ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୫୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ ୫୧ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୧୬ ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୩୫ ଜଣ ଲୋକାଲ କଣ୍ଟାକ୍ଟ କେସ୍ ବୋଲି ବିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛି। ସେହିପରି ଆଜି ୭୧ ଜଣ ସୁସ୍ଥ ହୋଇଛନ୍ତି। ନୂତନ ୫୧ ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାର ୭୦ରେ ପହଞ୍ଚିଛି। ସେହିପରି ଏବେ ସୁଦ୍ଧା ୨୯ ହଜାର ୧୪୫ ଜଣ ସୁସ୍ଥ ହୋଇଥିବାବେଳେ ୧୯୨ଜଣଙ୍କର ମୃତ୍ୟୁ ହୋଇଛି। ଭୁବନେଶ୍ବର ମହାନଗରରେ ଏବେବି ୭୧୨ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।
Author: Samikhsya Bureau
ବୀରମହାରାଜପୁର: ନିଜ ଦେହରେ କିରୋସିନ ଢାଳି ଜଣେ ୨୫ ବର୍ଷୀୟ ଯୁବକ ଆତ୍ମହତ୍ୟା କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଭାଲୁଡୁଙ୍ଗୁରି ଗ୍ରାମର ଏପରି ଏକ ଅଭାବନୀୟ ଘଟଣା ଘଟିଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଭାଲୁଡୁଙ୍ଗୁରି ଗ୍ରାମର ତପନ ପଧାନ ଆଜି ସକାଳେ ହଠାତ ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇଦେଇଥିଲେ। ତପନଙ୍କ ଦେହରେ ନିଆଁ ଜଳୁଥିବାର ଦେଖି ଘର ଲୋକ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ସେମାନେ ତପନଙ୍କୁ ଗୁରୁତର ଅବସ୍ଥାରେ ବୀରମହାରାଜପୁର ଡାକ୍ତରଖାନା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଡାକ୍ତର ତାଙ୍କୁ ବୁର୍ଲା ବଡ ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।
ମୁମ୍ବାଇ, ଆସନ୍ତା ସୋମବାରଠାରୁ ମହାରାଷ୍ଟ୍ର ସମସ୍ତ ମନ୍ଦିର ଓ ଧର୍ମସ୍ଥଳ ଖୋଲିବା ପାଇଁ ସରକାର ଅନୁମତି ପ୍ରଦାନ କରିଛନ୍ତି। ଏ ନେଇ ମହାରାଷ୍ଟ୍ର ସରକାର ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛନ୍ତି। ଫଳରେ ରାଜ୍ୟ ସମସ୍ତ ମନ୍ଦିରର ଠାକୁରଙ୍କ ସୋମବାରଠାରୁ ଭକ୍ତମାନେ ଦର୍ଶନ କରିପାରିବେ। ତେବେ ଏ ନେଇ ମହାରାଷ୍ଟ୍ର ସରକାର କେତେକ କଟକଣା