ନୂଆଦିଲ୍ଲୀ : ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ ଏକ ବଡ ଧରଣର ଆତଙ୍କୀ ହମଲାକୁ ପଣ୍ଡ କରି ଦେଇଛି । ପୋଲିସ ଦୁଇ ଜଣ ଆତଙ୍କବାଦୀଙ୍କୁ ମଧ୍ୟ ଗିରଫ କରିଛି । ଉଭୟ ଆତଙ୍କୀ ଜମ୍ମୁ କାଶ୍ମୀରର ବାସିନ୍ଦା ହୋଇଥିବା ବେଳେ ଦିଲ୍ଲୀର ସରାଇ କାଲେ ଖାଁ ଅଞ୍ଚଳରୁ ଉଭୟଙ୍କୁ ଗିରଫ କରାଯାଇଛି । ସୋମବାର ରାତିରେ ସ୍ୱତନ୍ତ୍ର ସେଲ ପକ୍ଷରୁ ଉଭୟ ଆତଙ୍କୀକୁ ଗିରଫ କରାଯାଇଥିଲା । ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଦୁଇ ଆତଙ୍କୀଙ୍କୁ ଧରିବାର ଜାଲ ବିଛାଇଥିଲା ପୋଲିସ । ଉଭୟଙ୍କୁ କାଲେ ଖାଁ ଅଞ୍ଚଳରେ ରହିଥିବା ମିଲେନିୟମ ପାର୍କ ନିକଟରୁ ଗିରଫ କରାଯାଇଥିଲା। ରାତି ପ୍ରାୟ 10.15 ରେ ପୋଲିସ ପକ୍ଷରୁ ଚଢାଉ କରାଯାଇ ଦୁଇ ଆତଙ୍କୀଙ୍କୁ ଧରାଯାଇଥିଲା । ଦୁଇ ଆତଙ୍କୀଙ୍କ ପରିଚୟ ମିଳିଥିବା ବେଳେ ଉଭୟ କାଶ୍ମୀରର ବାସିନ୍ଦା ବୋଲି ଜଣାପଡିଛି । 22 ବର୍ଷୀୟ ଅବଦୁଲ ଲତିଫ ମିର ବାରାମୁଲ୍ଲାର…
Author: Samikhsya Bureau
ନୂଆଦିଲ୍ଲୀ : ବିଗତ ଚାରି ମାସ ମଧ୍ୟରେ ପ୍ରଥମ ଥର ପାଇଁ ଦୈନିକ ସଂକ୍ରମଣ ତିରିଶ ହଜାର ତଳେ ରହିଛି । 24 ଘଣ୍ଟା ମଧ୍ୟରେ 29 ହଜାର 163 ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 88 ଲକ୍ଷ 74ହଜାର 290ରେ ପହଞ୍ଚିଛି। ସେହିପରି ଗତ 24 ଘଣ୍ଟାରେ 449ଜଣଙ୍କ ପ୍ରାଣ ଯାଇଛି । ନୂତନ 449 ମୃତ୍ୟୁ ସହିତ ଦେଶରେ ମୃତ୍ୟୁ ସଂଖ୍ୟା 1 ଲକ୍ଷ 30 ହଜାର 519ରେ ପହଞ୍ଚିଛି । ଦେଶରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା 82 ଲକ୍ଷ 90 ହଜାର 370ରେ ପହଞ୍ଚିଛି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇ 4 ଲକ୍ଷ 53ହଜାର 401ରେ ପହଞ୍ଚିଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ଭୁବନେଶ୍ବର : ଆସନ୍ତା 29 ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତ ଅଧିବେଶନ। ଏଥର ବି ଅଧିବେଶନ ପୂର୍ବରୁ ବିଧାୟକ, ମନ୍ତ୍ରୀ ଓ ତାଙ୍କ ବ୍ୟକ୍ତିଗତ ସଚିବ, ସହାୟକ ଏବଂ ବିଧାନସଭା କର୍ମଚାରୀଙ୍କର କୋଭିଡ ଟେଷ୍ଟ କରାଯାଉଛି। ମଙ୍ଗଳବାରଠାରୁ ଆସନ୍ତା ୩ ଦିନ ପର୍ଯ୍ୟନ୍ତ କରୋନା ଟେଷ୍ଟ ଜାରି ରହିବ। କୋଭିଡ ରିପୋର୍ଟ ନେଗେଟଭ ଆସିଲେ ବିଧାନସଭା ଯିବାକୁ ସଭ୍ୟ ସମେତ ଅନ୍ୟମାନେ ଯିବାକୁ ଅନୁମତି ମିଳିବ। ତା’ସହିତ ବିଧାନସଭା ଭିତରକୁ ଯାଉଥିବା ସମସ୍ତ ସାମ୍ବାଦିକଙ୍କର ମଧ୍ୟ କୋଭିଡ ଟେଷ୍ଟ କରାଯିବ। ଏଥର ମଧ୍ୟ ବିଧାନସଭା ପରିସରକୁ ପ୍ରତିଦିନ ସାନିଟାଇଜ କରାଯିବ। ଯେଉଁ ସଦସ୍ୟ ବିଧାନସଭା ଆସିବେ ନାହିଁ ସେମାନେ ଭିଡିଓ କନଫରେସିଂ ଜରିଆରେ ଭାଗ ନେଇପାରିବେ।
