ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଗ୍ରାଫ ଦିନକୁ ଦିନ ତଳୁଆ ହେବାରେ ଲାଗିଛି । ବିଗତ ଚାରି ମାସ ମଧ୍ୟରେ କରୋନା ସଂକ୍ରମଣ ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ବିଗତ 24 ଘଣ୍ଟା ମଧ୍ୟରେ ଦେଶରେ 30 ହଜାର 548 ନୂ୍ତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହାକି ବିଗତ ଚାରି ମାସ ମଧ୍ୟରେ ସର୍ବନିମ୍ନ । ଶେଷ ଥର ପାଇଁ ଜୁଲାଇ 29 ତାରିଖରେ ଦୈନିକ ସଂକ୍ରମଣ 30 ହଜାର ତଳକୁ ରହିଥିଲା । ନୂତନ 30 ହଜାର 845ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 88 ଲକ୍ଷ 45 ହଜାର 127ରେ ପହଞ୍ଚିଛି । ଏହା ସହିତ ବିଗତ 24 ଘଣ୍ଟା ମଧ୍ୟରେ ମୃତ୍ୟୁ ସଂଖ୍ୟା ମଧ୍ୟ 435କୁ ହ୍ରାସ ପାଇଛି । 435ନୂତନ ମୃତ୍ୟୁ ସହିତ ଦେଶରେ ସମୁଦାୟ ମୃତ୍ୟୁ ସଂଖ୍ୟା 1 ଲକ୍ଷ 30 ହଜାର 70ରେ ପହଞ୍ଚିଛି । ଏହା ସହିତ…
Author: Samikhsya Bureau
ନୂଆଦିଲ୍ଲୀ, ବିହାରରେ ଦୀର୍ଘ ବର୍ଷ ଧରି ନୀତିଶ କୁମାର ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ ଉପ ମୁଖ୍ୟମନ୍ତ୍ରୀ ଭାବେ ଯୋଡି ବେଶ ଜମିଥିଲା। ଏପରି କି ଏଥର ସୁଶୀଲ ମୋଦୀଙ୍କ ନେତୃତ୍ୟରେ ବିହାରରେ ବିଜେପି ମଧ୍ୟ ବେଶ ସଫଳତା ହାସଲ କଲା। ହେଲେ କଣ ଏମିତି ହେଲା ଯେ ସୁଶୀଲଙ୍କୁ ବିଜେପି ହାତଛଡା କରିଦେଲା ? ତାଙ୍କୁ ବିଜେପି ବିଧାୟକ ଦଳ ନେତା ହିସାବରେ ମନୋନିତ ନ କରି ନୂଆ ଚେହେରାଙ୍କୁ ଆଗକୁ ଆଣିଲା ? ବିଜେପି ବିଧାୟକଦଳ ବୈଠକ ନିଷ୍ପତି ଅନୁସାରେ ବର୍ତ୍ତମାନ ତାରକେଶ୍ବର ପ୍ରସାଦଙ୍କୁ ଦଳର ନେତା ଏବଂ ରେଣୁଦେବୀଙ୍କୁ ଉପନେତା ଭାବେ ମନୋନିତ କରଗଲା। ଏହାକୁ ନେଇ ବର୍ତ୍ତମାନ ବିହାର ନୁହେଁ ସାରା ଦେଶର ରାଜନୀତିରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୁଶୀଲ ମୋଦୀ ମଧ୍ୟ ନୀତିଶ କୁମାରଙ୍କ ବେଶ ପସନ୍ଦ ଯୋଗ୍ୟ ନେତା ଥିଲେ। ଉଭୟ ବିହାର ସରକାରଙ୍କୁ ସୁରୁଖୁରରେ ଚଳାଇବାରେ ସମର୍ଥ ମଧ୍ୟ ଥିଲେ। 2005…
ପାଟନା, ଆଜି ବିହାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ନୀତିଶ କୁମାର । ଅପରାହ୍ଣ 4ଟା 30 ମିନଟରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ରାଜ୍ୟପାଳ ଫଗୁ ଚୋହ୍ୱାନ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ। ଲଗାତାର ଚତୁର୍ଥ ଥର ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ନୀତିଶଙ୍କ ସହ ତାଙ୍କର ମନ୍ତ୍ରିମଣ୍ଡଳର ୧୬ ଜଣ ସଦସ୍ୟ ବି ଶପଥ ନେବା ବୋଲି ଜଣାପଡିଛି। ଭିଆଇପି ଓ ହାମ ଦଳରୁ ଜଣେ ଲେଖାଏଁ ସଦସ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ। ଏଥର ବିହାରରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ଗତକାଲି ତାରକିଶୋକ ପ୍ରସାଦ ବିଜେପି ବିଧାୟକ ଦଳ ନେତା ଓ ରେଣୁ ଦେବୀ ବିଜେପି ଉପନେତା ନିର୍ବାଚିତ ହୋଇଥିଲେ । ଏହି ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ହେବା ନେଇ ସମ୍ଭାବନା ସୃଷ୍ଟି ହୋଇଛି।
ମେଷ ଆଜି ଆପଣ ଦୀର୍ଘ ମାସ ପରେ ଜଣେ ପରିଚିତଙ୍କୁ ଭେଟିବେ। ଆପଣଙ୍କ କାର୍ଯ୍ୟାଳୟରେ ବିବାଦ ହୋଇପାରେ। ଆପଣ କୋଣସି ଅସୁବିଧା ପରିସ୍ଥିତିର ସାମ୍ନା କରିପାରନ୍ତି। ଗାଡି ଚଳାଇବା ସମୟରେ ସତର୍କ ରୁହନ୍ତୁ। ଆଘାତ ହେବାର ସମ୍ଭାବନା ଅଛି। କହିବା ସମୟରେ ସାବଧାନ ରୁହନ୍ତୁ। ଅତିରଂଜିତ ଶବ୍ଦ ବ୍ୟବହାର କରନ୍ତୁ ନାହିଁ। ସ୍ୱାସ୍ଥ୍ୟ ଭଲ ରହିବ ବୃଷ ଆଜି ପାରିବାରିକ ଦାୟିତ୍ୱ ତୁଲାଇବାରେ ବ୍ୟସ୍ତ ରହିବେ। କିଛି ଘରୋଇ ଜିନିଷ ସଂଗ୍ରହ କରିପାରିବେ। ଅସୁବିଧାରୁ ମୁକ୍ତି ମିଳିବ। ଆପଣଙ୍କ ସାଥୀଙ୍କ ସହିତ ସ୍ନେହ ରହିବ। ଅନ୍ୟ କାହାକୁ ତାଙ୍କର ଶ୍ରେୟ ନେବାକୁ ଦିଅନ୍ତୁ ନାହିଁ। କୈଣସି ବିବାଦର ଅଂଶ ହୁଅନ୍ତୁ ନାହିଁ। ବରିଷ୍ଠମାନଙ୍କ ସ୍ନେହ ମିଳିବ। ଅର୍ଥ ଉପର୍ଜନ ହେବାର ସମ୍ଭାବନା ଅଛି। ପିଲାମାନଙ୍କଠାରୁ ଭଲ ଖବର ଆସିବ। ମିଥୁନ ଏହି ଦିନରେ ଆପଣ ଏକ ନୂତନ ଉତ୍ସାହ ଦେଖିବେ। ଆପଣ ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ଆଗକୁ ଆସିବେ। ସ୍ୱାସ୍ଥ୍ୟ ପ୍ରତି…
ଭୁବନେଶ୍ବର, ଭାରତର ଅନେକ ଲୋକ ଏକ କପ୍ ଚା ସହିତ ଦିନ ଆରମ୍ଭ କରନ୍ତି। ଆମେ ସକାଳେ ଏକ କପ୍ ଚା ସହିତ ସମ୍ପୂର୍ଣ୍ଣ ସତେଜ ଅନୁଭବ କରୁ। କିନ୍ତୁ ଯଦି ଆମେ ଏହି ଚା’ରେ ସାମାନ୍ୟ ପରିବର୍ତ୍ତନ ଆଣିବା, ତେବେ ଏହା ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇପାରିବ। ଚା ’କେବଳ ସାଧାରଣ ଚା’ ଭାବରେ ବ୍ୟବହାର କରିବା ପରିବର୍ତ୍ତେ ଲେମ୍ବୁ ଚା’ ବ୍ୟବହାର କରାଯାଇପାରିବା। ଲେମ୍ବୁ ଚା ’ସ୍ୱାଦରେ ଭଲ ହେବା ସହିତ ଶରୀରକୁ ବହୁତ ଲାଭ ଦେଇଥାଏ। ଲେମ୍ବୁ ଚା ଅଧିକ ପରିମାଣରେ ପଲିଫେନୋଲ ଏବଂ ଭିଟାମିନ୍ ସି ମିଳିଥାଏ। ଯେଉଁ କାରଣରୁ ଲେମ୍ବୁ ଚା ମଧ୍ୟ ଶରୀରରେ କର୍କଟ କୋଷ ଗଠନକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଏ। ଯାହା ଦ୍ବାରା ଲେମ୍ବୁ ଚା ପିଇବା ଦ୍ୱାରା କର୍କଟ ରୋଗକୁ ମଧ୍ୟ ଏଡାଯାଇପାରିବ। ଲେମ୍ବୁ ଶରୀରରେ ଥିବା ବିଷାକ୍ତ ପଦାର୍ଥରୁ ମୁକ୍ତି ପାଇବାରେ ମଧ୍ୟ ବହୁତ…
