Author: Samikhsya Bureau

ଗୁରୁଗାଁଓ, ଗତ 3 ତାରିଖରେ ପୂଜା ଶର୍ମାଙ୍କଠାରୁ ଗାଡି ଚୋରାଇ ନେବା ପାଇଁ ଗୁଳିକରି ହତ୍ୟା କରିଥିବା ତିନି ଜଣଙ୍କୁ ଆଜି ପୋଲିସ ଗିରଫ କରିଛି। ତିନିଜଣଙ୍କ ମଧ୍ୟରୁ ଜଣେ ମଧ୍ୟ ପ୍ରଦେଶର ହୋଇଥିବା ବେଳେ ଆଉ ଦୁଇଜଣ ହରିୟାନାର ବୋଲି ଜଣାପଡିଛି। ସେମାନଙ୍କୁ କୋର୍ଟରେ ହାଜର କରାଯାଇ ଜେଲ ପଠାଇ ଦିଆଯାଇଛି। ଗତ 3 ତାରିଖରେ ଗୁରୁଗାଁଓ ନିବାସୀ ପୂଜା ଏବଂ ତାଙ୍କର ଜଣେ ପୁରୁଷ ବନ୍ଧୁ ରାତିରେ ମଧ୍ୟପ୍ରଦେଶରୁ ଆସୁଥିଲେ। ରାସ୍ତାରେ ଏମାନଙ୍କୁ ପିଛା କରିଥିଲେ ଏହି ତିନି ଜଣ ଯୁବକ। ସେମାନେ ଉଭୟଙ୍କୁ ରାସ୍ତାରେ ଅଟକାଇ ଧମକ ଚମକ ଦେବା ସହିତ କାରକୁ ଛଡାଇବା ପାଇଁ ଚେଷ୍ଠା କରିଥିଲେ। ହେଲେ ଏଥିରେ ଉଭୟ ପୂଜା ଏବଂ ତାଙ୍କ ପୁରୁଷ ବନ୍ଧୁ ବାଧା ଦେଇଥିଲେ। ସେମାନେ କାରଟି ନେବାରେ ଅସଫଳ ହେବାରୁ ସେହି ସ୍ଥାନରେ ପୂଜାଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହାପରେ ସେମାନେ କାର ନେଇ ଫେରାର…

Read More

ଭବାନୀପାଟଣା : ପ୍ରେମ ନିବେଦନ କରିବା ଜଣେ ସରପଞ୍ଚଙ୍କୁ ବେଶ୍‌ ମହଙ୍ଗା ପଡିଛି । ପ୍ରେମ ନିବେଦନ କରି ସରପଞ୍ଚ ଏବେ ବନ୍ଧା ହୋଇଛନ୍ତି । ଆବାସ ଯୋଜନାରେ ଘର ଯୋଗାଇବା ବାହାନାରେ ଜଣେ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ ସରପଞ୍ଚ। ଏନେଇ ଅଭିଯୋଗ ହେବା ପରେ କଳାହାଣ୍ଡି ଜିଲ୍ଲା ମଦନପୁର-ରାମପୁର ଥାନା ପୁଲିସ ଆଜି ଅଭିଯୁକ୍ତ ସରପଞ୍ଚ ରମେଶ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସମ୍ପୃକ୍ତା ଯୁବତୀଙ୍କ ଏତଲା ଆଧାରରେ ପୋଲିସ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