ମଧ୍ୟ ଜାରୀ କରିଛନ୍ତି। ଯେଉଁମାନେ ମନ୍ଦିର କିମ୍ବା ଧର୍ମସ୍ଥଳକୁ ଯିବେ ସେମାନେ ମାସ୍କ ପିନ୍ଧିବା ଜରୁରୀ ଅଟେ। ଏଥିସହିତ ମନ୍ଦିର ଭିତରେ ଶାରୀରିକ ଦୂରତା ବଜାଇ ରଖି ଦର୍ଶନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି କଟକଣାକୁ ମନ୍ଦିର କର୍ତ୍ତୁପକ୍ଷ ତଦାରଖ କରିବା ପାଇଁ କୁହାଯାଇଛି। ଏଥିରେ କେଉଁଠି ବିଚ୍ୟୁତି ଦେଖାଦେଲେ ମନ୍ଦିର କର୍ତ୍ତୁପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।
ନୂଆଦିଲ୍ଲୀ, ମାତ୍ର 12 ଖଣ୍ଡ ଭୋଟରେ ହାରି ଯାଇଛନ୍ତି ବିହାରର ଜଣେ ପ୍ରାର୍ଥୀ। ସେ ହେଉଛନ୍ତି ହିଲସା ନିର୍ବାଚନ ମଣ୍ଡଳିର ଆରଜେଡି ପ୍ରାର୍ଥୀ ଶକ୍ତି ସିଂ ଯାଦବ। ସେ ଜେଡିୟୁ ପ୍ରାର୍ଥୀ କ୍ରୀଷ୍ଣାମୁରାରୀ ସହରାନଙ୍କ ଠାରୁ ମାତ୍ର 12 ଖଣ୍ଡ ଭୋଟରେ ହାରିଛନ୍ତି। କ୍ରୀଷ୍ଣାମୁରାରୀ 61616 ଇଭିଏମ ଭୋଟ ପାଇଥିବା ବେଳେ ଯାଦବ 61603 ଖଣ୍ଡ ଭୋଟ ପାଇଛନ୍ତି। ତେବେ ପୋଷ୍ଟାଲ ବାଲଟ ଭୋଟରେ ଏପଟସେପଟ ହୋଇଥିବାର ଆରଜିଡି ସନ୍ଦେହ କରିଛି। ସେଥିପାଇଁ ଦଳ ତରଫରୁ ତେଜସ୍ବୀ ଯାଦବ ଏହାର ପୁନଃଗଣତି ପାଇଁ ନିର୍ବାଚନ କମିସନରଙ୍କ ନିକଟରେ ଆବେଦନ କରିଥିଲେ। ତାହାକୁ ଗ୍ରହଣ କରି ନିର୍ବାଚନ କମିଶନର ପୁନଃଗଣତି ପାଇଁ ଅନୁମତି ଦେଇଛନ୍ତି। 2015 ନିର୍ବାଚନରେ ଶକ୍ତି ସିଂ ଯାଦବ 26076 ଖଣ୍ଡ ଭୋଟରେ ଜିତି ସେହି ବିଧାନସଭାରେ ବିଧାୟକ ଥିଲେ।
ଶିମଲା: ହିମାଚଳ ପ୍ରଦେଶ ଗସ୍ତରେ ଥିବା ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଅସୁସ୍ଥ ହୋଇପଡିଛନ୍ତି। ନିଃଶ୍ବାସ ନେବାରେ ଅସୁବିଧା ହେବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେ ଇନ୍ଦିରା ଗାନ୍ଧୀ ମେଡିକାଲ୍ କଲେଜରେ ଚିକିତ୍ସିତ ହେଉଛନ୍ତି। ମିଳିଥିବା ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଡାକ୍ତରଙ୍କ ଟିମ୍ ଲଗାତାର ତାଙ୍କ ସ୍ବାସ୍ଥ୍ୟର ଦେଖାଶୁଣା କରୁଛନ୍ତି। ମୁଖ୍ୟମନ୍ତ୍ରୀ ଖଟ୍ଟର ଏହା ପୂର୍ବରୁ ଅଗଷ୍ଟ ମାସରେ କରୋନାରେ ସଂକ୍ରମିତ ହୋଇ ସାରିଛନ୍ତି। ୨ସପ୍ତାହ ଯାଏଁ କ୍ବାରେଣ୍ଟାଇନରେ ରହିବା ପରେ ତାଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଥିଲା।
ପାଟନା, ନୀତିଶ କୁମାରଙ୍କ ନେତୃତ୍ୟରେ ଏନଡିଏ ଦଳ ଆଉ କିଛି ଦିନ ପରେ ବିହାର ଶାସନ ଭାର ଗ୍ରହଣ କରିବ। ସେ ନେଇ ତତ୍ପତରତା ପରିବର୍ତ୍ତେ ବର୍ତ୍ତମାନ ବିହାରରେ ନିର୍ବାଚନ ପ୍ରଚାର ମାନସ ମନ୍ଥନ ଜୋରଦାର ଚାଲିଛି। ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ନୀତିଶ କୁମାର କହିଛନ୍ତି ଯେ, ସେ କେବେ କେଉଁଠି ଏହା ମୋର ଶେଷ ନିର୍ବାଚନ ବୋଲି କହି ନାହିଁ। ସେ ଏପରି ମନା କରିବା ପରେ ବିହାର ରାଜନୀତିରେ ବର୍ତ୍ତମାନ ଚର୍ଚ୍ଚା ଯୋର ଧରିଛି। ନୀତିଶ ଆହୁରି କହିଛନ୍ତି ଯେ, ସେ ଏହି ନିର୍ବାଚନ ପରେ ରାଜନୀତିରୁ ଅବସର ନେବେ ବୋଲି କେବେ ଘୋଷଣା କରି ନାହାଁନ୍ତି। ଗଣମାଧ୍ୟମରେ ଯେଉଁ ଖବର ପ୍ରକାଶ ପାଇଛି ତାହାର ଭୁଲ ଅର୍ଥ କରାଯାଇଛି। ନୀତିଶ କହିଛନ୍ତି ଯେ ସେ ନିର୍ବାଚନ ପ୍ରଚାର ଶେଷ ସଭାରେ କହିଥିଲେ ଯେଉଁଠି ଶେଷ ଭଲ ହେବ, ସେଠାରେ ସବୁ ଭଲ ହେବ। ଏହାକୁ ଗଣମାଧ୍ୟମ…
ପାଟନା, ଦୁଇଜଣ କଂଗ୍ରେସ ବିଧାୟକ ଏନଡିଏକୁ ସମର୍ଥନ ନେଇ ଚାଲିଛ ଚର୍ଚ୍ଚା। ଗତକାଲି ରାତିରେ ମହାମେଣ୍ଟର କଂଗ୍ରେସ ଦଳ ବିଧାୟକଙ୍କର ବୈଠକ ହୋଇଥିଲା। ଏହି ବୈଠକରେ ଦୁଇଜଣଙ୍କୁ ଛାଡି ଅନ୍ୟ ସମସ୍ତେ ଯୋଗ ଦେଇଥିଲେ। ହେଲେ ନବ ନିର୍ବାଚିତ ବିଧାୟକ ବୈଠକରେ ଏହି ଦୁଇ ଜଣ ଯୋଗ ନ ଦେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ବିହାରରେ ଏନଡିଏ ମ୍ୟାଜିକ ନମ୍ବରରୁ ମାତ୍ର 3ଟି ଆସନ ଅଧିକ ଅଛି। ସେଥିପାଇଁ ଏନଡିଏ ତରଫରୁ କଂଗ୍ରେସ ବିଧାୟକଙ୍କ ସହିତ ଯୋଗାଯୋଗ କରାଯାଉଛି ବୋଲି ଚର୍ଚ୍ଚା ଚାଲିଛି। ଯେଉଁ ଦୁଇ ବିଧାୟକ ବୈଠକରେ ଅନୁପସ୍ଥିତ ଥିଲେ ସେମାନେ ହେଲେ ମନୋହାରୀ ବିଧାନସଭାର ବିଧାୟକ ମଣିହରା ପ୍ରସାଦ ସିଂ ଏବଂ ଅରରିୟା ବିଧାୟକ ହବିବ୍ ରହେମାନ। ବିହାର ନିର୍ବାଚନରେ କଂଗ୍ରେସ ଯେପରି ସଫଳତା ହାସଲ କରିବା କଥା ତାହା କରିଲା ନାହିଁ। ଫଳରେ ଏଥର କଂଗ୍ରେସ 70ଟି ଆସନରେ ପ୍ରାର୍ଥୀ ଦେଇ ମାତ୍ର 19ଟି ଆସନରେ…
କଟକ, ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ୧୪ଜଣ ବିଚାରପତିଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ବ ଅର୍ପଣ କରିଛନ୍ତି। ଏ ନେଇ ଓଡିଶା ହାଇକୋର୍ଟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଜିଲ୍ଲା ସ୍ତରରେ ଥିବା ଆଇନ୍ ଅଦାଲତଗୁଡିକର ପ୍ରଶାସନିକ କାର୍ଯ୍ୟ ତଦାରଖ କରିବା ଏବଂ ସମ୍ପୃକ୍ତ ଜିଲ୍ଲାରେ ଥିବା ଅନ୍ୟ ଟ୍ରିବ୍ୟୁନାଲଗୁଡିକର କାର୍ଯ୍ୟକାରିତା ଉପରେ ଏହି ବିଚାରପତିମାନେ ନଜର ରଖିବେ। ଯେଉଁ ବିଚାରପତିଙ୍କୁ ଯେଉଁ ଜିଲ୍ଲା ଦାୟିତ୍ବ ଦିଆଯାଇଛି ତାହା ହେଲା. 