Author: Samikhsya Bureau

ନୟାଗଡ଼: ବହୁ ଚର୍ଚ୍ଚିତ ପରି ହତ୍ୟା ଘଟଣାରେ ସାରା ରାଜ୍ୟରେ ଆନ୍ଦୋଳନ ଜାରି ରହିଛି। ଏହି ଘଟଣାକୁ ନେଇ ବିଭିନ୍ନ ଦଳର ନେତାମାନେ ସରକାର ବିରୋଧରେ ପ୍ରତିବାଦ କରିବା ସହ ପୀଡ଼ିତାଙ୍କ ପରିବାରକୁ ଭେଟୁଛନ୍ତି। ତେବେ ଆଜି ରାଜ୍ୟର ଦୁଇ ପ୍ରମୁଖ ଦଳ କଂଗ୍ରେସ ଏବଂ ବିଜେପି ଦଳର ନେତାମାନେ ପରୀର ପରିବାରକୁ ଭେଟିଛନ୍ତି। ପ୍ରଥମେ ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ପରୀ ଗ୍ରାମକୁ ଆସି ଘଟଣା ସମ୍ପର୍କରେ ତଦାରଖ କରିବା ସହ ପରିବାରକୁ ଭେଟିଥିଲେ। ସେହିପରି ବିଜେପି ପ୍ରବକ୍ତା ତଥା ପୁରୀ ଲୋକସଭା ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ପରୀର ପରୀର ବାପା ଅଶୋକ ସାହୁ ଓ ମାଆ ସୌଦାମିନିଙ୍କୁ ଭେଟି ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି। ତେବେ ବିଜେପି ଏହି ମାମଲାରେ ସିବିଆଇ ତଦନ୍ତ ଦାବି କରୁଛି। ଏହା ସହିତ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଇଥିବାର ଅଭିଯୋଗ କରି ବିଜେପି ପକ୍ଷରୁ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି…

Read More

ନୂଆଦିଲ୍ଲୀ: ଭ୍ରଷ୍ଟାଚାର ଅଭିଯୋଗରେ ଗିରଫ ହୋଇଥିବା ବିଜେପି ନେତାଙ୍କୁ ଦଳରୁ ବହିସ୍କାର କରାଯାଇଛି। ଦିଲ୍ଲୀର ବସନ୍ତ କୁଞ୍ଜ ମ୍ୟୁନିସ୍‌ପାଲ୍‌ ଅଞ୍ଚଳର କାଉନ୍‌ସିଲର ମନୋଜ ମହଲୱତଙ୍କୁ ଦଳରୁ ବହିଷ୍କାର କରାଯାଇଛି। ଗତକାଲି ତାଙ୍କୁ ସିବିଆଇ ଗିରଫ କରିବା ପରେ ଦିଲ୍ଲୀ ବିଜେପି ଅଧ୍ୟକ୍ଷ ଆଦେଶ ଗୁପ୍ତା ଆଜି ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରିଛନ୍ତି। ଏନେଇ ଦିଲ୍ଲୀ ବିଜେପି ପ୍ରବକ୍ତା ପ୍ରବୀଣ ଶଙ୍କର ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ମନୋଜ ତାଙ୍କ ଅଞ୍ଚଳରେ ଜଣେ ଠିକାଦାରଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ। ମନୋଜ ଲାଞ୍ଚ ନେଲାବେଳେ ତାଙ୍କୁ ସିବିଆଇ ଘଟଣା ସ୍ଥଳରେ ଧରିଥିଲା। ମନୋଜ ଭାରତୀୟ ଜନତା ପାର୍ଟି ତରଫରୁ ୨୦୧୭ରେ ବସନ୍ତ କୁଞ୍ଜ ମ୍ୟୁନିସ୍‌ପାଲ୍‌ ଅଞ୍ଚଳରୁ ନିର୍ବାଚନ ଲଢ଼ି ଏବେ ସେଠାକାର କାଉନ୍‌ସିଲର୍‌ ଅଛନ୍ତି।

