ରମେଶ ମହାନ୍ତି ଜଗତସିଂହପୁର: ବୃଦ୍ଧାଙ୍କୁ କରାୟତ କରି ଜମିବିକ୍ରି କରାଇ ଅର୍ଥ ହଡ଼ପ କରିବାକୁ ଯୋଜନା କରାଯାଉଥିବା ନେଇ ଅଭିଯୋଗ ହୋଇଛି। ଖବର ପାଇ ବୃଦ୍ଧାଙ୍କ ବୋହୂ ତାଙ୍କ କବଳରୁ ଶାଶୂଙ୍କୁ ଘରକୁ ଆଣିବାକୁ ଚେଷ୍ଟା କରୁଥିବା ବେଳେ ବୋହୂକୁ ବନ୍ଧୁକ ଦେଖାଇ ଆକ୍ରମଣ କରାଯାଇଥିବା ନେଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୋହୂ ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି। ଏଭଳି ଏକ ଘଟଣା ତିର୍ତ୍ତୋଲ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ସୂଚନାନୁଯାୟୀ, ତିର୍ତ୍ତୋଲ ଥାନା ଅନ୍ତର୍ଗତ ତରଜଙ୍ଗା ପଞ୍ଚାୟତ ସ୍ଥିତ ତେରତାଙ୍ଗ ଗ୍ରାମର ରୋଜାଲିନ ବେହେରାଙ୍କ ଶାଶୂ କେଲୁଣି ବେହେରାଙ୍କର କୌଣସି ସନ୍ତାନ ସନ୍ତତି ନଥିବାରୁ ସେ ରୋଜାଲିନ ବେହେରାଙ୍କ ସ୍ୱାମିଙ୍କୁ ପୋଷ୍ୟପୁତ୍ର ଭାବେ ଗ୍ରହଣ କରିଥିଲେ। ଏନେଇ ଏକ ଦଲିଲ୍ ମଧ୍ୟ କରାଯାଇଥିଲା। ଶଶୂରଙ୍କ ମୃତ୍ୟୁ ପରେ ଶାଶୂ ପୁଅ ବୋହୂଙ୍କ ପାଖରେ ରହି ଆସୁଥିଲେ। ପରେ ଖଣ୍ଡାସାହି ଗ୍ରାମର ମହେଶ୍ୱର ସାହୁ ନାମକ ବ୍ୟକ୍ତି ରୋଜାଲିନିଙ୍କ ଶାଶୂକୁ କରାୟତ…
Author: Samikhsya Bureau
ନାଗପୁର, ଦୀପାବଳିର ଦ୍ୱିତୀୟ ଦିନରେ ଅନ୍ନକୁଟ ଏବଂ ଗୋବର୍ଦ୍ଧନ ପୂଜା କରାଯାଏ। ମୂଳତଃ ଏହା ପ୍ରକୃତି ଉପାସନା, ଯାହା ଶ୍ରୀକୃଷ୍ଣଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ଏହି ଦିନ ଗିରିଗୋବର୍ଦ୍ଧନ ପର୍ବତକୁ ପ୍ରକୃତିର ଆଧାର ଭାବରେ ପୂଜା କରାଯାଏ ଏବଂ ଗାଈଙ୍କୁ ମଧ୍ୟ ସମାଜର ଆଧାର ଭାବରେ ପୂଜା କରାଯାଏ। ଏହି ପୂଜା ବ୍ରଜରୁ ଆରମ୍ଭ ହୋଇଥିଲା ଏବଂ ଧୀରେ ଧୀରେ ସମଗ୍ର ଭାରତରେ ବ୍ୟାପିଗଲା। ଆଜି ହେଉଛି ସେହି ଅନ୍ନକୁଟ ଏବଂ ଗୋବର୍ଦ୍ଧନ ପୂଜା। ଅନ୍ନକୁଟ ପୂଜା କଣ ଏବଂ କିପରି କରାଯାଏ ? ବେଦ ଅନୁଯାୟୀ, ବରୁଣ, ଇନ୍ଦ୍ର, ଅଗ୍ନି ଦେବଙ୍କୁ ଏହି ଦିନ ପୂଜା କରାଯାଏ। ଏଥିସହିତ ଗାଈମାନଙ୍କୁ ମଧ୍ୟ ପୂଜା କରାଯାଏ। ସେମାନଙ୍କୁ ଆଳତି କରାଯାଇ ଫଳ ଏବଂ ମିଠା ଖାଇବାକୁ ଦିଆଯାଏ। ଗୋବର୍ଦ୍ଧନ ପର୍ବତର ଏକ ପ୍ରତିକୃତି ଗାଈ ଗୋବରରୁ ତିଆରି କରାଯାଇଥାଏ। ଏହା ପରେ ତାଙ୍କୁ ଫୁଲ, ଧୂପ, ଦୀପ, ନଡ଼ିଆ ସହିତ ପୂଜା…
