ନୂଆଦିଲ୍ଲୀ : ପ୍ରସିଦ୍ଧ ମସଲା କମ୍ପାନି ଏମ୍ଡିଏଚ୍ର ମାଲିକ ଧରମପାଲ ଗୁଲାଟିଙ୍କର ଦେହାନ୍ତ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ 98 ବର୍ଷ ବୟସ ହୋଇଥିଲା । ମସଲା ଦୁନିଆର ରାଜା କୁହାଯାଉଥିବା ଧରମପାଲ ଗୁଲାଟି ଦିଲ୍ଲୀର ମାତା ଚାନାନ ଦେବୀ ଡାକ୍ତରଖାନାରେ ଭର୍ତ୍ତି ହୋଇ ବେଶ୍ କିଛିଦିନ ହେବ ଚିକିତ୍ସିତ ହେଉଥିଲେ। ଗୁରୁବାର ସକାଳେ ତାଙ୍କର ଦେହାନ୍ତ ହୋଇଥିବା ଜାଣିବାକୁ ମିଳିଛି। 1923 ମସିହାରେ ପାକିସ୍ତାନର ସିଆଲକୋଟରେ ଜନ୍ମଗ୍ରହଣ କରିଥିବା ଧରମପାଲ୍ଙ୍କୁ ଲୋକେ ‘ଦାଦାଜୀ’ ଓ ‘ମହାଶୟଜୀ’ ନାମରେ ମଧ୍ୟ ଜାଣନ୍ତି। ଦେଶ ବିଭାଜନ ପରେ ସେ ଦିଲ୍ଲୀର କରୋଲବାଗରେ ଆସି ମସଲା ବ୍ୟବସାୟ ଚଳାଇଥିଲେ। ପରବର୍ତ୍ତୀ ସମୟରେ ଧରମପାଲ୍ ଭାରତର ଅନ୍ୟତମ ମସଲା ଉତ୍ପାଦନକାରୀ ଏମ୍ଡିଏଚ୍ର ନିର୍ମାଣ କରିଥିଲେ । ଘରେ ଘରେ ପରିଚିତ ପାଲଟିଥିବା ଏହି ମସଲା କମ୍ପାନିର ମାଲିକ ଧରମପାଲ ଗୁଲାଟି ତାଙ୍କର ସଫଳତା ପାଇଁ 2019 ମସିହାରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ ।
Author: Samikhsya Bureau
ବରଗଡ଼: ବରଯାତ୍ରୀଙ୍କୁ ନେଇ ଯାଉଥିବା ବୋଲେରୋ ଧକ୍କା ହେବା ଯୋଗୁ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଚାରି ଜଣ ଆହତ ହୋଇଛନ୍ତି। ସମସ୍ତ ମୃତାହତ ବରଗଡ଼ ଜିଲ୍ଲା କଟାପାଲି ଅଞ୍ଚଳର ବୋଲି ସୂଚନା ମିଳିଛି। ଏକ ଟ୍ରକ୍ ସହ ବରଯାତ୍ରୀ ଗାଡି ଧକ୍କା ହୋଇଥିବାର ସୂଚନା ରହିଛି । ଏମାନେ ସମସ୍ତେ ଏକ ବିବାହ ଉତ୍ସବରେ ଯୋଗଦେବା ପାଇଁ ଯାଉଥିବା ବେଳେ ଛତିଶଗଡ଼ ପୁସୋର ଥାନା ପୋଡ଼ାତରାଇ ଠାରେ ଏହି ଦୁର୍ଘଟଣା ଘଟିଛି।
ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ଦେଖାଦେଇଛି। ରାଜ୍ଯରେ ଆଉ ପାଞ୍ଚଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୭୫୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆଜି ଗଞ୍ଜାମରୁ ସର୍ବାଧିକ ତିନିଜଣ କରୋନା ରୋଗୀ ଆଖି ବୁଜିଥିବାବେଳେ ଭୁବନେଶ୍ବର ଓ ନୟାଗଦ୍ରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଗଞ୍ଜାମରୁ ୮୨ ବର୍ଷୀୟ ପୁରୁଷ, ୫୪ବର୍ଷୀୟ ପୁରୁଷ ଓ ୫୯ ବର୍ଷୀୟା ମହିଳାଙ୍କର ମୃତ୍ୟୁ ହୋଇଛି। ସେହିପରି ଭୁବନେଶ୍ବରରୁ ୫୭ ବର୍ଷୀୟ ପୁରୁଷ ଓ ନୟାଗଡରୁ ୫୨ ବର୍ଷୀୟ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।