Read More

ନୋଇଡା, ନୂଆଦିଲ୍ଲୀ ନିକଟସ୍ଥ ନୋଇଡା ବୁଦ୍ଧ ନଗରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ମୁସିଲମ ଯୁବକ ନିଜକୁ ହିନ୍ଦୁ ବୋଲି କହି ଜଣେ ହିନ୍ଦୁ ଯୁବତୀକୁ ବିବାହ କରିଛି। ହେଲେ ଘଟଣାଟି ଜଣାପଡିବା ପରେ ଯୁବକ ଜଣଙ୍କ ଝିଅ ଘରକୁ 25 ଲକ୍ଷ ଟଙ୍କା ମାଗିଛି। ତାହା ନ ହେଲେ ଘଟଣା ପ୍ରଘଟ କରିଦେବି ବୋଲି ଧମକ ଦେଇଛି। ଏ ନେଇ ନୋଇଡା ସେକ୍ଟର 20 ଥାନାରେ ଏକ ମାମଲା ଋଜୁ କରାଯାଇଛି। ପୋଲିସ କହିବା ଅନୁସାରେ ନୋଇଡାର ସାହିଲ ଖାନ ନିଜକୁ ସାହିଲ ସିଂ କହି ସେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଦେଇଥିଲା। ପରେ ଯୁବତୀ ରାଜି ହେବା ପରେ ବିବାହ କରିଥିଲା। ମୁସିଲମ ଯୁବକ ଜଣକ ଜାଲ କାଗଜ ପତ୍ର କରି ନିଜକୁ ସାହିଲ ସିଂ ବୋଲି ଉଲ୍ଲେଖ କରିଛି। ଯୁବତୀ ଜଣଙ୍କ ତାହାକୁ ବିଶ୍ବାସ କରି ବିବାହ କରିଦେଇଥିଲେ। ହେଲେ ପରେ ଜଣାପଡିଥିଲା ଯେ…

Read More

ନୂଆଦିଲ୍ଲୀ, ବର୍ତ୍ତମାନ ଦିଲ୍ଲୀରେ ଯେପର କରୋନା ସଂକ୍ରାମଣଙ୍କ ସଂଖ୍ୟା ବଢିବାରେ ଲାଗିଛି ସେଥିରେ ସରକାର ବିଚଳିତ ହୋଇପଡିଲେଣି। ଯାହା ପୁରୁଣା ନିୟମ ରହିଛି ତାହାକୁ ବର୍ତ୍ତମାନ କଡାକଡି ପାଳନ କରାଯିବାକୁ ନିଷ୍ପତି ନିଆଯାଇଛି। ସେହି ଅନୁସାରେ ବର୍ତ୍ତମାନ ଦିଲ୍ଲୀରେ ମାସ୍କ ନ ପିନ୍ଧିଲେ 2000 ଟଙ୍କା ଜରିମାନା ଦେବାକୁ ପଡିବ। ଏହା ପୂର୍ବରୁ ପାଞ୍ଚଶହ ଟଙ୍କା ଥିଲା। ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲା ଉପରାଜ୍ୟପାଳଙ୍କୁ ଭେଟି ଏହି ନୂଆ ନିୟମ ଉପରେ ଅନୁମତି ଆଣିଛନ୍ତି। ଏହାପରେ ଦିଲ୍ଲୀରେ କରୋନା ସଂକ୍ରାମଣକୁ ରୋକିବା ପାଇଁ ସବୁ ନିୟମରେ ପରିବର୍ତ୍ତନ କରାଯାଇ ତାହାର ପରିମାଣ ବୃଦ୍ଧି କରାଯିବ। ଏଥିସହିତ ମୁଖ୍ୟମନ୍ତ୍ରୀ ବିରୋଧୀ ଦଳଙ୍କୁ ରାଜନୀତି ନ କରି ଏପରି ସମୟରେ ସହଯୋଗର ହାତ ବଢାଇବା ପାଇଁ ଅନୁରୋଧ କରିଛନ୍ତି। ଲୋକମାନେ ବର୍ତ୍ତମାନ ବଡ ଆତଙ୍କିତ ଅବସ୍ଥାରେ ଗତି କରୁଥିବା ବେଳେ ତାହାକୁ ନେଇ ରାଜନୀତି ନ କରିବା ପାଇଁ ଅନୁରୋଧ କରିଛନ୍ତି।

