ଭୁବନେଶ୍ଵର: ଆଜି ରାଜ୍ୟରୁ ୧ ହଜାର ୧୦୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୧୦୨ ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡରୁ ୯୬, କଟକରୁ ୮୯, ମୟୂରଭଞ୍ଜରୁ ୬୮, ବଲାଙ୍ଗିରିରୁ ୬୨, ବରଗଡରୁ ୬୦, ପୁରୀରୁ ୬୦, କଳାହାଣ୍ଡିରୁ ୫୮, ଜଗତସିଂହପୁରରୁ ୫୫, ଅନୁଗୁଳରୁ ୫୪, କେନ୍ଦ୍ରାପଡାରୁ ୪୭, ନୂଆପଡାରୁ ୪୪, କେନ୍ଦୁଝରରୁ ୪୨, ସମ୍ବଲପୁରରୁ ୩୭, ଭଦ୍ରକରୁ ୨୮, ଯାଜପୁରରୁ ୨୬, ଢେଙ୍କାନାଳରୁ ୨୩, ବାଲେଶ୍ବରରୁ ୨୨, ନୟାଗଡରୁ ୧୪, ଗଞ୍ଜାମରୁ ୧୩, ଝାରସୁଗୁଡାରୁ ୧୩, କନ୍ଧାମଳରୁ ୧୧, ନବରଙ୍ଗପୁରରୁ ୧୧, ସୋନପୁରରୁ ୧୧, କୋରାପୁଟରୁ ୧୦, ବୌଦ୍ଧରୁ ୭, ଗଜପତିରୁ ୬, ମାଲକାନଗିରିରୁ ୬, ଦେବଗଡରୁ ୪, ରାୟଗଡାରୁ ୪, ଏବଂ ଷ୍ଟେଟ ପୁଲରୁ ୧୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ…
Author: Samikhsya Bureau
କଟକ: ପ୍ରଥମ ଥର ପାଇଁ ଗୀତ ଗାଇଲେ ବିଧାୟକ ସୁର ରାଉତରାୟ। ତାହା ପୁଣି ରାପ। ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଜାପାନୀ ଭାଇଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଆଜି କଟକର ମିଲନ ଷ୍ଟଡ଼ିଓରେ ଏହି ଗୀତ ରେକର୍ଡ କରାଯାଇଛି। ନିଜର ବେଫିକର ଅନ୍ଦାଜ଼, ବିତର୍କିତ ବୟାନବାଜି, ନିଜସ୍ୱ ନିଆରା ଶୈଳୀ ସାଙ୍ଗକୁ କୌତୁକିଆ ମିଜାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସିଥିବା ଶ୍ରୀ ରାଉତରାୟ ଏ ଗୀତର କିଛି ରାପ ଅଂଶ ଗାଇଛନ୍ତି। ଅରମାନ ମ୍ୟୁଜିକ ପ୍ରଯୋଜିତ ଏ ଗୀତଟିକୁ ଲେଖିଛନ୍ତି ତପୁ ନାୟକ। ସୁରଙ୍କ ସହିତ ଏହି ଗୀତରେ କଣ୍ଠଦାନ କରିଛନ୍ତି ଲୋପାମୁଦ୍ରା ନାୟକ ଓ ଜ୍ୟୋତିର୍ମୟୀ। ଜନନାୟକମାନେ ଗାୟକ ଭୂମିକାରେ ଉପନୀତ ହେବା କିଛି ନୂଆ କଥା ନୁହେଁ। ଶ୍ରୀ ରାଉତରାୟଙ୍କ ପୂର୍ବରୁ ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ଗୀତ ଗାଇ ଚର୍ଚ୍ଚାରେ ରହିସାରିଛନ୍ତି। ଏ ଗୀତର ଶୀର୍ଷକ ‘ରଙ୍ଗବତୀ.. ‘ ରଖାଯାଇଥିଲେ ମଧ୍ୟ ପ୍ରସିଦ୍ଧ ସମ୍ବଲପୁରୀ ରଙ୍ଗବତୀ ଗୀତ…
ନୂଆଦିଲ୍ଲୀ : ଏସିଆ ମହାଦେଶର ଏକ ନମ୍ବର ଧନୀ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଛନ୍ତି ଗୌତମ ଅଦାନୀ । 2020ରେ ସର୍ବାଧିକ ଆୟକାରୀଙ୍କ ମଧ୍ୟରେ ଏକ ନମ୍ବର ସ୍ଥାନରେ ରହିଛନ୍ତି ଅଦାନୀ । ଚଳିତ ବର୍ଷର ପ୍ରଥମ ଦଶମାସ ସୁଦ୍ଧା ଅଦାନୀ 19.1 ବିଲିୟନ ଡଲାର ଆୟ କରି ପ୍ରଥମ ସ୍ଥାନରେ ରହିଛନ୍ତି । ଏହି ସମୟ ମଧ୍ୟରେ ଭାରତ ତଥା ଏସିଆର ଏକ ନମ୍ବର ଧନୀ ମୁକେଶ ଅମ୍ବାନୀଙ୍କ ଆୟ 16.4 ଡଲାର ଆୟ କରିଛନ୍ତି । ବିଗତ 10 ମାସ ମଧ୍ୟରେ ଅଦାନୀ ଗ୍ରୁପର ଚେୟାରମ୍ୟାନ ଗୌତମ ଅଦାନୀ ପ୍ରାୟ 1.41ଲକ୍ଷ କୋଟି ଆୟ କରିଛନ୍ତି । ହାରାହାରି ଦେଖିଲେ ସେ ଦିନକୁ ପ୍ରାୟ 449 କୋଟି ଆୟ କରୁଛନ୍ତି । ଦୈନିକ ଆୟ ତାଲିକାରେ ଗୌତମ ଅଦାନୀ ବିଶ୍ୱର ନବମ ସ୍ଥାନରେ ରହିଛନ୍ତି । ଏହି ତାଲିକାରେ ଷ୍ଟିଭ ବାଲ୍ମର, ଳାରି ପେଜ୍ ଏବଂ ବିଲ ଗେଟ୍ସଙ୍କ…
