Author: Samikhsya Bureau

ମୁମ୍ବାଇ : ଫିଲ୍ମ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ପୁଣି ରାଜନୀତିକୁ ଫେରିବେ। ସୋମବାର ସେ ଶିବସେନାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏବେ ସେ ଶିବସେନାରେ ଯୋଗଦେଇ ବିଧାନ ପରିଷଦ ସଦସ୍ୟ ହେବେ ବୋଲି ଚର୍ଚ୍ଚା ହେଉଛି।  ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସରକାର ବିଧାନ ପରିଷଦକୁ ରାଜ୍ୟପାଳଙ୍କ କୋଟାରୁ ମନୋନୀତ ହେଉଥିବା 12 ଜଣ ସଦସ୍ୟଙ୍କ ମଧ୍ୟରେ ଉର୍ମିଳାଙ୍କ ନାମକୁ ସୁପାରିଶ୍‌ ପାଇଁ ପଠାଯାଇଥିଲା। ରାଜ୍ୟପାଳ ଭଗତ ସିଂ କୋଶିଆରୀଙ୍କ ମଞ୍ଜୁରୀ ମିଳିଲେ ଉର୍ମିଳା ବିଧାନ ପରିଷଦ ସଦସ୍ୟ ହେବେ। ଏହା ପୂର୍ବରୁ ସେ ଶିବସେନାରେ ଯୋଗଦେବେ ବୋଲି କୁହାଯାଉଛି। 2019 ଲୋକସଭା ନିର୍ବାଚନ ପୂର୍ବରୁ ଉର୍ମିଳା କଂଗ୍ରେସରେ ଯୋଗ ଦେଇଥିଲେ। କଂଗ୍ରେସ ପକ୍ଷରୁ ସେ ଉତ୍ତର ମୁମ୍ବାଇରୁ ଲଢ଼ିଥିଲେ ମଧ୍ୟ ସଫଳ ହୋଇ ପାରି ନ ଥିଲେ। ମହାରାଷ୍ଟ୍ରରେ ଶିବସେନା, କଂଗ୍ରେସ ଓ ଏନସିପିର ମହା ଅଘାଡ଼ି ମହାମେଣ୍ଟ ରହିଛି। ମହାରାଷ୍ଟ୍ରର ମହାବିକାଶ ଅଘାଡ଼ି ସରକାର ରାଜ୍ୟପାଳଙ୍କୁ 12ଜଣଙ୍କ ତାଲିକା ପଠାଇଥିଲା…

Read More

କାବୁଲ : ଆଫଗାନିସ୍ତାନର ଏକ ସେନା ବେସରେ ଆତ୍ମଘାତୀ କାର ବିସ୍ଫୋରଣରେ ଅତି କମରେ 26 ଜଣ ସୁରକ୍ଷା କର୍ମୀ ପ୍ରାଣ ହରାଇଛନ୍ତି ବୋଲି ସୂଚନା ମିଳିଛି । ତାଲିବାନ ଏବଂ ସରକାରୀ ବାହିନୀ ମଧ୍ୟରେ ନିୟମିତ ଲଢେଇ ଚାଲିଥିବାର ପୂର୍ବ ଗଜନି ପ୍ରଦେଶର ରାଜଧାନୀ ଉପକଣ୍ଠରେ ଏହି ଆକ୍ରମଣ ହୋଇଥିଲା। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଏହି ବିସ୍ଫୋରଣ କରାଯାଇଛି । ଘଟଣାସ୍ଥଳରେ ସୁରକ୍ଷାକର୍ମୀ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ରବିବାର ଦିନ ଅପରାହ୍ନ ସମୟରେ ଆଫଗାନିସ୍ତାନର ଗଜନି ପ୍ରଦେଶ ନିକଟରେ ଏହି ବିସ୍ଫୋରଣ ଘଟିଛି । ସେନା ବେସ୍‌କୁ ଲକ୍ଷ୍ୟ କରାଯାଇ ଏକ ଆତ୍ମଘାତୀ ବିସ୍ଫୋରଣ କରାଯାଇଛି । ଗତକିଛି ଦିନ ହେଲା ଆଫଗାନିସ୍ତାନର ବିଭିନ୍ନ ସ୍ତାନରେ ଏପରି ବିସ୍ଫୋରଣ ଖବର ସାମ୍ନାକୁ ଆସୁଛି । ଯାହାଦ୍ୱାରା ଅନେକ ସୁରକ୍ଷାକର୍ମୀ ଓ ସାଧାରଣ ଜନତାଙ୍କ ମୃତ୍ୟୁ ହୋଇଛି । ସୈନିକଙ୍କ ମୃତଦହେ ଉଦ୍ଧାର କାର୍ଯ୍ୟ ଜାରି…