ଭୁବନେଶ୍ବର: ରାଜ୍ୟରେ ଆଜି ୪୩୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୨୪୯ଜଣ ଚିହ୍ନଟ ହୋଇଥିବାବେଳେ ୧୮୫ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୦ହଜାର ୧୭କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୧୩ ହଜାର ୩୯୪ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪ ହଜାର ୮୧୫ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୭୫୦ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୮ ଟି ଜିଲ୍ଲାରୁ ମୋଟ୍ ୪୩୪ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୫୪ ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରୁ ୪୫, ବାଲେଶ୍ଵରରୁ ୧୦, ବରଗଡରୁ…
ବ୍ୟାଙ୍କକ୍: ପଥର କେବେ ସୁନା ପାଲଟିବାର ଦେଖିଛନ୍ତି। ଏପରି ଏକ ଘଟଣା ଥାଇଲାଣ୍ଡରେ ଘଟିଛି। ଏଠାରେ ଜଣେ ମତ୍ସ୍ୟଜୀବୀ ପାଇଥିବା ପଥର ଖଣ୍ଡ ସୁନାରେ ପରିଣତ ହୋଇଛି। ତେବେ ଆସନ୍ତୁଜାଣିବା ପୂରା ଘଟଣାଟି କ’ଣ। ମାଛ ବିକ୍ରି କରି ଅନେକ ମତ୍ସ୍ୟଜୀବୀ କୋଟିପତି ହୋଇଥିବା କଥା ଆମେ ଜାଣିଛେ। ହେଲେ ମାଛର ବାନ୍ତି ବିକ୍ରି କରି ଜଣେ ମତ୍ସ୍ୟଜୀବୀ କୋଟିପତି ହୋଇପାରିଛନ୍ତି। ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ପୂରା ସତ। ଥାଇଲାଣ୍ଡର ଜଣେ ମତ୍ସ୍ୟଜୀବୀ ଏଭଳି ସୌଭାଗ୍ୟର ଅଧିକାରୀ ହୋଇଛନ୍ତି। ସେ ଯାହାକୁ ପଥର ଖଣ୍ଡ ବୋଲି ଭାବୁଥିଲେ ତାହା ତାଙ୍କ ପାଇଁ ସୁନା ପାଲଟି ଯାଇଛନ୍ତି। ଏହି ପଥର ଖଣ୍ଡଟି ହେଉଛି ବାସ୍ତବରେ ସାର୍କର ବାନ୍ତି। ଯାହାକୁ ସମୁଦ୍ରର ଗୁପ୍ତଧନ ବୋଲି କୁହାଯାଏ। ଏଥିରେ ଗନ୍ଧହୀନ ଆଲକହଲ ଥାଏ। ବିଶେଷକରି ଅତର ବାସ୍ନାକୁ ଦୀର୍ଘ ସମୟ ରଖିବା ପାଇଁ ଏହା ବ୍ୟବହୃତ ହୋଇଥାଏ। କେତେକଙ୍କ ମତରେ ସାର୍କର ଶରୀରରୁ ଏହି…
ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୩୫ ହଜାର ୫୫୧ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫୨୬ ଜଣଙ୍କର ମୃତ୍ୟୁ ଘଟିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୫ ଲକ୍ଷ ୩୪ ହଜାର ୯୬୫କୁ ବୃଦ୍ଧି ପାଇ ଥିବାବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୩୮ ହଜାର ୬୪୮ ରେ ପହଞ୍ଚିଛି। ସେହିପରି ଏବେ ସୁଦ୍ଧା ଦେଶରେ ୪ ଲକ୍ଷ ୨୨ ହଜାର ୯୪୩ ଜଣ ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ ସୁସ୍ଥ ହୋଇଛନ୍ତି ୮୯ ଲକ୍ଷ ୭୩ ହଜାର ୩୭୩ ଜଣ। ବିଗତ ୨୪ ଘଣ୍ଟା ମଧ୍ୟରେ ୪୦ ହଜାର ୭୨୬ ଜଣ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।