Read More

ଜମ୍ମୁକାଶ୍ମୀର : ଜମ୍ମୁ-କାଶ୍ମୀରରେ ପୁଣି ଏନକାଉଣ୍ଟର । ସୁରକ୍ଷାବାହିନୀର ଗୁଳିରେ 4ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଟ୍ରକରେ ଆସୁଥିବା ଆତଙ୍କବାଦୀଙ୍କୁ ନିହତ କରିଛନ୍ତି ସୁରକ୍ଷାବାହିନୀ । ତେବେ ଜମ୍ମୁ-କଶ୍ମୀର ଜାତୀୟ ରାଜପଥ ନାଗରୋଟା ବାନ ଟୋଲପ୍ଲାଜା ନିକଟରେ ଏହି ଏନକାଉଣ୍ଟର ହୋଇଥିଲା। ଗୁଇନ୍ଦା ସୂଚନା ଅଧାରରେ ଟୋଲ ପ୍ଲାଜାରେ ନିକଟରେ ନାକାବନ୍ଦୀ କରି ଗାଡିମୋଟର ଚେକିଂକୁ ଜୋରଦାର କରାଯାଇଥିଲା । ଏକ ଟ୍ରକ୍‌ରେ ଆତଙ୍କବାଦୀ ଜମ୍ମୁକାଶ୍ମୀର ହାଇଓ୍ବେରେ କାଶ୍ମୀର ଯାଉଥିବା ସମୟରେ  ସୁରକ୍ଷା କର୍ମୀ ଗାଡି ଯାଞ୍ଚ କରିଥିଲେ । ଏହି ସମୟରେ ସୁରକ୍ଷାକର୍ମୀଙ୍କୁ ଗୁଳିମାଡ କରିଥିଲେ ଆତଙ୍କବାଦୀ। ସୁରକ୍ଷା କର୍ମୀଙ୍କ ପାଲଟା ଆକ୍ରମଣରେ 4 ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ଘଟଣା ପରେ ଜମ୍ମୁ-କଶ୍ମୀର ଜାତୀୟ ରାଜପଥର ନଗରୋଟାରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ଏହା ସହ ଜମ୍ମୁ-କାଶ୍ମୀରର ରାଜପଥ ବନ୍ଦ ହେବା ସହ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି ।

Read More

ରାଉରକେଲା: ସ୍ଥାନୀୟ ଉଦିତନଗର ହାଇସ୍କୁଲ ପଡ଼ିଆରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ପଡ଼ିଆରେ ଥିବା ହଜାର ହଜାର ପ୍ଲାଷ୍ଟିକ ପାଇପରେ ଅଗ୍ନିକାଣ୍ଡ ଘଟିଛି । ସହରର ସ୍ୱରେଜ କାମ ପାଇଁ ଗଚ୍ଛିତ ରଖାଯାଇଥିବା ପ୍ଲାଷ୍ଟିକ ପାଇପରେ ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି । ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ 4ଟି ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛନ୍ତି । ତେବେ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ କିଛି ଜଣାପଡ଼ିନାହିଁ । ଅନ୍ୟପକ୍ଷରେ ପାଇପକୁ ହଟାଇବା ପାଇଁ 2ଟି ଜେସିବିକୁ ନିୟୋଜିତ କରାଯାଇଛି ।

