ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଜପତି ଜିଲ୍ଲା ବର୍ତ୍ତମାନ ଗଂଜେଇ ଚୋରା ଚାଲାଣର ମୁଖ୍ୟ ଆଡ୍ଡା ପାଲଟିଥିବାବେଳେ ଗଜପତିରୁ ବ୍ରହ୍ମପୁର ଦେଇ ରାଜ୍ୟର ବିଭିନ୍ନ ଜିଲ୍ଲା ତଥା ଜିଲ୍ଲା ବାହାରକୁ ଗଂଜେଇ ଚାଲାଣ ହେଉଛି। ଗଜପତି ଜିଲ୍ଲାର ବିଭିନ୍ନ ଅଂଚଳରେ ଏକର ଏକର ଗଂଜେଇ ଗଛ ଚାଷ କରାଯାଉଥିବାବେଳେ ଆଜି କୋଟି କୋଟି ଟଙ୍କାର ଗଂଜେଇ ଗଛକୁ କାଟି ନଷ୍ଟ କରାଯାଇଛି। ଆଜି ଚନ୍ଦ୍ରଗିରି ମୋହନା ଓପି କର୍ମଚାରୀ, ଥାନା, ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ବୁଡ଼ୁନି ଏବଂ କଡ଼ାମୁଳି ସଂରକ୍ଷିତ ଜଂଗଲ ମଧ୍ୟରେ ଚଢ଼ାଉ କରାଯାଇ ପ୍ରାୟ ୮୬.୪ ଏକରରେ ଲଗାଯାଇଥିବା ଗଂଜେଇ ଗଛକୁ କାଟିବା ପରେ ପୋଡ଼ି ନଷ୍ଟ କରାଯାଇଥିଲା। ଏହି ଗଂଜେଇ ଗଛର ଆନୁମାନିକ ମୂଲ୍ୟ ୧୭ କୋଟି ୨୮ ଲକ୍ଷ ଟଙ୍କା ହେବ ଏନେଇ ମୋହନା ଥାନାରେ ୧୯୮/୨୦, ୟୁ/ଏସ୍ ୨୦(ଏ)(ଆଇ) ଏଡ଼୍ଡ଼ିପିଏସ୍ ଆକ୍ଟରେ ମାମଲା ରୁଜୁ ହୋଇଛି।
Author: Samikhsya Bureau
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: କୁମାର ପୂର୍ଣ୍ଣିମା ଶେଷ ହୋଇଯାଇଥିଲେ ମଧ୍ୟ ଅଭ୍ୟାସଗତ ଜୁଆଡ଼ିମାନେ ସେମାନଙ୍କ ଅଭ୍ୟାସକୁ ଛାଡ଼ି ପାରୁନାହାନ୍ତି। ପ୍ରତିଦିନ ଅଭ୍ୟାସଗତ ଜୁଆଡ଼ିମାନେ ବିଭିନ୍ନ ନିକାଞ୍ଚନ ସ୍ଥାନ, କୋଠଘର, ହୋଟେଲ୍, ପଡ଼ିଆରେ ଜମା ହୋଇ ଜୁଆଖେଳ ଖେଳୁଛନ୍ତି। ଏହାଦ୍ୱାରା ସେମାନେ ସର୍ବସ୍ୱନ୍ତ ହେବା ସହ ପରିବାର ଲୋକେ ମଧ୍ୟ ଦାଣ୍ଡର ଭିକାରୀ ସାଜୁଛନ୍ତି। ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ପୋଲିସ୍ ଜିଲ୍ଲାର ଟାଉନ୍ ଥାନା ପକ୍ଷରୁ ମଧ୍ୟ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଆଜି ସନ୍ଧ୍ୟା ସମୟରେ ଧର୍ମନଗରରେ ଚଢ଼ାଉ କରି ୧୪ଜୁଆଡ଼ିକୁ ଗିରଫ କରିବା ସହ ୯ ଲକ୍ଷ ୨୯ ହଜାର ଟଙ୍କା ଜବତ ହୋଇଛି। ସୂଚନାଯୋଗ୍ୟ ଧର୍ମନଗର ଅଂଚଳରେ ଏକ ବଡ଼ଧରଣର ଜୁଆଆଡ୍ଡା ଚାଲିଥିବା ନେଇ ଥାନାଧିକାରୀ ସୁରେଶ ତ୍ରିପାଠୀ ଖବରପାଇ ଚଢ଼ାଉ କରିଥିଲେ। ଅତର୍କିତ ଚଢ଼ାଉରେ ଜୁଆଡ଼ିମାନେ ପୋଲିସ୍ ହାବୁଡ଼ରେ ପଡ଼ିବା ସହ ୯ଲକ୍ଷ ୨୯ ହଜାର ଟଙ୍କା, ୧୦୪ଟି ତାସ୍ କାଟା, ଜରିପାଲ ଜବତ…