ଭୁବନେଶ୍ବର, ନିଭାର ପରେ ଏବେ ବଙ୍ଗୋପ ସାଗରର ପୁଣି ଏକ ବାତ୍ୟା ଆସୁଛି। ଏହା ଦକ୍ଷିଣପଶ୍ଚିମ ଅଞ୍ଚଳରେ ସୃଷ୍ଟି ହୋଇଛି ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ତେବେ ଏହି ବାତ୍ୟାର ନାମ ‘ବୁରେଭି’ ରଖାଯାଇଛି। ଏହା ଆଜି ରାତି ସୁଦ୍ଧା ଶ୍ରୀଲଙ୍କା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ସେଥିପାଇଁ ତାମିଲନାଡ଼ୁ ଏବଂ କେରଳରେ ହାଇ ଆଲର୍ଟ ଜାରି କରାଯାଇଛି । କେରଳର ୪ ଟି ସହର ଥିରୁଅନନ୍ତପୁରମ୍, କୋଲ୍ଲାମ୍, ପଥନମଥିତ୍ତ ଏବଂ ଆଲାପ୍ପୁଝାରେ ଏହି ରେଡ୍ ଆଲର୍ଟ୍ ଜାରି କରାଯାଇଛି। ଏଥିସହିତ କେରଳ ସରକାର ବାୟୁସେନା ଏବଂ ନୌସେନା ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ୮ ଏନ୍ଡିଆରଏଫ୍ ଟିମ୍ ପହଞ୍ଚି ସାରିଛନ୍ତି। ‘ନିଭାର’ ଠାରୁ ‘ବୁରେଭି’ର ପ୍ରଭାବ ଅଧିକ ରହିବ ବୋଲି ଜଣାପଡିଛି। ଏହାର ପ୍ରଭାବରେ ଉତ୍ତର ତାମିଲନାଡ଼ୁ, ପୁଡ଼ୁଚେରୀ, ଏବଂ ଉତ୍ତର କେରଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ତେବେ…
ଭୁବନେଶ୍ୱର, ସାଂସଦ ତଥା ଓଡ଼ିଶା କଂଗ୍ରେସ ପ୍ରଭାରୀ ଡ. ଏ ଚେଲା କୁମାର ୨ଦିନିଆ ଓଡ଼ିଶା ଗ୍ରସ୍ତରେ ଆସୁଛନ୍ତି । ଆସନ୍ତା ୪ ତାରିଖ ଦିନ ଭୁବନେଶ୍ୱର ବିମାନ ବନ୍ଦରରେ ପଂହଚିବା ପରେ ଦିନ ୧୧ଟାରେ କଂଗ୍ରେସ ଭବନରେ ଅନୁଷ୍ଠିତ କଂଗ୍ରେସ ବିଧାୟକ ଦଳ ବୈଠକରେ ଯୋଗଦେବେ ଏବଂ ସେହିଦିନ ଦିନ ୪ଘଟିକା ସମୟରେ କଂଗ୍ରେସର ସାଂଗଠନିକ ସ୍ଥିତି ନେଇ ବରିଷ୍ଠ ନେତୃବୃନ୍ଦଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ୫ ତାରିଖ ଦିନ ନୟାଗଡ଼ ଗ୍ରସ୍ତ କରି ମୃତ ପରୀର ପରିବାରକୁ ଭେଟିବେ ଏବଂ ସେହିଦିନ ନୟାଗଡ଼ରୁ ଭୁବନେଶ୍ୱର ଫେରି ଦିବା ୩ ଘଟିକା ସମୟରେ କଂଗ୍ରେସର ଆଗାମୀ ରଣନୀତି ନେଇ କଂଗ୍ରେସ ଭବନ ରେ ଅନୁଷ୍ଠିତ ହେବାକୁ ଥିବା ପିସିସି ପର୍ଯ୍ୟବେକ୍ଷକ ଓ ଜିଲ୍ଲା ସଭାପତିମାନଙ୍କ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ଅଛି ବୋଲି ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଏକ ପ୍ରେସ ବିଜ୍ଞପ୍ତିରେ…
ଭୁବନେଶ୍ବର, ଆସନ୍ତା ବଜେଟ ପୂର୍ବରୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଦଳବଦଳ ହେବ ବୋଲି ଜାତୀୟ ଗଣମାଧ୍ୟମରେ ଚାଲିଛି ଚର୍ଚ୍ଚା। ତେବେ ଏହାକୁ ନେଇ ଓଡିଶାର ରାଜନୀତି ପାଣିପାଗ ମଧ୍ୟ ବେଶ ଗରମ ହୋଇଯାଇଛି। ଏହି ଅଦଳବଦଳ ବେଳେ ଓଡିଶାରେ ଆଉ ଜଣେ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବେ ବୋଲି ଆଶା କରାଯାଉଛି। ତେବେ ଓଡିଶାରୁ କିଏ ହେବେ ମନ୍ତ୍ରୀ ସେ ନେଇ ମଧ୍ୟ ଚର୍ଚ୍ଚା ଜୋରଦାର ହେବାରେ ଲାଗିଛି। ଏଥିରେ କେବଳ ଦୁଇ ଜଣଙ୍କ ନାମ ବର୍ତ୍ତମାନ ଦିଲ୍ଲୀ ଦରବାରରେ ବେଶ୍ ଆଲୋଚନା ଚାଲିଛି। ବର୍ତ୍ତମାନ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଦୁଇ ଜଣ ମନ୍ତ୍ରୀ ଅଛନ୍ତି। ସେମାନେ ହେଲେ କ୍ୟାବିନେଟରେ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଷ୍ଟ୍ରମନ୍ତ୍ରୀ ଭାବେ ପ୍ରତାପ ଷଡଙ୍ଗୀ। ହେଲେ କେନ୍ଦ୍ର ନେତୃତ୍ବ ଅନୁଭବ କରିସାରିଲେଣି ଯେ, ଉଭୟଙ୍କ ନେତୃତ୍ବରେ ଓଡିଶାରେ ଫେଲ ମାରୁଛି। ବିଶେଷ କରି ବାଲେଶ୍ବର ଉପ ନିର୍ବାଚନରେ ହାରିବା କେନ୍ଦ୍ର ବିଜେପି ନେତୃତ୍ବଙ୍କୁ ବହୁ ବ୍ୟଥିତ କରିଦେଇଛି। କାରଣ…
ନୂଆଦିଲ୍ଲୀ, ଜୀବନର ପ୍ରତ୍ୟେକ ବ୍ୟକ୍ତିର ଏପରି ଏକ ପରିବର୍ତ୍ତନ ହେବା ଆବଶ୍ୟକ ଯେତେବେଳେ ତାଙ୍କୁ ତାଙ୍କ ଲକ୍ଷ୍ୟରେ ପହଞ୍ଚିବା ପାଇଁ କଷ୍ଟଦାୟକ ରାସ୍ତା ଦେଇ ଯିବାକୁ ପଡିବ। ଏପରି ପରିସ୍ଥିତିରେ, କିଛି ଲୋକ ଭୟଭୀତ ହୋଇ ଦୁଃଖରେ ଭାଙ୍ଗି ପଡନ୍ତି। କେହି କେହି ସାହସ ଧରି ସଫଳତାର ପାହାଚ ଚଢନ୍ତି। ସଫଳତା ମଧ୍ୟ ଏପରି ଲୋକଙ୍କୁ ବାଛିଥାଏ, ଯେଉଁମାନେ ଜୀବନରେ କ୍ଳାନ୍ତ ହୋଇ ପରାଜିତ ହୁଅନ୍ତି ନାହିଁ । ଯଦି ଆପଣ ମଧ୍ୟ ଜୀବନର ପ୍ରତ୍ୟେକ ଅସୁବିଧାକୁ ପରାସ୍ତ କରିବାକୁ ଚାହାଁନ୍ତି, ତେବେ ଏହି 7 ଟି ଟିପ୍ସ ଆପଣଙ୍କୁ ସାହାଯ୍ୟ କରିପାରିବ। 1-ଲୋକମାନେ ଆପଣ ବିଷୟରେ କ’ଣ ଭାବନ୍ତି ତାହା ଚିନ୍ତା କରିବା ଆପଣଙ୍କ କାମ ନୁହେଁ। ଯଦି ଆପଣ ଏହା ଭାବିବେ ତେବେ ନିଜ କାମ କରିବାରେ ଅସୁବିଧାର ସମ୍ମୁଖୀନ ହେବେ। 2-ଆପଣଙ୍କ ଜୀବନକୁ କେବେ ବି ଅନ୍ୟମାନଙ୍କ ସହିତ ତୁଳନା କରନ୍ତୁ ନାହିଁ । ସେମାନଙ୍କ ବିଷୟରେ…
ଭୁବନେଶ୍ୱର: ଦୁର୍ନୀତି ଓ ଅର୍ଥ ତୋଷରପାତ କରି ଭିଜିଲାନ୍ସରେ ଜାଲରେ ପଡି ବରିଷ୍ଠ ଆଇଏଫଏସ ଅଭୟକାନ୍ତ ପାଠକ ଜେଲ ଯାଇଛନ୍ତି। ସେପଟେ ବିଜେଡିରୁ ବହିଷ୍କୃତ ହେବା ପରେ ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ନିଜ ସମର୍ଥନରେ ଲୋକଙ୍କୁ ଏକଜୁଟ କରି ନିରପେକ୍ଷ ତଦନ୍ତ ପାଇଁ ଦାବୀ କରିଛନ୍ତି। ତାଙ୍କ ସମର୍ଥକ ବ୍ରହ୍ମପୁର ଏସପିଙ୍କୁ ଏପରି ଦାବି ଜଣାଇବା ଓଡିଶା ରାଜନୀତିରେ କୌତୁହଳ ସୃଷ୍ଟି କରିଛି। ଆଗକୁ ଝିଅ ବାହାଘର ଥିଲା, ତା ଆଗରୁ ଭାବି ସମୁଦି ଓ ଜ୍ୱାଇଁ ଜେଲ ଗଲେ। ଅଚାନକ ଏଭଳି ଘଟଣାରେ ଉଭୟ ପାଣିଗ୍ରାହୀ ଓ ତାଙ୍କ ପତ୍ନୀ ରାଜ୍ୟ ସରକାରଙ୍କ ବିରୋଧରେ ବିଶୋଦ୍ଗାର କରୁଛନ୍ତି। ହେଲେ ଅଭୟକାନ୍ତ ଓ ଆକାଶ ଯେଉଁ କାରଣ ପାଇଁ ଜେଲ ଗଲେ, ତାହା ସମସ୍ତେ ଜାଣନ୍ତି। ଦୁର୍ନୀତି କଲେ ଦଣ୍ଡ ମିଳେ ବୋଲି ବୋଧେ ଭୁଲି ଯାଇଛନ୍ତି ଜନ ପ୍ରତିନିଧି ପ୍ରଦୀପ ପାଣିଗ୍ରାହୀ। ଖୋଦ ପ୍ରଦୀପ…
