ମେଷ:- ଆଜି ମନର ଅସୁସ୍ଥତା ହେତୁ ଆପଣ ଚିନ୍ତିତ ହେବେ। ଶରୀରରେ ଥକ୍କା ଏବଂ ଅଳସୁଆ ଅନୁଭବ କରିବେ। ଉଚ୍ଚ ପଦାଧିକାରୀମାନଙ୍କ ସହିତ ଯତ୍ନର ସହିତ କାର୍ଯ୍ୟ କରନ୍ତୁ। ଆପଣ ପିଲାମାନଙ୍କ ବିଷୟରେ ଚିନ୍ତିତ ହେବେ। ଆଜି କୈଣସି ନିଷ୍ପତ୍ତି ନେବା ଅନୁଚିତ। ବ୍ୟବସାୟ ବାଣିଜ୍ୟରେ ବାଧା ସୃଷ୍ଟି ହୋଇପାରେ। ନକାରାତ୍ମକ କାର୍ଯ୍ୟକୁ ଗୁରୁତ୍ୱ ଦିଅନ୍ତୁ ନାହିଁ। ବୃଷ :- ଗଣେଷଙ୍କ ଆର୍ଶିବାଦରୁ ଆଜି ଆପଣଙ୍କର ଶୁଭ ଫଳପ୍ରଦ ଦିନ। ଆଜି ପ୍ରତ୍ୟେକ କାର୍ଯ୍ୟ ସହଜରେ ସଫଳ ହେବ। ଫଳସ୍ୱରୂପ, ଆପଣ ମାନସିକ ସ୍ତରରେ ଆନନ୍ଦିତ ହେବେ। ଚାକିରିରେ ଉଚ୍ଚ ପଦାଧିକାରୀଙ୍କ ଖୁସି ହେତୁ ପଦୋନ୍ନତି ମିଲିପାରେ। ଆପଣଙ୍କର ପୂର୍ବପୁରୁଷଙ୍କ ଆଶୀର୍ବାଦ ମଧ୍ୟ ଆପଣଙ୍କ ସହିତ ଅଛି। ଆପଣ ଘରୋଇ ଜୀବନରେ ଆନନ୍ଦ ପାଇବେ। ମିଥୁନ :- ଆପଣ ଆଜିର ଦିନଟି ଆପଣଙ୍କ ସାଙ୍ଗ ଏବଂ ସମ୍ପର୍କୀୟମାନଙ୍କ ସହିତ ବିତାଇବ। ଆଜି ସାମାଜିକ କ୍ଷେତ୍ର, ବ୍ୟବସାୟ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଆପଣଙ୍କ…
Author: Samikhsya Bureau
କନ୍ଦର୍ପ ବେହେରା ରେଢାଖୋଲ: ଗତକାଲି ରାତିରେ ବଡବାହାଳ ରେଞ୍ଜ ଅଂଚଳରୁ ହରିଣ ସିଙ୍ଘ, ଚମଡା, ଦେଶୀବନ୍ଧୁକ, ଫାସ ଜାଲ ଜଙ୍ଗଲ ବିଭାଗ ଜବତ କରିବା ସହ ୨ ଜଣଙ୍କୁ ଅଟକ ରଖିଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଜଣା ପଡିଛି। ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ, ବଡବାହାଳ ରେଞ୍ଜ ଅଧିନସ୍ଥ ଭରତାପୁର ପଂଚାୟତର ଚୁଡାପୁଡୁଗ ଗ୍ରାମରୁ ବନବିଭାଗ ଦେଶୀବନ୍ଧୁକ, ଚମଡା, ହରିଣସିଙ୍ଘ ସହ ଫାସଜାଲ ଜବତ କରିଥିବା ବେସରକାରୀ ସୂତ୍ରରୁ ସୂଚନା ହସ୍ତଗତ ହୋଇଛି। ଏଥି ସହ ୨ ଜଣଙ୍କୁ ବନବିଭାଗ ଅଟକ ରଖି ଅଧିକ ସୂଚନା ପାଇଁ ପଚରାଉଚୁରା କରୁଥିବା ମଧ୍ୟ ଖବର ମିଳିଛି। ଅଧିକ ସୂଚନା ପାଇଁ ବଡବାହାଳ ରେଞ୍ଜର ଅଧିକାରୀଙ୍କୁ ବାରମ୍ବାର ଯୋଗାଯୋଗ କରାଯାଉଥିଲେ ମଧ୍ୟ ସେ ସହଯୋଗ କରୁନଥିବା ଜଣାପଡିଛି। ବନବିଭାଗର ଜଣେ କର୍ମଚାରୀଙ୍କୁ ଏ ସଂପର୍କରେ ପଚାରିବାରୁ ସେ ଏ ସଂପର୍କରେ ସବିଶେଷ ତଥ୍ୟ ଦିଆଯିବ ବୋଲି ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି।…
