Author: Samikhsya Bureau

କଟକ: ଭାରତ ବନ୍ଦକୁ ଦୃଷ୍ଟିରେ ରଖି ଆସନ୍ତାକାଲି ହେବାକୁ ଥିବା ଓଡ଼ିଶା ସିଭିଲ ସର୍ଭିସ ଏକଜାମିନେସନ (ଓସିଏସଇ)-2019 ମୁଖ୍ୟ ଲିଖିତ ପରୀକ୍ଷା (ମେନ)କୁ ଘୁଞ୍ଚାଇ ଦିଆଯାଇଛି। ଏହି ପରୀକ୍ଷା ଆସନ୍ତା 2021 ଜାନୁଆରୀ 2 ତାରିଖରେ ହେବ ବୋଲି ଧାର୍ଯ୍ୟ ହୋଇଛି। ଆଜି ଭାରତ ବନ୍ଦ ଡାକରା ଦିଆଯାଇଥିବାରୁ ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାର ସମସ୍ୟା ହୋଇପାରେ ବୋଲି ପରୀକ୍ଷାର୍ଥୀମାନେ ପରୀକ୍ଷା ପରିଚାଳନାକାରୀ ଓଡ଼ିଶା ଲୋକସବା ଆୟୋଗ (ଓପିଏସସି)କୁ ଜଣାଇଥିଲେ। ପରୀକ୍ଷାର୍ଥୀଙ୍କ ସମସ୍ୟାକୁ ବିଚାରକୁ ନେଇ ଓପିଏସସି ହେବାକୁ ଥିବା ପରୀକ୍ଷାକୁ ବନ୍ଦ କରି ଦେଇଛି । ଏହା ପରିବର୍ତ୍ତେ ପରୀକ୍ଷା ପାଇଁ ଆଉ ଏକ ଦିନ ଧାର୍ଯ୍ୟ କରାଯାଇଛି । ତେବେ ଯେଉଁ ପରୀକ୍ଷାର୍ଥୀଙ୍କ ପାଇଁ ଯେଉଁ କେନ୍ଦ୍ର ଧାର୍ଯ୍ୟ କରାଯାଇଥିଲା ସେଥିରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ପରୀକ୍ଷା ସମୟରେ ମଧ୍ୟ କୌଣସି ଅଦଳ ବଦଳ କରାଯାଇନାହିଁ । କେନ୍ଦ୍ର ଲାଗି ଯେଉଁ ଆଡମିଶନ ସାର୍ଟିଫିକେଟ୍‍ ରହିଥିଲା ତାହା ମଧ୍ୟ…

Read More

ନୂଆଦିଲ୍ଲୀ: ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ କଳହ ହେବା ଏକ ସାଧାରଣ କଥା। ହେଲେ, ନିକଟରେ ସ୍ତ୍ରୀ ସହ ଝଗଡ଼ା କରିବା ପରେ ରାଗ ଶାନ୍ତ କରିବା ପାଇଁ ଜନୈକ ସ୍ବାମୀ 450 କି.ମି ଚାଲିଚାଲି ପଳାଇ ଥିବାର ଏକ ଘଟଣା ସାମ୍ନାକୁ ଆସିଛି। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଇଟାଲିର କୋମୋରେ ଘଟିଛି। ବ୍ୟକ୍ତି ଜଣକ ରାଗରେ ଚାଲିଚାଲିଯିବା ଆରମ୍ଭ କରିଥିଲେ । ବ୍ୟକ୍ତି ଜଣକ ଚାଲି ଚାଲି କୋମା ସହରରୁ ଫାନୋ ସହରରେ ପହଞ୍ଚିଥିଲେ । ଦୁଇ ସହର ମଧ୍ୟରେ ଦୂରତା 426 କିଲୋମିଟର । ଏହାପରେ ବ୍ୟକ୍ତିଜଣକ  ଫାନୋରୁ 30 କିଲୋମିଟର ଦୂର ଏଣ୍ଟ୍ରିଏଟିକ୍‌ କୋଷ୍ଟରେ ପହଞ୍ଚିଥିଲେ । ସେଠାରେ ପୋଲିସ୍‌ ତାଙ୍କୁ ଅଟକ ରଖି ପଚରାଉଚୁରା କରିଥିଲେ । ଏହାପରେ ବ୍ୟକ୍ତିଜଣକ ନିଜ କାହାଣୀ ବଖାଣିଥିଲେ । ତେବେ ପ୍ରଥମେ ବ୍ୟକ୍ତିଙ୍କର କାହାଣୀକୁ ପୋଲିସ୍‌ ବିଶ୍ବାସ କରିନଥିବାବେଳେ ଖୋଳତାଡ ପରେ ପୋଲିସ୍‌ ବିଶ୍ବାସ କରିଥିଲେ । ଅପରପକ୍ଷରେ…

Read More

ଭୁବନେଶ୍ବର : ଜାନୁଆରୀରୁ ଟ୍ରାଫିକ୍‌ ନିୟମ କଡାକଡି ରୂପେ କାର୍ଯ୍ୟକାରୀ କରାଯିବା ନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନଭାଭ ବେହେରା । ଦୁଇ ଚକିଆ ଯାନରେ ଦୁଇଜଣ ହେଲମେଟ୍‌ ପିନ୍ଧିବା ନିୟମ କଡାକଡି କରାଯିବ । ଏହି ଆଇନ୍‌ 2019ରୁ ପାସ୍‌ ହୋଇଥିବାବେଳେ କରୋନା ପାଇଁ ଏହା କାର୍ଯ୍ୟକାରୀ ହୋଇପାରିନି ବୋଲି କହିଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା । ସେହିପରି ବିନା ହେଲମେଟ୍‌ରେ ରାଲିରେ ସାମିଲ୍ ହେଲେ ଫାଇନ୍‌ ଦେବାକୁ ପଡିବ। ଘରେ ଚାଲାଣ ପହଞ୍ଚିବ ବୋଲି ସୂଚନା ରହିଛି ।  ବିନା ହେଲମେଟରେ ଭାରତ ବନ୍ଦରେ ସାମିଲ ହୋଇ ବାଇକ ରାଲି କରିଥିବା ବିକ୍ଷୋଭକାରୀଙ୍କ ଚାଲଣ କାଟିବ କମିସନରେଟ୍ ପୁଲିସ । ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବାରୁ ବି‌କ୍ଷୋଭକାରୀଙ୍କ ଗାଡ଼ି ନମ୍ବର ରଖାଯାଇଛି ଏବଂ ପରେ ସେମାନଙ୍କ ଘର ଠିକଣାରେ ଚାଲାଣ ପଠାଇ ଦିଆଯିବ ବୋଲି ଆଜି ଭୁବନେଶ୍ବର-କଟକ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