ପୁରୀ, ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟ ବୈଠକ। ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ତେବେ ଏଥିରେ ଯେଉଁ ଗୁରୁତ୍ବପୂର୍ଣ୍ଣ ଆଲୋଚନା ରହିଛି ସେଥିରେ ତିନିଠାକୁରଙ୍କ ନାଗାର୍ଜୁନ ବେଶ ଏବଂ ଶ୍ରୀମନ୍ଦିର ଖୋଲିବା ପ୍ରସଂଗ। ଚଳିତ ମାସ 27 ତାରିଖରେ ପ୍ରଭୃଙ୍କର ବିରଳ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ। ହେଲେ କୋଭିଡ କଟକଣା ପାଇଁ ଏଥର ଭକ୍ତମାନେ ଏହି ବିରଳ ବେଶ ଦେଖିପାରିବେ ନାହିଁ। ଯଦି ସରକାର ମନ୍ଦିର ଖୋଲିବା ନେଇ ଅନୁମତି ପ୍ରଦାନ କରନ୍ତି ତେବେ ତାହା ସମ୍ଭବ ହେବ। ସେଥିପାଇଁ ଆଜିର ପରିଚାଳନା ବୈଠକରେ ଶ୍ରୀମନ୍ଦିର ଖୋଲିବା ନେଇ ଆଲୋଚନା ହୋଇପାରେ। ବର୍ତ୍ତମାନ ମହାରାଷ୍ଟ୍ର, ନୂଆଦିଲ୍ଲୀ ପରି ବିଭିନ୍ନ ସ୍ଥାନରେ ମନ୍ଦିର ଖୋଲିସାରିଲାଣି। ସେହିପରି ଓଡିଶାରେ ମନ୍ଦିର ଖୋଲିବା ନେଇ ବିଭିନ୍ନ ମହଲରେ ଦାବୀ ହେଉଛି। ଏପରିକି ଏହି ମାମଲା ହାଇକୋର୍ଟକୁ ମଧ୍ୟ ଯାଇଛି। ସେଥିପାଇଁ ଆଜି ପରିଚାଳନା ବୈଠକରେ ମନ୍ଦିର ଖୋଲିବା ନେଇ ସରକାରଙ୍କୁ…
ଭଦ୍ରକ, କଥାରି ଅଛି ମାଟି ଖୋଳୁଖୋଳୁ ବାହାରିଲେ ମହାଦେବ। ଏହା ଏଇଥି ପାଇଁ କୁହାଯାଇଥାଏ କି ଗୋଟିଏ ଘଟଣାର ସତ୍ୟାସତ୍ୟ ଖୋଜୁଖୋଜୁ ଅନ୍ୟ ବଡ କଥା ପ୍ରକାଶ ପାଇବା। ସତରେ ମହାଦେବ ବାହାରିବା ଘଟଣା ସହିତ ଏହାର କୌଣସି ସଂପର୍କ ନ ଥାଏ। ହେଲେ ଆପଣ ଆଶ୍ଚର୍ଯ୍ୟ ହେବେ ଯେ, ଏହା ସତ ବୋଲି ପ୍ରମାଣିତ ହୋଇଛି। ଅର୍ଥାତ ସତରେ ମାଟି ଖୋଳୁ ଖୋଳୁ ମହାଦେବ ଆର୍ବିଭାବ ହୋଇଛନ୍ତି। ଘଟଣାରୁ ଜଣାପଡିଛି ଯେ ଭଦ୍ରକ ଜିଲ୍ଲାର ଗୋରାମାଟି ପଞ୍ଚାୟତରେ ଏକ ପାର୍କ ନିର୍ମାଣ ପାଇଁ ମାଟି ଖୋଳାଯାଉଥିଲା। ବହୁମାଟି ଖୋଳିବା ପରେ ହଠାତ୍ ଏକ କଳାମଚମଚ ପଥର ଦେଖାଦେଲା। ଏହା କଣ ବୋଲି ଭାବି ଆଗ୍ରହରେ ଶ୍ରମିକମାନେ ଖୋଳିବା ପରେ ତାହା ଏକ ଶିବଲିଙ୍ଗ ବାହାରିଲା। ଏଥିସହିତ ମନ୍ଦିରରେ ରଖାଯାଉଥିବା ଗୋଟିଏ ମୃତ୍ତି ମଧ୍ୟ ବାହାରିଛି। ଏହି ଘଟଣା ପ୍ରଚାରିତ ହେବା ପରେ ଏହାକୁ ଦେଖିବା ପାଇଁ ବହୁ ଲୋକଙ୍କର ସମାଗମ…
