ପାଟନା: ବିହାରର ମୁଖ୍ୟମନ୍ତ୍ରୀ ଭାବେ ନୀତିଶ୍ କୁମାର ସପ୍ତମ ଥର ପାଇଁ ଶପଥ ଗ୍ରହଣ କରିଛନ୍ତି । ଲଗାତାର ଚତୁର୍ଥ ଥର ପାଇଁ ନୀତିଶ୍ କୁମାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ରାଜ୍ୟପାଳ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ବିହାରରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଉପମୁଖ୍ୟମନ୍ତ୍ରୀ ଭାବେ ରେଣୁ ଦେବୀ ଓ ତାରକିଶୋର ପ୍ରସାଦ ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ଆଜିର ଶପଥଗ୍ରହଣ ସମାରୋହରେ ଜେଡିୟରୁର ବିଜୟ ଚୌଧୁରୀ, ବିଜେନ୍ଦ୍ର ଯାଦବ, ଅଶୋକ ଚୌଧୁରୀ, ମେଓ୍ବାଲାଲ ଚୌଧୁରୀ, ସିଲୀ ମଣ୍ଡଲ୍ ଶପଥ େନଇଥିବାବେଳେ ବିଜେପିରୁ ମଙ୍ଗଲ ପାଣ୍ଡେ, ରାମପ୍ରୀତ୍ ପାସଓ୍ବାନ୍, ନନ୍ଦକିଶୋର ଯାଦବ, ଜୀବେଶ କୁମାର ମିଶ୍ର, ହମ୍ରୁ ସନ୍ତୋଷ ମାନ୍ଝୀ, ଭିଆଇପିରୁ ମୁକେଶ ସହନୀ ପ୍ରମୁଖ ଶପଥ ନେଇଛନ୍ତି । ଶପଥ ଗ୍ରହଣ ସମାରୋହରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, ସୁଶୀଲ୍ ମୋଦିଙ୍କ ସମେତ ବିଜେପି ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ସାମିଲ୍…
Author: Samikhsya Bureau
ବାଲେଶ୍ବର : ତ୍ରିବେଣୀ ଘାଟରେ ବୁଡିଗଲେ ତିନି ଯୁବକ । ମନ୍ଦାରପୁର ପଞ୍ଚାୟତ କାଠସଙ୍ଗଡା ଗାଁ ନିକ ତ୍ରିବେଣୀ ଘାଟରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି। ନୀଳଗିରିରୁ 5 ଜଣ ଯୁବକ ବୁଲିବାକୁ ଆସି ଗାଧୋଇବା ବେଳେ ଏହି ଅଘଟଣ ଘଟିଛି। ଘାଟରୁ ଜଣକର ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ଜଣଙ୍କୁ ଖୋଜାଖୋଜି ଚାଲିଛି । ସେହିପରି ଅନ୍ୟ ଦୁଇ ଯୁବକ ପହଁରି ପହଁରି କୂଳକୁ ପଳାଇ ଆସିଥିବାର ସୂଚନା ରହିଛି । ନିଖୋଜ ଯୁବକଙ୍କୁ ଡଙ୍ଗା ସାହାଯ୍ୟରେ ସ୍ଥାନୀୟ ଲୋକେ ଖୋଜାଖୋଜି କରୁଛନ୍ତି ।
ଭୁବନେଶ୍ୱର : ଓଡ଼ିଆ ଯୁବ ଗବେଷଣାକାରୀ ଡ. ରଞ୍ଜିତ୍ ପାଣିଗ୍ରାହୀ, ଡ. ଆକାଶ କୁମାର ଭୋଇ ଓ ଡ ପ୍ରଦୀପ କୁମାର ମଲ୍ଲିକ ତଥା ତାଙ୍କ ସହଯୋଗୀଙ୍କ ମିଳିତ ଉଦ୍ୟମରେ ଅଷ୍ଟ୍ରେଲୀୟ ଇନୋଭେସନ୍ ପେଟେଣ୍ଟ (ଆଇ.