ବାଲେଶ୍ୱର : ବାଲେଶ୍ୱରର ଅରଡ଼ା ଅଞ୍ଚଳରୁ ଧରା ପଡ଼ିଛ ଏକ ବଡ଼ ଧରଣର ବ୍ରାଉନସୁଗାର ଗ୍ୟାଙ୍ଗ । ପୋଲିସ ଚଢଉ କରି 100 ଗ୍ରାମ ବ୍ରାଉନ ସୁଗାର ଓ 23 ଲକ୍ଷର ନଗଦ ଟଙ୍କା ଜବତ କରିଛି । ଏଥିରେ କୁଖ୍ୟାତ ବ୍ରାଉନ ସୁଗାର ବେପାରୀ ମୁନା ଖାଁ ଧରା ପଡ଼ିଛି । ତେବେ ପୋଲିସର ଚଢଉ ସମୟରେ ବାପୁନା ନାମକ ଜଣେ ସହଯୋଗୀ ଖସି ପଳାଇ ଯାଇଥିଲା । ଶେଖ ରାଜାକୁ ଏସଟିଏଫ(ସ୍ପେଶାଲ ଟାସ୍କ ଫୋର୍ସ) ଧରିବା ପରଠୁ ମୁନା ଖାଁ ବ୍ରାଉନ ସୁଗାର ସାମ୍ରାଜ୍ୟ ଚଳାଉଥିଲା ବୋଲି ଜଣାପଡ଼ିଛି । ଶେଖ ରାଜାକୁ ମଧ୍ୟ ପୋଲିସ ବହୁତ ଦିନରୁ ତନାଘନା ଚଲାଇଥିଲା । ତେବେ ମୁନା ଖାଁ ଶେଖ ରାଜାର ଭିଣୋଇ ବୋଲି ଜଣାପଡ଼ିଛି ।
ମୁମ୍ବାଇ: ବଲିଉଡ୍ ଡ୍ରଗ୍ସ ମାମଲାରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କର ଅଡୁଆ ବଢିବାରେ ଲାଗିଛି। ଘରୁ ଗଞ୍ଜେଇ ମିଳିବା ପରେ ଏନସିବି ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ଆଜିଠାରୁ ଭାରତୀ ଏବଂ ହର୍ଷଙ୍କୁ 14 ଦିନିଆ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦିଆଯାଇଛି। ସୁଶାନ୍ତ ସିଂହ ମୃତ୍ୟୁ ମାମଲାର ତଦନ୍ତ କରୁ କରୁ ଡ୍ରଗ୍ସ ଲିଙ୍କର ଖୁଲାସା ହେବା ପରେ ଏନସିବି ଏନେଇ ଜୋରଦାର୍ ତଦନ୍ତ ଚଳାଇଛି। ଏହି କ୍ରମରେ ଦୀପିକା ପାଦୁକୋନ୍, ଶ୍ରଦ୍ଧା କପୁର ଓ ଅର୍ଜୁନ ରାମପାଲ୍ଙ୍କ ଭଳି ବଲିଉଡର ଅନେକ ବଡ଼ ତାରକା ଏନସିବି ତଦନ୍ତ ପରିସରଭୁକ୍ତ ହୋଇଛନ୍ତି। ସୂଚନାଯୋଗ୍ୟ, ଏନସିବି ଭାରତୀ ଓ ହର୍ଷଙ୍କ ଘରେ ଚଢ଼ାଉ କରି 86.5 ଗ୍ରାମର ଗଞ୍ଜେଇ ଜବତ କରିଛି। (ଏଜେନ୍ସି)
ସୀତାରାମ ଅଗ୍ରଓ୍ବାଲ ବାଣପୁର : ବିଶ୍ୱାସ ରହିଛି “ଅଙ୍ଗ ଦାନ ମହତ ଦାନ‘‘ । ଜଣେବ୍ୟକ୍ତି ମୃତ୍ୟୁ ପରେ ବି ଅମର ରହିବାର ଅନ୍ୟତମ ମହତ ଉପାୟ ହେଉଛି ଅଙ୍ଗଦାନ। ଏହି ଉକ୍ତିର ଯଥାର୍ଥତାକୁ ପ୍ରତିପାଦନ କରିବାକୁ ଯାଇ ଚଳିତ ମାସ ନଭେମ୍ବର ୨୭ ତାରିଖ ରେ ହେବାକୁ ଥିବା “ବିଶ୍ୱ ଅଙ୍ଗଦାନ ଦିବସ “ର ସପ୍ତାହ ପାଳନ ଅବସରରେ ଖୋର୍ଦ୍ଧା ଜିଲ୍ଲା ବାଣପୁର-ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ କ୍ଳବର ପ୍ରାୟ ୫୦ ଜଣ ସଦସ୍ୟ ଆଜି ସକାଳୁ ସକାଳୁ ପଦଯାତ୍ରା ମାଧ୍ୟମରେ ବାଲୁଗାଁ ସହର ପରିକ୍ରମା କରିବା ସହ ବାଣପୁରରେ “ମା ଭାଗବତୀଙ୍କ” ମନ୍ଦିର ଠାରୁ ଐତିହାସିକ ପଲଟଣ ପଡ଼ିଆ ପର୍ଯ୍ୟନ୍ତ ଏକ ବାଇକ ରାଲି ଦ୍ୱାରା ଏହି ମହତ ଦାନର ର ସଚେତନତା ବାର୍ତ୍ତା ପ୍ରଚାର କରିଥିଲେ । ଏହି ମହତ ଦାନରେ ନିଜକୁ ସାମିଲ କରି ସମାଜରେ ଅଙ୍ଗ ବିନା ଅବହେଳିତ, ଉତ୍ପୀଡିତ ରୂପକ ନର୍କରେ ପଡିଥିବା…