ନୂଆଦିଲ୍ଲୀ: ଗତ 24 ଘଣ୍ଟା ମଧ୍ୟରେ ଦେଶରେ 31,118 ନୂଆ କରୋନା ମାମଲା ଚିହ୍ନଟ ହୋଇଥିବା ବେଳେ 41,985 ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ମୋଟ 88,89,585 ଜଣ ସୁସ୍ଥ ହୋଇଥିବା ବେଳେ ସୁସ୍ଥତା ହାର 93.94% ରହିଛି। ଭାରତରେ ସକ୍ରିୟ କରୋନା ମାମଲା ଆଜି 4,35,603କୁ ହ୍ରାସ ପାଇଛି, ଯାହାକି 5 ଲକ୍ଷରୁ କମ୍। ଦୈନିକ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ନୂଆ ପଜିଟିଭ୍ ମାମଲା ତୁଳନାରେ ଅଧିକ ରହୁଥିବାରୁ ସକ୍ରିୟ ମାମଲା ହ୍ରାସ ପାଇବାରେ ଲାଗିଛି। ଗତ 24 ଘଣ୍ଟା ମଧ୍ୟରେ ସକ୍ରିୟ ମାମଲାରେ 11,349 ହ୍ରାସ ପାଇଛି। କେରଳରୁ ଗୋଟିଏ ଦିନରେ ସର୍ବାଧିକ 6,055 ଜଣ ସୁସ୍ଥ ହୋଇଛନ୍ତି। ଏହା ପଛକୁ ଦିଲ୍ଲୀରେ 5,824 ଜଣ ସୁସ୍ଥ ହୋଇଛନ୍ତି।
ନୂଆଦିଲ୍ଲୀ: ଆଗାମୀ ୫ ରୁ ୭ ବର୍ଷ ମଧ୍ୟରେ ଦେଶରେ ୧୦ ହଜାର ସିଏନଜି ଷ୍ଟେସନ ପ୍ରତିଷ୍ଠା ଏବଂ ୫ କୋଟି ପିଏନଜି ସଂଯୋଗ ପାଇଁ ଭାରତ ସରକାର ଯୁଦ୍ଧକାଳୀନ ଭିତ୍ତିରେ କାମ କରୁଛନ୍ତି ବୋଲି ମଙ୍ଗଳବାର ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସ ଜରିଆରେ ମହାରାଷ୍ଟ୍ର ପ୍ରାକୃତିକ ଗ୍ୟାସ କମ୍ପାନୀ(ଏମଏନଜିଏଲ)ର ୫ଟି ଗ୍ୟାସ ଷ୍ଟେସନ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଉଲ୍ଲେଖନୀୟ ଯେ, ଏହି ୫ଟି ଗ୍ୟାସ ଷ୍ଟେସନର ଲୋକାର୍ପଣ ହେବା ଫଳରେ ଏମଏନଜିଏଲ୍ କମ୍ପାନୀର ସିଏନଜି ନେଟୱାର୍କ ୧୦୦ରେ ପହଁଚିଛି। ଏହି ଅବସରରେ ଶ୍ରୀ ପ୍ରଧାନ ଉପରୋକ୍ତ ଲକ୍ଷ୍ୟକୁ ହାସଲ କରିବା ପାଇଁ ସମସ୍ତ ସିଟି ଗ୍ୟାସ ବିତରଣ(ସିଜିଡି) ସଂସ୍ଥା ଏବଂ ତୈଳ ବିପଣନ କମ୍ପାନୀମାନେ ଅଧିକ ପରିଶ୍ରମ କରିବାକୁ ଆହ୍ୱାନ କରିଛନ୍ତି। ସେହିପରି ଏହି କାର୍ୟ୍ୟକ୍ରମରେ ମହାରାଷ୍ଟ୍ର ନାସିକର ପାଥରାଡ଼ି ଠାରେ ଏଲଏନଜି/ସିଏନଜିର କାର୍ୟ୍ୟର ଶୁଭାରମ୍ଭ କରିବା ସହ ନାସିକ୍ ଠାରେ ବସରେ…
ସୀତାରାମ ଅଗ୍ରୱାଲ ବାଣପୁର: ସ୍ଥାୟୀ ପଞ୍ଚାୟତ ଅଫିସ ଗୃହ ନିର୍ମାଣ ସାଙ୍ଗକୁ ବର୍ତ୍ତମାନର ଅସ୍ଥାୟୀ ଅଫିସ ଗୃହକୁ ନିଜ ୱାର୍ଡରେ କରିବା ଦାବିନେଇ ଭବାନୀପୁର ଗ୍ରାମର ଶତାଧିକ ମହିଳାଙ୍କ ବ୍ଲକ ଅଫିସ ଘେରାଉ କରାଯାଇଛି। ଘଟଣାରୁ ପ୍ରକାଶ ଯେ, ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଧିନସ୍ଥ ନୁତନ ଭାବେ ଗଠନ ହୋଇଥିବା ଭବାନିପୁର ପଞ୍ଚାୟତର ଅଫିସ ଗୃହ ନିର୍ମାଣରେ ଅସନ୍ତୋଷ ବ୍ୟକ୍ତ କରି ଭବାନିପୁର ଗ୍ରାମର ଶତାଧିକ ମହିଳା ବ୍ଲକ ଘେରାଉ କରିଥିଲେ। ସେମାନଙ୍କର ଅଭିଯୋଗ, ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ପଞ୍ଚାୟତ କାର୍ଯ୍ଯାଳୟ ଭବାନିପୁର ୱାର୍ଡରେ କରାଯିବାର ଥିଲା। କିନ୍ତୁ ତାହା ନିକଟସ୍ଥ ଭୁସ୍କାପଡା ଗ୍ରାମକୁ ସ୍ଥାନାନ୍ତରିତ କରାଯାଉଛି। ତେବେ ଏହାକୁ ନେଇ ଆଜି ଗ୍ରାମର ଶତାଧିକ ମହିଳା ବିରୋଧ ପ୍ରଦର୍ଶନ କରିବା ସହ ବ୍ଲକ ଘେରାଉ କରିଥିଲେ। ଏହା ସହିତ ଗତ ଦୁଇଦିନ ତଳେ ଗ୍ରାମର ଶତାଧିକ ମହିଳା ପଞ୍ଚାୟତ ଅଫିସ ମଧ୍ୟ ଘେରାଉ କରିଥିଲେ। ଏ ସମ୍ପର୍କରେ ଆମେ ବାଣପୁର ବି.ଡି.ଓ ଶୁଭଶ୍ରୀ…