ଭୁବନେଶ୍ବର: ଆସନ୍ତା ନଭେମ୍ବର ୧୮ ତାରିଖରେ ବିଧାନସଭାରେ ସର୍ବାଦଳୀୟ ବୈଠକ ହେବାକୁ ଯାଉଛି। ଆସନ୍ତା ଅଧିବେଶନରେ କିପରି ସୁରୁଖୁରୁରେ ଚାଲିବ ତାହା ନେଇ ଆଲୋଚନା ହେବ। ଏହା ସହିତ ପ୍ରଶ୍ନକାଳ ରହିବ କି ନାହିଁ ସେହି ସମ୍ପର୍କରେ ଆଲୋଚନା ହେବ। ତେବେ ଗତ ଅଧିବେଶନ ଭଳି ଏହି ଅଧିବେଶନ ଚାଲିବ। ଦୈନିକ ଦୁଇଟି ପର୍ଯ୍ଯାୟରେ ଏହି ଅଧିବେଶନର ଗୃହ କାର୍ଯ୍ୟ ଚାଲିବ।
ପାଟନା: ଆଜି ବିହାରରେ ଏନଡିଏ ବିଧାୟକ ଦଳର ବୈଠକ ମଧ୍ୟାହ୍ନ ୧୨.୩୦ରୁ ଆରମ୍ଭ ହେବ। ଏନଡିଏରେ ସାମିଲ ଥିବା ବିଜେପି, ଜେଡିୟୁ, ବିକାଶଶୀଳ ଇନସାନ ପାର୍ଟି ଓ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚାର ନବନିର୍ବାଚିତ ବିଧାୟକମାନେ ଏହି ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ନୀତିଶ କୁମାର ଆଜି ଏନଡିଏର ବିଧାୟକ ଦଳ ନେତା ହୋଇପାରନ୍ତି। ନିର୍ବାଚନରେ ଜେଡିୟୁ ନିରାଶାଜନକ ପ୍ରଦର୍ଶନ କରିଥିଲେ ସୁଦ୍ଧା ଏନଡିଏର ପ୍ରାକ୍ ନିର୍ବାଚନୀ ଘୋଷଣା ଅନୁଯାୟୀ ନୀତିଶ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଗାଦିସୀନ ହେବାକୁ ଯାଉଛନ୍ତି। ଜେଡିୟୁ ତୁଳନାରେ ବିଜେପିକୁ ବହୁ ଅଧିକ ଆସନ ମିଳିଥିବାବେଳେ ନୀତିଶଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ କରାଇବା ପ୍ରସଙ୍ଗକୁ ବିଜେପିର କେତେକ ନେତା ନାପସନ୍ଦ କରୁଥିଲେ ସୁଦ୍ଧା ଦଳ ତାହାର ପୂର୍ବ ପ୍ରତିଶ୍ରୁତିକୁ ପାଳନ କରିବ ବୋଲି ଦୃଢ ଆଶ୍ୱାସନା ଦେଇଛି। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ମେଣ୍ଟର ସଫଳତା ପାଇଁ ନୀତିଶକୁ ପ୍ରଶଂସା କରିବା…
ଭୁବନେଶ୍ବର: ରାଜ୍ୟରେ ଆଉ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୫୨୭କୁ ବୃଦ୍ଧି ହୋଇଛି। ଆଜି ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରୁ ୪ ଜଣ ଲେଖାଏଁ, ବରଗଡ଼ ଓ ସମ୍ବଲପୁର ଜିଲ୍ଲାରୁ ୩ ଜଣ ଲେଖାଏଁ, ବୌଦ୍ଧ, ଢ଼େଙ୍କାନାଳ ଏବଂ କଳାହାଣ୍ଡି ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।