Read More

ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ କୃଷି ଆଇନ୍‌, କରୋନା ଭାଇରସ ଓ ଲୋକାଲ ପାଇଁ ଭୋକାଲ ସହିତ ଅନ୍ୟାନ୍ୟ ପ୍ରସଙ୍ଗରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ନୂତନ କୃଷି ଆଇନ୍‌କୁ ନେଇ କୃଷକ ଆନ୍ଦୋଳନ ଜାରି ରହିଥିବା ବେଳେ ପ୍ରଧାନମନ୍ତ୍ରୀ ମନ୍‌କୀ ବାତ୍‌ରେ ମଧ୍ୟ କୃଷି ବିଲ୍‌ ସମ୍ପର୍କରେ କହିଛନ୍ତି। ବର୍ଷ ବର୍ଷ ଧରି କୃଷକମାନେ ଯେଉଁ ଦାବି କରିଆସୁଥିଲେ ଯାହାକୁ କେହି ପୂରା କରୁ ନଥିଲେ, ତାହା ପୂରା ହୋଇଛି। ସଂସଦରେ ପାରିତ ହୋଇଥିବା ନୂତନ କୃଷି ବିଲ୍ କୃଷକ ମାନଙ୍କର ରୋଜଗାରର ଆଶାକୁ ସଂଚାରିତ କରିଛି । ବହୁ ବିଚାର ବିମର୍ଷ ପରେ ସଂସଦରେ ଏହି କାନୁନ୍ କୁ ପାରିତ କରାଯାଇଛି । ଏହା ଦ୍ୱାରା କେବଳ କୃଷକମାନେ ଲାଭାନ୍ୱିତ ହେବେ ନାହିଁ । ଶସ୍ୟ ବିକ୍ରିକୁ ଦୀର୍ଘଦିନ ହେବ ଚାଷୀ ଭାଇ ମାନେ ଯେଉଁ ବନ୍ଧନ ଭିତରେ ଥିଲେ ସେଥିରୁ ତାଙ୍କୁ ମୁକ୍ତି…

Read More

ହେମାଙ୍ଗ ପ୍ରସାଦ ରାଉଳ ଓଡ଼ିଶା ତଥା ଗଞ୍ଜାମ ଜିଲ୍ଲାରେ ବିଜେଡି ଦଳର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ନବୀନ ପଟ୍ଟନାୟକ।  ସେ ଦିନ ତାଙ୍କ ସହ ଯୋଡ଼ି ହୋଇ ରହିଥିଲେ ଗଞ୍ଜାମ ଟାଇଗର ରାମକୃଷ୍ଣ ପଟ୍ଟନାୟକ। କୁହାଯାଏ ଓଡ଼ିଶା ରାଜନୀତିରେ ରାମକୃଷ୍ଣ ପଟ୍ଟନାୟକ ଜଣେ ଅନୁଭବୀ ଏବଂ ଦକ୍ଷ ମଣିଷ। କିନ୍ତୁ ଯେତେବେଳେ ନବୀନ ପଟ୍ଟନାୟକଙ୍କ ରାଜନୀତି ଓ କ୍ଷମତା ପ୍ରତି ବିପଦ ସୃଷ୍ଟି କରିବାରେ ଗଞ୍ଜାମ ର ରାଜନୀତି ଟାଇଗର ପ୍ରମୁଖ ଭୂମିକା ନେବାର ସୂଚନା ଓ ଆଶଙ୍କା ବଢିଲା ସବୁ ଦିନ ପାଇଁ ଅହଂକାରୀ ପ୍ରକୃତିର ରାମ କୃଷ୍ଣ ପଟ୍ଟନାୟକଙ୍କ ରାଜନୈତିକ କ୍ୟାରିୟର କେବଳ ବଳି ପଡିଲାନି ବରଂ ସେ ଓଡ଼ିଶା ରାଜନୀତିରେ ଏକ ପ୍ରକାର ଅସ୍ତ ଗଲେ । ଏହି ଗଞ୍ଜାମ ଜିଲ୍ଲାର ତରୁଣ ପିଢ଼ିର ରାଜନେତା ପ୍ରଦୀପ ପାଣିଗ୍ରାହୀ ଦେଖିବାକୁ ଗଲେ ରାମ କୃଷ୍ଣ ପଟ୍ଟନାୟକଙ୍କ ଅନୁଭବ ଦକ୍ଷତା ଓ କୌଶଳ ଆଗରେ ନିଷ୍ପ୍ରଭ। ପ୍ରଦୀପ…