1-ବିଚାରପତି କୁମାରୀ ସଞ୍ଜୁ ପଣ୍ଡା- କଟକ ଓ ଜଗତସିଂହପୁର ଜିଲ୍ଲା 2- ବିଚାରପତି ଏସ୍.କେ.ମିଶ୍ର- ଖୋରଧା ଓ ସୋନପୁର 3-ବିଚାରପତି ସି.ଆର.ଦାସ- ପୁରୀ, ଢେଙ୍କାନାଳ ଓ ନବରଙ୍ଗପୁର ଜିଲ୍ଲା 4-ବିଚାରପତି ବିଶ୍ୱଜିତ ମହାନ୍ତି- ଗଞ୍ଜାମ ଓ ନୂଆପଡା ଜିଲ୍ଲା 5-ବିଚାରପତି ବି.ଆର.ଷଡଙ୍ଗୀ- ସମ୍ବଲପୁର ଓ ଭଦ୍ରକ 6-ବିଚାରପତି ଦେବବ୍ରତ ଦାସ- ସୁନ୍ଦରଗଡ ଓ ବରଗଡ ଜିଲ୍ଲା 7-ବିଚାରପତି ଶତୃଘ୍ନ ପୂଜାହାରୀ-ବଲାଙ୍ଗିର ଓ କେନ୍ଦ୍ରାପଡା 8-ବିଚାରପତି ବିଶ୍ୱନାଥ ରଥ-ମୟୁରଭଞ୍ଜ ଓ ଯାଜପୁର…
ନୂଆଦିଲ୍ଲୀ/ଭୁବନେଶ୍ବର: ବିଜେପି ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଓ ସହ-ପ୍ରଭାରୀ ନିଯୁକ୍ତ କରାଯାଇଛି। ଓଡିଶା ସମେତ ଛତିଶଗଡ, ଦିଲ୍ଲୀ, ଆସାମ, ଆନ୍ଧ୍ରପ୍ରଦେଶ, ମଣିପୁର, ବିହାର, ଅରୁଣାଚଳ ପ୍ରଦେଶ ଓ ଆଣ୍ଡାମନ ନିକୋବର ପାଇଁ ପ୍ରଭାରୀ ଓ ସହ-ପ୍ରଭାରୀ ନିଯୁକ୍ତ କରାଯାଇଛି। ବିଜେପି ଓଡିଶା ପାଇଁ ନୂତନ ପ୍ରଭାରୀ ଭାବେ ଡି ପୁରନ୍ଦେଶ୍ୱରୀଙ୍କୁ ଦାୟିତ୍ଵ ଦେଇଛି। ଅରୁଣ ସିଂହଙ୍କ ବଦଳରେ ପୁରନ୍ଦେଶ୍ୱରୀ ଓଡିଶା ବିଜେପିର ପ୍ରଭାରୀ ଦାୟିତ୍ଵ ନେବେ। ବିଜୟପାଲ ସିଂହ ତୋମରଙ୍କୁ ମଧ୍ୟ ଓଡ଼ିଶା ବିଜେପିର ସହ-ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ଏନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଘୋଷଣା କରିଛନ୍ତି। ଓଡ଼ିଶା ସହ ଛତିଶଗଡ଼ ରାଜ୍ୟର ପ୍ରଭାରୀ ଭାବେ ମଧ୍ୟ ଡି ପୁରନ୍ଦେଶ୍ୱରୀଙ୍କୁ ନିଯୁକ୍ତ କରାଯାଇଛି। ସୂଚନା ଯୋଗ୍ୟ ଯେ, ଡି. ପୁରନ୍ଦେଶ୍ୱରୀ ୨୦୧୯ ମସିହାରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ଏହାପୂର୍ବରୁ ସେ ୨୦୧୪ ମସିହାରେ ବାପତ୍ଲା ଆସନରୁ ନିର୍ବାଚନ…
ଯୋଧପୁର, ରେଳବିଭାଗ ତରଫରୁ ଦୀପାବଳି ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଗତକାଲିଠାରୁ ଯୋଧପୁର ରେଳ ଷ୍ଟେସନକୁ ରଂଗୀନ ଆଲୋକମାଳାରେ ସଜାଯାଇଛି।