ପି) ଏବଂ ଅନୁଦାନକୁ ସୁରକ୍ଷିତ କରିବାରେ ସଫଳ ହୋଇଛନ୍ତି । ମେସିନ୍ ଲର୍ଣ୍ଣିଂ ଏବଂ ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସର ଗବେଷଣା କ୍ଷେତ୍ରରେ ଏମାନଙ୍କର ଅକ୍ଳାନ୍ତ ଶ୍ରମସାଧନ ପରିଶେଷରେ ସାର୍ଥକ ହୋଇଛି । ମେସିନ୍ ଲର୍ଣ୍ଣିଂ ହେଉଛି କୃତ୍ରିମ ବୁଦ୍ଧିମତ୍ତା ,ଯାହାର ପ୍ରୟୋଗ ଦ୍ୱାରା ସିଷ୍ଟମ୍ ଗୁଡ଼ିକୁ ସ୍ୱୟଂଚାଳିତ ଭାବେ ଶିଖିବା ଏବଂ ଅଭିଜ୍ଞତାରୁ ଉନ୍ନତି ସାଧନ କରିବାର କ୍ଷମତା ପ୍ରଦାନ କରିଥାଏ । ଏହା କମ୍ପ୍ୟୁଟର ପ୍ରୋଗ୍ରାମ୍ ବିକାଶ ଉପରେ ବିଶେଷ ଧ୍ୟାନ ଦେଇଥାଏ । ଇଣ୍ଟରନେଟ୍ ମାଧ୍ୟମରେ ଅନ୍ୟାନ୍ୟ ଉପକରଣ ତଥା ତଥ୍ୟ ସଂଯୋଗ ଓ ଆଦାନ ପ୍ରଦାନ କ୍ଷେତ୍ରରେ ଏହା ପୂର୍ଣ୍ଣ ରୂପେ କାର୍ଯ୍ୟ କରିପାରିବ। ପ୍ରଥମ ଅଷ୍ଟ୍ରେଲୀୟ ଆଇ.ପି, ମେସିନ୍ ଲର୍ଣ୍ଣିଂ…
ମିରଟ, ଦୀପାବଳି କାହା ପାଇଁ କଣ ତାହା ଭିନ୍ନ କଥା। ହେଲେ ଚଳିତ ବର୍ଷ ଦୀପାବଳି କରୋନା ପାଇଁ ପୁରା ଫିକା ପଡିଗଲା। କାରଣ କୋଭିଡ ଭାଇରସ ସଂକ୍ରାମଣ ଭୟରେ ଏହାକୁ ଯେପରି ଆନନ୍ଦର ସହ କରିବା କାଥା ତାହା ହେଲା ନାହିଁ। ଯେଉଁ କରୋନା ପାଇଁ ଦୀପାବଳି ଫିକା ପଡିଲା ସେହି କରୋନା ରୋଗୀ ଧୂମଧାମରେ ପାଳନ କରିଛନ୍ତି ଦୀପାବଳି। ମିରଟର ଆନନ୍ଦ କୋଭିଡ ହସପିଟାଲରେ କରୋନା ରୋଗୀଙ୍କ ପାଇଁ କରାଯାଇଥିଲା ସ୍ବତନ୍ତ୍ର ବ୍ୟବସ୍ଥା। ଦୀପାବଳି ପାଳନ ପାଇଁ ସେଦିନ ସଂଧ୍ୟାରେ ହସପିଟାଲ ଭିତରେ ରଂଗୀନ ଆଲୋକରେ ସଜା ଯାଇଥିଲା। କୋଭିଡ ରୋଗୀମାନେ ପିପିଇ କିଟ ପିନ୍ଧି ସାମୁହିକ ପୂଜା କରିଥିଲେ। ସମସ୍ତେ ହାତରେ ଦୀପ ଧରି ମା ଲକ୍ଷ୍ମୀଙ୍କୁ ପୂଜା କରିଥିଲେ। ଏଥିରେ ହସପିଟାଲ କର୍ମଚାରୀମାନେ ମଧ୍ୟ ସାମିଲ ହୋଇଥିଲେ। ହସପିଟାଲ ତରଫରୁ ଏପରି ପଦକ୍ଷେପକୁ ନେଇ ଚାରିଆଡେ ପ୍ରଶଂସା କରାଯାଇଛି।
କନ୍ଦର୍ପ ବେହେରା ରେଢାଖୋଲ : ରେଢାଖୋଲ ସହରର କୁରୁମଟିକିରାରେ ଅବାଧରେ ବିକ୍ରି ହେଉଥିବା ବାଣକୁ ରେଢାଖୋଲ ପୋଲିସ୍ ଜବତ କରିଥିବା ଖବର ହସ୍ତଗତ ହୋଇଛି । ରେଢାଖୋଲ ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ରେଢାଖୋଲ ଥାନାର କୁରୁମଟିକିରାର ପଦ୍ମନାଭ ମହାପାତ୍ର (୪୫)ନାମକ ବ୍ୟକ୍ତି ତାଙ୍କ ଘରେ ଲକ୍ଷାଧିକ ଟଙ୍କା ମୁଲ୍ୟର ବାଣ କାରବାର କରୁଥିବା ଜାଣିବାକୁ ପାଇଥିଲା । ପୁଲିସ୍ ତାଙ୍କ ବାସ ଭବନରେ ଚଢଉ କରି ବିପୁଳ ପରିମାଣର ବାଣ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣା ପଡିଛିା । ସରକାର କରୋନା କଟକଣା ପାଇଁ ବାଣ ବିକ୍ରିକୁ ସଂପୂର୍ଣ ନିଷିଦ୍ଧ କରିବା ସହ କେହି ବ୍ୟକ୍ତି ବିକ୍ରି କରିପାରିବେ ନାହିଁ ବୋଲି ନିୟମ ପ୍ରଚଳନ କରିଛନ୍ତି । ତଥାପି ବାଣ ବେପାରିମାନେ ଅନାୟାସରେ ସରକାରଙ୍କ ନିୟମକୁ ଫୁ କରି ବାଣ ବେପାର କରୁଛନ୍ତି ପୁଲିସ୍ ଅଜାଣତରେ । ରେଢାଖୋଲ ଥାନା…
ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ : ଗତକାଲି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ବେଲପଡା ଗ୍ରାମ ଏବଂ ରାମପୁର ଛକରେ ଦୁଇ ଜଣ ବ୍ୟକ୍ତିଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏ ନେଇ ବାଲୁଗାଁ ପୋଲିସ ଦୁଇ ଗୋଟି ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଚଳାଇଛି । ସୂଚନା ମୁତାବକ ଗତକାଲି ଅପରାହ୍ନ ୦୪ ଘଟିକା ସମୟରେ ନିମିଖେତା ପଞ୍ଚାୟତ ଅନ୍ତର୍ଗତ ବେଲପଡା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ରମେଶ ଚନ୍ଦ୍ର ସେନାପତି ନିଜ ବିଲକୁ ଧାନ ସ୍ଥିତି ଦେଖିବାକୁ ଯାଇଥିଲେ । ହେଲେ ବିଳମ୍ବିତ ସଂଧ୍ୟା ଯାଏଁ ରମେଶ ଘରକୁ ନ ଫେରିବାରୁ ଘର ଲୋକ ବ୍ୟସ୍ତ ବିବ୍ରତ ହୋଇ ବହୁ ଖୋଜାଖୋଜି କରିବାପରେ ସଂଧ୍ୟା ୦୭ ଘଟିକାରେ ବିଲକୁ ଯାଇ ଦେଖିବାବେଳେକୁ ରମେଶ ମୂର୍ଚ୍ଛା ହୋଇ ତଳେ ପଡ଼ିଥିଲେ । ତୁରନ୍ତ ସମ୍ପର୍କୀୟ ମାନେ ତାଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା…
ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଅହମ୍ମଦ ପଟେଲଙ୍କ ଅବସ୍ଥା ଗୁରୁତର ହୋଇଛି। ସେ କୋଭିଡ୍ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିଲା। ଏହି କାରଣରୁ ତାଙ୍କୁ ମେଦାନ୍ତ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ଅବସ୍ଥା ସ୍ଥିର ରହିଥିବା ପରିବାର ଲୋକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। କରୋନାରେ ଆକ୍ରାନ୍ତ ହୋଇ 71 ବର୍ଷୀୟ ପଟେଲ ଫରିଦାବାଦ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗତ ଶୁକ୍ରବାର ତାଙ୍କୁ ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ରବିବାର ରାତିରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁକୁ ନିଆଯାଇଛି।