Read More

ନୂଆଦିଲ୍ଲୀ :  ପ୍ରତ୍ୟେକ ମାସର ରବିବାର ଓ ଦ୍ୱିତୀୟ ଶନିବାରରେ ବ୍ୟାଙ୍କଗୁଡିକ ବନ୍ଦ ରହିଥାଏ । ଏହା ବ୍ୟତୀତ ଅନ୍ୟାନ୍ୟ ପର୍ବପର୍ବାଣୀ ପାଇଁ ଦେଶର ବିଭିନ୍ନ ସ୍ଥାନରେ ବ୍ୟାଙ୍କ ବନ୍ଦ ରହିବ । ଗ୍ରାହକମାନେ ବ୍ୟାଙ୍କକୁ ଯିବା ପୂର୍ବରୁ ଯାଞ୍ଚ କରିନିଅନ୍ତୁ ଛୁଟି ତାଲିକା । ବ୍ୟାଙ୍କ ସମ୍ବନ୍ଧୀୟ ଯଦି କାର୍ଯ୍ୟ ଆପଣଙ୍କର କରିବାର ଅଛି, ତେବେ ଜଲ୍‌ଦି ଶେଷ କରନ୍ତୁ । କାରଣ ଡିସେମ୍ବର ମାସରେ ବ୍ୟାଙ୍କ୍‌ 14 ଦିନ ବନ୍ଦ ରହିବ । ବର୍ଷର ଶେଷ ମାସ ଅର୍ଥାତ୍‌ ଡିସେମ୍ବର ମାସରେ ବ୍ୟାଙ୍କ 14 ଦିନ ଛୁଟି ରହିବ । ପର୍ବପର୍ବାଣୀ ତଥା ସପ୍ତାହାନ୍ତ ଛୁଟି ଦିବସ ଯୋଗୁଁ ଡିସେମ୍ବର ମାସରେ ବ୍ୟାଙ୍କ୍‌ 14 ଦିନ ଛୁଟି ରହିବ । ସ୍ଥାନୀୟ ପର୍ବ ଆଧାରରେ ଭିନ୍ନ ଭିନ୍ନ ରାଜ୍ୟରେ ବ୍ୟାଙ୍କ ଛୁଟି ରହିବ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଦିନ ଡିସେମ୍ବର ମାସରେ କେଉଁ କେଉଁ…

Read More

ଭୁବନେଶ୍ୱର: ବିଧାନସଭାରେ ଥମୁନି ପରୀ ତାତି । ହଟ୍ଟଗୋଳ ଜାରି ରହିଛି । ବିଜେପି ସଦସ୍ୟମାନେ ଆଜି ବି ଗୃହରେ ହୋହାଲ୍ଲା କରିଛନ୍ତି । ଗୃହର ମଧ୍ୟଭାଗକୁ ଆସି ବିଜେପି ସଦସ୍ୟମାନେ ହଟ୍ଟଗୋଳ କରିଛନ୍ତି । ତେବେ ଏହି ହଟ୍ଟଗୋଳ ମଧ୍ୟରେ ଆଜି ଗୃହରେ ବ୍ୟୟମଞ୍ଜୁରୀ ବିଲ ଆଗତ କରାଯାଇଥିବା ଜଣାଯାଇଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ବ୍ୟୟମଞ୍ଜୁରୀ ବିଲ ଆଗତ କରିଛନ୍ତି । ବିଜେପି ସଦସ୍ୟଙ୍କ ହୋହଲ୍ଲା ଯୋଗୁଁ ଗୃହକୁ ଅପରାହ୍ନ 3ଟା ଯାଏଁ ମୁଲତବୀ ଘୋଷଣା କରାଯାଇଛି । ବ୍ୟୟ ମଞ୍ଜୁରୀ ବିଲ୍‌ ଉପରେ ଆଲୋଚନା ଚାଲିଥିଲାବେଳେ ଗୃହ ମୁଲତବୀ କରାଯାଇଛି ।

Read More

ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ହ୍ରାସ ଦେଖାଦେଇଛି ।  ରାଜ୍ଯରେ  ଆଉ ଚାରି ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 1734କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ 2 ଜଣ କରୋନା ରୋଗୀ ଆଖି ବୁଜିଥିବାବେଳେ  ଢେଙ୍କାନାଳ ଓ ବାଲେଶ୍ବରରୁ ଜଣେ ଲେଖାଏ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ 56 ବର୍ଷୀୟା ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଭୁବନେଶ୍ବରର 45 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ଅନ୍ୟ ଦୁଇ ମୃତକଙ୍କ ମଧ୍ୟରେ ଢେଙ୍କାନାଳରୁ 57 ବର୍ଷୀୟ ବ୍ୟକ୍ତି ରହିଥିବାବେଳେ ଅନ୍ୟ ଜଣେ ବାଲେଶ୍ବରର 43ବର୍ଷ ବ୍ୟକ୍ତିଙ୍କର ଆକ୍ରାନ୍ତ ହୋଇଛି ।