ଭୁବନେଶ୍ବର, ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଅରୁଚିକର ମନ୍ତବ୍ୟକୁ ନେଇ ସାରା ଓଡିଶାରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଲେଖାଶ୍ରୀ କହିଛନ୍ତି ଯେ, ସମ୍ବିତ ପାତ୍ର ପୁରୀରେ ଛିଡା ହେବାରୁ ବାହାର ଲୋକେ ଜାଣିଲେ ଯେ ପୁରୀ ଓଡିଶାରେ ଅଛି। ଏପରି ମନ୍ତ୍ରବ୍ୟକୁ ନେଇ ବିଭିନ୍ନ ସ୍ଥାନରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଜଗତର ନାଥ ଜଗନ୍ନାଥଙ୍କ ପାଇଁ ସାରା ବିଶ୍ବରେ ପୁରୀ ପରିଚିତ। ହେଲେ ଓଡିଶାର ହୋଇ ଲେଖାଶ୍ରୀ କିପରି ଏପରି ମନ୍ତବ୍ୟ ଦେଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ଏହାର ପ୍ରତିକିୟାରେ ଲେଖାଶ୍ରୀ କହିଛନ୍ତି ଯେ ଗଣମାଧ୍ୟମରେ ତାଙ୍କ ମନ୍ତବ୍ୟକୁ ଠିକ ଭାବେ ଉପସ୍ଥାପିତ କରାଯାଇ ନାହିଁ। ତେବେ ଲେଖାଶ୍ରୀ ଜାଣିପାରୁ ନାହାଁନ୍ତି ଯେ ସେ ଯାହା କହିଛନ୍ତି ତାହା କ୍ୟାମେରାରେ ରେକର୍ଡ ହୋଇଛି। ତେବ ତାଙ୍କର ଏପରି ବକ୍ତବ୍ୟ ପାଇଁ ସେ କ୍ଷମା ମାଗନ୍ତୁ ବୋଲି କଂଗ୍ରେସ ଦାବୀ କରିଛି। ସେହିପରି ପୁରୀରେ ଜଗନ୍ନାଥ ସେନା…
ସୁବର୍ଣ୍ଣପୁର, ଆଜି ଜଣେ ତହସିଲଦାର ଲାଞ୍ଚ ନେଲାବେଳେ ଭିଜିଲାନସ ଅଧିକାରୀମାନେ ଚଢାଉ କରି ତାଙ୍କଠାରୁ ରଂଗ ବୋଳା ଟଙ୍କା ଜବତ କରିବା ସହ ଗରିଫ କରିଛନ୍ତି। ସେ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ତରଭା ତହସିଲର ତହସିଲଦାର ତଥା ସବ ରେଜିଷ୍ଟାର। ତାଙ୍କ ନାମ ହେଉଛି ସୁବ୍ରତ ବେହେରା। ଜଣେ ଲୋକର ଜମି ରେଜିଷ୍ଟ୍ରେସନ କରିବା ପାଇଁ ସେ 20 ହଜାର ଟଙ୍କା ମାଗିଥିଲେ। ଟଙ୍କା ଦେଲେ ଏହି ରେଜିଷ୍ଟ୍ରେସନ କରାଯିବ ବୋଲି ତହସିଲଦାର କହିଥିଲେ। ଜମି ମାଲିକ ଭିଜିଲାନସ ସହିତ ଯୋଗଯୋଗ କରିବା ପରେ ତାଙ୍କୁ ଧରିବା ପାଇଁ ଯୋଜନା କରାଯାଇଥିଲା। ଯୋଜନା ମୁତାବିକ ଭିଜିଲାନସ ଅଧିକାରୀମାନେ ବାହାର ଛକି ରହିଥିଲେ। ଜମି ମାଲିକ ଟଙ୍କା ଦେବା ପରେ ଭିଜିଲାନସ ଅଧିକାରୀ ତାଙ୍କୁ କାବୁ କରି ଟଙ୍କା ଜବତ କରିଥିଲେ।
ଭୁବନେଶ୍ବର, ଭାରତୀୟ ପୋଷ୍ଟ ବର୍ତ୍ତମାନ ଜମାଖାତାଧାରୀଙ୍କ ପାଇଁ ନୂଆ ଆଇନି ଆଣିଛି। ଏଣିକି ପୋଷ୍ଟ ଅଫିସରେ ଥିବା ଜମା ଖାତାରେ ଆପଣଙ୍କୁ ଏକ ସର୍ବନିମ୍ନ ଜମା ରଖିବାକୁ ପଡିବ। ତାହା ହେଲା ଜମା ଖାତାରେ ଅତି କମରେ ପାଞ୍ଚ ଶହ ଟଙ୍କା ଜମା ରଖିବାକୁ ପଡିବ। ଯଦି ପାଞ୍ଚ ଶହ ଟଙ୍କାରୁ କମ ରହିବ ତେବେ ପୋଷ୍ଟ ଅଫିସ ବାର୍ଷିକ ଶହେ ଟଙ୍କା ଲେଖାଏଁ କାଟି ନେବ। ଏହିପରି ଟଙ୍କା କାଟିବା ପରେ ଖାତାରୁ ଟଙ୍କା ସରିଯିବା ପରେ ତାହା ବନ୍ଦ ହୋଇଯିବ। ତେବେ ଏହି ନିୟମ ଆସନ୍ତା ଡିସେମ୍ବର 12 ତାରିଖରୁ ଲାଗୁ ହେବ। ଏ ନେଇ ଭାରତୀୟ ପୋଷ୍ଟ ଅଫିସ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଯଦି ଜମା ଖାତାରେ 5 ଶହରୁ କମ ଟଙ୍କା ଅଛି ତେବେ ଡିସେମ୍ବର 11 ତାରିଖ ସୁଦ୍ଧା ବଳକା ଟଙ୍କା ଜମା କରିବାକୁ କୁହାଯାଇଛି।