Read More

ରମେଶ ମହାନ୍ତି ଜଗତସିଂହପୁର:  ଜିଲ୍ଲା ସଦରମହକୁମାର ଏକ ବିଦ୍ୟାଳୟରେ ଜଣେ ଶିକ୍ଷୟିତ୍ରୀଙ୍କୁ ଚାକିରିରେ ଯୋଗଦେବାକୁ ନେଇ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଏବିଇଓଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। କୌଣସି ଲିଖିତ ନିର୍ଦ୍ଦେଶନାମା ନ ଥାଇ ମୌଖିକ ଭାବରେ ଶିକ୍ଷୟିତ୍ରୀଙ୍କୁ ଚାକିରିରେ ଅବସ୍ଥାପିତ କରିବାକୁ ନେଇ ଏହି ବିବାଦ ଆରମ୍ଭ ହୋଇଥିଲା। ଶେଷରେ ଏବିଇଓଜଣକ ନିଜ ପଦ ମର୍ଯ୍ୟାଦାର ଅପବ୍ୟବହାର କରିବା ପୂର୍ବକ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଗାଳି ଗୁଲଜ ଦେବା ସହ ସ୍କୁଲରେ ତାଲା ପକାଇବାକୁ ଧମକ ଦେଇଥିବାର ଜଣାଯାଇଛି। ମିଳିଥିବା ସୂଚନା ଅନୁସାରେ, ଜିଲ୍ଲା ସଦରମହକୁମାର ଏକ ବିଦ୍ୟାଳୟରେ ଜନୈକ ଏ.ବି.ଇ.ଓ. ମୈାଖିକ ଭାବରେ ଜଣେ ଶିକ୍ଷୟିତ୍ରୀଙ୍କୁ ଏକ ବିଦ୍ୟାଳୟରେ ଯୋଗ ଦେବାକୁ ପଠାଇଥିଲେ। ମାତ୍ର ଉକ୍ତ ବିଦ୍ୟାଳୟର ଭାରପ୍ରାପ୍ତ  ପ୍ରଧାନ ଶିକ୍ଷୟିତ୍ରୀ ଅଧିକାରୀଙ୍କର ଲିଖିତ ଚିଠି ନ ଦେଖି ସମ୍ପୃକ୍ତା ଶିକ୍ଷୟିତ୍ରୀଙ୍କୁ ଯୋଗଦେବାକୁ ଅନୁମତି ଦେଇନଥିଲେ। ଏହାପରେ ସମ୍ପୃକ୍ତା ଶିକ୍ଷୟିତ୍ରୀ ଜଣକ ଏ ସଂକ୍ରାନ୍ତରେ ଏବିଇଓଙ୍କୁ ଫୋନ୍‌ ଯୋଗେ…

Read More

କନ୍ଦର୍ପ ବେହେରା ରେଢାଖୋଲ: ଗତକାଲି ରାତିରେ ଡିମିରିକୁଦା ଗ୍ରାମ ନିକଟରେ ବାଇକ୍ ଦୁର୍ଘଟଣାରେ ରେଢାଖୋଲର ୨ ଜଣ ଯୁବକ ମୃତ୍ୟୁ ବରଣ କରିଥିବା ଖବର ରେଢାଖୋଲ ପୋଲିସ୍ ସୂତ୍ରରୁ ପ୍ରକାଶ। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ରେଢାଖୋଲ ଯଦୁମଣିପାଟଣା ଏଲ୍.ଆଇ.ସି କଲୋନୀ ର ସ୍ୱର୍ଗତ ଇଂ.ପ୍ରଭାତ କୁମାର ପାଣିଗ୍ରାହୀଙ୍କ ପୁଅ ଅଭିଜିତ୍ ପାଣିଗ୍ରାହୀ (୨୭) ଏବଂ ରେଢାଖୋଲ ରଥସାହିର ବୈକୁଣ୍ଠ ପ୍ରଧାନଙ୍କ ପୁଅ ରାମଚନ୍ଦ୍ର ପ୍ରଧାନ (ଓଡି ୧୫ ଏନ୍ ୫୪୨୧)ମୋଟରସାଇକେଲରେ କୌଣସି କାମରେ ନାକଟିଦେଉଳ ଯାଇଥିଲେ। ସେମାନେ ରାତି ପ୍ରାୟ ୧୧ ଟା ସମୟରେ ବାଇକ୍ ରେ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ଡିମିରିକୁଡା ନିକଟସ୍ଥ ଏକ ପୋଲ ତଳେ ପ୍ରାୟ ୨୦ ଫୁଟ୍ ତଳକୁ ଛିଟିକି ପଡିଥିଲେ। ଜଙ୍ଗଲ ମଧ୍ୟରେ ଓ ଦୂରରେ ଗାଁ ଥିବାରୁ ଏହି ଦୁର୍ଘଟଣା ସଂପର୍କରେ କେହି ବି ଜାଣି ପାରି ନ ଥିଲେ। ଏପରିକି ପୋଲ ତଳକୁ ପଡିଯାଇଥିବାରୁ ଅନ୍ଧାର ରାତିରେ ରାସ୍ତାରେ…