ଭୁବନେଶ୍ବର: ରାଜ୍ୟରେ ଆଉ ୧୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୫୧୦ କୁ ବୃଦ୍ଧି ହୋଇଛି। ଆଜି ସୁନ୍ଦରଗଡରୁ ସର୍ବାଧିକ ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଭୁବନେଶ୍ବରରୁ ୩ ଜଣ, ମୟୂରଭଞ୍ଜରୁ ୨, ବାଲେଶ୍ବରରୁ ଜଣେ, ଜଗତସିଂହପୁରରୁ ଜଣେ, କନ୍ଧମାଳରୁ ଜଣେ, ଖୋର୍ଦ୍ଧାରୁ ଜଣେ, ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁ ହୋଇଛି।
ଜୟପୁର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୀପାବଳି ପାଳନ ପାଇଁ ଆଜି ସକାଳେ ରାଜସ୍ଥାନ ସୀମାରେ ପହଁଚିଛନ୍ତି। ସେ ସେଠାରେ ବିଏସଏଫ ସୁରକ୍ଷା ବଳଙ୍କ ସହିତ ଦୀପାବଳି ପାଳନ କରିବେ। ପ୍ରତିବର୍ଷ ପ୍ରଧାନମନ୍ତ୍ରୀ ଦୀପାବଳି କୌଣସି ନା କୌଣସି ଯବାନମାନଙ୍କ ସହିତ ପାଳନ କରିଥାନ୍ତି। ସେଥିପାଇଁ ଏଥର ରାଜସ୍ଥାନ ସୀମାରେ ଥିବା ସୀମା ସୁରକ୍ଷା ବଳ ସହିତ ପାଳନ କରିବାକୁ ନିଷ୍ପତି କରିଛନ୍ତି। ସେଠାରେ ମୋଦୀ ପ୍ରାୟ ଏକ ଶହ ସୁରକ୍ଷା ବଳଙ୍କ ସହିତ ଏହି ଦିୱାଲି ପାଳନ କରିବେ ବୋଲି ପ୍ରସ୍ତୁତି କରାଯାଇଛି। ମୋଦୀ ସେମାନଙ୍କୁ ମିଠା ଖୁଆଇବା ସହିତ କିଛି ସମୟ ସେମାନଙ୍କ ସହିତ କଥା ବାର୍ତ୍ତା ମଧ୍ୟ ହେବେ। ସେମାନଙ୍କ ସମସ୍ୟା ସଂପର୍କରେ ମଧ୍ୟ ଆଲୋଚନା କରିବେ।
ଭୁବନେଶ୍ବର: ରାଜ୍ୟରେ ଆଜି ୯୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୫୨୩ ଜଣ ଚିହ୍ନଟ ହୋଇଥିବାବେଳେ ୩୭୯ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୭ ହଜାର ୯୦୬କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୯୫ ହଜାର ୨୪୫ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୧ ହଜାର ୯୮ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୪୯୫ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୯ଟି ଜିଲ୍ଲାରୁ ମୋଟ୍ ୯୦୨ ଜଣ ଚିହ୍ନଟ ହୋଇଛନ୍ତି। ମୟୂରଭଞ୍ଜରୁ ସର୍ବାଧିକ ୮୮, ସୁନ୍ଦରଗଡରୁ ୮୫ ଜଣ…