Read More

ଲଣ୍ଡନ, ଆଜି ବ୍ରିଟେନରେ ସାଧାରଣ ଲୋକଙ୍କୁ କୋଭିଡ19 ଟୀକା ପ୍ରଦାନ ଆରମ୍ଭ ହୋଇଛି। ଫାଇଜର କଂପାନୀ ଦ୍ବାରା ପ୍ରସ୍ତୁତ ବାଓ-ଏନ-ଟେକ ଟୀକାକରଣ ପାଇଁ ବ୍ରିଟିସ ସରକାର ଅନୁମତି ଦେଇଛନ୍ତି। ଫଳରେ କ୍ଲିନିକାଲ ଟେଷ୍ଟ ବାହାରେ 90 ବର୍ଷର ଜଣେ ମହିଳାଙ୍କୁ ଏହି କୋଭିଡ19 ଟୀକା ପ୍ରଥମେ ଦିଆଯାଇଛି। ତାଙ୍କ ନାମ ହେଉଛି ମାର୍ଗେରଟ୍ କିନାନ୍। ସେ ଉତ୍ତର ଆର୍ୟଲାଣ୍ଡର ଇନ୍ନିସ୍କିଲେନର ବାସିନ୍ଧା। ଏହାପରେ ବ୍ରିଟେନର ବର୍ତ୍ତମାନ ସାମୁହିକ ଟୀକାକରଣ ଆରମ୍ଭ କରାଯାଇଛି। ଫାଇଜର କଂପାନୀ ବାଓ-ଏନ-ଟେକ ଟୀକା ଜରୁରୀକାଳିନ ସାମୁହିକ ପ୍ରଦାନ ପାଇଁ ବ୍ରିଟେନ ସରକାରଙ୍କୁ ଅନୁରୋଧ କରିଥିଲା। କଂପାନୀର ଅନୁରୋଧ ପରେ ସରକାର ତାହାକୁ ଅନୁମତି ପ୍ରଦାନ କରିଥିଲେ। ଫଳରେ ବିଶ୍ବରେ ବ୍ରିଟେନ ହେଉଛି ପ୍ରଥମ ରାଷ୍ଟ୍ର ଯେ କି ଏହି କୋଭିଡ19 ଟୀକା ସାମୁହିକ ପ୍ରଦାନ କାର୍ଯ୍ୟ ଆରମ୍ଭ କରିଛି।

Read More

ମୁମ୍ବାଇ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାଲିକ ମୁକେଶ ଅମ୍ବାନୀ ଏକ ବଡ ଘୋଷଣା କରିଛନ୍ତି । 2021 ମଧ୍ୟଭାଗ ସୁଦ୍ଧା ଦେଶରେ 5ଜି ସେବା ଲଞ୍ଚ ହେବ ବୋଲି ସେ ଘୋଷଣା କରିଛନ୍ତି । ଇଣ୍ଡିଆ ମୋବାଇଲ କଂଗ୍ରେସ 2020ରେ ଅମ୍ବାନୀ ଏହି ଘୋଷଣା କରିଛନ୍ତି। ଦେଶରେ 5ଜି ସେବା ଯୋଗାଇବା ପାଇଁ ଜିଓ କ୍ୱାଲକମ ଏବଂ ସାମସଙ୍ଗ ସହିତ ମିଳିତ ଭାବରେ କାର୍ଯ୍ୟ କରୁଛି ବୋଲି ଅମ୍ବାନୀ ଘୋଷଣା କରିଛନ୍ତି। ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇ ଆତ୍ମନିର୍ଭର ଭାରତ ଡାକରାକୁ ସଫଳ କରିବ ବୋଲି ଅମ୍ବାନୀ କହିଛନ୍ତି । ଦେଶରେ 5ଜି ସେବା ଦୌଡରେ ଏୟାରଟେଲ ଏବଂ ଭିଆଇ ମଧ୍ୟ ରହିଛନ୍ତି । ତେବେ ଏହି ଦୁଇ କମ୍ପାନୀ ସମ୍ପୂର୍ଣ୍ଣ ଭାବରେ ୪ଜି ସଂଯୋଗ ପ୍ରଦାନ କରିନଥିବାରୁ ଜିଓ ଏହି ଦୌଡରେ ଆଗୁଆ ରହିଛି । ଜିଓର ସମସ୍ତ ଗ୍ରାହକ 4ଜି କନେକ୍ସନର ହୋଇଥିବାରୁ ଆସନ୍ତା 2021…