ଭୁବନେଶ୍ବର : ପୁରୀ ହାଜତ ମୃତ୍ୟୁ ମାମଲାକୁ ନେଇ ଘନଉଛି ବିବାଦ । ଏନେଇ ରାଜ୍ୟସରକାରଙ୍କୁ ନୋଟିସ୍ ଜାରି କରିବା ସହ କ୍ଷୋଭ ପ୍ରକାଶ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ । ମୁଖ୍ୟ ଶାସନ ସଚିବ ଏବଂ ପୋଲିସ୍ ଡିଜିଙ୍କୁ ଏନ୍ଏଚ୍ଆର୍ସିଙ୍କ ନୋଟିସ୍ ମିଳିଛି । ଚାରି ସପ୍ତାହ ମଧ୍ୟରେ ସବିଶେଷ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏନ୍ଏଚ୍ଆର୍ସି । ମୃତ୍ୟୁର କାରଣକୁ ନେଇ ସବିଶେଷ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି । ଆରେଷ୍ଟ ମେମୋ, ଇନ୍ସପେକ୍ସନ ମେମୋ କପି ଦେବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ଗିରଫ ନେଇ ପରିବାରକୁ ଜଣାଯାଇଥିଲା କି ନାହିଁ ତାହା ଜଣାଇବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ମୃତକଙ୍କ ମେଡିକାଲ ଲିଗାଲ୍ ସାର୍ଟିଫିକେଟ୍ କପି ଦେବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ପଞ୍ଚାନାମା, ପୋଷ୍ଟମର୍ଟମ ଓ ଏହାର ଭିଡିଓ କ୍ୟାସେଟ୍ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଏନ୍ଏଚ୍ଆରସି । ଭିସେରା, ମୃତ୍ୟୁ କାରଣ…
ଭୁବନେଶ୍ବର : ବିଧାନସଭାରେ ଉପସ୍ଥାପିତ ହେଲା ରାଜ୍ୟ ଅତିରିକ୍ତ ବଜେଟ୍ 2020-2021। ବିରୋଧୀଙ୍କ ହୋ ହାଲ୍ଲା ଭିତରେ ଅତିରିକ୍ତ ବଜେଟ୍ ଉପସ୍ଥାପିତ ହୋଇଛି। 2020-2021 ପାଇଁ ମୋଟ 11ହଜାର 200 କୋଟିର ଅତିରିକ୍ତ ବଜେଟ୍ ଉପସ୍ଥାପିତ ହୋଇଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ୍ ଉପସ୍ଥାପନା କରିଛନ୍ତି। ତେବେ ବଜେଟ୍ ଉପସ୍ଥାପନା ପରେ ଗୃହ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବି ରହିବ। ଅତିରିକ୍ତ ବଜେଟ୍ରେ ସ୍ବାସ୍ଥ୍ୟ, ପଞ୍ଚାୟତିରାଜ ବିଭାଗକୁ ଗୁରୁତ୍ବ ଦିଆଯାଇଛି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ 1768.77 କୋଟିର ବ୍ୟୟବରାଦ ରହିଥିବାବେଳେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକକୁ 2046.11କୋଟି ଟଙ୍କାର ବ୍ୟୟବରାଦ ରହିଛି । ସେହିପରି ଅର୍ଥ ବିଭାଗକୁ ସର୍ବାଧିକ 2363.04 କୋଟିର ବ୍ୟୟ ବରାଦ ରହିଛି । ବିପର୍ଯ୍ୟୟ ପରିଚାଳନା ପାଇଁ 1484.22 କୋଟି ଟଙ୍କାର ବ୍ୟୟ ବରାଦ ରହିଛି । ଖାଦ୍ୟ ଯୋଗାଣକୁ 1078. 30 କୋଟିର ବ୍ୟୟବରାଦ ରହିଛି । ଚଳିତ ଅତିରିକ୍ତ ବଜେଟ୍ରେ…
ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 46 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ 46 କରୋନା ଆକ୍ରାନ୍ତଙ୍କ ମଧ୍ୟରେ 19 ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ 27 ଜଣ ଲୋକାଲ କଣ୍ଟାକ୍ଟ କେସ୍ ବୋଲି ବିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛି। https://twitter.com/bmcbbsr/status/1329368960802832385?s=20 ସେହିପରି ଆଜି 61 ଜଣ ସୁସ୍ଥ ହୋଇଛନ୍ତି । ନୂତନ 46 ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 30 ହଜାର 330ରେ ପହଞ୍ଚିଛି । ସେହିପରି ଏବେ ସୁଦ୍ଧା 29 ହଜାର 479ଜଣ ସୁସ୍ଥ ହୋଇଥିବାବେଳେ 201ଜଣଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ବର ମହାନଗରରେ ଏବେବି 629ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।
ନୂଆଦିଲ୍ଲୀ : କରୋନା ଭାଇରସ ପ୍ରଭାବରେ ସମଗ୍ର ବିଶ୍ୱ ଭୀତତ୍ରସ୍ତ ଅବସ୍ଥାରେ ରହିଥିବା ବେଳେ ବିଭିନ୍ନ କମ୍ପାନୀ ପକ୍ଷରୁ ଟିକା ବିକାଶର ପ୍ରୟାସ ଜାରି ରହିଛି । ଏପରିକି କିଛି ଟିକା ଫଳପ୍ରଦ ବୋଲି ମଧ୍ୟ ଖବର ପ୍ରକାଶିତ ହେବା ସହିତ ସାମାନ୍ୟ ଆଶା ସଞ୍ଚାର ହୋଇଥିଲା । ଫାଇଜରର ଟିକା 90 ପ୍ରତିଶତ, ସ୍ପୁଟନିକ-ଭି 92 ପ୍ରତିଶତ ଏବଂ ମଡର୍ଣ୍ଣାର ଟିକା 95 ପ୍ରତିଶତ ସଫଳ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଥିଲା । ଏହା ବ୍ୟତୀତ ଅକ୍ସଫୋର୍ଡର ଟିକା ଆଷ୍ଟ୍ରାଜେନେକା ମଧ୍ୟ ବୟସ୍କ ମାନଙ୍କ ଠାରେ ଫଳପ୍ରଦ ହେଉଥିବା ଜଣାପଡିଥିଲା । ତେବେ ଆସନ୍ତୁ ନଜର ପକାଇବା ନିର୍ମାଣ କରାଯଉଥିବା ଟିକା ମଧ୍ୟରେ କେଉଁଟି ଅଧିକ ଫଳପ୍ରଦ ଏବଂ ଏହା କେଉଁ ପର୍ଯ୍ୟାୟର ପରୀକ୍ଷଣରେ ରହିଛି । ଆଷ୍ଟ୍ରାଜେନେକାର ପରୀକ୍ଷଣ ତୃତୀୟ ପର୍ଯ୍ୟାରେ ରହିଥିବା ବେଳେ ଏହାର ଫଳାଫଳ ଆସିବ । ଏହି ଟିକାକୁ 2-8 ଡିଗ୍ରୀ ତାପମାତ୍ରାରେ…
ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ : ବାଲୁଗାଁ ରେଳବାଇ ଓଭରବ୍ରିଜ୍ର ଉଭୟ ପାର୍ଶ୍ବରେ ଆଲୋକକରୀଣ କାର୍ଯ୍ୟ ଆରମ୍ଭ ହୋଇଛି । ଓଭରବ୍ରିଜ କାର୍ଯ୍ୟକ୍ଷମ ହେବାର ଦଶ ମାସ ପରେ ପି.ଡବ୍ଲୁ.