ଡୋକଲାମ ସୀମାରୁ 9 କିମି ଦୂରରେ ଗ୍ରାମ ନିର୍ମାଣ କରୁଛି ଚୀନ୍‌ !

Published: Nov 20, 2020, 12:48 pm IST

ନୂଆଦିଲ୍ଲୀ : ଭାରତ-ଚାଇନା ସୀମା ବିବାଦକୁ ନେଇ ପୁଣିଥରେ ଉତ୍ତେଜନା ପରିସ୍ଥିତି ଉପୁଜି ପାରେ ବୋଲି ଆଣଙ୍କା କରାଯାଉଛି। ତେବେ ଭାରତ ଏବଂ ଚୀନ ମଧ୍ୟରେ ସୀମା ବିବାଦ ଆଦୌ ନୂଆ ଜିନିଷ ନୁହେଁ । 1962 ମସିହାରୁ ଆରମ୍ଭ ହୋଇଥିବା ଏହି ସୀମା ବିବାଦ ଏବେ ଏକ ନୂତନ ସ୍ତରରେ ପହଞ୍ଚିଛି । ଲଦାଖରେ ଘଟିଥିବା ସଂଘର୍ଷ କାରଣରୁ ଉଭୟ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ଜାରି ରହିଥିବା ବେଳେ ଆଉ ଏକ ଚକିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି ।

ମିଳିଥିବା ନୂତନ ସୂଚନା ଅନୁଯାୟୀ ଚୀନ ସୀମାରେ ନିଜର ଶକ୍ତି ବଢାଇବାର ସମ୍ପୂର୍ଣ୍ଣ ପ୍ରୟାସ ଜାରି ରଖିଛି । ଡୋକଲାମ , ଯେଉଁଠାରେ 2017 ମସିହାରେ ଉଭୟ ରାଷ୍ଟ୍ର ମଧ୍ୟରେ ମୁହାଁମୁହିଁ ପରସ୍ଥିତି ଉପୁଜିଥିଲା ସେଠାରୁ ମାତ୍ର 9 କିମି ଦୂରରେ ଚୀନ ଏକ ଗାଁ ନିର୍ମାଣ କରିଛି । ଏହି ନୂତନ ଗାଁର ନାମ ପାଙ୍ଗଡା ରହିଥିବା ବେଳେଏହା ଭୂଟାନ ସୀମାର2 କିମି ଭିତରକୁ ରହିଛି ।

ଚୀନର ଏକ ଘରୋଇ ଗଣମାଧ୍ୟମ ଚ୍ୟାନେଲ ସିଜିଟିଏନ ଟିଭିର ପ୍ରଯୋଜକ ସେନ ସିୱେଇଙ୍କ ଟ୍ୱିଟ ପରେ ଏହି ଘଟଣା ସାମ୍ନାକୁ ଆସିଥିଲା । ସିୱେଇ ଏହି ଘଟଣାକୁ ନେଇ କିଛି ଫଟୋ ମଧ୍ୟ ଜାରି କରିଥିଲେ ତେବେ ପରବର୍ତ୍ତୀ ସମୟରେ ସେ ନିଜର ଟ୍ୱିଟ ଡିଲିଟ କରି ଦେଇଥିଲେ ଉଲ୍ଲେଖଯୋଗ୍ୟ ଯେ, ଚୀନ ସେନା ଭୂଟାନରେ ଗ୍ରାମ ସ୍ଥାପନ କରିବା ଚିନ୍ତାର ବିଷୟ, କାରଣ ଭୂଟାନର ସୀମା ସୁରକ୍ଷା ଭାରତୀୟ ଯବାନଙ୍କ ଉପରେ ନ୍ୟସ୍ତ ।

Related posts