ୱାସିଂଟନ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ବାଚନରେ ହାରିଛନ୍ତି ବୋଲି ରବିବାର ଦିନ ସ୍ବୀକାର କରିଛନ୍ତି। ହେଲେ ସେ କହିଛନ୍ତି ଯେ ଡେମୋକ୍ରାଟିକ ଦଳର ଜୋ ବିଡନେ ଭୋଟ ଜାଲିୟାତି କରି ଜିତିଛନ୍ତି। ତାଙ୍କର ଜିତିବା ଆମେରିକା ବାସୀଙ୍କ ପାଇଁ ଏକ ଧକ୍କା ବୋଲି ଟ୍ରମ୍ପ କହିଛନ୍ତି। ଏହାକୁ ନେଇ ଆମେରିକା ରାଜନୀତିରେ ଜୋରଦାର ଚର୍ଚ୍ଚା ଚାଲିଛି। ନିର୍ବାଚନ ଫଳାଫଳ ଆସିବା ପରେ ଟ୍ରମ୍ପଙ୍କ ସମର୍ଥକମାନେ ଆମେରିକାରେ ଏକ ବଡ ରାଲି କରିଥିଲେ। ଏହି ରାଲିରେ ତାଙ୍କ ସମର୍ଥକମାନେ ବିଡେନଙ୍କୁ ଦୋଷାରୋପ କରିଥିଲେ। ଜୋ ବିଡେନଙ୍କୁ ଚୋରୀ କରିବା ପରିତ୍ୟାଗ କରନ୍ତୁ ବୋଲି ସ୍ଲୋଗାନ ଦେଇଥିଲେ। ତେବେ ଏହି ରାଲିକୁ ନିଜେ ରାଷ୍ଟ୍ରପତି ଅନୁମତି ପ୍ରଦାନ କରିବାକୁ ନେଇ ଡେମୋକ୍ରାଟିକ ଦଳ ସମାଲୋଚନା କରିଛି। ଆମେରିକାର ନିର୍ବାଚନ ଫଳାଫଳ ଗତ ଶୁକ୍ରବାର ଦିନ ଘୋଷଣା କରାଯାଇଥିଲା। ଏଥିରେ ଡେମୋକ୍ରାଟିକ ପ୍ରାର୍ଥି ଜୋ ବିଡେନ 306 ଭୋଟ ପାଇଥିବା ବେଳେ ଡୋନାଲ୍ଡ ଟ୍ରମ୍ପ…
ପାଟନା, ରବିବାରରେ ହୋଇଥିବା ମହାମେଣ୍ଟର ବୈଠକରେ ଆରଜେଡି ନେତା କଂଗ୍ରେସ ଦଳ ଉପରେ ଖୁବ ବର୍ଷିଛନ୍ତି। ଆରଜେଡିର ବରିଷ୍ଠ ନେତା ଶିବାନନ୍ଦ ତିୱାରୀ ବୈଠକରେ ମହାମେଣ୍ଟ ହାରିବାରେ କଂଗ୍ରେସ ଦାୟୀ ବୋଲି ରୋକଠୋକ କହିଛନ୍ତି। ବୈଠକରେ ସେ କହିଲେ ଯେ, ବର୍ତ୍ତମାନ ମହାମେଣ୍ଟ ପାଇଁ କଂଗ୍ରେସ ଗୋଟିଏ ବୋଝ ହୋଇ ରହିଲା। କଂଗ୍ରେସକୁ 70ଟି ଆସନରେ ପ୍ରାର୍ଥୀ ଦେବା ପାଇଁ ନିଷ୍ପତି ହେଲା। ହେଲେ ଦଳ 70ଟି ରାଲି ମଧ୍ୟ କଲା ନାହିଁ। ଫଳରେ କଂଗ୍ରେସ ବିପର୍ଯ୍ୟୟର ସମ୍ମୁଖୀନ ହେଲା। ଆଉ ମହାମେଣ୍ଟ ପରାଜୟ ବରଣ କଲା। ବିହାର ନିର୍ବାଚନରେ କଂଗ୍ରେସ ତରଫରୁ ରାହୁଳ ଗାନ୍ଧୀ ମାତ୍ର ତିନି ଥର ପ୍ରଚାରକୁ ଆସିଲେ। ସେହିପରି ପ୍ରିୟଙ୍କା ଗାନ୍ଧୀ ଗୋଟିଏ ଦିନ ମଧ୍ୟ ପ୍ରଚାରକୁ ଆସିଲେ ନାହିଁ। କଂଗ୍ରେସ ଦଳ ଯେଉଁମାନଙ୍କୁ ପ୍ରଚାର ପାଇଁ ପଠାଇଲା ସେମାନଙ୍କୁ ଲୋକ ଜାଣନ୍ତି ନାହିଁ। ଦଳ ବିହାର ନିର୍ବାଚନକୁ ଯେପରି ଗୁରୁତ୍ବ ଦେବା କଥା ତାହା…
ଭୁବନେଶ୍ବର, ଟ୍ରାଫିକ୍ (ପଣ୍ୟ) ପରିବହନ, ଲେଖା ଏବଂ ଆର୍ଥିକ ପରିଚାଳନା ଏବଂ ବିକ୍ରୟ ପରିଚାଳନା ପାଇଁ ମଧ୍ୟ ପୂର୍ବତଟ ରେଳପଥ ରାଷ୍ଟ୍ରୀୟ ରେଳବାଇ ପୁରସ୍କାର ବିତରଣ ଉତ୍ସବ ରେ ପୁରସ୍କୃତ ହେବ। ଭାରତୀୟ ରେଳବାଇର ସମସ୍ତ ଜୋନ୍ ମଧ୍ୟରେ ସମସ୍ତ ପ୍ରକାର କାର୍ଯ୍ୟ ସମ୍ପାଦନ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପୂର୍ବ ତଟ ରେଳପଥ 2019-20 ଆର୍ଥିକ ବର୍ଷ ପାଇଁ ସମ୍ମାନଜନକ ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ତ ଶ୍ରେଷ୍ଠ ଜୋନାଲ ରେଲୱେ ସିଲ୍ଡ -2020 ଗ୍ରହଣ କରିବ। ଯେକୌଣସି ଜୋନାଲ ରେଳବାଇ ପାଇଁ ଏହା ଅତ୍ୟନ୍ତ ସମ୍ମାନଜନକ ଏବଂ ପୂର୍ବ ତଟ ରେଳବାଇ ତୃତୀୟ ଥର ପାଇଁ ଏହି ସମ୍ମାନରେ ସମ୍ମାନିତ ହେବାପାଇଁ ହକଦାର ହୋଇଛି। ଏହାପୂର୍ବରୁ, ପୂର୍ବ ତଟ ରେଳପଥ 2008-09 ଏବଂ 2015-16 ରେ ଅଲ ରାଉଣ୍ଡ ପ୍ରଦର୍ଶନ ପାଇଁ ସମ୍ମାନଜନକ ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ତ ଶ୍ରେଷ୍ଠ ଜୋନାଲ ରେଲୱେ ସିଲ୍ଡ ଗ୍ରହଣ କରିଥିଲା। ସ୍ୱାଧୀନତା ସଂଗ୍ରାମୀ…
ଅଗରତାଲା/ସିଲଚର: ତ୍ରିପୁରାର ଦୁଇ ଭଉଣୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ୬ ଜଣ ଗିରଫ ହୋଇଛନ୍ତି। ଆଜି ଆସାମର କରିମଗଞ୍ଜ ଜିଲ୍ଲାରୁ ୬ଜଣ ଅଭିଯୁକ୍ତଙ୍କୁ ଆସାମ ପୋଲିସ ଗିରଫ କରିଛି। କରିମଗଞ୍ଜ ପୋଲିସ ମହାନିର୍ଦ୍ଦେଶକ ମୟଙ୍କ କୁମାର କହିଛନ୍ତି ଯେ, ଶନିବାର ରାତିରେ ଜଣେ କାର ଡ୍ରାଇଭର ତ୍ରିପୁରାର ଦୁଇଭଉଣୀଙ୍କୁ ଦକ୍ଷିଣ ଆସାମକୁ ଲାଗିଥିବା ଉତ୍ତର ତ୍ରିପୁରାକୁ ନେଇ ଯାଇଥିଲେ। ପରେ ଗାଡିର ଡ୍ରାଇଭର ତାଙ୍କ ଅନ୍ୟ ପାଞ୍ଚ ଜଣ ସହଯୋଗୀଙ୍କ ସହିତ ନୀଲମ ବଜାରର ଏକ ନିର୍ମାଣାଧୀନ ବିଲ୍ଡିଂରେ ଗଣ ଦୁଷ୍କର୍ମ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ଉଭୟ ଭଉଣୀ ସିଲଚର ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ଆସିଥିଲେ। ସେଠାରେ ସେମାନଙ୍କ ମା’ କର୍କଟ ରୋଗରେ ପୀଡିତ ଥିବାରୁ ଚିକିତ୍ସାଧୀନ ହେଉଥିଲେ। ମା’ ଙ୍କୁ ଭେଟି ଉତ୍ତର ତ୍ରିପୁରାରେ ନିଜ ଘରକୁ ଫେରୁଥିବାବେଳେ ଏପରି ଏକ ଅଭାବନୀୟ ଘଟଣା ଘଟିଥିଲା। (ଏଜେନ୍ସି)
ଭୁବନେଶ୍ବର: ଆଜି ରାଜ୍ୟରୁ ୧ ହଜାର ୩୪୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୨୬୪ ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡରୁ ୧୨୬, କଟକରୁ ୧୧୦, ଅନୁଗୁଳରୁ ୬୫, ବଲାଙ୍ଗିରିରୁ ୬୫, ପୁରୀରୁ ୬୩, ଜଗତସିଂହପୁରରୁ ୫୯, କେନ୍ଦ୍ରାପଡାରୁ ୫୪, ନୂଆପଡାରୁ ୫୨, ବାରଗଡରୁ ୪୯, କେନ୍ଦୁଝରରୁ ୪୫, ସମ୍ବଲପୁରରୁ ୩୮, ମୟୂରଭଞ୍ଜରୁ ୩୫, ବାଲେଶ୍ବରରୁ ୩୪, ଯାଜପୁରରୁ ୩୪, କଳାହାଣ୍ଡିରୁ ୩୪, ନୟାଗଡରୁ ୩୧, ଭଦ୍ରକରୁ ୨୮, ଢେଙ୍କାନାଳରୁ ୧୬, କୋରାପୁଟରୁ ୧୬, ଝାରସୁଗୁଡାରୁ ୧୫, ମାଲକାନଗିରିରୁ ୧୫, ନବରଙ୍ଗପୁରରୁ ୧୫, ଗଞ୍ଜାମରୁ ୧୪, ସୋନପୁରରୁ ୧୧, କନ୍ଧମାଳରୁ ୯, ଗଜପତିରୁ ୬, ଦେବଗଡରୁ ୪, ରାୟଗଡ଼ାରୁ ୬, ବୌଦ୍ଧରୁ ୩ ଏବଂ ଷ୍ଟେଟ ପୁଲରୁ ୩୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ…
