ମେଷ ମେଷ ରାଶିର ଲୋକମାନେ ମିଶ୍ରିତ ଫଳାଫଳ ପାଇବେ। ଆପଣ କାର୍ଯ୍ୟ କରିବାର ପଦ୍ଧତିରେ କିଛି ପରିବର୍ତ୍ତନ କରିପାରିବେ, ଯାହା ପରେ ଆପଣଙ୍କୁ ଲାଭ ଦେବ। ଆପଣଙ୍କର କୈଣସି ପୁରୁଣା କ୍ଷତି ପାଇଁ ଆପଣ ପୂରଣ କରିବାରେ ସକ୍ଷମ ହେବ। ଆପଣଙ୍କର କ୍ରୋଧକୁ ନିୟନ୍ତ୍ରଣ କରିବା ଉଚିତ୍, ନଚେତ୍ କାହା ସହିତ ବିତର୍କ ହୋଇପାରେ। ଭାଗ୍ୟ ଏକ ନୂତନ ସମ୍ପର୍କ ମାଧ୍ୟମରେ ଉଜ୍ଜ୍ୱଳ ହେବ। ଆପଣ ସାମାଜିକ କ୍ଷେତ୍ରରେ ସମ୍ମାନ ପାଇବେ। ବୃଷ ବୃଷ ରାଶି ପାଇଁ ଆଜି ଏକ ଭଲ ଦିନ ହେବ। ବ୍ୟବସାୟୀମାନେ ବିପୁଳ ଲାଭ ପାଇପାରିବେ। କଠିନ ପରିଶ୍ରମ ଅନୁଯାୟୀ ଫଳାଫଳ ମିଳିବ। ସରକାରୀ ଚାକିରି କରୁଥିବା ଲୋକମାନେ ପଦୋନ୍ନତି ପାଇପାରିବେ। ସନ୍ଧ୍ୟାରେ କିଛି ଭଲ ଖବରର ସମ୍ଭାବନା ଅଛି। ହଠାତ୍ ଆପଣ ଟଙ୍କା ଫେରସ୍ତ କରିପାରିବେ, ଯାହା ଆପଣଙ୍କୁ ଖୁସି କରିବ। ମିଥୁନ ମିଥୁନ ରାଶି ପାଇଁ ଆଜି ମଧ୍ୟମ ଫଳ ହେବାକୁ ଯାଉଛି। କୈଣସି…
Author: Samikhsya Bureau
ଭୋପାଳ, ଗୋ ସଂପଦର ସୁରକ୍ଷା ପାଇଁ ମଧ୍ୟପ୍ରଦେଶ ସରକାର ଏକ ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିପାଇଁ ଗଠନ କରିଛନ୍ତି ଗୋ କ୍ୟାବିନେଟ। ଆଜି ଏ ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଏହି ଗୋ କ୍ୟାବିନେଟରେ ପାଞ୍ଚୋଟି ବିଭାଗକୁ ନେଇ ଗଠନ କରାଯାଇଛି। ସେଗୁଡିକ ହେଲା ପଶୁପାଳନ ବିଭାଗ, ପଞ୍ଚାୟତିରାଜ, ଗ୍ରାମୀଣ ବିକାଶ, ରାଜସ୍ବ, ଗୃହ ଏବଂ କିଷାନ କଲ୍ୟାଣ ବିଭାଗ। ଏହି ବିଭାଗର ମନ୍ତ୍ରୀମାନେ ଗୋ କଲ୍ୟାଣ ଉପରେ ବିସ୍ତୁତ ପଦକ୍ଷେପ ନେବେ। ଏହି ଗୋ କ୍ୟାବିନେଟର ପ୍ରଥମ ବୈଠକ ଆସନ୍ତା 22 ତାରିଖ ଗୋଷ୍ଠମୀ ଦିନ ବସିବ ବୋଲି ନିଷ୍ପତି ଗ୍ରହଣ କରାଯାଇଛି। ତେବେ ଏହା ରାଜ୍ୟ ସଚିବାଳୟରେ ନ ବସି ଗୋ ଅଭ୍ୟୟାରଣ୍ୟ କିମ୍ବା ମାଲାୱାରେ ବସିବ ବୋଲି ଜଣାପଡିଛି।
ଭୁବନେଶ୍ବର, ଭୁବନେଶ୍ବରସ୍ଥିତ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ ବା ଏମସ୍ ରେ 108 ଟି ପଦବୀରେ ନିଯୁକ୍ତି ପାଇଁ ଦରଖାସ୍ତ ଆହ୍ବାନ କରାଯାଇଛି। ଏନେଇ ଆଜି ଏମସ ତରଫରୁ ଏକ ନିଯୁକ୍ତି ବିଜ୍ଞାପନ ପ୍ରକାଶ କରାଯାଇଛି। ଏହି ବିଜ୍ଞାପନ ବାହାରିବା 30 ଦିନ ମଧ୍ୟରେ ପ୍ରାର୍ଥୀମାନେ ଆବେଦନ କରିବା ପାଇଁ କୁହାଯାଇଛି। ଏହାପରେ ଦରଖାସ୍ତ ଗ୍ରହଣ କରାଯିବ ନାହିଁ। ଏଥିରେ ପ୍ରଫେସର, ଆଡିସିନାଲ ପ୍ରଫେସର, ଆସୋସିଏଟ ପ୍ରଫେସର, ଆସିସାଣ୍ଟ ପ୍ରଫେସର, ହସପିଟାଲ ପ୍ରଶାସନ ପରି 49ଟି ପଦବୀ ରହିଛି।ଏହି ପଦବୀ ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନାରେ ନିଯୁକ୍ତି ଦିଆଯିବ। ବିସ୍ତୁତ ତଥ୍ୟ ଜାଣିବା ପାଇଁ ଏହାକୁ କ୍ଲିକ କରିନ୍ତୁ