ରୁଷ୍ : ରୁଷ୍ର ଏକ ଗ୍ରାମରେ ପାର୍ଟି ଚାଲିଥିବାବେଳେ ଆଲକହଲ୍ ଶେଷ ହୋଇଯିବା ପରେ ହ୍ୟାଣ୍ଡ ସାନିଟାଇଜର୍ ପିଇଛନ୍ତି । ସାନିଟାଇଜର୍ ପିଇବା ବେଶ୍ ମହଙ୍ଗା ପଡିଛି । ସାନିଟାଇଜର୍ ପିଇ 7ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇଜଣ କୋମାକୁ ଚାଲିଯାଇଛନ୍ତି । ସେମାନେ ପିଇଥିବା ସାନିଟାଇଜର୍ରେ 69 ପ୍ରତିଶତ ମେଥନାଲ୍ ରହିଥିଲା । ମିଳିଥିବା ସୂଚନା ଅନୁସାରେ, ରୁଷ୍ର ତାତିନ୍ସିକ ଗ୍ରାମରେ 9ଜଣ ଲୋକେ ମିଶି ପାର୍ଟି କରୁଥିଲେ । ମଦ ସରିଯିବା ପରେ ପାଖରେ ଥିବା ସାନିଟାଇଜର୍ ପିଇଦେଇଥିଲେ। ସାନିଟାଇଜର୍ ପିଇ ପ୍ରଥମେ 3ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ 6ଜଣଙ୍କୁ ଏୟାରକ୍ରାପ୍ଟରେ ୟାକୁତ୍ସ ନିଆଯାଇଥିଲା । ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ଚାରିଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ଦୁଇଜଣ କୋମାକୁ ଚାଲିଯାଇଛନ୍ତି। ସୂଚନାଯୋଗ୍ୟ, ରୁଷ୍ରେ 20 ଲକ୍ଷ 64 ହଜାର 748ଟି ମାମଲା ଆସିଥିବାବେଳେ 35 ହଜାର 778ଜଣଙ୍କର ମୃତ୍ୟୁ ହୋଇଛି । (ଏଜେନ୍ସି)
କୋଲକାତା : ଦେଶରେ କରୋନା ମାମଲାରେ ବୃଦ୍ଧି ଘଟୁଥିବାବେଳେ କୋଲକାତାରୁ ଏକ ଆଶ୍ଚର୍ଯ୍ୟ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ କରୋନା ଆକ୍ରାନ୍ତ ବୃଦ୍ଧ କରୋନାରେ ମୃତ୍ୟୁ ହୋଇଥିବାର ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଥିବାବେଳେ ଶ୍ରାଦ୍ଧର ଗୋଟିଏ ଦିନ ପୂର୍ବରୁ ସେ ଘରକୁ ଫେରିଛନ୍ତି । ଏଭଳି ଏକ ଘଟଣା ପଶ୍ଚିମବଙ୍ଗର ଉତ୍ତର 24 ପ୍ରଗଣା ଅଞ୍ଚଳରେ ଘଟିଛି। ବିରାଟୀରରେ ରହୁଥିବା 75 ଶିବଦାସ ବନ୍ଦୋପାଧ୍ୟାୟଙ୍କ ପରିବାର ତାଙ୍କର ମୃତ୍ୟୁ ପରେ ଶ୍ରାଦ୍ଧ ପ୍ରସ୍ତୁତି କରିବାର ଗୋଟିଏ ଦିନ ପୂର୍ବରୁ ସେ ଫେରିଛନ୍ତି । ହସ୍ପିଟାଲରେ ହେଉଥିବା ଅବହେଳାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟ ଉତ୍ତେଜନା ଦେଖାଦେଇଛି। ହସ୍ପିଟାଲ ପକ୍ଷରୁ କିଛି ଦିନ ତଳେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ତାଙ୍କ ପରିବାର ସଦସ୍ୟଙ୍କୁ ଏସମ୍ପର୍କରେ ଜଣାଇ ଦିଆଯାଇଥିଲା। କରୋନା ନିୟମ ଅନୁଯାୟୀ ଅନୁସାରେ ମୃତକଙ୍କୁ ପ୍ଲାଷ୍ଟିକ୍ ବ୍ୟାଗ୍ରେ ରଖାଯାଇଥିଲା। ପରିବାର ସଦସ୍ୟଙ୍କୁ ମୃତକଙ୍କ ମୁହଁ ଦେଖିବାର ସୁଯୋଗ ମଧ୍ୟ…
