ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ସନା ଖାନ୍‌

Published: Nov 22, 2020, 9:59 am IST

ମୁମ୍ବାଇ : ଅଭିନେତ୍ରୀ ସନା ଖାନ୍‌ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଗୁଡ୍‌ବାୟ କରି ସମସ୍ତଙ୍କୁ ଦ୍ବନ୍ଦ୍ବରେ ପକାଇଥିବାବେଳେ  ଏବେ ଆଉ ଏକ ନିର୍ଣ୍ଣୟ ନେଇ ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ସନା ଖାନ୍‌ ଗୁଜୁରାଟର ମୌଲାନା ମୁଫ୍‌ତି ଅନସ୍‌ଙ୍କୁ ସହ ବିବାହ କରିଛନ୍ତି ବୋଲି ସୂଚନା ରହିଛି । ସନା ଖାନ୍‌ଙ୍କ ବିବାହର ଫଟୋ ଓ ଭିଡିଓ ଇଣ୍ଟରନେଟ୍‌ରେ ଖୁବ୍‌ ଜୋରରେ ଭାଇରାଲ୍‌ ହେଉଛି । ଏହି ଭିଡିଓରେ ସନା ଓ ମୁଫ୍‌ତିଙ୍କୁ ହ୍ବାଇଟ୍‌ ଆଉଟ୍‌ଫିଟ୍‌ରେ ନଜର ଆସିଛନ୍ତି । ଏକ ଭିଡିଓରେ ସନା ଖାନ୍‌ କେକ୍‌ କାଟୁଛନ୍ତି । ହ୍ବାଇଟ୍‌ ବ୍ରାଇଡଲ୍‌ ଆଉଟଫିଟ୍‌ରେ ସନା ବେଶ୍‌ ଆକର୍ଷଣୀୟା ଲାଗୁଛନ୍ତି ।

https://www.instagram.com/p/CH2WQD8FhHr/?utm_source=ig_embed

ସୂଚନାଯୋଗ୍ୟ, ବିବାଦୀୟ ସେଲିବ୍ରିଟି ଶୋ’ ‘ବିଗ୍‌ବସ୍‌’ର ରନର୍ସଅପ୍‌ ରହିଥିବା ସନା ଖାନ୍‌ ସଲମାନଙ୍କ ଫିଲ୍ମ ‘କିକ୍‌’ ଜରିଆରେ ବଲିଉଡ୍‌ ପ୍ରବେଶ କରିଥିଲେ । ତେବେ ହାତଗଣତି କେତୋଟି ଫିଲ୍ମରେ ନଜର ଆସିଥିବା ସନା କିନ୍ତୁ ବଲିଉଡ୍‌ରେ ସେତେ ବେଶୀ କମାଲ୍‌ କରିପାରିନାହାନ୍ତି । ନିକଟରେ ଫିଲ୍ମ ଦୁନିଆକୁ ଅଲ୍‌ବିଦା କରିବା ନେଇ ଏକ ଭାବପ୍ରବଣ ପୋଷ୍ଟ କରି ପ୍ରଶଂସକଙ୍କୁ ଦ୍ବିବିଧାରେ ପକାଇ ଦେଇଥିଲେ । ଏବେ ବିବାହ କରି ସମସ୍ତଙ୍କୁ ଚକିତ କରିଛନ୍ତି ସନା ।

Related posts