କରି ୩୦ କେଜି ଗଂଜେଇ ଜବତ କରିବା ସହ ଜଣେ ମହିଳାଙ୍କୁ ଗିରଫ କରିଛି। କୁହୁଡି ଵର ଗାଡିଆ ସାହିରେ ଉକ୍ତ ମହିଳା ଜଣକ ଦୀର୍ଘ ଦିନ ହେଲା ଚୋରା ଗଂଜେଇ କାରବାର କରି ଆସୁଥିଲେ। ତେବେ ଏକ ବିଶେଷ ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ଜିଲ୍ଲାପୋଲିସ୍ ର ସ୍ପେଶାଲ ସ୍କ୍ୱାର୍ଡ ଓ ଟାଙ୍ଗୀ ପୋଲିସ୍ ମିଳିତ ଭାଵେ ଚଢାଉ କରିଥିଲେ। ହେଲେ ଚଢାଉ ବେଳେ ପରିବାରର ସମସ୍ତ ସଦସ୍ୟ ଫେରାର ହୋଇ ଯାଇଥିବା ବେଳେ ମହିଳା ଜଣକ ଘରେ ଏକାକୀ ରହି ଯାଇଥିଲେ। ପୋଲିସ୍ ମହିଳାଙ୍କ ଘରୁ ୪ ବସ୍ତା ଗଂଜେଇ ଜବତ କରିଥିଲା। ଜବତ ଗଂଜେଇ ୩୦ କିଲୋ ହୋଇଥିବା ବେଳେ ଏହାର ବଜାର ମୁଲ୍ୟ ୩ ଲକ୍ଷରୁ ଅଧିକ ହେବ ବୋଲି ଜଣା ପଡିଛି। ଗିରଫ ମହିଳା ଜଣକୁ ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ ବୋଲି…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁର ପୋଲିସ୍ ଜିଲ୍ଲା ଅନ୍ତର୍ଗତ ଗୋଳନ୍ଥରା ଥାନା ଏକ ସ୍ପର୍ଶକାତର ଥାନା ହୋଇଥିବା ବେଳେ ଅଂଚଳଟି ବର୍ତ୍ତମାନ ପେଟ୍ରୋଲିଂ ଅଭାବ ତଥା କର୍ମଚାରୀଙ୍କ ଢ଼ିଲା ମନଭାବରୁ ଅଂଚଳରେ ଚୋରି, ଡ଼କାୟତି, ରାହାଜାନୀ, ହତ୍ୟା ଉଦ୍ୟମ, ଜୁଆଆଡ୍ଡା, ବଟି ମାଗିବା ଘଟଣା ବଢ଼ିବାରେ ଲାଗିଛି। ଏହି ଥାନା ଅଂଚଳରେ ଗୋଟିଏ ଦିନ ପୂର୍ବରୁ ଜନୈକ କୃଷକ ନେତାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବାବେଳେ ସେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି। ସେହିପରି କିଛିଦିନ ତଳେ ବିଜେପି ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କୁ ମଧ୍ୟ କିଛି ଦୁବୃର୍ତ୍ତ ଆକ୍ରମଣ କରିଥିଲେ। ଉଭୟ ମାମଲାରେ ଗୋଳନ୍ଥରା ପୋଲିସର୍ ହାତ ଖାଲି। ପୂର୍ବରୁ ଏହି ଅଂଚଳରେ ଦାଦାବଟି ମାଗିବା ନେଇ ମଧ୍ୟ ବହୁବାର ଅଭିଯୋଗ ହୋଇଥିଲେ ସୁଦ୍ଧା ପୋଲିସ୍ ଗୋଟିଏ ମାମଲାରେ ହିଁ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ଅନ୍ୟ ଦୁବୃର୍ତ୍ତମାନ ପୂର୍ବବତ୍ ବଟି ମାଗିବା ଅଭ୍ୟାସ ଜାରି ରଖିଛନ୍ତି। ସେହିପରି…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ପାର୍ଶ୍ଵ ଅଶ୍ୱିନୀ କୋଭିଡ଼୍ ହସ୍ପିଟାଲ୍ ସମ୍ମୁଖରେ ଏକ ଅଜଣା କାର୍ ଧକ୍କାରେ ଜନୈକ ବାଇକ୍ ଚାଳକ ଗୁରୁତର ଆହତ ହୋଇଛନ୍ତି। ଘଟଣାରୁ ପ୍ରକାଶ ଯେ, ବାଇକ୍ ଚାଳକ ଇଚ୍ଛାପୁର ବେଲପଡ଼ା ଗ୍ରାମର ରାଜେନ୍ଦ୍ର ନିମାଇଁ (୫୨) ନିଜ ବାଇକ୍ରେ ବ୍ରହ୍ମପୁର ଶ୍ୱଶୁର ଘରକୁ ଯାଉଥିବାବେଳେ ବିପରୀତ ଦିଗରୁ ଏକ ଅଜଣା କାର୍ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ଦୂରକୁ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ କନିଷି ଅଗ୍ନିଶମ କର୍ମଚାରୀ ଏଲ୍ଏଫ୍ଏମ୍ ଶଙ୍କର ବେହେରା ଏବଂ ଭାସ୍କର ରାଉତ ପହଞ୍ଚି ଆହତ ବାଇକ୍ ଚାଳକଙ୍କୁ ଉଦ୍ଧାର କରି ଅଗ୍ନିଶମ ଗାଡ଼ିରେ ଏମ୍କେସିଜି ମେଡ଼ିକାଲ୍ରେ ଭର୍ତ୍ତି କରିଥିଲେ। ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ରାଜେନ୍ଦ୍ରଙ୍କ ଅବସ୍ଥା ଗୁରୁତର ରହିଛି। ବର୍ତ୍ତମାନ ସୁଦ୍ଧା ଗୋଳନ୍ଥରା ଥାନାରେ କୌଣସି ଅଭିଯୋଗ ହୋଇନାହିଁ କିମ୍ବା ପୋଲିସ୍ ନିଜ ଆଡ଼ୁ ଘଟଣାର ଅନୁସନ୍ଧାନ କରିନାହିଁ।

