Author: Samikhsya Bureau

ଭୁବନେଶ୍ବର: ରାଜ୍ୟରେ ଆଜି ୫୫୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୩୧୭ ଜଣ ଚିହ୍ନଟ ହୋଇଥିବାବେଳେ ୨୩୩ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୭ହଜାର୭୮୯କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୯ହଜାର ୭୪୭ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬ ହଜାର ୨୫୯ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୭୦୪ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୮ଟି ଜିଲ୍ଲାରୁ ମୋଟ୍‌ ୫୫୦ଜଣ ଚିହ୍ନଟ ହୋଇଛନ୍ତି। ଅନୁଗୁଳ ରୁ ସର୍ବାଧିକ ୫୩ ଜଣ ଚିହ୍ନଟ ହୋଇଥିବାବେଳେ ବାଲେଶ୍ଵରରୁ ୨୧, ବରଗଡରୁ ୨୫, ଭଦ୍ରକରୁ ୫,…

Read More

ନୂଆଦିଲ୍ଲୀ : ଆମେରିକା ପରେ ଭାରତରେ ସର୍ବାଧିକ କରୋନା ମାମଲା ଦେଖିବାକୁ ମିଳିଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 93 ଲକ୍ଷ ପାର୍‌ କରିସାରିଛି । ଦେଶରେ ଗତ 24ଘଣ୍ଟା ମଧ୍ୟରେ 41 ହଜାର 322 ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ 485ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା 1ଲକ୍ଷ 36 ହଜାର 200ରେ ପହଞ୍ଚିଛି। ସେହିପରି ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 93ଲକ୍ଷ 51 ହଜାର 110କୁ ବୃଦ୍ଧି ପାଇଛି। ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 4 ଲକ୍ଷ 452 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 87 ଲକ୍ଷ 59 ହଜାର 969ଜଣ । ଆଇସିଏମ୍‌ଆରର ସୂଚନା ଅନୁସାରେ ନଭେମ୍ବର 27 ତାରିଖ ସୁଦ୍ଧା ଦେଶରେ 13 କୋଟି 80 ଲକ୍ଷ ନମୁନା ପରୀକ୍ଷଣ ହୋଇଛି।

Read More

ପୁରୀ: କାର୍ତ୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥି ଦିନ ଶ୍ରୀମନ୍ଦିରରେ ଠାକୁରମାନଙ୍କର ଆଡ଼କିଆ ବା ତ୍ରିବିକ୍ରମ ବେଶ ଅନୁଷ୍ଠିତ ହୋଇଥାଏ । ଶ୍ରୀଜୀଉମାନଙ୍କର ଅବକାଶ ନୀତି ଶେଷ ହେବା ପରେ ଏହି ବେଶ ଆରମ୍ଭ ହୋଇଥାଏ । ପୁଷ୍ପାଳକ ସେବକମାନେ ଏହି ବେଶ ସମ୍ପାଦନ କରିଥାନ୍ତି । ତ୍ରିବିକ୍ରମ ବେଶରେ ଜଗନ୍ନାଥ ଓ ବଳଭଦ୍ରଙ୍କ ମସ୍ତକରେ ଚୂଳ ଲଗାଯାଏ। ଚୂଳ ଦୁଇଟି ସୋଲ, କନା, ବେତ, ଜମ୍ବୁରା, କଇଁଥ ଅଠା ଇତ୍ୟାଦିରେ ନିର୍ମିତ ହୋଇଥାଏ । ଏହି ଚୂଳରେ ସ୍ୱର୍ଣ୍ଣ ନିର୍ମିତ କିଆ ଆଡବାଗରେ ଖୋସା ଯାଇଥାଏ । ସୁଭଦ୍ରା ଓ ଅନ୍ୟ ଦୁଇ ଠାକୁରଙ୍କ ମସ୍ତକର ଶୀର୍ଷ ଭାଗରେ ସ୍ୱର୍ଣ୍ଣ ଚନ୍ଦ୍ରିକା ମଧ୍ୟ ଖଞ୍ଜା ଯାଇଥାଏ । ଏଥି ସହିତ ପୂର୍ବ ଦିନ ପରି ଅନ୍ୟାନ୍ୟ ସ୍ୱର୍ଣ୍ଣ ଅଳଙ୍କାର ଓ ହଳ, ମୂଷଳ, ଶଙ୍ଖ, ଚକ୍ର ଏବଂ ପାଟ ବସ୍ତ୍ର ଇତ୍ୟାଦିରେ ଠାକୁରମାନଙ୍କୁ ଆଡକିଆ ବା ତ୍ରିବିକ୍ରମ ବେଶରେ ଭୂଷିତ…