ପାଟନା : ବିହାରରେ ପୁଣି ଥରେ ଏନ୍ଡିଏ ସରକାର ଗଠନ କରୁଛି । ନୀତିଶ୍ କୁମାରଙ୍କ ନେତୃତ୍ବରେ ଏନ୍ଡିଏ ସଂଖ୍ୟା ଗରିଷ୍ଠ ହାସଲ କରି ପୁଣି ଥରେ ସରକାର ଗଢୁଛି । ନୀତିଶ୍ ସପ୍ତମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ହେଉଥିବାବେଳେ ଚଳିତ ଥର ନିର୍ବାଚନରେ ବିହାରରେ ବିଜେପିର ସିଂହଭାଗ ରହିଛି । ବରିଷ୍ଠ ନେତା ନନ୍ଦକିଶୋର ଯାଦବଙ୍କୁ ବିହାର ବିଧାନସଭାର ବାଚସ୍ପତି ପଦ ମିଳିପାରେ ବୋଲି ଆଲୋଚନା ହେଉଛି । ବିହାର ବିଜେପିର ଜଣେ ବଡ ନେତା ଭାବେ ଗଣା ଯାଉଥିବା ନନ୍ଦକିଶୋର ସପ୍ତମ ଥର ଲାଗି ପାଟନା ସାହେବ ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି । ଏମିତିକି ପୂର୍ବରୁ ମଧ୍ୟ ସେ ନୀତୀଶ ସରକାରରେ ମନ୍ତ୍ରୀ ଥିଲେ। ଏବେ ବିହାରରେ ଏନ୍ଡିଏ ସରକାର ଗଠନ କରିବାକୁ ଯାଉଥିବା ବେଳେ ଉଭୟ ବିଜେପି ଓ ଜେଡିୟୁ ବାଚସ୍ପତି ପଦ ଉପରେ ନଜର ରଖିଛନ୍ତି । ଚଳିତ ନିର୍ବାଚନରେ ନନ୍ଦକିଶୋର ଯାଦବ…
ଭୁବନେଶ୍ବର, ସୋମବାର 16 ନଭେମ୍ବର କରୋନା ଅପଡେଟକୁ ଯଦି ହିସାବ କରାଯାଏ ତେବେ ଓଡିଶାରେ କରୋନା 1543 ଜଣଙ୍କର ପ୍ରାଣ ନେଇ ସାରିଲାଣି। କହିବାକୁ ଗଲେ ମାତ୍ର ଆଠ ମାସ ମଧ୍ୟରେ କରୋନା ଏପରି ତାଣ୍ଡବ ଲୀଲା ରଚିଲା ଯାହା ଫଲରେ ଦେଢ ହଜାର ପ୍ରାଣ ନାଶ ହେଲାଣି। ବର୍ତ୍ତମାନ ପ୍ରକୋପ କମି ଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟାରେ ସେପରି କୈଣସି ପରିବର୍ତ୍ତନ ଆସି ନାହିଁ। ଏବେବି ପ୍ରତ୍ୟେକ ଦିନ 15 ରୁ ଉର୍ଦ୍ଦ ଲୋକ କରୋନାରେ ମୃତ୍ୟୁବରଣ କରିବାରେ ଲାଗିଛନ୍ତି। ତେବେ ଏହି ମୃତ୍ୟୁକୁ ଯଦି ଜିଲ୍ଲା ସ୍ତରୀୟ ହିସାବ କରାଯାଏ ତେବେ ସର୍ବାଧିକ ମୃତ୍ୟୁ ଖୋର୍ଦ୍ଧା, ଗଂଜାମ ଏବଂ କଟକ ଜିଲ୍ଲାରେ ଘଟିଛି। ରାଜ୍ୟର ମୋଟ 50ରୁ ଉର୍ଦ୍ଧ ମୃତ୍ୟୁ ଆଠଟି ଜିଲ୍ଲାରେ ହୋଇଥିବାର ଜଣାପଡିଛି। ସେଗୁଡିକ ହେଲା ଖୁରୁଧା-268 ଗଂଜାମ-232 କଟକ-124 ସୁନ୍ଦରଗଡ-99 ପୁରୀ-90 ବାଲେଶ୍ବର-79 ମୟୁରଭଂଜ-76 ସମ୍ବଲପୁର-55 ବର୍ତ୍ତମାନ ରାଜ୍ୟରେ ମୋଟ 3 ଲକ୍ଷ 9…
ନୂଆଦିଲ୍ଲୀ: ଆଜି ଜୈନଚାର୍ଯ୍ୟ ଶ୍ରୀ ବିଜୟ ବଲ୍ଲଭ ସୁରିଶ୍ୱର ମହାରାଜଙ୍କ 151ତମ ଜନ୍ମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜସ୍ଥାନର ପାଲି ଜିଲ୍ଲାରେ ‘ଷ୍ଟାଚ୍ୟୁ ଅଫ୍ ପିସ୍’ ଉନ୍ମୋଚନ କରିଛନ୍ତି। ଏହି ମୂର୍ତ୍ତିଟି 27 ଫୁଟ୍ ଉଚ୍ଚର ହୋଇଥିବାବେଳେ ଏହାର ଓଜନ 1300 କିଲୋ ରହିଛି। ଏହି ମୂର୍ତ୍ତିର ନିର୍ମାଣରେ ଅଷ୍ଟଧାତୁର