ଚେନ୍ନାଇ: ଆଜି ତାମିଲନାଡୁର ତିରୁବନ୍ନାମାଲାଇ ଜିଲ୍ଲାରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହେବା ପରେ କାନ୍ଥ ଭୁଷୁଡି ଦୁଇ ମହିଳା ଏବଂ ଜଣେ ଆଠ ବର୍ଷର ବାଳକଙ୍କର ମୃତ୍ୟୁ ଘଟିଥିବା ବେଳେ ଚାରି ଜଣ ଆହତ ହୋଇଛନ୍ତି। ପୋଲିସର ସୂଚନାନୁସାରେ, ମୁକ୍ତାବାଇ ନାମକ ଜନୈକ ମହିଳାଙ୍କ ଘରେ ସିଲିଣ୍ଡରରୁ ଗ୍ୟାସ ଲିକ୍ ହେଉଥିଲା। କିନ୍ତୁ ଲିକେଜକୁ ଅନୁଭବ ନକରି ସେ ଚୁହ୍ଲାରେ ନିଆଁ ସଂଯୋଗ କରିଦେଇଥିଲେ। ଫଳରେ ସିଲିଣ୍ଡରରେ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣର ପ୍ରଭାବ ଏତେ ଭୟଙ୍କର ଥିଲା ଯେ, ଘରର ଦୁଇଟି କାନ୍ଥ ଭୁଷୁଡି ପଡିଥିଲା। ଗୋଟିଏ କାନ୍ଥ ଜାନକିରାମ ଏବଂ ତାଙ୍କ ପରିବାର ଉପରେ ପଡିଥିବା ବେଳେ ଆଉ ଗୋଟିଏ କାନ୍ଥ ପଡ଼ୋଶୀ ଉପରେ ପଡିଥିଲା। ପୋଲିସର ସୂଚନାନୁସାରେ, ଜାନକୀରାମଙ୍କ ପତ୍ନୀ କାମାକ୍ଷୀ, ପୁଅ ହେମନ୍ତ ଏବଂ ମୁକ୍ତାବାଇର ଅନ୍ୟ ପଡ଼ୋଶୀ ଚନ୍ଦ୍ରମାଲଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ଜାନକିରାମ ଆହତ ଓ ତାଙ୍କ ପୁଅ ସୁରେଶ ଆହତ…
ମୁମ୍ବାଇ, ସାରା ଭାରତରେ ପ୍ରସିଦ୍ଧି ଲାଭ କରିଥିବା ମୁମ୍ବାଇର ସିଦ୍ଧି ବିନାୟକ ମନ୍ଦିର ଆସନ୍ତାକାଲି ଖୋଲିବ। ଏନେଇ ମନ୍ଦିର କର୍ତ୍ତୁପକ୍ଷ ଘୋଷଣା କରିଛନ୍ତି। କରୋନା ପାଇଁ ଏହି ମନ୍ଦିର ସହିତ ମହାରାଷ୍ଟ୍ରର ସମସ୍ତ ମନ୍ଦିର ବନ୍ଦ ରଖାଯାଇଥିଲା। ହେଲେ ରାଜ୍ୟ ସରକାର ସୋମବାରଠାରୁ ମନ୍ଦିର ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହି ଅନୁସାରେ ସିଦ୍ଧି ବିନାୟକ ମନ୍ଦିର ତରଫରୁ ପ୍ରସ୍ତୁତି କରାଯାଇଛି। କାରଣ ଏହି ମନ୍ଦିରକୁ ଦର୍ଶନ କରିବା ପାଇଁ ଭାରତର ବିଭିନ୍ନ ସ୍ଥାନରୁ ପ୍ରାୟ ହଜାର ହଜାର ଭକ୍ତ ଆସିଥାନ୍ତି। ତେବେ ରାଜ୍ୟର ସମସ୍ତ ମନ୍ଦିର ଖୋଲିବା ପାଇଁ ମହାରାଷ୍ଟ୍ର ସରକାର ଘୋଷଣା କରିବା ସହିତ କେତକ କଟକଣା ମଧ୍ୟ ଜାରୀ କରିଛନ୍ତି। ସେଗୁଡିକ ହେଲା ମନ୍ଦିର ଭିତରେ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ, ଶାରୀରିକ ଦୂରତା ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏତେ ଦିନ ପରେ ମନ୍ଦିର ଖୋଲୁଥିବାରୁ ସେଠାରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି।…
ପାଟନା, ଆଜି ବିହାରରେ ଏନଡିଏ ବୈଠକ ସରିବା ପରେ ଆସିଛି ଏକ ଚାଞ୍ଚଲ୍ୟକର ତଥ୍ୟ। ଏହି ତଥ୍ୟ ବର୍ତ୍ତମାନ ରାଜ୍ୟ ରାଜନୀତିକୁ ହଲଚଲ କରିଦେଇଛି। ଏହି ବୈଠକରେ ନୀତିଶଙ୍କୁ ବିଧାୟକ ଦଳର ନେତା ଭାବେ ମନୋନିତ କରିବା ପୂର୍ବରୁ ସେ ଏକ ଅନୁରୋଧ କରିଥିଲେ। ତାହା ହେଲା କି ସେ ଏଥର ମୁଖ୍ୟମନ୍ତ୍ରୀ ଭାବ ଶପଥ ନେବାକୁ ଚାହୁଁ ନାହିଁନ୍ତି। ଏ କଥା କହିବା ପରେ ବୈଠକରେ ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ। ନୀତିଶ କହିଥିଲେ ଯେ ଏହି ନିର୍ବାଚନରେ ଆମର ମେଣ୍ଟ ମଧ୍ୟରେ ବିଜେପି ସର୍ବାଧିକ ଭୋଟ ପାଇଛି। ଜେଡିୟୁ ଦ୍ବୀତିୟ ଦଳ ଭାବେ ରହିଛି। ତେଣୁ ନିୟମ ଅନୁସାରେ ଏଥର ସର୍ବାଧିକ ଭୋଟ ପାଇଥିବା ବିଜେପି ତରଫରୁ କେହି ଜଣେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ। ହଠାତ ନୀତିଶଙ୍କର ଏପରି ଭାଷଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ହେଲେ ସମସ୍ତେ କହିଥିଲେ ଯେ, ନିର୍ବାଚନ ପୂର୍ବରୁ ଆପଣଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ ବୋଲି ଘୋଷଣା କରାଯାଇଥିଲା।…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୫୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ ୫୭ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୧୧ ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୪୬ ଜଣ ଲୋକାଲ କଣ୍ଟାକ୍ଟ କେସ୍ ବୋଲି ବିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛି। ସେହିପରି ଆଜି ୭୫ ଜଣ ସୁସ୍ଥ ହୋଇଛନ୍ତି। ନୂତନ ୫୭ ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାର ୧୨୭ ରେ ପହଞ୍ଚିଛି। ସେହିପରି ଏବେ ସୁଦ୍ଧା ୨୯ ହଜାର ୨୨୦ ଜଣ ସୁସ୍ଥ ହୋଇଥିବାବେଳେ ୧୯୬ ଜଣଙ୍କର ମୃତ୍ୟୁ ହୋଇଛି। ଭୁବନେଶ୍ବର ମହାନଗରରେ ଏବେବି ୬୯୦ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।
ପାଟନା, ବିହାରରେ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ କୁମାର। ଆଜି ଏ ନେଇ ରାଜ୍ୟପାଳଙ୍କୁ ନୀତିଶ ଅବଗତ କରାଇଛନ୍ତି। ସେହି ଅନୁସାରେ ନୀତିଶ ଆସନ୍ତାକାଲି ଅପରାହ୍ନ 4 ଟା 30 ମିନିଟ ରେ ଶପଥ ନେବେ ବୋଲି ରାଜ୍ୟପାଳଙ୍କୁ କହିଛନ୍ତି। ସେହି ଅନୁସାରେ ସରକାରଙ୍କ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ଏନଡିଏର ଏକ ବୈଠକରେ ନୀତିଶ କୁମାରଙ୍କୁ ଦଳର ନେତା ଭାବେ ଘୋଷଣା କରାଯାଇଥିଲା। ଏହାପରେ ରାଜ୍ୟପାଳ ନୀତିଶଙ୍କୁ ସରକାର ଗଠନ କରିବା ପାଇଁ ନିମନ୍ତ୍ରଣ କରିଥିଲେ। ସେହି ଅନୁସାରେ ନୀତିଶ ରାଜ୍ୟପାଳଙ୍କୁ ସାକ୍ଷାତ କରି ସୋମବାର ଅପରାହ୍ନ 4 ଟା 30ରେ ଶପଥ ନେବେ ବୋଲି ଜଣାଇଛନ୍ତି।