ଡ଼ି ବିଭାଗ ଦ୍ୱାରା ଆଲୋକୀକରଣ ବ୍ୟବସ୍ଥା ଆରମ୍ବ ହୋଇଛି । ଗତ ଦୁଇ ଦିନ ହେଲା ଓଭରବ୍ରିଜ ର ଉଭୟ ପାର୍ଶ୍ୱରେ ବିଦ୍ୟୁତ ଖୁଣ୍ଟ ପୋତାଚାଲିଛି । ତେବେ ଉକ୍ତ ବ୍ରିଜରେ ସର୍ବମୋଟ 28 ଗୋଟି ବିଦ୍ୟୁତ ଖୁଣ୍ଟ ଲାଗିବା ସହ ଏହି କାର୍ଯ୍ୟ ଏକ ସପ୍ତାହମଧ୍ୟରେ ସମାପ୍ତ ହେବ ଏବଂ ଏହାପରେ ବିଦ୍ୟୁତ କାର୍ଯ୍ୟକ୍ଷମ ଏବଂ ରକ୍ଷଣାବେକ୍ଷଣ ଦାୟିତ୍ୱ ବାଲୁଗାଁ ଏନ.ଏ.ସି ନେବ ବୋଲି ପି. ଡବ୍ଲୁ ଡ଼ି ଖୋର୍ଦ୍ଧା ଜିଲ୍ଲା ନିର୍ବାହୀ ଅଧିକାରୀ ଶ୍ରୀ ଦୀପକ ପାଣିଗ୍ରାହୀ ଆମ ପ୍ରତିନିଧି ଙ୍କୁ ସୂଚନା ଦେଇଛନ୍ତି । ସୂଚନା ଥାଉ କି ବାଲୁଗାଁ ରେଳବାଇ ଓଭରବ୍ରିଜରେ ଆଲୋକୀକରଣ ସମସ୍ୟା କୁ ନେଇ ‘ସମୀକ୍ଷା’ ରେ ଗତ ସେପ୍ଟେମ୍ବର ମାସରେ ଖବର ପ୍ରସାରଣ…
ଭୁବନେଶ୍ୱର: ପ୍ରାଥମିକ ସ୍କୁଲ ବନ୍ଦ ନେଇ ରାଜ୍ୟ ସରକାରଙ୍କୁ ବିଜେପି ପକ୍ଷରୁ ଟାର୍ଗେଟ କରାଯାଇଛି । ଏହି ପରିପ୍ରେକ୍ଷୀରେ ସ୍କୁଲ ବନ୍ଦ ନିଷ୍ପତ୍ତି ଏକ ଭୟଙ୍କର ନିଷ୍ପତ୍ତି ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ, 9 ହଜାର ପ୍ରାଥମିକ ସ୍କୁଲ ବନ୍ଦ ନିଷ୍ପତ୍ତି ସହଜରେ ଗ୍ରହଣୀୟ ହେବ ନାହିଁ । ବାଜପେୟୀଙ୍କ ବେଳେ ସର୍ବଶିକ୍ଷା ଅଭିଯାନରେ ସ୍କୁଲ ସବୁ ଖୋଲିଥିଲା । 25ରୁ କମ ପିଲା କିମ୍ବା 1 କିମି ମଧ୍ୟରେ ସ୍କୁଲ ଥିଲେ ବନ୍ଦ ନିଷ୍ପତ୍ତି କ୍ଷତିକାରକ । 11ଲକ୍ଷ ପିଲା ନାମ ଲେଖାଇଛନ୍ତି । 5 ଲକ୍ଷ ଦଶମ ପରୀକ୍ଷା ଦେଉଛନ୍ତି । 6 ଲକ୍ଷ ପିଲା ଅଧାରୁ ସ୍କୁଲ ଛାଡ଼ୁଛନ୍ତି । କିନ୍ତୁ ସରକାର ତଥ୍ୟ ଲୁଚାଉଛନ୍ତି । ସ୍କୁଲ ବନ୍ଦ ହେଲେ ପିଲାଙ୍କ ସ୍କୁଲ ଛାଡ଼ିବା ହାର 80%କୁ ବୃଦ୍ଧି ପାଇବ। ଆସନ୍ତା 15 ଦିନରେ …
ସୀତାରାମ ଅଗ୍ରଓ୍ବାଲ ବାଣପୁର : କରୋନା କଟକଣାକୁ ପାଳନ କରି ଗୁରବାର ପୁର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ଶ୍ରୀ ଶ୍ରୀ ରଙ୍କନାଥ ଦେବଙ୍କ ପୀଠରେ ଶାଳିଆ ପ୍ରେସ୍ କ୍ଲବର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସାମ୍ବଦିକ ସୁରକ୍ଷା ତଥା ନିରପେକ୍ଷ ସମ୍ବାଦ ପରିବେଷଣ ଲକ୍ଷରେ ଅନୁଷ୍ଠିତ ସଭାରେ ଶାଳିଆ ପ୍ରେସ୍ କ୍ଲବ୍ ସଭାପତି ଅଜିତ୍ କୁମାର ସାହୁଙ୍କ ପୌରହିତ୍ୟରେ ମୂଖ୍ୟ ଅତିଥି ଭାବେ ଉତ୍କଳ ସାମ୍ବାଦିକ ସଂଘ ଖୋର୍ଦ୍ଧା ଜିଲ୍ଲା ସଭାପତି ପ୍ରଭାତ କୁମାର ମିଶ୍ର, ମୁଖ୍ୟ ବକ୍ତା ବାଣପୁର ଓକିଲ ସଂଘର ସମ୍ପାଦକ ଜଗନ୍ନାଥ ଭୋଳ, ସମ୍ମାନିତ ଅତିଥି ଭାବେ ୟୁଜିଏ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭରତ ଚନ୍ଦ୍ର ବେହେରା, ଡି ଡି ନ୍ୟୁଜ୍ ଜିଲ୍ଲା ପ୍ରତିନିଧି ଶୁଭ୍ର ରଞ୍ଜନ ଦାସ୍, କୋଷାଧ୍ୟକ୍ଷ ପ୍ରଦୀପ ବେହେରା, ବାଣପୁର ଓକିଲ ବାର୍ ଆସୋସିଏସନ୍ ର ସକ୍ରିୟ ସଦସ୍ୟ ପିଙ୍କୁ ପଟ୍ଟନାୟକ, ସମାଜସେବୀ ପ୍ରସାଦ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।…