Read More

ନାଇଜେରିଆ : ନାଇଜେରିଆରେ ଘଟିଛି ବଡ଼ ନରସଂହାର। ଯେଉଁଠାରେ ଆତଙ୍କୀ ସଂଗଠନ ବୋକୋ ହରାମର ସେନା କ୍ଷେତରେ କାମ କରୁଥିବା 43 ଜଣ ଶ୍ରମିକଙ୍କୁ ନିର୍ମମ ହତ୍ୟା କରିଛନ୍ତି। ଏଥିରେ ୬ଜଣ ଗୁରୁତର ଆହତ ହୋଇଛନ୍ତି। ଶନିବାର ନାଇଜେରିଆର ମୈଦୁଗୁରୀରେ ଏହି ଘଟଣା ଘଟିଥିବା ଜିହାଦ ବିରୋଧୀ ମିଲିସିଆ ସୂଚନା ଦେଇଛି। ଶ୍ରମିକଙ୍କ ପ୍ରଥମେ ରଶିରେ ବନ୍ଧା ଯାଇଥିଲେ ପରେ କ୍ରୁରତା ସହ ତାଙ୍କ ଗଳା କାଟି ହତ୍ୟା କରାଯାଇଥିବାର ସୂଚନା ରହିଛି । ଏହି ନରସଂହାରକୁ ନାଇଜେରିଆର ରାଷ୍ଟ୍ରପତି ମହମ୍ମଦୁ ବୁହାରୀ ତୀବ୍ର ନିନ୍ଦା କରିଛନ୍ତି। ହତ୍ୟାର ଶିକାର ହୋଇଥିବା ଶ୍ରମିକମାନେ ପଶ୍ଚିମ ନାଇଜେରିଆର ସାକୋତ ରାଜ୍ୟର ବାସିନ୍ଦା ବୋଲି ଜଣାପଡିଛି । ସମେସ୍ତ କାମ ଅନ୍ବେଷଣରେ ଆସିଥିଲେ । ସେହିପରି ଧାନ କ୍ଷେତରେ 60 ଜଣ ଶ୍ରମିକ ଧାନ କ୍ଷେତରେ କାର୍ଯ୍ୟ କରୁଥିଲେ ।  ତେବେ ଧାନ କ୍ଷେତରୁ 43 ଜଣଙ୍କର ମୃତଦେହ ଜବତ ହୋଥିବାବେଳେ ଅନ୍ୟ 6ଜଣ…

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୫୧୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୨୯୭ ଜଣ ଚିହ୍ନଟ ହୋଇଥିବାବେଳେ ୨୨୧ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୮ହଜାର୩୦୭କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୧୦ହଜାର ୫୪୯ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫ ହଜାର ୯୭୧ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୭୩୦ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୭ଟି ଜିଲ୍ଲାରୁ ମୋଟ୍‌ ୫୧୮ଜଣ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡରୁ ସର୍ବାଧିକ ୫୨ ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରୁ ୩୬,  ବାଲେଶ୍ଵରରୁ ୨୬, ବରଗଡରୁ ୨୪, ଭଦ୍ରକରୁ…

Read More

ଭୁବନେଶ୍ବର : ପରୀ ହତ୍ୟା ଝଡରେ ଅଚଳ ହୋଇପଡିଛି ବିଧାନସଭା । ସିବିଆଇ ତଦନ୍ତ ଦାବିରେ ଅଟଳ ରହିଛି ମୁଖ୍ୟ ବିରୋଧୀ ଦଳ ବିଜେପି । ଗତକାଲି ଏହାକୁ ନେଇ ବିଧାନସଭାରେ ତମ୍ବିତୋଫାନ ଦେଖାଦେଇଥିଲା । ବିଧାନସଭାରେ ପରୀ ତାତି ଥମିବାରେ ନାଁ ଧରୁନାହିଁ । ବିଜେପି ସଦସ୍ୟମାନେ ହୋହଲ୍ଲା କରିଛନ୍ତି । 11ଟା 30 ପର୍ଯ୍ୟନ୍ତ ବାଚସ୍ପତି ଗୃହ ମୁଲତବୀ ରଖିଛନ୍ତି । ଗୃହ ମୁଲତବୀ ହେବା ପରେ ବିଜେପି ସଦସ୍ୟମାନେ ଗାନ୍ଧି ପ୍ରତିମୂ୍ତ୍ତି ତଳେ ଧାରଣା ଦେଇଛନ୍ତି । ପରୀ ହତ୍ୟା ମାମଲାରେ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଛନ୍ତି ବିଜେପି ବିଧାୟକମାନେ ।

Read More

ଭୁବନେଶ୍ବର : ସର୍ବସାଧାରଣଙ୍କ ପାଇଁ ବନ୍ଦ ହେଲା ବିଧାନସଭା ରାସ୍ତା ।  ବିଧାନସଭା ଆଗରେ ବାରମ୍ବାର ଆତ୍ମହୂତି ଉଦ୍ୟମ ପରେ ଏହି ରାସ୍ତାକୁ ସିଲ୍‌ କରାଯାଇଛି । ଜୟଦେବ ଭବନରୁ ରବୀନ୍ଦ୍ର ମଣ୍ଡପ ଯାଏଁ ରାସ୍ତା ସିଲ୍‌ କରାଯାଇଛି । କମିଶନରେଟ୍‌ ପୋଲିସ୍‌ ପକ୍ଷରୁ ଏନେଇ କଟକଣା ଜାରି କରାଯାଇଛି । ସୂଚନାଯୋଗ୍ୟ, ଗତ କିଛି ଦିନ ହେବ ବିଧାନସଭା ସମ୍ମୁଖରେ ଆତ୍ମହୂତି ଧମକ ଦିଆଯାଉଛି । ନିକଟରେ ପରୀ ହତ୍ୟାର ନ୍ୟାୟ ପାଇଁ ତାଙ୍କ ବାପା- ମା’ ବିଧାନସଭା ସମ୍ମୁଖରେ ଆତ୍ମହୂତି ଉଦ୍ୟମ କରୁଥିବାବେଳେ ସୁରକ୍ଷାକର୍ମୀମାନେ ଉଦ୍ଧାର କରିଥିଲେ । ସେହିପରି ଗତକାଲି ଜଣେ ମା ଓ ପୁଅ ତାଙ୍କ ପୁଅ ହତ୍ୟାର ନ୍ୟାୟ ଦାବି କରି ବିଧାନସଭା ସମ୍ମୁଖରେ କିରୋସିନୀ ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ସେହିପରି ଦିନକ ପୂର୍ବରୁ କିଛି ଚାଷୀମାନେ ଋଣ ଭାରରେ ଅତିଷ୍ଠ ହୋଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ।…

Read More

ନୂଆଦିଲ୍ଲୀ : ଦେଶରେ ଗତ 24  ଘଣ୍ଟାରେ 41 ହଜାର810ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 496ଜଣଙ୍କର ମୃତ୍ୟୁ ଘଟିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 93 ଲକ୍ଷ 92 ହଜାର 920କୁ ବୃଦ୍ଧି ପାଇ ଥିବାବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା 1ଲକ୍ଷ 36 ହଜାର 696ରେ ପହଞ୍ଚିଛି। ସେହିପରି ଏବେ ସୁଦ୍ଧା ଦେଶରେ ଚାରି ଲକ୍ଷ 53 ହଜାର 956ଜଣ ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ ସୁସ୍ଥ ହୋଇଛନ୍ତି 88 ଲକ୍ଷ 2 ହଜାର 267ଜଣ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି। ଆଇସିଏମ୍‌ଆରର ସୂଚନା ମୁତାବକ ନଭେମ୍ବର 28ତାରିଖ ସୁଦ୍ଧା ଦେଶରେ 13 କୋଟି 95 ଲକ୍ଷ ନମୁନା ପରୀକ୍ଷଣ କରାଯାଇଛି । ଦେଶରେ ମୃତ୍ୟୁ ହାର 1.46 ପ୍ରତିଶତ ରହିଥିବାବେଳେ ସୁସ୍ଥ ହାର 93.68 ପ୍ରତିଶତ ରହିଛି…

Read More

ଭୁବନେଶ୍ବର: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡ଼ିରୁ ବହିଷ୍କୃତ କରାଯାଇଛି। ପ୍ରଦୀପ ପାଣିଗ୍ରାହୀ ହେଉଛନ୍ତି ଗୋପାଳପୁରର ବିଧାୟକ। ଜନ ବୋରୋଧୀ କାର୍ଯ୍ୟ ପାଇଁ ଦଳରୁ ବହିଷ୍କୃତ କରାଯାଇଥିବା ସୂଚନା ରହିଛି। ଦଳର ସଭାପତିଙ୍କ ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏକ ପ୍ରେସ ବିଜ୍ଞପ୍ତିରେ ପ୍ରଦୀପଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କରାଯାଇଥିବା ଜଣାପଡିଛି।