ମେଷ: ଆଜି ଆପଣଙ୍କ ପାଇଁ ଏକ ଶୁଭ ଦିନ ହେବ। ଚିନ୍ତାଧାରାରେ ଅତି ଶୀଘ୍ର ପରିବର୍ତ୍ତନ ଯୋଗୁଁ, ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡ଼ିକରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ସହଜ ହେବ ନାହିଁ। ଆଜି ଶ୍ରୀଗଣେଶ ଆପଣଙ୍କ ଉପରେ ଆର୍ଶିବାଦ ବର୍ଷା କରିଛନ୍ତି। ଏକ ନିର୍ଦ୍ଦିଷ୍ଟ କାରଣ ପାଇଁ କାର୍ଯ୍ୟ କିମ୍ବା ଭ୍ରମଣ ହେବାର ଯୋଗ ରହିଛି। ଆଜି ଲେଖାଲେଖି କରିବାର ଶୁଭ ଦିନ ଅଟେ। କାରଣ ଆଜି ବୈଦ୍ଧିକ ଏବଂ ଯୁକ୍ତିଯୁକ୍ତ ଚିନ୍ତା ବିନିମୟ ହୋଇପାରେ। କୈଣସି ମହିଳାଙ୍କ ପାଇଁ ବିବାଦ ଭିତରକୁ ଯାଆନ୍ତୁ ନାହିଁ। ବୃଷ- ମନର ସ୍ଥିରତା ବଜାୟ ରଖିବାର ଆଜି ଆବଶ୍ୟକତା ରହିଛି। କାରଣ ଆପଣ ଆଜି ସୁଯୋଗ ହରାଇ ପାରନ୍ତି। ଯଦି ଆପଣଙ୍କର ଆପୋଷ ବୁଝାମଣା କରିବାର ପ୍ରବୃତ୍ତି ଅଛି, ତେବେ କାହା ସହିତ କୈଣସି ବିବାଦ ହେବ ନାହିଁ। ରହଣି ଆୟୋଜନ ସ୍ଥଗିତ ରଖିବ। ଲେଖକ, କଳାକାର ଏବଂ ପରାମର୍ଶଦାତାମାନଙ୍କ ପାଇଁ ଦିନଟି ଅତ୍ୟନ୍ତ ଅନୁକୂଳ। ଆଜି…
ଭୁବନେଶ୍ବର, ପୁରୀ ଶ୍ରୀମନ୍ଦିର ଆଇନ ଢାଞ୍ଚାରେ ଶ୍ରୀ ଲିଙ୍ଗରାଜ ମନ୍ଦିର ପାଇଁ ଖୁବ ଶୀଘ୍ର ଏକ ସ୍ବତନ୍ତ୍ର ଆଇନ ପ୍ରଣୟନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ଅପରାହ୍ନରେ ଏକାମ୍ର କ୍ଷେତ୍ର ବିକାଶ ପ୍ରକଳ୍ପ ବୁଲି ଦେଖିବା ଅବସରରେ ମୁଖ୍ୟମନ୍ତ୍ରୀ ଲିଙ୍ଗରାଜ ମନ୍ଦିର ସିଂହଦ୍ବାରକୁ ଯାଇ ସେଠାରୁ ମହାପଭୁଙ୍କୁ ପ୍ରଣାମ ଜଣାଇଥିଲେ ଏବଂ ସେବାୟତମାନଙ୍କ ସହିତ ଆଲୋଚନା କରିଥିଲେ । ବର୍ତ୍ତମାନ ସରକାର ଅମଳରେ ବିନ୍ଦୁସାଗର ଠାରୁ ଆରମ୍ଭ କରି ପୁରୁଣା ଭୁବନେଶ୍ବର ଅଞ୍ଚଳରେ ଅନେକ ବିକାଶ କାର୍ଯ୍ୟ ହୋଇଥିବାରୁ ସେବାୟତମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଥିଲେ । ପରେ ମୁଖ୍ୟମନ୍ତ୍ରୀ ଦେବୀ ପାଦହରା ପୁଷ୍କରଣୀ ବୁଲି ଦେଖିବା ସହ ବିନ୍ଦୁସାଗର ମଠଘାଟ ଠାରେ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଥିଲେ। ଏକାମ୍ରକ୍ଷେତ୍ର ପ୍ରକଳ୍ପ ପାଇଁ ଜମି ଦାନ କରିଥିବା ବ୍ୟକ୍ତି ମାନଙ୍କୁ ମୁଖ୍ୟମନ୍ତ୍ରୀ ସାଧୁବାଦ ଜଣାଇଥିଲେ ଏବଂ ପ୍ରକଳ୍ପ କାର୍ଯ୍ୟ ଆଗକୁ ନେବା ପାଇଁ ସମସ୍ତଙ୍କର…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତ ଦୁଇଦିନ ତଳେ ବଡ଼ବଜାର ଥାନା ପ୍ରହ୍ଲାଦ ନଗର ଅଂଚଳରୁ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଦୀପ ସାହୁ ଗଂଜେଇ ଚାଲାଣ ବେଳେ ଧରାପଡ଼ିଥିବାବେଳେ ଆଜି ପୁଣି ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଗଂଜେଇ ଚାଲାଣ ବେଳେ କାବୁ କରିଛି ବୈଦ୍ୟନାଥପୁର ପୋଲିସ୍। ଘଟଣାରୁ ପ୍ରକାଶ ଯେ ଆଜି ପ୍ରାତଃସକାଳେ ବୈଦ୍ୟନାଥପୁର ଥାନାରେ ଏସ୍ଆଇ ବିଭୂତି ଭୂଷଣ ସେଠୀ ଏବଂ ଏଏସ୍ଆଇ ଗୋପାଳ ରେଡ଼ୀ ଅନ୍ୟାନ୍ୟ ଷ୍ଟାଫ୍ ସହ ରାତ୍ରିକାଳୀନ ପେଟ୍ରୋଲିଂ କରୁଥିବାବେଳେ ସଂଦେହରେ ଖୋଡ଼ାସିଂ ଓଭରବ୍ରିଜ୍ ତଳେ ନମ୍ବର ବିହିନ ହିରୋହୋଣ୍ଡା ବାଇକ୍ରେ କିଛି ସାମଗ୍ରୀ ଧରି ଯାଉଥିବା ଜନୈକ ଯୁବକକୁ ଅଟକାଇଥିଲେ। ଦୁର୍ଦ୍ଦାନ୍ତ ଅପରାଧୀ ପୁରୁଣା ବ୍ରହ୍ମପୁର ଗଣେଶ ନଗରର ସାଗର ମୁଳି ଏକ ନମ୍ବର ବିହୀନ ଗାଡ଼ିରେ ଗଂଜେଇ ଚାଲାଣ କରୁଥିବା ବେଳେ ତା’ ନିକଟରୁ ଦୁଇଟି ବେଗ୍ରେ ଭର୍ତ୍ତି କରିଥିବା ୨୮ କେଜି ୪୫୦ ଗ୍ରାମ ଗଂଜେଇ ଜବତ କରିଥିଲେ। ସୂଚନାଯୋଗ୍ୟ ସାଗର ମୁଳି…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ପରିବାର ଲୋକେ ସବୁ ମହଲରେ ବାରମ୍ବାର ନ୍ୟାୟର ଦାବି କରିବା ସତ୍ତ୍ୱେ ଜନୈକ ଦଳିତ ଝିଅ ପ୍ରମୋଦିନିର ହତ୍ୟାକାରୀ ତଥା ଦୁଷ୍କର୍ମକାରୀଙ୍କୁ ୨୦୨ ଦିନ ବିତିଯାଇଥିଲେ ବି କାହିଁକି ପୋଲିସ୍ ଗିରଫ କରୁନାହିଁ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅଭିଯୁକ୍ତମାନେ ପ୍ରଭାବଶାଳୀ ତଥା ବରିଷ୍ଠ ନେତୃବର୍ଗଙ୍କ ଛତ୍ରଛାୟା ତଳେ ରହି ନିର୍ଭୟରେ ବିତରଣ କରୁଛି। ଅପରାଧୀଙ୍କ କୌଣସି ଠିକଣା ମିଳୁନାହିଁ କହି ପୋଲିସ୍ ଘଣ୍ଟ ଘୋଡ଼ାଉଛି। ପୂର୍ବରୁ ଆଇନଜୀବୀ ଶ୍ରୀକାନ୍ତ ପାଢ଼ୀଙ୍କ ସହ ପୀଡ଼ିତାର ମା’ ରମା ନାୟକ ଅପରାଧୀଙ୍କ ସମସ୍ତ ଗତିବିଧି ନେଇ ପୋଲିସ୍କୁ ସୂଚନା ଦେଉଥିଲେ ମଧ୍ୟ ତଦନ୍ତରେ କୌଣସି ଅଗ୍ରଗତି ନ ହେବା କେ. ନୂଆଗାଁ ଥାନାଧିକାରୀଙ୍କ ଅପରାଧୀଙ୍କ ସହ ମଧୁଚନ୍ଦ୍ରିକା ଚାଲିଥିବା ସଂଦେହ ଦୃଢ଼ୀଭୂତ ହୋଇଛି। ଆଜି ପରିବାର ବର୍ଗଙ୍କ ସହ ଆଇନୀଜୀବୀ ପ୍ରମୋଦିନୀଙ୍କୁ ନ୍ୟାୟ ପାଇଁ ବିକ୍ଷୋଭ କରିଥିଲେ। ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦକ୍ଷିଣାଞ୍ଚଳ ଆରକ୍ଷୀ ଉପ-ମହାନିରୀକ୍ଷକଙ୍କ ମାଧ୍ୟମରେ ସ୍ମାରକପତ୍ର ପ୍ରଦାନ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ମହୁଡ଼ା ପଞ୍ଚାୟତର କୁମାରପୁର ଗ୍ରାମରେ ଏକ ନାବାଳିକାର ବାହାଘର ଉପରେ ରୋକ ଲଗାଇଛି ପ୍ରଶାସନ। ମିଳିଥିବା ସୂଚନା ମୁତାବକ ଆଜି ରାତିରେ ଉକ୍ତ ଗ୍ରାମର ଜଣେ ୧୩ ବର୍ଷର ନାବାଳିକାର ବାହାଘର ଉକ୍ତ ଗ୍ରାମର ଜଣେ ଯୁବକ ସହିତ ଆୟୋଜିତ ହେବାର କାର୍ଯ୍ୟକ୍ରମ ଥିଲା। ପାଖାପାଖି ୧୦୦୦ ଲୋକଙ୍କ ନିମନ୍ତେ ଏକ ନୈଶ ଭୋଜିର ମଧ୍ୟ ଆୟୋଜନ କରିଥିଲେ। କୌଣସି ସୂତ୍ରରୁ ଖବର ପାଇଁ ସଦରଥାନା ପୋଲିସ ସହାୟତାରେ କୁକୁଡାଖଣ୍ଡି ସମନ୍ୱିତ ଶିଶୁ ବିକାଶ ଯୋଜନା ଅତିରିକ୍ତ ଦାୟିତ୍ୱରେ ଥିବା କୁକୁଡାଖଣ୍ଡି ତହସିଲଦାର ଡ଼ଃ.ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ସ୍ଥାନୀୟ ଅଙ୍ଗନବାଡି ସୁପରଭାଇଜର ଓ ଅଙ୍ଗନବାଡି କର୍ମୀଙ୍କୁ ନେଇ ଉକ୍ତ ବାସଗୃହ ଉପରେ ଚଢ଼ାଉ କରିଥିଲେ। ନାବାଳିକା ଜଣଙ୍କୁ ଉକ୍ତ ସ୍ଥାନରୁ ଉଦ୍ଧାର କରିଥିଲେ ଓ କରୋନା କଟକଣାକୁ ଅବମାନନା କରି ଭୋଜି ଆୟୋଜନ କରାଯାଇଥିବା କାରଣରୁ ଭୋଜି ବନ୍ଦ କରାଯାଇଥିଲା। ପୋଲିସ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତ ୧୮.୧୧.୨୦୧୯ରେ ବଡ଼ଗଡ଼ ଥାନା ଅନ୍ତର୍ଗତ ବଡ଼ଗଡ଼ ଗ୍ରାମର ବ୍ୟବସାୟୀ କେ. ସିମାଦ୍ରୀ ପାତ୍ର (୬୩)ଙ୍କୁ ବନ୍ଧୁକ ମୁନରେ ଲୁଟ୍ କରିଥିବା ଘଟଣାରେ ବଡ଼ଗଡ଼ ପୋଲିସ୍କୁ ମିଳିଛି ସଫଳତା। ଘଟଣାର ଅନୁସନ୍ଧାନ କରି ବଡ଼ଗଡ଼ ପୋଲିସ୍ ୭ ଜଣକୁ ଗିରଫ କରିଥିବାବେଳେ ଲୁଟ୍ ସାମଗ୍ରୀ ଜବତ କରିଛି। ଲୁଟେରାମାନେ ହେଲେ ଖଣ୍ଡରାବନ୍ଧ ଗ୍ରାମର ଅନିଲ ଡ଼ାକୁଆ (୨୫), କଳାସିଂ ଗ୍ରାମର ଏ. ସୁରେଶ ଡ଼ୋରା (୨୪), ଗାଙ୍ଗପୁର ଗ୍ରାମର କାହ୍ନୁ ବିଷୋୟୀ (୨୭), ଶିକିରି ଗ୍ରାମର ଜଗନ୍ନାଥ ରାଉତ ଓରଫ୍ ଜଗା ଓରଫ୍ ପେପ୍ସି (୨୦), ଶିକିରର ଶିବ ନାୟକ (୨୧), ସୋଲସେଲା ଗ୍ରାମର କୈଳାସ ଚିନ୍ଦ୍ରା (୩୦) ଏବଂ ବି. ରମେଶ ପାତ୍ର (୫୭)। ଏମାନଙ୍କ ନିକଟରୁ ପୋଲିସ୍ ଗୋଟିଏ ବନ୍ଧୁକ, ଦୁଇଟି ଜୀବନ୍ତ ଗୁଳି, ଚାକୁ, ତିନୋଟି ମଟର ସାଇକେଲ୍ ସହ ଲୁଟ୍ ସାମଗ୍ରୀର ଗୋଟିଏ ସୁନା ଚେନ୍, ଦୁଇଟି ମୁଦି ଏବଂ…
କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ବନଖଣ୍ଡ ବଡବାହାଳ ରେଞ୍ଜ କଦଳିଗଡ ଅଂଚଳରୁ ମାଙ୍କଡ ମାଂସ ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନବିଭାଗ। ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ବଡବାହାଳ ରେଞ୍ଜ ଅଧିନସ୍ଥ କଦଳିଗଡ ଗ୍ରାମର ରାହାନ୍ ରିଜର୍ଭ ଜଙ୍ଗଲର କଂପାର୍ଟ ମେଂଟ୍ ନଂ ୬ ନିକଟରୁ ବଡବାହାଳର ଫରେଷ୍ଟ ଗାର୍ଡ ରାଜେନ୍ଦ୍ର କୁମାର ପ୍ରଧାନ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଜଙ୍ଗଲରୁ ମାଙ୍କଡମାରି ଆସୁଥିବା ସମରା ମୁଣ୍ଡାକୁ ଧରିଥିଲେ। ତାଙ୍କ ଘର ଜମନକିରା ଥାନା ବନ୍ଧାଭୂଇଁର ବୋଲି ଜଣା ପଡିଛି। ତାଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି।