Read More

ବାଙ୍ଗାଲୁରୁ, କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରୁପ୍ପାଙ୍କ ରାଜନୈତିକ ସଚିବ ଏନ.ଆର ସନ୍ତୋଷ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। କୁହାଯାଇଛି ଯେ ସନ୍ତୋଷ ଏକାଧିକ ନିଦ ବଟିକା ଖାଇ ଏହି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ବେଙ୍ଗାଲୁରୁର ରାମାୟା ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଏହା ପରେ ପୋଲିସ ମଧ୍ୟ ଡାକ୍ତରଖାନାରେ ପହଞ୍ଚିଛି। ସନ୍ତୋଷ ଅପରେସନ୍ କମଲ ସମୟରେ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରୁପ୍ପାଙ୍କୁ ବେଶ୍ ସହଯୋଗ କରିଥିଲେ। ରାଜ୍ୟରେ ଅପରେସନ୍ କମଲ ସମୟରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ପ୍ରାଥମିକ ସୂଚନା ଅନୁଯାୟୀ, ଏହି ସମଗ୍ର ମାମଲାକୁ ନେଇ ସେ କୁଆଡେ ଚାପରେ ଥିଲେ ବୋଲି ଜଣାଯାଇଛି। ମୁଖ୍ୟମନ୍ତ୍ରୀ ୟେଦୁରୁପ୍ପା କହିଛନ୍ତି ଯେ ଏହାର କାରଣ ବିଷୟରେ କିଛି ଜାଣି ନାହାଁନ୍ତି। ମୁଁ ଜାଣେ ନାହିଁ କାହିଁକି ସେ ନିଦ ବଟିକା ଖାଇ ନିଜକୁ ମାରିବାକୁ ଚେଷ୍ଟା କରିଛନ୍ତି। ସନ୍ତୋଷଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି। ହେଲେ ସେ ଡାକ୍ତରଖାନାରେ ଆଉ…

Read More

ଭୁବନେଶ୍ବର, କିଛିଦିନ ତଳେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ବିଧାୟକ ଦଳର ବୈଠକ ଡାକିଥିଲେ। କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟ ନେତା ଭାବେ ସେ ବିଧାୟକ ଦଳର ବୈଠକ ଡାକିବାରେ କୌଣସି ଅସୁବିଧା ନାହିଁ। ହେଲେ ଅସୁବିଧା ହେଲା ଯେ, ସେ ଯେଉଁ ସମୟରେ ଏହି ବୈଠକ ଆହ୍ବାନ କଲେ। କାରଣ ବିଧାନସଭା ପୂର୍ବରୁ ସବୁ ଦଳ, ଗୃହ ଭିତରେ କଣ ରଣନୀତି ହେବ ସେ ନେଇ ବୈଠକ କରିଥାନ୍ତି। ସାଧାରଣତଃ ଏହି ବୈଠକ ବିଧାନସଭା ପୂର୍ବରୁ କରାଯାଇଥାଏ। ହେଲେ ବିଧାନସଭା ହେବାର ବହୁ ଦିନ ପରେ ଧର୍ମେନ୍ଦ୍ର ଏପରି ବୈଠକ କରିବାର କଣ ଆବଶ୍ୟକତା ଥିଲା। ତାହାକୁ ନେଇ ବର୍ତ୍ତମାନ ସୃଷ୍ଟି ହୋଇଛି ଚର୍ଚ୍ଚା। ସାଧାରଣରେ ଗୋଟିଏ ଆଲୋଚନା ହେଉଛି ଯେ, ବର୍ତ୍ତମାନ ଦଳ ଭିତରେ ଧର୍ମେନ୍ଦ୍ରଙ୍କ ପତିୟାରା କମିବାରେ ଲାଗିଛି। ସେଥିପାଇଁ ସେ ନିଜର ଶକ୍ତିକୁ ବଜାଇ ରଖିବା ପାଇଁ କୁଆଡେ ଏପରି ଅବେଳାରେ ବିଧାୟକ…

Read More

ନୂଆଦିଲ୍ଲୀ, କୋଭିଡ ଟୀକାର ଅଗ୍ରଗତି ଓ ପ୍ରସ୍ତୁତି ସମ୍ପର୍କରେ ଅବଗତ ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ତିନୋଟି ଅନୁଷ୍ଠାନ ପରିଦର୍ଶନ କରିବେ। ସେ ଅହମଦାବାଦାସ୍ଥିତ ଜାଇଡସ ବାୟୋଟେକ ପାର୍କ, ହାଇଦ୍ରାବାଦର ଭାରତ ବାୟୋଟେକ ଓ ପୁଣେର ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । କୋଭିଡ-୧୯ ବିରୁଦ୍ଧ ସଂଗ୍ରାମରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପହଞ୍ଚିଥିବାରୁ ପ୍ରଧାନମନ୍ତ୍ରୀ ନିଜେ ଏ ସମ୍ପର୍କରେ ବୈଜ୍ଞାନିକମାନଙ୍କ ସହିତ ପରାମର୍ଶ କରିବେ। ଟିକା ନେଇ ରହିଥିବା ଆହ୍ଵାନ ଓ ଏହାର ପ୍ରସ୍ତୁତି ତଥା ଦେଶର ନାଗରିକମାନଙ୍କର ଟୀକା କରଣ ସମ୍ପର୍କରେ ସବିଶେଷ ତଥ୍ୟ ଆହରଣ କରିବେ।