ଭୁବନେଶ୍ବର, କରୋନାର ମୁକାବିଲା ପାଇଁ ବିଭିନ୍ନ ଟୀକାର ପରୀକ୍ଷା ନିରୀକ୍ଷା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଟୀକା ମିଳିବାର ଆଶା ଉଜ୍ଜଳ ହୋଇଛି । ଟୀକା ପ୍ରଦାନ ସମୟରେ ସ୍ବାସ୍ଥ୍ୟକର୍ମୀଙ୍କ ସମେତ ଗର୍ଭବତୀ ମହିଳା ଓ ୬୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କୁ ଟୀକା ପ୍ରଦାନରେ ପ୍ରାଥମିକତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଏ କ୍ଷେତ୍ରରେ ଗୁରୁତର ରୋଗ ଭୋଗୁଥିବା ରୋଗୀଙ୍କର ଡାଟାବେସ୍ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ଏବଂ ସମାଜର ବିପଦସଂକୁଳ ବର୍ଗର ବ୍ୟକ୍ତି ମାନଙ୍କୁ ଟୀକା ପ୍ରଦାନ ସମୟରେ ବୃତ୍ତିଗତ, ବୈଜ୍ଞାନିକ, ସଂପୂର୍ଣ୍ଣ ଫଳପ୍ରଦ ଯୋଜନା ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଥିଲେ। ଆଜି କୋଭିଡ ପରିଚାଳନା ସଂପର୍କରେ ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଟୀକା ନେବା ପର୍ଯ୍ୟନ୍ତ ମାସ୍କ ହିଁ ହେଉଛି ସବୁଠାରୁ ଅଧିକ ଫଳପ୍ରଦ ପ୍ରତିରୋଧକ ।ତେଣୁ ମାସ୍କ ବ୍ୟବହାର ସହିତ ସାମାଜିକ ଦୂରତା ଏବଂ ହାତ ଧୋଇବା…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ପେଟ୍ରୋଲ ପମ୍ପ ସମ୍ମୁଖରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାଫଳରେ ଦୁଇ ଜଣ ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି। ସୂଚନା ମୁତାବକ ଆଜି ରାତି ୧୦ ଘଟିକା ସମୟରେ ବାଲୁଗାଁ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ସମ୍ମୁଖରେ ଦ୍ରୁତଗତିରେ ଆସୁଥିବା ଦୁଇ ଗୋଟି ବାଇକ ମୁହାଁମୁହିଁ ଧକ୍କା ହୋଇଥିଲେ। ଫଳରେ ଉଭୟ ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି। ଜଣଙ୍କର ଗ୍ରାମ ବାଲୁଗାଁ ବିଦ୍ୟାଧରପୁର ସାହି ହୋଇଥିବାସ୍ଥଳେ ଅନ୍ୟ ଜଣେ ମଠପାଟଣାର ବୋଲି ଜଣାପଡିଛି। ତେବେ ଖବର ପାଇ ବାଲୁଗାଁ ଅଗ୍ନିଶମ ଅଧିକାରୀ ନିତ୍ୟାନନ୍ଦ ଜେନା ଘଟଣାସ୍ଥଳରେ ପହଁଚି ଉଭୟଙ୍କୁ ଉଦ୍ଧାରକରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଉଭୟଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରିବା ପାଇଁ ପ୍ରକ୍ରିୟା ଜାରି ରହିଥିବାର ସୂଚନା ମିଳିଛି।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଶିକ୍ଷା ଅଧିକାର ଆଇନ ଭାରତ ସଂସଦର ଏକ ନିୟମ ଯେଉଁଥିରେ ୬ ବର୍ଷରୁ ୧୪ ବର୍ଷ ବୟସର ପିଲାଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ କରିବା ଲକ୍ଷ୍ୟ ରଖାଯାଇଥିଲା। ଏହାଦ୍ୱାରା ଭାରତ ୧୩୫ଟି ଦେଶ ମଧ୍ୟରୁ ଗୋଟିଏ ହେଲା। ଆର୍ଟିଇ ଆକ୍ଟ ମୁକ୍ତ ଏବଂ ବାଧ୍ୟତାମୂଳକ ଶବ୍ଦଗୁଡ଼ିକୁ ଅନ୍ତର୍ଭୁକ୍ତ କରେ। ମାଗଣା ଶିକ୍ଷାର ଅର୍ଥ ହେଉଛି ଯେକୌଣସି ଶିଶୁ ତାଙ୍କ ପିତାମାତାଙ୍କ ଦ୍ୱାରା ଏକ ବିଦ୍ୟାଳୟରେ ଆଡ଼ମିଶନ ହୋଇଥିବ ଯେଉଁଠାରେ କୌଣସି ଦେୟ ପ୍ରଦାନ ହେବ ନାହିଁ। ଏହାସହ ଫ୍ରେମୱାର୍କ ଆର୍ଟିଆଇ ଅଧିନିୟମ ଅନୁଯାୟୀ ସଂବିଧାନର ଧାରା ୨୧(କ)ରେ ଦର୍ଶାଯାଇଥିବା ଏହି ମୌଳିକ ଶିଶୁ ଅଧିକାରକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଏକ ଆଇନଗତ ଦାୟିତ୍ୱ ନିର୍ବାହ କରେ। ଓଡ଼ିଶାର ବିଜେଡ଼ି ସରକାର ଚଳିତ ଶିକ୍ଷାବର୍ଷରୁ ସମଗ୍ର ରାଜ୍ୟରେ ୧୪ହଜାର ୫୦୦ ଉଚ୍ଚ ପ୍ରାଥମିକ ଓ ପ୍ରାଥମିକ ବିଦ୍ୟାଳୟ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ନିକଟରେ କେନ୍ଦ୍ର ସରକାର ପାରିତ କରିଥିବା ତିନୋଟି କୃଷି ବିଲ୍ ସାରା ଦେଶ ତଥା ଓଡ଼ିଶା କୃଷକଙ୍କ ପାଇଁ ବଂଚିବାର ଅଧିକାର ଛଡ଼ାଇ ନେବା ସହ ଜୀବିକା ମାରଣ ନୀତି ବୋଲି ଭାରତୀୟ ବିକାଶ ପରିଷଦ ପକ୍ଷରୁ କୁହାଯାଇଛି। ଏନେଇ ଆଜି ବହୁ କୃଷକଙ୍କ ସହ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ୱରେ କର୍ମକର୍ତ୍ତାମାନେ ପୂର୍ବସୂଚୀ ଅନୁଯାୟୀ ଆର୍ଡ଼ିସିଙ୍କ କାର୍ଯ୍ୟାଳୟ ନିକଟରେ ବିକ୍ଷୋଭ କରିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀକୁ ୧୯୫୫ ଆଇନରେ ଅନ୍ତର୍ଭୁକ୍ତ କରିବା, ସାମଗ୍ରୀ ସଂଶୋଧନ ଆକ୍ଟ ୨୦୨୦କୁ ପ୍ରତ୍ୟାହାର କରିବା, କର୍ପୋରେଟ ହାଉସ୍ ସାମଗ୍ରୀ କିଣିବା ଓ ଗଚ୍ଛିତ ରଖିବାର ସୀମା ଧାର୍ଯ୍ୟ କରିବା, ପ୍ରଚଳିତ ଲିମିଟେସନ ଆକ୍ଟ ୧୯୬୩ରୁ ବାଦ୍ ଦେବା, ରାଜସ୍ୱ ଗ୍ରାମର ଶତକଡ଼ା ୭୦ ଭାଗ ଜମି କୃଷି କର୍ମଣ ପାଇଁ ସଂରକ୍ଷିତ ରଖିବା, କୃଷି ନୀତିରେ ସଂଶୋଧନ କରିବା, କଂପାନୀ ନେଇଥିବା ଜମିଗୁଡ଼ିକ…
କନ୍ଦର୍ପ ବେହେରା ରେଢାଖୋଲ: ଜାତିଆଣ ଆକ୍ଷେପକୁ ନେଇ ଚାରମାଳ ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିବା ଚାରମାଳ ଥାନାଧିକାରୀ ପ୍ରକାଶ କରିଛନ୍ତି। ପ୍ରକାଶ ଯେ, ରେଢାଖୋଲ ବ୍ଲକ୍ ଚାରମାଳ ଥାନା ବଡନୂଆଁପଡା ଗ୍ରାମରେ ଜାତିଆଣ କଥାକୁ ନେଇ ଗ୍ରାମର ଚାଙ୍ଗୁଡା ସୁନା ନାମକ ବ୍ୟକ୍ତି ଚାରମାଳ ଥାନାରେ ଲିଖିତାକାରରେ ଅଭିଯୋଗ କରିଥିବା ବେଳେ, ସେଇ ଗ୍ରାମର ବିଦ୍ୟାଧର ସାମଲ ଅଭିଯୋଗ କରିଛନ୍ତି ଯେ ଚାଙ୍ଗୁଡା ସୁନାର ପୁଅ ତାଙ୍କ ଘରକୁ ଆସି ଗାଳିଗୁଲଜ କରିଥିବା ଉଭୟ ପକ୍ଷରୁ ଚାରମାଳ ଥାନାରେ ପୃଥକ ପୃଥକ ଅଭିଯୋଗ ହୋଇଥିବା ପୋଲିସ୍ ସୁତ୍ରରୁ ଜଣାପଡିଛି। ୩ ବର୍ଷ ହେଲା ସେହି ଗ୍ରାମରେ ୮ଟି ହରିଜନ ପରିବାର ବସବାସ କରିଆସୁଛନ୍ତି। ସବୁ ସମୟରେ ବହୁବାର ଉଚ୍ଚ ଜାତିର ଲୋକମାନେ ଆମ ୮ ହରିଜନ ପରିବାରକୁ ସେମାନେ ସବୁବେଳେ ଜାତିଆଣ ଆକ୍ଷେପ କରୁଥିବା ଥାନାରେ ଅଭିଯୋଗ କରିଛନ୍ତି। ଏପରିକି ବର୍ଷ ବର୍ଷ ଧରି ବହୁ ହଇରାଣ ହରକତ କରୁଥିବା…