Read More

ଭୁବନେଶ୍ବର: ରାଜ୍ୟରେ ଆଉ 17 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 1592କୁ ବୃଦ୍ଧି ହୋଇଛି। ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ 4 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ସମ୍ବଲପୁରରୁ 3 ଜଣ ଓ  ଭୁବନେଶ୍ବରରୁ 2 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।  ସେହିପରି ଭଦ୍ରକ, କଟକ, ରାୟଗଡା, ଗଞ୍ଜାମ, ଗଜପତି, ନୟାଗଡ, କେନ୍ଦ୍ରାପଡାରୁ, ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

Read More

କଟକ : କଟକରେ ଏକ ଫାଇନାନ୍ସ କମ୍ପାନୀରୁ ବଡ଼ ଧରଣର ଡକାୟତି ହୋଇଛି। ନୟାସଡ଼କରେ ଥିବା ଆଇଆଇଏଫଏଲ୍‌ ନାମକ ଏକ ଫାଇନାନ୍ସ କମ୍ପାନୀରୁ ଏହି ଲୁଟ୍ ହୋଇଛି। ସୂଚନା ଅନୁସାରେ, ମାରଣାସ୍ତ୍ର ଦେଖାଇ ଦୁର୍ବୃତ୍ତମାନେ ବହୁ ଟଙ୍କା, ସୁନା ଲୁଟି ନେଇଛନ୍ତି। ଏହି ଲୁଟ୍‌ରେ ଚାରିଜଣ ଦୁର୍ବୃତ୍ତ ସାମିଲ ଥିବା ଡିସିପି ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ କମିଶନରେଟ ପୋଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ସ୍ପଷ୍ଟ ଦିବାଲୋକରେ ଜନଗହଳିପୂର୍ଣ୍ଣ ସ୍ଥାନରୁ ଏଭଳି ଏକ ବଡ ଧରଣର ଡାକୟତି କରି ଅପରାଧୀମାନେ ପୋଲିସ୍‌କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ।

Read More

ଭୁବନେଶ୍ବର:  ରାଜ୍ୟରେ ଆଜି ୮୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୪୯୯ ଜଣ ଚିହ୍ନଟ ହୋଇଥିବାବେଳେ ୩୬୯ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୧ହଜାର ୭୮୮କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୧ ହଜାର ୭୭୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 8 ହଜାର ୩୬୬ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୫୭୫ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍‌ 868 ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୧୨୬ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରୁ ୫୪, ବାଲେଶ୍ଵରରୁ…

Read More

ନୂଆଦିଲ୍ଲୀ :  ଦେଶରେ ଗତ 24ଘଣ୍ଟାରେ 45 ହଜାର 576 ନୂତନ  ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 585ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 89 ଲକ୍ଷ 58 ହଜାର 484କୁ ବୃଦ୍ଧି ହୋଇଥିବାବେଳେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 1 ଲକ୍ଷ 31 ହଜାର 578 । ଦେଶରେ ଏବେସୁଦ୍ଧା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 4 ଲକ୍ଷ 43 ହଜାର 303 ଜଣ ରହିଥିବାବେଳେ ସୁସ୍ଥ ହୋଇଛନ୍ତି 83 ଲକ୍ଷ 83 ହଜାର 602 ଜଣ । ଦିଲ୍ଲାରେ ବଢୁଥିବା କରୋନା କେସ୍‌ ବର୍ତ୍ତମାନ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।I