Read More

ନୂଆଦିଲ୍ଲୀ, ସମଗ୍ର ବିଶ୍ୱ କରୋନା ଟୀକାକୁ ଅପେକ୍ଷା କରିଛି। ବିଭିନ୍ନ ସମୟରେ ସମୀକ୍ଷା ଅଫିସକୁ ଅନେକ ଫୋନ କରି ପଚାରନ୍ତି ଯେ ଏହି ଟୀକା କେବେ ଆସିବ। କାରଣ ଟୀକା ନେଇ ସମସ୍ତଙ୍କର ବହୁ ଅପେକ୍ଷା ରହିଛି। ସେହିପରି ଆଉ କେତେକ ପଚାରନ୍ତି ଆଜ୍ଞା ଏହି ଟୀକା ଏତେ ଲୋକଙ୍କୁ କିପରି ଦିଆଯିବ। ଆଉ କେତକ ବ୍ୟଥିତ ଭାବେ ମଧ୍ୟ ରାସ୍ତାଘାଟରେ ଆଲୋଚନା କରନ୍ତି ଯେ ଟୀକା ନେଲା ପରେ ପାର୍ଶ ପ୍ରତିକ୍ରିୟା କିଛି ହେବ ନାହିଁ ତ ? ଏହିପରି ବିଭିନ୍ନ ସମୟରେ ଭିନ୍ନ ପ୍ରଶ୍ନ ପଚାରନ୍ତି। ଏବେ ଆସନ୍ତୁ ଏ ସବୁ ପ୍ରଶ୍ନର ଉତ୍ତର ପର୍ଯ୍ୟାୟ କ୍ରମେ ଜାଣିବା। ପ୍ରଥମେ ଆସନ୍ତୁ ଜାଣିବା ଭାରତରେ ଏହି ଟୀକା କିପରି ବଣ୍ଟନ କରାଯିବ। ଏଭଳି ଟିକା ଦେଶରେ ବଣ୍ଟନ ପାଇଁ ଭାରତ ସରକାର ଏକ ଭିନ୍ନ ପଦ୍ଧତି ମନୋନିତ କରିଛନ୍ତି। ତାହା ହେଲା ବିଶ୍ୱର ସର୍ବବୃହତ ଗଣତନ୍ତ୍ରରେ ନିର୍ବାଚନ ସମୟରେ…

Read More

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳ 11 ଟାରେ ରେଡିଓରେ ‘ମନ କି ବାତ୍’ କାର୍ଯ୍ୟକ୍ରମ କରିବେ। ଅନ୍ୟ ଦିନ ପରି ଏଥର ମଧ୍ୟ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗରେ ନିଜର ମତ ରଖିବେ। ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ କରୋନା ସଙ୍କଟ ଏବଂ କୃଷି ଆଇନ ବିରୁଦ୍ଧରେ ଚାଲିଥିବା କୃଷକ ଆନ୍ଦୋଳନ ସମୟରେ ହେବାକୁ ଯାଉଛି। ଗତକାଲି ପ୍ରଧାନମନ୍ତ୍ରୀ କରୋନା ଟିକା ପ୍ରସ୍ତୁତି ବିଷୟରେ ଜାଣିବା ପରେ ହୁଏତ ସେ ସଂପର୍କରେ କିଛି କହିବେ ବୋଲି ଆଶା କରାଯାଉଛି। କରୋନା ସଙ୍କଟର ମୁକାବିଲା ପାଇଁ ଟିକା ପ୍ରସ୍ତୁତ କରିବାର କାର୍ଯ୍ୟ ସାରା ବିଶ୍ୱରେ ଚାଲିଛି। ଅନେକ ଦେଶରେ ଟୀକାକରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ଅଛନ୍ତି। ଏଥି ସହିତ ଦିଲ୍ଲୀ ସୀମାରେ ଥିବା କୃଷକମାନେ କେନ୍ଦ୍ର ସରକାରଙ୍କ କୃଷି ନିୟମ ବିରୁଦ୍ଧରେ  ଆନ୍ଦୋଳନ ବଜାଇ ରଖିଛନ୍ତି। କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ କ୍ରମାଗତ ତୃତୀୟ ଦିନ ଶନିବାର ଦିନ ଜାରି ରହିଛି।…

Read More

ନୂଆଦିଲ୍ଲୀ, ଆମେ ଆଜି ଚାରୋଟି ରାଶି ସଂପର୍କରେ କହିବୁ ଯାହା ଆଜିର ଦିନ ବେଶ ଚମକି ଉଠିବ। 29 ନଭେମ୍ବର ଠାରୁ ହଠାତ୍ ରାଶିଚକ୍ରରେ ପରିବର୍ତ୍ତନ ଯୋଗ ସୃଷ୍ଟି ହେଉଥିବାରୁ ଆପଣଙ୍କ ଗ୍ରହରେ ପରିବର୍ତ୍ତନ ହେଉଛି। ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଉପଭୋଗ୍ୟ ହେବ। ଆପଣ ଜୀବନରେ ଦ୍ୱିଗୁଣ ଅଗ୍ରଗତି କରିବେ ଏବଂ ସଫଳତାର ନୂତନ ରେକର୍ଡ ସୃଷ୍ଟି କରିବେ। ଶିକ୍ଷା, ଚାକିରୀ ଏବଂ ବ୍ୟବସାୟ କ୍ଷେତ୍ରରେ, ଆପଣ ବହୁତ ଭଲ ଖବର ପାଇବାର ସମ୍ଭାବନା ଅଛି। ଲୋକମାନେ ଆପଣଙ୍କର ଭଲ ଆଚରଣରେ ଖୁସି ହେବେ, ପରିବାରରେ ଆପଣଙ୍କର ଗୁରୁତ୍ୱ ଯଥେଷ୍ଟ ବୃଦ୍ଧି ପାଇବ। ଆପଣ ଜୀବନ ସାଥୀଙ୍କଠାରୁ ସମର୍ଥନ ଏବଂ ପ୍ରେମ ପାଇବେ। ଆପଣ ଯୋଜନାବଦ୍ଧ କରିଥିବା କାର୍ଯ୍ୟ ସମାପ୍ତ ହେବ। ଆପଣ ମଧ୍ୟ ଖୁବ୍ ଶୀଘ୍ର ବହୁତ ବଡ଼ ସଫଳତା ପାଇବେ। ସୁଖ ସମୃଦ୍ଧ ଟଙ୍କାରେ ଆପଣଙ୍କ ଭାଗ୍ୟ ଭରି ରହିବ। ଆମେ ଯେଉଁ ଚାରୋଟି ରାଶି କଥା…

Read More

ମେଷ : – ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ। କାର୍ଯ୍ୟ ଦୃଷ୍ଟିରୁ ଅନୁକୂଳ ଫଳାଫଳ ମିଳିବ, ଯଦିଓ ସ୍ୱାସ୍ଥ୍ୟ ହେତୁ ଦିନଟି ଟିକେ ଦୁର୍ବଳ ହୋଇପାରେ। ଆଜି ମା’ଙ୍କଠାରୁ କିଛି ବଡ ସୂଚନା ଗ୍ରହଣ କରିବାକୁ ଯାଉଛନ୍ତି। ଯେଉଁମାନେ ଜୀବନକୁ ଭଲ ପାଆନ୍ତି ସେମାନଙ୍କ ପାଇଁ ଦିନଟି ଭଲ ହେବ। ଆଜି ଆପଣ ଏକ ଉପହାର ପାଇପାରିବେ। ବୃଷ: – ଆଜି ଆପଣଙ୍କର ଦିନଟି ଭଲ ନାହିଁ। ଖର୍ଚ୍ଚର ହଠାତ୍ ବୃଦ୍ଧି ଘଟିବ।  କୈଣସି ଘନିଷ୍ଠ ବ୍ୟକ୍ତିଙ୍କ ସହିତ କଥାବାର୍ତ୍ତା ଆପଣଙ୍କୁ ଚିନ୍ତାରେ ପକାଇପାରେ। ଆପଣଙ୍କୁ କିଛି କାମ ପାଇଁ ଭ୍ରମଣ କରିବାକୁ ପଡିପାରେ। ପାରିବାରିକ ପରିବେଶ ଭଲ ରହିବ। ପତି-ପତ୍ନୀ ଦାମ୍ପତ୍ୟ ଜୀବନରେ କିଛି ଜିନିଷ ବାଣ୍ଟିବେ। ମିଥୁନ: – ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ। କାର୍ଯ୍ୟ ପ୍ରତି ଆପଣଙ୍କର ପ୍ରୟାସ ନୂଆ ରଙ୍ଗ ଆଣିବ। ଏହି କାରଣରୁ, ଆପଣଙ୍କ ମନରେ…