Read More

ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟ ଖେଳାଳି ଯୁବରାଜ ସିଂହଙ୍କ ପିତା ଯୋଗରଜ ସିଂହଙ୍କ ମନ୍ତବ୍ୟକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି। ସୋସିଆଲ ମିଡିଆରେ ଏକ ବିବାଦୀୟ ଟିପ୍ପଣୀ ଦେଇଥିବା ଭିଡିଓ ଭାଇରାଲ ହେବା ପରେ ଯୋଗରାଜଙ୍କ ଗିରଫ ଦାବି କରାଯାଇଛି। ସୂଚନା ଯୋଗ୍ୟ ଯେ, ବର୍ତ୍ତମାନ ଦେଶରେ କେନ୍ଦ୍ର ସରକାର ବିରୋଧରେ କୃଷକ ଆନ୍ଦୋଳନ ଏକ ତୀବ୍ର ରୂପ ନେଉଛି। ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ଯୋଗରାଜ ସିଂହ। ତେବେ ଏହି ଆନ୍ଦୋଳନ ସମୟରେ ସେ ହିନ୍ଦୁଙ୍କୁ ନେଇ ଏକ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। ତାଙ୍କର ଭାଷଣ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଯୋଗରାଜ ସିଂହଙ୍କ ଭାଇରାଲ ଭିଡିଓରେ ସେ ପଞ୍ଜାବୀରେ ଭାଷଣ ଦେଉଥିବା ବେଳେ ହିନ୍ଦୁଙ୍କୁ ଗଦ୍ଦାର କହିଥିବା ନଜର ଆସିଛନ୍ତି। ସେ କହିଛନ୍ତି, ‘ଏଇ ହିନ୍ଦୁମାନେ ଗଦ୍ଦାର, ଶହେ ବର୍ଷ ଯାଏଁ ମୁଗଲମାନଙ୍କ ଗୋଲାମୀ କଲେ।’ ଏହା ସହିତ ସେ ମହିଳାଙ୍କ ବିରୋଧରେ ମଧ୍ୟ ବିବାଦୀୟ ବୟାନ ଦେଇଛନ୍ତି। ହେଲେ…

Read More

ନୂଆଦିଲ୍ଲୀ, ଆସନ୍ତା ମଙ୍ଗଳବାର ଦିନ ଭାରତ ବନ୍ଦ କରାଯିବ। ଏ ନେଇ ଦେଶର ବିଭିନ୍ନ କୃଷକ ସଂଗଠନ ଘୋଷଣା କରିଛନ୍ତି। କୃଷି ବିଲକୁ ପ୍ରତ୍ୟାହାର ଦାବୀରେ ଏହି ବନ୍ଦ ଡାକରା ଦିଆଯାଇଛି। ଦଶ ଦିନ ଧରି ନୂଆଦିଲ୍ଲୀରେ ବିଭିନ୍ନ କୃଷକ ସଂଗଠନର ଆନ୍ଦୋଳନ ଜାରୀ ରଖିଛନ୍ତି। ବିଭିନ୍ନ ମୁଖ୍ୟ ରାସ୍ତାଗୁଡିକ ଚାଷିମାନେ ଅବରୋଧ କରି ରହିଛିନ୍ତି। କେନ୍ଦ୍ର ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବା ପାଇଁ ମଙ୍ଗଳବାର ଦିନ ଭାରତ ବନ୍ଦ କରିବାକୁ ସମସ୍ତ ଚାଷି ସଂଗଠନ ନିଷ୍ପତି ନେଇଛନ୍ତି। ଇତି ମଧ୍ୟରେ କେନ୍ଦ୍ର ସରକାର ଚାଷୀ ନେତାମାନଙ୍କ ସହିତ ଚାରିଥର ଆଲୋଚନା କରିସାରିଛନ୍ତି। ଏପରିକି କେନ୍ଦ୍ର ସରକାର ବିଲ ସଂଶୋଧନ କରିବା ପାଇଁ ମଧ୍ୟ ରାଜି ହୋଇଛନ୍ତି। ହେଲେ ଚାଷିନେତାମାନେ ଏଥିରେ ରାଜି ନାହାଁନ୍ତି। ସେମାନଙ୍କର ଦାବୀ ହେଲା କୃଷି ବିଲକୁ ସଂପୂର୍ଣ୍ଣ ପ୍ରତ୍ୟାହାର କରାଯାଉ। ଧୀରେ ଧିରେ ଏହି ଆନ୍ଦୋଳନ ବିଭିନ୍ନ ରାଜ୍ୟକୁ ସଂକ୍ରାମିତ ହେବାରେ ଲାଗିଛି। ଫଳରେ…

Read More

ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ  ମଧ୍ୟ ହ୍ରାସ ଦେଖାଦେଇଛି। ରାଜ୍ୟରେ ଆଉ ପାଞ୍ଚଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୭୬୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆଜି ଭୁବନେଶ୍ବରରୁରୁ ସର୍ବାଧିକ ଦୁଇଜଣ କରୋନା ରୋଗୀ ଆଖି ବୁଜିଥିବାବେଳେ ଜଗତସିଂହପୁର, ନୟାଗଡ ଏବଂ ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଭୁବନେଶ୍ୱରରୁ କରୋନା ସଂକ୍ରମିତ ଜଣେ ୫୫ ବର୍ଷୀୟ ପୁରୁଷ ଓ ଜଣେ ୭୯ ବର୍ଷୀୟ ମହିଳା ମୃତ୍ୟୁବରଣ କରିଛନ୍ତି। ନୟାଗଡ଼ ଜିଲ୍ଲାରୁ ଜଣେ ୫୦ ବର୍ଷୀୟ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ପୁରୀରେ ଜଣେ ୭୨ ବର୍ଷୀୟ ବୃଦ୍ଧ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି।