ବ୍ୟବହାର ହୋଇଛି । ‘ଷ୍ଟାଚ୍ୟୁ ଅଫ୍ ପିସ୍’ ବିଶ୍ୱରେ ଶାନ୍ତି, ଅହିଂସା ଏବଂ ସେବାର ପ୍ରେରଣା ଉତ୍ସ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ଅସଗାବତ: ଲୋକମାନଙ୍କର ମୂର୍ତ୍ତି ପ୍ରେମ ଠାରୁ ନେତାମାନଙ୍କ ମୂର୍ତ୍ତି ପ୍ରେମ ଅଧିକ । ମାତ୍ର ନିଜ ପୋଷା କୁକୁରର 50 ଫୁଟ ଉଚ୍ଚର ସୁନା ମୂର୍ତ୍ତି ସ୍ଥାପନ କରିବା ବିଶ୍ୱରେ ପ୍ରଥମ । ତୁର୍କମେନିସ୍ତାନ ରାଷ୍ଟ୍ରପତି ତାଙ୍କ ପ୍ରିୟ କୁକୁରର 50 ଫୁଟର ସୁନା ମୂର୍ତ୍ତିସ୍ଥାପନ କରି ଏବେ ଚର୍ଚ୍ଚାରେ। ତୁର୍କମେନିସ୍ତାନ ରାଜଧାନୀ ଅସଗାବତରେ ଏହି ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି । 2007 ମସିହାରୁ ରାଷ୍ଟ୍ରପତି ଗୁରୁମ୍ବାଗୁଲି ବର୍ଦୁଖୁମଦୋଭ କ୍ଷମତାରେ ଅଛନ୍ତି । ଚାରି ଦିନ ତଳେ ବୁଧବାର ଦିନ ସେ ନିଜର ପ୍ରିୟ ଆଲବିନ ପ୍ରଜାତିର କୁକୁରର 50 ଫୁଟ ଉଚ୍ଚତାର ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି । ଏହି ମୂର୍ତ୍ତି କଂସାରେ ନିର୍ମାଣ କରାଯାଇଛି ଏବଂ ଏହା ଉପରେ 24 କ୍ୟାରେଟ ସୁନାର ଆବରଣ ଦିଆଯାଇଛି । ଗୁରୁମ୍ବାକୁଲି ବର୍ଦୁଖୁମଦୋଭ କୁକୁରକୁ ବେଶ ଭଲ ପାଆନ୍ତି ଏବଂ ଆଲବିନ ପ୍ରଜାତିର କୁକୁର କେବଳ ତୁର୍କମେନିସ୍ତାନରେ ହିଁ ଜନ୍ମ ନେଇଥାଆନ୍ତି। ତୁର୍କମେନିସ୍ତାନର…
କନ୍ଦର୍ପ ବେହେରା ରେଢାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ଚାରମାଳ ପୋଲିସ୍ ଗତ ମଇ ୩୧ ତାରିଖରେ ୩୫ କେଜି ଗଞ୍ଜେଇ ଓ ୨ଟି ବାଇକ ଜବତ କରିଥିବା ଘଟଣା ସେ ସମୟରେ ଗଣ ମାଧ୍ୟମରେ ପ୍ରକାଶ ପାଇଥିଲା । ପ୍ରକାଶ ଥାଉକି ସମ୍ବଲପୁର ଜିଲ୍ଲା ଚାରମାଳ ପୋଲିସ୍ କୌଣସି ସୂତ୍ରରୁ ଖବର ପାଇ ବୌଦ୍ଧରୁ ଗଞ୍ଜେଇ ଧରି ଆସୁଥିବା ଦୁଇଟି ବାଇକକୁ ତେଲିଘଣା ଛକ ନିକଟରେ ୩୧ ମଇ ରେ ସକାଳେ ଧରିବାରେ ସଫଳ ହୋଇଥିଲା । ବେପାରୀମାନେ ମୂଖ୍ୟ ରାସ୍ତାରେ ନ ଆସି ଜଙ୍ଗଲି ରାସ୍ତାରେ ଆସୁଥିବାର ଚାରମାଳ ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ଖବର ମଧ୍ୟ ଆସିଥିଲା । ଗଞ୍ଜେଇ ବେପାରିମାନେ ବାଇକ ନଂ (ଓଡି ୧୫ ଏଫ୍ ୧୦୦୪) ଓ (ଓଆର୍ ୧୪ ଏମ୍ ୦୪୪୭) ରେ ୩୫ କେଜି ଗଞ୍ଜେଇ ଧରି ଆସୁଥିଲେ । ବେପାରୀମାନେ ପୋଲିସ୍ କୁ ଦେଖି ଗଞେଇ ଓ ବାଇକ ଦୁଇଟି…