ଲାହୌଲ: ଥଣ୍ଡା ବଢିବା ସହିତ କରୋନା ସଂକ୍ରମଣ ମଧ୍ୟ ବଢୁଥିବାର ଦେଖାଯାଉଛି । ହିମାଚଳ ପ୍ରଦେଶର ଉପର ଭାଗରେ ଏବେ ବରଫପାତ ଆରମ୍ଭ ହୋଇଛି । ହିମାଚଳ ପ୍ରଦେଶ ଲାହୌଲ ଘାଟିର ଥୋରଙ୍ଗ ଗାଁରେ ମାତ୍ର ଜଣଙ୍କୁ ଛାଡି ଅନ୍ୟ ସମସ୍ତେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ମନାଲୀ-ଲେହ ହାଇଓ୍ବେ ସ୍ଥିତ ଥେରାଙ୍ଗ ଗ୍ରାମରେ କେବଳ 42 ଜଣ ଲୋକ ରହିଥାନ୍ତି । ଗାଁରେ ରହୁଥିବା ଜଣେ 52 ବର୍ଷ ବୟଷ୍କ ବ୍ୟକ୍ତି ଭୁଷଣ ଠାକୁର କରୋନା ପଜିଟିଭ ହେବା ପରେ ଗାଁର ସମସ୍ତେ କରୋନା ଯାଞ୍ଚ କରାଇଥିଲେ । ଏହାପରେ ସମସ୍ତେ କରୋନା ପଜିଟିଭ ଥିବା ଜଣାପଡିଥିଲା । ବର୍ତ୍ତମାନ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ଲାହୌଲ-ସ୍ପିତି ଘାଟୀ ରାଜ୍ୟରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ଜିଲ୍ଲା । ଲାହୌଲ ଘାଟୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ପ୍ରଶାସନ ରୋହତାଙ୍ଗ ସୁଡଙ୍ଗର ଉତ୍ତର ପୋର୍ଟଲ ନିକଟ ତେଲିଙ୍ଗ…
ପାଟନା, ବିହାର ରାଜଧାନୀ ପାଟନାର ଏକ ହସପିଟାଲରେ ଘଟିଛି ଅଜବ ଘଟଣା। ଜଣେ ରୋଗୀର କିଡନରୁ ପଥର କାଢିବା ପରିବର୍ତ୍ତେ ଡାକ୍ତର ପୁରା ଗୋଟିଏ କିଡନୀ କାଢିଦେଲେ। ରୋଗୀର ପରିବାର ସଦସ୍ୟ ଏହା ଜାଣିବା ପରେ ଡାକ୍ତରଖାନାରେ ଭଙ୍ଗାଋଜା ଆରମ୍ଭ କରିଦେଲେ। ତେବେ ଡାକ୍ତରଖାନା କର୍ତ୍ତୁପକ୍ଷ ଏଥିରେ ହସ୍ତକ୍ଷେପ କରି ରୋଗୀକୁ ଅନ୍ୟ ଏକ ହସପିଟାଲରେ ଅପରେସନ କରାଯିବ ବୋଲି ପ୍ରତିଶୃତି ଦେଲେ। ସେଥିପାଇଁ ଯାହା ଖର୍ଚ୍ଚ ହେବ ଡାକ୍ତରଖାନା ତରଫରୁ ଦିଆଯିବ ବୋଲି କୁହାଗଲା। ଏହାପରେ ପରିବାର ବର୍ଗ ଶାନ୍ତ ପଡିଥିଲେ। ଏହି ଘଟଣାଟି ପାଟନାର କଂକଡାବାଗ ଥାନ ନିକଟସ୍ଥ ଏକ ହସପିଟାଲରେ ଘଟିଛି । ବେଣୁସରାଇ ଅଞ୍ଚଳର ଜଣେ 26 ବର୍ଷିୟ ଯୁବକଙ୍କ ପେଟରେ ଯନ୍ତ୍ରଣା ହେଲା। ଫଳରେ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ପେଟ ଭିତର ପରୀକ୍ଷା କରିବା ପରେ ଜଣପଡିଥିଲା ଯେ ତାଙ୍କର ବାଆଁ ପଟ କିଡନରେ ପଥର ଅଛି। ସେଥିପାଇଁ ଅପରେସନ କରିବାକୁ…
ସୀତାରାମ ଅଗ୍ରଓ୍ବାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଜେଲରେ ଗତକାଲି ସଂଧ୍ୟାରେ ବିଚାରାଧୀନ ବନ୍ଦୀଙ୍କର ସନ୍ଦେହ ଜନକ ମୃତ୍ୟୁ ଘଟଣାରେ ସ୍ଥାନୀୟ ପ୍ରଶାସନ ଜେଲରେ ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ବାଣପୁର ତହସିଲଦାର ମନ୍ମଥ ବେହେରା, ବାଣପୁର ଥାନା ଆଇ ଆଇ ସି ସଂଜୟ କୁମାର ପଟ୍ଟନାୟକ ଓ ସାଇଣ୍ଟିଫିକ୍ ଦଳ ବାଣପୁର ଜେଲ୍ ରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି। ଜେଲ୍ ରେ ଏହି ତଦନ୍ତକାରୀ ଦଳ ଜେଲ୍ ଅନ୍ତେଵାସୀ ଓ ଜେଲ୍ରେ କର୍ମଚାରୀ ମାନଙ୍କୁ ପଚରା ଉଚୁରା କରିଛନ୍ତି। ଏହା ସହ ଘଟଣା କିଭଳି ଘଟିଲା ଜାଣିବା ପାଇଁ ସି ସି ଟି ଭି ଫୁଟେଜ ଯାଞ୍ଚ କରିଛନ୍ତି। ତଦନ୍ତକାରୀ ଦଳ ପୁଣି ବାଣପୁର ଡାକ୍ତରଖାନାକୁ ଯାଇ ଡାକ୍ତରମାନଙ୍କ ସହ ଘଟଣା ସଂପର୍କରେ ଆଲୋଚନା ପର୍ଯ୍ୟାଲୋଚନା ଜାରି ରଖିଛନ୍ତି। ଅଭିଯୁକ୍ତ ଜଣକ ଜେଲର ଏକ ମହଲା ଉପରୁ ଡେଇଁପଡ଼ି ଥିବାରୁ ତାଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି…
ସମ୍ବଲପୁର: ସମ୍ବଲପୁର ରେଙ୍ଗାଲି ତହସିଲ ଅଫିସରେ ଅଗ୍ନିକାଣ୍ଡ ଘଟିଛି । ତେବେ ଏହି ଅଗ୍ନିକାଣ୍ଡ କୌଣସି ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ନୁହେଁ ବରଂ ଜଣେ ଦୁର୍ବୃତ୍ତ ନିଆଁ ଲଗାଇଥିବା ସୂଚନା ମିଳିଛି । ତେବେ କିଏ ଓ କ’ଣ ପାଇଁ ଏହି ନିଆଁ ଲଗାଇଛି ସେ ନେଇ କିଛି ଜଣାପଡ଼ିନାହିଁ । ହଠାତ ନିଆଁ ଲାଗିବାରୁ ତହସିଲ ଅଫିସରେ ଥିବା କାଗଜପତ୍ର ଓ ଆସବାବପତ୍ର ଜଳିଯାଇଛି । ଏନେଇ ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାଯାଇଛି । ଏନେଇ ପୁଲିସ ଜଣଙ୍କୁ ଅଟକ ରଖିଥିବା ଜଣାଯାଇଛି । ଅନ୍ୟପକ୍ଷରେ ଜଣେ ଲୋକ ଆସି ନିଆଁ ଲଗାଇଥିବା ଖବର ପାଇଛୁ ବୋଲି ତହସିଲଦାର କହିଛନ୍ତି ।
ନୂଆଦିଲ୍ଲୀ : ଭାରତ-ଚାଇନା ସୀମା ବିବାଦକୁ ନେଇ ପୁଣିଥରେ ଉତ୍ତେଜନା ପରିସ୍ଥିତି ଉପୁଜି ପାରେ ବୋଲି ଆଣଙ୍କା କରାଯାଉଛି। ତେବେ ଭାରତ ଏବଂ ଚୀନ ମଧ୍ୟରେ ସୀମା ବିବାଦ ଆଦୌ ନୂଆ ଜିନିଷ ନୁହେଁ । 1962 ମସିହାରୁ ଆରମ୍ଭ ହୋଇଥିବା ଏହି ସୀମା ବିବାଦ ଏବେ ଏକ ନୂତନ ସ୍ତରରେ ପହଞ୍ଚିଛି । ଲଦାଖରେ ଘଟିଥିବା ସଂଘର୍ଷ କାରଣରୁ ଉଭୟ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ଜାରି ରହିଥିବା ବେଳେ ଆଉ ଏକ ଚକିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି । ମିଳିଥିବା ନୂତନ ସୂଚନା ଅନୁଯାୟୀ ଚୀନ ସୀମାରେ ନିଜର ଶକ୍ତି ବଢାଇବାର ସମ୍ପୂର୍ଣ୍ଣ ପ୍ରୟାସ ଜାରି ରଖିଛି । ଡୋକଲାମ , ଯେଉଁଠାରେ 2017 ମସିହାରେ ଉଭୟ ରାଷ୍ଟ୍ର ମଧ୍ୟରେ ମୁହାଁମୁହିଁ ପରସ୍ଥିତି ଉପୁଜିଥିଲା ସେଠାରୁ ମାତ୍ର 9 କିମି ଦୂରରେ ଚୀନ ଏକ ଗାଁ ନିର୍ମାଣ କରିଛି । ଏହି ନୂତନ ଗାଁର ନାମ…
ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ଶୀତକାଳୀନ ଅଧିବେଶନ। କରୋନା କଟକଣା ଭିତରେ ଅଧିବେଶନ ଆରମ୍ଭ ହୋଇଛି । ଶୀତ ଅଧିବେଶନର ପ୍ରଥମ ଦିନ ଆରମ୍ଭରେ ଦିବଂଗତ ନେତାଙ୍କ ଉଦେ୍ଧଶ୍ୟରେ ଶୋକପ୍ରସ୍ତାବ ଆଗତ କରାଯାଇ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ତେବେ ଶ୍ରଦ୍ଧାଞ୍ଜଳି ପରେ ଅପରାହ୍ନ 3ଟା ପର୍ୟ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଛି । ଅଧିବେଶନ ଆରମ୍ଭରୁ ପୂର୍ବତନ ବାଚସ୍ପତି ଶରତ କର ଓ ଦୁଇ ପୂର୍ବତନ ବିଧାୟକଙ୍କ ଉଦେ୍ଧଶ୍ୟରେ ଶୋକପ୍ରସ୍ତାବ ଆଗତ କରାଯାଇଥିଲା । ପୂର୍ବତନ ବିଧାୟକ କାର୍ତ୍ତିକେଶ୍ୱର ପାତ୍ର ଓ ଗୁରୁପଦ ନନ୍ଦଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା। ଏହାଛଡ଼ା କରୋନା ଯୋଦ୍ଧାଙ୍କ ପାଇଁ ମଧ୍ୟ ଗୃହରେ ଶୋକ ପ୍ରସ୍ତାବ ଆଗତ କରାଯାଇ ସମସ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ପରେ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ଗୃହକୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।
ଭୁବନେଶ୍ବର: ରାଜ୍ୟରେ ଆଉ 16 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 1608କୁ ବୃଦ୍ଧି ହୋଇଛି। ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ 4 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ କଟକରୁ 3 ଜଣ ଓ ଗଞ୍ଜାମ ଓ ସମ୍ବଲପୁରରୁ 2 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ବରଗଡ, ଜଗତସିଂହପୁର, ସୁବର୍ଣ୍ଣପୁର, ପୁରୀ ଓ ଝାରସୁଗୁଡାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
ଭୁବନେଶ୍ବର: ରାଜ୍ୟରେ ଆଜି ୭୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୪୩୬ ଜଣ ଚିହ୍ନଟ ହୋଇଥିବାବେଳେ ୩୨୧ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୨ହଜାର ୫୪୫କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୨ ହଜାର ୭୯୬ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 8 ହଜାର ୮୮ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୫୯୨ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୯ଟି ଜିଲ୍ଲାରୁ ମୋଟ୍ ୭୫୭ ଜଣ ଚିହ୍ନଟ ହୋଇଛନ୍ତି। ଅନୁଗୁଲୁର ସର୍ବାଧିକ ୭୫ଜଣ ଚିହ୍ନଟ ହୋଇଥିବାବେଳେ ବାଲେଶ୍ଵରରୁ ୩୪, ବରଗଡରୁ…
ଅହମ୍ମଦାବାଦ : ଦେଶରେ ପୁଣିଥରେ କରୋନା ମାମଲାରେ ବୃଦ୍ଧି ଦେଖାଯାଇଛି । କରୋନାକୁ ଦୃଷ୍ଟିରେ ରଖି ପୂର୍ବରୁ ଜାରି କରାଯାଇ ଥିବା କର୍ଫ୍ୟୁ ପୁଣିଥରେ ଫେରିଛି। ଗୁଜୁରାଟର ଅହମ୍ମଦାବାଦରେ କରୋନା କେସ୍ରେ ଲଗାତାର ବୃଦ୍ଧି ଯୋଗୁଁ ଗୁଜୁରାଟ ସରକାର ଗୁରୁବାର ରାତ୍ରିର ପୁନର୍ବାର କର୍ଫ୍ୟୁ ଲାଗୁ କରିଛନ୍ତି । ରାତ୍ରିକାଳୀନ କର୍ଫ୍ୟୁ ଏଠାରେ ଜାରି କରାଯାଇଛି । ଏହି କର୍ଫ୍ୟୁ ରାତି 