Read More

ଚଣ୍ଡୀଗଡ଼: କରୋନା ଟୀକାକୁ ନେଇ ଲୋକେ ବେଶ ଉତ୍ସାହିତ ଅଛନ୍ତି। ବିଭିନ୍ନ କରୋନା ଟୀକା ପ୍ରସ୍ତୁତ କମ୍ପାନୀଗୁଡିକ ସଫଳତା ହାସଲ କରୁଛନ୍ତି ବୋଲି ଦାବି କରୁଥିବା ବେଳେ ଆଜି ଏକ କମ୍ପାନୀର ସଫଳତା ଉପରେ ଆଶଙ୍କା ସୃଷ୍ଟି କରିଛି। ତେବେ କୋଭାକ୍ସିନ ଟୀକା ଦେଇଥିବା ହରିୟାଣା ଗୃହ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଅନୀଲ ଭିଜ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ନିଜେ ଟ୍ୱିଟ କରି ମନ୍ତ୍ରୀ ଶ୍ରୀ ଭିଜ ଏହି ସୂଚନା ଦେଇଛନ୍ତି। ଆଜି ତାଙ୍କର କୋଭିଡ଼ ରିପୋର୍ଟ ପଜିଟିଭ ଆସିଛି। ସେ ଅମ୍ବାଲାର ସିଭିଲ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଜାରି ରହିଛି। ଅନେକ ସ୍ୱେଚ୍ଛାସେବୀ ଏହି ଟୀକା ନେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଗତ ନଭେମ୍ବର ୨୦ରେ ସ୍ୱେଚ୍ଛାସେବୀ ଭାବେ ଶ୍ରୀ ଭିଜ ଟୀକା ନେଇଥିଲେ। କିନ୍ତୁ ସେ କରୋନା ଆକ୍ରାନ୍ତ ହୋଇଥିବାରୁ କୋଭାକ୍ସିନର ସଫଳତାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି।

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୪୦୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୨୩୪ ଜଣ ଚିହ୍ନଟ ହୋଇଥିବାବେଳେ ୧୭୫ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୦ହଜାର ୮୦୩କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୧୪ ହଜାର ୬୬୫ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪ ହଜାର  ୩୨୫ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୭୬୦ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୭ ଟି ଜିଲ୍ଲାରୁ ମୋଟ୍‌ ୪୦୯ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୪୪ ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳ…

Read More

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ତାପମାତ୍ରା ହ୍ରାସ ପାଇବା ସହ ଥଣ୍ଡା ବଢିବାରେ ଲାଗିଛି। ଆଜି ରାଜ୍ୟର ୧୪ଟି ସହରରେ ପାରଦ ୧୪ ଡିଗ୍ରୀ ସେଲସିୟସ୍ ତଳେ ରହିଛି। ସବୁଠୁ ଥଣ୍ଡା ସହର ଭାବେ ସୋନପୁର ସହରର ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀରେ ୯ ଓ ଦାରିଙ୍ଗିବାଡ଼ିରେ ୯.୫ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରହିଛି। ସେହିପରି ଦାରିଙ୍ଗିବାଡ଼ିର ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ, ଭବାନୀପାଟଣା ୧୦.୫ ଡିଗ୍ରୀ, ଅନୁଗୁଳ ୧୦.୬ ଡିଗ୍ରୀ, ତାଳଚେର ୧୧.୭ ଡିଗ୍ରୀ, ଝାରସୁଗୁଡା ୧୨.୨, ସୁନ୍ଦରଗଡ ୧୨.୫, କେନ୍ଦୁଝର ୧୨.୬, ବଲାଙ୍ଗିର ୧୨.୮, ସମ୍ବଲପୁରରେ ୧୩.୬ ଏବଂ ବୌଦ୍ଧରେ ସର୍ବନିମ୍ନ ତାପମାତ୍ରା ୧୩.୫ଡ଼ିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ତେବେ କଟକର ସର୍ବନିମ୍ନ ତାପାମାତ୍ରା ୧୪.୮ ଡିଗ୍ରୀ ସେଲସିୟସ ଥିବା ବେଳେ ଭୁବନେଶ୍ୱର ତାପମାତ୍ରା ୧୬.୯ ଡ଼ିଗ୍ରୀ ସେଲସିୟସ ରହିଛି।