Read More

ସିଡ୍‌ନୀ: ଆଜି ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ଭାରତ ଟସ ଜିତି ବୋଲିଂ ର ନିଷ୍ପତି ନେଇଛି। ୩ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଭାରତ ପ୍ରଥମ ଦୁଇଟି ମ୍ୟାଚରେ ବିଜୟ ହୋଇ ସିରିଜ ହାତେଇ ନେଇଛି। ହେଲେ ଭାରତ ଅନ୍ତିମ ମ୍ୟାଚ ଜିତି ସିରିଜକୁ କ୍ଳିନ ସୁଇପ କରିବା ଲକ୍ଷ୍ୟରେ ଅଛି। ସେପଟେ ଅଷ୍ଟ୍ରେଲିଆ ସମ୍ମାନ ବଞ୍ଚାଇବା ପାଇଁ ଏହି ମ୍ୟାଚ ଜିତିବାକୁ ସଂପୂର୍ଣ୍ଣ ଚେଷ୍ଟା କରିବ। ଅଷ୍ଟ୍ରେଲିଆ ଦଳ: ଆରୋନ୍ ଫିଞ୍ଚ୍ ‌(ଅଧିନାୟକ), ମାଥ୍ୟୁ ୱେଡ୍, ଷ୍ଟିଭେନ୍ ସ୍ମିଥ୍‌, ଗ୍ଲେନ୍ ମ୍ୟାକ୍ସୱେଲ୍‌, ଡି ଆର୍କୀ ସର୍ଟ, ଡାନିଏଲ ସାମ୍ସ, ସିନ୍ ଆବୋଟ୍ଟ, ମୋଜେସ୍ ହେନରିକ୍ସ, ମିଚେଲ୍ ସ୍ୱେପସନ୍‌, ଆଡାମ୍ ଜାମ୍ପା ଓ ଆଣ୍ଡ୍ର‌୍ୟୁ ଟାଏ। ଭାରତୀୟ ଦଳ: ଶିଖର ଧୱନ, ଲୋକେଶ ରାହୁଲ (ୱିକେଟ୍‌କିପର୍‌), ବିରାଟ କୋହଲି(ଅଧିନାୟକ), ସଞ୍ଜୁ ସାମସନ୍‌, ଶ୍ରେୟସ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା, ୱାଶିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ, ଶାର୍ଦ୍ଦୁଲ୍ ଠାକୁର, ଦୀପକ ଚହର ଓ ଟି.…

Read More

ନୂଆଦିଲ୍ଲୀ, ଡିସେମ୍ବର 14 ରେ ଘଟିବାକୁ ଯାଉଥିବା ସୂର୍ଯ୍ୟପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ, କାରଣ ଏହି ସୂର୍ଯ୍ୟ ଗ୍ରହଣର ସମୟ ଭାରତରେ ରହିବ ନାହିଁ। ଦକ୍ଷିଣ ଆଫ୍ରିକା, ପ୍ରଶାନ୍ତ ମହାସାଗରରେ ଦକ୍ଷିଣ ଆମେରିକା, ମେକ୍ସିକୋ ସାଉଦି ଆରବ, କାତାର, ସୁମାତ୍ରା, ମାଲେସିଆ, ଓମାନ, ସିଙ୍ଗାପୁର, ଉତ୍ତର ମାରିନା ଦ୍ୱୀପ ଏବଂ ଶ୍ରୀଲଙ୍କାରେ ମଧ୍ୟ ଏହା ଦେଖିବାକୁ ମିଳେିବ। ଦେଶରେ ଦେଖାଯାଉ ନ ଥିବାରୁ ଏହି ସୂର୍ଯ୍ୟ ଗ୍ରହଣକୁ ଖଣ୍ଡଗ୍ରାସ୍ କୁହାଯାଉଛି । ଖଣ୍ଡାଗ୍ରାସ ସୂର୍ଯ୍ୟ ଗ୍ରହଣ ସମୟରେ ମନ୍ଦିରର ପୂଜା ବନ୍ଦ ହେବ ନାହିଁ। କୌଣସି ବିଧିବିଧାନ ବାରଣ ହେବ ନାହିଁ। ତେବେ ବିଛା ରାଶିର ଲୋକମାନେ ଏହି ସମୟରେ ବିଶେଷ ଯତ୍ନ ଆବଶ୍ୟକ। କାରଣ ଏଥର ସୂର୍ଯ୍ୟ ଗ୍ରହଣ ଏହି ରାଶିରେ ହେବାକୁ ଯାଉଛି। ସୂର୍ଯ୍ୟ ଗ୍ରହଣ ସମୟରେ ଯାତ୍ରା କରିବା ଠାରୁ ଦୂରେଇ ରୁହନ୍ତୁ। ଏହା ସହିତ, ବୃଷ, କର୍କଟ, ତୂଳା ଏବଂ ମକର ରାଶିର ବ୍ୟକ୍ତିମାନଙ୍କୁ…

Read More

ନୂଆଦିଲ୍ଲୀ: ଅନ୍ତର୍ରାଷ୍ଟ୍ରୀୟ ଅଲମ୍ପିକ୍‌ ସମିତି ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଏବେ ବ୍ରେକ୍‌ ଡ୍ୟାନ୍ସକୁ ଅଲମ୍ପିକ୍‌ ଖେଳର ମାନ୍ୟତା ଦିଆଯାଇଛି ଅର୍ଥାତ୍‌ 2024ରେ ଆୟୋଜିତ ହେବାକୁ ଥିବା ପ୍ୟାରିସ୍‌ ଅଲିମ୍ପିକ୍ସରେ ସାମିଲ ହେବ ବ୍ରେକଡ୍ୟାନ୍ସ । ଅଲିମ୍ପିକ୍ସରେ ନୂଆକରି ବ୍ରେକ୍ ‌ଡ୍ୟାନ୍ସ କ୍ରୀଡ଼ା ସାମିଲ୍‌ ହେବ ବୋଲି ସୂଚନା ମିଳିଛି । ସୋମବାର ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି ବା ଆଇଓସି)ର କାର୍ଯ୍ୟକାରୀ ବୋର୍ଡ଼ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ତେବେ କେବଳ ବ୍ରେକ୍‌ଡ୍ୟାନ୍ସିଂ ନୁହେଁ,ସ୍କେଟ୍‌ବୋର୍ଡ଼ିଂ, ସର୍ଫିଙ୍ଗ୍‌ ଏବଂ ସ୍ପୋର୍ଟ କ୍ଲାଇମ୍ବିଂ କ୍ରୀଡ଼ା ମଧ୍ୟ ସାମିଲ୍‌ ହେବ ବୋଲି । ପୂର୍ବରୁ ଏହି ତିନୋଟି କ୍ରୀଡ଼ାକୁ ଟୋକିଓ ଅଲିମ୍ପିକ୍ସ 2020ରେ ସାମିଲ କରାଯାଇଥିଲା । କିନ୍ତୁ କରୋନା ମହାମାରୀ ପାଇଁ ଟୋକିଓ ଅଲିମ୍ପିକ୍ସକୁ ବର୍ଷେ ଘୁଞ୍ଚାଇ ଦିଆଯାଇଛି । ଏହା 2021ରେ ଅନୁଷ୍ଠିତ ହେବ । ଷ୍ଟ୍ରିଟ୍‌ ଡ୍ୟାନ୍ସର ଅନ୍ୟ ଏକ ରୂପ ହେଉଛି ବ୍ରେକ୍‌ ଡ୍ୟାନ୍ସିଂ । ଏଥିରେ…