କୋଲକାତା, ବଙ୍ଗଳାର ପ୍ରଖ୍ୟାତ ଅଭିନେତା ସୌମିତ୍ର ଚାଟାର୍ଜୀଙ୍କ ଅବସ୍ଥା ଗୁରୁତର ହୋଇପଡିଛି। ତାଙ୍କର ସ୍ବାସ୍ଥ୍ୟ ଖରପା ହେବାରୁ ସେ ଏକ ଘରୋଇ ହସପିଟାଲରେ ଦୀର୍ଘଦିନ ଧରି ଚିକିତ୍ସିତ ହେଉଛନ୍ତି। ଡାକ୍ତରଙ୍କ କହିବା ଅନୁସାରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥାରେ କୌଣସି ପରିବର୍ତ୍ତନ ଆସୁନାହିଁ। ବଂର ଖରାପ ଆଡକୁ ଗତି କରୁଛି। କେଉଁ ମୂହୁର୍ତ୍ତରେ କଣ ହେବ ଏବେ କିଛି କହି ହେବ ନାହିଁ ବୋଲି ଡାକ୍ତରମାନେ କହିଛନ୍ତି। ସୌମିତ୍ର କରୋନା ଭାଇରସ ସଂକ୍ରାମିତ ହେବା ପରଠାରୁ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥାରେ ପରିବର୍ତ୍ତନ ଆସୁ ନାହିଁ। 85 ବର୍ଷିୟ ସୌମିତ୍ର ବଂଗଳା ଚଳଚିତ୍ରର ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ବ। ସେ ସତ୍ୟଜିତ ରାୟ୍, ମୃଣାଳ ସେନ ପରି ବ୍ୟକ୍ତିତ୍ବଙ୍କ ସହିତ କାମ କରିଛନ୍ତି। 1912 ମସିହାରେ ତାଙ୍କର ଚଳଚିତ୍ର କ୍ଷେତ୍ରରେ ଭାରତର ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଛି।
ଭୁବନେଶ୍ବର: ରାଜ୍ୟରେ ଆଜି ୭୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୪୩୪ ଜଣ ଚିହ୍ନଟ ହୋଇଥିବାବେଳେ ୩୧୯ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୮ ହଜାର ୬୫୯କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୯୬ ହଜାର ୫୧୬ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୦ ହଜାର ୫୬୩ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୫୧୦ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍ ୭୫୩ ଜଣ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡରୁ ସର୍ବାଧିକ ୭୫ ଜଣ ଚିହ୍ନଟ ହୋଇଥିବାବେଳେ…
ୱାଶିଂଟନ: ଆମେରିକା ନିର୍ବାଚନର ଫଳାଫଳକୁ ନେଇ ଟ୍ରମ୍ଫ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ରାଜଧାନୀ ୱାଶିଂଟନ: ଡିସିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ସମର୍ଥନରେ ରାଲି ହେଉଛି। ଡୋନାଲ୍ଡ ଟ୍ରମ୍ଫଙ୍କ ହଜାର ହଜାର ସମର୍ଥକଙ୍କ ମଧ୍ୟରେ ନିର୍ବାଚନ ଫଳାଫଳକୁ ନେଇ ବିକ୍ଷୋଭ ଆରମ୍ଭ ହୋଇଯାଇଛ। ସମର୍ଥକ ମାନେ ପ୍ଲାକାର୍ଡ ଧରି ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ରାଲି ଚାଲିଥିବା ସମୟରେ ହିଂସା ହେଉଥିବା ସୂଚନା ମିଳୁଛି। ସମର୍ଥକ ଓ ବିରୋଧୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଖବର ମିଳିଛି। (ଏଜେନ୍ସି)