ନୂଆଦିଲ୍ଲୀ, ସାବଧାନ ବଜାରକୁ ଆସିପାରେ ନକଲି କରୋନା ଟୀକା। ରାତାରାତି ଧନି ହେବାର ସ୍ବପ୍ନ ଦେଖୁଥିବା କିଛି ନକଲି କଂପାନୀ ଏ ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସେଥିପାଇଁ ସାରା ବିଶ୍ବକୁ ବିଶେଷଜ୍ଞମାନେ ସତର୍କ କରାଇଛନ୍ତି। ବ୍ରିଟେନ କ୍ରାଇମ ଏଜନ୍ସି ଏକ ବିଜ୍ଞପ୍ତି ମାଧ୍ୟମରେ ଏହି ଖବର ପ୍ରଦାନ କରିଛି। ବର୍ତ୍ତମାନ ଏହି ନକଲି ଟୀକା ମହାମାରିଠାରୁ ଆହୁରି ଭୟଙ୍କର ହୋଇପଡିବ ବୋଲି ଅନୁମାନ କରାଯାଉଛି। ସେଥିପାଇଁ ବ୍ରିଟେନ ଅଧିକାରୀମାନେ ଏହାକୁ ରୋକିବା ପାଇଁ ଏବେଠାରୁ ପ୍ରସ୍ତୁତି କରି ସାରିଲେଣି। କାରଣ ବର୍ତ୍ତମାନ ଲୋକମାନଙ୍କର ଏହି ଟୀକା ବହୁତ ଆବଶ୍ୟକତା ରହିଥିବାରୁ ତାହାର ଫାଇଦା ନେବା ପାଇଁ ବହୁ ନକଲି କଂପାନୀ ପ୍ରୟାସ ଚଳାଇଛନ୍ତି। ଖୁବ ଶିଘ୍ର ବିଭିନ୍ନ ସ୍ଥାନ ଚଢାଉ କରାଯିବ ବୋଲି ବ୍ରିଟେନ ଅଧିକାରୀମାନେ କହିଛନ୍ତି। କରୋନା ଭାଇରସ ଆସିବା ପରେ ଏହି ପ୍ରକାରର ଅପରାଧୀ ବଜାରରେ ନକଲି ପିପିଇ କିଟ୍ ବିକ୍ରୀ କରୁଥିଲେ। ହେଲେ ବିଭିନ୍ନ ସମୟରେ…
କୋଲକାତା, ଶେଷରେ ଶେଷ ନିସ୍ବାସ ତ୍ୟାଗ କଲେ ବଙ୍ଗଳାର ପ୍ରଖ୍ୟାତ ଅଭିନେତା ସୌମିତ୍ର ଚାଟାର୍ଜୀ। ସେ ଗୁରୁତର ଭାବେ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। ଡାକ୍ତରଙ୍କ ସମସ୍ତ ଚେଷ୍ଠା ସତ୍ବେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥାରେ କୌଣସି ପରିବର୍ତ୍ତନ ଆସି ନ ଥିଲା। ସୌମିତ୍ର କରୋନା ଭାଇରସ ସଂକ୍ରାମିତ ହେବା ପରଠାରୁ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଧିରେ ଧିରେ ଗୁରୁତର ହୋଇପଡିଥିଲା। 85 ବର୍ଷିୟ ସୌମିତ୍ର ବଂଗଳା ଚଳଚିତ୍ରର ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ବ। ସେ ସତ୍ୟଜିତ ରାୟ୍, ମୃଣାଳ ସେନ ପରି ବ୍ୟକ୍ତିତ୍ବଙ୍କ ସହିତ କାମ କରିଛନ୍ତି। 1912 ମସିହାରେ ଚଳଚିତ୍ର କ୍ଷେତ୍ରରେ ଭାରତର ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲକେ ପୁରସ୍କାରରେ ତାଙ୍କୁ ସମ୍ମାନିତ କରାଯାଇଛି।
ପାଟନା: ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ନିତୀଶ କୁମାର ହେବେ। ଏନଡିଏ ବୈଠକରେ ନିତୀଶ କୁମାରଙ୍କ ନାଁ ରେ ମୋହର ଲାଗିଲା। ଏନଡିଏ ନେତା ଭାବେ ନିତୀଶ କୁମାର ନିର୍ବାଚିତ ହୋଇଛନ୍ତି। ଏନେଇ ପର୍ଯ୍ଯବେକ୍ଷକ ରାଜନାଥ ସିଂହ ଘୋଷଣା କରିଥିବା ସୂଚନା ରହିଛି। ସପ୍ତମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ହେବେ ନିତୀଶ। କିଛି ସମୟ ପରେ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି କରିପାରନ୍ତି। ହେଲେ ଉପ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ସ୍ପଷ୍ଟ ହୋଇନି।