Read More

ମୁମ୍ବାଇ : ବଲିଉଡ୍ ଭାଇଜାନ୍‌ ସଲମାନ ଖାନ୍‌ ଏବେ ନିଜକୁ ଆଇସୋଲେଟ୍‌ କରିଛନ୍ତି ।  ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଡ୍ରାଇଭର ସମେତ ଦୁଇଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସେମାନଙ୍କ ସଂସ୍ପର୍ଶରେ ଆସିଥିବାରୁ ସଲମାନ ଖାନ ଏବେ ନିଜକୁ ସଙ୍ଗରୋଧ କରିଛନ୍ତି। କରୋନା ଦ୍ବାରା ଆକ୍ରାନ୍ତ ହେବାର ଆଶଙ୍କା ଥିବାରୁ ସେ ନିଜକୁ ଘରେ ସଙ୍ଗରୋଧ କରିଛନ୍ତି। ଆଗାମୀ 14ଦିନ ପର୍ଯ୍ୟନ୍ତ ସେ ନିଜ ପରିବାର ସହ ସଙ୍ଗରୋଧରେ ରହିବାର ନିଷ୍ପତ୍ତି ନେଇଥିବା ଜଣା ପଡ଼ିଛି। ତେବେ ସଲମାନ୍‌ ବିଗ୍‌ବସ୍‌ ସିଜିନ୍‌ 14ର ହୋଷ୍ଟିଂ କରୁଥିବାବେଳେ ଆଗାମୀ ଅଧ୍ୟାୟରେ ସଲମାନ୍‌ ନଜର ଆସିବେ ନାହିଁ ତାହା ଜଣାପଡିନାହିଁ । ନିକଟରେ ସଲମାନ୍‌ ଅପକମିଙ୍ଗ୍‌ ଫିଲ୍ମ ‘ରାଧେ’ ପାଇଁ ଶୁଟିଂ ଆରମ୍ଭ କରିଥିଲେ । ଏହି ଫିଲ୍ମରେ ତାଙ୍କ ସହିତ ନଜର ଆସିବେ ଦିଶା ପଟ୍ଟାନୀ । (ଏଜେନ୍ସି)

Read More

ନୂଆଦିଲ୍ଲୀ, ଆଜି ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜନ୍ମ ଜୟନ୍ତି ଉପଲକ୍ଷେ କଂଗ୍ରେସ ନେତା ରାହୁଳ ଗାନ୍ଧୀଙ୍କ ଶ୍ରଦ୍ଧାଞ୍ଜଳି। ଇନ୍ଦିରା ମେମୋରିଆଲ ରେ ଦେଉଛନ୍ତି ଶ୍ରଦ୍ଧାଞ୍ଜଳି

Read More

ନୂଆଦିଲ୍ଲୀ, ଆଜି ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜନ୍ମ ଜୟନ୍ତି ଉପଲକ୍ଷେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଶ୍ରଦ୍ଧାଞ୍ଜଳି। ଇନ୍ଦିରା ମେମୋରିଆଲ ରେ ଦେଉଛନ୍ତି ଶ୍ରଦ୍ଧାଞ୍ଜଳି

Read More

ମାଲକାନଗିରି : ଘାଟିରେ କମାଣ୍ଡର ଓଲଟି ଜଣେ ମୃତ୍ୟୁ ହୋଇଥିବାବେଳେ 10ଜଣ ଗୁରୁତର ହୋଇଛନ୍ତି । ମାଲକାନଗିରି ବଣ୍ଡାଘାଟିରେ ଯାତ୍ରୀବାହୀ କମାଣ୍ଡର ଓଲଟିପଡିଛି । ମୁଦୁଲିପଡାରୁ ଯାତ୍ରୀ ନେଇ ଖଇରପୁଟକୁ ନେଇ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି । ସମସ୍ତ ଗୁରୁତରଙ୍କୁ ଖଇରପୁଟ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ତନାଘନା କରିଛି ।

Read More

ଭୁବନେଶ୍ବର, ଆଜି ଭାରତର ପ୍ରଥମ ତଥା ଏକମାତ୍ର ମହିଳା ପ୍ରଧାନମନ୍ତ୍ରୀ ସ୍ବର୍ଗତା ଇନ୍ଦିରା ଗାନ୍ଧୀଙ୍କ ଜନ୍ମ ଜୟନ୍ତି।  ସେ 1917 ମସିହା ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ। ଏହି ପରିପ୍ରେକ୍ଷୀରେ ଦେଶର ବିଭିନ୍ନ ସ୍ଥାନରେ ଇନ୍ଦିରାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଉଛି। ସେହିପରି ଭୁବନେଶ୍ବର ପ୍ରଦେଶ କଂଗ୍ରେସ କମିଟ ତରଫରୁ ମଧ୍ୟ ଇନ୍ଦିରାଙ୍କ ଜନ୍ମ ଜୟନ୍ତି ପାଳନ କରାଯାଇଛି। କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୟରେ ଶତାଧିକ କଂଗ୍ରେସ କର୍ମି ଇନ୍ଦିରାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି। ଭୁବନେଶ୍ବରର ଇନ୍ଦିରା ପାର୍କରେ କର୍ମିମାନେ ଏକାଠି ହୋଇ ଇନ୍ଦିରାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି।