କନ୍ଦର୍ପ ବେହେରା ରେଢ଼ାଖୋଲ: ଗତକାଲି ରେଢାଖୋଲ ଥାନା ବୁର୍ଡା ପଂଚାୟତ କାଣ୍ଡତୈଲା ଗ୍ରାମରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳରୁ ହାଣକାଟ ହୋଇ ଜଣେ ଗୁରୁତର ହୋଇଥିବା ଖବର ହସ୍ତଗତ ହୋଇଛି । ଖବରରୁ ପ୍ରକାଶ ଯେ ରେଢ଼ାଖୋଲ ଥାନା କାଣ୍ଡ ତୈଲା ଗ୍ରାମର ରଂଜିତ୍ ସୋରେନ୍କୁ ଗ୍ରାମର ଦୁଇଜଣ ବ୍ୟକ୍ତି କୌଣସି ଝଗଡ଼ାରୁ ହାଣି ପକାଇଥିଲୋ ତୁରନ୍ତ ଆହତକୁ ରେଢ଼ାଖୋଲ ଡାକ୍ତରଖାନାକୁ ନିଆଯାଇଥିଲା ଅବସ୍ଥା ସଂକଟାପନ୍ନ ଥିବାରୁ ପରେ ବୁର୍ଲା ମେଡିକାଲକୁ ପଠାଯାଇଛି। ଗତକାଲି ଦିନ ୧୨ଟା ସମୟରେ ହିଁ ଏଇ ଘଟଣା ଘଟିଥିବା ଜଣାପଡ଼ିଛି । ଘଟଣାସ୍ଥଳକୁ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି । ଆସାମୀମାନେ ଫେରାର ଥିବା ଜଣାପଡିଛି।
ଶୀତୁଆ ସକାଳରେ ଟିକିଏ ଖରା ପୁଆଁଉଛି ବିରଳ କିଙ୍ଗଫିସର ପକ୍ଷୀ
ଭୁବନେଶ୍ୱର : ବଦଳିଲେ ମାଲକାନଗିରି ଜିଲ୍ଲାପାଳ । ୱାଇ ବିଜୟ ହେଲେ ମାଲକାନଗିରି ଜିଲ୍ଲାପାଳ । ମାଲକାନଗିରି ଜିଲ୍ଲାପାଳ ଥିବା ମନିଷ ଅଗ୍ରୱାଲଙ୍କୁ ଯୋଜନା ଓ ସଂଯୋଜନା ବିଭାଗର ଉପସଚିବ ଭାବେ ନିଯୁକ୍ତ କରାଯାଇଛି । ଏହି ପଦବୀରେ ୱାଇ ବିଜୟ ଥିଲେ । ମାଲକାନଗିରି ଜିଲ୍ଲାପାଳ ଥିବା ମନୀଷ ଅଗ୍ରୱାଲଙ୍କ ବିରୋଧରେ ତାଙ୍କ ପିଏଙ୍କ ଆତ୍ମହତ୍ୟା ଘଟଣା ନେଇ ପୁଲିସ ଫୌଜଦାରୀ ମାମଲା ରୁଜୁ କରିଛି । ପୁଲିସ ପକ୍ଷରୁ ମାମଲା ହେଲା ପରେ ସରକାର ତାଙ୍କୁ ବଦଳାଇଛନ୍ତି ।
ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ ହାରିବା ପରେ କଂଗ୍ରେସ ଦଳ ଭିତରେ ପୁଣି ଥରେ ଅନ୍ତକନ୍ଦଳ ସାମ୍ନାକୁ ଆସିଛି । ଦଳ ବିରୋଧରେ ପୁଣିଥରେ ମୁହଁ ଖୋଲିଛନ୍ତି କଂଗ୍ରେସ ନେତା କପିଲ ସିବଲ। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା କପିଲ ସିବଲ ଦଳର ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି। କିଛି ଦିନ ପୂର୍ବରୁ ଦଳର ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇ ଆମୂଳଚୂଳ ପରିବର୍ତ୍ତନ ପାଇଁ ସୋନିଆଙ୍କୁ ଚିଠି ଲେଖିଥିଲେ। କପିଲ ସିବଲ କହିଛନ୍ତି ଯେ ବିହାର ପ୍ରଦର୍ଶନ ଏବଂ ବିଭିନ୍ନ ରାଜ୍ୟର ଉପ ନିର୍ବାଚନରେ ଏଯାବତ ପରାଜୟର କାରଣ କଣ କଂଗ୍ରେସର ଶୀର୍ଷ ନେତୃତ୍ୱଙ୍କ ଦ୍ୱାରା ଦିଆଯାଇନାହିଁ। କେବଳ ବିହାରରେ ନୁହେଁ, ଦେଶର ଯେଉଁଠି ନିର୍ବାଚନ କିମ୍ୱା ଉପ-ନିର୍ବାଚନ ହେଉଛି ସେଠି କଂଗ୍ରେସକୁ ଆଉ ପ୍ରଭାବଶାଳୀ ବିକଳ୍ପ ଭାବେ ଲୋକମାନେ ଗ୍ରହଣ କରୁ ନାହାନ୍ତି ବୋଲି କହିଛନ୍ତି ସିବଲ୍ । ଆମକୁ କଂଗ୍ରେସର ଦୁର୍ବଳତା ଜଣା ଅଛି…
ରାୟପୁର: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କୁ ସର୍ବସାଧାରଣରେ ଚାବୁକ ମାଡ଼ ହୋଇଛି । ଦୁର୍ଗ ଜିଲ୍ଲାର ଯାଞ୍ଜଗିରିରେ ଆୟୋଜିତ ଗୌରୀଗୌର ପୂଜା ଉତ୍ସବରେ ମୁଖ୍ୟମନ୍ତ୍ରୀ ବଘେଲ ଯୋଗ ଦେଇଥିବା ବେଳେ ତାଙ୍କୁ ଚାବୁକ ମାଡ଼ ହୋଇଥିଲା । ଚାବୁକ ମାଡ଼ର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ତେବେ ଏହି ଚାବୁକ ମାଡ଼ ଅପରାଧ ପାଇଁ ନୁହେଁ ବରଂ ରାଜ୍ୟ ଓ ରାଜ୍ୟବାସୀଙ୍କ ମଙ୍ଗଳ କାମନା କରି ମୁଖ୍ୟମନ୍ତ୍ରୀ ଏହି ଚାବୁକ ମାଡ଼ ଖାଇଛନ୍ତି । ପରମ୍ପରା ଅନୁଯାୟୀ ରବିବାର ଗୌର-ଗୌରୀ ପୂଜା ଉତ୍ସବରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିଥିଲେ । ମନ୍ଦିରର ପରମ୍ପରା ଅନୁଯାୟୀ ଚାବୁକ ପ୍ରହାରର ବ୍ୟବସ୍ଥା ରହିଛି । ପରମ୍ପରା ଅନୁଯାୟର ପୂଜକ ବୀରେନ୍ଦ୍ର ଠାକୁର ମୁଖ୍ୟମନ୍ତ୍ରୀଙ୍କ ଡାହାଣ ହାତକୁ ଚାବୁକରେ ପ୍ରହାର କରିଥିଲେ । ଦୀପାବଳୀ ଅବସରରେ ସମ୍ଭାବ୍ୟ ଅନିଷ୍ଠକୁ ଦୂର କରିବା ଲାଗି ଗୌରୀ…
ସୀତାରାମ ଅଗ୍ରଓ୍ବାଲ ବାଣପୁର : ଗତକାଲି ରାତିରେ ବାଣପୁର ପୋଲିସ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ଚାରି ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ପଇସା, ମୋବାଇଲ ଏବଂ ବାଇକ ଜବତ କରିଛି l ମିଳିଥିବା ସୂଚନା ମୁତାବକ ଗତକାଲି ରାତି ୮ ଘଟିକାରେ ପୂର୍ବ ସୂଚନା ଅନୁଯାୟୀ ବାଣପୁର ଆଇ.ଆଇ.ସି ସଞ୍ଜୟ ପଟ୍ଟନାୟକ ଙ୍କ ତତ୍ୱାବଧାନ ରେ ଏସ.ଆଇ ବିଜୟ ମଲ୍ଲିକ,ପ୍ରସନ୍ନ ଜେନା ଏବଂ ରାଜକିଶୋର ବେହେରା ମିଳିତ ଭାବେ ପଲଟନ ପଡିଆ ଟିକିରାଇ ମନ୍ଦିର ସମ୍ମୁଖରେ ଥିବା ବିଲ ମଧ୍ୟରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରିଥିଲେ l ଚଢ଼ାଉ ସମୟରେ ପୋଲିସ ଚାରି ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ୫୮୦୦ ନଗଦ ଟଙ୍କା, ଗୋଟେ ବାଇକ, ୩ ଗୋଟି ମୋବାଇଲ ଏବଂ ତାସ ପାଲି ଜବତ କରିଛି l ସମସ୍ତ ଅଭିଯୁକ୍ତଙ୍କୁ ବାଣପୁର ପୋଲିସ କେସ ନମ୍ବର ୩୫୪/୨୦ ରେ ମାମଲା…