ଭୁବନେଶ୍ବର ଇସ୍କନରେ ଆୟୋଜିତ ହୋଇଥିଲା ଗୋବର୍ଦ୍ଧନ ପୂଜା, ଠାକୁରଙ୍କ ଦିଆଯାଇଥିଲା ମିଠା ଭୋଗ
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସର୍ବନିମ୍ନ ମାସିକ ପେନ୍ସନ ୯ହଜାର ଟଙ୍କା ସହ ମହଙ୍ଗା ଭତ୍ତା, ସୁପ୍ରିମ କୋର୍ଟର ନିର୍ଦ୍ଦେଶ ଆଧାରରେ ବର୍ଦ୍ଧିନ ପେନସନ ପ୍ରଦାନ, ସମସ୍ତ ଇପିଏଫ୍ ପେନସନ ଭୋଗୀ ବରିଷ୍ଠ ନାଗରିକଙ୍କୁ ଆୟୁଷ୍କାନ ଭାରତ ଯୋଜନାରେ ସାମିଲ କରି ମାଗଣା ଚିକିତ୍ସା କରିବା ଆଦି ବିଭିନ୍ନ ଦାବି ନେଇ ପୂର୍ବରୁ ଆହ୍ୱାନ କ୍ରମେ ଆଜି ଅଲ୍ ଓଡ଼ିଶା ଇ.ପି.ଏଫ୍. ପେନସନରର୍ସ ଏସୋସିଏସନ୍ ତରଫରୁ ଦାବି ଦିବସ ପାଳିତ ହୋଇଛି। ଏହି ଦାବିପ୍ରଦାନ ପାଇଁ ପୂର୍ବରୁ ରାଜ୍ୟରେ ଥିବା ୧.୬୨ ଲକ୍ଷ ଇପିଏଫ୍ ପେନସନ ଭୋଗୀମାନେ ଏକତ୍ରିତ ହୋଇ ଅଲ୍ ଓଡ଼ିଶା ଇପିଏଫ୍ ପେନସନରର୍ସ ଏସୋସିଏସନ୍ ଗଠନ କରିଥିଲେ। ପୂର୍ବରୁ ଏହି ଦାବି ନେଇ ଲୋକସଭା ରାଜ୍ୟସଭା ସାଂସଦ, ବାଚସ୍ପତି, ଉଭୟ ଗୃହର ବିରୋଧୀ ଦଳର ନେତା ଅନ୍ୟାନ୍ୟ ପଦାଧିକାରୀଙ୍କୁ ପ୍ରଦାନ କରାଯାଇଥିଲା। ବତ୍ତର୍ମାନ ଏହି ଦାବିପତ୍ରଟି କେନ୍ଦ୍ର ଶ୍ରମ ସଚିବଙ୍କ ନିକଟକୁ ପଠାଇ ଦିଆଯାଇଛି। କିନ୍ତୁ ପରିତାପର ବିଷୟ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ କରୋନାରୁ ପ୍ରକୋପ ଯୋଗୁଁ ଶହଶହ କଳାକାର, ଅଭିନେତା, ଅଭିନେତ୍ରୀ ଯେଉଁମାନେ ମଂଚ ନାଟ୍ୟକୁ ସମ୍ବଳ କରି ଜୀବନ ଜୀବିକା ଅତିବାହିତ କରୁଥିଲେ ସେମାନେ ଆଜି କାଳରୂପି କରୋନା ପ୍ରତିହିତ ପାଇଁ ହୋଇଥିବା ସରକାରୀ ନିୟମର କବଳରେ କବଳିତ। ଭୋକ ଉପବାସ ଆଉ ଦାରିଦ୍ର୍ୟର ଉତ୍ପୀଡ଼ନରେ କେବଳ ସେମାନଙ୍କ ଜୀବନ ଜୀବିକାର ସମାପ ଘଟିବନି, ତାହା ସହିତ ମଂଚକଳା, ମଂଚନାଟକ ପାଇଁ ଓଡ଼ିଶାକୁ ଗଂଜାମ ଜିଲ୍ଲା ଦାନ କ୍ଷେତ୍ରରେ ଏକ ବିରାଟ ସଂକଟ ଦେଖାଦେବ। ତେଣୁ ଗଂଜାମ ଜିଲ୍ଲାର କଳାକାରଙ୍କ ଜୀବନ ଜୀବିକାର ସୁରକ୍ଷା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଦୁଃସ୍ମ କଳାକାରଙ୍କ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନକୁ ଗଂଜାମ ଜିଲ୍ଲାର ପ୍ରତିଟି ସାଂସ୍କୃତିକ କାର୍ଯ୍ୟକ୍ରମ ଉନ୍ମୋକ୍ତ କରିବା ପାଇଁ ନିର୍ଦ୍ଦେଶ ଦେବା ସଂଗେ ସଂଗେ କଳାକ୍ଷେତ୍ରରେ ଅଗ୍ରଣୀ ଅନୁଷ୍ଠାନଙ୍କୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସକାଶେ ଅନୁମତି…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଏଣିକି ପ୍ରତି ବ୍ଲକରେ ହେଉଥିବା ସମସ୍ତ ଲାଇନ ବିଭାଗର ଉନ୍ନୟନ କାର୍ଯ୍ୟ ଗୁଡିକର ଭିତ୍ତି ସଂରଚନା ଉନ୍ନୟନ କମିଟି ଗଠନ କରାଯାଇ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦ୍ୱାରା ପରିଚାଳିତ ହେବ। ବ୍ଲକସ୍ତରରେ ଦେଖାଯାଉଥିବା ସମସ୍ୟା ଗୁଡିକ ବିଡିଓଙ୍କ ସ୍ତରରେ ସମାଧାନ ହେବ। ବ୍ଲକସ୍ତରରେ ଯଦି ସମସ୍ୟାର ସମାଧାନ ହୋଇପାରୁନାହିଁ ତେବେ ଜିଲ୍ଲାସ୍ତରରେ ସେଗୁଡିକ ସମାଧାନ କରାଯିବ ବୋଲି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୋମବାର ଅନୁଷ୍ଠିତ ଭିଡିଓ କନଭେରନ୍ସିଂରେ ଜଣାଇଛନ୍ତି। ବୈଠକରେ କୋଭିଡ-୧୯ ପରିଚାଳନା, ସ୍ୱଚ୍ଛ ଭାରତ ମିଶନର ଦ୍ୱିତୀୟ ଭାଗ କାର୍ଯ୍ୟ, ମୋ ୱାର୍ଡ, ଅଙ୍ଗନବାଡି କେନ୍ଦ୍ର, ଓଡିଶା ଆଦର୍ଶ ବିଦ୍ୟାଳୟ ଓ ବିଦ୍ୟାଳୟ ଗୁଡିକର ସଫେଇ କାର୍ଯ୍ୟ, ଅଙ୍ଗନବାଡି ଶିଶୁ ମାନଙ୍କୁ ପୋଷାକ ବଣ୍ଟନ ଇତ୍ୟାଦି ସଂପର୍କରେ ଆଲୋଚନା ହୋଇଯାଇଛି। ସମସ୍ତ ଦୋକାନ ଗୁଡିକରେ ପଞ୍ଚସୂତ୍ରୀ ନିୟମ ପାଳନ, ସାମାଜିକ ଦୂରତା ଓ ଧରପଗଡ ଦିଗରେ କଡାକଡି କରିବାକୁ ଜିଲ୍ଲପାଳ ନିର୍ଦ୍ଦେଶ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଚଳିତବର୍ଷ ଗଂଜାମ ଜିଲ୍ଲାରେ ୪୩୩ରୁ ଅଧିକ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସରକାରଙ୍କ ନିର୍ଦ୍ଦେଶରେ ବନ୍ଦ ହେବାକୁ ଯାଉଛି। ଏହାକୁ ଗଂଜାମ ଜିଲ୍ଲା ଆମ୍ ଆଦମୀ ପାର୍ଟି ପକ୍ଷରୁ ଜୋର୍ଦାର ବିରୋଧ କରାଯିବା ସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର ଏବଂ ଅନ୍ୟାନ୍ୟ ଦାବି ନେଇ ଜୋର୍ଦାର ବିରୋଧ କରିବା ସହ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ରାଜ୍ୟ ସରକାର ପିଲା ସଂଖ୍ୟାର କମ୍ ଆଳ ଦେଖାଇ ସ୍କୁଲ ବନ୍ଦ କରୁଛନ୍ତି। କିନ୍ତୁ ଏହା ହାସ୍ୟାସ୍ପଦ। ରାଜ୍ୟ ସରକାରଙ୍କ ପରୋକ୍ଷ ପ୍ରୋତ୍ସାହନରେ ଛତୁ ଫୁଟିଲା ଭଳି ବେସରକାରୀ ସ୍କୁଲ ଖୋଲାଯାଉଛି। ଶିକ୍ଷାର ବଜାର ବୃଦ୍ଧି ପାଉଛି ତେଣୁ ସରକାରୀ ବିଦ୍ୟାଳୟଗୁଡ଼ିକୁ ବନ୍ଦ କରାଯିବା ଏକ ରାଜନୈତିକ ଚକ୍ରାନ୍ତ ସୃଷ୍ଟି କରୁଛି ବୋଲି ଆମ୍ଆଦମୀ ପାର୍ଟି ଅଭିଯୋଗ କରିଛି। ବିଦ୍ୟାଳୟରେ ଉପସ୍ଥାପନ ହ୍ରାସ ହେବା, ଶିକ୍ଷାର ମାନ ନିମ୍ନଗାମୀ ହେବା, ଶିକ୍ଷକ ମରୁଡ଼ି, ଗୁଣାତ୍ମକ ଶିକ୍ଷାର…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଜଣେ ସଚ୍ଚୋଟ ପ୍ରଶାସନିକ ଅଧିକାରୀ ହେଲେ କ’ଣ କ’ଣ ନ ସହିବାକୁ ପଡ଼େ କୁକୁଡ଼ାଖଣ୍ଡି ତହସିଲ୍ଦାର ଡ. ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ଜୀବନର ଚଳିତ ଦିନଗୁଡ଼ିକୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡ଼ିବ। କୁକୁଡ଼ାଖଣ୍ଡି ବ୍ଲକ୍ ଦିନେ ଦୁର୍ନୀତିର ଗନ୍ତାଘରରେ ନମ୍ବର ୱାନ୍। ବ୍ଲକ୍ ତରଫରୁ କାର୍ଯ୍ୟ ହେଉ କିମ୍ବା ପ୍ରତି ପଞ୍ଚାୟତର ବିଭିନ୍ନ କାର୍ଯ୍ୟ ହେଉ ସବୁ କାର୍ଯ୍ୟରେ ପିସିର ଗନ୍ଧ। ତେବେ ଏଭଳି ଏକ ସ୍ପର୍ଶକାତର ତଥା କୁଜିନେତା, ଚାଟୁକାର, ଦଲାଲ, ମାଫିଆ, ଗୁଟ୍ଖା ବ୍ୟବସାୟୀ, ଚୋରାମଦ ବ୍ୟବସାୟୀ, ଚୋରା ଚାଲାଣ ଅଂଚଳକୁ ବଦଳି ହୋଇ ଆସିଥିଲେ ଦବଙ୍ଗ ତହସିଲ୍ଦାର ଡ. ପ୍ରିୟଦର୍ଶିନୀ ମିଶ୍ର। ସମସ୍ତଙ୍କ ଧାରଣା ଥିଲା ଯେ ବାହୁବଳ ଏବଂ ନେତାଙ୍କ ଛତ୍ରଛାୟା ତଳେ ରହି ନିଜର ସବୁ ବେଆଇନ କାର୍ଯ୍ୟ ପୂର୍ବବତ୍ ଚାଲୁରହିବ। କିନ୍ତୁ ତହସିଲ୍ଦାର କାର୍ଯ୍ୟରେ ଯୋଗଦେବା ଦିନଠାରୁ କୁକୁଡ଼ାଖଣ୍ଡି ବ୍ଲକ୍ର ସବୁ ବେଆଇନ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କ…
ଖୋର୍ଦ୍ଧା: ଉତ୍କଳ ସାମ୍ବାଦିକ ସଙ୍ଘ ଖୋର୍ଦ୍ଧା ଜିଲ୍ଲା ଆନୁକୂଲ୍ୟରେ ଜାତୀୟ ପ୍ରେସ ଦିବସ୨୦୨୦ ସଙ୍ଘର ଜିଲ୍ଲା ସଭାପତି ପ୍ରଭାତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପୂର୍ତ୍ତ ଵିଭାଗ ଡାକ ବଙ୍ଗଳା ସମୀଳ୍କନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ ମୂଖ୍ୟ ଅତିଥି ଭାବେ ସମ୍ମାନିତ ଉପଜିଲ୍ଲାପାଳ ଅଶୋକ କୁମାର ବେଉରିଆ ଯୋଗଦେଇ କହିଥିଲେ, ସାମ୍ବାଦିକ ମାନେ ହେଉଛନ୍ତି ମୁକ୍ତ ଆକାଶର ଵିହଙ୍ଗ ସଦୃଶ। ସମାଜରେ ଘଟୁଥିବା ଵିଭିନ୍ନ ଘଟଣାର ଅନୁଧ୍ୟାନ କରି ପ୍ରଶାସନର ଦୄଷ୍ଟି ଗୋଚର କରାଇବା ସହ ଏହା ଉପରେ କାର୍ଯ୍ୟ ପନ୍ଥା ଗ୍ରହଣ କରିବା ପାଇଁ ଚାପ ପ୍ରୟୋଗ କରିଥାନ୍ତି। ଆଜିର ଦିଵସରେ ପ୍ରତ୍ୟେକ ସାମ୍ବାଦିକ ଏକତ୍ରିତ ହୋଇ ନିଜର କଲମକୁ ସକରାତ୍ମକ ଭାବରେ ଚାଳନା କଲେ ସମାଜର ମଙ୍ଗଳ ହେବ। ସ୍ତମ୍ବକାର ତଥା ସାମ୍ବାଦିକ ଉମାଶଙ୍କର ପ୍ରସାଦ ମୂଖ୍ୟବକ୍ତା ଭାବେ ଯୋଗ ଦେଇ କହିଥିଲେ ସମ୍ବାଦପତ୍ର ହେଉଛି ଵିଶ୍ୱ ଗବାକ୍ଷ। ଏହି ଗବାକ୍ଷ ଦେଇ ଅଧିକ ଞାନ…
ଭୁବନେଶ୍ବର: ଆଜି ରାଜ୍ୟରୁ ୧ ହଜାର ୨୯୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୧୪୨ ଜଣ ସୁସ୍ଥ ହୋଇଥିବା ବେଳେ ମୟୂରଭଞ୍ଜରୁ ୧୩୩, କଟକରୁ ୧୧୧, ବାଲେଶ୍ବରରୁ ୧୦୦, ଅନୁଗୁଳରୁ ୭୬, ସୁନ୍ଦରଗଡରୁ ୭୪, ଜଗତସିଂହପୁରରୁ ୬୭, କେନ୍ଦ୍ରାପଡାରୁ ୬୨, ପୁରୀରୁ ୫୨, ବଲାଙ୍ଗିରିରୁ ୪୦, ବରଗଡରୁ ୪୦, କଳାହାଣ୍ଡିରୁ ୩୭, ସମ୍ବଲପୁରରୁ ୩୬, କେନ୍ଦୁଝରରୁ ୩୪, ଭଦ୍ରକରୁ ୩୨, ନୂଆପଡ଼ାରୁ ୩୨, ଯାଜପୁରରୁ ୩୦, ନବରଙ୍ଗପୁରରୁ ୩୦, ଢେଙ୍କାନାଳରୁ ୨୦, କନ୍ଧମାଳରୁ ୧୮, କୋରାପୁଟରୁ ୧୮, ନୟାଗଡରୁ ୧୫, ଗଞ୍ଜାମରୁ ୧୪, ଝାରସୁଗୁଡ଼ାରୁ ୧୪, ମାଲକାନଗିରିରୁ ୧୦, ବୌଦ୍ଧରୁ ୭, ଗଜପତିରୁ ୭, ସୋନପୁରରୁ ୫, ଦେବଗଡରୁ ୪, ରାୟଗଡାରୁ ୪ ଏବଂ ଷ୍ଟେଟ ପୁଲରୁ ୩୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ…
