Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

BREAKING: ଓଡିଶାରେ ସାମ୍ଭବ୍ୟ ବାତ୍ୟା ପାଇଁ ରେଳ ବିଭାଗର ବଡ ନିଷ୍ପତ୍ତି, ବାତିଲ ହେବ ୭୪ଟି ଟ୍ରେନ

ଭୁବନେଶ୍ବର: ସାମ୍ଭବ୍ୟ ବାତ୍ୟାକୁ ୟଶ୍ କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ବଡ ନିଷ୍ପତି ଗ୍ରହଣ କରିଛି। ଏହି ବାତ୍ୟାରେ ଯାତ୍ରୀମାନଙ୍କ ସୁରକ୍ଷାକୁ ଧ୍ୟାନ ଦେଇ ରେଳବାଇ ଆଗୁଆ ନିଷ୍ପତି ଗ୍ରହଣ କରିଛି। ସେହି ଅନୁସାରେ ଭୁବନେଶ୍ବର ଏବଂ ପୁରୀରୁ ବାହାରୁ ଥିବା ବହୁ ଟ୍ରେନକୁ ବାତିଲ କରାଯିବ। ସର୍ବମୋଟ ୭୪ଟି ଟ୍ରେନକୁ ବାତିଲ କରିବା ପାଇଁ ପୂର୍ବତଟ ରେଳବାଇ ନିଷ୍ପତି କରିଛି। ସେଗୁଡିକ ମଧ୍ୟରୁ ମୁଖ୍ୟ ଟ୍ରେନଗୁଡିକ ହେଲା

01. Bhubaneswar-Mumbai Konark Special,

02. Bhubaneswar-Howrah Jan Shatabdi Special,

03. Puri-New Delhi Purusottam Special,

04. Bhubaneswar-New Delhi Rajdhani Special,

05. Howrah-Puri-Howrah Special,

06. Bhubaneswar-Secunderabad Visakha Special,

07. Puri-Rishikesh Kalinga Utkal Special

08. Ahmedabad, Surat, Ajmer bound trains from Puri;

09. Trains passing through ECoR in Howrah-Chennai Main line.

Categories
ଆଜିର ଖବର ଜାତୀୟ ଖବର

ସାମ୍ଭବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି 6 ଦିନ ପାଇଁ 53 ଟି ଟ୍ରେନ ବାତିଲ କଲା ରେଳ ବିଭାଗ

ନୂଆଦିଲ୍ଲୀ, ସାମ୍ଭବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପଶ୍ଚିମ ରେଳବାଇ ବଡ ପଦକ୍ଷେପ ଗ୍ରହଣ କରିଛି। ଏହି ବାତ୍ୟାରେ ମହାରାଷ୍ଟ୍ର ସମେତ କେତେ ରାଜ୍ୟ ପ୍ରଭାବିତ ହେଉଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ସେହି ଅନୁସାରେ ଆସନ୍ତାକାଲି ରବିବାରଠାରୁ 6 ଦିନ ପାଇଁ ବିଭିନ୍ନ ଟ୍ରେନକୁ ବାତିଲ କରାଯାଇଛି। ଯାତ୍ରୀମାନଙ୍କ ଯାତ୍ରାକୁ ସୁରକ୍ଷିତ ରଖିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ରେଳବାଇ କହିଛି।

ସେହିପରି ପୂର୍ବତଟ ରେଳବାଇ ତରଫରୁ ଯାତ୍ରୀ ମାନଙ୍କ ସୁରକ୍ଷା ଓ ନିରାପତ୍ତାକୁ ଦୃଷ୍ଟିରେ ରଖି 08401/08402 ପୁରୀ-ଓ଼ଖା-ପୁରୀ ସ୍ପେସିଆଲ ଟ୍ରେନକୁ ପୁରୀ ଠାରୁ ମଇ ମାସ 16 ତାରିଖ ଏବଂ ଓ଼ଖା ଠାରୁ ମଇ ମାସ 19 ତାରିଖ ଦିନ ବାତିଲ କରାଯାଇଅଛି ।