ଭୁବନେଶ୍ଵର: ଆଜି ରାଜ୍ୟରୁ ୬୬୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ମୟୂରଭଞ୍ଜରୁ ସର୍ବାଧିକ ୮୨ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୫୮, ସୁନ୍ଦରଗଡରୁ ୫୭, କେନ୍ଦୁଝରରୁ ୪୮, ଝାରସୁଗୁଡାରୁ ୪୭, ଅନୁଗୁଳରୁ ୪୪, କଟକରୁ ୪୦, ଜଗତସିଂହପୁରରୁ ୩୮, କେନ୍ଦ୍ରାପଡାରୁ ୩୧, ଯାଜପୁରରୁ ୨୮, ବରଗଡରୁ ୨୭, ନୂଆପଡାରୁ ୨୪, ସମ୍ବଲପୁରରୁ ୨୩, କଳାହାଣ୍ଡିରୁ ୨୦, ବାଲେଶ୍ଵରରୁ ୧୮, ବଲାଙ୍ଗିରିରୁ ୧୬, ଗଞ୍ଜାମରୁ ୧୩, ନବରଙ୍ଗପୁରରୁ ୧୨, ଭଦ୍ରକରୁ ୭, ପୁରୀରୁ ୭, ବୌଦ୍ଧରୁ ୬, ନୟାଗଡରୁ ୫, ସୋନପୁରରୁ ୫, ଢେଙ୍କାନାଳରୁ ୪, ମାଲକାନଗିରିରୁ ୪, କନ୍ଧମାଳରୁ ୩, କୋରାପୁଟରୁ ୩, ଦେବଗଡରୁ ୨, ରାୟଗଡାରୁ ୧ ଓ ଷ୍ଟେଟ୍ ପୁଲରୁ ୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩…
ଭୁବନେଶ୍ୱର: କରୋନାକୁ ପରାସ୍ତ କରୁଛନ୍ତି ବୟୋଜ୍ୟେଷ୍ଠ ଏବଂ ହାର ମାନୁଛି କରୋନା। ଉପଯୁକ୍ତ ଚିକିତ୍ସା ଓ ଯତ୍ନ ମିଳିଲେ ପରିଣତ ବୟସରେ ପହଂଚିଥିବା ବ୍ୟକ୍ତିମାନେ ଯେ କରୋନାରୁ ସୁସ୍ଥ ହୋଇପାରିବେ ଏକଥା ପୁଣି ଥରେ ପ୍ରମାଣିତ ହୋଇଛି ସମ୍ କୋଭିଡ ହସ୍ପିଟାଲ୍ରେ। ସମ୍ କୋଭିଡ୍ ହସ୍ପିଟାଲ୍ରୁ କୋଭିଡ୍ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୯୭ ବର୍ଷୀୟ ବୃଦ୍ଧ ଶ୍ରୀ ନଟବର ଦାଶ। କଟକ ଜିଲ୍ଲା କିଶୋର ନଗର ଅଂଚଳର ୯୭ ବର୍ଷୀୟ ଶ୍ରୀ ନଟବର ଦାସ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ସମ୍ କୋଭିଡ ହସ୍ପିଟାଲ୍ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ନଟବରଙ୍କର ଶ୍ୱାସ ଜନିତ ସମସ୍ୟା, ଉଚ୍ଚ ରକ୍ତଚାପ ଓ ମଧୁମେହ ଭଳି ବ୍ୟାଧି ମଧ୍ୟ ରହିଥିଲା। କୋଭିଡ ପଜିଟିଭ୍ ହେବା ପରେ ସେ ନିମୋନିଆରେ ମଧ୍ୟ ଆକ୍ରାନ୍ତ ହୋଇଥିଲେ। ସମ୍ କୋଭିଡରେ ଭର୍ତି ହେବା ପରେ ତାଙ୍କୁ ତୁରନ୍ତ ଆଇସିୟୁରେ ରଖାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା। ତେବେ…