ନୂଆଦିଲ୍ଲୀ : ଏହି ସହରରେ ଏବେ ଦୁଇ ମାସ ପର୍ଯ୍ୟନ୍ତ ସୂର୍ଯ୍ୟ ଦେଖାଯିବେ ନାହିଁ । ଆମେରିକାର ଏପରି ଏକ ସହର ଅଛି, ଯେଉଁଠାରେ ଲେକେ ଏବେ ଦୁଇ ମାସ ପର୍ଯ୍ୟନ୍ତ ସୂର୍ଯ୍ୟ ଦେଖିପାରିବେ ନାହିଁ । ଆେମାରିକାର ଆଲସ୍କାର ଲୋକେ ଏବେ ଦୁଇ ମାସ ପର୍ଯ୍ୟନ୍ତ ଅନ୍ଧାରରେ ରହିବେ । ଏହି ସହରରେ ଜାନୁଆରୀ 23ତାରିଖରେ ଦ୍ବିପ୍ରହର ଗୋଟାଏ ସମୟରେ ସୂର୍ଯ୍ୟୋଦୟ ଦେଖିବେ । ଏଠାରେ 65 ଦିନ ଅନ୍ଧାରରେ ରହିବେ ଲୋକେ ।ଏନେଇ ସରକାର ମଧ୍ୟ ଘୋଷଣା କରିଛନ୍ତି । ଆଲାସ୍କା ଧ୍ରୁବୀୟ ଅଞ୍ଚଳ ମଧ୍ୟରେ ଆସିଥାଏ । ଏଠାରେ ଶୀତଦିନେ ଅନ୍ଧାର ରହିଥାଏ । ଆର୍କାଟିକ୍ ସର୍କିଲ୍ର ଉଚ୍ଚରେ ସ୍ଥିତ ଯୋଗୁଁ ଏହି ଅଞ୍ଚଳରେ ସୂର୍ଯ୍ୟକିରଣ ପହଞ୍ଚି ପାରିନଥାଏ । ଏହି ସ୍ଥିତକୁ ‘ପୋଲର ନାଇଟସ୍ କୁହାଯାଏ । ନଭେମ୍ବର 18 ତାରିଖରେ ଏଠାରେ ଅନ୍ତିମ ସୂର୍ଯ୍ୟାସ୍ତ ହୋଇଥିଲା । ଏଠାରେ ଜାନୁଆରୀ 23 ତାରିଖରେ ସୂର୍ଯ୍ୟୋଦୟ…
ପୁରୀ : ପୁରୀ ଜିଲ୍ଲାର ନୂତନ ଏସପି ଭାବେ କନୱର ବିଶାଲ ସିଂ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଅଖିଳେଶ୍ୱର ସିଂହଙ୍କ ସ୍ଥାନରେ ଦାୟିତ୍ୱରେ ଅବସ୍ଥାପିତ ହୋଇଛନ୍ତି । ଜିଲ୍ଲାର ବହୁ ବରିଷ୍ଠ ପୋଲିସ ପଦାଧିକାରୀଙ୍କ ଉପସ୍ଥିତିରେ କନୱର ବିଶାଲ ସିଂ ଦାୟିତ୍ୱ ଗ୍ରହଣ କରିଛନ୍ତି । ସମ୍ବଲପୁର ଏସପି ଥିବା କେ. ବିଶାଳ ସିଂଙ୍କୁ ପୁରୀ ଏସ୍ପି ଭାବେ ନୂଆ ଦାୟିତ୍ୱ ଦିଆଯାଇଥିବା ବେଳେ ପୂର୍ବତନ ପୋଲିସ ଅଧିକାରୀ ଅଖିଳେଶ୍ୱର ସିଂହଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ସୂଚନାଯୋଗ୍ୟ, ପୁରୀ ହାଜତରେ କଏଦୀଙ୍କ ମୃତ୍ୟୁ ମାମଲାକୁ ନେଇ ପୋଲିସର ଭୂମିକା ଉପରେ ପ୍ରଶ୍ନ ଉଠୁଥିବା ବେଳେ ଜିଲ୍ଲାର ଏସପି ଅଖିଳେଶ୍ୱରଙ୍କ ବଦଳି ହୋଇଛି । ସେପଟେ ପୁରୀ ହାଜତ ମୃତ୍ୟୁ ମାମଲା ହାଇକୋର୍ଟରେ ପହଞ୍ଚିଛି। ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲାରେ ଶୁଣାଣି କରି ସୋମବାର ସୁଦ୍ଧା ସମସ୍ତ ରେକର୍ଡ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି ।
ଭୁବନେଶ୍ବର, ଭୁବନେଶ୍ବରର ବିଭିନ୍ନ ମାର୍କେଟ ଅଞ୍ଚଳରେ କମିଶନରେଟ ପୋଲିସ ତରଫରୁ ଚାଲିଛି କୋଭିଡ ନିୟମ ଉଲ୍ଲଘନ ଯାଞ୍ଚ।
ଗୋପାଳପୁର, ପ୍ରତି ରବିବାର ଦିନ ଗୋପାଳପୁର ବେଳାଭୂମରେ ଚାଲୁଛି ସଫେଇ। ଗୋପାଳପୁର ଏନଏସସି ସହଯୋଗରେ ଏହି ସଫେଇ କାର୍ଯ୍ୟ କରାଯାଉଛି।
