ଓଡ଼ିଆ ଚଳଚ୍ଚିତ୍ର ’ଏଇ ବୋଧେ ଭଲପାଇବା’ର ଶୁଭ ମହୁରତ

Published: Dec 2, 2020, 5:14 pm IST

ଭୁବନେଶ୍ବର : ଭୁବନେଶ୍ବରସ୍ଥିତ କିଟ୍‌ କ୍ୟାମ୍ପସ୍‌ରେ ନୂତନ ଓଡ଼ିଆ ଚଳ୍ଚିତ୍ର ‘ଏଇ ବୋଧେ ଭଲପାଇବା’ର ଶୁଭ ମହୁରତ ଅନୁଷ୍ଠିତ ହୋଇଛି । ଓଡିଶା ସଂସ୍କୃତି ସଚିବ ରଂଜନ କୁମାର ଦାସଙ୍କ ନିଜସ୍ବ କାହାଣୀକୁ ନେଇ କଳିଙ୍ଗ ସୂର୍ଯ୍ୟ ସିନେ ପ୍ରଡକ୍ସ ପ୍ରସ୍ତୁତ ଚଳଚ୍ଚିତ୍ରର ଶୀର୍ଷକ ରହିଛି ‘ଏଇ ବୋଧେ ଭଲ ପାଇବା’ । ଆଲେକଜାଣ୍ଡର ଦାସ ଓ ସିଦ୍ଧାର୍ଥ ପାତ୍ରଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଭାର ଗ୍ରହଣ କରିଛନ୍ତି ସୁଧାକର ବସନ୍ତ । ଏହି ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶକର ଦାୟିତ୍ବ ନିର୍ବାହ କରୁଛନ୍ତି ଅଭିଜିତ୍‌ ମଜୁମଦାର । ଫିଲ୍ମର କଳାକାର, ନିର୍ଦ୍ଦେଶକ, ପ୍ରଯୋଜକ, ସଙ୍ଗୀତ ନିର୍ଦ୍ଦେଶକ ଓ ଟେକ୍‌ନିସିଆନ୍‌ଙ୍କ ଉପସ୍ଥିତିରେ ଏହି ଫିଲ୍ମର ଶୁଭ ମହୁରତ ହୋଇଛି । ଏହି ଫିଲ୍ମକୁ ଶୁଭ ମହୁରତ୍‌ କରିଥିଲେ କାଦମ୍ବିନୀର ସମ୍ପାଦିକା ଡ. ଇତିରାଣୀ ସମାନ୍ତ ଓ ଓଡ଼ିଆ ଚଳଚ୍ଚିତ୍ର ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ । ଏହି ମହରୁତ୍‌ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ସିନେ କ୍ରିଟିକ୍‌ ଆସୋସିଏସନ୍‌ର ସମ୍ପାଦକ ଦିଲ୍ଲୀପ ହାଲି, ସଂଳାପକାର ଡ. ରଜନୀ ରଂଜନ ଓଙ ଓଲିଉଊଡ୍‌ର କ୍ରିଏଟିଭ୍‌ ହେଡ୍‌ ପ୍ରଣୟ ଜେଠୀ ।

ଏହି ଫିଲ୍ମର ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି ଅଭିନେତା ଦୀପକ ଓ ଅଭିନେତ୍ରୀ ଅନୁଭା । ଏମାନଙ୍କ ବ୍ୟତୀତ ଏହି ଫିଲ୍ମରେ କୁନା ତ୍ରିପାଠୀ, ସରୋଜ ଦାସ, ନନସେନ୍ସ ମଣି, ପ୍ରତିଭା ପଣ୍ଡା, ମଧୁ, ନମିତା ଅପା ପ୍ରମୁଖ ନଜର ଆସିବେ । ଚଳଚ୍ଚିତ୍ରର ପ୍ରଡକ୍ସନ ଡିଜାଇନ୍‌ କରିଛନ୍ତି ଚିତ୍ତରଂଜନ ଆଚାର୍ଯ୍ୟ । ଅଜିତ୍‌ କିଶୋର ଦାସ ଏହି ଫିଲ୍ମର ଡିଓପି ଭାବେ ଦାୟିତ୍ବ ନିର୍ବାହ କରୁଛନ୍ତି ।

Related posts