ଭୁବନେଶ୍ୱର : ଗଞ୍ଜାମ ଖଲ୍ଲିକୋଟ ଥାନା ଅନ୍ତର୍ଗତ ନିର୍ମଳଝରଠାରେ ଏକ ଅଘଟଣ ଘଟିଛି । ଦୁଇଜଣ ଯୁବକ ବାଇକ୍ରେ ବୋମା ଧରି ଯାଉଥିବାସମୟରେ ବାଇକର ଚକା ସ୍ଲିପ୍ କରିବାର ତଳେ ପଡିଗଲେ । ବୋମା ତଳେ ପଡି ସେଠାରେ ହିଁ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ତେବେ ଦୁଇ ଯୁବକ କ’ଣ ପାଇଁ ଓ କାହିଁକି ବୋମା ନେଇ ଯାଉଥିଲେ, ତାହା ଜଣା ପଡିନାହିଁ । ଏହି ବିସ୍ଫୋରଣରେ ଅନ୍ୟ ଏକ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ସୂଚନା ଅନୁସାରେ ବାଇକ୍ରେ ଯାଉଥିବା ସମୟରେ ବାଟରେ ବାଇକଟି ସ୍ଲିପ କରିଗଲା । ବାଇକ ସହ ଦୁଇ ଯୁବକ ଓ ବୋମା ବି ତଳେ ପଡ଼ିଗଲା । ଫଳରେ ବୋମାଟି ପ୍ରଚଣ୍ଡ ଶବ୍ଦ କରି ବିସ୍ଫୋରଣ ହୋଇଥିଲା । ପଛ ସିଟରେ ଯେଉଁ ଯୁବକ ବୋମା ଧରି ବସିଥିଲେ ତାଙ୍କ ହାତ ଉଡ଼ିଯିବା…
ଗୁଜୁରାଟ : କୁହାଯାଏ ବିବାହ ସ୍ବର୍ଗରେ ହିଁ ସ୍ଥିର ହୋଇଥାଏ । କିଏ କାହାର ଯୋଡି ହେବ ତାହା ପୂର୍ବରୁ ସ୍ଥିରୀକୃତ । ମର୍ତ୍ତ୍ୟରେ କେବେ ମିଳନ ହୋଇଥାଏ । ଏବେ ଚାରିଆଡେ ବିବାହର ମାହୋଲ୍ । ଗୁଜୁରାଟରେ ଏକ ନିଆରା ଯୋଡିକୁ ଏବେ ଚାରିଆଡେ ଚର୍ଚ୍ଚା ଚାଲିଛି । ଜୁନାଗଡରେ ହୋଇଥିବା ଏହି ବିବାହରେ କନ୍ୟାର ଉଚ୍ଚତା 5.5 ଫୁଟ୍ ହୋଇଥିବାବେଳେ ବରର ଉଚ୍ଚତା ମାତ୍ର ତିନିଫୁଟ୍ । କନ୍ୟା ଜଣକ ନେତ୍ରହୀନ ହୋଇଥିବାବେଳେ ବରଜଣକ ଜଣେ ସରକାରୀ ସ୍କୁଲ ଶିକ୍ଷକ ରୂପେ କାର୍ଯ୍ୟରତ । ଏହି ବିବାହଟି ସତ୍ୟମ ସେବା ଯୁବକ ମଣ୍ଡଳ ଦ୍ବାରା ସମ୍ପନ୍ନ ହୋଇଛି । ତେବେ ଏହି ଯୋଡିର ଅନ୍ୟ ଏକ ଖାସ୍ କଥା ହେଉଛି ଯେ କନ୍ୟାଟିର ବୟସ 29 ବର୍ଷ ହୋଇଥିବାବେଳେ ବରର ବୟସ 42 ବର୍ଷ । ମିଳିଥିବା ସୂଚନା ଅନୁସାରେ ବରଜଣକ ହେଉଛନ୍ତି ଗ୍ରାମର ଏକ ସରକାରୀ ସ୍କୁଲରେ…
ନୂଆଦିଲ୍ଲୀ : ନୂତନ କୃଷି ବିଲକୁ ନେଇ ଦେଶବ୍ୟାପୀ କୃଷକ ମାନେ ଆନେ୍ଦାଳନରେ ବସିଥିବା ବେଳେ ବିଜେପି ପାଇଁ ଅଡୁଆ ବଢିବାରେ ଲାଗିଛି । ଏହି ବିଲକୁ ପ୍ରତ୍ୟାହାର ନକଲେ ଏନଡିଏ ମେଣ୍ଟରୁ ଓହରିବାର ଧମକ ଦେଇଛି ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି । ଆରଏଲପିର ମୁଖପାତ୍ର ତଥା ନାଗପୁରର ସାଂସଦ ହନୁମାନ ବେନିୱାଲ ଅମିତ ଶାହାଙ୍କୁ ଟାର୍ଗେଟ କରି ଏକାଧିକ ଟ୍ୱିଟ କରିଛନ୍ତି । ନୂତନ କୃଷି ବିଲକୁ ନେଇ ସମଗ୍ର ଦେଶରେ ବିରୋଧ କରାଯାଉଛି । ଯଦି ଏହି ନୂତନ ବିଲକୁ ପ୍ରତ୍ୟାହାର କରାନଯାଏ ତେବେ ଏନଡିଏ ସହିତ ନିଜର ମେଣ୍ଟ ଭାଙ୍ଗିବାକୁ ଦଳ ବାଧ୍ୟ ହେବ ବୋଲି ବେନିୱାଲ ଟ୍ୱିଟ କରିଛନ୍ତି । ଅନ୍ୟ ଏକ ଟ୍ୱିଟରେ ବେନିୱାଲ ଲେଖିଛନ୍ତି ଆରଏଲପି ଏପରି ଏକ ରାଜନୈତିକ ଦଳ ଯାହାକି କୃଷକ ଏବଂ ଯବାନଙ୍କ ପାଇଁ ସର୍ବଦା ସ୍ୱର ଉତ୍ତୋଳନ କରିଥାଏ । ଯଦି କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି…