କନ୍ଦର୍ପ ବେହେରା ରେଢାଖୋଲ: ଚାରମାଳ ଥାନା ଭରତାପୁରରେ ଜନୈକ ଦୋକାନୀକୁ ସଂଘବଦ୍ଧ ଭାବରେ ମରଣାତ୍ମକ ଆକ୍ରମଣ ହୋଇଥିବା ଆହତ ଙ୍କ ମାଆ ଚାରମାଳ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ସୂତ୍ରରୁ ପ୍ରକାଶ ଯେ, ଚାରମାଳ ଥାନା ଭରତାପୁର ଗ୍ରାମର ଦେବାର୍ଚ୍ଚନା ସାହୁ ସେହି ଗାଁରେ ଏକ ଦୋକାନ ଦେଇଛନ୍ତି। ତାଙ୍କ ଦୋକାନକୁ କେତେଜଣ ଲୋକ ଆସି ଉଧାରିରେ ଜିନିଷ ଦେବାକୁ ମାଗିଥିଲେ। ଦୋକାନୀ ଉଧାରୀ ଦେବାକୁ ମନା କରିବାରୁ ସେମାନେ ସଂଘବଦ୍ଧ ଭାବେ ଦୋକାନୀକୁ ଠେଙ୍ଗାରେ ମାଡମାରି ଆକ୍ରମଣ କରିଥିଲେ ବୋଲି ଦୋକାନୀର ମାଆ ଚାରମାଳ ଥାନାରେ ଲିଖିତାକାରରେ ଅଭିଯୋଗ କରିଛନ୍ତି। ୪ ଜଣ ଆକ୍ରମଣ କାରୀ ଫେରାରଥିବା ଚାରମାଳ ଥାନାଧିକାରୀ ପ୍ରକାଶ କରିଛନ୍ତି।
ରେଢାଖୋଲ କନ୍ଦର୍ପ ବେହେରା: ଗତ ଡିସେମ୍ବର ୧ ତାରିଖ ରାତିରେ ରେଢାଖୋଲ ବନବିଭାଗ ବଡବାହାଳ ରେଞ୍ଜ ଅଂଚଳରୁ ହରିଣ ସିଙ୍ଘ, ଚମଡା, ଦେଶୀବନ୍ଧୁକ, ଫାସ ଜାଲ ଆଦି ଜବତ କରିବା ସହ ଦୁଇ ଜଣ ଶିକାରୀଙ୍କୁ ଗିରଫ କରିଥିଲା। ଆଜି ସେମାନଙ୍କୁ ରେଢାଖୋଲ ଏସ୍ଡିଜେଏମ୍ କୋର୍ଟରେ ଜାମିନ୍ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ ହାଜତକୁ ପଠାଇଦେଇଥିବା ଜଣାପଡିଛି। ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ବଡବାହାଳ ରେଞ୍ଜ ଅଧିନସ୍ଥ ଭରତାପୁର ପଂଚାୟତର ଚୁଡାପୁଡୁଗ ଗ୍ରାମରୁ ବନବିଭାଗ ଡିସେମ୍ବର ୧ ତାରିଖ ମଧ୍ୟରାତ୍ରିରେ ଗ୍ରାମର ରାଜୁ ଖାଡିଆ(୩୧) ଏବଂ ଜଗବନ୍ଧୁ ନାଗ(୩୪) ଙ୍କ ଘରେ ଚଢଉ କରି ସେମାନଙ୍କ ଘରୁ ଦେଶୀବନ୍ଧୁକ, ଚମଡା, ହରିଣସିଙ୍ଘ ସହ ଫାସଜାଲ ଜବତ କରିବା ସହ ଗିରଫ କରିଥିଲା। ସେମାନଙ୍କ ଠାରୁ ଅଧିକ ସୂଚନା ପାଇବା ପାଇଁ ବନବିଭାଗ ଦିନତମାମ୍ ଜେରା କରିଥିଲା। ବନବିଭାଗ ବାରମ୍ବାର ଜେରା କରିଲା ପରେ ଶିକାରୀ ଦ୍ୱୟ ସବୁ କଥା…
ଭୁବନେଶ୍ଵର: ଆଜି ରାଜ୍ୟରୁ ୬୬୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ମୟୂରଭଞ୍ଜରୁ ସର୍ବାଧିକ ୫୬ ଜଣ ସୁସ୍ଥ ହୋଇଥିବା ବେଳେ ଅନୁଗୁଳରୁ ୫୫, ଖୋର୍ଦ୍ଧାରୁ ୫୪, ସୁନ୍ଦରଗଡରୁ ୪୬, ବଲାଙ୍ଗିରିରୁ ୪୨, ଜଗତସିଂହପୁରରୁ ୩୯, ବାଲେଶ୍ଵରରୁ ୩୮, କଟକରୁ ୩୮, କେନ୍ଦୁଝରରୁ ୩୭, ଝାରସୁଗୁଡାରୁ ୨୮, କେନ୍ଦ୍ରାପଡାରୁ ୨୬, ନୂଆପଡ଼ାରୁ ୨୬, ପୁରୀରୁ ୨୩, ସମ୍ବଲପୁରରୁ ୨୩, ବରଗଡରୁ ୧୭, ଯାଜପୁରରୁ ୧୭, ଢେଙ୍କାନାଳରୁ ୧୬, ଭଦ୍ରକରୁ ୧୫, କଳାହାଣ୍ଡିରୁ ୧୧, ମାଲକାନଗିରିରୁ ୮, ନବରଙ୍ଗପୁରରୁ ୮, ଦେବଗଡରୁ ୪, ଗଞ୍ଜାମରୁ ୪, କୋରାପୁଟରୁ ୪, ରାୟଗଡାରୁ ୪, କନ୍ଧମାଳରୁ ୩, ନୟାଗଡରୁ ୩, ଗଜପତିରୁ ୨, ସୋନପୁରରୁ ୨ ଏବଂ ଷ୍ଟେଟ୍ ପୁଲରୁ ୧୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩…