Read More

ମେଷ- ଆପଣଙ୍କ ଘରେ ଧାର୍ମିକ କାର୍ଯ୍ୟ ହେବ, ପରିବାରରେ ଖୁସିର ପରିବେଶ ରହିବ। ସଫଳତା ପାଇବେ । ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ନୂତନ କାର୍ଯ୍ୟ ପାଇଁ ଖୁସି ହେବେ । ମଧ୍ୟଭାଗ ପରେ କ୍ରୋଧ ଆପଣଙ୍କ ପ୍ରକୃତିରେ ଅଧିକ ରହିବ । ତେଣୁ ଆପଣ ବକ୍ତବ୍ୟ ଏବଂ ଆଚରଣକୁ ସନ୍ତୁଳିତ ରଖିବା ଆବଶ୍ୟକ । ବୃଷ- ଆପଣଙ୍କର ବୁଝାମଣା ଏବଂ ପ୍ରୟାସ ନିଶ୍ଚିତ ଭାବରେ ଆପଣଙ୍କୁ ସଫଳ କରିବ । ଆପଣ କଳାକ୍ଷେତ୍ର ପ୍ରଦର୍ଶନରୁ ଖ୍ୟାତି ଏବଂ ସମ୍ମାନ ପାଇବେ। ସାମାଜିକ ଦୃଷ୍ଟିରୁ, ବୃତ୍ତିଗତ କ୍ଷେତ୍ରରେ ମଧ୍ୟ ଆପଣଙ୍କ ଅଂଶୀଦାରମାନଙ୍କ ପାଇଁ ସମୟ ଅନୁକୂଳ ଅଟେ । ଆପଣ ମନୋରଞ୍ଜନ କ୍ଷେତ୍ରରେ ଆଗ୍ରାହୀ ରହିବେ ସହିତ ମନୋରଞ୍ଜନକୁ ଉପଭୋଗ କରିବେ । ବ୍ୟବସାୟୀମାନେ ସଂଗ୍ରହ ଟଙ୍କା ଫେରି ପାଇବାର ସମ୍ଭାବନା ଅଛି । ମିଥୁନ- ଯେଉଁମାନେ ଟଙ୍କା ବିନିଯୋଗ କରନ୍ତି ସେମାନଙ୍କ ପାଇଁ ସତର୍କ ରହିବା…

Read More

ବେଙ୍ଗାଲୁରୁ: ‘କାଫେ କଫି ଡେ’ (ସିସିଡି)କୁ ମିଳିଲା ନୂତନ ସିଇଓ । ସିସିଡିର ପ୍ରତିଷ୍ଠାତା ତଥା 60 ବର୍ଷୀୟ ଭିଜି ସିଦ୍ଧାର୍ଥଙ୍କ ମୃତ୍ୟୁର ବର୍ଷେରୁ ଊର୍ଦ୍ଧ୍ୱ ସମୟ ପରେ କମ୍ପାନୀରେ ନିଯୁକ୍ତ ହୋଇଛନ୍ତି ନୂଆ ସିଇଓ। ଭିଜି ସିଦ୍ଧାର୍ଥଙ୍କ ପତ୍ନୀ ମାଳବିକା ହେଗଡେ ଏହାର ନୂତନ ସିଇଓ ଭାବେ ମନୋନୀତ ହୋଇଛନ୍ତି। କମ୍ପାନୀ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ମାଳବିକା ପୂର୍ବରୁ କମ୍ପାନୀର ନନ୍‌-ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର ଥିଲେ। ଗତ ବର୍ଷ ଜୁଲାଇ ମାସରେ ସିସିଡିର ପ୍ରତିଷ୍ଠାତ ଭିଜି ସିଦ୍ଧାର୍ଥଙ୍କ ମୃତଦେହ ଏକ ନଦୀରୁ ମିଳିଥିଲା । ସିଦ୍ଧାର୍ଥ ଆତ୍ମହତ୍ୟା କରିବା ପରେ ସିସିଡର ସ୍ବତନ୍ତ୍ର ବୋର୍ଡ ସଦସ୍ୟ ଏସ୍‌ବି ରଙ୍ଗନାଥ ଅନ୍ତରୀଣ ଅଧ୍ୟକ୍ଷ ରୂପେ କାର୍ଯ୍ୟ ଚଳାଉଥିଲେ । ତେବେ ପ୍ରାୟ ବର୍ଷ ପରେ ସିସିଡିର ନୂତନ ଅଧ୍ୟକ୍ଷ ଭାବେ ସିଦ୍ଧାର୍ଥଙ୍କ ପତ୍ନୀ ମାଳବିକା ନିଯୁକ୍ତି ପାଇଛନ୍ତି ।ଏଥିସହ କମ୍ପାନୀ ପକ୍ଷରୁ ଆଉ ତିନି ଜଣଙ୍କୁ ଅତିରିକ୍ତ ନିର୍ଦ୍ଦେଶକ ଭାବେ ମନୋନୀତ…

Read More

ରାଜସ୍ଥାନ : ଭାରତର ଏପରି ଏକ ସ୍ଥାନ, ଯେଉଁଠାରେ ଜଣଙ୍କୁ ଦୁଇଟି ବିବାହ ପାଇଁ କରାଯାଇଥାଏ ବାଧ୍ୟ । ରାଜସ୍ଥାନର ଏକ ଗ୍ରାମରେ ଏଠାରେ ଜଣେ ପୁରୁଷ ଦୁଇ କନ୍ୟାଙ୍କୁ ବିବାହ କରିଥାଏ । ତେବେ ଏହା ଶୁଣିବାକୁ ଅଜବ ଲାଗୁଥିଲେ ବି ଏହି ଗ୍ରାମର ପରମ୍ପରା ଅନୁସାରେ ସମେସ୍ତ ଦୁଇଟି ବିବାହ କରିଥା’ନ୍ତି । ରାଜସ୍ଥାନର ବାଡମେର ସ୍ଥିତ ବେରାସଡ ଗ୍ରାମରେ ଏହି ଅଜବ ପରମ୍ପରା ଆଜି ବି ପ୍ରଚଳିତ ରହିଛି । ଏହି ଗ୍ରାମର ପୁରୁଷ ମାନେ ଦୁଇଥର ବିବାହ କରିଥା’ନ୍ତି । ପ୍ରଥମ ସ୍ତ୍ରୀଙ୍କଠାରୁ କୌଣସି ସନ୍ତାନ ସନ୍ତତି ନ ହେଉଥିବାରୁ ପୁରୁଷଙ୍କୁ ଦ୍ବିତୀୟ ବିବାହ କରିବାକୁ ପଡିଥାଏ । ତେବେ ଏହି ଗ୍ରାମରେ 70ଟି ଘର ଥିବାବେଳେ ଏଠାକାର ଅଧିବାସୀ ଅଧିକାଂଶ ସଂଖ୍ୟାଲଘୁ ସମ୍ପ୍ରଦାୟର । ଏହି ଗ୍ରାମରେ ଥିବା ସମସ୍ତ 70ଟି ପରିବାରର ପୁରୁଷଙ୍କ ପ୍ରଥମସ୍ତ୍ରୀଙ୍କଠାରୁ କୌଣସି ସନ୍ତାନ ହୋଇନାହିଁ । ସନ୍ତାନ ଆଶାରେ…

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୩୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୯୮ ଜଣ ଚିହ୍ନଟ ହୋଇଥିବାବେଳେ ୧୫୧ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୧ ହଜାର ୯୧୩ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୧୬ ହଜାର ୪୪୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩ ହଜାର ୬୨୯ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୭୭୧ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୮ ଟି ଜିଲ୍ଲାରୁ ମୋଟ୍‌ ୩୪୯ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୪୪…

Read More

କାଜାକାସ୍ତାନ : ପ୍ରେମ ସତରେ ଅନ୍ଧ ହୋଇଥାଏ । ନା ସେଠି ଦେଖାଯାଏ ଜାତି, ଧର୍ମ ନା ବୟସ । ମନୁଷ୍ୟ ପ୍ରେମ ପାଇଁ ସବୁ ବନ୍ଧନକୁ ବି କାଟିପକାଏ । କିନ୍ତୁ କାଜାକିସ୍ତାନରେ ଜଣେ ଯୁବକଙ୍କ ନିଆରା ପ୍ରେମ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କାଜ୍‌କାସ୍ତାନର ଜଣେ ଯୁବକ ଏକ ପ୍ଲାଷ୍ଟିକ୍‌ କଣ୍ଢେଇକୁ ଭଲ ପାଇବସିଲେ । ଏହାପରେ ଏହି କଣ୍ଢେଇକୁ ବିବାହ କରିଛନ୍ତି ଯୁବକ ଜଣକ । ତେବେ ଏହି ବିବାହ କୌଣସି ମଜାକ୍‌ରେ ହୋଇନଥିଲା ବରଂ ସମ୍ପୂର୍ଣ୍ଣ ରୀତିନୀତି ଅନୁସାରେ ବିବାହ କରାଯାଇଥିଲା । କାଜାକ୍‌ସ୍ତାନରେ ଜଣେ ଯୁବକଙ୍କ ଅଜବ ବାହାଘର ଏବେ ଚର୍ଚ୍ଚାର ଶିରୋନାମା ପାଲଟିଛି । ଯୁବକ ଜଣକ ହେଉଛନ୍ତି ୟୁରି ଟୋଲଚୋକ୍‌ । ସେହିପରି ସେ ବିବାହ କରିଥିବା କଣ୍ଢେଇର ନାମ ମାର୍ଗୋ । ମର୍ଗୋ ଓ ୟୁରୀଙ୍କ ପ୍ରଥମ ଦେଖାସାକ୍ଷାତ ଡିସ୍କୋର ହୋଇଥିଲା । ୟୁରି ପ୍ରଥମ ଦେଖାରେ କଣ୍ଢେଇ…