କାନପୁର: ଉତ୍ତରପ୍ରଦେଶର କାନପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ୬ ବର୍ଷୀୟ ଝିଅର ମୃତ ଦେହ ଉଦ୍ଧାର କରାଯାଇଛି। ହେଲେ ସେହି ଝିଅଟିର ମୃତ ଦେହରୁ ଫୁସଫୁସ ନଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଉଲ୍ଲେଖ ଯୋଗ୍ୟ ଯେ, ଗତକାଲି ରାତିରେ ଝିଅଟି କିଛି ବାଣ କିଣିବା ପାଇଁ ଦୋକାନକୁ ଯାଇଥିଲା। ଫେରିବାରେ ବିଳମ୍ବ ହେବାରୁ ଘର ଲୋକ ବହୁତ ଖୋଜା ଖୋଜି କରିଥିଲେ। ପରେ ଝିଅଟିର ମୃତଦେହ କାଳୀ ମନ୍ଦିର ନିକଟ ବୁଦା ଭିତରୁ ମିଳିଥିଲା। ଏନେଇ ଝିଅର ବାପା ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି। ତେବେ ଝିଅଟି କିଛି ବଣୁଆ ଜନ୍ତୁ ଦ୍ୱାରା ଶିକାର ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି। ଏସପି (ଗ୍ରାମୀଣ) ବ୍ରିଜେଶ ଶ୍ରୀବାସ୍ତବ କହିଛନ୍ତି ଯେ ଶିଶୁର ମୃତଦେହ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ଏବଂ ଏହି ଘଟଣା ଉପରେ ସବୁ ଦିଗରୁ ଘଟଣାର ତଦନ୍ତ କରାଯାଉଛି।…
ନୂଆଦିଲ୍ଲୀ, ଗତକାଲି ଥିଲା ଦୀପାବଳି। ଏହି ସମୟରେ ଲୋକମାନେ ଦୀପଜାଳି ବାଣ ଫୁଟାଇ ଏହାକୁ ପାଳନ କରିଥାନ୍ତି। ତେବେ ଏଥର କରୋନା ପାଇଁ ବାଣ ଫୁଟାଇବା ବାରଣ କରାଯାଇଛି। କେତେକ ରାଜ୍ୟ ସୀମିତ ସମୟ ମଧ୍ୟରେ ବାଣ ଫୁଟାଇବା ପାଇଁ ଅନୁମତି ପ୍ରଦାନ କରିଥିଲେ। ହେଲେ ଗତବର୍ଷ ପରି ଏଥର ଦୀପାବଳି ଫିକା ପଡିଯାଇଥିଲେ ମଧ୍ୟ ଦୁର୍ଘଟଣା ସଂଖ୍ୟା ହ୍ରାସ ପାଇ ନାହିଁ। ଗତକାଲି ଗୋଟିଏ ଦିନରେ ଦିଲ୍ଲୀ ଅଗ୍ନିଶମ କେନ୍ଦ୍ରକୁ ଆସିଛି 205 ଫୋନ କଲ। ଏଥିରେ କେବଳ ସଂଧ୍ୟା 6 ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଆସିଥିବା କଲ ସଂଖ୍ୟା ହେଉଛି 129। ଏହି ଫୋନକଲ ଗୁଡିକ କେବଳ ନିଆଁ ଦୁର୍ଘଟଣା ବାବଦରେ ଥିଲା। ଗତ ବର୍ଷ ଏହି ଦୀପାବଳିରେ ଦିଲ୍ଲୀ ଫାୟାର ବିଗ୍ରେଡିୟରଙ୍କୁ 245ଟି ଫୋନ କଲ ମିଳିଥିଲା। ଏଥର ବାଣ କଟକଣା ପାଇଁ ଏହା ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା। ହେଲେ 205ଟି କଲ…
ନୂଆଦିଲ୍ଲୀ, ଗତକାଲି ପାକିସ୍ଥାନରେ ମଧ୍ୟ ବେଶ୍ ଧୂମଧାମରେ ପାଳନ ହୋଇଛି ଦୀପାବଳି ଉତ୍ସବ। ପାକିସ୍ଥାନରେ ଥିବା ହିନ୍ଦୁମାନେ ଏହି ଉତ୍ସବକୁ କରୋନା କଟକଣା ମଧ୍ୟରେ ପାଳନ କରିଛନ୍ତି। ସଂଧ୍ୟାରେ ସେମାନେ ସେଠାରେ ଥିବା ମନ୍ଦିରରେ ଆଲୋକ ମାଳା ଏବଂ ଦୀପ ଲଗାଇ ପୂଜା କରିଥିଲେ। ଏହି ପରିପ୍ରେକ୍ଷୀରେ ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଶୁଭେଚ୍ଛା ବାର୍ତ୍ତା ମଧ୍ୟ ଦେଇଛନ୍ତି। ସେ ତାଙ୍କ ଟୁଇଟିରେ ଲେଖିଛନ୍ତି ଯେ, ପ୍ରତିଟି ହିନ୍ଦୁଙ୍କୁ ଆଜିର ଦୀପାବଳି ଉପଲକ୍ଷେ ଶୁଭେଚ୍ଛା ଜଣାଉଛି।