ନୂଆଦିଲ୍ଲୀ: ଭବିଷ୍ୟତର ଆବଶ୍ୟକତା ପୂରଣ କରିବାକୁ ପ୍ରସ୍ତୁତ ଦେଶର 2 ଟି ଅତ୍ୟାଧୁନିକ ଆୟୁର୍ବେଦ ପ୍ରତିଷ୍ଠାନ ଆଜି ପଞ୍ଚମ ଆୟୁର୍ବେଦ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। ଏକ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ଏହି ଲୋକାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ଷମ ହୋଇଥିବା ଏହି ଅନୁଷ୍ଠାନ ଦୁଇଟି ହେଲା ଗୁଜରାଟର ଜାମନଗର ସ୍ଥିତ ଆୟୁର୍ବେଦ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ଆଇଟିଆରଏ) ଏବଂ ରାଜସ୍ଥାନର ଜୟପୁର ସ୍ଥିତ ଜାତୀୟ ଆୟୁର୍ବେଦ ପ୍ରତିଷ୍ଠାନ (ଏନ୍ଆଇଏ)। ଏହି ଦୁଇଟିଯାକ ପ୍ରତିଷ୍ଠାନ ଆୟୁର୍ବେଦ କ୍ଷେତ୍ରରେ ଦେଶର ପୁରୁଣା ଏବଂ ପ୍ରତିଷ୍ଠିତ ଅନୁଷ୍ଠାନ। ଭବିଷ୍ୟତର ଆବଶ୍ୟକତା ପୂରଣ କରିବା ପାଇଁ ଏହାର ଉନ୍ନତୀକରଣ ଓ ଅନ୍ୟାନ୍ୟ ସୁବିଧାର ସଂପ୍ରସାରଣ କରାଯାଇଛି। ସଂସଦରେ ଏକ ଆଇନ ପ୍ରଣୟନ କରାଯାଇ ନିକଟରେ ଜାମନଗର ସ୍ଥିତ ପ୍ରତିଷ୍ଠାନକୁ ଇନ୍ଷ୍ଟିଚ୍ୟୁସନ ଅଫ୍ ନ୍ୟାସନାଲ ଇମ୍ପୋଟାନ୍ସ (ଜାତୀୟ ସ୍ତରର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ) ମାନ୍ୟତା ପ୍ରଦାନ କରାଯାଇଛି। ସେହିଭଳି ଜୟପୁର ସ୍ଥିତ…
ଡେରାଡୁନ, ଉତ୍ତରାଖଣ୍ଡରେ ଅବସ୍ଥିତ ଭାରତ ପ୍ରସିଦ୍ଧ ଶୈବପିଠ କେଦାରନାଥ ମନ୍ଦିର ରଂଗବେରଂଗର ଫୁଲରେ ସଜା ଯାଇଛି। ମୁଖ୍ୟତଃ ଦୀପାବଳି ଉପଲକ୍ଷେ ବହୁ ଭକ୍ତଙ୍କର ସମାଗମ ଥିବାରୁ ମନ୍ଦିର କର୍ତ୍ତୁପକ୍ଷ ତରଫରୁ ଏହି ପଦକ୍ଷେପ ନିଆଯାଇଛି। ଗତକାଲି ଧନତରାସ ଉପଲକ୍ଷେ ଏହି ସଜାସଜା କରାଯାଇଥିଲା। ଧନତରାସ ଓ ଦୀପାବଳି ଏହି ଦୁଇ ମହାନ ପର୍ବ ପାଇଁ ଏହି ପଦକ୍ଷେପ ନିଆଯାଇଛି। ମନ୍ଦିର ଦୁଇପଟେ ପାହଡ, ଠିକ ମଝିରେ ମନ୍ଦିର ସହିତ ଫୁଲର ସାଜସଜା ବେଶ୍ ଆକର୍ଷଣୀୟ ଦେଖାଯାଉଛି।
ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଟେଣ୍ଡର ଆହ୍ବାନ କରାଯାଇଥିବାବେଳେ ଗୁରବାର ଅପରାହ୍ଣରେ ଟେଣ୍ଡରର ପକ୍ରିୟାକରଣ କରାଯାଇ ଆବେଦନକାରୀଙ୍କ ନାମ ଘୋଷଣା କରାଯାଇଥିଲା। ସର୍ବମୋଟ ୨କୋଟି ୧୪ ଲକ୍ଷ ୮୮ ହଜାର ଟଙ୍କା ବ୍ୟୟ ଅଟକଳ ରେ ୨୫ଟି କାର୍ଯ୍ୟାଦେଶର ସୂଚୀ ଜାରିକରଯାଇଥିଲା। କାର୍ଯ୍ୟାଦେଶରେ ଏନ.ଏ.