9 ଟାରୁ ଏହି କର୍ଫ୍ୟୁ ଆରମ୍ଭ ହୋଇ ସକାଳ 6ଟାରେ ଶେଷ ହେବ । ତେତେ ଏହି ସମୟରେ ଆବଶ୍ୟକୀୟ ଦୋକାନ ଖୋଲା ରହିବ । ଅହମ୍ମଦାବାଦ ପାଇଁ 20ଟି ଅତିରିକ୍ତ ଆମ୍ବୁଲାନ୍ସ, 300 ଡାକ୍ତର, ଓ 300 ମେଡିକାଲ ଛାତ୍ରଛାତ୍ରୀଙ୍କୁ ଆବଣ୍ଟିତ କରାଯାଇଛି । ଏହା ବ୍ୟତୀତ ଗୁଜୁରାଟ ପାଇଁ କେନ୍ଦ୍ର ସରକାର ହାଇଲେବଲ୍ ଟିମ୍କୁ ମଧ୍ୟ ପଠାଇଛନ୍ତି । ସୂଚନାଯୋଗ୍ୟ, ମିଳିଥିବା ସୂଚନା ମୁତାବକ ଦେଶରେ ବିଗତ 24 ଘଣ୍ଟା ମଧ୍ୟରେ 45 ହଜାର 882…
ପ୍ରତାପଗଡ : ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପ୍ରତାପଗଡରେ ବରଯାତ୍ରୀ ଥିବା ଏକ ବୋଲେରୋ ଟ୍ରକ ସହ ଧକ୍କା ହୋଇ ଦୁର୍ଘଟଣାରେ 6 ଶିଶୁଙ୍କ ସମେତ 14 ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଏହି ହୃଦୟ ବିଦାରକ ଦୁର୍ଘଟଣା ଜିଲାର କୁଣ୍ଡା ଅଞ୍ଚଳରେ ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ କୁଣ୍ଡା କୋତବାଲୀ ଅଞ୍ଚଳରେ ଦ୍ରୁତ ଗତିରେ ଏକ ବୋଲେରୋରେ ବରଯାତ୍ରୀମାନେ ଫେରୁଥିବା ସମୟରେ ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଇଥିଲା। ବୋଲେରୋର କିଛି ଅଂଶ ଟ୍ରକ୍ରେ ପସି ଯାଇଥିଲା । ଏହି ଭୟାନକ ଦୁର୍ଘଟଣାରେ 14 ଜଣଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣାରେ ସମୟରେ ଜୋର ଶବ୍ଦରେ ସ୍ଥାନୀୟଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଖବର ପାଇ ପୁଲିସ ପହଞ୍ଚି ଟ୍ରକ ମଧ୍ୟରେ ପଶିଥିବା ବୋଲେରୋ ଅଂଶକୁ କାଟି ମୃତଦେହକୁ ଉଦ୍ଧାର କରିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ ସହ…
ନୂଆଦିଲ୍ଲୀ : ବିଗତ କିଛି ଦିନ ଧରି କରୋନା ସଂକ୍ରମିତଙ୍କ ସଂଖ୍ୟା କମ ରହିଥିବା ବେଳେ ଗତକାଲି ଏଥିରେ ସାମାନ୍ୟ ବୃଦ୍ଧି ପାଇଥିଲା । ବିଗତ 24 ଘଣ୍ଟା ମଧ୍ୟରେ 45 ହଜାର ନୂତନ ଆକ୍ରାନ୍ତ ଚିହ୍ନଟ ହେବା ସହିତ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 90 ଲକ୍ଷ ପାର କରିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ ବିଗତ 24 ଘଣ୍ଟା ମଧ୍ୟରେ 45 ହଜାର 882 ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ 584 ମୃତ୍ୟୁ ହୋଇଛି । ଏବେ ଦେଶରେ ସମୁଦାୟ କରୋନା ଜନିତ ମୃତକଙ୍କ ସଂଖ୍ୟା 1 ଲକ୍ଷ 32 ହଜାର 202ରେ ପହଞ୍ଚିଛି । 45 ହଜାର 882 ନୂତନ ଆକ୍ରାନ୍ତଙ୍କ ସହିତ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 90 ଲକ୍ଷ 4 ହଜାର 365ରେ ପହଞ୍ଚିଛି । ସେହିପରି 24 ଘଣ୍ଟା ମଧ୍ୟରେ ଦେଶରେ ସୁସ୍ଥ ହୋଇଛନ୍ତି 44…