କନ୍ଦର୍ପ ବେହେରା ରେଢାଖୋଲ: ଆଜି ଚାରମାଳ ପୋଲିସ୍ ମୋବାଇଲ ବିକ୍ରି କରୁଥିବା ଜଣେ ଡକାୟତକୁ ଗିରଫ କରିବାରେ ସଫଳ ହେବା ସହ ଏହି ଗ୍ୟାଙ୍ଗର ଆଉ ୪ ଜଣଙ୍କୁ ଧରିବାରେ ସଫଳ ହୋଇଛି। ଚାରମାଳ ଥାନାଧିକାରୀ ବସନ୍ତ ଦଳାଇଙ୍କ ଠାରୁ ପ୍ରକାଶ ଯେ, ୫ ଜଣ ଡକାୟତି ଦଳ ଚାରମାଳ ଅଂଚଳରୁ ବିଭିନ୍ନ ସମୟରେ ଡକାୟତି କରୁଥିଲେ। ଆଜି ଚାରମାଳ ବଜାରରେ ଜଣେ ଡକାୟତି ମୋବାଇଲ ଫୋନ୍ ବିକ୍ରି କରିବା ପାଇଁ ଏକ ଦୋକାନକୁ ଯାଇଥିବା ବେଳେ କୌଣସି ସୂତ୍ରରୁ ଚାରମାଳ ଥାନାଧିକାରୀ ସୂଚନା ପାଇ ଡକାୟତିକୁ ଧରିବାରେ ସଫଳ ହୋଇଥିଲେ। ତାକୁ ପଚରାଉଚୁରା ପରେ ସେ ପୋଲିସ୍ ଆଗରେ ଅନ୍ୟ ସାଥି ଡକାୟତ ମାନଙ୍କ ସଂପର୍କରେ ସତକଥା କହିଦେଇଥିଲା। ସେ ଆଧାରରେ ଚାରମାଳ ପୋଲିସ ରେଢାଖୋଲ ଓ ଚାରମାଳ ଅଂଚଳରୁ ଅନ୍ୟ ସାଥି ୪ ଜଣ ଡକାୟତକୁ ଧରିବାରେ ସଫଳ ହୋଇଛି। ତିନି ଦିନ ତଳେ ଏହି ୫ ଜଣିଆ…
ନୂଆଦିଲ୍ଲୀ: ଚଳିତ ଦୀପାବଳିରେ ପ୍ରାୟ 72 ହଜାର କୋଟି ଟଙ୍କାର ବ୍ୟବସାୟ ହୋଇଥିବା ନେଇ ସର୍ବଭାରତୀୟ ବଣିକ ମହାସଂଘ ପକ୍ଷରୁ ପ୍ରକାଶ କରାଯାଇଛି। ପ୍ରାୟ 7 କୋଟି ବ୍ୟବସାୟୀ ଏବଂ 40 ହଜାର ବ୍ୟବସାୟୀ ସଂଘକୁ ନେଇ ଗଠିତ ସିଏଆଇଟି ଏହି ସୂଚନା ପ୍ରଦାନ କରିଛି। 20ଟି ସହରରେ କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ ଏହି ତଥ୍ୟ ପ୍ରକାଶ ପାଇଛି। ଚଳିତ ବର୍ଷ ହୋଇଥିବା ବ୍ୟବସାୟ ପୂର୍ବବର୍ଷ ଅପେକ୍ଷା 10.8 ପ୍ରତିଶତ ଅଧିକ। ଚୀନ ଉତ୍ପାଦ ବର୍ଜନ ଚଳିତ ବର୍ଷ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଲାଭବାନ ସାବ୍ୟସ୍ତ ହୋଇଛି ବୋଲି ପ୍ରକାଶ ପାଇଛି। ଚଳିତ ବର୍ଷ ବାଣ ବିକ୍ରି ଉପରେ ନିଷେଧାଦେଶ ଜାରି କରାଯାଇଥିବା ବେଳେ ବାଣ ବେପାରୀ ପ୍ରାୟ 10 ହଜାର କୋଟି ଟଙ୍କା ହରାଇଛନ୍ତି। ତେବେ ଗ୍ରାହକ ମାନେ ଏହା ପରିବର୍ତ୍ତେ ଅନ୍ୟାନ୍ୟ ଉପହାର ଏବଂ ଉତ୍ପାଦ କିଣିଥିଲେ, ଯାହା ଫଳରେ ବାଣ ବ୍ୟବସାୟରେ 10 ହଜାର କୋଟିର କ୍ଷତି…