କନ୍ଦର୍ପ ବେହେରା ରେଢାଖୋଲ: ସରକାର ଶିକ୍ଷାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି। ଶିକ୍ଷାର ମାନବୃଦ୍ଧି ତଥା ଶିକ୍ଷାର ବିକାଶ ପାଇଁ ଗୁରୁତ୍ୱ ଦେଉଛନ୍ତି। ହେଲେ ସରକାର ଯେଉଁ ବିଦ୍ୟାଳୟରେ୨୦ ରୁ କମ୍ ଛାତ୍ରଛାତ୍ରୀ ଅଛନ୍ତି ତାହା ବନ୍ଦ କରି ଅନ୍ୟ ସ୍କୁଲରେ ମିଶାଇବା ଅଭିଯାନ ଏବେ ଆରମ୍ଭ କରିଛନ୍ତି। ଏହାର ପ୍ରତିବାଦରେ ରାଜ୍ୟରେ ଛାତ୍ରଛାତ୍ରୀ ତଥା ଅଭିଭାବକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସ୍କୁଲ ବନ୍ଦ ପ୍ରତିବାଦରେ ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ୍ ବଂଶାଜାଲ ପଂଚାୟତର ଭାଡିଦର ବିଦ୍ୟାଳୟକୁ ସରକାର ବନ୍ଦ କରିଦେଉଥିବାରୁ ଏହାର ପ୍ରତିବାଦରେ ଆଜି ରେଢାଖୋଲ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ଛାତ୍ରଛାତ୍ରୀମାନେ। ଏହା ସହିତ ଅଭିଭାବକ ଓ ଗ୍ରାମବାସୀ ମାନେ ମଧ୍ୟ ଏହି ଧାରଣାରେ ବସି ଥିଲେ। ସରକାର ୨୦ ରୁ କମ୍ ଥିବା ବିଦ୍ୟାଳୟ ବନ୍ଦ କରୁଥିବା ବେଳେ ଭାଡିଦରରେ ୨୪ ଜଣ ଛାତ୍ରଛାତ୍ରୀ ରହୁଥିବା…
କନ୍ଦର୍ପ ବେହେରା ରେଢାଖୋଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ଜାମୁଜୋରି ପଂଚାୟତର କୁଡାନାଳି ଗ୍ରାମରେ ଥିବା ରାସ୍ତା ମରାମତି ଦାବୀରେ ଆଜି ନାକଟିଦେଉଳ ବ୍ଲକ୍ ପ୍ରାଙ୍ଗଣରେ ଜାତୀୟ କଂଗ୍ରେସ ପାର୍ଟି ତରଫରୁ ଆମରଣ ଅନଶନ କରାଯାଇଥିଲା। ପ୍ରକାଶ ଯେ, ଦୀର୍ଘ ଦିନ ହେଲା କୁଡାନାଳୀ ରାସ୍ତାର ଉନ୍ନତି କରଣ ହୋଇପାରୁ ନଥିବା ତଥା ବର୍ଷା ହେଲେ ଗ୍ରାମ୍ୟ ରାସ୍ତା କାଦୁଅରେ ଭରପୁର ହେବା ଆଦି ଦାବୀରେ ବ୍ଲକ୍ ସଭାପତି ଉଗ୍ରେସନ ଦେହୁରୀ ଏବଂ ରମାକାନ୍ତ ସାହୁ, ରିଙ୍କୁନ୍ ସାହୁ ଆମରଣ ଅନଶନରେ ବସିଥିଲେ। ଦେଶ ସ୍ୱାଧୀନତାର ୭୪ ବର୍ଷ ପରେ ମଧ୍ୟ କୁଡାନାଳୀ, ତଳନାଳୀ ଓ ଲୁବୁରୀ ଗ୍ରାମ୍ୟ ରାସ୍ତା ଗୁଡିକ ଦୟନୀୟ ହୋଇ ପଡିଛି। ସରକାର ଏ ଦିଗରେ ପଦେକ୍ଷପ ନେଉନାହାନ୍ତି। ପୂର୍ବରୁ ଗ୍ରାମବାସୀ ତରଫରୁ ବିଡିଓଙ୍କ ଠାରେ ଲିଖିତାକାରରେ ଲେଖି ଜଣାଇଥିଲେ ମଧ୍ୟ କୌଣସି ପ୍ରକାର ଆଶୁ ସମାଧାନ ହୋଇପାରି ନଥିଲା। ୭ ଦିନ ମଧ୍ୟରେ ଏହି ରାସ୍ତାର…
ଭୁବନେଶ୍ବର: ଆଜି ରାଜ୍ୟରୁ ୧ ହଜାର ୩୦୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। କଟକରୁ ସର୍ବାଧିକ ୧୦୮ ଜଣ ସୁସ୍ଥ ହୋଇଥିବା ବେଳେ ଅନୁଗୁଳରୁ ୧୦୩, ମୟୂରଭଞ୍ଜରୁ ୧୦୧, ସୁନ୍ଦରଗଡରୁ ୯୭, ଖୋର୍ଦ୍ଧାରୁ ୯୬, ଝାରସୁଗୁଡାରୁ ୮୬, ଜଗତସିଂହପୁରରୁ ୫୫, ବାଲେଶ୍ବରରୁ ୫୪, କେନ୍ଦ୍ରାପଡ଼ାରୁ ୫୩, କେନ୍ଦୁଝରରୁ ୫୦, କଳାହାଣ୍ଡିରୁ ୪୭, ବଲାଙ୍ଗିରିରୁ ୪୬, ନୟାଗଡରୁ ୪୦, କୋରାପୁଟରୁ ୩୮, ବରଗଡରୁ ୩୭, ନୂଆପଡ଼ାରୁ ୩୭, ପୁରୀରୁ ୩୪, ସମ୍ବଲପୁରରୁ ୩୨, ଯାଜପୁରରୁ ୩୦, ଗଞ୍ଜାମରୁ ୨୬, ସୋନପୁରରୁ ୨୫, ନବରଙ୍ଗପୁରରୁ ୨୨, ରାୟଗଡାରୁ ୧୪, ଢେଙ୍କାନାଳରୁ ୧୧, ମାଲକାନଗିରିରୁ ୧୦, କନ୍ଧମାଳରୁ ୯, ଗଜପତିରୁ ୪, ଦେବଗଡ଼ରୁ ୩, ଭଦ୍ରକରୁ ୨ ଏବଂ ଷ୍ଟେଟ ପୁଲରୁ ୨୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ…