Read More

ନୂଆଦିଲ୍ଲୀ, ଆଜି ହେଉଛି କାର୍ତ୍ତିକ ଶୁକ୍ଲ ପକ୍ଷ ଉଦୟ ତ୍ରୟୋଦଶୀ ତିଥି ଶନିବାର। ଆଜି ତ୍ରୟୋଦଶୀ ସକାଳ 10ଟାରୁ 22 ମିନିଟ୍ ପର୍ଯ୍ୟନ୍ତ ରହିବ, ଏହାପରେ ଚତୁର୍ଦ୍ଦଶୀ ତିଥି ଆରମ୍ଭ ହୋଇଯିବ। କାର୍ତ୍ତିକ ଶୁକ୍ଲ ଚତୁର୍ଦ୍ଦଶୀରେ ବୈକୁଣ୍ଠ ଚତୁର୍ଦ୍ଦଶୀ ଭାବେ ପାଳନ କରାଯିବ । ତେଣୁ ଆଜି ଅନେକ ବୈକୁଣ୍ଠ ଚତୁର୍ଦ୍ଦଶୀ ଉପବାସ କରୁଛନ୍ତି । ଏହା ସହିତ, ସାରା ଦିନ ସାରା ରାତି କଟିବା ପରେ, ରବିବାର ସକାଳ 10ଟା 9 ମିନିଟରେ ପରିଧି ଯୋଗ ହେବ। ରବି ଯୋଗ ଅପରାହ୍ନ 3 ଟାରେ 19 ମିନିଟ୍ ପର୍ଯ୍ୟନ୍ତ ରହିବ । ସେହିପରି ବିଳମ୍ବିତ ରାତି 3ଟା ରୁ 19 ମିନିଟ୍ ପର୍ଯ୍ୟନ୍ତ ଭରାନୀ ନକ୍ଷତ୍ର ଯୋଗ ରହିବ। ଏହା ବ୍ୟତୀତ, ମକଦ୍ଦମା ଦାୟର କରିବା କିମ୍ବା ଆପଣଙ୍କ ମତ ରଖିବାର ଯୋଗ ସକାଳ 10: 22 ରେ ସୂର୍ଯ୍ୟୋଦୟରୁ ହେବ। ଆଜି ଆପଣଙ୍କ ଦିନ କିପରି ହେବ ଜାଣନ୍ତୁ।…

Read More

ନୂଆଦିଲ୍ଲୀ, ଆଜି ଆମେ ଆପଣଙ୍କୁ ଜ୍ୟୋତିଷ ଶାସ୍ତ୍ରର ସେହି 3 ଭାଗ୍ୟଶାଳୀ ରାଶି ବିଷୟରେ କହୁଛୁ, ଯାହା ଉପରେ ଧନର ମାତା ଦେବୀ ଲକ୍ଷ୍ମୀ 30 ବର୍ଷ ପରେ ସେମାନଙ୍କ ପ୍ରତି ଦୟାଳୁ ହୋଇଛନ୍ତି। ଏହି ରାଶିଗୁଡ଼ିକର ଭାଗ୍ୟ ହଠାତ୍ ଉଜ୍ଜ୍ୱଳ ହେବ। ଆସନ୍ତୁ ଏହି ଭାଗ୍ୟଶାଳୀ ରାଶି ବିଷୟରେ ବିସ୍ତୃତ ଭାବରେ ଜାଣିବା.. ବ୍ୟବସାୟ ସହ ଜଡିତ ଲୋକମାନେ ସେମାନଙ୍କ ବ୍ୟବସାୟରେ କିଛି ପରିବର୍ତ୍ତନ କରିବେ, ଯାହା ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବାକୁ ଯାଉଛି। ମାତା ଲକ୍ଷ୍ମୀଙ୍କ ନାମ ନେଇ ଆପଣ ଯାହା ବି କରିବେ ସେଥିରେ କେହି ଆପଣଙ୍କୁ ସଫଳ ହେବାରେ ଅଟକାଇ ପାରିବେ ନାହିଁ। ଆପଣ ନିଜ ଘର କମରେ ଅଧିକ ଖୁସି ପାଇବେ। ଆପଣଙ୍କ ଜୀବନ ସାଥୀ ଅଧିକ ସମର୍ଥ ଦେବେ। ଆପଣଙ୍କ ବିବାହରେ ଆସୁଥିବା ବାଧା ଦୂର ହେବ। ଅଫିସ୍ କାର୍ଯ୍ୟରେ ଅସୁବିଧା ଦୂର ହେବ। ଏଥିରୁ ଜଣାପଡୁଛି ଯେ ଆପଣ ଚାକିରି…