Read More

ଭୁବନେଶ୍ୱର: ଓଡ଼ିଶା ସହ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଛତିଶଗଡ, ଝାଡଖଣ୍ଡର ସୀମା ବିବାଦ ଲାଗି ରହିଛି । ସୀମା ବିବାଦ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସର୍ବଦଳୀୟ ବୈଠକ ଡାକିବା ସହ ଗୃହ କମିଟି ଗଠନ ସହ ଆପୋଷ ବୁଝାମଣାରେ ସୀମା ବିବାଦର ସମାଧାନ ପାଇଁ ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଆବଶ୍ୟକ ପଡିଲେ ଆଇନଗତ ପଦକ୍ଷେପ ନେବା ପାଇଁ ବିଚାର କରାଯାଉ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସୀମାରେ ପୁଣି ଥରେ ଉତ୍ତେଜନା ଦେଖାଦେଇଥିବା କଥା ଚିଠିରେ ଉଲ୍ଲେଖ ବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୀମା ବିବାଦ ଦ୍ୱାରା ସେସବୁ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଉପରେ ପ୍ରଭାବ ପଡୁଛି । ଓଡ଼ିଶାରେ ଲୋକଙ୍କ ସାମାଜିକ, ଆର୍ଥିକ ସ୍ୱାର୍ଥ ସହ ସାଲିସ କରାନଯାଉ ବୋଲି…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର : ସନ୍ଦେହଜନକ ଭାବେ ଯୁବକଙ୍କ ମୃତ୍ୟୁ ।  ରୁଜୁ ହେଲା ଅପମୃତ୍ୟ ମାମଲା ।  ଯୁବକ ଜଣକ ହେଉଛନ୍ତି ଜ୍ୟୋତିରଞ୍ଜନ ଖୁଣ୍ଟିଆ(୨୫) ଏବଂ ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନାଚୁଣୀ ବଜାରରେ ବୋଲି ଜଣାପଡିଛି । ତାଙ୍କର ନାଚୁଣୀ ବଜାରରେ ଏକ ଔଷଧ ଦୋକାନ ମଧ୍ୟ ଅଛି । ପୋଲିସ ଠୁ ମିଳିଥିବା ସୂଚନା ମୁତାବକ ଗତକାଲି ରାତିରେ ଜ୍ୟୋତିରଞ୍ଜନଙ୍କୁ ଗୁରୁତର ଅବସ୍ଥାରେ ତାଙ୍କ ପରିବାର ଲୋକେ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ । ପରବର୍ତ୍ତୀ ସମୟରେ ମେଡିକାଲରେ ଜ୍ୟୋତିରଞ୍ଜନଙ୍କ ମୃତ୍ୟୁ ହୋଇଯାଇଥିଲା । ମୃତ୍ୟର କାରଣ ଅସ୍ପଷ୍ଟ ଥିବାଯୋଗୁଁ  ଡାକ୍ତର ଏ ବିଷୟ ନେଇ ନାଚୁଣୀ ଫାଣ୍ଡିକୁ ସୂଚନା ଦେବାପରେ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ଘଟଣାସ୍ଥଳରେ ପହଁଚି ଶବକୁ ଜବତ କରିବା ସହ କେସ ନମ୍ବର ୨୭/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବେଛଦ ପାଇଁ ବାଣପୁର ମେଡିକାଲକୁ ପଠାଇବା…