ନୂଆଦିଲ୍ଲୀ: ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୧ ହଜାର ୧୦୦ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୪୭ ଜଣଙ୍କର ମୃତ୍ୟୁ ଘଟିଛି। ୪୧ ହଜାର ୧୦୦ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୮୮ ଲକ୍ଷ ୧୪ ହଜାର ୫୭୯ ରେ ପହଞ୍ଚିଛି। ସେହିପରି ୨୪ ଘଣ୍ଟା ମଧ୍ୟରେ ୫୨୦ ଜଣଙ୍କର ମୃତ୍ୟୁ ଘଟିବା ସହିତ ସମୁଦାୟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୯ ହଜାର ୬୩୫ ରେ ପହଞ୍ଚିଛି। ତେବେ ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୮୨ ଲକ୍ଷ ୫ ହଜାର ୭୨୮ରେ ପହଞ୍ଚିଛି। ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୭୯ ହଜାର ୨୧୬ ରେ ପହଞ୍ଚିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦେଇଛି।
ନାଗପୁର, ହିନ୍ଦୁ ଧର୍ମରେ ଶଙ୍ଖକୁ ପବିତ୍ର ବିବେଚନା କରାଯାଏ। ସମୁଦ୍ର ମନ୍ଥନ ସମୟରେ ଏହି ଶଙ୍ଖଟି ଉତ୍ପନ୍ନ ହୋଇଥିଲା। ଆମ ପୂଜାପାଠରେ ଶଙ୍ଖ ରଖିବା ଏବଂ ଏହାକୁ ନିୟମିତ ବଜାଇବା ଉଚିତ୍। ମଙ୍ଗଳ ଏବଂ ଧାର୍ମିକ କାର୍ଯ୍ୟରେ ଶଙ୍ଖ ଶଦ୍ଦ ଶୁଭ ବୋଲି ବିବେଚନା କରାଯାଏ। ଶଙ୍ଖ ହେଉଛନ୍ତି ମାତା ଲକ୍ଷ୍ମୀଙ୍କ ଭାଇ। ବିଷ୍ଣୁ ପୁରାଣଙ୍କ ଅନୁଯାୟୀ, ମାତା ଲକ୍ଷ୍ମୀଙ୍କ ଭାଇ ଶଙ୍ଖ ଅଟନ୍ତି। ବୈଜ୍ଞାନିକ ତଥ୍ୟ ଅନୁଯାୟୀ, ଏହାକୁ ବଜାଇବା ଦ୍ୱାରା ବ୍ୟକ୍ତିର ହୃଦୟ ମାଂସପେଶୀ ଦୃଢ ହୁଏ, ସ୍ମୃତି ଶକ୍ତି ବୃଦ୍ଧି ପାଏ ଏବଂ ଆପଣ ଅନେକ ଶ୍ବାସକ୍ରିୟା ରୋଗରୁ ମୁକ୍ତି ପାଆନ୍ତି। ସାଧାରଣତଃ ତିନୋଟି ପ୍ରକାରର ଶଙ୍ଖ ଅଛି। ବାମାବର୍ତ୍ତି, ଦକ୍ଷିଣାବର୍ତ୍ତି ଓ ମଧ୍ୟବର୍ତ୍ତୀ। ବାମାବର୍ତ୍ତି ଶଙ୍ଖ ଭଗବାନ ବିଷ୍ଣୁଙ୍କ ପ୍ରତୀକ ଭାବରେ ବିବେଚନା କରାଯାଏ ଏବଂ ଦକ୍ଷିଣାବର୍ତ୍ତି ଶଙ୍ଖ ହେଉଛି ମାତା ଲକ୍ଷ୍ମୀଙ୍କ ପ୍ରତୀକ। ଘରେ ଶଙ୍ଖ ରଖିବାର ଶୁଭ ଦିନ ଯଦି ଆପଣ ଘରେ…
ଅଭିନେତ୍ରୀ ଦିୟା ମିର୍ଜା ନିଜ ବାସଭବନରେ ଦୀପ ଲଗାଇ ପାଳନ କରୁଛନ୍ତି ଆଲୋକର ପର୍ବ ଦୀପାବଳି
ନୂଆଦିଲ୍ଲୀ, ଦୀପାବଳିରେ ସୁରକ୍ଷା ବାହିନୀଙ୍କ ପାଇଁ ଦୀପଟିଏ ଜାଳିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆହ୍ବାନ ଅନୁସାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଏହାକୁ ପାଳନ କରୁଛନ୍ତି।