ଆସନ୍ତାକାଲିଠାରୁ ପଶ୍ଚମ ରେଳବାଇର ବିଭିନ୍ନ ଦିନମାନଙ୍କରେ ଯେଉଁ ଟ୍ରେନ ବାତିଲ ହେବ ସେଗୁଡିକ ହେଲା

Categories
ଆଜିର ଖବର ରାଜ୍ୟ ଖବର

ବାତ୍ୟା ପାଇଁ ପୂର୍ବତଟ ରେଳବାଇ ଆସନ୍ତାକାଲି ଚେନ୍ନାଇରୁ ଆସିବାକୁ ଥିବା ଟ୍ରେନକୁ କଲା ବାତିଲ

ଭୁବନେଶ୍ବର, ବର୍ତ୍ତମାନ ତାମିଲନାଡୁରେ ବାତ୍ୟା ନିଭାର ତାଣ୍ଡବ ଲିଲା କରୁଥିବାରୁ ପୂର୍ବତଟ ରେଳବାଇ ସତର୍କତା ଅବଲମ୍ବନ କରିଛି। ପୂର୍ବରୁ ରେଳବାଇ ତିନୋଟି ଟ୍ରେନର ଚଳାଚଳକୁ ବାତିଲ କରିଥିବା ବେଳେ, ଆଜି ଆଉ ଏକ ଟ୍ରେନକୁ ବାତିଲ କରିଛି। ସେହି ଟ୍ରେନଟି ହେଉଛି ଚେନ୍ନାଇ ସନ୍ତ୍ରାଗଚ୍ଛି ସ୍ବତନ୍ତ୍ର ଟ୍ରେନ। ଯାହାର ନମ୍ବର ହେଉଛି 02808। ଏହି ଟ୍ରେନଟି ଚେନ୍ନାଇରୁ ଆସିବାର ଥିଲା। ଏହାକୁ 26 ତାରିଖ ପାଇଁ ବାତିଲ କରାଯାଇଛି ବୋଲି ପୂର୍ବତଟ ରେଳବାଇ କହିଛି। ଏହି ଟ୍ରେନଟି ଚେନ୍ନାଇରୁ ବାହାରି ଆନ୍ଧ୍ରପ୍ରଦେଶ ପରେ ବ୍ରହ୍ମପୁର,ଖୋର୍ଦ୍ଧା, ଭୁବନେଶ୍ବର, କଟକ ଏବଂ ବାଲେଶ୍ବର ଦେଇ ଖଡଗପୁର ଯାଇଥାଏ। ବର୍ତ୍ତମାନ ବାତ୍ୟା ପାଇଁ ଚେନ୍ନାଇରେ ଟ୍ରେନ ଚଳାଚଳକୁ କଟକଣା କରାଯାଇଥିବାରୁ ବିଭିନ୍ନ ଟ୍ରେନ ଉପରେ ପ୍ରଭାବ ପଡିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସାମ୍ଭବ୍ୟ ବାତ୍ୟା ‘ନିଭାର’ ପାଇଁ ପୂର୍ବତଟ ରେଳପଥର ବାତିଲି ହେଲା ଏ ସବୁ ଟ୍ରେନ

ଭୁବନେଶ୍ବର, ସାମ୍ଭବ୍ୟ ବାତ୍ୟା ‘ନିଭାର’କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି। ସେହି ଅନୁସାରେ ଚେନ୍ନାଇ ଅଭିମୁଖେ ଯାଉଥିବା କେତେକ ଟ୍ରେନ ଚଳାଚଳକୁ ସାମୟିକ ବାତିଲ କରାଯାଇଛି। ମୁଖ୍ୟତଃ ଏହି ସାମ୍ଭବ୍ୟ ବାତ୍ୟା ଚେନ୍ନାଇ ଉପକୂଳରେ ତାଣ୍ଡବ ସୃଷ୍ଟି କରିବାର ସମ୍ଭାବନା ରହିଛି। ସେଥିପାଇଁ ପୂର୍ବତଟ ରେଳପଥ ଏହି ପଦକ୍ଷେପ ନେଇଛି। ବାତିଲ ହେବାକୁ ଥିବା ଟ୍ରେନଗୁଡିକର ସମସ୍ତ ବିବରଣୀ ତଳେ ପ୍ରଦାନ କରାଗଲା।