ବାତ୍ୟା ପାଇଁ ପୂର୍ବତଟ ରେଳବାଇ ଆସନ୍ତାକାଲି ଚେନ୍ନାଇରୁ ଆସିବାକୁ ଥିବା ଟ୍ରେନକୁ କଲା ବାତିଲ

Published: Nov 25, 2020, 8:13 pm IST

ଭୁବନେଶ୍ବର, ବର୍ତ୍ତମାନ ତାମିଲନାଡୁରେ ବାତ୍ୟା ନିଭାର ତାଣ୍ଡବ ଲିଲା କରୁଥିବାରୁ ପୂର୍ବତଟ ରେଳବାଇ ସତର୍କତା ଅବଲମ୍ବନ କରିଛି। ପୂର୍ବରୁ ରେଳବାଇ ତିନୋଟି ଟ୍ରେନର ଚଳାଚଳକୁ ବାତିଲ କରିଥିବା ବେଳେ, ଆଜି ଆଉ ଏକ ଟ୍ରେନକୁ ବାତିଲ କରିଛି। ସେହି ଟ୍ରେନଟି ହେଉଛି ଚେନ୍ନାଇ ସନ୍ତ୍ରାଗଚ୍ଛି ସ୍ବତନ୍ତ୍ର ଟ୍ରେନ। ଯାହାର ନମ୍ବର ହେଉଛି 02808। ଏହି ଟ୍ରେନଟି ଚେନ୍ନାଇରୁ ଆସିବାର ଥିଲା। ଏହାକୁ 26 ତାରିଖ ପାଇଁ ବାତିଲ କରାଯାଇଛି ବୋଲି ପୂର୍ବତଟ ରେଳବାଇ କହିଛି। ଏହି ଟ୍ରେନଟି ଚେନ୍ନାଇରୁ ବାହାରି ଆନ୍ଧ୍ରପ୍ରଦେଶ ପରେ ବ୍ରହ୍ମପୁର,ଖୋର୍ଦ୍ଧା, ଭୁବନେଶ୍ବର, କଟକ ଏବଂ ବାଲେଶ୍ବର ଦେଇ ଖଡଗପୁର ଯାଇଥାଏ। ବର୍ତ୍ତମାନ ବାତ୍ୟା ପାଇଁ ଚେନ୍ନାଇରେ ଟ୍ରେନ ଚଳାଚଳକୁ କଟକଣା କରାଯାଇଥିବାରୁ ବିଭିନ୍ନ ଟ୍ରେନ ଉପରେ ପ୍ରଭାବ ପଡିଛି।

Related posts