ପାଟନା, ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଥିବା ନୀତିଶ କୁମାର ଆଜି ସଂଧ୍ୟାରେ ଦୀପ ଲଗାଇ ପାଳନ କରିଛନ୍ତି ବିଜୟ ଦୀପାବଳି
କୋଲକାତା, ଆଜି ଦୀପାବଳିରେ କୋଲକାତାର ଏକ ବସ୍ତି ହୁ ହୁ ହୋଇ ଜଳିବାରେ ଲାଗିଛି। କୋଲକାତାର ନୂଆ ଟାଉନର ନିବେଦିତା ପଲ୍ଲୀ ବସ୍ତିରେ ଏହି ନିଆ ଲାଗିଛି। ନିଆଁର ବେଗ ଏତେ ପ୍ରବଳ ହୋଇଛି ଯେ ପାଖରେ ଛିଡା ହେବା ସମ୍ଭବ ହେଉ ନାହିଁ। ତେବେ ଖବର ପାଇ ବର୍ତ୍ତମାନ ସେଠାରେ ପାଞ୍ଚୋଟି ଦମକଳ ନିଆଁ ଲିଭା କାମରେ ଲାଗିଛନ୍ତି। ହେଲେ ଏ ପର୍ଯ୍ୟନ୍ତ ନିଆଁ ଆୟତକୁ କରାଯାଇ ପାରି ନାହିଁ।
ନୂଆଦିଲ୍ଲୀ, ସେନାବାହିନୀ ଯବାନଙ୍କ ସହିତ ଦୀପାବଳି ପାଳନ କରିବାର ପରମ୍ପରାକୁ ବଜାୟ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟ ସୀମାର ଲୋଙ୍ଗେୱାଲା ପୋଷ୍ଟରେ ଯବାନଙ୍କ ସହିତ ଆଲୋଚନା କରିବା ସହ ସେମାନଙ୍କୁ ଉଦବୋଧନ ଦେଇଥିଲେ। ସେ କହିଥିଲେ ଯେ ବରଫ ଆଚ୍ଛାଦିତ ପର୍ବତ କିମ୍ବା ମରୁଭୂମିରେ ସେନାବାହିନୀର ଯବାନଙ୍କ ସହିତ ନଥିଲେ ତାଙ୍କର ଦୀପାବଳି ସମ୍ପୂର୍ଣ୍ଣ ହୋଇନଥାଏ। ସୀମାରେ ସେ ସେନାବାହିନୀର ଯବାନମାନଙ୍କୁ ଦେଶବାସୀଙ୍କ ପକ୍ଷରୁ ଶୁଭେଚ୍ଛା, ଆଶୀଷ ଓ ଅଭିନନ୍ଦନ ଜଣାଇଥିଲେ। ସେ ମଧ୍ୟ ସାହାସୀ ମା’ ଓ ଭଉଣୀମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କ ବଳିଦାନ ପ୍ରତି କୃତଜ୍ଞତା ବ୍ୟକ୍ତ କରିଥିଲେ। ପ୍ରଧାନମନ୍ତ୍ରୀ ସେନାବାହିନୀକୁ ଦେଶବାସୀଙ୍କ ପକ୍ଷରୁ କୃତଜ୍ଞତା ଜଣାଇଥିଲେ ଏବଂ କହିଥିଲେ ଯେ 130 କୋଟି ଦେଶବାସୀ ସେମାନଙ୍କ ସହିତ ଛିଡ଼ା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ଆକ୍ରମଣକାରୀ ଓ ଅନୁପ୍ରବେଶକାରୀଙ୍କୁ ଜବାବ ଦେବାର ସାମର୍ଥ୍ୟ ରଖୁଥିବା ରାଷ୍ଟ୍ର ସୁରକ୍ଷିତ ରହିଥାଏ। ସେ…
ରମେଶ ମହାନ୍ତି ଜଗତସିଂହପୁର: ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ “ବିଶ୍ୱ ମଧୁମେହ ଦିବସ” ପାଳନ ହେବା ସହିତ ଏହି ଅବସରରେ ଏକ ସଚେତନତା ରଥର ଉଦଘାଟନ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ବିଜୟା ପଣ୍ଡାଙ୍କ ତତ୍ୱାବଧାନରେ ଏହି କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଉଦଘାଟନୀ କାର୍ଯ୍ୟକ୍ରମରେ ଡଃ ବସନ୍ତ କୁମାର ବାରିକ (ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ, ଯକ୍ଷ୍ମା), ଡଃ କ୍ଷେତ୍ରବାସୀ ଦାଶ (ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ .ଭିବିଡି), ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା କାର୍ଯ୍ୟକାରୀ ପରିଚାଳକ ଚକ୍ରଧର ଜେନା, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ସଚଳା ମହାନ୍ତି ଏବଂ ଡେପୁଟି ମ୍ୟାନେଜର ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ ସୁକାନ୍ତ କୁମାର ପ୍ରଧାନ ଉପସ୍ଥିତ ରହି ବିଶ୍ୱ ମଧୁମେହ ଦିବସର ଶୀର୍ଷକ “ସେବା ପ୍ରଦାନକାରୀ ହିଁ ପରିବର୍ତ୍ତନର ଆଧାର” ଉପରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମଚାରୀଙ୍କ…
ନୂଆଦିଲ୍ଲୀ, ବେସାମରିକ ବିମାନ ଚଳାଚଳ ବିଭାଗର ଯୁଗ୍ନ ସଚିବ ତଥା ବରିଷ୍ଠ ଆଇଏଏସ ଅଫିସର ଉଷା ପାଢୀ ନିଜ କାର୍ଯ୍ୟାଳୟରେ ମୁତୟନ ସିଆଇଏସଏଫ ଯବାନଙ୍କ ସହିତ ଦୀପାବଳି ପାଳନ କରୁଛନ୍ତି।
ଭୁବନେଶ୍ବର: ଆଜି ରାଜ୍ୟରୁ ୧ ହଜାର ୨୭୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୧୪୬ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୧୧୬, ବାଲେଶ୍ବରରୁ ୧୦୩, ମୟୂରଭଞ୍ଜରୁ ୯୪, ଅନୁଗୁଳରୁ ୬୬, ଜଗତସିଂହପୁରରୁ ୫୮, ବରଗଡରୁ ୫୫, କଳାହାଣ୍ଡିରୁ ୫୦, ନୂଆପଡାରୁ ୪୬, କେନ୍ଦୁଝରରୁ ୪୫, ବଲାଙ୍ଗିରିରୁ ୪୩, ନବରଙ୍ଗପୁରରୁ ୪୦, କେନ୍ଦ୍ରାପଡାରୁ ୪୧, ନବରଙ୍ଗପୁରରୁ ୪୦, ଢେଙ୍କାନାଳରୁ ୩୫, ନୟାଗଡରୁ ୩୫, ପୁରୀରୁ ୩୪, ସମ୍ବଲପୁରରୁ ୩୦, ମାଲକାନଗିରିରୁ ୨୫, ସୁନ୍ଦରଗଡରୁ ୨୫, ଯାଜପୁରରୁ ୨୦, ରାୟଗଡ଼ାରୁ ୨୦, ଭଦ୍ରକରୁ ୧୯, ଝାରସୁଗୁଡାରୁ ୧୮, କୋରାପୁଟରୁ ୧୭, ସୋନପୁରରୁ ୧୬, ଗଞ୍ଜାମରୁ ୧୪, କନ୍ଧମାଳରୁ ୧୩, ଦେବଗଡରୁ ୧୧, ଗଜପତିରୁ ୫ ଏବଂ ଷ୍ଟେଟ ପୁଲରୁ ୩୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ…
ନୂଆଦିଲ୍ଲୀ, 2024 ସାଧାରଣ ନିର୍ବାଚନ ବହୁ ଦିନ ବାକି ରହିଛି। ହେଲେ ବିଜେପି ଏବେଠାରୁ ଆରମ୍ଭ କରି ଦେଲାଣି ପ୍ରସ୍ତୁତି। ବିହାର ବିଧାନସଭା ନିର୍ବାଚନରେ ବିଜୟ ପରେ ବିଜେପି ଏହାକୁ ନେଇ ଆହୁରି ଉତ୍ସାହିତ ହୋଇଯାଇଛି। ବର୍ତ୍ତମାନ ଦଳ 2024 ରେ ହେବାକୁ ଥିବା ଲୋକସଭା ନିର୍ବାଚନ କିପରି ବିପୁଳ ସଂଖ୍ୟାରେ ଜିତିବ ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ସେଥିପାଇଁ ବିଜେପି ଜାତୀୟ ସଭାପତି ଜେ ପି ନାଡ୍ଡା ଖୁବ୍ ଶୀଘ୍ର ସମଗ୍ର ଦେଶ ଗସ୍ତ କରିବେ। ପ୍ରାୟ 100 ଦିନ ଧରି ସାରା ଭାରତ ବୁଲିବେ ବୋଲି ଯୋଜନା ପ୍ରସ୍ତୁତ ହୋଇଛି। ନାଡ୍ଡାଙ୍କ ଏହି ଗସ୍ତର ଉଦ୍ଦେଶ୍ୟ ହେଉଛି ସଂଗଠନକୁ ମଜବୁତ କରିବା। 2024 ର ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ନାଡ୍ଡା ବିଭିନ୍ନ ରାଜ୍ୟରେ ରହି ସେଠାକାର ସ୍ଥିତି ଅନୁଧ୍ୟାନ କରିବେ। 2019 ରେ ଦଳ ଯେଉଁ ଆସନ ଗୁଡିକରେ ଜିତି ନ ଥିଲା ତାହା…
ଯାଜପୁର, ଦୀପାବଳୀରେ ବାଣ ଫୁଟାଇବା ଓ ବିକ୍ରୀ ମନା କରାଯାଇଥିବା ବେଳେ କେତେ ସ୍ଥାନରେ ବାଣ ବିକ୍ରେତାମାନେ ଚୋରାରେ ବାଣ ବିକ୍ରୀ କରୁଛନ୍ତି। ସେ ସବୁକୁ ଜବତ କରିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ଚଢାଉ କରିବାରେ ଲାଗିଛି। ସେହିପରି ଯାଜପୁର ଜିଲ୍ଲାର ବରୀରାମଚନ୍ଦ୍ରପୁର ପୋଲିସ ବିଭିନ୍ନ ସ୍ଥାନ ଚଢାଉ କରି ବିପୁଳ ପରିମାଣର ବାଣ ଜବତ କରିଛି। ଏହି ମାମଲାରେ ପୋଲିସ ଦୁଇଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଏ ନେଇ ପୃଥକ ଭାବେ ଦୁଇଟି ମାମଲା ଋଜୁ କରାଯାଇଛି ବୋଲି ପୋଲିସ କହିଛି।
ଲକ୍ଷ୍ମୌ, ଉତ୍ତର ପ୍ରଦେଶରେ ସବୁଠାରୁ ମହଙ୍ଗା ଜମି ରେଜିଷ୍ଟ୍ରେସନ ଗତ ଶୁକ୍ରବାର ଦିନ ହୋଇଛି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ କେବଳ ରେଜିଷ୍ଟ୍ରେସନ ଫି ବାବଦକୁ ଦିଆଯାଇଛି ପ୍ରାୟ 161 କୋଟି ଟଙ୍କା। ଏହାକୁ ନେଇ ଉତ୍ତର ପ୍ରଦେଶରେ ବେଶ ଚର୍ଚ୍ଚା ଚାଲିଛି। ଏହି ରେଜିଷ୍ଟ୍ରେସନଟି ଆମେଥୀ ଜିଲ୍ଲାର ମୁସାଫିରଖାନା ତହସିଲରେ ହୋଇଛି। ଘଟଣାରୁ ଜଣାପଡିଛି ଯେ ଆଦିତ୍ୟ ବିର୍ଲା ଗ୍ରୁପର ଦୁଇ କଂପାନୀ ମଧ୍ୟରେ ଉତ୍ତର ପ୍ରଦେଶର ଏକ ଜମି ଲିଜ ପରିବର୍ତ୍ତନ ପାଇଁ ଏହି ଟଙ୍କା ଦିଆଯାଇଛି। କଂପାନୀର ଗ୍ରାମସୀ ଇଣ୍ଡଷ୍ଟ୍ରୀ ଲିମିଟେଡ ତାହାର ଏକ ଜମି ଆଦିତ୍ୟ ବିର୍ଲା ନୁଭୋ ଲିମିଟେଡକୁ ଲିଜରେ ଦେଇଛି। ଏହି ଜମିର ପରିମାଣ ହେଉଛି 833.04 ଏକର। ଏହି ପରିବର୍ତ୍ତନ ଉତ୍ତର ପ୍ରଦେଶ ଶିଳ୍ପ ବିକାଶ ପ୍ରାଧୀକରଣ ଦ୍ବାରା କରାଯାଇଛି। କଂପାନୀର ଯୁଗ୍ନ ସଭାପତି ସୁରେଶ ଚନ୍ଦ୍ର ଏହି ଟଙ୍କା ଇ ପେମେଣ୍ଟ ମାଧ୍ୟମରେ ତହସିଲକୁ ପ୍ରଦାନ କରିଛନ୍ତି। ଷ୍ଟାମ୍ପ…