ଭୁବନେଶ୍ବର: ରାଜ୍ୟରେ ଆଉ 16 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 1543କୁ ବୃଦ୍ଧି ହୋଇଛି। ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ 5 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ବରଗଡ଼ ଜିଲ୍ଲାରୁ ୩ ଜଣ ଆକ୍ରାନ୍ତଙ୍କା ମୃତ୍ୟୁ ହୋଇଛି । ସେହିପରି ଝାରସୁଗୁଡାରୁ 2, ଦେବଗଡ, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ, ପୁରୀ, ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।
ଭୁବନେଶ୍ବର: ରାଜ୍ୟରେ ଆଜି ୭୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୪୩୭ ଜଣ ଚିହ୍ନଟ ହୋଇଥିବାବେଳେ ୩୧୨ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୯ହଜାର ୪୦୮କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୯୭ ହଜାର ୮୬୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୯ ହଜାର ୯୫୦ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୫୨୭ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୯ଟି ଜିଲ୍ଲାରୁ ମୋଟ୍ ୭୪୯ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୮୮ ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରୁ…
ଲଣ୍ଡନ : ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ପୁଣି ଥରେ ନିଜକୁ ଆଇସୋଲେଟ କରି ନେଇଛନ୍ତି । ନିକଟରେ ସେ ଜଣେ କରୋନା ପଜିଟିଭ ସାଂସଦଙ୍କ ସଂସ୍ପର୍ଶରେ ଆସିଥିବା ଜାଣିବା ପରେ ସେ ଆଇସୋଲେଶନରେ ରହିଛନ୍ତି । ଏବେ ପର୍ଯ୍ୟନ୍ତ ତାଙ୍କଠାରେ କିନ୍ତୁ କରୋନାର କୌଣସି ଲକ୍ଷଣ ଦେଖାଯାଇ ନାହିଁ । ଗତ ଏପ୍ରିଲ ମାସରେ ଜନସନ କରୋନାରେ ପୀଡ଼ିତ ହୋଇ ସେଣ୍ଟ ଥମାସ ହସ୍ପିଟାଲରେ ତିନି ରାତି ରହିବା ପରେ ସୁସ୍ଥ ହୋଇ ଫେରିଥିଲେ । ମିଳିଥିବା ସୂଚନା ଅନୁସାରେ ସାଂସଦ ଲି ଆଣ୍ଡରସନ୍ ଏବେ କରୋନାରେ ସଂକ୍ରମିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଜନସନ୍ ନିକଟରେ 35 ମିନିଟ୍ ପର୍ଯ୍ୟନ୍ତ ସାଂସଦଙ୍କ ସହ ବୈଠକ କରିଥିଲେ । ଏହି ବୈଠକରେ ଆଣ୍ଡରସନ୍ ମଧ୍ୟ ସାମିଲ୍ ରହିଥିଲେ । ଏହା ଜାଣିବା ପରେ ତାଙ୍କୁ ଆଇସୋଲେଶନରେ ରହିବାକୁ ପରାମର୍ଶ ଦିଆଯାଇଥିଲା । ଏବେ ସେ 10 ଦିନ ଆଇସୋଲେଶନରେ ରହିବା ନେଇ…

