ପାରାଦ୍ବୀପ ବନ୍ଦର ନ୍ୟାସ ଦ୍ବାରା ମତ୍ସଜୀବୀମାନଙ୍କ ତାଲିମ୍‌ କାର୍ଯ୍ୟକ୍ରମ

Published: Nov 29, 2020, 6:28 pm IST

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ଠାରେ ପାରାଦ୍ବୀପ ବନ୍ଦର ନ୍ୟାସ ଦ୍ବାରା ମତ୍ସଜୀବୀ ଦକ୍ଷତା ବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ନେଟଫିସ୍‌ ଓ ଏମ୍‌ପିଇଡିଏର ରାଜ୍ୟ ସଂଯୋଜକ ଶୁଭ୍ରକାନ୍ତ ମହାପାତ୍ର ଏବଂ କ୍ଷେତ୍ର  ସଂଯୋଜକ ଜିତେନ୍ଦ୍ରିୟ ନାୟକଙ୍କ ଦ୍ବାରା କୋଭିଡ୍‌ କଟକଣା ଉପରେ ଗୁରୁତ୍ବ ପ୍ରଦାନ କରି ସାମାଜିକ ଦୂରତ୍ବା ରକ୍ଷା କରି ଗତ ନଭେମ୍ବର ୨୦ ତାରିଖ ଦିନ ଅଶୋକ ନଗର ପ୍ରାଥମିକ ମତ୍ସ୍ୟ ସମବାୟ ସମିତି ଲିଃ, ବାଲୁଗାଁ, ୨୪ ତାରିଖ ଦିନ ଘଡେଇ ସାହି (ହାଟବରଡିହ) ପ୍ରାଥମିକ ମତ୍ସ୍ୟ ସମବାୟ ସମିତି ଲିଃ ଏବଂ ୨୫ ତାରିଖ ଦିନ ଗଙ୍ଗାମାତା ପ୍ରାଥମିକ ମହିଳା ମତ୍ସ୍ୟ ସମବାୟ ସମିତି ଲିଃ ଜୟନ୍ତିପୁରଠାରେ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଚିଲିକାର ମତ୍ସ୍ୟ ସମ୍ବଳର ବୃଦ୍ଧି ତତ୍‌ ସହିତ ଡଙ୍ଗା, ଜାଲ ଏବଂ ବରଫ ବାକ୍ସ ସଫା ସୁତୁରା ଉପରେ ବିଶେଷ ଗୁରୁତ୍ବ ଆରୋପ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ପଲ୍ଲୀଶ୍ରୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଡବ୍ଲୁ କାଶୀନାଥ, ସନ୍ତୋଷ କୁମାର ଜେନା, ଦାଶରଥୀ କର ସହଯୋଗ କରିଥିଲେ।

Related posts