ଭୁବନେଶ୍ବର : ଜନ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଗୋପଳପୁରର ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବହିଷ୍କାର କରାଯାଇଛି। ତେବେ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ଲାଗିଥିବା ଜନବିରୋଧୀର ସଂଜ୍ଞା ନେଇ ବିଜେଡି ମୁଖପାତ୍ର ପ୍ରତାପ ଦେବ ଉତ୍ତର ରଖିଛନ୍ତି। ଗଞ୍ଜାମ କରୋନାରେ ଯୁଝୁଥିଲାବେଳେ ପ୍ରଦୀପ ପାଣିଗ୍ରାହୀ ଚାର୍ଟର ବିମାନରେ ଉଡୁଥିଲେ ବୋଲି କହିଛନ୍ତି ପ୍ରତାପ ଦେବ। ସେ ଥରେ କି ଦୁଇଥର ନୁହେଁ 18 ଥର ଚାର୍ଟର ବିମାନରେ ବୁଲିଥିଲେ ବୋଲି କହିଛନ୍ତି ପ୍ରତାପ ଦେବ । ସେହିପରି ତାଙ୍କର ଭାବୀ ଜ୍ବାଇଁ ଆକାଶ ପାଠକଙ୍କ ଜରିଆରେ 68ଜଣଙ୍କ ଲୋକଙ୍କଠାରୁ ଚାକିରି ନାଁରେ ପଇସା ନିଆଯାଇଥିବା ନେଇ ମଧ୍ୟ ଅଭିଯୋଗ ରହିଛି । ତେବେ ଏହି ଘଟଣାର ତଦନ୍ତ ଚାଲିଛି, ଯଦି ଏହା ସତ୍ୟ ହୁଏ, ତେବେ ଏହା ନିଶ୍ଚିତ ଭାବରେ ଜନବିରୋଧୀ କାର୍ଯ୍ୟ ହେବ କି ନାହିଁ ବୋଲି କହିଛନ୍ତି ପ୍ରତାପ ଦେବ । ତାଙ୍କ ବିରୋଧରେ କୌଣସି ଷଡଯନ୍ତ୍ର ହୋଇନାହିଁ,…
ଭୁବନେଶ୍ୱର: କୋଭିଡ୍ ନିୟମ ନ ମାନିବାରୁ ରାଜଧାନୀ ଭୁବନେଶ୍ବରର ଏକ ସ୍କୁଲକୁ ସିଲ୍ କରାଯାଇଛି । ଭୁବନେଶ୍ବରର ଚିନ୍ତାମଣିଶ୍ବରରେ ଥିବା ସାଇ ସରସ୍ବତୀ ବିଦ୍ୟା ମନ୍ଦିରକୁ ସିଲ୍ କରିଛି ବିଏମ୍ସି । କୋଭିଡ୍ ନିୟମ ଉଲଂଘନ ଅଭିଯୋଗରେ ସମ୍ପୃକ୍ତ ସ୍କୁଲ୍କୁ ସିଲ୍ କରଯାଇଛି । ଏହି ସ୍କୁଲରେ ଅଫ୍ଲାଇନ୍ କ୍ଲାସ୍ ହେବା ସହ ପରୀକ୍ଷା ମଧ୍ୟ ଚାଲିଥିଲା । ଖବର ପାଇଁ ବିଏମ୍ସି ଏହି ସ୍କୁଲକୁ ସିଲ୍ କରିଛି । କରୋନା ମହାମାରୀ ଯୋଗୁ ମାର୍ଚ୍ଚ ମାସରୁ ରାଜ୍ୟ ସାରା ସମସ୍ତ ସ୍କୁଲ, କଲେଜ ବନ୍ଦ ରହିଛି। ସ୍କୁଲ ଖୋଲିବା ନେଇ ସ୍କୁଲଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ ବୋଲି ଡିସେମ୍ବର ଗାଇଡଲାଇନ୍ରେ ସୂଚନା ରହିଛି । ତେବେ ଡିସେମ୍ବର 31 ଯାଏଁ ସ୍କୁଲ ବନ୍ଦ ରହିବା ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ଅନ୍ଲାଇନ୍ ଜରିଆରେ ପିଲାଙ୍କର ପାଠପଢାଚାଲିଛି । ତେବେ ସ୍କୁଲ ଖୋଲାଯିବା ନେଇ…
ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ : ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ସରନଇ 16 ନମ୍ବର ଜାତୀୟ ରାଜପଥ କଡ଼ ବିଲ ଭିତରୁ ବାଲୁଗାଁ ପୋଲିସ ଏକ ଅଜଣା ବ୍ୟକ୍ତିଙ୍କ ଶବକୁ ଜବତ କରିଛି । ଉକ୍ତ ମୃତ ଶରୀରଟି ଏକ ଶାଗୁଆନ ଗଛରେ ଝୁଲି ରହିଥିବାର ଖବର ମିଳିଛି । ଶବ ଟି ସମ୍ପୂର୍ଣ ରୂପରେ ପଚି ଯାଇଥିବାରୁ ଏହାର ପରିଚୟ ମିଳିପାରିନାହିଁ ତେବେ ମୃତ ବ୍ୟକ୍ତିଙ୍କ ବୟସ ପାଖାପାଖି 50 ବର୍ଷ ହେବ ଏବଂ ଏ ଘଟଣାଟି 3 ଦିନ ପୂର୍ବରୁ ଘଟିଛି ବୋଲି ଅନୁମାନ କରାଯାଉଛି । ତେବେ ଏହା ହତ୍ୟା କି ଆତ୍ମହତ୍ୟା ଏଯାଏଁ ଜଣା ପଡିନି । ବାଲୁଗାଁ ପୋଲିସ ଏ ବାବଦରେ ଅଧିକ ଛାନ ବିନ କରିବା ସହ ଶବ ବ୍ୟବଛେଦ ପାଇଁ ବାଣପୁର ମେଡିକାଲକୁ ପଠାଇଦେଇଛି। ତେବେ ବାଣପୁର ମେଡ଼ିକାଲରେ ଆଜି ଡାକ୍ତରଙ୍କ ଅଭାବ ଥିବାରୁ ଶବ ବ୍ୟବଛେଦ ପାଇଁ…