Read More

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗୃହବନ୍ଦୀ କରାଯାଇଥିବା ନେଇ ଆପ୍‌ ଟୁଇଟ୍‌ ଯୋଗେ ସୂଚନା ଦେଇଛି । ଦିଲ୍ଲୀ ପୋଲିସ ମୁଖ୍ୟମନ୍ତ୍ରୀଙ୍କୁ ଗୃହବନ୍ଦୀ କରିଛି। ଏନେଇ ଆମ ଆଦମୀ ପାର୍ଟି  ସୂଚନା ଦେଇଛି।  କେନ୍ଦ୍ର ଗୃହ ମନ୍ତ୍ରାଳୟ ଇଶାରାରେ ଅରବିନ୍ଦ କେଜ୍ରରୀଓ୍ବାଲଙ୍କୁ କେନ୍ଦ୍ରୀୟ ପୋଲିସ୍‌ ବାହିନୀ ତାଙ୍କୁ ନିଜ ବାସଭବନରେ ଅଟକ ରଖିଥିବା ନେଇ ଅଭିଯୋଗ କରିଛି ଆପ୍‌ । ଗତକାଲି ଦିଲ୍ଲୀ ସୀମା ସଂଘୁରେ ଚାଷୀଙ୍କୁ ଅରବିନ୍ଦ କେଜରୀଓ୍ବାଲ ଭେଟି ଆସିବା ପରେ ତାଙ୍କୁ ନଜରବନ୍ଦୀ କରି ରଖାଯାଇଥିବା ନେଇ ମଧ୍ୟ ଅଭିଯୋଗ କରିଛି ଆପ୍‌ । ମୁଖ୍ୟମନ୍ତ୍ରୀଙ୍କ ବସଭାବନକୁ କାହାକୁ ଭିତରକୁ ଛଡା ଯାଉନଥିବାବେଳେ ବାସଭବନ ବାହାରକୁ ମଧ୍ୟ କାହାକୁ ଛଡାଯାଉନାହିଁ । ଅପରପକ୍ଷରେ ଦିଲ୍ଲୀ ପୋଲିସ୍‌ ଏହି ଅଭିଯୋଗକୁ ଖଣ୍ଡନ କରିଛି । ସୁରକ୍ଷା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ ଘର ବାହାରେ ବ୍ୟାରିକେଡ୍‌ ଓ ପୋଲିସ୍‌ ନିୟୋଜିତ ରହିଥିବା ନେଇ ସୂଚନା ଦେଇଛି । (ଏଜେନ୍ସି) https://twitter.com/SanjayAzadSln/status/1336184316414443520?s=20

Read More

ନୂଆଦିଲ୍ଲୀ : ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୬ ହଜାର ୫୬୭ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ୩୮୫ ଜଣଙ୍କର ମୃତ୍ୟୁ ଘଟିଛି। ୨୪ ଘଣ୍ଟା ମଧ୍ୟରେ ୨୬ ହଜାର ୫୬୭ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯୭ ଲକ୍ଷ ୩ ହଜାର ୭୭୦ ରେ ପହଞ୍ଚିଛି। ୩୮୫ ନୂତନ ମୃତ୍ୟୁ ସହିତ ଦେଶରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୦ ହଜାର ୯୫୮ ରେ ପହଞ୍ଚିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୯ ହଜାର ୪୫ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ନୂତନ ଆରୋଗ୍ୟଙ୍କୁ ମିଶାଇ ଦେଶରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୯୧ ଲକ୍ଷ ୭୮ ହଜାର ୯୪୬ ରେ ପହଞ୍ଚିଛି। ତେବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୮୩ ହଜାର ୮୬୬ ରେ ପହଞ୍ଚିଛି।

Read More

ଭୁବନେଶ୍ବର, କୃଷି ବିଲ ପ୍ରତ୍ୟାହାର ଦାବୀରେ ଚାଷୀ ସଂଗଠନ ତରଫରୁ ଡାକରା ଦିଆଯାଇଥିବା ଭାରତ ବନ୍ଦର ପ୍ରଭାବ ଓଡିଶାରେ ଦେଖାଦେଇଛି। ଆଜି ସକାଳୁ ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେହିପରି ରେଳ ଷ୍ଟେସନ ଏବଂ ବସ ଷ୍ଟାଣ୍ଡରେ ମଧ୍ୟ ଆନ୍ଦୋଳନକାରମାନେ ବସି ରହିଛନ୍ତି। ଫଳରେ ସକାଳୁ ରେଳ ଏବଂ ବସ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଭୁବନେଶ୍ବରରେ ବିକ୍ଷୋଭକାରୀମାନେ ମାଷ୍ଟର କ୍ୟାଣ୍ଟିନରୁ ଏକ ରାଲିରେ ବାହାରି ପିଏମଜି ଛକ ପର୍ଯ୍ୟନ୍ତ ଯାଇଥିଲେ। ଏଥିରେ ଚାଷୀ ସଂଗଠନ ସହିତ ବାମଦଳ ଏବଂ କଂଗ୍ରେସ ମଧ୍ୟ ସାମିଲ ହୋଇଛି। କଂଗ୍ରେସ ତରଫରୁ ଏକ ବାଇକ ରାଲି କରାଯାଇଛି।ଏହି ଆନ୍ଦୋଳନକୁ 14ଟି ରାଜନୈତିକ ଦଳ ସମର୍ଥନ କରୁଥିବାରୁ ବିଭିନ୍ନ ସ୍ଥାନରେ ଏହି ବନ୍ଦର ପ୍ରଭାବ ପରିଲକ୍ଷିତ ହୋଇଛି। ବ୍ରହ୍ମପୁରରେ ବିକ୍ଷୋଭକାରୀମାନେ ରେଳ ଧାରଣାରେ ବସି ରହିଥିବାରୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ସେହିପରି ବ୍ରହ୍ମପୁର ସହରରେ ମଧ୍ୟ ବିକ୍ଷୋଭକାରୀ ରାଲି କରି ଏହି ବନ୍ଦକୁ…