ପୁରୀ : ମହାମାରୀ କରୋନା ପ୍ରଭାବରେ ରାଜ୍ୟର ସବୁ ପର୍ବ ପର୍ବାଣୀ କଟକଣା ମଧ୍ୟରେ ପାଳିତ ହେଉଛି । ଆସନ୍ତାକାଲି ଅଁଳା ନବମୀ । ଏହି ଦିନ ରାଧାପାଦ ଦର୍ଶନ ହୋଇଥାଏ । ମାତ୍ର କରୋନାକୁ ଦୃଷ୍ଟିରେ ରଖି ଏହି ଦର୍ଶନ ବନ୍ଦ କରାଯାଇଛି । ଆଜି ମଧ୍ୟରାତ୍ରିରୁ ସାକ୍ଷୀଗୋପାଳ ମନ୍ଦିର ପରିସରରେ 144 ଧାରା ଲାଗୁ କରିବ ପ୍ରଶାସନ। ଚନ୍ଦନପୋଖରୀ ଠାରୁ ସିଦ୍ଧବକଳ ପର୍ଯ୍ୟନ୍ତ କଟକଣା ଲାଗୁ ହେବ । ମନ୍ଦିର ଚାରିପାଖ 200 ମିଟର ପର୍ଯ୍ୟନ୍ତ 144ଧାରା ଲାଗୁ କରାଯିବ । ଏହି କଟକଣା ଆସନ୍ତା 25 ତାରିଖ ବଡ଼ ଏକାଦଶୀ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହା ସହ ସାକ୍ଷୀଗୋପାଳ ମନ୍ଦିରରେ ସର୍ବସାଧାରଣଙ୍କ ଦର୍ଶନ ମନା ହୋଇଛି । କେବଳ ମନ୍ଦିରରେ ସେବାୟତ ମାନେ ନିତିକାନ୍ତି କରିବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ନୂଆଦିଲ୍ଲୀ : ସରକାର ଏବେ ଦେଶର ଡାକ୍ତରଙ୍କ ସମ୍ପର୍କରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଏବେ ଆଇନସମ୍ମତ ଭାବରେ ଆୟୁର୍ବେଦ ଡାକ୍ତରମାନଙ୍କୁ ଅସ୍ତ୍ରୋପଚାର କରିବାକୁ ଅନୁମତି ମିଳିଛି । ସରକାର ଏନେଇ ଏକ ବିଜ୍ଞପ୍ତି ଜାରି କରି ଆୟୁର୍ବେଦରେ ପିଜି ଛାତ୍ରଙ୍କୁ ସର୍ଜରୀ ପାଇଁ ଅନୁମତି ଦେଇଛନ୍ତି । ଦୀର୍ଘ 25 ବର୍ଷ ଧରି ପୂର୍ବରୁ ଆୟୁର୍ବେଦ ଡାକ୍ତରମାନେ ବିଭିନ୍ନ ପ୍ରକାର ଅସ୍ତ୍ରୋପଚାର କରୁଥିଲେ ସୁଦ୍ଧା ଏହା ଆଇନ୍ ସମ୍ମତ ନଥିଲା କିନ୍ତୁ ବର୍ତ୍ତମାନ ଏହାକୁ ସେଣ୍ଟ୍ରାଲ କାଉନସିଲ ଅଫ ମେଡିସିନ୍ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । ଯାହା ଦ୍ୱାରା ବର୍ତ୍ତମାନଠାରୁ ଆୟୁର୍ବେଦ ଡାକ୍ତରମାନେ ଆଇନସମ୍ମତ ଭାବରେ ଅସ୍ତ୍ରୋପଚାର କରିପାରିବେ । ଏନେଇ ଇଣ୍ଡିଆନ୍ ସେଣ୍ଟ୍ରାଲ କାଉନସିଲ୍ ଅଫ୍ ମେଡିସିନ୍ ପକ୍ଷରୁ ଗତ ନଭେମ୍ବର 19 ତାରିଖରେ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ଯେଉଁଥିରେ ଇଣ୍ଡିଆନ୍ ସେଣ୍ଟ୍ରାଲ କାଉନସିଲ୍ ଅଫ୍ ମେଡିସିନ୍ ରେଗୁଲେସନ୍ 2016 କୁ ସଂଶୋଧନ କରାଯାଇ ଆୟୁର୍ବେଦ…
ଭୁବନେଶ୍ବର: ରାଜ୍ୟରେ ଆଉ 15 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 1640କୁ ବୃଦ୍ଧି ହୋଇଛି। ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ 4ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧାରୁ 3 ଜଣ ଓ କେନ୍ଦୁଝରର 2 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ବଲାଙ୍ଗିର, କଟକ ଓ ଗଞ୍ଜାମ. ଅନୁଗୁ,ଳ, ଝାରସୁଗୁଡା ଓ ସମ୍ବଲପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