Read More

ନୂଆଦିଲ୍ଲୀ, ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଚଳିତ ନଭେମ୍ବର ମାସ 30 ଅଛି। ବିଶେଷ କଥା ହେଉଛି ଏହି ଚନ୍ଦ୍ରଗ୍ରହଣ ଏଥର କାର୍ତ୍ତିକ ପୂର୍ଣ୍ଣିମାରେ ପଡୁଛି। ଏହି ଚନ୍ଦ୍ରଗ୍ରହଣ ଏକ ଛାୟା ଚନ୍ଦ୍ରଗ୍ରହଣ ହେବ। ଅର୍ଥାତ ଏଥର ଚନ୍ଦ୍ର କିଛି ସମୟ ପାଇଁ ଲୁଚିଯିବେ। ପୂର୍ଣ୍ଣିମାରେ ଚନ୍ଦ୍ର ପୁରା ଉଜ୍ଜଳ ଏବଂ ପୂର୍ଣ୍ଣ ଭାବେ ପ୍ରତିୟମାନ ହୁଅନ୍ତି। ହେଲେ ଏଥର କାର୍ତ୍ତିକ ପୂର୍ଣ୍ଣିମା ଚନ୍ଦ୍ର କିଛି ଘଣ୍ଟା ପାଇଁ ଲୁଚିଯିବେ। ଭାରତରେ ଏହି ଚନ୍ଦ୍ରଗ୍ରହଣ ଅପରାହ୍ନ 1ଟା 4 ମିନିଟରୁ ଆରମ୍ଭ ହୋଇ ସନ୍ଧ୍ୟା 5 ଟା 22 ମିନଟରେ ଶେଷ ହେବ। ଏହି ଚନ୍ଦ୍ରଗ୍ରହଣ ପୂର୍ଣ୍ଣିମା ଦିନ ରୋହିଣୀ ନକ୍ଷତ୍ର ଏବଂ ବୃଷ ରାଶିରେ ହେବ। ତେବେ ଭାରତରେ ଏହି ଚନ୍ଦ୍ରଗ୍ରହଣ ଦେଖାଯିବ ନାହିଁ। ଏସିଆ, ଅଷ୍ଟ୍ରେଲିଆ, ପ୍ରଶାନ୍ତ ମହାସାଗର ଏବଂ ଆମେରିକାର କିଛି ଅଂଶରେ ଦେଖାଯିବ। ସାଧାରଣତଃ ଚନ୍ଦ୍ର ଗ୍ରହଣ ଆରମ୍ଭ ହେବାର 9 ଘଣ୍ଟା ପୂର୍ବରୁ, ବିଭିନ୍ନ…

Read More

ନୂଆଦିଲ୍ଲୀ, ଚଳିତ କାର୍ତ୍ତିକ ପୂର୍ଣ୍ଣିମୀରେ ଏ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ପଡୁଛି। ତେବେ ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ। ଏହି ଚନ୍ଦ୍ର ଗ୍ରହଣ ସଂପର୍କରେ ଜାଣନ୍ତୁ ଛଅଟି କଥା। ୧-ଭାରତରେ ଚନ୍ଦ୍ରଗ୍ରହଣ ରାତି ୧:୦୪ ରୁ ଆରମ୍ଭ ହୋଇ ଅପରାହ୍ନ ୫:୨୨ ରେ ଶେଷ ହେବ। ୨- ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ କାରଣ ଚନ୍ଦ୍ର ସମାନ୍ତରଳର ତଳେ ରହିବେ। ୩- ୟୁରୋପ, ଏସିଆ, ଅଷ୍ଟ୍ରେଲିଆ, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ପ୍ରଶାନ୍ତ ଏବଂ ଆଟଲାଣ୍ଟିକର ଅଧିକାଂଶ ସ୍ଥାନରେ ପାଗ ଠିକ ଥିଲେ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ। ୪-ପେରୁ ରାଜଧାନୀ ଲିମାରେ ନଭେମ୍ବର ୩୦ ତାରିଖରେ ସ୍ଥାନୀୟ ସମୟ ରାତି ୨:୩୨ ମିନଟରେ ଏହା ପ୍ରଥମେ ଦୃଶ୍ୟମାନ ହେବ। ୫- ଏହି ଚନ୍ଦ୍ରଗ୍ରହଣ ହେଉଛି ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ। ପୂର୍ବରୁ ତିନୋଟି ଚନ୍ଦ୍ରଗ୍ରହଣ ପଡିଥିଲା। ଶେଷ ତିନୋଟି ଜାନୁଆରୀ ୧୦, ଜୁନ୍ ୫, ଜୁଲାଇ ୪ ରେ…

Read More