ହେମାଙ୍ଗ ପ୍ରସାଦ ରାଉଳ ଗଞ୍ଜାମ : ଚାରି ଦଫା ଦାବି ନେଇ ଆଜି ଗଂଜାମ ଜିଲ୍ଲା କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଂଜାମ ଜିଲ୍ଲାପାଳଙ୍କୁ ତାଙ୍କ କାର୍ଯ୍ୟଳୟରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ମୁଖ୍ୟ ଦାବିଗୁଡ଼ିକ ମଧ୍ୟରେ – (୧)ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ହୋଇଥିବା ଗଂଜାମରେ ୪୩୩ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବନ୍ଦ କରାଯିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା । (୨)ତୁରନ୍ତ କନିଷ୍ଠ ଶିକ୍ଷକ ନିଯୁକ୍ତି ନିମନ୍ତେ ବିଜ୍ଞାପନ ବାହାର କରିବା । (୩)ଭିତ୍ତିଭୂମି ନଥିବା ତଥା ବିନା ସିଓଆର୍ ଏବଂ ଏନ୍ଓସିରେ ଚାଲିଥିବା ବେସରକାରୀ ସ୍କୁଲ ଚିହ୍ନଟ କରି ବନ୍ଦ କରିବା । (୪)ନକଲି ସାର୍ଟିଫିକେଟ୍ ଦେଇ ଚାକିରି କରିଥିବା ଶିକ୍ଷକଙ୍କୁ ଚିହ୍ନଟ କରି ଚାକିରିରୁ ବହିଷ୍କାର କରିବା । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଥମିକ ଏବଂ ଉଚ୍ଚପ୍ରାଥମିକ ବିଦ୍ୟାଳୟଗୁଡ଼ିକ ବନ୍ଦ ଏବଂ ମିଶ୍ରଣ ପ୍ରକ୍ରିୟା ଆରମ୍ଭ ହୋଇଛି ।…
ହରିୟାଣା : ଦେଶର ଯଦିଓ କରୋନା ସଂକ୍ରମଣ ମାମଲାରେ ହ୍ରାସ ଘଟିଛି ତଥାପି କରୋନା ପ୍ରଭାବ ରହିଛି । କରୋନା ପାଇଁ ମାର୍ଚ୍ଚ ମାସରୁ ଦେଶରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ସ୍ଥଳେ ନଭେମ୍ବର ମାସରୁ ଦେଶର କିଛି ଅଂଶରେ ଶିକ୍ଷାନୁଷ୍ଠାନ ଖୋଲିଛି । ପୂର୍ବରୁ କରୋନା ପାଇଁ ରହିଥିବା କଡାକଡି କଟକଣାରେ ମଧ୍ୟ କୋହଳ କରାଯାଇଛି, ଯାହାର ପରିଣାମ ଏବେ ଦେଖିବାକୁ ମିଳିଛି । ନିକଟରେ ଦିଲ୍ଲୀରେ କରୋନା ସଂକ୍ରମଣ ବୃଦ୍ଧି ହୋଇଛି । ହରିୟାଣାର ଦୁଇ ସହରରେ କେତେକ ସ୍କୁଲ ବହୁ ଛାତ୍ରଛାତ୍ରୀ ଏବେ କରୋନା ଆକ୍ରାନ୍ତ ହୋଇଛନ୍ତି । 12ଟି ସରକାରୀ ସ୍କୁଲର ପ୍ରାୟ 72ରୁ ଉର୍ଦ୍ଧ୍ବ ପିଲା କରୋନା ସଂକ୍ରମିତ ହୋଇଛନ୍ତି । ଏବେ ରାଜ୍ୟର ସମସ୍ତ ସ୍କୁଲଗୁଡିକରେ କରୋନାଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । କରୋନା ସଂକ୍ରମଣ ଚିହ୍ନଟ ହେବା ପରେ ପ୍ରଶାସନ ସ୍କୁଲକୁ ତିନି ଦିନ ପାଇଁ ବନ୍ଦ ରଖିଛନ୍ତି । ସଂକ୍ରମିତ ବିଦ୍ୟାର୍ଥୀଙ୍କସମେତ…