ସିର ବିଭିନ୍ନ ୱାର୍ଡର ଉନ୍ନତିକରଣକୁ ଉପେକ୍ଷା କରାଯାଇଥିବାବେଳେ ଯେତିକି କାର୍ଯ୍ୟାଦେଶ ଜାରି ହୋଇଛି ସେ ସବୁର ଅଟକଳ ପ୍ରାୟତଃ ମୂଳ ଆନୁମାନିକ ମୂଲ୍ୟରୁ ଦୁଇ ଗୁଣ ଅଧିକା ହୋଇଥିବା ସୂଚନା ରହିଛି। ଏହାସହିତ ସ୍ଥାନୀୟ କିଛି ଠିକାଦାର ଓ କନିଷ୍ଠ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଦ୍ୱାରା ସବୁ କାର୍ଯ୍ୟାଦେଶ କେତେକ ନିର୍ଦ୍ଦିଷ୍ଟ ଠିକାଦାର ପାଇବାକୁ ଯାଉଥିବାବେଳେ ଏହାକୁ ନେଇ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି। ଫଳରେ ଗତକାଲି ପୂର୍ବାହ୍ନରେ ଶତାଧିକ ଅଞ୍ଚଳବାସି ଏନଏସି କାର୍ଯ୍ୟାଳୟରେ ଏକତ୍ରିତ ହୋଇ କାର୍ଯ୍ୟନିର୍ବାହୀ ଅଧକାରୀଣି ଆକୃତି ଗୋଏଙ୍କାଙ୍କୁ ଏକ ୧୦…
ଭୁବନେଶ୍ବର, ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନରେ ପ୍ଲାଜମା ଦାନ କରିଛନ୍ତି।
ନୂଆଦିଲ୍ଲୀ, ଆଜି ହେଉଛି ଦୀପାବଳି। ଆଜି ସଂଧ୍ୟାରେ ଘରେ ଘରେ ଦୀପ ଜଳି ଉଠିବ। ଏହି ଦିନ ମା ଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ। କାରଣ ବିଶ୍ବାସ ରହିଛି ଯେ, ଦୀପାବଳିରେ ମା ଲକ୍ଷ୍ମୀ ବେଶ୍ ପ୍ରସନ୍ନ ହୋଇଥାନ୍ତି। ହେଲେ ଅନେକ ଜାଣି ନ ଥାନ୍ତି ଯେ, ପୂଜା ବିଧିରେ ସାମାନ୍ୟ ଭୁଲ ହେଲେ ମା ଲକ୍ଷ୍ମୀ ରୋଷ କରନ୍ତି। କାରଣ ମା ଲକ୍ଷ୍ମୀ ଯେତେବେଳେ ରାଗନ୍ତି ତାଙ୍କର ସର୍ବନାଶ କରି ଦିଅନ୍ତି। ଏପରିକି ପ୍ରଭୁ ଜଗନ୍ନାଥଙ୍କୁ ମଧ୍ୟ ଭିକାରୀ କରିଦେଇଥିଲେ। ସେଥିପାଇଁ ଲକ୍ଷ୍ମୀ ପୂଜା ବିଧିରେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଏହି ପାଞ୍ଚୋଟି ବିଷୟର ଦିଅନ୍ତୁ ଧ୍ୟାନ 1-ମା ଲକ୍ଷ୍ମୀଙ୍କ ପୂଜା କରିବା ସମୟରେ କେବେ ବି ତୁଳସୀ ଲଗାନ୍ତୁ ନାହିଁ। କାରଣ ବିଷ୍ଣୁଙ୍କର ଅତି ପ୍ରିୟ ହେଉଛି ତୁଳସୀ ପତ୍ର। ହେଲେ ଏହାକୁ ମା ଲକ୍ଷ୍ମୀ ସହଜରେ ଗ୍ରହଣ କରନ୍ତି ନାହିଁ। ସେଥିପାଇଁ ଲକ୍ଷ୍ମୀ ପୂଜାରେ ତୁଳସୀ…
ନୂଆଦିଲ୍ଲୀ: ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୪ ହଜାର ୬୮୪ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୨୦ ଜଣଙ୍କର ମୃତ୍ୟୁ ଘଟିଛି। ୪୪ ହଜାର ୬୮୪ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୮୭ ଲକ୍ଷ ୭୩ ହଜାର ୪୭୯ରେ ପହଞ୍ଚିଛି। ସେହିପରି ୨୪ ଘଣ୍ଟା ମଧ୍ୟରେ ୫୨୦ ଜଣଙ୍କର ମୃତ୍ୟୁ ଘଟିବା ସହିତ ସମୁଦାୟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୯ ହଜାର ୧୮୮ ରେ ପହଞ୍ଚିଛି। ତେବେ ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୮୧ ଲକ୍ଷ ୬୩ ହଜାର ୫୭୨ରେ ପହଞ୍ଚିଛି। ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୮୦ ହଜାର ୭୧୯ ରେ ପହଞ୍ଚିଛି।