ଭୁବନେଶ୍ବର: ରାଜ୍ୟରେ ଆଜି ୬୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୩୭୩ ଜଣ ଚିହ୍ନଟ ହୋଇଥିବାବେଳେ ୨୬୫ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୩ହଜାର ୯୬୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୪ ହଜାର ୯୦୮ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭ ହଜାର ୩୬୦ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୬୦୮ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୯ଟି ଜିଲ୍ଲାରୁ ମୋଟ୍ ୭୭୮ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୭୦ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରୁ ୪୦,…
ଭୁବନେଶ୍ବର : ଓଲିଉଡ଼ ଜଗତକୁ ଆଉ ଏକ ବଡ ଝଟକା । ବରିଷ୍ଠ ଓଡିଆ ଅଭିନେତା ଜିମୂତ ପଟ୍ଟନାୟକଙ୍କର ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ 62ବର୍ଷ ବୟସ ହୋଇଥିଲା। ସେ ନିମୋନିଆରେ ଆକ୍ରାନ୍ତ ହୋଇ ପ୍ରାୟ 10 ଦିନ ହେଲା ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଚିକିତ୍ସାଧିନ ଅବସ୍ଥାରେ ଶନିବାର ଅପରାହ୍ନରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ନିକଟରେ ପତ୍ନୀ ଏବଂଦୁଇ ଝିଅ ଉପସ୍ଥିତ ଥିଲେ । ସୂଚନା ଯେ, ଜିମୂତ ପଟ୍ଟନାୟକ ନିକଟରେ ‘ମହାଦେବୀ’ ଧାରାବାହିକରେ ଅଭିନୟ କରୁଥିଲେ । ମଞ୍ଚ ନାଟକରୁ କ୍ୟାରିଅର ଆରମ୍ଭ କରି ଟିଭି ତଥା ବଡପରଦାରେ ଜଣେ ସଫଳ ଅଭିନେତା ଭାବେ ଜୀମୂତ ପଟ୍ଟନାୟକ ନିଜକୁ ଉପସ୍ଥାପିତ କରିପାରିଛନ୍ତି । ଲୋକପ୍ରିୟ ଆଧ୍ୟାତ୍ମିକ ଧାରାବାହିକ ‘ଲକ୍ଷ୍ମୀପୁରାଣ’ରେ ନାରଦ ଚରିତ୍ରର ଜୀମୂତଙ୍କ ଅଭିନୟ ଏବେବି ଜୀବନ୍ତ । ସେ 10ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ର ଅଭିନୟ କରିଥିବାବେଳେ ଲୋକପ୍ରିୟ…
ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ: ଚିଲିକା ବ୍ଲକ ସିଂଗେଶ୍ୱର ଗ୍ରାମ ପଞ୍ଚାୟତ ରଘୁନାଥପୁର ଗ୍ରାମ ଏକ ଦୁଃଖଦ ଘଟଣା ଘଟିଯାଇଛି। ଝୁଲନ୍ତା ଅବସ୍ଥାରେ ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଛି। ନାବାଳକ ଜଣକ ହେଲେ ପିନୁ ପ୍ରଧାନ। ମିଳିଥିବା ସୂଚନା ଅନୁସାରେ, ଗତକାଲି ଅପରାହ୍ନ ତିନି ଘଟିକାରେ ପିନୁ ଗ୍ରାମର ମଶାଣି ପାଖ ପୋଖରୀରେ ଗାଧେଇବାକୁ ଯାଇଥିଲା। ବହୁତ ବିଳମ୍ବ ପରେ ଯେତେବେଳେ ସେ ଘରକୁ ଫେରିନଥିଲେ ସେତେବେଳେ ତାଙ୍କ ପରିବାର ଲୋକେ ଓ ସ୍ଥାନୀୟ ଲୋକେ ଖୋଜାଖୋଜି କରିଥିଲେ। ପରେ ପୋଖରୀ ପାଖରେ ଥିବା ଏକ ତେନ୍ତୁଳି ଗଛରେ ସଂପୂର୍ଣ୍ଣ ଉଲଗ୍ନ ଅବସ୍ଥାରେ ତାଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା। ନାବାଳକ ଜଣକ ମୃତ୍ୟୁ ଏବେବି ରହସ୍ୟଘେରରେ ରହିଛି। ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ଏହା ସ୍ପଷ୍ଟ ହେବ।
ନୂଆଦିଲ୍ଲୀ: ଦେଶରେ ପୁଣି କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ଗତ 24 ଘଣ୍ଟା ମଧ୍ୟରେ 45 ହଜାର 209 ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ 501ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 90 ଲକ୍ଷ 95 ହଜାରକୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁ ସଂଖ୍ୟା 1 ଲକ୍ଷ 33 ହଜାରରେ ପହଞ୍ଚିଛି । ସେହିପରି ଦେଶରେ ସୁସ୍ଥଙ୍କ ସଂଖ୍ୟା 85 ଲକ୍ଷ 21 ହଜାର ଲୋକେ ସୁସ୍ଥ ହୋଇଛନ୍ତି । ସେହିପରି ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଚାରି ଲକ୍ଷ 40 ହଜାରରେ ପହଞ୍ଚିଛି । ଆଇସିଏମ୍ଆରର ସୂଚନା ଅନୁସାରେ ଗତ 21 ତାରିଖ ସୁଦ୍ଧା ଦେଶରେ ମୋଟ୍ 13 କୋଟି 17 ଲକ୍ଷ ନମୁନା ପରୀକ୍ଷଣ ହୋଇଛି।
କନ୍ଦର୍ପ ବେହେରା ରେଢାଖୋଲ : ଆଜି ସକାଳ 7ଟା ସମୟରେ ରେଢାଖୋଲ ଥାନା ଡଇଁଚାରେ ଜଣଷ 8 ବର୍ଷର ସ୍କୁଲ ଛାତ୍ରକୁ ଏକ କେନ୍ଦୁପତ୍ର ବୋଝେଇ ଟ୍ରକ୍ ଧକ୍କା ଦେଇଥିଲା । ଏହାକୁ କେନ୍ଦ୍ର କରି ଗ୍ରାମବାସୀମାନେ ଦେଢଘଣ୍ଟା ଧରି ରାସ୍ତାରୋକ୍ କରିଥିଲେ । ଏହି ଘଟଣା ସମ୍ପର୍କରେ ରେଢାଖୋଲ ପୋଲିସ୍ ଖବର ପାଇ ଘଟଣାସ୍ଥଲକୁ ଯାଇ ଏହାର ସମାଧାନ କରିଥିଲେ । ଗ୍ରାମରେ ହମ୍ପସ୍ ନିର୍ମାଣ ଓ ବାଇପାସ୍ ନିର୍ମାଣ କରିବାକୁ ନେଇ ସ୍ଥାନୀୟ ବାସୀ ଦାବି କରିଥିଲେ । ରେଢାଖୋଲ ଥାନାର ଏସ୍ଆଇ ସୌମ୍ୟରଞ୍ଜନ ମାହାଳିକ ଓ ତ୍ରିବେଣୀ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବାପରେ ଲୋକେ ରାସ୍ତାରୋକରୁ ହଟିଥିଲେ । ତେବେ ଦେଢ ଘଣ୍ଟା ଧରି ରାସ୍ତାରୋକ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ବରେ ଶହଶହ ଗାଡି ଅଟକରହିଥିଲା । ତେବେ ଦୁର୍ଘଟଣାରେ ଆହତ ହୋଇଥିବା ଶିଶୁଟି ସୁସ୍ଥ ଅଛି ।