Read More

କନ୍ଦର୍ପ ବେହେରା ରେଢ଼ାଖୋଲ: ଗତକାଲି ରାତିରେ ବରଗଡ଼ରୁ ଭୁବନେଶ୍ୱର ଯାଉଥିବା ଏକ ନାଇଟ କୋଚ ବସ୍ ରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ଖବର ହସ୍ତଗତ ହୋଇଛି। ପ୍ରକାଶ ଯେ ବରଗଡରୁ କେନ୍ଦ୍ରାପଡ଼ା ଯାଉଥିବା କୁମୁଦିନି ନାଇଟ କୋଚ୍ ବସରେ ନୀଳକଣ୍ଠ ଦାସ ନାମକ ଜଣେ ଯାତ୍ରୀ ପରିବାର ସହ ନିଜ ଗାଁକୁ ଯାଉଥିଲେ। ନିଜ ଗାଁ କେନ୍ଦ୍ରାପଡ଼ା ଜିଲ୍ଲା ପଟାମୁଣ୍ଡାଇ ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମ ବୋଲି ଜଣାପଡ଼ିଛି। ସେ ବସରେ ଯାଉଥିବା ସମୟରେ ଅସୁସ୍ଥ ହେବାରୁ ବସ କଣ୍ଡକ୍ଟର ତାଙ୍କୁ ରେଢ଼ାଖୋଲ ମାହେଶ୍ୱରୀ ନର୍ସିଂହୋମ ସାମ୍ନା ରେ ରାତି ପ୍ରାୟ ୨ ଟା ସମୟରେ ଓହ୍ଲାଇ ଦେଇଥିଲେ। ସେଠାରେ ନର୍ସିଂହୋମ ବନ୍ଦ ଥିବାରୁ ରାତ୍ରି ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀ ମାନେ ତୁରନ୍ତ ତାଙ୍କୁ ଏକ ଅଟୋରେ ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ନିଳକଣ୍ଠ ଦାସଙ୍କ ସ୍ତ୍ରୀ ଓ…

Read More

ଭୁବନେଶ୍ବର, ପରିଚାଳନାଗତ ଦୃଷ୍ଟିକୋଣରୁ ଏବଂ ଯାତ୍ରୀମାନଙ୍କର ସୁବିଧା ପାଇଁ, ନିମ୍ନଲିଖିତ ଅନୁଯାୟୀ ହାଓଡ଼ା-ସିକନ୍ଦରାବାଦ-ହାଓଡ଼ା, ଶାଲୀମାର-ସିକନ୍ଦରାବାଦ-ଶାଲୀମାର ଏବଂ ବିଶାଖାପାଟଣା-ବିଜୟୱାଡା-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ ଗୁଡିକ ପରିବର୍ତିତ ସମୟରେ ଚଳାଚଳ ପାଇଁ ନିମ୍ନଲିଖିତ ଅନୁଯାୟୀ ନିଷ୍ପତ୍ତି ନିଆଯାଇଛି। ସେହି ଅନୁସାରେ 1-ଉଭୟ ପାର୍ଶ୍ୱରୁ ଡିସେମ୍ବର ମାସ ପହିଲା ଠାରୁ ୦୨୭୦୪/୦୨୭୦୩ ସିକନ୍ଦରାବାଦ-ହାଓଡ଼ା-ସିକନ୍ଦରାବାଦ ବିଶେଷ ଟ୍ରେନ ପରିବର୍ତିତ ସମୟ ସାରଣୀ ଅନୁଯାୟୀ ଚଳାଚଳ କରିବ।ଏହି ଟ୍ରେନ ସିକନ୍ଦରାବାଦ ଠାରୁ ଅପରାହ୍ନ ୩ଘ.୫୫ମି.ରେ ଛାଡି ହାଓଡ଼ା ଠାରେ ତା’ପରଦିନ ଅପରାହ୍ନ ୫ଘ.୪୦ମି.ରେ ପହଞ୍ଚିବ। ଫେରିବା ମାର୍ଗରେ ଏହି ଟ୍ରେନ ହାଓଡ଼ା ଠାରୁ ପୂର୍ବାହ୍ନ ୮ଘ.୩୫ମି.ରେ ଛାଡି ସିକନ୍ଦରାବାଦ ଠାରେ ତା’ପରଦିନ ପୂର୍ବାହ୍ନ ୧୦ଘ.୧୦ମି.ରେ ପହଞ୍ଚିବ।ଏହି ଟ୍ରେନ ପାଇଁ ସ୍ଥିରୀକୃତ ରହଣି ଷ୍ଟେସନ ମାନଙ୍କଠାରେ ସମୟରେ ପରିବର୍ତ୍ତନ କରାଯାଇଅଛି। 2-ଡିସେମ୍ବର ମାସ ପହିଲା ଠାରୁ ସିକନ୍ଦରାବାଦ ଠାରୁ ଏବଂ ଡିସେମ୍ବର ମାସ ୨ ତାରିଖ ଠାରୁ ଶାଲୀମାରରୁ 02774/02773 ଶାଲୀମାର-ସିକନ୍ଦରାବାଦ-ଶାଲୀମାର ବିଶେଷ ଟ୍ରେନ ସଂଶୋଧିତ ସମୟ ସାରଣୀରେ ଚଳାଚଳ କରିବ।…

Read More

ଯାଜପୁର : ଚଳିତ ବର୍ଷ ଆରମ୍ଭରୁ ହିଁ କରୋନା ମହାମାରୀ ଯୋଗୁଁ ପ୍ରାୟ ସବୁ ପର୍ବ ପର୍ବାଣୀ ଫିକା ପଡିଛି । ଆବଦ୍ଧ ମଣ୍ଡପରେ ଦୁର୍ଗା ପୂଜା ଠାରୁ ନେଇ ଭକ୍ତ ବିହିନ ରଥଯାତ୍ରା ପର୍ଯ୍ୟନ୍ତ ସବୁଠି କରୋନାର ପ୍ରଭାବ ଦେଖିବାକୁ ମଳିଛି । ଆଗକୁ ଆସୁଛି କର୍ତ୍ତିକ ପୂର୍ଣ୍ଣିମା । ଆଉ ମାତ୍ର ଦୁଇ ଦିନ ପରେ ଡଙ୍ଗା ଭସାକୁ ଦୃଷ୍ଟିରେ ରଖି ଏବେ ଠାରୁ ଘାଟ ଓ ମନ୍ଦିର ମାନଙ୍କରେ କଟକଣା ଜାରି ହେଲାଣି । ଯାଜପୁର ଜିଲ୍ଲାର ବୈତରଣୀ ଏକ ପବିତ୍ର ନଦୀ ହୋଇଥିବାରୁ ଏହିଠାରେ ବୋଇତ ବନ୍ଦାଣ ଉତ୍ସବ ପାଳନ ହେବା ସହ ହଜାର ହଜାର ଲୋକ ଡଙ୍ଗା ଭସାଇବାକୁ ଭିଡ କରିଥାନ୍ତି। ଏଥିସହିତ ନଦୀ ଦୁଇ ପାର୍ଶ୍ୱରେ ଥିବା ବରାହ ମନ୍ଦିର ଓ ଜଗନ୍ନାଥ ମନ୍ଦିର ଏବଂ ନିକଟରେ ଥିବା ଆରାଧ୍ୟ ଦେବୀ ମା ବିରଜାଙ୍କ ମନ୍ଦିରରେ ମଧ୍ୟ ପ୍ରବଳ ଜନଗହଳି ହୋଇଥାଏ ।…

Read More

ଭୁବନେଶ୍ବର : ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ ଓ ପୁଅ ଆକାଶଙ୍କୁ ଗିରଫ କଲା ଭିଜିଲାନ୍ସ । ଗିରଫ ପରେ ବାପପୁଅଙ୍କୁ କୋର୍ଟ ଚାଲାଣ କରିଛି ଭିଜିଲାନ୍ସ । ବାପା ଅଭୟକାନ୍ତ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି । ବାପାଙ୍କ ପଇସାର ଅପବ୍ୟବହାର ଅଭିଯୋଗରେ ପୁଅ ଆକାଶଙ୍କୁ ମଧ୍ୟଗିରଫ କରାଯାଇଛି । ଏହି ମାମଲାର ତଦନ୍ତ ଇଡି କରିବା ନେଇ ମଧ୍ୟ ସୂଚନା ରହିଛି । ଆଇଏଫଏସ୍‌ ଅଭୟକାନ୍ତଙ୍କ ନିକଟରେ ଏତେ ପଇସା କେଉଁଠୁ ଆସୁଥିଲା, ଏହାର ଖର୍ଚ୍ଚ କିପରି ହେଉଥିଲା ତାହା ନେଇ ତଦନ୍ତ କରିବ ଇଡି । ଅଚଳାଚଳ ସଂପତ୍ତିର ଅଧିକାରୀ ଆଇଏଫଏସ ଅଭୟକାନ୍ତ ପାଠକ। ତାଙ୍କ ଘରୁ ନଗଦ 60 ଲକ୍ଷ ଟଙ୍କା ଜବତ ହୋଇଥିବା ବେଳେ ୮ଶହ ଗ୍ରାମରୁ ଅଧିକ ସୁନା ଅଳଙ୍କାର ରହିଛି। 23 ଲକ୍ଷ ଟଙ୍କାର ସୁନା କିଣାଯାଇଥିବାର ରସିଦ ମଧ୍ୟ ମିଳିଛି। ତାଙ୍କ ପୁଅ ବ୍ୟାଙ୍କ ଆକାଉଣ୍ଟରେ 9…

Read More

ଭୁବନେଶ୍ବର : ବିଧାନସଭା ସାମ୍ନାରେ ପୁଣି ହାଇଡ୍ରାମା ହୋଇଛି । ପୁଣି ଥରେ ବିଧାନସଭା ସାମ୍ନାରେ  ଆତ୍ମହତ୍ୟା ଉଦ୍ୟମ ହୋଇଛି । ବିଧାନସଭା ସାମ୍ନାରେ ତିନିଜଣ ଚାଷୀଙ୍କ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଆଠଗଡର ତିନି ଚାଷୀଙ୍କ କିରାସିନି ଢାଳି ଆତ୍ମାହୂତି ଉଦ୍ୟମ କରିଛନ୍ତି । କିରାସିନ ଢାଳିବା ବେଳେ କାବୁ କଲେ ସୁରକ୍ଷା କର୍ମଚାରୀ । ଆଠଗଡ ସମବାୟ ବ୍ୟାଙ୍କ ଋଣ ଜାଲିଆତି ପାଇଁ ଆତ୍ମାହୂତି ଉଦ୍ୟମ କରିଥିଲେ । ସେମାନଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କା ଋଣ ନିଆଯାଇଥିବା ଅଭିଯୋଗ ହୋଇଛି । ସେମାନେ ଋଣ କରିନଥିଲେ ବି ସେମାନଙ୍କ ନାଁରେ ଟଙ୍କା ଉଠାଯାଇଛି ।