Read More

ନୂଆଦିଲ୍ଲୀ, ଗତ 2 ମାସ ମଧ୍ୟରେ କେନ୍ଦ୍ର ସରକାର ଏବଂ ବିଜେପି, କୃଷକଙ୍କ ଆନ୍ଦୋଳନକୁ ଭାଙ୍ଗିବା ପାଇଁ ସମସ୍ତ ଶକ୍ତି ପ୍ରୟୋଗ କରିଥିଲେ। କିନ୍ତୁ ଆନ୍ଦୋଳନକୁ ଦୁର୍ବଳ ହେବା ପରିବର୍ତ୍ତେ ଅଧିକ ତୀବ୍ର ହେବାରେ ଲାଗିଛି। ପଞ୍ଜାବର କୃଷକମାନେ ରେଳ ଟ୍ରାକରେ ଏହି ଆନ୍ଦୋଳନ ଆରମ୍ଭ କରିଥିଲେ। ପଞ୍ଜାବରେ ଟ୍ରେନ୍ ଚଳାଚଳ ମାସ ମାସ ଧରି ବନ୍ଦ ରହିଲା। କେନ୍ଦ୍ର ସରକାର ଆନ୍ଦୋଳନକାରୀଙ୍କ ସହ କଥାବାର୍ତ୍ତା କରି ନ ଥିଲେ। ଏହାକୁ କଂଗ୍ରେସ ଆନ୍ଦୋଳନ ଭାବରେ ଅଣଦେଖା କରିଥିଲେ। ଯେଉଁଥିପାଇଁ ପଞ୍ଜାବ ଚାଷୀଙ୍କ କ୍ରୋଧ ବୃଦ୍ଧି ପାଇଲା। ଏହି ଆନ୍ଦୋଳନର ନିଆଁ ହରିୟାଣା, ରାଜସ୍ଥାନ ଏବଂ ୟୁପିରେ ମଧ୍ୟ ବ୍ୟାପିବାରେ ଲାଗିଲା। ବିଜେପି ନେତାମାନେ ଚାଷୀଙ୍କ ଯନ୍ତ୍ରଣା ଓ କ୍ରୋଧକୁ ଅଣଦେଖା କରି ଚାଷୀଙ୍କୁ ଥଟ୍ଟା କରିବାକୁ ଚେଷ୍ଟା କରୁଥିଲେ। ଏହାଦ୍ୱାରା ଚାଷୀଙ୍କ କ୍ରୋଧ ବୃଦ୍ଧି ପାଇଲା। ହରିୟାଣା ମୁଖ୍ୟମନ୍ତ୍ରୀ ଖଟ୍ଟର କିସାନ ଆନ୍ଦୋଳନକୁ ଖାଲିସ୍ତାନୀ ବୋଲି କହିଲେ। ସୋସିଆଲ ମିଡିଆ…

Read More

ନୂଆଦିଲ୍ଲୀ, ଜଣେ ଯେତେବେଳେ କୌଣସି ବିପଦରେ ପଡେ ତେବେ ସେ ସେତେବେଳେ କଣ କରିବା ଉଚିତ। ଏପରିକି ବିପଦରୁ ରକ୍ଷା କରିବା ପାଇଁ କେଉଁ ପଦକ୍ଷେପ ନେବା ଉଚିତ। ଏ ନେଇ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କେତେକ ନିର୍ଦ୍ଧିଷ୍ଠ କଥା କହିଛନ୍ତି। ତାହା ହେଲା ବିପଦରୁ ରକ୍ଷା ପାଇବା ପାଇଁ ସମସ୍ତେ ଧନ ସଞ୍ଚୟ କରି ରଖିବା ଉଚିତ। କୌଣସି ବିପଦ ଆସିଲେ ଆପଣ ରଖିଥିବା ଧନରେ ନିଜକୁ ଏବଂ ନିଜ ସ୍ତ୍ରୀ ପରିବାରଙ୍କୁ ରକ୍ଷା କରିପାରିବେ। ପତ୍ନୀ ଏବଂ ପରିବାର ସଦସ୍ୟଙ୍କୁ ବିପଦରୁ ରକ୍ଷା କରିବା ଜଣେ ବ୍ୟକ୍ତିଙ୍କର କର୍ତ୍ତବ୍ୟ। ସେଥିପାଇଁ ବିଜ୍ଞ ଲୋକମାନେ ଆଗରୁ କିଛି ଧନ ସଂଚୟ କରି ରଖିଥାନ୍ତି। ହେଲେ ଚାଣକ୍ୟ ଏହା ମଧ୍ୟ କହିଛନ୍ତି ଯେ, ଯଦି ଆବଶ୍ୟକ ପଡେ ତେବେ ନିଜକୁ ରକ୍ଷା କରିବା ପାଇଁ ପ୍ରଥମେ ସଂପତିକୁ ତ୍ୟାଗ କରିବା ଉଚିତ। ଯଦି ପରିସ୍ଥିତି ଜଟିଳ ହୁଏ ତେବେ…