ଭଦ୍ରକ : ଟ୍ରକ୍କୁ ମୋଟା ଅଙ୍କର ଜରିମାନା ହୋଇଛି । ଆଇରନ୍ ବୋଝେଇ ଟ୍ରକକୁ 87 ହଜାର 620ଟଙ୍କା ଜରିମାନା ହୋଇଛି। ଭଦ୍ରକ ଆଞ୍ଚଳିକ ପରିବହନ ବିଭାଗ ଏହି ଜରିମାନା କରିଛି। ଓଭର ଲୋଡ଼ିଂ ଓ ପରମିଟ୍ ନଥିବାରୁ ଟ୍ରକ୍କୁ ଏହି ମୋଟା ଅଙ୍କର ଜରିମାନା କରାଯାଇଛି। ସୂଚନା ଅନୁଯାୟୀ, ଟ୍ରକଟି ତାମିଲନାଡୁ ରାଜ୍ୟର ହୋଇଥିବାବେଳେ ଏହି ଟ୍ରକଟି ଝାଡ଼ଖଣ୍ଡରୁ ବିଶାଖାପାଟନମ ଯାଉଥିବା ବେଳେ ନିୟମଠାରୁ ଅଧିକ ଓଜନର ସାମଗ୍ରୀ ପରିବହନ କରୁଥିଲା ବୋଲି ସୂଚନା ରହିଛି । ଏପରିକି ଟ୍ରକ୍ର ପରମିଟ ନଥିଲା। ଭଦ୍ରକଠାରେ ଆରଟିଓ ବିଭାଗ ପକ୍ଷରୁ ଯାଞ୍ଚ ବେଳେ ଟ୍ରକ୍ଟି ଧରା ପଡ଼ିଥିଲା। ସୂଚନାଯୋଗ୍ୟ, ରାଜ୍ୟରେ ପୁଣିଥରେ କଡାକଡି ହୋଇଛି ଟ୍ରାଫିକ୍ ନିୟମ । ଡିସେମ୍ବର 1ରୁ ରାଜ୍ୟରେ ଟ୍ରାଫିକ୍ ନିୟମ ଯାଞ୍ଚ ହେଉଛି ।
ରମେଶ ମହାନ୍ତି ଜଗତସିଂହପୁର: ଜିଲ୍ଲାର ବିଭିନ୍ନ ବ୍ଲକର ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରେ ଆର୍ଥକ କାଗକ ତନଖି କରିବା ନାମରେ ବିଇଓଙ୍କ କାର୍ଯ୍ୟାଳୟକୁ ଡାକି ଜଣ ପିଚ୍ଛା ୫୦୦ଟଙ୍କା ଲେଖାଏଁ ଆଦାୟ କରାଯାଉଥିବା ଅଭିଯୋଗ ଚର୍ଚ୍ଚା ହେଉଛି । ଏହାକୁ ନେଇ ଶିକ୍ଷକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା କୁହାଯାଉଛି । ସୂଚନାନୁଯାୟୀ ଏପରି ଘଟଣା ଏରସମା ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ହେଉଥିବା ଅଭିଯୋଗ ହେଉଛି । ବ୍ଲକର ସମସ୍ତ ବିଦ୍ୟାଳୟକୁ ଅଡିଟ କରିବାକୁ ଖବର ଦେଇ ପ୍ରଧାନ ଶିକ୍ଷକ ବା ଶିକ୍ଷୟିତ୍ରୀମାନଙ୍କୁ ଡକାଇ ବିଦ୍ୟାଳୟର ଆର୍ଥକ କାଗକ ତନଖି ହେବା ନାମରେ ବିଦ୍ୟାଳୟ ପିଚ୍ଛା ୫୦୦ଟଙ୍କା ଲେଖାଏଁ ଆଦାୟ ହେଉଥିବା ଚର୍ଚ୍ଚା ହେଉଛି ।ଏ ବିଷୟରେ ବ୍ଲକ ଶିକ୍ଷାଧିକାରୀଙ୍କୁ ପଚାରିବାରୁ ମୁଁ କିଛି ଜାଣିନାହିଁ ବୋଲି ସେ ବେପରୁଆ ଭାବରେ ପ୍ରକାଶ କରିଛନ୍ତି। ଉକ୍ତ ଘଟଣାକୁ ଘଣ୍ଟ ଘୋଡ଼ାଇବା ପାଇଁ ସେ ଏପରି ଉତ୍ତର ଦେଇଛନ୍ତି ବୋଲି ବିଶେଷ…