Read More

ଭୁବନେଶ୍ୱର: ବିଧାନସଭାର ଅପରାହ୍ନ ଅଧିବେଶନରେ ବି ପୁଣି ହୋହାଲ୍ଲା ହୋଇଛି । ପରୀ ହତ୍ୟା ପ୍ରସଙ୍ଗରେ ଗୃହରେ ହଟ୍ଟଗୋଳ ହୋଇଛି । ବିଜେପି ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହୋହାଲ୍ଲା କରିବା ସହ ନାରାବାଜି କରିଛନ୍ତି। ପରୀ ହତ୍ୟା ମାମଲାରେ ଏସଆଇଟି ଗଠନ ନିଷ୍ପତ୍ତି ହୋଇନଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିବୃତ୍ତିରୁ ଏହା ଜଣାପଡ଼ୁଛି ବୋଲି ଶ୍ରୀ ନାଏକ କହିଛନ୍ତି । ସରକାର ଘଟଣା ଉପରେ ଗୁରୁତ୍ୱ ଦେଉନାହାନ୍ତି ବୋଲି ସେ କହିଛନ୍ତି । ବିଜେପି ଏହି ମାମଲାରେ ସିବିଆଇ ତଦନ୍ତ ସହ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ।  ବିରୋଧୀ ଜିଦ୍‌ରେ ଅଟଳ ରହିବାରୁ କାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରାଯାଇଛି ।

Read More

କୋଲକାତା : ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗୁଛି। ଦଳରୁ ବରିଷ୍ଠ ନେତା ପଦରୁ ଇସ୍ତଫା ଦେଇଛନ୍ତି ଶୁଭେନ୍ଦୁ ଅଧିକାରୀ। ସେ ମମତା ସରକାରରେ ପରିବହନ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଏହାପୂର୍ବରୁ ସେ ହୁଗୁଳି ବ୍ରିଜ କମିଶନର ଅଧ୍ୟକ୍ଷ ପଦ ମଧ୍ୟ ଛାଡ଼ିଥିଲେ। ଆଜି ସକାଳୁ ଶୁଭେନ୍ଦୁ ମନ୍ତ୍ରୀ ପଦରୁ ଇସ୍ତଫା ଦେଉଥିବା କଥା ଘୋଷଣା କରିଥିଲେ। ଏହାପରେ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଖକୁ ନିଜର ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ତେବେ ଟିଏମ୍‌ସି ଛାଡି ଶୁଭେନ୍ଦୁ କେଉଁ ଦଳରେ ଯୋଗଦେବେ ସେ ନେଇ କୌଣସି ସୂଚନା ମିଳିପାରିନାହିଁ ।

Read More

କୋଟା : ଜେଜେମା’ଙ୍କ ଇଛାର ମାନ ରଖି ତାଙ୍କର ଦୁଇଜଣ ନାତି ଏକ ନିଆରା କାର୍ଯ୍ୟ କରିଛନ୍ତି। ତାଙ୍କ ଇଛା ରଖିବାକୁ ଯାଇ ଦୁଇ ଜଣ ନାତି ବିବାହ ପରେ ତାଙ୍କ ପତ୍ନୀଙ୍କୁ ହେଲିକପ୍ଟରରେ ଗାଁକୁ ଆଣିଛନ୍ତି। ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କିଛି ଏଭଳି ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର କୋଟା ଜିଲାରେ। ସୂଚନାଯୋଗ୍ୟ, କୋଟା ଜିଲାର ଦେବଲି ଗାଁରେ ରହୁଥିବା ଅଶୋକ ମାଲଭଙ୍କ ପରିବାରରେ ବିବାହ ସମାରୋହ ଆୟୋଜିତ ହୋଇଥିଲା। ଅଶୋକଙ୍କ ବଡ଼ ପୁଅ ପଙ୍କଜଙ୍କ ବିବାହ ଭବାନୀପୁରା ସ୍ଥିତ କୋମଲ ଓ ସାନ ପୁଅ ଲଳିତଙ୍କ ବିବାହ ଦିପପୁରାରେ ରହୁଥିବା ରଶ୍ମିତାଙ୍କ ସହ ଠିକ୍‌ ହୋଇଥିଲା। ତେବେ ଅଶୋକଙ୍କ ମା’ଙ୍କ ଇଛା ଥିଲା ଯେ, ଦୁଇ ନାତୁଣୀ ବୋହୁଙ୍କୁ ବିବାହ କରି ତାଙ୍କ ନାତି ହେଲିକପ୍ଟରରେ ଘରକୁ ଆଣିବେ। ତେବେ ତାଙ୍କ ଇଛା ଅନୁସାରେ ଗୁରୁବାର ଆୟୋଜିତ ହୋଇଥିବା ବିବାହ ମଣ୍ଡପ ସ୍ଥାନରେ…