Read More

ଭୁବନେଶ୍ବର, ଆସନ୍ତାକାଲି ଦେଶର ବିଭିନ୍ନ କୃଷକ ସଂଗଠନ ଭାରତ ବନ୍ଦ ଡାକରା ଦେଇଛନ୍ତି। ଏହି ଡାକରାରେ କଂଗ୍ରେସ ସମେତ 11 ଟି ରାଜନୈତିକ ଦଳ ସେମାନଙ୍କର ସମର୍ଥନ ଦେବେ ବୋଲି ଘୋଷଣା କରିସାରିଛନ୍ତି। ହେଲେ ଏହି ଆନ୍ଦୋଳନରେ ବିଜେଡିର ଭୂମିକା କଣ ରହିବ ସେ ନେଇ ସମସ୍ତଙ୍କର ରହିଥିଲା ନଜର। ଏବେ ବିଜେଡି ତାହାର ସ୍ପଷ୍ଟି କରଣ ଦେଇସାରିଛି। ଏହି ସ୍ପଷ୍ଟିକରଣରୁ ସ୍ପଷ୍ଟ ହୋଇଛି ଯେ ବିଜେଡି ଏହି ଆନ୍ଦୋଳନରେ ସାମିଲ ହେବ ନାହିଁ। ହେଲେ କୃଷକଙ୍କ ସମସ୍ୟା ପଛରେ ବିଜେଡିର ସମର୍ଥନ ଅଛି ବୋଲି କୁହାଯାଇଛି। ଆସନ୍ତା ନଅ ତାରିଖରେ ଚାଷୀ ନେତା ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଉ ଏକ ଆଲୋଚନା ହେବାର ଅଛି। ସେହି ଆଲୋଚନାରୁ କଣ ନିଷ୍କର୍ଷ ବାହାରୁଛି ବିଜେଡି ତାହାକୁ ଅପେକ୍ଷା କରିଛି। ଏହା ଜଣାପଡିବା ପରେ ବିଜେଡି ତାହାର ପରବର୍ତ୍ତି ପଦକ୍ଷେପ ନେବ ବୋଲି ଜଣାପଡିଛି। ତେବେ ଦଳ ସିଧା କହି ନ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଆଜି ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍ କଲେଜ ହସ୍‌ପିଟାଲ୍ ମୁଖ୍ୟରାସ୍ତା ନିକଟରେ କୋଭିଡ଼୍ ଡ଼୍ୟୁଟିରେ ନିୟୋଜିତ ଥିବା ଷ୍ଟାଫ୍‌ନର୍ସମାନେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଛନ୍ତି। ସେମାନଙ୍କ କହିବା କଥା ସରକାର ବର୍ତ୍ତମାନ ୬୭୦୦ ଷ୍ଟାଫ୍‌ନର୍ସ ପଦବୀ ପୂରଣ ପାଇଁ ବିଜ୍ଞାପନ ବାହାର କରିଛନ୍ତି। ସେହି ପରିପ୍ରେକ୍ଷୀରେ ଏମ୍‌କେସିଜିରେ ମଧ୍ୟ ପଦବୀ ପୂରଣ କରାଯିବ। କିନ୍ତୁ ଏମାନେ ଦୀର୍ଘ ୯ ମାସ କାଳ କରୋନା ଡ଼୍ୟୁଟି କରୁଥିବା ଯୋଗୁଁ ଏମାନଙ୍କୁ ପ୍ରଥମେ ବିଚାରକୁ ନିଆଯାଇ ଚାକିରି ସ୍ଥାୟୀ କରାଯାଉ। ଏହି ବିଷୟ ନେଇ ସେମାନେ ସୁପରିଟେଣ୍ଡଣ୍ଟ୍‌ଙ୍କୁ ମଧ୍ୟ ଅବଗତ କରାଇଛନ୍ତି। ସୂଚନାଯୋଗ୍ୟ କରୋନା ସମୟରେ ମାସିକ ଭତ୍ତା ହିସାବରେ ଏମାନଙ୍କୁ ସରକାର ବିଭିନ୍ନ ହସ୍‌ପିଟାଲ୍‌ଗୁଡ଼ିକରେ ନିଯୁକ୍ତି ଦେଇଥିଲେ। କିନ୍ତୁ କରୋନାର ପ୍ରକୋପ କମିବା ପରେ ଏମାନଙ୍କୁ ଛଟେଇ କରାଯିବା ସହ ସ୍ଥାୟୀ ନିଯୁକ୍ତିର କୌଣସି ପ୍ରତିଶ୍ରୁତି ଦେଲେ ନାହିଁ। ସେମାନେ ଦିନରାତି ଏକକରି କରୋନା ରୋଗୀଙ୍କ ସେବା କରିଥିବାବେଳେ ବର୍ତ୍ତମାନ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: କ୍ରିକେଟ୍ ବେଟିଂର ବେତାଜ ବାଦ୍‌ଶାହା କୁହାଯାଉଥିବା ଲାଲା ଆଚାରୀ ଗିରଫ ହେବା ପରେ କ୍ରିକେଟ୍ ବୁକିମାନଙ୍କ ମଧ୍ୟରେ ଛନକା ପଶିବା ସହ ସେମାନଙ୍କୁ ଧରିବା ପାଇଁ ପୋଲିସ୍ ସେବେଠାରୁ ଜାଲ ବିଛାଇ ଥିଲା। ଏହି କ୍ରମରେ ଅନ୍ୟ ଜଣେ ଆଇପିଏଲ୍ ବୁକି ବିଶାଲ ଅଗ୍ରୱାଲ୍‌କୁ ପୋଲିସ୍ ଭୁବନେଶ୍ୱର ଏୟାରପୋର୍ଟରୁ ଗିରଫ କରିଛି। କିଛିଦିନ ହେଲା ପୋଲିସ୍ ବିଶାଲକୁ ଖୋଜୁଥିବାବେଳେ ଆଜି ସେ ଭୁବନେଶ୍ୱରରୁ ହାଇଦ୍ରାବାଦ୍ ପଳାଇ ଯାଉଥିବା ସମୟରେ ଧରିଥିଲେ। ଏନେଇ ଗୋଷାଣିନୂଆଗଁ ଥାନାରେ ୧୪୧/୨୯.୧୦.୨୦୨୦ ୟୁ/ଏସ୍ ୨୯୪ଏ/୪୨୦/୧୨୦ବି/୩୪ଆଇପିସି ଆର୍‌/ଡ଼ବ୍ଲ୍ୟୁ ସେକ୍ସନ୍ ୪/୫ ବେନିଂ ଆକ୍ଟରେ ଗୋଟିଏ ଟିମ୍ ଭୁବନେଶ୍ୱରରୁ ଆଣିବା ପାଇଁ ଯାଇଛନ୍ତି। ଏହାସହ ବିଶାଲ୍‌କୁ ପଚରାଉଚରା ପରେ ଅନ୍ୟ ଅଭିଯୁକ୍ତ ଅଜିତ କୁମାର ବରାଡ଼ ଓରଫ୍ ବାଦଲକୁ ପୋଲିସ୍ ଗୋପାଳପୁର ଜଙ୍କସନ ନିକଟକୁ ଗିରଫ କରିଛି। ସେ ମଧ୍ୟ ଏକ ମାରୁତି ବିଜ୍ରା (ଓଡ଼ି ୦୭ ଏଇ ୨୪୪୨)ରେ ହାଇଦ୍ରାବାଦ୍ ଚାଲିଯିବାକୁ ବସିଥିବାବେଳେ…

Read More