ଭୁବନେଶ୍ବର : କରୋନା ପାଇଁ ଛଟ୍ ପୂଜା ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ନଦୀଘାଟରେ ଛଟ୍ ପୂଜା ବନ୍ଦ କରିବାକୁ ନିର୍ଦ୍ଦେଶ ରହିଛି । ନଭେମ୍ବର 20 ଓ 21 ପାଇଁ କଟକଣା ଲଗାଇଛନ୍ତି ରାଜ୍ୟସରକାର । ନଦୀ ଘାଟରେ ଛଟ୍ ପୂଜା ଓ ସମୂହ ସ୍ନାନ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି । ଏହି ବନ୍ଦ ନେଇ ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର । କଟକଣା ଉଲ୍ଲଂଘନ କଲେ ଆଇନାନୁସାରେ ଦଣ୍ଡ ଦିଆଯିବା ନେଇ ଚେତାବନୀ ମଧ୍ୟ ଦିଆଯାଇଛି । ଘରେ ରହି ଛଟ୍ ପୂଜା କରିବାକୁ ପରାମର୍ଶ ଦେଇଛନ୍ତି ଏସ୍ଆର୍ସି । ସାମାଜିକ ଦୂରତ୍ବ, ମାସ୍କ ପିନ୍ଧି ପୂଜା କରିବାକୁ ପରାମର୍ଶ ଦିଆଯାଇଛି ।
ଭୁବନେଶ୍ୱର: ଏକା ସଂଗେ କରୋନା ସଂକ୍ରମିତ ହେଲେ, ଏକା ସଂଗେ ଏହି ମହାମାରୀକୁ ପରାସ୍ତ ମଧ୍ୟ କଲେ ବୟୋଜ୍ୟେଷ୍ଠ ଦମ୍ପତି। ୯୬ ଓ ୮୮ ବର୍ଷର ଦମ୍ପତି ସମ୍ କୋଭିଡ ହସ୍ପିଟାଲ୍ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୯୬ ବର୍ଷୀୟ ବୈଦ୍ୟନାଥ ପରିଡା ଓ ତାଙ୍କ ପତ୍ନୀ ୮୮ ବର୍ଷୀୟା ଶକୁନ୍ତଳା ପରିଡା ଏକା ସାଙ୍ଗରେ କରୋନା ସଂକ୍ରମିତ ହୋଇଥିବା ବେଳେ ସମ୍ କୋଭିଡ ହସ୍ପିଟାଲ୍ରେ ଉତ୍ତମ ଚିକିତ୍ସା ପାଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗତ ନଭେମ୍ବର ୭ ତାରିଖରେ କରୋନା ସଂକ୍ରମିତ ହେବା ପରେ ଏହି ଦମ୍ପତିଙ୍କୁ ସମ୍ କୋଭିଡ ହସ୍ପିଟାଲ୍ରେ ଭର୍ତି କରାଯାଇଥିଲା। ବୟସାଧିକ୍ୟ କାରଣରୁ ଉଭୟଙ୍କର ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗ ଭଳି ସମସ୍ୟା ରହିଥିଲା। କରୋନା ସଂକ୍ରମିତ ହେବା ପରେ ଜ୍ୱର ଏବଂ କାଶ ମଧ୍ୟ ହେଉଥିଲା। ତେବେ ସମ୍ କୋଭିଡ ଟିମ୍ର ଚିକିତ୍ସା ଓ ଯତ୍ନ ଫଳରେ ଦମ୍ପତି ସୁସ୍ଥ ହୋଇ…
ଇଜିପ୍ଟ : ମଜା କରିବା ପାଇଁ ବନ୍ଧୁମାନଙ୍କ ସହ ପ୍ରାଙ୍କ୍ ବା କୌତୁକ କରାଯାଇଥାଏ । ଏବେ ପ୍ରାଙ୍କ୍ କରିବା ଆଳରେ ବହୁ ଅଜବ କାର୍ଯ୍ୟ କରାଯାଉଥିବାର ଦେଖାଯାଉଛି । ଲୋକଙ୍କୁ ଅଜବ ଧରଣର କାର୍ଯ୍ୟ କରିବାକୁ ଦିଆଯାଇଥାଏ । ତେବେ ଜଣଙ୍କୁ ପ୍ରାଙ୍କ୍ କରିବା ବେଶ୍ ମହଙ୍ଗା ପଡିଛି । ବ୍ୟକ୍ତି ଜଣକ ମୃତ୍ୟୁ ମୁଖରୁ ବଞ୍ଚିଛନ୍ତି । ମିଳିଥିବା ସୂଚନା ଅନୁସାରେ ଇଜିପ୍ଟର ଜଣେ ବ୍ୟକ୍ତି ଫ୍ରାଙ୍କ୍ କରିବା ପାଇଁ ମୋବାଇଲ୍କୁ ଗିଳି ଦେଇଛନ୍ତି । ଅପରପକ୍ଷରେ ମୋବାଇଲ୍ ଗିଳିବା ପରେ ସେ ଡାକ୍ତରଙ୍କ ନିକଟକୁ ନ ଯାଇ ପ୍ରାକୃତିକ ଉପାୟରେ ଏହି ମୋବାଇଲ୍କୁ ପେଟରୁ ବାହାର କରିବା ପାଇଁ ଉପାୟ ଆପଣାଇଥିଲେ । ଏଥିରେ ଅସଫଳ ହେବା ପରେ ତାଙ୍କ ଅବସ୍ଥା ବେଶ୍ ସାଂଘାତିକ ହୋଇଥିଲଶ । ବ୍ୟକ୍ତିଜଣକ କୌତୁକ କରିବା ପାଇଁ ନିଜ ଲିମିଟ୍ କ୍ରସ୍ କରିଛନ୍ତି । ବ୍ୟକ୍ତିଜଣକ ନିଜ ବନ୍ଧୁମାନଙ୍କ ସହ ପ୍ରାଙ୍କ୍…