Read More

ଭୁବନେଶ୍ୱର: ନୟାଗଡ଼ର ପରୀ ହତ୍ୟା ମାମଲାକୁ ନେଇ ଏବେ ଓଡ଼ିଶା ରାଜନୀତିର ପାଣିପାଗ ସରଗରମ ହୋଇଛି । ପରୀ ହତ୍ୟାର କାରଣ ନେଇ ଏକ ବଡ଼ ଖୁଲାସା କରିଛନ୍ତି ପରୀର ଗାଁ ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟ ପ୍ରଧାନ । ଏହି ପରିପ୍ରେକ୍ଷୀରେ ସେ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, କ’ଣ ପାଇଁ ଜଣେ ପାଞ୍ଚ ବର୍ଷର କୁନି ଝିଅକୁ ଅପହରଣ କରି ହତ୍ୟା କରାଯିବ । ଅଙ୍ଗ ତସ୍କରୀ ପାଇଁ ପରୀକୁ ହତ୍ୟା କରାଯାଇଥିବା ସନେ୍ଦହ ହେଉଛି । କୌଣସି ଏକ ବଡ଼ ଲୋକଙ୍କ ଠାରେ ପରୀର ଅଙ୍ଗ ଲଗାଯାଇଛି ବୋଲି କହିଛନ୍ତି ଲକ୍ଷ୍ମୀପ୍ରସାଦ ସରପଞ୍ଚ  ସୌମ୍ୟରଞ୍ଜନ ପ୍ରଧାନ। ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟ ପ୍ରଧାନ କହିଛନ୍ତି । ତେବେ ପରୀ ମାମଲାର ସତ୍ୟାସତ୍ୟ ଜାଣିବା ପାଇଁ ପ୍ରଥମେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ କହିଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

Read More

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଡ଼ିଥିବା ଅତିରିକ୍ତ ପ୍ରଧାନ ମୁଖ୍ୟ ବନସଂରକ୍ଷକ ଅଭୟକାନ୍ତ ପାଠକଙ୍କୁ ସାରାରାତି ଜେରା କରାଯାଇଛି । ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଯାଂଚ ଚାଲିଥିବା ବେଳେ ବାପା ପୁଅଙ୍କୁ ମୁହାଁମୁହିଁ ବସାଇ ସାରା ରାତି ଜେରା କରିଛି ଭିଜିଲାନ୍ସ । ଭୁବନେଶ୍ୱର ଭିଜିଲାନ୍ସ ସେଲ ଶାଖା କାର୍ଯ୍ୟାଳୟରେ ଅଭୟକାନ୍ତ ପାଠକ ପୁଅ ଆକାଶ ପାଠକ ପୁତୁରା ହର୍ଷ ପାଠକ ଏବଂ ଡ଼୍ରାଇଭରଙ୍କୁ ଜେରା କରାଯାଇଛି । ଏପରିକି ଚାରିଜଣଙ୍କୁ ଏକାଠି ବସାଇ ମୁହାଁମୁହିଁ ଜେରା କରିଛି ଭିଜିଲାନ୍ସ । ଜେରାରେ ଭିଜିଲାନ୍ସର ବଛାବଛା ଅଧିକାରୀ ନିୟୋଯିତ ହୋଇଥିଲେ । ପାଠକଙ୍କ ପ୍ରାୟ 9କୋଟି ଟଙ୍କାର ଆୟ ବର୍ହିଭୁତ ସମ୍ପତି ଠାବ ହୋଇଛି । ତେଣୁ ସଂଧ୍ୟା ସୁଧା ତାଙ୍କୁ ଗିରଫ କରିବା ପାଇଁ ପ୍ରାୟସ ଚଳାଇଛି ଭିଜିଲାନ୍ସ । ଆଜି କ୍ୟାପିଟାଲ ହସ୍ପିଟାଲରେ ଆଇଏଫଏସ ଅଭୟ ପାଠଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଅଭୟଙ୍କ ସହ ତାଙ୍କ…