Read More

ଭୁବନେଶ୍ୱର: କରୋନା ଯୋଗୁଁ ଗତ ମାର୍ଚ୍ଚ ମାସରୁ ଦେଶରେ ସମସ୍ତ ସ୍କୁଲ ଏବଂ କଲେଜ୍‌ ବନ୍ଦ ରହିଛି। ତେବେ ରାଜ୍ୟ ସରକାର ଯୁକ୍ତ ୨ କଲେଜ୍ ରେ ଶିକ୍ଷାଦାନ ଆରମ୍ଭ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ଏନେଇ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ରାଜ୍ୟର ସମସ୍ତ ଯୁକ୍ତ ୨ କଲେଜ କ୍ୟାମ୍ପସ୍‌କୁ ବିଶୋଧନ ଓ ସଫେଇ କରିବାକୁ ନିର୍ଦ୍ଦେଶ ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସବୁ ସରକାରୀ ଓ ଘରୋଇ କଲେଜ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦେଶନାମାରେ ପରୀକ୍ଷାଗାର, କ୍ଲାସ ରୁମ, ଶୌଚାଳୟ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ସପ୍ତାହେ ମଧ୍ୟରେ ପ୍ରସ୍ତୁତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ସାରା ଦେଶରୁ ୩୬ ହଜାର ୬୫୨ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୧୨ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ ମୋଟ୍‌ କରୋନା ପଜିଟିଭ୍ ସଂଖ୍ୟା ୯୬ ଲକ୍ଷ ୮ ହଜାର ୨୧୧କୁ ବୃଦ୍ଧି ପାଇଛି। ସେହିପରି ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩୯ ହଜାର ୭୦୦କୁ ଛୁଇଁଛି। ତେବେ ଦେଶରେ ସୁସ୍ଥ ହାର ବଢିଛି। ଆକ୍ଟିଭ୍‌ କେସ୍‌ କମୁଛି। ଦେଶରେ ଏବେ ସୁଦ୍ଧା ୯୦ ଲକ୍ଷ ୫୮ ହଜାର ୮୨୨ଜଣ ସୁସ୍ଥ ହୋଇଛନ୍ତି। ତେବେ ଦେଶରେ ଏବେ ସୁଦ୍ଧା ୪ ଲକ୍ଷ ୯ ହଜାର ୬୮୯ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

Read More

ଭୁବନେଶ୍ୱର: ନୟାଗଡ଼ର କୁନିଝିଅ ପରୀ ହତ୍ୟାକାଣ୍ଡ ଘଟଣାର ତଦନ୍ତ ସରିନି। ଏସଆଇଟିକୁ ଏହାର ତଦନ୍ତଭାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହେଲେ ବିରୋଧୀଙ୍କ ମନ ବୁଝୁନି। ବିଧାନସଭାରେ ପରୀ ହତ୍ୟାକାଣ୍ଡ ଘଟଣାକୁ ନେଇ ବିରୋଧୀ କଂଗ୍ରେସ ଓ ବିଜେପି ସରକାରଙ୍କୁ ଘେରିବା ପରେ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ସରକାର ଏସଆଇଟି ଗଠନ କଲେ। ଏହାପରେ ଏହି ଘଟଣାରେ ସାମୟିକ ବିରାମ ଲାଗିଥିଲେ ବି ରାଜ୍ୟ ବିଜେପି କିନ୍ତୁ ଏହାକୁ ମୁଖ୍ୟ ରାଜନୈତିକ ପ୍ରସଙ୍ଗ କରିଛି। ରାଜରାସ୍ତାଠୁ ଆରମ୍ଭ କରି ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ପର୍ଯ୍ୟନ୍ତ ପହଞ୍ଚିଗଲେଣି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବାବୁଲି ନାୟକକୁ ଏସଆଇଟି ଜେରା କରିଛି। ଏଥିରେ ଯେଉଁମାନଙ୍କ ନାଁ ଆସୁଛି, ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇ ଜେରା ଚାଲିଛି। ଅନ୍ୟପଟେ ନୟାଗଡ଼ ଜିଲ୍ଲାପାଳ ଏବଂ ଏସପିଙ୍କୁ ଦିଲ୍ଲୀ ଡାକରା ଆସିଛି। କେଉଁ ପରିସ୍ଥିତିରେ ପରୀ ହତ୍ୟାକାଣ୍ଡ ତଦନ୍ତ ଆଗକୁ ବଢ଼ିଲାନି ଏବଂ ଏଥିରେ…