ନୂଆଦିଲ୍ଲୀ : ନୋଟାକୁ ନେଇ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି । ଯଦି କୌଣସି ନିର୍ବାଚନରେ ନୋଟା ବିଜୟୀ ହୁଏ ତେବେ ନିର୍ବାଚନକୁ ଋଦ୍ଦ କରିବା ପାଇଁ ସୁପ୍ରିମକୋର୍ଟରେ ଆଗତ ଜନସ୍ୱାର୍ଥ ମାମଲାରେ କୁହାଯାଇଛି । ବିଜେପି ନେତା ତଥା ଓକିଲ ଅଶ୍ୱିନୀ କୁମାର ଉପାଧ୍ୟାୟ ଏହି ମାମଲା ଦାୟର କରିଛନ୍ତି । ନୋଟାକୁ ସର୍ବାଧିକ ଆସନ ମିଳିଲେ ନିର୍ବାଚନକୁ ଋବ୍ଦ କରାଯିବା ସହିତ ପ୍ରାର୍ଥୀଙ୍କ ନିର୍ବାଚନ ଲଢିବା ଉପରେ କଟକଣା ଜାରି କରାଯିବା ଉଚିତ ବୋଲି କୁହାଯାଇଛି । ଆଇନଜୀବୀ ଅଶ୍ୱିନୀ କୁମାର ଦୁବେଙ୍କ ଦ୍ୱାରା ଏହି ଯାଚିକା ଦାଖଲ କରାଯାଇଥିଲା । ଏହା ସହିତ ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ ଅନୁରୋଧ କରି ଏହି ବ୍ୟବସ୍ଥା ଲାଗୁ କରନ୍ତୁ ବୋଲି ଅନୁରୋଧ କରାଯାଇଛି । ବିଭିନ୍ନ ସମୟରେ ରାଜନୈତିକ ଦଳ ଗୁଡିକ ଜନତାଙ୍କ ମତକୁ ନଶୁଣି ପ୍ରାର୍ଥୀ ଦେଉଛନ୍ତି । ଏପରି ସ୍ଥଳେ ନୋଟା ଆସିଲେ ସମ୍ପୃକ୍ତ…
ବିହାର: ବିହାର ସ୍ଥିତ ସିଓ୍ଵାନରୁ ହୃଦୟଥରା ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ସହିତ ପାଞ୍ଚୋଟି ପିଲାକୁ ହତ୍ୟା କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ଭଗବନାପୁର ଥାନା ଅନ୍ତର୍ଗତ ବଳହାଂ ଅଲ୍ଲୀମର୍ଦ୍ଦନପୁର ଗ୍ରାମରେ ଜଣେ ମଦ୍ୟପ ସ୍ବାମୀ ସ୍ତ୍ରୀ ସହ ଶୋଇଥିବା ପାଞ୍ଚଜଣ ପିଲାଙ୍କୁ କୁରାଢୀରେ କାଟି ହତ୍ୟା କରିଛନ୍ତି । ସ୍ତ୍ରୀ ଓ ଜଣେ ପିଲା ଗୁରୁତର ହୋଇଥିବାବେଳେ ଅନ୍ୟ ଚାରି ଶିଶୁଙ୍କର ମୃତ୍ୟୁ ହୋଇଛି । ସ୍ତ୍ରୀ ଓ ପିଲାଙ୍କୁ ହତ୍ୟା କରିବା ପରେ ବ୍ୟକ୍ତି ଜଣକ ଏହା ଭୂତର କାର୍ଯ୍ୟ ବୋଲି କହିଥିଲେ । ଭୂତ ତାଙ୍କ ଶରୀରରେ ପ୍ରବେଶ କରିବା ପରେ ଏସବୁ କାଣ୍ଡ ହୋଇଛି ବୋଲି କହିଛନ୍ତି ଅଭିଯୁକ୍ତି । ତେବେ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିବାପରେ ଅଭିଯୁକ୍ତଙ୍କର ମାନସିକ ସ୍ଥିତି ଠିକ୍ ନଥିବାର କହିଛି। (ଏଜେନ୍ସି)
କଲମ୍ବୋ : ଶ୍ରୀଲଙ୍କାର ରାଜଧାନୀ କଲମ୍ବୋର ମହାରାଜା ଜେଲ୍ରେ କରୋନାକୁ ନେଇ ସଂଘର୍ଷ ହୋଇଛି । ଏହି ସଂଘର୍ଷରେ 8ଜଣ କଏଦୀଙ୍କ ମୃତ୍ୟୁ ହୋଇଥିବାବେଳେ 50ଜଣ ଗୁରୁତର ହୋଇଛନ୍ତି । ଦେଶର ଭିଡଥବା ଜେଲ୍ରେ କରୋନା ସଂକ୍ରମଣକୁ ବୃଦ୍ଧିକୁ ନେଇ କଏଦୀମାନେ ବିରୋଧ କରୁଥିଲେ । ଏହି ଘଟଣାକୁ ନେଇ ଗାର୍ଡଙ୍କ ସହ କଏଦୀଙ୍କର ଝଗଡା ହୋଇଥିଲା । ଗାର୍ଡଙ୍କ ସହିତ ଝଗଡା ଉଗ୍ର ରୂପେ ନେଇ ସଂଘର୍ଷରେ ପରିଣତ ହୋଇଥିଲା । ଏଥିରେ 8ଜଣ କଏଦୀଙ୍କର ମୃତ୍ୟୁ ହୋଇଛି । ଗତ ମାସରେ ଶ୍ରୀଲଙ୍କାରେ କରୋନା ମାମଲାରେ ବୃଦ୍ଧି ଘଟିଛି । କଏଦୀମାନେ ନିକଟ ସପ୍ତାହରେ କରୋନା ଟେଷ୍ଟରେ ବୃଦ୍ଧି ତଥା ସଂକ୍ରମିତ କଏଦୀଙ୍କପାଇଁ ଅଲଗା ସୁବିଧା ଦାବିରେ ବିରୋଧ ପ୍ରଦର୍ଶନ କରୁଛନ୍ତି । ତେବେ ଗୁଳି ଯୋଗୁଁ କଏଦୀମାନଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ସୂଚନାଯୋଗ୍ୟ, ଶ୍ରୀଲଙ୍କାରେ ଏବେ ସୁଦ୍ଧା 22 ହଜାର 988 କରୋନା ମାମଲା…