Read More

ଅଦା ପ୍ରାୟତଃ ସମସ୍ତେ ତରକାରୀରେ ବ୍ୟବହାର କରିଥାନ୍ତି, ଯାହାର ଅନେକ ଗୁଣ ଏବଂ ଉପକାର ଅଛି। ତେଣୁ ଆଜି ଆମେ ଅଦାର ଏପରି 5 ଗୁଣ ବିଷୟରେ କହିବୁ ଯାହା ଆପଣଙ୍କ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇପାରିବ। ହେଲେ ଅଦାର ଅନେକ ଗୁଣ ଅଛି ଯାହାକୁ ଆମେ ବ୍ୟବହାର କରି ନ ଥାଉ। ଅଦା ବ୍ୟବହାର କରିବା ଦ୍ୱାରା ଶରୀରରେ ଅନେକ ଲାଭ ମିଳିଥାଏ ଏବଂ କିଛି ଉପକାର ଅଛି ଯାହା ନିମ୍ନରେ ଦିଆଯାଇଛି। ଓଜନ ହ୍ରାସ ଅଦା ପାଣି ପିଇବା ଦ୍ୱାରା ଶରୀରର ମେଟାବୋଲିଜିମ୍ ଉନ୍ନତ ହୋଇଥାଏ। ଏହି କ୍ଷେତ୍ରରେ, ଚର୍ବି ଶୀଘ୍ର ଜଳିଯାଏ ଏବଂ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ। ମଧୁମେହକୁ କରେ ନିୟନ୍ତ୍ରଣ ନିୟମିତ ଅଦା ପାଣି ପିଇବା ଦ୍ୱାରା ଶରୀରର ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରିତ ହୋଇଥାଏ। ଏହା ମଧୁମେହ ହେବାର ଆଶଙ୍କା ହ୍ରାସ କରିଥାଏ। ମୁଣ୍ଡବିନ୍ଧାରୁ ମୁକ୍ତି ଦିଏ ଅଦା ପାଣି…

Read More

ଭୁବନେଶ୍ୱର: ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଓପ୍ରବଣ ଅଞ୍ଚଳ ପାଇଁ ଅନେକ କିଛି ଘୋଷଣା କରିଛନ୍ତି। ପୂର୍ବର ଗୁରୁପ୍ରିୟା ସେତୁଠାରୁ ଆରମ୍ଭ କରି ବର୍ତ୍ତମାନର ମାଗଣା ସ୍ମାର୍ଟ ଫୋନ ଯୋଗାଣ। ବିଭିନ୍ନ ସମୟରେ ସେ ରାଜ୍ୟର ମାଓପ୍ରବଣ ଅଞ୍ଚଳର ବିକାଶର ଧାରା ତିଆରି କରିବାରେ ଲାଗିଛନ୍ତି। ସେଥିପାଇଁ ବିଛିନ୍ନାଞ୍ଚଳରୁ ସ୍ୱାଭିମାନ ଅଂଚଳ ପାଲଟିଛି ମାଓପ୍ରବଣ ଜିଲ୍ଲା। ସ୍ଥାନୀୟ ଲୋକଙ୍କ ସର୍ବାଙ୍ଗୀନ ବିକାଶ ସହ ଆଦିବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଯେଭଳି ଯୋଜନା ପ୍ରସ୍ତୁତ କରି ଉପାନ୍ତ ଅଞ୍ଚଳକୁ ବିକଶିତ ଜିଲ୍ଲାରେ ପରିଣତ କରୁଛନ୍ତି, ତାହା ପୂର୍ବରୁ କେବେ ହୋଇ ନ ଥିଲା। ନକ୍ସଲଙ୍କ ପ୍ରମୁଖ ଦାବୀ ଥିଲା ବିକାଶ। ସେହି ବିକାଶକୁ ଆଗକୁ ନେଇ ନବୀନ ବର୍ତ୍ତମାନ ସେମାନଙ୍କ ମୁହଁ ବନ୍ଦ କରିବାରେ ସକ୍ଷମ ହୋଇ ପାରିଛନ୍ତି। ସେହିପରି ସଂସ୍କୃତି ସଂପର୍ଣ୍ଣ ଓଡିଶାର ଐତିହ୍ୟ କଥା ଦେଖାଯାଉ। ରାଜ୍ୟର ଶ୍ରୀକ୍ଷେତ୍ର ପୁରୀର ବିକାଶ ସହ ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ଵ ବିକାଶ ଦିଗରେ…

Read More