Read More

ଭୁବନେଶ୍ବର, ଧୀରେ ଧୀରେ ଅଭୟ ପାଠକଙ୍କ ପୁଅ ଆକାଶ ପାଠକଙ୍କ ବ୍ୟାଙ୍କ ଆକାଣ୍ଟରୁ ଜମା ଟଙ୍କା ପରିମାଣ ବାହାରିବାରେ ଲାଗିଛି। ଆଜି ଭିଜିଲାନସ ତରଫରୁ ଆକାଶଙ୍କ ଭୁବନେଶ୍ବର ଏବଂ ପୁନେ ଆକାଉଣ୍ଟ ଖୋଳତାଡ କରାଯାଇଥିଲା। ଏଥିରେ ଅଭୟ ପାଠକଙ୍କ ପୁଅ ଆକାଶଙ୍କ ଆକାଉଣ୍ଟରୁ ଏକ କୋଟି ସତଚାଳିଶ ଲକ୍ଷ ଟଙ୍କା ଜମା ଥିବାର ଜଣାପଡିଥିଲା। ଫଳରେ ତାଙ୍କ ଆକାଉଣ୍ଟରେ ମୋଟ ଜମା ପରିମାଣ ବୃଦ୍ଧି ପାଇଁ 17 କୋଟି 52 ଲକ୍ଷରେ ପହଁଚିଛି। ଏତେ ଟଙ୍କା ତାଙ୍କ ଆକଉଣ୍ଟରେ ସେ କିପରି ଜମା ରଖିଥିଲେ ତାହା ଆଶ୍ଚର୍ଯ୍ୟ ଲାଗିଛି। ଫଳରେ ଭିଜିଲାନସ ବର୍ତ୍ତମାନ ଏହି ଟଙ୍କାର ଖିଅ ବାହାର କରିବାରେ ଲାଗିଛି। ପ୍ରକୃତରେ ଏହି ଟଙ୍କା ଆକାଶ କେଉଁଠାରୁ ଆଣିଥିଲେ ଏବଂ କାହାକୁ ଦେଇଥିଲେ ତାହା ତଦନ୍ତ କରୁଛି। ସେହିପରି ଭିଜିଲାନସ ଉଭୟ ବାପପୁଅଙ୍କର ଦସ୍ତଖତ କରି ନେଇଛି। ଯାହା ଦ୍ବାରା ତାଙ୍କର ସମସ୍ତ କାଗଜ ପତ୍ରକୁ ଯାଞ୍ଚ କରାଯିବ। ଏପରିକି…

Read More

ନୂଆଦିଲ୍ଲୀ, ଭାରତୀୟ ସ୍ମାର୍ଟଫୋନ୍ ନିର୍ମାତା ମାଇକ୍ରୋମାକ୍ସ ନିକଟରେ ଏହାର ନୂତନ ହ୍ୟାଣ୍ଡସେଟ୍ ଲଞ୍ଚ କରିଛି। ଯେଉଁଥିରେ ମଧ୍ୟମ ରେଂଜ ଫୋନ୍ IN 1B, ଏବଂ ଅନ୍ୟ ଏକ ବଜେଟର ନୋଟ୍ 1 ମଅନ୍ତର୍ଭୁକ୍ତ। ଏଥିମଧ୍ୟରୁ ମାଇକ୍ରୋମାକ୍ସ IN ନୋଟ୍ 1 ନଭେମ୍ବର 24 ରୁ ବିକ୍ରୟ ଆରମ୍ଭ କରାଯାଇଛି। ଏହି ଫୋନରେ ଟ୍ରିପଲ୍ ରିୟର କ୍ୟାମେରା ସେଟଅପ୍ ସହିତ 5000mAh ବ୍ୟାଟେରୀକୁ ଦ୍ରୁତ ଚାର୍ଜିଂ ସହାୟତା ଯୋଗାଇ ଦିଆଯାଇଛି। ଏହି ଫୋନ କିଣିବା ଉପରେ ଅନେକ ବଡ ଅଫର ମଧ୍ୟ ଦିଆଯାଉଛି। ଏହି ନୂଆ ଫୋନ କେତେ ଟଙ୍କା ପଡୁଛି ମାଇକ୍ରୋମାକ୍ସ IN ନୋଟ୍ 1 ର 4GB RAM + 64GB ଷ୍ଟୋରେଜ୍ ଭାରିଆଣ୍ଟର ମୂଲ୍ୟ 10,999 ରହିଛି। ଏହା ସହିତ ଏହାର 128GB ଷ୍ଟୋରେଜ୍ ଭାରିଆଣ୍ଟର ମୂଲ୍ୟ 12,999 ଟଙ୍କା ରଖାଯାଇଛି। ଏହି ଫୋନ୍ କିଣିବା ଉପରେ ଫେଡେରାଲ୍ ବ୍ୟାଙ୍କରୁ ଡେବିଟ୍ କାର୍ଡଧାରୀମାନଙ୍କୁ 10 ପ୍ରତିଶତ ରିହାତି ଦିଆଯିବ।…

Read More

ମେଷ:- ନୂତନ ବ୍ୟବସାୟିକ ସମ୍ପର୍କ ସୃଷ୍ଟି କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ। ଅଫିସରେ ସମସ୍ୟା ହୋଇପାରେ। କାର୍ଯ୍ୟ ଚାପ ଅଧିକ ହେବ। ବକ୍ତବ୍ୟରେ ନିୟନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟ ଦୁର୍ବଳ ରହିବ। କାରବାରରେ ଅନୁଧ୍ୟାନ କରିବା ଏକ ଜରୁରୀ ଅଟେ। ବ୍ୟବସାୟରେ ଲାଭ ହେବ । ଆୟ ରହିବ। କୈଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶିଘ୍ର ନେବାକୁ ଯାଆନ୍ତୁ ନାହିଁ। ବୃଷ:- ସାମାଜିକ କାର୍ଯ୍ୟ ମାଧ୍ୟମରେ ଯାତ୍ରା କରିପାରିବେ । ନିଯୁକ୍ତି ପ୍ରୟାସ ସଫଳ ହେବ । ଭଲ ଖବର ଶୁଣିବାକୁ ପାଇବେ । ବ୍ୟବସାୟରେ ଭଲ ଆୟ ହେବ । ଆଜି ପରିବାର ସହିତ ଭଲ ରହିବ । ବୀମା, ବ୍ୟାଙ୍କ ଇତ୍ୟାଦିରେ ବିନିଯୋଗ ଶୁଭ ହେବ । ସହଭାଗୀମାନେ ସାହାଯ୍ୟ କରିବେ। ଆଜି ଦିନସାରା ଏକ ସକରାତ୍ମକ ପରିବେଶ ହେବ । ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ । ବିବାଦରୁ ଦୂରରେ ରୁହନ୍ତୁ । ମିଥୁନ:- କିଛି ଆର୍ଥିକ…

Read More

ହାଇଦ୍ରାବାଦ: ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲଟି ର୍ନିବାଚନର ଫଳାଫଳ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ମୋଟ ୧୫୦ ଟି ଆସନ ମଧ୍ୟରୁ ୧୪୬ଟି ଆସନର ଫଳାଫଳ ଘୋଷଣା କରାଯାଇଛି। ଏଥିରେ ଟିଆରଏସ ପ୍ରଥମ ସ୍ଥାନରେ ରହିଥିବା ବେଳେ ବିଜେପି ଦ୍ଵିତୀୟ ଏବଂ ଏଆଇଏମଆଇଏମ ତୃତୀୟ ସ୍ଥାନରେ ରହିଛି। ହେଲେ ଏହି ନିର୍ବାଚନରେ କଂଗ୍ରେସ ପୁଣି ଥରେ ବିଫଳ ହୋଇଛି। ଏହି ନିର୍ବାଚନ ଫଳାଫଳ ପରେ ଟିଆରଏସ ପ୍ରଥମ ସ୍ଥାନରେ ଥିଲେ ମଧ୍ୟ ସଂଖ୍ୟା ଗରିଷ୍ଠତା କରିବାରେ ଅସଫଳ ହୋଇଛି। ୧୫୦ ଆସନ ବିଶିଷ୍ଠ ଏହି ପୌର ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ପାଇଁ ୭୬ ଟି ଆସନ ଆବଶ୍ୟକତା କରୁଥିବା ବେଳେ ଦଳକୁ ମାତ୍ର ୫୬ ଟି ଆସନ ମିଳିପାରିଛି। ଗତଥର ପୌର ର୍ନିବାଚନରେ ୯୯ ଟି ଆସନ ପାଇଥିବା ଟିଆରଏସ ଦଳକୁ ଏଥର ବଡ କ୍ଷତିର ସାମ୍ନା କରିବାକୁ ପଡିଛି। ପୂର୍ବ ନିର୍ବାଚନରେ ମାତ୍ର ୪ଟି ଆସନ ଜିତିଥିବା ବିଜେପି ଏହି ନିର୍ବାଚନରେ ୪୮…