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ରାମପୁରରୁ ଏକ ଆଶ୍ଚର୍ଯ୍ୟ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ଯୁବକ ଅଧ ରାତ୍ରିରେ ଲୁଚି ଲୁଚି ନିଜ ପ୍ରେମିକାକୁ ଦେଖାକରିବାକୁ ଆସି ପ୍ରେମିକାରର ପରିବାର ହାତରେ ପଡି ନିର୍ଧୁମ ଛେଚା ଖାଇଥିଲେ । ଏପରିକି ତାଙ୍କ ପରିବାର ଲୋକେ ତାଙ୍କୁ ଏକ ବନ୍ଦ କୋଠରୀରେ ରଖିଥିଲେ । ରାତି ସାରା ନିସ୍ତୁକ ମାଡ ମାରିବା ପରେ ସକାଳୁ ସକାଳୁ ଯୁବକଙ୍କୁ ନିଜ ଘରର ଜ୍ବାଇଁ ରୂପେ ସ୍ବୀକାର କରିଥିଲେ ପରିବାର ଲୋକେ । ତେବେ ଯୁବକଙ୍କ ଜଣା ଧରାପଡିବା ପରେ ତାଙ୍କୁ ନିସ୍ତୁକ ମାଡ ମାରି ପୋଲିସ୍ ହାତରେ ଜିମା ଦେବାକୁ ଚାହୁଁଥିବା ଲୋକେ ହଠାତ୍ ଯୁବକକୁ ନିଜ ଜ୍ବାଇଁ ରୂପେ ସ୍ବୀକାର କରିବା କଥାଟା ବେଶ୍ ଆଶ୍ଚର୍ଯ୍ୟ କରିଛି ସମସ୍ତଙ୍କୁ । ମିଳିଥିବା ସୂଚନା ଅନୁସାରେ ଏପରି ଏକ ଅଜବ ଘଟଣା ରାମପୁରର ଅଜୀମନଗର ଥାନା ଅଞ୍ଚଳ ମେହନ୍ଦୀ ନଗରର ସୁମାଲୀ ଗ୍ରାମରୁ ଆସିଛି…
ମୁମ୍ବାଇ : ଅଭିନେତ୍ରୀ ସନା ଖାନ୍ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଗୁଡ୍ବାୟ କରି ସମସ୍ତଙ୍କୁ ଦ୍ବନ୍ଦ୍ବରେ ପକାଇଥିବାବେଳେ ଏବେ ଆଉ ଏକ ନିର୍ଣ୍ଣୟ ନେଇ ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ସନା ଖାନ୍ ଗୁଜୁରାଟର ମୌଲାନା ମୁଫ୍ତି ଅନସ୍ଙ୍କୁ ସହ ବିବାହ କରିଛନ୍ତି ବୋଲି ସୂଚନା ରହିଛି । ସନା ଖାନ୍ଙ୍କ ବିବାହର ଫଟୋ ଓ ଭିଡିଓ ଇଣ୍ଟରନେଟ୍ରେ ଖୁବ୍ ଜୋରରେ ଭାଇରାଲ୍ ହେଉଛି । ଏହି ଭିଡିଓରେ ସନା ଓ ମୁଫ୍ତିଙ୍କୁ ହ୍ବାଇଟ୍ ଆଉଟ୍ଫିଟ୍ରେ ନଜର ଆସିଛନ୍ତି । ଏକ ଭିଡିଓରେ ସନା ଖାନ୍ କେକ୍ କାଟୁଛନ୍ତି । ହ୍ବାଇଟ୍ ବ୍ରାଇଡଲ୍ ଆଉଟଫିଟ୍ରେ ସନା ବେଶ୍ ଆକର୍ଷଣୀୟା ଲାଗୁଛନ୍ତି । https://www.instagram.com/p/CH2WQD8FhHr/?utm_source=ig_embed ସୂଚନାଯୋଗ୍ୟ, ବିବାଦୀୟ ସେଲିବ୍ରିଟି ଶୋ’ ‘ବିଗ୍ବସ୍’ର ରନର୍ସଅପ୍ ରହିଥିବା ସନା ଖାନ୍ ସଲମାନଙ୍କ ଫିଲ୍ମ ‘କିକ୍’ ଜରିଆରେ ବଲିଉଡ୍ ପ୍ରବେଶ କରିଥିଲେ । ତେବେ ହାତଗଣତି କେତୋଟି ଫିଲ୍ମରେ ନଜର ଆସିଥିବା ସନା କିନ୍ତୁ ବଲିଉଡ୍ରେ ସେତେ…