ନୂଆଦିଲ୍ଲୀ, ଆଜି ଦୀପାବଳିରେ ଚାରୋଟି ରାଶିର ବ୍ୟକ୍ତିଙ୍କର ଭାଗ୍ୟ ବେଶ୍ ଦୃଢ ରହିଛି। ଏହି ରାଶିର ବ୍ୟକ୍ତିମାନେ ଆଜିଠାରୁ ଶେମାନଙ୍କ ଭବିଷ୍ୟତ ଯେଜାନର ପ୍ରସ୍ତୁତି ଆରମ୍ଭ କରିବେ। ନିଜ ଜୀବନରେ ବେଶ୍ ପରିବର୍ତ୍ତନ ଆସିବ। ଏଥର ଆପଣଙ୍କର ରୋଜଗାର ଭଲ ରହିବ। ଏହି ବ୍ୟକ୍ତିମାନଙ୍କର ଅନ୍ୟମାନଙ୍କ ସହିତ ସଂପର୍କ ମଧୁର ରହିବ। ଆଜି ଆପଣ କୌଣସି ଭିକାରୀଙ୍କୁ କିଛି ଦାନ କରନ୍ତୁ। ଫଳରେ ଆପଣଙ୍କର ବ୍ୟବସାୟରେ ଏହା ଲାଭ ଦାୟକ ହେବାର ସମ୍ଭାବନା ରହିଛି। ଆପଣ କୌଣଶି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସାହାର୍ଯ୍ୟ ହାସଲ କରିପାରିବେ। ଏହି ସମୟରେ ଆପଣ ତାଙ୍କ ସହିତ ସାକ୍ଷାତ ମଧ୍ୟ କରିବେ। ଏହି ଚାରୋଟି ରାଶି ହେଲା ମିଥୁନ, କର୍କଟ, ତୁଳା, କୁମ୍ଭ। ଏହି ଚାରି ରାଶିର ବ୍ୟକ୍ତିମାନଙ୍କ ବର୍ତ୍ତମାନଠାରୁ ଶୁଭ ସମୟ ଆରମ୍ଭ ହେଲା।
ସୀତାରାମ ଅଗ୍ରୱାଲ ବାଣପୁର: କରୋନା ମହାମାରୀ ଲାଗି ରାଜ୍ୟ ସରକାରଙ୍କ ଦ୍ୱାରା ବାଣ ବିକ୍ରି ଏବଂ ଫୁଟେଇବା ବେଆଇନ ଘୋଷିତ ହୋଇଥିବା ସ୍ଥଳେ କେତେକ ବାଣ ବେପାରୀ ଏହାକୁ ଖାତିର ନକରି ଲୁଚିଛପି ବାଣ ବିକ୍ରି କରୁଛନ୍ତି। ଦୁଇଦିନ ତଳେ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବାଣ ନିଷିଦ୍ଧ କୁ ନେଇ ଏକ ନିର୍ଦ୍ଦେଶନାମା ଜାରିକରିଥିବାବେଳେ ଆଜି ବାଣପୁର ପୋଲିସ ଚଢାଉ କରି ଲକ୍ଷାଧିକ ଟଙ୍କାର ବାଣ ଜବତ କରିଛି। ମିଳିଥିବା ସୂଚନା ମୁତାବକ ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୁରେଶ ଦାସଙ୍କ ତତ୍ତ୍ବାବଧାନରେ ବାଣପୁର ପୋଲିସ ଗତକାଲି ରାତି ୮ ଘଟିକାରେ ଗମ୍ଭାରୀମୁଣ୍ଡା ପଞ୍ଚାୟତର ପଦ୍ମପୁର ଗ୍ରାମର ଅଶୋକ ପାତ୍ରଙ୍କ ଘରେ ଚଢାଉ କରିଥିଲା। ଅଶୋକଙ୍କ ଘର, ଦୋକାନ ଏବଂ ତାଙ୍କ ସାନଭାଇଙ୍କ ଘରେ ଚଢାଉ କରି ପୋଲିସ ପାଖାପାଖି ତିନି ଟ୍ରିପ ବାଣ ଜବତ କରିଛି। ଯାହାର ମୂଲ୍ୟ ଦଶ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ହେବ ବୋଲି ଅନୁମାନ…