Read More

ଭୁବନେଶ୍ୱର, ଆଜି ଓଡିଶା କଂଗ୍ରେସ ପ୍ରଭାରୀ ସାଂସଦ ଡ. ଏ. ଚେଲାକୁମାର ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଂଚିଛନ୍ତି। ପ୍ରଥମ ଦିନରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନ ଠାରେ ଅନୁଷ୍ଠିତ କଂଗ୍ରେସ ବିଧାୟକ ଦଳ ବୈଠକରେ ଡ. ଚେଲାକୁମାର ଉପସ୍ଥିତ ରହି ବିଧାୟକମାନଙ୍କ ସହ ବର୍ତମାନର ରାଜନୈତିକ ପରିସ୍ଥିତି ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।  ଆଗାମୀ ଦିନରେ କଂଗ୍ରେସକୁ ଲୋକାଭିମୁଖୀ କରିବା ଓ ତଳସ୍ତରରୁ ସଂଗଠନକୁ ସୁଦୃଢ଼ କରିବା ପାଇଁ ରଣନୀତି ସଂପର୍କରେ ପରାମର୍ଶ ଦେଇଥିଲେ। ଏହି ବୈଠକରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଏଆଇସିସି ସଂପାଦକ ଜି. ରୁଦ୍ରରାଜୁ ଉପସ୍ଥିତ ରହି ସଂଗଠନକୁ ସୁଦୃଢ଼ କରିବା ପାଇଁ ଉପାଦେୟ ପରାମର୍ଶ ଦେଇଥିଲେ। ଏହି ବୈଠକରେ ବିଧାୟକ ସୁରେଶ କୁମାର ରାଉତରାୟ, ତାରପ୍ରସାଦ ବାହିନୀ ପତି, ସନ୍ତୋଷ ସିଂ ସାଲୁଜା, ମହମ୍ମଦ ମୋକିମ, ରମେଶ ଜେନା ପ୍ରମୁଖ…

Read More

ଭୁବନେଶ୍ଵର: ଆଜି ରାଜ୍ୟରୁ ୬୪୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ମୟୂରଭଞ୍ଜରୁ ସର୍ବାଧିକ ୭୦ ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡରୁ ୫୪, ବାଲେଶ୍ବରରୁ ୫୩, ଖୋର୍ଦ୍ଧାରୁ ୫୦, କଟକରୁ ୪୮, ଅନୁଗୁଳରୁ ୪୦, ବଲାଙ୍ଗିରିରୁ ୪୦, କଳାହାଣ୍ଡିରୁ ୩୨, ଜଗତସିଂହପୁରରୁ ୩୧, ପୁରୀରୁ ୨୮, ବରଗଡରୁ ୨୧, ନୂଆପଡ଼ାରୁ ୧୮, ଯାଜପୁରରୁ ୨୧, କେନ୍ଦୁଝରରୁ ୧୫, ଝାରସୁଗୁଡାରୁ ୧୪, କେନ୍ଦ୍ରାପଡାରୁ ୧୩, ସମ୍ବଲପୁରରୁ ୯, ଗଞ୍ଜାମରୁ ୮, କୋରାପୁଟରୁ ୭, ନବରଙ୍ଗପୁରରୁ ୭, ରାୟଗଡାରୁ ୭, ଢେଙ୍କାନାଳରୁ ୬, ସୋନପୁରରୁ ୬, ବୌଦ୍ଧରୁ ୫, ମାଲକାନଗିରିରୁ ୫, ଗଜପତିରୁ ୪, କନ୍ଧମାଳରୁ ୪, ଦେବଗଡ଼ରୁ ୩, ନୟାଗଡରୁ ୪ ଏବଂ ଏବଂ ଷ୍ଟେଟ୍ ପୁଲରୁ ୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ…

Read More

ଭୁବନେଶ୍ୱର: ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଭାରତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ନୟାଗଡ ଜିଲ୍ଲାପାଳ ଏବଂ ଏସ୍.ପିଙ୍କୁ ସମନ କରିଛି। ଉଭୟଙ୍କୁ ବ୍ୟକ୍ତିଗତ ଭାବେ ହାଜିର ହେବା ପାଇଁ ସମନ ଦିଆଯାଇଛି। ଏନେଇ ଏନସିପିସିଆର ଅଧ୍ୟକ୍ଷ ପ୍ରିୟଙ୍କ କାନୁନଗୋ ଟୁଇଟ ଯୋଗେ ସୂଚନା ଦେଇଛନ୍ତି। ଏହି ସମନ କରାଯିବା ପରେ ଏନସିପିସିଆରକୁ କୃତଜ୍ଞତା ଜଣାଇଛନ୍ତି ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ୍ ପାତ୍ର।