Read More

ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ : ଗୁରୁବାର ପୂର୍ବାହ୍ନରେ ଆଇଏନ୍‌ଏସ୍ ଚିଲିକାରେ ସମ୍ବିଧାନ ଦିବସ ପାଳିତ ହୋଇଛି । ଏହି ପରିପ୍ରେକ୍ଷୀରେ କମାଣ୍ଡିଂ ଅଫିସର୍ କମୋଡର ଋତୁରାଜ ସାହୁ ନୈତିକତା, ଆଦର୍ଶବାଦୀ ଏବଂ ଆତ୍ମକୌଶଳ ଉପରେ ସମସ୍ତ କର୍ମଚାରୀଙ୍କୁ ଶପଥ ପାଠ କରାଇଥିଲେ । ଅନୁଷ୍ଠିତ ସଭାରେ ଆଡମିନ୍‌, ଶିକ୍ଷା, ପୂର୍ତ୍ତୀ ଏବଂ ଟ୍ରେନିଂ ବିଭାଗର ସମସ୍ତ ପ୍ରଶିକ୍ଷାର୍ଥୀଙ୍କ ସହ ଅସୈନିକ ବିଭାଗର ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ ।

Read More

ସୀତାରାମ ଅଗ୍ରଓ୍ବାଲ ଟାଙ୍ଗୀ : ବର୍ତ୍ତମାନ ସାରା ରାଜ୍ୟରେ ଲକ ଡ଼ାଉନ ଉଠିଯାଇଛି। ପୂର୍ବରୁ ଲକ ଡ଼ାଉନର ସୁଯୋଗ ନେଇ ଚୋରା ମଦ ବେପାରୀମାନେ ଲୁଚିକି ଦେଶୀ ମଦ ବେପାର କରୁଥିବାବେଳେ ବର୍ତ୍ତମାନ ଖୁଲମଖୁଲା ବିକିବାକୁ ପଛାଉନାହାନ୍ତି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀରେ ଗତ କିଛି ଦିନ ହେଲା ଅବକାରୀ ଏବଂ ଚୋରା ଦେଶୀ ମଦ ବେପାରୀଙ୍କ ଭିତରେ ଛକାପଞ୍ଝା ଚାଲିଛି। ପ୍ରତିଦିନ କେହି ନା କେହି ଚୋରା ଦେଶୀମଦ ବେପାରୀ ଅବକାରୀ ବିଭାଗ ହାତରେ ଧରାପଡୁଥିବାବେଳେ ଗତକାଲି ରାତି ଏବଂ ଆଜି ସକାଳ ସୁଦ୍ଧା  ଏକାସାଙ୍ଗରେ ଛଅ ଜଣ ଚୋରା ଦେଶୀ ମଦ ବେପାରୀ ଟାଙ୍ଗୀ ଅବକାରୀ ହାତରେ ଧରାପଡ଼ି ଗିରଫ ହେବାସହ ତାଙ୍କ ନିକଟରୁ ଜବତ ହୋଇଛି ବିପୁଳ ପରିମାଣର ଦେଶୀ ମଦ। ସୂଚନା ମୁତାବକ ଗତକାଲି ରାତି ଏବଂ ଆଜି ସକାଳେ  ଟାଙ୍ଗୀ ଅବକାରୀ ବିଭାଗ ଅଧିକାରିଣୀ ଶ୍ରୀମତୀ ନିନା ବେଉରାଙ୍କ ନେତୃତ୍ୱରେ ଏକ ଟିମ ଗଠନ ହୋଇ…

Read More

ଭୁବନେଶ୍ବର : ନୟାଗଡ ପରୀ ହତ୍ୟା ମାମଲାରେ ଏସ୍‌ଆଇଟି ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିସାବସରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବିଧାନସଭାରେ ଏହା ଘୋଷଣା କରିଛନ୍ତି । ଆଜି ବି ପରୀ ହତ୍ୟାକାଣ୍ଡକୁ ନେଇ ବିଧାନସଭା ହୁଲସ୍ତୁଲ୍‌ ହୋଇଛି । ମୁଖ୍ୟମନ୍ତ୍ରୀ ଏହି ଘୋଷଣା ବେଳେ ବି ବିରୋଧୀଙ୍କ ହୋହଲ୍ଲା ଜାରି ରହିଥିଲା । ପରୀ ମାମଲାକୁ ନେଇ ବିଧାନସଭା ହୁଲସ୍ତୁଲ ହେଉଥିବାବେଳେ ବିରୋଧୀ ମନ୍ତ୍ରୀ ଶ୍ରୀ ସାହୁଙ୍କ ଇସ୍ତଫା ଦାବିରେ ଅଡ଼ିବସିଛନ୍ତି ।  ବିଧାନସଭା ଭିତରେ ଓ ବାହାରେ ବି ମନ୍ତ୍ରୀ ଶ୍ରୀ ସାହୁଙ୍କ ଇସ୍ତଫା ଦାବି ଜୋର ଧରିଛି ।  ଏହି ପରିପ୍ରେକ୍ଷୀରେ ପରୀକୁ ନ୍ୟାୟ ଦାବିରେ ବିଜେପି ଓ ଯୁବକ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଛି ।  ପରୀକୁ ନ୍ୟାୟ ଓ ମନ୍ତ୍ରୀ ଶ୍ରୀ ସାହୁଙ୍କ ଇସ୍ତଫା ଦାବିରେ ବିକ୍ଷୋଭ କରାଯାଇଛି । ଅପରପକ୍ଷରେ ଏହି ମାମଲାକୁ…

Read More