ଭୁବନେଶ୍ୱର : ଆଇଏଫଏସ ଅଭୟକାନ୍ତ ପାଠକ ଗିରଫ ମାମଲାରେ ଖୋଳତାଡ ଜାରି ଜାରି ରହିଛି । ଏହାରି ମଧ୍ୟରେ ଆଜି ଭିଜିଲାନ୍ସ ନିକଟରେ ହାଜର ହୋଇଛନ୍ତି ଅଭୟ ପାଠକଙ୍କ ଡ୍ରାଇଭର । ପୂର୍ବରୁ ରେଡ ବେଳେ ଡ୍ରାଇଭରଙ୍କ ଘରୁ 20 ଲକ୍ଷ ଟଙ୍କା ଜବତ ହୋଇଥିଲା । ଡ୍ରାଇଭର କୁମାରାତକୁ ପଚରାଉଚରା କରିବ ଏସଆଇଟି । ଡ୍ରାଇଭରକୁ କାଲି ହାଜର ପାଇଁ କଲ୍ କରିଥିଲା ଏସଆଇଟି । ଡ୍ରାଇଭରକୁ ଜେରା ସମୟରେ ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିପାରେ ବୋଲି ଆଶା ରହିଛି । ଅନ୍ୟପଟେ ଏହି ମାମଲା ସହ ସମୃକ୍ତ ପାଞ୍ଚ ବ୍ୟାଙ୍କ ର୍କମଚାରୀ ମଧ୍ୟ ଭିଜିଲାନ୍ସରେ ହାଜର ହୋଇଛନ୍ତି ।
ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ଦେଖାଦେଇଛି । ରାଜ୍ଯରେ ଆଉ ପାଞ୍ଚ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 1744କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ପୁରୀରୁ ସର୍ବାଧିକ 3 ଜଣ କରୋନା ରୋଗୀ ଆଖି ବୁଜିଥିବାବେଳେ ଖୋର୍ଦ୍ଧା ଓ ଜଗତସିଂହପୁରର ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ 68 ବର୍ଷୀୟ ପୁରୁଷ ଓ ଜଗତସିଂହପୁରରୁ 39 ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ପୁରୀରୁ 78 ବର୍ଷୀୟ ପୁରୁଷ, 36 ବର୍ଷୀୟ ପୁରୁଷ ଓ 65 ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି ।
ଭୁବନେଶ୍ବର: ରାଜ୍ୟରେ ଆଜି ୩୭୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୨୧୯ ଜଣ ଚିହ୍ନଟ ହୋଇଥିବାବେଳେ ୧୫୯ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୯ହଜାର ୧୦୩କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୧୨ ହଜାର ୦୫୬ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫ ହଜାର ୨୪୧ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୭୩୪ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୭ ଟି ଜିଲ୍ଲାରୁ ମୋଟ୍ ୩୭୮ଜଣ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ସର୍ବାଧିକ ୩୮ ଜଣ ଚିହ୍ନଟ ହୋଇଥିବାବେଳେ ବାଲେଶ୍ଵରରୁ ୧୪, ବରଗଡରୁ…