Read More

ଭୁବନେଶ୍ବର: ଆଜି ଭୁବନେଶ୍ବରରୁ ୨୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୭ ଆକ୍ରାନ୍ତଙ୍କ ମଧ୍ୟରୁ କ୍ଵାରେଣ୍ଟିନରୁ ୧୩ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ମାମଲା ୧୪ ରହିଛି। ଆଜିର ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ୮୬୧କୁ ବୃଦ୍ଧି ହୋଇଛି। ତେବେ ଆଜି ଭୁବନେଶ୍ବରରୁ ୩୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜିର ସୁସ୍ଥ ଆକ୍ରାନ୍ତ ସଂଖ୍ୟାକୁ ମିଶାଇ ଭୁବନେଶ୍ବରରୁ ମୋଟ ୩୦ ହଜାର ୨୩୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ଭୁବନେଶ୍ବରରୁ ୨୨୧ ଜଣ କୋରୋନା ଯୁଦ୍ଧରେ ମୃତ୍ୟୁବରଣ କରିଛନ୍ତି। ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି।

Read More

ନୂଆଦିଲ୍ଲୀ:  ଶୁଟିଂ ହେଉଥିବା ଫିଲ୍ମ ‘ଯୁଗ ଯୁଗ୍‌ ଜିୟୋ’ର କିଛି କଳାକାରଙ୍କୁ କରୋନା ହୋଇଥିବାର ସୂଚନା ମିଳିଛି ।  ଚଣ୍ଡିଗଡ଼ରେ ଏହି ଫିଲ୍ମର ସୁଟିଂ କରୁଥିବା ଟିମର କିଛି ବ୍ୟକ୍ତିଙ୍କୁ କରୋନା ହୋଇଥିବାର ସୂଚନା ମିଳିଛି। ବରୁଣ ଧଓ୍ବନ, ଅନୀଲ୍‌ କପୁର୍‌, କିଆରା ଆଡଭାନି ଏବଂ ନୀତୁ କପୁରଙ୍କୁ କରୋନା ହୋଇଛି। ଏବେ ଫିଲ୍ମର ଶୁଟିଂକୁ ବନ୍ଦ କରାଯାଇଛି। ଧର୍ମା ପ୍ରଡକ୍ସନ ବ୍ୟାନରରେ ପ୍ରସ୍ତୁତ ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଉଛନ୍ତି ରାଜ୍‌ ମେହେଟ୍ଟା ।

Read More

ରମେଶ ମହାନ୍ତି ଜଗତସିଂହପୁର : ଜିଲ୍ଲାର ପ୍ରାଥମିକ ଶିକ୍ଷାରେ କୌଣସି ନୀତି ନିୟମ ଥିଲା ପରି ମନେ ହେଉ ନାହିଁ । ସତେ ଯେମିତି ଅର୍ଥ ଆଗରେ ସବୁତୁଚ୍ଛ ହୋଇଯାଇଛି ବୋଲି କୁହାଯାଉଛି। ଗଣଶିକ୍ଷା ବିଭାଗର ପତ୍ର ସଂଖ୍ୟା ୨୪୪୧୦/୦୮.୧୧.୧୮ ରେ ସ୍ଥାୟୀ ହେଉ ବା ଅସ୍ଥାୟୀ ଶିକ୍ଷକ ବଦଳୀ କରିବା ପୂର୍ବରୁ ବ୍ଳକ ବା ଜିଲ୍ଲା ଶିକ୍ଷା ଅଧିକାରୀ ଜିଲ୍ଲାପାଳଙ୍କ ଠାରୁ ଅନୁମତି ନେଇ କରିପାରିବେ । ମାତ୍ର ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଫୁ’କରି ଜିଲ୍ଲାର ଜନୈକ ବି.ଇ.ଓ  ଜିଲ୍ଲାପାଳଙ୍କ ବିନା ଅନୁମତିରେ ନଭେମ୍ବର ୧୮ ମସିହା ଠାରୁ ମେ.୧୯ ମସିହା ମଧ୍ୟରେ ୧୦ରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅସ୍ଥାୟୀ ବଦଳି କରିଥିବା ବେଳେ ଏହି ଅସ୍ଥାୟୀ ବଦଳି ଚିଠିରେ ଟେମ୍ପରାରୀ ଡେପ୍ଲଏଡ ବୋଲି ଲେଖା ଯାଇଥିବା ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି । ଉକ୍ତ ବିଇଓ ଜଣକ ଦିନରେ ଲଣ୍ଠନ ଦେଖେଇ ନିୟମକୂ ଜଳକା କରୁଛନ୍ତି ବୋଲି କୁହାଯାଉଛି।…

Read More