ଗୋଆ : ଗୋଆର ପୂର୍ବତନ ରାଜ୍ୟପାଳ ତଥା ସୁପ୍ରତିଷ୍ଠିତ ଲେଖିକା ମୃଦୁଳା ସିହ୍ନାଙ୍କ ପରଲୋକ ହୋଇଛି । ମୃଦୁଳା ପ୍ରାରମ୍ଭରୁ ଜନସଂଘ ସହ ଜଡିତ ଥିବା ସହିତ ବିଜେପିର ଜଣେ ପ୍ରଭାବଶାଳୀ ନେତା ଥିଲେ । ତାଙ୍କ ନିଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହ ମନ୍ତ୍ରୀ ଶୋକ ପ୍ରକଟ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ମୃଦୁଳାଙ୍କ ନିଧନରେ ଶୋକ ବ୍ୟକ୍ତ କରିବାସହିତ ସେ ସର୍ବଦା ଜନସେବା ଉତ୍ସର୍ଗୀକୃତ ଥିଲେ ବୋଲି କହିଛନ୍ତି । ଜଣେ ସୁଲେଖିକା ଭାବରେ ମୃଦୁଳାଜୀ ସଂସ୍କୃତି ସହିତ ସହିତ୍ୟର ଦୁନିଆରେ ବିଶେଷ ଯୋଗଦାନ ରଖିଥିଲେ ବୋଲଇ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଜୀବନର ଅନ୍ତିମ ସମୟ ପର୍ଯ୍ୟନ୍ତ ସେ ରାଷ୍ଟ୍ର, ସମାଜ ଏବଂ ସଙ୍ଗଠନ ପାଇଁ କାର୍ଯ୍ୟ କରିଥିଲେ । ସେ ଏପରି ଜଣେ ଲେଖିକା ଥିଲେ, ଯାହାକୁ ତାଙ୍କ ଲେଖନୀ ସର୍ବଦା ଅମର ରଖିବ ବୋଲି ଶାହା ଟ୍ୱିଟ କରିଛନ୍ତି । https://twitter.com/narendramodi/status/1329016785899753472?s=20 ସୂଚନାଯୋଗ୍ୟ,…
ବଲାଙ୍ଗିର: ପାଟଣାଗଡ଼ ଗଣହତ୍ୟା ମାମଲାର ପର୍ଦ୍ଦାଫାସ୍ କରିଛି ପୋଲିସ୍ । ସାତ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବାର ସୂଚନା ରହିଥିବାବେଳେ ଏବେବି ଅନ୍ୟ ଦୁଇ ଜଣ ଫେରାର ଅଛନ୍ତି। ଗଣହତ୍ୟାରେ 9ଜଣଙ୍କ ସମ୍ପୃକ୍ତି ଥିବା ସ୍ବତନ୍ତ୍ର ପୋଲିସ୍ ଟିମ୍ ସୂଚନା ଦେଇଛି । ଏମାନଙ୍କୁ ଅଧିକ ଜେରା ପରେ ହତ୍ୟାର କାରଣ ସମ୍ପର୍କରେ ଅଧିକ ପ୍ରମାଣ ମିଳିବ ବୋଲି ଆଶା କରାଯାଉଛି । ଏହି ହତ୍ୟାରେ ବ୍ୟବହୃତ ହୋଇଥିବା ଟାଙ୍ଗିଆ, ଖଣ୍ଡା, ରଡ୍, ଗଇଁତି, ଫାର୍ସା, 2ଟି ଲୁନା, ଗୋଟିଏ ବାଇକ୍ଏ 6ଟି ମୋବାଇଲ୍, ପେଟ୍ରୋଲ୍ ବୋତଲ ଆଦି ଜବତ ହୋଇଛି । ବଲାଙ୍ଗିର ପାଟଣାଗଡରେ ଗୋଟିଏ ପରିବାରର ଛଅଜଣଙ୍କୁ ନିର୍ମମ ହତ୍ୟା କରାଯାଇଥିଲା। ବୁଲୁ ଜାନି, ତାଙ୍କ ପତ୍ନୀ ଓ ଚାରି ନାବାଳକ ପିଲାଙ୍କୁ ହତ୍ୟା କରାଯାଇଥିଲା। ସଅଁରପଡାରେ ଗୋଟିଏ ପରିବାରର ବାପା, ମା ସହ ଚାରି ସନ୍ତାନଙ୍କ ମୃତଦେହ ଘର ଭିତରୁ ମିଳିଥିଲା। ମୃତକମାନେ ବିହାରର ମୂଳ ବାସିନ୍ଦା…
ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 57 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ 60 କରୋନା ଆକ୍ରାନ୍ତଙ୍କ ମଧ୍ୟରେ 17 ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ 40 ଜଣ ଲୋକାଲ କଣ୍ଟାକ୍ଟ କେସ୍ ବୋଲି ବିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛି। https://twitter.com/bmcbbsr/status/1329016318738067459?s=20 ସେହିପରି ଆଜି 60 ଜଣ ସୁସ୍ଥ ହୋଇଛନ୍ତି । ନୂତନ 57 ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 30 ହଜାର 284ରେ ପହଞ୍ଚିଛି । ସେହିପରି ଏବେ ସୁଦ୍ଧା 29 ହଜାର 418ଜଣ ସୁସ୍ଥ ହୋଇଥିବାବେଳେ 199ଜଣଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ବର ମହାନଗରରେ ଏବେବି 646ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : ଆଜି ଜିଲ୍ଲାର କୋଭିଡ୍ କେୟାର ହୋମ୍ (ସିସିଏଚ୍) ମାନଙ୍କରେ କାମ କରୁଥିବା କରୋନା ଯୋଦ୍ଧାମାନେ କୋଭିଡ୍ ୱାରିଅର୍ ଚିଟେଡ୍ ଫୋରମ୍ର ରାଜ୍ୟ ସଭାପତି ଜନନେତା ଇଂ. ଦେବାଶିଷ ହୋତାଙ୍କ ନେତୃତ୍ୱରେ ଏକଜୁଟ୍ ହୋଇ ଜିଲ୍ଲାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବିନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ୨ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କର ପ୍ରଥମ ଦାବିଟି ହେଲା, ସରକାର ରାଜ୍ୟବାସୀଙ୍କୁ ଭଲ ସ୍ୱାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ତୁରନ୍ତ ୫ ଶହ କୋଟି ଟଙ୍କାର ବାର୍ଷିକ ଅତିରିକ୍ତ ବଜେଟ୍ ଉପସ୍ଥାପନ କରି ସମସ୍ତ ସିସିଏଚ୍ଗୁଡିକୁ ପଂଚାୟତ ହେଲ୍ଥ୍ କେୟାର ହୋମ୍ (ପିଏଚ୍ସିଏଚ୍)ରେ ରୁପାନ୍ତରିତ କରିଦିଅନ୍ତୁ ଏବଂ ସେଥିରେ ଏହି କରୋନା ଯୋଦ୍ଧାମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରନ୍ତୁ । ଯେ ପର୍ଯ୍ୟନ୍ତ ସରକାର ସେମାନଙ୍କର ଉପରୋକ୍ତ ଦାବିଟି ପୂରଣ କରିନାହାନ୍ତି , ସେ ଯାଏ ସିସିଏଚ୍ଗୁଡିକରେ କାମକରୁଥିବା କୌଣସି କରୋନା ଯୋଦ୍ଧାଙ୍କୁ ଛଟେଇ…
ପାଟନା : ବିହାର ବିଧାନସଭା ନିର୍ବାଚନ ଫଳାଫଳ ଆସିବା ସହିତ ନୀତିଶ କୁମାର ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ତେବେ ନୀତିଶଙ୍କ କ୍ୟାବିନେଟରେ ଜଣେ ମଧ୍ୟ ମୁସଲିମ ମନ୍ତ୍ରୀ ନାହାନ୍ତି । ଏପରିକି ଏନଡିଏ ମେଣ୍ଟରେ ଜଣେ ହେଲେ ମୁସଲିମ ବିଧାୟକ ନାହାନ୍ତି । ସ୍ୱାଧୀନତା ପରବର୍ତ୍ତୀ ସମୟରେ ଏହା ପ୍ରଥମ ଥର ହେବାକୁ ଯାଉଛି । ପ୍ରଥମ ଥର ପାଇଁ କୌଣସି କ୍ୟାବିନେଟରେ ଜଣେ ହେଲେ ମୁସଲିମ ସଦସ୍ୟ ନାହାନ୍ତି । ଏନଡିଏ ମେଣ୍ଟରେ ବିଜେପି, ଜେଡିୟୁ, ହାମ୍ସ ଏବଂ ଭିଆଇପି ରହିଥିବା ବେଳେ କୌଣସି ଦଳରେ ଜଣେ ହେଲେ ମୁସଲିମ ବିଧାୟକ ନାହାନ୍ତି । ବିହାରର 16 ପ୍ରତିଶତ ଜନସଂଖ୍ୟା ମୁସଲିମ ହୋଇଥିବା ବେଳେ ଶାସକ ଦଳରେ ଜଣେ ମଧ୍ୟ ମୁସଲିମ ବିଧାୟକ ନରହିବା ଆଶ୍ଚର୍ଯ୍ୟଜନକ । ଚଳିତ ନିର୍ବାଚନରେ ନୀତିଶ କୁମାରଙ୍କ ଦଳ ପକ୍ଷରୁ 11 ଜଣ ମୁସଲିମ ପ୍ରାର୍ଥୀଙ୍କୁ…
ନୂଆଦିଲ୍ଲୀ : ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ବିହାର ନିର୍ବାଚନ ପରାଜୟ ପରେ ସାମାନ୍ୟ ରକ୍ଷଣାତ୍ମକ ଭୂମିକା ଆପଣେଇଥିବା ରାହୁଲ ଆଜି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଚନ୍ତି । ଦିନକୁ ଦିନ ବଢୁଥିବା ମୂଲ୍ୟବୃଦ୍ଧି ଏବଂ ବେରୋଜଗାରୀ ଭଳି ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ରାହୁଲ ଆକ୍ରମଣ କରିଥିଲେ । ଟ୍ୱିଟ କରି ରାହୁଲ ସରକାରଙ୍କୁ ସମାଲୋଚନା କରିଛନ୍ତି । ଦେଶର ଘରୋଇ ଅଭିବୃଦ୍ଧି ହାର (ଜିଡିପି) ରସାତଳଗାମୀ ହୋଇଥିବା ବେଳେ ବର୍ତ୍ତମାନ ବ୍ୟାଙ୍କ ସମୂହ ଅତ୍ୟନ୍ତ କଷ୍ଟକର ପରସ୍ଥିତିରେ ଗତି କରୁଛନ୍ତି । ମୂଲ୍ୟବୃଦ୍ଧିକୁ ନେଇ ସାଧାରଣ ଜନତା ଅତ୍ୟନ୍ତ ଆତଙ୍କିତ । କୌଣସି ଜିନିଷର ଦରଦାମ ନିୟନ୍ତ୍ରଣରେ ସରକାର ସମ୍ପୂର୍ଣ୍ଣ ଭାବରେ ବିଫଳ ବୋଲି ରାହୁଲ କହିଛନ୍ତି। ଚାକିରିର ପ୍ରତିଶ୍ରୁତି ମିଳୁଥିଲେ ମଧ୍ୟ ବେକାରୀରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ସାଧାରଣ ଜନତାଙ୍କ ମନୋବଳ ଭାଙ୍ଗୁଥିବା ବେଳେ…
ବିହାର : ବିହାରର ସୁପୋଲ୍ଠାରେ ଏକ ବଧୂହତ୍ୟା ମାମଲା ସାମ୍ନାକୁ ଆସିଛି । ବୋହୂ ଜଣକ ମାଛ ତରକାରୀ ନ କରିପାରିବାରୁ ଶାଶୁଘର ଲୋକେ ତାଙ୍କର ହତ୍ୟା କରିଛନ୍ତି । ହତ୍ୟା କରିବା ପରେ ବୋହୂର ମୃତଦେହକୁ ଗ୍ରାମର ନିକଟରେ ଥିବା ନାଳରେ ଭସାଇଦେଇଛନ୍ତି । ବୋହୂର ବାପଘର ପରିବାରକୁ ତାଙ୍କ ସମ୍ପର୍କରେ କୌଣସି ସୂଚନା ନ ମିଳିବା ପରେ ସେ ଏସଂକ୍ରାନ୍ତରେ ପୋଲିସ୍ରେ ଅଭିଯୋଗ କରିଥିଲେ । ପୋଲିସ୍ ଲୋକଙ୍କସୂଚନା ପାଇଁ ମହିଳାଙ୍କ ମୃତଦେହକୁ ଜବତ କରି ତଦନ୍ତ ଆଣମ୍ଭ କରିଛି । ଏହାପରେ ମହିଳାଙ୍କ ସ୍ବାମୀଙ୍କ ସମେତ ଶାଶୁଘରର ଅନ୍ୟ ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ କରିଛି । ମିଳିଥିବା ସୂଚନା ଅନୁସାରେ ରତନାପୁର ଥାନା ଅଞ୍ଚଳରେ କୋସୀର ପୂର୍ବର ଢାଁଢା ଗ୍ରାମ ନିକଟରେ କୋସୀ ନଦୀରୁ ଏକ ବସ୍ତାରେ ମହିଳାଙ୍କ ମୃତଦେହ ମିଳିଥିଲା । ଗ୍ରାମବାସୀଙ୍କ ସୂଚନା କ୍ରମେ ପୋଲିସ୍ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ୍ କରିଥିଲେ…
ଭୁବନେଶ୍ବର : ଆସନ୍ତା 20 ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତକାଳୀନ ଅଧିବେଶନ । ଆଜି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକ ଶେଷ ହୋଇଛି । ତେବେ ଆସନ୍ତା 20 ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ଶୀତ ଅଧିବେଶନରେ କୋଭିଡ ପାଇଁ ପ୍ରଶ୍ନକାଳ ରହିବ ନାହିଁ ବୋଲି ବାଚସ୍ପତି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି । ଏହାଛଡ଼ା ପ୍ରତି ଦିନ ଅଧିବେଶନ ସାଢେ 4 ଘଣ୍ଟାରେ ସୀମିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଅନ୍ୟପକ୍ଷରେ ଆସନ୍ତା 20ରେ ଅତିରିକ୍ତ ବଜେଟ ଉପସ୍ଥାପିତ ହେବ । କୋଭିଡ ସ୍ଥିତିକୁ ଦେଖି ବିଧାୟକଙ୍କ ବସିବା ସ୍ଥାନ ନିରୂପଣ ହେବ । ବରିଷ୍ଠ ବିଧାୟକମାନେ ଚାହିଁଲେ ଭିସିରେ ଭାଗ ନେଇପାରିବେ ବୋଲି ବାଚସ୍ପତି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି ।

